ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୬)
ଆଜି
ଖବରକାଗଜରେ ଜଣେ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟରେ ଶୋଇଯିବାର ଖବର ପଢି ବୟସର ଅପରାହ୍ନରେ ଉପସ୍ଥିତ ସୀତାରାମ ବାବୁ ଖୁବ୍ ମର୍ମାହତ । କାହିଁକି ଏମିତି
ସବୁ ଘଟୁଛି ଏହାର କାରଣ ମଧ୍ୟ ସେ ଖୋଜି ପାଇପାରୁ
ନାହାନ୍ତି । ଜଣେ ଶିକ୍ଷକର
ଅପକର୍ମ ସମସ୍ତ ଶିକ୍ଷକ ସମାଜକୁ କଳଙ୍କିତ କରିଦେଉଛି । ଏବର ଗଣମାଧ୍ୟମ
ମଧ୍ୟ ସମାଜ ଉପରେ କୁପ୍ରଭାବ ପକଉଥିବା ଏଭଳି ଖବରକୁ ପ୍ରଚାର କରିବାରେ ଖୁବ୍ ବ୍ୟଗ୍ର । ସମସ୍ତ ଶିକ୍ଷକ
କ’ଣ ଖରାପ? ଏବେ
ମଧ୍ୟ ଆଗଭଳି ନିଷ୍ଠାବାନ ଓ କର୍ତ୍ତବ୍ୟ ପରାୟଣ
ଶିକ୍ଷକ ଅନେକ ଅଛନ୍ତି । ଏମିତି ଭାବୁ
ଭାବୁ ହଜି ଯାଆନ୍ତି କୋଡିଏ ବର୍ଷ ତଳେ ତାଙ୍କ ଗାଁ ସ୍କୁଲ୍ରେ ଥିବା ଦାମ
ମାଷ୍ଟ୍ରେଙ୍କ କଥାରେ । ଦାମ ମାଷ୍ଟ୍ରେ
ଥାନ୍ତି ଗାଁ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ । ବେଶଭୁଷାରେ ଅତିବ
ସରଳ । ଧଳା ଧୋତିକୁ
ଧଳା ସାର୍ଟ ଖଣ୍ଡେ ଭାରି ଭଲ ମାନେ ।
ନିଷ୍କପଟ ହୃଦୟ ଓ ସମୟାନୁବର୍ତ୍ତୀର ସେ
ଥାନ୍ତି ମୂର୍ତ୍ତୀମନ୍ତ ପ୍ରତୀକ । ସେ କି
ମନ୍ତ୍ର ଜାଣିଥିଲେ କେଜାଣି ଗାଁର ପ୍ରତି ଘରେ ତାଙ୍କର ବହୁତ ଆଦର ଓ ସମ୍ମାନ ।
ଗାଁର ଯେକୌଣସି ଯାନିଯାତ୍ରା, ଉତ୍ସବମହୋତ୍ସବ, ଓଷାବାହା, ପୁନିଅପରବ ଓ ନ୍ୟାୟନିସାପ ସତେଯେମିତ
ତାଙ୍କ ଉପସ୍ଥିତି ବିନା ସମ୍ଭବ ହିଁ ନଥାଏ ।
ନରିଆ
ଝିଅ ବିବାହ କଥା ମନେ ପଡିଲେ ସିତାରାମବାବୁ ଦାମ ମାଷ୍ଟ୍ରେଙ୍କୁ ବହୁତ ମନେ ପକାନ୍ତି । ଗରିବ ନରିଆ
ଝିଅର ଭୂବନେଶ୍ୱରରେ ରହୁଥିବା ଏତେବଡ ଖାନ୍ଦାନ୍ ଓ ଉଚ୍ଚଶିକ୍ଷିତ ଘରେ
କ’ଣ ବିବାହ ହୋଇପାରିଥାନ୍ତା?
ସେତେବେଳେ ପୁଅମାନେ ଯାଉନଥିଲେ ଝିଅ ଦେଖିବାକୁ । ବାପାମା ଯାହାକୁ
ପସନ୍ଦ କଲେ ସିଏ ହେଉଥିଲା ବୋହୁ । ବାସ୍ ଦାମ
ମାଷ୍ଟ୍ରେ ସେଦିନ ପୁଅର ବାପାମାଙ୍କୁ ଏପରି ସୁନ୍ଦର ଭାବରେ ନିଜର ଛାତ୍ରୀଥିବା ନରିଆ ଝିଅର ଚରିତ୍ର କଥା ବଖାଣିଲେ ଯେ ସେମାନେ ସଙ୍ଗେସଙ୍ଗେ
ନରିଆ ଝିଅକୁ ବୋହୁ କରିବା ପାଇଁ ରାଜି । ସେମାନଙ୍କର ବିଶ୍ୱାସ
ଦାମ ମାଷ୍ଟ୍ରେଙ୍କ ଉପରେ ଏତେ ହୋଇଗଲାଯେ ଶେଷରେ ପୁଅର ବାପା କହିଲେ ସାର୍ ଏ ବିବାହର ଆପଣଙ୍କୁ
ଲାଗିଲା । ସତକୁ ସତ
ସେଇଆ ହୁଏ । ଧରାବର ବିବାହର
ହୁଏ । ବନ୍ଧୁ, ବରଯାତ୍ରୀଙ୍କ
ଚର୍ଚ୍ଚାଠାରୁ ଆରମ୍ଭ କରି ଗାଁ ଭୋଜି ଓ ଝିଅଜ୍ୱାଇଁଙ୍କର ବିଦା
ଏତେ ଶାନ୍ତି ଶୃଙ୍ଖଳାରେ ସେ ସମ୍ପନ୍ନ କରନ୍ତି
ସତେଯେମିତି ସମସ୍ତେ ଭାବୁଥାନ୍ତି ଏତେବଡ କାମରେ ଏତେ ଶାନ୍ତି ଶୃଙ୍ଖଳା ସବୁ ସେଇ ଦାମ ମାଷ୍ଟ୍ରେଙ୍କ ପାଇଁ ।
ଖାଲି
ଦାମ ମାଷ୍ଟ୍ରେ କାହିଁକି ସେତେବେଳର ପ୍ରାୟ ସବୁ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅବା ସହକାରୀ ଶିକ୍ଷକ ମାନେ ସେମିତିକା ଥିଲେ । ସେମାନଙ୍କର ଗାଁରେ
ଖୁବ୍ ଆଦର ଓ ସମ୍ମାନ ଥିଲା
। ମାଷ୍ଟ୍ରେ ବା ସାର୍ ମାନେ
ଗୁରୁର ପଦ ମର୍ଯ୍ୟାଦା ପାଉଥିଲେ
। ଗାଁ ମାଷ୍ଟ୍ରେ ହିଁ ତାଙ୍କ ପିଲାମାନଙ୍କୁ ମଣିଷ କରିପାରିବେ, ଗ୍ରାମବାସୀଙ୍କର ଏହା ଥିଲା ଅଗାଧ ବିଶ୍ୱାସ । ମାଷ୍ଟ୍ରେଙ୍କ ପ୍ରତି
ପିଲାମାନଙ୍କ ଯେତିକି ଭକ୍ତି ଥିଲା ତା’ଠାରୁ ଭୟ
ଯଥେଷ୍ଟ ଅଧିକ ଥିଲା । ଘରେ କୌଣସି
ପିଲା ଦୁଷ୍ଟାମି କରୁଥିଲେ ମା’ଅବା ବାପା
କହୁଥିଲେ ରହ କାଲିଯାଇ ସ୍କୁଲ
ସାର୍ଙ୍କୁ କହୁଛି । ଏତିକିରେ ପିଲା
ବି ଶାନ୍ତ ହୋଇଯାଉଥିଲା । ଏମିତି ବି
ଉଦାହରଣ ଥିଲା ପିଲା ବିଗିଡିଯିବାର ଅବସ୍ଥା ଉପୁଜିଲେ ବାପାଯାଇ ସ୍କୁଲସାର୍ଙ୍କୁ କହୁଥିଲେ ସାର୍ ଆପଣ ତା’ଆଖି ଦିଟାକୁ
ଛାଡି ଆଉ ଯେଉଠିକି ବାଡେଇବେ
ବାଡାନ୍ତୁ ହେଲେ ତାକୁ ସୁଧାରି ଦିଅନ୍ତୁ । ଗାଁ ଲୋକମାଙ୍କର
ବିଶ୍ୱାସ ମଧ୍ୟ ଶିକ୍ଷକଙ୍କୁ ଆହୁରି ମାର୍ଜିତ ଓ ଶୃଙ୍ଖଳିତ ହେବା
ପାଇଁ ବାଧ୍ୟ କରୁଥିଲା ।
ଏବେ
କିନ୍ତୁ ସେବେଳ ଆଉ ନାହିଁ ।
ସମୟ ସହିତ ସତେଯେମିତି ସବୁ ବଦଳି ଗଲାଣି । ଗାଁ ପ୍ରାଥମିକ
ସ୍କୁଲ ମାଷ୍ଟ୍ରେ ବର୍ତ୍ତମାନ ସମାଜରେ ଗୁରୁ ପରିବର୍ତ୍ତେ ଜଣେଜଣେ ମର୍ଯ୍ୟାଦା ବିହୀନ ସରକାରୀ ଚାକିରୀଆ ଭାବେ ବିବେଚିତ । ତାଙ୍କ ହାତରୁ
ବେତ ଛଡେଇ ନିଆ ଗଲାଣି । ସମାଜର ଚାଲିଚଳନ
ପରିବର୍ତ୍ତନ ସହିତ ସେମାନଙ୍କର ବେଶଭୂଷା ମଧ୍ୟ ବଦଳିଗଲାଣି । କାଁ ଭାଁ
କେତେକ ପ୍ରାଥମିକ ସ୍କୁଲର ମାଷ୍ଟ୍ରେଙ୍କୁ ଛାଡିଦେଲେ ଗାଁ ଲୋକମାନେ ଅନ୍ୟମାନଙ୍କୁ ଆଉ ସେ ଗୁରୁର
ପଦର୍ମ୍ୟାଦା ଦେଉନାହାନ୍ତି । ପିଲାମାନଙ୍କ ମଧ୍ୟରେ
ସ୍କୁଲ ମାଷ୍ଟ୍ରେଙ୍କ ପ୍ରତି ଭୟ ଆଉ କଡାକର
ବି ନାହିଁ । ସେତେବେଳେ ପିଲାମାନେ
ଡରୁଥିଲେ ମାଷ୍ଟ୍ରେଙ୍କୁ ହେଲେ ଏବେ ମାଷ୍ଟ୍ରେ ଡରୁଛନ୍ତି ପିଲାମାନଙ୍କୁ । ଗୁରୁଶିିଷ୍ୟର ପରମ୍ପରାରେ
ଏବେ ଗୁରୁର ଗୁରୁତ୍ୱ ଆଉ ନାହିଁ କହିଲେ
ଚଳେ । ଆଜି ଗୁରୁଶିଷ୍ୟ
ସମ୍ପର୍କ ଏକ ସାଙ୍ଗ ସମ୍ପର୍କରେ
ପରିଣତ । ସେତେବେଳର ପିତାମାତା
ତାଙ୍କ ପିଲା କିପରି ପଢୁଛି ପଚାରୁଥିବା ବେଳେ ଏବର ପିତାମାତା ତାଙ୍କ ପିଲା ଠିକ୍ ସଂଖ୍ୟକ ଅଣ୍ଡା ପାଇଲା ନା ନାହିଁ ପଚାରିବାରେ
ଅଭ୍ୟସ୍ତ । ବିଦ୍ୟାଳୟର ଖାଦ୍ୟ
ଭଲ ହେଉଛି ନା ନାହିଁ ଏକଥା
ଅଧିକ ପଚାରୁଛନ୍ତି । ସେବେଳର ମାଷ୍ଟ୍ରେ
ନିଜ ବେତ ଛୁଏଇଁ ପିଲାମାନଙ୍କୁ ଭବିଷ୍ୟତରେ ମଦ ନପିଇବା ପାଇଁ
ଶପଥ କରାଉଥିବା ବେଳେ ଏବେ ମାଷ୍ଟ୍ରେ ମଦ ପିଇ ଆସି
ସ୍କୁଲରେ ଶୋଇ ଯାଉଥିବାର ବି ନଜିର ସାମନାକୁ
ଆସୁଛି । ଏମିତି ଅନେକ
କଥା ଭାବିବା ବେଳକୁ ମନ ଦୁଃଖରେ ଭାଙ୍ଗିପଡି
ସୀତାରାମ ବାବୁ ବୁଝି ପାରନ୍ତିନି ସତରେ ସେବେଳ ଭଲଥିଲା ନା ଅଛି ଆଜିର
ଏବେଳ ।
******
No comments:
Post a Comment