ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୦)
ଖାଦ୍ୟ
ବିନା ଶରୀରର ଅସ୍ତିତ୍ୱ ହିଁ ଅସମ୍ଭବ । ଦାନା ଗଣ୍ଡେ
ଏ ଅନ୍ନବ୍ରହ୍ମ ଭିତରେ ନ ପଶିଲେ ଶରୀର
ନିସ୍ତେଜ । କାମ କରିବାକୁ
ସମର୍ଥ ନୁହେଁ । ସେଦିନ ସକାଳୁ
ସକାଳୁ ଚକରା ମଉସାଙ୍କ ବଡବୋହୁ ନେଇ ଆସିଥାଏ ୮କି ୧୦ ଖଣ୍ଡ ବିସ୍କୁଟ,
ଟିକିଏ ମିକ୍ସଚର୍ ଓ ଚା କପେ
। ହେଲେ ଏ ବୟସାଧିକ ପେଟକୁ
ଏଭଳି ଖାଦ୍ୟ ଆଉ ଜମା ଭେଟଉନି
। ଖାଇଲା ମାନେ ପେଟ ଫମ୍ପେଇଯାଉଛି । ଆଜିକାଲିକା ଗ୍ୟାସ୍
ରୋଗ ତାଙ୍କୁ ମାଡି ବସୁଛି । ସେହି ଗ୍ୟାସ୍
ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ବଡପୁଅ ଆଣି ଖଞ୍ଜି ଦେଇଛି ସକାଳୁ ଖାଲି ପେଟରେ ଗୋଟିଏ ଲେଖାଁଏ ଗ୍ୟାସ୍ ବଟିକା ଖାଇବାକୁ । ଠାକୁରଙ୍କ ତୁଳସୀ
ପାଣି ପଛେ ବନ୍ଦ ହୋଇଯାଇ ପାରେ ହେଲେ ସକାଳୁ ସକାଳୁ ଦାନ୍ତଘଷି ଯଦି ଗ୍ୟାସ ବଟିକାଟି ନଖାଇଛନ୍ତି ତେବେ କଥା ସରିଲା । ଦିନ ସାରା
ଅରଣ୍ୟରେ ଅଜଗର ସାପ ଖାଦ୍ୟ ଗିଳିଦେଇ ଗଛରେ ଗୁଡେଇ ତୁଡେଇ ହେଲା ଭଳିଆ ୟାଙ୍କର ଜୀବନ । ସାରା ଦିନ
ପେଟକୁ ବାଡଉଥିବେ । ସମୟେ ସମୟେ
ଚାପି ଧରୁଥିବେ । କେଉଁଥିରେ ହେଲେ
ମନ ଲାଗୁନଥିବ । ଖାଇବାକୁ ଇଚ୍ଛା
ହେଉ ନଥିବ । ଶରୀର ଅବଶ
ଅବଶ ଲାଗୁଥିବ । ତେଣୁ ଗ୍ୟାସ୍
ବଟିକାଟି ଠାକୁରଙ୍କ ଛଡାତୁଳସୀ ପାଣି ଭାବି ଆଗ ଗିଳିପକାଇ ତା’ପରେ ଚା, ବିସ୍କୁଟ ଖାଆନ୍ତି । ସେଦିନ କିନ୍ତୁ
ଖାଇବା ସମୟରେ ମନେ ମନେ ମଉସା ଘାଣ୍ଟି
ହେବା ଆରମ୍ଭ କରିଦେଇଛନ୍ତି । ଜୀବନରେ ଦୀର୍ଘ
୭୨ ବର୍ଷ ଅତିକ୍ରମ କରିଗଲେଣି । ଜୀବନର ଚତୁର୍ଥ
ଅବସ୍ଥା । କେତେବେଳେ ଭଗବାନ
ତାଙ୍କ ପାଖକୁ ନେଇଯିବେ ତା’ର ବି
ଠିକ୍ ଠିକଣା ନାହିଁ । ହେଲେ ଆଜିର
ଏ ଖାଦ୍ୟ ପଦାର୍ଥ ଦେଖି ସେ ମନେ ମନେ
ବହୁତ ବ୍ୟତିବ୍ୟସ୍ତ ।
ତାଙ୍କ
ବେଳର ଖାଦ୍ୟ କଥା ମନେ ପକାଇ ଖୁବ୍ ମନଦୁଃଖ କରନ୍ତି । ପ୍ରତି ସକାଳ
ଅବା ରାତିରେ ପଖାଳ ସହିତ ଆଳୁ ଚକଟାରେ ମିଶିଥିବା ବିରି, କୋଳଥ, ମୁଗରଗଡା, ଘରେ ତିଆରି ଆମ୍ବୁଲ ଅବା ତେନ୍ତୁଳି ସହିତ ପିଆଜ ଓ ରସୁଣର ଟିକେ
ପାଣି କେତେଯେ ଶାନ୍ତି ଦେଉଥିଲା କହିବାର ନାହିଁ । ସେ ସବୁ
ଖାଦ୍ୟ ଥିଲା ସମ୍ପୂର୍ଣ୍ଣ ସୁଦ୍ଧ । ରାସାୟନିକ ଦ୍ରବ୍ୟର
ଗନ୍ଧ ବି ନଥିଲା ସେଥିରେ
। ଦ୍ୱିପହର ଖାଦ୍ୟରେ ଗରମଭାତ ସହିତ ଗାଈ ଘିଅ ଅବା ନିତିଆନି, କୋଳଥ ଅବା ବିରି ଚୁରାଡାଲିରେ ଥିଲା ଭରପୁର ଭିଟାମିନ୍, ପ୍ରୋଟିନ୍ ଓ ଶ୍ୱେତସାର ।
ଦିନ ଯାକ ରଖୁଥିଲା ସେମାନଙ୍କୁ ସତେଜ ଓ କର୍ମଚଞ୍ଚଳ ।
ପେଟରେ ନଥିଲା ଗ୍ୟାସ୍ର ସମ୍ଭାବନା ।
ସକାଳର ଦାନ୍ତ ଘଷି ସାରିବା ପରେ ଘରର ସମସ୍ତ ସଦସ୍ୟଙ୍କର ଜଳଖିଆ ଥିଲା ଖାଲି କଡେଇରେ ଭଜାଯାଇଥିବା ଟାଣ ଚାଉଳଭଜା ଅବା ମୁଢି । ବୟସ୍କ ମାନଙ୍କର
ଏହା ସହିତ ନାଲି ଚା, ଥିଲା ଅଭ୍ୟାସ । ଆଉ କ୍ଷେତକୁ
କାମ ପାଇଁ ବାହାରିଲା ବେଳକୁ କଂସାଏ ପଖାଳ ଶରୀରରେ ଭରିଦେଉଥିଲା ବିଲରେ ଅଢେଇ ପହର କରି ଫେରିବା ପର୍ଯ୍ୟନ୍ତ ଅପର୍ଯ୍ୟାପ୍ତ ବଳ । କ୍ଷେତରେ
ସୂର୍ଯ୍ୟଙ୍କର ସେ ନିଆଁ ପରି
ତାତି ହେଉ, ବର୍ଷାର ମୂଷଳଧାର ହେଉ ଅବା ଶୀତଋତୁର ହାଡଭଙ୍ଗା ଶୀତ ହେଉ ସମସ୍ତଙ୍କୁ କାବୁ କରି ରଖିବାର ଶକ୍ତିଥିଲା ସେ କଂସାଏ ପଖାଳ
ଭିତରେ । ସେତେବେଳ ଚାଉଳର
ବାସ୍ନା ଥିଲା ନିଆରା । ଢିଙ୍କିକୁଟା ଅକାଣ୍ଡିଆ
ଚାଉଳର ଶରୀର ପାଇଁ ଉପକାରୀ ଗୁଣ ସମସ୍ତେ ଜାଣନ୍ତି ।
ସେ
ବାରଶହ ବଇଆଳିଶ, ହଜାରେ ଚଉଦ, ନହରକଣ୍ଟା, ଗୋଲମୁଣ୍ଡି, ଦୁଇଶହ ଷାଠିଏ, ତୁଣ୍ଟି, ରତ୍ନଚିରା, ଖଣ୍ଡଗିରି ଉଚ୍ଚ ଉଚ୍ଚ ଧାନଗଛର କିସମ ବି ଆଉ ନାହିଁ
