search in www.iswarchandraworld.blogspot.com

Saturday 1 May 2021

ପେଟପାଇଁ କଣ ସତରେ ନାଟ?

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ପେଟପାଇଁ କଣ ସତରେ ନାଟ?

  ଢଗ ଢମାଳିପେଟ ପାଇଁ ଲାଗିଛି ନାଟଟି ପ୍ରାୟ ସମସ୍ତଙ୍କ ପାଖରେ ଅତି ଜଣାଶୁଣା କେତେବେଳେ କାହାପାଟିରୁ ବାହାରି ପଡେ ଏଇ ପେଟ ଚାଖଣ୍ଡ ପାଇଁ ସବୁକିଛି ଥରୁଟିଏ ଖାଇଦେଲେ ଯଦି ପେଟ ପୁରି ଯାଆନ୍ତା ଅବା ଜୀବନରେ ଆଦ୍ୟୈ ଭୋକ ଲାଗନ୍ତାନି ତାହାହେଲେ ମନୁଷ୍ୟ କଣ ଏତେ ସବୁ କାମ କରୁଥାନ୍ତା ହେଲେ ଟିକେ ଚିନ୍ତା କରନ୍ତୁ ବା ଶାନ୍ତ ଭାବରେ ଭାବନ୍ତୁ ଦେଖିବେ ସବୁ ଲୋକ କଥା କୁ କେବଳ ଏଇ ମଳି ମୁଣ୍ଡିଆ ଶ୍ରମିକ ଅବା କୃଷକ ମାନେ ହିଁ ପାଟିରେ ଧରିଥାନ୍ତି ଯେତେବେଳେ କାମ କରି କରି ଥକି ପଡନ୍ତି କିମ୍ବା ଜୀବନରେ ଅସହାୟ ବୋଧକରି କାହାର ସାହାଯ୍ୟ ଆଶା କରନ୍ତି ସେହି ସମୟରେ କାହା ଆଗରେ କିଛି ବ୍ୟକ୍ତ କରିବା ପାଇଁ ସ୍ୱତଃପୁତଃ ଭାବରେ ସେମାନଙ୍କ ପାଟିରୁ ଏହି ଢଗ ବାହାରି ପଡିଥାଏ ହେଲେ ଭୋଗବାଦ ସଂସାରରେ ଆଜି ଯେଉଁ ସବୁ ନାଟ ଲାଗୁଛି ସେଥିରୁ ଯଦି ମାତ୍ର କେଇ ପ୍ରତିଶତ ପେଟ ପାଇଁ  ହୋଇଥିବଅନ୍ୟ ସମସ୍ତନାଟର ମୂଳକାରଣ ଅନ୍ୟକିଛି ଯଦି ବାସ୍ତବରେ ମଣିଷ ନିଜ ପେଟ ପୁରିବା ପାଇଁ ନାଟ କରୁଥାନ୍ତା ତେବେ ଅଳ୍ପ କିଛି ସମୟ ନାଟ କଲେ ପ୍ରତିଦିନର ପେଟ ଆରାମରେ ପୁରିଯାଆନ୍ତି ଦୁନିଆରେ ଅଶାନ୍ତି, ହିଂସା, ଦାରିଦ୍ର୍ୟତା, ବୈଷମତା, ଆଦୌ ଦେଖାଯାଆନ୍ତା ନାହିଁ ଆଜିର ବସ୍ତୁବାଦ ଦୁନିଆରେ ଆମେ ପେଟ ଅପେକ୍ଷା ଅନ୍ୟ ପ୍ରେୟ ପଦାର୍ଥ ଗୁଡିକୁ ଜୀବନରେ ପ୍ରାଧାନ୍ୟ ଦେବାରେ ଲାଗିଛେ ଆମ ଭିତରେ ଥିବା ଲୋଭ, ମୋହ, ଅହଙ୍କାର, ପରଶ୍ରୀକାତରତା ଆମକୁ ପେଟ ଭୋକ ଠାରୁ ଅନେକ ଉର୍ଦ୍ଧ୍ୱକୁ ନେଇ ଗଲାଣି ଏସବୁ ଦୁର୍ଗୁଣ ଗୁଡିକ ଆମ ଆୟତରେ ଆଉ ନାହାନ୍ତି ଆମେ ରଖିବାକୁ ମଧ୍ୟ ଚେଷ୍ଟା ବି କରୁନେ ସମାଜରେ ରହୁଥିବାରୁ ଅନ୍ୟକୁ ତୁଳନା କରିବା ଆମର ଏକ ସହଚର୍ଯ୍ୟ ହୋଇଗଲାଣି ଅନ୍ୟ ସଙ୍ଗେ ନିଜକୁ ସମାନ ବା ତାଠାରୁ ଟପିଯିବା ଆମର ପ୍ରବୃତ୍ତିରେ ପରିଣତ ହୋଇଗଲାଣି

   ଆଉ ଦୀର୍ଘତା ନାହିଁ । ପ୍ରତିକାମରେ ଅଥୟ ରାତିକ ଭିତରେ ହାତୀ ପାଇବାର ସ୍ୱପ୍ନ ଆଖିପିଛୁଳାକେ ତାଜମହଲ ଗଢିବାରେ ଆମେ ବ୍ୟାକୁଳ ଆଖିରେ ସ୍ୱପ୍ନ  ଅସରନ୍ତି ରାତି ନଥାଇ ମଧ୍ୟ ସ୍ୱପ୍ନ ପୁରା କରିବାରେ ବ୍ୟାକୁଳ ପରଶ୍ରୀକାତରତା ଆମ ଅନ୍ତରର ଧେୟ ହୋଇଗଲାଣି ପଡୋଶୀର ଉନ୍ନତି ଦେଖିଲେ ଆମ  ଅନ୍ତରଆତ୍ମା ସତେଯେମିତି ବିଚଳିତ  ହୋଇପଡୁଛି ଟିକେ ଅନ୍ତର୍ମୂଖୀ ହୋଇ ଗମିଲେ ଦେଖିବେ ମିଛ ମାୟା ସଂସାରରେ ବର୍ତ୍ତମାନ ଟଙ୍କା, କ୍ଷମତା ଆଉ ନାରୀ ପାଇଁ ବୋଧହୁଏ ସମସ୍ତ ନାଟ ଟଙ୍କା ଥିଲେ  ଆଜିର ଦୁନିଆରେ ଖାଇବାକୁ ମିଳିବନି ଏକଥା ସତ, ହେଲେ ପେଟ ଠିକ୍ ସମୟରେ ପୁରୁକି ନପୁରୁ ଟଙ୍କା ଦରକାର ଅନ୍ୟାନ୍ୟ ଶାରିରୀକ ସୁଖ ପାଇଁ ସମାଜରେ ଅନ୍ୟର ସୁଖ ସୁବିଧାକୁ ଦେଖି ଆମେ ମଧ୍ୟ ସେଇଆଡିକି ସେଇଆ ପାଇବା ପାଇଁ ଧାବମାନ ହୋଇପଡିଛେ ସାଙ୍ଗ ଅବା ପଡୋଶୀର ଯଦି ଗାଡି ଖଣ୍ଡେ ଆସିଗଲା ତେବେ ଯେ କୈାଣସି  ସତ୍ ଅବା ଅସତ୍ ଉପାୟରେ ହେଉ, ଆମେ ଟଙ୍କା ରୋଜଗାର କରିବାରେ ଲାଗିଗଲେ ସେହିଭଳି ଗାଡିଖଣ୍ଡେ କିଣିବା ପାଇଁ ପଡୋଶୀ ଯଦି ନୂଆ ଘରଟିଏ ତିଆରି କଲା ସେହି ଘର ଦେଖିଦେଲାପରେ ଆମେ ବ୍ୟାକୁଳ ହୋଇ ପଡୁଛେ ସେହିଭଳି ଘରଖଣ୍ଡେ ଗଢି ତୋଳିବା ପାଇଁ ଘରେ ବି ମୂରବୀ ଭାବରେ ଆହୁରି ଅଶାନ୍ତି ବଢି ଯାଉଛି ସହଧର୍ମିଣୀ ଙ୍କ ଉତ୍ତେଜନା ପୂର୍ଣ୍ଣ ମନ୍ତବ୍ୟ ଏହାକୁ ଆହୁରି ଜଟିଳ କରି ଦେଉଛି ଏହି ଚିନ୍ତା ଧାରାରେ ଉଭୟଙ୍କର ଶାନ୍ତି ହଜିଯାଇଛି ପିଲାମାନେ ମଧ୍ୟ ଅନ୍ୟମାନଙ୍କର ଚାଲିଚଳନରେ ଏତେ ପ୍ରଭାବିତ ହୋଇପଡୁଛନ୍ତି ଯେ ଅନ୍ୟର ରଙ୍ଗଢାଙ୍ଗ ଆପଣାଇବା ପାଇଁ ଦମ୍ ଲଗାଇ ଲାଗି ପଡୁଛନ୍ତି ଘରେ କଳି ଝଗଡା କରି ହେଉ କି ମାନମନାନ୍ତରକରି ହେଉ ଟଙ୍କା ନେଇ ସେହି ରୂପ ରଙ୍ଗ ସାଜସଜାରେ ନିଜକୁ ସଜେଇବାରେ ଲାଗିପଡୁଛନ୍ତି

   ନିଜର ଶାରିରୀକ ସୁଖ ପାଇଁ ଯଦି ନାରୀର ଆବଶ୍ୟକତା ହୋଇପଡିଲା ସେଥିରେ ମଧ୍ୟ ଭରପୁର ନାଟ କେଉଁଠି କିଏ ନିଜର ଧନ ସମ୍ପତ୍ତିକୁ ବିକିବାକୁ ମଧ୍ୟ ପଛଉନି ବେଶ୍ୟା ବାଡି ବୁଲିବୁଲି ସର୍ବସ୍ୱ ହରଉଛି ଆଉ କିଏ ଯଦି ମଦ ନିସାରେ ପଡିଗଲା, ସିଏ ମଦ ଖାଇଲା ପର୍ଯ୍ୟନ୍ତ ସବୁ ଠିକ୍ ହେଲେ ଯେଉଁ ଦିନଠାରୁ ମଦ ତାକୁ ଖାଇବା ଆରମ୍ଭ କଲା ସବୁ ଓଲଟପାଲଟ କେଉଁଠି ନିଜର ବିବେକ ହରାଇ ନାରୀଧର୍ଷଣ କେଉଁଠି ଘରେ ନିଜର ଅର୍ଦ୍ଧାଙ୍ଗିନୀ ଉପରେ ଦାଉ ସୁଝାଇବାରେ ଲାଗିଯାଏ କେତେବେଳେ ଜେଲର ଚାରିକାନ୍ଥ ଭିତରେ ଦିନକାଟେ କେତେବେଳେ  ପୁଣି ଦୁନିଆରେ ଆତ୍ମ ଗୋପନ କରେ ପୁଣି ଏହି ମଦ ନିଶାର ସୁଖ କେତେକଙ୍କୁ ଫାଶିଖୁଣ୍ଟ ପର୍ଯ୍ୟନ୍ତ ନେଇଯାଏ ହେଲେ ଫାଶିଖୁଣ୍ଟ କୁ ଯିବାପୂର୍ବରୁ  କେତେ ଯେ ନାଟ ତାମସା ଟିକ୍ ନାହିଁ ଗୋଟିଏ ଦୋଷୀ କୁ ତାର ଭୂଲ୍ ଦଣ୍ଡ ଦେବାପାଇଁ ଶହଶହ ଲୋକ ଆବଶ୍ୟକ ପଡନ୍ତି ସମଗ୍ର ଦେଶ ଅବା ସମାଜର ଆଇନକାନୁନ୍ ରେ ତାକୁ  ଘୋଷାଡିବା ପାଇଁ  ଅନ୍ୟମାନଙ୍କୁ ଶ୍ରମ ଦେବାକୁ ପଡେ କୋର୍ଟରେ ବିଚାର ପତି, ଓକିଲ ଙ୍କ ଠାରୁ ଆରମ୍ଭ କରି ବାହାରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ନାଟକରେ ଭାଗନେବାକୁ ପଡେ ଯେଉଁ ନାଟକରେ ପେଟପାଇଁ ସ୍ଥାନ ହିଁ ନାହିଁ ।କେଉଁଠି କେତେବେଳେ ପ୍ରେମରେ ପଡିଗଲେ ସେଠି ଆଉ ପେଟର ଭୋକ ବି ରହେନି ଚାଲେ ଅନନ୍ୟ ନାଟକ କେଜାଣି ସେ ନାରୀଦେହରେ ଭଗବାନ କି ସୁଖ, କେଉଁ ଆକର୍ଷଣର ସମ୍ଭାର ଭରିଦେଇଛନ୍ତି? ପାଗଳ ପରି ଗୋଡାଏ ତା ପଛରେ ପ୍ରେମରେ ପର ହୃଦୟକୁ ପୀଡା ଦେବା ନିଜେ ପିଡିତ ହେବା ନିତିଦିନିଆ ଘଟଣା ସମାଜରେ କେଉଁଠି ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିଯାଏ ଆଉ କେଉଁଠି ବିଦ୍ରୋହ ନାଟକର ଜଘନ୍ୟତା ପ୍ରତିପାଦିତ ହୁଏ ପ୍ରେମିକପ୍ରେମିକାଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବାକୁ ସମାଜ ମଧ୍ୟ ପଛାଏନି ପ୍ରେମରୁ ଆରମ୍ଭ ନାଟକ ବେଲେବେଳେ ମହାନାଟକରେ ପରିଣତ ହୋଇଯ।।ଏ ସମାଜ ବେଳେବେଳେ ସ୍ତବ୍ ମଧ୍ୟ ହୋଇଯାଏ     

  ନିଜକୁ ସମସ୍ତଙ୍କ ଭିତରେ ଭିନ୍ନ ଜାହିର କରିବା, ଅନ୍ୟମାନଙ୍କୁ ହୁକୁମ୍ ଦେବା ଅନ୍ୟ ମାନଙ୍କୁ ନିଜ ଅଧୀନକୁ ଆଣିବା, ସମାଜ ଆରମ୍ଭରୁ ହିଁ ବୁଦ୍ଧିଆ ମଣିଷର ପ୍ରବୃତ୍ତି ଏହି କ୍ରମରେ କ୍ଷମତା ପାଇଁ ଏଇ ମଣିଷ ସବୁକିଛି କରିପାରେ କେତେବେଳେ ରାଜାହୋଇ ଅନ୍ୟ ରାଜାକୁ ପରାସ୍ତ କରିବା କୁ ଯୁଦ୍ଧର ଆୟୋଜନ କରେ ଅନେକଙ୍କୁ ଯୁଦ୍ଧରେ ନିପାତ ମଧ୍ୟ କରିଦିଏ ରକ୍ତର ନଦୀ ବୋହି ଚାଲେ ସୃଷ୍ଟିକରେ ଅନେକ କାଳଜୟୀ ନାଟକ ଗଣତନ୍ତ୍ରରେ ଦେଶ ସେବାର ବାହାନାରେ କ୍ଷମତା କୁ ଆବୋରିବା ପାଇଁ ସବୁ ପ୍ରକାର ନାଟକ ଏହି ମଣିଷ କରିବସେ ଭୋଟ ନେବା ପାଇଁ ଟଙ୍କା ବାଣ୍ଟେ ମଦ ଭୋଜିଭାତରେ ପ୍ଲାବନ ଗାଁ ଗଣ୍ଡାର ଯୁବବର୍ଗଙ୍କ ଭିତରେ ଆରମ୍ଭ କରିଦିଏ ୍ୟାଲି୍ପାଇଁ ହଜାର ହଜାର ଲୋକଙ୍କୁ ଏକାଠି କରି ସ୍ଲୋଗାନ୍ ଦେଇ ରାଜରାସ୍ତାରେ ନାଟକ ଚାଲେ ହଜାରହଜାର ସଂଖ୍ୟକ ଗାଡି ରାଜରାସ୍ତାକୁ ଧୂଆଁ ମୟ କରି ପରିବେଶକୁ ପ୍ରଦୃଷିତ କରି ଆଗେଇ ଚାଲିଥାଏ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିର କ୍ଷମତା ଲାଳସା ପୁରଣ ଉଦ୍ଦେଶ୍ୟରେ ଏମିତିସଂସାରର ସବୁ ନାଟକ ପଛରେ ପେଟର ଭୋକର ଭୂମିକା ଅତ୍ୟନ୍ତ ତୁଚ୍ଛ ହୋଇ ପଡିଲାଣି ଯେତେବେଳେ ପେଟର ଭୋକକୁ ମେଣ୍ଟାଇବା ପାଇଁ ମାତ୍ର ଅଳ୍ପ କିଛି ଟଙ୍କା ଦରକାର ସେତେବେଳେ ଆମ ମାନସିକ ଭୋକର ଦିଗନ୍ତ ପ୍ରସାରି ପରିବ୍ୟାପ୍ତତା ଆମକୁ ଅଶାନ୍ତିର ବଲୟ ଭିତରକୁ ଆପେ ଆପେ ଭିଡି ନେଉଛି ଆମର ସ୍ୱପ୍ନର ପ୍ରକୃତ୍ତି ବଦଳି ଗଲାଣି ଆମେ ଖାଲି ନିଜ ପେଟ ପୁରାଇବା ପାଇଁ କେବେ ବି ସ୍ୱପ୍ନ ଦେଖୁନେ ସ୍ୱପ୍ନର ଦିଗବଳୟ ବର୍ତ୍ତମାନ ଅସୁମାରି ଦିଗନ୍ତ ଉନ୍ମୁକ୍ତ ସଦାସର୍ବଦା ଧାବମାନ ଏକ ମରିଚୀକା ରୂପୀ ଶାନ୍ତି ପଛରେ ବୁଝିପାରୁନେ ଭୋଗବାଦରେ ଶାନ୍ତି ନଥାଏ ଶାନ୍ତି ଥାଏ ନିଜ ଭିତରେ ନିଜ ଆତ୍ମା ଭିତରେ ପେଟର ଭୋକକୁ ପୁରା କରି ଯଦି ସେହି ଚିରନ୍ତନ ଶାନ୍ତି ପଛରେ ନିଜକୁ ବାନ୍ଧିରଖନ୍ତେ ତେବେ ବୋଧହୁଏ ନାଟକର ପରିସୀମା ଯଥେଷ୍ଟ କମିଯାଆନ୍ତା ବାସ୍ତବରେ ପେଟ ପାଇଁ ସବୁ ନାଟକ ଲାଗିଛି ତାହା ଆଦ୍ୟୈ ଠିକ୍ ନୁହେଁ ପେଟ ମାତ୍ର ଗୋଟିଏ ବାହାନା ବା ଆଳ ବାକି ସମସ୍ତ ନାଟକ ମାନଙ୍କର ମୂଳ ଅନ୍ୟକେଉଁଠି ଆମେ ବୋଧହୁଏ ସମସ୍ତେ ବୁଝି ପାରୁଛେ

 

*******

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS