search in www.iswarchandraworld.blogspot.com

Saturday 1 May 2021

ଫୁଲର ଅଭିଯୋଗ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ଫୁଲର ଅଭିଯୋଗ

   ଅବସର ଜୀବନରେ ରାମବାବୁଙ୍କର ସବୁଠାରୁ ପ୍ରିୟ କାମ ହେଲା ନିଜ ବଗିଚାର ଜତ୍ନ ଋତୁ ଚକ୍ର ଅନୁଯାୟୀ ବଗିଚାଟି ମଲ୍ଲୀ, ମନ୍ଦାର, ମାଳତୀ, ଜୁଈ, ଜାଇ, ହେନା, ଟରାଟ, ଟଗର, ଗୋଲାପ, ଅପରଜିତା, ଗେଣ୍ଡୁ ରଜନୀଗନ୍ଧାରେ ପ୍ରାୟ ସଦା ସର୍ବଦା ପରିପୂର୍ଣ୍ଣ ପ୍ରତିଦିନ ସକାଳେ ବଗିଚା କାମ ସାରି ଭଲଭାବରେ ଫୁଟିସାରିଥିବା ଫୁଲ ଗୁଡିକୁ ଚାଙ୍ଗୁଡାରେ ତୋଳିଆଣି ପାଖରେ ଥିବା ମନ୍ଦିର କୁ କିଛି ପଠାନ୍ତି ଘର ଦିଅଁଙ୍କ ପାଇଁ କିଛି ରଖନ୍ତି ବଳକା ଫୁଲକୁ ବିକିଦିଅନ୍ତି ଦୋକାନିକୁ ପଇସାପାଇଁ ନୁହେଁ ବରଂ ଲାଗୁ ସେବାରେ ଫେବୃୟାରୀ ୧୭, ୨୦୧୪, ସୋମବାରସମାଜ ମର୍ମସ୍ପର୍ଶୀ ଆବେଗଭରା ଆଲେଖ୍ୟଫୁଲର ବିଳାପଟି ତାଙ୍କ ମନକୁ ଆନ୍ଦୋଳିତ କରିଛି ଲେଖାଟିର ମର୍ମ ଏଇଆ ଥିଲା ଯେ ବଗିଚାରୁ ଭଗବାନଙ୍କ ପୂଜାପାଇଁ ଚାଙ୍ଗୁଡାଏ ଚାଙ୍ଗୁଡାଏ ଫୁଲ ଛିଣ୍ଡେଇବା ପ୍ରକୃତିର ପରିପନ୍ଥୀ ମୂଲ୍ୟହୀନ ଫୁଲ ତୋଳିବା ଦ୍ୱାରା ଛିନ୍ନହୁଏ ମହୁମାଛି, ପ୍ରଜାପତି ଭଅଁରର ଫୁଲସହିତ ଥିବା ଆବେଗ ଭରା ଆତ୍ମିକ ସମ୍ପର୍କ ବ୍ୟାଘାତ ହୁଏ ପରାଗ ସଂଗମ ପ୍ରକାରାନ୍ତେ ଯାହା ମନୁଷ୍ୟର ସ୍ୱାସ୍ଥ୍ୟ ପରିବେଶ ବିରୋଧୀ

ଦୀର୍ଘ ତିନିମାସ ଧରି ସେ ଏଇ ଚିନ୍ତାରେ ବ୍ୟତିବ୍ୟସ୍ତ ଭାବିଛନ୍ତି ଜର୍ଜ ବର୍ଣ୍ଣାଡ ଙ୍କର ଫୁଲମାନଙ୍କ ପ୍ରତି ଜୀବନ ଦର୍ଶନ ଶେଷରେ ଗତ ସପ୍ତାହରେ ନିଷ୍ପତି ନେଲେ ସେ ଆଉ ତାଙ୍କ ବଗିଚାରୁ ଚାଙ୍ଗୁଡାଏ ଚାଙ୍ଗୁଡାଏ ଫୁଲ ତୋଳିବେ ନାହିଁ ଚାହେ ମନ୍ଦିରର ମୂର୍ତ୍ତୀ ଘରର ଫଟୋ ଦିଅଁ ମାତ୍ର ଦୁଇଟି ଫୁଲରେ ପୂଜା ପାଆନ୍ତୁ ଆଜକୁ ପାଞ୍ଚ ଦିନ ପରେ ବଗିଚାରେ ସବୁଫୁଲ ଭରିଭରି ଫୁଟି ତଳେ ଝରିପଡିବାକୁ ଆରମ୍ଭକଲେଣି ରାତିରେ ରାମବାବୁ ଶୋଇଛନ୍ତି ନିଘୋଡ ନିଦରେ ସ୍ୱପ୍ନରେ ତାଙ୍କ ବଗିଚାର ଗୁଡିଏ ଫୁଲ ଆସି କହୁଛନ୍ତି ହେ ପ୍ରିୟ ବନମାଳୀ , ତୁମର କଠିନ ପରିଶ୍ରମ ଯତ୍ନ ଆମକୁ ସଂସାରରେ ସଂସାରୀ ହେବାର ସୌଭାଗ୍ୟ ପ୍ରଦାନ କରିଛି ହେଲେ ଗତ ପାଞ୍ଚ ଦିନ ହେବ ଆମକୁ ଏତେ ହୀନିମାନ ହତାଦର କରୁଛ କାହିଁକି ? ତୁମେତ ମନୁଷ୍ୟ ତୁମକୁ ଆମେ ଅଧିକ କଣ ବା ବୁଝେଇପାରିବୁ ? ବୋଧ୍ହୁଏ ବହୁଜନ୍ମର ପୂଣ୍ୟ ଫଳରେ ଆମର ଫୁଲ ଜନ୍ମ ସେହି ପ୍ରଭୂର ଚରଣରେ, ଗଭାରେ ଅବା ଚୂଡାରେ ଶୋଭାପାଇବା ପାଇଁ ସେହି ପୂଣ୍ୟଫଳରେ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ ଆଶାରୁ ଆମକୁ ବଞ୍ଚିତ କରୁଛ କାହିଁକି ? ଅଫୁଟା କଅଁଳ କଢୀକୁ ଗଛରୁ ଛିଣ୍ଡେଇ ଫୋପାଡି ଦେଲେ ଅବା ଫୁଟିଲା ଫୁଲକୁ ତୋଳିଆଣି ଅଳିଆଗଦାରେ ଏଣେତେଣେ ଫିଙ୍ଗିଦେଲେସିନା ସୃଷ୍ଟିର ବୈଚିତ୍ର୍ୟତାର ପରିପନ୍ଥୀ ହେଲେ ଫୁଟିଲା ଫୁଲକୁ ପରସେବାରେ ବିନିଯୋଗ କଲେ ସେ କଣ ଅପରାଧ ? ଜୀବନରେ ଖାଲିକଣ ଜନ୍ମନେଇ ବଞ୍ଚିରହି ମରିଯିବାରେ ଜୀବନର ସାର୍ଥକତା ? କଥାରେ ଅଛି ପରସେବାରେ ପରମାତ୍ମା ପ୍ରାପ୍ତି ତୁମେ ଆମକୁ ସେଥିରୁ ବଞ୍ଚିତ କରୁଛ କାହିଁକି? ଆମେ ମାନୁଛୁ ଜନ୍ମରୁ ବାୟୁକୁ ବିଶୁଦ୍ଧ କରୁଛୁ ମହକ ବାଣ୍ଟୁଛୁ ଯୌବନର ଚହଟରେ ମହୁମାଛି ତୁମପାଇଁ ସଂଗ୍ରହ କରୁଛି ମଧୂ ପରାଗ ସଂଗମରେ କରୁଛୁ ସ୍ୱଜାତିର ଅଭିବୃଦ୍ଧି, ହେଲେ ଏତିକିରେ ଆମ ସେବାକୁ ସୀମିତ କରୁଛ କାହିଁକି ?

ମଧୂଶାଳାର ମଧୂଶଯ୍ୟାରେ ବିଛେଇହୋଇ ଆମର ମଧୂଗନ୍ଧରେ ନବଦମ୍ପତିଙ୍କର ଅନ୍ତରଙ୍ଗ ମୁହୂର୍ତ୍ତକୁ ଆହୁରି ମଧୂମୟ କରିବାର ଆମର ମହତ୍ତ୍ୱାକାକ୍ଷାଂକୁ ମାରି ଦଉଛକାହିଁକି ? ଦୁଇଟି ଅଚିହ୍ନା, ଅଜଣା ଜୀବନର ମନ, ଶରୀର ଆତ୍ମାର ନୈସର୍ଗିକ ମିଳନରୁ ସଂସାରରେ ପରପିଢୀର ସର୍ଜନା ପାଇଁ ସହଯୋଗୀ ଭାବେ ସେବାକରିବାର ଦାୟୀତ୍ୱକୁ ତୁମେ ଦଳିଦେଉଛ କାହିଁକି ? ସେ ସମୟରେ ଖାଲି ସେବା ନୁହେଁ ସେ ମୂହୁର୍ତ୍ତକୁ ମନଖୋଲି ଉପଭୋଗ କରିବାର ଆମ ଭାଗ୍ୟକୁ କୁଠାରଘାତ କରୁଛ କାହିଁକି ? ଫୁଲମାନେ ଏମିତି ଆହୁରି ଅନେକ ଅବିରାମ ଅଭିଯୋଗ କଲାବେଳକୁ ହଠାତ୍ ରାମବାବୁଙ୍କ ନିଦ ଭାଙ୍ଗିଯାଇଛି ରାମବାବୁଙ୍କର ମନେ ପଡିଛି ମହାପ୍ରଭୂ ଜଗନ୍ନାଥଙ୍କର ଷାଠିଏ ପଉଟି ଭୋଗ, ରଥଯାତ୍ରାରେ ଫୁଲର ଟାହିଆ, ମନେପଡିଛିକୁଷୁମ ପରଷେ ପଟ୍ଟ ନିସ୍ତରେଭଳି ଉକ୍ତି ମାଖନଲାଲ୍ ଚତୁର୍ବେଦୀ ଙ୍କ କବିତାଫୁଲ୍ କି ଚାହ୍‌’ ଏବଂ କରିଛନ୍ତି ଅନେକ ଯୁକ୍ତି ଚାଙ୍ଗୁଡା ଚାଙ୍ଗୁଡା ଫୁଲର ବ୍ୟବହାର ସମ୍ପର୍କରେ ଯେତେବେଳେ ମହାପ୍ରଭୂ ଜଗନ୍ନାଥଙ୍କର ପେଟ ଷାଠିଏ ପଉଟିରେ ପୂରେ ତେବେ ମୋହମାୟାଗ୍ରସ୍ତ ମଣିଷ ଷାଠିଏମହଣ ଫୁଲରେ ତାଙ୍କୁ ସନ୍ତୁଷ୍ଟ କରିବାପାଇଁ ନଭାବିବ ବା କାହିଁକି ? ତାର ନିଦର୍ଶନ ବୋଧହୁଏ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ନିତି ଫୁଲବେଶ ରଥଯାତ୍ରାରେ ଜୀଉଙ୍କର ଫୁଲଟାହିଆ ଅନ୍ଧତ୍ୱର ଜଞ୍ଜିରରେ ଅନ୍ଧ ସୁରଦାସ ଫୁଲବଦଳରେ ଚାଙ୍ଗୁଡା ଚାଙ୍ଗୁଡା ଫୁଲପାଖୁଡା ଭକ୍ତିରେ ଭଗବାନଙ୍କୁ ଦେଇନଥିବେ କାହିଁକି ? କୃଷ୍ଣ ପ୍ରେମରେ ବାୟାଣୀ ମୀରା ଗଳିଗଳି ବୁଲୁଥିବା ବେଳେ ଗଛଲଟାରୁ ମହଣମହଣ ଫୁଲରେ ମୂରଲୀଧରଙ୍କୁ ସଜେଇନଥିବ କାହିଁକି ? କାରଣ ସବୁ କଥାରେ ବ୍ୟବହୃତ ଫୁଲର ପରିମାଣ ସମ୍ପର୍କିତ କୌଣସି ଐତିହାସିକ ତଥ୍ୟ ନାହିଁ ପ୍ରସିଦ୍ଧ କବି ମାଖନନଲାଲ୍ ଚତୁର୍ବେଦୀ ଙ୍କ ଲିଖିତ ପ୍ରସିଦ୍ଧ କବିତାଫୁଲ୍ କି ଚାହ୍‌’ ରେ ଫୁଲର ଦେଶ ରକ୍ଷା ପାଇଁ ପ୍ରାଣବଳି ଦେଉଥିବା ସୈନିକ ପାଦ ସ୍ପର୍ଶ ଭଳି ଅନନ୍ୟ ଅଭିଳାଷକୁ ମଧ୍ୟ ମାରିଦେବା ଉଚିତ୍ ନୁହେଁ ଫୁଲର ସିମିତ ବ୍ୟବହାର କରି ପଟ୍ଟର ନିସ୍ତାରରେ ଆମେ ବାଧା ଦେବା କାହିଁକି ?

ପ୍ରେମ, ଭକ୍ତି ପ୍ରୀତିର ପ୍ରତୀକ ହେଉଛି ଫୁଲ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ମଣିଷ ଜୀବନରେ ଜନ୍ମରୁ ଜୁଇ ପର୍ଯ୍ୟନ୍ତ ପ୍ରାୟ ସବୁ କାମରେ ଫୁଲହିଁ ଲୋଡା ଓଷାବାହା, ପୁନିଅପରବ, ଯାନିଯାତ୍ରା, ହୋମଯଜ୍ଞ, ବ୍ରତ କର୍ମକାଣ୍ଡାଦିରେ ଫୁଲ ଅନିର୍ବାର୍ଯ୍ୟ ଯୁବତୀର ଜୁଡାକୁ ଜାବୁଡିଧରି ତାର ଯୌବନରେ ଚାରିଚାନ୍ଦ ଲଗେଇବାରେ ପାରଙ୍ଗମ ଫୁଲ ପ୍ରେମିକାକୁ ପ୍ରେମ ନିବେଦନ ହେଉ ଅବା ମାନିନୀ ପ୍ରିୟତମାର ମନ ମନେଇବାରେ ମୋହିନୀ ଫୁଲ ଗୁରୁଶିଷ୍ୟ ପରମ୍ପରାରେ ଗୁରୁପୂଜା ଆଶୀର୍ବାଦ ପ୍ରତୀକ ଫୁଲ ମନର ପବିତ୍ରତା ଭକ୍ତିକୁ କରେ ଋଦ୍ଧିମନ୍ତ ଜୀବନ୍ତ ଫୁଲ ଫୁଲର ସୁବ୍ୟବହାର ଅପଚୟ ନୁହେଁ ବରଂ ସଂସାର ଧର୍ମୀ ଜର୍ଜ ବର୍ଣ୍ଣାଡ ଙ୍କର ଦର୍ଶନକୁ ସମ୍ମାନଦେଇ ବଗିଚାରୁ କଅଁଳ କଢୀ ଯୌବନରେ ଉତ୍ଫୁଲିତ ଫୁଲଗୁଡିକୁ ଛିଣ୍ଡାଇ ଗୃହ ସଜା କରାନଯାଇପାରେ ମାତ୍ର ଯୌବନର ସୂର୍ଯ୍ୟାସ୍ତରେ ପାଦ ଦେଉଥିବା ଫୁଲଗୁଡିକୁ ତୋଳିଆଣି ସେମାନଙ୍କର ସୌରଭକୁ ଅନ୍ୟ ଜାଗାରେ ବିଞ୍ଚିଦେବାରେ ଭୂଲ୍ କଣ ବରଂ ଫୁଲଟିକୁ ତାର ଅନନ୍ୟ ସେବାପାଇଁ ସୁସ୍ଥ ଶରୀର ସ୍ମରଣ ଶକ୍ତି ବୃଦ୍ଧିରେ ବଗିଚା ନଥିବା ସ୍ଥାନରେ ସୁଯୋଗ ଦେବା ଫୁଲର ବ୍ୟବହାରକୁ ସଂକୀର୍ଣ୍ଣ କରିବା ପରିବର୍ତ୍ତେ ଏହାର ଉତ୍ପାଦନକୁ ବହୁଗୁଣିତ କରି ପରିବେଶକୁ ସୁସ୍ଥ, ପରିଷ୍କାର ଉଛ୍ୱାସମୟ କରିବା ଦରକାର

ଆସନ୍ତୁ ସମସ୍ତେ ବନମାଳୀ ହୋଇ ଚାଣକ୍ୟର ଚାତୁରୀରେ ଅସଂଖ୍ୟ ଚନ୍ଦ୍ରଗୁପ୍ତ ରୁୂପକ ଫୁଲଗଛ ଗୁରୁ ରାମଦାସ୍ଙ୍କ ଭଳି ଗୁରୁତ୍ୱରେ ଅଗଣିତ ଶିବାଜୀ ରୂପକ ଫୁଲଗଛକୁ ଉତୁରେଇ ଫୁଲର ଅଭିଯୋଗର ସମାଧାନ, ଅଭିଳାଷ ପୁରଣ ସଙ୍ଗେ ସଙ୍ଗେ ସଂସାରର ମଙ୍ଗଳ ସାଧନ କରିବା ବଗିଚାରେ ଝଙ୍କାଏ ଝଙ୍କାଏ ଫୁଲ ଫୁଟୁଥିବ ଚାଙ୍ଗୁଡା ଚାଙ୍ଗୁଡା ତୋଳା ହେଉଥିବ

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS