ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୮)
ହେଲୋ
ଶୁଣୁଛ! ପୁଅ ସ୍କୁଲରୁ ଆସିଲା ପରଠାରୁ ତା’ ଦେହରେ ଜ୍ୱର । ଟିକେ କଣ
ଖାଇଲାକି ନାହିଁ ଶୋଇଛି । ତମେ ଟିକେ
ଜଲଦି ଅଫିସ୍ରୁ ଆସିଲେ ତାକୁ
ଡାକ୍ତରଙ୍କ ପାଖକୁ ନେଇକି ଯିବା । ମହେଶର ଆଉକି
ଅଫିସ୍ରେ ମନ ।
ସ୍ତ୍ରୀ ଶ୍ୟାମଳୀ ଯେତିକି ବ୍ୟସ୍ତତା ସହିତ କହେ ମହେଶ ଆହୁରି ବିବ୍ରତ ହୋଇ ପଡେ । ତରତର ହୋଇ
ବଡ ବାବୁଙ୍କ ଠାରୁ ଅନୁୁମତି ଆଣି ଅଣନିଶ୍ୱାସୀ ହୋଇ ଘରକୁ ଫେରେ । ଦେଖେ ପୁଅ
ଦେହରେ ତାତି । ଆଉ ଡେରି
ନକରି ଉଭୟେ ନେଇଯାଆନ୍ତି ପୁଅକୁ ଡାକ୍ତରଙ୍କ ପାଖକୁ । ଡାକ୍ତରବାବୁ ବି
ଆଣ୍ଟିବାୟୋଟିକ୍ ଠାରୁ ଆରମ୍ଭ କରି କଫ୍ ସିରପ୍ ପର୍ଯ୍ୟନ୍ତ ସବୁ ଦେଇ, ରକ୍ତ ପରୀକ୍ଷା ପାଇଁ ଲେଖି ଦିଅନ୍ତି । ପୁଅକୁ ନେଇ
ଘରକୁ ଫେରନ୍ତି ।
ପୁଅ
ତାଙ୍କର ୪ର୍ଥ ଶ୍ରେଣୀରେ ପଢେ । ପୁଣି ଏକଇର
ବଳା ବିଶିକେସନ । ପୁଅକୁ ଔଷଧ
ଦିଅନ୍ତି ମାତ୍ର ପୁଅର ତାତି କମେ ନାହିଁ । ସେମିତି ରହେ
। ମଝିରେ ମଝିରେ କାଶ, ଉଭୟେ ସ୍ୱାମୀ ସ୍ତ୍ରୀଙ୍କୁ ହଲଚଲ କରିଦେଉଥାଏ । ସହର ଭିତରେ
ଘର । ମାଳମାଳ ଡାକ୍ତର
ସହିତ ପୁଞ୍ଜାପୁଞ୍ଜା ଡାକ୍ତରଖାନା ତାଙ୍କ ହାତପାହାନ୍ତାରେ । ଏସବୁ ସେମାନଙ୍କ
ମନରେ ଦମ୍ଭତ ଦେଇ ପାରନ୍ତା ମାତ୍ର ସେମାନଙ୍କର ଅଧୈର୍ଯ୍ୟ ସେମାନଙ୍କୁ ଶାନ୍ତି ପ୍ରଦାନ କରିପାରୁନଥାଏ । ମନରେ “କାଳେ”ଶଦ୍ଦଟି ସେମାନଙ୍କୁ ଅଜଣା ଭୟ ଭିତରକୁ ଓଟାରି
ନେଉଥାଏ । ସ୍ୱାଇନ୍ଫ୍ଲୁ
ଠାରୁ ଆରମ୍ଭ କରି ବ୍ରେନ୍ ମ୍ୟାଲେରିଆ ପର୍ଯ୍ୟନ୍ତ ପ୍ରାଣଘାତି ଜ୍ୱରମାନଙ୍କର କଥା ଯେତେବେଳେ ମନେପଡି ଯାଉଥାଏ ଉଭୟଙ୍କ ମନ ଭୟରେ ଶିହରୀ
ଉଠୁଥାଏ । ମହେଶ ଓ
ଶ୍ୟାମଳୀର ମନରେ କ୍ଷୋଭ, କି ଔଷଧ ଦେଲା
କେଜାଣି ସେ ଡାକ୍ତର, ଜ୍ୱର
ଟିକେ ହେଲେ କମୁନି । ସକାଳକୁ ଆବେଗ
ପୂର୍ଣ୍ଣ ପ୍ରତିକ୍ଷା । ଭଲ ଡାକ୍ତରଙ୍କ
ପାଖକୁ ନେଇ ଚିକିତ୍ସା କରେଇବେ । ଆରେ ଜ୍ୱର
ଆରମ୍ଭ ହୋଇଛି, କିଛିତ ସମୟ ଲାଗିବ ଔଷଧ ତା’ର କାମ
ଆରମ୍ଭ କରିବା ପାଇଁ । ପିତାମାତାଙ୍କର କର୍ତ୍ତବ୍ୟ
କରି ବାକିତକ ପ୍ରକୃତି ଉପରେ ଛାଡି ଦେବା ଆମର ଧର୍ମ । ପ୍ରକୃତିଠାରୁ ଉଦ୍ଦ୍ୱର୍କୁ
ଉଠି ସବୁ ଆମ ହାତମୁଠାକୁ ନେଇ
ଆସିପାରିବାର ସାହାସ ହିଁ ଆମକୁ ଅଧୈର୍ଯ୍ୟ ଓ ଅଶାନ୍ତିର ବଳୟ
ଭିତରେ ଘାଣ୍ଟେ ଚକଟେ ତାହା ସେମାନେ ଜାଣିପାରୁନଥାନ୍ତି । ଖାଲି ମହେଶ
ଓ ଶ୍ୟାମଳୀ କାହିଁକି ପ୍ରାୟ ଆମେ ସମସ୍ତ ଶିକ୍ଷିତ ମାନଙ୍କର ବି ଏକା ଦଶା
।
ଏତ
ଗଲା ରୋଗ ବୈରାଗ କଥା । ଆମ ପିଲାମାନଙ୍କ
ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଅନୁରୂପ ଆଚରଣ କରି ଚାଲିଛେ । ସତେଯେମିତି ପିଲା
ଆମଦ୍ୱାରା ନିର୍ମିତ ଯନ୍ତ୍ରଟିଏ । ତା’ ପାଠକୁ
ବାଟିବୁଟି ତାକୁ ପେଇଦେବା ପର୍ଯ୍ୟନ୍ତ ଆମେ ବିଧି ବ୍ୟବସ୍ଥା ତା’ପାଇଁ ବାଲ୍ୟ
ଅବସ୍ଥାରୁ ହିଁ କରିଚାଲିଛେ । କେବେ ହେଜୁନେ
ଆରେ ସୃଷ୍ଟିରେ ଷଠିଦୁଷି କାହାର ମସ୍ତିଷ୍କର ଛାଞ୍ଚ କିପରି ଗଢିଛି ତାହା ସେଇ ହିଁ ଜାଣନ୍ତି । କେତେ ପରିମାଣରେ
ସେ ମସ୍ତିଷ୍କ ତଥ୍ୟ ସଂରକ୍ଷଣ କରି ରଖିପାରିବ, କେତେ ଚତୁର ଓ କ୍ରିୟାଶୀଳ ହେବ
ତାହା ପୂର୍ବ ନିର୍ଦ୍ଧାରିତ । ସକାଳୁ ଟ୍ୟିୁସନ୍,
ଦଶଟାରେ ସ୍କୁଲ୍, ପୁଣି ସନ୍ଧ୍ୟାରେ ଟ୍ୟୂସନ୍ ସବୁ କିଛି ଖଞ୍ଜି ଦେଉଛେ । କେବେ ଏକଥା
ବି ଭାବୁନେ ମନୁଷ୍ୟର ମସ୍ତିଷ୍କ କେବଳ ପାଠ ନୁହେଁ ଏ ବିଶ୍ୱର ବିବିଧତା
ଭଳି ସେ ମଧ୍ୟ ବିବିଧତାକୁ
ଭଲପାଏ । ଡାଲି ତରକାରୀ
ବିନା ଯେମିତି ଭାତ ଖାଇବାକୁ ଭଲଲାଗେ ନାହିଁ ସେମିତି ପାଠ ସହିତ ହସଖୁସି, ଖେଳକୁଦ, ମନୋରଞ୍ଜନ ଆଦି ତାହାର ନିତ୍ୟାନ୍ତ ଆବଶ୍ୟକ । ହେଲେ
ସାମାଜିକ ପ୍ରତିଦ୍ୱନ୍ଦିତାରେ ଆମେ ସେ ସବୁକିଛି ଭୂଲିଯାଇ
ହଡା ପଛରେ ତଡା ଗେଞ୍ଜି ହଳ କରେଇଲା ଭଳି
ପିଲାଙ୍କ ପଛରେ ଲାଗି ରହଥାଉ କେବଳ ପାଠ ପଢିବା ପାଇଁ । ପରୀକ୍ଷାରେ ଆଶାନୁରୂପ
ଫଳ ନମିଳିଲେ ମନର ସବୁ ସୁଖ ଶାନ୍ତି ନିମିଷକେ ହରେଇ ବସୁ । ବିଧି ଉପରେ
ବିଶ୍ୱାସ ହରେଇ ବସି ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାର ଉଦ୍ୟମ ଆମକୁ ପ୍ରତିମୁହୁର୍ତ୍ତରେ ଏକ ଅଶାନ୍ତିର ବାତାବରଣରେ
ହିଁ ଆଉଟୁ ପାଉଟୁ କରିଚାଲିଛି ।
ମାତ୍ର
ସେତେବେଳର କଥା ଥିଲା ଭିନ୍ନ । ଗଣ୍ଡାଏ ଦିଗଣ୍ଡା
ପିଲାର ପିତାମାତା ହୋଇ ସୁଦ୍ଧା ସେମାନଙ୍କ ମନରେ ନଥିଲା ତିଳେମାତ୍ର ଚିନ୍ତାଦକ । ଜ୍ୱର ଝାଡାହେଲେ
ପିତାମାତା ଏତେ ବ୍ୟସ୍ତ ବିବ୍ରତ ହୋଇ ପଡୁନଥିଲେ । ଗାଁ ବଇଦର
ପଥି ଅବା ଚେରମୂଳିର ଉପଚାର ଉପରେ ଥିଲା ସେମାନଙ୍କର ଅଗାଧ ବିଶ୍ୱାସ । କୁଷ୍ଠ ଆଉ
ଯକ୍ଷ୍ମା ଭଳି ରୋଗକୁ ବଡରୋଗ ବୋଲି ବିବେଚନା କରି ଆତ୍ମ ସର୍ମପଣ କରୁଥିଲେ ସମୟ ସାମନାରେ । ମାତ୍ର ଅଭାବ,
ଅନାଟନ, ଦୁଃଖ, ରୋଗ ଓ ଭୟ ସେମାନଙ୍କୁ
କସ୍ମିନ କାଳେ ଅଶାନ୍ତି ଭିତରକୁ ଟାଣିନେଇ ପାରୁନଥିଲା । ସେମାନେ ଥିଲେ
ଟାଣୁଆ ମଣିଷ ଓ ସ୍ଥିତପ୍ରଜ୍ଞ ।
ସେମାନେ ବୁଝିଥିଲେ ଦୁଃଖ, ସୁଖ, ରୋଗ, ଭୟ ଜୀବନର ସହଚର୍ଯ୍ୟ
ଓ ଏମାନଙ୍କ ବିନା ଜୀବନର ହିଁ ଅସ୍ତିତ୍ୱ ନାହିଁ । । କିଛି
ନଥାଇ ସେମାନଙ୍କ ମନ ଓ ହୃଦୟରେ
ଥିଲା ଶାନ୍ତି ଓ ଧୈର୍ଯ୍ୟ ।
ଆଜି ଆମେ ତାଙ୍କ ବିବେଚିତ ସମସ୍ତ ବଡରୋଗ ମାନଙ୍କ ଉପରେ ବିଜୟ ହାସଲ କରି ସାରି ମଧ୍ୟ ଆଜି ଅଶାନ୍ତ ଓ ଅଧୈର୍ଯ୍ୟ ।
ସେମାନେ ନିଜ ସନ୍ତାନ ସନ୍ତତିକୁ ଏତେ ପାଠ ନପଢାଇ ବି ତାଙ୍କରି ଔରଷରୁ
ଜନ୍ମ ନେଇଥିଲେ ଏ ବିଶ୍ୱର ଅନେକ
ଜ୍ଞାନୀ, ଗୁଣି ଓ ବିବେକି ମହାପୁରୁଷ
। ଆଉ
ଆମେ ଆଜି ସକଳ ପ୍ରଚେଷ୍ଟା କରି ଚାଲିଥିବା ସତ୍ୱେ କେତେ ଯେ ଜ୍ଞାନୀ, ଗୁଣୀ
ଓ ବିବେକି ମଣିଷ ଜନ୍ମ ଦେଉଛେ ତାହା ସମାଜର ସ୍ରୋତ ହିଁ ବତାଉଛି । ଅବଚେତନ ମନ
ଭିତରେ ଏମିତି ତୁଳନାତ୍ମକ ଭାବନା ଯେତେବେଳେ ଏ ମନକୁ ଆନ୍ଦୋଳିତ
କରେ, ସମୟେ ସମୟେ ବୁଝି ହୁଏନି କିଏ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment