search in www.iswarchandraworld.blogspot.com

Saturday 1 May 2021

ସୁଖ ଓ ଦୁଃଖ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ସୁଖ ଦୁଃଖ

       ସଂସାରରେ ଏମିତି କିଏ ମନୁଷ୍ୟ ଅଛି ଯିଏ ସୁଖ ନଚାହେଁ ଯୋଗୀ, ଋଷୀ, ମୁନି, ମହାତ୍ମାଙ୍କଠାରୁ ଆରମ୍ଭକରି ଭୋଗୀ, ଅନୁରାଗୀ ସମସ୍ତେ ସୁଖ ପାଇଁ ବ୍ୟାକୁଳ କିଏ ଆତ୍ମୀକ ସୁଖ ପାଇଁ ବ୍ୟତିବ୍ୟସ୍ତତ ଆଉ କିଏ ମାନସିକ ଅବା ଶାରିରୀକ ସୁଖ ପାଇଁ ଅହରହ ଚଳଚଞ୍ଚଳ ମାତ୍ର ସୁଖର ସନ୍ଧାନରେ ସୁଖର ବାସ୍ତବଉତ୍ସକୁ ଭୁଲିବସି ଆମେ ସାଉଁଟି ଚାଲେ ଅସରନ୍ତି ଦୁଃଖ ଗୋଟିଏ ନିର୍ଦ୍ଧିଷ୍ଟ ସୁଖ ପାଇବା ପଛରେ ଜୀ-ଜାନ୍ ଲଗେଇ ଦେଇ ଯେତେବେଳ ସୁଖଟି ହାତମୁଠାକୁ ଚାଲିଆସେ ସେହି ସୁଖ ସହିତ କେତେ ନୁଆନୁଆ ଦୁଃଖ ଯେ ମୁଣ୍ଡ ଟେକେ ସେଗୁଡିକ ସେ ସୁଖ ପଛରେ ପଡିବା ପୂର୍ବରୁ ଜ୍ଞାନଗୋଚରରେ ନଥାଏ ପ୍ରତ୍ୟେକ ସୁଖ ଭିତରେ ଅନେକ ଦୁଃଖ ଲୁକାୟିତ ଥିବା ବେଳେ ପ୍ରତ୍ୟେକ ଦୁଃଖ ଭିତରେ ବି ଅନେକ ସୁଖ ନିହିତ ଥାଏ କେବଳ ସେ କଥାକୁ ହୃଦୟଙ୍ଗମ କରିବାର ଆବଶ୍ୟକ ଥାଏ ମାତ୍ର ସଂସାରମାୟାର ପ୍ରହେଳିକା ଭିତରେ ଆମେ ନିଜକୁ ଅକସ୍ମାତେ ଅଚିରେ ହଜେଇ ବସେ ଏହି ମର୍ମରେ ଛୋଟିଆ କଥାଟିଏ

     ଅକ୍ଷୟମଉସାଙ୍କର ଗାଏଁ ମୋଟ ପାଞ୍ଚପ୍ରାଣୀର ସଂସାର ସ୍ୱାମୀସ୍ତ୍ରୀ, ଦୁଇଝିଅ କୋଡପୋଛା ପୁଅ ପି.ଡବ୍ଲୁ.ଡିରେ ତାଙ୍କର ପିଅନ ଚାକିରୀ ଯେତିକି ଦରମା ପାଆନ୍ତି ଦୁଇଝିଅ ପୁଅର ପାଠପଢାଖର୍ଚ୍ଚ ସହିତ ଘରଖର୍ଚ୍ଚ ସୁରୁଖୁରୁରେ ହୋଇଯାଏ ମାତ୍ର ଅନେକ କିଛି ବଞ୍ଚେଇ ପାରନ୍ତିନି କିମ୍ବା ଆଧୁନିକ ଜୀବନ ବଞ୍ôଚବାକୁ ଆବଶ୍ୟକ ପଡୁଥିବା ଘରେ ଫ୍ରିଜ୍‌, ୱାସିଙ୍ଗ୍ମେସିନ୍ ଅବା ଗାଧୁଆଘରେ ଗିଜର୍ ଆଦି ଭଳି ଉପକରଣ ମାନ ନଥାଏ କିନ୍ତୁ ସ୍ତ୍ରୀଙ୍କର ଭାରି ମନ ଘରକୁ ଫ୍ରୀଜଟିଏ ଆସୁ ସବୁବେଳେ ଅକ୍ଷୟ ମଉସାଙ୍କୁ କୁହନ୍ତି ହେଇ ଦେଖୁଛ ହାଟରୁ ଯେତେ ପରିବା ଆଣୁଛ ସେଥିରୁ ଅଧେ ସଢିଯାଉଛି ଖରାଦିନେ ଗରମପାଣି ପିଇବାରେ କେତେ ଯେ କଷ୍ଟ ହେଉଚି ତାହା ତୁମେ ଜମାବି ବୁଝୁନ ଏମିତି ସ୍ତ୍ରୀଙ୍କର ଅନେକ ହିତଉପଦେଶ ହେଉ ଅବା କଟୁକ୍ତିରେ ଅକ୍ଷୟମଉସାଙ୍କର ମନବି କଅଁଳେ ଦୀର୍ଘ ଛଅମାସର ଘରଖର୍ଚ୍ଚ ଆଉ ନିଜଖର୍ଚ୍ଚରୁ କାଟି ବହୁ କଷ୍ଟରେ ଫ୍ରିଜ୍ପାଇଁ ଅର୍ଥ ଯୋଗାଡ କରି ଠିକ୍ ଖରାଦିନ ପୂର୍ବରୁ ଫ୍ରିଜ୍ଟେ ଘରକୁ ନେଇଆସନ୍ତି ଘରଣୀ ପିଲାମାନଙ୍କ ଖୁସି କହିଲେ ନସରେ ଏତେ ପରିମାଣର ଖୁସି ଦେଖି ଅକ୍ଷୟମଉସା ମନେମନେ ଖୁବ୍ ଖୁସି ଅନୁଭବ କରନ୍ତି କିଛିଦିନ ଫ୍ରିଜ୍ ଖୁବ୍ ଭଲଭାବରେ ଚାଲେ ଘରେ ଥଣ୍ଡାପାଣିର ଆସର ଠାରୁ ଆଇସକ୍ରିମ୍ ସବୁ ଧୁମ୍ଧାମ୍ରେ ଚାଲେ ମାତ୍ର ହଠାତ୍ ଦିନେ ଫ୍ରିଜ୍ କମ୍ପ୍ରେସର୍ ପୋଡିଯାଏ ଫ୍ରିଜ୍ ରିପ୍ୟାରିଙ୍ଗ୍ ପାଇଁ ଅକ୍ଷୟମଉସା ମିସ୍ତ୍ରୀ ପାଖକୁ ଦୁଇତିନିଥର ଧଇଁସଇଁ ହୋଇ ଯିବା ପରେ ମିସ୍ତ୍ରୀ ପାଖରେ ସମୟ ହୁଏ ସେ ଆସେ ମିସ୍ତ୍ରୀ ମଜୁରୀ ଫ୍ରିଜ୍ ସ୍ପେୟାର ପାର୍ଟସ୍ ବାବଦକୁ ଖର୍ଚ୍ଚ ଅକ୍ଷୟମଉସାଙ୍କୁ ବାଧେ ଖରାଦିନଯାକ ଫ୍ରିଜ୍ରୁ ଥଣ୍ଡାପାଣି ପିଇପିଇ ଏକାଥରେ ସ୍ତ୍ରୀପିଲା ସମସ୍ତଙ୍କୁ ଥଣ୍ଡା କାଶ ଧରେ ଅକ୍ଷୟମଉସା ଡାକ୍ତରଙ୍କ ପାଖକୁ ଔଷଧ ପାଇଁ ଯାଇଯାଇ ନୟାନ୍ତ ହୁଅନ୍ତି ସେଥିରେ ମଧ୍ୟ ଖର୍ଚ୍ଚ ବାଧେ ଶେଷରେ ଡାକ୍ତର କୁହନ୍ତି ଫ୍ରିଜ୍ ଥଣ୍ଡାପାଣି ସବୁବେଳେ ପିଇଲାରୁ ସମସ୍ତଙ୍କୁ ଏମିତି ଥଣ୍ଡା ହୋଇଛି ଫ୍ରଜ୍ ଆଣିବା ପରଠାରୁ ଫ୍ରଜ୍ ଠାରୁ ଯେଉଁ ସବୁ ସୁଖ ଆଶା କରିଥିଲେ ଅକ୍ଷୟଉସା ତାହା ସହିତ ଅନ୍ୟ କେତେ ଯେ ଦୁଃଖ ସହିଲେଣି ଧାଁଧପଡରେ ତାହା ଚିନ୍ତା କରବାକୁ ତାଙ୍କ ପାଖରେ ସମୟ ହିଁ ନଥାଏ ମାତ୍ର ସେଦିନ ଡାକ୍ତରଙ୍କ ପାଖରୁ ନିଜ ଥଣ୍ଡା ପାଇଁ ଔଷଧ ଆଣିବା ପରେ ଭାବନ୍ତି ମଣିଷ ଫ୍ରିଜ୍ ନଥିବା ସମୟରେ ବହୁତ ସୁଖରେ ଥିଲା ମଣିଷ କେଡେ ବଡ ଭୁଲ୍ କଲା ଛି ଛି ! ଏହା କହି ନିଜକୁ ଖୁବ୍ ଧିକାର କରନ୍ତି

      ବନ୍ଧୁଗଣ ବାସ୍ତବରେ ସୁଖ ଆଉ ଦୁଃଖ ଜୀବନ ରୂପକ ପାରାର ଦୁଇ ଡେଣାପରି ଗୋଟିଏ ଡେଣାରେ ପାରାଟିର ଉଡିବା ଯେପରି ସମ୍ଭବ ନୁହେଁ ଜୀବନ ମଧ୍ୟ କେବଳ ଦୁଃଖ ଅବା ସୁଖରେ ଆଗକୁ ବଢିବା ସମ୍ପୂର୍ଣ୍ଣ ଅସମ୍ଭବ ମାତ୍ର ଏହା ଆମମାନଙ୍କର ବୋଧହୁଏ ନିର୍ବୋଧତା ଯେ ଆମେ ବୁଝିପାରେନା ଦୁଃଖ ଭିତରେବି ସୁଖ ଅଛି ବାସ୍ ସୁଖଦୁଃଖର ପ୍ରକୃତ ଉତ୍ସ ହେଉଛି ଆମମାନଙ୍କର ମନ ଏହି ମନ ଯଦି ଦୁଃଖକୁ ସୁଖ ବୋଲି ଗ୍ରହଣ କରିନିଏ ତେବେ ଦୁଃଖରେ ଆମକୁ ଆନନ୍ଦ ମିଳେ ଯଦି ଅକ୍ଷୟମଉସା ଫ୍ରିଜ୍ଟି କିଣିବା ପରେ ଯେଉଁ ସବୁ ଦୁଃଖ ପାଇଲେ ତାକୁ ସୁଖ ବୋଲି ବିଚାରିଥାନ୍ତେ ତାହା ମଧ୍ୟ ତାଙ୍କୁ ଦୁଃଖ ପରି ଅନୁଭବ ହୋଇନଥାନ୍ତା ଧରିନେଇଥାନ୍ତେ ଯାହା ହେଉ ଫ୍ରିଜ୍ କିଣିବା ପରେ କେତେ କଥା ଜୀବନକୁ ଶିଖିବାକୁ ମିଳିଲା ଅତିଶୟ ଫ୍ରିଜ୍ ପାଣି ପିଇଲେ ଥଣ୍ଡା ହୁଏ ଫ୍ରିଜ୍ରେ କମ୍ପ୍ରେସର୍ ଲାଗେ ଥରେ ଫ୍ରିଜ୍ ସହିତ ଅଭ୍ୟାସରେ ପଡିଗଲେ ଫ୍ରିଜ୍ ବିନା କେମିତି ଅସଜଡା ଲାଗେ ଫ୍ରିଜ୍ ପାଇଁ ଫ୍ରିଜ୍ ମିସ୍ତ୍ରୀ ଭଳି ଜଣେ ନୂଆ ଲୋକ ସହିତ ଦୁନିଆରେ ମିିଶିବାର ସୁ୍ଯୋଗ ମଧ୍ୟ ମିଳିଲା ଆଉ ଫ୍ରିଜ୍ ନଥିବା ସମୟରେ ସେ ଖରାଦିନେ ଗରମପାଣି ପିଇବା, ପନିପରିବାକୁ ପ୍ରାକୃିତିକ ଉପାୟରେ ସାଇତି ରଖିବା ଏମିତି ଅନେକ କଥାରେ ସେ ଯଦି ଆନନ୍ଦିତ ହୋଇଥାନ୍ତେ ତାହା ହେଲେ ସେଥିରେବି ତାଙ୍କୁ ସୁଖ ଖୁବ୍ ମିଳିଥାନ୍ତା 

   ତେଣୁ ସୁଖ ଦୁଃଖ  ଆମମାନଙ୍କର ମନର ଦୁଇଟି ଅବସ୍ଥା ମୃଗନାଭି କୃୁସ୍ତୁରୀ ଭଳି ସୁଖର ପ୍ରକୃତ ଉତ୍ସ ନିଜ ମନଭିତରକୁ ନଦେଖି ମୃଗଭଳି ଜଙ୍ଗଲରେ କୃୁସ୍ତୁରୀକୁ ଖୋଜିବାରେଏଣେ ତେଣେ ଦୈାଡୁଛେ ସିନା କିଛି ଲାଭ ନାହିଁ ତେଣୁ ଆସନ୍ତୁନା ପ୍ରତ୍ୟେକ କର୍ମରେ ମନକୁ ଆନନ୍ଦ ଅନୁଭବ କରେଇ ଜୀବନକୁ ସୁଖମୟ  କରିବା

 

*******

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS