ଈଶ୍ୱରଚନ୍ଦ୍ର
ନାୟକ
ବାଙ୍ଗୁଋଷ
ପାଟଣା, ଭାଣପୁର
ପୁରୀ-୭୫୨୧୧୪
ମୋ-୯୭୭୮୫୧୯୬୭୮
ସେବେଳ
ନା ଏବେଳ(୧୯)
କାମରୁ
ଫେରୁଥିବା ବେଳେ ନିଜ ସାଇକେଲ୍ରୁ ପଡି ଶନିଆର
ପେଟଟି ସାଇକେଲ୍ ହ୍ୟାଣ୍ଡଲ୍ରେ ଟିକେ ମାଡ
ହୋଇଯାଏ । ଘରେ ପହଞ୍ôଚ ପୀଡା ଜାଗାରେ
କିଛି ମାଲିସ୍ ମଧ୍ୟ କରେ । ମାତ୍ର ଠିକ୍
ସନ୍ଧ୍ୟା ଛଅଟା ବେଳକୁ ଆରମ୍ଭ ହୁଏ ବାନ୍ତି ଯେ ଜମା ଥମେ
ନାହିଁ । ସହରି ତଳି
ଅଞ୍ଚଳରେ ଥିବା ବସ୍ତିରେ ଭଡାଘର କରି ରହେ ଶନିଆ । ଶ୍ରମିକ
କାମ କରି ପେଟ ପୋଷେ । ତା’ପରିବାର
କହିଲେ ସ୍ତ୍ରୀ, ବାରବର୍ଷର ଝିଅ ଓ ପାଞ୍ଚବର୍ଷର ପୁଅ
ସହିତ ପଞ୍ଚଷଠୀ ବର୍ଷର ବୁଢା ବାପା । ନିଜ ଭଡାଘର
ଦୁଆର ମୁହଁରେ ଆଜବେଷ୍ଟସ୍ରେ ଚାଳିଆଟେ ଗଡେଇ
ଦେଇ ତା’ରି ତଳେ
ତା’ ସ୍ତ୍ରୀ ପାଇଁ ଛୋଟ ପନିପରିବା ଦୋକନଟିଏ କରି ଦେଇଥାଏ । ସେତିକିରେ ପାଞ୍ଚପ୍ରାଣୀ
ଦୁଃଖେ ସୁଖେ ଚଳନ୍ତି । ହେଲେ ଦେହପା
ହେଲେ ବସ୍ତିଠାରୁ ଦୁଇ କିମି ଦୂର ଛକରେ ଥିବା ଔଷଧ ଦୋକାନୀ ହିଁ ତାଙ୍କର ଭରସା । ଜ୍ୱର, ଝାଡା
ପାଇଁ ସେଇ ଔଷଧ ଦୋକାନୀଟି ତାଙ୍କ ପାଇଁ ଭଲ ଓ ଜଣେ
ଶସ୍ତା ଡାକ୍ତର । ଏତେ ପଇସା
ସେମାନଙ୍କ ପାଖରେ ନଥାଏ ଯେ ଆଜି କାଲିର
ବଡବଡ ଡାକ୍ତରଙ୍କ ପାଖକୁ ଯାଇ ଔଷଧ ଖାଇବେ ଓ ନାନା ପ୍ରକାର
ପରୀକ୍ଷା ନିରୀକ୍ଷା କରେଇବେ ।
ସେଦିନର
ପରିସ୍ଥିତି କିନ୍ତୁ ଭିନ୍ନ । ଶନିଆର ପେଟ
ବ୍ୟଥା ଦେଖି ତାଙ୍କ ଔଷଧ ଦୋକାନୀ ଔଷଧ ଦେବାକୁ ମନାକରେ, କୁହେ ପ୍ରଥମେ ଏକ୍ସରେ କର, କାଳେ କଣ ହୋଇଥିବ ।
ତାପରେ ଔଷଧ ଦେବି । ଶନିଆ ସ୍ତ୍ରୀର
ହୋସ୍ ଉଡିଯାଏ । ରାତି କଥା
କ’ଣ କରିବ ।
ତଥାପି ସାହାସ ବାନ୍ଧି ଶ୍ୱଶୁରଙ୍କୁ ନେଇ ସେଇ ଅଟୋରେ ସରକାରୀ ଡାକ୍ତରଖାନାରେ ପହଞ୍ଚେ । କ’ଣ
କାହାକୁ କହିବେ କେମିତି ଡାକ୍ତରଙ୍କୁ ଦେଖେଇବେ ତାଙ୍କ ଭିତରୁ କାହାକୁ ଜଣା ନଥାଏ । ଯାହାହେଉ ବୁଢା
ସାହାସ ବାନ୍ଧି କାଜୁଆଲିଟିର ଦ୍ୱାରରକ୍ଷୀକୁ ପଚାରେ ଓ ଶନିଆ ଷ୍ର୍ଟ୍ରେଚର୍ରେ ବୁହାହୋଇ ଡାକ୍ତରଙ୍କ
ସାମନାକୁ ଯାଏ । ଶନିଆର ଯନ୍ତ୍ରଣା
ମଧ୍ୟ ସେମିତି ଥାଏ । ମାନସିକ ସ୍ତରରେ
ତା’ସ୍ତ୍ରୀ ଆଉ ବାପା ଯଦିଓ
ଚହଲି ଯାଇଥାନ୍ତି ହେଲେ ଥିଲା ବାଲା ଲୋକଙ୍କ ପରି ସେତେ ବ୍ୟସ୍ତ ବିବ୍ରତ ନଥାନ୍ତି । କ’ଣ
କରିପାରିବେ ଯେ ସେମାନେ? ନାହିଁ
ତାଙ୍କ ପାଖରେ ଟଙ୍କା ନା ଲୋକ ।
ତେଣୁ ଯାହା ହେବାରେ ଥିବ ତାହା ହିଁ ହେବ । ପନ୍ଦର ମିନିଟ୍
ପରେ ଡାକ୍ତର ମହାଶୟ ଶନିଆ ପାଖକୁ ଆସନ୍ତି । ଟିକେ ନାଡି
ଚିପି ଧରନ୍ତି । ଛାତିରେ ଶୁଣାଯନ୍ତ୍ରଟି
ପକେଇ ଦେଇ ବୁଢାକୁ କିଛି କଥା ପଚାରି ଦେଇ କୁହନ୍ତି, ରୋଗୀର ଅବସ୍ଥା ଶଙ୍କଟାପନ୍ନ । ତା’ର
ଏକ୍ସରେ ଓ ଅଲ୍ଟ୍ରାସାଉଣ୍ଡ୍ ନିହାତି
ଦରକାର । ବର୍ତ୍ତମାନ ରାତି
ଆସି ଦଶଟା ହେଲାଣି । ଏଠି ସେ
ସବୁ ସୁବିଧା କିଛି ନାହିଁ । ମୁଁ ତାକୁ
ଡିସ୍ଚାର୍ଜ କରି ଦେଉଛି । ତୁମେ ତାକୁ
ଏମସ୍ କିମ୍ବା କଟକ ବଡ ଡାକ୍ତରଖାନା ନେଇଯାଅ
। ବୁଢାର ବୁଦ୍ଧି ଗୁଡୁମ । ବୁଢାଯାଇ ଡାକ୍ତରଙ୍କୁ
ନେହୁରା ହୋଇ କୁହେ ସାର୍ ଏଇଠାରେ ରଖନ୍ତୁନା । ସକାଳ ହେଲେ
ଯାହା କିଛି କରିବେ କାରଣ ଆମପାଖରେ ଆଉ କେହିନାହାନ୍ତି ।
ଟଙ୍କା ପଇସା ବି ନାହିଁ ।
କାଳେ କ’ଣ ହୋଇଯିବ
। କିଛି ନକହି ଡିସ୍ଚାର୍ଜ ଚିଠିଟି ଧରେଇ ଦିଅନ୍ତି । ବୁଢା ବିଚରା
କରିବ କ’ଣ । ସେମାନଙ୍କ
ପାଖରେ ଗାଁଏ ମୋଟ ଟଙ୍କା ହଜାରେଟି ଥାଏ । ଏମସ୍ କୋଉଠି
କେମିତି ଯିବେ । ତଥାପି ବୁଢା
ଦ୍ୱାରରକ୍ଷୀକୁ କହିବାରୁ ତା’ ମନରେ ଦୟା ହୁଏ କି କ’ଣ,
ସେ ଫୋନ୍ରେ ୧୦୮କୁ ଡକେଇ
ଦିଏ । ୧୦୮ରେ ଶନିଆ
ତା’ ସ୍ତ୍ରୀ ଓ ବୁଢା ବାପା
ଯାଇ ପହଞ୍ଚନ୍ତି ଏମସ୍ ରେ । ସେତେବେଳକୁ
ରାତି ବାରାଟା । ଏମସ୍ରେ
ପହଞ୍ôଚ ବୁଢା ଦେଖେ
ଡାକ୍ତରୀ ପଢୁଥିବା ପିଲାମାନେ ଖୁବ୍ ତରତର ହୋଇ ଶନିଆର ଚିକିତ୍ସାରେ ଲାଗିଯାଆନ୍ତି । ବୁଢା ତାଙ୍କ
ଭିତରୁ ଗୋଟିଏ ଝିଅ ଡାକ୍ତରକୁ କହେ ମା’ମୋ ପୁଅକୁ
ଏଠି ସକାଳ ପର୍ଯ୍ୟନ୍ତ ରଖି ଦିଅ । ଆମକୁ ଆଉ
କେଉଁଠିକି ଯିବାକୁ କୁହନି । ସେ କୁହନ୍ତି
ହଉ ହଉ । ସାଙ୍ଗେ
ସାଙ୍ଗେ ଏକ୍ସରେ ସରିଯାଏ । ହେଲେ
ସେଠି ରାତିରେ ଅଲ୍ଟ୍ରାସାଉଣ୍ଡର ବ୍ୟବସ୍ଥା ନଥାଏ । ଶନିଆର ବାନ୍ତି
ମଧ୍ୟ ବନ୍ଦ ହୁଏ ନାହିଁ । କ’ଣ
ହେଲା କେଜାଣି ରାତି ସାଢେ ଗୋଟାଏ ବେଳକୁ ଜଣେ ବଡ ଡାକ୍ତର ଆସି
କୁହନ୍ତି ତମେ କଟକ ନେଇଯାଅ । ଏଠି ଆଉ
ବେଡ ନାହିଁ କିମ୍ବା ରାତିରେ ଅଲ୍ଟ୍ରାସାଉଣ୍ଡ କରିହେବ ନାହିଁ । ବୁଢା ମୁଣ୍ଡରେ
ବଜ୍ରପାତ ପଡିଯାଏ । ବୁଢା ବହୁତ
ଗୁହାରି କରେ ଡାକ୍ତରଙ୍କୁ । ଏଇଠି ରଖନ୍ତୁ
। ଯାହା ହେବାର ଥିବ ହେବ । ଆମ ପାଖରେ
କେହି ନାହାନ୍ତି । ନାହିଁ ନାହିଁ
ତାହା କ’ଣ ସମ୍ଭବ
ଏହା କହି ଡାକ୍ତର ଡିସ୍ଚାର୍ଜ ଚିଠିଟି ଧରେଇ ଦିଅନ୍ତି । ବୁଢା, ବୋହୁ
ହାତରେ କାଗଜଟି ଧରେଇ ମନ ପୁରା ଟାଣ
କରି ନିଏ । ଯାହା ଭଗବାନଙ୍କ
ଇଚ୍ଛା ସେଇଆ ହେବ । ଆଉ କାହାକୁ
କିଛି ନକହି ସେଠୁ ଗୋଟିଏ ଅଟୋ ଭଡାକରି ନିଜ ଘରେ ପହଞ୍ଚନ୍ତି । ଅରକ୍ଷିତକୁ ଦଇବ
ସାହା ପରି ରାତି ଚାରିଟା ବେଳକୁ ଶନିଆର ବାନ୍ତି ବନ୍ଦ ହୋଇଯାଏ । ସକାଳକୁ ପୁରା
ଭଲ ଅନୁଭବ କରେ ।
ବୁଢା
ମନେ ମନେ ଡାକ୍ତରମାନଙ୍କୁ ଖୁବ୍ ଗାଳିକରେ । କାହିଁକି ଏମାନେ
ପାଠ ପଢିଛନ୍ତି କେଜାଣି? କିଏ ସିନା ରୋଗୀକୁ ସାହାସ ଦିଏ । ଏମାନେ ତ
ଭୟ ବାଣ୍ଟୁଛନ୍ତି । ମନେ ପଡେ
ତାଙ୍କ ସମୟର ତାଙ୍କ ଗାଁର ବଇଦ ଆଉ ଡାକ୍ତରଖାନାର ଡାକ୍ତରଙ୍କ
କଥା । ଔଷଧ ଦେଇସାରି
ପାଖରେ ରଖନ୍ତି । କୁହନ୍ତି ଧୈର୍ଯ୍ୟ
ଧର କିଛି ହୋଇନି । ଏଇ ଔଷଧରେ
ଭଲ ହେବ । ହେଲେ ଏ
ସମସ୍ତେ ସେବା ପରିବର୍ତ୍ତେ ନିଜ କାନ୍ଧରୁ ବୋଝ ଖସାଇଲା ପରି ରୋଗୀକୁ ନିଜଠାରୁ ବିଦା କରିଦେଇ ପାଉଛନ୍ତି ଶାନ୍ତି । ମାନବିକତାର ପ୍ରଶ୍ନ
ଏଠି ନାହିଁ କିମ୍ବା ଡାକ୍ତରଙ୍କ ପାଖରେ ସେବାର ମାନେ କିଛି ନାହିଁ । ବଡବଡ ବେସରକାରୀ
ଡାକ୍ତରଖାନା ମାନଙ୍କରେ ଟଙ୍କା ଅଛି ତ ସେବା ଅଛି
ନଚେତ କେହି କାହାକୁ ପଚାରନ୍ତିନି । ଏମିତି ଭାବିଲା
ବେଳକୁ ସେ ବୁଝି ପାରନ୍ତିନି
ସତରେ କିଏ ଭଲଥିଲା ସେବେଳ ନା ଅଛି ଆଜିର
ଏବେଳ ।
*******
No comments:
Post a Comment