ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୫)
ପଞ୍ଚୁବାବୁ
ଦୋକାନର କ୍ୟାସ୍ କାଉଣ୍ଟରରେ ବସନ୍ତି । ଦୁଇଜଣ ସେଲସ୍ମ୍ୟାନ ଗରାଖ ମାନଙ୍କୁ ଯାହା ଦିଅନ୍ତି ତା’ର ହିସାବ
କରି ପଇସା ରଖିବା ତାଙ୍କର ଥାଏ କାମ । ସବୁଦିନ ସେ
ବସନ୍ତି ନାହିଁ । ମନ ହେଲେ
ବସନ୍ତି ନଚେତ୍ ପୁଅ ଯେଉଁଦିନ କେଉଁଆଡେ କାମରେ ଯାଏ ଅବା ମାଲ୍ ପାଇଁ ଯାଇଥାଏ ସେଦିନ ବସିବାକୁ ବାଧ୍ୟ । ଦୋକାନଟି ପିପିଲି-କୋଣାର୍କ ମୂଖ୍ୟ ରାସ୍ତା କଡରେ ହୋଇଥିବାରୁ ଦିନ ତମାମ କୋଣାର୍କ ବୁଲିବାକୁ ଯାଉଥିବା ଅନେକ ଲୋକ ତାଙ୍କ ଦେକାନକୁ ଆସିଥାନ୍ତି । କିଏ ଥଣ୍ଡା
ପିଏତ କିଏ ବିସ୍କୁଟ ଅବା ପାଣିବୋତଲ, ସ୍ନାକ୍ସ ଆଦି କିଣିଥାନ୍ତି । ଦୋକାନରେ ବସିବା
ସମୟରେ ପଞ୍ଚୁବାବୁ ମୂଖ୍ୟ ରାସ୍ତାରେ ଯିବା ଆସିବା କରୁଥିବା ମଟର ଗାଡି ଓ ଲୋକମାନଙ୍କୁ ଦେଖି
ଅନେକ କଥା ଭାବି ବସନ୍ତି । ବେଶୀ ଭାବନ୍ତି
ଯୁବପିଢୀ ମାନଙ୍କ ବିଷୟରେ । ସେ ଗୋଟିଏ
କଥାକୁ ଭଲଭାବରେ ହୃଦୟଙ୍ଗମ କଲେଣି ଦିନକୁ ଦିନ ଏହି ରାସ୍ତାରେ ଯୁବକ ଯୁବତୀମାନଙ୍କର ମଟର ସାଇକେଲରେ ଯିବା ଆସିବାଟା ବଢିଚାଲିଛି । ବିଚାରି ବସନ୍ତି
ଭୂବନେଶ୍ୱରରେ ପୁଞ୍ଜା ପୁଞ୍ଜା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ସରକାରଙ୍କର ନାରୀ
ଶଶକ୍ତି କରଣର ନାରା ଏ ଝିଅ ମାନଙ୍କର
ସଂଖ୍ୟା ଓ ଆଧୁନିକ ମନୋଭାବକୁ
ଆଶାତୀତ ଭାବେ ବଢାଇ ଦେଇଛି । ଆଧୁନିକ ପିଢୀର
ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡର ପରମ୍ପରା ଏଭଳି ଯୁବକଯୁବତୀ ମାନଙ୍କୁ ଏକାକୀ ମଉଜମସ୍ତିରେ ଯିବାର ବାରମ୍ବାରତାକୁ ମଧ୍ୟ ବଢେଇ ଦେଇଛି । ସେ ବେଶୀ
ବିସ୍ମିତ ହୁଅନ୍ତି ଯେତେବେଳେ ଅନେକ ମଟର ସାଇକେଲରେ ଯୁବତୀ ମାନେ ଦସ୍ୟୁ ଫୁଲନ୍ ଦେବୀ ଭଳି ମୁହଁରେ କଳା ଓଢଣୀଟି ଗୁଡେଇ ଦେଇ ଯୁବକମାନଙ୍କୁ ପଛପଟୁ ଆଲିଙ୍ଗନ କଲାଭଳି ମୁଦ୍ରାରେ ବସିଥିବାର ଦେଖନ୍ତି । ଏମିତି କାହିଁକି?
ଯଦି ସେମାନେ ପରସ୍ପର ସାଙ୍ଗ ତେବେ ମୁହଁ ଲୁଚାଇବାର ଅଭିପ୍ରାୟ କ’ଣ ।
କେତେକ କୁହନ୍ତି ସୂର୍ଯ୍ୟଙ୍କ ଟାଣ ଖରା ଆଉ ଧୂଳି ଧୂଆଁରୁ
ମୁହଁକୁ ବଞ୍ଚାଇବା ପାଇଁ ଏ ଯୁବତୀ ମାନଙ୍କ
କୁଆଡେ ଏମିତି ବେଶ । ସମୟେ ସମୟେ
ଜୀବନ ପରିପକ୍ୱତାର ଦ୍ୱାହିଦେଇ ଏ କଥାକୁ ଗ୍ରହଣ
କରିନିଅନ୍ତି ସତ ହେଲେ ତାଙ୍କ
ମନ ମାନେନି ।
ହେଲେ
ସେଦିନ ଅପ୍ରତ୍ୟାଶିତ ଭାବେ ତାଙ୍କ ଦୋକାନ ସାମନାରେ ଘଟିଯାଇଥିବା ଘଟଣାକୁ ସ୍ୱକ୍ଷୁରେ ଦେଖି ସେ ଖୁବ୍ ଦୁଃଖିତ
ହୋଇପଡନ୍ତି । ସେଦିନ ପୁଅ
ଦୋକାନରେ ନଥାଏ । ପଞ୍ଚୁବାବୁ ନିଜର
ଚିରାଚରିତ ଧଳାହାଫ୍ ସାର୍ଟ ଓ କଳା ଫୁଲପ୍ୟାଣ୍ଟ୍
ଟିଏ ପିନ୍ଧି କ୍ୟାସ୍ କାଉଣ୍ଟରରେ ବସିଥାନ୍ତି । ଦୂରରୁ ଯେ
କୌଣସି ବ୍ୟକ୍ତି ଦେଖୁନା କାହିଁକି ତାଙ୍କର ହାବଭାବ ଦେଖିଲେ ବୁଝିନେବ ଯେ ସେ ଜଣେ
ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ ବ୍ୟକ୍ତି
। ସନ୍ଧ୍ୟା ୫ଟା ସମୟରେ ହଠାତ୍ ତିନୋଟି ନୂଆ ରୟାଲ ଏନ୍ଫିଲ୍ଡ ମଟର ସାଇକେଲ୍ ଆସି ଦୋକାନ ସାମନାରେ ଠିଆ ହୋଇଯାଏ । ପ୍ରତ୍ୟେକ ଗାଡିରେ
ଜଣେ ଯୁବକ ଓ ଆଉ ଜଣେ
ଯୁବତୀ ଥାନ୍ତି । ଯୁବକ ତିନିଜଣ
ଯାକ ଚେହେରାରେ ଡଉଲ ଡାଉଲ ଓ ବଡଘରର ପିଲାପରି
ଲାଗୁଥାନ୍ତି । ଯୁବତୀ ତିନିଜଣ
ତାଙ୍କଠୁ ବଳି । ଜଣେ ଫୁଲନ୍
ଦେବୀ ବେଶରେ ଥିବା ବେଳେ ଆଉ ଦୁଇଜଣ ପୁଅପିଲା
ବେଶରେ । ସଭିଏଁ ପୁରାପୁରି
ଆଧୁନିକତାର ଉଗ୍ରବାଦରେ ରଙ୍ଗୀନ୍ । ଦୋକାନରୁ ଛଅଟି
ଥଣ୍ଡା ବୋତଲ କିଣନ୍ତି । ସମସ୍ତେ ଢୋକେ
ଦିଢୋକ ପିଇସାରିଲା ପରେ ଜଣେ ଯୁବକ ଗୋଟିଏ ମଦ ବୋତଲଟିଏ କାଢି
ସମସ୍ତଙ୍କ ଥଣ୍ଡା ବୋତଲରେ କିଛି କିଛି ମଦ ମିଶେଇଦିଏ ଓ
ସମସ୍ତେ ବହୁ ଆଡମ୍ବରରେ ପିଇ ଚାଲନ୍ତି । ଏପରି ଉନ୍ମାଦନାରୁ
ଏମାନେ ସମାଜର କିପରି ଓ କ’ଣ
ମଙ୍ଗଳ ସାଧନା କରିବେ? ଏମାନେ କି ଶିକ୍ଷା ପାଉଛନ୍ତି
ଆମ ସମାଜର ବଡବଡ ଶିକ୍ଷାନୁଷ୍ଠାନ ମାନଙ୍କରୁ? ସେମାନଙ୍କୁ କିଛି କହିବାର ଅଧିକାର ୟାଙ୍କ ପାଖରେ ନାହିଁ କିମ୍ବା ଆଇନସମ୍ମତ ମଧ୍ୟ ନୁହେଁ ।
ଏହି
ମନକ୍ଳିଷ୍ଟରେ ମନେ ପଡିଯାଏ ତାଙ୍କ ଯୁବାବସ୍ଥାର କଥା । ଦିନଥିଲା ଝିଅମାନେ
ଅଜଣା ପୁଅମାନଙ୍କୁ ସାମନା ସାମନି କଥା ହେବାକୁ ଲଜ୍ଜା ବୋଧ କରୁଥିଲେ । ସେମାନଙ୍କର ବେଶଭୁଷାରେ
ଏତେ ଶାଳିନତା ଥିଲା ଯେ ଅନ୍ୟ କେହି
ତାଙ୍କ ବିଷୟରେ ଖରାପ ଚିନ୍ତା ଆଣିବା ବି କଷ୍ଟ ।
ନାରୀର ସର୍ବୋତ୍ତମ ଗହଣା କୁହାଯାଉଥିବା ଲଜ୍ଜା ଓ ନମ୍ରତା ସେମାନଙ୍କ
ରକ୍ତରେ ପ୍ରବାହିତ ହେଉଥିଲା । ବଡ ଝିଅ
ପିଲାମାନେ ମଟର ସାଇକେଲ୍ ପଛରେ ଦୁଇପଟିଆ ଗୋଡବୁଲେଇ ବସିବାକୁ କୁଣ୍ଠାବୋଧ କରୁଥିଲେ । ଯଦି କେବେ
ବସୁଥିଲେ ଗୋଟିଏ ପଟକୁ ଦୁଇଟି ଗୋଡ କରି ଖୁବ୍ ସଂଭ୍ରମରେ ବସୁଥିଲେ । ଏହା ଧରି
ନେବା ଭୁଲ୍ ଯେ ସେମାନେ ସାହାସୀ
ନଥିଲେ । ସେମାନଙ୍କ ପାଖରେ
ଖୁବ୍ ସାହାସ, ଧୈର୍ଯ୍ୟ ଓ ଦମ୍ଭ ମଧ୍ୟ
ଥିଲା । ପାରିବାରିକ ପରିସ୍ଥିତିକୁ
ମୁକାବିଲା କରିବାରେ ସେମାନଙ୍କର ଯୋଗଦାନ ମଧ୍ୟ ଅତୁଳନୀୟ ଥିଲା । ସେବେଳାରେ ସମାଜରେ
ନଥିଲା ଏତେ ବଳତ୍କାର ଓ ଗଣଧର୍ଷଣ ଭଳି
ସାମାଜିକ କଳଙ୍କ । ସେତେବେଳେ ବି
ସାଙ୍ଗ ଥିଲେ । ପୁଅଝିଅ ଭିତରେ
ପ୍ରେମ ସମ୍ପର୍କଥିଲା । ହେଲେ ସବୁଥିଲା
ନୈସର୍ଗିକ । ଭଲପାଇ ବସିଲେ
ନିଜ ପ୍ରେମିକ ଅବା ପ୍ରେମିକାର ଖୁସି ପାଇଁ ଜୀବନ ଦେବାକୁ କୁଣ୍ଠା ବୋଧ କରୁନଥିଲେ । ତାଙ୍କର ସେ
ପ୍ରେମକୁ ଦାଣ୍ଡରେ ହାଟ କରିବାକୁ ତାଙ୍କ ଆତ୍ମା ତାଙ୍କୁ ଅନୁମତି ପ୍ରଦାନ କରୁନଥିଲା । ମନଭିତରେ ନିଜର
ଭଲପାଇବାକୁ ସାଇତି ରଖୁଥିଲେ
। ସେବେଳର ଚଳଚିତ୍ର ଓ ନାଟକ ମାନ
ମଧ୍ୟ ସେମିତି ଥିଲା । ଆଜିର ବୟଫ୍ରେଣ୍ଡ
ଓ ଗାର୍ଲଫ୍ରେଣ୍ଡର ଭାବଧାରାରେ ପ୍ରତି ଜାଡରେ କମ୍ବଳ ବଦଳେଇଲା ଭଳି ନିଜର ପ୍ରେମିକ ଅବା ପ୍ରେମିକା ବଦଳଉ ନଥିଲେ । ସେବେଳର ପ୍ରେମଥିଲା
ଚିରନ୍ତନ । ଜଣକ ପାଖରେ
ଆରମ୍ଭ ତ ଶେଷ ସେଇଠି
ହିଁ ହେଉଥିଲା । ଏମିତି ଭାବନା
ରାଇଜରୁ ନିଜକୁ ଫେରାଇ ଆଣିବା ଭିତରେ ଉପସଂହାରରେ ପହଞ୍ôଚପାରନ୍ତିନି ସତରେ କିଏ ଥିଲା ଭଲ ସେବେଳ-ନା-ଅଛି ଆଜିର ଏବେଳ ।
*******
No comments:
Post a Comment