ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ଶିକ୍ଷାରେ ହଜିଛି ମାନବବାଦ
ମନୁଷ୍ୟର ସହାବସ୍ଥାନରୁ ସମାଜର ଅସ୍ତିତ୍ୱ । ସମାଜରେ ରହି ଚଳିବାରୁ ନିଜକୁ ବୋଲାଇଲା ଏକ ସାମାଜିକ ପ୍ରାଣୀ । ନିଜର ସୁଖ, ସୁବିଧା ଓ ଜୀବନରେ ଶୃଙ୍ଖଳା ପାଇଁ ପ୍ରକୃତି ଓ ଜୀବଜନ୍ତୁଙ୍କ ଠାରୁ ଅନେକ କିଛି ଶିଖିଲା । ଆବଶ୍ୟକ ସ୍ଥଳେ ଅନ୍ୟକୁ ଶିଖେଇଲା । ଶିଖିବା ଆଉ ଶିଖେଇବା ରୁ ସୃଷ୍ଟିକଲା ଶିକ୍ଷା । ସମାଜର ଆବଶ୍ୟକତା ଅନୁଯାୟୀ ଶିକ୍ଷାର ସ୍ୱରୂପ ନିର୍ଦ୍ଧାରଣ କଲା । ଶୃଙ୍ଖଳିତ ସମାଜ ପାଇଁ ଆବଶ୍ୟକକଲା ପ୍ରତ୍ୟେକ ମନୁଷ୍ୟ ର ଆଚରଣରେ ଶୃଙ୍ଖଳା । ଆଚରଣ ବା ଚରିତ୍ରରେ ଲୋଡାପଡିଲା କର୍ମଠ, ସତ୍ୟନିଷ୍ଠ, ସମଦର୍ଶୀ, ସଦାଚରୀ, ସମଦୁଃଖୀ, ଭାଇଚାରା, ସହିଷୃୁ୍ରତା, ସହନଶୀଳତା ଭଳି ମାନବୀୟ ମୂଲ୍ୟବୋଧ । ଗୁରୁକୂଳର ସେ ପବିତ୍ର ପରିବେଶରେ ପଢାଯିବା ପାଇଁ ସମସ୍ତ ଶାସ୍ତ୍ରପୁରାଣରେ ସେଗୁଡିକ ଅତି ସୁନ୍ଦର ଭାବରେ ଖଞ୍ଜି ଦେଲା । ସେହି ମାନବୀୟ ମୂଲ୍ୟବୋଧଭିତିକ ଶିକ୍ଷା କେବଳଯେ ଗୁରୁଶିଷ୍ୟର ପରମ୍ପରାକୁ ପବିତ୍ର ଆଉ ମଜବୁତ୍ କରୁଥିଲା ତାହା ନୁହେଁ ବରଂ ତାହା ଥିଲା ମାନବବାଦର ଶିକ୍ଷା ଯାହା ସମାଜକୁ ତାଠାରୁ ଅଧିକ ଶାନ୍ତ ଓ ଶୃଙ୍ଖଳିତ କରି ରଖିବାରେ ସମର୍ଥ ଥିଲା ।
ହେଲେ ଆଜି ଶିକ୍ଷାରେ ହଜିଯାଇଛି ମାନବୀୟ ମୂଲ୍ୟବୋଧ । ଶିକ୍ଷା
ହୋଇଛି ବସ୍ତୁବାଦ ମୁହାଁ । ପଶ୍ଚିମ ମୂଲକ ମାନବ ମାନଙ୍କର ଜୀବନ ଶୈଳୀ ଓ ଶିକ୍ଷା ପଦ୍ଧତିକୁ ଅନୁକରଣ କରୁକରୁ ଆମେ ଭୂଲିବସିଲେ ନିଜ ପୂର୍ବଜଙ୍କର ଶିକ୍ଷାପଦ୍ଧତିରେ ଥିବା ଅମୂଲ୍ୟ ମାନବୀୟ ମୂଲ୍ୟବୋଧକୁ । ସମନ୍ୱିତ କରିପାରିଲେନି ତାକୁ ଆଜିର ପାଠ୍ୟଖସଡାରେ । ଆଜିର ଶିକ୍ଷା ସେ ସବୁ ଗୁଣ ମାନଙ୍କଠାରୁ ଦୂରେଇ ଯାଇ ଆମ ଆଗାମୀ ଦାୟଦମାନଙ୍କୁ କେବଳ ଯନ୍ତ୍ରବତ୍ ମଣିଷରେ ରୂପାନ୍ତରିତ କରିଚାଲିଛି । ଆମ ଶିଶୁକୁ ବଡମଣିଷଟେ କରିବା ପାଇଁ ଆମ ଶିକ୍ଷା ସର୍ବୋତ୍ତମ ହୋଇପାରେ, ମାତ୍ର ଭଲମଣିଷ କରି ଗଢିବା ପାଇଁ ସେଥିରେ ଯାହା ବି ଛନ୍ଦିଛେ ତାହା ତାକୁ ପ୍ରଭାବିତ କରିପାରୁନି । ଶୈଶବର ସେ ଚପଳମତି ମନରେ ଅବା ଯୁବାବସ୍ଥାରେ ସେ ଅବୋଲକରା ମନ ଭିତରେ ହିସାଂ, ଦ୍ୱେଷ, ଭ୍ରଷ୍ଟାଚାର ଓ ଅମାନବୀୟ କାର୍ଯ୍ୟ ପ୍ରତି ବିତସ୍ପୃହାର ବୀଜ ବୁଣିବାରେ ଆଜି ଆମ ଶିକ୍ଷା ହିଁ ଅସମର୍ଥ । ଅମାନବନୀୟ ଓ ଅବିବେକି କାର୍ଯ୍ୟ କଲେ କେତେ ଯେ ନିନ୍ଦା, ଅପବାଦ ଏ ସମାଜ ଠାରୁ ଶୁଣିବାକୁ ପଡେ ତାହା ଆମ ଶିକ୍ଷା ହିଁ ବର୍ତ୍ତମାନର ପିଢୀକୁ ଶିକ୍ଷା ଦେଇ ପାରୁନି ।
ଆମ ଶିକ୍ଷା ର ସ୍ୱରୂପ କଥା ଚିନ୍ତା କରାଯାଉ । ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଓ ସୁରକ୍ଷାରୁ ଆରମ୍ଭ କରି ଶିଶୁ ବଡହେବା ପର୍ଯ୍ୟନ୍ତ ପିତାମାତାଙ୍କ ଦ୍ୱାରା ନେବାକୁ ଥିବା ସମସ୍ତ ଆବଶ୍ୟକ ପଦକ୍ଷେପ ଗୁଡିକୁ ଆମ ପାଠ୍ୟ ଖସଡାରେ ସାମିଲ୍ କରିଦେଲେ ସତ ହେଲେ ବୃଦ୍ଧ ପିତାମାତାଙ୍କ ପ୍ରତି ତାଙ୍କ ସନ୍ତାନର କର୍ତ୍ତବ୍ୟ ଓ ଯତ୍ନ କିପରି ହେବା ଆବଶ୍ୟକ ତାକୁ ଯୋଡି ପାରିଲେନି । ଯନ୍ତ୍ରୀ, ଡାକ୍ତର ଅବା ପ୍ରଶାସନିକ ଅଧିକାରୀ ହେବାର ଶିକ୍ଷା ଗ୍ରହଣରେ ମଧ୍ୟ ଆମେମାନେ ମାନବୀୟ ମୂଲ୍େୟବାଧକୁ ସମନ୍ୱୀତ କରିପାରିଲେନି । ଆମ ଉଚ୍ଚ ଶିକ୍ଷା ଅନେକଙ୍କୁ ଜଣେ ଜଣେ ତୀକ୍ଷ୍ଣ ବୁଦ୍ଧିସମ୍ପର୍ଣ୍ଣ ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀ ଅବା ଡାକ୍ତର କରି ତ ଗଢିଦେଲା ହେଲେ ସେମାନଙ୍କ ବୃତ୍ତିଗତ ଜୀବନରେ କେଉଁ କର୍ମ କରଣିୟ ଓ କେଉଁ କର୍ମ ମାନବତ୍ତ୍ୱକୁ କ୍ଷୁର୍ଣ୍ଣ କରେ ଆମ ଶିକ୍ଷା ତାଙ୍କୁ ଶିଖେଇ ପାରିଲାନି । ଶିକ୍ଷାରେ କେଉଁଠି ହେଲେ ପିଲାମାନଙ୍କୁ ଶିଖାଇଲେନି ନିସ୍ୱଃ ଅବା ନିରାଶ୍ରୟ ନହେବା ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି କରି ଚଳିବା ସମାଜରେ ଏକ ନୀଚ ଓ ଘୃଣ୍ୟ କାମ । ଭିକ୍ଷା ବୃତ୍ତିକୁ ସମାଜ ହୀନ ଦୃଷ୍ଟିରେ ଦେଖେ ଓ ନିନ୍ଦା କରେ ବୋଲି ଶିକ୍ଷା ମାଧ୍ୟମରେ ତା ବିବେକରେ ଆମେ ଛାପ ଛାଡିପାରିଲେନି । ଏଇଥି ପାଇଁ ଆଜି ଦେଶରେ ମୋଟ ଭିକାରୀଙ୍କ ସଂଖ୍ୟା ୩ ଲକ୍ଷ ୭୨୦୦୦ ମଧ୍ୟରୁ ୮୧୦୦୦ ପାଠୁଆ ଭିକାରୀ ପୁଣି ସେଥିରୁ ୭୫୦୦୦ ଭିକାରୀ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଓ ୩୦୦୦ ଭିକାରୀ ଡିପ୍ଲୋମା ଡିଗ୍ରୀ ଧାରୀ । ୟା ଠାରୁ ଆଉ ପରିତାପର ବିଷୟ କଣ ହୋଇପାରେ ?
କେବଳ ଟଙ୍କା ପଛରେ ଗୋଡେଇବା ପାଇଁ ଆମ ଶିକ୍ଷା ଯୁବ ସମାଜକୁ ଶିକ୍ଷାଦେଉଛି । ଆଜିର ଆମ ଶିକ୍ଷା ସେମାନଙ୍କୁ ଭୋଗବାଦର ଦୁନିଆକୁ ଏପରି ଟାଣି ନେଉଛି ଯେ କେବଳ ତାଙ୍କ ଜୀବନ ସ୍ୱାର୍ଥ ସର୍ବସ୍ୱ ହୋଇ ଉଠୁଛି । ଦୁର୍ଲ୍ଲଭ ଜନ୍ମ ମନୁଷ୍ୟ ଜୀବନରେ ସେବା, ପ୍ରୀତି ଓ ମମତା ଆଜି ସେମାନଙ୍କ ପାଇଁ କିଣାବିକାର ଜିନିଷ ହୋଇଗଲାଣି । ଲାଗୁଛି ଆଜି ଆମ ଶିକ୍ଷାରେ ହଜିଯାଇଛି ମାନବବାଦ ।
ତେଣୁ ବର୍ତ୍ତମାନର ସାମାଜିକ ପରିସ୍ଥିତି ସୂଚାଉଛି ଶିକ୍ଷାରେ ମୂଲ୍ୟବୋଧର ସମନ୍ୱିତ ନିହାତି ଆବଶ୍ୟକ । ଜୀବନର ଯେ କୈାଣସି ଉଚ୍ଚ ଶିକ୍ଷା ଗ୍ରହଣ କରି ଯୁବପିଢୀ ସ୍ୱାବଲମ୍ବୀ ହେଉନା କାହିଁକି ସେହି ଶିକ୍ଷା ଭିତରେ ହିଁ ସେମାନଙ୍କ କାୟ ମନ ବଚନରେ ମାନବବାଦର ବୀଜ ଆମକୁ ବୋଇବାକୁ ପଡିବ । ଭ୍ରଷ୍ଟାଚାର, ହିଂସା, ଦ୍ୱେଷ,
ବଳକାôର, ଆତ୍ମହତ୍ୟା, ନରସଂହାର ପରି ଅମାନବୀୟ କାର୍ଯ୍ୟମାନଙ୍କ ପ୍ରତି ଆମ ଶିକ୍ଷାରେ ସେମାନଙ୍କ ମନରେ ଘୃଣା ସୃଷ୍ଟି କରିବାକୁ ପଡିବ । ନିକଟରେ ନହୋଇପାରେ ହେଲେ ଏହା ଅସମ୍ଭବ ନୁହେଁ ବାସ ଲୋଡା ସାମୁହିକ ପ୍ରଚେଷ୍ଟା ।
******
No comments:
Post a Comment