ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୮)
ଜେଜେ
ଯାଇଁଲ, କୁନାଭାଇନା କାଲି ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବେ । ତେଣୁ କାଲି
ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ । ଜେଜେ କୁହନ୍ତି
ଆରେ ଶୋଭାଯାତ୍ରା କ’ଣ ହେବ
କିରେ? ଦଶପଚିଶି ଦଳୀୟ ଭାଇମାନଙ୍କୁ ନେଇକି ପ୍ରାର୍ଥୀପତ୍ର ଦାଖଲ କରିଦେଲେ କ’ଣ ହେବନି?
କାଳିଆ କହେ ତୁମେ ବୁଝିପାରୁନ ଜେଜେ । ତୁମ ସମୟ
ଭଳିଆ କ’ଣ କଥା
ଆଉ ଅଛି । ଯୁଗ ପୁରାପୁରି
ବଦଳି ଗଲାଣି । ଏବେ ପରା
ପ୍ରଚାର ସର୍ବସ୍ୱ ସଂସାର । ନିଜ ଡେଙ୍ଗୁରା
ନିଜେ ପିଟ ମନ୍ତ୍ରରେ ଦୁନିଆ ଚାଲିଛି । ଯିଏ ଯେତେ
ଜୋରରେ ନିଜ ଡେଙ୍ଗୁରା ପିଟି ପାରିଲା ଲୋକେ ତାଙ୍କୁ ସେତେ ନିରିକ୍ଷେଇ କରି ଦେଖୁଛନ୍ତି । ନିର୍ବାଚନ କଥା
ନା । ତେଣୁ ପ୍ରାର୍ଥୀପତ୍ର
ଦାଖଲ କଲା ବେଳକୁ ସାଙ୍ଗରେ ହଜାରେ ଖଣ୍ଡେ ଦଳୀୟ କର୍ମୀ ଗୋଟିଏ ବିଶାଳ ଶୋଭାଯାତ୍ରା କରି ଗଲେ ଲୋକମାନେ ପ୍ରଭାବିତ ହେବେ ଓ କାଳିଆ ଭାଇର
ଭୋଟ୍ ବଢିବ । କାଳିଆର ଏ
ଭିତିରିଆ କଥା ଶୁଣି ଜେଜେ ଆଉ ଟିକେ ଉତ୍କଣ୍ଠାର
ସହ ପଚାରନ୍ତି ଆରେ କାଳିଆ ଶୋଭାଯାତ୍ରାଟି କେମିତି ଯିବ ବା । କାଳିଆ
ଉତ୍ତର ଦିଏ ଜେଜେ ଦଳୀୟ କାର୍ଯ୍ୟାଳୟଠାରୁ ବାହାରି ନିର୍ବାଚନ ଅଧୀକାରିଙ୍କ କାର୍ଯ୍ୟାଳୟ ପର୍ଯର୍୍ୟନ୍ତ ପ୍ରାୟ ଦୁଇକିଲୋମିଟର ଯିବ । କୁନା ଭାଇ
ଗୋଟିଏ ଖୋଲା ଜିପ୍ରେ ବେକରେ ଗୁଡିଏ
ଫୁଲମାଳ ପକେଇ ଯୋଡହସ୍ତ ମୁଦ୍ରାରେ ଠିଆ ହୋଇ ରହିଥିବେ । ଜିପ୍ପଛରେ
ପାଖାପାଖି ହଜାରେ ପୁରୁଷ ଓ ନାରୀ, ପାଞ୍ଚଶହ
ମଟର ସାଇକେଲ୍ରେ କର୍ମୀମାନେ ଦଳୀୟ
ପତାକା ମାରି ଶ୍ଲୋଗାନ ଦେଇ ଚାଲିବେ । ଦେଖିବ ଶୋଭାଯାତ୍ରାଟି
ଅଞ୍ଚଳ ପ୍ରକମ୍ପିତ କରି ଚାଲିବ ।
ଏତିକି
କହି କାଳିଆ ସେ ଜାଗା ପରିତ୍ୟାଗ
କରେ ହେଲେ ଜେଜେ ସେଇଠି ବସିକି ହଜିଯାଆନ୍ତି ଆଜିର ସମାଜରେ ହେଉଥିବା ଶୋଭାଯାତ୍ରା, ବନ୍ଦପାଳନ, ଧର୍ମଘାଟ, ଆନ୍ଦୋଳନ ଆଦିର ଦୃଶ୍ୟରାଜିରେ । ଆଗ ଭଳି
ଆଉ ଜନତା ନାହାନ୍ତି ନା ନେତା ।
ଦିନ ଥିଲା ନେତାଙ୍କ ଡାକରାରେ ଲୋକମାନେ ଘରୁ କାମଧନ୍ଦା ଛାଡି ନେତାଙ୍କ ପଛରେ ଆନ୍ଦୋଳନ, ଧର୍ମଘଟ ଅବା ଶୋଭାଯାତ୍ରାରେ ସାମିଲ୍ ହୋଇ ଯାଉଥିଲେ । ମାତ୍ର ଆଜିର
ନାଗରିକମାନେ ନିଜ ସ୍ୱାର୍ଥପାଇଁ ଖୁବ୍ ସଚେତନ । ନିଜର ଦୈନିକ
ମଜୁରୀକୁ ହାତଛଡା କରି ମୋଫତରେ କେହି କୁଆଡେ ଯିବାକୁ ନାରାଜ । କାରଣ ଜନତା
ବି ବୁଝି ଗଲେଣି ଆଜିର ନେତାମାନଙ୍କ ଆହ୍ୱାନ ପଛରେ ସେମାନଙ୍କ ନିଜର ବଡ ସ୍ୱାର୍ଥଟିଏ ନିହିତ
। ତେଣୁ କିଏ ବା କାହିଁ ଏଭଳି
ପ୍ରାର୍ଥୀ ପତ୍ର ଦାଖଲ ଶୋଭାଯାତ୍ରା ହେଉ, ଦଳୀୟ ନେତା-ମନ୍ତ୍ରୀଙ୍କ ବଡ ବଡ ସଭାରେ
ଉଦ୍ବୋଧନ ହେଉ ଅବା ଦଳଦ୍ୱାରା ଡକରା ଦିଆ ଯାଇଥିବା ବନ୍ଦପାଳନକୁ ସଫଳ କରେଇବା ପାଇଁ ମାଗଣାଟାରେ ଯିବ? ତେଣୁ ଆଜିକାଲି ବିନା ଭଡାରେ ଜନସମାଗମ ଅସମ୍ଭବ । ତେଣୁ ନେତାଙ୍କ
ନିର୍ଦ୍ଦେଶ ମୁତାବକ କେଉଁ ଗାଁରୁ କେତେ ଲୋକ ଦରକାର ତାହାର ଚିଠା ଓ
ଏ ସବୁର ଆୟୋଜନ ପାଇଁ ଆବଶ୍ୟକ ଟଙ୍କା ଆସି ପହଞ୍ôଚଯାଏ ଗାଁଗଣ୍ଡାର ଦଳୀୟ କୁଜିନେତାଙ୍କ ପାଖରେ । କୁଜିନେତା ବି
ଭାରିଖୁସ୍ । ଗାଁରୁ ବଛା
ବଛା ବେରୋଜଗାରିଆ ଟୋକାମାନଙ୍କ ଗାଡିରେ ପେଟ୍ରୋଲ ଭରି ଢୋଲାଏ ଲେଖାଏଁ ମଦ ପେଇ ଖାଦ୍ୟ
ଖୋଇ ସାଙ୍ଗରେ ନେଇ ବାହାରନ୍ତି । ଆଉ ଗାଁର
ମହିଳା ଓ ଗରିବ ପୁରୁଷ
ଦିନ ମଜୁରିଆ ମାନଙ୍କ ପାଇଁ ତାଙ୍କର ଦୈନିକ ମଜୁରି, ଖାଦ୍ୟ ଓ ଯିବା ଆସିବା
ପାଇଁ ଗାଡି ବ୍ୟବସ୍ଥା କରିଦିଅନ୍ତି । ବାସ୍ ଏତିକିରେ
କଥା ଶେଷ । ଶୋଭାଯାତ୍ରା ଅବା
ଉଦ୍ବୋଧନ ଦିନ ସଭାକୁ ଗାଁ ଗାଁରୁ ବୁହାଚାଲନ୍ତି ସାଧାରଣ ଜନତା । ଆଉ ନିଜକୁ
ଚାଲାକ ଓ ଚତୁର ମଣୁଥିବା
ଆଗଧାଡିର କୁଜି ନେତାମାନେ ମଟର ସାଇକେଲ୍ରେ ଧୁମ୍ ପେଟ୍ରୋଲ
ପୋଡି ପରିବେଶ ଓ ଶଦ୍ଦ ପ୍ରଦୁଷଣ
ସହିତ ଆଗେଇ ଚାଲନ୍ତି ଶୋଭାଯାତ୍ରା ଓ ସଭା ସ୍ଥଳକୁ
। ସଭାସ୍ଥଳରେ ହୁଏ ବିଶାଳ ଜନସମାବେଶ । ତେଣୁ ଆଜିର
ଏ ଜନସମାବେଶର କାୟା ଟଙ୍କାଖର୍ଚ୍ଚର
ପରିମାଣ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଏତ ଗଲା
ଶୋଭାଯାତ୍ରା ଓ ଉଦ୍ବୋଧନ
ସଭା କଥା । ହେଲେ ବନ୍ଦ
ପାଳନ ଓ ଧର୍ମଘଟ ବେଳର
ପରିସ୍ଥିତି ଖୁବ୍ ଜଟିଳ । ସେଥିରେ ଆଉ
ଲୋଡା ପଡନ୍ତିନି ଏ ଗାଁ ଗହଳିର
ସାଧାରଣ ନିରୀହ ଜନତା । ସେଥିରେ ଆବଶ୍ୟକ
ଗୁଣ୍ଡାଳିଆ ଗଜା ଟୋକା । ବାସ୍ ପ୍ରତି
ଛକ ପାଇଁ ଆଠଦଶ ଜଣ ବଛା ବଛା
ଟୋକାକୁ ମଦ ମାଂସଦେଇ, କିଛି
ପକେଟ ଖର୍ଚ୍ଚ ଦେଇଦେଲେ କାମ ଖତମ୍ । ରାସ୍ତା ପୁରାପୁରି
ବନ୍ଦ । ରାସ୍ତାରେ ଟାୟର
ତ ନିଶ୍ଚୟ ଜଳିବ ପୁଣି ବିଶେଷ କଥା ତାଙ୍କ ଭୟରେ ଆଉ ସେ ରାସ୍ତା
ଦେଇ କେହି ଯାଇ ପାରିବେ ନାହିଁ କିମ୍ବା
ଦୋକାନ ବଜାର ଆଉ କେହି ଖୋଲି
ପାରିବେ ନାହିଁ । ଏମିତିକି ରୋଗୀ
ଓ ଗର୍ଭବତୀ ମହିଳାବି ସେ ରାସ୍ତା ଦେଇ
ଯାଇପାରିବେ ନାହିଁ । କି ବିଡମ୍ବନା
ଏ ସମାଜର?
ଏମିତି
ଭାବୁ ଭାବୁ ଜେଜେ ତାଙ୍କ ଯୁବାବସ୍ଥାର ସଭାସମିତି ଆନ୍ଦୋଳନ କଥାରେ ଟିକେ ହଜିଯାଆନ୍ତି । ସେ ସବୁ
ଥିଲା ଖୁବ୍ ନିଆରା । ସେବେଳର ନେତାଏ
ଥିଲେ ନିତିବାନ୍ । ନିଜ ସ୍ୱାର୍ଥ
ଅପେକ୍ଷା ସାମୁହିକ ସ୍ୱାର୍ଥ ଥିଲା ସେମାନଙ୍କ ଜୀବନ ଆଦର୍ଶ । ଏକ ମହତ
ଉଦ୍ଦେଶ୍ୟ ରଖି ଯେତେବେଳେ ସେମାନେ ଜନତାଙ୍କୁ ଆହ୍ୱାନ ଦେଉଥିଲେ ବିନା ଦ୍ୱିଧାରେ ସମସ୍ତେ ଘରୁ ଗୋଡକାଢି ବାହାରୁଥିଲେ । ପାଦରେ ଚାଲି
ଚାଲି ଯାଉଥିଲେ ନେତାଙ୍କ ସହ ପ୍ରତିବାଦର ସ୍ୱର
ନେଇ ଅନେକଦୂର । ମଦ ମାଂସର
ସ୍ଥାନ ହିଁ ନଥିଲା । ମଟର ଗାଡିରେ
ଏପରି ପେଟ୍ରୋଲ୍ ଡିଜେଲର ଅପବ୍ୟବହାର ଆଦ୍ୟୈ ନଥିଲା । ସଭାମାନଙ୍କୁ ଯେଉଁ
ମାନେ ଯାଉଥିଲେ ନେତାଙ୍କ ନିତି ଓ ବିଚାରରେ ପ୍ରଭାବିତ
ହୋଇ ସବୁକାମ ବନ୍ଦକରି ସ୍ୱଇଚ୍ଛାରେ ଯାଉଥିଲେ । ଆଉ ସବୁଠୁ
ବଡ କଥା ଏଭଳି ଆୟୋଜନରେ ଯୁବପିଢୀ ବିପଥ ଗାମୀ ହେବାର ସମ୍ଭାବନା ହିଁ ନଥିଲା । ଏମିତି ଭାବୁ
ଭାବୁ ସେ ବ୍ୟତିବ୍ୟସ୍ତ ହୋଇ
ପଡନ୍ତି ଆଉ ବୁଝି ପାରନ୍ତିନି
ସତରେ କହାକୁ ସେ ଭଲ ବୋଲି
କହି ପାରିବେ ଥିଲା ସେବେଳ ନା ଅଛି ଆଜିର
ଏବେଳ ।
******
No comments:
Post a Comment