। କ୍ଷେତମାନଙ୍କରେ ବୈଜ୍ଞାନିକ ପଦ୍ଧତିର ଆସୁଥିବା ବିହନରୁ ଜାତ କୋବିର ଆକାର ବି ତାଙ୍କ ଅମଳ
କୋବିର ଆକାର ଠାରୁ ତିନିଚାରିଗୁଣ ପରି ବଡ ହୋଇ ଗଲାଣି
। ଆଶ୍ଚର୍ଯ୍ୟର କଥା କୋଶଳା ବିଲରେ ଆଜି ସନ୍ଧ୍ୟା ଚାରିଟାରେ ଔଷଧ ଛିଞ୍ôଚ ଦେଲେ ତା’ପରଦିନ ଚାରିଟା ବେଳକୁ ଛନଛନିଆ ଶାଗ ଆଉ ହାଟରେ ବିକିବାକୁ
ପୁରାପୁରି ଯୋଗ୍ୟ । ବାଇଗଣ ଗଛରେ
ତ ଜନ୍ମରୁ ଔଷଧ ସିଞ୍ଚନ ନିହାତୀ ଜରୁରୀ, ନହେଲେ ବାଇଗଣକୁ ମଣିଷ ଖାଇବାତ ଦୂରର କଥା ଏମିତି ପୋକ ଚରିଯିବେଯେ ଗାଇଗୋରୁ ବି ଛଇଁ ବେନି
। ଚାରି ପାଞ୍ଚ ଦିନର ଚମ ଧଡୁଧଡୁ ପରିବା
ଉପରେ କି ରାସାୟନିକ ଦ୍ରବ୍ୟ
ହାଟରେ ଦୋକାନୀ ମାନେ ଛଞ୍ôଚ ଦେଉଛନ୍ତି କେଜାଣି
ଦେଖାଯାଉଛି ସତେଯେମିତି ତାଜା ତାଜା ଏଇନେ ଗଛରୁ ତୋଳା ହୋଇଛି । ପାଚିଲା କଦଳୀ
ଓ ଆମ୍ବର କଥା ନକହିବା ଭଲ । ରାସାୟନିକ
ଦ୍ରବ୍ୟ ସ୍ପ୍ରେର ଅଳ୍ପ କେଇ ଘଣ୍ଟା ପରେ ଭିତରୁ ସେମିତି ଟାଣ ଥାଉନା କାହିଁକି କଦଳୀର ସବୁଜ ଚୋପା ହଳଦିଆ କିଟିକିଟି ଓ ଆମ୍ବର ଚୋପା
ଲାଲ୍ ଟହଟହ । ଫଳ ଭିତରେ
ସେଓ ନିଜ ଉପରେ ଆମ ମଣିଷ ମାନଙ୍କ
ଦ୍ୱାରା ଆଚ୍ଛାଦିତ ରାସାୟନିକ ଦ୍ରବ୍ୟର ପ୍ରଲେପରେ ଦୀର୍ଘଦିନ ଧରି ସତେଜ ।
ବଞ୍ôଚବାପାଇଁ ତ ଖାଇବାକୁ ପଡିବ
। ହେଲେ
ପଇସା ରୋଜଗାର ଲୋଭରେ ବାରଘଣ୍ଟାରେ ଶାଗ ଗଛକୁ ବଡକରି ବାସି ପରିବାକୁ ସତେଜ କରି ଖାଇବା ଦ୍ୱାରା ଆମମାନଙ୍କର କେତେ ଯେ କ୍ଷତି ହେଉଛି
ତାହା ଆଜିର ଡାକ୍ତରଖାନା ଓ ଔଷଧ ଦୋକାନ
ମାନଙ୍କରେ ଭିଡ ହିଁ ଦର୍ଶାଉଛି । ସତେଯେମିତି ଏ
ସମାଜର ସ୍ରୋତକୁ ବଦଳେଇ ହେବ ନାହିଁ । ବାସ୍ ମନ
ଭିତରେ ଏହିପରି ଅର୍ନ୍ତଦ୍ୱନ୍ଦକୁ ନେଇ ଚକରା ମଉସା ବୁଝି ପାରନ୍ତିନି ସତରେ କିଏ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment