ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୬)
କୃଷ୍ଣ
ମଉସାଙ୍କ ନାତିଟା ଦଶମରେ ସେତେ ଭଲ କଲାନାହିଁ
ବୋଲି ସେ +୨ କଳାରେ ପଢୁଥାଏ
। ସେଦିନ ସକାଳୁ କୃଷ୍ଣମଉସା ନିଜ ନାତିକୁ ପଚାରନ୍ତି କିରେ କାଲି ଏତେ ଡେରିରେ କାହିଁ ଘରକୁ ଫେରିଲୁ କିରେ? ନାତି ଉତ୍ତର ଦିଏ ଜେଜେ କ୍ଲବ୍ରେ ଗଣେଶ ପୂଜା
ହେବତ ସେଇ ମିଟିଙ୍ଗ୍ ହେଉଥିଲା । ଆଉ ତମେ
ଜାଣିଛ ଏବର୍ଷ ଯେଉଁ ଡିଜେ ଭଷାଣି ଦିନ ଆସିବ ସେ ନେବ ତିରିଶ
ହଜାର ଟଙ୍କା । ଜେଜେ ଜାଣିଶୁଣି
ଆଉଟିକେ ଆଗ୍ରହରେ ପଚାରନ୍ତି ଆଉ କେଉଁଥିରେ କେତେ
ଖର୍ଚ୍ଚ ହେବ ବା? ନାତି ଗୋଟିଏ ଆଡୁ ହିସାବ ଦେଇ ଚାଲେ । ଡିଜେ ତିରିଶ
ହଜାରେ, ମୂର୍ତ୍ତୀ ଦଶ ହଜାରେ, ସାଜସଜା
ପାଞ୍ଚ ହଜାରେ, ପୂଜା ଏକ ହଜାରେ, ଭୋଗ
ପାଞ୍ଚ ଶହ, ଭଷାଣି ଦିନ ଭୋଜି ପାଞ୍ଚ ହଜାରେ ଇତ୍ୟାଦି ଇତ୍ୟାଦି । ଜେଜେ
ପଚାରନ୍ତି ଆରେ ତମେମାନେତ ହାତଗଣତି ପଚିଶ ତିରିଶଟା ପିଲା, ଭଷାଣୀ ଭୋଜିଭାତରେ ଏତେ ପଇସା କେଉଁଥି ପାଇଁ ଖର୍ଚ୍ଚ ହେବ କିରେ? କ’ଣ ଆଇଁଶ
ଫାଇଁଶ ହେଉଛି ନା କ’ଣ? ନାହିଁ
ଜେଜେ ନିରାମିଷ ହେବ । ପନିର୍, ଆଳୁପୋଟଳ
ତରକାରୀ ଆଦି ହେବ । ଜେଜେ ପଚାରନ୍ତି
ତେବେ ଏତେ ଟଙ୍କା କ’ଣ ହେବ?
ନାତି ଉତ୍ତର ଦିଏ ଅଲଗା ଜିନିଷ ଆସିବ ନା । ଜେଜେ
କୈତୁହଳରେ ପଚାରନ୍ତି ଆରେ ସେ ଅଲଗା ଜିନିଷଟା
କ’ଣ ବା? ନାତି
ଉତ୍ତର ଦିଏ ଜେଜେ ସବୁ କଥା କ’ଣ ଖୋଲିକି
କହିହୁଏ ନା କ’ଣ?
ଦେଖିବ ଜେଜେ ଏବର୍ଷ କେମିତି ଯାକଯମକରେ ଗଣେଶ ପୂଜା ହେବ ଆଉ ଭଷାଣି କିପରି
ମସ୍ତ ହେବ । ଏତିକି କହି
ସେ ସ୍ଥାନ ପରିତ୍ୟାଗ କରେ ।
କୃଷ୍ଣ
ମଉସା ବସି ଭାବିବାରେ ଲାଗନ୍ତି । ଏ ସମାଜର
ଗତି କୁଆଡେ? ସେ ଜାଣନ୍ତି ମଦ
ବିନା ଆଜିର ପିଲାମାନଙ୍କ ପାଇଁ ପୂଜା ପାର୍ବଣର ମାନେ ନାହିଁ । ଏଇ
କିଛି ବର୍ଷ ହେଲା ସେ ଦେଖି ଆସୁଛନ୍ତି
ଗାଁ ମାନଙ୍କରେ ହେଉଥିବା ଗଣେଶ ପୂଜା, ସରସ୍ୱତୀ ପୂଜା, ଗଜଲକ୍ଷ୍ମୀପୂଜା, ଖୁଦୁରୀକୁଣି ପୂଜାର ଭକ୍ତିହୀନ ପରମ୍ପରାକୁ । ଯେ କୌଣସି
ପୂଜା ଆୟୋଜନର ପ୍ରଥମ ବୈଠକରେ ସର୍ବପ୍ରଥମେ ଭଷାଣି ଖର୍ଚ୍ଚରୁ ହିଁ ହିସାବ ଆରମ୍ଭ ହେଉଛି । କାରଣ ପୂଜା
ଆଜିର ଏ ଯୁବ ସମାଜକୁ
ଯେତିକି ଆମୋଦ ଦେଉନି ତା’ ଠାରୁ ଭଷାଣି ଯଥେଷ୍ଟ ଆନନ୍ଦ ପ୍ରଦାନ କରୁଛି । ସବୁଠୁ ନିଉଛୁଣା
କଥା ହେଲା ଆଜିର ଯୁବସମାଜ ଦେବାଦେବୀଙ୍କ ପୂଜା ଆରାଧନାରେ ଭକ୍ତିରୁ ଯେଉଁ ଶକ୍ତି ମିଳେ ସେମାନେ ତାହାର ମର୍ଯ୍ୟାଦା ବୁଝନ୍ତି ନାହିଁ । ଏମାନଙ୍କ ପାଇଁ
ଦେବା ଦେବୀଙ୍କ ପୂଜା ଆଜି ମାନସିକ ଅପେକ୍ଷା ଯଥେଷ୍ଟ ତାମସିକ ହୋଇ ଯାଇଛି । ବିଘ୍ନବିନାଶକ ବିନାୟକଙ୍କୁ
ଭକ୍ତି ଆରଧନା କଲେ ସେ ଜୀବନର ସକଳ
ବିଘ୍ନକୁ ବିନାଶ କରିବେ ଏ ଭାବନା ପରିବର୍ତ୍ତେ
ତାଙ୍କପୂଜା ଓ ବିଷର୍ଜ୍ଜନ କେତେ
ଆଡମ୍ବର ସହ ହୋଇପାରିବ ତାହା
ସେମାନଙ୍କର ଅଗ୍ରଚିନ୍ତା । ଭଷାଣିଦିନତ ମଦ୍ୟପାନର
ପ୍ରଭାବ ଏତେ ହୋଇଥାଏ ଯେ ଡି.ଜେ.
ର ବିକଟାଳ ଶଦ୍ଦ ତାଳରେ ସମସ୍ତେ ବେଲଜ୍ଜା ନାଚିବା ଆରମ୍ଭ କରିଦିଅନ୍ତି । ସମୟେ ସମୟେ
ପିଲା ପିଲା ଭିତରେ ମାର୍ ପିଟ୍ ଆରମ୍ଭ ହୋଇଯାଏ । ଝିମିଟି ଖେଳରୁ
ମହାଭାରତ ଭଳି ସେହି ମାରପିଟ୍ ଏତେ ଉଗ୍ରରୂପ ଧାରଣ କରେ ତାହା ପିଲା ପିଲା ଭିତର ସୀମିତ ନରହି ପରିବାର-ପରିବାର ଭିତରେ ଓ ଗାଁ ଗାଁ
ଭିତରେ ଯାଇ ପହଞ୍ଚେ । ସତେଯେମିତି ବିଘ୍ନ
ବିନାଶକ ଦେବା ଦେବୀ ଯେତେବେଳେ ବିଷର୍ଜ୍ଝନ ମୂଖୀ ହୁଅନ୍ତି ବିଘ୍ନକୁ ସାଙ୍ଗରେ ନେଇ କରି ଯାଉଥାନ୍ତି । କୃଷ୍ଣ ମଉସାଙ୍କୁ
ସବୁଠୁ ଅଧିକ ଆଘାତ ଲାଗେ ଯେତେବେଳେ ସେ ଦେଖନ୍ତି ଗାଁର
ଭୁଆଶୁଣୀ ଝିଅମାନଙ୍କର ନାଟ ତାମସା ଖୁଦୁରୁକୁଣୀ ଭଷାଣିରେ । ସେ ନିଜେ
ବୁଝି ପାରନ୍ତିନି ଏମାନେ ସବୁ ଆମମାନଙ୍କ ଭଳି ରକ୍ଷଣଶୀଳ ଓ ମର୍ଯ୍ୟଦାବନ୍ତ ଭାରତୀୟ
ମାନଙ୍କର ସନ୍ତାନ ନା ଆଉ କିଏ
। କଥାରେ ଅଛି “ସଲଜ ବଜାଏ ନିର୍ଲଜ ଗାଏ, ଅତି ଅଲାଜୁକ ନାଚିଆଁ ଯାଏ” ସତରେ କ’ଣ ଏମାନେ
ସମସ୍ତେ ଅଳାଜୁକ ହୋଇ
ଗଲେଣି ନା କ’ଣ?
ଗାଁ ଦାଣ୍ଡରେ ବାପା ବୋଉ ଓ ଗୁରୁଜନମାନଙ୍କ ସାମନାରେ
ଏମାନଙ୍କର ଲଜ୍ଜାବୋଧ ଆଉ ଆଦ୍ୟୈ ନାହିଁ
କହିଲେ ଚଳେ ।
ଏମିତି
ଭାବୁଭାବୁ ନିଜକୁ ନେଇଯାଆନ୍ତି ନିଜ ବିତାହୁଆ ଯୁବାବସ୍ଥାକୁ । ସେତେବେଳର ଗାଁରେ
ଓ ସ୍କୁଲମାନଙ୍କରେ ଗଣଶେ ପୂଜା, ସରସ୍ୱତି ପୂଜା ହେଉ ଅବା ଗାଁମାନଙ୍କରେ ଖୁଦୁରୁକୁଣୀର ପୂଜା ହେଉ, ସେ ପୂଜାମାନଙ୍କରେ ପିଲାମାନଙ୍କର
ଥାଏ ଗଭୀର ଶ୍ରଦ୍ଧା ଓ ଭକ୍ତି ।
ପୂଜା ଦିନ ଗାଧୋଇ ପାଧୋଇ ସମସ୍ତେ ଉପବାସରେ ରୁହନ୍ତି ପୁଷ୍ପାଞ୍ଜଳୀ ଦେଇ ସାରିଲେ କିଛି ଖାଇବେ । ପୂଜାରୀଙ୍କର ପୂଜା
ଅର୍ଚ୍ଚନା ସମୟରେ ସମସ୍ତେ ଭକ୍ତିରେ ତଲ୍ଲୀନ ହୋଇ ଯାଆନ୍ତି । କିପରି ଦେବା
ଦେବୀଙ୍କ କୃପା ସେମାନଙ୍କ ଉପରେ ଟିକେ ହେଉ ଏକ ପବିତ୍ର ଆତ୍ମାରେ
ଆରାଧନା କରନ୍ତି । ସେମାନେ ବୁଝିଥାନ୍ତି
ପୂଜାରେ ଶାନ୍ତି ଶୃଙ୍ଖଳା ଓ ପବିତ୍ର ଆଚରଣର
ମହତ୍ତ୍ୱ । ଚାରିତ୍ରିକ ସଂରଚନାରେ
ଦେବା ଦେବୀଙ୍କର ପୂଜା ସେତେବେଳେ ଯଥେଷ୍ଟ ପ୍ରଭାବ ପକେଇଥାଏ । ହେଲେ ଆଜିର
ପୂଜା ପାର୍ବଣର ଦିଗ ଓ ଉଦ୍ଦେଶ୍ୟ କୁଆଡେ
ତାହା ବୁଝିବା ଜଟିଳ । ଲାଗେ କେଉଁଠି
ବେପାର ବଢେଇବା ପାଇଁ ପୂଜା ଆଦିର ଆୟୋଜନତ ଆଉ କେଉଁଠି ମସ୍ତି
କରିବା ପାଇଁ ଦେବାଦେବୀଙ୍କର ଆବାହନ । ସତରେ ଏମିତି
ସେବେଳ ଆଉ ଏ ବେଳ
ଭିତରେ ତଫାତ ଖୋଜୁ ଖୋଜୁ କୃଷ୍ଣମଉସା ବୁଝିପାରନ୍ତିନି କିଏ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment