search in www.iswarchandraworld.blogspot.com

Saturday 1 May 2021

ସଂସ୍କୃତିର ସଂକରିକରଣ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ସଂସ୍କୃତିର ସଂକରିକରଣ

       କୌଣସି ଏକ ଜାତି ବା ଦେଶର ସଂସ୍କୃତି ହିଁ ଏହାର ପରିଚୟ ହେଲେ ବିଜ୍ଞାନର ଦୃତ ଅଗ୍ରଗତୀ ଆଜିର ଜଗତୀକରଣ ପୃଥିବୀର ଅନେକ ଦେଶର ସଂସ୍କୃତିର ମୌଳିକତାକୁ କ୍ଷୂର୍ଣ୍ଣ କରିସାରିଲାଣି ଏଥିରେ ସନ୍ଦେହ ନାହିଁ ପୃଥିବୀର ଏକୋଣରୁ ସେକୋଣକୁ ପହଞ୍ôଚବା ପାଇଁ ସମୟର ଆବଶ୍ୟମ୍ଭାବୀ ସ୍ୱଳ୍ପତା, ଏହାର ପ୍ରତିଟି ସ୍ଥାନରେ ପ୍ରତିମୁହୁର୍ତ୍ତରେ ଘଟୁଥିବା ଘଟଣାର ଟିକିନିକି ଧାରାବିବରଣୀ ପ୍ରତ୍ୟକ ଦେଶ ବା ଜାତିର ସଂସ୍କୃତି ପରମ୍ପରା କୁ ଘରେବସି ଉପଭୋଗ କରିପାରୁଥିବାଟା ପୃଥିବୀବାସିଙ୍କୁ ଆଜି ପୃଥିବୀର ଆକାର ଏକ ଗାଁର ଆକାରଠାରୁ ବି ଆହୁରି ସଙ୍କୋଚିତ ବୋଧ ହେଲାଣି ଆଜିର ଦୂରଭାଷ ଇଣ୍ଟରନେଟ୍ ସାତସମୁଦ୍ର ତେରନଈର ଏପାଖେସେପାଖେ ରହୁଥିବା ମଣିଷମଣିଷ ମଧ୍ୟରେ ସର୍ମ୍ପକର ଦୂରତାକୁ ଅତିକ୍ଷୁଦ୍ର କରିସାରିଲାଣି ସ୍ମାର୍ଟ ଫୋନ୍ ଚାରିଇଞ୍ଚ୍ ସ୍କ୍ରିନ୍ ଇଣ୍ଟରନେଟ୍ ବଳୟରେ ସତେଯେପରି ସମଗ୍ର ପୃଥିବୀକୁ ଆଜିର ମଣିଷ ନିଜ ପକେଟ୍ ଭିତରେ ଧରି ବୁଲିଲାଣି

    ଜୀବନ ଜୀବିକା ପାଇଁ ଆଜି ଆଧୁନିକ ମନୁଷ୍ୟର ସ୍ଥାନାନ୍ତର ଆନ୍ତଃରାଜ୍ୟ କିମ୍ବା ଅନ୍ତର୍ଦ୍ଦେଶୀୟରେ ସିମୀତ ନରହି ଏହା ବହିଃର୍ଦେଶୀୟର ପରିସୀମା ଭିତରକୁ ଅନେକାଶଂରେ ଠେଲି ହୋଇଗଲାଣି ବସ୍ତୁବାଦର ମାୟା ଜାଲରେ ଛନ୍ଦିହୋଇ ଜୀବନରେ ଶାନ୍ତି ପରିବର୍ତ୍ତେ ପ୍ରେୟସୁଖର ଆବଶ୍ୟକତାକୁ ଶ୍ରେୟ ଦେଇ ଏକ ଦୀର୍ଘମିଆଦି ସ୍ଥିରୀକୃତ ଯାଯାବର ଜୀବନ ବିତେଇବାରେ ଆଜିର ମଣିଷ ନିଜକୁ ଅଭ୍ୟସ୍ତ କରିସାରିଲାଣି ମନୁଷ୍ୟର ଦେଶାନ୍ତର ସହିତ ତା ସଂସ୍କୃତି ପରମ୍ପରାର ସ୍ଥାନାନ୍ତର ମଧ୍ୟ ଘଟିଥାଏ ହେଲେ କଥାରେ ଅଛି ନିଜକୁ ଅନ୍ୟତ୍ର ଉତ୍ତମରୂପେ ଖାପଖୁଆଇ ରଖିବାକୁ ହେଲେଯେ ଦେଶେ ଯାଇ ସେ ଫଳ ଖାଇଲୋକ କଥାଟିର ଆଧାରରେ ହିଁ ଚଳିବାକୁ ପଡିଥାଏ ତେଣୁ ଏହାଦ୍ୱାରା ବିଶ୍ୱର ପ୍ରାୟ ସବୁ ବଡବଡ ଦେଶମାନଙ୍କରେ ଗୋଟିଏ ଫୁଲର ଅନ୍ୟ ଫୁଲ ସହିତ ପରାଗ ସଙ୍ଗମ ପରି ବିଭିନ୍ନ ସଂସ୍କୃତିର ସଂକରିକରଣ ଦେଖିବାକୁ ମିଳିଲାଣି ଦୂରଦର୍ଶନ ଇଣ୍ଟରନେଟ୍ ଭଳି ଯୋଗାଯୋଗ ମାଧ୍ୟମର ବିବିଧତା ଏହି ସଂସ୍କୃତି ପରମ୍ପରାର ସ୍ଥାନାନ୍ତରଣ ସଂକରିକରଣକୁ ବହୁଗୁଣିତ କରିସାରିଲାଣି ଏପରି ଦେଶମାନଙ୍କ ମଧ୍ୟରେ ଆମ ଦେଶ ଭାରତ ବହୁ ଆଗରେ ଯାହାର ପରିଣାମ ସ୍ୱରୁପ ଦେଶର ଯୁବସମାଜଙ୍କ ମଧ୍ୟରେ  ଭ୍ୟାଲେଣ୍ଟାଇନ୍ ଡେ୍‌, ଫ୍ରେଣ୍ଡସିପ୍ ଡେ୍‌, ନିଉ ଇୟର୍ ଡେ ସେଲିବ୍ରେସନ୍ ଏବେ ବହୁ ଆଦୃତ ଆତିଥେୟତାର ପ୍ରଥମ ସତ୍କାର ଭାରତୀୟ ସଂସ୍କୃତିରେନମସ୍କାରବାପ୍ରଣାମଆଜି ଏହାର ମୌଳିକତାକୁ ହରାଇବସିଲାଣି ସ୍ଥଳବିଶେଷରେ ମାନଙ୍କର ଭଙ୍ଗୀ ଆଜି କଦର୍ଯ୍ୟ ସଂସ୍କୃତିର ସଂକରିକରଣରେ ନମସ୍କାର ଆଜି ଦୁଇହାତକୁ ନଯୋଡି, ଗୁଡ୍ ମର୍ଣ୍ଣିଙ୍ଗ୍ ଅବା ହ୍ୟାଣ୍ଡସେକ୍ ରେ ପରିବର୍ତ୍ତିତ ପ୍ରଣାମର ଭଙ୍ଗୀ ଆଜି ପାଦ ନଛୁଇଁ ଆଣ୍ଠୁଛୁଆଁରେ ସୀମିତ ହେବାକୁ ବସିଲାଣି ବିବାହରର ପବିତ୍ର ବନ୍ଧନ ଆଉ ଅଗ୍ନୀକୁ ସାକ୍ଷୀରଖି ସାତଜନ୍ମପାଇଁ ପରସ୍ପରପ୍ରତି ବିଶ୍ୱାସ ବିବାହବେଦୀରେ ସିମୀତ ନରହି ବିଚାରାଳୟରେ କାଗଜ କଲମ ଉପରେ ଦସ୍ତଖତ୍ ଅତିଥୀମାନଙ୍କ ଖାଦ୍ୟପେୟର ଆତିଥେୟତା ବୈଦୀକ ଢାଞ୍ଚାରୁ ଯାଇ ପ୍ଲେଟ୍ ଧରି ଧାଡିରେ ଛିଡାହୋଇ ମାଗିଖାଇବାରବଫେପରମ୍ପରାରେ ପରିଣତ ହେଲାଣି ଜନ୍ମଦିନରେ ଖିରିଖେଚୁଡିକୁ ଠାକୁରଙ୍କ ପାଖରେ ଭୋଗ ଲଗେଇବା ସଂସ୍କୃତି ପରିବର୍ତ୍ତେ କେକ୍ କଟା ମହମବତୀ ଲିଭେଇବା ସହିତହାପି ବର୍ଥଡେ ଧ୍ୱନୀ ସଂସ୍କୃତିର ସଂକରିକରଣ ନୁହେଁ ଆଉ କଣ ଭାରତୀୟ ପୁରୁଷ ପରିଧାନ ସଂସ୍କୃତିର ବାର୍ତ୍ତାବହନ କରୁଥିବାଧୋତିଯାହା ମହାତ୍ମାଗାନ୍ଧି ପିନ୍ଧୁଥିଲେ  ଆଜି ଆସି ପାଶ୍ଚାତ୍ୟର ଫୁଲ୍ପ୍ୟାଣ୍ଟ୍‌, ସାଟ୍ର୍, କୋଟ୍ ଟାଇରେ ପରିଣତ ହୋଇଗଲାଣି   ଭାରତୀୟ ନାରୀ ଚରିତ୍ରର ଅନନ୍ୟତା ବୋଧହୁଏ ତାର ଶାଢୀପିନ୍ଧା ଶୈଳୀରୁ ଅନେକାଶଂରେ ବାରି ହୋଇପଡେ ମାତ୍ର ଏବେ ମଧ୍ୟ ତାହା ସଂସ୍କୃତିର ସଂକରିକରଣରେ ପାଶ୍ଚାତ୍ୟର ଜିନ୍ପ୍ୟାଣ୍ଟ୍ ସାର୍ଟର କଳେବର ଧାରଣ କଲାଣି ଦୂର୍ଗାପୂଜା, ଗଣେଷ ପୂଜା, ଲକ୍ଷ୍ମୀପୂଜା, ସରସ୍ୱତୀପୂଜା ଅବା ଖୁଦୁରୀକୁଣି ପୂଜା ହେଉ ଏହି ଦେବାଦେବୀମାନଙ୍କ ଭଷାଣି ସମୟରେ ପାରମ୍ପରିକ ନୃତ୍ୟସହିତ ଢୋଲ, ଘଣ୍ଟ, ମୃଦଙ୍ଗର ମୂର୍ଛନା ଥାଉକି ନଥାଉ ସତେଯେମିତି ଆଧୁନିକ ଡି.ଜେ. ଶଦ୍ଦସହିତ ମଦ ପାଶ୍ଚାତନୃତ୍ୟର ଆସର ବିନା ଦେବାଦେବୀମାନେ ମାନବ ମୋହରୁ ମୁକ୍ତି ପାଇପାରୁନାହାଁନ୍ତି

      ଆଜିର ଭାରତୀୟ ସିନେଜଗତର ନିର୍ଦ୍ଦେଶକମାନେ ସଂସ୍କୃତିର ସଂକରିକରଣରେ ଧୁରନ୍ଧର ଆମ ପୈତୃକ ସଂସ୍କୃତିର ରଙ୍ଗଛଡେଇ କିମ୍ବା ମିଶେଇ ପାଶ୍ଚାତ୍ୟ ସଂସ୍କୃତିର ରଙ୍ଗରେ କେତେକ ସିନେମାକୁ ଏପରି ରଙ୍ଗିନ୍ କରିଦେଉଛନ୍ତି ଯେ ଆଜିର ଯୁବସମାଜ ସେଥିରେ ବିଭୋର୍ ହୋଇ ପଡୁଛନ୍ତି ଫେସନ୍ ପ୍ରବାହିତ ଦିଗତତ୍ତ୍ୱର ପ୍ରସିଦ୍ଧ ଟ୍ରିକଲ୍ଡାଉନ୍ ତତ୍ତ୍ୱ (ଞକ୍ସସମଳକ୍ଷର ୟକ୍ଟଙ୍ଗଦ୍ଭ ଗ୍ଧଷରକ୍ଟକ୍ସଚ୍ଚ) ଆଧାରରେ ସିନେମାରେ ପ୍ରଦର୍ଶିତ ତାରକା ମାନଙ୍କର ଅପମିଶ୍ରିତ ସଂସ୍କୃତିର ଚାଲିଚଳନ ଆଚାର ବ୍ୟବହାର ଦ୍ୱାରା କେତେକଙ୍କୁ ଛାଡିଦେଲେ ପ୍ରାୟ ସବୁ ଭାରତୀୟ ଯଥେଷ୍ଟ ପ୍ରଭାବିତ

ଏଭଳି ସଂସ୍କୃତିର ଅପମିଶ୍ରଣ ବା ସଂକରିକରଣର ପ୍ରବାହକୁ କୌଣସିମତେ ରୋକିହେଲା ପରି ମନେହେଉନାହିଁ  କାରଣ ଏହା ସମାଜର ଧାରା ଭାବେ ବର୍ତ୍ତମାନ ପ୍ରବାହମାନ ହେଲେ  ସଂସ୍କୃତିର ସଂକରିକରଣକୁ ଏକ ରକ୍ଷଣଶୀଳ ଢଙ୍ଗରେ ଯଦି କରାଯାଇପାରନ୍ତା ତେବେ ନିଜ ସଂସ୍କୃତିର ନିଜତ୍ତ୍ୱକୁ ବଜାୟ ରଖା ଯାଇପାରନ୍ତା ତେବେ ଆସନ୍ତୁନା ଆମ ସଂସ୍କୃତିର ଅନନ୍ୟତାକୁ ଏବେଠାରୁ ରକ୍ଷାକରିବାକୁ ଚେଷ୍ଟାକରିବା

 

******

 

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS