ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
୯୭୭୮୫୧୯୬୭୮
ମୁଁ ‘ଟଙ୍କା’ କହୁଛି
ହେ
ମାନବ! ତମେ ହିଁ ମୋତେ ସୃଷ୍ଟି କଲ । ଧନ
ସମ୍ପତ୍ତିର ପ୍ରତିରୂପର ପଦ ମର୍ଯ୍ୟାଦା ମୋତେ
ଦେଲ । ତୁମର ସାମାଜିକ
ଜୀବନ ପରିବ୍ୟାପ୍ତ ହେବାରେ ଲାଗିଲା । ବସ୍ତୁବାଦରେ ତୁମ
ଜୀବନ ଛନ୍ଦି ହୋଇ ଚାଲିଲା । ତୁମେ ମୋତେ
ଭଲପାଇ ବସିଲ । ମୁଁ ଧୀରେଧୀରେ
ବଳଶାଳୀ ହୋଇ ଚାଲିଲି । ତୁମ ଜୀବନରେ
କାୟା ବିସ୍ତାର କରିବାରେ ଲାଗିଲି । ଏମିତିକା ଜୀବନ
ଦୈାଡରେ ତୁମେ ଉପନିତ ହୋଇଗଲ ଯେ ମୁଁ ତୁମ
ଜୀବନର ସବସ୍ୱର୍ ହୋଇଗଲି । ବର୍ତ୍ତମାନ ମୁଁ
କେବଳ ତୁମ ସୁଖ ଶାନ୍ତିର କାରଣ ନୁହେଁ ବରଂ ଅଶାନ୍ତିର ମୂଳକାରଣ ବି ହୋଇଗଲିଣି ।
ଆଜି ମୁଁ ନାହିଁ ତ ତୁମ ଜୀବନରେ
ସୁଖ ନାହିଁ । ମୁଁ ନାହିଁ
ତ ତୁମ ଜୀବନର ମାନ, ସମ୍ମାନ, କିଛି ନାହିଁ । ମୋ ବିନା
ଆଜି ତୁମେ ବଞ୍ôଚବାକୁ ଅସମର୍ଥ । ତୁମେ ଅହରହ
ମୋତେ ପାଇବା ପାଇଁ ବ୍ୟତିବ୍ୟସ୍ତ । ମୋତେ ପାଇବା
ପାଇଁ କିଏ ଏଠି ଅନ୍ୟର ପକେଟ୍ କାଟୁଛି ତ କିଏ ପୁଣି
ତଣ୍ଟି । କିଏ ଏଠି
ଗୁଲାମି କରୁଛି ତ କିଏ ନିଜର
ଦେହ ବିକୁଛି । ମୋରି ପାଇଁ
ମା’ ଏଠି ନିଜର ସନ୍ତାନ ବିକୁଛିତ ବାଳୁତ ସାଜୁଛି ଶ୍ରମିକ । ସମ୍ପର୍କରେ ମୁଁ
ଅବିଶ୍ୱାସର ମଞ୍ଜି ଆଉ ବିଶ୍ୱାସର ସୁତ୍ରଧର
। ମୋରି ଲାଗି ରକ୍ତର ଭାଇ ହୁଏ ଭଗାରୀ । ଆଉ ସାତପର
ହୁଏ ଅତିନିଜର । ପିତା, ମାତା,
ଭାଇ, ଭଉଣୀ, ଗୁରୁଙ୍କ ଅପେକ୍ଷା ତୁମେ ମୋତେ ଅଧିକ ଭଲପାଅ । ଆଜି ମୁଁ
ତୁମ ପାଖରେ ନଥିଲେ ତୁମେ ପେଟକୁ ଗଣ୍ଡେ ଦାନା ଯୋଗାଡ କରିପାରୁନ ।
ମୁଁ ଆଜି ତୁମ ଜୀବନର ପ୍ରତିଟି ମୁହୁର୍ତ୍ତରେ ପ୍ରତି କାମ ପାଇଁ ଆବଶ୍ୟକ । ଜୀବନର ତିନୋଟି
ମୈାଳିକ ଆବଶ୍ୟକତା ପାଇଁ କେବଳ ମୋର ଆବଶ୍ୟକତା ସିମୀତ ନୁହେଁ । ସମସ୍ତ କ୍ଷେତ୍ରରେ
ମୋ ବିନା ତୁମେ ପଙ୍ଗୁ । ଆଜି ତୁମ
ଜୀବନର ପ୍ରତିଟି ଲକ୍ଷ କେବଳ ମୋ ଦ୍ୱାରା ହିଁ
ସମ୍ଭବ । ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ
ଲୁକାୟିତ ରହସ୍ୟ ହେଉଛି ତୁମ ଜୀବନର ପ୍ରତିଟି ଲକ୍ଷ୍ୟ ଭିତରେ ମୂଳ ଲକ୍ଷ ଭାବେ ମୁଁ ହିଁ ରହିଛି । ତୁମ ଜୀବନରେ
ତୁମେ ଶିକ୍ଷକ, ଡାକ୍ତର, ଯନ୍ତ୍ରୀ, େବୈଜ୍ଞାନିକ, ଲେଖକ, ସାମ୍ବାଦିକ, ସମାଜସେବି, ରାଜନେତା, ଖେଳାଳି, ସଙ୍ଗୀତଜ୍ଞ, କଳାକାର ଅବା େସୈାଦାଗର ଯାହା ବି ହେବାର ସ୍ୱପ୍ନ
ଦେଖନା କାହିଁଙ୍କି ସବୁ ଲକ୍ଷରେ ଶେଷ ଉଦେଶ୍ୟ ହେଉଛି ମୁଁ । ମୁଁ ଅନେକ
ଅସମ୍ଭବକୁ ସମ୍ଭବ କରିପାରେ ଓ ସମ୍ଭବକୁ ମଧ୍ୟ
ଅସମ୍ଭବ । ମୁଁ ଯଦି
ତୁମ ପାଖରେ ଅଛି ତୁମେ ତୁମ କଦର୍ଯ୍ୟତାକୁ ବି ସୈାନ୍ଦର୍ଯ୍ୟତାରେ ବଦଳେଇ ପାର
। ମୁଁ ଯାହା ପାଖରେ ପ୍ରଚୁର ଅଛି ପୃଥିବୀ ତା ପାଇଁ ଗୋଟିଏ
ଛୋଟ ଗାଁ ସଦୃଶ । ମୁଁ ଥିଲେ
ତୁମର ମାନ ବଢେ, ସମ୍ମାନ ବଢେ । ତୁମ ଦୁଆର
ଗହଳି ହୁଏ । ବନ୍ଧୁଙ୍କର ମେଳା
ଲାଗେ । ନୂତନ ବନ୍ଧୁଙ୍କର
ଅଭାବ ରହେନାହିଁ । ସମସ୍ତେ ତୁମ
ଆଡେ ନଜର କରନ୍ତି । ତୁମଠାରୁ ଉପଦେଶ
ନିଅନ୍ତି । ତୁମରି ମଙ୍ଗଳ
ପାଇଁ ନାନା ଆଡୁ ତୁମକୁ ପ୍ରସ୍ତାବ ମଧ୍ୟ ଆସେ । ଆଉ ଯଦି
ତୁମେ ମୋତେ ଅନ୍ୟକୁ ବାଣ୍ଟିପାରିଲ ତେବେ ସେ କଥା ଅବ୍ୟକ୍ତ
। ସ୍ନେହ, ମମତା, ପ୍ରୀତି ତୁମଉପରେ ଅଜାଡି ହୋଇପଡେ । ଅନେକ ତୁମକୁ
ପ୍ରେମ କରିବସନ୍ତି । ତୁମେ ଅନ୍ୟମାନଙ୍କର
ପ୍ରଭୂ ବୋଲାଇବସ । ମୁଁ ଥିଲେ
ପିତା ମାତାକୁ ଛାଡି ତୁମେ ସଂସାରରେ ସବୁକିଛି କିଣି ନିଜର କରିପାର ।
ସତ କହିବାକୁ ଗଲେ ମୁଁ ଆଜି ସଂସାରର ଈଶ୍ୱରଙ୍କ ଚଳନ୍ତି ପ୍ରତିମା । ବର୍ତ୍ତମାନ ମୋରି
ପ୍ରାପ୍ତି ପାଇଁ ତୁମେ ମୋତେ ବ୍ୟବହାର କରି ମଠ, ମନ୍ଦିର, ଗୀର୍ଜ୍ଜା, ଗୁରୁଦ୍ୱାର ଗଢୁଛ । ଭଗବାନଙ୍କ କଳେବରର
କଳ୍ପନା କରି ସେଠାରେ ଯାହାକୁ ଗଢି ବସଉଛ ତାକୁ ମୋତେ ଦେଇ କିଣିଛ ଅବା ମୋ ବଦଳରେ ଗଢିଛ
। ଶାନ୍ତି ପ୍ରାପ୍ତି ଆଳରେ ସେଠାକୁ ଆସୁଛ । ଈଶ୍ୱରଙ୍କୁ ମୋତେ
ହିଁ ଲାଞ୍ଚରୂପେ ଦେଉଛ । ଆଜି ଈଶ୍ୱରଙ୍କ
ସେବକ ବୋଲାଉଥିବା ପୂଜକ ବି ମୋ ବିନା
ପୂଜା କରିବାକୁ ନାରାଜ । ଭକ୍ତ ଆଣିଥିବା
ନୈବିଦ୍ୟ ବି ଭଗବାନଙ୍କୁ ସମର୍ପଣ
କରିବାକୁ ଅନାଗ୍ରହ । ମୁଁ ହେଉଛି ଦାନର ପରିପୂର୍ଣ୍ଣତା, ଦକ୍ଷିଣା । ନୈବେଦ୍ୟ ହିଁ
ମୋରି ପ୍ରତିରୂପ ।
ହେ
ମାନବ । କଣ ବା
ଆଉ ତୁମକୁ ଅଧିକ କହିବି । ବାସ୍ ଏତିକି
କହିବି ମୋତେ ପାଇବା ପାଇଁ ଚେଷ୍ଟାକର ହେଲେ ମୋ ପ୍ରତି ଅହେତୁକ
ମୋହ ଜମାରୁ ଠିକ୍ ନୁହେଁ, ଯାହା କେବଳ ଏ ଭୋଗବାଦ ଦୁନିଆରେ
ତୁମକୁ ଅଶାନ୍ତି ଦେବ ଆଉ କିଛିନୁହେଁ ।
*******
No comments:
Post a Comment