search in www.iswarchandraworld.blogspot.com

Participation in All India Radio program



Talk at AIR puri










       ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁରୁଷ ପାଟଣା, ଭାଣପୁର

ଦୂରଭାଷ:୯୭୭୮୫୧୯୬୭୮ 

ପ୍ରସାରଣ-୦୬/୧୧/୨୦୧୯ ବୁଧବାର ରାତ୍ରି ୯ଟା ୩୦ମିନିଟ୍‌

ଲିଥିୟମ୍‌-ଆୟନ୍ ବ୍ୟାଟେରୀ 
ଓ ଶକ୍ତି ଶଙ୍କଟ

      ଶକ୍ତି ବିନା ଜୀବନର ପରିକଳ୍ପନା ଅସମ୍ଭବ । ଶକ୍ତି ହେଉଛି ବିକାଶ ଓ ଉନ୍ନତିର ଆଧାର । ଏହା କେବଳ ସାମଗ୍ରିକ ସ୍ତରରେ ପ୍ରଯୁଯ୍ୟ ନୁହେଁ, ଏହା ବ୍ୟକ୍ତିଗତ ସ୍ତରରେ ମଧ୍ୟ ସତ୍ୟ । ଶକ୍ତିବିନା ମନୁଷ୍ୟର ଶରୀର ଯେପରି ଅଚଳ, ଆଜିର ବିଜ୍ଞାନ ଜଗତରେ ସମସ୍ତ ଯନ୍ତ୍ର ଓ ଯନ୍ତ୍ରାଶଂ ମଧ୍ୟ ଶକ୍ତି ବିନା ସେହିପରି ସ୍ଥାଣୁ । ସାଧାରଣତଃ ସମସ୍ତ ପରିବହନୀୟ (ଚକ୍ଟକ୍ସଗ୍ଧବଭକ୍ଷର) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ ଯଥା ସ୍ମାର୍ଟ ମୋବାଇଲ୍‌, ଲ୍ୟାପ୍‌ଟପ୍‌, କ୍ୟାମେରା, ଟାବ୍ଲେଟ୍ ଆଦି ଏହି ବିଦ୍ୟୁତ୍ ଶକ୍ତି ପାଇଁ ସେଥିରେ ଖଞ୍ଜା ଯାଇଥିବା ବ୍ୟାଟେରୀ ଉପରେ ନିର୍ଭର କରିଥାନ୍ତି ଯାହା ରାସାୟନିକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହି ବ୍ୟାଟେରୀ ମାନଙ୍କ ମଧ୍ୟରେ ଲିଥିୟମ ଆୟନ୍ ରିଚାର୍ଜେବଲ୍ ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ବ୍ୟବହାରରେ ନିରାପଦ, କ୍ଷୁଦ୍ର ଆକାର, ପରିବେଶ ପ୍ରଦୂଷଣ ରହିତ, ସ୍ୱଳ୍ପ ମୂଲ୍ୟ ଓ ସହଜ ଉପଲବ୍ଧ ଗୁଣ ଆଜି ବିଜ୍ଞାନ ବିଶ୍ୱକୁ ଦେଇଛି ଏକ ନୂଆ ଦିଗ । ସ୍ମାର୍ଟ ମୋବାଇଲ୍‌ର ବିକାଶ ଓ ବ୍ୟବହାରରେ ଆଜି ଏକ ବିପ୍ଳବ ଆଣି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ସମଗ୍ର ବିଶ୍ୱର ୭୭୦ କୋଟି ଜନସଂଖ୍ୟାରେ ପ୍ରାୟ ୩୩୦ କୋଟି ସ୍ମାର୍ଟ ମୋବାଇଲ୍ ସହିତ ଟାବଲେଟ୍‌, ଲ୍ୟାପଟପ୍ ଏହିି ଲିଥିୟମ୍‌-ଆୟନ୍ ବ୍ୟାଟେରୀ ମାନଙ୍କ ଦ୍ୱାରା ହିଁ ଚାଳିତ । ସମ୍ପୂର୍ଣ୍ଣ ପ୍ରଦୂଷଣ ରହିତ ବିଦ୍ୟୁତ୍ ଚାଳିତ ଗାଡି ମାନଙ୍କର ଆଜି ଏହାହିଁ ଶକ୍ତିକେନ୍ଦ୍ର । ସମଗ୍ର ମାନବ କଲ୍ୟାଣରେ ଏହାର ଭୂମିକା ଏଇଥିରୁ ହିଁ ସହଜରେ ଅନୁମେୟ । ଯେଉଁଥିପାଇଁ ଏହି ଲିଥିୟମ-ଆୟନ ବ୍ୟାଟେରୀର ସଫଳ ପ୍ରସ୍ତୁତି ଓ ପ୍ରୟୋଗରେ ଜୀବନ ବ୍ୟାପି ସାଧନା ଓ ପରିଶ୍ରମର ଫଳ ସ୍ୱରୁପ ବୈଜ୍ଞାନିକ ଜନ୍ ବି ଗୁଡଏନଫ୍ (ଔକ୍ଟଷଦ୍ଭ ଈ. ଶକ୍ଟକ୍ଟୟରଦ୍ଭକ୍ଟଙ୍କଶଷ), ଏମ୍ ଷ୍ଟାନଲି ହ୍ୱିଟି୍‌ଙ୍ଗାମ୍ (ଗ.ଗ୍ଦଗ୍ଧବଦ୍ଭକ୍ଷରଚ୍ଚ ଡଷସଗ୍ଧଗ୍ଧସଦ୍ଭଶଷବଜ୍ଞ) ଓ  ଆକିରା ୟୋସିନୋ (ଇଳସକ୍ସବ ଣକ୍ଟଗ୍ଦଷସଦ୍ଭକ୍ଟ) ଙ୍କୁ ମିଳିଛି ୨୦୧୯ ମସିହା ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର । 

      ୧୭୮୦ ମସିହାରେ ଲୁଇ ଗାଲ୍‌ଭିନ୍ ତାଙ୍କ ପରୀକ୍ଷାଗାରରେ ଗୋଟିଏ ଧାରୁଆ ଛୁରୀରେ ଲାଗିରହିଥିବା ମୃତ ବେଙ୍ଗଟିଏର ଶୁଖିକରି ଯାକିଯୁକିହୋଇ ଯାଇଥିବା ଦୃଶ୍ୟକୁ ଦେଖି ଭାବିଥିଲେ ଯେ ମୃତ ବେଙ୍ଗ ଶରୀରର ଅସ୍ୱାଭାବିକ ପରିବର୍ତ୍ତନ ସେହି ବେଙ୍ଗ ଶରୀରରେ ଥିବା ଶକ୍ତିର ପରିଣାମ ଏବଂ ତାହାର ସେ ନାମ ରଖିଥିଲେ ଜୈବ ବିଦ୍ୟୁତ୍ । ମାତ୍ର ତାଙ୍କର ସହଯୋଗୀ  ଓ ବନ୍ଧୁ ଆଲେସାଣ୍ଡୋ ଭୋଲ୍ଟା ଏହାକୁ  ଭୂଲ୍ ବୋଲି ବିଚାର କରି, ଭାବିବସିଥିଲେ ଯେ ଏହି ବିଦ୍ୟୁତ୍ ଶକ୍ତି, ଦୁଇଟି ଧାତୁ ବାୟୁମଣ୍ଡଳୀୟ ଆଦ୍ରତା ସଂସ୍ପର୍ଶରେ ଆସିଥିବାରୁ ସୃଷ୍ଟି ହୋଇଛି । ତାଙ୍କର ଦୀର୍ଘ ଏଗାର ବର୍ଷର ସାଧନା ତାଙ୍କର ଅନୁମାନକୁ ସତ୍ୟ ପ୍ରମାଣିତ କରିଥିଲା ଏବଂ ବୈଜ୍ଞାନିକ ଆଲେସାଣ୍ଡୋ ଭୋଲ୍ଟା ୧୮୦୦ ମସିହାରେ ବିଶ୍ୱର ସର୍ବପ୍ରଥମ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ଯାହାର ନାମ ଥିଲା ଭୋଲ୍ଟାଇକ୍ ପାଇଲ୍ । ଏହା ଭିତରେ ଥିବା ରାସାୟନିକ ପଦାର୍ଥ ସହିତ ଧାତବ ଦଣ୍ଡମାନଙ୍କର ସଂଯୋଗ ବିଦ୍ୟୁତ ପ୍ରଦାନ କରିଥିଲା । ପରେ ପରେ ସ୍କଟ୍‌ଲ୍ୟାଣ୍ଡର ବୈଜ୍ଞାନିକ ଉଇଲିୟମ କ୍ରୁଇକ୍‌ସାର୍କ (ଡସକ୍ଷକ୍ଷସବଜ୍ଞ ଉକ୍ସଙ୍କସମଳଗ୍ଦଷବକ୍ସଳ) ଓ ଇଂଲଣ୍ଡ ବୈଜ୍ଞାନିକ ଉଇଲିୟମ୍ ଷ୍ଟର୍ଜିୟନ (ଡସକ୍ଷକ୍ଷସବଜ୍ଞ ଝଗ୍ଧଙ୍କକ୍ସଶରକ୍ଟଦ୍ଭ) ଉଭୟେ ଭୋଲ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାଟେରୀରେ ଥିବା କେତେକ ଅସୁବିଧାକୁ ଦୂର କରିଥିଲେ ।

     କିନ୍ତୁ ୧୮୩୬ ମସିହାରେ ବିଶ୍ୱର ସର୍ବପ୍ରଥମ ବ୍ୟବହାରଯୋଗ୍ୟ ବ୍ୟାଟେରୀ ଇଂଲଣ୍ଡର ରସାୟନ ବିଜ୍ଞାନର ପ୍ରଧ୍ୟାପକ ଜନ୍ ଫ୍ରେଡେରିକ୍ ଡାନିଏଲ୍ (ଔକ୍ଟଷଦ୍ଭ ୠକ୍ସରୟରକ୍ସସମଳ ଊବଦ୍ଭସରକ୍ଷକ୍ଷ) ପ୍ରସ୍ତୁତ କରିଥିଲେ ଏବଂ ଏହାର ନାମ ଥିଲା ଡାନିଏଲ ସେଲ୍ । ଏହା ପୂର୍ଣ୍ଣମାତ୍ରାରେ ଭୋଲ୍ଟାଇକ୍ ପାଇଲ୍ ବ୍ୟାଟେରୀରେ ଥିବା ସମସ୍ତ ଅସୁବିଧାକୁ ଦୂର କରିବାରେ ସକ୍ଷମ ହୋଇଥିଲା । ମାତ୍ର ଏ ସମସ୍ତ ବ୍ୟାଟେରୀ ଗୁଡିକ ଥରେ ମାତ୍ର ବ୍ୟବହାର ଯୋଗ୍ୟ ଅର୍ଥାତ ବ୍ୟାଟେରୀରୁ ରାସାୟନିକ ପଦାର୍ଥ ଓ ଧାତବ ଦଣ୍ଡର କ୍ଷୟପରେ ତାହା ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇ ଯାଉଥିଲା ।

      ମନୁଷ୍ୟର ଅଭିସନ୍ଧିଚ୍ଛୁ ପ୍ରବୃିତ୍ତ ଏଇଠାରେ ହିଁ ସିମୀତ ନରହି ପୁଣି ଲାଗିପଡିଲା ଏହି ବ୍ୟାଟେରୀ ଗୁଡିକ କିପରି ପୁନଃ ଅଥବା ବାରମ୍ବାର ବ୍ୟବାହର ଯୋଗ୍ୟ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ୧୮୫୯ ମସିହାରେ ଫ୍ରାନସ୍‌ର ପଦାର୍ଥ ବିଜ୍ଞାନୀ ଗ୍ୟାଷ୍ଟନ୍ ପ୍ଲାଣେ (ଏବଗ୍ଦଗ୍ଧକ୍ଟଦ୍ଭ ଚକ୍ଷବଦ୍ଭଗ୍ଧର) ଶିସା ଓ ଅମ୍ଳକୁ ନେଇ ବିଶ୍ୱର ପ୍ରଥମ ରିଚାର୍ଜେବଲ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ବସ୍‌, ଟ୍ରକ୍ ଆଦିମାନଙ୍କରେ ବ୍ୟବହୃତ ହେଉଅଛି । ଏହି ବ୍ୟାଟେରୀ ମଧ୍ୟରେ ବୈଦୁତିକ ଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତ୍ତନ କରି ଧରିରଖିବାର କ୍ଷମତା ସହିତ ଆବଶ୍ୟକ ସ୍ଥଳେ ସେହି ରାସାୟନିକ ଶକ୍ତିକୁ ପୁନଃ ବୈଦ୍ୟୁତିକ ଶକ୍ତିରେ ପରିଣତ କରି ବ୍ୟବହାର କରାଯାଇ ପାରିଥିଲା ଯାହା ବିଜ୍ଞାନ ବିଶ୍ୱକୁ ଏକ ଅନବଦ୍ୟ ଦାନ ରୂପେ ବିବେଚିତ ହେଲା । ମାତ୍ର ଏହି ବ୍ୟାଟେରୀ ଗୁଡିକ କ୍ଷୁଦ୍ର ଯନ୍ତ୍ର ଅବା ଯନ୍ତ୍ରାଶଂରେ ବ୍ୟବହାର ଅଯୋଗ୍ୟ ଥିଲା । ପରେ ପରେ ଏହି ରିଚାର୍ଜେବେଲ୍ ବ୍ୟାଟେରୀରେ ବ୍ୟବହୃତ ରାସାୟନିକ ପଦାର୍ଥରେ ପରିବ ନ ଆଣି ଏହାର ଆକାର, ଶକ୍ତି ସାନ୍ଦ୍ରତା ବୃଦ୍ଧି, ବ୍ୟବହାରରେ ନିରାପଦ ଓ ସହଜ ଉପଲବ୍ଧରେ ପରିଣତ କରିବା ପାଇଁ ସମୟ କ୍ରମେ ବିଶ୍ୱର କୋଣ ଅନୁକୋଣର ବୈଜ୍ଞାନିକ ମାନେ ଲାଗିପଡିଲେ ।

      କିନ୍ତୁ ଆଜିର କ୍ଷୁଦ୍ର ଯନ୍ତ୍ର ଅବା ଯନ୍ତ୍ରାଶଂରେ ବହୁଳ ବ୍ୟବହୃତ ଲିଥିୟମ୍‌-ଆୟନ୍ ରିଚାର୍ଜେବଲ ବ୍ୟାଟେରୀର ଜନକ ହେଉଛନ୍ତି ଇଂଲଣ୍ଡ ଜନ୍ମିତ ବୈଜ୍ଞାନିକ ଏମ୍‌. ଷ୍ଟେନଲେ୍ ହ୍ୱିଟଙ୍ଗମ୍ (ଗ. ଝଗ୍ଧବଦ୍ଭକ୍ଷରଚ୍ଚ ଡଷସଗ୍ଧଗ୍ଧସଦ୍ଭଶଷବଜ୍ଞ) ।

      ସେ ସର୍ବ ପ୍ରଥମେ ୧୯୭୦ ମସିହାରେ ଏହି ବ୍ୟାଟେରୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ଅତ୍ୟଧିକ ବ୍ୟୟ ବହୁଳ ଏବଂ ପରିବେଶ ଉପଯୋଗୀ ହୋଇନଥିବାରୁ ଏହାର ସଫଳ ପ୍ରୟୋଗ ହୋଇପାରିଲା ନଥିଲା । ୧୯୭୯ ମସିହାରେ ଜନ୍‌. ବି. ଗୁଡ୍‌ଏନଫ୍ (ଔକ୍ଟଷଦ୍ଭ ଈ. ଶକ୍ଟକ୍ଟୟରଦ୍ଭକ୍ଟଙ୍କଶଷ) ଓ ତାଙ୍କ ସହଯୋଗୀ ସହଜରେ ବ୍ୟବହାରଯୋଗ୍ୟ ଲିଥିୟମ୍‌-ଆୟନ୍ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ସତ, ମାତ୍ର ତାହା ମଧ୍ୟ ସେତେଟା ନିରାପଦନଥିଲା କାରଣ ସେହି ବ୍ୟାଟେରୀରେ ବ୍ୟବହୃତ ରାସାୟନିକ ପଦାର୍ଥଟି ଥିଲା ବିସ୍ଫୋରକ ପଦାର୍ଥ । କିନ୍ତୁ ୧୯୮୫ ମସିହାରେ ବୈଜ୍ଞାନିକ ଅକିରା ୟୋଶିନୋ (ଇଳସକ୍ସବ ଣକ୍ଟଗ୍ଦଷସଦ୍ଭକ୍ଟ) ଏପରି ଏକ ଲିଥିୟମ୍‌-ଆୟନ୍ ଇଲୋକ୍ଟ୍ରୋଡ୍ ପ୍ରସ୍ତୁତ କଲେ ଯାହା ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ନିରାପଦ ବ୍ୟବହାର ଓ ସହଜ ଉପଲବ୍ଧ୍ ଗୁଣକୁ ଅତି ମାତ୍ରାରେ ବଢେଇ ଦେଇଥିଲା ଯାହା ଫଳରେ ସମଗ୍ର ବିଶ୍ୱରେ ଆଜି ସମସ୍ତ ବହନୀୟ (ଚକ୍ଟକ୍ସଗ୍ଧବଭକ୍ଷର) ଯନ୍ତ୍ରପାତୀରେ ଏହାର ସଫଳ ବ୍ୟବହାର ହୋଇ ଚାଲିଛି ।  

       କେବଳ ସେତିକି ନୁହେଁ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ତାପାୟନର ମୂଖ୍ୟ କାରଣ ପାଲଟିଥିବା ପ୍ରଚୁର ମାତ୍ରାରେ ଜୈବ ଇନ୍ଧନ, କୋଇଲା ଓ ପ୍ରାକୃତିକ ଗ୍ୟାସ୍‌ର ଦହନକୁ ରୋକିବାରେ ଏହାର ଭୂମିକା ମଧ୍ୟ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଗମନାଗମନ ଓ ପରିବହନ ପାଇଁ ବ୍ୟବହୃତ ହେଉଥିବା ଜୈବ ଇନ୍ଧନରେ ଚାଳିତ ଯାନମାନଙ୍କ ଦ୍ୱାରା ବାୟୁ ପ୍ରଦୂଷଣ ଉପରେ ଏମାନଙ୍କର ପ୍ରଭାବ ୧୨% ରୁ ୭୦% ଅଟେ । ବିଶ୍ୱର ବୈଜ୍ଞାନିକ ମାନଙ୍କର ଭବିଷ୍ୟବାଣୀ ଅନୁଯାୟୀ ଯଦି ଏହିପରି ମାତ୍ରାରେ ବାୟୁ ସହିତ ଅନ୍ୟାନ୍ୟ ପ୍ରଦୂଷଣ ଚାଲୁରହେ ତେବେ ଆସନ୍ତା ଏକ ଶତାବ୍ଦୀ ମଧ୍ୟରେ ପୃଥିବୀ ପୃଷ୍ଠର ତାପମାତ୍ରା ୨.୫ଂମ ରୁ ୧୦ଂମ ବଢିଯିବ । ମେରୁରେ ଥିବା ଗ୍ଲେସିୟର୍ ମାନେ ତରଳି ଯିବେ ଓ ପୃଥିବୀ ପୃଷ୍ଠରେ ଥିବା ଜଳସ୍ତର ପ୍ରାୟ ୧ ଫୁଟ୍‌ରୁ ୪ ଫୁଟ୍ ଉଚ୍ଚ ହୋଇଯିବ । ଯାହା ଫଳରେ ପୃଥିବୀର ଅନେକ ସ୍ଥଳଭାଗ ସମୁଦ୍ରରେ ଲୀନ ହୋଇଯିବ । ତତ୍‌ସହିତ ଭୟଙ୍କର ଅଂଶୁଘାତ, ମହାବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ମହା ବିପର୍ଯୟ ଅତି ମାତ୍ରାରେ ବଢିଯିବ । ତେଣୁ ଆମମାନଙ୍କୁ ବଞ୍ଚେଇ ରଖିବାକୁ ହେଲେ ବେଳହୁଁ ସତର୍କ ନିହାତି ଲୋଡା ।

       ଆଉ ଏହି ପରିପ୍ରେକ୍ଷିରେ ସମସ୍ତ ଗମନାଗମନ ଓ ପରିବହନ ପାଇଁ ବ୍ୟବହୃତ ଯାନବାହାନ ଗୁଡିକ ଯଦି ବିଦ୍ୟୁତ୍ ଶକ୍ତି ଦ୍ୱାରା ଯାତାୟତ କରନ୍ତି ତେବେ ପ୍ରଦୂଷଣ ବହୁ ମାତ୍ରାରେ ପ୍ରତିହତ ହେବ । ତେବେ ଏହି ବିଦ୍ୟୁତ୍ ଚାଳିତ ଯାନବାହାନ ପାଇଁ ଅତ୍ୟାବଶ୍ୟକ ଯନ୍ତ୍ରାଶଂଟି ହେଉଛି ବ୍ୟାଟେରୀ । ସୌରଶକ୍ତିରୁ ଜାତ ବିଦ୍ୟୁତ୍ ଶକ୍ତିକୁ ଧରି ରଖି ବିଦ୍ୟୁତ୍ ଚାଳିତ ଯାନବାହାନକୁ ବିଦ୍ୟୁତ୍ ଯୋଗାଇ ପାରୁଥିବା ଆଜିର ଉଦ୍ଭାବିତ ଲିଥିୟମ୍ ଆୟନ୍ ବ୍ୟାଟେରୀ ହିଁ ସମ୍ପୂର୍ଣ୍ଣ ଉପଯୁକ୍ତ ଯାହା ଆଜି ପ୍ରମାଣିତ । 

     ବାସ୍ତବରେ ଲିଥିୟମ୍ ଆୟନ୍ ବ୍ୟାଟେରୀର ଉଦ୍ଭାବନ ମାନବ କଲ୍ୟାଣରେ କେତେଯେ ମହତ୍ୱ ରଖିଛି ଓ ଭବିଷ୍ୟତ ପାଇଁ ଏହାର ମହତ୍ୱ କେତେ ଯେ ଅଧିକ ତାହା ଏବେ ଅକଳ୍ପନୀୟ । କେବଳ ପରିବହନୀୟ (ଚକ୍ଟକ୍ସଗ୍ଧବଭକ୍ଷର) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ କାହିଁକି ଆଜି ମୋଟୋର୍ ସାଇକେଲ୍ ଠାରୁ ଆରମ୍ଭ କରି କାର୍ ଓ ବସ୍ ଆଦି ଭାରୀଜାନ ମାନେ ମଧ୍ୟ ଏହି ରିଚାର୍ଜେବଲ୍ ବ୍ୟାଟେରୀ ଦ୍ୱାରା ଦୌଡିବା ଆରମ୍ଭ କଲେଣି ଯାହା ନିଶ୍ଚିତ ରୂପେ ଭୟଙ୍କର ପ୍ରଦୂଷଣମୂଖୀ ଭବିଷ୍ୟତର ବିଶ୍ୱକୁ ବଞ୍ଚେଇବାରେ ସାହାଯ୍ୟ କରିବ ଏଥିରେ ଦ୍ୱିମତ ନାହିଁ । 


*******

      


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁରୁଷ ପାଟଣା, ଭାଣପୁର

ଦୂରଭାଷ:୯୭୭୮୫୧୯୬୭୮

ପ୍ରସାରଣ-୦୬/୦୨/୨୦୧୯ ବୁଧବାର ରାତ୍ରି ୯ଟା ୩୦ମିନିଟ୍‌

କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ

      ମନୁଷ୍ୟ ତା’ର ପ୍ରବୃତ୍ତିରେ ଅନୁସନ୍ଧିତ୍ସୁ । ଏହି ଅନୁସନ୍ଧିତ୍ସୁ ପ୍ରବୃତ୍ତି ସହିତ ପ୍ରତ୍ୟୁତ୍ପନ୍ନମତିତ୍ୱରୁ ସୃଷ୍ଟ ବିଜ୍ଞାନର ବିଭବରେ ଦିନେ ବଣଜଙ୍ଗଲରେ ବିତଉଥିବା ଅତୀତର ସେ ଦୁର୍ବିଷହ ଜୀବନକୁ ପାଦରେ ଦଳିଦେଇ ଆଜି ବଞ୍ଚୁଛି ଏକ ସରସ, ସୁନ୍ଦର ଓ ଆରାମଦାୟକ ଜୀବନ । ନିଜର ଶାରିରୀକ ଓ ମାନସିକ ପରିଶ୍ରମକୁ ଲାଘବ କରିବା ପାଇଁ ତିଆରିଛି ଅନେକ ଯନ୍ତ୍ର । ତା’ ପାଇଁ ଆଜି ମାଗୁଣିର ଶଗଡ ପ୍ରାୟ ଅଲୋଡା । “ଅଲିବାବା ଚାଲିଶ୍ ଚୋର୍‌” କାହାଣୀରେ ଅଲିବାବାର “ଖୁଲ୍‌ଜା ସିମ୍ ସିମ୍‌” ଭଳି ଶଦ୍ଦରେ ବିଶାଳକାୟ ଗୁମ୍ଫାର ପଥର କବାଟ ଖୋଲିଯିବା ଅବା କାରେଲ୍ କାପେକଙ୍କ “ରୋସ୍‌ମସ୍ ଇଉନିଭର୍ସାଲ ରୋବଟସ୍‌” ନାଟକରେ ବର୍ଣ୍ଣିର୍ତ ହୋଇଥିବା ରୋବଟ୍ ମାନଙ୍କର କାର୍ଯ୍ୟ ଆଜି ତା’ ପାଇଁ ଅବାସ୍ତବ ହୋଇ ରହିନାହିଁ ବରଂ ପ୍ରମାଣିତ । ଏହି ପରିପ୍ରେକ୍ଷିରେ ନିଜ ସାଦୃଶ୍ୟ ରୋବଟ୍ ବା ଯନ୍ତ୍ରମାନବ ଆଜି ତା’ର ଅନନ୍ୟ ସୃଷ୍ଟି । ତା’ ପରି ନିଜ ଚତୁପାଶ୍ୱର୍ର ପରିବେଶକୁ ଅନୁଭବ କରିବା ସହିତ ତର୍କ ସମ୍ବଳିତ ବିଶ୍ଲେଷଣ କରି ଆବଶ୍ୟକ ପ୍ରତିକ୍ରିୟା ପ୍ରକାଶ କରିପାରୁଥିବା ଏହି ଯନ୍ତ୍ରମାନବ ଆଜି ତା’ର କ୍ରୀତଦାସ । ତା’ ପାଇଁ କଠିନ ଅବା ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ମାନଙ୍କରେ ଚତୁରତାର ସହିତ ଏହି ଯନ୍ତ୍ରମାନବକୁ ଖଟାଇ ଆଜି ନିଜେ ଖୁବ୍ ବଳଶଳୀ । ମାତ୍ର ଏହି ଯନ୍ତ୍ରମାନବ ଯେଉଁ ବୈଜ୍ଞାନିକ ମୂଳତତ୍ତ୍ୱ ଉପରେ ପର୍ଯ୍ୟବେସିତ ତାହା ହେଉଛି “କୃତ୍ରିମ ବୁଦ୍ଧିମତ୍ତା” ବା “ଯନ୍ତ୍ର ବୁଦ୍ଧିମତ୍ତା” ବା ଇଂରାଜୀରେ “ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌୍‌” । 

      କୃତ୍ରିମ ବୁଦ୍ଧିମତ୍ତାର ଜନକ ଭାବେ ଇଂରେଜ ଗଣିତଜ୍ଞ, କମ୍ପ୍ୟୁଟର ବୈଜ୍ଞାନିକ ଓ ଦାର୍ଶନିକ ଆଲେନ୍ ଟ୍ୟୁରିଙ୍ଗ୍ ପରିଚିତ । ତାଙ୍କଦ୍ୱାରା ଲିଖିତ ସନ୍ଦର୍ଭ ଆଲାନ୍‌-ଟ୍ୟୁରିଙ୍ଗସ୍ ଥିଓରୀ ଅଫ୍ କମ୍ୟୁନିକେସନର ନିଷ୍କର୍ଷ ଅନୁଯାୟୀ ଯେ କୋଣସି ଡିଜିଟାଲ୍ କମ୍ପ୍ୟୁଟର ସାଧାରଣ ପ୍ରଶ୍ନୋତ୍ତର ମୂଳକ ପ୍ରକ୍ରିୟାକୁ ସହଜରେ କରିପାରେ ଯାହା ପରବର୍ତ୍ତୀ ସମୟରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗାତ୍ମକ ସଫଳତାକୁ ଆଗେଇ ନିଏ । ୧୯୪୩ ମସିହାରେ ବୈଜ୍ଞାନିକ ମ୍ୟାକୁଲୋ ଓ ପିଟ୍‌ସଙ୍କ ଦ୍ୱାରା ପ୍ରସ୍ତୁତ ବକ୍ସଗ୍ଧସଲସମସବକ୍ଷ ଦ୍ଭରଙ୍କକ୍ସକ୍ଟଦ୍ଭଗ୍ଦ ଡିଜାଇନ୍‌କୁ ବିଶ୍ୱର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ବୋଲି ବିଚାର କରାଯାଏ । କମ୍ପ୍ୟୁଟର ବିଜ୍ଞାନରେ ପ୍ରଦତ୍ତ ସଂଜ୍ଞା ଅନୁଯାୟୀ ଯେ କୌଣସି ଯନ୍ତ୍ର ତାର ପରିବେଶକୁ ବୁଝି ଲକ୍ଷ୍ୟ ପୂରଣପାଇଁ ଆବଶ୍ୟକ ଓ ଉପଯୁକ୍ତ ପ୍ରତିକ୍ରୟା ପ୍ରକାଶ କରିବାର ସମ୍ଭାବନାକୁ ହିଁ କୃତ୍ରିମ ବୁଦ୍ଧିମତ୍ତା କୁହାଯାଏ । ସାଧାରଣ ଅର୍ଥରେ କହିବାକୁ ଗଲେ ଯେତେବେଳେ ମନୁଷ୍ୟ ଗୋଟିଏ ଯନ୍ତ୍ର ଏବଂ ଜଣେ ମାନବର କୌଣସି ନିର୍ଦ୍ଧିଷ୍ଟ ପ୍ରତିକ୍ରିୟାରେ କିଛିବି ଫରକ୍ ଅନୁଭବ କରିପାରେ ନାହିଁ ସେତେବେଳେ ସେହି ଯନ୍ତ୍ର ବା ଯନ୍ତ୍ରାଂଶଟିକୁ “କୃତ୍ରିମ ବୁଦ୍ଧିମତ୍ତା” ବା “ଯନ୍ତ୍ର ବୁଦ୍ଧିମତ୍ତା” ବୋଲି କୁହାଯାଇଥାଏ । 

     ବୈଜ୍ଞାନିକ କାପଲାନ୍ ଓ ହେନ୍‌ଲେନ୍‌ଙ୍କ ଅନୁସାରେ କୃତ୍ରିମ ବୁଦ୍ଧିମତ୍ତା ମୋଟ ତିନିଭାଗରେ ବିଭକ୍ତ । ଯଥା- 

୧. ଆନାଲିଟିକାଲ୍‌(ବିଶ୍ଲେଷଣାତ୍ମକ) କୃତ୍ରିମ ବୁଦ୍ଧିମତ୍ତା

୨. ହ୍ୟୁମାନ୍ ଇନସ୍ପାୟାର୍ଡ(ମନୁଷ୍ୟ ଅଭିପ୍ରେରିତ) କୃତ୍ରିମ ବୁଦ୍ଧିମତ୍ତା

୩. ହ୍ୟୁମାନାଇଜଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‌(ମନୁଷ୍ୟତ୍ୱ ପ୍ରାପ୍ତ କୃତ୍ରିମ ବୁଦ୍ଧିମତ୍ତା)

      ଆନାଲିଟିକାଲ୍‌(ବିଶ୍ଲେଷଣାତ୍ମକ) କୃତ୍ରିମ ବୁଦ୍ଧିମତ୍ତା, କେବଳ ମନୁଷ୍ୟର ଜ୍ଞାନାତ୍ମକ ବୁଦ୍ଧିମତ୍ତା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ହ୍ୟୁମାନ୍ ଇନ୍‌ସ୍ପାୟାର୍ଡ କୃତ୍ରିମ ବୁଦ୍ଧିମତ୍ତା ମନୁଷ୍ୟର ବୌଦ୍ଧିକ ଓ ଆବେଗିକ ବୁଦ୍ଧିମତ୍ତ୍‌ା ଉପରେ ପର୍ଯ୍ୟବେସିତ । ଦ୍ୱିତୀୟତଃ ହ୍ୟୁମାନାଇଜଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୌଦ୍ଧିକ, ଆବେଗିକ ଓ ସାମାଜିକ ବୁଦ୍ଧିମତ୍ତା ଉପରେ ପର୍ଯ୍ୟବେସିତ । ଏହି ବର୍ଗର ଯନ୍ତ୍ର ଅବା ଯନ୍ତ୍ରାଶଂ ନିଜକୁ ନିୟନ୍ତ୍ରଣ ଓ ଚିହ୍ନିପାରୁଥିବା ଭଳି କ୍ଷମତା ରଖେ । ସମୟକ୍ରମେ କୃତ୍ରିମ ବୁଦ୍ଧିମତ୍ତାର ଅନୁସନ୍ଧାନ ବିଭିନ୍ନ ଉପବିଭାଗ ଯଥା ରୋବୋଟିକସ୍ ଅବା ମସିନ ଲର୍ଣ୍ଣିଙ୍ଗ୍ ଏବଂ ଲଜିକ୍ ବା ଆର୍ଟିଫିସିଆଲ୍ ନିଉରାଲ୍ ନେଟଓା୍ୱର୍କସ୍‌ରେ ବିଭକ୍ତ ହୁଏ । ଅଧୁନା ଆଧୁନିକ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ସାଧାରଣରେ ଏତେ ବିବିଧତା ଭରା ଯେ ଏହା ଆଜି “କୃତ୍ରିମ ବୁଦ୍ଧିମତ୍ତା” ପରିବର୍ତ୍ତେ “କୃତ୍ରିମ ବୁଦ୍ଧିମତାର ପ୍ରଭାବ” ନାମରେ ଜଣାଶୁଣା । ଆଜି ସମାଜର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ, କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ । ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ଅର୍ଥ ଓ ଅର୍ଥନୀତି, ବ୍ୟବସାୟ, ସରକାରୀ କଳ, ଭିଡିଓ ଗେମ୍‌ସେ, ସାମରୀକ କ୍ଷେତ୍ର, ସମୀକ୍ଷା, ବିଜ୍ଞାପନ, କଳା ଇତ୍ୟାଦି ।

୧.ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବହୁଳ । ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନାତ୍ମକ ଦକ୍ଷତାର ଆକଳନ, ସେମାନଙ୍କର ଲିଖିତ ଉତ୍ତରକୁ ବିଶ୍ଲେଷଣ କରି ଆବଶ୍ୟକ ପୁନର୍ବଳନର ପ୍ରକାର ଓ ଧାରା ନୀରୁପଣ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଗ୍ରେଡ ପ୍ରଦାନ କରିବାରେ ଥାଏ । ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତାକୁ ଆଧାର କରି ସେମାନଙ୍କ ପାଇଁ ଆବଶ୍ୟକ ଉପଯୁକ୍ତ ପ୍ରଶିକ୍ଷଣର ମଧ୍ୟ ବିବରଣୀ ପ୍ରଦାନ କରିଥାଏ ।

୨.ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଖୁବ୍ ଆଶ୍ଚର୍ଯ୍ୟ ପୂର୍ଣ୍ଣ । ରୋଗୀଠାରୁ ଅନେକ ଦୂରରେ ଥାଇ ଇଣ୍ଟରନେଟ୍‌ର ସହାୟତାରେ ଡାକ୍ତର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ଯାନ୍ତ୍ରିକ ଉପକରଣ ଦ୍ୱାରା ରୋଗୀର ସଫଳ ଅସ୍ତ୍ରୋପଚାର ମାନବ ସଭ୍ୟତାକୁ “କୃତ୍ରିମ ବୁଦ୍ଧିମତ୍ତା”ର ଏକ ଶ୍ରେଷ୍ଠ ଉପହାର । ତତ୍ ସହିତ ରୋଗୀର ରୋଗ ନୀରୂପଣ ପାଇଁ ବ୍ୟବହୃତ କୃତ୍ରିମ ବୁଦ୍ଧିମତ୍ତା ଯନ୍ତ୍ରାଂଶ ଆଜି ଖୁବ୍ ଉପଯୋଗୀ । ରୋଗୀର ଇତିହାସ ଓ ରୋଗର ଲକ୍ଷଣ ବିଚାରକୁ ନେଇ ରୋଗୀକୁ କେଉଁ ଔଷଧ କେତେ ପରିମାଣର ଦେବା ଆବଶ୍ୟକ ଏହା କୃତ୍ରିମ ବୁଦ୍ଧିମତ୍ତା ସହଜରେ ସୂଚେଇଥାଏ ।

୩.ଗମନାଗମନ, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଆଜି ଏକ ବିପ୍ଲବ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗମନାଗମନ କ୍ଷେତ୍ରରେ ସ୍ୱୟଂଚାଳିତ କାର୍‌, ପରିବହନ କ୍ଷେତ୍ରରେ ଡ୍ରୋନ୍ ଓ ଯୋଗାଯୋଗ କ୍ଷେତ୍ରରେ ସ୍ମାର୍ଟ ମୋବାଇଲ୍ ଆଜି ସର୍ବାଗ୍ରେ । ମୋବାଇଲ୍ ଆଜି ମନୁଷ୍ୟର ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଏକ ପ୍ରାଥମିକ ଆବଶ୍ୟକତାରେ ପରିଣତ ହୋଇଗଲାଣି । କୃତ୍ରିମ ବୁଦ୍ଧିମତା ଭରା ଗୁଗୁଲ ସର୍ଚ୍ଚ ଇଞ୍ଜିନ୍‌, ବ୍ୟବହାରକାରୀର ମୁହଁ ଚିହ୍ନିପାରିବା, କଥାକୁ ଶୁଣି ଲେଖିପାରିବା ଓ ସେହି ମତେ ତୁରନ୍ତ କାର୍ଯ୍ୟକରିବା, ଲେଖାଥିବା ବାକ୍ୟକୁ କହି ଶୁଣାଇପାରିବା ଆଦି ସ୍ମାର୍ଟ ମୋବାଇଲ୍‌ର ଅନ୍ୟତମ ସୁନ୍ଦର ଓ ଆଶ୍ଚର୍ଯ୍ୟାନ୍ୱିତ ବୈଶିଷ୍ଟ୍ୟ ।


୪.କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ଦେଶର ଆର୍ଥୀକ ସ୍ଥିତି ଆକଳନ କରିବା ସହିତ ଦେଶ ପାଇଁ ଅନୁକୂଳ ଅର୍ଥନୀତିର ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ । ବ୍ୟବସାୟ କ୍ଷେତ୍ରରେ ଉତ୍ପାଦନ, ବିତରଣ ଅବା କିଣାବିକାରେ ସମନ୍ୱୟ ରକ୍ଷାପାଇଁ ପ୍ରତିମୂହୁର୍ତ୍ତରେ ସତର୍କ କରେଇବାରେ ଏହା ଅତ୍ୟନ୍ତ ପ୍ରଭାବୀ । ଅନଲାଇନ୍ ଆସିଷ୍ଟାଣ୍ଟ ଭାବରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଆଜି ସେ ସରକାରୀ ସ୍ତରରେ ହେଉ ଅବା ବଡ ବଡ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଅବା ଶିକ୍ଷାନୁଷ୍ଠାନ ସବୁଥିରେ ଏକ ସାଧାରଣ ଘଟଣା ।

୫.ସାମରୀକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ପ୍ରତ୍ୟେକ ଦେଶର ସାମରୀକ ବ୍ୟବସ୍ଥାକୁ ଏକ ନୂଆ ଦିଗ ଓ ରୂପ ପ୍ରଦାନ କରିବାରେ ଲାଗିଛି । ସେ ମାନବ ବିହୀନ ଯୁଦ୍ଧ ଯାନ ଅବା ଜାହାଜ ହେଉ, କ୍ଷେପଣାସ୍ତ୍ର ବିଧ୍ୱସିଂ ଯାନ ଅବା ଲକ୍ଷରେ ପହଞ୍ôଚ ପ୍ରତ୍ୟାବର୍ତ୍ତନ କରିପାରୁଥିବା ବ୍ୟେମଯାନ, ଡ୍ରୋନ୍ ଅବା ସୈନିକ ଭଳି ରୋବଟ ମାନଙ୍କର ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତି ଆଜି ସବୁକିଛି ସେହି କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ହିଁ ସମ୍ଭବ ହୋଇ ଚାଲିଛି ।

୬.ଆଜିର ବିଜ୍ଞାପନ ମାନଙ୍କରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଖୁବ୍ ଆଗରେ । ବ୍ୟବହାରକାରୀର ମନଜାଣି ଉପଯୁକ୍ତ ଉତ୍ପାଦ ଓ ଆମୋଦ ପ୍ରଦାୟୀ ଭିଡିଓ ହେଉ ଅବା ଚିତ୍ର ସବୁକିଛି ଆପେ ଆପେ ଦେଖେଣାହାରୀର ଦୃଶ୍ୟପଟକୁ ମୋବାଇଲ୍ ସ୍କ୍ରିନ୍‌ରେ ଆସିଯାଇ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରି ଦେଖେଣାହାରିର ମନକୁ ସେହି ଉତ୍ପାଦ ପ୍ରତି ଆକର୍ଷିତ କରିପାରୁଛି ।

୭.ପିଲାମାନଙ୍କ ପାଖରେ ଭିଡିଓ ଗେମ୍ସ୍‌ର ଆଦୃତି ଖୁବ୍ ଅଧିକ । ମାତ୍ର ପ୍ରତିଟି ଭିଡିଓ ଗେମ୍ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ହିଁ ପର୍ଯ୍ୟବେସିତ ।

୮.କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ସୃଷ୍ଟ ରୋବଟ ମନୁଷ୍ୟ ସମାଜକୁ ବିଜ୍ଞାନର ଏକ ସର୍ବୋକୃଷ୍ଟ ଦାନ । ମନୁଷ୍ୟ ଭଳି ଅବିକଳ ଆଚରଣ କରିପାରୁଥିବା ଏହି ଯନ୍ତ୍ରମାନବ ମନୁଷ୍ୟ ପକ୍ଷେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ମନୁଷ୍ୟ ଭଳି କୌଣସି କାମରେ ଥକି ପଡିବାର ନାହିଁ । ଆଜି ଚିନ୍ ଭଳି ଦେଶରେ ରୋବଟ ଅବିରତ ଭାବରେ ବର୍ଷ ବର୍ଷ ଧରି ଟିଭି ପରଦାରେ ଦେଶ ବିଦେଶର ସମାଚାର ପଢିଚାଲିଛି । 

      କେବଳ ଏତିକି ନୁହେଁ ଆଜି ପ୍ରାୟ ସମସ୍ତ ବୈଜ୍ଞାନିକ ଯନ୍ତ୍ରପାତିରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଏକ ସାଧାରଣ କଥା । ପରିଶେଷରେ ଏତିକି କୁହାଯାଇପାରେ ନିଜକୁ ସବୁଠାରୁ ଚତୁର ମନେ କରୁଥିବା ମନୁଷ୍ୟ ନିଜ ସୃଷ୍ଟ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ଯନ୍ତ୍ର ମାନବର ବୁଦ୍ଧି ଆଗରେ ଭବିଷ୍ୟତରେ ଦିନେ ପଛରେ ପଡିଯିବନିତ?-ଏହା ଏବେବି ସନ୍ଦିହାନ୍ ।



*******




ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁରୁଷ ପାଟଣା, ଭାଣପୁର

ଦୂରଭାଷ:୯୭୭୮୫୧୯୬୭୮

ପ୍ରସାରଣ-୦୨/୧୧/୨୦୧୬ ବୁଧବାର ରାତ୍ରି ୯ଟା ୩୦ମିନିଟ୍‌

କୃତ୍ରିମ ତନ୍ତୁ

    ମନୁଷ୍ୟର ତିନୋଟି ମୈାଳିକ ଆବଶ୍ୟକତା ମଧ୍ୟରୁ ଦ୍ୱିତୀୟଟି ହେଲା ବସ୍ତ୍ର । ବଣଜଙ୍ଗଲରେ ଜୀବନ ବିତଉଥିବା ସମୟରେ ପ୍ରକୃତିର ପ୍ରକୋପ ଅବା ଲଜ୍ଜାରୁ ନିଜ ଶରୀରକୁ ଢାଙ୍କି ରଖିବା ପାଇଁ ଗଛର ବକ୍କ୍‌୍‌ଳ ବ୍ୟବହାର କରୁଥିଲା । ମାତ୍ର ଧୀରେଧୀରେ ନିଜର ବୁଦ୍ଧି ବଳରେ ପ୍ରସ୍ତୁତ କଲା ବସ୍ତ୍ର । ଆଉ ବସ୍ତ୍ର ପାଇଁ ସେ ତିଆରି କରିଥିଲା ସୁତା ଓ ଆବିଷ୍କାର କରିଥିଲା ତାହାର ମୂଳ ଉପାଦାନ ତନ୍ତୁ । ଜୀବଜଗତରୁ ନିଜକୁ ସଭ୍ୟ ବୋଲେଇବାରେ ବସ୍ତ୍ର ଥିଲା ତା’ର ପ୍ରଥମ ଆଭୂଷଣ । ସହାବସ୍ଥାନରୁ ନିଜକୁ ସାମାଜିକ ପ୍ରାଣୀ ବୋଲି ଅଭିହିତ କଲା । କ୍ରମେ ସମାଜର କାୟା ବିସ୍ତାର ହେତୁ ବସ୍ତ୍ରର ଆବଶ୍ୟକତା ଓ ପ୍ରକାରନ୍ତେ ତନ୍ତୁର ଆବଶ୍ୟକତା ବଢିବାରେ ଲାଗିଲା । ନିଜର ଅଭିସନ୍ଧିଛୁ ପଣିଆରେ ପ୍ରାକୃତିକ ତନ୍ତୁ ସହିତ ପରୀକ୍ଷାଗାରାରେ କୃତ୍ରିମ ତନ୍ତୁ ପ୍ରସ୍ତୁତ କରିବାରେ ମଧ୍ୟ ସଫଳ ହେଲା । ବସ୍ତ୍ରର ବିବିଧତା ପାଇଁ କେବଳ ତନ୍ତୁ ଏକ ଅପରିହାର୍ଯ୍ୟ ଉପାଦାନହୋଇ ରହିଲା ନାହିଁ । ତନ୍ତୁକୁ ମଧ୍ୟ ଅନ୍ୟ ଜିନିଷ ନିର୍ମାଣରେ ପ୍ରୟୋଗ କରିବାରେ ଲାଗିଲା । ଆଜି ମନୁଷ୍ୟ ଏପରି ଅବସ୍ଥାରେ ପହଞ୍ôଚଛି ଯେ ତନ୍ତୁ ବିନା ସେ ସତେଯେମିତି ଅଙ୍ଗହୀନ ହୋଇ ପଡିବ । ଏପରିକି ଦାନ୍ତ ଘଷିବା ବ୍ରସ୍‌ଠାରୁ ଆରମ୍ଭ କରି ମହାକାଶଯାନର କଳେବର ନିର୍ମାଣ କରିବାରେ ସେ ତନ୍ତୁର ପ୍ରୟୋଗ କଲାଣି । 

   ତନ୍ତୁ ଗୋଟିଏ ପ୍ରାକୃତିକ ଅବା କୃତ୍ରିମପଦାର୍ଥ ହୋଇପାରେ ଯାହାର ଲମ୍ବ ଏହାର ମୋଟାଇ ତୁଳନାରେ ଯଥେଷ୍ଟ ଅଧିକ ଏବଂ ଏହା ନମନୀୟ ହେବା ନିତ୍ୟାନ୍ତ ଆବଶ୍ୟକ । ତନ୍ତୁରୁ ସାଧାରଣତଃ ଅନେକ ଜିନିଷ ତିଆରି ହୋଇଥାଏ ଏବଂ ଅନେକ ପ୍ରକାର ଜିନିଷର ତିଆରିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । 

   ତନ୍ତୁକୁ ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ଯଥା ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ । 

ପ୍ରାକୃତିକ ତନ୍ତୁ 

   ପ୍ରାକୃତିକ ତନ୍ତୁ ଗୁଡିକ ପ୍ରକୃତିରେ ଆପେଆପେ ବୃକ୍ଷ କିମ୍ବା ପଶୁ କିମ୍ବା ଭୂତାତ୍ତ୍ୱିକ ପ୍ରକ୍ରିୟା ଦ୍ୱାରା ତିଆରି ହୋଇଥାଏ । ସେମାନଙ୍କର ସୃଷ୍ଟିକୁ ଭିତ୍ତିକରି ସେମାନଙ୍କୁ 

୧. ଉଭିଦଜାତ ତନ୍ତୁ (ଠରଶବଗ୍ଧବଭକ୍ଷର ଲସଭରକ୍ସ) 

୨. ପଶୁମାନଙ୍କଠାରୁ ମିଳୁଥିବା ତନ୍ତୁ (ଇଦ୍ଭସଜ୍ଞବକ୍ଷ ଲସଭରକ୍ସଗ୍ଦ)

୩. ଖଣିଜ ପଦାର୍ଥରୁ ମିଳୁଥିବା ତନ୍ତୁ (ଗସଦ୍ଭରକ୍ସବକ୍ଷ ଲସଭରକ୍ସଗ୍ଦ) ଓ

୪. ଜୀବ ଶରୀରରୁ ମିଳୁଥିବା ତନ୍ତୁ (ଈସକ୍ଟକ୍ଷକ୍ଟଶସମବକ୍ଷ ଲସଭରକ୍ସଗ୍ଦ) ରେ ବିଭକ୍ତ କରାଯାଇଥାଏ ।

କୃତ୍ରିମ ତନ୍ତୁ 

   କୃତ୍ରିମ ତନ୍ତୁ ବା ରାସାୟନିକ ତନ୍ତୁ ଗୁଡିକର ପ୍ରସ୍ତୁତି ସମୟରେ ହିଁ ସେମାନଙ୍କର ରାସାୟନିକ ସଂରଚନା, ଗଠନ ଏବଂ ଧର୍ମ ମନମୁତାବକ ପରିବର୍ତ୍ତନ ଓ ସ୍ଥିର କରାଯାଇପାରେ ।

   କୃତ୍ରିମ ତନ୍ତୁକୁ  ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ । ଯଥା 

୧. ପୁନଃରୁତ୍ପତ୍ତି ତନ୍ତୁ (ଜରଶରଦ୍ଭରକ୍ସବଗ୍ଧରୟ ଲସଭରକ୍ସଗ୍ଦ) ଓ 

୨. କୃତ୍ରିମ ତନ୍ତୁ (ଝଚ୍ଚଦ୍ଭଗ୍ଧଷରଗ୍ଧସମ ଲସଭରକ୍ସଗ୍ଦ)

ଗବଦ୍ଭ-ଜ୍ଞବୟର ଲସଭରକ୍ସଗ୍ଦ (କୃତ୍ରିମ ତନ୍ତୁ)

   କୁତ୍ରିମ ତନ୍ତୁ ବା ରାସାୟନିକ ତନ୍ତୁ ସେହି ତନ୍ତୁ ମାନଙ୍କୁ କୁହାଯାଏ ଯେଉଁ ମାନଙ୍କର ରାସାୟନିକ ସଂରଚନା, ଶାରିରୀକ ସଂରଚନା ଓ ଧର୍ମ ଗୁଡିକୁ ବହୁବିଧ ଭାବରେ ସେମାନଙ୍କର ଉତ୍ପାଦନ ପ୍ରକ୍ରିୟା ସମୟରେ ପରିବର୍ତ୍ତନ କରାଯାଇପାରେ ।

କୃତ୍ରିମ ତନ୍ତୁଗୁଡିକ ଦୁଇଭାଗରେ ବିଭକ୍ତ ଯଥା

୧. ଜରଶରଦ୍ଭରକ୍ସବଗ୍ଧରୟ ଲସଭରକ୍ସ

୨. ଝଚ୍ଚଦ୍ଭଗ୍ଧଷରଗ୍ଧସମର-ଲସଭରକ୍ସ    

ଜରଶରଦ୍ଭରକ୍ସବଗ୍ଧରୟ ଲସଭରକ୍ସ (ଗ୍ଦରଜ୍ଞସ-ଝଚ୍ଚଦ୍ଭଗ୍ଧଷରଗ୍ଧସମ-ଲସଭରକ୍ସ)

   ଏହି ତନ୍ତୁ ଗୁଡିକ ପ୍ରାକୃତିକ ଲମ୍ବାଶୃଙ୍ଖଳଥିବା ପଲିମର୍ ମାନଙ୍କର ଆଂଶିକ ପରିବର୍ତ୍ତନ କରାଯାଇ ତିଆରି କରାଯାଇଥାଏ । ଏହି ତନ୍ତୁ ମାନଙ୍କ ମଧ୍ୟରେ ଠସଗ୍ଦମକ୍ଟଗ୍ଦର କ୍ସବଚ୍ଚକ୍ଟଦ୍ଭ , ଇମରଗ୍ଧବଗ୍ଧର କ୍ସବଚ୍ଚକ୍ଟଦ୍ଭ ଅନ୍ୟତମ । ଏଗୁଡିକ ଆଖିକୁ ଭାରି ଚିକ୍‌ଚିକ୍ ଦେଖାଯାଆନ୍ତି ମାତ୍ର ପିନ୍ଧିବା ପାଇଁ ଆରାମ ଦାୟକ ନୁହେଁ । ଏହି ତନ୍ତୁରୁ ନିର୍ମିତ କପଡା ଗୁଡିକ ସାଧାରଣତଃ ଯାତ୍ରା କଳାକାରମାନେ ପିନ୍ଧିଥାନ୍ତି  ଏବଂ ସାଜସଜା ପାଇଁ ବ୍ୟବହାର କରାଯାଏ ।

 

ଝଚ୍ଚଦ୍ଭଗ୍ଧଷରଗ୍ଧସମର-ଲସଭରକ୍ସ (କୃତ୍ରିମ ତନ୍ତୁ)

   କୃତ୍ରିମ ତନ୍ତୁ ଗୁଡିକ ସମ୍ପୂର୍ଣ୍ଣରୂପେ କୃତ୍ରିମ କଞ୍ଚାମାଲ ଯଥା-ପେଟ୍ରୋକେମିକାଲ୍ସ ରୁ ପ୍ରସ୍ତୁତ ହୋଇଥାଏ । ଏହି ତନ୍ତୁ ମାନଙ୍କ ମଧ୍ୟରେ ଘଚ୍ଚକ୍ଷକ୍ଟଦ୍ଭ, କ୍ଟ୍ରକ୍ଟକ୍ଷଚ୍ଚରଗ୍ଦଗ୍ଧରକ୍ସ, ଚକ୍ଟକ୍ଷଚ୍ଚଙ୍ଖସଦ୍ଭଚ୍ଚକ୍ଷ ମଷକ୍ଷକ୍ଟକ୍ସସୟର (ଚଠଉ), ଚକ୍ଟକ୍ଷଚ୍ଚ କ୍ଟକ୍ଷରଲସଦ୍ଭଗ୍ଦ (ବମକ୍ସଚ୍ଚକ୍ଷସମ ଲସଭରକ୍ସ), ଉବକ୍ସଭକ୍ଟଦ୍ଭ ଲସଭରକ୍ସ, ଇକ୍ସକ୍ଟଜ୍ଞବଗ୍ଧସମ କ୍ଟ୍ରକ୍ଟକ୍ଷଚ୍ଚବଜ୍ଞସୟରଗ୍ଦ (ଇକ୍ସବଜ୍ଞସୟଗ୍ଦ), ଚକ୍ଟକ୍ଷଚ୍ଚରଗ୍ଧଷଚ୍ଚକ୍ଷରଦ୍ଭର(ଚଋ), ଋକ୍ଷବଗ୍ଦଗ୍ଧକ୍ଟଜ୍ଞରକ୍ସଗ୍ଦ ଇତ୍ୟାଦି ପ୍ରଧାନ । 

 ଘଚ୍ଚକ୍ଷକ୍ଟଦ୍ଭ

   ଏହା ପ୍ରଥମ କୃତ୍ରିମ ତନ୍ତୁ ଭାବେ ପରିଚିତ । ୧୯୩୫ ମସିହା ଫେବୃୟାରୀ ୨୮ ତାରିଖରେ ଊଙ୍କକ୍ଟ୍ରକ୍ଟଦ୍ଭଗ୍ଧ କମ୍ପାନୀର ପରୀକ୍ଷାଗାରରେ ଡବକ୍ଷକ୍ଷବମର ମବକ୍ସକ୍ଟଗ୍ଧଷରକ୍ସଗ୍ଦ ନାମକ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ସର୍ବପ୍ରଥମେ ରେଶମ ସୁତାର ସ୍ଥାନ ଏହି ନାଇଲନ୍ ସୁତା ଗ୍ରହଣ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିଲା । ସମୟକ୍ରମେ ଏହାର ଅନ୍ୟାନ୍ୟ ଅନନ୍ୟଗୁଣ ପାଇଁ ଅନେକ କାମରେ ବ୍ୟବହୃତ ହେଲା ।

 ଚକ୍ଟକ୍ଷଚ୍ଚରଗ୍ଦଗ୍ଧରକ୍ସ

   ଏହା ଏକ ବହୁଳ ବ୍ୟବହୃତ କୃତ୍ରିମ ତନ୍ତୁ । ଏହାର ରାସାୟନିକ ନାମ ହେଉଛି କ୍ଟ୍ରକ୍ଟକ୍ଷଚ୍ଚରଗ୍ଧଷଚ୍ଚକ୍ଷରଦ୍ଭର ଗ୍ଧରକ୍ସରଗ୍ଧଷବକ୍ଷବଗ୍ଧର (ଚଋଞ) । ଏହିତନ୍ତୁରୁ ପ୍ରସ୍ତୁତ ବସ୍ତ୍ର ସାଧାରଣତଃ ଐକ୍ଟଜ୍ଞର ଲଙ୍କକ୍ସଦ୍ଭସଗ୍ଦଷସଦ୍ଭଶ, ବକ୍ଟ୍ରକ୍ଟ୍ରବକ୍ସରକ୍ଷଗ୍ଦ ଆଦିରେ ବହୁଳ ବ୍ୟବହୃତ ହୁଏ । ତୁଳାସୁତା ସହିତ ଏହାର ମିଶ୍ରଣ କପଡାକୁ ମଜବୁତ୍ କରାଏ । ଏହି ତନ୍ତୁକୁ ମଧ୍ୟ ଈକ୍ଟଗ୍ଧଗ୍ଧକ୍ଷର, ୠସକ୍ଷଜ୍ଞଗ୍ଦ, ଖଉଊ (କ୍ଷସକ୍ତଙ୍କସୟ ମକ୍ସଚ୍ଚଗ୍ଦଗ୍ଧବକ୍ଷ ୟସଗ୍ଦକ୍ଟ୍ରକ୍ଷବଚ୍ଚ), ଞବକ୍ସକ୍ଟ୍ରବଙ୍କକ୍ଷସଦ୍ଭ, ଷକ୍ଟକ୍ଷକ୍ଟଶକ୍ସବଜ୍ଞଗ୍ଦ, ୠସକ୍ଷଗ୍ଧରକ୍ସଗ୍ଦ, ୠସକ୍ଷଜ୍ଞ ସଦ୍ଭଗ୍ଦଙ୍କକ୍ଷବଗ୍ଧସକ୍ଟଦ୍ଭ ଲକ୍ଟକ୍ସ ଙ୍ଗସକ୍ସର ମାନଙ୍କରେ ବ୍ୟବହାର କରାଯାଏ । କ୍ଷସକ୍ତଙ୍କସୟ ମକ୍ସଚ୍ଚଗ୍ଦଗ୍ଧବକ୍ଷୟସଗ୍ଦକ୍ଟ୍ରକ୍ଷବଚ୍ଚ ଭାବେ ସର୍ବପ୍ରଥମେ ଏହାକୁ କ୍ଷସକ୍ତଙ୍କସୟ ମକ୍ସଚ୍ଚଗ୍ଦଗ୍ଧବକ୍ଷ କ୍ଟ୍ରକ୍ଟକ୍ଷଚ୍ଚଜ୍ଞରକ୍ସ ଭାବେ ବ୍ୟବହାର କରାଯାଇଥିଲା ।

ଚକ୍ଟକ୍ଷଚ୍ଚଙ୍ଖସଦ୍ଭଚ୍ଚକ୍ଷ ମଷକ୍ଷକ୍ଟକ୍ସସୟର (ଚଠଉ)

   ଏହି କୃତ୍ରିମ ତନ୍ତୁର ବ୍ୟବସାୟିକ ନାମ ଠସଦ୍ଭଚ୍ଚକ୍ଟଦ୍ଭ । ସାଧାରଣତଃ ଏହା ବୁଣା ବିହୀନ ବସ୍ତ୍ରରେ ବ୍ୟବହୃତ ହୋଇଥାଏ । ଏହା ସର୍ବପ୍ରଥମେ ୧୯୩୯ ମସିହାରେ ପ୍ରସ୍ତୁତ ହୋଇଥିଲା ।

 ଚକ୍ଟକ୍ଷଚ୍ଚ କ୍ଟକ୍ଷରଲସଦ୍ଭଗ୍ଦ (ବମକ୍ସଚ୍ଚକ୍ଷସମ ଲସଭରକ୍ସ)

   ଏହି କୃତ୍ରିମ ତନ୍ତୁ କ୍ଟ୍ରକ୍ଟକ୍ଷଚ୍ଚବମକ୍ସଚ୍ଚକ୍ଷକ୍ଟଦ୍ଭସଗ୍ଧକ୍ସସକ୍ଷର ରୁ ପ୍ରସ୍ତୁତ ହୋଇଥାଏ । ବମକ୍ସଚ୍ଚକ୍ଷସମ ଗୋଟିଏ ହାଲୁକା ନରମ ଏବଂ ଉତ୍ତାପ ପ୍ରଦାନକାରୀ  ତନ୍ତୁ ଅଟେ ଯାହାକି ପ୍ରାକୃତିକ ପଶମ ତନ୍ତୁ ବା ଉଲ୍ ର ବିକଳ୍ଫ ରୂପେ ବ୍ୟବହୃତ ହୁଏ ।

 ଉବକ୍ସଭକ୍ଟଦ୍ଭ ଲସଭରକ୍ସ

   ଏହି ତନ୍ତୁ ବହୁତ ଶକ୍ତିଶାଳୀ ଏବଂ ହାଲୁକା ଅଟେ । ଏହା ଉଡାଜାହାଜ, ଯାନବାହନ ଏବଂ ରାସ୍ତାଘାଟ ନିର୍ମାଣରେ ବ୍ୟବହୃତ ହୁଏ । ଏହା ମଧ୍ୟ ଖେଳ ସଂରଞ୍ଜାମରେ ବ୍ୟବହୃତ ହୁଏ ।

 ଇକ୍ସକ୍ଟଜ୍ଞବଗ୍ଧସମ କ୍ଟ୍ରକ୍ଟକ୍ଷଚ୍ଚବଜ୍ଞସୟରଗ୍ଦ (ଇକ୍ସବଜ୍ଞସୟଗ୍ଦ)

   ଏହି କୃତ୍ରିମ ତନ୍ତୁ ବର୍ଗରେ ଗ୍ଧଙ୍ଗବକ୍ସକ୍ଟଦ୍ଭ, କରଙ୍ଖକ୍ଷବକ୍ସ, ଦ୍ଭକ୍ଟଜ୍ଞରଙ୍ଘ  ପ୍ରଧାନ । ଏହି ତନ୍ତୁ ଗୁଡିକ ଏମାନଙ୍କର ଉଚ୍ଚତାପ ସହନଶୀଳ ଶକ୍ତି ଗୁଣପାଇଁ  ଆଦୃତ । ଏମାନଙ୍କୁ ମଧ୍ୟ ଐସଶଷ-ଚରକ୍ସଲକ୍ଟକ୍ସଜ୍ଞବଦ୍ଭମର ତନ୍ତୁ ମଧ୍ୟ କୁହାଯାଏ । 

 ଞଙ୍ଗବକ୍ସକ୍ଟଦ୍ଭ (ଚବକ୍ସବଇକ୍ସବଜ୍ଞସୟଗ୍ଦ)

   ଏହା ୧୯୭୦ ମସିହାରେ ଇକତଙ ୟଙ୍କଗ୍ଧମଷ ମକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏହା ଏକ ଶକ୍ତିଶାଳୀ ଏବଂ ଉତ୍ତାପସହ୍ୟ ତନ୍ତୁ । ଏହା ବିଭିନ୍ନ ପ୍ରକାରର ଇଂଞ୍ଜିନିୟରିଙ୍ଗ୍ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ ।

କରଙ୍ଖକ୍ଷବକ୍ସ

   ଏହି କୃତ୍ରିମ ତନ୍ତୁ ୧୯୬୫ ମସିହାରେ ବୈଜ୍ଞାନିକ ଗ୍ଦଗ୍ଧରକ୍ଟ୍ରଷବଦ୍ଭସର ଳଙ୍ଗକ୍ଟକ୍ଷୟଳ ଙ୍କ ଦ୍ୱାରା ଉଦ୍ଭାବନ ହୋଇଥିଲା । ଏହି ତନ୍ତୁ ୧୯୭୦ ମସିହାରେ ଗାଡିଟାୟାର୍ ମାନଙ୍କରେ ବ୍ୟବହୃତ ଷ୍ଟିଲ୍ ଜାଗାମାନଙ୍କରେ ବ୍ୟବହୃତ ହୋଇଥିଲା ।

 ଘକ୍ଟଜ୍ଞରଙ୍ଘ

   ଏହା ଗୋଟିଏ ଅଗ୍ନିପ୍ରତିରୋଧକ ତନ୍ତୁ । ଏହା ୧୯୬୦ ମସିହାରେ ୟଙ୍କକ୍ଟ୍ରକ୍ଟଦ୍ଭଗ୍ଧ ଦ୍ୱାରା ବିକଷିତ ହୋଇଥିଲା । ଏହା ଅଗ୍ନି ନିର୍ବାପକଙ୍କ ବସ୍ତ୍ରରେ ବ୍ୟବହୃତହୋଇଥାଏ । 

 ଚକ୍ଟକ୍ଷଚ୍ଚରଗ୍ଧଷଚ୍ଚକ୍ଷରଦ୍ଭର (ଚଋ)

   ଏହା ସାଧରଣ ପ୍ଲାଷ୍ଟିକ୍ ଭାବେ ପରିଚିତ । ପୃଥିବୀରେ ବାର୍ଷିକ ପାଖାପାଖି ୮୦ ନିୟୁତଟନ୍ ଏହା ଉତ୍ପାଦିତ ହୋଇଥାଏ । ଏହାର ବ୍ୟବହାର ବହୁଳ । ବୋତଲ୍ ଠାରୁ ଆରମ୍ଭ କରି ବିଦ୍ୟୁତ୍ ତାର ଉପରେ ଆସ୍ତରଣ ରୂପେ ବ୍ୟବହୃତ ହୋଇଥାଏ । ଏହାର ରାସାୟନିକସଂଙ୍କେତ ଉ୨ଐ୪ ।

 ଋକ୍ଷବଗ୍ଦଗ୍ଧକ୍ଟଜ୍ଞରକ୍ସଗ୍ଦ (ଗ୍ଦକ୍ଟ୍ରବଦ୍ଭୟରଙ୍ଘ, କ୍ଷଚ୍ଚମକ୍ସବ କ୍ଟକ୍ସ ରକ୍ଷବଗ୍ଦଗ୍ଧକ୍ଟଜ୍ଞରକ୍ସ)

   ଏହି ତନ୍ତୁ ଗୁଡିକ ଏମାନଙ୍କର ଇଲାଷ୍ଟିକ୍ ଗୁଣ ପାଇଁ ଜଣା ଶୁଣା । ଏହି ତନ୍ତୁ ଗୁଡିକ ପ୍ର।।କୃତିକ ରବର ଠାରୁ ଦୀର୍ଘସ୍ଥାୟୀ ଏବଂ ଶକ୍ତ । ଏହା ଗୋଟିଏ ଚକ୍ଟକ୍ଷଚ୍ଚରଗ୍ଦଗ୍ଧରକ୍ସ-କ୍ଟ୍ରକ୍ଟକ୍ଷଚ୍ଚଙ୍କକ୍ସରଗ୍ଧଷବଦ୍ଭର ମକ୍ଟକ୍ଟ୍ରକ୍ଟକ୍ଷଚ୍ଚଜ୍ଞରକ୍ସ । ଏହା ବୈଜ୍ଞାନିକ ଜୋସେଫ୍ ସିଭରସ୍‌ଙ୍କ ଦ୍ୱାରା ୟଙ୍କକ୍ଟ୍ରକ୍ଟଦ୍ଭଗ୍ଧ ପରୀକ୍ଷାଗାରରେ ୧୯୫୮ରେ ବିକଷିତ ହୋଇଥିଲା । ଏହା ଖେଳାଳୀ ମାନଙ୍କ ବସ୍ତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ । 

   ଏତ୍‌ଦ ବ୍ୟତିତ ଆହୁରି କେତେକ ପ୍ରକାରର ନୂତନ ତନ୍ତୁ ମଧ୍ୟ ବିକଷିତ ହୋଇଛି ଯେଉଁ ଗୁଡିକର ସ୍ୱତନ୍ତ୍ରତା ଅନେକ ଏବଂ ସେମାନଙ୍କ ବ୍ୟବହାର ମଧ୍ୟ ସ୍ୱତନ୍ତ୍ର । ଏହି ତନ୍ତୁ ମାନଙ୍କ ମଧ୍ୟରୁ ଅନେକ ତନ୍ତୁ ସ୍ୱାସ୍ଥ୍ୟ ଜଗତରେ ମଧ୍ୟ ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଥାନ୍ତି । 

    ପରିଶେଷରେ ଏତିକି କୁହାଯାଇପାରେ ଯେ ଯଦିଓ ପ୍ରଥମେ ବିଭିନ୍ନ ତନ୍ତୁ କେବଳ ମଣିଷର ବସ୍ତ୍ର ପାଇଁ ବ୍ୟବହୃତ ହେଉଥିଲା ତେବେ ବର୍ତ୍ତମାନର ବିଜ୍ଞାନ ରାଜୁତି ପୃଥିବୀରେ ତନ୍ତୁ ଆଜି ସବୁ କ୍ଷେତ୍ରରେ ବହୁଳ ବ୍ୟବହୃତ ହେଉଛି । ସତେଯେମିତି ତନ୍ତୁ ବିନା ମଣିଷର ପ୍ରଗତି ସଂକଟରେ ପଡିଯାଇପାରେ ।

 

*******



No comments:

Post a Comment

OLD IS PLATINUM

 DETAILS OF MY EARLIER POSTS