ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୯)
ସେଦିନ
ଡାକ୍ତରଖାନାରେ ଝାଡାବାନ୍ତି ରୋଗୀମାନଙ୍କୁ ଲାଗିଥିବା ସାଲାଇନ୍ ଗୁଡିକୁ ଦେଖି ରଘୁଆ ମଉସା ହଠାତ୍ ଭାବି ବସନ୍ତି ତାଙ୍କ ପିଲାଦିନର ବାଡି କଥା । ବଡ ଭଉଣୀ
ଯେତେବେଳେ ଦାଣ୍ଡ ଦୁଆରଟିକୁ ମେଲା କରିଦେଲା ଜେଜେବାପା ଖୁବ୍ ଜୋରରେ ବିରକ୍ତ ହୋଇ କହିଚାଲିଲେ, ତୋତେ ଥରେ କହିଲେ ଶୁଭିଲାନି ନା କ’ଣ?
ବନ୍ଦ କର ଦୁଆର ।
ଗାଁରେ ବାଡି ପଡିଛି । ସକାଳ ପହରୁ
ରାଧୁଆ, ବାବୁଲା ଆଉ ଶୈଳ ତିନିଜଣ
ବାଡିରେ ଚାଲିଗଲେଣି । କେତେବେଳେ କାହାର
କ’ଣ ହେବ କେହିି
କହି ପାରିବେନି । ସେ ନିଉଛୁଣା
ରାଧୁଆକୁ ମୁଁ କେତେଥର କହିଛି ତୁ ଜମାରୁ ରାତି
ଅଧରେ ଦାଣ୍ଡକୁ ଉଠିବୁନ ସେ କ’ଣ
ମୋ କଥା ମାନିଲା । ଆରେ ନିଶା
ଗରଜୁଥିବା ବେଳେ ଗାଁ ଠାକୁରାଣୀଙ୍କ ଗାଁ ବୁଲା ବେଳ । ଯିଏ ତାଙ୍କ
ସାମନାରେ ପଡେ ସେ କାହାକୁ ଛାଡନ୍ତି
ନାହିଁ । ମାହାପ୍ରଭୁଙ୍କ ରଥ
ବିଜେ ଆଉ ମାତ୍ର ଚାରି
ଦିନ । ସବୁ ଦେବାଦେବୀ
ବର୍ତ୍ତମାନ ପ୍ରତିକ୍ଷାରତ ରଥ ଦେଖିବାକୁ ଯିବାକୁ
। ଏହି ଅବେଳାରେ କାଲି ନିଶା ରାତିରେ ସେ ରାଧୁଆ କୁଆଡେ
ଦାଣ୍ଡକୁ ଏକ ଯାଇଥିଲା ।
ଫେରିଲା ପରେ ଝାଡା ବାନ୍ତି ଆରମ୍ଭ ଯେ ଆଉ କମିବାର
ନାଁ ନେଉନି । ସକାଳୁ ଅକାଳେ
ଚାଲିଗଲା । ତା’ପରେ
ଆଉ ଦିଜଣ ବି ଚାଲିଗଲେଣି ।
ସମସ୍ତେ ମନେ ମନେ ସେହି ଗାଁ ଦେବତୀଙ୍କୁ ଡାକି ଚାଲିଛନ୍ତି । ତୁ ସେ
ଦାଣ୍ଡ ଦୁଆରଟା କାହିଁକି ମେଲା କରି ପକଉଛୁ? ତୁ ଦୁଆର ବନ୍ଦ
କରିଯା, ମୁଁ ଦାଣ୍ଡରେ ଅଛି । ଭଉଣୀ ସାଙ୍ଗେ
ସାଙ୍ଗେ ଦାଣ୍ଡ ଦୁଆର ବନ୍ଦ କରିଦେଇ ମୋ ପାଖରେ ଆସି
ଭୟରେ ବସିପଡିଲା । ଘରେ ସମସ୍ତେ
ଭୟଭୀତ । ବାପା ମଧ୍ୟ
ଉପର ମନରେ ସିନା ଟାଣ କଥା କହୁଥାନ୍ତି ହେଲେ ଭିତରେ ଭିତରେ ସିଏ ବି ଭୟଭିତ ଅବସ୍ଥାରେ
ଥାଆନ୍ତି, ଯାହା ସେତେବେଳର ପିଲା ଦିନିଆ ମନ ହିସାବ କରୁଥାଏ
। ତା’ପରଦିନ ସାହାସ
ବାନ୍ଧି ଗାଁରୁ ପାଞ୍ଚ ଛଅ ଜଣ ବଡ
ମଣିଷ ଗାଁମୁଣ୍ଡରେ ଠାକୁରାଣୀଙ୍କୁ ପଣା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ହରେ କୃଷ୍ଣ
ହରେ ରାମ ମହାମନ୍ତ୍ର ଉଚ୍ଚାରଣ କରି ଗାଁ ମୁଣ୍ଡକୁ କୀର୍ତ୍ତନ ଯାଏ । ଆଗରେ ପୂଜାରୀ
ଗୋସେଇଁ ପଣା ହାଣ୍ଡି ଓ ଝୁଣା ଧୂପ
ଧରି ଯାଆନ୍ତି । ଗାଁ ହରିବୋଲ
ହୁଳହୁଳିରେ ପ୍ରକମ୍ପିତ ହୁଏ । ସେମାନେ ପଣା
ଦେଇ ଫେରନ୍ତି ମାତ୍ର ଅନ୍ଧ ବିଶ୍ୱାସର ଅଳିନ୍ଦରେ
ସନ୍ଧ୍ୟା ବେଳକୁ ପୁଣି ନେତେଇ ବୋଉ ବାଡିରେ ଚାଲିଯାଏ । ଗାଁରେ କୋକୁଆ
ଭୟ କହିଲେ ଅତ୍ୟୁକ୍ତି ହେବନି । ତିନିଦିନ ପର୍ଯ୍ୟନ୍ତ
ସେମିତି ଗାଁରେ ଝାଡାବାନ୍ତି ଲାଗି ରହିଥାଏ । ବାଡିରେ ମୋଟ
ଆଠଜଣ ଆରପାରିକୁ ଚାଲି ଯାଆନ୍ତି । କାହାର ପେଟରେ
ଟିକେ ବାୟୁ ଖେଳିଗଲେ ତା’ଦେହ ଓ
ମନରୁ ଅସୁମାରି ଝାଳ ଝରିପଡୁଥାଏ । ସମସ୍ତଙ୍କ ମନରେ
ଅଜଣା ଆଶଙ୍କା କାଳେ ବାଡି ମୋତେବି ନେଇ ଯାଇପାରେ । ହେଲେ ଏତେ
ସବୁ ଭୟର ବାତାବରଣରେବି ଜେଜେ ଜେମାଙ୍କ ସାହାସକୁ ସଲାମ କରାଯାଇପାରେ । ମୃତ୍ୟୁକୁ ଗଳାରେ
ବାନ୍ଧି ବୁଲିବା ଭଳି ସେ ଥାନ୍ତି ସ୍ଥିତପ୍ରଜ୍ଞ
। ବାସ୍ ମନରେ ଥାଏ, ପିଲାମାନଙ୍କର କିଛି ନହେଉ । ଯାହା ହେଉ
ସେ ମାହାମାରୀ ହଇଜାର ଭୁତାଣୁ ଆପେ ଆପେ ଚାଲି ଯାଉ ଅବା ବିଧିର ଆଶୀର୍ବାଦରୁ ଗାଁର ପରିସ୍ଥିତି ସାମାନ୍ୟ ହୋଇ ଉଠେ । ଝାଡା ବାନ୍ତି ଭୟରୁ
ସମସ୍ତେ ଧୀରେ ଧୀରେ ଦୂରେଇ ଯାଆନ୍ତି ।
ୟାରି
ଭିତରେ ଆମେ ବଡ ହୋଇଯାଉ ।
ବିଜ୍ଞାନର ବିଭବରେ ମଣିଷ ବଳଶାଳୀ ହୋଇଉଠେ । ବାଡିର କାରଣ
ଖୋଜି ଔଷଧ, ଇଞ୍ଜେକ୍ସନ୍ ଓ ସାଲାଇନ୍ର
ଆବିଷ୍କାର କରେ । ମହାମାରୀ ହଇଜା
ଉପରେ ବିଜୟ ପ୍ରାପ୍ତ କରି ବସେ । ଅନ୍ଧବିଶ୍ୱାସର ପରଦାକୁ
ବିଜ୍ଞାନ ଧୀରେ ଧୀରେ ମଣିଷ ମୁହଁରୁ ହଟାଇ ଦିଏ । ବାଡି ପଡିବା
ଯେ ଗ୍ରାମ ଦେବତୀଙ୍କ କୋପରୁ ନୁହେଁ ବରଂ ଅପରିଷ୍କାର ପାଣି ପିଇବାରୁ ହୁଏ ସେ ବୁଝିପାରେ ।
ଅପରିଷ୍କାର ପାଣିକୁ ପରିଷ୍କାର ଓ ଜୀବାଣୁମୁକ୍ତ କରି
ପିଇବାର କଳା ଶିଖେ । କାହିଁ କେତେ
ଆଗକୁ ମାଡି ଚାଲେ । ଦୂରସ୍ଥାନକୁ ପାଦରେ
ଚାଲି ଚାଲି ଯିବା ପରିବର୍ତ୍ତେ ଉଦ୍ଭାବନ କରେ ସାଇକେଲ୍ ପରେପରେ ମଟର ଗାଡି । ଜଳ, ସ୍ଥଳ,
ଆକାଶ ମାର୍ଗରେ ସହଜ ଓ କମ ସମୟରେ
ଦୂର ସ୍ଥାନକୁ ଯାତାୟତ ପାଇଁ ଗଢି ବସେ କାହିଁ କେତେ ପ୍ରକାର ଯାନ । ମଣିଷ ନିିର୍ଭୀକ
ହୋଇଉଠେ । ଆମେ ମଧ୍ୟ
ଏହି ଗହଳି ଭିତରେ ସେ ବାଡିର କରାଳ
ଭୟକୁ ଭୁଲି ବସୁ । ଆଉ ଆମ
ଜୀବଦଶାରେ ଆମ ଗାଁରେ ସେ
ଭଳି ବାଡି ପଡିବାର ଅବକାଶ ନାହିଁ ଜାଣି ଆମେ ସମସ୍ତେ ଭୟ ଶୂନ୍ୟ ।
ମାତ୍ର କେତେବେଳେବି ଅବଚେତନ ମନରେ ସେ ବାଡି ବେଳାର
କରାଳ କାଳ କଥା ମନେ ପଡିଗଲେ ଦେହଟା ଆଉ ସେତେ ସିହରି
ଯାଉନି । କିନ୍ତୁ ବାଡି
ରୂପକ ମାହାମାରୀରୁ ନିସ୍ତାର ପାଇଥିବା ମନ ଯେତେବେଳେ ହଠାତ୍
ଗାଡିମାନଙ୍କର ଘଟୁଥିବା ମର୍ମନ୍ତୁଦ ଦୁର୍ଘଟଣା କଥା ମାନ ଶୁଣୁଛି । ସମୟେ ସମୟେ
ଛାତି ଥରି ଉଠୁଛି । କେଉଁଠି ଗୋଟିଏ
ଗାଁର ବଣ ଭୋଜି ପାଇଁ
ତିରିଶ ଜଣ ଲୋକଙ୍କୁ ନେଇ
ଯାଇଥିବା ବସ୍ଟି ଖାଇରେ ଖସି
ସତେଇଶ ମୃତ ତ କେଉଁଠି ମା’ଙ୍କୁ ଦର୍ଶନ କରି ଗୋଟିଏ ପରିବାର ଫେରୁଥିବା ସମୟରେ ହୃଦୟ ବିଦାରକ ଦୁର୍ଘଟଣା ରେ ପୁରା ପରିବାର
ସଫା । ପୁନଶ୍ଚ କେଉଁଠି
ରାବଣ ପୋଡି ବାଣ ଶଦ୍ଦର ମଜା ନେଉଥିବା ସମୟରେ ଶହ ଶହ ମଣିଷ
ଟ୍ରେନ୍ ଗାଡିର ଶିକାର ତ କେଉଁଠି ବସ୍
ନଦୀ ପୋଲରୁ ଖସି ପଡି ଅନେକ ମୃତ ଓ ଗୁରୁତର ଆହାତ
ଖବର ସବୁ ହୃଦୟକୁ ଥରେଇ ଦଉଛି । ଭାବନା ରାଇଜରୁ
ଓହ୍ଲେଇ ଆସିଲା ବେଳକୁ ରଘୁଆ ମଉସା ବୁଝି ପାରୁନଥାନ୍ତି ସତରେ ସେବେଳର ବାଡି ଆଉ ଏବେଳର ଗାଡି,
ଏହି ଦୁଇଟି କଥାରେ କିଏ ଅଧିକ ଦୁଃଖ ଦାୟକ ସେ ବେଳର ବାଡି
ନା ଏବେଳ ଗାଡି ।
*******
No comments:
Post a Comment