ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ବନ୍ଦୀ ଆଜି ବାଳୁତପଣିଆ
ଦୁର୍ଲଭ ଜନ୍ମ ମନୁଷ୍ୟ ଜୀବନରେ ବାଳୁତ ପଣିଆର ଅବଧି ହେଉଛି ସର୍ବୋକ୍ତୃଷ୍ଟ । ବାଳୁତ ପଣିଆକୁ ସାଧାରଣତଃ ଜନ୍ମରୁ ବାରବର୍ଷ ପର୍ଯ୍ୟନ୍ତ ଧରାଯାଇଥାଏ । ବାଲ୍ୟାବସ୍ଥାର ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭଗବାନଙ୍କସହ ତୁଳନା କରାଯାଏ କାରଣ ଏହି ସମୟରେ ଶିଶୁଟି ସଂସାର ମାୟାରେ ବାନ୍ଧି ହୋଇଥିଲେ ମଧ୍ୟ ତାକୁ ପାପ ପୂଣ୍ୟ ସ୍ପର୍ଶ କରିନଥାଏ । ମାତୃ ଗର୍ଭରେ ମାଂସ ପିଣ୍ଡୁଳାର ଆଦ୍ୟ କଳେବରରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ବୋଧହୁଏ ମନୁଷ୍ୟ ଶିଶୁ ରୂପରେ ଜୀବନର ପ୍ରତ୍ୟେକ ଅବସ୍ଥାଠାରୁ ଅଧିକ ଯତ୍ନ, ସ୍ନେହ ଓ ମମତା ପାଇଥାଏ । ଆଉ ଯଦି କୂଳରକ୍ଷା ଉଦ୍ଦ୍ୟେଶରେ ବିକାରଗ୍ରସ୍ତ ମନୁଷ୍ୟ ବିଜ୍ଞାନର ସାହାଯ୍ୟ ନେଇ ମା’ ପେଟରେ ବଢୁଥିବା ଶିଶୁଟି ପୁରୁଷର ଉପାଦାନରେ ଗଢା ବୋଲି ଜାଣିଦିଏ ତେବେ ଏହି ଯତ୍ନ, ସ୍ନେହ ଓ ମମତାର ପରିମାଣ ଆଶାତୀତ ଭାବେ ବହୁଗୁଣିତ ହୋଇଯାଏ । ହେଲେ ଏହି ଧାଁଧପଡ ଦୁନିଆରେ ପିତାମାତାଙ୍କର ମହତ୍ତ୍ୱକା„ା ଅବା ସେମାନଙ୍କର ମଜ୍ବୁରୀ ମଣିଷ ଜୀବନର ବାଲ୍ୟାବସ୍ଥାର ବାଳୁତପଣିଆକୁ ସମ୍ପୂର୍ଣ୍ଣ ବନ୍ଦୀ କରିସାରିଲାଣି ।
ଯୈାଥ ପରିବାରରୁ ଦୂରେଇଯାଇ ବନ୍ଦୀକଲୁ ଶିଶୁର ବାଳୁତ ପଣିଆକୁ ଐକ ପରିବାରର ଏକାନ୍ତରେ । ବଞ୍ôଚତ କଲୁ ଜେଜେ, ଜେଜିମା, ଦାଦା, ଖୁଡି, ବଡବାପା, ବଡବୋଉ, ବଡଭାଇ ଅବା ବଡଭଉଣୀମାନଙ୍କର କୋଳ, କାଖ ଅବା କାନ୍ଧର ବାତ୍ସଲ୍ୟ ମମତାରୁ । ମା’ ଅବା ଜେଜେମା’ର କୋଳରେ ଶୋଇ ଶିଶୁ ଆଜି ଶୁଣିବାକୁ ପାଉନି “ଧୋ ରେ ବାୟା ଧୋ, ଯୋଉ କିଆରୀରେ ଗହଳମାଣ୍ଡିଆ ସେଇ କିଆରିରେ ଶୁଅ” । ଅଝଟ ବେଳେ କାଖରେ ଥାଇ ଶୁଣିବାକୁ ପାଉନି “ଆ ଜହ୍ନ ମାମୁଁ ଶରଦ ଶଶୀ । ମୋ କାହ୍ନୁ ହାତରେ ପଡ ଖସି” ଭଳି ନାନାବାୟା ଗୀତ । ବରଂ ଆମେନେଇ ବନ୍ଦୀକଲେ ତାର ମନକୁ ମୋବାଇଲ୍ ରୁ ଭାସିଆସୁଥିବା ଆଧୁନିକ ଗୀତ ଓ ଶରଦଶଶୀ ପରିବର୍ତ୍ତେ ଦୂରଦର୍ଶନର ଚିକିମିକିଆ କାର୍ଟୁନ୍ରେ । ସ୍ୱାବଲମ୍ବୀର ଦ୍ୱାହିଦେଇ କର୍ମଜୀବି ମା’ର ଭୂମିକାରେ
ଦୂରଯାତ୍ରା କଲୁ । ଦୂରଯାତ୍ରା ସମୟରେ କୋଳରେ, କାଖରେ ଅବା କାନ୍ଧରେ ବୋହି ନପାରି ବନ୍ଦୀକଲୁ ଶିଶୁକୁ “ବେବି କ୍ୟାରିଅର ବେଲ୍ଟ (ଈବଭଚ୍ଚ ଉବକ୍ସରରକ୍ସ ଈରକ୍ଷଗ୍ଧ)” ଭିତରେ ନିଜ ପେଟ ପାଖରେ ।
ମା’ କଙ୍ଗାରୁର ଥଳିରେ ତା ପିଲା ସିନା ମା’ ର ବାତ୍ସଲ୍ୟ ମମତାରେ ମସ୍ଗୁଲ ଥାଏ ହେଲେ ଏଠି ବେବି କ୍ୟାରିଅରବେଲ୍ଟ ଭିତରେ ଶିଶୁଟି କେବଳ ଯେ ବାଳୁତ ପଣିଆର ଫୁର୍ତ୍ତୀଫାଜିଲାମିରୁ ବଞ୍ôଚତ ରହେ ତା ନୂହେଁ ବରଂ ବାଳୁତ ପଣିଆର ସେ ନିଆରା ଆନନ୍ଦକୁ ଉପଭୋଗ ମଧ୍ୟ କରିପାରେ ନାହିଁ ।
ଦୁଇଜଣ ଯାକ ଚାକିରୀଆ ହୋଇଥିଲେ କଥାସରିଲା । ମ୍ୟାଟରନିଟ୍ ଲିଭ୍ ର ପରେପରେ ଚାକିରୀ ବଞ୍ଚେଇବାକୁ ଯାଇ ଅବା ରୋଜଗାରକୁ ଜାରି ରଖିବାପାଇଁ, ମା’ କୋଳରୁ ବଞ୍ôଚତକରି ବନ୍ଦୀକଲେ ଧାଈର ସ୍ନେହରେ । ବାପା ମାଆଙ୍କ ସ୍ନେହ ହେଲା ଅପୂର୍ବ । ମା’ ଚାରିପଟେ ଗୁରୁଣ୍ଡିବା ପରିବର୍ତ୍ତେ ଖେଳନା ଚାରିପଟେ ଗୁରୁଣ୍ଡିବା ଶିଖିଲା । ତା ଓଠର ଦରୋଟି ହସକୁ ଉପଭୋଗ କରିବାକୁ ଅବା ଚିଡିଯିବାର କାନ୍ଦଣାକୁ ଦିନରେ ଶୁଣିବାକୁ ଆମପାଖରେ ସମୟ ହିଁ ରହିଲା ନାହିଁ ।
ମା’ କୋଳରେ ନୁସୁରୂୁପୁୁସୁରୁ ହୋଇ
ମା’ କୁ ଯାବୁଡି ଧରିବାକୁ
ମନପୂରା ସୁଯୋଗ ମଧ୍ୟ ତାକୁ ଦେଲୁନାହିଁ ।
ସହରୀ ଜୀବନରେ ଦାଣ୍ଡ ତ ନାହିଁ ଧୂଳି ଆସିବ ବା କେଉଁଠୁ ? ଯଦି ବା କେଉଁଠି ଅକସ୍ମାତେ ଧୂଳି ଉପରେ ବସିପଡିଲା ଜୀବାଣୁ, ବୀଜାଣୁ ଓ ଭୂତାଣୁଙ୍କ ଭୟରୁ ବନ୍ଦୀକଲୁ ନେଇ ଘରର ଚାରିକାନ୍ଥ ଭିତରେ ଅବା ଶେଯର ଉପରେ ।
ତିନି ବର୍ଷ ହେଉହେଉ ବାଳୁତ ପଣିଆର ପ୍ରଥମ ପାହାଚରେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ନେଇ ବନ୍ଦିକଲୁ । ବୁଢୀ ମାଆ ପାଖରେ ଶୋଇବାର ସୁଯୋଗ ପାଇଲାନି । ଅସୁର ଅସୁରୁଣୀ , ରାଜାରାଣୀ ଅବା ଶୁଆସାରୀ ଗପ ଶୁଣିବାର ସୌଭାଗ୍ୟ ତାକୁ ମିଳିଲାନି । ବିଦ୍ୟାଳୟରୁ ଫେରିବା ପରେ ବନ୍ଦୀକଲୁ ନେଇ ଟ୍ୟୁସନ୍ ସାର୍ ଙ୍କ ପାଖରେ । ସେଠୁ ମୂକୁଳିଲେ ତା’ର ମନ ବନ୍ଦୀ ହେଲା ମୋବାଇଲ୍ ଖେଳରେ, ଦୂରଦର୍ଶନର କାଟୁନ୍ ‘ଶୋ’ ରେ, ଅବା ଇଣ୍ଟରନେଟ୍ ବ୍ରୋଜିଙ୍ଗ୍ରେ । ପିତାମାତାଙ୍କୁ ଭଲପାଇବା ପରିବର୍ତ୍ତେ ଭଲପାଇ ବସିଲା ଟିଭି, ମୋବାଇଲ୍, ଆଉ ଇଣ୍ଟରେନଟ୍କୁ ।
ବିଦ୍ୟାଳୟରେ ପାଦଦେଇ ଧୀରେଧୀରେ ବଡହେଲା । ନୂଆ ସାଙ୍ଗସାଥିରେ ମିଶିଲା । ଦୁନିଆକୁ ଟିକେ ଦୂରରୁ ଦେଖୁଦେଖୁ ମନରେ କିଛି ଅଭିଳାଷ ଓ ସ୍ୱପ୍ନ ବୁଣିବାକୁ ଲାଗିଲା । ହେଲେ ଆମେ ଏଠି ମଧ୍ୟ ଛାଡିଲୁନି । ତା ମନର ଅଭିଳାଷ ଓ ସ୍ୱପ୍ନକୁ ବନ୍ଦୀକଲୁ ତାରି ମନଭିତରେ । ଢାଙ୍କିଦେଲୁ ତାକୁ ଡାକ୍ତର ଓ ଇଂଞିନିୟର କରି ଗଢି ତୋଳିବାର ଆମର ମହତ୍ତ୍ୱାକା„ାରେ । ଆଜି ବାଳୁତ ପଣିଆ ହେଲାଣି ବିଚରା । ନାହିଁ ସେ ବାଲ୍ୟାବସ୍ଥାର ଚହଟ । ଆସନ୍ତୁ ନା! ଏ ମଣିଷ ଜୀବନର ବାଳୁତ ପଣିଆକୁ ମୁକ୍ତକରିବାକୁ ଚେଷ୍ଟା କରିବା ଯାହାଫଳରେ କି ପ୍ରତ୍ୟେକ ମନୂଷ୍ୟ ଜୀବନରେ, ଜୀବନ ଜିଇଁବାର ନୈସର୍ଗିକ ସୁଖ କିଛିଟାତ ମିଳୁ ।
******
No comments:
Post a Comment