search in www.iswarchandraworld.blogspot.com

Saturday 8 May 2021

ସେବେଳ ନା ଏବେଳ(୨୧)

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା, ଭାଣପୁର

ପୁରୀ-୭୫୨୧୧୪

ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୨୧)

      ଗ୍ରାମାଞ୍ଚଳ ପୂର୍ତ୍ତ ବିଭାଗରେ ପିଅନ ଚାକିରୀରେ ରବି ମଉସାଙ୍କ ଜୀବନ ସରିଗଲା ଜମି ବାଡି କହିଲେ ଗହୀର ଜମି ମାତ୍ର ଦଶଗୁଣ୍ଠ ବର୍ଷକରୁ ଦଶ ମାସ ଚାଉଳ କିଣା ଘରଡିହ ଯେ ବାପାଦାଦା ତିନିଜଣଙ୍କ ନାଁରେ   ଭିନ୍ନେ ହେଲାଠାରୁ ଦାଦାପୁଅ ତାଙ୍କର ଏମିତି ମନମାଳିନ୍ୟ ହୋଇଗଲା ଯେ ଘରଡିହ ବଣ୍ଟା ହୋଇ ପାରିଲା ନାହିଁ ସାତ ସାତଥର ଅମୀନ ଆସି ମାପଚୁପ କଲା, ହେଲେ ସେ ଛିଣ୍ଡାତୁଟା ହୋଇପାରିଲା ନାହିଁ ଶେଷରେ ଗାଁର କେତେଜଣ ଘର ଭଙ୍ଗା ଲୋକଙ୍କ ପ୍ରରୋଚନାରେ ଘରଡିହ ଉପରେ କୋର୍ଟରେ ଜାଇ କେସ୍ଟେ କରିଦେଲା ବାସ୍ ତାପରେ କଥା ସରିଲା ଯେ ସରିଲା ଆଜକୁ ପନ୍ଦରବର୍ଷ ହେବ ନ୍ୟାୟ ମିଳି ପାରିଲା ନାହିଁ ଯେଉଁ ଅଳ୍ପ ଦରମା ଗଣ୍ଡକ ମିଳୁଥିଲା ସେଥିରେ ନିଜ ଚାରିପ୍ରାଣୀର କୁଟୁମ୍ବ ଚଲେଇବା ସହିତ ପୁଅ ଝିଅଙ୍କର ପାଠପଢା ବି ଥିଲା କଷ୍ଟ ତାସାଙ୍ଗକୁ ଭାଗ୍ୟର ବିଡମ୍ବନା, ଘରଡିହ କେସ୍ରେ ଏମିତି ଫସିଗଲେ ଯେ ପଇସା ସେମିତି ପାଣିପରି ବୋହି ଚାଲିଲା କିନ୍ତୁ କେସ୍ ତୁଟି ପାରିଲାନି ପାଖରେ ଆଉ ସେମିତି ଅଧିକ ଟଙ୍କା ହୋଇପାରିଲା ନାହିଁ ଯେ କେଉଁଠି ଅନ୍ୟଜାଗାରେ ଖଣ୍ଡିଏ ଜାଗା କିଣି ଘର କରି ପାରିଥାନ୍ତେ ତେଣେ ଗୋଟିଏ ମାତ୍ର ଇନ୍ଦିରା ଆବାସ ଭଳିଆ ଛାତ ଘର ସେ ପୁଣି ଦାଦା ଅଂଶର ସେଇଥିରେ ଅଛନ୍ତି ଯେ ଅଛନ୍ତି ସେହି ଘର ଭିତରେ ପୁଅଝିଅ ସ୍ତ୍ରୀର ଉଠାବସା ଆଉ ଝିଅ ବଡ ହେଲା ପରଠାରୁ ଆଉ ଖଣ୍ଡିଏ ଚାଳିଆ ଯେଉଁଥିରେ ରୋଷେଇ ଖାଇବା ପିଇବା କରନ୍ତି ତାରି ଭିତରେ ମୁଣ୍ଡଗେଞ୍ଜି ନିଜେ ରହିଯାଆନ୍ତି ଟଙ୍କା ପଇସା ହୋଇଥିଲେ ସିନା କରିଥାନ୍ତେ

      ଉପରକୁ ବିଧିର ବିଚିତ୍ର ନ୍ୟାୟ ଯେ ସ୍ତ୍ରୀକୁ ହୃଦରୋଗ ସ୍ତ୍ରୀକୁ ଛାଡିତ ପାରିବେନି ତେଣୁ ଉଧାର କରଜ କରି ବାଙ୍ଗାଲୋର ନେଇ ଚିକିତ୍ସା କରିକି ଆଣିଥାନ୍ତି ତଥାପି ପ୍ରତି ମାସରେ ସ୍ତ୍ରୀ ପାଇଁ ଔଷଧ ନିହାତି ଲୋଡା ନଚେତ ଜୀବନ ପ୍ରତି ବିପଦ ମନେ ମନେ ଗୋଟିଏ ବିଶ୍ୱାସ ଯେ ଯଦି ଝିଅ ପୁଅ ଉଭୟେ ଭଲ ପାଠ ପଢି ଚାକିରୀ ବାକିରୀ କରି ଯାଆନ୍ତି ତେବେ ପ୍ରଭୁଙ୍କ ଆଶୀର୍ବାଦରୁ ୟାଙ୍କ ଦୁଃଖଦିନ ଚାଲିଯିବ ନିଜ ପେଟକୁ କାଟି ଝିଅପ୍ରତି ପୁରାପୁରି ଧ୍ୟାନ ଦିଅନ୍ତି ହେଲେ ଝିଅ ଏସବୁ ଦୁଃଖକୁ ମନ ଭିତରକୁ ନେଇପାରେନା ତା ଦଶମ ଶ୍ରେଣୀ + ବିଜ୍ଞାନରେ ସେକେଣ୍ଡ ଡିଭିଜନ ହୁଏ ତଥାପି ତାକୁ + ପଢାନ୍ତି ମାତ୍ର ଅଳ୍ପ କେଇଦିନ ପରେ ଝିଅ ଗୋଟିଏ ପୁଅ ସାଙ୍ଗରେ ଚାଲିଯାଏ ରବି ମଉସା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ତୁଛ କରିଦିଅନ୍ତି ସତେଯେମିତି ସେ ଜୀବନରେ ଜଣେ ନିସ୍ୱ, ଅସହାୟ ମାନମହତ ନଥିବା ମଣିଷ ଭଳି ନିଜକୁ ବିବେଚିତ କରି ଜୀବନ କାଟନ୍ତି ପୁଅ ସେତେବେଳକୁ ଅଷ୍ଟମ ଶ୍ରେଣୀରେ ପଢୁଥାଏ ମନରେ ଭୟ ପଶେ ତାଙ୍କ ପୁଅ ବି କାହିଁକି ଏମିତି ଛାଡିକି ଦିନେ ନପଳେଇବ ମୁଣ୍ଡ ଗେଞ୍ଜିବାକୁ ଅସହାୟ ବୃଦ୍ଧ ବୟସରେ ଛାତ ଟିକେବି ନାହିଁ ଜୀବନ ଯନ୍ତ୍ରଣାର କଷାଘାତରେ ଜୀବନର ଅର୍ଥ ହିଁ ତାଙ୍କ ପାଖରେ ଆଉ କିଛି ନଥାଏ ଯେତେବେଳେ ଘର ଟିକେ କରିବା ପାଇଁ ଭାବି ବସନ୍ତି ନିଜ ଘର ଡିହକୁ ଦେଖି ଅନୁତାପ କରନ୍ତି ସବୁଠାରୁ ଛି ଛାକରା ଧିକକ୍ାର କରନ୍ତି ଆଜିର ନ୍ୟାୟ ବ୍ୟବସ୍ଥାକୁ ମନେ ମନେ ବିିଷ ଉଗାଳନ୍ତି ଆଜିର କୋର୍ଟ କଚେରୀ ଉପରେ

      କି ବିଚିତ୍ର ଦୁନିଆ ମନେ ମନେ ଭାବନ୍ତି ଭଲଥିଲା ସେବେଳର ସେ ଗାଁ ଜମିଦାରିଆ କଥା ସେ ଦେଖି ଆସିଛନ୍ତି ତାଙ୍କ ପିଲାବେଳୁ ଗାଁରେ କେତେଥର ନ୍ୟାୟ ନିସାବ ହୋଇଛି ଗାଁର ଜମିଦାରଙ୍କ ଇଜଲାସରେ ହଁ ବେଳେବେଳେ ନ୍ୟାୟରେ ପକ୍ଷପାତିତା ହୁଏ ମାତ୍ର ନ୍ୟାୟ ଖୁବ୍ ଜଲଦି ଆଉ ଖୁବ୍ ସହଜରେ ମିଳେ ବାଡିଆବାଡି, କଳିଝଗଡା, ଜମିବାଡିର ବଣ୍ଟାକୁଣ୍ଟା ଅବା ପୁଅଝିଅଙ୍କର ପ୍ରେମ ସମ୍ପର୍କ ହେଉ ଗୋଟିଏ କିମ୍ବା ଦୁଇଟି ବୈଠକରେ ମାମଲା ରଫାଦଫା କିଏ ଗାଁ ଲୋକଙ୍କ ଗୋଡତଳେ ପଡି ଭୁଲ ମାଗୁଥିଲା କିଏ ଜୋରିମନା ଭରୁଥିଲା ସମସ୍ତେ ସେ ନ୍ୟାୟକୁ ମାନିବାକୁ ବାଧ୍ୟ ହେଉଥିଲେ ନ୍ୟାୟ ମିଳିବା ପାଇଁ ତାରିଖ ଗଡୁ ନଥିଲା ହେଲେ ଆଜିର କୋଟ କଚେରୀ କଥା ଚିନ୍ତା କଲା ବେଳକୁ ମନେମନେ ଭୟ ଦୁଃଖ ଲାଗୁଛି ଥରେ ସେମାନଙ୍କ ପିଣ୍ଢାରେ ଯଦି ପାଦ ରଖିଦେଲେ ତେବେ ଚପଲ ଘୋରି ହୋଇ ଜୀବନ ଅତିବାହିତ ହୋଇଯିବ ହେଲେ ନ୍ୟାୟ ମିଳିପାରିବ ନାହିଁ ଖାଲି ତାରିଖ ପରେ ତାରିଖ, ତାରିଖ ପରେ ତାରିଖ ମହକିଲ ଭାବରେ ଓକିଲକୁ ପୋଷିବା ଛଡା ଆଉ କିଛି ହୁଏନି ଏପଟେ ନିଜ ପେଟକୁ ଦାନାଗଣ୍ଡେ ପଛେ କମ୍ ହୋଇଯାଉ ତାରିଖ ଦିନରେ କୋର୍ଟରେ ହାଜର ହେବା ପାଇଁ ପଇସା କେଉଁଠୁ ନା କେଉଁଠୁ ଯୋଗାଡ କରିବାକୁ ପଡିଥାଏ ଜୀବନରେ ସର୍ବସ୍ୱ ଲୁଟିଯାଏ କିନ୍ତୁ ନ୍ୟାୟ ମିଳିପାରେନି ଯଦି କେଉଁଠି ବି ମିଳିଥାଏ, ପୁଣି ବିପକ୍ଷ ଉପର ଅଦାଲତକୁ ଟାଣିନିଏ ସେଠି ବିଚାର ହେଉ ହେଉ ପୁଣି ସେଇ ଏକା ଦଶା ତାଙ୍କ ଭଳି ଜୀବନ ତଳିତଳାନ୍ତ ହୋଇଯାଏ ଯଦି ଆଗଭଳି ଗାଁ ଜମିଦାରୀଙ୍କ ମୂରବୀ ପଣିଆରେ ତାଙ୍କ ଘରଡିହ ବଣ୍ଟା ହୋଇ ପାରିଥାନ୍ତା  ବୋଧହୁଏ ତାଙ୍କ ଜୀବନର ଦୃଶ୍ୟପଟ ଆଜି ଆଉ ହୋଇଥାନ୍ତା ଯେତିକି ପଇସା କୋର୍ଟ କଚେରୀରେ ଚକର ମାରି ଖର୍ଚ୍ଚ କରି ନୟାନ୍ତ ହୋଇ ଗଲେଣି ସେଥିରେ ବାର୍ଦ୍ଧର୍କ୍ୟ ଜୀବନରେ ମୁଣ୍ଡ ଗେଞ୍ଜିବାକୁ ଘର ଖଣ୍ଡେ କରି ପାରିଥାନ୍ତେ ଏଭଳି ଭାବୁ ଭାବୁ ସାମାଜିକ ନ୍ୟାୟ ବ୍ୟବସ୍ଥା ପ୍ରତି ତାଙ୍କର ଘୋର ଅବିଶ୍ୱାସ ଆସେ ସେ ଜାଣନ୍ତି କଥାରେ ଅଛି ଡେରିରେ ନ୍ୟାୟ ମିଳିବାଟା ନ୍ୟାୟ ନମିଳିବା ସଙ୍ଗେ ସମାନ ଆଜିର ବିଚରାଳୟ ମାନଙ୍କରେ କେସ୍ ଫଇସଲା ହେଲା ବେଳକୁ ମୁଦଲା ମାନଙ୍କର ଜୀବନ ଡାଏରୀର ଅନେକ ଅମୁଲ୍ୟ ଫର୍ଦ୍ଦ ଚିରି ନଷ୍ଟଭ୍ରଷ୍ଟ ହୋଇ ଯାଇଥାଏ ମୁଣ୍ଡରେ ହାତ ଦେଇ ସେ ବୁଝିପାରନ୍ତିନି କେଉଁ ବେଳ ସତରେ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ

*******

ସେବେଳ ନା ଏବେଳ(୨୦)

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା, ଭାଣପୁର

ପୁରୀ-୭୫୨୧୧୪

ମୋ-୯୭୭୮୫୧୯୬୭୮

ସେବେଳ ନା ଏବେଳ(୨୦)

      ପ୍ରଶାନ୍ତ ବାବୁ ଖୁବ୍ ଖୁସି ସାଂସାରିକ ଜୀବନର ସମସ୍ତ କର୍ମକୁ ସେ ତୁଲାଇ ସାରିଛନ୍ତି ମନରେ ଆଉ କୌଣସି ବିଷାଦ ନାହିଁ ମଙ୍ଗଳମୟ ମଧ୍ୟ ତାଙ୍କୁ ଜୀବନରେ କୌଣସି ଖୁସିରେ ଉଣା କରିନାହାନ୍ତି ନିଜେ ଥିଲେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଉଚ୍ଚପଦସ୍ତ କର୍ମଚାରୀ ସ୍ତ୍ରୀ ଜଣେ ଶାନ୍ତ ସରଳ ଗୃହୀଣୀ ବାପା ବୋଉବି ତାଙ୍କୁ ଛାଡିଯିବାର ଆଜକୁ ପ୍ରାୟ ଦଶ ବର୍ଷ ହୋଇଗଲାଣି ପୁଅକୁ ଝିଅକୁ ଇଞ୍ଜିନିୟର ପାଠ ପଢାଇ ସାରିବା ପରେ ଝିଅ ବାହାଘର ଚାରିବର୍ଷ ହେଲା ଝିଅ ଜ୍ୱାଇଁ ବାଙ୍ଗାଲୋରରେ ଘରଦ୍ୱାର କିଣି ନିଜର ଗୋଟିଏ ଝିଅ ସହିତ ଖୁବ୍ ଖୁସିରେ ଅଛନ୍ତି ଏଇ ଦେଢ ବର୍ଷତଳେ ପୁଅ ବିବାହର କରିଛନ୍ତି ହେଲେ ପୁଅ ଭଲପାଉଥିବା ଗୋଟିଏ ଉତ୍ତରପ୍ରଦେଶଝିଅ ସହିତ ଉଭୟେ ଭୂବନେଶ୍ୱରର ଦୁଇଟି ଅଲଗା ଅଲଗା କମ୍ପାନୀରେ କାର୍ଯ୍ୟରତ ପୁଅ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍ ଏମ୍‌.ବି. ତେଣୁ ଗୋଟିଏ ଇଞ୍ଜିନିୟରିଂ କନସ୍ଟ୍ରକ୍ସନ କମ୍ପାନୀରେ ପ୍ରୋଜେକ୍ଟ ଡାଇରେକ୍ଟର ବୋହୁ ଅନ୍ୟ ଏକ କମ୍ପାନୀରେ ସିଷ୍ଟମ୍ ଇଞ୍ଜିନିୟର ଟଙ୍କା  ପଇସାର ଅଭାବ ଆଦୌ ନାହିଁ ଭୂବନେଶ୍ୱର ଓଲ୍ଡଟାଉନ୍ରେ ଏକ କଲୋନୀରେ ଗୋଟିଏ ସୁନ୍ଦର ଘର କରିଛନ୍ତି ପ୍ରଶାନ୍ତବାବୁଙ୍କ ବର୍ତ୍ତମାନର ନିତିଦିନିଆ କାମ ହେଉଛି ନିଜ ଘର ବାଲକୋନିରେ ବସି ଖବର କାଗଜ ବହି ପଢାପଢି ସହିତ ଭୂବନେଶ୍ୱରର ପରିବେଶ ସହିତ ନିଜ ଜୀବନକୁ ଉପଭୋଗ କରିବା ଆଉ ଘରେ ଧର୍ମ ପରାୟଣୀ ପତ୍ନୀ ଦିନତମାମ ଧାର୍ମୀକ ପୁସ୍ତକ ପଢାଠାରୁ ଆରମ୍ଭ କରି ଘରେ ପୂଜା ପାଉଥିବା ଦିଅଁ ଦେବତାଙ୍କ ପାଖରେ ବିଭିନ୍ନ ରିତୀ ନିତି କରିବାରେ ଖୁବ୍ ଆନନ୍ଦ ପାଆନ୍ତି ଘରେ ପୁଅ ଚାକର ଚାକରାଣୀ ଖଞ୍ଜି ଦେଇଛି ରୋଷେଇ ବାସ କରିବା ପାଇଁ ଘରେ ଦୁଇଟି କାର୍ ସେଥିରୁ ପୁରୁଣା ମାରୁତି କାର୍ଟି ପ୍ରଶାନ୍ତ ବାବୁଙ୍କର ଅନ୍ୟ ନୂଆ ମାରୁତୀ ସେଲେରିଓ କାର୍ଟି ପୁଅ ବୋହୁଙ୍କର

       ପୁଅ ବୋହୁ ପ୍ରଥମେ ପ୍ରଥମେ ବିବାହର ଛଅମାସ ପର୍ଯ୍ୟନ୍ତ କାର୍ରେ ସାଙ୍ଗ ହୋଇ ଯାଉଥିଲେ ମାତ୍ର ପରେ ନିଜ ନିଜର ଅଫିସ୍ କାମରେ ସମୟ ବ୍ୟବଧାନ ଅଲଗା ହେବାରୁ ବୋହୁ ନୂଆ କାର୍ଟି ପୁଅ ପୁରୁଣା କାର୍ଟି ନେଇକରି ଯାଉଛି ନାତି ନାତୁଣୀର କିଛି ଆଭାସ୍ବି ନଥାଏ ସେତେବେଳକୁ ପୁଅର ବିବାହ ଆସି ଦେଢବର୍ଷ ବିତି ସାରିଥାଏ ହଠାତ୍ ପ୍ରଶାନ୍ତବାବୁ ଗୋଟିଏ ଘଟଣା ଦେଖି ଖୁବ୍ ବିବ୍ରତ ହୋଇ ପଡନ୍ତି ପ୍ରାୟ ପ୍ରତିଦିନ ତାଙ୍କ ବୋହୁ ଅଫି୍ସରୁ ଫେରିବା ବେଳକୁ ତାଗାଡିରେ ଆଉ ଜଣେ ପୁରୁଷ ବସିକରି ଆସୁଥାଏ ଗାଡିରୁ ଓହ୍ଲାଇଲାବେଳେ ଦୁଇଜଣଙ୍କର ଖୁବ୍ ଥଟା ତାମସା ସତେଯେପରି ଦୁଇଜଣଙ୍କର ଅତରଙ୍ଗତା ଖୁବ୍ ଅଧିକ ଏପରି ଦେଖି ପ୍ରଶାନ୍ତବାବୁଙ୍କୁ  ବେଳେବେଳେ ମାନସିକ ଅଘାତ ଲାଗେ ପୁଅ ପ୍ରତିଦିନ ଅଫିସ ଫେରିବା ବେଳକୁ କେଉଁ ଦିନ ରାତି ଆଠଟା କେଉଁଦିନ ଦଶଟା ତାହା ଠିକ୍ ନଥାଏ ଘର ଭିତରେ କିନ୍ତୁ ପୁଅ ବୋହୁଙ୍କର ସମ୍ପର୍କ ଖୁବ୍ ଭଲ ସେଥିରେ ବି ସେମିତି ମନମାଳିନ୍ୟ ଅବା ସ୍ନେହପ୍ରିତୀରେ କମି କିଛି ବି ନଥାଏ ମାତ୍ର ଚାରିତ୍ରିକ ଦୃଷ୍ଟିକୋଣରୁ ସଂଯମୀ ପ୍ରଶାନ୍ତବାବୁଙ୍କୁ ଏଭଳି ଆଚରଣ ଖୁବ୍ ବ୍ୟଥିତକରୁଥାଏ   ନିଜ ପତ୍ନୀଙ୍କ ମାଧ୍ୟମରେ ଏକଥା ବି ପୁଅକୁ ଖୋଲିକରି କହିଦେବାକୁ ସେ ଉଚିତ୍ ମନେ କରନ୍ତିନି ଦିନେ ପତ୍ନୀଙ୍କ ମାଧ୍ୟମରେ ବୋହୁକୁ ନାତିନାତୁଣୀର ବ୍ୟବସ୍ଥା କଥା ପଚାରନ୍ତି ବୋହୁ ହସିଦେଇ ତାଙ୍କ ପତ୍ନୀଙ୍କୁ କହେ ହଁ ମାସମୟ ଆସିଲେ ହେବନି

      କିନ୍ତୁ ତାଙ୍କ ବୋହୁର ସେ ପୁରୁଷ ବନ୍ଧୁ ସହିତ ଯା ଆସ ମିଳାମିଶା ସେମିତି ଥିବାର ଦେଖି ପ୍ରଶାନ୍ତବାବୁ ମନେ ମନେ ଭାବି ବସନ୍ତି ଛି..ଛି..ଛି.... କି ଯୁଗ ହେଲା ଏଭଳି ଅବିବେକି ଚରିତ୍ର ଦିନ ଥିଲା ଆମ ବେଳେ ବିବାହିତ ବୋହୁର ବର୍ଷେ ପର୍ଯ୍ୟନ୍ତ କେହି ମୁହଁ ଦେଖି ପାରୁନଥିଲେ ତାଙ୍କ ପତ୍ନୀ ବର୍ଷେ ଯାଏଁ ମୁଣ୍ଡରୁ ଓଢଣୀ କାଢି ନଥିଲେ ବାହାର ପୁରୁଷଙ୍କ କଥା ଛାଡନ୍ତୁ ଘର ଭିତରଟାରେ ବୋହୁ ପରା ଦେଢସୁରଙ୍କୁ ନିଜର ମୁହଁ ଦେଖେଇବା ପାପ ବୋଲି ବିବେଚନା କରାଯାଉଥିଲା କେତେ ସଂଜତତା ସେବେଳେ ବୋହୁର ମର୍ଯ୍ୟାଦା ତା ଲଜ୍ଜାବୋଧ ଚିରାଚରିତ ସାମାଜିକ ପ୍ରଥା ଭିତରେ ହିଁ ସମାଜ ଖୋଜୁଥିଲା ହେଲେ ଚାହୁଁ ଚାହୁଁ ଏହି ଦୁଇ ଦଶନ୍ଧି ଭିତରେ ସବୁ ବଦଳି ଗଲାଣି ବିବାହରରେ ବୋହୁର ମୁହଁ ଦେଖେଇ ଉପହାର ଆଦାୟ ହେଲାଣି ଘରେ ବଡଗୁରୁଜନଙ୍କ ସାମନାରେ ନୂଆ ବୋହୁର ଓଢଣୀ ଭିତରେ ମାନ୍ୟ ସବୁ କୁଆଡେ ଉଭେଇଗଲାଣି ଏମିତି ଭାବୁ ଭାବୁ ବିରକ୍ତହୋଇ ଭାବି ବସନ୍ତି ଆଜି ପୁଅ ଆସିଲେ ଏକୁଟିଆ ବେଳେ ତାଙ୍କ ବୋହୁର ଏଭଳି ଆଚରଣ କଥା ପଚାରିବେ   ସତକୁ ସତ ସେଦିନ ପୁଅକୁ ଏକୁଟିଆ ଅବସ୍ଥାରେ ତାଙ୍କ ବୋହୁର ସେ କଥା ପଚାରିଲା ବେଳକୁ ପୁଅ ଉତ୍ତର ଦିଏ ବାପା ତୁମ ଜମାନା ଆଉ ନାହିଁ ତୁମେ ଜାଣିନ ବୋଧେ ଭାରତର ମାନ୍ୟବର ଉଚ୍ଚତ୍ତମ ନ୍ୟାୟଳୟ ରାୟରେ କହିଛନ୍ତି  ପର ପୁରୁଷ ସହିତ କୌଣସି ବିବାହିତା ସ୍ତ୍ରୀର ସହମତି ଭିତ୍ତିକ ସମ୍ପର୍କ ଆଇନତଃ ସିଦ୍ଧ ସେଠି କେହି କିଛି କହି ପାରିବେ ନାହିଁ ତେଣୁ ତୁମେ ସେଥିରେ କାଇଁ ଏତେ ବ୍ୟସ୍ତ ହେଉଛ ସେତ ମୋ ସହିତ ମୋ ପତ୍ନୀ ହିସାବରେ ଅଛି ନା ତାହା ସବୁଠୁ ବଡ ମୁଁ ଚାହିଁଲେ ବି ତାରି ଭଳି ଆଚରଣ କରିପାରେ ଉତ୍ତର ଶୁଣି ପ୍ରଶାନ୍ତ ବାବୁ ପୁରାପୁରି ସ୍ତବ୍ଧ ଆରେ ଆଜିର ପିଢୀତ ଏହାକୁ ଆଦରେ ଗ୍ରହଣ କରି ସାରିଲେଣି ମାତ୍ର ମୁଁ କାହିଁ ଗ୍ରହଣ କରିପାରୁନି ନା ନା ମୁଁ ଖୁବ୍ ମରହଟ୍ଟୀ, ପଛୁଆ ହୋଇ ରହି ଯାଇଛି ବୋଧେ ହେଲେ ଅବସର ବୟସରେ ନିଜକୁ ଆଉ ବଦଳେଇ ହେବ ଏମିତି ଭାବୁ ଭାବୁ ବିଷାଦଗ୍ରସ୍ତ ମନରେ ବୁଝି ପାରୁନଥାନ୍ତି ସତରେ କିଏ ଭଲ ଥିଲା ସେବେଳ ନା ଅଛି ଆଜିର ଏବେଳ

*******

 

OLD IS PLATINUM

 DETAILS OF MY EARLIER POSTS