ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୪)
ପ୍ରତି
ସପ୍ତାହ ଭଳି ସେ ବୁଧବାର ଦିନ
ମଧ୍ୟ କ୍ଲବ ଘର ଗହଳି ଥିଲା
ପରିମନେ ହେଉଥାଏ । ଗାଁର
ପୁରିଲା ପୁରିଲା ଭେଣ୍ଡିଆ ମାନଙ୍କର ସେ କ୍ଲବ୍ଟି
ଆଜି ଆଡଡ୍ା ସ୍ଥଳୀ ।
ଗାଁର କେଉଁ ବଡଲୋକ ମାନଙ୍କରବି ଆଉ ସାହାସ ନଥାଏ ସେମାନଙ୍କୁ
ସେ ଭୋଜିଭାତରୁ ବାରଣ କରିବା ପାଇଁ । ସମସ୍ତେ ଜାଣନ୍ତି
ଭୋଜିଭାତ ସହିତ ଗଞ୍ଜେଇ ଓ ମଦର ଆସର
ସେଠି ସୁନିଶ୍ଚିତ । ଅନେକ ସମୟରେ
ଗାଁର ବଡ ଲୋକମାନେ କ୍ଲବ୍
ଘରର ଗଞ୍ଜେଇ ଧୂଆ ଶୁଙ୍ଘିଛନ୍ତି । କ୍ଲବ୍ ପଛପଟୁ
ସକାଳୁ ସକାଳୁ ମଦ ବୋତଲ ପାଇଛନ୍ତି
ହେଲେ ଆଉକେହି ଏ ସବୁ କାମକୁ
ବିରୋଧ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସେମାନେ ଜାଣନ୍ତି
ଏ ବିରୋଧର ମୂଲ୍ୟ କିଛି ରହିବନି ବରଂ ଏ ଭେଣ୍ଡିଆ ମାନେ
ଅପମାନ ଦେବେ । ଯଦିଘର ଲୋକ
ବିରୋଧ କରନ୍ତି ତାହାର ବି କିଛି ସୁଫଳ
ମିଳିବନି ବରଂ ଘର ଲୋକମାନଙ୍କୁ ଆଖି
ଦେଖେଇ କହିବେ ଆମେ ଆଉ କଣ ଭୋଜିଭାତ
କରି ଖାଇ ପାରିବୁନି ନା କଣ?
କିନ୍ତୁ
ସେଦିନର ଘଟଣା ଥିଲା ଅସହ୍ୟ । ରାତି ଆସି
୧୨ଟା ହେଲାଣି । ଗାଁ ଲୋକ
ଯିଏ ଯୁଆଡେ ଶୋଇଲେଣି । କିନ୍ତୁ କ୍ଲବ୍
ଘରେ ଲାଗିଛି ତୁମୁଳ ଗଣ୍ଡଗୋଳ । ଚାରିଟା ଟୋକାଙ୍କ
ଭିତରେ କଥା କଟାକଟି, ତା’ପରେ ହାତ
ଉଠାଉଠି ଓ ଶେଷରେ କାଠଫାଳିଆରେ
ମାଡ । ଗାଁ ଦାମସାହୁ
ପୁଅ ଗାଣ୍ଡୁଆ ଯୁକ୍ତଦୁଇ କଳା ପଢି ଫେଲ୍ ହେଲା ପରଠାରୁ କୁଜିନେତାର ଭୁମିକାରେ । ଗୁଣ୍ଡା ଭଳିଆ
ଚେହେରା । କାହାକୁ ଡର
ନାହିଁ କି ଖାତିର ନାହିଁ
। ମଦନିଷାରେ ଏତେ ଚୂର ଯେ କପିଳା ସାହୁ
ପୁଅ କାଳିଆ ସହିତ କଣ ଟିକେ ବଚସାରୁ
ଗୋଟିଏ କାଠଫାଳିଆ ଧରି ଗୋଡେଇଛି ତାକୁ ବାଡେଇବାକୁ । କାଳିଆ ଆଗରେ
ଦୈାଡି ଦୈାଡି ରଡି ପକେଇଥାଏ । ବଞ୍ଚାଅ ବଞ୍ଚାଅ.....ମୋତେ ମାରିଦେବ । ଏଭଳି ରଡିଶୁଣି
ଗାଁ ଲୋକ ଦୁଆର କବାଟ ଖୋଲି ସମସ୍ତେ ଉଠି ପଡି ଗାଣ୍ଡୁଆକୁ କାବୁ କରିନିଅନ୍ତି । ଏମିତି ମଦ
ନିଶାରେ ସେମାନେ ଥାନ୍ତି ଯେ ସେମାନେ କିଛି
ଜାଣି ହିଁ ପାରୁ ନଥାନ୍ତି । ଗାଁର ପୁରୁଣା
ମୁରବୀ ମହାପାତ୍ରେ ଓ ଅଣ୍ୟ ସମସ୍ତ
ମାମଲତକାରମାନେ ଗାଁ କ୍ଲବ୍ ଘର ଠେଇକି ଗଲା
ବେଳକୁ ଦେଖନ୍ତି ଦନେଇ ବାରିକ ପୁଅ ବଣ୍ଟିର ମୁଣ୍ଡଫାଟି ରକ୍ତ ଗଳୁଛି । ଅନ୍ୟ କେତେଜଣ
ସେଠାରୁ ଗ୍ରାମବାସୀଙ୍କ ଆଗମନରେ ଛତ୍ରଭଙ୍ଗ ଦିଅନ୍ତି । ରୋଷେଇ ଚୁଲି
ଉପରେ ମଟନ୍ ହାଣ୍ଡି ସେମିତି ବସିଥାଏ । କ୍ଲବ୍ ଘରକୁ
ପଶିଗଲା ବେଳକୁ ତିନୋଟି ମଦ ବୋତଲ ସହିତ
ଗଞ୍ଜେଇ ଓ ଚିଲମ ବି
ସେ ଘରେ ପଡିଥିବାର ସମସ୍ତେ ଦେଖନ୍ତି । ସମସ୍ତେ ସମସ୍ତେଙ୍କ
ମୁହଁକୁ ଚାହାନ୍ତି । ତେଣେ ବଣ୍ଟିକୁ
ଡାକ୍ତରଖାନା ନେବାକୁ ତା’ବାପା ଆଉ
ଗାଁର ଅନ୍ୟ ଜଣେ ବାହାରନ୍ତି । କିନ୍ତୁ ମହାପାତ୍ରେ
ଚାହାଁନ୍ତି ନାହିଁ କାରଣ ବରଷା ରାତି କାଳେ ବାଟରେ ବର୍ଷା ହେବ । ତେଣୁ କୁହନ୍ତି
ଯାଅ ଆମ ଡ୍ରାଇଭରକୁ କହିବ
ସେ କାର୍ଟି ନେଇ କରି
ଆସୁ । ସେଇଆ ହୁଏ
। କାର୍ରେ ବଣ୍ଟିକୁ ନେଇ
ଡାକ୍ତରଖାନା ଯାଆନ୍ତି । ଏଭଳି ଘଟଣାରେ
ମହାପାତ୍ରେ ଆପଣେ ଏତେ ଦୁଃଖୀତ ହୋଇପଡନ୍ତିଯେ ଘରକୁ ଫେରିଲା ପରେ ତାଙ୍କୁ ଆଉ ନିଦ ହୁଏ
ନାହିଁ । ଖଟ ଉପରେ
ଗଡି ତାଙ୍କ ବିତି କଥାରେ ହଜିଯାଆନ୍ତି ।
କୁଆଡେ
ଗଲା ସେଦିନ? କି ସୁନ୍ଦର ଥିଲା
ଏ ଗାଁର ଚରିତ୍ର । କେତେ ଶାନ୍ତିରେ
ଥିଲେ ଏ ଗାଁ ର
ଲୋକମାନେ । ସନ୍ଧ୍ୟା ବେଳେ
ଏକାଠି ହେବାର
ସ୍ଥାନଥିଲା ଗାଁ ଭାଗବତ ଟୁଙ୍ଗୀ । କି ପବିତ୍ର
ସ୍ଥଳ ସେ ଥିଲା ।
ଚରିତ୍ର ନିର୍ମାଣର ସେ ଥିôଲା
ସର୍ବୋତ୍ତମ ସ୍ଥାନ । ବୟସ୍କମାନଙ୍କ ପାଇଁ
ସେ ସ୍ଥାନ ଥିଲା ଶାନ୍ତିସ୍ଥଳ । ଏମିତିବି ତାଙ୍କର
ମନେପଡେ, ତାଙ୍କ ଯୁବାବସ୍ଥାରେ ମଧ୍ୟ ଗାଁର ଅନେକ ଯୁବକ ଅନେକ ସମୟରେ ସନ୍ଧ୍ୟାବେଳେ ଭାଗବତ ଟୁଙ୍ଗୀକୁ ଯାଆନ୍ତି । ପ୍ରତି ସନ୍ଧ୍ୟାରେ
ସେଠି ଭାଗବତ, ପୁରାଣ, ରାମାୟଣ ଅବା ମହାଭାରତ ପଢାଯାଏ ଓ ପଣ୍ଡିତେ ତାହାର
ମର୍ମ ବୁଝାନ୍ତି । ସମସ୍ତେ ଧ୍ୟାନର
ସହ ଶୁଣନ୍ତି । ଗ୍ରାମବାସୀ ମାନଙ୍କର
ଚରିତ୍ର ସେ ପବିତ୍ର ଭାବନାରେ
ଖୁବ୍ ପ୍ରଭାବିତ ହୁଏ । ହେଲେ ଆଜି
ଏ କ୍ଲବ୍ ପରମ୍ପରା ସବୁକିଛି ଓଲଟପାଲଟ କରି ଦେଇଛି । ଯଦିଓ ତା’ର ଲକ୍ଷ ମହତ
ହେଲେ କେତେକ ବିପଥଗାମୀ ଯୁବସମାଜ ତା’ର ପଦମର୍ଯ୍ୟାଦା
ଆଉ ରଖୁ ନାହାନ୍ତି । ଆଜି ଏ
କ୍ଲବ୍ ମଦ ଗଞ୍ଜେଇ ସେବନର
ଭୟଶୂନ୍ୟ ସ୍ଥଳ । ଯୁବବର୍ଗକୁ ସଶକ୍ତ
କରିବା ଦିଗରେ ସରକାର ଯେଉଁ ପଦକ୍ଷେପ ନେଇ ପ୍ରତି କ୍ଲବକୁ କିଛି ଆର୍ଥିକ ସହାୟତା ଦେଉଛନ୍ତି ତାହାର ଏଠି ଚାଲିଛି ଭରପୂର କୁଶ୍ଚିତ ବ୍ୟବହାର । ସେଠି ଯୁବକ
ମାନଙ୍କର ଭବିଷ୍ୟତ ନିର୍ମାଣ ସମ୍ପର୍କରେ ଆଲୋଚନା ବିରଳ । ତାହା ମଉଜ
ମଜଲିସ୍ର ଏକ ପେଣ୍ଠସ୍ଥଳ
। ଗ୍ରାମ୍ୟ ଜୀବନର ସେ ସୁସଙ୍ଗଠିତ, ସରଳ,
ଶାନ୍ତ ଓ ଚରିତ୍ରପୂର୍ଣ୍ଣ ଜୀବନ
ପାଇଁ ବାଧକ ଭଳି ଦଣ୍ଡାୟମାନ । କୁତ୍ସିତ ରାଜନୀତିର
ରଙ୍ଗରେ ସେହି ଘରୁହିଁ ଯୁବକ ମାନେ ରଙ୍ଗେଇ ହେବା ଆରମ୍ଭ କରୁଛନ୍ତି । ଆଜିର ସମାଜରେ
ମିଛ ଯନ୍ତ୍ର ନାମରେ ପରିଚିତ ମୋବାଇଲ୍ର ସେଠି ମଧ୍ୟ
ଭରପୁର କୁବ୍ୟବହାର । ପ୍ରେମର ପରିଭାଷା
ମଧ୍ୟ ସେଠି ବଦଳିଯାଏ । କେଉଁଠି କିପ୍ରକାର
ଖରାପ କାମ କଲେ ଆମେ ଲାଭବାନ ହେବା ସେ ସ୍ଥାନଟି ଗାଁର
ଆଜି ବିଚାର ମଞ୍ଚ । ଯଦିଓ କିଛି
ଭଲ କାମ ବେଳେବେଳେ ସେଠି ଦେଖା ଦେଉଛି ହେଲେ ସମାଜ ପରିପନ୍ଥି ଅନେକ କାର୍ଯ୍ୟର ମୂଳଉତ୍ସ ସେଇଠୁ ପରି ମନେ ହୁଏ । ଏମିତି ଭାବୁ
ଭାବୁ ଚଳନ୍ତି ଦୁନିଆକୁ ଫେରି ବସିଲା ବେଳକୁ ବୁଝି ପାରନ୍ତିନି ସତରେ କେଉଁ ବେଳ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment