ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୨୦)
ପ୍ରଶାନ୍ତ
ବାବୁ ଖୁବ୍ ଖୁସି । ସାଂସାରିକ ଜୀବନର
ସମସ୍ତ କର୍ମକୁ ସେ ତୁଲାଇ ସାରିଛନ୍ତି
। ମନରେ ଆଉ କୌଣସି ବିଷାଦ
ନାହିଁ । ମଙ୍ଗଳମୟ ମଧ୍ୟ
ତାଙ୍କୁ ଜୀବନରେ କୌଣସି ଖୁସିରେ ଉଣା କରିନାହାନ୍ତି । ନିଜେ ଥିଲେ
ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଉଚ୍ଚପଦସ୍ତ କର୍ମଚାରୀ । ସ୍ତ୍ରୀ ଜଣେ
ଶାନ୍ତ ସରଳ ଗୃହୀଣୀ । ବାପା ବୋଉବି
ତାଙ୍କୁ ଛାଡିଯିବାର ଆଜକୁ ପ୍ରାୟ ଦଶ ବର୍ଷ ହୋଇଗଲାଣି
। ପୁଅକୁ ଝିଅକୁ ଇଞ୍ଜିନିୟର ପାଠ ପଢାଇ ସାରିବା ପରେ ଝିଅ ବାହାଘର । ଚାରିବର୍ଷ ହେଲା
ଝିଅ ଜ୍ୱାଇଁ ବାଙ୍ଗାଲୋରରେ ଘରଦ୍ୱାର କିଣି ନିଜର ଗୋଟିଏ ଝିଅ ସହିତ ଖୁବ୍ ଖୁସିରେ ଅଛନ୍ତି । ଏଇ ଦେଢ
ବର୍ଷତଳେ ପୁଅ ବିବାହର କରିଛନ୍ତି ହେଲେ ପୁଅ ଭଲପାଉଥିବା ଗୋଟିଏ ଉତ୍ତରପ୍ରଦେଶଝିଅ ସହିତ । ଉଭୟେ ଭୂବନେଶ୍ୱରର
ଦୁଇଟି ଅଲଗା ଅଲଗା କମ୍ପାନୀରେ କାର୍ଯ୍ୟରତ । ପୁଅ ମେକାନିକାଲ
ଇଞ୍ଜିନିୟରିଂରେ ବିଟେକ୍ ଓ ଏମ୍.ବି.ଏ ତେଣୁ ଗୋଟିଏ
ଇଞ୍ଜିନିୟରିଂ ଓ କନସ୍ଟ୍ରକ୍ସନ କମ୍ପାନୀରେ
ପ୍ରୋଜେକ୍ଟ ଡାଇରେକ୍ଟର ଓ ବୋହୁ ଅନ୍ୟ
ଏକ କମ୍ପାନୀରେ ସିଷ୍ଟମ୍ ଇଞ୍ଜିନିୟର । ଟଙ୍କା ପଇସାର ଅଭାବ ଆଦୌ ନାହିଁ । ଭୂବନେଶ୍ୱର ଓଲ୍ଡଟାଉନ୍ରେ ଏକ କଲୋନୀରେ
ଗୋଟିଏ ସୁନ୍ଦର ଘର କରିଛନ୍ତି ।
ପ୍ରଶାନ୍ତବାବୁଙ୍କ ବର୍ତ୍ତମାନର ନିତିଦିନିଆ କାମ ହେଉଛି ନିଜ ଘର ବାଲକୋନିରେ ବସି
ଖବର କାଗଜ ଓ ବହି ପଢାପଢି
ସହିତ ଭୂବନେଶ୍ୱରର ପରିବେଶ ସହିତ ନିଜ ଜୀବନକୁ ଉପଭୋଗ କରିବା । ଆଉ ଘରେ
ଧର୍ମ ପରାୟଣୀ ପତ୍ନୀ ଦିନତମାମ ଧାର୍ମୀକ ପୁସ୍ତକ ପଢାଠାରୁ ଆରମ୍ଭ କରି ଘରେ ପୂଜା ପାଉଥିବା ଦିଅଁ ଦେବତାଙ୍କ ପାଖରେ ବିଭିନ୍ନ ରିତୀ ନିତି କରିବାରେ ଖୁବ୍ ଆନନ୍ଦ ପାଆନ୍ତି । ଘରେ ପୁଅ
ଚାକର ଚାକରାଣୀ ଖଞ୍ଜି ଦେଇଛି ରୋଷେଇ ବାସ କରିବା ପାଇଁ । ଘରେ ଦୁଇଟି
କାର୍ । ସେଥିରୁ ପୁରୁଣା
ମାରୁତି କାର୍ଟି ପ୍ରଶାନ୍ତ ବାବୁଙ୍କର
। ଅନ୍ୟ ନୂଆ ମାରୁତୀ ସେଲେରିଓ କାର୍ଟି ପୁଅ ବୋହୁଙ୍କର
।
ପୁଅ
ବୋହୁ ପ୍ରଥମେ ପ୍ରଥମେ ବିବାହର ଛଅମାସ ପର୍ଯ୍ୟନ୍ତ କାର୍ରେ ସାଙ୍ଗ ହୋଇ
ଯାଉଥିଲେ ମାତ୍ର ପରେ ନିଜ ନିଜର ଅଫିସ୍ କାମରେ ସମୟ ବ୍ୟବଧାନ ଅଲଗା ହେବାରୁ ବୋହୁ ନୂଆ କାର୍ଟି ଓ ପୁଅ
ପୁରୁଣା କାର୍ଟି ନେଇକରି ଯାଉଛି
। ନାତି ନାତୁଣୀର କିଛି ଆଭାସ୍ବି ନଥାଏ ।
ସେତେବେଳକୁ ପୁଅର ବିବାହ ଆସି ଦେଢବର୍ଷ ବିତି ସାରିଥାଏ । ହଠାତ୍ ପ୍ରଶାନ୍ତବାବୁ
ଗୋଟିଏ ଘଟଣା ଦେଖି ଖୁବ୍ ବିବ୍ରତ ହୋଇ ପଡନ୍ତି । ପ୍ରାୟ ପ୍ରତିଦିନ
ତାଙ୍କ ବୋହୁ ଅଫି୍ସରୁ ଫେରିବା ବେଳକୁ ତା’ ଗାଡିରେ ଆଉ ଜଣେ ପୁରୁଷ
ବସିକରି ଆସୁଥାଏ । ଗାଡିରୁ ଓହ୍ଲାଇଲାବେଳେ
ଦୁଇଜଣଙ୍କର ଖୁବ୍ ଥଟା ତାମସା ସତେଯେପରି ଦୁଇଜଣଙ୍କର ଅତରଙ୍ଗତା ଖୁବ୍ ଅଧିକ । ଏପରି ଦେଖି
ପ୍ରଶାନ୍ତବାବୁଙ୍କୁ ବେଳେବେଳେ
ମାନସିକ ଅଘାତ ଲାଗେ । ପୁଅ ପ୍ରତିଦିନ
ଅଫିସ ଫେରିବା ବେଳକୁ କେଉଁ ଦିନ ରାତି ଆଠଟା ତ କେଉଁଦିନ ଦଶଟା
ତାହା ଠିକ୍ ନଥାଏ । ଘର ଭିତରେ
କିନ୍ତୁ ପୁଅ ବୋହୁଙ୍କର ସମ୍ପର୍କ ଖୁବ୍ ଭଲ । ସେଥିରେ
ବି ସେମିତି ମନମାଳିନ୍ୟ ଅବା ସ୍ନେହପ୍ରିତୀରେ କମି କିଛି ବି ନଥାଏ ।
ମାତ୍ର ଚାରିତ୍ରିକ ଦୃଷ୍ଟିକୋଣରୁ ସଂଯମୀ ପ୍ରଶାନ୍ତବାବୁଙ୍କୁ ଏଭଳି ଆଚରଣ ଖୁବ୍ ବ୍ୟଥିତକରୁଥାଏ । ନିଜ
ପତ୍ନୀଙ୍କ ମାଧ୍ୟମରେ ଏକଥା ବି ପୁଅକୁ ଖୋଲିକରି
କହିଦେବାକୁ ସେ ଉଚିତ୍ ମନେ
କରନ୍ତିନି । ଦିନେ ପତ୍ନୀଙ୍କ
ମାଧ୍ୟମରେ ବୋହୁକୁ ନାତିନାତୁଣୀର ବ୍ୟବସ୍ଥା କଥା ପଚାରନ୍ତି । ବୋହୁ ହସିଦେଇ
ତାଙ୍କ ପତ୍ନୀଙ୍କୁ କହେ ହଁ ମା’ ସମୟ
ଆସିଲେ ହେବନି ।
କିନ୍ତୁ
ତାଙ୍କ ବୋହୁର ସେ ପୁରୁଷ ବନ୍ଧୁ
ସହିତ ଯା ଆସ ଓ
ମିଳାମିଶା ସେମିତି ଥିବାର ଦେଖି ପ୍ରଶାନ୍ତବାବୁ ମନେ ମନେ ଭାବି ବସନ୍ତି ଛି..ଛି..ଛି....ଏ କି ଯୁଗ
ହେଲା । ଏଭଳି ଅବିବେକି
ଚରିତ୍ର । ଦିନ ଥିଲା
ଆମ ବେଳେ ବିବାହିତ ବୋହୁର ବର୍ଷେ ପର୍ଯ୍ୟନ୍ତ କେହି ମୁହଁ ଦେଖି ପାରୁନଥିଲେ । ତାଙ୍କ ପତ୍ନୀ
ବର୍ଷେ ଯାଏଁ ମୁଣ୍ଡରୁ ଓଢଣୀ କାଢି ନଥିଲେ । ବାହାର ପୁରୁଷଙ୍କ
କଥା ଛାଡନ୍ତୁ । ଘର ଭିତରଟାରେ
ବୋହୁ ପରା ଦେଢସୁରଙ୍କୁ ନିଜର ମୁହଁ ଦେଖେଇବା ପାପ ବୋଲି ବିବେଚନା କରାଯାଉଥିଲା । କେତେ ସଂଜତତା
ସେବେଳେ । ବୋହୁର ମର୍ଯ୍ୟାଦା
ତା’ର ଲଜ୍ଜାବୋଧ ଓ
ଚିରାଚରିତ ସାମାଜିକ ପ୍ରଥା ଭିତରେ ହିଁ ସମାଜ ଖୋଜୁଥିଲା । ହେଲେ ଚାହୁଁ
ଚାହୁଁ ଏହି ଦୁଇ ଦଶନ୍ଧି ଭିତରେ ସବୁ ବଦଳି ଗଲାଣି । ବିବାହରରେ ବୋହୁର
ମୁହଁ ଦେଖେଇ ଉପହାର ଆଦାୟ ହେଲାଣି । ଘରେ ବଡଗୁରୁଜନଙ୍କ
ସାମନାରେ ନୂଆ ବୋହୁର ଓଢଣୀ ଭିତରେ ମାନ୍ୟ ସବୁ କୁଆଡେ ଉଭେଇଗଲାଣି । ଏମିତି ଭାବୁ
ଭାବୁ ବିରକ୍ତହୋଇ ଭାବି ବସନ୍ତି ଆଜି ପୁଅ ଆସିଲେ ଏକୁଟିଆ ବେଳେ ତାଙ୍କ ବୋହୁର ଏଭଳି ଆଚରଣ କଥା ପଚାରିବେ । ସତକୁ
ସତ ସେଦିନ ପୁଅକୁ ଏକୁଟିଆ ଅବସ୍ଥାରେ ତାଙ୍କ ବୋହୁର ସେ କଥା ପଚାରିଲା
ବେଳକୁ ପୁଅ ଉତ୍ତର ଦିଏ ବାପା ତୁମ ଜମାନା ଆଉ ନାହିଁ ।
ତୁମେ ଜାଣିନ ବୋଧେ ଭାରତର ମାନ୍ୟବର ଉଚ୍ଚତ୍ତମ ନ୍ୟାୟଳୟ ରାୟରେ କହିଛନ୍ତି ପର
ପୁରୁଷ ସହିତ କୌଣସି ବିବାହିତା ସ୍ତ୍ରୀର ସହମତି ଭିତ୍ତିକ ସମ୍ପର୍କ ଆଇନତଃ ସିଦ୍ଧ । ସେଠି କେହି
କିଛି କହି ପାରିବେ ନାହିଁ । ତେଣୁ ତୁମେ
ସେଥିରେ କାଇଁ ଏତେ ବ୍ୟସ୍ତ ହେଉଛ । ସେତ ମୋ
ସହିତ ମୋ ପତ୍ନୀ ହିସାବରେ
ଅଛି ନା ତାହା ସବୁଠୁ
ବଡ । ମୁଁ ଚାହିଁଲେ
ବି ତାରି ଭଳି ଆଚରଣ କରିପାରେ । ଏ ଉତ୍ତର
ଶୁଣି ପ୍ରଶାନ୍ତ ବାବୁ ପୁରାପୁରି ସ୍ତବ୍ଧ । ଆରେ ଆଜିର
ପିଢୀତ ଏହାକୁ ଆଦରେ ଗ୍ରହଣ କରି ସାରିଲେଣି । ମାତ୍ର ମୁଁ
କାହିଁ ଗ୍ରହଣ କରିପାରୁନି । ନା ନା
ମୁଁ ଖୁବ୍ ମରହଟ୍ଟୀ, ପଛୁଆ ହୋଇ ରହି ଯାଇଛି ବୋଧେ । ହେଲେ ଏ
ଅବସର ବୟସରେ ନିଜକୁ ଆଉ କ’ଣ
ବଦଳେଇ ହେବ । ଏମିତି ଭାବୁ
ଭାବୁ ବିଷାଦଗ୍ରସ୍ତ ମନରେ ବୁଝି ପାରୁନଥାନ୍ତି ସତରେ କିଏ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment