ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୫)
ଅଙ୍ଗଦବାବୁ
ଖଟ ଉପରେ ବସି ବିଶ୍ରାମ ନେଉଥିବା ସମୟରେ ହଠାତ୍ କାନଟି ଲାଖେ ଧର୍ମପତ୍ନୀଙ୍କ ଫୋନ୍ ବାର୍ତ୍ତାଳପରେ । ପତ୍ନୀଙ୍କର ତାଙ୍କ
ପିଉସୀ ଝିଅ ଭଉଣୀକୁ ପ୍ରଶ୍ନ ଥାଏ ଆଲୋ ଅପା, ବୋହୁ ଖବର କ’ଣ? ସବୁ
ଭଲଟି । ସେପଟୁ କ’ଣ ଉତ୍ତର ଆସେ
କେଜାଣି ଘରଣୀ ଉତ୍ତର ଦିଅନ୍ତି ହଁଲୋ ରମା ଆମମାନଙ୍କ ବେଳର କଥା କ’ଣ ଆଉ
ଅଛି । ଏବର କଥା
ସମ୍ପୂର୍ଣ୍ଣ ଭିନ୍ନ । ପିଲାଙ୍କର ମନ
ଯେବେ ଚାହିଁବ ସେବେ ସେମାନେ ବାପାମା ହେବେ ନଚେତ୍ ନାହିଁ । ତେଣୁ ସେଥିରେ
ଭାବିବାର କିଛି ନାହିଁ । ନାତିନାତୁଣୀ ପାଇଁ
ଅପକ୍ଷୋ କରିବାକୁ ହିଁ ପଡିବ । ଚାଳିଶବର୍ଷ ତଳର
ଓଡିଆରେ ସ୍ନାତକତ୍ତ୍ୱର ଅଙ୍ଗଦବାବୁ କିନ୍ତୁ ଖୁବ୍ ଖୁସ୍ ମିଜାଜ୍ ବାଲା ଓ ସାହିତ୍ୟ ଅନୁରାଗୀ
। ପତ୍ନୀଙ୍କର ଏପରି ବାଣୀ ଶୁଣି ଟିକେ ମୁରୁକି ହସିଦେଇ ଭାବିବସନ୍ତି ସେ ଅନେକ ଉପନ୍ୟାସ,
କବିତା, ଗୀତ ଓ ପ୍ରବନ୍ଧରେ ପଢିଛନ୍ତି
ମାତୃତ୍ୱ ହିଁ ନାରୀ ଜୀବନର ସର୍ବଶ୍ରେଷ୍ଠ ଅଳଙ୍କାର । ପ୍ରତି ନାରୀର
ଅନ୍ତରାତ୍ମା ମାତୃତ୍ୱ ପାଇଁ ଆନ୍ଦୋଳିତ । ମାତୃତ୍ୱର ସାନ୍ନିଧ୍ୟ
ପାଇଁ ଗର୍ଭ କଷଣ ରୂପକ ମୃତୁବତ୍ ଯନ୍ତ୍ରଣାକୁ ସେ ସହର୍ଷ ଆଦରିନିଏ
। ସମ୍ପର୍କ ଭିତରେ ମା’-ପିଲାର ସମ୍ପର୍କ ସର୍ବୋତ୍କୃଷ୍ଟ । ମା’ ପରି
କେହି ହୋଇ ନାହିଁ କିମ୍ବା ହୋଇ ପାରିବ ନାହିଁ । ମା’ର
ମମତା ଅମୁଲମୁଲ । ମା’ର
ପରଷ ପାରିଜାତ ତୁଲ । ସର୍ବ ସ୍ୱଂହା
ସେ, ମାତ୍ର ସନ୍ତାନର ଭୋକ ଆଉ ଦୁଃଖକୁ କେବେ
ସହିପାରେନି । ସନ୍ତାନକୁ କୋଳରେଧରି
ସ୍ତନ୍ୟପାନ କରେଇବାରେ ତାକୁ ମିଳେ ଅସ୍ଫୁରନ୍ତ ଆନନ୍ଦ । ସନ୍ତାନର ଖୁସି
ପାଇଁ ସବୁ ଦୁଃଖକୁ ସେ ଖୁସିରେ ପିଇଯାଏ
। ସନ୍ତାନର ମଙ୍ଗଳ କାମନା ତା’ର ଭକ୍ତି
ନୈବେଦ୍ୟର ସର୍ବ ପ୍ରଥମ ନିବେଦନ । ତା’ପିଲା
ପେଟ ଖାଲି ହେଲେ ତା’ଛାତି ଫାଟି
ପଡେ । ତା’ସନ୍ତାନ
ତା’ପାଇଁ ଜଗତରେ ସବୁଠୁ ସୁନ୍ଦର । ତା’ଶରୀରରେ
ଲାଗିଥିବା ଦାଣ୍ଡର ଧୂଳି ତା’ପଣତକାନୀର ଚନ୍ଦନ
। ତା’ପିଲା ତା’କୋଳରେ ଥିଲେ ତା’ର ଆନନ୍ଦ
ଅକଳନୀୟ ଆଉ ସଂସାରରେ ନିଜକୁ
ମଣେ ସବୁଠାରୁ ଭାଗ୍ୟବତୀ ।
ମାତ୍ର
କେମିତି ଏ ସମୟ ରଙ୍ଗ
ବଦଳେଇଲା କେଜାଣି? ମାତୃତ୍ୱର ପରିଭାଷା ଓ ଅଭିବ୍ୟକ୍ତି ଆଜି
ସତେଯେମିତି ପରିବର୍ତ୍ତିତ । ବୈବାହୀକ ଜୀବନର
ଶାରିରୀକ ଉନ୍ମାଦନାକୁ ସ୍ୱାମୀ-ସ୍ତ୍ରୀ ଭରପୁର ଉପଭୋଗ କରିସାରିବା ପରେ ହିଁ ଉଭୟ ସ୍ଥିର କରୁଛନ୍ତି ମାତୃତ୍ୱ ଓ ପିତୃତ୍ୱର ସମୟ
। ଅନେକ ସ୍ଥଳେ ଏହା ସେମାନଙ୍କ ମନ ମୁତାବକ ସମ୍ଭବ
ହେଉଥିବା ବେଳେ କେତେକଙ୍କ କ୍ଷେତ୍ରରେ ତାହା ବ୍ୟତିକ୍ରମରେ ପରିଣତ ହେଉଛି । ମାତୃତ୍ୱ ଲାଭର
ଛଅମାସ ପରେ ପୁନଶ୍ଚ ନିଜ କର୍ମରେ ଯୋଗ ଦେବା ନାରୀକୁ କରୁଛି ବ୍ୟଥିତ । ତେଣେ ପିଲା
ମା’ର କୋଳରୁ ବଞ୍ôଚତ ଘରେ ଧାଇର
କୋଳ ବରଣ କରୁଛି ଅବା ଅନ୍ୟ କୋଳରେ ରହିବାକୁ ବାଧ୍ୟ ହେଉଛି । ତିନି ବର୍ଷର
ହେଲା ବେଳକୁ ପତି ପତ୍ନୀ ଦୁହେଁ ତାକୁ ନେଇ କେଉଁ ପ୍ଲେସ୍କୁଲରେ ଦାଖିଲା ଦେବା ଛଡା ତାଙ୍କ ପାଖରେ ବିକଳ୍ପ ନାହିଁ । ଏମିତି ବି
କେତେକ ସ୍ଥଳେ ନିଜ ଯୌବନର ସ୍ୟୈନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦେଇ ମା’ଆଜି ନିଜ
ଶିଶୁକୁ ସ୍ତନ୍ୟପାନରୁ ବଞ୍ôଚତ କରିବାରେ ପଛଉନି
। ଶିଶୁଟିର ଶୈଶବର ସର୍ବାଙ୍ଗିନ ବିକାଶ ପାଇଁ ପ୍ରାକୃତିକ ଆବଶ୍ୟକତା ପରିବର୍ତ୍ତେ ଆଜିର ମା’ଭରପୁର ତାକୁ
ମନୁଷ୍ୟକୃତ ପରିବେଶର ସାନ୍ନିଧ୍ୟ ଦେବାରେ ପ୍ରୟାସ କରୁଛି । ଆଜିର ନାରୀ
ଆଉ ମାତୃତ୍ୱର ସେ ଜନ୍ମ କଷଣକୁ
ସହିବାକୁ ସେତେ ପସନ୍ଦ କରୁନାହିଁ । ଶିଶୁ ଜନ୍ମର
ନିଦ୍ଧିଷ୍ଟ ଦିନରେ ହିଁ ଡାକ୍ତରଖାନାରେ ସିଜରିଆନ୍ କରାଇ ସହଜରେ ଶିଶୁକୁ ଜନ୍ମ ଦେବାକୁ ଅନେକ ନାରୀ ମଧ୍ୟ ଗ୍ରହଣ କରିନେଉଛନ୍ତି । ସ୍ଥଳ ବିଶେଷରେ
ନିଜର କର୍ମକ୍ଷେତ୍ରର ପଦମର୍ଯ୍ୟାଦା, ନିଜର ଚାହିଦାକୁ ବଜାଇ ରଖିବା ପାଇଁ ଅବା ନିଜର ଆକର୍ଷଣରେ ଦାଗ ନଦେବା ପାଇଁ ଅର୍ଥ ବଳରେ ବିଜ୍ଞାନର ବିଭବକୁ ପ୍ରୟୋଗ କରି “ସରୋଗେଟ୍ ମଦର” ପ୍ରକ୍ରିୟାରେ ନିଜ ମାତୃତ୍ୱକୁ ଜାହିର କରୁଛି । ମାତୃତ୍ୱର ସବୁ
ସୀମା ଡେଇଁ କେତେକ ମା’ ନିଜ ସନ୍ତାନକୁ ନିଜ ସ୍ୱାର୍ଥ ପାଇଁ ବିକିବାକୁ ମଧ୍ୟ ପଛାଉ ନାହାନ୍ତି ।
କିନ୍ତୁ
ତାଙ୍କ ବେଳର କଥା ଥିଲା ନିଆରା । ବୋହୁ ହେବା
ପରେ ସାଧାରଣତଃ ତା’ଜୀବନ କର୍ମକ୍ଷେତ୍ରର
ପରିଧି ତା’ ପତିର ଘର ହିଁ ଥିଲା
। ପତି ଆଶ୍ଳେଷର ଆସଙ୍ଗରେ ଏକ ଭଲ ବୋହୁର
ମର୍ଯ୍ୟାଦାରେ ବଞ୍ôଚବା ପାଇଁ, ପତି ସହିତ ନିଜ ଶାଶୁ ଶଶୁରଙ୍କର ମନ ଭରି ସେବା
ଓ ସର୍ବୋତ୍ତମ ଆକାକ୍ଷାଂ ଥିଲା ମାତୃତ୍ୱର ସାନ୍ନିଧ୍ୟ । ଘରର ସମସ୍ତ
ସଦସ୍ୟ ତା’ମାତୃତ୍ୱକୁ ଚାତକ
ପରି ଚାହିଁ ବସୁଥିଲେ । କେଉଁଦିନ ତାଙ୍କ
ଅଗଣାରେ ନୂଆ ସନ୍ତାନଟିଏ ଆସିବ ସମସ୍ତଙ୍କର ଥିଲା ଇଚ୍ଛା । ନାରୀଟି ମଧ୍ୟ
ଅତି ଆବେଗପୂର୍ଣ୍ଣ ଭାବରେ ଅପେକ୍ଷା କରିରହୁଥିଲା କେଉଁଦିନ ମଙ୍ଗଳମୟ ତା’କୋଳରେ ସନ୍ତାନଟିଏ
ଦେବେ ଓ ତା’ନାରୀ
ଜୀବନକୁ ସାର୍ଥକ କରିବେ । ମନେ ମନେ
ଭାବି ବସୁଥିଲା ଯେଉଁଦିନ ତା’ପିଲାକୁ କୋଳରେ
ଧରି ଅସୁମାରି ଗେଲ କରିବ । ତା’ ଅଝଟ
ପଣିଆରେ ତା’ ମାତୃତ୍ୱକୁ ଜାହିର କରିବ । ବାଳୁତ ପଣିଆର
ଚଗଲାମି ଘର ଅଗଣାକୁ ଚଳଚଞ୍ଚଳ
କରିଦେବ । ଗୁଣ୍ଠୁଣି ହାତୀ
ପରି ସେ ଚାଲୁଥିବ, ମୁଁ
ତା’ପଛରେ ଗୋଡାଉଥିବି । ଘରର କେଉଁ
ଅନ୍ଧିସନ୍ଧିରେ ଲୁଚିଥିବ ମୁଁ ତାକୁ ଖୋଜୁଥିବି । ଜିନିଷ ଭାଙ୍ଗୁଥିବ
ମୁଁ ରାଗୁଥିବି । ସେ କାନ୍ଦୁଥିବ,
ମୁଁ ତୁନଉ ଥିବି । ସେ ଧୂଳିମଳି
ହେଉଥିବ ମୁଁ ପୋଛୁଥିବି । ଏହିପରି ଭାବନା
ଛଡା ବୋହୁ ହେବା ପରେ ତା’ପାଖରେ ଆଉ
ବିଶେଷ କିଛି ଚିନ୍ତା ନଥିଲା । ଯୌବନର ସ୍ୟୈନ୍ଦର୍ଯ୍ୟ
ପାଇଁ ନିଜ ଶିଶୁକୁ ସ୍ତନ୍ୟପାନରୁ ବଞ୍ôଚତ କରିବା କଥା
ତା’ସ୍ୱପ୍ନରେ ନଥିଲା । ଗଣ୍ଢାଗଣ୍ଢା ଛୁଆ
ଜନ୍ମ କରି ଅଭାବ କଷଣରେ ଥାଇ ମଧ୍ୟ ମା’ନିଜ ଛୁଆକୁ
କେବେ ବିକିବାକୁ ଚାହୁଁ ନଥିଲା । ତୁଳନାତ୍ମକ ରାଇଜରେ
ପ୍ରବେଶ କରି ଏଦୁଇ କଥା ଭାବିଲା ବେଳକୁ ଅଙ୍ଗଦବାବୁ ବୁଝି ପାରୁନଥିଲେ ଏଦୁହିଁଙ୍କ ଭିତରୁ କିଏ ଭଲ ସେବେଳ-ନା-ଆଜିର ଏବେଳ ।
*******
No comments:
Post a Comment