ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୧)
ବାର୍ଦ୍ଧକ୍ୟ
ରୋଗରେ ପିଡୀତ ଦାମ ମଉସା ଖଟଟା ଉପରେ ସେମିତି ପଡି ରହିଥାନ୍ତି । ମାତ୍ର ତାଙ୍କର
ମାନସିକ ଚଞ୍ଚଳତା ସେମିତି କ୍ଷିଣ ହୋଇନଥାଏ । ସେଦିନ ଶେଯରୁ ବହୁତ
କଷ୍ଟରେ ଭୋର ପାଞ୍ଚଟାରୁ ଉଠି ଶୈାଚ ହୋଇ ଖଟ ଉପରେ ଗୋଟିଏ
କଡକୁ ଆଉଜି ବସି ସେଦିନର ଖବରକାଗଜ ଟିକୁ ବଡବଡ ଚଷମାରେ ଅଣ୍ଡାଳୁଥାନ୍ତି । ସେପଟୁ ଶଦ୍ଦ
ଶୁଭେ ବୋହୁଙ୍କର । ଆଜି ତୋ
ଟିଫିନ୍ରେ ମ୍ୟାଗି ଓ
ଗୋଟିଏ ପିଜା ଦେଇଛି । ତୁ ଲଞ୍ଚ୍
ଟାଇମରେ ଖାଇଦେବୁ । ଗୁଡୁର ଖୁସି
କହିଲେ ନସରେ । ମାମା, ମ୍ୟାଗିରେ
ତମେ ଭଲଭାବରେ ମସଲା ପକାଇଚ ଟି? ହଁ ହଁ ତୁ
ଆଉ ଏତେ କଥା ପଚାରନା । ତୁ ନେଇକି
ଯା । କିନ୍ତୁ ଠିକ୍
ସମୟରେ ଖାଇଦେବୁ । ତେଣେ
ଖଟ ଉପରେ ଦାମ ମଉସା କଣେଇ
କଣେଇ ଚାହିଁବା ଅପେକ୍ଷା
ବୋହୁଙ୍କର ସେ କଥାକୁ ବେଶୀ
କାନେଇ ଶୁଣୁଥାନ୍ତି । କୋଉ ଉପାଦାନରେ
ଏମାନେ ଗଢା କେଜାଣି । ନଅ ବର୍ଷ
ବୟସର ପୁଅର ଓଜନ ଆସି ୪୩ କିଲୋ ।
ପୁଣି ଦୁଇ ତିନି ମାସରେ ଥରେ ଲେଖାଏଁ ପେଟ କ’ଣ ହେବା
ଥୟ । ଗ୍ୟାସ୍ ବଟିକା
ନଖାଇଲା ପର୍ଯ୍ୟନ୍ତ ଆରାମ ନାହିଁ । ତଥାପି ଏମାନେ
ବୁଝି ପାରୁନାହାଁନ୍ତି । ତିଆରି କରିବାକୁ
ଭିଡ ପଡୁଛି ନା କ’ଣ
କେଜାଣି? ଦୁଇରୁ ତିିନିମିନିଟ୍ ଭିତରେ ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ଅବା ବଜାରରେ ମିଳୁଥିବା ଖାଦ୍ୟ ଉପରେ ପୁରାପୁରି ନିର୍ଭରଶୀଳ । ଆଉ ସନ୍ଧ୍ୟାବେଳେ
ପୁଅ ଘରକୁ ଫେରିଲା ବେଳକୁ ପିଜା, ପେଷ୍ଟ୍ରି ଓ କେକ୍ ସବୁ
ସାଙ୍ଗରେ ନେଇକରି ଆସିବା ଏକ ନିତି ଦିନିଆ
ଘଟଣା । ଆଉ ଅତିକମ୍ରେ ସପ୍ତାହକେ ଥରେ
କିମ୍ବା ଦୁଇଥର ଯେତେବେଳେ ସମସ୍ତେ ବଜାର କିମ୍ବା ଯାନିଯାତ୍ରାକୁ ବୁଲିବାକୁ ଯାଉଛନ୍ତି ଫାଷ୍ଟପୁଡ୍ ବିନା ସତେଯେମିତି ବୁଲିବା ଅସମ୍ଭବ । ଗୁପ୍ଚୁପ୍,
ଠୁଙ୍କାପୁରୀ, ଚିକେନ୍ ପକୋଡା, ପନିର ପକୋଡା, ଚାଟ୍ ଅବା ଦହିବରା ନିହାତି ପେଟରେ ପଡିବା ଦରକାର ନହେଲେ ଏମାନଙ୍କୁ ମେଳା ବୁଲିବା ପରି ଲାଗୁ ନାହିଁ । ହେଲେ ଏସବୁ
ଖାଦ୍ୟ ପିଲାମାନଙ୍କୁ ଭବିଷ୍ୟତରେ କେଉଁ ପରି ଶାରିରୀକ ସ୍ୱାସ୍ଥ୍ୟ ପ୍ରଦାନ କରିବ ତାହା ସେମାନଙ୍କର ଚିନ୍ତା ହିଁ ନାହିଁ । ଯେଉଁ ଖାଦ୍ୟଗୁଡିକରେ
ଭରପୁର ରାସାୟନିକ ରଙ୍ଗ, ଅପମିଶ୍ରିତ ମସଲା ଓ ପୋଡାତେଲ, ସେ
ଖାଦ୍ୟ ଏ ଶରୀର ପାଇଁ
ଜହର ସଙ୍ଗେ ସମାନ । ସିଏ ବା
କ’ଣ କରିପାରିବେ ।
ଏ ବୃଦ୍ଧାବସ୍ଥାରେ ତାଙ୍କ କଥା କିଏ ବା ଶୁଣିବ ।
ଚାକିରୀଆ ପୁଅକୁ ଚାକିରୀଆ ବୋହୁ । ସେମାନେ ଖୁବ୍
ବୁଝିଲା ବାଲା । ଏମିତି ଭାବୁ
ଭାବୁ ଧସେଇ ପସି ଯାଆନ୍ତି ନିଜ ପିଲାମାନଙ୍କୁ ଖୁଆଇଥିବା ଖାଦ୍ୟ ପସରାର ଆସର ଭିତରେ ।
ସେ
ତାଙ୍କର ପାଞ୍ଚପାଞ୍ଚଟା ପିଲାକୁ ଏଡେ ଏଡେ ବଡ ମଣିଷ କରି
ଗଢି ତୋଳିଛନ୍ତି ହେଲେ ଏଭଳିଆ ଖାଦ୍ୟତ ଦେଇନଥିଲେ । ଶୀତ ହେଉ,
ବର୍ଷାହେଉ, କୁହୁଡିହେଉ କି କାକର ହେଉ
ମାଟି ହାଣ୍ଡିର ପଖାଳ, ଖାଲି କଡେଇରେ ଚାଉଳ ଭଜା, ମୁଗ, କୋଳଥ, ବିରିରଗଡା, ଗାଇ ଘିଅ, ଆଉ କ୍ଷୀର ଏ
ସବୁ ଥିଲା ନିତିଦିନିଆ ଖାଦ୍ୟ । ସକାଳୁ ଉଠିଲା
ବେଳକୁ ପିଲାଏ ଚାଟଶାଳୀକୁ ବାହାରିବା ପୂର୍ବରୁ ତାଙ୍କ ଘରଣୀ ସମସ୍ତଙ୍କୁ ଚାଉଳଭଜାରୁ ଗିନେ ଲେଖାଏଁ ଦେଇ ସେଥିରେ ପିଆଜ ଓ ଅଦାଗୁଣ୍ଡ ଟିିକେ
ମିଶେଇ ଦେଉଥିଲେ । ସମସ୍ତେ ତାକୁ
ଆନନ୍ଦରେ ଖାଇ ଚାଟଶାଳୀ ଯାଉଥିଲେ । ଆଉ ସେଠାରୁ
ଫେରିବା ପରେ ଗାଧୋଇସାରି ସ୍କୁଲ୍କୁ ବାହାରିବା ପୂର୍ବରୁ
କଂସାରେ ପଖାଳ ସହିତ ଟିକେ ଆଳୁ ଓ ଅନ୍ୟାନ୍ୟ ପରିବା
ମିଶା ଭଜା ଅବା ବିରି, ମୁଗ କିମ୍ବା କୋଳଥ ରଗଡା ସହିତ ପିଆଜ ଓ ରସୁଣ ମିଶେଇ
ପେଟ ପୁରା ଖାଇ ସମସ୍ତେ ବାହାରୁଥିଲେ ସ୍କୁଲକୁ । ସେଇ ପେଟପୁରା
ପଖାଳ ଗଣ୍ଡକ ତାଙ୍କୁ ଦିନ ଚାରିଟା ପର୍ଯ୍ୟନ୍ତ ସ୍କୁଲରେ ସତେଜ ରଖୁଥିଲା । ଖେଳ କୁଦରେ
କିଛି କମ୍ ନଜର ଆସୁ ନଥିଲେ । ଚାରିଟାରେ ସ୍କୁଲରୁ
ଫେରିଲା ବେଳକୁ ଦ୍ୱିପ୍ରହରରେ ରନ୍ଧା ହୋଇ ରହିଥିବା ଶୁଖିଲା ଗରମଭାତ ସହିତ କୋଳଥ, ବିରି ଅବା ମୁଗଡାଲି ଓ ଅନ୍ୟ ତରକାରୀକୁ
ସେମାନେ ମହା ଆନନ୍ଦରେ ପେଟପୁରା ଖାଉଥିଲେ । ଗାଁ ମୁଣ୍ଡ
ପଡିଆକୁ ଖେଳିବା ପାଇଁ ବାହାରିଲା ବେଳକୁ କାନ୍ଧରେ ଚାଉଳଭଜାକୁ ଗାମୁଛା କାନିରେ ବାନ୍ଧି ବାହାରି ପଡୁଥିଲେ । ସଂଜରେ ଆସି
ପାଠପଢି ରାତିରେ ଜଲଦି ଶୋଇବା ଆଗରୁ ସଜପଖାଳବି ଖାଉଥିଲେ । ବେଳେବେଳେ ଗାଁକୁ
ବିକା ଆସୁଥିବା ଗରମ ଘୁଗୁନି, ଦହିବରା ଅବା ମହନିଭୋଗକୁ ସଜ ବରପତ୍ର ଠୋଲାରେ
ଖାଇବାର ମଜାବି ନେଉଥିଲେ ଯେଉଁଥିରେ ନଥିଲା ଆଜିର ରାସାୟନିକ ରଙ୍ଗ, ଅପମିଶ୍ରିତ ମସଲା, ଅବା ପୋଡାତେଲ । ସେମାନଙ୍କୁ ଆଜିର
ପିଲାଙ୍କ ଭଳିଆ ଏତେ ଥଣ୍ଡା, କାଶ, ଜ୍ୱର ହେଉନଥିଲା । ସେମାନଙ୍କ ଠାରେ
ମେଦବହୁଳତା, ଡାଏବେଟିସ୍ ଅବା ଗ୍ୟାଷ୍ଟ୍ରିକ୍ ରୋଗ ଦେଖା ଯାଉନଥିଲା ।
ଅବଚେତନ
ମନରେ ଏମିତି କଥାଗୁଡିକ ଭିତରେ ହଜିଯାଇଥିବା ସମୟରେ ବୋହୁଙ୍କର ଶଦ୍ଦ ଶୁଭେ ବାପା ମୁଁ ଅଫିସ୍ ଯାଉଛି । ଦୁଆରଟି ଆଉଜେଇ
ଦେଇ ଯାଉଛି । ତୁମାପାଇଁ ଖାଦ୍ୟ
ତୁମ ବେଡ୍ ପାଖରେ ଥୋଇ ଦେଇଛି । ଖାଇନେବ ।
ହଠାତ୍ ଦାମ ବାବୁ ଚେଙ୍ଗା ହୋଇ ପଡନ୍ତି । ଉତ୍ତରରେ ହଁ
ଶଦ୍ଦଟିଏ ମାରି ମନେ ମନେ ଗୁଣନ ହରଣ କରି ଭାବିପାରନ୍ତିନି ସତରେ କେଉଁ ବେଳ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment