ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୨୧)
ଗ୍ରାମାଞ୍ଚଳ
ପୂର୍ତ୍ତ ବିଭାଗରେ ପିଅନ ଚାକିରୀରେ ରବି ମଉସାଙ୍କ ଜୀବନ ସରିଗଲା । ଜମି ବାଡି
କହିଲେ ଗହୀର ଜମି ମାତ୍ର ଦଶଗୁଣ୍ଠ । ବର୍ଷକରୁ ଦଶ
ମାସ ଚାଉଳ କିଣା । ଘରଡିହ ଯେ
ବାପାଦାଦା ତିନିଜଣଙ୍କ ନାଁରେ । ଭିନ୍ନେ
ହେଲାଠାରୁ ଦାଦାପୁଅ ଓ ତାଙ୍କର ଏମିତି
ମନମାଳିନ୍ୟ ହୋଇଗଲା ଯେ ଘରଡିହ ବଣ୍ଟା
ହୋଇ ପାରିଲା ନାହିଁ । ସାତ ସାତଥର
ଅମୀନ ଆସି ମାପଚୁପ କଲା, ହେଲେ ସେ ଛିଣ୍ଡାତୁଟା ହୋଇପାରିଲା
ନାହିଁ । ଶେଷରେ ଗାଁର
କେତେଜଣ ଘର ଭଙ୍ଗା ଲୋକଙ୍କ
ପ୍ରରୋଚନାରେ ଘରଡିହ ଉପରେ କୋର୍ଟରେ ଜାଇ କେସ୍ଟେ କରିଦେଲା ।
ବାସ୍ ତା’ପରେ ତ
କଥା ସରିଲା ଯେ ସରିଲା ।
ଆଜକୁ ପନ୍ଦରବର୍ଷ ହେବ ନ୍ୟାୟ ମିଳି ପାରିଲା ନାହିଁ । ଯେଉଁ ଅଳ୍ପ
ଦରମା ଗଣ୍ଡକ ମିଳୁଥିଲା ସେଥିରେ ନିଜ ଚାରିପ୍ରାଣୀର କୁଟୁମ୍ବ ଚଲେଇବା ସହିତ ପୁଅ ଓ ଝିଅଙ୍କର ପାଠପଢା
ବି ଥିଲା କଷ୍ଟ । ତା’ସାଙ୍ଗକୁ
ଭାଗ୍ୟର ବିଡମ୍ବନା, ଘରଡିହ କେସ୍ରେ ଏମିତି ଫସିଗଲେ
ଯେ ପଇସା ସେମିତି ପାଣିପରି ବୋହି ଚାଲିଲା କିନ୍ତୁ କେସ୍ ତୁଟି ପାରିଲାନି । ପାଖରେ ଆଉ
ସେମିତି ଅଧିକ ଟଙ୍କା ହୋଇପାରିଲା ନାହିଁ ଯେ କେଉଁଠି ଅନ୍ୟଜାଗାରେ
ଖଣ୍ଡିଏ ଜାଗା କିଣି ଘର କରି ପାରିଥାନ୍ତେ
। ତେଣେ ଗୋଟିଏ ମାତ୍ର ଇନ୍ଦିରା ଆବାସ ଭଳିଆ ଛାତ ଘର ସେ ପୁଣି
ଦାଦା ଅଂଶର । ସେଇଥିରେ ଅଛନ୍ତି
ଯେ ଅଛନ୍ତି । ସେହି ଘର
ଭିତରେ ପୁଅଝିଅ ଓ ସ୍ତ୍ରୀର ଉଠାବସା
। ଆଉ ଝିଅ ବଡ
ହେଲା ପରଠାରୁ ଆଉ ଖଣ୍ଡିଏ ଚାଳିଆ
ଯେଉଁଥିରେ ରୋଷେଇ ଓ ଖାଇବା ପିଇବା
କରନ୍ତି ତାରି ଭିତରେ ମୁଣ୍ଡଗେଞ୍ଜି ନିଜେ ରହିଯାଆନ୍ତି । ଟଙ୍କା ପଇସା
ହୋଇଥିଲେ ସିନା କ’ଣ କରିଥାନ୍ତେ
।
ଉପରକୁ
ବିଧିର ବିଚିତ୍ର ନ୍ୟାୟ ଯେ ସ୍ତ୍ରୀକୁ ହୃଦରୋଗ
। ସ୍ତ୍ରୀକୁ ଛାଡିତ ପାରିବେନି । ତେଣୁ ଉଧାର
କରଜ କରି ବାଙ୍ଗାଲୋର ନେଇ ଚିକିତ୍ସା କରିକି ଆଣିଥାନ୍ତି । ତଥାପି ପ୍ରତି
ମାସରେ ସ୍ତ୍ରୀ ପାଇଁ ଔଷଧ ନିହାତି ଲୋଡା ନଚେତ ଜୀବନ ପ୍ରତି ବିପଦ । ମନେ ମନେ
ଗୋଟିଏ ବିଶ୍ୱାସ ଯେ ଯଦି ଝିଅ
ପୁଅ ଉଭୟେ ଭଲ ପାଠ ପଢି
ଚାକିରୀ ବାକିରୀ କରି ଯାଆନ୍ତି ତେବେ ପ୍ରଭୁଙ୍କ ଆଶୀର୍ବାଦରୁ ୟାଙ୍କ ଦୁଃଖଦିନ ଚାଲିଯିବ । ନିଜ ପେଟକୁ
କାଟି ଝିଅପ୍ରତି ପୁରାପୁରି ଧ୍ୟାନ ଦିଅନ୍ତି । ହେଲେ ଝିଅ
ଏସବୁ ଦୁଃଖକୁ ମନ ଭିତରକୁ ନେଇପାରେନା
। ତା’ର ଦଶମ
ଶ୍ରେଣୀ ଓ +୨ ବିଜ୍ଞାନରେ
ସେକେଣ୍ଡ ଡିଭିଜନ ହୁଏ ତଥାପି ତାକୁ +୩ ପଢାନ୍ତି ।
ମାତ୍ର ଅଳ୍ପ କେଇଦିନ ପରେ ଝିଅ ଗୋଟିଏ ପୁଅ ସାଙ୍ଗରେ ଚାଲିଯାଏ । ରବି ମଉସା
ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ତୁଛ କରିଦିଅନ୍ତି । ସତେଯେମିତି ସେ
ଜୀବନରେ ଜଣେ ନିସ୍ୱ, ଅସହାୟ ଓ ମାନମହତ ନଥିବା
ମଣିଷ ଭଳି ନିଜକୁ ବିବେଚିତ କରି ଜୀବନ କାଟନ୍ତି । ପୁଅ ସେତେବେଳକୁ
ଅଷ୍ଟମ ଶ୍ରେଣୀରେ ପଢୁଥାଏ । ମନରେ ଭୟ
ପଶେ ତାଙ୍କ ପୁଅ ବି କାହିଁକି ଏମିତି
ଛାଡିକି ଦିନେ ନପଳେଇବ । ମୁଣ୍ଡ ଗେଞ୍ଜିବାକୁ
ଅସହାୟ ବୃଦ୍ଧ ବୟସରେ ଛାତ ଟିକେବି ନାହିଁ । ଜୀବନ ଯନ୍ତ୍ରଣାର
କଷାଘାତରେ ଜୀବନର ଅର୍ଥ ହିଁ ତାଙ୍କ ପାଖରେ ଆଉ କିଛି ନଥାଏ
। ଯେତେବେଳେ ଘର ଟିକେ କରିବା
ପାଇଁ ଭାବି ବସନ୍ତି ନିଜ ଘର ଡିହକୁ ଦେଖି
ଅନୁତାପ କରନ୍ତି । ସବୁଠାରୁ ଛି
ଛାକରା ଓ ଧିକକ୍ାର
କରନ୍ତି ଆଜିର ନ୍ୟାୟ ବ୍ୟବସ୍ଥାକୁ । ମନେ ମନେ
ବିିଷ ଉଗାଳନ୍ତି ଆଜିର ଏ କୋର୍ଟ କଚେରୀ
ଉପରେ ।
କି
ବିଚିତ୍ର ଏ ଦୁନିଆ ।
ମନେ ମନେ ଭାବନ୍ତି ଭଲଥିଲା ସେବେଳର ସେ ଗାଁ ଜମିଦାରିଆ
କଥା । ସେ ଦେଖି
ଆସିଛନ୍ତି ତାଙ୍କ ପିଲାବେଳୁ ଗାଁରେ କେତେଥର ନ୍ୟାୟ ନିସାବ ହୋଇଛି ଗାଁର ଜମିଦାରଙ୍କ ଇଜଲାସରେ । ହଁ ବେଳେବେଳେ
ନ୍ୟାୟରେ ପକ୍ଷପାତିତା ହୁଏ ମାତ୍ର ନ୍ୟାୟ ଖୁବ୍ ଜଲଦି ଆଉ ଖୁବ୍ ସହଜରେ
ମିଳେ । ବାଡିଆବାଡି, କଳିଝଗଡା,
ଜମିବାଡିର ବଣ୍ଟାକୁଣ୍ଟା ଅବା ପୁଅଝିଅଙ୍କର ପ୍ରେମ ସମ୍ପର୍କ ହେଉ ଗୋଟିଏ କିମ୍ବା ଦୁଇଟି ବୈଠକରେ ମାମଲା ରଫାଦଫା । କିଏ ଗାଁ
ଲୋକଙ୍କ ଗୋଡତଳେ ପଡି ଭୁଲ ମାଗୁଥିଲା ତ କିଏ ଜୋରିମନା
ଭରୁଥିଲା । ସମସ୍ତେ ସେ
ନ୍ୟାୟକୁ ମାନିବାକୁ ବାଧ୍ୟ ହେଉଥିଲେ । ନ୍ୟାୟ ମିଳିବା
ପାଇଁ ତାରିଖ ଗଡୁ ନଥିଲା । ହେଲେ ଆଜିର
କୋଟ କଚେରୀ କଥା ଚିନ୍ତା କଲା ବେଳକୁ ମନେମନେ ଭୟ ଓ ଦୁଃଖ
ଲାଗୁଛି । ଥରେ ସେମାନଙ୍କ
ପିଣ୍ଢାରେ ଯଦି ପାଦ ରଖିଦେଲେ ତେବେ ଚପଲ ଘୋରି ହୋଇ ଜୀବନ ଅତିବାହିତ ହୋଇଯିବ ହେଲେ ନ୍ୟାୟ ମିଳିପାରିବ ନାହିଁ । ଖାଲି ତାରିଖ
ପରେ ତାରିଖ, ତାରିଖ ପରେ ତାରିଖ । ମହକିଲ ଭାବରେ
ଓକିଲକୁ ପୋଷିବା ଛଡା ଆଉ କିଛି ହୁଏନି
। ଏପଟେ ନିଜ ପେଟକୁ ଦାନାଗଣ୍ଡେ ପଛେ କମ୍ ହୋଇଯାଉ ତାରିଖ ଦିନରେ କୋର୍ଟରେ ହାଜର ହେବା ପାଇଁ ପଇସା କେଉଁଠୁ ନା କେଉଁଠୁ ଯୋଗାଡ
କରିବାକୁ ପଡିଥାଏ । ଜୀବନରେ ସର୍ବସ୍ୱ
ଲୁଟିଯାଏ କିନ୍ତୁ ନ୍ୟାୟ ମିଳିପାରେନି । ଯଦି କେଉଁଠି
ବି ମିଳିଥାଏ, ପୁଣି ବିପକ୍ଷ ଉପର ଅଦାଲତକୁ ଟାଣିନିଏ । ସେଠି ବିଚାର
ହେଉ ହେଉ ପୁଣି ସେଇ ଏକା ଦଶା । ତାଙ୍କ ଭଳି
ଜୀବନ ତଳିତଳାନ୍ତ ହୋଇଯାଏ । ଯଦି ଆଗଭଳି
ଗାଁ ଜମିଦାରୀଙ୍କ ମୂରବୀ ପଣିଆରେ ତାଙ୍କ ଘରଡିହ ବଣ୍ଟା ହୋଇ ପାରିଥାନ୍ତା ବୋଧହୁଏ
ତାଙ୍କ ଜୀବନର ଦୃଶ୍ୟପଟ ଆଜି ଆଉ କ’ଣ
ହୋଇଥାନ୍ତା । ଯେତିକି ପଇସା
ଏ କୋର୍ଟ କଚେରୀରେ ଚକର ମାରି ଖର୍ଚ୍ଚ କରି ନୟାନ୍ତ ହୋଇ ଗଲେଣି ସେଥିରେ ଏ ବାର୍ଦ୍ଧର୍କ୍ୟ ଜୀବନରେ
ମୁଣ୍ଡ ଗେଞ୍ଜିବାକୁ ଘର ଖଣ୍ଡେ ତ
କରି ପାରିଥାନ୍ତେ । ଏଭଳି ଭାବୁ
ଭାବୁ ଏ ସାମାଜିକ ନ୍ୟାୟ
ବ୍ୟବସ୍ଥା ପ୍ରତି ତାଙ୍କର ଘୋର ଅବିଶ୍ୱାସ ଆସେ । ସେ ଜାଣନ୍ତି
କଥାରେ ଅଛି ଡେରିରେ ନ୍ୟାୟ ମିଳିବାଟା ନ୍ୟାୟ ନମିଳିବା ସଙ୍ଗେ ସମାନ । ଆଜିର ଏ
ବିଚରାଳୟ ମାନଙ୍କରେ କେସ୍ର ଫଇସଲା ହେଲା
ବେଳକୁ ମୁଦଲା ମାନଙ୍କର ଜୀବନ ଡାଏରୀର ଅନେକ ଅମୁଲ୍ୟ ଫର୍ଦ୍ଦ ଚିରି ନଷ୍ଟଭ୍ରଷ୍ଟ ହୋଇ ଯାଇଥାଏ । ମୁଣ୍ଡରେ ହାତ
ଦେଇ ସେ ବୁଝିପାରନ୍ତିନି କେଉଁ
ବେଳ ସତରେ ଭଲ ଥିଲା ସେବେଳ
ନା ଅଛି ଆଜିର ଏବେଳ ।
*******
No comments:
Post a Comment