search in www.iswarchandraworld.blogspot.com

BIOGRAPHY (Odia Language)





ଈଶ୍ୱରଚନ୍ଦ୍ର ନାୟକ

 ଈଶ୍ୱରଚନ୍ଦ୍ର ନାୟକ

କୃତୀ ଓ ସ୍ୱୀକୃତି

ଚଳିତ ଗୁରୁ ଦିବସ o୫/୦୯/୨୦୨୨ ରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେବା ପରେ ଈଶ୍ଵରଚନ୍ଦ୍ର ନାୟକ ଦେଶରେ ଜଣେ ଯଶସ୍ଵୀ ଶିକ୍ଷକ ଭାବେ କେବଳ ପରିଚିତି ଲାଭ କରିଛନ୍ତି ତାହା ନୁହେଁ, ସାମ୍ପ୍ରତିକ ଓଡିଆ କଥା ସାହିତ୍ୟରେ ସେ ମଧ୍ୟ ଜଣେ ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସ୍ତମ୍ଭକାର ଓ ଇଂରାଜୀ ଭାଷାରେ ସମସାମୟିକ ସାମାଜିକ ସମସ୍ୟାକୁ ନେଇ ରଚିତ ପୁସ୍ତକ ହେଉ ଅବା ଆନ୍ତର୍ଜାତିକ ସ୍ତରରେ ପାରମ୍ପରିକ ଜ୍ଞାନକୌଶଳ ଓ ଇଂଞ୍ଜିନିୟରିଂ ଶିକ୍ଷାରେ ପାଠ୍ୟକ୍ରମ ଆଧାରିତ ପୁସ୍ତକ ମାନଙ୍କୁ ନେଇ ମଧ୍ୟ ସେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ବେଶ୍ ଜଣାଶୁଣା ।

   ପୁରୀଜିଲ୍ଲା, ନିମାପଡାବ୍ଲକ୍‌, ବଳଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁଋଷ ପାଟଣା ଗ୍ରାମରେ ପିତା ୰ସଦାନନ୍ଦ ନାୟକ ଓ ମାତା ସାବିତ୍ରୀ ନାୟକଙ୍କ ଜ୍ୟେଷ୍ଠ ପୁତ୍ର ଭାବରେ ତାଙ୍କର ୧୯୭୨ ମସିହା ମେ ୧୫ ତାରିଖରେ ଜନ୍ମ । ଶିକ୍ଷାଗତ ଯୋଗ୍ୟତାରେ ଇଂଞ୍ଜିନିୟରିଂ ଓ ଶିକ୍ଷାରେ ସ୍ନାତକତ୍ତୋର । ସେ ଜଣେ ସୁନାମ ଧନ୍ୟ ଶିକ୍ଷକ ଭାବରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ଓ ରାଜ୍ୟରେ ଅନେକ ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ।

     ଅଦ୍ୟାବଧି ତାଙ୍କ ଲେଖନୀରୁ ମୋଟ ଅଠର ଖଣ୍ଡ ପୁସ୍ତକ ମଧ୍ୟରୁ ପାପ, ଘୃଣା ଓ ପ୍ରହେଳିକା ତିନୋଟି ଓଡିଆ ଉପନ୍ୟାସ । ”ଦହ୍ରଯାତ୍ରା” ପୁସ୍ତକଟି ଏକ ସମକାଳୀନ କଥାସ୍ୱର । ତାଙ୍କ ରଚିତ ଇଂରାଜୀ ପୁସ୍ତକ “Enjoy your old age” ଖୁବ୍ ପାଠକୀୟ ଆଦୃତି ଲାଭ କରିସାରିଛି । ତାଙ୍କ ରଚିତ ଦୁଇଟି ଟେକ୍ସଟାଇଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆଧାରିତ ପୁସ୍ତକ “Construction of woven textile designs” ଓ “Designing of Jacquard woven textiles of panipat, India” ତତ୍ ସହିତ ଭାରତୀୟ ପାରମ୍ପରିକ ଜ୍ଞାନ କୌଶଳ ଆଧାରିତ ଏକ ପୁସ୍ତକ “Weaving technique of a traditional door screen of India” ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ । ଅନୁବାଦ ସାହିତ୍ୟରେ ଲେଖକ ରମେନ୍ଦ୍ର କୁମାରଙ୍କ ରଚିତ ଇଂରାଜୀ ପୁସ୍ତକ “Effective parenting” ର ଓଡିଆ ଅନୁବାଦ ‘ପିଲାଙ୍କ ଫଳପ୍ରଦ ଲାଳନ ପାଳନ’ ଓ ସ୍ଵରଚିତ ଉପନ୍ୟାସ “ପାପ” ର ଇଂରାଜୀ ରୂପାନ୍ତର “The sin” ମଧ୍ୟ ତାଙ୍କ ସାରସ୍ୱତ ସ୍ୱାକ୍ଷର ବହନ କରେ । ଜାତୀୟ ସ୍ତରରେ ପ୍ରକାଶିତ ଦୁଇଟି ପୁସ୍ତକ “A practical book to usage of jacquard in textile designing” ଓ “Weaves in textile” ତାଙ୍କର ଅନନ୍ୟ କୃତି । ପୁସ୍ତକ “Weaves in textile” ଭାରତରେ Indian Institute of Handloom Technology ସଂସ୍ଥାନ ମାନଙ୍କରେ ପିଲାମାନଙ୍କ ପାଇଁ ଏକ reference ପୁସ୍ତକର ମାନ୍ୟତା ପାଇ ସାରିଛି । ଏ ସବୁ ସହିତ Basic Science ରେ Tricks to solve numerical problems in Chemistry Vol-I and II ତାଙ୍କ ଦ୍ୱାରା ରଚିତ ପୁସ୍ତକ ଦ୍ୱୟ ପିଲାମାନଙ୍କ ଗହଣରେ ଖୁବ ଆଦୃତ ହୋଇଛି । ତାଙ୍କର ଅନବଦ୍ୟ ସୃଷ୍ଟି ବିଦ୍ୟାଳୟ ଶିକ୍ଷା ସମ୍ପର୍କିତ ସଦ୍ୟ ପ୍ରକାଶିତ ପୁସ୍ତକ “ଅଳିଆରୁ ଅ ଆ” ରେ ଉପସ୍ଥାପିତ କଥା ବସ୍ତୁକୁ Text Book Development Committee ସାମନାରେ ଥୋଇବା ପାଇଁ NCERT, New Delhi ସହମତି ପ୍ରକାଶ କରିବାପରେ ଏହା ଜାତୀୟ ପୁସ୍ତକର ମାନ୍ୟତା ପାଇସାରିଛି ।

କବିତା ଜଗତରେ “କାଳିଆ ସାଆନ୍ତ” ଗୀତି କବିତା ପୁସ୍ତକଟି ତାଙ୍କର ପ୍ରଥମ କବିତା ପୁସ୍ତକ ଯାହାର ପ୍ରତ୍ୟେକ ପଦ ଜୀବନ ସତ୍ୟ ଉପରେ ପର୍ଯ୍ୟବେସିତ ଓ ଓଡିଶାର ପାଲା ଗାୟକ ମାନଙ୍କ ପାଖରେ ଆଦୃତ । 

ନିଜ ଜାତିର ପ୍ରଥା ପରମ୍ପରା ଓ କଳାକୁ ସମଗ୍ର ବିଶ୍ଵ ଦରବାର ସାମନାରେ ରଖିବାକୁ ଯାଇ ଇଂରାଜୀ ଭାଷାରେ ତାଙ୍କର ସଦ୍ୟ କୃତୀ “Rangani” ନାମକ ପୁସ୍ତକ ଉନ୍ମୋଚନ ଅପେକ୍ଷାରେ । 

 ଏ ସମସ୍ତ ସୃଷ୍ଟି ସହିତ ଜଣେ ସ୍ତମ୍ଭକାର ଭାବରେ ସେ ବେଶ୍ ପରିଚିତ । ଓଡିଶାର ସୁନାମଧନ୍ୟ ଖବରକାଗଜ ସମାଜ, ପ୍ରମେୟ, ସମ୍ବାଦ, ନିତିଦିନ ଆଦିରେ ସମସାମୟିକ ସମସ୍ୟା ଓ ଜୀବନ ଦର୍ଶନ ଆଧାରିତ ଶତାଧିକ ନିବନ୍ଧ ଗୁଡିକ ପାଇଁ ସେ ଜନମାନସରେ ଖୁବ୍ ଆଦୃତ । ତତ୍ ସହିତ ଓଡିଶାର ଅନେକ ସାପ୍ତାହିକ ଖବରକାଗଜ ଓ ପତ୍ରିକାମାନଙ୍କରେ ତାଙ୍କର ଅନେକ ପ୍ରବନ୍ଧ ଓ ଗଳ୍ପ ପାଠକୀୟ ପ୍ରଶଂସା ସାଉଁଟିଛି । 

ଜଣେ ବିଜ୍ଞାନ ଲେଖକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କର ଏକାଧିକ ବିଜ୍ଞାନ ଲେଖା ପ୍ରସାରିତ ହୋଇ ସାରିଛି । ଜଣେ ପବ୍ଲିକ ସ୍ପିକର ଭାବରେ ଅନେକ ଥର ଅନେକ ଟି.ଭି. ଚ୍ୟାନେଲ୍‌ରେ ତାଙ୍କର ସାକ୍ଷାତକାର ପ୍ରସାରିତ ହେବା ସହିତ ଅନେକ ଶିକ୍ଷାନୁଷ୍ଠାନ ମାନଙ୍କର ବାର୍ଷିକ ଉତ୍ସବରେ ମୂଖ୍ୟ ବକ୍ତା, ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଛନ୍ତି ।

କେବଳ ଲେଖନୀ ଚାଳନାରେ ନୁହେଁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଆଜି ଉଚ୍ଚ ପ୍ରଶଂସିତ । ନିଜ ଗ୍ରାମରେ ଗ୍ରାମର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନେଇ ଗୋଟିଏ ଷ୍ଟୁଡେଣ୍ଟ ନଲେଜ ସେଣ୍ଟର କମ ଲାଇବ୍ରେରୀ ସ୍ଥାପନ କରି ନିଜ ଓ ଆଖପାଖ ଗାଁ ମାନଙ୍କର ୫ମ ଶ୍ରେଣୀ ଓ ତଦୁର୍ଦ୍ଧ ଶ୍ରେଣୀ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷାଦେଇ ଚାଲିଛନ୍ତି । ଯେଉଁ କାମର ସାମାଜିକ ଉପକାରିତା କୁ ଅନୁଭବ କରି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମହୋଦୟ ନଲେଜ୍ ସେଣ୍ଟର ପାଇଁ ଏକ ଗୃହ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଆର୍ଥୀକ ସହାୟତାର ହାତ ବଢେଇଛନ୍ତି ଯାହାର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ।

ନାମ – ଈଶ୍ୱରଚନ୍ଦ୍ର ନାୟକ

ଜନ୍ମ ତାରିଖ-୧୫/୦୫/୧୯୭୨
ଜନ୍ମ ସ୍ଥାନ-ବାଙ୍ଗୁଋଷ ପାଟଣା, ପୋ-ଭାଣପୁର, ଭାୟା-ରେଞ୍ଚ୍‌, ଥାନା-ବଳଙ୍ଗା, ବ୍ଲକ-ନିମାପଡା, ଜିଲ୍ଲା-ପୁରୀ-୭୫୨୧୧୪
ପିତା- ସ୍ୱର୍ଗତଃ ସଦାନନ୍ଦ ନାୟକ
ମାତା-ସାବିତ୍ରୀ ନାୟକ
ପତ୍ନୀ-ମିନାକ୍ଷୀ ନାୟକ
ଜାତି-ଶାକାହାରୀ ରଙ୍ଗଣୀ

ଶିକ୍ଷା-

୧. ପ୍ର୍ରାଥମିକ ଶିକ୍ଷା-ବାଙ୍ଗୁଋଷ ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-୧୯୭୬-୮୧
୨. ନିମ୍ନ ମାଧ୍ୟମିକ ଶିକ୍ଷା-ଦକ୍ଷିଣରାଡସ ମଧ୍ୟ ଇଂରାଜୀ ବିଦ୍ୟାଳୟ-୧୯୮୧-୮୩
୩. ମାଧ୍ୟମିକ ଶିକ୍ଷା-ଶାଇଁସ ଶାସନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ-୧୯୮୩-୮୭
୪. ଉଚ୍ଚ ମାଧ୍ୟମିକ ଶିକ୍ଷା-ନିମାପଡା ମହାବିଦ୍ୟାଳୟ-୧୯୮୭-୮୯

୫. ଯାନ୍ତ୍ରୀକ ଶିକ୍ଷା-

୧୯୮୯-୯୨ ମସିହାରେ ଉତ୍ତରପ୍ରଦେଶର ବାରଣାସୀସ୍ଥ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡ୍‌ଲୁମ୍ ଟେକ୍ନୋଲୋଜିରୁ ଡିପ୍ଲୋମା, ୧୯୯୨-୯୭ ମସିହାରେ କୋଲ୍‌କତ୍‌ା ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟରସ୍ (କୋଲ୍‌କତ୍‌ା)ରୁ ଟେକ୍ସ୍‌ଟାଇଲ୍ ଇଞ୍ଜିନିୟରିଙ୍ଗ୍‌ରେ ସ୍ନାତ୍ତକ, ୨୦୦୭-୦୯ ମସିହାରେ ତାମିଲ୍‌ନାଡୁର କୋଇମ୍ବାଟୁର୍‌ସ୍ଥ ପି.ଏସ୍‌.ଜି. କଲେଜ୍ ଅଫ୍ ଟେକ୍ନୋଲୋଜିରୁ ଟେକ୍ସ୍‌ଟାଇଲ୍ ଟେକ୍ନୋଲୋଜିରେ ସ୍ନାତ୍ତକତ୍ତୋର, ୧୯୯୭-୯୮ ମସିହାରେ ପିପିଲି ସ.ଟି. ସ୍କୁଲ୍‌ରୁ ସିଟି ଟ୍ରେନିଙ୍ଗ୍‌, ୨୦୦୯-୧୧ ମସିହାରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଶିକ୍ଷାରେ ସ୍ନାତ୍ତକ, ୨୦୧୪-୨୬ ମସିହାରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ କଳା (ଶିକ୍ଷା)ରେ ସ୍ନାତ୍ତକତ୍ତୋର

କର୍ମ ଜୀବନ-

କ. ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ୧୯୯୨-୯୩ ମସିହା ମର୍ଯ୍ୟନ୍ତ ହରିୟାନାର ପାନିପଥ ସହରରେ ଗୋଟିଏ ବେସରକାରୀ କମ୍ପାନୀ ଶିବାଲିକା ଇଣ୍ଟରନ୍ୟାସନାଲ୍‌ରେ ଚାକିରୀ ।
ଖ. ୧୯୯୩-୯୪ ମସିହା ମର୍ଯ୍ୟନ୍ତ ସେହି ପାନିପଥ ସହରରେ ଅନ୍ୟ ଏକ ବେସରକାରୀ କମ୍ପାନୀ ପାଲିୱାଲ୍ ଏକ୍ସ୍‌ପୋର୍ଟରେ ଚାକିରୀ ।
ଗ. ୧୯୯୪-୧୯୯୬ ମସିହା ମର୍ଯ୍ୟନ୍ତ ସେହି ପାନିପଥ ସହରରେ ଅନ୍ୟ ଏକ ବେସରକାରୀ କମ୍ପାନୀ ରଗସ୍ ଇଣ୍ଡିଆରେ ଚାକିରୀ ।
ଙ. ୨୦୦୧ ମସିହାରୁ ଗଣଶିକ୍ଷା ବିଭାଗ ଅଧୀନ ନିମାପଡା ବ୍ଲକ୍ ଅନ୍ତର୍ଗତ କନପୁର ନୋଡଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଯୋଗଦାନ
ଚ. ୨୦୧୧ ମସିହାରେ ଜଣେ ଷ୍ଟେଟ ରିସୋର୍ସ ପର୍ସନ ଭାବରେ ମନୋନୀତ

ସ୍ୱାକ୍ଷର- 

ଲେଖକ ଭାବରେ ନିମ୍ନ ପୁସ୍ତକମାନଙ୍କର ରଚୟିତା

ଓଡିଆ ଉପନ୍ୟାସ-

୧. ପାପ (ପଶ୍ଚିମା ପବ୍ଲିକେଶନ୍‌, ଭୁବନେଶ୍ୱର-୨୦୧୪)

୨. ଘୃଣା (ପଶ୍ଚିମା ପବ୍ଲିକେଶନ୍‌, ଭୁବନେଶ୍ୱର-୨୦୧୬)

୩. ପ୍ରହେଳିକା (ପଶ୍ଚିମା ପବ୍ଲିକେଶନ୍‌, ଭୁବନେଶ୍ୱର-୨୦୧୬)

ସମକାଳୀନ କଥାସ୍ୱର-

୧. ଦହ୍ରଯାତ୍ରା (ପକ୍ଷୀଘର ପବ୍ଲିକେଶନ୍‌, ଭୁବନେଶ୍ୱର-୨୦୧୭)

ଅନୁବାଦ ପୁସ୍ତକ-

୧. ପିଲାଙ୍କ ଫଳପ୍ରଦ ଲାଳନପାଳନ (ରମେନ୍ଦ୍ର କୁମାରଙ୍କ ଇଂରାଜୀ ପୁସ୍ତକ ଇଫେକ୍ଟିଭ୍ ପ୍ୟାରେଣ୍ଟିଙ୍ଗ୍‌ର ଓଡିଆ ଅନୁବାଦ, ପଶ୍ଚିମା ପବ୍ଲିକେଶନ୍‌, ଭୁବନେଶ୍ୱର -୨୦୧୫)

୨. ଦି ସିନ୍ (ସ୍ୱରଚିତ ଓଡିଆ ଉପନ୍ୟାସର ଇଂରାଜୀ ଅନୁବାଦ, ପଶ୍ଚିମା ପବ୍ଲିକେଶନ୍‌, ଭୁବନେଶ୍ୱର-୨୦୧୬)

ଟେକ୍ସ୍‌ଟାଇଲ୍ ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ ପୁସ୍ତକ

୧. କନସ୍ଟ୍ରକ୍ସ୍‌ନ ଅଫ୍ ଓଭେନ୍ ଟେକ୍ସ୍‌ଟାଇଲ୍ ଡିଜାଇନସ୍ (ଲ୍ୟାପ୍ ଲାମ୍ବାର୍ଟ ଏକାଡେମିକ୍ ପବ୍ଲିସିଙ୍ଗ୍‌, ଜର୍ମାନୀ-୨୦୧୨)
୨. ଏ ପ୍ରାକ୍ଟିକାଲ୍ ବୁକ୍ ଟୁ ଇଉସେଜ୍ ଅଫ୍ ଜାକର୍ଡ ଇନ୍ ଟେକ୍ସ୍‌ାଇଲ୍ ଡିଜାଇନଙ୍ଗି୍ (ଅନନ୍ତ ବଳିଆ ପ୍ରେସ୍‌, ନିମାପଡା, ପୁରୀ-୨୦୦୫)
୩. ଉଇଭସ୍ ଇନ୍ ଟେକ୍ସଟାଇଲ୍ (ନୋସନ ପ୍ରେସ୍‌, ଚେନ୍ନାଇ-୨୦୨୧)

ପାରମ୍ପାରିକ ଜ୍ଞାନକୌଶଳ ଆଧାରିତ ପୁସ୍ତକ

୧. ଉଇଭିଙ୍ଗ୍ ଟେକ୍‌ନିକ୍ ଅଫ୍ ଏ ଟ୍ରାଡିସନାଲ୍ ଡୋର୍ ସ୍କ୍ରିନ୍ ଅଫ୍ ଇଣ୍ଡିଆ(ଲ୍ୟାପ୍ ଲାମ୍ବାର୍ଟ ଏକାଡେମିକ୍ ପବ୍ଲିସିଙ୍ଗ୍‌, ଜର୍ମାନୀ-୨୦୧୨)
୨. ଡିଜାଇନ୍‌ଙ୍ଗ୍ ଅଫ୍ ଜାକାର୍ଡ ଓଭେନ୍ ଟେକ୍ସଟାଇଲ୍‌ସ ଅଫ୍ ପାନିପତ, ଇଣ୍ଡିଆ (ଲ୍ୟାପ୍ ଲାମ୍ବାର୍ଟ ଏକାଡେମିକ୍ ପବ୍ଲିସିଙ୍ଗ୍‌, ଜର୍ମାନୀ-୨୦୧୪)

ସାମାଜିକ ସମସ୍ୟା ଆଧାରିତ ପୁସ୍ତକ

୧. ଏଞ୍ଜୟ ୟୋର୍ ଓଲ୍ଡ୍ ଏଜ୍ (ନୋସନ୍ ପ୍ରେସ୍‌, ଚେନ୍ନାଇ. ଭାରତ-୨୦୧୯ )

କବିତା ପୁସ୍ତକ

୧. କାଳିଆ ସାଆନ୍ତ (ଦୂର ପାହାଡ ପବ୍ଲିକେଶନସ୍‌, ବାଙ୍ଗୁଋଷ ପାଟଣା, ଭାଣପୁର, ରେଞ୍ଚ, ପୁରୀ)

ଋସାୟନ ବିଜ୍ଞାନ ପୁସ୍ତକ

୧. ଟ୍ରିକସ୍ ଟୁ ସଲ୍ଭ୍ ନୁମେରିକାଲସ୍ ଇନ୍ କେମଷ୍ଟ୍ରି (ନୋସନ୍ ପ୍ରେସ୍‌, ଚେନ୍ନାଇ. ଭାରତ-୨୦୨୧) Vol-I and Vol-II

ପ୍ରକାଶିତ ଗଳ୍ପ

“ମା'”, “ପ୍ରେମ “(ପଶ୍ଚିମା ସାହିତ୍ୟ ପତ୍ରିକାରେ ପ୍ରକାଶିତ)

ପ୍ରକାଶିତ ଆନ୍ତର୍ଜାତିକ ନିବନ୍ଧ

NISCAIR ଓ ମହିଳା ପ୍ରତିଷ୍ଠା ଆଦିରେ ପ୍ରକାଶିତ

ପ୍ରକାଶିତ ଓଡିଆ ନିବନ୍ଧ

ଅନ୍ୟୁନ ଏକ ଶହରୁ ଉର୍ଦ୍ଧ୍ୱ ନିବନ୍ଧ ବିଭିନ୍ନ ଖବରକାଗଜ ଯଥା, ସମାଜ, ସମ୍ବାଦ, ନିତିଦିନ, ଜନ୍ମଭୂମୀ, ଭୋକିଲାପେଟ ଓ ପତ୍ରପତ୍ରିକା ଯଥା ଫୁଲର ହସ, ଶ୍ରୀନନ୍ଦିଘୋଷ, ଅସୀମାଲୋକ, ଦିବ୍ୟାଲୋକ ସନ୍ଧାନେ ଆଦିରେ ପ୍ରକାଶିତ 

ସମ୍ପାଦନା

ନିଖିଳ ଉତ୍କଳ ଶାକାହାରୀ ରଙ୍ଗଣୀ ସମାଜର ମହାସଭା ସ୍ମରଣୀକା-୨୦୧୭
ବିଦ୍ୟାଳୟ ସ୍ମରଣୀକା

ଆକାଶବାଣୀ କାର୍ଯ୍ୟକ୍ରମ 

ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ବିଜ୍ଞାନପ୍ରଭା କାର୍ଯ୍ୟକ୍ରମର ବିଜ୍ଞାନ ଲେଖକ ଓ ଆଲୋଚକ ଭାବେ ଏକାଧିକ ଆଲେଖ୍ୟ ପ୍ରସାରିତ

ସମାଜସେବା

୧. ନିଜ ଗ୍ରାମ ବାଙ୍ଗୁଋଷ ପାଟଣାରେ ସମସ୍ତ ଯୁବକଯୁବତୀ ମାନଙ୍କୁ ନେଇ ୨୦୧୭ ମସିହାରେ ଏକ ସ୍ଟୁଡେଣ୍ଟ୍ ନଲେଜ୍ ସେଣ୍ଟର୍ ପ୍ରତିଷ୍ଠା କରିବା ସହିତ ଗ୍ରାମର ସମସ୍ତ ପଞ୍ଚମ ଶ୍ରେଣୀରୁ ତଦୁର୍ଦ୍ଧ ପଢୁଥିବା ପିଲାମାନଙ୍କୁ ମାଗଣାରେ କମ୍ପ୍ୟୁଟର୍ ଶିକ୍ଷା ପ୍ରଦାନ
୨. ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ଶିବିର ମାନ ଆୟୋଜନ କରିବା ଆଦି

ପଦଚିହ୍ନ-

କ. ରାଜ୍ୟ ଶିକ୍ଷକ ସମ୍ମାନ, ଜୟଦେବ ଭବନ, ଭୂବନେଶ୍ୱର-୨୦୧୭

ଖ. ପୁରୀଜିଲ୍ଲା ଶୃଜନଶୀଳ ଶିକ୍ଷକ ସମ୍ମାନ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ପୁରୀ-୨୦୧୫

ଗ. ଭୋକିଲାପେଟ ଖବରକାଗଜ ଦ୍ୱାରା ପ୍ରଦତ୍ତ ବାଙ୍କୀ ସାରସ୍ୱତ ସମ୍ମାନ, ବାଙ୍କୀ-୨୦୧୬

ଘ. ନିଖିଳ ଉତ୍କଳ ଶାକାହାରୀ ରଙ୍ଗଣୀ ସମାଜ ଦ୍ୱାରା ପ୍ରଦତ୍ତ ସମ୍ମାନ, ଭରବଙ୍କନଶ୍ୱର-୨୦୧୭

ଙ. ମା ଦକ୍ଷିଣକାଳୀ ହାଇସ୍କୁଲ୍ ପ୍ରଦତ୍ତ ସମ୍ମାନ, ଅଣ୍ଢିଆ ସାହି, ନିମାପଡା-୨୦୧୮

ଚ. ଦୁଇକୂଳ ସାତରାଜ୍ୟ ତିନିଶହ ରଙ୍ଗଣୀ ସମାଜ, କଙ୍କଡାଯୋଡି, ନୂଆପାଟଣା, କଟକ ଦ୍ୱାରା ସମ୍ମାନିତ-୨୦୧୬

ଛ. ପାଞ୍ଚଶହ ପଚାଶ ଘର ରଙ୍ଗଣୀ ସମାଜ ଦ୍ୱାରା ସମ୍ମାନିତ, ବାଜପୁର, ଖୋର୍ଦ୍ଧା-୨୦୧୬

ଜ. ରାଧାକୃଷ୍ଣ ମନ୍ଦିର ଓ ଟ୍ରଷ୍ଟ, ଶ୍ରୀମୂଖ, ନିମାପଡା, ଦ୍ୱାରା ସମ୍ମାନିତ-୨୦୧୫

ଝ. ଲିଟିଲ୍ ଷ୍ଟାର୍ ଗ୍ରୁପ୍‌, ନିମାପଡା ଦ୍ୱାରା ସମ୍ମାନିତ-୨୦୧୭ ଆଦି

ନିଜସ୍ୱ ବ୍ଲଗ୍‌-

https://iswarchandraworld.blogspot.com/

ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍‌-

1.     1. Teachers Odia

    ଟିଚରସ୍ ଓଡିଆ ଚ୍ୟାନେଲ୍ ରେ ଶିକ୍ଷକ ମାନଙ୍କ ପାଇଁ ଆସୁଥିବା ଟ୍ରେନିଙ୍ଗ ର ସରଳ ଉପସ୍ଥାପନ ଓ ସେମାନଙ୍କର ଚାକିରୀ ସମ୍ପର୍କିତ ସମସ୍ୟାର ସମାଧାନ ଆଦି ଲାଗି ଚ୍ୟାନେଲ୍ ଟି ଖୁବ୍ ଆଦୃତି ଲାଭ କରିଛି ।

2.   2. Durapahada


       ଦୂରପାହାଡ ୟୁଟ୍ୟୁବ୍ ଚ୍ୟାନେଲ୍ ଟିରେ ସମସାମୟିକ ମୌଳିକ ନିବନ୍ଧ ମାନଙ୍କର ଉପସ୍ଥାପନା ଯାହା ଲୋକପ୍ରିୟ 

3.     3. Chemistry ganga

ରସାୟନ ବିଜ୍ଞାନରେ ବିଷେଶ ଆଗ୍ରହ ଓ ପିଲାମାନଙ୍କୁ ରସାୟନ ବିଜ୍ଞାନରେ ଜ୍ଞାନ ପ୍ରଦାନ ପାଇଁ ଆଗ୍ରହ ଥିବାରୁ ୟୁଟ୍ୟୁବ୍ ଚ୍ୟାନେଲ୍ କେମେସ୍ଟ୍ରି ଗଙ୍ଗାର ଅୟମାରମ୍ଭ ।

ପରିବାର-

୧୯୮୮ ମସିହା ଅକ୍ଟୋବର ମାସ ୨୮ ତାରୀଖରେ ବାପା ଚାଲିଯିବା ପରଠାରୁ ନିଜ ମା’, ପତ୍ନୀ, ଏକ ମାତ୍ର ପୁତ୍ର, ସାନ ଭାଇ, ବୋହୁ ଏବଂ ଏକ ମାତ୍ର ପୁତୁରାକୁ ନେଇ ବର୍ତ୍ତମାନର ସଂସାର । ତିନି ଭଉଣୀ ସେମାନଙ୍କ ସଂସାରରେ ବ୍ୟସ୍ତ ।

ଯୋଗାଯୋଗ ଠିକଣା

ଈଶ୍ୱରଚନ୍ଦ୍ର ନାୟକ
ଗ୍ରାମ-ବାଙ୍ଗୁଋଷ ପାଟଣା, ପୋ-ଭାଣପୁର, ଭାୟା-ରେଞ୍ଚ, ଥାନା-ବଳଙ୍ଗା, ଜିଲ୍ଲା-ପୁରୀ, ପିନ୍‌-୭୫୨୧୧୪
ଇମେଲ୍‌- iswarchandraworld@gmail.com

ନିଜସ୍ୱ ବ୍ଲଗ୍‌-

https://iswarchandraworld.blogspot.com/

His Books

So far eighteen books have come out of his pen out of which three are internationally published and others are nationally comprise of Engineering, Academic, Traditional Knowledge and Literature based books.



His  traditional knowledge  book "Rangani" , the crafts and culture of his community, published by National publishing company "Notion Press, Chennai" in the year January-2022

His  traditional knowledge  book "Designing of woven textiles of Panipat, India" published by National publishing company "Notion Press, Chennai" in the year  January-2022

His first Textile Engineering Acadermic book published by R. R. Senapati and printed at Ananta Balia Press, Nimapara, Puri in November-2005


His first book based on traditional knowledge of India "Weaving Technique of a traditional door screen of India" published by international publishing company "Lambert Academic Publishing, Germany in the year 2012



His second Textile Engineering Academic book "Construction of Woven Textile Designs" published by international publishing company "Lambert Academic Publishing, Germany in the year 2012

His first book based on traditional knowledge of India "Designing of Jacquard woven textiles of Panipat, India" published by international publishing company "Lambert Academic Publishing, Germany in the year 2014



His first Novel in Odia Literature "PAAPA" published by National publishing House "Paschima Publications, Bhubaneswar, Odiasha, India in the year 2014


His first translated Novel in English Language of his own Odia Novel "PAAPA" in the name of  "THE SIN" published by National publishing House "Paschima Publications, Bhubaneswar, Odiasha, India in the year 2015

 

 His second Novel in Odia Literature "GHRUNA" published by National publishing House "Paschima Publications, Bhubaneswar, Odiasha, India in the year 2016


His third Novel in Odia Literature "PRAHELIKA" based on contemporary issues in Engineering education published by National publishing House "Paschima Publications, Bhubaneswar, Odiasha, India in the year 2016


His second translated Novel in Odia Language of the book "Effective Parenting" of Ramendra Kumar in the name of  "PILANKA PHALAPRADA LALANA PALAN" published by National publishing House "Paschima Publications, Bhubaneswar, Odiasha, India in the year 2016


His fourth Novel in Odia Literature "DAHRAJATRA" based on the Theosophical, Scientific and Philosophy of a women during pregnancy published by National publishing House "Pakshighar Prakasani, Bhubaneswar, Odiasha, India in the year 2017

His first contemporary issue based on the old age life book "ENJOY YOUR OLD AGE" and most debated book published by National publishing House "Notion Press, Chennai India in the year 2019


His first poetry book based on the philosophy of life and dedicated to MAHAPRABHU Lord JAGANNATH entitled KAALIA SAANTA published by Dura Pahada Publications, Bangurush Patna, Bhanapur, Puri on 2021



His  Textile Engineering Academic book "Weaves in Textiles" published by National publishing company "Notion Press, Chennai" in the year 2021


His  Chemistry Academic book "Tricks to Solve Numerical problems in Chemistry, Vol-I" published by National publishing company "Notion Press, Chennai" in the year 2021


His  Chemistry Academic book "Tricks to Solve Numerical problems in Chemistry, Vol-II" published by National publishing company "Notion Press, Chennai" in the year 2021

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS