ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ନାରୀର ଦେହ
ବିଜ୍ଞାନ
କହେ ପ୍ରତ୍ୟେକ ମାନବ ଶରୀର ସର୍ବମୋଟ ୨୦୬ ଖଣ୍ଡ ହାଡରେ ଗଢା । ପିଞରାକୁ ପୂର୍ଣ୍ଣତା
ଦେଇଛି ମାଂସ ପିଣ୍ଡୁଳା । ମାଂସ ପିଣ୍ଡୁଳାକୁ
ଢାଙ୍କି ରଖିଛି ଚର୍ମ । ହାଡର ଛାଞ୍ଚଉପରେ
ମାଂସ ଖଣ୍ଡ ଗୁଡିକର ଅନନ୍ୟ ସଜ୍ଜୀକରଣ ଶରୀରକୁ ଏକ ସ୍ୱତନ୍ତ୍ରତା ପ୍ରଦାନ
କରୁଛି । ଶରୀରର କେଉଁଠିି
ଏ ମାଂସ ପିଣ୍ଡୁଳା ଅତ୍ୟନ୍ତ ନମନୀୟ ଓ ତନ୍ୟ ।
ଆଉ କେଉଁଠି ପଥର ପରି ଟାଣ । ମାଂସ ଉପରେ
ଚର୍ମର ଆସ୍ତରଣ ଏକ ସୁଢଳ ଓ
କମନୀୟକାନ୍ତି ରେ ପରିଣତ କରୁଛି
। ଭିତରେ ଖଞା ହୋଇଛି କେତେଗୁଡିଏ ସ୍ୱଂୟ ଚାଳିତ ଯନ୍ତ୍ର । ଯାହା ଜୀବନ
ଆରମ୍ଭରୁ ଶେଷ ଯାଏ ଅହରହ ଅବିରାମ ସକ୍ରିୟ । ହେଲେ ବୁଝି
ହୁଏନା ଏ ନାରୀ ଦେହରେ
କଣ ଭରିଛି ସେ ବିନ୍ଧାଣି କେଜାଣି
ଯାହାର କୁହୁକରେ ପ୍ରାୟ ଏ ସମସ୍ତ ପୁରୁଷଜାତି
ବିମୋହିତ ।
କଣ
ଅଛି କେଜାଣି ସେ ନାରୀର ଦେହରେ
ଜୀବନ ପାଇଁ ସାଥୀ କରିନିଅନ୍ତି ବିବାହ ବେଦିରେ । ସମାଜ ଆଗରେ
। ସତେ ଯେମିତି ନାରୀ ଠାରୁ ଉପଭୋଗ୍ୟ ବସ୍ତୁ ସଂସାରରେ ଆଉ କିଛି ନାହିଁ
। କେତେ ଯେ ବୀର ଅବୀର
ମାନେ ପଡନ୍ତି ନାରୀର ପ୍ରେମରେ ତାହାର ହିସାବ ନାହିଁ । କିଏ ହାରିଯାଇ
ହୁଏ ସର୍ବସାନ୍ତ ନୟାନ୍ତ ତ ପୁଣି କିଏ
ହାରିବାରେ ପାଇଯାଏ ଜିତିବାର ସ୍ନିଗ୍ଧତ୍ୱ । ନାରୀ ଦେହର
ମୋହରେ ହେଉ ଅବା ତାର ମୋହିନୀ କଥାରେ ହେଉ କେତେ ଯେ ଘର ଗଢିଉଠିଛି
କେତେଯେ ଘର ଭାଙ୍ଗି ଯାଇଛି
ତାର ନଥିପତ୍ର ମଧ୍ୟ ନାହିଁ । ଏହି ନାରୀର
ଦେହ ପାଇଁ କେଉଁଠି ପ୍ରେମିକ ଆତ୍ମହତ୍ୟା କରେତ କେଉଁଠି ଜନ୍ମରୁ ରକ୍ତ ସମ୍ପର୍କ ସମସ୍ତ ପରିଜନଙ୍କୁ ପର କରିଦିଏ ।
କେଉଁଠି ପ୍ରେମରେ ପାଗଳ ହୁଏତ କେଉଁଠି ହାରିଯାଇ ଜୀବନର ପ୍ରକୃତ ଅର୍ଥ ଅନ୍ୱେଷଣରେ ଆଗେଇଚାଲେ । ହେଲେ ପ୍ରେମ
ହେଉ ଅବା ଉପଭୋଗ ପାଇଁ ହେଉ ସେ ନାରୀ ଦେହର
ଉପାଙ୍ଗ ମାନେ ହିଁ ପ୍ରଥମେ ଦାୟୀ । ନାରୀ ଆଖିର
ଚପଳତା, କୋଳର ଶୀତଳତା, ଛାତିର ଉଷ୍ମତା, ଦେହର ବାସ୍ନା, କେଶର କୁଞ୍ଚନ, ପ୍ରୀତିଭରା ବଚନ, କଟିର କଟାକ୍ଷ, ନୂପୁରର ରୁଣୁଝୁଣୁ , ଚାଲିର ତାନ, ହାତର କୋମଳ ସ୍ପର୍ଶ, ହୃଦୟଗ୍ରାହୀ ସେବା, ଜନନୀରୂପରେ ସ୍ନେହ ଅବା ଜାୟା ରୂପରେ ପ୍ରଣୟ କିଛି ନା କିଛି ଏ
ପୁରୁଷ ଜାତିକୁ କରେ ଲକ୍ଷଚୁକ୍ତ ପଥିକ ଅବା ପଥହରା ବାଟୋଇ ।
ଏହି
ନାରୀର ଦେହ କେଉଁଠି ରାଜତନ୍ତ୍ରକୁ ଭୁଷୁଡେଇ ଦେଇ ରାଜାକୁ କରିଛି କଙ୍ଗାଳ ତ କେଉଁଠି କେବଳ
ପରାଭବର ଯନ୍ତ୍ରଣା । ବିଶ୍ୱାମିତ୍ର ଭଳି
ଋଷିଙ୍କର ଧ୍ୟାନ ଭଙ୍ଗ କରିପାରେ ଏ ନାରୀ ।
ରାବଣ ଭଳି ରାଜାକୁ ବିପଥଗାମୀ କରି ଧ୍ୱଂସ କରେ ସ୍ୱର୍ଣ୍ଣଲଙ୍କା ଓ ତାକୁ ମୃତ୍ୟ
କରେ ଅର୍ପଣ । ଏହି ନାରୀର
ଦେହକୁ ନେଇ କେତେ ଯେ କାବ୍ୟ କବିତା
ରାମାୟଣ ପୁରାଣ ଉଦାହରଣ ଭଳି ରଖାଯାଇଛି ତଥାପି କିଂ କର୍ତ୍ତବ୍ୟ ମୂଢ ଏ ମଣିଷ ।
କେଉଁଠି ନାରୀ ପାଇଁ ଯୁଦ୍ଧର ବିଭୀଷିିକା ତ କେଉଁଠି ନାରୀ
ପାଇଁ ନର ସଂହାର ।
ତଥାପି ମଣିଷ ବୁଝେନି କିମ୍ବା ବୁଝି ପାରିବନି ଏ ନାରୀଦେହରେ ଅଛି
କଣ ।
କେଉଁଠି
ନାରୀ ଦେହକୁ ଆବୃତ କରି ରଖିବା ପାଇଁ ସାମାଜିକ ତାଗିଦ୍ ତ କେଉଁଠି ଓଢଣୀ
ଅନାବରଣ ପାଇଁ ଆନ୍ଦୋଳନ । କେଉଁଠି ନାରୀର
ଦେହ ଆମୋଦ ଦାୟକ ବଜାରର ବିକ୍ରି ସାମଗ୍ରୀ ତ କେଉଁଠି ନାରୀର
ଦେହ ସଭାସ୍ଥଳୀ, ମେଳା ମଉତ୍ସବ ଯାନିଯାତ୍ରାର ଆକର୍ଷଣର ସାମଗ୍ରୀ । ଜିନିସର ଲୋକ
ମାନଙ୍କ ଭିତରେ ପ୍ରଚାର ପ୍ରସାର ପାଇଁ ନାରୀ ହେଉଛି ସବୁଠାରୁ ଶକ୍ତିଶାଳି ମାଧ୍ୟମ । କେଉଁଠି ନାରୀଦେହର
ବ୍ୟବସାୟକୁ ସ୍ୱାଧୀନତା ତ କେଉଁଠି ଏହା
ଏକ ଅପରାଧ । ଏହି ନାରୀର
ଦେହ କେତେ ଯେ ପୁରୁଷଙ୍କ ଚରିତ୍ରରେ
କଳଙ୍କର ଦାଗ ଲଗେଇଛି ତାହା ବି କହି ହେବନାହିଁ
।
ହେଲେ
ସବୁର ଶେଷରେ ନାରୀ ହେଉଛି ଭଗବାନଙ୍କ ସୃଷ୍ଟିର ସର୍ବୋତ୍ତମ ସୌନ୍ଦର୍ଯ୍ୟ । ନାରୀ ବିନା
ଏ ସଂସାର ଶ୍ରୀହୀନ । ସଂସାରରେ ପରପୀଢିର
ସର୍ଜନା ପାଇଁ ନାରୀ ଅପରିହାର୍ଯ୍ୟ । ମା’ ରୂପରେ
ତା’ର ବିକଳ୍ପ ନାହିଁ
। ସ୍ନେହ, ପ୍ରୀତି ଓ ମମତାରେ ଭରା
ତାର କୋଳ । ନାରୀର ଉପସ୍ଥିତି
ଏ ସମାଜକୁ ଚଳଚଞ୍ଚଳ କରି ରଖିଥଲା, ରଖିଛି ଓ ରଖିଥିବ ।
*******
No comments:
Post a Comment