ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୪)
ମାତୃତ୍ୱ
ହିଁ ନାରୀ ଜୀବନର ସର୍ବ ଶ୍ରେଷ୍ଠ ଅଳଙ୍କାର ମାତ୍ର ବିହି କେତେକଙ୍କ ଭାଗ୍ୟରେ ମା’ ହେବାର ସୈାଭାଗ୍ୟ ହିଁ ଲେଖିନଥାଏ । କିଏ ସନ୍ତାନ
ଜନ୍ମ ଦେଇ ମଧ୍ୟ ଦେବକୀ ଭଳି ସନ୍ତାନ ସ୍ନେହରୁ ହୁଏ ବଞ୍ôଚତ ତ ପୁଣି
କିଏ ଯଶୋଦା ଭଳି ଜୀବନର ଉତ୍ତଙ୍ଗ ଉମଙ୍ଗକୁ ଅନୁଭବ କରେ ବାତ୍ସଲ୍ୟ ମମତାରେ । ସନ୍ତାନ ବିନା
ଘର ଅଗଣା ଶୁନ୍ଶାନ୍, ଖାଁ ଖାଁ ଓ ଜୀବନ ବିରସ
ହୋଇଉଠେ । ଜୀବ ରୂପେ
ଜନ୍ମ ନେଇ ସାଂସାରିକ କର୍ତ୍ତବ୍ୟରୂପେ ପରପିଢୀକୁ ସର୍ଜ୍ଜନା ନକରିପାରିଲେ ଜୀବନର ଅପୂର୍ଣ୍ଣତା ମର୍ମେ ମର୍ମେ ଅନୁଭୁତ ହୁଏ । କେତେକ ବ୍ୟତିକ୍ରମକୁ
ବାଦଦେଲେ ପ୍ରତି ନାରୀର ଅନ୍ତରାତ୍ମା ମାତୃତ୍ୱ ପାଇଁ ଆନ୍ଦୋଳିତ । ଗର୍ଭ ସଂଚାରର
ପ୍ରଥମ ସନ୍ଦେଶରେ ନାରୀ ହୁଏ ଆତ୍ମହରା । ପରିବାରରେ ଖେଳିଯାଏ
ଖୁସିର ଲହରୀ । ଆଗନ୍ତୁକ ଅପେକ୍ଷାରେ
ସମସ୍ତେ ହୁଅନ୍ତି ହର୍ଷୋଲ୍ଲସିତ । ଦିନଥିଲା ଯେତେବେଳେ
ନାରୀର ଶାରିରୀକ ପରିବର୍ତ୍ତନ ଓ ଲକ୍ଷଣର ପରିସ୍ଫୁଟ
ବିନା ଜଣା ପଡୁନଥିଲା ଗର୍ଭସଂଚାରର ପ୍ରମାଣ, ମାତ୍ର ଏବେ ପର ଋତୁସ୍ରାବ ବନ୍ଦ
ହୋଇଯିବାର ଏକ ସପ୍ତାହ ପରେ
ପରେ ବିଜ୍ଞାନ ବଳରେ ଅନ୍ତଃସତ୍ୱା ହେବାର ପ୍ରମାଣ ହାତ ମୁଠାରେ ।
ସାହିତ୍ୟିକ
ଅବନୀବାବୁ ଚେତନରେ ଏମିତି ଭାବୁଭାବୁ ଆପେଆପେ ଚାଲିଯାଆନ୍ତି ଅବଚେତନ ଅବସ୍ଥାକୁ । ମନେପଡେ ସେତେବେଳେ
ପଡୋଶି ବିଶୁଦାଦାଙ୍କ ଘରକୁ ତାଙ୍କର ଖୁବ୍ ଯିବାଆସିବା ଥାଏ । ବୀଣା ଖୁଡି
ଗର୍ଭବତୀ ହେବାର ଦୁଇମାସ ପରେ ଦିନେ ସନ୍ଧ୍ୟା ବେଳକୁ ବୀଣା ଖୁଡିଙ୍କ ଶାଶୁ ତାଙ୍କ ବୋଉକୁ ଡାକି କୁହନ୍ତି ମା’ତୁ ଟିକେ
ମୋ ବୀଣାକୁ ବୁଝେଇଦେ କେମିତି ଦେହପାର ଯତ୍ନ ନେବ । ବୋଉ ବୀଣା
ଖୁଡିକୁ ଗୋଟିଏ ଆଡୁ ବୁଝେଇ ଚାଲେ । ଠିକ୍ ସମୟରେ
ଖାଇବୁ । ବାରମ୍ବାର ଓ
ଅଳ୍ପ ଅଳ୍ପ ଖାଇବୁ । ତଳୁ ଗରୁ
ଜିନିଷ ଉଠିଆ ଉଠି କରିବୁନି । ଘରକାମ ଯେମିତି
କରୁଛୁ ସେମିତି ଆରାମରେ କରିବୁ । କୈାଣସି କାମରେ
ତରବରିଆ ହେବୁନି । ରାତିରେ ଏକୁଟିଆ
ବାହରକୁ ଯିବୁନି । ସଜନା ଶାଗ
ଓ ଛୁଇଁ, ମୁଗ, କୋଳଥ ଡାଲି ଟିକେ ଅଧିକ ଅଧିକ ଖାଇବୁ ଓ ସବୁଦିନ ରାତିରେ
କ୍ଷୀର ପିଇ ଶୋଇବୁ କାରଣ ସେମାନେ ଶାକାହାରୀ ଥାନ୍ତି । ବୋଉର କଥା
ସରୁ ସରୁ ଜେଜେ ମା କୁହନ୍ତି ସବୁଦିନ
ସନ୍ଧ୍ୟା ବେଳେ ଅଧ୍ୟାୟ ଲେଖାଏଁ ଭାଗବତ ପଢ, ଗୀତା ଶୁଣୁ ଯଦି
ମନ ହେଉଛି ଝୋଟି ପକା ଇତ୍ୟାଦି । ସାତମାସ ବେଳକୁ
ବୀଣା ଖୁଡିିଙ୍କ ବାପଘରୁ ମନସିଜ ଭାର ଆସେ । ତା’ପରେ
ତ ପ୍ରାୟ ସବୁଦିନ ସବୁ ବନ୍ଧୁ ବାନ୍ଧବଙ୍କ ଘରୁ ଆସିଥିବା ତାଙ୍କ ଘରେ ଖାଲି ପିଠାପଣାର ଆସର । ଏମିତି ଦଶମାସ
ପୁରି ଯାଏ । ସେଦିନ ସମୟ
ସନ୍ଧ୍ୟା ସାତ ଘଟିକା । ବୀଣା ଖୁଡି
ଜୋରରେ ଚିଲାନ୍ତି । ପଡୋଶୀ ମହିଳା
ମାନେ ଦୌଡି ଯାଆନ୍ତି । ସେ ବି
ତାଙ୍କ ବୋଉ ସାଙ୍ଗରେ ଦୈାଡନ୍ତି । ବୋଉ ତାଙ୍କୁ
ବିରକ୍ତି ହୋଇ ଫେରି ଯିବାକୁ କହେ । ହେଲେ ସେ
ଅମାନିଆ ହୋଇ ଦୂରରେ ରହି କେହି ତାଙ୍କୁ ନଦେଖିପାରିଲା ପରି ଦେଖନ୍ତି । ଦୁଇ ଜଣ
ମହିଳା ହାତରେ କିଛି ପୁରୁଣା କପଡା ଧରି ବୀଣା ଖୁଡିକୁ ଢିଙ୍କି ପଡିଥିବା ଚାଳିଆକୁ ନେଇ ଯାଆନ୍ତି । ଦାଦା ଯାଇ
ଗାଁ ଠାକୁରଙ୍କ କାଟପାଣି ନେଇ ଆସନ୍ତି । ବୀଣା ଖୁଡି
ଖୁଣ୍ଟକୁ ଧରି ବହୁ କଷ୍ଟ ପାଉଥାନ୍ତି ଓ କିିଛି ସମୟ
ପରେ କୁଆଁ କୁଆଁ ରାବ ଆସେ । କଣ ନା
ପୁଅଟେ ହୋଇଛି । ସଙ୍ଗେ ସଙ୍ଗେ
ଏନ୍ତୁଡି ଜଳା ହୁଏ । ଖଣ୍ଡେ ମୋଟା
ଆମ୍ବକାଠ ଖଣ୍ଡକୁ ଗୋଟିଏ ବଡ ହାଣ୍ଡି ଭିତରେ
ନିଆଁ ଲଗାଇ ଥୁଆହୁଏ । ଜେଜେମା ଜନ୍ମ
ହୋଇଥିବା ପିଲାଟିକୁ ପ୍ରଥମେ ବୀଣା ଖୁଡିଙ୍କ କୋଳରେ ଦିଅନ୍ତି । ସେ କ୍ଷୀରପିଏ
। ତା’ପରେ ଜେଜେମା
ତାକୁ ଏନ୍ତୁଡି ନିଆଁରେ ସେକିବା ଆରମ୍ଭ କରିଦିଅନ୍ତି । ଘର ହସ
ଖୁସିରେ ଫାଟିପଡେ । ତା’ପର
ଦିନ ଦାଣ୍ଡ ଚାଳତଳେ ସିଜୁଗଛର ପତ୍ର ଲଗା ଛୋଟ ଡାଳ ଖଣ୍ଡେ ଆସି ଟଙ୍ଗା ହୁଏ ଯାହାକୁ ଦେଖି ଯୋଗୀ, ଚକୁଳିଆ ପଣ୍ଡା, ଜାନୁଘଣ୍ଟିଆ ଓ ଭିକାରୀ ଆଉ
ଭିକ ମାଗନ୍ତି ନାହିଁ ଓ ଜାଣନ୍ତି ତାଙ୍କର
ଛୁତିକିଆ । ଷଠିଘର ପର୍ଯ୍ୟନ୍ତ
ଶାଶୁ ବୋହୁ ସେହି ଚାଳିଆରେ ରୁହନ୍ତି । ପିଲାର ଖୁବ୍
ତେଲ ମଲିସ ହୋଇଚାଲେ ।
ଏହି ଭାବନାରେ ବୁଡିଥିବା ସମୟରେ ଡ୍ରଇଙ୍ଗ୍ରୁମରୁ ହଠାତ୍ ପଡୋଶୀ ଅନ୍ତର୍ଯ୍ୟାମୀବାବୁଙ୍କ ପତ୍ନୀ ତାଙ୍କ ଘରଣୀଙ୍କୁ ଏକ ବଡ ଶଦ୍ଦରେ
କହୁଥାନ୍ତି ଯାଇଁଲ ଅପା, ବୋହୁ ରୀମାର ସିଜରିଆନ୍ରେ ଝିଅଟିଏ ହୋଇଛି
। ଗର୍ଭରେ ଝିଅଟି କଣ ଅକଳିଆରେ ଥିଲାତ,
ତେଣୁ ଡାକ୍ତର ଆଠମାସରେ ସିଜିରିଆନ୍ କରି କାଢିଦେଲେ । ଏବେ ପିଲାଟି
୧୦ ଦିନ ପର୍ଯ୍ୟନ୍ତ ଆଇ.ସି.ୟୁ.ରେ ରହିବ ।
ହଠାତ୍ ଚଳନ୍ତି ଦୁନିଆକୁ ଫେରିଆସି ଭାବନ୍ତି ଗର୍ଭ ସଂଚାର ପରଠାରୁ ପ୍ରତି ମାସରେ ମେଡିକାଲ ଚେକପ୍ ଓ ଡାକ୍ତରଙ୍କ ପରାମର୍ଶ
। ଡାକ୍ତରଙ୍କ କହିବା ଅନୁଯାଇ ଖାଦ୍ୟର ବିବିଧତା । ବୋହୁ କାମ
ନକରି ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଛୋଟମୋଟ ବ୍ୟାୟାମ । ମନର ପ୍ରଫୁଲତା
ପାଇଁ ଘର ଭିତର ଯାକ
କୁନିକୁନି ଛୋଟ ପିଲାମାନଙ୍କର ସୁନ୍ଦର ଫଟୋଚିତ୍ର ଓ ବୋହୁ କୋଳରେ
ଧରିବା ପାଇଁ ଛୋଟଛୋଟ ଟେଡି ବିଅର । ଡାକ୍ତରଙ୍କ ପରାମର୍ଶ
ମୁତାବକ ଲୌହ ବଟିକା ଓ ଭିଟାମିନର ଯଥୋଚିତ
ସେବନ । ଆଠମାସ ଭିତରେ
ତିନିଥର ଅଲଟ୍ରାସାଉଣ୍ଡ୍ । ଘରେ ଯତ୍ନର
ଅଭାବ ନାହିଁ । ପୁଣି ଏ
କି ଦଶା । ଜନ୍ମ ପରେ
ଏଠି ପିଲାର ନିଆଁରେ ସେକାସେକି ନାହିଁ ଓ
ତେଲ ମାଲିସ୍ର ବାରଣ ।
ଏମିତି ବି ନିର୍ଦ୍ଦାରିତ ସମୟର
ଆଗରୁ ଜନ୍ମ ନେଉଥିବା କେତେକ ପିଲାଙ୍କୁ ନିମୋନିଆ, ଜଣ୍ଡିସ୍ ଓ ଡାଇବେଟିସ୍ ରୋଗ
ମଧ୍ୟ ଆକ୍ରାନ୍ତ କରେ । ଜନ୍ମରୁ ଯଦି
ଏତେ ରୋଗିଣା ତେବେ ବଡ ବେଳେ ଏମାନେ କିପରି
ହେବେ । ଏମିତି ଅତିତ
ଓ ବର୍ତ୍ତମାନ ଭିତରେ ତଫାତ ଖୋଜୁ ଖୋଜୁ ସେ ଆଦ୍ୟୈ ବୁଝିପାରୁନଥାନ୍ତି
କିଏ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
******
No comments:
Post a Comment