search in www.iswarchandraworld.blogspot.com

Saturday 1 May 2021

‘ହୃଦୟରଚିଠି’ଏବେ ସ୍ମୃତିର ଗର୍ଭରେ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ହୃଦୟରଚିଠିଏବେ ସ୍ମୃତିର ଗର୍ଭରେ

   ପ୍ରେମର ପରିଣାମରେ ପ୍ରତାରିତ ଅବା ପ୍ରକୃତିସ୍ଥ ହେବାରେ ପ୍ରାରମ୍ଭରୁ ପ୍ରଳୟ ଯାଏଁ ସବୁବେଳେ ଥାଏ ଚିଠି ଦରଭଙ୍ଗା ହୃଦୟର ଦରଦ ବାଣ୍ଟିବାରେ ଦରଦୀବନ୍ଧୁ ଚିଠି ଗଣ୍ଠି ଛିଡିଥିବା ସମ୍ପର୍କକୁ ଗଣ୍ଠି ପକେଇବାରେ ମଧ୍ୟସ୍ଥି ଚିଠି   କେତେଜେ ଚରିତ୍ରରେ କେତେବେଳେ ଦାଗ ଲଗେଇଛି ଚିଠି କେତେବେଳେ ଚରିତ୍ରରୁ ଦାଗ ଧୋଇଦେଇଛି ଚିଠି ହେଲେ ସତେଯେପରି ଆଜିର ବିଜ୍ଞାନର ବୈଭବ ହୃଦୟଭରା ଚିଠିର ବଇରି ହୋଇଗଲାଣି ତାକୁ ସମାଜରୁ ଦରକିନାରା କରିବାକୁ ବସିଲାଣି   ବିଶ୍ୱରେ  ସର୍ବ  ପ୍ରଥମେ  କିଏ କାହାକୁ  କେଉଁ ଉଦେଶ୍ୟରେ ଚିଠିଟିଏ ଲେଖି ପଠାଇଥିଲା ତା କୋଣସି ସଠିକ୍ ପ୍ରମାଣ ବୋଧହୁଏ  ଇତିହାସରୁ  ମିଳେନାହିଁ ତଥାପି ବହୁ ପୁରାତନ ଐତିହାସିକ ହେଲାନିଙ୍କର ଲିପିବଧ ତଥ୍ୟ ଅନୁଯାୟୀ ପାର୍ସୀର  ରାଣୀ ଆଟୋସାଙ୍କର ଚିଠିଟି  ପ୍ରଥମ ବୋଲି ଧରାଯାଏ ଯାହା ପ୍ରାୟ ଖୀଷ୍ଟପୂର୍ବ ୫୦୦୦ ରେ ଲେଖାଯାଇଥିଲା   ଚିଠିଟିଏ କେବଳ କୋଣସି ଖବର  ଅବା ଘଟଣାକୁ  ଜଣକ ପାଖରୁ  ଅନ୍ୟଜଣକ ପାଖକୁ ପହଞ୍ଚାଇବା ମାଧ୍ୟମ ହୋଇରହି ନଥିଲା ବରଂ ଏହା ମନୁଷ୍ୟ  ହୃଦୟର ଭାବକୁ ଅନ୍ୟକୁ ବିତରଣ କରିବାରେ  ମୂଖ୍ୟ ଭୂମିକା ଗ୍ରହଣ  କରିଥିଲା ଅଧୁନା ହାତଲେଖା ଚିଠି ସରକାରୀ, ବେସରକାରୀ କଳର ଯନ୍ତ୍ର ଲେଖା ଚିଠିରେ ପରିଣତ ହୋଇ  ଅନିବାର୍ଯ୍ୟରେ  ଖବର  ଆଦାନ ପ୍ରଦାନ  ପାଇଁ  ବ୍ୟବହାର ହେଉଛି  ସତ  ହେଲେ ଜଣାପଡୁଛି   ସତେ ଯେମିତି  ଏହାର ପରମାୟୁ ଆଉ ବହୁତ କମ୍ ଦିନ ରହିଲା ଆଜିର ଇଣ୍ଟରନେଟ୍   ମୋବାଇଲ୍   ଆସର ମନ, ହୃଦୟ ଆତ୍ମାର ଭାବ ବହନ କରୁଥିବା   ହାତଲେଖା  ଚିଠିକୁ ସ୍ମତିର ଗର୍ଭରେ ନେଇ  ସମ୍ପୂର୍ଣ ଡୁବେଇ ସାରିଲାଣି

   ଇତିହାସ  ରାଜସାକ୍ଷୀ ସିନା ହେଲେ ହିସାବ ରଖିନି  ହୃଦୟର ଆବେଗ ଭରା ହାତଲେଖା ଚିଠି କେତେଯେ ହୃଦୟକୁ ଭାଙ୍ଗିଛି କେତେଯେ ହୃଦୟକୁ ଯୋଡିଛି ଇତିହାସରେ ଏପରି ଚିଠିର ଉଦାହରଣ ଅନେକ ଦୁର୍ଦ୍ଦଷ ଶାସକ ନେପୋଲିୟନ୍ ବୋନାପାଟ୍ ତାଙ୍କ ଜୀବନ କାଳରେ ମୋଟ୍ ୭୫୦୦ଟି ଚିଠି ଲେଖିଥିଲେ     ଆଉ  ସେମାନଙ୍କ ମଧ୍ୟରୁ ଅନେକ ତାଙ୍କ ପତ୍ନୀଙ୍କ ପାଖକୁ ତାଙ୍କ ବିବାହର ପୂର୍ବରୁ   ପରେ   ଲେଖିଥିଲେ   ତାଙ୍କ ବିବାହର ଅବ୍ୟବହିତ  ପୂର୍ବରୁ  ୧୭୯୬  ମସିହାରେ  ସେଏକ ପ୍ରେମପତ୍ର ତାଙ୍କ ଭାବିପତ୍ନୀଙ୍କୁ ଲେଖିôଥିଲେ, ଯାହାଥିଲା ଏକ  ଦୁର୍ଦ୍ଦଷ ଶାସକର  ହୃଦୟରେ ଥିବା  ପ୍ରୀତି ଆବେଗଭରା ଚିଠି   ସେହିପରି ଯୁକ୍ତରାଜ୍ୟ ଆମେରିକାର  ଅଠେଇଶ ତମ ରାଷ୍ଟ୍ରପତି  ଉଡ୍ରୋା  ଉଇଲସନ୍ଙ୍କର  ପ୍ରଥମ ପତ୍ନୀ ଆଲେନ ଲୁଇସ୍ଙ୍କର ହ୍ୱାଇଟିହାଉସ୍  ରେ ଦେହାନ୍ତ ପରେ  ୱାସିଂଟନ୍ ଏକ ବିଧବାଙ୍କ ପ୍ରେମରେ  ପଡିଯାଇଥିଲେ ଏବଂ ତାଙ୍କୁ ଲେଖିଥିଲେ  ଅନେକ ପ୍ରେମ ଚିଠି  ଯାହାକି ତାଙ୍କ ସର୍ମ୍ପକକୁ ନିବିଡ କରିଦେଇଥିଲା ଇତିହାସ ପ୍ରସିଧ୍ୟ  ଯାଦୁର ସଂଗୀତର ସ୍ରଷ୍ଟା  ଲଡ୍ଉଇଗ ଭ୍ୟାନ୍ ବିଥଓଭେନ୍ଙ୍କର ୫୩ ବର୍ଷରେ ଦେହାନ୍ତ ପରେ  ତାଙ୍କପାଖରୁ ଏକ ପ୍ରେମ ପତ୍ର ମିଳିଥିଲା ଯେଉଁଥେô ପ୍ରେମିକର ନାମ ପରିବର୍ତ୍ତେ ଲେଖାଥିଲା  ଇମୋର୍ଟାଲ୍ ବିଲଭଡ୍‌”  ଆଉ  ଯେଉଁ ପ୍ରେମ ପତ୍ରର ପ୍ରତ୍ୟେକ ଶଦ୍ଦ ଏବେ ମଧ୍ୟ ନୂତନପିଢୀ ପ୍ରେମ ପତ୍ର ରେ ପ୍ରେମ ନିବେଦନ ପାଇଁ ବ୍ୟବହାର ହେଉଛି ଖାଲି ସେତିକିନୂହେଁ ଏହି ଚିଠିିମାଧ୍ୟମରେ  ଭାରତର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁର ତାଙ୍କର କନ୍ୟା ଇନ୍ଦୀରା ଗାନ୍ଧିଙ୍କୁ  ଯେତେବେଳେ ୧୦ ବର୍ଷ ହୋଇଥିଲା ତାଙ୍କୁ ପ୍ରାୟ ୩୦ଖଣ୍ଡ  ଚିଠି ମାଧ୍ୟମରେ ପ୍ରାକୃତିକ ଇତିହାସ ସଭ୍ୟତାର ଗଳ୍ପ ଶିକ୍ଷା ଦିଆଯଇଥିଲା ଏଇଠୁ ବୁଝାପଡେ ଏଇ ବିଷୟ ସମ୍ବଳିତ ଅନେକ ବହି ସେ ତାଙ୍କ କନ୍ୟା ନିକଟକୁ ପଠାଇପରିଥାନ୍ତେ ମାତ୍ର  ଚିଠିରେ କାହିଁ ଲେଖୁଥିଲେ  ତାର କାରଣ ଚିଠି ହୃଦୟର ବାର୍ତ୍ତା ବହନ କରେ ଯାହା ଅନ୍ୟର ହୃଦୟରେ ନିଶ୍ଚିନ୍ତରୂପେ ପ୍ରଭାବିତ କରେ ଏବଂ କରିଥିଲା ମଧ୍ୟ

  ଯୁଧ୍ୟରତ କ୍ୟାମ୍ପରୁ ଘରେ ଥିବା  ପତ୍ନୀଟି କେତେଯେ ବ୍ୟାକୁଳଭରା ନୟନରେ ଅପେକ୍ଷା କରିଥାଏ   ଯୁଧ୍ୟରତ ସୈନିକ ସ୍ୱାମୀର ଭଲମନ୍ଦ ବିଜୟର ବାର୍ତ୍ତାନେଇ ଆସିବାକୁଥିବା ସେନାଛାଉଣୀରୁ ଚିଠିଟିଏ ପାଇଁ ଡାକ ବାଲାରତୁମର ଆଜିଚିଠିନାହିଁ ପଦରେ କେତେଟୋପା ଲୁହଯେ ଆଖିକୋଣରୁ ବୋହି ପଡିଛି ସେଇ ଚିଠିପାଇଁ ତାହା କେବଳ ସେହି ମୁହୁର୍ତ୍ତ ହିଁ  କହିପାରିବ ପ୍ରେମରେ  ସବୁକଥା କହିହୁଏନି   ବାଟଜଗି ସବୁବେଳେ ବସିଥାନ୍ତି ,ଭୟ, ଲଜ୍ଜା ଦ୍ୱନ୍ଦ ହେଲେ ଚିଠିଟିରେସବୁକିଛି ଲେଖିହୁଏ ପ୍ରିୟାପାଖକୁ ଅଭିମାନି ପ୍ରେମିକର  ସ୍ୱାଭିମାନୀ  ପ୍ରେମିକକୁା ହେଉ  କିମ୍ବା ସ୍ୱାଭିମାନୀ  ପ୍ରେମିକାର ଅଭିମାନି ପ୍ରେମିକକୁ ହେଉ ଆସିଥିବା ଚିଠିଟିକୁ ନିବୁଜ କୋଠରି ଭିତରେ ହେଉ  କିମ୍ବା ଗାଧୁଆଘର କୋଠରି ଭିତରେ  ହେଉ  ଦୁଇତିନିଥର  ପଢିସାରି ଚିଠିଟିକୁ  ବାରମ୍ବାର ଚୁମ୍ବନ ଦେଇ ଛାତିରେ ଜାବୁଡି ଧରିବାଟା ଆଜିରଏ ମୋବାଇଲ୍ ଇଣ୍ଟରନେଟ୍ ମେସେଜ୍ ସତେ ଯେମିତି ସେ ସବୁକିଛି ଛଡାଇ ନେଲାଣି   ଇତିହାସରେ ଏପରି କାଳଜୟୀ  ପ୍ରେମଚିଠିର  ଉଦାହରଣ ଅନେକ୍ ଦୂରରାଇଜରେ ଯଦି ପୁଅଟିଏ ରହି ପଢୁଥାଏ ତେବେ ପୁଅର ଚିଠିଟିଏ ହିଁ ବାପାମଆଙ୍କର ସର୍ବସ୍ୱ ଥିଲା   ଚାତକ ମେଘକୁ ଚାହିଁ ରହିଲାଭଳି ପିତାମାତା ଅନେଇ ରହିଥାନ୍ତି କେଉଁଦିନ ଡାକବାଲାଟି ପୁଅଠୁ ଆସିଥିବା ଚିଠିଟିଏ ତାଙ୍କହାତକୁ ବଢେଇବ ପ୍ରତିକ୍ଷାର ଯନ୍ତଣାର ଲାଘବ କେବଳ ସେଇ ଚିଠିରେ ହିଁ  ଥିଲା ଅଶୀଦଶକର ଚଳଚିତ୍ର ଅଭିନେତା ସଞୟଦତ୍ତଙ୍କ ଅଭିନୀତ ସୁପରହିଟି୍ ଚଳଚିତ୍ରନାମ୍‌” ରେ ଗାୟକ ପଙ୍କଜଉଦ୍ଦାସ୍ ଗାଇଥିବାଚିଠିଆଇହେ ଚିଠିଆଇହେଗୀତଟି ପ୍ରାୟ ସମସ୍ତଦର୍ଶକଙ୍କୁ କିଛିକ୍ଷଣପାଇଁ ବିସ୍ମରଣୀୟ  କରିପକାଏ ଗୀତଟିରେ ଖଣ୍ଡେ ଚିଠିର ମାର୍ମିକତାକୁ କେହି ଅଣଦେଖା କେବେମଧ୍ୟ  କରିପାରିବନାହିଁ ହେଲେ ଆଜିର ସମୟରେ  ଅନ୍ତର୍ଦ୍ଦେଶୀ ପତ୍ର, ପୋଷ୍ଟକାର୍ଡ ଲିଫାଫାରେ ଭର୍ତ୍ତୀହୋଇ ଆସିଥିବା ଚିଠି ପୁରାପୁରି ପ୍ରାୟତଃ ଲୁଚିବାକୁ ବସିଲାଣି ଲାଗୁଛି ଇତିହାସର ସେହି କେତେଖଣ୍ଡ ପ୍ରସିଦ୍ଧ ହୃଦୟର ହାତଲେଖା ଚିଠିକୁ ଛାଡିଦେଲେ ଆଉ ନୂତନ  ହୃଦୟର ଚିଠିର  ସମ୍ବାବନା ହିଁ ନାହିଁ

  ହାତଲେଖା ଚିଠିର ଆଉ ନାଁ ଗନ୍ଧ ନାହିଁ ସବୁ ହାତଲେଖା ଏବେ ଯନ୍ତ୍ରଲେଖା ମେସେଜ୍ -ମେଲ୍ରେ  ପରିଣତ ହୋଇଗଲାଣି ଯାହା ହୃଦୟର ଭାବକୁ ସେମିତି ଆବେଗଭରା ଶୈଳୀରେ ଅଭିବ୍ୟକ୍ତ କରିପାରୁଥିôଲେ ମଧ୍ୟ ପଢିବା ସମୟରେ ସେ ଆବେଗ ମନରେ ଆଉ ଆସୁନାହିଁ

 

******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS