ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୨)
ଭାସ୍କର ମଉସାଙ୍କ ବୟସ ଆଜି ସତୁରୀ । ଭୂବନେଶ୍ୱରର ପଟିଆ
ନନ୍ଦନକାନନ ରାସ୍ତାଠାରୁ ତାଙ୍କ ପୁଅ ନେଇଥିବା ଭଡାଘର ପାଖାପଖି ଦୁଇଶହ ମିଟର ହେବ । ଭଡାଘରଟି ଗୋଟିଏ
ଆପାର୍ଟମେଣ୍ଟର ଚତୁର୍ଥ ମହଲା । ଦିନ ଯାକ
ଘର ଭିତରେ ଏକୁଟିଆ ବସିବସି ବିରକ୍ତ ହୋଇ ଯାଇଥାନ୍ତି । ସକାଳ ୯ଟାରୁ
ଆସି ଦିନ ୩ଟା୩୦ । ଘର ଭିତରଟାରେ
ବସି କେତେ ଯେ ଟିଭି ଦେଖିବେ
। କାହା ସାଥିରେ ଟିକିଏ ହସମଜା କଥା ହେବାକୁ ମଧ୍ୟ କେହି ନାହାନ୍ତି । ପୁଅ ବୋହୁ
ଉଭୟ ଚାକିରୀଆ । ନାତିଟି ପଢୁଛି
ସପ୍ତମ ଶ୍ରେଣୀରେ । ବୋହୁ ତା’ଅଫିସ୍ରୁ ଫେରିବା ସମୟରେ
ନାତିକୁ ସାଙ୍ଗରେ ଆଣି ଘରେ ପହଞ୍ôଚଲା ବେଳକୁ ପାଖାପାଖି ସନ୍ଧ୍ୟା ପାଞ୍ଚଟା । ଆଉ ପୁଅର
ଫେରିବାର ସମୟ ଠିକ୍ ନଥାଏ । ଭାସ୍କର ମଉସା
ଘର ଭିତରୁ ବାହାରିଆସି ଘର ବାଲକୋନୀରେ ଚୌକି
ଉପରେ ବସି ପଡନ୍ତି । ନେତ୍ର ଜୁଆଡିକି
ବୁଲାନ୍ତି ଦେଖନ୍ତି ମାଳମାଳ କୋଠା । ଯେତେବେଳେ ପଟିଆ
ନନ୍ଦନକାନନ ରାସ୍ତା ଉପରେ ନଜର ପଡିଯାଏ ସେ କିଛିକ୍ଷଣ ବିସ୍ମରି
ଯାଆନ୍ତି ନିଜକୁ । କେତେ ବ୍ୟସ୍ତ
ବିବ୍ରତ ଏଠି ଜୀବନ? ଖୁବ୍ ଯୋରରେ ସର୍ବେ ଦଉଡୁଥାନ୍ତି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ । କିଏ ମଟର
ସାଇକେଲ୍ରେ, କିଏ ଅଟୋରେ ପୁଣି କିଏ କାର୍ରେ ନଚେତ ବସରେ
। କେହି କାହାକୁ ଏଠି ଅପେକ୍ଷା କରିଲା ପରି ମନେ ହେଉନାହିଁ । ଏଇ ପାଞ୍ଚବର୍ଷ
ପୁଅ ପାଖରେ ରହିବା ଭିତରେ ସିଏ ବୁଝି ସାରିଛନ୍ତି ଯେ ଏଭଳିଆ ସହରରେ
ପଇସା ଥିଲେ କେବଳ ବାପାମାଙ୍କୁ ଛାଡି ସବୁ ମିଳିପାରେ । ପଇସା ନଥିଲେ
କେହି ପଚାରିନ୍ତିନିି । ତାଙ୍କ ବେଳର
ଯୌଥ ପରିବାର ଏଠି ନାହିଁ କହିଲେ ଚଳେ । ସାହି ପଡିସାର
ସଂଜ୍ଞା ଏଠି କିଛି ମାନେ ହିଁ ରଖେନା । ଏ ଘରେ
ଯଦି ଚୋର ପସି ସବୁ କିଛି ଲୁଟି ନିଅନ୍ତି ପଡିଶା ଘର ଲୋକ କିଛି
ଜାଣନ୍ତି ନାହିଁ । ଏ ଘରେ
ଯଦି ମର୍ଡର ହୁଏ ଅବା କିଏ ମରିଯାଏ ପଡିଶା ଘର ଲୋକର କିଛି
ଯାଏଆସେ ନାହିଁ । ଅଣୁ ପରିବାରରେ
ଏ ମାନେ ଅଭ୍ୟସ୍ତ । ଏକାନ୍ତ ଜୀବନ
ସତେଯେମିତି ଏଠି ସମସ୍ତଙ୍କୁ ଆଲିଙ୍ଗନ କରିସାରିଛି । ଭିଡ ଭିତରେ
ମୁଁ ଭଳି ସମସ୍ତେ ଏକୁଟିଆ । ହାତରେ ସ୍ମାର୍ଟ
ମୋବାଇଲ୍ ଟିଏ ଧରି ପକେଇଲେ ହଜିଯାଆନ୍ତି ସମ୍ପୂର୍ଣ୍ଣ ଏକାନ୍ତରେ । ନାହିଁ ଏଠି
ନିଜ ପିତାମାତା, ଦାଦାଖୁଡି, ଜେଜେଜେଜେମାଙ୍କ ସହିତ ସପରିବାର ଏକାଠିରେ ମେଳିମେଳାପ ଓ ଭାବର ଆଦାନପ୍ରଦାନ
।
ଏଠି
ସମସ୍ତେ ସ୍ୱାର୍ଥପର । ସାହି ପଡିଶାର
ବିପଦ ଆପଦରେ ଛିଡା ହେବା ଏକ କର୍ତ୍ତବ୍ୟ ବୋଲି
ଏମାନଙ୍କୁ ଜଣା ନାହିଁ । ତାଙ୍କ
ଗାଁ ଗୋବିନ୍ଦ ମାଷ୍ଟ୍ରେଙ୍କ ପୁଅ କଥା ଭାବିଲା ବେଳକୁ ଏ ସହରୀ ଜୀବନକୁ
ସେ ସେତେ ଆଦରି ପାରୁନାହାନ୍ତି । ତାଙ୍କ ବିବେକ
ତାଙ୍କ ଗୋଡକୁ ପଛକୁ ଟାଣୁଛି । ମାଷ୍ଟ୍ରେଙ୍କ ପୁଅ
ଓକିଲାତି କରୁଛି । ଓକିଲାତିରେ ଭଲ
ଦିପଇସା କମେଇଲାରୁ ବାପା ବୋଉଙ୍କୁ ଗାଁରେ ଛାଡିଦେଇ ନିଜ ସ୍ତ୍ରୀ ଓ ଦୁଇ ଝିଅକୁ
ନେଇ ଏହି ସହରରେ ଭଡାଘରେ ରହୁଛି । ତା’ର
ସେଦିନ କୋର୍ଟ ଛୁଟିଥିବାରୁ ଭଡାଘରେ ସମସ୍ତେ ଦିନ ଦ୍ୱିପହରଟାରେ ଖାଇପିଇ ବେଡରୁମ୍ରେ ଶୋଇ ଯାଇଥାନ୍ତି
। ଚୋର ଆସି ବେଡରୁମ୍ ବାହାରୁ ତାଲା ପକାଇ ବାକି ସବୁଘର କଳାକନା ବୁଲେଇ ଛୁ । ନିଦ
ଭାଙ୍ଗିଲା ବେଳକୁ ଦିନ ତିନିଟା । ଦୁଆର ଖୋଲିଲା
ବେଳକୁ ବାହାରପଟୁ ତାଲା । କଣ କରିବ
ସିଏ । ସେହି କଲୋନିରେ
ଯେଉଁ ବ୍ୟକ୍ତି ମାନଙ୍କର ଫୋନନମ୍ବର ତା’ ପାଖରେ ଥିଲା ସମସ୍ତଙ୍କୁ ଲଗାଏ । ହେଲେ କେହି
ଜଣେବି ବ୍ୟକ୍ତି ଫୋନ୍ ଉଠେଇ ନଥାନ୍ତି । ସେତେବେଳକୁ ଆସି
ଚାରିଟା ହୋଇଯାଏ । ଘର ଭିତରେ
ଝିଅ ସ୍ତ୍ରୀ ସମସ୍ତେ ଅସ୍ତବ୍ୟସ୍ତ । ସାଢେ ଚାରିଟା
ବେଳକୁ ଅକସ୍ମାତ ତା’ର ଜଣେ
ମହକିଲ ଆସି ଡାକିଲା ବେଳକୁ କବାଟ ତାଲା ଭଙ୍ଗାଯାଇ ସେମାନେ ବାହାରକୁ ବାହାରନ୍ତି । ପଡୋଶିମାନଙ୍କୁ ପଚାରିଲା
ବେଳକୁ ସମସ୍ତଙ୍କର ଉତ୍ତର ଆସେ ଆମେ ସାଇଲେନ୍ସ ମୋଡରେ ମୋବାଇଲ୍ ରଖି ଦେଇଥିଲୁ ।
ସତରେ
କେତେ ଏକାନ୍ତ ଏ ସହର ।
ଏଠି କେହି କାହାର ନୁହେଁ । ମନେ ପଡିଲା
ବେଳକୁ ତାଙ୍କ ଯବାନ ବେଳର ତାଙ୍କ ଗାଁର ଅଭିଜ୍ଞତା ସେ ହଜିଯାଆନ୍ତି କିଛିକ୍ଷଣ
। ସେଦିନ ରାତିରେ ଚୋର ପଶିଲେ ତାଙ୍କ ଗାଁ ରାଧୁମିଶ୍ରଙ୍କ ଘରେ । ରାଧୁମିଶ୍ର ଓ
ତାଙ୍କ ପତ୍ନୀଙ୍କୁ ବାହାର ପଟୁ ଦୁଆର ଦେଇ ଚୋରମାନେ ଚୋରି କରିବାରେ ଲାଗିଥାନ୍ତି । ହଠାତ୍ ତାଙ୍କ
ସ୍ତ୍ରୀଙ୍କର ନିଦ ଭାଙ୍ଗିଯାଏା । ସେ ଜାଣିପାରି
ଜୋରରେ ପାଟି କରି ଗହଳି କରନ୍ତି ଆରେ ଚୋର.... ଚୋର.... ଚୋର...... । ଗାଁ ଲୋକ
ସମସ୍ତେ ଶଦ୍ଦମୁଣ୍ଡ ତଡାବାଡି, କଟୁରୀ, କୋଦାଳ, ସାବଳ ଆଦି ଧରି ଉଠି ପଡନ୍ତେ ଚୋର ମାନେ ନିଜର ପ୍ରାଣ ବିକଳରେ ବାନ୍ଧିଥିବା ଜିନିଷକୁ ଗାଡିଆରେ ଫୋପାଡି ପଳାନ୍ତି । ସବୁକିଛି ଉଦ୍ଧାର
ହୁଏ । ଖାଲି ସେତିକି
ନୁହେଁ ଗାଁ ରେ କାହାର ଦେହପା
ସାଙ୍ଘାତିକ ହେଲେ ସାହି ପଡିଶା ସାହାଯ୍ୟର ହାତ ଅକୁଣ୍ଠ ବଢାଇ ଥାନ୍ତି । ନିସ୍ୱାର୍ଥପର ଭାବରେ
ଅନ୍ୟର ଅସୁବିଧା ସମୟରେ ପରସ୍ପରକୁ ହୃଦୟର ସହ ସେବା କରିଥାନ୍ତି
। ସେବେଳ ମାନଙ୍କରେ ଗାଁରେ ପ୍ରାୟ ସବୁ ପରିବାର ଯୌଥ କହିଲେ ଚଳେ । ପ୍ରତି ପରିବାରରେ
ପିତାମାତା, ଦାଦାଖୁଡି, ଜେଜେଜେଜେମା ଓ ଛୁଆପିଲାଙ୍କ ଏକାଠି
ଜୀବନ । ସେମାନଙ୍କ ଭିତରେ
ମେଳିମେଳାପ ମଧ୍ୟ ଖୁବ୍ ଭଲ । ପର୍ବପର୍ବାଣୀରେତ
ଏକାଠି ରହିବାର ଆନନ୍ଦ ସେମାନଙ୍କଠୁ ଶିଖିବା କଥା । ହେଲେ ଏ
କି ପ୍ରକାର ଜୀବନ । ଏଠି ଅକୁଣ୍ଠ ସାହାଯ୍ୟର ମାନେ ହିଁ ସ୍ୱାର୍ଥ ସର୍ବସ୍ୱ । କେବଳ ଅର୍ଥ
ପଛରେ ଧାଇଁବା ଏଠି ନିଶା । ଏମିତି ଭାବୁ
ଭାବୁ ଅବଚେତନ ମନରୁ ଲେଉଟିଲା ବେଳକୁ ସେ ସ୍ଥିର କରିପାରନ୍ତିନି
ସତରେ ସେବେଳେ ଭଲଥିଲା ନା ଅଛି ଆଜିର
ଏବେଳ ।
*******
No comments:
Post a Comment