search in www.iswarchandraworld.blogspot.com

Saturday 1 May 2021

ପ୍ରକୃତ ବନ୍ଧୁ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ପ୍ରକୃତ ବନ୍ଧୁ

ବନ୍ଧୁଏକ ପବିତ୍ର ଶଦ୍ଦ ଭଲ ବନ୍ଧୁଟିଏ ଭାଗ୍ୟରେ ଥିଲେ ମିଳେ   ଆପଣଙ୍କ ସୁଖ ଶାନ୍ତିରେ ଯାହାର ଆନନ୍ଦ ଆପଣଙ୍କ ଦୁଃଖକୁ ଯିଏ ଅନୁଭବକରି ତାକୁ ଲାଘବ କରିବାକୁ ଚେଷ୍ଟାକରେ ସେ ହିଁ ପ୍ରକୃତ ଦରଦୀ ବନ୍ଧୁ ହେଲେ ବର୍ତ୍ତମାନର ଧାଁଧପଡ ଦୁନିଆରେ ଚାଲିଛି ବନ୍ଧୁ ମରୁଡି କାଳ କାହାର ପ୍ରକୃତବନ୍ଧୁଟିଏ ହେବାପାଇଁ ଆମମାନଙ୍କ ପାଖରେ ସମୟ ନାହିଁ କି ସେ ହୃଦୟ ନାହିଁ ହଁ, ବନ୍ଧୁ ଖୋଜିବାକୁ ଯାଇ ଆମେ ଭଗବାନଙ୍କୁ ଅବା ଗୁରୁଙ୍କୁ ନିଜର ପ୍ରକୃତବନ୍ଧୁ ବୋଲି ଗ୍ରହଣ କରିପାରିବା ମାତ୍ର ସଦ୍ଗୁରୁ ଭାଗ୍ୟରେ ଥିଲେ ମିଳନ୍ତି

ଭଗବାନଙ୍କ ସହିତ ବନ୍ଧୁତ୍ୱ ନିଆରା ସେ ସମସ୍ତଙ୍କର ଜୀବନବ୍ୟାପି ପରମବନ୍ଧୁ ତାଙ୍କ ବନ୍ଧୁତ୍ୱରେ ନାହିଁ ଧନୀଦରିଦ୍ର, ଉଚ୍ଚନୀଚ୍ଚ, ଛୁଆଁଅଛୁଆଁ, ଦବାନବା ଅବା ପାତରଅନ୍ତର ଦାସିଆ ବାଉରୀ, ଭକ୍ତ ସାଲବେଗ ଅବା ବନ୍ଧୁମହାନ୍ତିଙ୍କ ଭଳି ଜଗନ୍ନାଥଙ୍କ ସହିତ ବନ୍ଧୁକରିବାର ଶୈଳୀ ଯଦି ଶିଖିପାରିବା ତେବେ ଆଉ ଜୀବନରେ ଅଧିକ କିଛି ଲୋଡାନାହିଁ

ମାତ୍ର ସୂକ୍ଷ୍ମ ଦୃଷ୍ଟିରେ ଚିନ୍ତାକଲେ ଜଣାଯାଏ ସୃଷ୍ଟିର ସମସ୍ତ ଜୀବନ୍ତ ନିର୍ଜୀବ ମାନଙ୍କ ମଧ୍ୟରୁ ଅନେକ ମନୁଷ୍ୟର ଉପକାରୀ ବନ୍ଧୁ ହୋଇଥିବା ବେଳେ କେତେକ ମନୁଷ୍ୟର କ୍ଷତିକାରୀ  ହୋଇଥନ୍ତି ସୂକ୍ଷ୍ମତ୍ତ୍ୱକୁ ଗଲେ ଅଣୁ ପରମାଣୁ ସଦୃଶ ଜୀବାଣୁ, ବୀଜାଣୁ, ଡିମ୍ବାଣୁ ଅବା ଭୁତାଣୁ ମାନଙ୍କ ମଧ୍ୟରୁ ଅନେକଙ୍କର ଉପସ୍ଥିତି ମନୁଷ୍ୟର ଧରା ବକ୍ଷରେ  ତିଷ୍ଠିରହିବା ପାଇଁ ଅନିର୍ବାର୍ଯ୍ୟ ଏବଂ କେତେକଙ୍କ ଉପସ୍ଥତି ମନୁଷ୍ୟଜାତିକୁ ନିଶ୍ଚିହ୍ନ କରିଦେବା ପାଇଁ ଯଥେଷ୍ଟ କିନ୍ତୁ ତରୁତୃଣଙ୍କ କଥା ବିଚାର କଲେ ଏହା ପ୍ରମାଣିତ ଯେ ଏମାନଙ୍କ ଭିତରୁ କେତେକଙ୍କ ପାଖରେ ଅପକାରୀ ଗୁଣ ଥିଲେ ସୁଦ୍ଧା ପ୍ରକାରାନ୍ତେ ବୃକ୍ଷବିନା ମନୁଷ୍ୟର ଅସ୍ତିତ୍ତ୍ୱ ସମ୍ପୂର୍ଣ୍ଣ ଅସମ୍ଭବ ତେଣୁ ବୃକ୍ଷ ହିଁ ଆମର ସର୍ବକାଳୀନ ପ୍ରକୃତ ବନ୍ଧୁ

ହେଲେ ଆମେ ଭୁଲିଯାଉଛେ ଯେ ବୃକ୍ଷ ଆମର ଏପରି ବନ୍ଧୁ ଯିଏ ଆମ ଜୀବନରେ ଜନ୍ମରୁ ଜୁଇ ପର୍ଯ୍ୟନ୍ତ କେବଳ ଆମରି ସେବା କରିଥାଏ ସବୁବେଳେ କେବଳ ଦେଇଥାଏ ନିସ୍ୱାର୍ଥପର ବନ୍ଧୁର ସେ ନିଦର୍ଶନ   ଏହି ମର୍ମରେ କଥାଟିଏ

     ଦୁଃଖି ମଣିଷଟିଏ ଭୋକରେ ଆଉଟୁପାଉଟୁ ହୋଇ ଗୋଟିଏ ଗଛତଳେ ବସି କାନ୍ଦିବାକୁଲାଗେ ଗଛଟି ମଣିଷର କାନ୍ଦଣା ଶୁଣି ପଚାରେ ହେ ବନ୍ଧୁ ! ତୁମେ କାହିଁକି କାନ୍ଦୁଛ ? ଲୋକଟି ଉତ୍ତରଦିଏ ମୋତେ ଭୋକଲାଗୁଛି ଗଛଟି କୁହେ ତୁମେ ମୋ ଦେହରେ ହୋଇଥିବା ଫଳକୁ ଖାଉନ ମଣିଷଟି ଗଛରୁ ଫଳଟିଏ ଖାଇ ଆତ୍ମହରା ହୋଇପଡେ ଗଛରୁ ସବୁତକ ଫଳତୋଳି ନେଇ ନିଜ କୁଡିଆକୁ ଫେରେ   ପୁଣି କିଛିଦିନ ପରେ ଆସି ସେହି ଗଛତଳେ ମନ ଦୁଃଖରେ ବସେ ଗଛଟି ପଚାରେ ଆଜିତୁମର ମନ କାହିଁକି ଦୁଃଖ ଲୋକଟି କୁହେ ମୋ କୁଡିଆଟି ଭାଙ୍ଗିଗଲାଣି ତୋଳିବାକୁ ସମ୍ବଳନାହିଁ ବୃକ୍ଷଟି କହେ ତୁମେ ମୋ ଡାଳଗୁଡିକ ହାଣିନେଇ କୁଡିଆ ତିଆରି କରୁନ ଲୋକଟି ଲୋଭବସରେ ଗଛର ସବୁଡାଳ ହାଣିନେଇ ନିଜର କୁଡିଆ ଗଢେ ପୁଣି କିଛିଦିନ ପରେ ଆସି ସେମିତି ସେହି ଥୁଣ୍ଟା ଗଛର ଗଣ୍ଡି ପାଖରେ ମନ ଦୁଃଖରେ  ବସେ  ଗଛ ଏହାର କାରଣ ପଚାରେ ଲୋକଟି କହେ ମୁଁ ଗୋଟିଏ ଡଙ୍ଗାକରି ମାଛ ଧରିବାକୁ ଚାହୁଁଛି ହେଲେ କାଠ ନାହିଁ ଗଛଟି କହେ ତେବେ ମୋ ଗଣ୍ଡିଟିକୁ ନେଇ ଡଙ୍ଗାଟିଏ କରୁନ   ସେ ଗଛଟିର ଗଣ୍ଡିଟିକୁ କାଟିନେଇ ଡଙ୍ଗାଟିଏ କରେ ଡଙ୍ଗାଟିରେ ମାଛ ଧରୁଧରୁ ଡଙ୍ଗାଟି ନଦୀରେ ବୁଡିଯାଏ ସେତବେଳକୁ ଶୀତ ଆସିଥାଏ ଲୋକଟି ଶେଷରେ ଥରିଥରି ଆସି ଗଛର ଥୁଣ୍ଟା ମୂଳପାଖରେ ପହଞ୍ଚେ ଗଛଟି ଲୋକଟିର ଶୀତରେ ଥରିବାଟା ସହିନପାରି କୁହେ ହେ ବନ୍ଧୁ ! ଦେଖ ମୁଁ ତୁମକୁ ମୋର ସବୁକିଛି ଦେଇସାରିଛି ମୁଁ ଏଥିରେ ବହୁ ଆନନ୍ଦିତ ଆଜି ତୁମକୁ ଦେବାକୁ ଆଉ ମୋ ପାଖରେ କିଛିନାହିଁ ହେଲେ ଏତିକି କହିବି ତୁମେ ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ମୋ ମୂଳଟିରେ ନିଆଁ ଲଗାଇଦିଅ ତଥାପି ଲୋଭୀ ମୂର୍ଖ ମଣିଷଟି ବୁଝିପାରିନି ମୂଳଟିରେ ନିଆଁଲଗାଇ ନିଜକୁ ଶୀତରୁ ବଞ୍ଚାଇଛି ଏଠି କହିବାର କଥାହେଲା ସ୍ୱାର୍ଥୀ ମଣିଷଟି ତଥାପି ଚିହ୍ନିଁ ପାରିଲାନି ନିଜର ଦରଦୀ ବନ୍ଧୁକୁ ଶେଷରେ ସ୍ୱାର୍ଥପାଇଁ ତାକୁ ନିଶ୍ଚିହ୍ନ କରିଦେଲା

     ଟିକେ ଚିନ୍ତା କଲେ, ବଞ୍ଚିବାପାଇଁ ପ୍ରାଣବାୟୁରେ ଶରୀରରୁ ବାହାରୁଥିବା ଅଙ୍ଗାରକାମ୍ଲକୁ ଅପାନବାୟୁରେ ଲୋଡା ପଡୁଥିବା ଅମ୍ଳଜାନରେ ପରିଣତ କେବଳ ଏହି ବୃକ୍ଷ ହିଁ କରିଥାଏ ସୃଷ୍ଟିରେ ବୃଷ୍ଟିର ପରିମାଣ ଏହି ବୃକ୍ଷରାଜୀଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଗ୍ରୀଷ୍ମର ଦୂର୍ଦ୍ଦଶ ସୂର୍ଯ୍ୟତାପକୁ ନିଜେ ପାନକରି ମଧୁର ଶୀତଳ ଛାଇ ଏହି ଗଛ ହିଁ ଦେଇଥାଏ ଏନ୍ତୁଡିନିଆଁରେ ଶରୀରକୁ ଉତ୍ତାପଦେଇ ଶକ୍ତ କରିବାଠାରୁ ମରିବା ପରେ ବୋହିବା ପାଇଁ ଛଅଖଣ୍ଡ କାଠ ଶରୀର ଭଷ୍ମପାଇଁ ଚିତାଗ୍ନୀରେ ଏହାର ହିଁ ଆବଶ୍ୟକତା ପଡେ ମନର ଦୁଃଖ, କ୍ଳାନ୍ତି ଅବା ଅବସାଦ ସମୟରେ ଟିକେ ଶସ୍ୟଶ୍ୟାମଳା କ୍ଷେତର ସୈନ୍ଦର୍ଯ୍ୟ ଅବା ବଗିଚାକୁ ଯାଇ ଦେଖନ୍ତୁତ ବୃକ୍ଷରାଜୀ ଗୁଡିକରେ ଫୁଟିଥିବା ଫୁଲଗୁଡିକର ଅପୂର୍ବ ସୁନ୍ଦରତା ବାସ୍ନା ମନକୁ କିପରି ହାଲୁକା କରିଦିଏ ପୁଅଟିଏ ଜନ୍ମ କରି ନିଜର ଲହୁଲୁହ ଦେଇ ମଣିଷ କରିସାରିଲା ପରେ ଯଦି ସେ ବିଦେଶରେ ରହେ ତେବେ ଆମର ମୃତ୍ୟୁ ବେଳକୁ ଆମ ଶବକୁ କାନ୍ଧଦେବା ପରିବର୍ତ୍ତେ ବ୍ୟସ୍ତତାର ବାହାନାରେ କିଛିଟଙ୍କା ସହିତ ଚିଠିଟିଏ ପଠାଇଦିଏ ହେଲେ ନିଜେ ପହଞ୍ଚେôନା ମାତ୍ର ପୁଅଭଳି ଯତ୍ନ ନନେଇ ମଧ୍ୟ ଯଦି ଗଛଟିଏ ଜୀବନରେ ପୋତି ବଡକରିପାରିଥାଏ ତେବେ ମୃତ୍ୟୁପରେ ବୋହି ନେବାକୁ ଅକୁଣ୍ଠ ଚିତରେ ସେ ନିଜର ବାହୁ ପ୍ରସାରି ସେମିତି ଛିଡା ହୋଇଥାଏ କୁହନ୍ତୁତ ଏଭଳି ପ୍ରକୃତ ଦରଦୀ ବନ୍ଧୁ ଆଉ କିଏ ହୋଇପାରେ ବୋଧହୁଏ ସେଇଥିପାଇଁ ମାହାପ୍ରଭୂ ଜଗନ୍ନାଥ ନିଜର କଳେବରକୁ ବୃକ୍ଷର ଗଣ୍ଡିରେ ଗଢି ଗୁପ୍ତବାର୍ତ୍ତା ପ୍ରଦାନ କରୁଛନ୍ତି ଯେ ମୁଁ ସିନା ତୁମର ପରମବନ୍ଧୁ ହେଲେ ଭୂଲନାହିଁ ବୃକ୍ଷରାଜୀ ହେଉଛନ୍ତି ତୁମମାନଙ୍କର ପ୍ରକୃତ ବନ୍ଧୁ

 

******

 

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS