ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୭)
ଛିି..ଛି..ଛି... । ଧିକ ଏମାନଙ୍କୁ
। କି ପାଠ ଏମାନେ
ପଢିଛନ୍ତି କେଜାଣି? ମନୁଷ୍ୟ ଜୀବନର ମୂଲ୍ୟବୋଧ କ’ଣ ଏଇଆ?
କେତେ ଅହଙ୍କାର? ଶତ୍ରୁ
ମଣୁଥିବା ବ୍ୟକ୍ତିର ଶବ ପାଖରେ ଠିଆ
ହୋଇ ବି ଏମାନଙ୍କର ଅହଙ୍କାର
ଯାଉନି । ଗାଁରେ ସେ
ପବିତ୍ର ଭାଇଚାରା ସଂସ୍କୃତିକୁ ଏ ନିଉଛୁଣା ରାଜନୀତି
ପୁରାପୁରି ଧ୍ୱସଂ କରି ସାରିଲାଣି । ୟା ଠାରୁ
ଆଉ କ’ଣ ବଡ
ଅମାନବୀୟ କାମ ହୋଇ ପାରେ? ବିଷର୍ଣ୍ଣ ମନରେ ଯଦୁ ମଉସା ଏକ କ୍ଷୋଭ ଭରା
କଣ୍ଠରେ ଏସବୁ କହି ଚାଲିଥାନ୍ତି । ବୟସ ଆସି
ପଞ୍ଚଷଠି । ଶେଷରେ ନିଜେ
ଯାଇ ରଘୁଆକୁ ଯୋଡ ହସ୍ତ ହୋଇ ଭିଡିକି ଆଣନ୍ତି । କହନ୍ତି ଆରେ
ତୁ ଯାହାକୁ ତୋର ପରମ ଶତ୍ରୁ ବୋଲି ଭାବୁଛୁ ସେ ଆଜିତ ଆଉ
ଏ ଦୁନିଆରେ ନାହିଁ । ତା’ର
ଶବ ଆଜି ତା’ ଦାଣ୍ଡଘରେ ଶୋଇଛି । ତୁ
ତା’ର ପରା ବଡବାପା
ପୁଅ ଭାଇ । ତା’ର
ରକ୍ତର । ତା’ ଶବକୁ
କାନ୍ଧ ଦେବାରେ ଆଉ କାହିଁକି ରାଗ
ଋଷା । ଚାଲ ଯିବା
। ଏହା କହି ରଘୁଆର ହାତଧରି ଟାଣି ଆଣନ୍ତି । ପାଣୁର କୋକେଇ
ବନ୍ଧା ହୁଏ । ବୟୋଜେଷ୍ଠ ହିସାବରେ
ଯଦୁ ମଉସା ଶବ ସାଥୀରେ ମଶାଣୀକୁ
ଯାଆନ୍ତି । ଯିବା ସମୟରେ
ହଜି ଯାଆନ୍ତି ନିଜ ଗାଁ ଚରିତ୍ରର ପରିବର୍ତ୍ତିତ ବିଭତ୍ସରୂପ ଭିତରେ ।
ଗାଁରେ
ଲୋକସଂଖ୍ୟା ଗାଏଁ ମୋଟ ଚାରିଶହ ପଚାଶ । ଓା୍ୱର୍ଡମେମ୍ବର ପ୍ରାର୍ଥି
ପାଇଁ ଛିଡାହୁଅନ୍ତି ଦୁଇଜଣ ଦୁଇ ଦଳରୁ । ଦୁଇଜଣ ଯାକ
ଗାଁର ସମସ୍ତ ପରିବାରକୁ ବିଭାଜିତ କରିଚାଲନ୍ତି ରାଜନୈତିକ ଦଳୀୟ ଭାବଧାରାରେ । ଓା୍ୱର୍ଡମେମ୍ବର ଭାବେ
ଜିତିବା ପାଇଁ ସତେଯେମିତି ଗାଁରେ ଏକ ଯୁଦ୍ଧର ଆୟେଜନ
ଚାଲିଥାଏ । କିନ୍ତୁ ଗାଁର
ହାବଭାବରୁ ଜଣା ପଡୁଥାଏ ରଘୁଆ ଜିତିବ । କ’ଣ
ହୁଏ କେଜାଣି ଭୋଟ ପୂର୍ବଦିନ ସନ୍ଧ୍ୟା ୫ଟାରେ କେଉଁ କଥାରୁ ପାଣୁଆର ରଘୁଆର ବଚସା ହୁଏ । ଦୁଇଜଣ ଦାଦା
ବଡବାପା ପୁଅ ଭାଇ । ଦୁଇଟି ପରିବାର
ମାତ୍ର ଏକା ରକ୍ତ । ହଠାତ୍ ପାଣୁଆ
କହେ ହଉ କାଲି ତୋତେ
ଆଉ ମୋ ପରିବାର ମୋଟେ
ଭୋଟ ଦେବେନି । ଏହା କହି
ସେ ଚାଲିଯାଏ । ସତକୁ ସତ
ତାପରଦିନ ନିର୍ବାଚନରେ ରଘୁଆ ହାରିଯାଏ ମାତ୍ର ତିନିଖଣ୍ଡ ଭୋଟରେ । ଯେଉଁଥିରେ କି
ପାଣୁଆ ପରିବାରର ୫ଖଣ୍ଡ ଭୋଟ ଅନ୍ୟ ଦଲକୁ ଚାଲିଯାଇଥାଏ । ବାସ୍ ଗାଁରେ
ମହାଭାରତ । ଗାଁ ସେତେବେଳକୁ
ଆଉ ଗୋଟିଏ ହୋଇ ନଥାଏ । ସମ୍ପର୍ଣ୍ଣ ଦୁଇଭାଗ
। ଦୁଇଭାଇଙ୍କ ଭିତରେ ଅରମ୍ଭ ହୋଇଯାଏ ଯୁଦ୍ଧ । ଏହା ପରିବାରରୁ
ଗାଁକୁ ବ୍ୟାପିଯାଏ । ରାଜନିତିଆମାନେ ନିଜର
କି କୁହୁକ ଯାଦୁ ବଳରେ
ଗାଁର ଲୋକମାନଙ୍କୁ ଏପରି ଦଳୀୟ ଭାବଧାରାରେ ବୁଡେଇ ଦେଇଥାଆନ୍ତି ଯେ ସାତପୁରୁଷରୁ ଥିବା
ଭାଇ ଭଗାରୀ ଜ୍ଞାନ୍ତି କୁଟୁମ୍ବ ର ରକ୍ତ ସମ୍ପର୍କ
ହଠାତ ଦୁଇଟି ରାଜନୈତିକ ଦଳର ପରିଚୟ ବହନ କରିନିଏ । ଗାଁଟାରେ ସବୁବେଳେ
ଦଳୀୟ କନ୍ଦଳ ଗାଁକୁ କଲବଲ କରିରଖିଥାଏ କହିଲେ ଚଳେ । ଏମତି ବି
ହୁଏ ଯେ ଗୋଟିଏ ଦଳର
କୈାଣସି ବ୍ୟକ୍ତିର ଛାଇ ପଡିଲେ ଅନ୍ୟଦଳର ଲୋକଙ୍କର ନାହି ଡିଏଁ । ଅନେକ
ସମୟରେ ଉତ୍ତେଜନା ଗାଁର ସେ ଶାନ୍ତ ମନୋରମ
ଚରିତ୍ରକୁ ପୁରା ପୁରି ଦୋହଲାଇ ଦିଏ । ଏମିତି ବି
ଗାଁରେ କାହାର ମଲା ମୃତ୍ତିକା ଅବା ବିବାହ ଭୋଜିଭାତ ହେଲେ ଦଳୀୟ ହିସାବରେ ଲୋକ ଆମନ୍ତ୍ରିତ ହୁଅନ୍ତି ଓ ପୁରନ୍ତି ।
କ’ଣ ହେଲା ଏ
ସମାଜର ? ଶବ ସହିତ ଯାଉଥିବା
ସମୟରେ ରାମ ନାମ ସତ୍ୟ ସହିତ ଏଭଳି ଭାବନାରୁ ଯଦୁମଉସା ଓହ୍ଲେଇ ଆସନ୍ତି ନିଜ ଯୁବାବସ୍ଥାର ଗାଁ ଚରିତ୍ରକୁ ।
କି ସୁନ୍ଦର ଥିଲା ସେ ଗ୍ରାମ୍ୟ ଚରିତ୍ର
। କି ସୁନ୍ଦର ଆହା
ଭାଇଚାରା । ଗାଁର ଯାନିଜାତ୍ରା,
ମେଳାମଉତ୍ସବରେ ପରସ୍ପର ମଧ୍ୟରେ କି ଭାବାବେଗ ।
କେତେ ମଜଭୁତଏକତା ଥିଲା ଗ୍ରାମ ବାସୀଙ୍କ ଭିତରେ । ଗାଁରେ କାହାର
ଟିକେ ବି ଅସୁବିଧା ହେଲେ
ଗାଁର ସମସ୍ତେ ଠିଆ ହୋଇ ଯାଉଥିଲେ ତା ପାଖରେ ।
ଆଉ ସବୁଠୁ ଆଗରେ ଥିଲା ସାହିଭାଇର ସମ୍ପର୍କ । କୁଟୁମ୍ବ -କୁଟୁମ୍ବ
ଭିତରେ ସମ୍ପର୍କ ଥିଲା ଅତ୍ୟନ୍ତ ନିବିଡ । ହେଲେ ତାଙ୍କର
ବାର୍ଦ୍ଧକ୍ୟ ବେଳକୁ ସବୁ ବଦଳି ଗଲାଣି । ଗ୍ରାମ୍ୟ ଜୀବନ
ଆଜି ସହରୀ ଜୀବନର “ଆପଣା ସୁଖକୁ ଦେଖ୍” ଆପଣେଇ ସାରିଲାଣି । ଗାଁରେ ସେ
ସାମୁହିକ ଜୀବନ ଜିଇଁବାର ପରମ୍ପରାକୁ ପ୍ରାାୟ ସମସ୍ତେ କରଛଡାଦେଇ ପାରିବାରିକ ଆନନ୍ଦରେ ସିମୀତ ହୋଇଗଲେଣି । ସହରୀ ଜୀବନ
ଭଳି ମୋ ପରିବାର ଭଲରେ
ରହୁ ସ୍ୱାର୍ଥପରତାର ଚିନ୍ତାଧାରାରେ ସମସ୍ତେ ପ୍ଲାବିତ ହେବାରେ ଲାଗିଲେଣି । ଗାଁର ଅଖଣ୍ଡ
ଏକତାକୁ ଆଜି ରାଜନୈତିକ ଦଳୀୟ ଭାବନା ସମ୍ପୂର୍ଣ୍ଣ ବିଖଣ୍ଡିତ କରିଦେଇଛି । ଗାଁର ଅଳ୍ପଶିକ୍ଷିତ,
ଅଶିକ୍ଷିତ ଏହା ମଧ୍ୟ ବୁଝି ପାରୁନାହାନ୍ତି, ଯେଉଁ ନେତାମାନଙ୍କ ଆଦର୍ଶରେ ସେମାନେ ଦଳୀୟ କନ୍ଦଳ ରେ ସାମିଲ୍, ସେମାନେ
କିନ୍ତୁ ଯାହାକୁ ରାଜନୈତିକ ରଣାଙ୍ଗନରେ ଶତ୍ରୁ ବୋଲି ବିବେଚନା କରନ୍ତି ସେମାନଙ୍କ ପାରିବାରିକ ଉତ୍ସବରେ ଏମାନଙ୍କ ଉପସ୍ଥିତ ସୁନିଶ୍ଚିତ । ଏମିତି ବେଳେବେଳେବି
ଗାଁରେ ଶିକ୍ଷିତ ମଣିଷ ମାନଙ୍କ ଭିତରେ ମଧ୍ୟ ଅନୁରୂପ ଆଚରଣ । ଦିନକୁଦିନ ସତେଯେପରି
ରାଜନୀତି ସମସ୍ତଙ୍କ ରକ୍ତରେ ମିଶିଯିବାରେ ଲାଗିଛି । ଏଭଳି ପରିସ୍ଥିତିରୁ
ମୁକ୍ତି କ’ଣ ସତରେ
ଏ ଗାଁ ଆଉ ପାଇବ, ତାଙ୍କର
ସେ ବିଶ୍ୱାସ ବି ଆଉ ନାହିଁ
।
ଏମିତି
ଭାବୁଭାବୁ ଶ୍ମଶାନରେ ପହଞ୍ôଚଲା ବେଳକୁ ଯଦୁମଉସା ବୁଝିପାରନ୍ତିନି ସତରେ କିଏ ଭଲ । ଗାଁର
ସେଦିନର ସେବେଳ ନା ଆଜିର ଏବେଳ
ଯେଉଁଠି ରାଜନୈତିକ ଭାବନାରେ ନିଜ ଭାଇର ଶବକୁ କାନ୍ଧ ଦେବାକୁ ଭାଇ ନାରାଜ ।
*******
No comments:
Post a Comment