search in www.iswarchandraworld.blogspot.com

Monday 16 March 2020

Odia Novel, ପାପ (ଉପନ୍ୟାସ)


                                                                                                    
                
 
                                                                                              ଈଶ୍ୱରଚନ୍ଦ୍ର ନାୟକ
                                                                                                ବାଙ୍ଗୁଋଷ ପାଟଣା
                                                                                                ଭାଣପୁର, ପୁରୀ
                                                                                        ମୋ-୯୭୭୮୫୧୯୬୭୮         






ପାପ (ଉପନ୍ୟାସ)

  

ଟିକେ ପଢିନିଅନ୍ତୁ ନା!

         ଇଏ କହେ ପାପ, ସିଏ କହେ ପାପ, କିଏ କହେ ମହାପାପ । ଏଠି ପାପ, ସେଠି ପାପ, ସବୁଠି ପାପ । ହେଲେ ପ୍ରକୃତରେ ଏ ପାପ କଣ? କଣ କରେ ଏ ପାପ, କଣ ନକରେ ଏ ପାପ, କେଉଁଠୁ ଆସେ ଏ ପାପ, କେଉଁଠିକି ଯାଏ ଏ ପାପ, ଏ ପାପର ଘର କେଉଁଠି । ଏମିତି ଅନେକ ପ୍ରଶ୍ନ ଏବେବି ଅସ୍ପଷ୍ଟ ।
        ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀର ଚରିତ୍ର ଅଟେ ଅନନ୍ୟ । ଆଧୁନିକତାର ଉଗ୍ର ଅନ୍ଧକାର ଭାରତୀୟ ନାରୀ ମାନଙ୍କୁ ଅନେକାଶଂରେ କବଳିତ କରିବାରେ ଲାଗିଥିଲେ ମଧ୍ୟ ଏବେବି ଏମିତିକା ନାରୀ ଚରିତ୍ର ଭାରତୀୟ ସମାଜରେ ଦେଖିବାକୁ ମିଳେ ଯେକି ବିବାହିତା ନାରୀର ପରପୁରୁଷ ସହିତ ସମ୍ଭୋଗକୁ ପାପ ବୋଲି ବିବେଚନା କରେ ।
        ଏମିତି ଏକ ବିବାହିତା ସ୍ତ୍ରୀ ସହିତ ଜଣେ ବିବାହିତ ପୁରୁଷର ସମ୍ପର୍କକୁନେଇ ଏହି ଉପନ୍ୟାସଟିର ପୃଷ୍ଠଭୂମୀ । ବିବାହିତା ସ୍ତ୍ରୀ ଜଣକ ଆଧୁନିକତାର ଚାକଚକ୍ୟରେ ଛନ୍ଦି ହୋଇଥିଲେ ମଧ୍ୟ ଅନ୍ୟ ଏକ ବିବାହିତ ପୁରୁଷ ର ପ୍ରେମରେ ପଡି ସମ୍ଭୋଗକୁ ସବୁବେଳେ ପାପ ଶବ୍ଦର ଆଳରେ ଟାଳିଟାଳି ତାକୁ ଠକିି ଚାଲିଛି । ପ୍ରେମିକାଟିର ମନରେ ଥିବା ପାପ ଶବ୍ଦର ସଜ୍ଞା କୁ ପ୍ରେମିକଟି ଅନେକଥର ବଦଳେଇବାକୁ ଚେଷ୍ଟା କରିଛି ହେଲେ ପାରିନି । ପ୍ରେମିକଟି ଆକଷ୍ମିକ ଭାବେ ଏକ ଅନନ୍ୟ ଚରିତ୍ରର ସଂସର୍ଗ ରେ ଆସିଛି ଯାହାର ଜୀବନ ଦର୍ଶନ ଏହି ପାପ ଶବ୍ଦର ସଜ୍ଞା ରେ ହିଁ ଭାରାକ୍ରାନ୍ତ । ପଢାଇଛି ପ୍ରେମିକାକୁ ଏହି ଅନନ୍ୟ ଚରିତ୍ରର ଜୀବନ କାହାଣୀ । ତଥାପି ନିଜ ସଜ୍ଞାରେ ଅଟଳ । ବଦଳିନି ପ୍ରେମିକା । ଶେଷରେ ପ୍ରେମିକାଟିର ମନରେ ଗଣ୍ଠିପଡିରହିଥିବା ପାପ ଶବ୍ଦର ସଜ୍ଞାଟି କଣକଣ କରିଚାଲିଛି ତାହା ବୋଧହୁଏ ଜାଣିବାର କଥା .................

ଈଶ୍ୱରଚନ୍ଦ୍ର ନାୟକ


*****


ଏକ


         ସମୟ ଦିନ ୧୦ଟା । ଶିବାନୀ ଓ ତାର ବାପା ଦୁଇଜଣଯାକ ଅନୂପ ଚାକିରୀ କରୁଥିବା ପବ୍ଲିସିଙ୍ଗ୍ ହାଉସ୍‌ର ଫାଟକ ଖୋଲି ଭିତରେ ପ୍ରବେଶ କରନ୍ତି । ରେସେପେ୍‌ସନ୍ ରେ ଯାଇ ଶିବାନୀ ନିଜର ଆପଏଣ୍ଟମେଣ୍ଟ୍ ଲେଟର୍ ରେସେପେ୍‌ସନ୍‌ଷ୍ଟି କୁ ଦେଇ ତା ବାପା ଓ ସେ ଦୁହେଁ ସେଠାରେ ପଡିଥିବା ସୋଫା ଉପରେ ବସିରୁହନ୍ତି । ରେସେପେ୍‌ସନ୍‌ଷ୍ଟି କାହାକୁ ଫୋନ୍ କରେ ଏବଂ ସଙ୍ଗେସଙ୍ଗେ ସେ ଦୁଇଜଣଙ୍କୁ ନେଇ ଆର.ଏସ୍‌.ଶର୍ମାଙ୍କ ଚାମ୍ବର୍ କୁ ନେଇଯାଏ । ସେଠାରେ ଶିବାନୀ ଶର୍ମାଜୀକୁ ନମସ୍କାର କରେ ଓ ଶିବାନୀର ବାପା ମଧ୍ୟ । ଶର୍ମାଜୀ ଦୁଇଜଣଙ୍କୁ ବସିବାକୁ କୁହନ୍ତି । ତା ପରେ ଚା ମଧ୍ୟ ପିଅନ ହାତରେ ମଗାନ୍ତି ।
       ଶର୍ମାଜୀଙ୍କର ବୟସ ପ୍ରାୟ ପଚାଶ । ହେଲେ ବୁଢାର ଜାତୀୟ ସ୍ତରରେ ବୁକ୍ ଓ ମାଗାଜିନ୍ ଏଡିଟର୍ ଭାବରେ ଭଲ ନାଁ । କଥା ପ୍ରସଙ୍ଗରେ ଶର୍ମାଜୀ ଶିବାନୀ ବାପାଙ୍କୁ କୁହନ୍ତି, ଆପ୍ ସୋଚିଏ ମତ୍ । ଆପକା ବେଟି ୟାହାଁ ସହିସଲାମତ୍ ରହେଗି ଔର୍ ଉସ୍‌କି ଭବିଷ୍ୟ ଭି ଅଚ୍ଛା ବନଯାଏଗା ।
       ଶର୍ମାଜୀ ମଧ୍ୟ ଅତିି ଭଦ୍ର ଓ ଶିଷ୍ଟାଚାର ସମ୍ପର୍ଣ୍ଣ ବ୍ୟକ୍ତି । ସେ ଓଡିଆ କଥା ସେତେ ଭଲ କହିପାରୁନଥିଲେ ବି ବହୁତ ସୁନ୍ଦର ଓଡିଆ ଲେଖିପାରନ୍ତି ଓ ବୁଝିପାରନ୍ତି । ଶିବାନୀର ବାପା ଟିକେ ଋଦ୍ଧ କଣ୍ଠରେ କୁହନ୍ତି ସେଥିରେ କିଛି କଥା ନାହିଁ ସାର୍ ହେଲେ ମୋ ଝିଅର ଭାଗ୍ୟଟି ବର୍ତ୍ତମାନ ବହୁତ ଖରାପ । ଦୁଇ ବର୍ଷର ପୁଅଟିଏ । ହଠାତ୍ ତା ସ୍ୱାମୀର ଏକ ସିଭିଅର୍ ଆକ୍ସିଡେଣ୍ଟ୍ ରେ ତାଙ୍କର ଗୋଟିଏ ଗୋଡ ସମ୍ପୁର୍ଣ୍ଣ ଫ୍ରାକ୍‌ଚର୍ ହୋଇଯାଇଛି ତେଣୁ ସେ ପୁରାପୁରି ବେଡ୍‌ରିଡେନ୍ ।
        ଶର୍ମାଜୀ ହଠାତ୍ ଟିକେ ଚୁପ୍ ବସିପଡି ଭାବିବାକୁ ଲାଗିଲେ ଏତ ପବ୍ଲିସିଙ୍ଗ ହାଉସ୍ କାମ ପୁଣି ପ୍ରାଇଭେଟ୍ ଚାକିରୀ । ଏ ଅବସ୍ଥାରେ ଶିବାନୀ ସବୁ କାମ ସୁଚାରୁ ରୁପେ କରି ପାରିବଟି? ଶିବାନୀ କଣ କେଜାଣି ଶର୍ମାଜୀଙ୍କ ମୁହଁରୁ ପଢିଲା, କହିବାକୁ ଲାଗିଲା ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି ସାର୍ । ମୋ କାମରେ ଆପଣ ଆଦୌ ହେଳା ଦେଖିବେନି ଓ ମୋ କାମ ମୁଁ ସୁଚାରୁରୁପେ କରିବି । ଏଇଥିଲା ଶର୍ମାଜୀଙ୍କ ମାଇଁ ଶିବାନୀର ଉପସ୍ଥିତ ବୁଦ୍ଧି ର ପରୀକ୍ଷା ଯାହା ଏକ ପବ୍ଲିସିଙ୍ଗହାଉସ୍‌ର କର୍ମଚାରୀ ପାଖରେ ରହିବା କଥା । ଶର୍ମାଜୀ ଜାଣିଦେଲେ ମୋ ମୁହଁର ଭାବ ପଢି ଶିବାନୀ ଯଦି କଥା ଯାଣିପାରୁଛି ସେ ନିଶ୍ଚୟ ଭଲ କାମ କରିପାରିବ ।
       ଏହାପରେ ଶର୍ମାଜୀ ଶିବାନୀର ବାପାଙ୍କୁ କହିଲେ ଠିକ୍ ଅଛି ଆପଣ ଏଥର ଆସି ପାରନ୍ତି । ଆଜିଠାରୁ ଶିବାନୀ ତାର କାମରେ ଯୋଗଦଉ । ଶିବାନୀର ବାପା ଅଫିସ୍ ରୁ ଫେରି ଗେଟ୍ ବାହାରେ ଟିକେ ଅଫିସର ବିଲ୍ଡିଙ୍ଗ୍ କୁ ନିରୀକ୍ଷଣ କଲେ । ତାଙ୍କ ଆଖିରୁ କେଇଟୋପା ଲୁହ ଝରି ଆସିଲା । ସେ କେବେ ବି ଚିନ୍ତା କରିନଥିଲେ ତାଙ୍କର ଅତି ଅଲିଅଳି ଗେଲବସର ଝିଅ ଶିବାନୀ ଦିନେ ବିବାହରର ମାତ୍ର ୩ ବର୍ଷ ପରେ ଗୋଟେ  ପ୍ରାଇଭେଟ୍ ପବ୍ଲିସିଙ୍ଗ୍ ହାଉସ୍‌ରେ ଆସି ଚାକିରୀ କରିବ ବୋଲି । ହେଲେ ପବ୍ଲିସିଙ୍ଗ୍ ହାଉସ୍ ଟି ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ୍ଣ ପବ୍ଲିସିଙ୍ଗ୍ ହାଉସ୍ ସେଥିପାଇଁ ମନ ଟିକେ ଆସ୍ୱସ୍ତ । ଯାହା ହେଉ ଭଗବାନଙ୍କ ଉପରେ ସବୁ ସମର୍ପି ଘରକୁ ଫେରିଲେ ।
      ଶର୍ମାଜୀ ଫୋନ୍‌ରେ ଅନୂପକୁ ନିଜ ଚାମ୍ବର୍ କୁ ଡକେଇଲେ । କହିଲେ ଏ ହେଉଛନ୍ତି ଶିବାନୀ, ଶିବାନୀ ମହାପାତ୍ର । ଏ ଆଜିଠାରୁ ଆମ ପବ୍ଲିସିଙ୍ଗ୍ ହାଉସ୍ ରେ ଆକୁଇଜିସନ୍ ଏଡିଟର୍ ରୂପେ ନିଯୁକ୍ତି ହେଲେ । ଅନୂପ ହଠାତ୍ ଶିବାନୀକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ସେତିକି ସ୍ତବ୍‌ଧ ମଧ୍ୟ ହୋଇଗଲା । ଶିବାନୀ ଅନୂପକୁ ନମସ୍କାର କଲା । ଶର୍ମାଜୀ କହିଲେ ଶିବାନୀକୁ ତାଙ୍କ ବସିବା ସିଟ୍‌କୁ ନେଇଯାଅ । ଅନୂପ କହିଲା ଆସନ୍ତୁ ମ୍ୟାଡାମ୍ ।
       ଅନୂପ କ୍ୟାବିନ୍‌ରେ ଦୁଇଟି ଟେବୁଲ୍ । ଅନୂପ ଟେବୁଲ୍ ଟି ଗୋଟିଏ ବଡ ଟେବୁଲ୍ । ଅନୂପ ସାମନାରେ କିଛି ଦୂରରେ ଆଉଗୋଟିଏ ଟେବୁଲ୍ ଯେଉଁଠି ଶିବାନୀର ବସିବା ସ୍ଥାନ । ଶିବାନୀ କୁ ତା ସିଟ୍ ଟି ଦେଖାଇ ଦେଇ ଅନୂପ କହିବାକୁ ଲାଗିଲା ବସନ୍ତୁ ମ୍ୟାଡାମ୍ । ଇଏ ଆଜିଠୁ ଆପଣଙ୍କ କ୍ୟାବିନ୍‌, ଆପଣଙ୍କ ଅଫିସ୍ । ଅନୂପ ଯାଇ ବସିଲା ନିଜ ଚେୟାର୍‌ରେ ଏବଂ କଣ ଗୋଟେ ପଢିବାକୁ ଲାଗିଲା ନିଜ ଟେବୁଲ୍ ଉପରେ । ଶିବାନୀ କିଛି ସମୟପରେ ପଚାରିଲା ସାର ବର୍ତ୍ତମାନ ମୁଁ କଣ କରିବି । ଅନୂପ କହିଲା ଆପଣ ସେ ଟେବୁଲ୍ ଉପରେ ଯେତେ ଫାଇଲ୍ ସବୁ ଅଛି ଆରାମରେ ବସି ପଢନ୍ତୁ । ଆଜି ଆପଣଙ୍କର ଜୟନିଙ୍ଗ୍ ଦିନ । ତେଣୁ ଆପଣଙ୍କ ପାଇଁ ସେମିତି କିଛି କାମ ନାହିଁ । ଏଣିକି ଅନୂପ ପୁଣି ପଢିବାକୁ ଲାଗିଲା । ଶିବାନୀ ମଧ୍ୟ ତା ଚୌକି ଉପରେ ଅତି ସଂଙ୍କୋଚରେ ବସି ଫାଇଲ୍ ଟିଏ ଆଣି ପଢିବାକୁ ଆରମ୍ଭ କଲା । ଅନୂପ ନିଜ ସିଟ୍‌ରେ ବସି ପଢୁଥିଲେ ମଧ୍ୟ ସେ ମଝିରେମଝିରେ ଶିବାନୀକୁ ଟିକେ ଅନଉଥାଏ । ତା ରୂପରଙ୍ଗକୁ ଟିକେ ତା ଅଜାଣତରେ ଦେଖୁଥାଏ ।
      ଶିବାନୀ ଦେଖିବାକୁ ବହୁତ ସୁନ୍ଦର । ଉଚ୍ଚତା ପ୍ରାୟ ପାଞ୍ଚ ଫୁଟ୍ ପାଞ୍ଚ ଇଞ୍ôଚ । ଅନୁପର ଉଚ୍ଚତା ସଙ୍ଗେ ସମାନ । ଦେଖିବାକୁ ଚେହେରାଟି ଡଉଲଡାଉଲ । ଗାଲରେ କଳାଯାଇଟିଏ ଗୋରା ମୁହଁକୁ ଅତି ସୁନ୍ଦର କରିଥାଏ । ଶିବାନୀ ଯେତେବେଳେ କଥାକୁହେ ଦେଖିବାକୁ ମଧ୍ୟ ଆହୁରି ସୁନ୍ଦର ଲାଗେ । ବାଳଗୁଡିକ ବହୁତ ଲମ୍ବା । ବେଣିକରି ଛାଡିଦେଲେ ଶିବାନୀର ଅଣ୍ଟା ପାଖ ପର୍ଯ୍ୟନ୍ତ ପଡେ । ଶାଢୀ ପିନ୍ଧିବା ଶୈଳୀଟି ଅତ୍ୟନ୍ତ ମନରୋମ । ଶାଢୀ ପିନ୍ଧି କାନ୍ଧରେ ଲମ୍ବାଫିତା ଲାଗିଥିବା ଭ୍ୟାନିଟ୍ ଟି ପକାଇଦେଲେ ସତେଯେପରି ଆଜିକାଲିକା ହିରୋଇନ୍ । କଥା କହିବା ମାତ୍ରେ ତା ମୁହଁରୁ ସୁନାର ହସ ଝରିପଡେ ।


      ସମୟ ଅପରାହ୍ନ ୪ଟା ହେଲାଣି । ସେଦିନ ଆଉ ଅନୂପର କାମ କରିବାରେ ମଧ୍ୟ ମନ ଲାଗିନି । ସେ ଖାଲି ଶିବାନୀକୁ ମନେମନେ ତର୍ଜମା କରିବାରେ ଲାଗିଛି । ଅନୂପ କହିଲା ଆଚ୍ଛା ମ୍ୟାଡାମ୍ ଆପଣ ଏବେ ଘରକୁ ଯାଇପାରନ୍ତି । ଶିବାନୀ ମନରେ ଖୁସି କହିଲେ ନସରେ । ଘରେ ୨ ବର୍ଷର ପୁଅକୁ ଛାଡିକି ଆସିଛି ତା ବୋଉ ପାଖରେ । ବିଚରା କଣ କରୁଥିବ । ଭୋକରେ ଆଉଟୁ ପାଉଟୁ ହଉଥିବ । ଅଫିସ୍ ରୁ ବିଦାୟ ନେବା ବେଳେ ଅନୁପକୁ ନମସ୍କାର କରି ବିଦାୟ ନେଲା ।
      ରାସ୍ତାରେ ଅପେକ୍ଷା କରିଛି ବସ୍‌କୁ ଘରକୁ ଯିବା ପାଇଁ । ମନେମନେ ଭାବୁଛି ବୋଧହୁଏ ଭଗବାନ ଭଲ ଯାଗାରେ ଆଣି ପହଞ୍ଚେଇ ଦେଲେ । ସେ ପ୍ରଥମେ ଅନୂପକୁ ଦେଖି ଶଙ୍କା କରିଥିଲା ହେଲେ ପ୍ରଥମ ଦିନରେ ଅନୁପର ବ୍ୟବହାର ଦେଖି ସେ ମନେମନେ ଭାରି ଖୁସି ହୋଇଗଲା । ବସ୍ ଆସି ପହଞ୍ôଚଲା । ବସ୍‌ରେ ବସି ଶିବାନୀ ଘରକୁ ଗଲା । ଘରେ ପହଞ୍ôଚ ଆଗ ପୂଅକୁ  କୁଣ୍ଢେଇପକାଇ ଟିକେ ଗେଲ କରିଦେଲା । ଆଖିରୁ ଦୁଇଟୋପା ଲୁହ ଝରି ପଡିଲା । ମନେମନେ ଭାବିଲା ବିଧାତା ଏହି ସମୟରେଏମିତି କଷ୍ଟ ଲେଖିଥିଲା । ତଥାପି ପୁଅକୁ ପାଖରେ ପାଇ ସବୁ ଦୁଃଖ ଭୂଲିଗଲା । ରାତିରେ ଶୋଇବା ସମୟରେ ଶିବାନୀ ଭାବିଲା ଯାହାହେଉ ମାସକୁ ଟ୧୦,୦୦୦ଙ୍କା ଦରମା ବର୍ତ୍ତମାନ ବହୁତ କାମରେ ଆସିବ । ସେତ ଘରେ ଖଟଉପରେ ଶୋଇରହଛନ୍ତି । ଅବଶ୍ୟ ଶ୍ୱଶୁରଙ୍କ ପଇସାରେ ତାଙ୍କର ଚିକିତ୍ସା ଚାଲିଛି । ତଥାପି ଏ ଦଶ ହଜାର ଟଙ୍କା ବହୁତ କାମରେ ଆସିବ । 
          ଶିବାନୀର ଅଫିସ୍ ଟି ତାର ବାପଘରଠାରୁ ମାତ୍ର ୮ କିଲୋମିଟର ସେଇଥିପାଇଁ ସେ ତାର ଟିକି ପୁଅକୁ ଧରି ବାପ ଘରକୁ ପଳେଇ ଆସିଛି ରହିବାକୁ । ତାର ଶ୍ୱଶୁର ଘର ସେଠାରୁ ୫୦ କିଲୋମିଟର ତେଣୁ ଅଫିସ୍ ରେ କାମ କରିହେବ ନାହିଁ । ତା ଶ୍ୱଶୁର ଘରେ ଶାଶୁ, ଶ୍ୱଶୁର ଓ ତାର ଦିଅର । ଦିଅର ଅବିବାହିତ । ତା ସ୍ୱାମୀଙ୍କ ଚିକିତ୍ସା ତାଙ୍କ ଶ୍ୱଶୁର ଘରଠାରୁ ଅଳ୍ପଦୂର ଏକ ଘରୋଇ ହସ୍ପିଟାଲ୍ ରେ ହେଉଛି । ବିବାହ ପରେ ପରେ ଯଦିସେ ସ୍ୱାମୀ ସାଥିରେ ବାହାରେ ରହୁନଥାନ୍ତା ତେବେ ବୋଧ୍‌ହୁଏ ଆଜି ତାକୁ ଏ ଚାକିରୀ କରିବାକୁ ପଡିନଥାନ୍ତା ।
      ଶିବାନୀ ଜୀବନର ପ୍ରାୟ୨୩ ବର୍ଷ ବମ୍ବେ ସହରରେ କଟିଯାଇଛି । ବମ୍ବେରେ ବଢିଥିଲେ ମଧ୍ୟ ଯଦିଓ ତାର ଚାଲିଚଳନ ହାବଭାବରେ ଆଧୁନିକତାର ପ୍ରଭାବ ଯଥେଷ୍ଟ ଥାଏ । ତଥାପି ତାର ହୃଦୟରେ ଭାରତୀୟ ସଂସ୍କୃତିରେ ନାରୀର ଯେଉଁ ପଦମର୍ଯ୍ୟଦା, ବିଚାର ଓ ଆଦର୍ଶ ସତେଯେମିତି ଘର କରି ରହିଥାଏ । ନାରୀର ଧର୍ମ, କର୍ମ ଓ କର୍ତ୍ତବ୍ୟ ଶିକ୍ଷାକରିବାରେ ସେ କେବେବି ହେଳା କରିନି । ସବୁ କିଛି ଛଡେଇ ଆଣିଛି ତା ମାଆଙ୍କ ଠାରୁ ।


      ତା ପିଲା ଦିନର ସ୍ମୁତି ଗୁଡିକ ତାର ବାପା ବୋଉଙ୍କ ପାଇଁ ବେଳେବେଳେ ସମୟ ବିତେଇବାର ଏକ ସ୍ୱତନ୍ତ୍ର ମାଧ୍ୟମ । ତାର ବାପା ଓଡିଶାର ଏକ ମଫସଲ ଅଞ୍ଚଳର ଜମିଦାର ପରିବାରର ବ୍ୟକ୍ତି । ହେଲେ ଗାଁ ଛାଡିବାର ଆଜକୁ ପ୍ରାୟ ୩୨ ବର୍ଷ ହୋଇ ଗଲାଣି ।ଗାଁରେ ଆଉ ବାପା ମାଆ ବି ନାହାନ୍ତି । ସେମାନେ ସବୁ ପର ପାରିକୁ ଚାଲିଗଲଣି । ଗାଁରେ ଥିବା ବାପାଙ୍କର ପ୍ରଚୁର ସମ୍ପତ୍ତି ତାଙ୍କ ଅନ୍ତେ  ଭାଗଭାଗ ହୋଇଥାଏ ସବୁ ଭାଇମାନଙ୍କ ମଧ୍ୟରେ ବିତୃଷ୍ଣା । ଏବଂ କାହା ମଧ୍ୟରେ ଭଲ ସମ୍ପର୍କ ନାହିଁ କହିଲେ ଚଳେ । ସମସ୍ତେ ଅଲଗା ଅଲଗା କିଏ କେଉଁଠି ବଡସହରରେ ଅବସ୍ଥାପନ ହୋଇ  ଗଲେଣି । ଗାଁରେ ଏବେ ସବା ସାନଭାଇ ସେ ମଧ୍ୟ ସେତେ ଆଦରରେ ଭାଇ ମାନଙ୍କ ଆଗମନକୁ ଅପେକ୍ଷା  କରିନି ।
      ଶିବାନୀର ବାପା ଜଣେ ଅତ୍ୟନ୍ତ ସଚ୍ଚୋଟ୍ , ଭଦ୍ରଲୋକ । ତାଙ୍କପାଖରେ ଧନସମ୍ପତ୍ତିର ସେତେ ମୋହ ମଧ୍ୟ ନାହିଁ । ଜୀବନକୁ ଜୀବନ ଭଳି ଉପଭୋଗ କରିବା ପାଇଁ ସବୁକିଛି ଭଗବାନଙ୍କ ଉପରେ ସମର୍ପଣ କରିଦେବା ହିଁ ଜୀବନର ତାଙ୍କର ପ୍ରକୃତ ଲକ୍ଷ୍ୟ । ତେଣୁ ସେ ଗାଁର ସିଏ ଜମିବାଡିକୁ ସବୁ ଛାଡିଦେଇଥାନ୍ତି ଏବଂ ଗାଁକୁ ଯିବାକୁ ମଧ୍ୟ ଭଲପାଆନ୍ତି ନାହିଁ । ପ୍ରାୟ ୧୫ବର୍ଷ ହେଲା ଆଉ ଗାଁକୁ୍ ଯାଇ ନାହାନ୍ତି । ତାଙ୍କର ବିଶ୍ୱାସ ଯେଉଁଠି ରୁହ ସେ ହିଁ ଘର ଓ ଭଗବାନଙ୍କର ତ ସମସ୍ତ ସୃଷ୍ଟି ତେଣୁ କୌଣସି ଜାଗାରେ କିଛି ପାର୍ଥକ୍ୟ ନାହିଁ ।
      ମନୁଷ୍ୟ ଯେଉଁ ଯେଉଁ ବୃଦ୍ଦ ହୁଏ ସେ ତାର ଅତୀତକୁ ବେଳେବେଳେ ସାଉଁଟି ବାକୁ ଚେଷ୍ଟାକରେ ଅତୀତର ଅଭୁଲା ସ୍ମୁତିଗୁଡିକୁ ମନେ ପକାଇ ତା ଭିତରେ ହଜିବାକୁ ଚେଷ୍ଟାକରେ । ପ୍ରାୟତଃ ପିଲାମାନଙ୍କର ପିଲାଦିନର କେତେ ଗୁଡିଏ କାର୍ଯ୍ୟ କଳାପକୁ ମନେ ପକାଇ ବହୁତ ଆନନ୍ଦ ମନେମନେ ଉପଭୋଗ କରେ । ଆଜି ପୁଅଝିଅମାନେ ସବୁ ବଡ ହୋଇଗଲେଣ । ତାଙ୍କର ସତ୍ୟବାଦିତା, କର୍ମତତ୍ମରତା ଓ ଭଗବତ ବିଶ୍ୱାସ ତାଙ୍କ ପିଲା ମାନଙ୍କ ମଧ୍ୟରେ ମଧ୍ୟ ଆଣିଦେଇଛି ଅନେକ ପରିବର୍ତ୍ତନ ଓ ସେମାନେ ମଧ୍ୟ ପ୍ରଭାବିତ ।  ଆଜି ବଡ ପୁଅ ବମ୍ବେ ବିଶ୍ୱ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ନାତ୍ତକତୋରରେ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ତାର ଦୁଇ ବର୍ଷ ପରେ ସେ ଦିଲ୍ଲୀ ଆଇ.ଆଇ.ଟି ରେ ଅଧ୍ୟାପକ ଭାବେ ନିଯୁକ୍ତ । ତା ତଳି ପୁଅଟି ମଧ୍ୟ ବେଶ୍ ଭଲ ପଢି ଆଜି ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରୋବେସନାରି ଅଫିସର୍ ଭାବେ ଆସାମରେ ଅବସ୍ଥାପିତ ।
      ରହିଲା  ଶିବାନୀ । ସେ ତ ତାଙ୍କ ଜୀବନ । ସେ ମଧ୍ୟ ଭଲ ପଢେ । ବମ୍ବେ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତ୍ତକତୋର ଶେଷ କଲାପରେ ସେ ମନ ବଳେଇଛି  ହ୍ୟୁମାନିଟିଜ୍ ରେ ଏମ୍‌.ଫିଲ.୍ କରିବା ପାଇଁ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆବେଦନ କରିଛି । ହେଲେ ସେ ମନସ୍ଥ କରିଛି ମାଡ୍ରାସ୍ ବିଶ୍ୱବିଦ୍ୟାଳୟରେ କରିବ । ସେ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛି । ବର୍ଷକ ପାଇଁ ସେ ମାଡ୍ରାସ୍ ଯିବ ଓ  ସେଇଠି ରହିବ । ବାପା ବୋଉଙ୍କ ମନରେ ଅନେକ ଦୁଃଖ । ଯାହା ହେଉନା କାହିଁ କି ପାଠ ପଢାତ ବନ୍ଦକରି ହେବନି । ତେଣୁ ସେ ଯିବ ।
       ଶେଷରେ ମେ ୧୭ ତାରିଖ ୧୯୯୮ ମସିହାରେ ବମ୍ବେ ର ନୌସେନାର ବ୍ୟାରାକ୍ ଭିତରୁ  ନିଜ ବସାଘରୁ ବାହାରିଛି  ବାପାଙ୍କ ସାଙ୍ଗରେ ରେଲୱେ୍ ଷ୍ଟେସନ୍ । ବାପା ତାକୁ ନେଇ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଛାଡିଦେଇ ଆସିବେ । ଟ୍ୟାକ୍‌୍ସିଟି ତାଙ୍କ ବସାଘର ସାମନାରୁ ଛାଡିବା ସମୟରେ ସେ ତାର ମାଆକୁ ପ୍ରଣାମ କରିଛି । ସେ ତ ମାଆ ମନସମ୍ଭାଳି ହେବକେଉଁଠି । କୁଣ୍ଢେଇ ପକେଇଛି ଅତି ଦୁଃଖରେ । ତାଙ୍କ ଆଖିରୁ ଧାରଧାର ହୋଇ କେଇ ଟୋପାଲୁହ ଝରି ପଡିଛି ।
      ଶିବାନୀ କହିଛି, ମାଆ ତୁମେ ମନ କାହିଁକି ଦୁଃଖ କରୁଛ । 
      ମୁଁ ଯଲ୍‌ଦି ଫେରି ଆସିବିନି?
       ତା ପରେ କାର୍ ଟି ତାଙ୍କୁ ନେଇ ରେଲେଓ୍‌୍ୱ ଷ୍ଟେସନ୍‌ରେ ପହଞ୍ଚାଇ ଦେଇଛି । ସେମାନେ ଚେନାଈ ଏକ୍ସପ୍ରେସ୍ ରେ ଯିବେ । ଗାଡି ଛାଡିବାର ସମୟ ଦିନ ୨ ଟା । ସେଇଥି ପାଇଁ ସେ ଅଧଘଣ୍ଟା ଆଗରୁ ବମ୍ବେ ସି.ଏସ୍‌.ଟି. ରେଲେଓ୍‌୍ୱ ଷ୍ଟେସନ୍ ରେ ଆସି ପହଞ୍ଚି ଯାଇଛନ୍ତି । ଟ୍ରେନ୍ ଟି ଠିକ୍ ସମୟରେ ଆସିଛି । ବାପା ଓ ସେ ଦୁଇଜଣ ଟ୍ରେନ୍‌ରେ ବସିଛନ୍ତି । ଟ୍ରେନ୍ ଛାଡିବା ବେଳେ ଟ୍ରେନ୍‌ଟି ତାର ଚିରାଚରିତ ପରାଧୀନ ଭାବରେ ଏକ ନିଆରା ଶଦ୍ଦ କରି ଆଗେଇ ଚାଲିଛି ।
       ଶିବାନୀ ଯେତିକି ସାହାସୀ ସେତିକି ତା ହୃଦୟ ନରମ । ୧୯୯୯ ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ହ୍ୟୁମାନଟିଜମ୍‌ରେ ଏମ.ଫିଲ୍ଡ୍ କରିସାରିବା ପରେ ଫେରି ଆସିଛି ବମ୍ବେ ସହରର ନିଜର ବସା ଘରକୁ । ବାପା ତାଙ୍କର ଆଉ ଦୁଇମାସ ପରେ ନିଜ ଜନ୍ମମାଟିରେ ରହିବେ ବୋଲି ଭୂବନେଶ୍ୱର ଉପକଣ୍ଠରେ ମାତ୍ର ୮ କି.ମି ଦୂରରେ ଗୋଟିଏ  ଜାଗା କିଣି ଘର କରିସାରିଛନ୍ତି ବର୍ଷକ ଆଗରୁ । ଘରଟି ସେତେ ଆଡମ୍ବର ପୂର୍ଣ୍ଣ ନୁହେଁ । ବାହାରୁ ଗୋଟିଏ ସାଧରଣ କୋଠାଘର ଭଳି ଦେଖାଯାଏ । ଏବେ ଠାରୁ ସେ ମନେମନେ ଏକ ଜ୍ୱାଇଁ ଖୋଜିବା ଆରମ୍ଭ କରିସାରିଲେଣି ଶିବାନୀ ପାଇଁ । ତାଙ୍କର ଇଚ୍ଛା ଜ୍ୱାଇଁଟି ସେହି ଭୁବନେଶ୍ୱର ପାଖାପାଖି କେଉଁଠାର ହୋଇଥିବ ଯେମିତିକି ଶିବାନୀର ବିବାହର ପରେ ସେ ଶିବାନୀକୁ ସବୁବେଳେ ଟିକେ ଦେଖିପାରୁଥିବେ । କଥାରେ ଅଛି ‘ଯାମନ ଯେପରି ତା ପାଇଁ ସେପରି ଫଳ ରଖିଥାନ୍ତି ବିଶ୍ୱ’ ତେଣୁ ବିଧାତାର ବୈଚିତ୍ର‌୍ୟତାରେ ସେଇଆ ହିଁ ହୁଏ ।
       ଶିବାନୀ ମାଡ୍ରାସ୍ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଶଙ୍କର ପ୍ରତିହାରୀ ନାମକ ଜଣେ ଯୁବକ ସହିତ ଦେଖା ହୁଏ । ଯେକି ସେହି ବିଶ୍ୱବିଦ୍ୟାଳୟରେ ଜର୍ଣ୍ଣାଲିଜମ୍ ରେ ଏମ୍‌.ଫଲ୍ଡ୍‌ଲ କରୁଥାଏ । ଶଙ୍କର ମନେମନେ ଶିବାନୀକୁ ନିଜର ଜୀବନ ସାଥୀ କରିବା ପାଇଁ ମନସ୍ଥ କରି ସେହିଭଳି କାମ ଆରମ୍ଭ କରିଦିଏ? ସେ ତାର ଅନ୍ୟ ସାଙ୍ଗ ସହିତ ଶିବାନୀ ହଷ୍ଟେଲ୍ କୁ ପ୍ରାୟ ସମୟ ଯାଏ । ଶିବାନୀ କିନ୍ତୁ ଶଙ୍କରକୁ ସେ ଦୃଷ୍ଟିରେ କେବେ ବି ଦେଖେନି । ଏମିତି ହଷ୍ଟେଲ୍ ରେ ଦେଖା ଦେଖାରେ ୬ ମାସ ବିତିଯାଏ ।
      ଦିନେ ହଠାତ୍ ଶଙ୍କର ଯାଇଥାଏ ଶିବାନୀ ହଷ୍ଟେଲ୍ କୁ ଆଉ ସେଠାରେ ଶିବାନୀ ହଷ୍ଟେଲ୍ ବାହାରକୁ ଆସି ତା ହଷ୍ଟେଲ୍ ର ଗେଷ୍ଟ ରୁମ୍‌ରେ ଛିଡା ହୋଇଥାଏ । କେହିନଥାନ୍ତି ଓ ସେ ଥାଏ ଏକୁଟିଆ । ଶଙ୍କର ସିଧା ଆସି ଶିବାନୀକୁ ଭିଡିଆଣି ତା କାନ୍ଧପଛ ବେକରେ ହଠାତ୍ ଗୋଟିଏ କିସ୍ ଦେଇଛି । ଏଥିରେ ଶିବାନୀ ହଠାତ୍ ରାଗିଯାଇ ତାର ଗୋଡରୁ ଚପଲ କାଢି ଶଙ୍କର ଉପରକୁ ଫୋପାଡି ଦେଇଛି । ଶଙ୍କର ସେଠାରୁ ପଳାଇଛି । ହେଲେ ଏହି ଘଟଣାର ପରଠାରୁ ଶିବାନୀ ମନରେ ଶଙ୍କର ପ୍ରତି ଆସିଛି ଦୃର୍ବଳତା ଓ ସେ ଭଲପାଇ ବସିଛି ଶଙ୍କରକୁ । ଦୁଇଜଣଙ୍କର ପଢା ସରିବା ପରେ ଜିବନସାଥୀ ହେବା ପାଇଁ କଥା ରଖି ନିଜନିଜ ଘରକୁ ଫେରିଯାଇଛନ୍ତି ।
      ଯୋଗକୁ ଶଙ୍କରର ଘର କଟକ ସହରରେ । ତାର ବାପା ପି.ଡବ୍ଲ୍ୟୁ. ଡି ରେ ସେକ୍ସନ ଅଫିସର । ଭଲଘରର ପିଲାଟିଏ । ଶଙ୍କରର ଚାଲିଚଳନ ଆଚାର ବ୍ୟବହାର ମଧ୍ୟ ସେତେ ଖାରାପ ନୁହେଁ । ଶିବାନୀର ଜିବନସାଥୀ ହେବାର ତାର ଯୋଗ୍ୟତା ମଧ୍ୟ ଅନୁରୂପ ଅଛି । ଶଙ୍କର ମାଡ୍ରାସ୍ ବିଶ୍ୱବିଦ୍ୟାଳୟରୁ ପଢା ସାରିବା ପରେ ଆସି ବାଲେଶ୍ୱରରେ ନାବାର୍ଡ ର ଗ୍ରାମାଞ୍ଚଳ ଉନ୍ନୟନ ବିଭାଗରେ କଣ୍ଟ୍ରାକ୍‌ଚୁଆଲ୍ କନସଲ୍‌ଟାଣ୍ଟ୍ ରୂପେ ନିଯୁକ୍ତି ପାଇ ସାରିଥାଏ । ଏବଂ ସେ ବାଲେଶ୍ୱରରେ ଭଡାଘର ନେଇ ଏକୁଟିଆ ରହୁଥାଏ । ଶିବାନୀର ତାର ସର୍ମ୍ପକ ସେମିତି ଥାଏ ।
      ଏଣେ ଶିବାନୀର ବାପା ଯେତେବେଳେ ଜ୍ୱାଇଁ ଖୋଜୁଛନ୍ତି ଶିବାନୀ ସବୁକଥା ତାର ବୋଉକୁ କହିଦିଏ । ଶିବାନୀ ବାପା ଏକଥା ସବୁ ଶୁଣିଲା ପରେ ସେ ଶଙ୍କର ବିଷୟରେ ଓ ତାର ପରିବାର ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ମତରେ ବିବାହର ହେଲେ କିଛି ଅସୁବିଧା ନାହିଁ ହେଲେ ଜାତି ଦୃଷ୍ଟିରୁ ଶଙ୍କରର ପରିବାର ତାଙ୍କ ଜାତି ଠାରୁ ଟିକେ ସାନ ଯେଉଁଥି ପାଇଁ ୟାଙ୍କ ମନ ଟିକେ ଉଣା । ହେଲେ ଶିବାନୀର ବଡ ଦୁଇଭାଇ ଯେତେବେଳେ ଏକଥା ଜାଣିଲେ ରାଗରେ ନିଆଁ ବାଣ । ସେମାନେ ଆଦୌ ରାଜି ନୁହଁ । ହେଲେ ଶିବାନୀର ଯିଦ୍ ଆଗରେ ସବୁ ପାଣି ପରି ବୋହିଯାଏ ।
       ୨୦୦୦ମସିହା ଡିସେମ୍ବର ମାସରେ ଶିବାନୀ ଓ ଶଙ୍କର ର ବିବାହର ସମ୍ପର୍ଣ୍ଣ ହୁଏ । ତାପରେ ଦୁଇଜଣ ଯାକ ବାଲେଶ୍ୱରରେ ଯାଇ ରୁହନ୍ତି । ଏମିତି ଆନନ୍ଦରେ ଏକ ବର୍ଷ ପରେ କଟିଯାଏ । ଜନ୍ମହୁଏ ପୁଅଟିଏ । ପୁଅକୁ ଯେତେବେଳେ ଦୁଇ ବର୍ଷ ହଠାତ୍ ଏକ ଦୁଃଖର କଳା ବାଦଲ ଶିବାନୀ ଜୀବନରେ ଆସେ । ଏକ ରୋଡ ଆକ୍ସିଡେଣ୍ଟ୍ ରେ ଶଙ୍କର ର ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଯାଏ । ତେଣୁ ସେମାନେ କଟକକୁ ଫେରି ଆସନ୍ତି ଓ ସେଠାରେ ଶଙ୍କର ଚିକିତ୍ସିତ ହୁଏ ଏକ ଘରୋଇ ଡାକ୍ତର ଖାନାରେ ।
      ଶାଶୁଘରେ ଶିବାନୀ ଅଣନିଶ୍ୱାସୀ ହୋଇପଡେ ଓ ନିଜେ ଚାକିରି କରିବାକୁ ଚେଷ୍ଟା କରେ । ବିଭିନ୍ନ ସଂସ୍ଥାରେ ଇଣ୍ଟରଭିଉ ଦେବା ପରେ ତାର ଭୂବନେଶ୍ୱରରେ ଥିବା ସମ୍ପର୍କ ପବ୍ଲିସିଙ୍ଗ୍ ହାଉସ୍‌ରେ ଆକୁଇଜିସନ୍ ଏଡିଟର ଭାବରେ ସିଲେକ୍ସନ୍ ହୁଏ । ଏହି ପବ୍ଲିସିଙ୍ଗ୍ ହାଉସ୍‌ଟି ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ପବ୍ଲିସିଙ୍ଗ ହାଉସ୍ । ତେଣୁ ସେ ନିଜକୁ ଧନ୍ୟ ମନେକରେ ଓ ଅନୂପ ଭଳି ସେ ଗୋଟିଏ ସାଙ୍ଗ ପାଇ ବହୁତ ଖୁସି ହୋଇ ଯାଇଥାଏ । ପବ୍ଲିସିଙ୍ଗ ହାଉସ୍ ଠାରୁ ତାର ବାପଘର ମାତ୍ର ୮କି.ମି. ହୋଇଥିବାରୁ ସେ ପୁଅକୁ ସାଙ୍ଗରେ ଧରି ଚାଲିଆସେ ବାପଘରକୁ । ସେଇଠାରେ ରହି ପବ୍ଲିସିଙ୍ଗ୍ ହାଉସ୍‌ରେ କାମ କରେ ଓ ତା ପୁଅର ଜତ୍ନ ତା ବୋଉ ନେଉଥାନ୍ତି ।   
       ଶିବାନୀ ସତେଯେମିତି ଷଠିଦୁସିର ଏକ ନିଆରା ସୃଷ୍ଟି । ତାର ରୂପ ଓ ଗୁଣର ସ୍ୱତନ୍ତ୍ରତା ଅନନ୍ୟ । କଥାରେ ମଧୁର ଫଲଗୁ । ହୃଦୟରେ ସ୍ନେହର ଦରିଆ । ପର ସେବାରେ ଆନନ୍ଦ ।ଆକାଶ ପରି ବିଶାଳ ମନ । ଚାହାଣୀ ତାର ବିଜୁଳି କନ୍ୟା । ଆଖି ଦଇଟି ହରିଣୀର ଆଖି ଠାରୁ ବି ସୁନ୍ଦର । କଥାର ଛନ୍ଦରେ ସମସ୍ତଙ୍କ ହୃଦୟକୁ ବାନ୍ଧି ରଖି ବାରେ ସକ୍ଷମ । ସ୍ନେହବଳା କଥାରେ ତାର ରୋଗୀର ରୋଗ କଷ୍ଟକୁ ଉପସମ କରିବାର ଯାଦୁ ଲୁଚିକରି ଅଛି ।
      ରୂପରେ ଅପରୂପା । ତା ହସରେ ମଣିଷ କଥା ତ ସାମାନ୍ୟ ମାତ୍ର ସତେ ଯେପରି ଦେବତା ବି ବସ ହୋଇଯିବେ । ସୁଖ ହେଉ ବା ଦୁଃଖ ହେଉ ମୁହଁର ହସ କୁ ସତେ ଯେମିତି ସେ ନିଜେ ଲୁଚେଇ କରି ରଖି ପାରେନା । ଯେମିତି କେଉଁ ଦୁର୍ଦ୍ଦଶା ପାହାଡ ଗର୍ଭରୁ ଜନ୍ମେନଇ ଝରଣା ଯେତେବେଳେ ଗଡିଚାଲେ ଦୁର୍ଗମ ପଥ ପ୍ରାନ୍ତର ଓ ବଣ ବିଲ ଦେଇ କେତେବେଳେ ଶାନ୍ତ ଅବା ଅଶାନ୍ତ ପରିସ୍ଥିତିରେ ଇଚ୍ଛା କଲେ ବି ଲୁଚେଇ ପାରେନା  ନିଜର  କୁଳୁକୁଳୁ ସ୍ଥିତି ମଧୁର ଗୀତକୁ ଠିକ୍ ସେହିପରି ଶିବାନୀ ବି ଲୁଚେଇ ପାରେନା ମୁହଁର ହସର ପେଡିକୁ ।
      ପ୍ରଥମେ ଯେତେବେଳେ ସେ ଏହି ପବ୍ଲି ସିଙ୍ଗ୍ ହାଉସ୍‌ରେ ଯୋଗେଦଇଥିଲା ସେତବେଳର ତାର ପିଠି ପଛପଟରେ ଝୁଲୁଥିବା ଲମ୍ବାବେଣୀକୁ ଯେ ବି ଦେଖୁ ନା କାହିଁକି ତା ପ୍ରତି ଆକର୍ଷଣ ସୁନିଶ୍ଚିତ । ହିନ୍ଦୁ ଘରର ନାରୀ ସୁଲଭ ଲକ୍ଷଣରେ ଭରପୁର ତାର ଜୀବନ ଶୈଳୀ । ତାର ଅନନ୍ୟ ଗୁଣ ମଧ୍ୟରେ ନିର୍ବିକାର ଜାତିଶୂନ୍ୟ ଭାବ । ଉଚ୍ଚ ଜାତିରେ ଜନ୍ମ ନେଇଥିଲେ ମଧ୍ୟ ସେ କେବେ ବି କାହାକୁ ଜାତି ପଚାରି ବୁଝିନି ।ତା ଆଖିରେ ସବୁ ସମାନ । ଅଜାତି ତାର ଜୀବନ କୋଷରେ କିଛି ନାହିଁ ।
      ସମସ୍ତଙ୍କ ସାଙ୍ଗରେ ନିର୍ବିବାଦରେ ଏକାଠି ଖାଇପାରେ ଏକାଠି ବସିପାରେ । ଧର୍ମ ଅର୍ଜିବା ପାଇଁ ହେଉ ଅବା ଧର୍ମବାଦରେ ବହିଃଭାଗରେ ରହି ଏମିତି ମଧ୍ୟ ସମସ୍ତଙ୍କ ଅଇଁଠା ପତ୍ର ଉଠେଇବାରେ ସେ କେବେ କୁଣ୍ଠା ବୋଧ କରିନି । ଯଦି କେହି ତାର ଜୀବନ କୁ ସୂକ୍ଷ୍ମ ଦୃଷ୍ଟିରେ ନିରୀକ୍ଷଣ କରୁଥାଏ ତେବେ ଜଣାଯିବ ତାର ଜୀବନ ବୀଣାର ସ୍ୱର ହେଉଛି ହସିହସି ଜୀବନକୁ ପ୍ରତି ମୂହୁର୍ତ୍ତରେ ଉପଭୋଗ କରିବା ।
      ସବୁ ସତ୍ତ୍ୱେ ତାର ଏଇଟା ଭଲଗୁଣ କି ଖରାପ ଗୁଣ ତା ବି କହିହେଉନାହିଁ ତା ହେଉଛି ତାର ନାସ୍ତିକ ଗୁଣ । ଭଗବାନଙ୍କର ଫଟୋ ପୂଜା ଓ ମୃତ୍ତି ପୂଜାକୁ ସେ ଆଦ୍ୟୈ ଗ୍ରହଣ କରିପାରେନି । ସେ କେବେ ଠାକୁରଙ୍କର ଫଟୋ ଗୁଡିକୁ ଭଗବାନ ବୋଲି ବିବେଚନା କେରନି । ତା ପାଇଁ ସେ ଗୁଡାକ ବେଳେ ଫଟୋ ।ଭଗବାନଙ୍କ ପୂଜା ସମୟରେ ଭଗବାନଙ୍କ ପାଖରେ ମନ  ନ ଥାଇ ଅନେକ ଗୁଡିଏ ଦେବାଦେବୀଙ୍କର ଫଟୋ ପୁଜାକୁ ସେ ଆଦ୍ୟୈ ଗ୍ରହଣ କରିପାରେନା । ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ବୈଶିଷ୍ଟତା  ତା ନାସ୍ତିକ ଭାବରେ  ବି ପରିଲିକ୍ଷିତ ହୁଏ ଯୋଡି ପକାଇ ପ୍ରଣାମ  ସିଏ କରିଥାଏ ।
      ସେଦିନ ଶିବାନୀର ତା ଅଫିସ୍‌ରେ ଦ୍ୱିତୀୟ ଦିନ । ଶିବାନୀ ଯାଇ ଅଫିସ୍ ରେ ଠିକ୍ ସକାଳ୯ଟା ୪୫ରେ ପହଞ୍ôଚ ଯାଇ ନିଜ ଚେୟାର ଉପରେ ବସି ଟେବୁଲ୍ ଉପରେ ଥିବା ଫାଇଲ୍ ଗୁଡିକ ମଧ୍ୟରୁ ଗୋଟିଏ ଫାଇଲ୍ ଆଣି ପଢିବାକୁ ଲାଗିଲା । ଠିକ୍ ସମୟ ୧୦ଟା ୧୦ରେ ଅନୂପ ଆସି  ତା କେବିନ୍ ଭିତରେ ପଶୁପଶୁ ଶିବାନୀ କହିଉଠିଲା ଗୁଡ ମର୍ଣ୍ଣିଙ୍ଗ୍ ସାର୍ ପ୍ରତି ଉତ୍ତରରେ ଆସିଲା ଭେରି ଗୁଡ ମର୍ଣ୍ଣିଙ୍ଗ୍ ତାପରେ ଅନୂପ ପଚାରିଲା କେତେଟାରେ ପହଞ୍ôଚଲେ । ଶିବାନୀ କହିଲା ଏଇ ୧୫ ମିନିଟ୍ ପୂର୍ବରୁ । ଅନୂପ ନିଜ ଚେୟାର ଉପରେ ବସି ଟିକେ ଦୀର୍ଘନିଶ୍ୱାସ ନେବା ପରେ ଶିବାନୀକୁ ଟିକେ ଅନେଇଲା ।
       ଶିବାନୀ ସେତେବେଳେ ପଢୁଥାଏ । ଅନୂପ ତାର ତଳ ମୁହାଁ ମୁହଁର ସୁନ୍ଦରତାକୁ ଦେଖି  ଭାବ ବିହ୍ୱଳ ହୋଇଗଲା ଓ କିଛିକ୍ଷଣ ସତେ ଯେପରି ତାର ହୃଦୟ ଥମିଗଲା । ନିଜକୁ ସମ୍ଭାଳି ନେଇ ୧୦ ମିନିଟ୍ ପରେ ନିଜେ ଚାଲିଲା ଶର୍ମାଜୀଙ୍କ କେବିନ୍‌କୁ ଶର୍ମାଜୀଙ୍କ ସହିତ ଆସନ୍ତା ସପ୍ତାହର କାମର ରୁଟିନ୍ ଓ ଶିବାନୀକୁ ଦିଆଯିବାକୁ ଥିବା କାମର ସବୁ ଫାଇଲ୍ ଧରି ନିଜ କେବିନ୍ ଆସିଲା । ଟେବୁଲ୍ ଉପରେ ଶିବାନୀକୁ ଦେବାକୁ ଥିବା ସବୁ ଫାଇଲ୍ ଗୁଡିକ ଅଲଗା କରି ରଖିଦେଲା ଓ ତା ପରେ ଶିବାନୀକୁ ନିଜ ଟେବୁଲ କୁ ଡାକିଲା । ଶିବାନୀ ଆସିଲା ।
ଅନୂପ ପଚାରିଲା ଆର ୟୁ ଓକେ?
ଡୁ ୟୁ ଫିଲ୍ ଗୁଡ୍‌?
       ଶିବାନୀ ଟିକେ ମନରେ ଭୟ ଓ ସଙ୍କୋଚରେ କହିଲା । ଏସ୍ ସାର୍ । ତା ପରେ ଅନୂପ ଶିବାନୀକୁ ତାର କାମ ବିଷୟରେ ବୁଝେଇଲା । ଶିବାନୀର କାମ ହେଲା ନୂଆ ନୂଆ ଲେଖକ ମାନଙ୍କୁ ଖୋଜିବା ଏବଂ ଲେଖକ ମାନଙ୍କର ଯେଉଁ ଲେଖା ଗୁଡିକ ଠିକ୍ ଓ ପବି୍ଲକେସନ୍ ଯୋଗ୍ୟ ହୋଇଥିବ ସେଗୁଡିକ ଚିହ୍ନଟ କରିବ । ତା ପରେ ସେ ଫାଇଲ୍ ଗୁଡିକ ଅନୂପକୁ ଦେବ । ଅନୂପ ସେଗୁଡିକକୁ ତର୍ଜମା କରିସାରିଲା ପରେ ସେ ସବୁକୁ ନେଇ ଚିଫ୍ ଏଡିଟର ଶର୍ମାଜୀଙ୍କୁ ଦେବ । ତାଙ୍କର ନଜରରେ ଯେଉଁ ଲେଖକ ଗୁଡିକ ଯୋଗ୍ୟ ବିବେଚିତ ହେବେ ସେ ଗୁଡିକ ପ୍ରିଣ୍ଟିଙ୍ଗ୍ ସେକ୍ସନକୁ ପଠାଇ ଦିଆଯିବ ।
      ଏଠାରେ ଶିବାନୀ ଭୂମିକା ଗୁରୁତ୍ୱପୂର୍ଣ୍ଣ କାରଣ ସେ ପ୍ରତିଦିନ ଇଣ୍ଟରେନଟ୍ ଓ ଚିଠି ମାଧ୍ୟମରେ ନୂଆ ନୂଆ ଲେଖକ ଖୋଜିବ ଓ ସେମାନଙ୍କୁ ବୁଝେଇ ସେମାନଙ୍କ ଠାରୁ ଲେଖା ଯୋଗାଡ କରିବ । ତେଣୁ ଶିବାନୀ ଓ ଅନୂପର କାମ ପୁରା ପାଖାପାଖି ଅର୍ଥାତ୍ ସବୁ କାମରେ ଶିବାନୀ ସବୁ ସମୟରେ ଅନୂପ ପାଖେ ପାଖେ ହିଁ ରହିବାକୁ ପଡିବ । ଶିବାନୀର ସମସ୍ତ ଫାଇଲ୍ ଗୁଡିକ ସେ ନେଇ ନିଜ ଟେବୁଲ୍‌କୁ ଗଲା ଓ ଚେୟାର୍ ରେ ବସିଲା ।
       ପ୍ରଥମଥର କରି ସେଦିନ ଜୀବନରେ ଅନୂପ ଏକ ଅଜୀବ ବାସ୍ନା ଅନୁଭବ କଲା ଯାହା ଶିବାନୀର ଦେହର ବାସ୍ନା ଥିଲା । ଏହା କେଉଁ ପର୍ଫୁମ୍ କିମ୍ବା ସେଣ୍ଟ୍‌ର ବାସ୍ନା ନଥିଲା ବରଂ ଶିବାନୀ ଶରୀରର ଗନ୍ଧ ଥିଲା । ସତେ ଯେପରି ସେ ବାସନା ପ୍ରତି ତାର ଏକ ଅଜୀବ ଆକର୍ଷଣ । ତା ଜୀବନ କାଳ ମଧ୍ୟରେ ସେପରି ନିଆରା ବାସ୍ନା ସେ କେବେ ଶୁଙ୍ଘିନଥିଲା । ଆଉ ଇଏ ଯେଉଁ ବାସ୍ନା ତା ପ୍ରତି ଏପରି ଅପ୍ରତ୍ୟାଶିତ ଆକର୍ଷଣ ବା ସେ ବାସ୍ନା ଆଡିକି ଟାଣି ହୋଇଯିବା କେବେ ବି ଅନୁଭବ କରିନଥିଲା ।
        ଆରି ଭିତରେ ଲଞ୍ଚ୍ ଟାଇମ୍ ହୋଇଯାଇଛି । ଅନୂପ ନିଜ ସିଟ୍‌ରୁ ଉଠି ଓା୍ୱସ୍ ବେସିନ୍ ଆଡକୁ ଯାଇଛି ମୁହଁ  ହାତ ଧୋଇବାକୁ । ଶିବାନୀ ମଧ୍ୟ ଲଞ୍ଚ୍ ଟାଇମ୍  ଜାଣିପାରି ଟିକେ ଦୀର୍ଘ ନିଶ୍ୱାସ ନେଇଛି । ତାର ମନଟା ସତେ ଯେପରି ଭାରାକ୍ରାନ୍ତ ଜଣ।। ପଡୁଥାଏ । ଅନୂପ ଆସି ନିଜ ସିଟ୍‌ରେ ବସି ତାର ସ୍ତ୍ରୀ ରାଧା ଦେଇଥିବା ଖାଦ୍ୟ ଟିଫିନ୍ କୁ ଖୋଲିବାକୁ ଲାଗିଛି । ସେହି ସମୟରେ ଶିବାନୀ ମୁହଁ ହାତ ଧୋଇ ଆସି ନିଜେ ଆଣିଥିବା ଟିଫିନ୍ ବାକ୍ସଟି ନିଜ ଟେବୁଲ୍ ଉପରେ ଖୋଲିବାକୁ ଆରମ୍ଭ କରିଛି ।
       ଅନୂପକୁ ମଧ୍ୟ ଟିକେ ଟିକେ ଲାଜ ଲାଗୁଥାଏ ତଥାପି ସେ ନିଜ ଟିଫିନ୍ କୁ ଖାଇବାକୁ ଆରମ୍ଭ କରିଛି । ଏ ପଟେ ଶିବାନୀ ନିଜ ଟିଫିନ୍ ରୁ ଖାଇବାକୁ ଆରମ୍ଭ କରିବା ମାତ୍ରେ କଣ ହେଲା କେଜାଣି ମୁହଁଟିକୁ ଟେବୁଲ୍ ଉପରେ ମାଡି ଦେଇ କଇଁକଇଁ ହୋଇ କାନ୍ଦିବା ଆରମ୍ଭ କରିଦେଇଛି । ଅନୂପକୁ ମନେମନେ ଭୟ ହୋଇଯାଇଛି ଓ ସେ କିଛି ବୁଝି ପାରିନି । ଆଶ୍ଚର୍ଯ୍ୟ ହୋଇ କିଛି କ୍ଷଣ ପାଇଁ ଶିବାନୀ ଆଡକୁ ଚାହିଁ ରହିଛି । କଣ କରିବ କିଛି ବୁଝି ପାରିନି । ତଥାପି ନିଜ ଚୌକି ଉପରୁ ଉଠି ପଡିଛି ଓ ଶିବାନୀର ଚଉକି ପାଖକୁ ଧୀରେଧୀରେ ଆସି ତା ପାଖରେ ଛିଡା ହୋଇ ପଚାରିଛି ।
କଣ ହେଲା ମ୍ୟାଡାମ୍‌?
କଣ ଅସୁବିଧା ହେଲା ନା କଣ ?
       ଏମିତି ହଠାତ୍ କାନ୍ଦୁଛନ୍ତି । ଏଇଟା ଅଫିସ୍ । ଆପଣ କାହିଁକି ଏମିତି କାନ୍ଦୁଛନ୍ତି ।
       ଶିବାନୀର କାନ୍ଦ ଥମିବା ପରିବର୍ତ୍ତେ ଶିବାନୀ ଅଧିକ କାଇଁ କଇଁ ହେବାରେ ଲାଗିଛି । ଅନୂପ ଆଉ ନିଜକୁ ସମ୍ଭାଳି ନପାରି ହଠାତ୍ ତାର ସେଇ ହାତକୁ ଭୟରେ ଓ ସଙ୍କୋଚରେ ଶିବାନୀ ମୁଣ୍ଡ ଉପରକୁ ନେଇ କହିଛି । ପ୍ଲିଜ୍ ଆପଣ ଏମିତି କାନ୍ଦନ୍ତୁନି । କଣ ହେଇଛି କୁହନ୍ତୁ । ଶିବାନୀ ମୁହଁ ଉପରକୁ ଟେକିଲା ବେଳକୁ ତାର ଆଖି ଲୁହରେ ଭରିଯାଇଛି ଓ ଗାଲ ଯାକ ଲୁହରେ ଓଦା ହୋଇଗଲାଣି । ଶିବାନୀ କହିଲା ନା କିଛି ନାହିଁ । ପୁଅ କଥା ଓ ୟାଙ୍କ କଥା ମନେ ପଡୁଛି ।
       ଅନୂପ ବୁଝେଇବାକୁ ଲାଗିଛି । ମନ ଦୁଃଖ କରନ୍ତୁନି ମ୍ୟାଡାମ୍ । ଦିସିଜ୍ ଲାଇଫ୍ ଆଣ୍ଡ୍ ଆକ୍ସେପ୍ଟ୍ ଇଟ୍ ହାଓ ଇଟ୍ କମ୍‌ସ । ଭଗବାନଙ୍କ ସ୍ୱଷ୍ଟିରେ ମଣିଷ ଜନ୍ମ ମାନେ ହିଁ ଏମିତି ଦୁଃଖ ସୁଖତ ଆସିବ । ଆଜି ଦୁଃଖ ତ କାଲି ନିଶ୍ଚୟ ସୁଖ ଏଥିରେ ସନ୍ଦେହ ନାହିଁ । କଥାରେ ଅଛି ଭଗବାନ ସେଇମାନଙ୍କୁ ଅଧିକ ଦୁଃଖ ଦିଅନ୍ତି ସିଏ ଯାହାକୁ ଅଧିକ ଭଲ ପାଆନ୍ତି । ତେଣୁ ଦୁଃଖ ବେଳେ ଆଦୌ ଅଧୈର୍ଯ୍ୟ ହେବା କଥା ନୁହେଁ । ବର୍ତ୍ତମାନର ଏହି ଦୁଃଖ ଗୁଡିକୁ ନିଜ ଜୀବନର ଭବିଷ୍ୟତର ବଳ ଭଳି ସଞ୍ଚୟ କରି ରଖନ୍ତୁ । ଦେଖିବ ଏହି ଲୁହଟୋପା ଗୁଡିକ ପରବର୍ତ୍ତୀ ଜୀବନରେ ନିଶ୍ଚୟ ଖୁସିର ମୁହର୍ତ୍ତରେ ପରିଣତ ହେବ ।
       ଅନୂପର ଏଭଳି ଉପଦେଶ ଓ ସ୍ନେହବୋଳା କଥାରେ ଶିବାନୀର ମନ ଟିକେ ହାଲୁକା ହେବାକୁ ଲାଗିଲା । ଆଖିର ଲୁହ ଧୀରେଧୀରେ ବନ୍ଦ ହେବାକୁ ଲାଗିଲା । ଏଥର ଅନୂପକୁ ଆଉ କାହିଁ ଖାଇବାକୁ ଇଛା ହେଲାନି । ସେମିତି ବାକିଥିବା ଖାଦ୍ୟକୁ ଟିଫିନ୍‌ରେ ବନ୍ଦ କରିଦେଲା । ଶିବାନୀର ମଧ୍ୟ ପ୍ରାୟ ସେଇ କଥା । ଅଳ୍ପ ଟିକେ ଖାଇ ଆଉ ବାକିତକ ବନ୍ଦକରିଦେଲା । ତା ପରେ ଅନୂପ ଅଳ୍ପ ସମୟ ନିଜ ଟେବୁଲ୍ ଉପରେ କଣ କାମ କରି ସେ ଚାଲିଗଲା ଶର୍ମାଜୀଙ୍କ ଚାମ୍ବର୍ କୁ ।
      ଅନୂପର ଏହି ସାନ୍ତ୍ୱନା ମୂଳକ ଉପେଦଶ ଗୁଡିକ ଶିବାନୀର ଯନ୍ତ୍ରଣାରେ ଛଟପଟ ମନ ଉପରେ ସତେଯେପରି ଏକ ପ୍ରିତୀର ପରଶ ଭଳି କାମ କରିଥିଲା । ଶିବାନୀ ଜୀବନରେ ସେଇ ମୁହୁର୍ତ୍ତଠାରୁ ଅନୂପ ଏକ ନିଆରା ଆଦର୍ଶ ରୂପେ ଦଣ୍ଡାୟମାନ ହୋଇଗଲା । ଅନୂପ ନିଜ ଟେବୁଲ୍‌ରୁ ଉଠି ଶର୍ମାଜୀଙ୍କ କେବିନ୍‌କୁ ଯାଇଥିବା ସମୟରେ ଶିବାନୀ ଯାଇ ଅନୂପର ଟିଫିନ୍ ବାସ୍କକୁ ଖୋଲିଦେଖିଲା ବେଳକୁ ଟିଫିନ୍ ବାସ୍କରେ ସେମିତି ଖାଦ୍ୟ ଗୁଡିକ ଥୁଆ ହୋଇଛି । ତାକୁ ଏକଥା ଅହୁରି ଅଧିକ କଷ୍ଟ ଦେଲା । ସେ ବୁଝି ପାରିଲା ଯେ ତାରି ଲାଗି ଆଜି ଅନୂପ ଖାଦ୍ୟ ଖାଇ ପରିଲେନି ।
       ସେ ଏ କଥାକୁ କାହିଁକି କେଜାଣି ସହଜରେ ଢୋକି ପାରୁ ନଥାଏ । ମନେମନେ ଖାଲି ନିଜ ଅଫିସ୍ ବାହାରକୁ ଚାହୁଁଥାଏ । ଆଜିଅନୂପ ତା ଲାଗି ଖାଇ ପାରିଲାନି । ନିଜ ଜୀବନକୁ ବହୁତ ଧିକ୍ କଲା । ମନେମନେ ଭାବୁଥାଏ କେଉଁ ଅପବିତ୍ର ଉଆଁସୀ ମୂହୁର୍ତ୍ତରେ ତାର ଜନ୍ମ ଯେ ତା ଲାଗି ସମସ୍ତେ କଷ୍ଟ ପାଉଛନ୍ତି । ସେହି କଷ୍ଟରେ ସମସ୍ତ ଦୁଃଖ ଯନ୍ତ୍ରଣାକୁ ଚାପିଧରି ଅଫିସ୍ କାମରେ ନିଜକୁ ପୁରାପୁରି ହଜେଇ ଦେଲା । ସେଦିନ ଠିକ୍ ୪ଟା୫୦ ମିନିଟ୍ ବେଳକୁ ଅନୂପ ଶର୍ମାଜୀଙ୍କ କେବିନ୍ ରୁ ଆସିଲା । ଦେଖିଲା ଶିବାନୀ ନିଜ ଚୌକି ଉପରେ କାମରେ ବ୍ୟସ୍ତ ଅଛି ।
ଅନୂପ ଆସି ପଚାରିଲା କଣ ମ୍ୟାଡାମ୍ ଘରକୁ ଯିବେନି ନା କଣ !
ହଠାତ୍ ଶିବାନୀ କହିଲା ୟସ୍ ସାର୍ ।
      ତେବେ ଆଜି ଯାଆନ୍ତୁ । ସମୟ ହୋଇ ଗଲାଣି । ଶିବାନୀ ସବୁ ଫାଇଲ୍ ଗୁଡିକ ଥୁଆଥୋଇ କରି ବାହାରିଲା ଘରକୁ ଯିବାକୁ । ଘରକୁ ଯିବା ସମୟରେ ଅତି ଶଙ୍କୋଚରେ ମୁହଁ ତଳକୁ କରି ଅନୂପର ଟେବୁଲ୍ ପାଖରେ ଠିଆ ହୋଇ କହିଲା ସାର୍ ଆଜି ମୋ ପାଇଁ ଆପଣ ନିଜର ଖାଇବା ମଧ୍ୟ ଖାଇ ପାରିଲେନି ତେଣୁ ସେଥିପାଇଁ ମୋତେ କ୍ଷମା କରିଦେବେ । ଅନୂପ କହିଲା କ୍ଷମା କରିବି ଗୋଟିଏ ସର୍ତ୍ତରେ । ଶିବାନୀ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲା । ସର୍ତ୍ତକଣ ସାର୍ । ଅନୂପ କହିଲା କାଲିଠାରୁ ଆପଣ ଆଉ ଅଫିସ୍ ରେ କାନ୍ଦିବେନି ବରଂ କାନ୍ଦିବା ବଦଳରେ ହସିହସି କାମ କରିବେ । ତେଣୁ ଏବେ ହସିକରି ଯାଆନ୍ତୁ ।ଶିବାନୀ ତାର ହସକୁ ଆଉ ରୋକି ନପାରି ଟିକେ ମୁରୁକି କରି ହସି ଦେଇ ଅଫିସ୍ ଛାଡିଲା ।
      ଘରେ ପହଞ୍ôଚଲା ବେଳକୁ ୬ଟା ୪୦ମିନିଟ୍ । ଘରେ ବୋଉ ତାର ପୁଅକୁ ଧରିକରି ବସିଥାଏ । ଯାଉ ଯାଉ ଆଗ ପୁଅକୁ ମାଆ କୋଳରୁ ସାଉଁଟି ଆଣି ନିଜ କୋଲରେ ଧରି ତାକୁ ନିଜ ଖିର ଖୁଆଇ ମାତୃତ୍ୱର ଆନନ୍ଦକୁ ଉପଭୋଗ କରିବାକୁ ଲାଗିଲା । ସେ କ୍ଷଣିକ ପାଇଁ ନିଜମନର ସବୁ କ୍ଲାନ୍ତିକୁ ଭୂଲି ଯାଇଥାଏ । ହେଲେ କାହିଁକି କେଜାଣି ତାର ପ୍ରତି ମୂହୁର୍ତ୍ତରେ ଅନୂପ କଥା ଗୁଡିକ ତା ମନ ଭିତରେ କାହିଁକି  ଉଙ୍କି ମାରୁଥାଏ । ତା ମନରେ ଟିକେ ଦୁଃଖ ଥାଏ ଯେ ତା ଲାଗି ଆଜି ଅନୂପ ଖାଇପାରିଲେନି । ତେଣୁ ସେ ରାତିରେ ଶୋଇବା ସମୟରେ ମନସ୍ଥ କରିଛି କାଲି ଅଫିସ୍ କୁ ଯିବା ସମୟରେ ମୋ ଟିଫିନ୍ ସହିତ ଅନୂପ ଙ୍କ ପାଇଁ ଦୁଇପଟ ଆଳୁ ପରଟା ନେଇକରି ଯିବ । ରାତିରେ ତାର ସ୍ୱାମୀ ଶଙ୍କର ସହିତ ଫୋନ୍‌ରେ ଟିକେ କଥା ହୋଇଛି ତା ପରେ ଶୋଇଯାଇଛି ।
      ସକାଳର ଅଳସ ଭାଙ୍ଗି ଉଠି ପଡି ନିତ୍ୟକର୍ମ ସବୁ ସାରି ଦେଇଛି । ବାପା ବୋଉଙ୍କ ପାଇଁରାନ୍ଧି  ଦେଇ ପୁଅକୁ ମଧ୍ୟ ଖାଇବାକୁ ଦେଇଦେଇଛି । ନିଜେ ଖାଇସାରି ଅଫିସ୍ ପାଇଁ ୪ଟି ଆଳୁ ପରଟା ଓ ମଟର ତରକାରି କରି ଦେଇଛି । ଦୁଇଟି ଆଳୁ ପରଟା ଓ ଟିକେ ମଟର ତରକାରି କୁ ଗୋଟିଏ ଅଲଗା ଟିଫିନ୍‌ରେ ଭର୍ତ୍ତି କରିଦେଇଛି । ଅନ୍ୟ ଗୋଟିଏ ଟିଫିନ୍ ତା ପାଇଁ ନେବାକୁ ସଜାଡି ଦେଇଛି । ଅନୂପ ପାଇଁ ନେଇଥିବା ଟିଫିନ୍ ଟିକୁ ଗୋଟିଏ ଜରିରେ ଭର୍ତ୍ତିକରି ନେଇକରି ଯାଇଛି ଅଫିସ୍ ।
      ତା ମନରେ ବି ଯେତିକି ଭୟ ସେତିକି ଶଙ୍କୋଚ କାଳେ ଅନୂପ ତା ନେଇଥିବା ଖାଇବାକୁ ମନା କରିଦେବେ । ସେଦିନ ଅଫିସ୍ ରେ ଠିକ୍ ୯ଟା ୩୫ ରେ ପହଞ୍ôଚ ନିଜ ଚୈାକିରେ ବସି ଯାଇଛି । ସିଏ ଯିବା ପୂର୍ବରୁ ତାଙ୍କ ଅଫିସ୍ ରେ ଥିବା ପିଅନ ଗଉରା ତାର କେବିନ୍ ର ଟେବୁଲ୍ ଚେୟାର ସବୁକିଛି ଭଲ ଭାବରେ ସଫା କରି ତା ଟେବୁଲ୍ ଓ ଅନୂପ ଟେବୁଲ୍ ଉପରେ ଗୋଟିଏ ଲେଖାଁଏ ଗ୍ଲାସ ଥଣ୍ଡା ପାଣି ରଖି ଦେଇଥାଏ ।
       ଗଉରା ଆସି ନମସ୍କାର କରି କହିଛି ମ୍ୟାଡାମ୍ ଗତ କାଲି ଅନୂପ ସାର୍ କହିଥିଲେ ସେ ଆଜି ଲେଟ୍ ରେ ଆସିବେ । ସେ କଣ ଅଫିସ୍ କାମରେ ଆଉ କେଉଁଠିକି ଯିବାରେ ଥିଲା । ଶିବାନୀର ମନ ଟିକେ ବିରସ ହୋଇଗଲା । ସେ ଯେଉଁ ଉତ୍କଣ୍ଠାରେ ଅନୂପର ଆସିବାକୁ ଅପେକ୍ଷା କରିଥିଲା ସେଥି ରେ ଟିକେ ଭଟ୍ଟା ପଡିଗଲା । ମନରେ ତାର ଟିକେ ସନ୍ଦେହ ହେଲା ଯଦି ଅନୂପ ନ ଆସନ୍ତି ତେବେ ସେ ଏତେ ପରିଶ୍ରମ କରି ଆଣିଥିବା ତା ପାଇଁ  ଟିଫିନ୍ ବୃଥା ହୋଇଯିବ । ହଉ ଆଉ କିଛି ନଭାବି ନିଜ କାମ ଆରମ୍ଭ କରିଦେଲା ।
      ଠିକ୍ ଦିନ ୧୧ଟାରେ ଅନୂପ ଆସି ହଠାତ୍ ତା କେବିନ୍‌ରେ ପ୍ରବେଶ କଲା । ଶିବାନୀ କହିଉଠିଲା ଗୁଡ୍ ମଣ୍ଣିଙ୍ଗ୍ ସାର୍ । ଅନୂପ କହିଲା ଭେରି ଗୁଡ୍ ମଣ୍ଣିଙ୍ଗ୍ । ଏବଂ ପଚାରିଲା ଆପଣଭଲ ଅଛନ୍ତି ତ । ଶିବାନୀ ହସିଦେଇ କହିଲା ହଁ ସାର୍ । ଅନୁପ ତା ପରେ ନିଜ ଚଉକି ଉପରେ ବସିପଡି ଆଗ ଟିକେ ଶିବାନୀ କୁ ନୀରିକ୍ଷଣ କଲା । ଅନୂପ ମନରେ  ବି ଶିବାନୀ ପ୍ରତି ଏକ ଅପ୍ରତ୍ୟାଶିତ ଆକର୍ଷଣ ଆସି ସାରିଲାଣି ଯାହାକି ସିଏ ମଧ୍ୟ ଅନୁଭବ କାଲିଠାରୁ କରି ସାରିଲାଣି । ହେଲେ ସବୁଠାରୁ ଅଦ୍ଭୁତ କଥା ହେଉଛି ଶିବାନୀର ଶରୀରର ବାସ୍ନା ର ଆକର୍ଷଣ । ଆଜି ତାର ମନର ଇଚ୍ଛା ଯେ ଶିବାନୀ କେମିତି ତା ପାଖକୁ ଆସିବ ସେ ତା ଶରୀରର ବାସ୍ନାକୁ ଟିକେ ଉପଭୋଗ କରିବ ।
      ଏମିତି ନିରୀକ୍ଷଣ କରିବା ସମୟରେ ଶିବାନୀ ହଠାତ୍ ମୁହଁଟା ଉପରକୁ କରିଛି ତେଣୁ ସାଙ୍ଗେ ସାଙ୍ଗେ ଅନୂପ ନ ଦେଖିବା ପରି ନିଜର ଫାଇଲ୍ ଆଡକୁ ମୁହଁ କରି ନେଇଛି । ହେଲେ ଶିବାନୀ ଏହା ବୁଝି ସାରିଥିଲା ଯେ ଅନୂପ ତାକୁ ହିଁ ଦେଖୁଥିଲେ । ତା ପରେ ସେ ମଧ୍ୟ କିଛି ନକହି ନିଜ କାମରେ ବ୍ୟସ୍ତ ରହିଲା । ଚାହୁଁଚାହୁଁ ଲଞ୍ଚ୍ ଟାଇମ୍ ହୋଇଯାଇଛି ଅନୂପ ନିଜ ଚଉକିରୁ ଉଠି କହିଛି ମ୍ୟାଡାମ୍ ଆଜି କଣ ଆଣିଛନ୍ତି ଖାଇବାକୁ । ଶିବାନୀ ମନ ଟିକେ ଖୁସି ହୋଇଯାଇଛି । କହିଛି ସାର୍ ଗୋଟେ କଥା କହିବି । ଅନୂପ କହିଛି କହୁନାହାନ୍ତି । ଗତକାଲି ଆପଣ ଲଞ୍ଚ୍ କରିପାରିଲେନି ମୋତେ ବହୁତ ଦୁଃଖ ଲାଗିଲା । ମୁଁ ଘରେ ଯାଇ ମୋ ବୋଉକୁ ସବୁକଥା କହିଲି । ମୋ ବୋଉ କହିଲା ତୁ ତାହାଲେ ମାଆ ବହୁତ ଭଲ ଲୋକଙ୍କ ପାଖରେ ପହଞ୍ôଚ ଯାଇଛୁ । ମୁଁ ଆଜି ଆପଣଙ୍କ ପାଇଁ ଦୁଇଟି ଆଳୁ ପରଟା ଆଣିଛି । ଆପଣ ଖାଇବେନା?
      ଅନୂପ ଆଶ୍ଚର୍ଯ୍ୟ ହୋଇ ଟିକେ ଶିବାନୀକୁ ଚାହିଁ ରହିଲା ଓ କହିଲା ଏଇଟା କଣ ଜରୁରୀ ଥିଲା । ହଉ ନିଶ୍ଚୟ ଖାଇବା । ଶିବାନୀ ଆଣିଥିବା ଟିଫିନ୍ ଟିକୁ ଖୋଲି ନେଇ ଅନୂପ ଟେବୁଲ୍ ଉପରେ ରଖି ଦେଇ ଆସିଲା । ଅନୂପ ତାର ଖାଇଲା ଓ ଶିବାନୀ ତା ଟେବୁଲ ଉପରେ ଖାଇଲା  ଖାଇବା ସମୟରେ ଅନୁପ ଶିବାନୀକୁ କହିଲା ପରଟା ଦୁଇଟା ବହୁତ ଭଲ ହୋଇଛି । ଶିବାନୀ କହିଲା ମିଛରେ କହୁନାହାଁନ୍ତି ତ ସାର୍ । ଲଞ୍ଚ୍ ପରେ ପିଅନ ଗଉରା ଆସି ଅଫିସ୍ ବାସନ ଗୁଡାକ ଦୁଇଜଣଙ୍କ ଟେବୁଲ୍ ଉପରୁ ନେଇଗଲା ।
      ଠିକ୍ ୪ଟା ସମୟରେ ଅନୂପ ନିଜକୁ ଆଉ ସମ୍ଭାଳି ପାରିଲାନି । ତାର ପ୍ରବଳ ଇଚ୍ଛା ଶିବାନୀର ଶରୀରର ସେ ବାସ୍ନା ଟିକେ ଶୁଙ୍ଘିବା ପାଇଁ । ସେ ଜାଣିଶୁଣି ଗୋଟିଏ ଫାଇଲ୍ ର ପ୍ରୋଗ୍ରେସ୍ ବିଷୟରେ ପଚାରିବାକୁ ଶିବାନୀ ଟେବୁଲ୍ ପାଖକୁ ଗଲା । ଶିବାନୀ ହଠାତ୍ ଛିଡା ହୋଇଗଲା । ଫାଇଲ୍ ଦେଖିବା ଆଳରେ ଅନୂପ ଶିବାନୀ ଦେହର ବାସ୍ନାରେ ଅଭିଭୁତ ହୋଇଯାଉଥାଏ । ତାର କାହିଁକି ପ୍ରବଳ ଇଚ୍ଛାହେଉଥାଏ ଦିନରାତି ସେ ବାସ୍ନା ପାଖରେ ରହନ୍ତା । ସେ ବାସ୍ନାଟି ସତେ ଯେପରି ତାକ ଶିବାନୀ ଆଡକୁ ଜୋର ଜବରଦସ୍ତ କରି ଟାଣି ନେଉଥାଏ । କିଛି ସମୟପରେ ଅନୂପ ସେଠାରୁ ଚାଲି ଯାଇଛି ଶର୍ମାଜୀଙ୍କ କେବିନ୍‌କୁ । ସମୟ ୫ଟା ହୋଇଯାଇଛି । ଶିବାନୀ ପୂର୍ବଭଳି ବସ୍‌ରେ ନିଜ ଘରକୁ ଫେରିଛି ।
        ଅନୂପ ତା ଜୀବନରେ ସୁଖ କଣ ସେ କେବେ ଅନୁଭବ କରିନି । ଗୋଟିଏ ଅତ୍ୟନ୍ତ ଦରିଦ୍ର ପରିବାରରେ ଜନ୍ମନେଇଥିଲା ଆଜକୁ ଚାଳିଶ ବର୍ଷ ତଳେ । ପରିବାରରେ ବାପା ସାକ୍ଷର ଓ ମାଆ  ନିରକ୍ଷର । ମନୁଷ୍ୟ ଜୀବନରେ ସାକ୍ଷରଙ୍କର ଗୁରୁତ୍ୱ ବିଷୟରେ ସେମାନେ ଅନବିଜ୍ଞ । ମାଟି ଓ ଚାଳଛପରରେ ତିଆରି ତିନି ବଖରା ଘର ଓ ବାଡିକୁ ଛାଡିଦେଲେ ଆଉ ଜମିବାଡି ବୋଲି କିଛିନାହିଁ । ଦୁଇ ବଡ ଭଉଣୀ କି ତଳେ ଅନୂପ ଓ ତା ତଳେ ଗୋଟିଏ ପୁଅ ଓ ସାନ ଆଉ ଦୁଇ ଝିଅ, ବାପା ଭଗଚାଷୀ । ଦାରିଦ୍ର‌୍ୟ ର କଷାଘାତରେ ଜୀବନ କଟେ । ହେଲେ ପ୍ରାଥମିକ ବିଦ୍ୟାଳୟରୁ ହିଁ ଅନୂପର  ଶିକ୍ଷା ପ୍ରତି ଆଗ୍ରହ ଓ ତାର ବିଚକ୍ଷଣ ବୁଦ୍ଧି ଶିକ୍ଷକ ମାନଙ୍କୁ ବିଚଳିତ କରିଦିଏ ।
       ଶ୍ରେଣୀରେ ସବୁବେଳେ ପ୍ରଥମ । ଭଗବାନଙ୍କ ଆର୍ଶିବାଦରୁ ୫ମ ଓ ୭ମ ରେ ପାଏ ସରକାରୀ ବୃତ୍ତି । ସପ୍ତମରେ ପଢିଲା ବେଳକୁ ସିଏ ସମ୍ପୁର୍ଣ୍ଣ ସ୍ୱାଧୀନ । ନିଜେ ଛୋଟ ପିଲାଙ୍କୁ ଟ୍ୟୁସନ କରି ନିଜ ପଇସାରେ ନିଜେ ପଢିଲା । ଅଷ୍ଟମରେ ପଢିଲା ବର୍ଷ ତାର ବାପା ତାକୁ ଛାଡି ଆରପାରିକ ଚାଲିଯାଇଥିଲେ । ଦଶମରେ ପ୍ରଥମ ଶ୍ରେଣୀ ଓ +୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍ କଲା । ସିଏ ସପ୍ତମରେ ପଢୁଥିବା ସମୟରେ ତାର ସବା ବଡଭଉଣୀ ଟିକୁ ତାର ବାପା ବିବାହ କରେଇ ଦେଇଥିଲେ । ଘରେ ଥିବା ବର୍ତ୍ତମାନ ତାର ଉପର ଭଉଣୀଟି ବିଧବା ବୋଉ ସାଙ୍ଗରେ ମିଶି ଘର ଚଳଉଥାଏ ।
       +୨ ପରେ  ଇଂଜିନିୟରିଙ୍ଗ୍ ପରୀକ୍ଷାରେ ସିଲେକ୍ସନ୍ ହେଲା ପରେ ସରକାରୀ ଷ୍ଟାଇପେଣ୍ଡ୍ ପାଇ ସେ ପାଠ ପଢିଛି । ମେକାନିକାଲ ରେ ଡିପ୍ଲୋମା ପାଶ୍ କରିସାରିବା ପରେ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରିଛି । ନିଜ କଷ୍ଟରେ ଘରର ଆର୍ଥିକ ପରିସ୍ଥିତିକୁ ବଦଳେଇଛି ନିଜର ଅନ୍ୟ ତିନି ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀକୁ ବାହା କରେଇଛି । ସାନ ଭାଇ ଓ ସାନ ଭଉଣୀ ମାନଙ୍କୁ ଶିକ୍ଷିତ କରାଇଛି । ନିଜେ ସେହି ଚାକିରୀ କରିବା ଭିତରେ ଫିଜିକ୍ସି ଅନର୍ସରେ ବି.ଏସସି୍ ଓ ଏମ୍‌.ଫିଲ୍ଡ୍ ମଧ୍ୟ ସାରି ଦେଇଛି । ହେଲେ ତାକୁ ଏ ଇଣ୍ଡଷ୍ଟ୍ରି ଚାକିରୀ ଭଲ ଲାଗୁନି ।
       ତାର ଲେଖାଲେଖିରେ ମନ । କୌଣସି ପବି୍ଲସିଙ୍ଗ୍ ହାଉସ୍‌ରେ ତାର ଚାକିରୀ କରିବା ଇଛା । ତେଣୁ ସେ ମାସ୍ କମୁନିକେସନ୍ ରେ ଗୋଟିଏ କୋର୍ଷ କରିଛି ଓ ଶେଷରେ ନିଜର ବିବାହର ପରେ ନିଜ ଘରକୁ ଭଲଭାବରେ ଥଇଥାନ୍ କରିଦେଇ ଏହି ସମ୍ପର୍କ ପବ୍ଲିସିଙ୍ଗ୍ ହାଉସ୍ ରେ ମ୍ୟାନେଜିଙ୍ଗ୍ ଏଡିଟର ଭାବରେ ଯୋଗ ଦେଇଛି । ତାର କାମ କରିବାର ଦକ୍ଷତାରେ ପବ୍ଲିସିଙ୍ଗ୍ ହାଉସ୍ ର ଚିଫ୍ ଏଡିଟର୍ ଓ ଡାଇରେକ୍ଟର ବହୁତ ଖୁସି । ଅନୂପ ପବ୍ଲିସିଙ୍ଗ୍ ହାଉସ୍‌ରେ ଯୋଗ ଦେବା ପରଠାରୁ ପବ୍ଲିସିଙ୍ଗ୍ ହାଉସ୍‌ର ଟର୍ଣ୍ଣଓଭର ବର୍ତ୍ତମାନ ବାର୍ଷିକ ୧୦ କୋଟି ଟଙ୍କାରେ ପହଞ୍ôଚଲାଣି । ପବ୍ଲିସିଙ୍ଗ୍ ହାଉସରେ ପ୍ରାୟ ୮୦ଜଣ ଲୋକ ଚାକିରୀ କରିଛନ୍ତି ।
      ଆଜିକାଲି ସମାଜରେ ଦେଖିବାକୁ ଗଲେ ଅନୂପର ସବୁଠାରୁ ବଡ ଖରାପ ଗୁଣ ହେଲା ତାର ସଚ୍ଚୋଟତା । ଅନ୍ୟାୟ କୁ ସେ ଟିକେ ହେଲେ ବି ବରଦାସ୍ତ କରି ପାରେନି । ଜନ୍ମରୁ ସେ ଆଜିପର୍ଯ୍ୟନ୍ତ କାହାର ଜାଣିଶୁଣି କ୍ଷତି କରିନି କିମ୍ବା କାହାର କ୍ଷତି କରିବା ଭଳି ତା ଅନ୍ତରାଆତ୍ମାରେ ସେ ଭଳି ଶକ୍ତି ନାହିଁ ।  ଲୋକ ଦେଖାଣିଆ ସାହାଯ୍ୟ  ଓ ସେବାକୁ ମଧ୍ୟ ସେ ପସନ୍ଦ କରେନି । ତା ଜୀବନରେ ଅନ୍ୟକୁ ସାହାଯ୍ୟ କରିବାରେ ସେ ବହୁତ ଆନନ୍ଦ ଅନୁଭବକରେ । ସବୁଠାରୁ ବେଶୀ ଆନନ୍ଦ ଗରିବ ପିଲା ମାନଙ୍କୁ ସାହାଯ୍ୟ କରି ସେମାନଙ୍କ ମୁହଁରେ ହସ ଫୁଟେଇବାରେ । ତାର ପ୍ରତ୍ୟେକ କାମ ଗୁଡିକ ନିଖୂଣ ଓ ମାର୍ଜିତ । ଘରେ ଜିନିଷ ଗୁଡିକ ଏଣେ ତେଣେ ହେଲେ ସେ ବହୁତ ବିରକ୍ତ ହୁଏ । ସେ ନିଜେ ସିନା ସେତେ ସୁନ୍ଦର ନୁହଁ ହେଲେ ତା ସ୍ତ୍ରୀଟି ବହୁତ ସୁନ୍ଦର ।
       ତା ଜୀବନରେ ଆଜିକାଲି ଗୋଟେ ବଡ ପରିବର୍ତ୍ତନ ଦେଖାଦେଇଛି କହିଁକି ସେ ନିଜେ ବି ବୁଝି ପାରୁନି । ଆଜିକାଲି ସେ  କାହିଁକି ଅଧିକ ଭାବ ପ୍ରବଣ ହୋଇପଡୁଛି । ତାର ମନେପଡେ ଯେତେବେଳେ ତାର ବାପାଙ୍କର ମୁୃତ୍ୟୁହୋଇଥିଲା ସେତେବେଳେ ଘରେ ସମସ୍ତେ କାନ୍ଦିଥିଲେ ଓ ସମସ୍ତଙ୍କର ଆଖିରୁ ଲୁହ ବାହାରିଥିଲା ହେଲେ ତା ଆଖିରୁ  ଟୋପେ ହେଲେ ଲୁହ ଗଡିନଥିଲା  କିମ୍ବା ସେ କାନ୍ଦି ନଥିଲା । ଆଜିକାଲି କେଉଁ ବହି ପଢିବା  ସମୟରେ ହେଉ, ସିନେମା ଦେଖିବା ବେଳେ ହେଉ  କିମ୍ବା ବାସ୍ତବ ଜୀବନରେହେଉ କେଉଁଠି କିଛି ଦୁଃଖର ଦୃଶ୍ୟ ଦେଖିଦେଲେ ତା ଆଖି ସଙ୍ଗେ ସଙ୍ଗେ  ଲୁହରେ ଓଦା ହୋଇ ଆସୁଛି । ସବୁଠାରୁ ଅଧିକ ଭାବ ପ୍ରବଣ ହୋଇଉଠେ କୁନିକୁନି ପିଲାଙ୍କ ଦୁଃଖ ଦେଖିଲେ ।
      ଅନୂପ କଲେଜ ପଢିଲା ଦିନଠାରୁ ପ୍ରାୟ ୧୫ ବର୍ଷ କାଳ ଘରଠାରୁ ଦୂରରେ ରହିଛି । ଅଲଗା ରାଜ୍ୟରେ ପାଠ ପଢିଛି । ଅନ୍ୟ ରାଜ୍ୟରେ ଚାକିରୀ କରିଛି । ଦେଶରେ ୨୮ ଟି ରାଜ୍ୟ ମଧ୍ୟରୁ ସେ ୨୦ ଟି ରାଜ୍ୟରେ କିଛିକିଛି ଦିନ ରହିବାର ସୁଯୋଗ ପାଇଛି । ଦେଶର ପ୍ରାୟ ସବୁ ରାଜ୍ୟର ସଂସ୍କୃତି, ଚାଲିଚଳନ, ପରମ୍ପରା ବିଷୟରେ ତାର ଯଥେଷ୍ଟ ଜ୍ଞାନ ।
        ସେ ମଧ୍ୟ ଦେଶର ପାଞ୍ଚଟି ବିଭିନ୍ନ ଭାଷାରେ କଥା କହିପାରେ ଓ ବୁଝିପାରେ । ଶିକ୍ଷାଗତ ଯୋଗ୍ୟତା ଯଥେଷ୍ଟ ଥିବାରୁ ସେ ଇଣ୍ଡଷ୍ଟ୍ରିରେ ଚାକିରୀ କରିବା ସମୟରେ କେତକ ଇଂଞିନିୟରିଙ୍ଗ୍ କଲେଜ୍ ପିଲାଙ୍କୁ ଗେଷ୍ଟ ଫ୍ୟକଲ୍ଟି ଭାବରେ ଯାଇ ପଢାଇଛି । ଏବେ ମଧ୍ୟ ପବ୍ଲିସିଙ୍ଗ୍ ହାଉସ୍ ରେ ଚାକିରୀ କଲା ପରଠାରୁ ଇଂଞିନିୟରିଙ୍ଗ୍ ପିଲା ମାନଙ୍କୁ ସେ ଯାଇ ପଢାଏ । ଛୋଟ ପିଲା ମାନଙ୍କ ସାଙ୍ଗରେ  ମିଶିବା  ତାଙ୍କ ସାଙ୍ଗେ ପିଲାଳିଆଣି କରିବାକୁ  ତାକୁ ବହୁତ ଭଲଲାଗେ । 
      ଆଧୁନିକ ପୀଢିର ଛାୟାତଳେ କବଳିତ ହୋଇ ଆଧୁନିକ ଶିକ୍ଷାର ପେଡିକୁ ମୁଣ୍ଡରେ ଭଲ ଭାବରେ ମୁଣ୍ଡାଇ ଜୀବନ ବୃତ୍ତିକୁ ସୁଚାରୁ ରୂପେ ତୁଲାଇବାରେ ସେ ଦକ୍ଷ । ବୃତ୍ତିଗତ ଚାକିରୀ ସିନା ତାର ପେଶା ହେଲେ ସମାଜର ସମସ୍ତଙ୍କ ପାଇଁ ଏକ ପାଦ ଚିହ୍ନ ଛାଡିଯିବା ତାର ନିଶା ଲେଖାଲେଖି କରିବାରେ ତାର ପାରିବା ପଣିଆ ପ୍ରାୟ ତା ନିକଟରେ ଲୋକ ସମସ୍ତେ ଜାଣନ୍ତି ।
      ସଭା ସମିତିରେ ଭଲ ବକୃତା ଦେବାରେ ମଧ୍ୟ ସେ ଆଗରେ । ତାର ସାଙ୍ଗ ସାଥି ମାନେ କୁହନ୍ତି ଯାଇଁଲୁ ଅନୂପ ତୋ କଥାରେ ଗୋଟେ ଏମିତି ଆକଷର୍ଣ ଅଛି ସାମନା ଲୋକ ତୋ ପ୍ରତି ସହଜରେ ଆକର୍ଷିତ ହୋଇଯିବ । ଅଯଥା କଥା ହେବାକୁ କିମ୍ବା କାହା ସାଙ୍ଗରେ ସାଙ୍ଗ ହେବାକୁ ତାକୁ ଆଦୈାଭଲ ଲାଗେନା । ପ୍ରତିଟି ମୁହୁର୍ତ୍ତର ସେ ସଦୁପ ଯୋଗ କରିବାକୁ ଚାହେଁ । ତା ମନ ମଧ୍ୟରେ ଗୋଟିଏ ଦୃଢ ଧାରଣା । ମଣିଷ ଜନ୍ମେ ନେଇଛି ମାନେ ସମାଜର କଲ୍ୟାଣ ନିମିତ୍ତ କିଛି କାର୍ଯ୍ୟ କରିବା ନିତ୍ୟାନ୍ତ ଦରକାର ।
       ଆଧୁନିକ ଯାନ୍ତ୍ରିକ ଶିକ୍ଷାରେ ନିଜ ଜୀବନକୁ ଗଢିଥିଲେ ମଧ୍ୟ  ଆଧ୍ୟ୍ୟାତ୍ମିକ ଶିକ୍ଷାକୁ ସେ ସବୁଠାରୁ ଅଧିକ ଗୁରୁତ୍ୱ ଦିଏ । ତାକୁ ଯେତେବେଳେ ୨୮ ବର୍ଷ ହୋଇଥିଲା  ସେବେଠୁ ସେ ପ୍ରତିଦିନ ଗୀତା ବହିରୁ ୨ ପୃଷ୍ଟା ପଢେ ।  ସେ  ଭଲ ଭାବରେ ଜାଣିଛି ଯେ ସଂସାରରେ ସବୁବିଦ୍ୟାଠାରୁ ଶ୍ରେଷ୍ଟ ହେଉଛି ଆଧ୍ୟ୍ୟାତ୍ମ ବିଦ୍ୟା । ଏହି ଆଧ୍ୟ୍ୟାତ୍ମ ବିଦ୍ୟାର ସ୍ୱାଦରେ ହିଁ ମନୁଷ୍ୟ ଜନ୍ମର ସାର୍ଥକତା ।
       ପବିତ୍ର ଗ୍ରନ୍ଥ ଶ୍ରୀମଦ୍ଦ ଭାଗବତ ଗୀତା, ରାମାୟଣ, ମହାଭାରତ ଓ ଅତୀବଡି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତ କୁ ସେ ପଢିଛି ଓ ସେ ଗ୍ରନ୍ଥ ଗୁଡିକର ସାରମର୍ମ କୁ ସେ ମଧ୍ୟ ବିଶ୍ଲେଷଣ କରି ନିଜ ଜୀବନରେ ପ୍ରୟୋଗ କରିଛି । ଆଧ୍ୟାତ୍ମିକ କଥା କହିବାରେ ମଧ୍ୟ ସେ ଧୂରୀଣ । ଅନୂପର ଚରିତ୍ର ରେ ସବୁଠୁ ବଡ ବିଚିତ୍ରତା ହେଲା ଆଧୁନିକ ସଭ୍ୟତାର ଆଧୁନିକ ଉଗ୍ରତାକୁ ଅନୁଭବ ଓ ଉପଭୋଗ କରିବାରେ ଯେତିକି କୁଶଳୀ ଆଧ୍ୟାତ୍ମିକ ଚେତନାର ଅନୁଭୁତିକୁ ଜୀବନ ଚର୍ଯ୍ୟାର ପ୍ରୟୋଗରେ ସେତିକି କୁଶଳୀ ।
          ଜୀବନରେ ପିଲାଦିନୁ କେବେ କୈାଣସି ଝିଅ ପ୍ରତି ଆକୃଷ୍ଟ ହୋଇନି । ଦରିଦ୍ର କଷାଘାତରେ ଇତସ୍ତତ ଜୀବନରେ କାହାକୁ  ଭଲପାଇବାକୁ ମଧ୍ୟ ଚେଷ୍ଟା କରିନି । ସେ ଜାଣେ ଭେକ ନଥିଲେ ଭିକ ମିଳିବନି । ତା ପାଖରେ ସେତେ ସମ୍ବଳ ନାହିଁ  ନିଜକୁ ସଜେଇ ସୁଜେଇ ବାହାରିବ । ହେଲେ ସ୍କୁଲ ଠାରୁ  ଆରମ୍ଭ କରି  କଲେଜ ପର୍ଯ୍ୟନ୍ତ ତା ସମୟରେ  ତାକୁ ସମସ୍ତେ ଜାଣନ୍ତି ତାର ଟ୍ୟାଲେଣ୍ଟ୍ ପାଇଁ । ସେହି ଟ୍ୟାଲେଣ୍ଟ୍ ଯୋଗୁଁ ଜୀବନରେ କେତେଜଣ ଝିଅ ୟା ପ୍ରତି ଢଳିଛନ୍ତି ହେଲେ ଇଏ କେବେ ସେମାନଙ୍କୁ ପ୍ରଶୟ ଦେଇନି । ମନରେ ପ୍ରବଳ ଭାବନା  କିଏ ଝିଅ ଅକୁ ଟିକେ ଭଲପାଉ ହେଲେ  ଯଦି ବା କେବେ ସେ ସୁଯୋଗ ଆସିଛି ସେ ଜାଣିଶୁଣି ସେଗୁଡିକ ସବୁ ହାତଛଡା କରିଦେଇଛି ।
       ସେ ଦେଖିଛି  ତା ପାଖ ଗାଁର  ତାର ତିନି ବ୍ୟାଚ ଉପର କ୍ଲାସ୍ ର ଗୋଟେ ପିଲା ସବୁ ଶ୍ରେଣୀରେ ପ୍ରଥମ ହେଉଥିଲା । ବହୁତ ବୁଦ୍ଧିଆ, ଚାଲାକ୍ ଓ ଦେଖିବାକୁ ସୁନ୍ଦର ମଧ୍ୟ ଥିଲା । ସମସ୍ତେ କହୁଥିଲେ ଦଶମ ଶ୍ରେଣୀରେ ବେଷ୍ଟଟେନ୍‌୍ଥ ଯିବ । ହେଲେ ତାରି ଶ୍ରେଣୀର ଗୋଟିଏ ଝିଅ କୁ ଭଲପାଇ ଦଶମରେ ତ ଭଲ ନମ୍ବର ରଖି ପାସ୍‌କଲା ହେଲେ ତାପରେ +୨ବିଜ୍ଞାନରେ ଫେଲ୍ ହୋଇ ତାର ଜୀବନଟା ସମ୍ପୁର୍ଣ୍ଣ ମାଟି ହୋଇଗଲା । ସେ ଜଣେ ଖ୍ୟାତି ସମ୍ପର୍ଣ୍ଣ ଥିଲାବାଲା ଘରର ପିଲାଥିଲା । ତା ପାଖରେ ଜୀବନ ବିତେଇବାକୁ ଧନ ସମ୍ପଦ ତା ବାପା ତା ପାଇଁ ରଖିଯାଇଥିଲେ ହେଲେ ୟାର ତ କିଛି ନାହିଁ । ଯଦି ପଢାରେ ହେଳାହୁଏ ତେବେ ବାପାଙ୍କ ଭଳି ପରଦୁଆରେ ମୂଲ ଲାଗିବା ଛଡା ଆଉ ଉପାୟ  କିଛି ନାହିଁ । ସେଥିପାଇଁ ସେ ସବୁ କାମରୁ ନିଜକୁ ଅନେକ ଦୂରରେ ରଖେ । ତାକୁ ୨୦ ବର୍ଷ ହେବା ପର୍ଯ୍ୟନ୍ତ ବୋଧହୁଏ ସେ ସିନେମା ହଲରେ ମୋଟ ୩ ଟି ଚଳଚିତ୍ର ଦେଖିଥିବ ।
       ଆଜି ସେ ସମାଜର ଯେଉଁ ପାହାଚରେ ନିଜକୁ ଅବସ୍ଥାପିତ କରି ପାରିଛି ସେଥିରେ ସେ  ସବୁବେଳେ ନିଜର ପରିଶ୍ରମ ଆଉ ବିଶ୍ୱାସ ତା ମା ଓ ଭଗବାନଙ୍କର ଆଶିର୍ବାଦ କୁ ହିଁ ଶ୍ରେୟ ଦେଇଆସିଛି । ତାର ନିଜ ଅଞ୍ଚଳରେ ତାର ଗୋଟିଏ ସ୍ୱତନ୍ତ୍ର ପରିଚୟ ବର୍ତ୍ତମାନ ସୁଦ୍ଧା ସେ ତିଆରି କରି ସାରିଛି ।


*****



ଦୁଇ


      ଏମିତି ଅଫିସ୍ ରେ ଶିବାନୀର ପ୍ରାୟ ମାସେ ହୋଇ ଗଲାଣି । ଶିବାନୀ ପ୍ରତି ଶନିବାର ଦିନ ତା ଶ୍ୱଶୁର ଘର କଟକକୁ ପଳାଏ ସେଠାରେ ସ୍ୱାମୀର ଟିକେ ଯତ୍ନନିଏ । ତା ସ୍ୱାମୀ ସବୁବେଳ ପାଇଁ ଗୋଟିଏ ଖଟରେ ବସିରହି କିଛି ନା କିଛି ଲେଖାଲେଖି କରୁଥାଏ । ସେ ମଧ୍ୟ ଶିବାନୀର କର୍ମ ଜୀବନକୁ ଦେଖି ଖୁସି ଅନୁଭବ କରେ । ଶିବାନୀ ଘରେ ପହଞ୍ôଚଲେ ଶଙ୍କର ବି ବହୁତ ଖୁସି ହୁଏ । ପରିବାରରେ ସମସ୍ତେ ଖୁସି ହୋଇଯାଆନ୍ତି । ପୁଣି ରବିବାର ଦିନ ସନ୍ଧ୍ୟାବେଳେ ଶିବାନୀ ପୁଅକୁ ଧରି ବାପଘରକୁ  ପଳେଇଆସେ ।
      ସେଦିନ ବୁଧବାର । ଅନୂପ ମନେମନେ ଭାବିଛି ଆଜି ଶିବାନୀକୁ କିଛି କହିଦେବ । ହେଲେ ସେତେ ସାହାସ କହିଁକି ଜୁଟେଇ ପାରୁନାହିଁ । ପୁଣି ମନେମନେ ଭାବିଛି ବାହା ସାହା ହୋଇ ପିଲାଛୁଆ ହେଲାପରେ ଗୋଟିଏ ଅନ୍ୟ ସ୍ତ୍ରୀ ପ୍ରତି ଏଭଳି ଆର୍କଷଣ କାହିଁକି?  ଶିବାନୀର ଦେହର ବାସ୍ନା ଏପରି ତାକୁ ଅଭିଭୂତ କରି ତା ଆଡକୁ ଟାଣୁଛି କହିଁକି ସେ କିଛି ବି ବୁଝି ପାରୁନି । ପୁଣି ମନେମନେ ଭାବିଛି ସତ କହିବାରେ ସଙ୍କୋଚ ବା କଣ । ତେଣୁ ସେଦିନ ବହୁତ ସାହାସ ବାନ୍ଧି ଚିନ୍ତା କଲା ଆଜି ଶିବାନୀ ଘରକୁ ଯିବା ସମୟରେ ତାକୁ ଏ କଥାଟି କହିଦେବି ।
       ସେଦିନ ସନ୍ଧ୍ୟା ୫ଟା ହେଲା ଶିବାନୀ ନିଜ ଚଉକିରୁ ଉଠିବାକୁ ଲାଗିଲା । ସୁଯୋଗ ଉଣ୍ଡି ଅନୂପ ମଧ୍ୟ ନିଜ ଚଉକିରୁ ଉଠି ବାହାରି ଆସିଲା ଓ ଶିବାନୀକୁ କହିବାକୁ ଲାଗିଲା ଶିବାନୀ ମ୍ୟାଡାମ୍ ମୋତେ ଆପଣ ଗୋଟେ କଥା କୁହନ୍ତୁ ଆପଣଙ୍କ ଦେହର ବାସ୍ନା ଟା କାହିଁକି ମୋତେ ବିଚଳିତ କରୁଛି ? ସବୁବେଳେ ଆପଣଙ୍କ ଆଡକୁ ଟାଣୁଛି ଓ ମନେମନେ ଇଚ୍ଛା ହେଉଛି ସବୁବେଳେ ଆପଣ ଙ୍କ ପାଖରେ ରହନ୍ତି ।
       ଶିବାନୀ ଏଭଳି କଥାରେ ଯେତିକି ମନେମନେ ଲାଜେଇ କରି ଭୟଭିତ ହୋଇଗଲା ସେତିକି ମଧ୍ୟ ମନେମନେ ଆତ୍ମଗ୍ଲାନିରେ ଦିଗହରା ହୋଇଗଲା । ତଥାପି ଶିବାନୀ କିଛି ନକହି ସେଦିନ ସେଠାରୁ ଚାଲିଗଲା । ହେଲେ ରାତିଯାକ ଅନୂପର ସେହି କଥା ଗୁଡିକ ଶିବାନୀକୁ ଭାରି ବ୍ୟତିବ୍ୟସ୍ତ କରିପକାଉଥିଲା ।
       ତା ପର ଦିନ ଶିବାନୀ ଘରୁ ଆସି ଅଫିସ୍ ରେ ଠିକ୍ ୯ଟା୪୫ରେ ପହଞ୍ôଚଯାଇଛି ହେଲେ ମନେମନେ ତାକୁ ଭାରି ଲାଜ ଯେ ସେ ଆଜି ଅନୂପକୁ କିପରି ସାମନା କରିବ । ହେଲେ ଅନୂପର ମଧ୍ୟ ଏକା ଦଶା । ପୂର୍ବଦିନ ଯେତେବେଳେ ଶିବାନୀ କିଛି ନ କହି ଅଫିସ୍ ରୁ ଚାଲିଯାଇଥିଲା ୟା ମନରେ ବି ଭୟ ଥିଲା କାଳେ ଶିବାନୀକୁ ମୋ କଥା ଖରାପ ଲାଗିଥିବ । ଏମିତି ଅନେକ କଥା ଭାବିଭାବି ତାର ମଧ୍ୟ ରାତି ପାହିଯାଉଥିଲା ।
      ଅନୂପ ଆସି ପହଞ୍ôଚଛି ୧୦ଟା୧୦ ମିନିଟ୍ ରେ । ନିଜ ଚାମ୍ବର୍ ଭିତରକୁ ପସୁପସୁ  ଶିବାନୀ ମୁହଁ ତଳକୁ କରି କହିଚି ଗୁଡ୍ ମର୍ଣ୍ଣିଙ୍ଗ୍ ସାର୍ । ଅନୂପ  କହିଛି ମର୍ଣ୍ଣିଙ୍ଗ୍ । ଅନୂପ ପଚାରିଛି ପୁଅ କଣ କରୁଥିଲା । ଶିବାନୀ କହିଛି ତାକୁ ମୁଁ ସକାଳ ୮ଟାରେ ସ୍କୁଲ ଗାଡିରେ ବସେଇ ଦେଇଥିଲି ଓ ସେ ସ୍କୁଲ ଯାଇଛି । ଅନୂପ ପଚାରିଲା ଆଜି ତା ପାଇଁ ଆପଣ କଣ ଟିଫିନ୍ କରିଥିଲେ । ଶିବାନୀ କହିଲା ଉପମା । ଆପଣ କଣ ଖାଇଛନ୍ତି । ମୁଁ ଭାତ ଖାଇକରି ଆସିଛି ।
       ଅନୂପ ଏତିକି ପଚାରିସାରିବାପରେ ନିଜେ କିଛି ଗୋଟେ ଲେଖିବାକୁ  ଆରମ୍ଭ କଲା । ମୁଣ୍ଡ ନଇଁ ଲେଖୁଥିବା  ସମୟରେ ଶିବାନୀ ଅନୂପ କୁ ଟିକେଟିକେ ଅଜାଣତରେ ମନପୁରାଇ ଦେଖୁଥାଏ । ଭାବୁଥାଏ ଅନୂପକୁ କଣ କହିବ । ସେଦିନ ଶିବାନୀ କହି ଉଠିଲା କାଲି ଆପଣ ମୋତେ ଯେଉଁ କଥା କହିଲେ କାଲି ମୁଁ ସେ କଥା ମୋ ହଜବ୍ୟାଣ୍ଡ୍‌କୁ  କହିଦେଇଛି । ଅନୂପ ମନେମନେ ବହୁତ ରାଗିଗଲା ଓ କିଛି ନକହି ସେଠାରୁ ଚାଲିଗଲା । ଶିବାନୀ ବୁଝିଗଲା ଯେ ଅନୂପ ତା କଥାରେ ବହୁତ ନାରାଜ ହୋଇଗଲେ । କିଛି ସମୟପରେ ଅନୂପ ଆସି ନିଜ ଚଉକିରେ ବସିଲା ଆଉ ଆଦୈା ଶିବାନୀକୁ ଚାହିଁଲାନି କି କିଛି କହିଲାନି ।
       କିଛି ସମୟ ପରେ ଶିବାନୀ ନିଜ ଜାଗାରୁ ଉଠି କରି ଅନୂପ ଟେବୁଲ୍ ପାଖକୁ ଆସିଲା ଓ କହିଲା ସାର୍ ଆପଣ କାଲି ମୋ ପାଇଁ ଦୁଇଟି କିସମି୍ ଚକୋଲେଟ୍ ଆଣିବେ । ନାରୀ ମାନେ ନିଜ ସ୍ୱାମୀ ଆଗରେ ଏଭଳି କଥା କେବେବି କହିପାରିବେନି ବୋଲି ଅନୂପ ଆଦୌ ଜାଣିନଥିଲା । ପ୍ରେମରେ ମିଛ କହିବାରେ ନାରୀମାନେ କେତେଜେ ଧୂରନ୍ଧର ତାହା ଅନୂପକୁ ଜଣାହିଁ ନଥିଲା । ଅନୂପ ନାରୀ ମାନଙ୍କର ମନସ୍ତତ୍ୱ ପଢିବାରେ ସେତେ ଚାଲାକ ମଧ୍ୟ ନଥିଲା, ତେଣୁ ପ୍ରକୃତରେ ସେ ଦିନ ଶିବାନୀ ତା ଠାରୁ କଣ ଚାହୁଁ ଥିଲା ସେ ବୁଝି ପାରିଲାନି । ପ୍ରକୃତରେ ସେ କିସ୍ ଚାହୁଁ ଥିଲା ନା ଚକୋଲେଟ୍ ।
       ଏମିତି ୪ଦିନପରେ ଦିନେ ହଠାତ୍ ଶିବାନୀ ଆସି କହିଲା ସାର ମୁଁ ଗତକାଲି ରାତିରେ ଆପଣଙ୍କ ସ୍ୱପ୍ନ ଦେଖିଛି । ତଥାପି ଅନୂପ ମଧ୍ୟ କିଛି ବୁଝି ପାରିଲାନି । ସେହିଦିନ ଠାରୁ  ବୋଧହୁଏ ଶିବାନୀ ଏ ପ୍ରେମ କରିବା ବାବତରେ ଅନୂପ ଗୋଟିଏ ବୋଧହୁଏ ବଡ ବୋକା ବୋଲି ଧରିନେଲା ହେଲେ କିନ୍ତୁ ତାର ହୃଦୟରେ ସେ ଅନୂପକୁ ଏକ ସ୍ୱତନ୍ତ୍ର ସ୍ଥାନରେ ବସେଇ ସାରିଥିଲା । ହେଲେ ସେହି ଦିନଠାରୁ ଅନୂପ ଶିବାନୀକୁ ସର୍ମ୍ପୁଣ୍ଣ ଭଲପାଇ ବସିଥିଲା ।
      ଧୀରେଧୀରେ ଶିବାନୀକୁ ଆପଣ ପରିବର୍ତ୍ତ ଅନୂପ ତମେ କହି ଡାକିବା ଆରମ୍ଭ କରିସାରିଲାଣି ଯାହାକି ଶିବାନୀକୁ ମଧ୍ୟ ଭଲ ଲାଗିଛି । ଯେତେବେଳେ ଶିବାନୀର ମନଦୁଃଖ ଥାଏ ଅନୂପ ଅଫିସ୍ ରେ ବସି ଅଫିସ୍‌ର କାମ ସଙ୍ଗେ ସଙ୍ଗେ ତାକୁ କିଛି ବୁଝେଇବାରେ ମଧ୍ୟ ବ୍ୟସ୍ତ ରହେ । ସେତେବେଳେ କୁ ଶିବାନୀ ଆଉ ଅନୂପ ମଧ୍ୟରେ ଦୂରତା ବହୁତ କମ୍ କହିଲେ ଚଳେ । ଶିବାନୀର ହୃଦୟରେ ଅନୂପ ସମ୍ପୁର୍ଣ୍ଣ ଭାବରେ ଏକ ପକ୍କା ଘର କରିସାରିଲାଣି ।
       ଶିବାନୀ ସିନା ପ୍ରକାଶ କରେନି ହେଲେ ଘରେ ତା ସ୍ୱାମୀ ସାଙ୍ଗେରେ ରାତିରେ ଶୋଇବା ସମୟରେ ମଧ୍ୟ ତା ଆଖିରେ ଅନୂପ ନାଚି ଯାଉଥାଏ । ତାର ଚାଲିଚଳନ, ହାବଭାବ, ଅତି ଆପଣାରକଥା, ତା ପ୍ରତି ତାର ଯତ୍ନ ତାକୁ ବହୁତ ବିବ୍ରତ କରିପକାଏ । ସେ ବେଳେବେଳେ ଭାବେ ତାର ମନ ଓ ହୃଦୟ ଆଉ ତା ପାଖରେ କିଛି ନାହଁ । ସବୁଯାଇ ବନ୍ଧା ପଡିଗଲାଣି ଅନୂପ ପାଖରେ । ତଥାପି ତା ପରିବାରକୁ ତାକୁ ରଖିବାକୁ ପଡିବ । ତା ସ୍ୱାମୀକୁ ମଧ୍ୟ ଭଲପାଇବାକୁ ପଡିବ । ପୁଅର ମଧ୍ୟ ଯତ୍ନ ନେବାକୁ ପଡିବ । ସବୁ କଥାକୁ ଏକା ସାଙ୍ଗରେ ମାଡିମକଚିକରି ଚାଲିଥାଏ । ସ୍ୱାମୀର ମଧ୍ୟ ଭଲପାଇବାରେ ସେତେ ହେଳା ନାହିଁ । ତଥାପି ବୁଝିପାରୁନି ସିଏ କାହିଁକି ସୁଅମୁହଁରେ ପତର ଭଳି ଆଡିକି ଟାଣି ହୋଇଯାଉଛି ।
      ଅଫିସ୍ ଭିତରେ ବସିବା ସମୟରେ କଥା ପ୍ରସଙ୍ଗରେ ଅନୂପ ମଧ୍ୟ କେତେଥର ତାର ହାତ ଧରିପକେଇଛି । ଏକଥା ମଧ୍ୟ କହିବା ଟା ଠିକ୍ ନୁହେଁ କି ଅନୂପ ଜବରଦସ୍ତ ତା ହାତ ଧରିପକାଏ । ଅମାନିଆ ଝଡ ଯେପରି ମାଡିଚାଲେ ଠିକ୍ ସେମିତି ତା ଭଲପାଇବାର ଆଉ କିଛି ବାଡବତା ନାହିଁ । ସେ ବୋଧହୁଏ ଭଲପାଇବାର ଚରମ ସୀମା ର ନିକଟରେ ଯାଇ ପହଞ୍ôଚଗଲାଣି । ସିଏ ମଧ୍ୟ ରାତିରେ ତାର ସ୍ତ୍ରୀ ପାଖରେ ଶୋଇବା ସମୟରେ କେବଳ ଶିବାନୀ କଥା ହିଁ ଭାବିବାରେ ଲାଗେ । ସ୍ତ୍ରୀକୁ ଉପଭୋଗ କରିବାରେ ନିଶା ମଧ୍ୟ ପ୍ରାୟ ଆଗ ଅପେକ୍ଷା କମିଗଲାଣି ।
       ଯେବେ ବି ସେ ସ୍ତ୍ରୀକୁ ଆଜିକାଲି ଉପଭୋଗ କରୁଛି ମଧ୍ୟ ସେ ସମୟରେ ଶିବାନୀର ଛବି ତା ଆଖି ଆଗରେ ନାଚିଉଠୁଛି । ଅନୂପ ର ସ୍ତ୍ରୀ ମଧ୍ୟ ବୁଝିଗଲାଣି ଯେ ଅନୂପ ଆଗଭଳି ତାକୁ ଆଉ ଭଲ ପାଉନାହାନ୍ତି । ଯଦି କେତେବେଳେ ସେ ଲୁଚିଲୁଚି କରି ଯାଇ ପଛପଟୁ ଅନୂପକୁ ଯାବୁଡିପକାଏ ଆଗଭଳି ଆଉ ଅନୂପ ସେ ଶ୍ରଦ୍ଧା ଦେଖଉନାହାନ୍ତି । ତଥାପି ଅନୂପର ସ୍ତ୍ରୀ ଅତି ଉତ୍ତମ ଚରିତ୍ରବତ୍ତା, ଧୈର୍ଯ୍ୟବାନ । ତେଣୁ ସେ ଧରିନିଏ ବୋଧହୁଏ ଆଜିକାଲି ଅଫିସ୍ ରେ କିଛି କାମର ବୋଝ ପଡୁଛି ସେଇଥିପାଇଁ ତାଙ୍କର ମନରେ ଖୁସିନାହିଁ । ହେଲେ ଅନୂପ ମଧ୍ୟ ଚାହେଁନି ନିଜର ସଂସାରକୁ ଭାଙ୍ଗି ଦେବାକୁ । ନିଜର ପୁଅର ସ୍ନେହକୁ ମଧ୍ୟ ପାଇବାକୁ ତାର ଭାରି ଇଚ୍ଛା । ତେଣୁ ସେ ସବୁ କିଛି ସମ୍ଭାଳିବାକୁ ଚେଷ୍ଟା କରେ ।
         ଦିନକୁ ଦିନ ସେ ଶିବାନୀ ପ୍ରେମରେ ପାଗଳ ହେବାକୁ ଲାଗିଲା । ପ୍ରତି ମୂହୁର୍ତ୍ତରେ  ଶିବାନୀର ଛବି ତାର ଆଖି ଆଗରେ ତାକୁ  ଅସ୍ତବ୍ୟସ୍ତ  କରିବାରେ ଲାଗିଲା । ଏମିତି ରାତିରେ ତାର ସ୍ତ୍ରୀ ସାଙ୍ଗରେ ଶାରୀରିକ ସର୍ମ୍ପକ ସମୟରେ ମଧ୍ୟ ଶିବାନୀର ମୁହଁ ତାକୁ ଡିଷ୍ଟର୍ବ କରିବାକୁ ଲାଗିଲା । ଏମିତି କିଛି ଦିନ ଗଲା ପରେ ସେ  ଶିବାନୀକୁ ହଠାତ୍ ଦିନେ ଗୋଟିଏ କିସ୍ ଦେବା ପାଇଁ ଅନୁରୋଧ କରିଛି । ଆଉ କହିଛି ଦେଖନ୍ତୁ ଆପଣ ଯେ ପର୍ଯ୍ୟନ୍ତ ନିଜେ ରାଜି ନହେବେ ଓ ନିଜ ତରଫରୁ କିସ୍ ଟିଏ ଦେବା ପାଇଁ ଆଗକୁ ନ ଆସିବେ ସେ ପର୍ଯ୍ୟନ୍ତ ମୁଁ କେବେ ବି ଯବର୍ଦସ୍ତି କିସ୍ ଦେବିନାହିଁ ।
      ୟା ଭିତରେ ପ୍ରାୟ ୧୫ ଦିନ ବିତିଗଲାଣି । ଶିବାନୀ ମଧ୍ୟ ନିଜକୁ ଏତେ ବାନ୍ଧି ରଖିବାରେ ସମର୍ଥ ଆଉ ହୋଇ ପାରୁନାହିଁ । ଦିନେ ହଠାତ୍ ହଁ କରିଛି । ଦିନ ୧୨ଟା ହେବ । ପବ୍ଲିସିଙ୍ଗ୍ ହାଉସ୍‌ରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାଆନ୍ତି । ଶିବାନୀ ଆସି ଚୂପ କିନା ଆଗକୁ ମୁହଁ କରି ଅନୂପ ପାଖରେ ଛିଡା ହେଲା । ଅନୂପ ବୁଝିପାରି ସେହିଦିନ ପ୍ରଥମ କରି ଶିବାନୀ ଗାଲରେ ଗୋଟିଏ କିସ୍ କରି ତାର ଛାତିକୁ ଟିକେ ଜୋର କରି ଧରି ପକାଇଥିଲା । ଶିବାନୀ କହିଲା ହଉ ପ୍ଲିଜ୍ ଛାଡ । ସେତକି ହଉ । ହେଲେ ଶିବାନୀ ସେଠାରୁ ଚାଲିଗଲା ବେଳେ ତାର ମନଟା କାହିଁକି ଦୁଃଖ ଥିଲା ।
        ତା ପରଦିନ ରବିବାର ଥିଲା । ଠିକ୍ ଦିନ ୧୧ଟା ସମୟରେ ଅନୂପ ଶିବାନୀକୁ ଫୋନ୍ କରିଛି । ଶିବାନି ଫୋନ୍ ଉଠେଇଛି ଓ କହିଛି ହଁ କୁହନ୍ତୁ ।
ଅନୂପ ପଚାରିଛି କଣ କରୁଛନ୍ତି?
       ଶିବାନୀ କହିଛି ମନ୍ଦିର ଆସିଥିଲି । ଆଉ ମୋତେ, ଆଦୌ ଭଲ ଲାଗୁନାହିଁ । ସତେ ଯେମିତି ମୋତେ ଲାଗୁଛି ମୁଁ ‘ପାପ’ କରି ଦେଇଛି । ମୋ ହଜବ୍ୟାଣ୍ଡ୍‌କୁ ମୁଁ ଚିଟିଙ୍ଗ୍ କରିଛି । ଖାଲି ଏହି କଥା ମନକୁ ଘାରୁଛି । ଏ ‘ପାପ’ ମୋତେ ବସେଇ ଉଠେଇ ଦଉନାହିଁ । ଅନୂପ ତାକୁ ବୁଝେଇବାରେ ଲାଗିଛି ହେଲେ ଶିବାନୀ କିନ୍ତୁ ବୁଝିନି ।
      ସେହିଦିନ ଠାରୁ ଶିବାନି ଏହିଭଳି ଛୋଟ ମୋଟ ଶାରୀରିକ ସର୍ମ୍ପକକୁ ପାପ ବୋଲି କହି ଅନୂପ ଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛି । ହେଲେ ଅନୂପ ଶିବାନୀର ପାଖ ଛାଡିବାକୁ ବି ଭଲ ପାଏନି । ଶିବାନୀର ରୂପକୁ ସବୁବେଳେ ପ୍ରଶଂସା କରିବାରେ ଲାଗେ । ମିଛରେ ନୁହେଁ, ତା ହୃଦୟରୁ ଶିବାନୀ ର କାମ ଓ ରୂପକୁ ସେ ସବୁବେଳେ ପ୍ରଶଂସା କରିଥାଏ । ଏହି ପ୍ରଶଂସାରେ ମଧ୍ୟ ଶିବାନୀ ବିଚଳିତ ହୋଇଯାଏ ।
       ମଝିରେ ମଝିରେ ଯଦି ସେକ୍ସ୍ ସମ୍ବଦ୍ଧିତ ଟିକେ ବି କଥା ଶିବାନୀକୁ କହିଦିଏ ସେ ଉପର ଦେଖାଣିଆ ଭାବେ ବହୁତ ଖରାପ ଭାବେ କି କଣ ତା ଅନୂପ ଆଦୌ ଜାଣି ପାରେନି କିମ୍ବା ଜାଣିବାକୁ ଚେଷ୍ଟା ମଧ୍ୟ କରେନି । ଶିବାନୀ ଟିକେ ଆଭଏଡ୍ କରେ ପୁଣି ମନକୁ ମନ ନିଜେ ଆସି ମିଶେ । ଅନୂପ ମଧ୍ୟ ଜାଣିଗଲାଣି ଯେ ଶିବାନୀ ତା ସାଙ୍ଗରେ କଥା ନହେଲେ ରହି ପାରିବ ନାହିଁ । ଏମିତି ଦୁଇଜଣଙ୍କ ଭିତରେ ମନମାଳିନ ହେଉଥିଲେ  ମଧ୍ୟ  କେହି କାହାରିକୁ ଛାଡି ପାରନ୍ତି ନାହିଁ ।
       ସେଦିନ ଶନିବାର । ଅଫିସ୍‌ରୁ ପ୍ରାୟ ସମସ୍ତେ ବେଗାବେଗି ଘରକୁ ବାହାରି ଗଲେଣି । ଅନୂପ ତ ସବୁଦିନ ସମସ୍ତେ ଗଲାପରେ ଯାଏ । ଶିବାନୀ ମଧ୍ୟ ଅନୂପର ଟିକେ ଆଗରୁ ଯାଏ । ସେ ଦିନ ଦୁଇଜଣ  ଯାକ ଅଫିସ୍ ରେ ବସିଥାନ୍ତି । ସେ ଦିନ କଥା ଗୁଡିକ ଭାରି ରୋମାଣ୍ଟିକ୍ ଥାଏ । ଦୁଇଜଣଯାକ କଥାରେ ସମ୍ପୁର୍ଣ୍ଣ ମଜିଯାଇଥାନ୍ତି ଏତେ ଯେ ସତେଯେପରି ଯଦି ବାହାରର କେହି ବ୍ୟକ୍ତି ତାଙ୍କୁ ଦେଖିବ ସେ ନିଶ୍ଚୟ ଭାବିନେବ ଯେ ଏ ଦୁହେଁ ବୋଧହୁଏ ସ୍ୱାମୀ ସ୍ତ୍ରୀ ।
       ସେ ଦିନ କଥା ଥିଲା ସେ ଦୁହେଁ ସାଙ୍ଗହୋଇ ଅଫିସ୍‌ରୁ ଯିବେ । ସେ ଦିନ ଅନୂପ ଏତେ ଭାବପ୍ରବଣ ହୋଇ ପଡିଲା ଯେ ସେ ନିଜକୁ ସମ୍ଭାଳିପାରିନି । ଦୁଇଜଣଯାକ ଛିଡା ହୋଇଗଲେଣି ଯିବା ପାଇଁ । ହଠାତ୍ ଅନୂପ ଶିବାନୀ ପାଖକୁ ଯାଇ ତାର ହାତପାପୁଲି ମୁଠେଇ ଧରିଲାଣି । କାମବସରେ ବୋଧହୁଏ ଆଉ ଅନୂପ ନିଜକୁ ସମ୍ଭାଳିପାରିନି । ସେ ଶିବାନୀକୁ ଅତି ଜୋରରେ ନିଜର ଛାତି ପାଖକୁ ଟାଣିଆଣି ଯାବୁଡି ଧରିବାକୁ ଚେଷ୍ଟା କରିବା ସମୟରେ ଶିବାନୀ ମନରେ ଟିକେ ଭୟ ଆସିଛି ସେ ଟାଣିହୋଇ ଟିକେ ଦୂରେଇଯାଇ କହିଛି ଦେଖ ଏ ଠିକ୍ ନୁହେଁ । ଏ ହେଉଛି ‘ପାପ’ । କାରଣ ମୁଁ ବିବାହିତା ଓ ତୁମେ ମଧ୍ୟ । ସମୟ ହୋଇଗଲାଣି ଚାଲଯିବା ।
       ଅନୂପ ଶିବାନୀକୁ ଏତେ ଭଳପାଏ ଯେ ସେ କୈାଣସି କଥା ଶିବାନୀ ମନବିରୁଦ୍ଧରେ କରିପାରିବନି କିମ୍ବା ଆଜି ପଯ୍ୟନ୍ତ କରିନି ମଧ୍ୟ । ତେଣୁ ସେ ନିଜର ବାସନା କୁ ବହୁତ କଷ୍ଟରେ ସମ୍ଭାଳି ନେଇଛି । ‘ପାପ’ ! ଏ ‘ପାପ’ କଣ ଯାଣିନି । ତୁମେ ସବୁ ଜାଣିଛ । ଅନୂପ କହି ଉଠିଛି ଗୋଟେ ନାରୀକୁ ଆଲିଙ୍ଗନ କରି କିସ୍ ଦେବା କଣ ଗୋଟେ ପାପ ।
      ଏହାପରେ ଦୁଇଜଣ ଯାକ ଅଫିସ୍‌ରୁ ବାହାରିଛନ୍ତି । ସେ ଦିନ କିନ୍ତୁ ଶିବାନୀ ଟିକେ ଡରିଛି ଅନୂପ ଗାଡିରେ ବସିବାକୁ । ହେଲେ ଆପେଆପେ ଟାଣି ହୋଇ ଯାଇ ବସିପଡିଛି ଅନୂପ ଗାଡିରେ । ଦୁଇଜଣଯାକ ଯାଉଥିବା ସମୟରେ ରାସ୍ତାରେ ପଡିଛି ପାର୍କ ଯେଉଁଠି ସେମାନେ ପ୍ରାୟ ଅନେକ ସମୟରେ ପାଞ୍ଚ ଦଶ ମିନିଟ୍ ପାଇଁ ଏକାଠି ବସି କଥା ହୋଇଥାନ୍ତି । ତେଣୁ ସେ ଦିନ ମଧ୍ୟ ଅନୂପ ବାଇକ୍‌ଟିକୁ ନେଇ ପାର୍କ ପାଖରେ ଛିଡା କରିଦେଲା । ଶିବାନୀ ବୁଝିପାରି ବାଇକ୍‌ରୁ ଓହ୍ଲାଇପଡି ଯାଇ ପାର୍କରେ ଥିବା ଉଚ୍ଚା ଯାଗାଉପରେ ବସିପଡିଛି । ଅନୂପ ମଧ୍ୟ ତା ପଛେ ପଛେ ଯାଇ ତା ପାଖରେ ବସି ପଡିଛି ହେଲେ ଟିକେ ଦୂରେଇ କରି ।
       ଆଗରୁ କିନ୍ତୁ ସେମାନେ ଯେତେଥର ପାର୍କର ଏହି ଜାଗାରେ ବସିଛନ୍ତି ଦୁଇଜଣ ଯାକ ଲଗାଲଗି ହୋଇ ବସିଛନ୍ତି ତେଣୁ ସେ ଦିନ ଶିବାନୀ ଟିକେ ମନରେ ଦୁଃଖ କରିଛି ତଥାପି ବସିଛି । ଅନୂପ କହିବା ଆରମ୍ଭ କରିଛି । କୁହ ତେବେ, ତୁମେ ‘ପାପ’ ର ସଜ୍ଞା କଣ ରଖିଛ । ଶିବାନୀ କହିଛି ଯାହାକୁ ସମାଜ ଗ୍ରହଣ କରେ ନାହିଁ ତାହା ହିଁ ‘ପାପ’ । ଅନୂପ ଟିକେ ହସି ଦେଇଛି ।
       ଅନୂପ ପଚାରିଛି କହିଲ ଦେଖି ଯଦି ଗୋଟିଏ ଅନ୍ତଃବସ୍ତ୍ର ପିନ୍ଧା ନାରୀ କୌଣସି ଯୁବକ ସହିତ ସମୁଦ୍ରରେ ହେଉ କିମ୍ବା ସେ ସୁଇମିଙ୍ଗ୍ ପୁଲ୍‌ରେ ହେଉ ଗାଧୋଇକରି ଗୀତ ଗାଉଥାଏ ଓ ଉଭୟ ପରସ୍ପରକୁ  ଆଲିଙ୍ଗନ ଓ କିସ୍ କରୁଥାନ୍ତି ତାହାହେଲେ  ତାହା କଣ ଏ ସମାଜ ଗ୍ରହଣ କରିବ ?
      ଶିବାନୀ ହଠାତ୍ କହିଉଠିଛି କେବେ ନୁହଁ ।
      ତେବେ ତୁମେ ତ ଅନେକ ସିନେମା ଦେଖିଥିବ ଯେଉଁଥିରେ ୟାଠାରୁ ମଧ୍ୟ ଆହୁରି ଉଗ୍ରଭାବ ସମ୍ପର୍ଣ୍ଣ ପୁଅଝିଅ ଙ୍କୁ ଏହିପରି ଅବସ୍ଥାରେ ଦେଖିଥିବ ତେବେ ସେମାନେ କଣ ପାପ କରୁଛନ୍ତି ?
        ଆଚ୍ଛା ଯଦି ବା ପାପ କରୁଛନ୍ତି ତେବେ ଆମ ସମାଜ ତାକୁ ବରଦାସ୍ତ କିପରି କରିଛି? ପରିବାରର ସମସ୍ତେ ଏକାଠି ବସି ମଧ୍ୟ ଏଭଳି କେତେ ଗୁଡିଏ ଦୃଶ୍ୟସବୁ ସିନେମା ଦେଖିବା ବେଳେ ଉପଭୋଗ କରୁଛନ୍ତି । ତାହାହେଲେ ତୁମ ମତରେ ଆମେ ସମସ୍ତେ ନିର୍ବିବାଦରେ ପାପ ଦୃଶ୍ୟକୁ ଉପଭୋଗ କରିବାରେ ଲାଗିଛୁ । ଶିବାନୀ କହିଲା ସେ ତ ଚଳଚିତ୍ର ଏବଂ ତାହା ଏକ କଳା । ତେଣୁ ସେଥିରେ ପାପର ସ୍ଥାନ ନାହିଁ । ଅନୂପ କହିଲା ଚଳଚିତ୍ର ସମାଜର ଏକ ପ୍ରତିଫଳିତ ପ୍ରତିବିମ୍ବ ବୋଲି ଅନେକ ମତ ଦେଉଥିବା ବେଳେ କେତେଜଣ କୁହନ୍ତି ସମାଜ ମଧ୍ୟ ଚଳଚିତ୍ର ଦ୍ୱାରା ଅନେକ ଭାବରେ ପ୍ରଭାବିତ । ତେବେ ଏ ସମାଜ ତ କାହିଁକି ପ୍ରତିବନ୍ଧ ହୋଇନି ବରଂ ତାକୁ ଆଦରରେ ପ୍ରୋତ୍ସାହନ ଦେଇଚାଲିଛି ।
       ଆଚ୍ଛା ତୁମେ ତ ନିଶ୍ଚୟ ଅନେକ ପଶ୍ଚିମ ଦେଶ ମାନଙ୍କର ଚଳଚିତ୍ର ଦେଖିଥିବ ସେଥିରେ ତ ପୁରୁଷ ଆଉ ସ୍ତ୍ରୀ ମଧ୍ୟରେ ସାଧାରଣ ଦୈହିକ ସମ୍ପର୍କ କୁ ସୁନ୍ଦର ଭାବରେ ଉପସ୍ଥାପନ କରୁଛନ୍ତି । ତେବେ ସେ କଣ କଳା ପରିବେଷଣ କରୁଛନ୍ତି ନାଁ ପାପ କରୁଛନ୍ତି । କାହିଁ ସେମିତି କୈାଣସି ଚଳଚିତ୍ରରେ ଏହା ଏକ ପାପ ବୋଲି ବର୍ଣ୍ଣନା କରାଯାଇନି ବରଂ ଦୈହିକ ଉପଭୋଗକୁ ଯେତେ ସାବଳୀଳ,ସରସ ସୁନ୍ଦର ଭାବରେ ଉପସ୍ଥାପନ କାରାଯାଉଛି ସେ ସିନେମା ସେତେ ଆଦୃତ ଓ ଚର୍ଚ୍ଚିତ । ସେଭଳି ଚଳଚିତ୍ରକୁ ଦେଖୁଛେ ଓ ଉପଭୋଗ କରୁଛେ ତେବେ ସେ ପୁଣି କଣ ।
       ସେମାନେ କଣ ଏ ପୃଥିବୀର ବ୍ୟକ୍ତି ନୁହଁନ୍ତି ନା ସେମାନଙ୍କ ଶରୀର ପଞ୍ଚମହାଭୂତରେ ଗଢା ନୁହେଁ ନା ଅନ୍ୟ କେଉଁ ଉପାଦାନରେ ଗଢା । ଶିବାନୀ କହିଲା ତାଙ୍କ ସମାଜ ସେ କଥାକୁ ଗ୍ରହଣ କରେ । ଅନୂପ କହିଲା ତେବେ ଆମେ କାହିଁକି ସେ ସମାଜର କଥା କୁ ଦେଖିବା । ସେତେବେଳେ କୁ ସନ୍ଧ୍ୟା ୬ଟା୩୦ ହୋଇଗଲାଣି । ଶିବାନୀ କହିଲା ଦେଖ ଘରକୁ ଯିବା । ଡେରି ହେଲାଣି କାରଣ ସେ ଦିନ ଶନିବାର । ସେ ପୁଅକୁ ନେଇ ଭବନେଶ୍ୱର ତା ଶ୍ୱଶୁର ଘରକୁ ଯିବ । ତାର ସ୍ୱାମୀ ଶଙ୍କର ପ୍ରତି ଶନିବାର ଦିନ ବାଲେଶ୍ୱରରୁ ଶିବାନୀ ପାଖକୁ ଆସେ ଭୂବନେଶ୍ୱର ଏବଂ ପୁଣି ସୋମବାର ଦିନ ସକାଳୁ ପଳାଏ । ତେଣୁ ସେ ଆଜି ୯ଟା ବେଳେ ଘରେ ପôହଞ୍ôଚବେ ମୋତେ ରୋଷେଇ କରିବାର ଅଛି ।
        ଉଭୟ ଉଠିପଡିଲେ । ସବୁଦିନ ପରସ୍ପର ବିଦାୟ ନେଲାବେଳେ ହ୍ୟାଣ୍ଡେସକ୍ କରନ୍ତି । ସେ ଦିନ ଅନୁପ ଜାଣିଶୁଣି ହ୍ୟାଣ୍ଡେସକ୍ ନ କରି ନିଜି ବାଇକ୍ ଆଡକୁ ଯିବାକୁ ଲାଗିଲା । ଶିବାନୀ ହଠାତ୍ ମନେମନେ ବହୁତ ରାଗିଗଲା କହିଲା କିନ୍ତୁ କିଛି ନ କହି ମନ ଦୁଃଖରେ ଗାଡି ଉପରେ ଯାଇ ବସିପଡିଲା । ଅନୂପ ତା ବାଇକ୍ ଟିକୁ ନେଇ ଶିବାନୀ ରହୁଥିବା କଲୋନିର କିଛି ଦୂରରେ ତାକୁ ଛାଡି ତାଠାରୁ ବିଦାୟ ନେଲା ।
     ଶିବାନୀ ନିଜ ଭଡା ଘରେ ପହଞ୍ଚେ ୭ଟା୩୦ରେ । ପୁଅ ସ୍କୁଲରୁ ଆସି ଖାଇସାରିଥାଏ । ସେ ଖେଳାଖେଳି କରି ସନ୍ଧ୍ୟା ୭ଟାରେ ପାଠପଢିବାକୁ ବସିଥାଏ । ଘରେ ପହଞ୍ôଚ ପୁଅକୁ  ଟିକେ  ଯାବୁଡି ଧରି ଗେଲ କରିଦେଇଛି । ତା ପରେ ନିଜର ଶାଢୀ ବଦଳି ଧୁଆ ଧୋଇ ହୋଇ ସନ୍ଧ୍ୟା ଧୂପ ଭଗବାନଙ୍କୁ ଦେଇଛି । ନିଜେ ଚା କରି ଚା କପେ ଖାଇ ସାରି ରୋଷେଇ ଆରମ୍ଭ କରିଚି ଏବଂ ୯ଟା ପୂର୍ବରୁ ସାରି ପୁଅ ପାଖରେ ବସି ପାଠ ପଢେଇବାରେ ଲାଗିଛି । ଠିକ୍ ରାତି ୯ଟା୧୦ରେ ଆସି ପହଞ୍ôଚଛି ଶଙ୍କର । ହଠାତ୍ ଉଠିପଡିଛି । ତାଙ୍କ ହାତରୁ ବ୍ୟାଗ୍‌ଟି ନେଇ ଯାଇଛି । ଶଙ୍କର ଘରେ ପସୁପସୁ ଆଗ ପୁଅକୁ ଟିକେ ଗେଲ କରିପକେଇଛି ତାପରେ ଧୂଆଧୋଇ ହୋଇ ସମସ୍ତେ ସାଙ୍ଗ ହୋଇ ଖାଇବାକୁ ବସିଛନ୍ତି ।
         ଆଗପଛ ତା ଭିତରେ କେଇ ପଦ ମିଠାମିଠା କଥା ପରସ୍ପର ଭିତରେ ଆଦାନ ପ୍ରଦାନ ଚାଲିଥାଏ । ଶୋଇଛନ୍ତି ସମସ୍ତେ । ୬ଦିନରେ ଶଙ୍କର ଆସିଛି । ଆଜି ସ୍ତ୍ରୀକୁ ପାଇ ଭାରି ଆନନ୍ଦ । ପୁଅକୁ ନିଦରେ ଶୋଇ ପଡିବା ପରେ ଶଙ୍କର ନିଜର ହାତକୁ ଶିବାନୀର କେଶ ଖୋଲିବାରେ ଲଗାଇ ଦେଇଛି । ତା ପରେ ପରସ୍ପର ଅତି ନୀବିଡତାର ବନ୍ଧନରେ ବାନ୍ଧିହୋଇ ଶାରୀରିକ କାମନାକୁ ପୁରା କରିଛନ୍ତି । ହେଲେ ମଝିରେ ମଝିରେ ଶିବାନୀ ମନରେ ଅନୂପ କାହିଁକି ଆସି ମଧ୍ୟ ଡିଷ୍ଟର୍ବ କରି ପକାଉଥାଏ । ତା ଭିତରେ ଦୁହେଁ ଶୋଇ ପଡିଛନ୍ତି ।
      ଆଜି ରବିବାର । ଶଙ୍କର କହିଲା ମୁଁ ମାଛ ଆଣିବାକୁ ଯାଉଛି । ଶିବାନୀ ର ମାଛ ଭାରି ପ୍ରିୟ । ମାଛ ଆଗରେ ସେ ବିଲେଇ କହିଲେ ମିଛ ହେବନି । ସେଇଥି ପାଇଁ ପ୍ରାୟ ପ୍ରତି ରବିବାର ଦିନ କମ୍ପଲସରି ମାଛରନ୍ଧା ହୁଏ । ସେ ଦିନ ଶଙ୍କର ମାଛ ଆଣିବାପରେ ଶିବାନୀ କିଚେନ୍ ଭିତରକୁ ଯାଇ ରୋଷେଇ ଆରମ୍ଭ କରି ଦେଇଛି । ମାଛ ତିଅଣ ରାନ୍ଧୁଥିବା ବେଳେ ହଠାତ୍ ତାର ମନେପଡିଛି  ଅନୂପ କଥା । କାରଣ ଅନୁପ ପୁରାପୁରି ନିରାମିସାସି । ସେ ଆମିଷ କଥା କହିଲେ ଚିଡେ । ମନେମନେ ଭାବି ଚାଲିଲା କେମିତି ଲୋକଟା ମୋ । କେମିତି ଆମିଷ ବିନା ବଞ୍ôଚଛନ୍ତି?
        ସବୁବେଳେ ଖାଲି ଯେଉଁଠି ଦେଖିବ ସେଠି ନିରାମୀଷାସି ହେବାର ଲାଭ ଗୁଡିକ ବଖାଣି ବସନ୍ତି । ହଉ ଛାଡ । ହେଲେ ମୁଁ ତ ଏ ମାଛ ଖିଆ ଛାଡି ପାରିବିନି ।
     ମୋତେ ବୁଝେଇଲେ କଣ ହେବ?
        ଏମିତି ଭାବୁଭାବୁ ହଠାତ୍ ଶଙ୍କର ଆସି ତା ପଛପଟେ ଛିଡା ହୋଇଯାଇଛି ଓ କହିଛି ଆଜି ମାଛ ତିଅଣଟା ବହୁତ ଭଲ ଲାଗିବ ।
        ହଠାତ୍ ଶିବାନୀ ଚମକି ପଡି ପଚାରିଛି କାହିଁକି ଆଜି କଣ ମାଛ ମହରଗ ନା କଣ?
        ନାହିଁ ମ ତମେ ମନେଦଇ ରାନ୍ଧୁଛ ତ ସେଇଥି ପାଇଁ । ରୋଷେଇ ସରିଗଲା । ସ୍ୱାମୀ, ସ୍ତ୍ରୀ ଓ ପୁଅ ଅସିତ୍ ଖାଇବାକୁ ବସି ପଡିଲେ । ସାଙ୍ଗ ହୋଇ ଖାଉଥିବା ସମୟରେ ପୁଣି ଅନୂପ କଥା ମନ ଭିତରେ ଆସି ଯାଇଛି । କାଲି ଅଫିସ୍ ରେ ଖାଉଥିବାବେଳେ ଅନୂପ କେମିତିକା ତା ବ୍ୟାଗରୁ ଆଗୁଆ ସିଏ ନେଇଥିବା ପରଟା ରୁ ଅଧେ ଖାଇ ଦେଇଥିଲା ସେ କଥା ଭାବିଦେଇଛି । ଶଙ୍କର ସାମନାରେ ବସିଛି । ତେଣୁ ମନକୁ ସଂଜତ କରିବାରେ ଲାଗିଛି ଶିବାନୀ ।
      ଏମିତି ଦିନଟି କଟିଯାଏ । ରାତି ଆସେ । ମନଆନନ୍ଦରେ ତିନି ପ୍ରାଣିରାତ୍ରି ଖାଦ୍ୟ ମଧ୍ୟ ଖାଆନ୍ତି ପୁଣି ଯାଆନ୍ତି ବେଡ୍ ଉପରକୁ । କାଲି ଶଙ୍କର ଚାଲିଯିବ ପୁଣି ବାଲେଶ୍ୱର ନିଜ କାମରେ ।
       ହଠାତ୍ ଶିବାନୀ ବିରକ୍ତି ଭାବ ପ୍ରକାଶ କରି କହିଛି ତମେ କାହିଁକି ମୋତେ ଏକୁଟିଆ କରି ପଳାଉଛ ଯେ?
       ଶଙ୍କର ବୁଝେଇଛି ଆରେ ଏଇତ ଜୀବନ ।
       ନଗଲେ ସଂସାର ଚାଲିବ କେମିତି?
        ପରସ୍ପର ଛନ୍ଦାଛନ୍ଦି ହୋଇ ଯାଆନ୍ତି । ଶଙ୍କର ତାକୁ ସ୍ନେହରେ ଯାବୁଡି ଧରେ । ସେତବେଳକୁ ପୁଅ ଶୋଇପଡିଥଏ । ଛଅ ଦିନର ପ୍ରତିକ୍ଷାର ସ୍ୱାଦକୁ ମେଣ୍ଟାଇ ପୁଣି ଛଅଦିନ ପ୍ରତିକ୍ଷାର ବାସ୍ତବତାକୁ ନେଇ ଦୁଇଜଣ ଶୋଇପଡନ୍ତି । ବଡିଭୋର ରୁ ଶିବାନୀ ଉଠି ଶଙ୍କର ପାଇଁ ଖାଇବା ଯୋଗାଡ କରିଥାଏ । ଶଙ୍କର ମଧ୍ୟ ଉଠି ଗାଧୋଇ ତରତରରେ ଖାଇ ସକାଳ ୭ଟା ୩୦ରେ ଘରୁ ବିଦାୟ ନେଇ ଚାଲିଯାଏ । ପୁଣି ଶିବାନୀକୁ ଅଫିସ୍ କରିବାକୁ ହେବ । ନିଜେ ସବୁ କାମ ସାରି ପୁଅକୁ ସ୍କୁଲକୁ ପଠେଇ ଅଫିସ୍ ବାହରେ ଯିବାକୁ ।
        ପ୍ରୀତିର ପରସରେ ଅନୂପର ଶିବାନୀକୁ ତମେ କହିବାର ଅଭ୍ୟାସଟା ତୁ ରେ ପରିଣତ ହେବାକୁ ଲାଗିଲାଣି । ଶିବାନୀ ଜାଣେ କିମ୍ବା ନ ଜାଣେ ତାହା ମଧ୍ୟ ଅନୂପ ବୁଝି ପାରେନା ତା ପ୍ରତି ତାର ଭଲପାଇବାର ନୀବିଡତାକୁ । ଅନୂପ ଆଜିକାଲି କେତେ ଯେ ଅସ୍ଥିର ଓ ହୃଦୟର କଷ୍ଟ ଯେ ତାକୁ କେତେ ଯନ୍ତ୍ରଣାରେ ଛଟପଟ କରୁଛି ତାହା ମଧ୍ୟ ସେ ସତେ ଯେପରି ବୁଝୁନି କିମ୍ବା ବୁଝିବାକୁ ଚେଷ୍ଟା ମଧ୍ୟ କରୁନି । ଅନୂପ ଜୀବନରେ ପ୍ରେମର ପ୍ରଥମ ଅନୁଭୂତି ସେ ପୁଣି ଗୋଟିଏ ପର ସ୍ତ୍ରୀ ସହିତ ।
       ପ୍ରେମରେ ମନର ଅବସ୍ଥା ଯେ କେତେ ଦୟନୀୟ, ପାଖେପାଖେ ରହିବାର କେତେ ଯେ ଆକୁଳତା ଆଜି ସେ ବେଶ ହୃଦୟଙ୍ଗମ କରିସାରିଲାଣି । ତିଳତିଳ କରି ନିଜେ ଦଗ୍ଧିଭୁତ ଆଜି ଭଲପାଇବାର ନିଆଁରେ । ଅନୂପର ଏବେ ପ୍ରବଳ ଇଚ୍ଛା ଶିବାନୀକୁ ଉପଭୋଗ କରିବାକୁ । ହେଲେ ଶିବାନୀ ସବୁବେଳେ ଲକ୍ଷ୍ମଣରେଖାଭଳି ଅନୂପ ଆଗରେ ‘ପାପ’ ଶବ୍ଦଟିକୁ ନେଇ ଆଣି ଥୋଇଦିଏ । କହେ ଦେଖ ତମେ ଯାହା କରୁଛକର ହେଲେ ସେକଥା କୁହନି କାରଣ ସେ ହେଉଛି ‘ପାପ’ ।
       ଏ ‘ପାପ’ ଶବ୍ଦଟି ଆଳରେ ଶିବାନୀ ସବୁବେଳେ ଅନୂପ ଠାରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶିବାନୀ ସହିତ ଅନୂପ୍‌ର ପ୍ରାୟ ସବୁପ୍ରକାର ଅନ୍ତରଙ୍ଗ କଥାବାର୍ତ୍ତା ଚାଲେ । ମଣିଷ ଜୀବନରେ ସେକ୍ସ୍‌ର ଆବଶ୍ୟକତା ଏବଂ ଏମିତି ମଧ୍ୟ ସେକ୍ସ୍ ସମ୍ପର୍କିତ ପୁରୁଷ ଓ ସ୍ତ୍ରୀ ର ସମସ୍ତ ଅଙ୍ଗ ମାନଙ୍କ ବିଷୟରେ ମଧ୍ୟ କଥାବର୍ତ୍ତା ଚାଲେ । ଆଶ୍ଚର୍ଯ୍ୟର କଥା ହେଉଛି ଶିବାନୀ କିପରି ତା ହଜବ୍ୟାଣ୍ଡ୍ ସହିତ ନିଜ ବିବାହରର ଚତୁର୍ଥୀ ରାତିର ମୁହୂର୍ତ୍ତ ଗୁଡିକ କାଟିଥିଲା ତା ମଧ୍ୟ ଅନୂପ କୁ କହିସାରିଲାଣି । ପ୍ରକାରାନ୍ତେ ଅନୂପ ମଧ୍ୟ ଶିବାନୀ କୁ ନିଜ ବିବାହରର ଚତୁର୍ଥୀ ରାତିର ସମସ୍ତ ଅନ୍ତରଙ୍ଗ କଥାଗୁଡିକ କହିସାରିଛି ।
      ଅନୂପ ର ଚାମ୍ବର୍‌ରେ ଯେତେବେଳେ ଦୁଇଜଣଯାକ ଏକାଠି ବସି କୌଣସି କାଗଜପତ୍ର କାମ କରନ୍ତି ସେତେବେଳେ ଅନୁପ ଶିବାନୀର ଶରୀରର ପ୍ରାୟ ସବୁଜାଗାରେ ହାତ ସ୍ପର୍ଶ କରିଦେଇଥାଏ । ଶିବାନୀର ବାରଣ ସତ୍ୱେ ମଧ୍ୟ ଅନୂପ ନିଜକୁ ରୋକି ପାରେନି ଆଉ ଦୁଇଜଣଙ୍କ ଭିତରେ ବେଳେବେଳେ ମନ ମାଳିନ୍ୟ ହୋଇଯାଏ । ଅନୂପ ରାଗରେ ଶିବାନୀକୁ କଥାବାର୍ତ୍ତା ବନ୍ଦ କରିଦିଏ । ହେଲେ ଶିବାନୀ ପୁଣି ଜବର୍ଦସ୍ତି ଆସି ନଦିଘଷି ହେଲାଭଳି କଥାବାର୍ତ୍ତା ଆରମ୍ଭ କରେ । ଯଦି ଅନୂପ ବେଶି ରାଗିଥାଏ ଶିବାନୀ କହିଉଠେ ପ୍ଲିଜ୍ ରାଗନି, ପ୍ଲିଜ୍ । ଏମିତି କହି ପୁଣି ମିଳାମିଶା ଆରମ୍ଭ ହୋଇଯାଏ । ବେଳେ ବେଳେ ଅନୂପକୁ ମନେଇବା ପାଇଁ ଶିବାନୀ ତା ଘରୁ ଅନୂପ ପାଇଁ ଖାଇବା ଆଣେତ କେତେବେଳେ ଅନୂପ ତା ପାଇଁ ନେଇକରି ଆସିଥାଏ ।
      ଏମିତି ଥରେ ରାଗ ଋଷାରେ ଅନୂପ ଆଉ ଶିବାନୀର କଥାବାର୍ତ୍ତ ପ୍ରାୟ ମାସେ ହେଲା ବନ୍ଦ ହୋଇଗଲାଣି । ଶିବାନୀ ଯେତେ ଅନୂପକୁ ମନେଇବାକୁ ଚେଷ୍ଟା କରିଛି ସେ ମାନିନି କାରଣ ସେ ମଧ୍ୟ ଶିବାନୀ ର ତା ପ୍ରତି ବ୍ୟବହାରରେ ପରିବର୍ତ୍ତନ ଲକ୍ଷକରିଛି । ଶିବାନୀ ଆଗରୁ ଅନୂପ ପାଖରେ ଆସି ଅତି ନୀବିଡତାର ସହିତ ଠିଆହୁଏ ଓ ଭାରି ସ୍ନେହରେ ମା ତାର ପୁଅକୁ କହିଲା ଭଲି ନଚେତ୍ ସ୍ତ୍ରୀ ତାର ସ୍ୱାମୀକୁ କହିଲା ଭଳି କଥାହୁଏ ଯାହାକି ଅନୂପକୁ ବହୁତ ଭଲଲାଗେ ।
      ହେଲେ ଆଜିକାଲି ଶିବାନୀ ସେମିତିକା ଆଉ ବ୍ୟବହାର କରୁନାହିଁ । ଅନୂପକୁ ଏ ବ୍ୟବହାର ବହୁତ କଷ୍ଟ ଦେଉଛି ହେଲେ ସେ ତାକୁ ମନ ଖୋଲି କହି ପାରୁନି । ଏ ଭଳି ବ୍ୟବହାରରେ ଅନୂପ ଅତୀଷ୍ଟ ହୋଇ ପଡିଲାଣି । ବେଳେବେଳେ ମନେମନେ କାନ୍ଦି ପକାଏ ହେଲେ ପୁରୁଷ ପଣିଆର ଆଳରେ ସବୁକିଛି ଲୁଚେଇଦିଏ । ସେଦିନ ରାତିରେ ଘରକୁ ଗଲାପରେ ଘରେ ସମୟରେ ତାକୁ ଆଦୌ ନିଦ ଆସିନି । ସେଦିନ ତା ସ୍ତ୍ରୀ ମଧ୍ୟ ଘରେ ନଥାଏ ।
      ରାତିରେ ନିଜ ବେଡ୍ ଉପରେ ଶିବାନୀକୁ ଏକ ଚିଠି ଲେଖେ ଏବଂ ମନେମନେ ଭବିରଖେ ତାକୁ କାଲି ଚିଠିଟି ଦେବ । ଚିଠିଟି ଶିବାନୀକୁ ଦିଏ ଏବଂ ଶିବାନୀ ଚିଠିଟିକୁ ପଢିସାରିଲା ପରେ ପଚାରେ ଏ ଚିଠିକୁ କଣ କରିବି । ଅନୂପ କହେ ଚିରିଦିଅ । ହେଲେ ଶିବାନୀ ସେ ଚିଠିଟିକୁ ନିଜ ପର୍ସ ଭିତରେ ଭର୍ତ୍ତି କରିଦିଏ । ଚିଠିଟି ପଢି ସାରିଲାପରେ ତା ପରଦିନ ଶିବାନୀ ସକାଳୁ ସକାଳୁ ଆସି ଅନୂପ ପାଖରେ ପୁଣି ପୂର୍ବଭଳି ଛିଡାହୁଏ । ଅନୂପ ମନର ଗ୍ଳାନି ସତେଯେପରି ସିଗାରେଟ୍ ର ଧୂଆଁ ପରି ଉଭେଇଯାଏ । ଚିଠିଟିରେ ଲେଖାଥିଲା
ଶିବାନୀ
ମୁଁ ତୁମକୁ କଣ ଲେଖିବି ତାହା ତ ଜାଣିପାରୁ ନାହିଁ ହେଲେ ମୋ ସଙ୍ଗେ ବର୍ତ୍ତମାନ ବିତୁଥିବା ମୁହୂର୍ତ୍ତ ଗୁଡିକର ଅବସ୍ଥା କୁ ଲେଖୁଛି ।
      ଆଜିକାଲି ତୁମେ ଆଉ ସେମିତିକା ଆସୁନାହଁ ମୋ ସ୍ୱପ୍ନରେ ଆଗେ ଯେମିତି ଆସୁଥିଲ ବହୁତ ସନ୍ତର୍ପଣରେ । କାହିଁକି କେଜାଣି ବୋଧହୁଏ ଏହି ଲମ୍ବା ବିଚ୍ଛେଦଟି ମିଳନର ଅଭିପ୍‌ସାକୁ ଅନେକ ଗୁଣରେ ବଢେଇ ଦେଇଛି । ଆଗଭଳି ହୃଦୟର ମିଠା ଯନ୍ତ୍ରଣା ଏବେ ଏକ ଅଭିପ୍ସାତ୍ମକ ବେଦନାରେ ପରିଣତ ହୋଇଗଲାଣି । ପ୍ରକୃତିର ସୁନ୍ଦରତା ଆଗରେ କିଏ ବା ସମକକ୍ଷ, ହେଲେ ମନ ବୁଝିପାରେନି ତୁମେ କାହିଁକି ସେ ପ୍ରକୃତିରେ ସବୁଠାରୁ ସୁନ୍ଦର ଲାଗ ।
      ପ୍ରକୃତିରେ କାହିଁ କେତେ ଯେ ମଧୁର ବାସ୍ନା ଭରି ରହିଛି ତାହାର କଳନା ନାହିଁ ହେଲେ ତୁମ ଶରୀରର ବାସ୍ନା କାହିଁକି ନିଆରା ଆଉ ସର୍ବଦା ଶରୀରର ସେ ବାସ୍ନାକୁ ଜାବୁଡି ଧରିବାକୁ ବ୍ୟାକୁଳତା ତାହା ବି ବୁଝିବାଟା କଷ୍ଟ ହୋଇପଡିଲାଣି । ଏ ମନର ଆକର୍ଷଣ ଏତେ ବଢିଯାଇଛି ଯେ ମନର ତରଙ୍ଗାୟୀତ ଆବେଗ ସବୁବେଳେ ତୁମକୁ ଓ ତୁମ ଶରୀରକୁ ଯାବୁଡି ଧରିଛି । ଶୋଇବା ପୂର୍ବରୁ ଜାଗ୍ରତରେ ଏକ ନିଆରା ସ୍ୱପ୍ନରେ ତୁମ କୋଳରେ ମୁଣ୍ଡ ରଖି ଏକ ଅବ୍ୟକ୍ତ ଅନୁଭୂତି । ତୁମ ହାତର ମୋ ମଥାରେ କୋମଳସ୍ପର୍ଶ ଓ ମୋର ଅମାନିଆ ଖୁଜୁବୁଜିଆ ହାତଟା ତୁମ ଶରୀରର ସବୁ ମିଠାମିଠା ଜାଗାକୁ ସାଉଁଟି ଚାଲୁଛି ।
       ବେଳେବେଳେ ହାତ ଦୁଇଟା ତୁମ ଛାତିକୁ ଟାଣିଆଣି ମୋ ମୁହଁରେ ମାଡି ଯାବୁଡି ଧରୁଛି । ତାପରେ ଭାବୁଭାବୁ ଅମାନିଆ ନିଦ କେତେବେଳେ ତାର ପଣତକାନୀକୁ ମୁହଁରେ ଘୋଡାଇ ଦେଉଛି ହେଲେ ନିଦରେ ମଧ୍ୟ ତୁମେ ଆହୁରି ଅନ୍ତରଙ୍ଗ ହୋଇପଡ । ମୁହୁର୍ତ୍ତଟେ ମଧ୍ୟ ତୁମେ ପାଖରୁ ଉଠୁନାହଁ । ଏ ଶରୀର, ମନ ଓ ହୃଦୟ ମଧ୍ୟ ତୁମକୁ ଛାଡିବାକୁ ଟିକେ ବି ପ୍ରସ୍ତିତ ନୁହଁ । ଅନନ୍ତ ପ୍ରେମର ପ୍ରତୀକ ରୂପେ କେଉଁ ଅନନ୍ତ କାଳରୁ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତୀ ଭଳି ତୁମ ପାଖେପାଖେ ସବୁବେଳେ ସେମିତି ତୁମକୁ ଯାବୁଡି ଧରି ରହିବାକୁ ହୃଦୟର ଏକ ଭାବାତ୍ମକ ଆବେଗରେ ପରିଣତ ହୋଇଗଲାଣି । ତୁମେ ଯେପରି ମୋର ସମ୍ପୂର୍ଣ୍ଣ ହୋଇଗଲଣି ।
       ତୁମର ଥିବା ସମସ୍ତ ଅକୁହା କଥାକୁ ମୁଁ ସ୍ୱପ୍ନରେ ମୋ ହୃଦୟ ଭିତରକୁ ନେଇ ଆସିଲାଣି । ଅନେକଥର ସ୍ୱପ୍ନରେ ଉଭୟେ ଉଭୟଙ୍କୁ ସମ୍ପୂର୍ଣ୍ଣ ଉପଭୋଗ କରିସାରିଲେଣି । ତୁମ ଶୀତଳ ଶରୀରର ସେ ଉତ୍ତପ୍ତ ଅନୁଭୂତିକୁ ସବୁବେଳେ ଆସ୍ୱାଦନ କରିବା ପାଇଁ ଏ ମନ ବ୍ୟଗ୍ର ହୋଇ ପଡୁଛି ।
       ନିଦ ଭଙ୍ଗିଗଲା ପରେ ମନ ଟିକେ ବ୍ୟାକୁଳିତ ହୁଏ ହେଲେ ଏକ ଚିରସତ୍ୟର ଆକାଂକ୍ଷାରେ ନିଜକୁ ବୁଝେଇନିଏ । ଆତ୍ମା ନିଜକୁ ନିଜେ କହିଚାଲେ ଏ ସଂସାରରେ ସତ୍ୟର କେବେବି ପରାଜୟ ହୋଇନାହିଁ । ଝରଣାଟିଏ ପାହାଡର କେଉଁ ଅନନ୍ତ ଗର୍ଭରୁ ଫୁଟି ଆସେ ଆଜି ପର୍ଯ୍ୟନ୍ତ କେହି ଅନୁସନ୍ଧାନ ମଧ୍ୟ କରି ନାହିଁ ହେଲେ ତାର ସୃଷ୍ଟି ହିଁ ପ୍ରକୃତିର ବକ୍ଷରେ ଗଡିଗଡି ଯାଇ ମିଶିଯିବ ସମୁଦ୍ରରେ । ଯଦି ପ୍ରକୃତିର ବିରୁଦ୍ଧରେ ମନୂଷ୍ୟ କେବେ କିମ୍ବା ସେହି ପ୍ରକୃତିର କେଉଁ ପରିସ୍ଥିତି ଝରଣାକୁ ବାଟରେ ରୋକିବାକୁ ପ୍ରୟାସ କରେ ତେବେ ସେ ପ୍ରୟାସଟି ନିଷ୍ଫଳ ଛଡା ଆଉ କିଛିନେୁହଁ ।
       ଦିନେନାଦିନେ ଯେ କୌଣସି ପରିସ୍ଥିତିରେ ପ୍ରକୃତି ହିଁ ଝରଣାକୁ ନେଇ ମିଶାଇଦିଏ ତାର ଲକ୍ଷ ସ୍ଥଳରେ । ମୋର ଏ ପ୍ରିତୀ ଚିରନ୍ତନ, ସ୍ୱତଃପ୍ରବୃତ୍ତ ଏବଂ ପ୍ରକୃତିରୁ ଉଦ୍ଭବ ତେଣୁ ତୁମର ପ୍ରତିହତ କିମ୍ବା ଅନ୍ୟ କେଉଁ ବାଧକ ଏହାକୁ ରୋକିପାରିବ ନାହିଁ ବରଂ ପ୍ରୟାସ କଲେ ଆପେଆପେ ଏହା ଏକ ବିସ୍ମିତ ସମ୍ପୂର୍ଣ୍ଣରେ ପରିଣତ ହେବ ଯାହକୁ କେହି ଭୁଲିପାରିବାକୁ ଯଥେଷ୍ଟ ସମୟ ଲାଗିବ ।
       ସଂସାରରେ କାହାର ବା ଶକ୍ତି ଅଛି ବଗିଚାରେ ଫୁଟିଥିବା ଫୁଲର ବାସ୍ନାର ଚହଟକୁ ରୋକିଦେବ ?
       ସଂସାରରେ କାହାର ବା ଶକ୍ତି ଅଛି ସକାଳର ବ୍ରାହ୍ମ ମୁହୂର୍ତ୍ତରେ କେଉଁ ମନ୍ଦିରରୁ ଭାସି ଆସୁଥିବା ଶଙ୍ଖ ଓ ଘଣ୍ଟ ଧ୍ୱନିରେ ମଣିଷ ମନର ଆତ୍ମ ବିଭୋରତାକୁ ରୋକିବାକୁ ?
       ସୂର୍ଯ୍ୟ ସବୁଦିନ ପୂର୍ବଦିନର କର୍ମକୁ ପାଷୋରି ଦେଇ ଚାଲିଆସନ୍ତି ନିଜର କର୍ତ୍ତବ୍ୟ ପଥରେ କିଏବା ରୋକି ପାରିବ ତାଙ୍କୁ ?
       ଯଦି ଏ ସବୁ ପ୍ରକୃତିର ଘଟଣାକ୍ରମକୁ କେହି ରୋକିବାରେ ସମର୍ଥ ନୁହେଁ ତେବେ ହୃଦୟର ଏ ପ୍ରକୃତିଗତ ପ୍ରେମ ତାର ପରିଣତରେ ନପହଞ୍ଚିବବା କିପରି ?
       ନିଶ୍ଚୟ ପହଞ୍ଚିବ ଏହା ମୋର ଆତ୍ମାର ବିଶ୍ୱାସ ।
       ଏବେ କିନ୍ତୁ ମୋ ମନର ଆନ୍ଦୋଳନ ଯଥେଷ୍ଟ ବଢିଗଲାଣି । ଇଚ୍ଛା ସବୁବେଳେ ତୁମ ପାଖେପାଖେ ରହିବାକୁ । ତୁମ ପାଖକୁ ଲାଗିଲାଗି ଗଲାବେଲେ ତୁମର ବାରଣ ମନରେ ଅନେକ ଦୁଖଃ ଦେଉଛି । ଇଚ୍ଛା ହୁଏ ତୁମକୁ ତନ୍ନତନ୍ନ କରି ଦେଖିବାକୁ । ତୁମର ପ୍ରତିଟି ଅଙ୍ଗକୁ । ଯାହା ମୁଁ ସ୍ୱପ୍ନରେ ଦେଖେ ଓ ଅନୁଭବ କରେ ତାହା ବାସ୍ତବରେ ଅନୁଭବ କରିବାକୁ ।
       ବାଥରୁମ୍ ର ସାୱାର୍ ତଳେ ଗାଧୋଇବା ସମୟରେ ତୁମ ଶରୀରର ସବୁ ସ୍ଥାନରେ ଲାଗିଥିବା ଜଳବିନ୍ଦୁକୁ । ଗାଧୂଆଘରର ଖାଲି ଓଦା ଦେହର ବାସ୍ନାକୁ ଏବଂ ଯାବୁଡି ଧରିବାକୁ । ଏଗୁଡିକ ଏବେ ସବୁ ମୋ ମନର ଅଭିଳାଷ । ଏ ହୃଦୟ କେତେ ଯେ ଭଲପାଏ ତାହା ପରିପ୍ରକାଶର ପରିଧିରେ ଆଉନାହିଁ । କେବଳ ଅପେକ୍ଷା ସେଦିନ ନିଶ୍ଚୟ ଆସିବ । ମୋ ମନର ବିଶ୍ୱାସ ଏବଂ ଏ ନୈସର୍ଗିକ ସମ୍ପର୍କରେ ତୁମ କଠୋର ହୃଦୟ କେବେବି ଥୟଧରି ରହିପାରିବ ନାହିଁ ନିଶ୍ଚିନ୍ତରୂପେ ସେଥିରୁ ପ୍ରିତୀର ସ୍ନୀଗ୍ଧା ବିଚ୍ଛୁରିତ ହୋଇ ଆସିବ ।
      ଏବେ ମୁଁ ତୁମ ପାଖକୁ ଯେତେବେଳେ ଟିକେ ଚାଲିଯାଉଛି ତୁମେ ହଠାତ୍ ବାରଣ କରି ଉଠୁଛ କିମ୍ବା ଏପରି ଗାମ୍ଭିର୍ଯ୍ୟ ଚାହାଣୀରେ ଚାହିଁରହୁଛ ଯେ ଏ ହୃଦୟ କେବଳ ଅପରିପ୍ରକାଶ କୋହୋରେ ଛଟ୍‌ପଟ୍ ହେଉଛି ତାହା ଛଡା ଆଉ କିଛି ନୁହଁ । ଯାହାହେଉନା କାହିଁକି କାଳରକରାଳରେ ଯାହା ଘଟିବାର କଥା ତାହା ଘଟିଚାଲିବ, ନା ତୁମେ ରୋକି ପାରିବ ନା ମୁଁ । ଏ କଥାଗୁଡିକ ପଢିଲେ ତୁମକୁ ହୁଏତ ମୋ ପ୍ରତି ବିରକ୍ତ ପାଇଁ ଅନୁରକ୍ତ କରିପାରେ ହେଲେ ଏ ସବୁ ସତ ସେଫାଳି । ସୂର୍ଯ୍ୟ ନ ଆସିବା ପୂର୍ବରୁ ଝରିପଡିଲେ ମଧ୍ୟ ଭଗବାନଙ୍କ ଚୂଡାରେ କିମ୍ବା ଗଭାରେ ଲାଗିବାର ସ୍ୱପ୍ନ ତାହାର ଆତ୍ମଚିନ୍ତା ।  କହୁଥିଲେ ସରିବନି ।
       ଦିନଥିଲା ତୁମେ ଆସି ପାଖରେ ଛିଡା ହୁଅ । ମାତା ପୁଅକୁ ସ୍ନେହବୋଳା କଥାରେ କହିଲାଭଳି ଯାୟା ତାର ପତିକୁ ପ୍ରଣୟର ମଧୂର ଶବ୍ଦରେ ଭାବ ଆଦାନପ୍ରଦାନ ଭଳି ତୁମ କଥାଗୁଡିକ ଳାଗୁଥିଲା ସତେଯେପରି ଅମୃତର ନିର୍ଝରିଣୀ ଯାହା ଏକ ପ୍ରେରଣାର ଉତ୍ସ ସ୍ୱରୁପ ଏ ଜୀବନରେ ପ୍ରତିପାଦିତ ହେଉଥିଲା । ହେଲେ ଏବେ କାହିଁକି କେଜାଣି ସମୟ ତାର କେଉଁ କର ଲେଉଟେଇ ଦେଇଛି ତାହାବି ଅସ୍ପଷ୍ଟ । ତୁମେ ଓ ତୁମର କଥା ସବୁବେଳେ ଋକ୍ଷ ଓ ହତୋତ୍ସାହିତ ।
      ତଥାପି ଯାଣିହୁଏନି କାହିଁକି କେଜାଣି ପୁରୁଷାର୍ଥର ସ୍ୱାଭିମାନ ଏ ହୃଦୟ ଭୁଲିଯାଇ ପୁଣି ତୁମ ପାଖକୁ ଧାଇଁ ଚାଲିଛି ତେବେ ଏ ପ୍ରୀତି ଚିରନ୍ତନ ନୁହେଁତ ଆଉକଣ ?
      ତୁମେ କୁହ?
      ଏମିତି ଅଫିସ୍ ରେ ଦୁଇଜଣଙ୍କର ସମ୍ପର୍କ ଅତି ନୀବିଡ ହେବାରେ ଲାଗିଥାଏ । ମଝିରେ ମଝିରେ ଦୁଇଜଣଙ୍କ ଭିତରେ ମନ ମାଳିନ ସେମାନଙ୍କୁ ପରସ୍ପରକୁ ଆହୁରି ଅନ୍ତରଙ୍ଗ କରିଚାଲେ । ମଝିରେ ଯେବେବି ଅନୂପ ଶିବାନୀକୁ କଥାବାର୍ତ୍ତା କରିବା ବନ୍ଦ କରିଦିଏ ଶିବାନୀ ଆଦୌ ସମ୍ଭାଳି ପାରେନି । ମନେ ମନେ ଖାଲି ଅନୂପ ଉପରେ ଅଭିମାନ କରେ ପୁଣି ଜବର୍ଦସ୍ତି ଯାଇ କଥାହୁଏ । ଏମିତି ରାଗ ଋଷା ଭିତରେ ଅନୂପ ଶିବାନୀର ଗାଲକୁ ପ୍ରାୟ ସବୁବେଳେ ହାତରେ ଆଉଁସି ଦିଏ ଓ ବେଳେବେଳେ ତା ଗାଲ କୁ କିସ୍ ମଧ୍ୟ କରି ଦିଏ । ଦିନେ ଦିନେ ଶିବାନୀ ଅନୂପ ପାଇଁ ଘରୁ ରୋଷେଇ କରି ଖାଇବାକୁ ଆଣିଥାଏ । ଅନୂପ ମଧ୍ୟ ଶିବାନୀ ପାଇଁ ପ୍ରାୟ ସମୟ କିଛିନାକିଛି ଖାଇବାକୁ ଆଣିଥାଏ ।
      ସେଦିନ ୨୦୦୪ ମସିହା ନଭେମ୍ବର ମାସ ୧୪ ତାରିଖ । ଭୁବନେଶ୍ୱରରେ ଓଡିଶାର ସବୁ ପ୍ରାଇଭେଟ୍ କମ୍ପାନିମାନଙ୍କରେ କାମ କରୁଥିବା କର୍ମଚାରୀମାନଙ୍କର ଆନ୍ଦୋଳନଥାଏ । ସେମାନଙ୍କର ଆନ୍ଦୋଳନର ମୂଖ୍ୟଉଦେଶ୍ୟ ଥାଏ ଯେ ସେମାନଙ୍କପାଇଁ ଅବସରପରେ ପେନସନ୍ ବ୍ୟବସ୍ଥା ଲାଗୁ କରାଯାଉ । ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବାର ସେମାନଙ୍କ ସଙ୍ଘର ଯୋଜନାଥାଏ । ସେଦିନ ସନ୍ଧ୍ୟାବେଳେ ଶିବାନୀ ସେହିଠାରେ ହିଁ ଥାଏ । ସେ ମନେ ମନେ ଅନୂପକୁ ଖୋଜୁଥାଏ ଦେଖା କରିବାକୁ ।
        ଆନ୍ଦୋଳନ ସ୍ଥାନରେ ହଜାରହଜାର ସଂଖ୍ୟାରେ ଲୋକ ବସିଥାନ୍ତି । ରାତି ସେତେବେଳକୁ ଆସି ସାତଟା ହୋଇଗଲାଣି । ଶିବାନୀ ମନେ ମନେ ଭାବୁଥାଏ ଟିକେ ଅନୂପ ସାଙ୍ଗରେ ବୁଲିବ ଓ ରାତିରେ ଅନୂପ ସାଙ୍ଗରେ ନିଜ ବାପ ଘରକୁ ଫେରିବ । ଖୋଜିଖୋଜି ଶିବାନୀ ଆସି ଅନୂପ ପାଖରେ ପହଞ୍ଚିଗଲା । ହସିହସି ଅନୂପ ପାଖରେ ଛିଡାହୋଇ କହିଲା ଚାଲ ଆଇସକ୍ରିମ୍ ଖାଇବା । ଅନୂପ ଓ ଶିବାନୀ ସାଙ୍ଗହୋଇ ଦୁଇଟା ଆଇସକ୍ରିମ୍ ଆଣିଲେ ।
       ଆନ୍ଦୋଳନ ଜାଗାରୁ ଟିକେ ଦୂରକୁଯାଇ ମାଷ୍ଟରକ୍ୟାଣ୍ଟିନ୍ ଛକରେ ରେଲୱେ୍‌ଷ୍ଟେସନ୍ ପାର୍କ ଭିତରେ ଦୁଇଜଣଯାକ ସାଙ୍ଗହୋଇ ବସି ଆଇସକ୍ରିମ୍ ଖାଉଥାନ୍ତି ଓ ରୋମାଣ୍ଟିକ୍ କଥାହେଉଥାନ୍ତି । ସେଦିନ ଦୁଇଜଣ ବହୁତ ହି ରୋମାଣ୍ଟିକ୍ ମୁଡ୍ ରେ ଥାନ୍ତି । ସମୟ ସେତେବେଳକୁ ଆସି ରାତି ୮ଟା ହେଲାଣି । ଶିବାନୀ କହିଲା ଚାଲ ଘରକୁ ଯିବା ।
       ଦୁଇଜଣ ଯାକ ଏକାଠିହୋଇ ଗୋଟିଏ ଟ୍ରେକର୍ ରେ ଘର ଅଭିମୂଖେ ବାହାରିଲେ । ଟ୍ରେକର୍ ଟି ରେ ସେହି ଆନ୍ଦୋଳନରେ ଭାଗନେଇଥିବା ଅନ୍ୟ ଲୋକମାନେ ମଧ୍ୟ ଥିଲେ । ଶିବାନୀ ଓ ଅନୂପ ପଛ ସିଟ୍ ରେ ବସିଲେ । ଟ୍ରେକର୍ ଟି ର ଭିତର ପୁରାପୁରି ଅନ୍ଧାର ହୋଇଥାଏ । ଟ୍ରେକର୍ ଟି ଦ୍ରୁତ ଗତିରେ ଚାଲୁଥାଏ । ଅନୂପ ନିଜକୁ ସମ୍ଭାଳି ପାରିନି । ଶିବାନୀର ଛାତିକୁ ନିଜର ହାତରେ ଧରିବାକୁ ଆରମ୍ଭ କରିଛି । ହେଲେ ଶିବାନୀ ଅନୂପର ହାତକୁ ବେଶୀ ସମୟ ପାଇଁ ସୁଯୋଗ ନଦେଇ ଅନୂପର ହାତକୁ ନିଜହାତରେ ମୁଠେଇ ଧରିନେଇଛି ଓ ୟାରି ଭିତରେ ଶିବାନୀର ଘର ସ୍ଟପେଜ୍ ଆସିଯାଇଛି ।
       ସେ ଓହ୍ଲାଇ ଅନୂପଠାରୁ ବିଦାୟ ନେଇ ଘର ଅଭିମୂଖେ ଯାଇଛି । ହେଲେ ଶିବାନୀ ଆଉ ରାତିରେ ଭଲଭାବରେ ଶୋଇପାରିନି । କେବଳ ଅନୂପ କଥା ଭାବି ଭାବି ରାତି ପାହିଯାଇଛି । ଏଣେ ଅନୂପର ଅବସ୍ଥା କହିଲେ ନସରେ । ପ୍ରେମରେ ପାସବିକତାରେ ଘାଣ୍ଟି ହୋଇ ହୋଇ ରାତି ପାହିଯାଇଛି । ଜୀବନରେ ପ୍ରେମର ସଂଜ୍ଞା ଓ ତାର ପ୍ରତିକ୍ରୟା ଖୋଜି ଅନୁଭବ କରିବାରେ ଆଖିରୁ କେତେ ଟୋପା ଲୁହ ଯେ ଗଡି ପଡିଲାଣି ଜୀବନରେ କେତେ ରାତି ତା’ର ବିନା ନିଦରେ ବିତିଛି ତାର ସେ ହିସାବ ମଧ୍ୟ କରିପାରିନି ।
         ୟାରି ଭିତରେ ଶିବାନୀ କେତେଥର ଅନୂପ କୁ ମଧ୍ୟ କିସ୍ କରି ସାରିଲାଣି ହେଲେ ସବୁବେଳେ କୁହେ ଦେଖ ଯାହା କରୁଛକର ହେଲେ ଶେଷ ଶାରିରୀକ ଉପଭୋଗ କଥା କେବେ କୁହନି । ଅନୂପ ନିଜକୁ ଦୀର୍ଘ ୧୦ ବର୍ଷ ହେଲାଣି ସମ୍ଭାଳି ରଖିଛି । ତଥାପି ବେଳେବେଳେ କାମାନ୍ଧ ହୋଇପଡେ । ମନେ ମନେ ପ୍ରବଳ ଇଚ୍ଛା ହୁଏ ଆଜି ଯାହା ହେଉନା କାହିଁକି ସେ ସୁଯୋଗ ଉଣ୍ଡି ଶିବାନୀକୁ ଚରମ ଉପଭୋଗ କରିବ । ହେଲେ ବୋଧହୁଏ ପ୍ରକୃତି କରେଇ ଦିଏନାହିଁ ।
       ଶିବାନୀ ର ଅନୂପର ଥରେ ସାଙ୍ଗ ହୋଇ ମଟର ସାଇକେକେଲ୍ ରେ ଯାଉଥିବା ସମୟରେ ଶିବାନୀ କହିଛି ଦେଖ କେବେବି ସେଭଳି ଉପଭୋଗ କଥା ମୋ ସାଙ୍ଗରେ କରିବନି ଆଉ ଯଦି କେବେ କଲ ତେବେ ଦେଖିବ ଶିବାନୀ ଆଉ ନଥିବ । ହେଲେ ଶିବାନୀ ଏପରି ଢଙ୍ଗରେ ଏ କଥାଟିକୁ କହେ ଯେ ସତେଯେପରି ଶିବାନୀ କେବଳ ପ୍ରତାରଣାର କଥାଛଡା ଆଉ କିଛି କୁହେନି ।
       ଅନୂପ କହିବାକୁ ଲାଗେ ଏମିତି ତୁମେ ମୋତେ ଠକି ଚାଲିଥିବ ଆଉ ତୁମକୁ ଉପଭୋଗ କରିବା ପୂର୍ବରୁ ହିଁ ମୁଁ ମରିଯିବି । ଶେଷରେ ଏକ ଅତୃପ୍ତ ଆତ୍ମା ହୋଇ ଘୁରିବୁଲିବି ଆଉ ତୁମକୁ ଭୁତ ହୋଇ ଉପଭୋଗ କରିବି । ଆଉ ଯଦିବା ମରିଯିବାର ସଙ୍ଗେସଙ୍ଗେ ଆଉ ଏକ ଜନ୍ମନେଲି ଏତିକି କହୁକହୁ ଶିବାନୀ କଥା ଛଡେଇ କହିବାକୁ ଲାଗିଲା ଜନ୍ମ ହେଉ ହେଉ କାନ୍ଦିବା ପରିବର୍ତ୍ତେ କହିବ ‘କରିବି କରିବି’ ଓ ପାଖରେ ଥିବା ସମସ୍ତ ଲୋକ ହସିବେ । ଏମିତି କହିଦେଇ ଶିବାନୀ ଠୋଠୋ ହୋଇ ହସିବାକୁ ଲାଗେ । ତେଣୁ ଅନୂପ ବୁଝେ ଯେ ଶିବାନୀ ର ତାକୁ ଉପଭୋଗ କରିଦେଲେ ଯେଉଁ ମରିଯିବାର ଧମକ କେବଳ ଭଣ୍ଡେଇବା ଛଡା ଆଉ କିଛିନୁହେଁ ।
       ଏମିତି କେତେଥର ଅନୂପ ମନେମନେ ଦୃଢନିଶ୍ଚୟ କରେ କାଲିଠାରୁ ଶିବାନୀକୁ ଛୁଇଁବନି । ତା ସାଙ୍ଗରେ କଥାହେବ, କାମ କରିବ ହେଲେ ତା ଠାରୁ ଟିକେ ଦୂରେଇକରି ରହି । ଅଫିସ୍‌ରେ ମାତ୍ର ଦୁଇଦିନ ଏମିତିକା କରିଦେଲେ ଶିବାନୀ ସମ୍ଭାଳି ହୋଇ ରହିପାରେନି । କେଉଁ ନା କେଉଁ ବାହାନାରେ ଆସି ଅନୂପ ସାଙ୍ଗରେ ଲାଗିଯାଏ । ତାକୁ ଧରିପକେଇ କୌଣସି କାମ କରିବାକୁ କୁହେ । ଥରେ ଏହିଭଳି ପରିସ୍ଥିତିରେ ଅନୂପ ଆଦୌ ଶିବାନୀକୁ ଛୁଇଁଲାନି । ଶିବାନୀ ଯେତେ ଚେଷ୍ଟା କଲା ମଧ୍ୟ ଅନୂପ ତରଳିଲାନି ।
       ତେଣୁ ବାଧ୍ୟ ହୋଇ ତାପର ଦିନ ଅଫିସ୍ ଆସିଲା ପରେ ଶିବାନୀ ଯାଇ ଶର୍ମାଜୀ ଙ୍କୁ କହିଛି ସାର୍ ଆଜି ଟିକେ ମୋର ପାଖରେ ଥିବା ପୋଷ୍ଟ ଅଫିସ୍ ରେ କାମ ଅଛି । ଆପଣ ଟିକେ ଯଦି ଅନୂପ ସାର୍ ଙ୍କୁ କୁହନ୍ତେ ତେବେ ଲଞ୍ଚ୍ ସମୟରେ ମୋତେ ଟିକେ ବ୍ୟାଙ୍କ ନେଇ ଯାଆନ୍ତେ । ଶର୍ମାଜୀ ବି ଶିବାନୀ କାମରେ ଭାରି ଖୁସି କାରଣ ଶିବାନୀ ପବ୍ଲିସିଙ୍ଗ୍ ହାଉସ୍ ରେ ଯୋଗ ଦେଲାପର ଠାରୁ ତା କାମ ବହୁତ ଭଲ ଭାବରେ କରିଛି । ଶର୍ମାଜୀ ସାଙ୍ଗେ ସାଙ୍ଗେ ଅନୁପକୁ ଡାକି କହିଛନ୍ତି ଆଉ ଅନୂପ ଶର୍ମାଜୀଙ୍କ କଥାକୁ କାଟିପାରିନି । ଲଞ୍ଚ୍ ସମୟରେ ଶିବାନୀ ତରତର ହୋଇ ଆସି ଅନୂପକୁ କହିଛି ସାର୍ ଚାଲନ୍ତୁ ନା । ଅନୂପ ତା ମୁହଁ କୁ ନ ଅନେଇ କହିଛି ଆସ ।
       ଦୁଇ ଜଣଯାକ ଅନୂପର ବାଇକ୍‌ରେ ଯାଇଛନ୍ତି । ବାଟରେ ଶିବାନୀ ବିଇକ୍ ଉପରେ ଅନୂପର ପଛପଟୁ ଯୋରରେ ଲାଗିକରି ବସିପଡି କହିଛି କାହିଁକି ଏତେ ରାଗୁଛ କହିଲ । ପ୍ଲିଜ୍ ରାଗନି । ମୋର ଭୁଲ୍ ହୋଇଛି । ପୋଷ୍ଟ ଅଫିସ୍ ରେ ଶିବାନୀର କିଛି କାମ ନଥାଏ । ମିଛରେ ଖାଲି ଗୋଟେ ଲିଫାପା କିଣି ଅନୂପକୁ କହିଛି ମୋର କିଛି କାମ ନାହିଁ ଖାଲି ତମ ସାଙ୍ଗରେ କଥା ହେବାକୁ ଆସିଥିଲି । ଅନୂପ କିଛିନକହି ମଧ୍ୟ ଆଉ ରହିପାରିନି । ଶେଷରେ କୁହେ ତୁମେ ସେ ‘ପାପ’ ଶବ୍ଦ କୁ ମୋ ଆଗରେ କେବେ କହିକରି ମୋତେ ଠକିବାକୁ ଚେଷ୍ଟା କରନି । ମୋତେ ଏମିତି ଠକିଲେ ତୁମର କିଛିବି ଲାଭହେବନି । ବରଂ ମୋ ମନର ଅଶାନ୍ତି ତୁମର କିଛି କ୍ଷତି ନକରୁ ।
       ଏତେ ରାଗ ଋଷା ସତ୍ୱେ ଅନୂପ ଶିବାନୀକୁ ଏତେ ଭଲପାଏ ଯେ ଶିବାନୀର ସେ କେବେବି ଅମଙ୍ଗଳ ଚିନ୍ତା କରିପାରେନି ।  ଏମିତି ମଧ୍ୟ କେତେଥର ହେଇଛି ଅଫିସ୍ ର କାମରେ ଯଦି ଶିବାନୀର କିଛି ଭୂଲ୍ ହୋଇଯାଏ ଅନୂପ ନିଜେ ଭୂଲ୍ କରିଛି ବୋଲି ଶର୍ମାଜୀ ଙ୍କ ଆଗରେ କହିଦିଏ । ଆଉ ଶିବାନୀ ର ଇମ୍ପ୍ରେସନ୍ ସେମିତିକା ଅକ୍ଷୂର୍ଣ୍ଣ ରହେ । ଏକଥା ମଧ୍ୟ ଶିବାନୀ ଯାଣେ । ହେଲେ କାହିଁକି କେଜାଣି ଶିବାନୀ ଅନୂପ ସାଙ୍ଗରେ ସେ ସମ୍ପର୍କ ନରଖିବାକୁ ‘ପାପ’ ଶବ୍ଦର ସାହାଯ୍ୟ ନିଏ ସେ ଆଦୌ ବୁଝିପାରେନି ।
        ସେଦିନ ପବ୍ଲିସିଙ୍ଗ୍ ହାଉସ୍‌ର ଜଣେ ଡାଇରେକ୍ଟର୍ ଏଡିଟୋରିଆଲ ବୋର୍ଡରୁ ଅବସର ନେଉଥିଲେ ସେଥିପାଇଁ  ଅଫିସ୍ ଆଜି ଦିନ ୧୨ ଟାରେ ଛୁଟି ହୋଇଗଲା । ଶିବାନୀ ଓ ଅନୂପ ଦୁଇଜଣ ସାଙ୍ଗହୋଇ ବାହାରିଲେ ଅନୂପର ବାଇକ୍ ରେ ଶିବାନୀ ଘରକୁ ଯିବାକୁ । ଦୁଇଜଣ ଯାଉଥାନ୍ତି ଭାରି ସ୍ନେହରେ । ବାଟରେ ମେନ୍ ରୋଡ୍ ପାଖରୁ ଅଳ୍ପ ଦୂରରେ ଥାଏ ଏକ ରାଧକୃଷ୍ଣ ମନ୍ଦିର । ଅନୂପ କହିଛି ଆଜି ମନ୍ଦିର ବୁଲିକରି ଯିବା । ଅନୂପ ବାଇକ୍ ଟାକୁ ନେଇ ମନ୍ଦିର ଆଗରେ ଥିବା ଷ୍ଟାଣ୍ଡ୍‌ରେ  ରଖିଛି । ତାପରେ ଦୁଇଜଣ ଯାକ ଯାଇ ମନ୍ଦିର ଭିତରେ ପଶିଛନ୍ତି ।
      ମନ୍ଦିରରେ ପଶିବା ସମୟରେ ଯିଏ ବି ଦେଖୁନା କାହିଁକି ସମସ୍ତେ ଭାବିବେ ସ୍ୱାମୀ ସ୍ତ୍ରୀ ହିଁ ଯାଉଛନ୍ତି । ମନ୍ଦିରରେ ପଶି ଭଗବାନଙ୍କୁ ଦୁଇଜଣଯାକ ପ୍ରଣାମ କରିଛନ୍ତି । ପ୍ରଣାମ କରିସାରିଲାପରେ ଦୁଇଜଣଯାକ ଯାଇ ମନ୍ଦିରର ପ୍ରାର୍ଥନା ଗୃହରେ ଯାଇ ସାଙ୍ଗହୋଇ ବସିଛନ୍ତି । ଦୁଇଜଣ ଯାକ କଥା ହେଉଛନ୍ତି । ଏହି ସମୟରେ ଅନୂପ ଯାଣିଶୁଣି ଶିବାନୀର କୋଳରେ ମୁଣ୍ଡଦେଇ ଟିକେ ଶୋଇବାକୁ ଚେଷ୍ଟାକରିଛି । ହେଲେ ଶିବାନୀ ସୁଯୋଗ ନଦେଇ ଟିକେ ବସିବା ଯାଗାରୁ ଦୂରେଇ ଯାଇଛି ।
       ତାପରେ ଦୁଇଜଣ ଯାକ ଆସିଛନ୍ତି ଓ ମନ୍ଦିର ବାହାରେ ଗୋଟିଏ ପଇଡ କିଣି ଦୁଇଜଣ ଯାକ ଏକାଠି ସ୍ଟ୍ର ସାହାଯ୍ୟରେ ସେହି ପଇଡଟିକୁ ପିଇଛନ୍ତି । ତାପରେ ସେମାନେ ଶିବାନୀ ଘରକୁ ଯାଇଛନ୍ତି । ଶିବାନୀ ଘରେ ଶିବାନୀକୁ ଛାଡି ଅନୂପ ଫେରି ଆସିଛି । ସେଦିନ ରାତିରେ ଅନୂପ କେବଳ ଶିବାନୀ କଥା ଭାବିଭାବି ଖଟ ଉପରେ ଗଡୁଛି । ତା ସ୍ତ୍ରୀ ମଧ୍ୟ ଘରେ ନାହିଁ । ତେଣୁ ରାତିରେ ପ୍ରେମରେ ଏକ ବୀଭତ୍ସ ପ୍ରେମିକ ଭଳି ପ୍ରେମ ର କେତେଗୁଡିଏ ସଜ୍ଞା ମନେମନେ ଗୋଟିଏ କାଗଜରେ ଲେଖିଚାଲିଛି । ତା ପରଦିନ ତାକୁ ନେଇ ଅଫିସ୍ ରେ ଶିବାନୀ କୁ ପଢେଇଛି ଓ ଚିରିଦେଇଛି ।
ସେ କାଗଜ ଟିରେ ଲେଖାଥିଲା ପ୍ରେମ:
       ଅହଂକାରୀର ଅହମିକାକୁ ଅକସ୍ମାତେ ଅପସରେଇ ନେବାରେ ସକ୍ଷମ ବଳଶାଳୀ ଏ ‘ପ୍ରେମ’ ।
        ସ୍ୱାଭିମାନୀ ର ସ୍ୱାଭିମାନକୁ ସ୍ୱଳ୍ପ ସମୟରେ ଧରାସାୟୀ କରିବାରେ ଧୂରନ୍ଧର ଏ ‘ପ୍ରେମ’ ।
        ଯନ୍ତ୍ରଣାରେ ଜର୍ଜରିତ ଜନ୍ତ୍ରପିତ୍ତୁଳା ର ଜୀବନରେ ଭରିପାରେ ଶାନ୍ତିର ଚନ୍ଦନ ଏ ‘ପ୍ରେମ’ ।
        ଦୁଃଖୀର ଦରଭଙ୍ଗା ଦୁଃଖକୁ ଦରକିନାରାକରି ମୁଖରେ ଫୁଟାଇପାରେ ହସ ଏ ‘ପ୍ରେମ’ ।
        ପତୀତକୁ ପାଦୂକାଦେଇ ପତୀତପାବନର ସାନ୍ନିଧ୍ୟରେ ପାପକୁ ଧୋଇଦେବାରେ ସକ୍ଷମ ଏ ‘ପ୍ରେମ’ ।
       ‘ପ୍ରେମ’ ଏଠି ଜୀବନ । ପ୍ରୀତିର ପରଶରେ ଶାନ୍ତିର ଏ ଚନ୍ଦନ । ‘ପ୍ରେମ’ର ଛାୟା ତଳେ ପୁଣି ‘ପାପ’ ହୁଏ ‘ପୂଣ୍ୟ’ ।
       ସେଦିନ ଶନିବାର । ଅନୂପର କଟକ ଯିବାରେ ଥାଏ । ଅନୂପ କହିଲା ଶିବାନୀ ଆଜି ୩ଟା ରେ ସାଙ୍ଗହୋଇ ତମ ଘରକୁ ପଳେଇବା । ହେଲେ ଶିବାନୀ ର ଗୋଟେ ସବୁଠାରୁ ଖରାପ ଗୁଣ ଯେ ସିଏ ଚାହେଁ ଯେ ସିଏ ଯେମିତି ଚାହିଁବ ସେମିତି ସବୁକଥା ହେବ । ସିଏ ଚାହିଁଲେ ଅନୂପ ସାଙ୍ଗରେ ଯିବ ନଚେତ୍ ଅନୂପର ଲକ୍ଷେ ଅନୁରୋଧ ମଧ୍ୟ କାମଦେବନି ଯେଉଁ କଥାଟା କି ଅନୂପକୁ ବହୁତ କଷ୍ଟଦିଏ ।
       ପ୍ରଥମେ ପ୍ରଥମେ ଶିବାନୀ ର ଏପରି ବ୍ୟବହାର ନଥିଲା ହେଲେ ସେ ଯେବେଠାରୁ ନିଜ ଶାଶୁଘରୁ ଅଫିସ୍ କୁ ଯିବା ଆସିବା କଲାଣି ସେବେଠାରୁ ତାର ଏପରି ବ୍ୟବହାର । ଶିବାନୀ କହିଲା ନାଇଁ ଆଜି ମୁଁ ବସ୍ ରେ ଯିବି ଆପଣ ବାଇକ୍ ରେ ଯାଆନ୍ତୁ । ଅନୂପ କହିଲା କାହିଁକି ? ମୋର ଯିବାରେ ଅଛି ତେଣୁ ମୋ ସାଙ୍ଗରେ ତୁ ଯିବୁ ଅସୁବିଧା କଣ । ହେଲେ ଶିବାନୀ ତା ଯିଦ୍ ରେ ଅଟଳ । ଅନୂପ ମନେମନେ ବହୁତ ରାଗିଗଲା । ସେହିଦିନ ଠାରୁ ଶିବାନୀକୁ ଆଉ କିଛିକହିଲାନି । ଅଫିସ୍ ରେ ଯେତେବେଳେ ତା’ ପାଖରେ କାମ ପଡେ ସେ ଅନ୍ୟଦ୍ୱାରା କରେଇନିଏ ବରଂ ଶିବାନୀକୁ କିଛି କହେନି । ଏମିତି ପ୍ରାୟ କୋଡିଏ ଦିନ ହୋଇଗଲାଣି । ଶିବାନୀ ମନେ ମନେ ଅଥୟ ହୋଇପଡିଲାଣି । କେମିତି କଥାହେବି । ଶିବାନୀର ମନ ମଧ୍ୟ ଘାଣ୍ଟି ହେଉଥାଏ । ହୋଲି ଆଉ ଦୁଇଦିନ ଥାଏ । ଶବାନୀ ତା’ ହଜବ୍ୟାଣ୍ଡ୍‌କୁ କହିଛି ଏଥରିକ ହୋଲିକୁ ଆମଘରକୁ ଅନୁପ ସାର୍ ଓ ତାଙ୍କ ମିସେସ୍ ଙ୍କୁ ଆମ ଘରକୁ ଡାକିବା । ଏଇଠି ହୋଲିଖେଳି ଆମ ଘରେ ସେମାନେ ଲଞ୍ଚ୍ କରି ଯିବେ ।
       ସେଇଆ ହୋଇଛି । ହୋଲିର ପୂର୍ବଦିନ ଶଙ୍କର ଅନୂପକୁ ଫୋନ୍ କରି ନିମନ୍ତ୍ରଣ କରିଛି । ଅନୂପ ବୁଝିଯାଇଛିଯେ ଏ ହେଉଛି ଶିବାନୀର କାମ ହେଲେ ଶଙ୍କର ଯେହେତୁ ଫୋନ୍ କରିଛି ତା କଥାକୁ ସେ ଆଉ କାଟିପାରିନି । ହୋଲିଦିନ ଅନୂପ ଓ ତାର ସ୍ତ୍ରୀ ଦୁଇଜଣ ଯାକ ଶିବାନୀ ଘରେ ଯାଇ ପହଞ୍ଚି ଛନ୍ତି ଠିକ୍ ସକାଳ ୮ଟାରେ । ଶିବାନୀ ଦେଖି ମନେମନେ ବହୁତ ଖୁସି ହୋଇ ଯାଇଛି । ଶିବାନୀ ରାଧାକୁ ନେଇ ତା ବେଡ୍ ରୁମ୍ ରେ ବସେଇ ଗପ ଆରମ୍ଭ କରିଦେଇଛି । ତେଣେ ଶଙ୍କର ଓ ଅନୂପ ବସି ଶିବାନୀ ଆଣି ଦେଇଥିବା ଟିଫିନ୍ ଖାଉଥାନ୍ତି ଓ କଥାହେଉଥାନ୍ତି । ପରେ ହୋଲି ଖେଳ ଆରମ୍ଭ ହୁଏ । ପରସ୍ପର ରଙ୍ଗ ବୋଳାବୋଳି ହୁଅନ୍ତି ।
        ତେଣେ ଶଙ୍କର ଟିକେ ଘରପାଖ ବାହାରକୁ ଯାଏ ବରାଦ ଦେଇଥିବା ପନୀର୍ ଆଣିବାକୁ ଓ ରାଧା ଯାଇ ଶିବାନୀ ଶାଶୁ ସାଙ୍ଗରେ କଥା ହେଉଥାଏ ଅନ୍ୟ ଏକ ବେଡରୁମ୍ ରେ । ଏହି ସମୟରେ ସୁଯୋଗ ଉଣ୍ଡି ଶିବାନୀ ରଙ୍ଗ ଆଣି ଅନୂପର ମୁହଁ ସାରା ବୋଳିଦିଏ ଆଉ ଛିଡାହୁଏ ଏହି ଆଶାରେ ଯେ ଅନୂପ ତା ଦେହରେ ରଙ୍ଗ ବୋଳିବ । ହେଲେ ଅନୂପ ତା ଦେହରେ ରଙ୍ଗ ନବୋଳି କହେ ଏଠି ମୁଁ ବୋଳିବିନି । ଚାଲେ ତୋ ବେଡ୍ ରୁମ୍ କୁ ସେଇଠି ବୋଳିବି । ଶିବାନୀ ବାଧ୍ୟ ହୋଇ ତା ବେଡ୍ ରୁମ୍ କୁ ଚାଲି ଯାଇ ଛିଡାହୁଏ । ଅନୂପ ରଙ୍ଗନେଇ ତରବରରେ ତା ବେଡ୍ ରୁମ୍ ରେ ତା ମୁହଁ ଓ ଛାତିରେ ହାତ ଭର୍ତ୍ତିକରି ରଙ୍ଗ ବୋଳିଦେଇ ଚାଲିଆସେ । ଡ୍ରଇଁ ରୁମ୍ ରେ ଛିଡାହୋଇ ଶିବାନୀକୁ ଡାକେ । କୁହେ ଏ ଅଧିକ ରଙ୍ଗକୁ ମୁହଁରୁ ନଛଡେଇଲେ ଭଲ ଲାଗୁନି । କେଉଁଥିରେ ପୋଛିବି । ପ୍ରୀତିରେ ପଣତକାନୀକୁ କିଏବା ସମ୍ଭାଳିପାରେ? ଶିବାନୀ ଏଣେତେଣେ ଟିକେ ଅନାଏ ଓ ଶେଷରେ ନିଜ ପଣତକାନୀକୁ କାଢି ନିଜ ହାତରେ ତା ମୁହଁରୁ ତରତର ହୋଇ ରଙ୍ଗ ଗୁଡିକ ପୋଛିପକାଏ । ଏହିପରି ପୁଣି ଦୁଇଜଣଙ୍କର ପୂର୍ବଭଳି ମିଳମିଶା ଚାଲିବାରେ ଲାଗେ ।
       ହେଲେ ଅନୂପ ସବୁବେଳେ ଆଶ୍ଚର୍ଯ୍ୟ ହୁଏ ଏ ସ୍ତ୍ରୀ ଲୋକଟି କଣ, ବୁଝିହେଉନି । ସବୁକରୁଛି ହେଲେ ସେ କଥା କହିଲା ବେଳକୁ କହୁଛିନା ‘ପାପ’ । ମନେ ମନେ ରାଗିଯାଇ ବାବେ ଏ କେବଳ ମୋତେ ମାନୁପୁଲେଟ୍ ଛଡା ଆଉ କିଛିକରୁନି । ସେଦିନ ଘରକୁ ଫେରି ରାତିରେ ମନ ଭିତର ଅଧୈର୍ଯ୍ୟରେ କବିତାଟିଏ ଲେଖିଛି ।
        କବିତାଟି ଥିଲା;
ସାଉଁଟି ଆଣିଥିଲି ଦିନେ ‘ଆପଣ’ ରୁ ‘ତମେ’ କୁ
ପରେପରେ ‘ତମେ’ ରୁ ‘ତୁ’ କୁ ଅତି ନିଜର କରିନେବା ପାଇଁ ।
ତୁମ ହୃଦୟରେ ପ୍ରତିଟି ସ୍ପନ୍ଦନରେ ବସିଯିବା ପାଇଁ
ଏକ ପ୍ରୀତିର ଆବେଗକୁ ଖୋସିଦେବା ପାଇଁ ।
ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ମଧ୍ୟ ନୁହେଁ
ଚାହୁଁ ଚାହୁଁ ଆସି ଏକ ଯୁଗ ହୋଇଗଲାଣି ।
ଏମିତିବି ଗୋଟେ ଦିନ ଖୋଜିଲେ ବି ପାଉନି
ଯେଉଁଦିନ ତୁମ ଛବି ମୋ ମନରେ ଆସିନି ।
ଗଣ୍ଠି ପଡିଥିଲା ଏ ସମ୍ପର୍କର ଡୋର ତୁମପଟୁ
କେଜାଣି କେଉଁ ଏକ ଅପବିତ୍ର ଉଆଁସୀ ମୁହୂର୍ତ୍ତରେ
ହାରିଗଲି ସ୍ୱାର୍ଥୀ ତୁମ ଜିଦ୍ ଆଗରେ ।

ଛଳନାର ଛଳେଛଳେ ଏବେ ନିଶ୍ୱଃ ହୋଇତ ଗଲାଣି ।
କେତେ ଟୋପା ଏ ଆଖିରୁ ଲୁହଝରିପଡିଛି
ତୁମପାଇଁ ଏ ମନଟା ହିସାବ ବି ରଖିନି ।
‘ହାରିବା’ର ସ୍ୱାଦନେଇ ବଞ୍ଚିବାଟା
ବୋଧହୁଏ, ନିଶ୍ଚିତ ହୋଇଗଲାଣି ।
ଯନ୍ତ୍ରଣାରେ ଛଟ୍ ପଟ୍ ଏ ହୃଦୟ
ଏବେ ଏମାନଙ୍କୁ ବନ୍ଧୁ କରିନେଲାଣି ।

ପ୍ରେମରେ ସମ୍ଭୋଗକୁ ପାପକହି
ଯୁଗ ଧରି ଠକି ଚାଲିଲଣି ।
ଜଣାନାହିଁ ତୁମେ ଅଜ୍ଞ ଅବା ଜାଣିକି ଅଜଣା ।
ହେଲେ ପ୍ରେମଏକ ଏମିତିକା ପବିତ୍ର ପାପ
ଲୋଡେନାହିଁ ପ୍ରାୟଶ୍ଚିତ, ଅନୁତାପ ଓ ଅନୁଶୋଚନାକୁ
‘କ୍ଷମା’ ତାର ପାଖ ବି ମାଡେନା ।

ଆପ୍ତ ବାକ୍ୟ ‘ପ୍ରେମ ଅଟେ ବଳଶାଳୀ ସବୁରି ଉପରେ’ ।
ରାଗ, ଦ୍ୱେଷ, ହିଂସା, କ୍ରୋଧ ଓ ଜିଦ୍
ସମସ୍ତେ ଅସ୍ତିତ୍ୱ ହରାନ୍ତି ଏହା ପ୍ରଭାବରେ ।
ହେଲେ ଏହା ଭୁଲ୍ ବୋଲି ପ୍ରମାଣିତ ହେଲାଣି ଏକ ଯୁଗ ଧରି
ଆମ ସମ୍ପର୍କରେ, ତୁମ ଜିଦ୍ ଆଗରେ ।

ଜିତିବା ହାରିବାଟା ତ ଜୀବନର ଦୁଇ ପାଶ୍ୱର୍
କିନ୍ତୁ ‘ପ୍ରେମ’ତ ନିଶ୍ଚୟ ଜିତିବ ।
ଧୋଇଦେଇ ତୁମ ଜିଦ୍
ତୁମ ଆଖି କୋଣର ଦୁଇଟୋପା ଲୁହରେ ।
ଯେଉଁଦିନ ତୁମେ ଥିବ ତୁମ ଜିଦ୍ ଥିବ
ହେଲେ ନଥିବି ମୁଁ ତୁମରି ପାଖରେ ।

       ପରଦିନ ଅଫିସ୍ ରେ ଶିବାନୀକୁ ନେଇ କବିତାଟି ଦେଇଛି । ଶିବାନୀ କବିତାଟି ପଢିସାରିଲା ପରେ ଚୁପ୍ ଚୁପ୍ ଆସି ଅନୂପର ଚଉକି ପାଖରେ ଛିଡାହୋଇ କହିଛି ତୁମ କବିତାଟି ନିଅ ବହୁତ ଭଲ ହୋଇଛି । କବିତାଟି ଫେରାଇ ଦେବାରୁ ଅନୂପ ମନେମନେ ଟିକେ ଖରାପ ଭାବିଛି ଓ କବିତାଟିକୁ ନିଜ ପକେଟ୍ ରେ ରଖିଦେଇଛି । ହେଲେ ଶିବାନୀ ର ସେ ‘ପାପ’ ଶବ୍ଦ ସେମିତି ଅନୂପର ଆଶାକୁ ଦଂଶନ କରିବାରେ ଲାଗିଛି ।


*****




ତିନି


        ଅନୂପର ପବ୍ଲିସିଙ୍ଗ୍ ହାଉସ୍‌ରେ ଏକ ବଳିଷ୍ଟ କାର୍ଯ୍ୟକ୍ରମ ଏବର୍ଷ ପାଇଁ ହାତକୁ ନିଆଯାଇଛି । କାର୍ଯ୍ୟକ୍ରମଟି ହେଉଛି ଓଡିଶାର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା କୈଦିମାନଙ୍କ ମଧ୍ୟରୁ ୫ ଜଣଙ୍କର ଜୀବନ ଘଟଣାକୁ ଅନୁସନ୍ଧାନ କରି ତାର ସତ୍ୟାସତ କୁ ଛୋଟ ଛୋଟ ବହି ଆକାରାରେ ପବ୍ଲିସ୍ କରି ଲୋକ ଲୋଚନକୁ ଆଣିବା । ଏହି କାର୍ଯ୍ୟକ୍ରମଟିକୁ ଅନୁପ ହାତକୁ ଟେକି ଦେଇଛି ତା ଅଫିସର ଏକ୍ସକ୍ୟୁଟିଭ୍ ବୋଡ୍ ଏବଂ ଏହା ଶର୍ମାଜିଙ୍କ ସିଧା ତତ୍ତ୍ୱବଧାନରେ ଚାଲିବ ।
      କାର୍ଯ୍ୟକ୍ରମର ଆରମ୍ଭ କରିଛି ଅନୂପ ବ୍ରହ୍ମପୁର ଜେଲ୍‌ରୁ । ମନେମନେ ସ୍ଥିର କରିଛି ସେ ଏହି ଜେଲ୍‌ରୁ ଜଣକୁ ବାଛିବ ଏବଂ ତାର ଜୀବନ ଘଟଣାକୁ ବହିଟିଏ କରି ପବ୍ଲିସିଙ୍ଗ୍ ହାଉସରେ ଛାପିବ ଓ ସତକଥାକୁ ଲୋକଲୋଚନକୁ ଆଣିବ । ସେଦିନ ସୋମବାର । ଭୂବନେଶ୍ୱରରୁ ବିଶାଖା ଏକ୍ସପ୍ରେସ୍‌ରେ ଯାଇ ବ୍ରହ୍ମପୁରରେ ପହଞ୍ଚିଛି ଅନୁପ । ଷ୍ଟେସନ୍‌ରୁ ଓହ୍ଲାଇବା କ୍ଷଣି ଭଗବାନଙ୍କୁ ମନେମନେ ସ୍ମରଣ କରିଛି ଏବଂ ଏକ ଅଟୋରିକ୍ସାରେ ଯାଇ ପହଞ୍ଚିଛି ବ୍ରହ୍ମପୁର ଜେଲ୍ ପାଖରେ ।
       ଜେଲ୍ ସୁପରିଟେଣ୍ଡଙ୍କୁ ସାକ୍ଷାତ କରି ନିଜର ପରିଚୟ ପ୍ରଦାନ କରିଛି ଏବଂ ତା ପବ୍ଲିସିଙ୍ଗ୍ ହାଉସର ଉଦ୍ଦେଶ୍ୟ ସର୍ମ୍ପକରେ ସୁପରିଟେଣ୍ଡଣ୍ଟ୍ ଙ୍କୁ ଅବଗତ କରାଇଛି । ତାଙ୍କର ଅନୁମତି ପାଇଲା ପରେ ଜେଲର୍ ତାକୁ ନେଇଯାଇଛନ୍ତି ଆଜୀବନ କାରାଦଣ୍ଡ ଭୋଗୁଥିବା କେତେଜଣ କୈଦିଙ୍କ ପାଖକୁ । କୈଦି ମାନଙ୍କୁ ଦୂରରୁଦେଖୁଥିବା ସମୟରେ ଅନୂପର ନଜର ପଡିଛି ଗୋଟିଏ ଚେହେରା ଉପରେ ।
       ଚେହେରାଟି ଅତ୍ୟନ୍ତ ସୁନ୍ଦର ଓ ଡଉଲ ଡାଉଲ । ସତେ ଯେମିତି ସେ ଚେହେରାଟିରେ କିଛି ଭୂଲ୍ କରିଥିବା ର ଲକ୍ଷଣ ପ୍ରତୀୟମାନ ହେଉନଥାଏ । ସତେଯେମିତି ଏକ ଶାନ୍ତ ପ୍ରତିକ୍ରୟା ହୀନ ଜୀବନ ସତ୍ୟକୁ ଅପେକ୍ଷା କରିଛି । ଅନୂପ ସେହି ଚେହେରାଟିକୁ ଆଙ୍ଗୁଳି ନିର୍ଦ୍ଦେଶକରି ଜେଲର୍ ଙ୍କୁ ପଚାରିଛି ସେ କୈଦି ସମ୍ପର୍କରେ ମୋର  କିଛି ତଥ୍ୟ ଦରକାର । ଜେଲର୍ ଅନୂପଙ୍କୁ ନେଇ ଆସିଛନ୍ତି ନିଜ ଅଫିସ୍ ଭିତରକୁ । ସେ କୈଦିର ନମ୍ବର ଥିଲା ୧୫୫ । କୈଦିର ଫାଇଲ୍ ଟିକୁ ଅନୂପକୁ ଦେଇଛନ୍ତି ।
        ଅନୁପ ଫାଇଲ୍‌ଟିକୁ ପଢିସାରିବାପରେ ଜାଣିବାକୁ ପାଇଛି ୧୫୫ନଂ କୈଦିର ନାମ ହେଉଛି କାଶୀନାଥ ମୁଣ୍ଡା । ସେ ଏକ ପ୍ରେମ କୈଦି । ନିଜ ପ୍ରେମିକାକୁ କିରୋସିନି ଢାଳି ପୋଡି ମାରିଦେବା ଅଭିଯୋଗରେ ସେ ଆଜି ଆଜୀବନ କାରାଦଣ୍ଡ ଭୋଗୁଛି । ତାର ଜନ୍ମସ୍ଥାନ ହେଉଛି ବ୍ରହ୍ମପୂର ସହରଠାରୁ ପ୍ରାୟ ୫୦ କିମି ଦ୍ୱର ପାତ୍ରପୂର ଜିଲ୍ଲାର  କରଡା ତହସିଲର ସାମନ୍ତିଆପଲ୍ଲି ଗାଁରେ ।
       ଏତକ ତଥ୍ୟ ନିଜ ଲାପ୍‌ଟପ ରେ ସାଇତି ରଖିଦେଇ ଜେଲର୍‌ଙ୍କୁ ଅନୁରୋଧ କରିଛି ସେ କୈଦୀ ସାଙ୍ଗରେ ଟିକେ ୧୦ମିନିଟ୍ ପାଇଁ ସେ କଥା ହେବାକୁ ଚାହେଁ । ଜେଲର୍ ଜଣକ ଅନୁମତି ଦେଇଛନ୍ତି ଏବଂ ଅନୂପକୁ କାଶୀ ରହୁଥିବା କୋଠରୀ ପାଖକୁ ନେଇଯାଇଛନ୍ତି । ଜେଲର୍ ଜଣକ କାଶୀକୁ ଡାକିଛନ୍ତି ଓ କହିଛନ୍ତି ହେ ‘କାଶୀ’ ଆରେ ତୋତେ କିଏ  ଭେଟିବାକୁ ଚାହୁଁଛନ୍ତି  ଦେଖେ ।
      ଜେଲର୍ ବସୁବାବୁ ମଧ୍ୟ ଜଣେ ହୃଦୟବାନ ଲୋକ । ଜେଲ୍‌ରେ କାରାଦଣ୍ଡ ଭୋଗୁଥିବା ଅନେକ କୈଦିମାନଙ୍କର ଜୀବନ ଶୈଳୀକୁ ଅନୁଧ୍ୟ୍ୟାନ କଲାପରେ ତାଙ୍କ ହୃଦୟ କେତେ ଜଣକୁ ଏକ ଅନ୍ୟ ସ୍ଥାନର ମର୍ଯ୍ୟାଦା ଦେଇଥାଏ । ତାଙ୍କ ମତରେ ଏହି ମାନେ ବୋଧହୁଏ ଆଇନର ଅନ୍ତରାଳରେ  ବାଟବଣା କିମ୍ବା ତାଙ୍କ ଭୂଲ୍‌ର ପ୍ରାୟଶ୍ଚିତ କରିବା ପାଇଁ ସେମାନେ ସମ୍ପୁର୍ଣ ପ୍ରସୁ୍‌ତ । ଏହିପରି କୈଦୀମାନଙ୍କ ମଧ୍ୟରେ କାଶୀ ଅନ୍ୟତମ । ସେ ବସୁବାବୁଙ୍କର ବହୁତ ପ୍ରିୟ କୈଦି । ସଶ୍ରମ କାରାଦଣ୍ଡକୁ କାଶୀ ଜୀବନର ଶ୍ରମରୂପେ ଆଦରି ନେଲାଣି ଦୁଇବର୍ଷ ହେଲାଣି ।
      ଜେଲ୍‌ରେ କରୁଥିବା ଶ୍ରମକୁ ସେ ତା ଜୀବନର କର୍ତ୍ତବ୍ୟ ଭଳି ଗ୍ରହଣ କରିନେଲାଣି । ଅନୂପର କାଶି ଘଟଣାର ଆଗ୍ରହ ଦେଖି ବସୁବାବୁ ମନେମନେ ବହୁତ ଖୁସି ହୋଇଗଲେଣି । ତାଙ୍କ ମନ କହୁଛି ଏମିତି କିଛି ଏ ଅନୁପବାବୁ ତଥ୍ୟ ବା ଜୀବନ କାହାଣୀ ରୁ ପାଇ ପାରନ୍ତେ ଯାହା ବଳରେ କାଶୀଟା ମୁକ୍ତି ପାଇଯାଆନ୍ତା । ସେ ତାଙ୍କ ମନକଥା ଗୁଡାକ ଅନୁପ ଆଗରେ ଆଦୈା ପ୍ରକାଶ କରୁନଥାନ୍ତି । ଯେତେହେଲେ ବି ସେ ହେଉଛନ୍ତି ଜେଲର୍ ।  ସରକାରୀ ଚାକରସିଏ । ଆଇନ୍ କାନୁନ୍ ତାଙ୍କ  ହୃଦୟର ବିଚାରଳାୟରୁ କାହିଁ କେତେ ଉପରେ ।
       ବସୁବାବୁଙ୍କ ଡାକଶୁଣି କାଶୀ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଛି । ଦୁଇବର୍ଷ ହେଲା କାହିଁ କେହିତ ଆସିନାହାନ୍ତି ଦେଖାକରିବାକୁ । ଘରେ ବୁଢୀ ବୋଉ ଯେ ତାର ସେତେ ସମ୍ବଳ ନାହିଁ କିମ୍ବା ବଳ ନାହିଁ ସେ ଜେଲ୍‌କୁ ଆସିବ ତାକୁ ଦେଖିବାକୁ । ତେବେ କିଏସେ ଆସିଛି । କାଶୀ ଆସି କୋଠରି ଭିତରୁ ଅନୂପ କୁ ଦେଖି ବିସ୍ମିତ ଭାବରେ ଛିଡା ହୋଇ ଭାବିବାକୁ ଆରମ୍ଭ କରିଛି ।
     ଇଏ ଫୁଲ୍‌ବାବୁ ଜଣକ କିଏ?
     ଇଏ କଣ ମୋ ସଜାର ସମୟସୀମାକୁ ଆଉ ବଢେଇବାକୁ ଆସିନାହାନ୍ତି ତ?
     ହେଲେ ସେତ ଶୁଣିଛି ଆଜୀବନ କାରାଦଣ୍ଡରୁ ଆଉ ଲମ୍ବା ସଜା ନାହିଁ ବୋଲି, ଯଦି ଅଛି ତେବେ ଫାଶି । ଏ ଫୁଲ୍‌ବାବୁ ମୋତେ ଫାଶି ଦେବାର ବ୍ୟବସ୍ଥା କରିବେ ନା କଣ । ଯଦି ଦେଇ ପାରନ୍ତେ ତେବେ ୟାଙ୍କଠାରୁ ବଳି ଆଉ ମହାନ ବ୍ୟକ୍ତି ମୋ ଜୀବନରେ କେହି ହୋଇ ପାରନ୍ତେ ନାହିଁ । ବଞ୍ôଚବାର ଅର୍ଥ  ଆଉ ତା ପାଇିଁ କିଛି ନାହିଁ । ପୁଣି  ଆଉ ସେ ଗାଈ ନେଇ ଚରେଇବାକୁ ଯିବାକୁ ଚାହୁଁନି । ତାର ବୋଉ ମଲାଣି କି ଗଲାଣି ସେ ମଧ୍ୟ ଜାଣିନି ।
      ଏମିତି ଅନେକ ପ୍ରଶ୍ନ ତା ମନରେ ଉଠୁଥିବା ସମୟରେ ଅନୂପ ହଠାତ୍ କହିବକୁ ଆରମ୍ଭ କରିଛି କାଶୀ । ମୁଁ  ହେଉଛି  ଅନୂପ । ଅନୂପ ମହାପାତ୍ର । ଭୂବନେଶ୍ୱରରୁ ଆସିଛି । ମୁଁ ତୁମ ବିଷୟରେ ଟିକେ ଜାଣିବାକୁ ଚାହୁଁଛି । ମୋର ଲକ୍ଷ ମୁଁ ତୁମକୁ ଏ ଜେଲ୍‌ର ଚାରିକାନ୍ଥ ଭିତରୁ ମୁକ୍ତି ଦେବାକୁ ଚାହେଁ । ଏ କଥା ଶୁଣି ହଠାତ୍ କାଶୀ ରାଗିଯାଇ କହିବାକୁ ଆରମ୍ଭ କରିଛି ମୁଁ ଚାହେଁନି ମୁକ୍ତି ମୁଁ ଚାହେଁ ମୁୃତ୍ୟୁ । ଦେଇପାରିବ ତୁମେ !
      ଅନୂପ ଟିକେ ଥମି ଯାଇ ଋଦ୍ଧ ଗଳାରେ କହିଛି କାଶୀ, ଆମେ ଜନ୍ମହେଇଛେ ମରିବା ପାଇଁ । ତାକୁ ଆମ ଜୀବନରୁ ଛଡେଇ ନେଇପାରିଲା ଭଳି କାହାର ବି ଶକ୍ତି ନାହିଁ । ତେଣୁ ତୁମେ ଏତେ ବ୍ୟସ୍ତ କାହିଁକ । ମୁରୁଖ କାଶୀର ମୁଣ୍ଡରେ ଏତେ ଭିତିରିଆ କଥା  ପଶିଲା ଭଳି ଯାଗାହିଁ ନାହିଁ । ତେଣୁ ସେ କହିଛି କଣ ପଚାରିବ ପଚାର । ଅନୂପ କହିଛି ନାହିଁ କାଶୀ  ଆଉ କିଛି ପଚାରିବାର ନାହିଁ । ଯାହା ପଚାରିବାର ଥିଲା ତାହା ସରିଗଲା । ଧନ୍ୟବାଦ ! ପୁଣି ପରେ ଦେଖାହେବ । ଆଉ ଯାହା ପଚାରିବାରକଥା ଆର ଥରକୁ ପଚାରିବି ।
       କାଶୀ ଭାବିବାକୁ ଲାଗିଲା କି ବେକାରିଆ ଲୋକ । କିଛି ନ ପଚାରି କିଛି ନବୁଝି କହୁଛି ନା କଣ ମୁଁ ଯାହା ପଚାରିବା କଥା ସବୁ ପଚାରି ସରିଲାଣି । କାଶୀର ମନ ଘୁରିଗଲା । କୋଠରି ଭିତରେ ଏକାକି ଥକା ମାରି ବସିପଡି ନିଜକୁ ପଚାରିବାକୁ ଲାଗିଲା ସେ କଣ ମୋତେ କହିଗଲା । ସେ ମନେମନେ ଅନୂପ ଉପରେ ଗୁଡିଏ ବିରକ୍ତ ହେଉଥିଲା ଏହି ସମୟରେ ହଠାତ୍ ଜେଲର ଦ୍ୱିପହର ଭୋଜନ ପାଇଁ ବେଲ୍ ବାଜିଉଠିଲା । କାଶୀ ନିତିଦିନର ଦିନଚର୍ଯ୍ୟା ଭଳି ତାର ପାଦ ଖାଇବାସ୍ଥାନ ଆଡକୁ ମାଡି ଚାଲିଲା । ଆଉ ଏକଥା ସବୁ ଭୂଲିଗଲା ।
       ଅନୂପ ଓ ଜେଲର୍ ଦୁହେଁ ଜେଲର୍‌ଙ୍କ ଅଫିସ୍‌ରେ ବସି କିଛି ସମୟ କଥା ହେଲେ । ଅନୂପ ମଧ୍ୟ ବସୁବାବୁଙ୍କ ଠାରୁ କାଶୀ ବିଷୟରେ କିଛିଟା କଥାର ଆଭାଷ ନେଇ ଫେରିଚାଲିଲା ଭୂବନେଶ୍ୱର  ଅଭିମୁଖେ । ଶର୍ମାଜିଙ୍କ ସହିତ ଆଲୋଚନା କରିବା ପାଇଁ । ଜେଲ୍‌ରୁ ଫେରିବା ସମୟରେ ବସୁବାବୁ ତାଙ୍କୁ ଅଲ୍ ଦ ବେଷ୍ଟ୍ କହି ବିଦାୟ ଦେଲେ । ସେ ଦିନ  ଭୂବନେଶ୍ୱର ରେ ଆସି ରାତି ୮ଟା  ପହଞ୍ôଚବା ପରେ ଶର୍ମାଜୀଙ୍କୁ ଫୋନ୍ ରେ ଜଣାଇଦେଲା । ଶର୍ମାଜୀ କହିଲେ କାଲି ଅଫିସ୍ ରେ ଦେଖା ହେଲାପରେ ଆଲୋଚନା କରିବା ।
       ତା ପରଦିନ ଅନୂପ ଯାଇ ଠିକ୍ ୧୦ଟା ୫ମିନିଟ୍ ରେ ଅଫିସ୍ ରେ ପହଞ୍ôଚଗଲା । ମାତ୍ର ତାର ପହଞ୍ôଚବା ପୂର୍ବରୁ ଶିବାନୀ ଆସି ନିଜ ଟେବୁଲ୍‌ରେ ବସି ସାରିଥାଏ ଏବଂ ଏକ ଫାଇଲ୍ କୁ ଖୋଲି ପଢିବା ଆରମ୍ଭ କରିଥାଏ । ହଠାତ୍ ଅନୂପକୁ ଦେଖି ମର୍ଣ୍ଣିଙ୍ଗ୍ ବୋଲି କହିପକାଇଛି ଏବଂ ଉତ୍ତରରେ ଅନୂପ ଗୁଡ୍ ମର୍ଣ୍ଣିଙ୍ଗ୍ କହିଛି । ଅନୂପ ତାର ନିଜ ଚୈାକି ଉପରେ ବସି ପଡିଲା । ପରେ ଶିବାନୀକୁ ପଚାରିଛି ଆଉ ସବୁ ଭଲ । ପୁଅ କେମିତି ଅଛି । ଶିବାନୀ କହିଛି ହଁ ସବୁ ଭଲ । ପୁଅ ବି ଭଲ ଅଛି ।
      ଶିବାନୀ ଉତ୍କଣ୍ଠା ସହ ପଚାରିଛି କାଲି ବ୍ରହ୍ମପୁର ଜେଲ୍‌ରେ କାହାକୁ କଣ ଚିହ୍ନଟ କଲ । କିଛି ପୋଗ୍ରେସ୍ ହେଲା ନା ନାହିଁ । ଅନୂପ କହିଲା ମୁଁ ଗୋଟିଏ ପ୍ରେମ କୈଦୀ କୁ ପାଇଲି । କାହିଁକି କେଜାଣି ତା ପ୍ରତି ଆଗ୍ରହ ଆସିଛି । ତାରି ଜୀବନକୁ ବିଶ୍ଲେଷଣ କରିବାକୁ ସ୍ଥିର କରିଛି । ଶିବାନୀ କହିବାକୁ ଲାଗିଲା ବୋଧହୁଏ ତୁମ ମନ ପସନ୍ଦିଆ କୈଦୀଟିଏ ମିଳିଗଲା । ଅନୂପ କହିଲା କେଜାଣି ଦେଖାଯାଉ ତା ଜୀବନରୁ କାଳେ କିଛି ‘ପାପ ପୂଣ୍ୟ’ର ସଂଜ୍ଞା  ମିଳିଯାଇ ପାରେ । ଏତିକି ବେଳେ ପିଅନ ଗଉରା ଆସି ଅନୂପକୁ କହିଛି ସାର୍ ଆପଣଙ୍କୁ ଶର୍ମାଜୀ ତାଙ୍କ ଚାମ୍ବର୍‌ରେ ଡାକୁଛନ୍ତି । ଅନୂପ ନିଜ ଫାଇଲ୍‌ଟିକୁ ଧରି  ଚାଲିଯାଇଛି ଶର୍ମାଜୀଙ୍କ ପାଖକୁ ।
       ଶର୍ମାଜୀଙ୍କୁ ନମସ୍କାର କରିଛି ଏବଂ ବସିପଡିଛି । ଦୁଇଜଣଙ୍କ ଭିତରେ ଗତ କାଲିର ବ୍ରହ୍ମପୁର ଗସ୍ତର ସମସ୍ତ କଥା ଆଲୋଚନା ହେବାପରେ ଶର୍ମାଜୀଙ୍କ ମଧ୍ୟ ଟିକେ ଉତ୍କଣ୍ଠା ବଢିଯାଇଛି । ଶର୍ମାଜୀ ଉତ୍ତର ଦେଇଛନ୍ତି ଅନୂପ ଏହାର ସତ୍ୟାସତ ଉନ୍ମୋଚନ କରିବାକୁ ହେଲେ ଅତିକମ୍‌ରେ ତୁମକୁ ମାସେ କି ଦୁଇମାସେ ଖଣ୍ଡେ ସାମନ୍ତିଆପଲ୍ଲୀରେ ରହିବାକୁ ପଡିବ । ନଚେତ୍ ତୁମେ ସତ କଥା ଖୋଳିତାଡିବାରେ ବିଫଳ ହୋଇପାର ।
      ତେବେ ସାମନ୍ତିଆପଲ୍ଲୀ ଗ୍ରାମରେ କେଉଁ ଭଳି ରହିବ ଆଉ କେଉଁ ଆଳରେ ଘରଘର ବୁଲି ସତକଥାର ସନ୍ଧାନ କରିବ ସେଇଟା ଆମକୁ ବିଚାର କରିବାର ଅଛି । ଶେଷରେ ନିଷ୍ପତି ହୋଇଛି ଅନୂପ ଯାଇ ପ୍ରଥମେ ସେ ଗାଁର ୱାର୍ଡମେମ୍ବର ଓ ମୂଖିଆ ମାନଙ୍କୁ ସାକ୍ଷାତ କରିବ ଏବଂ ନିଜର ପରିଚୟ ପ୍ରଦାନ କରିବ । ସେମାନଙ୍କୁ ଏକ ପ୍ରସ୍ତାବ ଦେବ ଯେ ମୁଁ ଆପଣଙ୍କ ଗାଁ ପାଠାଗାରକୁ କୋଡିଏ ହଜାର ଟଙ୍କାର ବିଭିନ୍ନ ତଥ୍ୟ ଭିତ୍ତିକ ଏବଂ ସମାଜ ଉପଯୋଗୀ ଆମ ସଂସ୍ଥା ତରଫରୁ ବହି ଦେବାକୁ ଚାହୁଁଛି । ଯଦି ଗାଁରେ ପାଠାଗାର ନଥିବ ତେବେ ଏକ ପାଠାଗାର ଗଠନ କରି ତାକୁ ସମସ୍ତ ବହିଗୁଡିକ ଦେବାକୁ ପ୍ରସ୍ତାବ ଦେବ ।
       କେଉଁଭଳି ବହିସବୁ ସେଥିପାଇଁ ଏକ ସର୍ଭେ ମୋତେ କରିବାକୁ ପଡିବ । ସେ ସର୍ଭେରେ ମୁଁ ପ୍ରତ୍ୟେକ ପରିବାର କୁ ଯିବି ଏବଂ ପ୍ରତି ପରିବାରର ସମସ୍ତ ତଥ୍ୟ ସଂଗ୍ରହ କଲାପରେ ସେହିତଥ୍ୟକୁ ଆଧାର କରି ଆମ ସଂସ୍ଥା ବହିଗୁଡିକ ପ୍ରଦାନ କରିବ । ଏହିଆଳରେ ଅନୂପ ସେ ଗାଁରେ ୧ ମାସ ରହିବାର ସୁଯୋଗ ପାଇ ପାରିବ । ସେହି ମାସକ ଭିତରେ ସର୍ଭେ କାମ ଆଳରେ କାଶୀ ମୁଣ୍ଡାର ଜୀବନ କାହାଣୀ ସଂଗ୍ରହ କରିବ । ପରିଶେଷରେ ସେ ଗାଁରେ ଏକ ପାଠାଗାର  ଖୋଲି କୋଡିଏ ହଜାର ଟଙ୍କାର ବହି ଦେଇ ଫେରିବ ।
       ଆସନ୍ତା କାଲିଠାରୁ ଏହି କାମରେ ଅନୁପ ବାହାରି ପଡିବ ବୋଲି ଶର୍ମାଜୀ ଅନୁମତି ଦେଇଦେଲେ । ସେଦିନ ଅଫିସ୍ ସରିଲା ସନ୍ଧ୍ୟା ୫ଟା ବେଳ । ସେ ଦିନ ଅନୂପ ନିଜର କୌଣସି ଗାଡି ଆଣିନଥାଏ । ଦୁଇଟି ଯାକ ଗାଡି ଖରାପ ହୋଇ ପଡିଛି । ତେଣୁ ସେ ବସ୍‌ରେ ଆସିଥାଏ । ତା ପାଖରେ ମଧ୍ୟ ସମୟ ନାହିଁ । ସେ ଗାଡିଟିକୁ ଗ୍ୟାରେଜରେ ଠିକ୍ କରିବା ପାଇଁ ।
       ଅନୁପ ଡାକିଛି ଶିବାନୀକୁ କଣ କାମ ସରିଲା ନା ନାହିଁ । ହଁ ସରିଗଲାଣି । ଆସ ଯିବା । ଦୁହେଁ ଅଫୀସ୍ ରୁ ବାହାରିଛନ୍ତି । ଅଫିସ୍ ବାହାରେ ଶିବନୀଟିକେ ଠିଆହୋଇ ରହିଛି ଏବଂ ଭାବିଛି ଅନୂପ ଗାଡି ଷ୍ଟାଣ୍ଡରୁ ଗାଡି କାଢିକି ଆଣିଲେ ଦୁଇଜଣ ଯାକ ଯିବେ ମାତ୍ର ସେ ଜାଣିନି ଆଜି ଅନୂପ ଗାଡି ଆଣିନି ବୋଲି । ଅନୂପ ହସିହସି କହିଛି ମ୍ୟାଡାମ୍  ଛିଡା ହେଲେ କାହିଁକି ଆଜି ଗାଡି ଆଣିନି ।  ଆଜି ବସ୍‌ରେ ଯିବା ।
       ଦୁଇଜଣ ଯାକ ରାସ୍ତାରେ ଏକାଠି ଚାଲୁଥିବା ସମୟରେ ଯେ କୈାଣସି ବ୍ୟକ୍ତି ପ୍ରଥମେ ଭାବିନେବ ଯେ ଏ ସ୍ୱାମୀ ସ୍ତ୍ରୀ ବୋଲି । ଦୁଇଜଣ କେହିକାହାକୁ କେଉଁଗୁଣରେ କମ୍ ନୁହଁ । ଶିବାନୀ କହିଛି ଚାଲ ଦୁଇଟି ଯୁସ୍ ପିଇକରିଯିବା । ଦୁଇଜଣ ରେଷ୍ଟୁରାଣ୍ଟ୍ ଭିତରେ ବସିଛନ୍ତି । ୱେଟର୍ ଦୁଇଟି ଯୁସ୍ ଆଣି ଦେଇଛି । ଦୁଇଜଣ ପିଇଛନ୍ତି । ରେଷ୍ଟୁରାଣ୍ଟ୍‌ରୁ ବାହାରକୁ ଆସିଲା ବେଳକୁ ଅନ୍ଧାର ହେଇଗଲାଣି । ଶିବାନୀ କହିଛି ଚାଲ ଜଲଦ୍‌ି ଯିବା । ପୁଅ ସାଡେ ‘ମା’ ପାଖରେ ଏକୁଟିଆ ।
       ଅନୂପ ଶିବାନୀର ହାତ ପାପୁଲିକୁ ଧରି ପକାଇ ଜୋରରେ ଚିପି ଦେଇଛି । ଶିବାନୀ କହିଉଠିଛି ଓହ । ତୁମର ଏହି ଅଝଟିଆକାମ ଗୁଡାକ ମୋଟେ ଯିବନି । ଦୁଇଜଣ ଯାକ ଟିକେ ରୋମାଣ୍ଟିକ୍ ହୋଇ ପଡିଥାନ୍ତି । ଅନୂପ କହିବାକୁ ଲାଗିଛି କାଲିଠାରୁ ତୁମକୁ ଆଉ ମାସେ ଦେଢମାସେ ପର୍ଯ୍ୟନ୍ତ ଆଦୌ ଦେଖି ହେବନି । ମନଭାରି ଦୁଃଖ । କେମିତି କଟିବ କେଜାଣି । ଶିବାନୀ କହିଛି ପ୍ରତିଦିନ ନିଜ ମିସେସ୍‌ଙ୍କୁ ଫୋନ୍ କରିବ । ଅନୂପ କହିଛି ତୁମେ ମୋତେ ଫୋନ୍ କରିବ । ଏମିତି କଥା ହଉହଉ ଟାଉନ୍ ବସ୍ ଆସି ପହଞ୍ଚି ଯାଇଛି । ଉଭୟ ସେହି ବସ୍‌ରେ ଉଠିଛନ୍ତି । ଆଗ ଶିବାନୀ ତା ଷ୍ଟପେଜ୍ ରେ ଓହ୍ଲାଇ ପଡିଛି ତାପରେ ଅନୂପ ତା ଷ୍ଟପେଜ୍‌ରେ ।
       ଅନୂପ ଘରେ ପହଞ୍ôଚ ତାର ପୁଅ ସାଙ୍ଗରେ ଟିକେ ହସଖୁସି ହୋଇଛି । ପରେପରେ ତା ସ୍ତ୍ରୀ ରାଧିକା ତା ପାଇଁ ଖାଇବା ଆଣିବାକୁ ଯାଇଛି । ପ୍ରତିଦିନ ସନ୍ଧ୍ୟା ସମୟରେ ନିଜ ଘର ଦିଅଁଙ୍କ ପାଖେ ବସି ଦୁଇ ପୃଷ୍ଠା ଗୀତା ପଢିବାଟା ଅନୂପର ଆଜକୁ ପ୍ରାୟ ୧୫ ବର୍ଷ ତଳର ଅଭ୍ୟାସ । ଜୀବନର ପ୍ରତିଟି ତତ୍ତ୍ୱକୁ ସେ ଗୀତାରେ ହିଁ ଅନୁଭବ କରେ । ଜୀବନରେ ଯେତେ ଘାତ ପ୍ରତିଘାତ ଆସିଛି ସେ ସବୁକୁ ସେହି ଗୀତାର ଜ୍ଞାନ ବଳରେ ପ୍ରତିହତ କରିଛି । ଗୀତା ପଢିସାରି ଆସିଲା ବେଳକୁ ରାଧିକା ଖାଇବାକୁ ଧରି ପୁଅ ଅସିତ୍ ପାଖରେ ଜଗି ବସିଛି ।
        ଅନୂପ ଖାଇବା ସମୟରେ କହିବାକୁ ଆରମ୍ଭକରିଛିି କାଲିଠାରୁ ମୋତେ ବ୍ରହ୍ମପୁରରେ ୧ମାସ ପାଇଁ ରହିବାକୁ ପଡିବ । ମୋର ଗୋଟେ ମିଶନ ପୂରାକରିବାର ଅଛି ।  ରାଧିକା ଶୀଥିଳ ମନରେ ପଚାରିଛି କି ମିଶନ । 
        କିଛି ଅସୁବିଧା ତ ନାହିଁ ?
        ଅନୂପ କହିଛି ନା । ଖାଲି ଗୋଟେ ଇନଭେଷ୍ଟିଗେସ୍‌ନ କରିବା ପାଇଁ ମୋତେ ସେଠି ମାସେ ଖଣ୍ଡେ ରହିବାକୁ ପଡିବ । ତେଣୁ ତୁମେ ଏକା ମ୍ୟାନେଜ୍ କରିବାକୁ ପଡିବ । ଦରକାର ପଡିଲେ ମୁଁ ମଝିରେ ରାତିକ ପାଇଁ ଆସିପାରେ କିନ୍ତୁ ମିଶନ ପୂରା କରିବାକୁ ହିଁ ପଡିବ । ଖାଇସାରିବା ପରେ ରାଧିକା ଓ ଅନୂପ ଦୁଇଜଣ ତାର ବ୍ରହ୍ମପୁର ନେବାପାଇଁ ବ୍ୟାଗ୍ ସଜାଡିବାରେ ଲାଗିପଡିଛନ୍ତି । ବ୍ୟାଗ୍ ସଜାଡିବା ଶେଷ ହୋଇଛି ରାତି ୧୧ଟାରେ । ପରେପରେ ଉଭୟ ଶୋଇବାକୁ ଯାଇଛନ୍ତି ।
      କାଲିଠାରୁ ମାସକ ପାଇଁ ଅଲଗା ରହିବାର ଦୁଃଖରେ ରାଧିକା ମନେମନେ ଅନୂପର ଛାତିରେ ନିଜର ମୁହଁ ଲୁଚାଇ ଅନୂପକୁ ଯାବୁଡି ଧରିଛି । ଅନୂପର ହାତ ମଧ୍ୟ ଆଉ ତା ମନର ସଂଜତରେ ନରହି ରାଧିକାର ବକ୍ଷ ଆଡକୁ ମାଡିଚାଲିଛି । କିଛିକ୍ଷଣ ପାଇଁ ପରସ୍ପର ପରସ୍ପର ଭିତରେ ସମ୍ପୁର୍ଣ ହଜିଯାଇଛନ୍ତି । ଶାରିରୀକ ସମ୍ପର୍କର ନୀବିଡତମ ସନ୍ଦର୍ଭରେ ପ୍ରବେଶ କରି ଉଭୟ  ଉଭୟଙ୍କୁ ଉପଭୋଗ କରୁଥିବା ସମୟରେ ମଧ୍ୟ ଅନୂପର ମନରେ ଶିବାନୀର ପ୍ରତିଛବି ଅନୂପକୁ ତା ଆଡକୁ ଆର୍କଷିତ କରୁଥାଏ ତଥାପି ନିଦ୍ରାଦେବୀ ତାଙ୍କର ପଣତକାନୀ ଘୋଡାଇ ଦେଇଛନ୍ତି  ଉଭୟଙ୍କ ଉପରେ ।
      ଭୋର ୪ଟାରୁ ଉଠି ପଡିଛି ରାଧିକା । ନିତ୍ୟକର୍ମ ସାରି ଠାକୁର ପୂଜା ସାରିଦେଇ ରୋଷେଇ ଘରେ ଅନୂପ ପାଇଁ ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡିଛି । ଅନୂପ ୫ଟା୩୦ରେ ଉଠିଲା ବେଳକୁ ରାଧିକା ପ୍ରାୟ ସମସ୍ତ କାମ ସାରି ସାରିଲାଣି । ଅନୂପର ଦ୍ୱିପହର ଖାଦ୍ୟ ପାଇଁ ମଧ୍ୟ  ତା ବ୍ୟାଗ୍ ଭିତରେ ସଜାଡି ଥୋଇସାରିଲାଣି ।
       ଅନୂପ ବାହାରକୁ ଯେବେବି  ଯୁଆଡେ ଯାଏ ତା ବ୍ୟାଗରେ ଗୀତା ବହିଟି ଦେବାକୁ କେବେବି ଭୂଲେନି । ରାଧିକା ଗୀତା ବହିଟି ଆଣି ତା ବ୍ୟାଗ୍‌ରେ ଭର୍ତ୍ତି କରିଦେଇଛି । ତରବରରେ ଅନୂପ ନିତ୍ୟକର୍ମ ସାରି ଠାକୁର ଘରେ ଦୁଇ ପୃଷ୍ଠା ଗୀତା ପଢିସାରି ନିଜର ଡ୍ରେସ୍ ପିନ୍ଧିଛି । ତାପରେ ବସିଛି ଖାଇବାକୁ । ସେତବେଳଯାଏ ପୁଅ ନିଦରୁ ଉଠିନି । ଖାଇସାରି ତରବରରେ ଟ୍ରେନ୍ କାଳେ ପାଇପାରିବନି ପୁଅକୁ ଟିକେ ଗେଲ କରି ରାଧିକା ଠାରୁ ବିଦାୟ ନେଇ ଘରୁ ବାହାରି ଆସିଛି ।
        ଷ୍ଟେସନ୍ ରେ ପହଞ୍ôଚ ବିଶାଖା ଏକ୍ସପ୍ରେସ୍‌ରେ ବ୍ରହ୍ମପୁରକୁ ଯାତ୍ରା କରିଛି । ବ୍ରହ୍ମପୁରରେ ଟ୍ରେନ୍ ଲାଗିଛି ଦିନ ୧୦ଟା ୧୫ମିନିଟ୍ ରେ । ଟ୍ରେନ୍‌ରୁ ଓହ୍ଲାଇପଡି ଷ୍ଟେସନ୍‌ରୁ ଅଟୋ ଯୋଗେ ଗୋଟିଏ ହୋଟେଲ୍‌ରେ ଯାଇ ରହିଛି । ହୋଟେଲ୍‌ରେ ନିଜର ଜିନିଷ ପତ୍ର ରଖିଦେଇ ବାହାରିଛି ସାମନ୍ତିଆପଲ୍ଲୀ ଗାଁ କୁ ଏକ ଭଡା ଟ୍ୟାସ୍କି୍‌ରେ ।
        ପାତ୍ରପୁର ବଜାର ଉପରେ ଗାଡି ରଖିଦେଇ ଗାଡିରୁ ଓହ୍ଲାଇ ଅନୂପ ଯାଇ ପଚାରିଛି ଏକ ଛୋଟ ହୋଟେଲ୍‌ର ମାଲିକଙ୍କୁ ।
       ଏଠାରୁ ସାମନ୍ତିଆପଲ୍ଲୀ କେତେଦୂର?
       କେଉଁବାଟ ଦେଇ ଯିବାକୁ ପଡିବ । ହୋଟେଲ୍ କହିଲେ କେବଳ ସେଠି ଖାଇବାକୁ ହିଁ ଖାଦ୍ୟ ମିଳିଥାଏ ମାତ୍ର ରହିବାର ବ୍ୟବସ୍ଥା ନାହିଁ । ସୈଭାଗ୍ୟ କ୍ରମେ ହୋଟେଲର ମାଲିକଙ୍କ ଘର ସାମନ୍ତିଆପଲ୍ଲୀ ଗାଁରେ । ସେ କହିଛି ଏଠାରୁ ସାମନ୍ତିଆପଲ୍ଲୀ ମାତ୍ର ୫ କି.ମି. ।
        ହେଲେ ଆପଣ କାହାଘରକୁ ଯିବେ ?
        କାହିଁ ଆପଣଙ୍କ ଘର କଣ ସାମନ୍ତିଆପଲ୍ଲୀ?
        ହୋଟେଲ ମାଲିକ ଉତ୍ତର ଦେଇଛି ହଁ ଆଜ୍ଞା । ଅନୂପ ମନେମନେ ଚିନ୍ତା କଲା ଓ ଦେଖିଲା ଏ ଲୋକଟି ଦ୍ୱାରା ମୁଁ କିଛି ସାହାଯ୍ୟ ପାଇପାରିବି । ଅନୂପ ସେ ଲୋକଟିର ନାଁ ପଚାରିବାରୁ ସେ ପରିଚୟ ଦେଲା ସାର୍ ମୋ ନାଁ ଦୀନବନ୍ଧୁ ପାତ୍ର । ଅନୂପ ଦୀନବନ୍ଧୁ କୁ ତାର ପରିଚୟ ମଧ୍ୟ ପ୍ରଦାନ କଲା ଓ ତାର ଉଦ୍ଦେଶ୍ୟ ମଧ୍ୟ କହିଲା । ଅନୂପ କହିଲା ଦୀନବନ୍ଧୁବାବୁ ମୋତେ ଆପଣ ଟିକେ ଆପଣଙ୍କ ଗାଁର ମୁଖିଆଙ୍କ ନାଁ ଓ ୱାର୍ଡମେମ୍ବର୍‌ଙ୍କ ନାଁ ଯଦି କହିଦିଅନ୍ତେ ତେବେ ମୁଁ ଯାଇ ତାଙ୍କୁ ସାକ୍ଷାତ କରନ୍ତି । ଆଉ ମୁଁ ବହୁତ ଖୁସି ହୁଅନ୍ତି ଯଦି ଆପଣ ମୋ ପାଇଁ ସାମନ୍ତିଆପଲ୍ଲୀରେ ୧୦-୧୫ ଦିନ ରହିବା ପାଇଁ ଗୋଟିଏ ଭଡାଘର ବ୍ୟବସ୍ଥା କରି ଦିଅନ୍ତେ । ଯାହା ଟଙ୍କା ଲାଗିବ ମୁଁ ତାହା ଦେଇଦିଅନ୍ତି ।
        ଦୀନବନ୍ଧୁ ମନେମନେ ଟିକେ ଭାବିଲା କହିଲା ବାବୁ ବର୍ତ୍ତମାନ ସମୟ ଆସି ଦିନ ୧୨ଟା ହେଲାଣି । ମୋର ବର୍ତ୍ତମାନ ବ୍ୟବସାୟ ବେଳ । ମୁଁ ଆପଣଙ୍କୁ କେତେ ଜଣଙ୍କ ନାଁ କହୁଛି ଆପଣ ପ୍ରଥମେ ତାଙ୍କୁ ଗାଁରେ ଯାଇ ସାକ୍ଷାତ କରନ୍ତୁ । କିଏ ଥାଇ ପାରନ୍ତି କିଏ ନଥାଇ ବି ପାରନ୍ତି ହେଲେ ସନ୍ଧ୍ୟା ପରେ ସମସ୍ତେ ମିଳିଯିବେ । ଯେଉଁ ମାନେ ଥିବେ ତାଙ୍କୁ ସାକ୍ଷାତ କରି ଏଇଠିକି ଫେରି ଆସନ୍ତୁ ମୁଁ ଆପଣଙ୍କର ରହିବା କଥା ବ୍ୟବସ୍ଥାକରିବା ପାଇଁ ଚେଷ୍ଟା କରୁଛି । ଅନୂପ ପଚାରିଛି ଆପଣ କେତେବେଳେ ମୋ ସାଙ୍ଗରେ ଗାଁକୁ ଯାଇପାରିବେ । ଦୀନବନ୍ଧୁ କହିଛି ୩ଟା ବେଳେ । ବର୍ତ୍ତମାନ ଦିନ ୧୨ଟା ହେଲାଣି । ମୁଁ ଓ ଡ୍ରାଇଭର୍ ଆପଣଙ୍କ ହୋଟେଲରେ ଲଞ୍ଚ୍ କରି ଏହି ବଜାରରେ ୩ଟା ପର୍ଯ୍ୟନ୍ତ ସମୟ କାଟୁଛୁ । ତାପରେ ଆପଣ ଫ୍ରି ହେଲେ ସାଙ୍ଗ ହୋଇଯିବା ।
         ଦୀନବନ୍ଧୁ କହିଲା ଠିକ୍‌ଅଛି ସାର୍ । ଅନୂପ ଓ ଡ୍ରାଇଭର୍ ଉଭୟ ଲଞ୍ଚ୍ ସାରି ବଜାରରେ ସମୟ କାଟିଲେ । ୩ଟା ସମୟ ହେଲା । ତିନିଜଣ ଯାକ ସାମନ୍ତିଆପଲ୍ଲୀକୁ ବାହାରିଲେ । ବାଟରେ ଅନୂପ, ଦୀନବନ୍ଧୁକୁ ପଚାରିବାକୁ ଲାଗିଲା ଗାଁ ବିଷୟରେ । ଦୀନବନ୍ଧୁ କହିଚାଲିଲା । ସାର୍ ଆମ ଗାଁଟିରେ ପ୍ରାୟ ୨୦୦ ଘର । ବ୍ରାହ୍ମଣ ଠାରୁ ଆରମ୍ଭକରି ଶୁଦ୍ର ଯାଏ ସବୁଜାତିର ଲୋକ ଗାଁରେ ଅଛନ୍ତି ହେଲେ ମୂଖ୍ୟତଃ ଶତକଡା ୮୦ଭାଗ ଲୋକ ବ୍ୟବସାୟୀ । ବ୍ୟବସାୟ ଉପରେ ନିର୍ଭର କରି ପ୍ରାୟ ସମସ୍ତେ ଅଳ୍ପବହୁତ ଖୁସିରେ ଜୀବନ ବିତାନ୍ତି ।
       ଗାଁର ବଡ ଦୁଇ ଜମିଦାର କହିଲେ ରଣବୀର୍ ସାମନ୍ତରାୟ ଓ ଚିରଞ୍ଜିବ୍ ଗଡନାୟକ । ଇଂରେଜ ମାନଙ୍କ ଶାସନ ପରଠାରୁ ସେମାନଙ୍କ ପାଖରେ ଏବେବି ଅତି କମ ରେ ୧୦୦ଏକର ସମ୍ପତ୍ତି ଅଛି । ଗାଁର କୋଠକୁ ରଣବୀର ସାମନ୍ତରାୟ ବୁଝନ୍ତି । କୋଠ କହିଲେ ଗାଁ ମଝିରେ ଗୋଟିଏ ବଡ ରାଧାକୃଷ୍ଣଙ୍କର ମନ୍ଦିର ଅଛି । ବର୍ଷକଯାକ ସମସ୍ତ ପର୍ବପର୍ବାଣୀ, ଯାନିଯାତ୍ରା ମନ୍ଦିରରେ ବଡ ଧୂମ୍‌ଧାମରେ ପାଳନ ହୋଇଥାଏ ଏବଂ ଏଥିରେ ମୂଖ୍ୟ ଥାନ୍ତି ରଣବୀର ସାମନ୍ତରାୟ । ଅବଶ୍ୟ ଅନ୍ୟମାନେ ଗାଁ କୋଠର ପରିଚାଳନା ସମିତିର ସଭ୍ୟ ଓ ସେମାନଙ୍କ ମତାମତକୁ ନେଇ ରଣବୀର ସାମନ୍ତରାୟ ସବୁ ନିଷ୍ପତି ନେଇଥାନ୍ତି ।
       ଅନ୍ୟ ନାମି ସଭ୍ୟମାନଙ୍କ ମଧ୍ୟରେ ଚିରଞ୍ଜିବ୍ ଗଡନାୟକ, ସନାତନ ମାଝି ଟୁକୁ ସାମନ୍ତରାୟ  ଓ ଗାଁର ୱାର୍ଡମେମ୍ବର ଶ୍ୟାମା ପାତ୍ର । ଗାଁର ରାଧାକୃଷ୍ଣ ମନ୍ଦିରର ସବୁଠାରୁ ବଡଯାତ୍ରା ହେଲା ଗାଁ ମୁଣ୍ଡରେ ଥିବା ବିଶାଳକାୟ ପୋଖରିରେ ହେଉଥିବା ପ୍ରତିବର୍ଷ ଚନ୍ଦନଜାତ । ସେସମୟରେ ଆଖପାଖ ଅଞ୍ଚଳରୁ ଅନେକ ଲୋକ ଆସନ୍ତି ଚନ୍ଦନଜାତ ଦେଖିବା ପାଇଁ । ଏମିତି କଥାହଉହଉ କାର୍‌ଟି ପହଞ୍ôଚ ଯାଇଛି ଯାଇ ଦୀନବନ୍ଧୁ ଘର ସାମନାରେ । ଦୀନବନ୍ଧୁ ଡ୍ରାଇଭର୍‌କୁ ଗାଡି ରୋକିବା ପାଇଁ କହିଛି ।
       ଗାଡିରୁ ଓହ୍ଲାଇ ଦୀନବନ୍ଧୁ ଆଗେ ଆଗେ ନିଜ ଘର ଭିତରକୁ ଯିବା ସଙ୍ଗେସଙ୍ଗେ ଅନୂପକୁ ମଧ୍ୟ ନେଇଯାଇଛି । ଦୀନବନ୍ଧୁ ର ଘର ଅତ୍ୟନ୍ତ ସୁନ୍ଦର ଓ ପରିସ୍କାର ପରିଚ୍ଛନ୍ନ । ତା ଘରେ କହିଲେ ବର୍ତ୍ତମାନ ତାର ସାନପୁଅ ସୁଶାନ୍ତ, ସ୍ତ୍ରୀ ରମା ଓ ତାର ବୃଦ୍ଧବାପା । ବଡ ପୁଅ +୩ ବିଜ୍ଞାନରେ ଫିଜିକ୍ସ୍ ଅନର୍ସ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ପାଠ ପଢୁଛି ତେଣୁ ସେ ବ୍ରହ୍ମପୁରରେ ହଷ୍ଟେଲ୍‌ରେ ରହୁଛି । ସାନ ପୁଅର ଦଶମ ସେ ଘରେ ରହୁଛି । ଦୀନବନ୍ଧୁର ଘର ଗାଁ ରେ ହେଲେ ମଧ୍ୟ ସହର ଜୀବନର ସମସ୍ତ ମୈଳିକ ଆବଶ୍ୟକତା ଗୁଡିକ ତା ଘରେ ଅଛି । ତା ଘରେ ମଧ୍ୟ ଅତିଥୀ ମାନଙ୍କ ପାଇଁ  ଗୋଟିଏ ଅଲଗା ଘର ତା ସହିତ ଲାଟିନ୍ ଓ ବାଥରୁମ୍ ର ମଧ୍ୟ ବ୍ୟବସ୍ଥା ଅଛି ।
       ଦୀନବନ୍ଧୁ ନିଜେ ରହୁଥିବା ଘରକୁ ଛାଡିକରି ଦୁଇ ବଖରା ସୁନ୍ଦରଘର ସହିତ ଲାଟିନ୍ ଓ ବାଥ୍‌ରୁମ୍  ତିଆରିକରି ରଖିଥାଏ । କେତେ ବେଳେ ଯାନିଯାତ୍ରା କିମ୍ବା ପର୍ବପର୍ବାଣୀରେ ଅବା ଅନ୍ୟ କେଉଁ କାମରେ ବାହାରୁ ଅତିଥିମାନେ ଆସନ୍ତି ତେବେ ସେହି ଦୁଇ ବଖରାରେ ସେମାନେ ରହିଯାଆନ୍ତି । ଦୀନବନ୍ଧୁର ସ୍ତ୍ରୀ ରମା ଅନୂପ ଓ ଦୀନବନ୍ଧୁ ପାଇଁ ପିଇବା ପାଣି ନେଇ ଆସିଛି ।
        ଦୀନବନ୍ଧୁ ରମାକୁ କହିବାକୁ ଲାଗିଛି ତୁମେ ଟିକେ ସାର୍‌ଙ୍କ ପାଇଁ ଚା କରୁଥାଅ ଆମେ ସେପଟ ଘରୁ ଆସୁଛୁ । ଅନୂପ ଓ ଦୀନବନ୍ଧୁ ପାଣିପିଇ ସାରିବା ପରେ ଦୀନବନ୍ଧୁ ଅନୂପକୁ ନେଇ ତା ଅତିଥି ରହିବା ଘରକୁ ଦେଖାଇବାକୁ ନେଇଛି । ଅନୂପକୁ ସବୁ ଦେଖାଇସାରିବା ପରେ ଦୀନବନ୍ଧୁ ପଚାରିଛି ସାର୍ ଆପଣ ଏ ଘରେ ରହିପାରିବେ? ଅନୂପକୁ ସେ ଘର ବହୁତ ସୁନ୍ଦର ଲାଗିଛି ଏବଂ କହିଉଠିଛି ଏତେ ସୁନ୍ଦର ଘରେ କିଏ ବା ରହିବାକୁ ମନାକରିବ ।
       ହେଲେ ମୁଁ ରହିବି ଯେ ଆପଣଙ୍କୁ କେତେ ପଇସା ଦେବି । ଅନୂପ ପଚାରିଛି ଦୀନବନ୍ଧୁକୁ । ଦୀନବନ୍ଧୁ କହିଛି ସାର୍ ମାସ ପନ୍ଦର ଦିନର କଥା ଆପଣଙ୍କ ଖୁସି ଯାହା ହେବ ଦେବେ । ଅନୂପ କହିଲା ନିଅନ୍ତୁ ୧୦୦୦ଟଙ୍କା ରଖନ୍ତୁ । ଦୀନବନ୍ଧୁ ପ୍ରଥମେ ବାରଣ କରି କହିଲା ଆପଣ ଯିବା ସମୟରେ ଦେବେନି । ଅନୂପ କହିଲା ନା ନା ଆପଣ ଏବେ ରଖିନିଅନ୍ତୁ । ଅନୂପ ଏହା କହି ଦୀନବନ୍ଧୁ ହାତରେ ଟଙ୍କା ଦେଇଦେଲା ।
        ସେତବେଳକୁ ଦୀନବନ୍ଧୁର ସ୍ତ୍ରୀ ଚା ଧରି ତାଙ୍କ ପାଖରେ ଆସି ପହଞ୍ôଚ ଯାଇଥିଲା । ଦୁଇଜଣଯାକ ମିଶି ସେଇ ଘରେ ଚା ପିଇଲେ । ସେତେବେଳକୁ ସନ୍ଧ୍ୟା ୫ଟା ହେଲାଣି, ଦୀନବନ୍ଧୁ କହିଲା ସାର୍ ଆପଣ ଟିକେ ଫ୍ରେସ୍ ହୋଇଯାଆନ୍ତୁ । ଆମେ ପ୍ରଥମେ ରଣବୀର ସାମନ୍ତରାୟ ଘରକୁ ଯିବା ଏବଂ ଦେଖାକରିବା । ଦୀନବନ୍ଧୁ ପଚାରିଛି ସାର୍ ଆପଣଙ୍କ ଖାଇବା ପିଇବା କିପରି ହେବ ।
        ଅନୁପ ସ୍ମିତ ହସରେ କହିଛି ଦୀନବନ୍ଧୁବାବୁ ଆପଣ ଯେତେବେଳେ ଏତେ ସାହାଯ୍ୟ କଲେଣି ଆପଣଙ୍କ ଘରେ ଯାହା ଖାଇବେ ମୋତେ ଟିକେ ସେଥିରୁ ଏଇ ମାସେ ପନ୍ଦରଦିନ ପାଇଁ ଭାଗିଦାର କରିଦେଲେ ହୁଅନ୍ତା ନାହିଁ । ଯଦି ଏତିକି କରନ୍ତେ ମୁଁ ବହୁତ ଖୂସି ହୁଅନ୍ତି ।            ଏହା କହି ସାରିବା ପରେ ଦୀନବନ୍ଧୁ କହିଲା ସାର୍ ଆମର ତ ଗାଁଉଁଲି ଖାଦ୍ୟ ଆପଣଙ୍କୁ କଣ ଭଲ ଲାଗିବ?
       ଅନୂପ କହିଲା ବହୁତ ଭଲ ଲାଗିବ । ଅନୂପ ଏହା କହିସାରି ଆଉ ୧୦୦୦ଟଙ୍କା କାଢି ଦୀନବନ୍ଧୁ ହାତକୁ ଦେଇ କହିଲା ଆପଣ ଏ ଟଙ୍କା ମୋ ଖାଇବା ବାବଦକୁ ରଖିଥାନ୍ତୁ । ଦୀନବନ୍ଧୁ ପ୍ରଥମେ ମନା କରୁଥିଲେ ମଧ୍ୟ  ସେତ ବୃତ୍ତିରେ ବ୍ୟବସାୟୀ ତେଣୁ ସେ ଟଙ୍କା ରଖି ନେଲା । ଏହା କହି ଦୀନବନ୍ଧୁ ଓ ତା ସ୍ତ୍ରୀ ତାଙ୍କ ଘର ଭିତରକୁ ଚାଲିଗଲେ । ଏଣେ ଅନୂପ ବ୍ୟାଗ୍‌ରୁ ନିଜ ଜିନିଷ  କଢାକଢି କରି ଫ୍ରେସ୍ ହେବାକୁ ଲାଗିଲା ।



*****





ଚାରି


         ସନ୍ଧ୍ୟା ୬ଟା୩୦ରେ ଆସି ଦୀନବନ୍ଧୁ ଅନୂପକୁ ଡାକିଛି ରଣବୀର୍ ସାମନ୍ତରାୟଙ୍କ ଘରକୁ ଯିବାପାଇଁ । ରଣବୀର ସାମନ୍ତରାୟ ସେଠାର ପୁରୁଣା ଜମିଦାର ହୋଇଥିଲେ ମଧ୍ୟ ଆଜିକାଲି ଜମିଦାରୀ ପଣିଆର ପ୍ରଭାବ ବହୁତ କମିଆସିଲାଣି । ରଣବୀର ସାମନ୍ତରାୟ ପ୍ରାୟ ଜୀବନର ବାର୍ଦ୍ଧକ୍ୟ ଅବସ୍ଥାରେ । ଦୀନବନ୍ଧୁ ହୋଟେଲ୍ ଟିଏ କରିଥିଲେ ମଧ୍ୟ ତାକୁ ସେହି ଗାଁର ଲୋକ ପସନ୍ଦ କରନ୍ତି । ଜମିଦାର ରଣବୀର ସାମନ୍ତରାୟ ଦୀନବନ୍ଧୁର କାର୍ଯ୍ୟ କୁ ମଧ୍ୟ ଗୁରୁତ୍ତ୍ୱ ଦିଅନ୍ତି ।
        ଦୁଇଜଣ ଜମିଦାରଙ୍କ ଘରେ ପହଞ୍ôଚ ରଣବୀର ସାମନ୍ତରାୟ ଙ୍କୁ ସାକ୍ଷାତ କରନ୍ତି । ଭେଟିବା ମାତ୍ରେ ଅନୂପ ଜମିଦାରଙ୍କୁ ନମସ୍କାର କରେ ଏବଂ ଦୀନବନ୍ଧୁ ଅନୂପର ପରିଚୟ ପ୍ରଦାନ କରେ । ଅନୂପ ନିଜେ ଆସିଥିବାର କାରଣ ଓ ଉଦ୍ଦେଶ୍ୟ ସମ୍ପର୍କରେ ରଣବୀର ସାମନ୍ତରାୟଙ୍କୁ କୁହେ । ଶେଷରେ ରଣବୀର ସାମନ୍ତରାୟ କୁହନ୍ତି  ଆସନ୍ତା କାଲି ଗାଁ କୋଠର ପରିଚାଳନା କମିଟିର ସମସ୍ତ ସଭ୍ୟଙ୍କୁ ଡାକିବା ଏବଂ ସେଇଠି ଆଲୋଚନା କରିବା ।
        ଅନୂପ, ଦୀନବନ୍ଧୁ ତାଙ୍କଠାରୁ ବିଦାୟ ନେଇ ଫେରିଆସିଲେ । ଫେରି ଆସିଲା ପରେ ଦୀନବନ୍ଧୁ ତାଙ୍କୁ ଘରେ ଛାଡିଦେଇ ନିଜ ହୋଟେଲ୍‌କୁ ବାହାରିଲା । ଅନୂପ ନିଜ ରୁମ୍ ଭିତରକୁ ଯାଇ ଟିକେ ଚଉକି ଉପରେ ବସି ଆରାମ କଲା । ଆରାମ କରୁଥିବା ଭିତରେ ଆଜିର କାମର ପ୍ରୋଗ୍ରେସ୍ ସର୍ମ୍ପକରେ ଟିକେ ଚିନ୍ତା କଲା । ଏବଂ ସଙ୍ଗେ ସଙ୍ଗେ ଲାପଟପ୍ ଟି ପାଖକୁ ନେଇଆସି ଆଜି ଶେଷ କରିଥିବା ସମସ୍ତ କାମକୁ ଆମୂଳଚୂଳ ଭାବରେ ଲାପ୍‌ଟପ୍‌ରେ ଲେଖି ରଖିଲା । ସେତେବେଳକୁ ରାତି ଆସି ୯ଟା ହେଲାଣି ।
        ଘରକୁ ରାଧିକାକୁ ଫୋନ୍ ଲଗେଇଲା ଟିକେ କଥା ହେବ ବୋଲି ହେଲେ ରାଧିକାର ମୋବାଇଲ୍ ସହିତ ସର୍ମ୍ପକ ସ୍ଥାପନ ହେଇପାରିଲା ନାହିଁ । ତା ପରେ ଶିବାନୀକୁ ଫୋନ୍ ଲଗ।।ଇଲା । ଶିବାନୀ ସେତବେଳକୁ ନିଜ ପୁଅ ଓ ମାଆ ପାଇଁ ଖାଦ୍ୟ ପ୍ରସ୍ତୁତ କରିସାରି ଟିକେ ଟି.ଭି. ସାମନାରେ ବସିଥାଏ । ଅନୂପର ଫୋନ୍ ଆସିବାରୁ ଫୋନ୍ ଟି ଉଠେଇ ସାରି ଟି.ଭି ର ସାଉଣ୍ଡ କମ୍ କରିଦେଇ ହ୍ୟାଲୋ ବୋଲି କହିଲା ।
      ଅନୂପ ପଚାରିଲା କଣ କରୁଛ?
      ଶିବାନୀ କହିଲା ଟି.ଭି ଦେଖୁଥିଲି । ହଠାତ୍  କାହିଁକି ଆଉ ଶିବାନୀର ସ୍ୱର ଶୁଭିଲା ନାହିଁ । ଅନୂପ ହ୍ୟାଲୋ ହ୍ୟାଲୋ କରୁଥିଲେ ମଧ୍ୟ ଆଉ କିଛି ଉତ୍ତର ପାଇଲା ନାହିଁ । ସେ ଯେତେଥର ଆଉ ଫୋନ୍ ଲଗାଇବାକୁ ଚେଷ୍ଟା କଲା ହୋଇ ପାରିଲାନି । ସେତବେଳକୁ  ତା ମନ ଭିତରେ ଏକ ଅହେତୁକ ଆବେଗିକ କ୍ଷୋଭ ଆସିଯାଇଥାଏ । କ୍ଷୋଭକୁ ପ୍ରକାଶ କରିବାର ମାଧ୍ୟମ ମଧ୍ୟ ତା ପାଖରେ କିଛି ନାହିଁ ତେଣୁ ସେ ତାକୁ ଚାପିରଖି ବସିଥାଏ । 
       ତେଣେ ତା କବାଟ ଟି ଠକ୍ ଠକ୍ ହେଲା । ଅନୂପ ଯାଇ କବାଟ ଖୋଲି ଦେଖେ ତ ଦୀନବନ୍ଧୁର ସ୍ତ୍ରୀ ରମା ରାତ୍ରି ଭୋଜନ ପାଇଁ ଖାଦ୍ୟ ନେଇ ଆସିଥାଏ । ଖାଦ୍ୟ ଟିଫିନ୍ ଟି ଅନୂପକୁ ଦେଇ ପଚାରିଲା ପିଇବା ପାଣି ଅଛି ନା ? ଅନୂପ କହିଛି ହଁ ଆଜ୍ଞା । ଆଉ କିଛି ଦରକାର ନାହିଁ । ରମା ସେଠାରୁ ଚାଲିଯାଇଛି, ଅନୂପ କବାଟ ଟି ବନ୍ଦ କରିଦେଇଛି ଏବଂ ଦୀନବନ୍ଧୁ କୁ ଫୋନ୍ ଲଗେଇଛି । ଦୀନବନ୍ଧୁ ହୋଟଲ୍‌ରେ ବ୍ୟସ୍ତ । ଅନୂପ କହିଛି ମୋ ପାଇଁ ତ ଆପଣ ଖାଦ୍ୟ ପଠାଇ ସାରିଲେଣି ତେଣୁ ମୁଁ ଖାଇ େନେଉଛି । ଦୀନବନ୍ଧୁ କହିଛି ଆଜ୍ଞା । ଆପଣ ଖାଇକି ଶୋଇପଡନ୍ତୁ । ସକାଳୁ ଦେଖା ହେବା ।
       ଅନୂପ ତାପରେ ଖାଇବା ଆରମ୍ଭ କରିଛି । ଖାଇସାରିଲା ବେଳକୁ ରାତି ୧୦ଟା୧୫ ମିନିଟ୍ । ତାପରେ ସେ ଶୋଇବାକୁ ଯାଇଛି । ଖଟରେ ଶୋଇବାପରେ ଘର ଓ ଶିବାନୀ କଥା ଟିକେ ଚିନ୍ତା କରୁକରୁ ଦିନର ବ୍ୟସ୍ତତା ତାକୁ ନିଦ କୋଳକୁ ଟାଣିନେଇଛି ।
       ସକାଳୁଉଠି ଅନୂପ ୭ଟା ପୂର୍ବରୁ ନିତ୍ୟକର୍ମ କରିସାରିଲାଣି । ଦୀନବନ୍ଧୁ  ସେତେବେଳକୁ ଚା ଦି କପ ଧରି ଅନୂପ ପାଖରେ ପହଞ୍ôଚଛି । ଦୁଇଜଣ ଯାକ ଚା ପିଉଛନ୍ତି ଏବଂ କଥାହେଉଛନ୍ତି । ସେମାନେ ୯ଟା ବେଳକୁ ଜମିଦାର ରଣବୀର୍ ଙ୍କ ପାଖକୁ ଯିବେ । ସେଦିନ ମଧ୍ୟ ଜମିଦାର ରଣବୀର୍ ନିଜର ପ୍ରତିଶ୍ରୁତି ରକ୍ଷା କରି ଗାଁ କୋଠ କମିଟିର ସମସ୍ତ ସଭ୍ୟଙ୍କୁ ତାଙ୍କ ଘରକୁ ୯ଟା ବେଳକୁ ଡକେଇ ସାରିଥାନ୍ତି । ଠିକ୍ ୯ଟା ସମୟରେ ଦୀନବନ୍ଧୁ, ଅନୂପ ଯାଇ ପହଞ୍ôଚଲେ ରଣଜିତ ବାବୁଙ୍କ ଘରେ ।
        ସେଠାରେ ଗାଁ କୋଠର ଅନ୍ୟ ସଭ୍ୟ ମାନେ ଉପସ୍ଥିତ ହୋଇ  ସାରିଥିଲେ । ବୈଠକ ବସିଲା । ଅନୂପ ନିଜର ଉଦ୍ଦେଶ୍ୟ ଜ୍ଞାପନ କରି ପ୍ରଥମେ ସେ ଗାଁର ପ୍ରତିଘରର ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ  ଯିବ ଏବଂ ସମସ୍ତେ ତାକୁ ସହଯୋଗ କରିବେ ବୋଲି ସେ ଅନୁରୋଧ କଲା । ସମସ୍ତ ତଥ୍ୟ ସଂଗ୍ରହ ପରେ ଏ ଅଞ୍ଚଳରେ କେଉଁ ସବୁ ସମସ୍ୟା ଅତି ଉତ୍କଟ ଯଥା ରୋଗ ଓ ସାମାଜି ବିଶୃଙ୍ଖଳା । ସେ ସମସ୍ତ ଅନୁଧ୍ୟାନ କରି ସାରିଲା ପରେ ତାରି ସର୍ମ୍ପକିତ ଅନେକ ବହି ଆମ ଅଫିସ୍ ଆପଣଙ୍କ ଗାଁରେ ଥିବା ପାଠାଗାରକୁ ଦବ ।
       ଦରକାର ପଡିଲେ ଆହୁରି ଯଥେଷ୍ଟ ନୂଆ ବହି ମଧ୍ୟ ଦିଆଯିବ ହେଲେ ଅନୂପର ଅସଲି ଉଦ୍ଦେଶ୍ୟ ଶର୍ମାଜୀ, ଶିବାନୀ ଛଡା ଏ ପର୍ଯ୍ୟନ୍ତ କେହି ଜାଣିନାହାନ୍ତି । ଗାଁର ସଭ୍ୟମାନେ ଖୁସି ହୋଇ ଏଥିରେ ରାଜି ହେଲେ ଏବଂ ସଭା ସାଙ୍ଗ କରାଗଲା । ଗାଁର ସମସ୍ତ ପରିବାରକୁ ମଧ୍ୟ ଗାଁର କୋଠର ସଭ୍ୟମାନେ ଜଣାଇ ଦେଲେ । ଅନୂପ ସେହିଦିନ ଠାରୁ ତାର କାମ ଆରମ୍ଭ କରିଦେଲା । ୨୦୦ଘର ଦିନକୁ ଯଦି ୧୦ଟି ଘରର ତଥ୍ୟ ଆଦାୟ କରେ ତେବେ ତାକୁ ଲାଗିବ ୨୦ଦିନ । ସେ ସେହି ଅନୁପାତରେ କାମ ଆରମ୍ଭ କଲା ।
       କୌଣସି ପରିବାରର ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଅନୂପ ତାର ନିଜର ଉଦ୍ଦେଶ୍ୟ ଓ  ସମ୍ପର୍କିତ ଏକ ପ୍ରଶ୍ନ ପଚାରୁଥାଏ । ଯଥା ଆପଣଙ୍କ ଗାଁରେ ଘଟିଥିବା ଗୋଟିଏ ଅଭୁଲା ଘଟଣା କିମ୍ବା ଗୋଟିଏ ସାମାଜିକ ଶୃଙ୍ଖଳା ବା ବିଶୃଙ୍ଖଳା ସମ୍ପକିତ ପ୍ରଶ୍ନ । ଅନେକ ପୁରୁଣା ସାମାଜିକ ଶୃଙ୍ଖଳା ଓ ବିଶୃଙ୍ଖଳା ଘଟଣାରୁ କେତେକ ପରିବାର ରଣବୀର୍ ଜମିଦାରର ବୋହୁ ରେବତୀ ଓ ତାଙ୍କ ଚାକର କାଶୀର ସମ୍ପର୍କକୁ ମଧ୍ୟ ବଖାଣି ବସନ୍ତି ହେଲେ ସଂକ୍ଷିପ୍ତରେ । କିନ୍ତୁ ସେହି ଘଟଣାର ତନ୍ନତନ୍ନ କରି  ଅନୁଧ୍ୟାନ ଓ ତଥ୍ୟ ସଂଗ୍ରହ କରିବାକୁ ଚାହେଁ ଅନୂପ । ସେଭଳି ବ୍ୟକ୍ତି ବା ପରିବାର କାହିଁ ଏ ପର୍ଯ୍ୟନ୍ତ ତା ସାମନାକୁ ଆସିନାହିଁ । ଏହିପରି ଭାବରେ ପାଞ୍ଚ ଦିନରେ ୪୫ ପରିବାରର ତଥ୍ୟ ସଂଗ୍ରହ କରିସାରିଲାଣି ଅନୂପ । କେତେ ଗୁଡିଏ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ କାଶୀର ଜୀବନ କାହାଣୀ ବିଷୟରେ ପାଇସାରିଛି ସେ ।
       ବେଳ ଆସି ୪ଟା ୪୫ ହେଲାଣି, ଗାଁ ଟି ଉତ୍ତର ଦକ୍ଷିଣ ହୋଇ ଲମ୍ବିଥିବାରୁ ସୂର୍ଯ୍ୟଙ୍କର କିରଣ ପୂର୍ବ ପଟରେ ଥିବା ଘର ଗୁଡିକର କେବଳ ଚୁଳି ଉପରେ ପଡିଥାଏ । ଉଚ୍ଚା ଚାଳଘର ମାନଙ୍କରେ ତୁଳି ଛାଡିଦେଲେ ଅନ୍ୟସବୁ ଘରମାନଙ୍କରେ ଛାତ କିମ୍ବା ତୁଳିମାନଙ୍କରେ ସୂର୍ଯ୍ୟଙ୍କର କିରଣ ପଡୁନଥାଏ । ଗାଁ ଟିର ପରିବେଶ ଅତ୍ୟନ୍ତ କୋଳାହଳ ପୂର୍ଣ୍ଣ ସତେ ଯେପରି ସମୁଦ୍ର ଲହରି କୂଳରେ ବାଡେଇ ହେଲାପରି । ପିଲାଠାରୁ ବୁଢାଯାଏ ପ୍ରତ୍ୟେକ ଏକ ଭିନ୍ନଭିନ୍ନ ଆବେଗ ନେଇ ଚଳଚଞ୍ଚଳ ।
      ଗାଁ ମଝିରେ ଥିବା ରାଧାକୃଷ୍ଣଙ୍କ ମନ୍ଦିର ସାମ୍ନାରେ କେତେଜଣ ପିଲା କବାଡି ଖେଳିବାରେ ମଧ୍ୟ ବ୍ୟସ୍ତ । ଗାଁର ଠାଏ ଠାଏ ତିନି ଚାରି ଜଣ ଲେଖାଏଁ ବୟସ୍କବ୍ୟକ୍ତି ପିଣ୍ଢା ମାନଙ୍କରେ ବସିରହିଥାନ୍ତି । ଗାଈଗୋଠ ନେଇ ଯାଇଥିବା ଗାଈଆଳ ଗୋଠ ଫେରେଇ ଆଣି ଗାଁ ଭିତରେ ଯାଉଥିବା ବେଳେ ଗାଁର ପରିବେଶ ଧୂଳି ଧୂସର ପରି ଲାଗୁଥିଲେ ମଧ୍ୟ ତାହା ଏକ ନିଆରା ଅନୁଭୁତି ପରି ମନେ ହେଉଥାଏ । ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ର ପାଦର ଶଦ୍ଦ ବାତାବରଣକୁ ଆଉଟିକେ ଘନ କରିଦେଇଥାଏ ।
       ଦାଣ୍ଡରେ ବୁଲୁଥିବା କୁନିକୁନି ପିଲାମାନଙ୍କ ଭିତରୁ କିଏ ଗାଈଗୋରୁଙ୍କୁୁ ଦେଖି ପିଣ୍ଢା ଉପରକୁ ଦୌଡୁଥିବା ବେଳେ ଆଉ କେଉଁ ପିଲା ଦୌଡିନପାରି ଭୟରେ କାନ୍ଦି ବାରେ ଲାଗିଥାଏ । ଠିକ୍ ଏଇ ସମୟରେ ଛେଳିଟି କାନ୍ଦୁଥିବା ପିଲା ପାଖକୁ ଯାଇ ତା ଦେହରେ ଶ୍ରଦ୍ଧାରେ ମୁଁହ ଘସୁଥିଲେ ମଧ୍ୟ ପିଲାଟି ଆଉ ଯୋରରେ କାନ୍ଦିବାକୁ  ଲାଗୁଥାଏ । ଘରେ ବସି କାମ କରୁଥିବା ଅସଜଡା ପଣତକାନୀ କୁଆଡେ ଖସୁ ବା ରହୁ ତାର ଚିନ୍ତା  ନକରି ନିଜର ଲାଜ୍ଜକୁ ପଛକୁ ପକାଇ ଦେଇ ମାଆଟି ଦୌଡି ଆସି ପିଲାଟିକୁ ନିଜ କାଖକୁ  ତୋଳିନେଉଥାଏ ଏବଂ ବାରମ୍ବାର ଗେଲକରି ପକାଉଥାଏ । ଗାଁର ଅନ୍ୟକେତେ ଜାଗାରେ ଦେଖାଯାଉଥାଏ ମେଳିହୋଇ  କେତେଜଣ  ଝିଅ ବୋହୁ  ଅତି ମନଉଲ୍ଲାସରେ  କଥାବାର୍ତ୍ତା ହୋଇ ଗାଁ  ପଡିଆ ଅଭିମୂଖେ ଯାଉଥାନ୍ତି ।
       ଠିକ୍ ଏଇ ସମୟରେ ଅନୂପ କାଶୀର ଘର ବାରଣ୍ଡାକୁ ଚଢିଲାଣି ହେଲେ ସେ ଜାଣିନି ଏଇଟା କାଶୀର ଘର ବୋଲି । ଦାଣ୍ଡଦୁଆରେ ବସିଥାନ୍ତି ଜଣେ ବୟସ୍କା ମହିଳା । ତାଙ୍କର ବୟସ ସେତେ ଅଧିକା ଲାଗୁନଥିଲେ ମଧ୍ୟ ତାର ରୁଗ୍‌ଣ ଶରୀର ଦୁର୍ବଳ ମାନସିକତାରେ ଭାଙ୍ଗି ପଡିଥିବାର ପ୍ରତିଫଳନ ବୋଲି ସ୍ପଷ୍ଟ ବାରିହୋଇ ପଡୁଥାଏ ।
      ଅନୂପ ପିଣ୍ଢା ଉପରକୁ ଉଠିଯାଇ କହିଲା ମାଉସୀ ଘରେ ଆଉ କିଏ ନାହାନ୍ତି କି?
      ବୟସ୍କ ମହିଳା ଜଣକ ଧୀର ସ୍ୱରରେ କହିବାକୁ ଲାଗିଲେ କାଇଁ କଣ କାମ ଅଛି କି ?
      ମୋତେ କହୁନ । ଅନୂପ ଆସିଥିବାର ଉଦ୍ଦେଶ୍ୟକୁ ଜଣାଇବାପରେ ମହିଳା ଜଣକ କହି ଉଠିଲା ମୋର ଗୋଟିଏ ପୁଅଟିଏ ଅଛି ତାର ନାଁ କାଶୀ ହେଲେ ସିଏ ଏଠି ନାହିଁ । କାଶୀର ନାଁ ଶୂଣି ଅନୂପ କିଛିକ୍ଷଣ  ପାଇଁ ସ୍ଥିର ହୋଇଗଲା । ଅବାକ୍ ଭଳି ଛିଡା ହୋଇ କିଛିକ୍ଷଣ ମନେମନେ ଭାବିନେଲା ଯେ ସେ ଆସି ବୋଧହୁଏ ଲକ୍ଷ ପାଖରେ ପହଞ୍ôଚଗଲାଣି । ତେଣୁ ସିଏ ଆବେଗଭରା କଣ୍ଠରେ କହିବାକୁ ଲାଗିଲା ମାଉସୀ ଆଜିତ ସନ୍ଧ୍ୟା ହୋଇ ଆସିଗଲାଣି ମୁଁ କାଲି ସକାଳ ୯ଟାରେ ତମ ପାଖକୁ ଆସିବି ତେଣୁ ମୋତେ ତୁମେ ଟିକେ ସାହାଯ୍ୟ କରିବ । ମାଉସୀ କହିଲା ଠିକ୍ ଅଛି ମୁଁ କାଲି ୯ଟା ବେଳେ ଘରେ ଥିବି ।
         ଏହାପରେ ଅନୂପ ନିଜ ରହିବା ସ୍ଥାନ ଦୀନବନ୍ଧୁଘରକୁ ଫେରିଆସିଲା । ସେଦିନ ଫେରିବା ବେଳେ ତା ମନରେ ଅନେକ ଦ୍ୱନ୍ଦ ଓ ଜିଜ୍ଞାସା ଥାଏ । ନିଜେ ରହିବା ଘରେ ପହଞ୍ôଚ ସାରିଲାପରେ  ସନ୍ଧ୍ୟା ନିତ୍ୟ କର୍ମ ସାରି ଚେୟାର୍ ଉପରେ ବସିଥାଏ । ଦୀନବନ୍ଧୁର ସ୍ତ୍ରୀ ରମା ତା ପାଇଁ ଚା ଓ ଚୂଡାଭଜା ଦେଇକରି ଚାଲିିଗଲା । ଖାଉଥିବା ସମୟରେ ଅନେକ କଥା ଭାବୁଥାଏ । କାଲି କିପରି କାଶୀର ମାଆ ଠାରୁ ସେ କାଶୀ ଜୀବନରେ ଘଟିଥିବା ଘଟଣା ବଳୀକୁ ସଂଗ୍ରହ କରିବ ।
       ମନେ ପଡିଛି ତା ପୁଅ  ଓ ସ୍ତ୍ରୀ ରାଧିକା କଥା । ସାଙ୍ଗେ ସାଙ୍ଗେ ଫୋନ୍ ଲଗାଇବାକୁ ଚେଷ୍ଟା କରିଛି ମାତ୍ର ମୋବାଇଲ୍ ରେ କେବଳ ‘ଏରର ଇନ୍ ନେଟେ୍‌ୱର୍କ’ ବାରମ୍ବାର ଆସିଛି । ଦିନଯାକର ଅବଶ ମେଣ୍ଟାଇବା ପାଇଁ ତା ଶରୀର ଥମିଯାଇ ଆଖିପତା ବନ୍ଦ ହୋଇ ଆସିଛି । ୟାରି ଭିତରେ ରାତି କେତେବେଳେ ୧୦ଟା ବାଜିଲାଣି ଜାଣିନି । ତାପରେ ଦୀନବନ୍ଧୁ ହୋଟେଲ୍‌ରୁ ଆସି ତା ଦୁଆର ଠକ୍‌ଠକ୍ କରିଛି ରାତ୍ର ଭୋଜନ ପାଇଁ ।  ରାତ୍ର ଭୋଜନ ସରିଯାଇଛି ଏବଂ ସେ ଶୋଇପଡିଛି ।
       ରାତିରେ ମନ ଭିତରେ ଭାବିଥିବା ସମସ୍ତ ପ୍ରଶ୍ନ ଗୁଚ୍ଛ ଏବେବି ତା ମନ ଭିତରେ ଉଙ୍କି ମାରୁଥାନ୍ତି । ସକାଳର ସମସ୍ତ ନିତ୍ୟକର୍ମ ସାରି ଠିକ୍ ୯ଟା ସମୟରେ କାଶୀର ଘର ପିଣ୍ଢାରେ । କାଶୀର ବୋଉ ଦାଣ୍ଡଘରେ ମଶିଣାଟେ ଉପରେ ବସିଥାଏ । ସିଏ ଅନୂପକୁ ଦେଖି କହିଲା ଆସ ପୁଅ ଆସ ଏଇଠି ବସ । କଣ ସବୁ  ପଚାରିବାର ଅଛି ପଚାର ।
      ଆଚ୍ଛା ମାଉସୀ ତୁମ ନା କଣ?
      ନାଁ ଟି ମୋର କୋକିଳ ।
      ତମ ସ୍ୱାମୀଙ୍କ ନାମ?
      ହଠାତ୍ ସେ ଥମି ଯାଇଛି ଏବଂ ସଙ୍କୋଚ କରିଛି ନାଁଟି କହିବାକୁ ।
      ମାଉସୀ ନାଁଟି କହୁନ?
      ହଉ ପୁଅ ପଚାରୁଛ ଯଦି ନାଁ ଟି କହୁଚି । ସିଏ ତ କେବେଠୁ ଆମକୁ ଛାଡି ଚାଲିଗଲେଣି । ତେଣୁ ନାଁ ଟି କହିଦେଲେ ଆଉ କଣ ହେବ ଯେ । ନାଁ ଟି ତାଙ୍କର ଧୋବେଇ ବେହେରା ।
      ଜାତି କଣ  ମାଉସୀ? ଗଉଡ ।
      ଘରେ ବର୍ତ୍ତମାନ ତୁମେ କେତେଜଣ ଅଛ?
      ମୁଁ ଏକା । ବାହାରେ ଆଉ  କିଏ  ଅଛନ୍ତି ନାଁ କଣ?
      ଅଛି ବାପା, ଜଣେ ଅଛି, ସେ ମୋର ପୁଅ କାଶୀ । ହେଲେ ସିଏ ବାହାରେ ନାହିଁ  ସିଏ ଜେଲ୍‌ରେ । କାଇଁ ସିଏ କଣ କରିଥିଲା ନା କଣ । କଣ ବା ସେଗୁଡାକ ତୁମକୁ କହିବି । କିଛି  ଲାଭନାହିଁ । ସେ ଆଉ ଘରକୁ ଫେରିବ ନାହିଁ । ସେ ଆଜୀବନ ଜେଲ୍‌ରେ ରହିବ । ତା ପରେ ଅନୁପ୍  ନିଜ କଥାର ଭାବ ବଦଳାଇ ଏବଂ ଏକ ସ୍ନେହବୋଳା ବାକ୍ୟରେ କହିବାକୁ ଲାଗିଲା ମାଉସୀ  ମୁଁ  ଭୂବନେଶ୍ୱରରୁ ଆସିଛି । ତୁମେ ତ ବୁଝି ପାରିବନି ମୁଁ ଯେଉଁ ସଂସ୍ଥାରେ କାମ କରୁଛି ଯଦି ମୁଁ  ତୁମ ପୁଅ ବିଷୟରେ କିଛି ସତକଥା ଜାଣେ ହୁଏତ ତୁମକୁ ସାହାଯ୍ୟ କରିପାରେ । ହୁଏତ କାଶୀ ଜେଲ୍‌ରୁ ଖଲାସ ହୋଇଯାଇପାରେ ।
        ସତେ ଯେପରି ଭୂମିକମ୍ପପରେ କୌଣସି ଏକ ବ୍ୟକ୍ତି ଭୁସୁଡା ଘର ତଳେ ଚାପି ହୋଇ ଯଦି ବଞ୍ôଚରହିଥାଏ ଓ ସେଠାରୁ ବାହାରି ଆସିବା ବିକଳରେ ଯଦି ହଠାତ୍ କିଏ ବ୍ୟକ୍ତି ସେ ଯାଗା ପରିସ୍କାର କରି ତା ପାଖରେ ପହଞ୍ଚେ ସେତେବେଳେ ସେ ବଞ୍ଚି ରହିଥିବା ମଣିଷର ଯେଉଁ ଅନୁଭୂତି ଠିକ୍ ସେହିପରି ମଧ୍ୟ କାଶୀ ବୋଉର ମନର ଭାବ ହୋଇଉଠିଲା ।
       କୋକି କିଛି କ୍ଷଣ ପାଇଁ ଅନୁପ୍‌ର ମୁହଁ କୁ ଆବାକାବା ହୋଇ ଚାହିଁଲା ଏବଂ ପଚାରିଲା ସତରେ କଣ ବାବା ଏମିତି ହୋଇପାରେ?
       ହଁ ମାଉସୀ କାଇଁ ସମ୍ଭବ ନୁହଁ । ଆରେ ବାପା । ତମେ ସିନା ମୋ ଆଗରେ ଏମିତି କହୁଛ । ହେଲେ ଗାଁ ଜମିଦାର ଶୁଣିଲେ ସିଏ ତମକୁ ଏ ଗାଁରୁ ତଡିଦେବ ।
      କିଏ କାହଁଙ୍କି ଜାଣିବ?
      ତୁମ ମୋ ଭିତର କଥା । ତେଣୁ ତୁମେ ନିର୍ଦୋନ୍ଦରେ ନିର୍ଭୟ ହୋଇକରି କାଶୀ ବାଷୟରେ ମୋତେ ସବୁକଥା କୁହ । କୋକି ର ମନରେ ଏକ ସାନ୍ତ୍ୱନାର ଆସକ୍ତି ସତେ ଯେପରି ଗଚ୍ଛିତ ସମସ୍ତ ଦୁଃଖ ଉପରେ ଏକ ଆସ୍ତରଣ ପ୍ରଲୋପ କରିଦେଲା ।
      ସିଏ କହିଲା ବାପା ଘରେ ତ କ୍ଷୀର ନାହିଁ ତମପାଇଁ ନାଲି ଚା କରିବି ପିଇବ?
      ନାଇଁ ମାଉସୀ ମୋ ବିଷୟରେ ଆଦୌ ଚିନ୍ତା କରନି ମୁଁ ପେଟପୂରା ଖାଇକରି ଆସିଛି । ବାସ୍ ଏତିକି ଭାବ ଯେ ମୁଁ ତୁମର କାଶୀ ପରି ଆଉ ଗୋଟିଏ ପୁଅ । ତେଣୁ ତୁମେ ମୋତେ ସବୁ କଥା କହିପାର ।
       ବାପା ତୁମକୁ ଧର୍ଯ୍ୟ ଧରିବସିବାକୁ ପଡିବ । ବସିପାରିବ ଟି । ମାଉସୀ ଚିନ୍ତା ନାହିଁ ଯେତେ ସମୟ ଲାଗୁଛି ଲାଗୁ । ହଉ ତେବେ ଶୁଣ ମୋର ଗୋଟିଏ ସୁଖର ସଂସାର ଥିଲା । ମୋ ସଂସାର କହିଲେ  ତିନିଜଣ, କାଶୀ ବାପା, କାଶି ଏବଂ ମୁଁ । ବିଭାଘର ଦୁଇବର୍ଷ ପରେ କାଶୀର ଜନ୍ମ । ଏଇ ଭିଟାମାଟିଟି  ଛଡା ଜମିବାଡି କହିଲେ ଆଉ କିଛି ନଥାଏ । କାଶୀର ବାପା ଜମିଦାର ରଣବୀର ସାମନ୍ତରାୟଙ୍କ ଘରେ କାମ କରନ୍ତି । ଯାହା ରୋଜଗାର ହୁଏ ଆମ ପରିବାର ପାଇଁ ଯଥେଷ୍ଟ । ଭାରି ଗେଲ ବସରରେ ବଢେ ମୋପୁଅ କାଶୀ । ଚେହେରାଟି ଭାରି ଡଉଲଡାଉଲ । ଭାରି ସୁନ୍ଦର ।
       ମୋର ମନେ ଅଛି ସେ ପିଲା ଦିନେ ଯାହା ଚାହେଁ ତା ବାପା ତାହା ନେଇକି ଆସନ୍ତି । ବହୁତ ଭଲପାଉଥିଲେ ତାକୁ ।  ଦିନକର କଥା ଗାଁ ଯାତ୍ରାରୁ ବେଲୁନ୍ ଟିଏ କିଣିକି ଆଣିଥାଏ, ଚାରିପାଞ୍ଚଦିନରେ ବେଲୁନିଟି ଫାଟିଗଲା । ସେତେ ବେଳକୁ କାଶୀକୁ ଅଢେଇବର୍ଷ । ଯିଦ୍ ଧରି ବସିଲା ମୋର ସେହି ଭଳି ବେଲୁନ୍ ଟିଏ ଦରକାର । ସେତବେଳକୁ ତ ଯାତ୍ରା ସରିଗଲାଣି ବେଲୁନ୍ ମିଳିବ ବା କେଉଁଠୁ । ସେଦିନ କାଶୀର ବାପା କାମରୁ ଫେରି ସଂନ୍ଧ୍ୟାରେ ୮କୋଷ ବାଟ ଚାଲିକି ଯାଇ ରାତି ୧୨ଟାରେ ଗଣ୍ଡାଏ ବେଲୁନ୍ ଧରି ଘରେ ପହଞ୍ôଚଲେ ।
       ସେଇ ବର୍ଷ କାଶୀକୁ ଗାଁ ଚାହାଳିକୁ ପଠାଇଥିଲୁ । ଗାଁ ଚାଟଶାଳିରେ ନିଧି ମାଷ୍ଟ୍ରେଙ୍କ ପାଖରେ ବସି ପାଠପଢା ଆରମ୍ଭ ହୋଇଥିଲା । ପ୍ରତି ତିନିଦିନରେ ଥରେ ଯାଏ ଆଉ ଦୁଇଦିନ କାନ୍ଦେ କହେ ମୁଁ ଚାହାଳିକି ପାଠପଢିବାକୁ ଯିବିନି । ହେଲେ କାଶୀର ପିଲାଦିନରୁ ଗୋଟେ ଅଦ୍ଭୁତ ଗୁଣ ଯେ ତାର ମନ୍ଦିର ଦେବତା ମାନଙ୍କ ପ୍ରତି ଆକୃଷ୍ଟ ବେଶୀ । ଘରେ ଯେଉଁଠି ଆମେ ଠାକୁରଙ୍କ ଫଟୋଟି ରଖି ପୂଜାକରୁ ସିଏ ପ୍ରାୟ ସେଇଠି ଖେଳିବାକୁ ଭଲପାଏ । ମନହେଲେ ମୁଣ୍ଡିଆ ମାରେ ।
       ଗାଁ ମଝିରେ ଥିବା ରାଧା କୃଷ୍ଣଙ୍କ ମନ୍ଦିରକୁ ତାକୁ ଯିବାକୁ ଭାରି ଭଲ ଲାଗେ । ପ୍ରତିଦିନ ଥରେ ସିଏ ମନ୍ଦିର ନ ଗଲେ ଯେପରି ଖାଦ୍ୟ ହଜମ ହୁଏନି । ରାଧାକୃଷ୍ଣକୁ ଦେଖିଲେ ତାକୁ ଭାରିଭଲ ଲାଗେ । ତାର ମନେ ରଖିବା ଶକ୍ତି ମଧ୍ୟ ପ୍ରଖର । ପ୍ରତି କଥାକୁ ସେ ଥରକରେ ମନେ ରଖିଦିଏ । ଦିନ ତମାମ ଅକ୍ଲାନ୍ତ ପରିଶ୍ରମ କରି ଫେରୁଥିଲେ ମଧ୍ୟ ଆମ ଦୁଇଜଣଙ୍କୁ ସାଥିରେ ମିଶିଲା ପରେ ସବୁ ଭୂଲିଯାଉଥିଲେ ।
       ମୁଁ ମଧ୍ୟ ମୋ ବାପଘରେ ସେତେବେଳେ ଗାଁ ଚାହଳିକି ଦୁଇତିନି ବର୍ଷ ଯାଇଥିଲି । ତା ପରେ କାହଁକି କେଜାଣି ପାଠପଢିବାକୁ ଭଲ ଲାଗିଲାନି । ଘରକାମ କରିକରି ବଡହୋଇ ବିଭାଘର ମଧ୍ୟ ହୋଇଗଲା । କାଶୀ କି ଘରେ ପଢେଇବାର ମଧ୍ୟ ମୋର ପାରିବା ପଣିଆ ଦେଖାଯାଉ ନଥିଲା । ଯାହା ହେଉନା କାହିଁକି କାଶୀ ତିନି ଦିନରେ ଥରେ ହେଲେ ଚାହାଳିକି ଯାଉ ଏବଂ କିଛି ତ ଶିଖୁ । ଏହା ଭାବି କାଶୀକୁ ଠେଲିପେଲି ଚାହାଳି କି ପଠାଉଥାଏ ।
      କାଶୀକି ଯେତେବେଳେ ୭ବର୍ଷ ହୋଇଗଲା ସେତେବେଳକୁ ମୁଁ ଜାଣିବାରେ ପାଠବୋଲି ସେ ଅ,ଆ ଠାରୁ ହ,କ୍ଷ ପର୍ଯ୍ୟନ୍ତ ଲେଖିପାରେ ତା ସହିତ ଙ୍କ,ଙ୍ଖ ଓ ମାତ୍ରା ଗୁଡିକ ଜାଣିଥିଲେ ମଧ୍ୟ ସେତେ ସ୍ପଷ୍ଟ ଜାଣିନଥିଲା । ହିସାବ କହିଲେ ମିଶାଣ, ଫେଡାଣ ବ୍ୟତିତ ଗୁଣନ ଓ ହରଣ ସେ ଜାଣିନଥିଲା । ପାଠ ଯାହ ହେଉନା କହିଁକି ଚେହେରା ଓ ସ୍ୱାସ୍ଥ୍ୟ ଭଲଥିଲା । ସେହି ବର୍ଷ ଆଷାଢ ମାସ । ବର୍ଷା ଆରମ୍ଭ ହୋଇ ସାରିଥିଲା । ଆକାଶରେ କଳାହାଣ୍ଡିଆ ମେଘ ସବୁ ତୁହାକୁ ତୁହା ବର୍ଷା । ଖିଲିଖିଲି ପବନ ପ୍ରାୟ  ପ୍ରତିଦିନ ହେଉଥାଏ । ବିଲବାଡି ରାସ୍ତା ଘାଟ ସବୁ ଆଡେ ପାଣି ଜମା ହୋଇଥାଏ ।
      ସେତେବେଳେ ଗାଁରୁ ବ୍ରହ୍ମପୁର ଯିବାକୁ ମୁଖ୍ୟରାସ୍ତା ସହ ମିଶିଥିବା ରାସ୍ତାଟିର ଅବସ୍ଥା କହିଲେ ନସରେ । ପାଦରେ ଚାଲିକି ଯିବା ମଧ୍ୟ କଷ୍ଟ । ଯଦି ହଠାତ୍ ଗାଁରେ କାହାର ଦେହ ଖରାପ ହୁଏ ତେବେ ଡାକ୍ତର ଖାନା ମଧ୍ୟ ନଥାଏ । ତେଣୁ ଚିକିତ୍ସା ପାଇଁ ବ୍ରହ୍ମପୁର ଯିବାକୁ ପଡିବ । ଗାଁରୁ ରୋଗୀଟିଏ ଶଗଡ କି ଓଦରରେ ପକାଇ କିମ୍ବା ତାଟି ଶଗଡରେ ନଚେତ୍ ଟୋକେଇରେ ମୁଣ୍ଡେଇ କରି ନେଇଯିବାକୁ ପଡେ ମୂଖ୍ୟ ରାସ୍ତାକୁ ତାପରେ ସେ ଗାଡିରେ ଯାଏ । ମାତ୍ର ଏହି ମୂଖ୍ୟ ରାସ୍ତାରେ ପହଞ୍ଚେଇବା ପାଇଁ  ଅତି କମ୍‌ରେ ଘଣ୍ଟେ ସମୟ ଲାଗେ । 
       ଆଖି ଦେଖିଛି ଗାଁ ରାସ୍ତାରେ ଡାକ୍ତର ଖାନାକୁ ଯାଉଥିବା ସମୟରେ ଝାଡାବାନ୍ତି ହେଉଥିବା ପାଣ୍ଡିଆ ବେହେରା ଓ ଜ୍ୱର ହେଉଥିବା ଦାସିଆ ପ୍ରଧାନ ମରିଯାଇଥିଲେ । ସେ ବର୍ଷ ଜଗନ୍ନାଥଙ୍କର ଗୁଣ୍ଡିଚା । ତା ପର ଦିନଠାରୁ ପ୍ରବଳ ବର୍ଷା । ବର୍ଷାରେ ସମସ୍ତେ ଭୟଭିତ ହୋଇପଡିଥାନ୍ତି । ଲଗାତର ଚାରିଦିନ ଧରି ବର୍ଷା ପବନ ଲାଗିରହିଥାଏ । ବାହାରକୁ ବାହାରିବା ମଧ୍ୟ କଷ୍ଟ ହୋଇଥାଏ ।
       ମନେ ପଡୁଛି ଭୀକାରି ଭୋଇ ଘରେ ସେଦିନ ଚୁଲି ଲାଗିନଥାଏ । ତା ସ୍ତ୍ରୀ ମୋତେ କାନ୍ଦୁଣି ମାନ୍ଦୁଣି ହୋଇ କହିଲା କୋକି ଅପା ଯଦି ଚାଉଳ ଅଛି ସେରେ ଦେ ପିଲା ମାନେ ଦୁଇଦିନ ହେଲା ଠିଆ ଉପାସ । ଯାହା ହେଉ ଗୁଣ୍ଡିଚା ପୂର୍ବଦିନ କାଶୀର ବାପା ଜମିଦାର ଘରର ସାଆନ୍ତିଆଣିଙ୍କ ଠାରୁ ୧୫ ସେରେ ଚାଉଳ ଘରକୁ ଆଣିଥିଲେ । ସେଦିନ ତାକୁ ସେରେ ଚାଉଳ ଦେଇଥିଲି । ବର୍ଷା ସେମିତି ଲାଗି ରହିଥାଏ । ଗୁଣ୍ଡିଚା ଯିବାର ମାତ୍ର ୬ ଦିନରେ କାଶୀ ବାପାଙ୍କୁ ହଠାତ୍ ସକାଳୁ ଜ୍ୱର ହେଲା । କହିଲେ ମୋତେ ଯମା ଭଲଲାଗୁନି । ସେମିତି ସେଇ ଘରେ ଚଟାଣ ଉପରେ ମଶିଣା ପକାଇ ଘୋଡିଘାଡି ହୋଇ ଶୋଇଥାନ୍ତି । ମୁଁ ତାଙ୍କ ପାଇଁ ଟିକେ ଅଦା ମରିଚ ପକାଇ ନାଲି ଚା କରିବା ପାଇଁ ଚୁଲିମୁଣ୍ଡକୁ ଯାଉଥାଏ ହେଲେ ଚୁଲି ମୁଣ୍ଡରେ ଦେଖିଲା ବେଳକୁ ଚୁଲିରେ ମଧ୍ୟ ପାଣି ପୂର୍ଣ୍ଣ । ଚୁଲିରୁ ପାଣି ସଫାକରି ବହୁ କଷ୍ଟରେ ଚୁଲିଟିକୁ ଲଗାଇ ଚା କରି ଆଣି ଦେବା ପାଇଁ ମୋତେ ନାକେଦମ୍ ହୁଏ । ଦ୍ୱିପହର ବେଳକୁ ଦେହ ତାତିରେ ଖଇ ଫୁଟୁଥାଏ ।
        ମୋତେ ଆଉ ବୁଦ୍ଧିବାଟ କିଛି ଦେଖାଯାଉ ନଥାଏ । କାଶୀ ମଧ୍ୟ ବାପାଙ୍କ ପାଖରେ ଘୋଡି ଘାଡି ହୋଇ ସେହିପରି ବସିଥାଏ । ମୁଁ ଜମିଦାରଙ୍କ ଘରକୁ ଯାଏ । ବଡ ସାଆନ୍ତଙ୍କୁ ୟାଙ୍କ ଦେହ ଖରାପ ବିଷୟରେ କୁହେ । ବଡ ସାଆନ୍ତେ ୟାଙ୍କୁଭାରି ଭଲ ପାଆନ୍ତି । ତାଙ୍କର ଜଣେ ଗୁମାସ୍ତଙ୍କୁ ପଠାନ୍ତି । ଗୁମାସ୍ତା ଦେଖିକରି ଗଲାପରେ ସାଆନ୍ତଙ୍କୁ କହେ ଯେ ଧୋବେଇକୁ ଡାକ୍ତର ଖାନା ନେବା ଦରକାର । ହେଲେ ବର୍ଷାରେ କିପରି ଯିବ । ଶଗଡ ମଧ୍ୟ ଏ ବର୍ଷାରେ ଯାଇପାରିବନି ଯଦି ସମ୍ଭବ ଟୋକେଇ ଭିତରେ ମୁଣ୍ଡେଇ କରି ଜରି ବାନ୍ଧି ନେବାକୁ ପଡିବ । ସେତବେଳକୁ କାଶୀ ବାପାର ନାଡି ବହୁତ ଜୋରରେ ଚାଲିଲାଣି । ସେ ଆଉ କଥା କହିପାରୁ ନଥାଏ । ତା ମୁହଁଟି କେମିତି ଗୋଟେ ବିବର୍ଣ୍ଣ ଦେଖା ଗଲାଣି । ୟାରି ଭିତରେ ମୋ ମନକୁ କାହିଁକି ପାପ ଛୁଇଁଚି । କାଶୀ ତ ପିଲା ଲୋକ । ସେ ତା ବେଉକୁ ପଚାରୁଛି ବାପାଙ୍କର କଣ ହେଉଛି ବୋଉ ।
        ଜମିଦାର ଚାରି ଜଣ ହଟାକଟା ଲୋକଙ୍କୁ ପଠାଇଲେ । ସେମାନେ ମଜଭୁତିଆ ଦୁଇଟି ତଡା ଓ ଗୋଟିଏ ଝଙ୍କା ଯାହା ଉପରେ ବି ଜରିର ଛାଉଣିଥାଏ ଆଣିଥାନ୍ତି । ଝଙ୍କାଟିକୁ ଗୋଟିଏ ବଡ ତଡାର ମଝିରେ ଶିକାପରି କରି ଟଙ୍ଗେଇଥାନ୍ତି । ସାଙ୍ଗେ ସାଙ୍ଗେ କାଶୀ ବାପାକୁ ସେ ଝଙ୍କାରେ ବସାଇ ଦୁଇଜଣଲୋକ ଭାର କରି ଏବଂ ଆଉ ଦୁଇଜଣ  ସାଙ୍ଗରେ ବାହାରିଲେ ମୂଖ୍ୟ ରାସ୍ତା ଅଭିମୂଖେ ସେଇ ବର୍ଷାରେ । କାଶୀ ବାପାକୁ କାନ୍ଧରେ ପକାଇ ଘର ଏରୁଣ୍ଡି ବନ୍ଧ ଡେଇଁ ବାହାରକୁ ବାହାରୁ ବାହାରୁ ଡାହାଣପଟୁ ଗୋଟେ କଳାବିରାଡି ଟିଏ ହଠାତ୍ ଡେଇଁ ପଡିଲା । ଏହା ଦେଖି ମୋ ମନରେ ପସିଥିବା ପାପ ଆହୁରି ଘନିଭୂତ ହୋଇଗଲା ଏବଂ ମୋ ଆଖି ଦୁଇଟି ଜକେଇ ଆସିଲା । ଦାଣ୍ଡ ବାରଣ୍ଡାରେ କାଶୀକୁ ଧରି ମୁଁ ନିଜେ ଜାକିଜୁକି ହୋଇ ଏକ ଆକଣ୍ଠ ଆବେଗରେ ଜଗନ୍ନାଥଙ୍କୁ ସ୍ମରଣ କରୁଥାଏ । ହେଲେ ସମୟ ତାର ଡର ର ରୂପ ନେଲା । ୧୫ ମିନିଟ୍ ପରେ ଦେଖିଲିିିିିିିିିିିିିି ଯେ ସେମାନେ କାଶୀ ବାପାଙ୍କୁ ଧରି ଓଦା ଜୁଡୁବୁଡୁ ହୋଇ ଘର ଆଡକୁ ଫେରି ଆସୁଛନ୍ତି । ମୁଁ ନିଜକୁ ବୁଝି ପାରିଲିନି । ସବୁ ଆଡ ଅନ୍ଧାର ହୋଇଗଲା । ଦୌଡିଲି ବର୍ଷାରେ । ଜାବୁଡି ଧରିଲି ଝଙ୍କା ଟିକୁ, ଝଙ୍କା ଭିତରେ କାଶୀର ବାପା ମୋତେ ଆଉ କିଛି କହିଲେନି । ବର୍ଷାରେ ମୋର କାଶୀ ବାପାଙ୍କ ପାଖକୁ ଦୈାଡିବାର ଦେଖି କାଶୀ ମଧ୍ୟ ଭୟଭୀତ ହୋଇ ବର୍ଷାରେ ମୋ ପାଖକୁ ଦୈାଡିଯାଇଥାଏ । କାଶୀ ବାପାଙ୍କୁ ଝଙ୍କା ଭିତରୁ ବାହାର କରି ଶୋଇଦେଇ ଥାନ୍ତି । ମୁଁ ନିଜକୁ ବୁଝେଇ ପାରୁ ନଥାଏ ।
       ଏ କଣ ?
       କେମିତି ହେଲା?
       ଏଇ ଛୋଟ ସଂସାରଟି ମୋ ଉପରେ ଏକ ବିଶାଳ ପାହାଡ ଭଳି ନଦିହୋଇଗଲା ପରି ଲାଗୁଥାଏ ।
       ସେତେବେଳକୁ କାଶୀର ବୟସ ଆସି ୧୮ବର୍ଷ ହୋଇ ଗଲାଣି । ରାଣ୍ଡିପୁଅ ଅନନ୍ତାଙ୍କ ଭଳି ଗାଁରେ କିମ୍ବା ଜମିଦାରଙ୍କ ଘରେ ମାନମର୍ଯ୍ୟାଦା ବୋଲି କିଛି ନଥାଏ । ସତ କହିବାକୁ ଗଲେ ମାନ ସମ୍ମାନର ଅର୍ଥ କଣ ଏବଂ ଏହାର ଆବଶ୍ୟକତା କଣ କାଶୀ ତା ଜୀବନରେ କେବେ ବୁଝିନି କି ବଝିବାକୁ ଚେଷ୍ଟାକରିନି । ତା ଜୀବନଟି ଗୋଟିଏ ଅଳ୍ପ ଲେଖାଥିବା ସମ୍ପୁର୍ଣ୍ଣ ପରିସ୍କାର ସାଧା କାଗଜ । ସେଇ କାଗଜଟିରେ ଯେଉଁ ଦୁଇଧାଡି ଲେଖାଅଛି, ସେ ଲେଖାମଧ୍ୟରୁ ଗୋଟିଏ ଲେଖାହେଲା ତାର ନିଜ କର୍ମ ତ ଅନ୍ୟଟି ହେଲା ଜୀବନର ପ୍ରତି ମୁହୁର୍ତ୍ତକୁ ଉପେଭାଗ କରିବା ।
       ସେ ଜାଣେନା ଛନ୍ଦ କପଟ । ନାହିଁ ତାର ଲୋଡା ବିଳାସ ବ୍ୟସନର ଜୀବନ । କାମନାର ସ୍ଥାନ ହିଁ ତା ଜୀବନରେ ନାହିଁ । ନିଜର ଗାଈ ଜଗିବା କାମଟିକୁ ସୁଚାରୁ ରୂପେ ତୁଲେଇଲା ପରେ ଯାହା ଖାଇବାକୁ ମିଳିଛି ତା ଜୀବନରେ ଅତି ଆନନ୍ଦରେ ଖାଇଛି ଏବଂ ପ୍ରତ୍ୟେକ ପର୍ବରେ ସେ ଗ୍ରାମରେ ଥିବା ମନ୍ଦିରରେ ସମସ୍ତଙ୍କ ସହ ମିଳିମିଶି ଜୀବନକୁ ଉପେଭାଗ କରିଛି । ସବୁ ହେଲେ ମଧ୍ୟ ବହୁତ ଭାଗବତ ବିଶ୍ୱାସି ସେ । ଖାସ୍ କରି ରାଧାକୃଷ୍ଣଙ୍କର ଯେତେବେଳେ ରାସ ଲୀଳା ହୁଏ ସେତେବେଳେ ସେ ବହୁତ ଖୂସି ଅନୁଭବ କରେ । ତାର ମନର ଆବେଗ ସେତେବେଳେ ଅବ୍ୟକ୍ତ । ରାଧାକୃଷ୍ଣଙ୍କର ପ୍ରେମ ସମ୍ପର୍କକୁ ସେ ତନ୍ନତନ୍ନ କରି ଶୁଣେ ଓ ତାକୁ ଉପଭୋଗ କରେ ।
         ଚିନ୍ତା ବୋଲି ଶଦ୍ଦ ତା ଜୀବନରେ ସେ କେବେ ବି ପ୍ରଶୟ ଦେଇନି । କଣ୍ଠଟି ବେସୁରା ହେଲେ ମଧ୍ୟ ଗାଈ ଗୋଠରେ ଗାଈ ଚରିବାକୁ ଛାଡିଦେଇ କୈାଣସି ଗଛ ଉପରେ ବସିଯାଇ ରାଧାକୃଷ୍ଣଙ୍କର କୌଣସି ଭକ୍ତି ଗୀତ ଜୋରରେ ଗାଇବାକୁ ଲାଗେ । ଗୋଠରୁ ଫେରିଲା ପରେ ଜମିଦାରଙ୍କ ଘରେ ଦୂରଦର୍ଶନର ସୁବିଧା ଥିଲେ ମଧ୍ୟ ତାକୁ କେବଳ ସନ୍ଧ୍ୟାବେଳେ ଦିନେଦିନେ ପ୍ରସାରିତ ହେଉଥିବା ପାଲା, ଦାସକାଠିଆ କିମ୍ବା ଭକ୍ତି ସଂଗୀତ କୁ ଛାଡିଦେଲେ ଆଉକିଛି ଭଲଲାଗେନି । ଗୋଠକୁ ଗୁହାଳେ ବାନ୍ଧିଦେଇ ଗୋରୁମାନଙ୍କୁ ପିଆଇଦେଇ ଧୁଆଧୋଇ ହୋଇ ଗଣ୍ଡେ କଣ ଖାଇଦେଇ ପ୍ରତିଦିନ ପ୍ରାୟତଃ ଗାଁ ମନ୍ଦିର କୁ ଚାଲିଯାଏ । ସେଇଠି ସେଠାରେ ଚାଲିଥିବା ସନ୍ଧ୍ୟା ଆଳତୀ, ଭଜନ କୀର୍ତ୍ତନ ଓ ଶେଷରେ ପଣ୍ଡିତଙ୍କ ଦ୍ୱାରା ପଢା ଯାଉଥିବା ଭାଗବତ, ଗୀତା, ରାମାୟାଣ ଓ ସେମାନଙ୍କ ଦ୍ୱାରା ହେଉଥିବା ଆଲୋଚନା କୁ ମନଧ୍ୟାନ ଦେଇ ଶୁଣେ ଓ ମନେ ରଖେ । ତେଣେ ମୁଁ କଣ ଟିକେ ରୋଷେଇକରି ଖାଇବା ପାଇଁ ଅପେକ୍ଷା କରିଥାଏ ପୁଅର ବାଟକୁ । ହେଲେ କେଉଁ ଦିନ କାଶୀ ମୋ ସାଙ୍ଗରେ ଖାଏତ କେଉଁଦିନ ଜମିଦାରଙ୍କ ଘରେ ଖାଇଦେଇ ଆସିଥାଏ ।
      ୧୮ ବର୍ଷ ହୋଇଥିଲେ ମଧ୍ୟ ତାର ଚିନ୍ତା କରିବାର ଶକ୍ତି ସେତେ ନାହିଁ ।
      ଏମିତି ବି ସବୁଦିନ ମନ୍ଦିର ଯାଇ ମୁଣ୍ଡିଆ ମାରି କୀର୍ତ୍ତନ କରୁଥିଲେ ମଧ୍ୟ ସେ ଜାଣିନି ରାଧାକୃଷ୍ଣ କିଏ ଓ ତାଙ୍କ ଭିତରେ ସମ୍ପର୍କ କଣ ?
      ଏତିକି ମାତ୍ର ଜାଣିଚି ସେ ହେଉଛନ୍ତି ଭଗବାନ ଏବଂ ଜଗତର ଧାରକ ସିଏ । କେବେ ମଧ୍ୟ ବୁଝିବାକୁ ଚେଷ୍ଟା କରିନି ଏ ଭଗବାନଙ୍କ ସେବାରେ ଲାଭ କଣ । କଣ ପାଇଁ ସମସ୍ତେ ମନ୍ଦିର ଆସନ୍ତି ପ୍ରଭୁଙ୍କ ପାଦତଳେ ପଡନ୍ତି ।
        ପ୍ରାୟ ସବୁଦିନ ମନ୍ଦିରରେ ରାଧାକୃଷ୍ଣ କଥାମୃତ ଶୁଣେ ଭାଗବତ ଶୁଣେ, ଗାଁ ରେ ରାସ ହେଲେ ରାସ ଗୀତକୁ ପାଳିଧରିବାରେ ସେ ମଧ୍ୟ ନିପୂଣ ହେଲେ କେବେ ମଧ୍ୟ ଗୁରୁତ୍ତ୍ୱ ଦେଇନି ସେ ସବୁ କଥା ଓ ସଜ୍ଞୀତର ଅର୍ଥ କଣ ?
        ଦୁଃଖ ଓ ଯାତନା କଣ ସେ ତାର ବାପାର ମୃତ୍ୟୁ ପରଠାରୁ ଜାଣିନି । ସ୍ୱାସ୍ଥ୍ୟରେ ମଧ୍ୟ ସବଳ ଓ ନିରୋଗ । ବୋଧହୁଏ ଏହି ୧୮ ବର୍ଷ ଭିତରେ  ତାକୁ ଆଠ ଦଶଥର ଖଣ୍ଡେ ଥଣ୍ଡା ଜ୍ୱର ଏବଂ ଆଠ ଦଶଥର ପେଟ ଖରାପ ହୋଇଥିବ । ତା ଛଡା  ଆଉ କୈାଣସି ରୋଗ ସେ ଦେଖିନି । କିଏ ଯଦି କେବେ ହେଲେ ରାଗିକରି ଗାଳିଦେଇ ଦୁଇପଦ କହିଦିଏ ସେ କେବେ ହେଲେ ଦେହକୁ ନେଇନି । ଏତିକି କହିଦିଏ ଭୂଲେହାଇଯାଇଛି ଆଉ କଣ କରିବି ।
      ତା ବାପାର ମୃତ୍ୟୂ ତାକୁ ଗଭୀର ଆଘାତ ଦେଇଥିଲା । ସେ ଯନ୍ତ୍ରଣାକୁ କାହା ଆଗରେ ବ୍ୟକ୍ତ କରିବାର ସାହାସ ମଧ୍ୟ ତା ପାଖରେ ନାହିଁ । ଯଦି ଗାଁ ରେ କାହାର ଦେହ ଖରାପ ଓ ସିଏ ଡାକ୍ତର ଖାନା  ଯିବାକୁ ଚାହେଁ ତେବେ ସିଏ ଯଦି କାଶୀର ସାହାଯ୍ୟ ଲୋଡେ ତେବେ କାଶୀର ସେଥିରେ ଅଭୁତ ଆନନ୍ଦ । ସତେ ଯେପରି ଅନ୍ୟର ସମସ୍ତ ଦୁଃଖକୁ ସେ ପୋଛି ଦେଲା ପରି ଭଗବାନ ତାର ବାହୁରେ ଶକ୍ତି ଭରି ଦେଇଛନ୍ତି । ଗାଁରେ ସମସ୍ତେ ତାକୁ ଅତି ଆଦର କରନ୍ତି । ସମସ୍ତଙ୍କର ଏହି ଅତି ଭଲପାଇବାଟା ବୋଧହୁଏ ତାର ମାନ ମର୍ଯ୍ୟଦା କୁ ଗିଳି ଦେଇଛି । ସମସ୍ତେ ତାକୁ ତୁ, ତା, ରେ, ରା କରି ଡାକନ୍ତି । ଛୋଟରୁ ବଡ ପର୍ଯ୍ୟନ୍ତ କେବେ କାହା ମନରେ କଷ୍ଟ ଦେଲା ଭଳି ସେ ଆଣ୍ଟିକରି କଥା ପଦେ  କହିପାରେନି । ଯଦି କେବେ ରାଗିଛି କେବଳ ମୋ ଉପରେ । 
      ପୁଅର ଏଭଳି ଜୀବନ ଶୈଳି ଦେଖି ମୁଁ କେବେ ଦୁଃଖ ବି ପ୍ରକାଶ କରିନି । ତାର ଏ ସଂସାରରେ ମୋ ବ୍ୟତିତ ଆଉ କିଏ ବା ଅଛି? ସିଏ ଯାହା କରୁ ଯେମିତି ହେଉ ମୋ ପାଖେ ପାଖେ ତ ଅଛି । ଏତେ ବଡ ହେଲାଣି ହେଲେ ବେଳେବେଳେ ସନ୍ଧ୍ୟାରେ ଆସି ମୋତେ ଆଗ କୁଣ୍ଡେଇ ପକେଇ ଗେଲ କରି ଦେଇ କହିବ ଯାଇଁଲୁ ବୋଉ ସେ ଯେଉଁ ଜର୍ସି ଗାଈଟି ଜନ୍ମ କରିଛି ତାର ଗୋଡ ଗୋଟେ ବିରାଟ ବଡ ଖାତରେ ଗଳିପଡିଲା । ବହୁତ ସମୟ ଲାଗିଲା ତାକୁ ସେ ଖାତରୁ ଉଠେଇବାକୁ ।
       ଏମିତି ସବୁବେଳେ ଖାଲି ସେହି ଗାଈ, ଗୋରୁ, ଗୋଠ, ମନ୍ଦିରରୁ ଶୁଣି ଆସିଥିବା ପୁରାଣ ଓ ଭାଗବତ କଥା ଅନ୍ୟ କିଛି ନୁହେଁ । ଦିନେ ହଠାତ୍ ସନ୍ଧ୍ୟା ବେଳେ ସାଆନ୍ତଙ୍କ ଘରୁ ଆସି ମୋ ପାଖରେ ବସିପଡିଲା ଏବଂ କହିବାକୁ ଲାଗିଲା ଯାଇଁଲୁ ବୋଉ ମୁଁ ଦେଖୁଛି ମଣିଷ ଡାକ୍ତର ମାନଙ୍କ ଠାରୁ ପଶୁ ଡାକ୍ତର ମାନେ ବହୁତ ଜ୍ଞାନୀ । ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲି ଭାବିିଲି ମୋ ପୁଅ କାଶୀର କି ବୁଦ୍ଧି । ସେ ଏମିତି କାହିଁକି କହୁଛି ପଚାରିଲି । ଆରେ ବାପା ତୁ ଏମିତି କାହିଁକି ଭାବୁଛୁ । କାଶୀ କହିଲା ଦେଖେ ମାଆ ତିନି ଦିନ ହୋଇଗଲା ସାଆନ୍ତ ଘରର ଗୋଟିଏ ଗାଈର ଦେହ ଖରାପ । କିଛି ଖାଉନି କି କିଛି ପିଉନି । ଆଜି ଡାକ୍ତର ଆସିଥିଲେ । ଗାଈ ତ ଆଉ ମଣିଷ ଭଳି ତାର କଣ ହେଉଛି କହିପାରିବନି । ହେଲେ ସେ ପଶୁ ଡାକ୍ତର କଣ ଦେଖି ଜାଣିଦେଲେ କେଜାଣି ସେ ଏମିତି ଇଞ୍ଜେକ୍ସନ୍ ଟିଏ ଦେଲେ ଯେ ଗାଈଟି ଏକଦମ ଠିକ୍ । ତେଣୁ  ସେ ଡାକ୍ତର ମଣିଷଙ୍କ ଡାକ୍ତର ଠାରୁ ଜ୍ଞାନୀ ନୁହେଁ ତ ଆଉ କଣ ।
        ଏହା ଶୁଣି ମୁଁ କାଶୀକୁ ନିଜ ପାଖକୁ ଭିଡିଆଣି ସ୍ନେହରେ ତାର ଗାଲରେ ହାତ ମାରିଦେଇ କହିଲି ଏ ଗାଁ ଲୋକ ସିନା କହୁଛନ୍ତି ମୋ ପୁଅ ଓଲା ବୋଲି ହେଲେ କେହି ଜାଣି ନାହାନ୍ତି ଯେ ମୋ ପୁଅ ସମସ୍ତଙ୍କ ଠାରୁ ଜ୍ଞାନୀ ବୋଲି । ଏହା କହି କାଶୀକୁ କୁଣ୍ଡେଇ ପକାଇଲି ଓ ମୋ ଆଖିରୁ ଦୁଇଟୋପା ଲୁହ ଲୁଚିକରି ଝରି ଆସିଲା ।
        ସେହିବର୍ଷ ରଣବୀର ସାମନ୍ତରାୟଙ୍କ ର ସାନପୁଅ ରାକେଶର ବିବାହର ହୋଇଥାଏ । ରାକେଶ ଝାଡସଗୁଡା ରେ ଏକ ଷ୍ଟିଲ୍ କମ୍ପାନିରେ କିରାଣୀ ଭାବେ ଚାକିରୀ କରନ୍ତି । ବିବାହ ପରଠାରୁ ସେ ପ୍ରତି ଶନିବାର ଦିନ ଝାଡସୁଗୁଡାରୁ ଆସି ଘରେ ରାତି ୮ଟା ରେ ପହଞ୍ଚନ୍ତି ଏବଂ ସୋମବାରଦିନ ରାତି ୪ଟାରୁ ବାହାରି ଯାଆନ୍ତି । ତା ସ୍ତ୍ରୀ ହେଉଛି ବାଲେଶ୍ୱର ଝିଅ ଏବଂ ଏମ୍ ପାସ୍ । ଦେଖିବାକୁ ସୁନ୍ଦର ଏବଂ କଥା କହିବାରେ ମଧ୍ୟ ସମସ୍ତଙ୍କ ମନ କିଣି ନେବ । ମଝିରେ ମଝିରେ କମ୍ପାନୀରେ କାମ ବ୍ୟସ୍ତ ଯୋଗୁଁ ରାକେଶ ଲଗାତର ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ ଘରକୁ ଆସିପାରନ୍ତି ନାହିଁ ।
        ରଣବୀର ସାମନ୍ତରାୟଙ୍କ ବଡପୁଅ, ବୋହୁ କଲିକତାରେ ଚାକିରୀ କରନ୍ତି ଏବଂ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ । ସେ ଦୁଇଜଣ ତାଙ୍କ ପିଲାମାନଙ୍କୁ ଧରି କଲିକତାର ୨୪ ଦକ୍ଷିଣ ପରଗଣାରେ ରହନ୍ତି । ତାଙ୍କ ଜୀବନ ଶୈଳି ସମ୍ପୁର୍ଣ୍ଣ ସହରୀ ଢାଞ୍ଚାରେ ଗଢା ହୋଇଗଲାଣି । ପ୍ରତି ବର୍ଷ ଗ୍ରୀଷ୍ମ ଛୁଟିରେ ଗାଁ ଚନ୍ଦନ ଯାତ୍ରା ସମୟରେ ୧୫ ଦିନ ପାଇଁ ନିଜ ପିଲାମାନଙ୍କୁ ଧରି ଗାଁକୁ ଆସନ୍ତି । ବଡ ପୁଅ ଅଷ୍ଟମରେ୍ ଏବଂ ଝିଅ ପଞ୍ଚମରେ ଇଂରାଜୀ ମେଡିୟମ ସ୍କୁଲ୍ ରେ ପଢନ୍ତି । ବର୍ତ୍ତମାନ ରଣବୀର ସାମନ୍ତରାୟଙ୍କ ଘର କହିଲେ ରଣବୀର  ନିଜେ ଏବଂ ସାନପୁଅ ରାକେଶ, ତାର ସ୍ତ୍ରୀ ଝୀଲି, ଗୁମାସ୍ତା ରାଜୁ ମିଶ୍ର ଏବଂ ମୋ ପୁଅ କାଶୀ ।
       ପୁଅର ବିଭାଘର ପୂର୍ବ ବର୍ଷରୁ ରଣବୀର ସାମନ୍ତରାୟଙ୍କ ସ୍ତ୍ରୀ ହୃଦ୍‌ଘାତରେ ପ୍ରାଣ ହରାଇ ସେ ପୁରକୁ ଚାଲିଗଲେଣି । ରଣବୀର ସାମନ୍ତରାୟଙ୍କ ବୟସ ବର୍ତ୍ତମାନ ୭୦ ହେଲେ ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ପ୍ରାୟ ସେତେ ଠିକ୍ ନୁହେଁ । ଜମିଦାର ଅନ୍ୟମାନଙ୍କ ପ୍ରତି ଯେଉଁଭଳି ବ୍ୟବହାର ଏବଂ ଶାସନ କରିବାର  ଶୈଳୀ ଏବେ ବି ତାଙ୍କର ପ୍ରତିକଥା ରେ ପ୍ରତୀୟମାନ ହୁଏ । ଆଗକାଳ ଜମିଦାରୀର ଚାଲିଚଳଣ  ହାବଭାବରେ ତାଙ୍କର କିଞ୍ôଚତମାତ୍ର ପାଶବିକ ପରିବର୍ତ୍ତନ ହୋଇନାହିଁ । ତାଙ୍କର  ଦିନଚର୍ଯ୍ୟା ରେ ପ୍ରତିଦିନ ସକାଳ ୬ଟାରୁ ଶେଯରୁ ଉଠି ଚା କପେ ପିଇ ତାଙ୍କ ଘର ପଛପଟେ ଏକ ବିରାଟ ଫୁଲ ବଗିଚାରେ ପ୍ରାତ ଭ୍ରମଣ କରନ୍ତି ।
        ଘରେ ଥିବା ଗୁମାସ୍ତା ରଘୁ ମିଶ୍ର ସମସ୍ତ ଜମିବାଡି ମାନଙ୍କର ଆୟବ୍ୟୟର ହିସାବ ପତ୍ର ରଖିଥାନ୍ତି ଏବଂ ଲୋକ ଖଟାଇ ବଗିଚାଟିର ଯତ୍ନ ନେଉଥାଆନ୍ତି । ବଗିଚାଟି ଦେଖିବାକୁ ଅତି ସୁନ୍ଦର । ଚନ୍ଦନ ଯାତ୍ରା ବେଳକୁ ବଗିଚାର ଚାରିପଟେ ଥିବା କୁଷ୍ଣଚୂଡା ଗଛରେ  ଫୁଟିଥିବା  ଲାଲଟହଟହ ଫୁଲ ପେନ୍ଥାଗୁଡିକ ବଗିଚାର ଶୋଭାକୁ ଏକ ଅଦ୍‌ଭୁତ ରକ୍ତିମ ପରିବେଶରେ ପରିଣତ କରିଦେଇଥାନ୍ତି । ବଗିଚାରେ ଜୁଇ, ଜାଇ, ମଧୁମାଳତୀ, ଚମ୍ପା ଓ ଗୋଲାପ ଫୁଲର  ଅନେକ ଗଛ ମଧ୍ୟ ଥାଏ । ରଜନୀଗନ୍ଧା ଫୁଲ ଏବଂ ଶେଫାଳୀ ଫୁଲର ମହମହ ବାସ୍ନା ରାତିରେ ବଗିଚା ପାଖଦେଇ ଯାଉଥିବା ଲୋକର ମନକୁ ଅଭିଭୁତ କରିଥାଏ ।
       ପ୍ରାତଃ ଭ୍ରମଣରୁ ଫେରିଆସି ଗୁହାଳରେ ଗାଈଗୋରୁ ମାନଙ୍କୁ ଟିକେ ଦେଖି ଆସନ୍ତି ତା ପରେ ସ୍ନାନ ଏବଂ ଘରେ ଠାକୁର ପୁଜା ଶେଷ ବେଳକୁ ସାନେବାହୁ ଝିଲି ସକାଳର ଜଳଖିଆ ପସ୍ତୁତ କରି ଖାଇବାକୁ ଆଣିଦିଏ । ଜଳଖିଆ ଖାଇସାରିବା ବେଳକୁ ଗୁମାସ୍ତା ରଘୁ ମିଶ୍ର ଆସି ପହଞ୍ଚନ୍ତି ହିସାବପତ୍ର ଚାଲେ । ବେଳେବେଳେ ଟେଲିଭିଜନ  ସାମ୍ନାରେ ବସି ପ୍ରସାରିତ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ  କରନ୍ତି । ଏହିପରି ଭାବେ  ମଧ୍ୟ୍ୟାହ୍ନ ଭୋଜନର  ବେଳ ହୋଇଯାଏ । ମଧ୍ୟ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସେ ଦେଢଘଣ୍ଟା ଶୋଇରୁହନ୍ତି । ଗୁମାସ୍ତା ରଘୁମିଶ୍ର ନିଜ କାମରେ ଘର ବାହାରେ ବ୍ୟସ୍ତରୁହନ୍ତି ।
      ରଣବୀର ସାମନ୍ତରାୟଙ୍କର ଗୋଟିଏ ବଦଭ୍ୟାସ  ତାହା ହେଉଛି ପ୍ରତିଦିନ ସନ୍ଧ୍ୟା ୭ଟାରେ ଭାଙ୍ଗ ପଣା । କାଶୀକୁ ସେ ମଧ୍ୟ ବହୁତ ଭଲ ପାଆନ୍ତି  ଏବଂ ବିଶ୍ୱାସ ମଧ୍ୟ କରନ୍ତି । ଯେତେବେଳେ ତାଙ୍କ ଦେହ ଖରାପ ହୋଇଛି କାଶୀଠାରୁ ବୋଧହୁଏ ତାଙ୍କର  ସେବା ଅଧିକ କେହି କରିନାହିଁ । କାଶୀ ଯେେତେବଳେ ତାଙ୍କ ସେବା କରେ କାଶୀ ମନରେ ନଥାଏ  ସେ ଗୋଟେ ଚାକର ଅତି ଆପଣାର ଭାବି ସେ ସେବା କରେ । ଜମିଦାର ଯେତେ ଭଲ ପାଉଥିଲେ ମଧ୍ୟ ତାଙ୍କ ଜମିଦାରୀ ପଣିଆର ଅହଂଙ୍କାର  କାଶୀ ଏବଂ ତାଙ୍କ ମଧ୍ୟରେ ଏକ ବିଶାଳ ଦ୍ୱରତ୍ତ୍ୱ ରଖିଥାଏ । ୯ଟା ରାତିରେ ରାତ୍ର ଭୋଜନ ଏବଂ ଶୟନ ।
       ରାକେଶର ବିବାହର ପରଠାରୁ ସତେ ଯେମିତି ରାକେଶର ସ୍ତ୍ରୀ ମୋ ପୁଅ ଜୀବନରେ କାଳନାଗୁଣୀ ପରି ଆସିଲା ଏବଂ ଦଂଶି ଦେଇ ଚାଲିଗଲା । ରାକେଶର ଘରେ ନରହିବା ଏବଂ ଯେତେବେଳେ ରାକେଶ ଘରକୁ ଆସେ ତାର ମଦପିଇବାଟା ତାର ସ୍ତ୍ରୀ କୁ ଆଦୌ ଭଲଲାଗିଲା ନାହିଁ । ମୁଁ ଯାହା ଅନୁଭବ କରେ ରାକେଶର ସ୍ତ୍ରୀ ରାକେଶକୁ ଆଦୌ ପସନ୍ଦ କଲା ନାହିଁ ଏବଂ ଏହି ସମୟରେ ସେ ମୋ ପୁଅ କାଶୀକୁ ତା ସାଙ୍ଗରେ ଛନ୍ଦିଦେଲା । ମୋ ପୁଅ ତ ବି ଯାଣିନଥିଲା ସ୍ତ୍ରୀ ପାଇଁ ପୁରୁଷର  ଆବଶ୍ୟକତା କଣ ।
       ହେଲେ କେମିତି କଣ କେଉଁ ସମ୍ପର୍କ ମୋ ପୁଅ କାଶୀ ଆଉ ସାନବୋହୁ ଝିଲି ଭିତରେ ଜମିଦାର ରଣବୀର ସିଂ ଦେଖିଲେ କେଜାଣି । ହଠାତ୍ ସାନବୋହୁ ତା ଶୋଇବାଘରେ ପୋଡିହୋଇ ମରିଗଲା । ମିଛୁଟାରେ ମୋ ପୁଅକୁ ତା ସାନବୋହୁ କୁ କିରୋସିନି ପକାଇ ପୋଡି ମାରିଦେବା ଅଭିଯୋଗରେ ଜେଲ୍‌ରେ ପୁରେଇ ଦେଲା । ମୋର କିଏ ବା ସମ୍ବଳ ମୁଁ କାହା ଆଗରେ ଯାଇ ଗୁହାରି କରିବି । କେହି ମୋ କଥା ଶୁଣିଲେନି । ଏ ଗାଁର କେହି ହେଲେ ମୋ ପୁଅର ପକ୍ଷ ନେଲେନି ।
       ହେଲେ ଗୋଟେ କଥାରେ ପୁଅ  ସେ ଯାହା ହେଉନା  କାହିଁକି ରାକେଶର ସ୍ତ୍ରୀ ଝିଲି ମୋ ପୁଅ କାଶୀକୁ ସତରେ ବହୁତ ଭଲ ପାଉଥିଲା । ମୋ ପୁଅକୁ ଯେଉଁଦିନ ପୋଲିସ ଆସି ବାନ୍ଧିନେଲେ  ସେ ଦିନ ଏ ଗାଁ ନିସ୍ତବ୍‌ଧ । ଖାଲି ଭାଗ୍ୟକୁ ଆଦରି ତଳେ ମୁଣ୍ଡପିଟି  କାନ୍ଦିବା ଛଡା ମୋ ପାଖରେ ଆଉ କେଉଁ ଚାରା ନଥିଲା । ସାନବୋହୁ ଝୀଲି ଯେଉଁ ଦିନ ମଲା ମରିବା ପୂର୍ବରୁ ଠିକ୍ ସନ୍ଧ୍ୟା ୫ଟା ବେଳେ  ସମସ୍ତଙ୍କ ଆଖି ରେ ଧୂଳିଦେଇ ମୋ ଘର ବାରିପଟ  କବାଟ ବାଡେଇଥିଲା । ଧୀରେଧୀରେ ଡାକିଲା ମାଉସୀ, ମାଉସୀ ଦୁଆର ଖୋଲ ମୁଁ ଝୀଲି ଆସିଛି । ମୁଁ ଭୟ କରିଗଲି ।
        ତଥାପି ଯାଇ ଦୁଆରଟିକୁ ଖୋଲିଲି ଦୁଆର ଖୋଲୁ ଖୋଲୁ ସେ କାନ୍ଦିକାନ୍ଦି ମୋତେ ଜାବୁଡି ଧରି କହିବାକୁ ଲାଗିଲା ତମେ ମୋ ମାଆ । କାଶୀର କିଛି ଭୂଲ୍ ନାହିଁ । ତା ଭଳି ପିଲାକୁ ଭଗବାନ କାହିଁକି ଜନ୍ମ ଦିଅନ୍ତି କେଜାଣି । ମୋର ସବୁ ଭୁଲ୍ । ତମେ ତାକୁ କେବେବି ରାଗିବନି । ସେ ନିଶ୍ଚୟ ଜେଲ୍‌ରୁ ଫେରି ଆସିବ । ଏହା କହି ଗୋଟିଏ ମୋଟା ଖାତାଟିଏ ମୋତେ ଦେଇ କହିଲା ଏଇଟା ରଖିଥାଅ ନିଶ୍ଚୟ କାମରେ ଆସିବ । ନହେଲେ କାଶୀ ଆସିଲେ କାଶୀକୁ ଦେବ ।
       ମୁଁ ପଚାରିଲି ଏଇଟା କଣ ?
       ସେ କହିଲା ଏଇଟା ଗୋଟେ ଡାଏରୀଟେ । କଇଁକଇଁ ହୋଇ କାନ୍ଦୁ ଥାଏ । ମୋ ପାଦ ଆଙ୍ଗୁଠି ଦୁଇଟିକୁ  ହାତ ଲଗାଇ ନିଜ ମୁଣ୍ଡରେ ଲଗାଇ ଦେଇ ମୋତେ କୁଣ୍ଢେଇ ପକାଇ କହିଲା ମା, ମୁଁ ଯାଉଛି କେବେ ଦେଖା ହେବ କହିପାରିବିନି ହେଲେ ମୋ କାଶୀକୁ କେବେ ଭୂଲ୍ ବୁଝିବନି । ଏହା କହି ଚାଲିଯାଇଥିଲା । ହେଲେ ତା ପରଦିନ ଶୁଣିଲା ବେଳକୁ ଜମିଦାରଙ୍କ ସାନେବାହୁ ଝୀଲି ତା ଶୋଇଲା ଘରେ ପୋଡିହୋଇ ମରିପଡିଛି । ନିଜକୁ ବିଶ୍ୱାସ କରିପାରିଲାନି । ତାର ମୋର ଦେଖା କଥା ଆଜିପର୍ଯ୍ୟନ୍ତ ମଧ୍ୟ କାହାକୁ କହିନି । ସେହି ଡାଏରୀଟିକୁ ଆଣି ମୋ ଶୋଇବା ତକିଆ ଭିତରେ ଆଜିପର୍ଯ୍ୟନ୍ତ ରଖିଛି । ଯଦି ତମେ ନେବ ଓ ଦେଖିବ କାଳେ କିଛି ବାଟ ଫିଟିଯିବ ମୋ କାଶୀ ମୁକୁଳି ବାର ।
      ଅନୂପର ମନରେ ଯେତିକି ଉତ୍କଣ୍ଠା ସେତିକି ଉଦ୍‌ବେଗ । ସତେ ଯେପରି ସେ ନିଶ୍ଚୟ କାଶୀକୁ ଜେଲରୁ ମୁକୁଳେଇ ଆଣିବ ଓ ତା ପବ୍ଲିସିଙ୍ଗ୍ ହାଉସ୍ ର ମିଶନ୍ ମଧ୍ୟ ସକ୍ସେସ୍ ହେବ । ସେ ମାଉସୀକୁ କହିଲା ତେବେ ସେ ଡାଏରୀଟିକୁ ମୋତେ ଦିଅ । କୋକି ତାର ତକିଆଟିକୁ କାଟି ଡାଏରୀଟିକୁ ଅନୂପକୁ ଦେଇ କହିଲା ବାପା ତୁ ମୋର ପୁଅ ବୋଲି ମୋତେ କହିଛୁ ତେଣୁ ତୋତେ ମୁଁ ସବୁ କହିଲି  ଓ ମୋ କାଶୀର ଅମାନତକୁ ତତେ ଦେଇଦେଲି ଏଣିକି ତୋ ବିଚାର । ଅନୂପ କୋକି ପାଖକୁ ଲାଗିଯାଇ ହିଲା ମାଉସୀ ମା ଯଦି ପୁଅକୁ ସନ୍ଦେହ କରେ ତେବେ ମା ପୁଅର ସମ୍ପର୍କରେ କଳଙ୍କ ଲାଗିଯିବ ।
       ସେତେବେଳକୁ ଦିନ ୧ଟା ବାଜି ଗଲାଣି । କୋକି କହିଲା ପୁଅ ଭାତ ଖାଇବା ବେଳତ ହୋଇଗଲାଣି ।
       କଣଖାଇବ?
        ଅନୂପ କହିଲା ନାହିଁ ମୁଁ ମୋ ବସାରେ ଗଲେ ଖାଇବି । ହେଲେ ମାଉସୀ ମୁଁ ତମ ଗାଁରେ ଆଉ ୧୦ଦିନ ଖଣ୍ଡେ ରହିବି । ହେଲେ ମୁଁ ଯେଉଁ ଉଦ୍ଦେଶ୍ୟ ନେଇ ଆସିଥିଲି ଭଗବାନ ତାହା ପୂରଣ କରିଦେଲେ । ମୁଁ କଥା ଦେଉଛି ମାଉସୀ କାଶୀ ବହୁତ ଜଲଦି୍ ତୋ ପାଖକୁ ପଳେଇ ଆସିବ । ଏହା ଶୁଣି ସତେ ଯେମିତି କୋକିର ଭାରାକ୍ରନ୍ତ ଜୀବନ ଏକ ଅଷ୍ପଷ୍ଟ ଉନ୍ମାଦନାରେ ଭରିଗଲା ।  ଅନୂପ କୋକି ଠାରୁ ବିଦାୟ ନେଇ ଦୀନବନ୍ଧୁ ଘରକୁ ପଳେଇ ଆସିଲା । ପ୍ରକୃତ ଉଦ୍ଦେଶ୍ୟ ଅନୂପର ପ୍ରାୟ ପୂରା ହୋଇଗଲାଣି ।
      ବର୍ତ୍ତମାନ ମୂଳକାମ ହେଉଛି ସେ ଡାଏରୀରେ କଣ ଲେଖାଅଛି ?
      ତାହା ସତରେ କଣ କାଶୀକୁ ଜେଲ୍‌ରୁ ମୁକ୍ତ କରିବାରେ ସାହାଯ୍ୟ କରିପାରିବ?
      ଗାଁରେ ଅନ୍ୟ ସବୁ ଯେଉଁ ଘର ଗୁଡିକ ରହିଲା ତାହାର ସର୍ଭେ ବର୍ତ୍ତମାନ ପାଇଁ ସେତେ ଗୁରୁତ୍ତ୍ୱ ପୂର୍ଣ୍ଣ ନୁହେଁ ତଥାପି କରିବାକୁ ପଡିବ ।
       ସେଦିନ ରାତି ୯ଟା ଅନୂପ ଗାଁରୁ ଆଉ କେତେକ ଙ୍କ ର ଘର ସର୍ଭେ କରି ଆସି ଖାଇପିଇ ବେଡ୍‌କୁ  ଯାଉଛି ଶୋଇବାକୁ । ବେଡ୍‌ଉପରେ ଶୋଇ ସେ ଡାଏରୀ ଟି ପଢିବା ତାର ମୂଳଲକ୍ଷ । ବେଡ୍ ଉପରେ ଶୋଇ ପଡି ଡାଏରୀ ଟିକୁ ଖୋଲି ଅନୂପ ପଢା ଆରମ୍ଭ କରିଛି । ତାର ଆଖିକୁ ଆଉ ନିଦ ଆସୁନି କେବଳ ପଢିବାରେ ଉତ୍କଣ୍ଠା । ହେଲେ ଦିନ ଯାକର କ୍ଲାନ୍ତି ତାକୁ ଶୋଇବାକୁ ବାଧ୍ୟ କରିଛି । ଅନୂପର ଧାରଣା ଏହି ଡଏରୀ ଟିି କାଶୀକୁ ମୁକ୍ତ କରିବାରେ ନିଶ୍ଚୟ ସାହାଯ୍ୟ କରିବ । ତାର ପ୍ରାୟତଃ ମିଶନରେ ଥିବା ଗୁପ୍ତ ତଥ୍ୟ ଟି ସେ ପାଇଯାଇଛି । କେବଳ ଡାଏରୀ ଟି କାଲି ନିଜ ଘରେ ଯାଇ ପଢିବ ଓ ସବୁକଥା ଜାଣିବ ।
         ତା ପରଦିନ ସକାଳୁ ଶେଷ ଜଳଖିଆ ଖାଇ ଗାଁରେ ମୂଖିଆ ମାନଙ୍କୁ ଦେଖାକରି ଶେଷରେ ଜମିଦାର ରଣବୀର୍ ସାମନ୍ତରାୟ ଙ୍କୁ ଧନ୍ୟବାଦ ଦେଇ ବିଦାୟ ନେଇଛି । ଶେଷରେ ଦ୍ୱିପ୍ରହରରେ ଦୀନବନ୍ଧୁ ଘରେ ଖାଇଛି ଓ ଦିନ ଦୁଇଟା ରେ ସେ ଦୀନବନ୍ଧୁ ଓ ତାର ପତ୍ନୀଙ୍କୁ କୃତଜ୍ଞତା ଅର୍ପଣ କରି ତାର ସମସ୍ତ ଜିନିଷପତ୍ରକୁ ନେଇ ଫେରିଆସିଛି ଭୂବନେଶ୍ୱରକୁ । ସେଦିନ ଭୂବନେଶ୍ୱରରେ ପହଞ୍ôଚଲା ବେଳକୁ ପ୍ରାୟ ରାତି ୧୦ଟା । ସେତେବେଳକୁ ରାଧିକା ତାର ପୁଅକୁ ଖୋଇସାରି ଶୋଇ ଦେଲାଣି । ନିଜେ ଏକ ଉକ୍ତଣ୍ଠାଭରା ହୃଦୟରେ ଅପେକ୍ଷା କରି ରହିଛି ଅନୂପକୁ । ଘରେ ବସି ଟି.ଭି. ଦେଖୁଥିଲେ ମଧ୍ୟ କଲିଙ୍ଗ୍ ବେଲ୍ ରେ କାନଟା ସଂମ୍ପୁର୍ଣ ରୂପେ ଲାଗିକରି ରହିଥାଏ । ଆଜକୁ ମାସେ ହେଲା ସେ ଅନୂପକୁ ଦେଖିନି କିମ୍ବା ତା ସାଥିରେ ମିଶିନି । ଯେତେ ବିଳମ୍ବ ହେଉଥାଏ ତାର ପ୍ରତିକ୍ଷାର ଉତ୍କଣ୍ଠା ଟା ସେତିକି ବ୍ୟଗ୍ର ହୋଇଉଠୁଥାଏ ।
      କଲିଙ୍ଗ୍ ବେଲ୍ ଟି ବାଜିଉଠିଛି । ରାଧିକାର ମନରେ ଆନନ୍ଦ କହିଲେ ନସରେ । ଦୁଆର ଖୋଲି ଅନୂପକୁ ଦେଖି ହସିଦେଇଛି । ଅନୂପ ହାତରୁ ବ୍ୟାଗ୍ ଟି ରାଧିକା ନେଇ ଆସି ପଚାରିବାରେ ଲାଗିଛି । ଟ୍ରେନ୍ ବୋଧହୁଏ ବିଳମ୍ବ ହୋଇଗଲା । ଅନୂପ କହିଛି ହଁ, ହଉ ତମେ ଜଲଦ୍‌ି  ଟିକେ ହାତ ଗୋଡ ଧୋଇ ପକାଅ ମୁଁ ତୁମ ପାଇଁ ଖାଇବାକୁ  ଆଣୁଛି । ଅନୂପ କହିଛି ଠିକ୍ ଅଛି । ଅନୂପ ହାତ ଗୋଡ ଧୋଇ ସାରି ତାଙ୍କ ଘରେ ଥିବା ଠାକୁରଙ୍କ ପାଖରେ ପ୍ରଣାମ କରି ଆସିଲା ବେଳକୁ ଏଣେ ରାଧିକା ଖାଇବାକୁ ବାଢିସାରିଲାଣି । ଦୁଇଜଣ ଯାକ ସାଙ୍ଗହୋଇ ବସିଛନ୍ତି ଖାଇବାକୁ । ଖାଇବା  ପୂର୍ବରୁ  ଅନୂପ  ତାର ପୁଅକୁ  ଶୋଇଲା ଅବସ୍ଥାରେ ମଧ୍ୟ  ଗେଲକରି  ଆସିଛି । ଖାଇବା ସମୟରେ ରାଧିକା ଧୀରେଧୀରେ ପଚାରିବାକୁ ଆରମ୍ଭ କରିଛି ମିଶନ୍ କଣ ସକସେସ୍କ୍ ହେଲା? ଅନୂପ  ଉତ୍ତର  ଦେଇଛି କହି ହେଉନି । ଯାହା ସବୁ ସଂଗ୍ରହ କରିବା କଥା ମୁଁ ତ କହି ସାରିଛି ମାତ୍ର ଦେଖାଯାଉ ସେ କାଶୀର ଭାଗ୍ୟରେ କଣ ଅଛି । ଖାଇସାରି ଉଭୟେ ଯାଇ ବେଡରୁମ୍ ର ବେଡ୍ ଉପରେ ବସିଛନ୍ତି ।
       ରାଧିକାର ମନ ଆଉ ନିଜର ଶାରିରୀକ ସଂଗମର ଲାଳସାକୁ ବଶୀଭୁତ କରିପାରୁନି । ସେ ଅନୂପ ର ପଛପଟେ ବସିପଡି ଅନୂପକୁ ତା ବକ୍ଷ ଆଡକୁ ଟାଣି ଆଣି ଯାବୁଡି ଧରି ପକାଇ ନିଜ ଗାଲଟିକୁ ତାର ଗାଲ ସଙ୍ଗେ ଲଗାଇ ଦେଇ ଗେଲ କରିବାରେ ଲାଗିଛି । ଅନୂପ ମଧ୍ୟ ରାଧିକାର ଶାରିରୀକ ସ୍ନେହରେ  ଟିକେ ନିଜକୁ ହଜେଇବା ସମୟରେ କହିଛି ରାଧିକା ବର୍ତ୍ତମାନ ତୁମେ ମୋ ବ୍ୟାଗ୍ ରୁ ଡାଏରୀ ଟିଏ ଅଛି ତାକୁ ଆଣ । ସେତବେଳକୁ ରାଧିକାର ଆଦ୍ୟୈ ଇଚ୍ଛା ନଥାଏ ଅନୂପକୁ ଛାଡିବାକୁ । ହେଲେ କଣ ବା କରିବ । ଅନୁପ ର କଥା ତ ତାକୁ ମାନିବାକୁ ପଡିବ । ଡାଏରୀଟି ଆଣି ଅନୂପ୍ ପଢିବାକୁ ଆରମ୍ଭ କରିଛି । ରାଧିକା କହିଛି ପ୍ଲିଜ୍ କାଲି ପଢିବ । ଆଜି ସୋଇପଡ । ଅନୂପ ରାଧିକା କଥାକୁ ଆଉ କାଟି ପାରିନି । ଉଭୟେ ଶୋଇଯାଇଛନ୍ତି ।



*****



ପାଞ୍ଚ


       ଆଜି ଦୀର୍ଘ ଏକ ମାସ ପରେ ସକାଳେ ନିଜ ଘରେ ଟିକେ ଆରାମରେ ବସିଛି ଅନୂପ । ପୁଅ ମଧ୍ୟ ପାଖରେ ଖେଳୁଛି । କାଶୀ ବୋଉ ଠାରୁ ଆଣିଥିବା ଡାଏରୀ ଟି ଆଣି ପଢିବାକୁ ଆରମ୍ଭ କରିଛି । ଡାଏରୀଟିରେ ଆରମ୍ଭରୁ ଲେଖାଥିଲା...................
          ସେ ଦିନ ରାକେଶ ଘରେ ନଥାନ୍ତି । ସେ ଥାନ୍ତି ଝାରସୁଗୁଡାରେ । ଶ୍ୱଶୁରଙ୍କର ଦେହ ଖରାପ ତେଣୁ ସେ ଯାଇ ଶୋଇଥାନ୍ତି ନିଜ ବେଡ୍ ଉପରେ । ସକାଳୁ ଉଠି କାଶୀ ଯାଇ ଗାଈ ମାନଙ୍କୁ ଖାଇବାକୁ ଦେଇସାରି ଅଗଣାରେ ଆସି ଠିଆ ହୋଇଥାଏ । ମୁଁ ଏହି ସମୟରେ ବାପାଙ୍କ ପାଖକୁ ଯାଇ ତାଙ୍କ ବେଡ୍ କୁ ଟିକେ ପରିସ୍କାର କରିଦେଲି । ବାପାଙ୍କୁ  ଆଣି ବ୍ରଶ୍‌, ପେଷ୍ଟ୍ ଦେଲି ଦାନ୍ତ ଘଷିବାପାଇଁ । ବାପା ଉଠି ତାଙ୍କ ଘର ଅଗଣାରେ ମଞନ କରି ଏବଂ ଶୌଚ ହୋଇ ପୁଣି ଖଟ ଉପରକୁ ଚାଲିଗଲେ । ମୁଁ ଯାଇ ତାଙ୍କୁ ମେଡିସିନ୍ ଚା ଜଳଖିଆ ଖାଇବାକୁ ଦେଲି । ସେ ଖାଇସାରି ପୁଣି ବେଡ୍‌ରେ ପଡିଥାନ୍ତି । ମୁଁ ତରବର ହୋଇ ଆସି ବାଥରୁମୁକୁ ଗାଧୋଇବାକୁ ପସିଗଲି ।
        କାଶୀ ସେତେବେଳେ ଅଗଣାରେ ଦାନ୍ତ ଘଷୁଥାଏ । ମୁଁ ଗାଧୋଇସାରି ମୋ ବେଡ୍‌ରୁମ୍‌ରେ ମୋର ଓଦାଲୁଗା ପାଲଟୁଥାଏ । ଏହି ସମୟରେ କାଶୀ ଦାନ୍ତଘଷି ସାରି ହଠାତ୍ ମୋ ଘର ଭିତରକୁ ପଶି ଆସିଲା । ମୁଁ ଟିକେ ଚମକି ପଡିଲି । ମୁଁ କହିବାକୁ ଲାଗିଲି କାଶୀ ତୁ କଣ କରୁଛୁ ? କାଶୀ କହିଲା ନାହିଁ ଭାଉଜ ତୁମେ ଗାଧୋଇ ସାରିଲଣିତ ସେଇଥିପାଇଁ ତୁମ ପାଖକୁ ଆସିଲି କଣ ଖାଇବାପାଇଁ । ମୁଁ ସେତେବେଳେ ଅର୍ଦ୍ଦନଗ୍ନ ଅବସ୍ଥାରେ । ମୋ ଦେହସାରା ପାଣିବୁନ୍ଦା ଗୁଡାକ ଲାଗିଥାନ୍ତି । ମୁଁ ମୋର ଚୁଟିକୁ ବାନ୍ଧିବାକୁ ଉଦ୍ୟତ୍ । କାଶୀ ମୋର ଶରୀରକୁ ତନ୍ନତନ୍ନ କରି ଦେଖୁଥାଏ ।
       ମୋର ମୁହଁ ଠାରୁ ପାଦ ଯାଏ ପୁରା ଭଲଭାବରେ ନିରୀକ୍ଷଣ କରୁଥାଏ । ସବୁଠାରୁ ବେଶି ସିଏ ମୋର ଛାତିକୁ ଅନଉଥାଏ । କାଶୀର ଚାହାଣୀରୁ ଏପରି ଜଣାପଡୁଥିଲା ସତେ ଯେପରି ସେ ଯାଣିନି ଭଗବାନ ଏ ନାରୀ ଶରୀରର ଅଙ୍ଗଗୁଡିକ କାହିଁକି ଦେଇଛନ୍ତି ? ପୁରୁଷପାଇଁ ସ୍ତ୍ରୀର ଆବଶ୍ୟକତା କଣ?ଏହାହିଁ ସତ୍ୟଥିଲା ଯେ ସେ ସମ୍ପୂର୍ଣ୍ଣ ଏ ବାବତରେ ଅନବିଜ୍ଞ ଥିଲା କାରଣ ସେ ପୁର୍ବରୁ ଏମିତିକା କେତେଥର ଆସି ମୋ ଶରୀରକୁ ବଲ୍ ବଲ୍ କରିଦେଖେ ପୁଣି ଚାଲିଯାଏ ସତେ ଯେପରି ତାର ମନ ଓ ଶରୀରର କୌଣସି ପ୍ରତିକ୍ରିୟା ହିଁ ନାହିଁ । ସେଦିନ କିନ୍ତୁ ଟିକେ ଭିନ୍ନ ।
       ବୋଧହୁଏ କାମଦେବ ସେଦିନ ତା ମନରେ ପ୍ରଥମକରି କାମର ମଞ୍ଜି ବୁଣିଦେଇଥାନ୍ତି । କାଶୀ ମୋତେ ପଚାରିଲା ଆଛା ଭାଉଜ ମୋତେ ଗୋଟେ କଥାକୁହ ମୁଁ ଜାଣିପାରୁନି ତୁମେ ମୋତେ କାହିଁକି ବହୁତ ସୁନ୍ଦର ଦିଶୁଛ । ତୁମେ ଯେତେବେଳେ ଗାଧୋଇକରି ଆସୁଛ ଓ ନିଜର ଶାଢୀ ବଦଳୁଛ ତୁମେ ବହୁତ ସୁନ୍ଦର ଲାଗୁଛ । ଆଉ ସେତିକିବେଳେ ମୋର କାହିଁକି ତୁମ ପାଖକୁ ଯିବାକୁ ଭାରି ଇଚ୍ଛା ହେଉଛି ଓ ଟିକେ ତୁମକୁ ଯାବୁଡି ଧରିବାକୁ ଇଚ୍ଛା ହେଉଛି ।
        ମୁଁ ହଠାତ୍ ଟିକେ ଅବାକ୍ ହୋଇଗଲି । ମନେମନେ ଟିକେ କାଶୀର ଅଜ୍ଞତା ଉପରେ ହସିଦେଲି । ସେତେବେଳକୁ କିନ୍ତୁ କାଶୀକୁ ଦେଖି ମୋ ମନରେ ଏକ ଅସ୍ଥିରତା ଜନ୍ମ ହୋଇଗଲାଣି । ମୁଁ କାଶୀର ସେ ବଳିଷ୍ଠ ସୁନ୍ଦର ଚେହେରାକୁ ଆଉ ରୋକିପାରିଲାଭଳି ଅବସ୍ଥାରେ ନଥାଏ । ମୁଁ କହିଉଠିଲି ତେବେଆସୁନୁ ମୋ ପାଖକୁ । ଯଦି ମୋ ପାଖକୁ ଆସିବାକୁ ଭଲ ଲାଗୁଛି ତେବେ ଆସେ ଆଉ ମୋତେ ଯାବୁଡି ଧର । କାଶୀ ଏହା ଶୁଣି ପଚାରିଲା ସତରେ ଭାଉଜ ? ଏହାକହି ସେ ଧୀରେଧୀରେ ମୋ ପାଖକୁ ଆସି ମୋତେ ଯାବୁଡି ଧରି ପକାଇଲା । ମୁଁ ଆଉ ନିଜ ଅବସ୍ଥାରେ ନଥାଏ । କାଶୀ କିନ୍ତୁ ତା ଜୀବନରେ ପ୍ରଥମକରି ହଜିଯାଇଛି । ସେ ମୋତେ ଜାବୁଡିଧରି ଖାଲି ମୋ ଦେହକୁ ସାଉଁଟି ପକାଉଥାଏ । ମୋ ଛାତିରେ ସେ ମୁହଁ ଲଗାଇ ସେ ଅସ୍ଥିର ହୋଇ ପଡୁଥାଏ ।
       ତଥାପି ସେ ଜାଣିପାରୁନଥାଏ ୟାପରେ ବି ଆହୁରି କିଛି ଅଛି । ହେଲେ ମୁଁ ଆଉ ମୋ ନିଜକୁ ଆଉ ଆଦୌ ସମ୍ଭାଳି ପାରିନି । କାଶୀକୁ ଧରି ଖଟଉପରେ ଶୋଇ ଯାଇଛି । ତାକୁ ସବୁ ଶିଖେଇ ଦେଇଛି । ଦୁହେଁ ଦୁହିଁକୁ ସମ୍ପୂର୍ଣ୍ଣ ଉପଭୋଗ କରିସାରିଥାଉ । ମୁଁ ଉଠିପଡି କାଶୀକୁ କହିଲି କାଶୀ ତୁ ଏଠାରୁ ଯା । ମୁଁ ମୋର କାମ କରିବି । କାଶୀ ପଚାରିଲା ଭାଉଜ ଏ ସବୁ କଣ ହେଲା ? ମୁଁ ଉତ୍ତର ଦେଲି ଯାହାସବୁ ସାନବାବୁ ଆଉ ମୋ ଭିତରେ ହୁଏ ସେଇଆ ହେଲା । ତେବେ ସାନବାବୁ ଆସିଲେ ଦୁହେଁ ମିଶି ଏ କଥା ସାନବାବୁ ଙ୍କୁ କହିବା । ମୋ ମୁଣ୍ଡରେ ହଠାତ୍ ବଜ୍ର ପଡିଗଲା । ମୁଁ କହିଲି କାଶୀ ତୁ କେଡେ ବୋକା । ତୋ ଭଳି ଦ୍ୱିତୀୟ ବୋକା ପୃଥିବୀରେ ଆଉ ଜନ୍ମ ହେବେନି । ଏ କଥା ଯଦି ତୋ ମୋ ଛଡା ଏ ଦୁନିଆରେ ଆଉକିଏ ବି ଜାଣେ ତେବେ ଆମେ ଦୁଇଜଣ ବଦନାମ୍ ହୋଇଯିବା । ଆମକୁ ସମସ୍ତେ ଘୃଣା କରିବେ । ସାନବାବୁ କିମ୍ବା ବାବୁ ଜାଣିଲେ ଆମକୁ ଜୀବନରୁ ମାରିଦେବେ ।
        କାଶୀ ଏତିିକ ଶୁଣିସାରିଲା ପରେ ଶଙ୍କିଯାଇ କହିଲା ତୁମକୁ କଣ ମାରିଦେବେ । ମୁଁ କହିଲି ହଁ । ଏତିକି ଶୁଣୁ ଶୁଣୁ କାଶୀ କହିଉଠିଲା ତେବେ ଜୀବନ ଚାଲିଯାଉ ପଛେ କାହାକୁ କହିବିନି । ହେଲେ ଭାଉଜ ଆମେ ଏମିତି କଣ କରିଦେଲେ ଯେ ସମସ୍ତେ ଘୃଣାକରିବେ । ମୁଁ କହିଲି ‘ପାପ’ । ସମାଜରେ ଏହାକୁ ‘ପାପ’ ବୋଲି କହନ୍ତି ।
       କାଶୀ କହିବାକୁ ଲାଗିଲା ‘ପାପ’? ଜାଣିଲ ଭାଉଜ ଥରେ ମନ୍ଦିରରେ ସନ୍ଧ୍ୟାବେଳେ ଭାଗବତ ପଢା ଚାଲିଥାଏ, ସୁର ପଣ୍ଡିତ ପଢୁଥାନ୍ତି ଓ ବୁଝାଉଥାନ୍ତି । ରଘୁପଣ୍ଡିତେ ମଧ୍ୟ ବସିଥାନ୍ତି । ଆମେ କୋଡିଏ ପଚିଶଜଣବସି ଶୁଣୁଥାଉ । କେଜାଣି ବହିର କେଉଁଧାଡିରୁ ‘ପାପ’ଶଦ୍ଦଟିଏ ଆସିଲା । ଆମ ଗାଁ ବଳିଆ ଭାଇ ପଚାରିଲା ପଣ୍ଡିତେ ଏ ‘ପାପ’ର ଅର୍ଥ କଣ । ସୁର ପଣ୍ଡିତେ କହିଲେ ଯାହା ସମାଜ ଗ୍ରହଣକରେନି ତାହା ‘ପାପ’ । ମଣିଷ ମାରିବା, ଚୋରିକରିବା, ଅନ୍ୟକୁ ଘୃଣାକରିବା, ପରସ୍ତ୍ରୀ ସଙ୍ଗେ ଶାରିରୀକ ସର୍ମ୍ପକ ରଖିବା, ମିଛକହିବା ଏ ସମସ୍ତ ଗୋଟିଏ ଗୋଟିଏ ପାପ । ମୁଁ ତ ମୂର୍ଖଟିଏ । ମୋର ମନେ ପଡିଗଲା ଥରେ ବୋଉ ସାଙ୍ଗରେ ମନ୍ଦିର ଯାଇଥିଲି ।
        ରାଧା କୃଷ୍ଣଙ୍କର ଯୁଗଳମୂର୍ତ୍ତିଙ୍କୁ ବୋଉ ମୁଣ୍ଡିଆମାରିଲା, ମୁଁ ମଧ୍ୟ ମୁଣ୍ଡିଆ ମାରିଲି । ସେତିକି ବେଳେ ବୋଉକୁ ମୁଁ ପଚାରିଲି ଆଛା ବୋଉ ଏ ମୃର୍ତ୍ତିଟିରେ ଜଣେତ କୃଷ୍ଣ ଜଣେତ ରାଧା ତେବେ ଏମାନଙ୍କ ମଧ୍ୟରେ ସମ୍ପର୍କ କଣ । ବୋଉ ମୋତେ ଉତ୍ତର ଦେଇଥିଲା  ସେ ହେଉଛନ୍ତି ଭଗବାନ । ମୁଁ ପୁଣି ପଚାରିଲି ରାଧା କୃଷ୍ଣଙ୍କର କଣ ହେବେ । ବୋଉ କହିଲା ମାଇଁ, ମୁଁ ସେହିଦିନଠାରୁ ଯାଣିଗଲି ଏ ହେଉଛନ୍ତି ମାଇଁଭଣଜାଙ୍କର ମୃର୍ତ୍ତି । ମାଇଁଭଣଜା ଅତି ସ୍ନେହରେ ଛନ୍ଦାଛନ୍ଦି ହୋଇ ଠିଆହୋଇଛନ୍ତି ।
       ହଠାତ୍ ସେହିକଥାଟି ମୋର ମନେ ପଡିଗଲା । ମୁଁ ମଧ୍ୟ ସୁର ପଣ୍ଡିତଙ୍କୁ ପଚାରିବାକୁ ଲାଗିଲି ଆଛା ପଣ୍ଡିତେ ମୋ ବୋଉ ତ କହୁଥିଲା  ଆମ ଏ ମନ୍ଦିରରେ ଯେଉଁ ଭଗବାନଙ୍କର ରାଧାକୃଷ୍ଣ ମୃର୍ତ୍ତି ଅଛନ୍ତି ସିଏ ବା କୁଆଡେ ଭଣଜା ମାଇଁ । ସେମାନେ ତ ଛନ୍ଦାଛନ୍ଦି ହୋଇ ଅତି ସ୍ନେହରେ ଛିଡା ହୋଇଛନ୍ତି । ତେବେ ସେ କଣ ‘ପାପ’ କରୁଛନ୍ତି ।  କାରଣ ଆପଣ କହୁଛନ୍ତି ପର ସ୍ତ୍ରୀ ସଙ୍ଗେ ଶାରିରୀକ ସମ୍ପର୍କ ରଖିବା ଏକ ‘ପାପ’ ।
        ସୁର ପଣ୍ଡିତ ହଠାତ୍ ମୋ ଉପରେ ରାଗିଯାଇ କହିଲେ  ଆରେ ତୁ ତ ଗୋଟିଏ ମୂର୍ଖ । ତୁ କଣ ବୁଝି ପାରିବୁ । ମୋର ସ୍ୱର ଟିକେ କ୍ଷିଣ ହୋଇଗଲା । ମୁଁ କହିବାକୁ ଲାଗିଲି ପଣ୍ଡିତେ ଆପଣ ଆଶୀର୍ବାଦ ଟିକେ କରନ୍ତୁ ଏ ମୂର୍ଖର ଜୀବନରେ ଟିକେ ପରିବର୍ତ୍ତନ ଆସୁ । ପଣ୍ଡିତେ କହିଲେ ଶୁଣୁ ତୋ ବୋଉ ଯାହା କହିଛି କିଛି ଭୂଲ୍ କହିନି । ରାଧା ହେଉଛନ୍ତି କୃଷ୍ଣଙ୍କର ମାଇଁ । ହେଲେ ସେମାନଙ୍କ ଭିତରେ ଯେଉଁ ସମ୍ପର୍କ ତାହା ଅନନ୍ତ ପ୍ରେମ । ମୁଁ ପଚାରିଲି ପଣ୍ଡିତେ ଅନନ୍ତ ପ୍ରେମ କଣ । ପଣ୍ଡିତେ କହିଲେ ଯେଉଁ ପ୍ରେମ ଆବିଳତା ଓ କାମନା ରହିତ ସେହି ଅନନ୍ତପ୍ରେମ । ଏ ପ୍ରେମ ଚିରଶାସ୍ୱତ, ଅମ୍ଳାନ, ଆଉ ଏ ପ୍ରେମ ସାମାଜିକ, ଶାରିରୀକ ଓ ମାନସିକ ସମ୍ପର୍କର ବହୁ ଉର୍ଦ୍ଧ୍ୱରେ । ଏସମ୍ପର୍କ କୌଣସି ପାର୍ଥକ୍ୟକୁ ବୁଝିପାରେନା କିମ୍ବା ବୁଝିବାକୁ ଚେଷ୍ଟାମଧ୍ୟ କରେନା । ପ୍ରଭୁ ଶ୍ରୀକୃଷ୍ଣ ହେଉଛନ୍ତି ଜଗତ କର୍ତ୍ତା, ଜଗତ ଧାରକ । ସେ ହେଉଛନ୍ତି ଲୀଳାମୟ । ତେଣୂୁ ଏ ଯେଉଁ ଅନନ୍ତପ୍ରେମ ତାଙ୍କ ଲୀଳାର କିୟଦ ଅଂଶ । ସୁର ପଣ୍ଡିତଙ୍କ ଏ ସବୁ କଥା ମୋ ଭଳି ମୂର୍ଖପାଖରେ ମୋତେ ଲାଗିଲା ମୂଲ୍ୟହୀନ । 
      ବଏତେ ସବୁ ମହତ କଥା ମୋ ମୁଣ୍ଡକୁ ଗୋଳ ମାଳିଆ କରିଦେଲା । ତାରି ଭିତରେ ସୁର ପଣ୍ଡିତେ କହୁଥାନ୍ତି ତତ୍ତ୍ୱକୁ ଗଲେ ରତ୍ନ ମିଳେ । ତତ୍ତ୍ୱ ଯିବାପାଇଁ ଜ୍ଞାନର ଆବଶ୍ୟକ । ରାଧାକୃଷ୍ଣଙ୍କର ଅନନ୍ତ ପ୍ରେମକୁ ଜାଣିବାକୁ ହେଲେ ଗୁଢ ତତ୍ତ୍ୱକୁ ପ୍ରଥମେ ବୁଝିବାକୁ ପଡିବ ।
       ମୁଁ କହି ଉଠିଲି ପଣ୍ଡିତେ ଏ ଦୁନିଆରେ ମୋଭଳି ତ ଅନେକ ମୂର୍ଖ ଅଛନ୍ତି ସେମାନେ ତତ୍ତ୍ୱର ଅର୍ଥକଣ ବୁଝିବେ?
       ଅତି ସରଳ କଥାରେ କହିବାକୁ ଗଲେ ଯେ କୈଣସି ସାଧାରଣ ଲୋକ ଭଗବାନ ରାଧାକୃଷ୍ଣଙ୍କର ଏହିସୁନ୍ଦର ଯୁଗଳ ମୂର୍ତ୍ତିକୁ ସାଧାରଣ ଭାବରେ ଦେଖିଲେ ଜଣେ ପୁରୁଷର ପର ସ୍ତ୍ରୀ ସହିତ ସମ୍ପର୍କ ନୂହେଁତ ଆଉ କଣ କହିବ ?
       ପଣ୍ଡିତେ ମୋତେ ରାଗ ତମତମ ହୋଇ କହିଲେ ଆରେ କାଶୀ ତୁ ଚୁପ୍ ବସୁନୁ କାହିଁକି?
        ତୁ କିଛି ଯାଣିନୁ । ମୁଁ ଭୟରେ ଶଙ୍କିଯାଇ ଚୁପ୍ ବସି ପଡିଲି ହେଲେ ରଘୁ ପଣ୍ଡିତେ କହି ଚାଲିଲେ । କାଶୀ କହୁଥିବା କଥାକୁ କେବେ ବି ଆମେ ସମ୍ପୂର୍ଣ୍ଣ ଭୂଲ୍ କହି ପାରିବାନି । ମନୁଷ୍ୟ ସଂସାରରେ ଯାହା ଦେଖେ ସବୁକଣ ସତ, ଯାହା ନ ଦେଖେ ତାହା ମଧ୍ୟ ସତ୍ୟ । ସେଦିନ ଏପରି ଯୁକ୍ତିରେ ଭାଗବତ ପଢା ସରିଥିଲା । ମୁଁ ମନ୍ଦିରରୁ ଫେରିଆସି ମୋ ବୋଉ ପାଖରେ ଏହି ପ୍ରଶ୍ନ ପଚାରିବାରୁ ମୋ ବୋଉ ମୋତେ କହିଲା ଆରେ ବାପା ଭଗବାନଙ୍କ ବିଷୟରେ ଏପରି ଭାବିବା ଜୀବନରେ ବଡ ଭୂଲ୍ । ମୁଁ କହିଲି ମା ତୁ କହିଲୁ ଦେଖି ଆମ ଗାଁରେ ମନ୍ଦିରରେ ରାସ ସମୟରେ ଶ୍ରୀକୃଷ୍ଣ କେତେ ଗୋପୀ ମାନଙ୍କ ସହିତ ନାଚନ୍ତି ଓ ଗୀତ ଗାଆନ୍ତି । ସେ ଗୋପୀମାନେ ତ ପୁଣି ସମସ୍ତେ ପରସ୍ତ୍ରୀ ନା । ସେତେବେଳେ ଭଗବାନ କଣ ‘ପାପ’ କରୁନଥିଲେ ।
       ତାହେଲେ ଭାଉଜ ତୁମେ ବର୍ତ୍ତମାନ ମୋତେ କୁହ ‘ପାପ’ କଣ ?
     ମୋ ପାଖରେ ଏ ଭଳି ପ୍ରଶ୍ନର ଉତ୍ତର ନଥିଲା । ଆଛା ଭାଉଜ ତାହା ହେଲେ ତୁମେ କୁହ ଭଗବାନ ଶ୍ରୀକୃଷ୍ଣ ତାଙ୍କ ମାଇଁ ରାଧାଙ୍କ ସହ ସମ୍ପର୍କ ରଖି କଣ ପାପ କଲେନି, ନା ଗୋପୀମାନଙ୍କ ସାଙ୍ଗରେ  ନାଚ ଓ ଗୀତରେ ଜୀବନ ବିତାଇ ପାପ କରିନାହାନ୍ତି । କାଶୀର ଏ ଭଳି ପ୍ରଶ୍ନ ଶୁଣି ମୁଁ ବିସ୍ମୟ ହୋଇ ଯାଉଥାଏ । ମୁଁ ଭାବି ପାରୁ ନଥାଏ ୟାକୁ ଏ ଘରେ ଚାକର କରି କିପରି ରଖାଯାଇଛି । ଏ ମୂର୍ଖ ହେଲେ ମଧ୍ୟ ଜ୍ଞାନୀ ଭଳି ଯୁକ୍ତି କରିପାରୁଛି । ମୁଁ ରାଜନୀତି ବିଜ୍ଞାନ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପି.ଜି. କରିଥିଲେ ମଧ୍ୟ ଏଭଳି ପ୍ରଶ୍ନ ମୋ ଜୀବନ ରେ କେବେବି ମୋ ମନରେ ଆସିନଥିଲା । ଆମ ଘରେ ମୁଁ ଦୀର୍ଘ ୭ ବର୍ଷ କାଳ ପ୍ରତିଦିନ ସନ୍ଧ୍ୟାବେଳେ ୧୨ ସ୍କନ୍ଦ ଯାକ ଭାଗବତ ବହି ବହୁତ ଆଦରରେ ପଢିଛି ହେଲେ ଏ ଭଳି ଅଝଟିଆ ଓ ଭ୍ରମ ସୃଷ୍ଟିକାରି ପ୍ରଶ୍ନ କେବେବି ମୋ ମନରେ ଆସିନି ।
         ତା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ ସେଦିନ କହିଲି କାଶୀ ଭଗବାନଙ୍କ ବିଷୟରେ ଏଭଳି ଚିନ୍ତା କରିବାଟା ହେଉଛି ଜଘନ୍ୟ ପାପ ଓ ଅପରାଧ । କାରଣ ସେ ଲୀଳାମୟ, ତାଙ୍କ ଲୀଳାରେ ଏ ଜଗତ ର ପରିପ୍ରକାଶ । ସେ ଯାହା କରନ୍ତି ପ୍ରଣୀର ମଙ୍ଗଳ ପାଇଁ । ତାଙ୍କ ଲୀଳାରେ କିଛି ମହତ କଥା ଲୁଚିକରି ଥାଏ ।
       କାଶୀ ଉତ୍ତର ଦେଲା ତେବେ ଭଗବାନ ସତ କହିବା ଲୋକଙ୍କୁ ଭଲ ପାଆନ୍ତିନି ନା କଣ ?
        ସେତେବେଳକୁ ସକାଳ ୯ଟା ହୋଇଗଲାଣି । ମୁଁ କାଶୀକୁ କହିଲି ତୁ ଏଠାରୁ ପଳା ପରେ କଥାବାର୍ତ୍ତା ହେବା । ଏହାଥିଲା କାଶୀର ମୋର ପ୍ରଥମ ଶାରିରୀକ ମିଳନ । ହେଲେ ଏହାର ଯଥେଷ୍ଟ ଆଗରୁ ମୁଁ ତାକୁ ମନ ମଧ୍ୟରେ ଏକ ସ୍ୱତନ୍ତ୍ର ଯାଗା ଦେଇ ବସିଥାଏ କାରଣ ମୁଁ ସିନା ରାକେଶ ଙ୍କୁ ବାହା ହୋଇଛି ହେଲେ ମୋର ସୁଖ ଦୁଃଖ, ଭଲମନ୍ଦ, ରୋଗଶୋକରେ ସବୁବେଳେ ସେ ହିଁ ମୋର ସବୁକିଛି । ମୋ ପ୍ରତି ତାର ନିଷ୍ପାପ ସେବା ମୋତେ ତା ପାଖରେ ଗୌଣ କରିଦେଇଥାଏ ।
      ମୋ ପାଇଁ କାଶୀ ଏକ ବିଚିତ୍ର ଚରିତ୍ର । ତାକୁ ପାଖରୁ ବୋଧହୂଏ ଆଜିପର୍ଯ୍ୟନ୍ତ କେହି ଚିହ୍ନି ନାହାନ୍ତି । ସେ ଅ, ଆ ଠୁ ହ, କ୍ଷ ଏବଂ ଆଉ କେତେ ମାତ୍ରାକୁ ଛାଡିଦେଲେ କିଛି ସିନା ଲେଖି ଜାଣିନି କି ପଢିଜାଣିନି । ହେଲେ ତାର ସ୍ମରଣ ଶକ୍ତି ବହୁତ ପ୍ରଖର । ଯେତେ କଠିନ ଶବ୍ଦ ହେଉ ଅବା ବାକ୍ୟ ହେଉ ସେ ସହଜରେ ମନେ ରଖିଦିଏ ଆଉ ତାକୁ ପ୍ରାଞ୍ଜଳ ଭାବରେ କହିପାରେ । ପ୍ରତ୍ୟକ କଥାକୁ ସେ ଭାରି ମନକାନ ଦେଇ ଶୁଣେ । ହେଲେ ଆଜିର ସମାଜରେ ତାର ଛନ୍ଦକପଟହୀନ ଚରିତ୍ର ଓ ସର୍ବସମଭାବ ବ୍ୟବହାର ଆଜି ତାକୁ ବୋକାରେ ପରିଣତ କରିଦେଇଛି । ତାର ଦୁଃଖରେ ଲୁହ ନାହିଁ କିମ୍ବା ସୁଖରେ ଆତ୍ମହରା ନାହିଁ, ନିନ୍ଦାରେ ମନରେ ଗ୍ଳାନି ନାହିଁ କିମ୍ବା ପ୍ରସଂସାରେ ବିଭୋରତା ମଧ୍ୟ ନାହିଁ । ସେ ଗୋଟିଏ ସ୍ଥିତପ୍ରଜ୍ଞ କହିଲେ ଅତ୍ୟୁକ୍ତି ହେବ ନାହିଁ ।
        ଏତେ ବଡଘରେ ୩ ଜଣ ମଣିଷ କୁ ଛାଡିଦେଲେ କେହିନାହାନ୍ତି । ଗୁମାସ୍ତା ଆସନ୍ତି କେବଳ ଶ୍ୱଶୁର ବୁଢାଙ୍କ ପାଖରେ ଦିନ ଯାକରେ ଘଣ୍ଟେ ଦୁଇଘଣ୍ଟା ବସି ଚାଲିଯାଆନ୍ତି । ଯଦି ଦେଖାଯାଏ ଘରଟା ରେ ମୁଁ, ଶ୍ୱଶୁରବୁଢା ଓ କାଶୀ । ରାକେଶ ଝାରସୁଗୁଡାରୁ ଯଦି ଆସନ୍ତି ସେଇ ଶନିବାରେ ଆସନ୍ତି ଏବଂ ସୋମବାର ରାତି ୪ଟାରୁ ଚାଲିଯାଆନ୍ତି ହେଲେ ରାକେଶଙ୍କ ଘରକୁ ଆସିବାଟା ମୋତେ ସେତେ ଖୁସି ଦେଇନଥାଏ । କାରଣ ସେ ଅଦ୍ଭୁତ ସସ୍କାରର ବ୍ୟକ୍ତି । ସ୍ତ୍ରୀକୁ ଭଲପାଇବା କଣ ସେ କେବେବି  ଶିଖିନାହାନ୍ତି । ଶନିବାର ଘରକୁ ଆସିବା ସମୟରେ ଢୋଲେ ମଦ ପିଇକରି ଆସନ୍ତି । ରବିବାର ଦିନ ପାଇଁ ମଧ୍ୟ ସାଙ୍ଗରେ ମଦ ନେଇକରି ଆସିଥାନ୍ତି । କେବଳ ନାମକୁ ମାତ୍ର ମୋ ପାଖରେ ଖଟରେ ଶୁଅନ୍ତି । ବିବାହର ୧ବର୍ଷ ବିତିଗଲାଣି ବୋଧହୁଏ ସର୍ବମେଟ ୩ କିମ୍ବା ୪ ଥର ମୋ ସାଙ୍ଗରେ ଉପଭେଗ କରିଥିବେ । ଆଜିପର୍ଯ୍ୟନ୍ତ ମୁଁ ମଧ୍ୟ ଗର୍ଭବତୀ ହେବାରୁ ବôଞତ ।
        ତେଣୁ ଏ ବିରାଟ ଘରର ନୀରବତା ଭିତରେ ମୋ ମନର ମରୁଭୂମିରେ କେବଳ କାଶୀ ଯେ ସବୁକିଛି । ଯାହାକିଛି ମୋର ଦରକାର ହୁଏ ସବୁକିଛି କାଶୀ ହିଁ ଆଣେ । ଦେହ ଖରାପ ହେବା ସମୟରେ ଡାକ୍ତର ଆସନ୍ତି ଔଷଧ ଦେଇ ଯାଆନ୍ତି ହେଲେ ସେବା କହିଲେ କାଶୀ ହେଉଛି ମୋର ପ୍ରକୃତ ସେବକ । ତାକୁ ତ ଜଣାନାହିଁ ଏ ସ୍ତ୍ରୀ ଆଉ ପୁରୁଷ ମଧ୍ୟରେ ସମ୍ପର୍କ କଣ । ସେ କେବେ ବି କୌଣସି କାମନା ରଖି ମୋର ସେବା କରିବାର ମୁଁ ଦେଖିନି । ମୋ ଦେହ ଖରାପ ସମୟରେ ସେ ମୋ ଗୋଡ ଆଉଁସି ଦେଇଥାଏ । ମୋର ମୁଣ୍ଡର ଚୁଟିକୁ ଧରି ମୋ କପାଳକୁ ଘଷି ଦିଏ କହେ ଭାଉଜ ମୋ ବୋଉ କହେ ଏମିତି ମୁଣ୍ଡ ଘଷିଦେଲେ ଦେହ ଭଲହୋଇଯାଏ । ଏ
         ମିତି କେତେଥର ହୋଇଛି, ସେ ଯେତେବେଳେ ମୋର ସେବା କରୁଥାଏ ଇଚ୍ଛାହୁଏ ତାକୁ ଯାବୁଡି ଧରିବାକୁ, କୁଣ୍ଢେଇବାକୁ ହେଲେ ପ୍ରଥମେ ପ୍ରଥମେ ପରିବାରର ମାନ ମର୍ଯ୍ୟାଦାର ଦୁରତ୍ୱକୁ ନେଇ ଅତି ସର୍ନ୍ତପଣରେ ସମ୍ଭାଳିନିଏ । ଏମିତି ବି ଅନେକ ଥର ହୋଇଛି, ଗାଧୋଇକି ଲୁଗା ବଦଳିବା ସମୟରେ ମୁଁ ବାଥ୍‌ରୁମ୍ କୁ ମୋ ଶୁଖିଲା ଲୁଗା ନେବାକୁ ଭୂଲି ଯାଇଛି । ମୁଁ କାଶୀ କୁ ଡାକେ, ଆଉ ମୋଡାକ ଶୁଣିବା ମାତ୍ରେ ସେ ମୋ ଲୁଗା ଆଣି ବାଥ୍‌ରୁମ୍ ର ଦୁଆରକୁ ଚାଲିଆସେ । ମୁଁ ଜାଣିଶୁଣି ସେମିତି ଅର୍ଦ୍ଦନଗ୍ନ ଅବସ୍ଥାରେ ବାଥ୍‌ରୁମ୍ ଦୁଆର ଖୋଲି ହାତ ବଢାଏ ଲୁଗା ପାଇଁ । କେବେବି କୈାଣସି ପ୍ରକାରେ ମୁଁ ତାର ହାବ ଭାବରେ ପରିବର୍ତ୍ତନ ଦେଖିନି । ମୁଁ ଆଶ୍ଚର୍ଯ୍ୟ ହେଇଯାଏ କି ବିଚିତ୍ର ପିଲା । କେଉଁ ଉପାଦାନରେ ୟା ଶରୀର ଗଢାହୋଇଛି କେଜାଣି । ସେ ସେଠାରୁ ନିଶଙ୍କୋଚରେ ଚାଲିଯାଇଥାଏ ।
       ଛନ୍ଦ କପଟ ବୋଲି ବୋଧହୁଏ କଣ ସେ କେବେବି ବୁଝିନି । ଏକ କର୍ମପୂର୍ଣ୍ଣ ଶାନ୍ତ ଜୀବନ, ଭଗବାନ ତା ଜୀବନରେ ଭରି ଦେଇଥାନ୍ତି । ତାକୁ ସିନା କେହି ସମ୍ମାନ ଦିଅନ୍ତିନି ହେଲେ ବୋଧହୁଏ ପ୍ରାରବ୍ଧର କେଉଁ ପୁଣ୍ୟ କର୍ମ ବଳରେ ଆଜି ପର୍ଯ୍ୟନ୍ତ ତା ଜୀବନ ‘କାମନା’ ଶୂନ୍ୟ । ବୋଧହୁଏ ଭଗବାନ ବୁନ୍ଧଙ୍କର ‘କାମନାର ବିନାଶରେ ଦୁଃଖର ବିନାଶ’ର ଅର୍ଥକୁ କାଶୀ ସେ ତାର ପୂର୍ବଜନ୍ମରେ ସମ୍ପୁର୍ଣ୍ଣ ଅନୁଭବ କରି ଏ ପୃଥିବୀରେ ଜନ୍ମ ନେଇଛି । ଦେଖିବାକୁ ଗଲେ ଯଦି ଜଣେ ତତ୍ତ୍ୱଦର୍ଶୀ କାଶୀର ଜୀବନ ଦର୍ଶନକୁ ଅନୁଧ୍ୟାନ କରିବ ତେବେ ସେ ଅନୁଭବ କରିପାରେ ଏ ବସ୍ତୁବାଦି ଦୁନିଆରେ  ବୋଧହୁଏ କାଶୀ ହିଁ ପ୍ରକୃତ ପରମାତ୍ମାଙ୍କର ସବୁଠାରୁ ପ୍ରିୟ ବ୍ୟକ୍ତି । ଯିଏ ଯେତେବେଳେ ଯେଉଁ ମୁହୁର୍ତ୍ତରେ ତାକୁ ଖୋଜେ ଯଦି ସିଏ ଘରେ ଥାଏ ତେବେ ସିଏ ତାକୁ ଦେଖାକରେ ଏବଂ ତାହାର ଯାହା କାମ ପାଇଁ କୁହେ ନିଃସର୍ତ୍ତ  କରିଥାଏ ।
       ସେଦିନ ପରଠାରୁ କାଶୀ ଆଉ ମୋର ଚାକର ନୁହେଁ । ସେ ଦୁନିଆର ସବୁଠାରୁ ମୋର ଭଲସାଙ୍ଗ ଓ ଅତି ନିଜର ହୋଇଯାଇ ଥାଏ ଏମିତି ମଧ୍ୟ ମୋ ସ୍ୱାମୀଠାରୁ । ଯଦିଓ କାଶୀକୁ ସାମାଜିକ ପ୍ରତିଷ୍ଠା ମୋ ସ୍ୱାମୀ ହିସାବରେ ନଥାଏ କିନ୍ତୁ ସେ ପ୍ରକୃତରେ ମୋର  ହୃଦୟର ସ୍ୱାମୀ ହୋଇଯାଇଥାଏ । ହେଲେ ଆଶ୍ଚର୍ଯ୍ୟରକଥା କାଶୀ ପ୍ରଥମଥର ମୋତେ ଉପଭୋଗ କରିସାରିଥିଲେ ମଧ୍ୟ ପୁନର୍ବାର ଉପଭୋଗ କରିବା ପାଇଁ ତାର ଆଦ୍ୟୈ ଆଗ୍ରହ ନଥାଏ । ସତେ ଯେପରି କାମଶୂନ୍ୟ ମଣିଷଟିଏ । ମୁଁ ମୋର ଶରୀରର ଆବଶ୍ୟକତାକୁ ସମ୍ଭାଳି ନପାରି ଯେତେବେଳେ ଚାହେଁ ସେତେବେଳେ ତାକୁ ମୁଁ ବ୍ୟବହାର କରେ । ଯଦି ଭଗବାନଙ୍କ ନ୍ୟାୟାଳୟରେ ଆମଦୁଇ ଜଣଙ୍କର ବିଚାର ହୁଏ ତେବେ କାଶୀ ସମ୍ପୁର୍ଣ ନିର୍ଦ୍ଦୋଷ ।
        ସବୁ ଦୋଷମୋର, ମୁଁ ବି କଣ କରି ପାରିଥାନ୍ତି ?
ସେପଟେ ମୋ ବାପଘରକୁ ଯିବାର ଅବକାଶ ନାହିଁ । ବାପା ବୋଉ ତ ଆଉ ନାହାଁନ୍ତି । ବଡଭାଇ ମୋତେ ବିବାହ ଦେଇ ସାରିଲା ପରେ ସେ ଆଉ ଡେରାଡୁନରୁ ଫେରି ନାହାନ୍ତି । ସେ ତାଙ୍କର ସ୍ତ୍ରୀ ପିଲାଙ୍କୁ ଧରି ଡେରାଡୁନ୍ ରେ ଆଜକୁ ୬ ବର୍ଷ ହେଲା ରହୁଛନ୍ତି । ମୋର ମାମୁଁ ମାଇଁ ବି ସେ ପାରିକୁ କେବେ ଠୁ ଚାଲିଗଲେଣି । ବିବାହ ପୂର୍ବରୁ ବର୍ଷକୁ ପାଇଁ ଡେରାଡୁନ୍‌ରେ ଥିଲି । ମୋ ଭାଉଜ ମୋତେ ଆଦୈା ଭଲପାଆନ୍ତିନି । ତେଣୁ  ବିବାହର ପରଠାରୁ ଓଷା,ବାହା,ପୂନିଅ ପରବରେ କେବଳ କିଛି ଟଙ୍କା ମୋ ଶ୍ୱଶୁରଙ୍କ ପାଖକୁ ପଠାଇ ଦିଅନ୍ତି । ଆଜି ପର୍ଯ୍ୟନ୍ତ ବି ଥରେ ତାଙ୍କ ପାଖକୁ ଡାକିନେବା କଥା କହିନାହାଁନ୍ତି କିମ୍ବା ମୁଁ କାଶୀ ସାଙ୍ଗରେ ମିଶିଲା ପରେ ମୁଁ ଆଉ ସାଡେ ଯିବାକୁ ବି ମନ କରିନି । ରାକେଶଙ୍କର ଘରେ ସର୍ବଦା ଅନୁପସ୍ଥିତି ଏବଂ ଏତେ ବଡ ଘରର ନିର୍ଜନତା ମୋର ଓ କାଶୀର ସୁସମ୍ପର୍କକୁ ସେମିତି ମଝ୍‌ବୁତ୍ କରି ରଖିଲା । ହେଲେ କେବଳ ଶାରିରୀକ ଉପଭୋଗ ନୁହେଁ, କାଶୀର ଅନନ୍ୟ ଚିନ୍ତାଧାରା ବିଷୟରେ ମୁଁ ଧୀରେ ଧୀରେ ଜାଣିବାକୁ ପାଇଲି ।
        କାଶୀର ଦିନ ଚର୍ଯ୍ୟାରେ ସନ୍ଧ୍ୟା ବେଳେ ଗାଈବାଛୁରୀ ଖାଇବାକୁ ଦେଇ ଗାଁ ମନ୍ଦିରକୁ ବାହାରିଯାଏ । ମୋର ଭାରିଇଚ୍ଛା ମନ୍ଦିରକୁ ଯିବାପୂର୍ବରୁ ଗଣ୍ଡେ କଣ ଭଲକରି ଜଳଖିଆ ଖାଇକରି ଯାଉ କାରଣ ମନ୍ଦିରରୁ ଆସିଲା ବେଳକୁ ରାତି୯ଟା । ମନ୍ଦିରରୁ ଆସିଲା ପରେ ତାର ମୋର ସବୁଦିନ ୧ଘଣ୍ଟାଧରି କଥାବାର୍ତ୍ତା । ତାରି ଭିତରେ କାଶୀର ମନ୍ଦିରରୁ ଶୁଣିକି ଆସିଥିବା  କଥାଗୁଡିକର ଅଦ୍ଭୁତ ଯୁକ୍ତି ଓ ତାର ନିଷ୍କର୍ଷ ଉତ୍ତର । ଶ୍ୱଶୁର ପ୍ରାୟ ୯ଟାରେ ଖାଇକରି ଖଟଉପରେ ଗଡୁଥାନ୍ତି । ତାଙ୍କର କାଶୀଉପରେ ଏତେ ବିଶ୍ୱାସ ଯେ  ସେ କେବେ ସ୍ୱପ୍ନରେ ମଧ୍ୟ ଭାବିପାରିବେନି ଯେ ଆମଦୁଇଜଣଙ୍କ ଭିତରେ ଏଭଳି ଶାରିରୀକ ସମ୍ପର୍କ ଅଛି । ରାତି ୧୧ଟା ହେଲେ ଅଗଣା ଲାଇଟ୍ ବନ୍ଦ ହୁଏ । ତେଣୁ କାଶୀ ୧୦ଟା ୩୦ ଭିତରେ ତା ଘରକୁ ଚାଲିଯାଏ ।
       ସେ ଘରକୁ ଯିବା ପୂର୍ବରୁ ମୁଁ ତାକୁ ଖୋଇକି ଛାଡିବାକୁ ଭାରିଇଚ୍ଛା । ହେଲେ ଦିନେଦିନେ ଖାଏ ଆଉ ଦିନେଦିନେ ସେମିତି ପଳାଏ । ସେମିତି ପଳାଇଲେ ମନଟା ଭାରି କଷ୍ଟ ଲାଗେ । ସତ କହିବାକୁ ଗଲେ ତାକୁ ତୁ ବୋଲି କହିବାକୁ ଆତ୍ମା କହେନି ହେଲେ ଜମିଦାର ଘରର ମର୍ଯ୍ୟାଦା ପାଇଁ ତୁ କହିବାକୁ ପଡିଥାଏ । ଜୀବନରେ ଅନେକ ଚରିତ୍ର ଦେଖିଛି ହେଲେ ମୁଁ ଏଭଳି ଏକ ଚରିତ୍ର ସହ ନିଜ ଜୀବନକୁ ଅନୁଭବ କରିବି ସ୍ୱପ୍ନରେ ମଧ୍ୟ ଭାବିନଥିଲି ।
       ଆମ ଦୁଇଜଣଙ୍କ ଶାରିରୀକ ସମ୍ପର୍କ କେବଳ ଦିନ ବେଳାରେ ହିଁ  ସିମୀତ ଥାଏ କାରଣ ସନ୍ଧ୍ୟା ହେଲେ ମନ୍ଦିରରେ ପୂରାଣ ଓ ଭାଗବତ ଶୁଣିବା ତାଠାରୁ ସଂସାରରେ କାଶୀର ପ୍ରିୟ ପଦାର୍ଥ କିଛିନାହିଁ । ପୂରାଣ ଶୁଣି ସେ ୯ଟାରେ ମୋ ପାଖକୁ ଆସିଲେ ସେହି ବିଷୟରେ  ଗପିବାରେ ଅତ୍ୟନ୍ତ ଖୁସି । ତାର ସେ ଭାଗବତ ପୂରାଣ ଓ ମହାଭାରତ କଥା ଗୁଡିକ ରୁ ଯୁକ୍ତିର ଆଲୋଚନା ଗୁଡିକ ମୋତେ ବହୁତ ଆନନ୍ଦ ଦିଏ । ଆଉ ତାର ଖୁସି ଦେଖି ମୋର ଖୁସୀର ସୀମା କେବଳ ମୋ ବ୍ୟତିତ ଆଉ କେହି ଅନୁଭବ କରିପାରିବେନି ।
       ପ୍ରତିଦିନ ସକାଳ ୬ଟା ରୁ ଶ୍ୱଶୁରବୁଢା ଓ ଗୁମାସ୍ତା ଦୁହେଁ ଚାଲିଯାଆନ୍ତି ବଗିଚାରେ ସକାଳ ବୁଲାପାଇଁ ଓ ଫେରନ୍ତି ଯାହା ହେଉନା କାହିଁକି ଦିନ ୮ଟା ପରେ । ମୁଁ ସବୁଦିନ ପ୍ରାୟ ଭୋର ୫ଟାରୁ ଉଠିଯାଏ । ଶେଯର ୁଉଠିବା ପରେ ଘରଦ୍ୱାର ଓଳିଆଓଳି କରିବାରେ ଲାଗିଥାଏ । ରୋଷେଇ ଘର ଓ ବାସନ କୁସନ ସଫାସଫି କରୁକରୁ ପ୍ରାୟ ଦିନ ୬ଟା୩୦ ହୋଇଯାଏ । ସବୁଦିନ କାଶୀ  ସକାଳ ୬ଟାରେ ଆସି ଆମଘରେ ପହଞ୍ଚିଯାଏ ଏବଂ ତାର ଗାଈ ବାଛୁରି ମାନଙ୍କୁ ଖୁଆ ଖୋଇ କରିଦେଇ ପ୍ରାୟ ୬ଟା୩୦ ବେଳକୁ ଫ୍ରି ହୋଇ ସେ ଅଗଣାରେ ଆସି ପହଞ୍ଚିଯାଏ ।
       ଯଦି କଂସାବାସନ ମାଜୁଥିବାର ଦେଖେ ତେବେ ସାହାଯ୍ୟ କରିବାକୁ କୁହେ କିନ୍ତୁ ମୁଁ ତାକୁ କରିବାକୁ ଦିଏ ନାହିଁ । ପିଣ୍ଢାଉପରେ ବସିପଡେ ୟାଡୁ ସାଡୁ ଗପିଚାଲେ । ସାଧାରଣତଃ ତାର ସେହି ଗପଗୁଡିକ । ତାର ଗାଈକୁ ନେଇ କି ଚରେଇବାର କଥାହେଉ ନଚେତ୍ ମନ୍ଦିରରୁ  ଶୁଣିଆସିଥିବା ଭାଗବତ ୟା ପୁରାଣ କଥାହେଉ ।
      ପ୍ରତିଦିନ ପ୍ରାୟ ୬ଟା୪୫ରେ ମୁଁ ଗାଧୋଇବାକୁ ଗାଧୁଆ ଘରକୁ ପଶେ । ସେତେବେଳେ କାଶୀ ବାହାର ଅଗଣାରେ କଣସବୁ ୟାଡୁ ସାଡୁ କାମ କରିବାରେ ଲାଗିଥାଏ । ମୁଁ ଯେତେବେଳେ ସାୱାର୍ ତଳେ ମୋର ସମ୍ପୂର୍ଣ ନଗ୍ନ ଶରୀରକୁ ଓଦା କରିବା ଆରମ୍ଭକରେ ବେଶୀ ଇଚ୍ଛାହୁଏ କାଶୀ  ମୋପାଖକୁ ଆସନ୍ତାନି । ହେଲେ ଡାକି ପାରେନି । କାଶୀତ ସକାଳୁ ପ୍ରାୟେ ଗାଧାଏନି ତେଣୁ ମୁଁ ସେମିତି ଗାଧୋଇକରି ଓଦାଲୁଗା ଜୁଡୁ ବୁଡ ହୋଇ ମୋ ବେଡରୁମ୍ କୁ ଫେରେ ସେତିକି ବେଳେ କାଶୀକୁ ଡାକେ । କାଶୀମଧ୍ୟ  ଆସେ । ସେତେବେଳେକୁ ପ୍ରାୟ ସକାଳ ୭ଟା । ଘରେ କେହି ନଥାନ୍ତି । ମୁଁ ଦାଣ୍ଡ କବାଟଟା ବନ୍ଦକରି ଆସିଥାଏ ଭେରି । ତେଣୁ ସେହି ସମୟରେ ହିଁ ପ୍ରାୟ ଯେତେଥର ଇଚ୍ଛା କରେ କାଶୀକୁ ମୋ ବେଡ୍ ଉପରେ ଉପଭୋଗ କରେ । ଆଜି ପର୍ଯ୍ୟନ୍ତ ଯେବେବି ଆମର ଶାରୀରିକ ମିଳନ ହୋଇଛି କେବଳ ଏହି ଦିନରେ । କେବେବି ରାତିରେ ହୋଇ ପାରି ନାହିଁ । ସକାଳ ୭ଟା୪୫ ବେଳକୁ ମୁଁ ଦାଣ୍ଡ ଦୁଆର ଫିଟାଇ ଦେଇଥାଏ ଏବଂ ୮ଟାରେ  ଫେରିଆସି ପହଞ୍ଚନ୍ତି ଶ୍ୱଶୁର ବୁଢା ଓ ଗୁମାସ୍ତା ।
       ଧୀରେ ଧୀରେ ଶାରିରୀକ ଉପଭୋଗର ଆବଶ୍ୟକତା ଯେପରି ଆଶା ମେଣ୍ଟାଇ ଚାଲିଥାଏ  ସେହିପରି ଧୀରେ ଧୀରେ ତାର ଭଗବାନଙ୍କ ସମ୍ପର୍କରେ ଅଦ୍ଭୁତ ଯୁକ୍ତି ଓ ତାହାର ଉତ୍ତର ସବୁ ମୋର ମାନସିକ ଆବଶ୍ୟକତା ହୋଇ ଚାଲିଥାଏ । ପ୍ରାଞ୍ଜଳ ଭାବରେ ଗୀତା ଭାଗବତ ର ସାରମର୍ମ ଗୁଡିକୁ ପଣ୍ଡିତଙ୍କଠାରୁ ମନ୍ଦିରରୁ ବୁଝିକରି ଆସିଥାଏ ଯାହା ମୋତେ ତା ଠାରୁ ଶୂଣିଲାପରେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଉତ୍କଣ୍ଠା ଓ ଆନନ୍ଦ ମଧ୍ୟ ଲାଗେ ।  ହେଲେ ଯେବେଠାରୁ ମୁଁ ତାକୁ ‘ପାପ’ ଶଦ୍ଦଟି କହି ଦେଇଛି  ସେହି ଦିନଠାରୁ ସବୁବେଳେ ତା ମୁଣ୍ଡରେ ଏକ ବିରାଟ ପ୍ରଶ୍ନ ।
       ଏ ‘ପାପ’ କଣ?
       ସେଦିନର ସେ ସୁର ପଣ୍ଡିତଙ୍କର ‘ପାପ’ ର ସଂଜ୍ଞା ସେ ହୃଦୟରେ ଆଦୈା ଗ୍ରହଣ କରିପାରୁ ନଥାଏ । ସେଦିନ ମନ୍ଦିରରୁ ଆସି ହଠାତ୍ ମୋ ବେଡରୁମ୍‌ର ପିଣ୍ଢାରେ ବସି ପଡିଲା । ମୋତେ କହିଲା ଆଛା ଭାଉଜ ମୋତେ ତୁମେ ଗୋଟେ କଥାକୁହ, ସୁର ପଣ୍ଡିତେ କହୁଥିଲେ ମଣିଷ ମାରିଲେ କୁଆଡେ ପାପ, ଆଛା ଗୀତାରେ ‘ଯଦାଯଦାହି ଧର୍ମସ୍ୟ’ ଏପରି ଗୋଟିଏ ଶ୍ଳୋକ ପଢି ଆଜି ରଘୁପଣ୍ଡିତେ କହିଲେ ଯେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନକୁ କହିଛନ୍ତି ଆରେ ଅର୍ଜ୍ଜୁନ ଯେତେବେଳେ ପୃଥିବୀ ବକ୍ଷରେ ଅଧର୍ମ  ବଢିଯାଏ, ଧର୍ମନଷ୍ଟ ହୋଇଯାଏ ସେତେବେଳେ ମୁଁ ଜନ୍ମନିଏ ଏବଂ ଦୁଷ୍ଟମାନଙ୍କୁ ମାରି ସନ୍ଥମାନଙ୍କୁ ତାରଣ କରେ ଓ ଧର୍ମ ସଂସ୍ଥାପନ କରିଥାଏ ।
       ଅର୍ଜୁନ ସେତେବେଳେକୁ କୁଆଡେ ନିଜର ଧନୁ ଓ ଶରକୁ  ଦୁଃଖରେ ତଳେ ଥୋଇଦେଇଥାନ୍ତି, କହୁଥାନ୍ତି ମୁଁ ଯେଉଁମାନଙ୍କୁ ଏଇ ଯୁଧ୍ୟରେ ମାରିବାକୁ ଆସିଛି  ସେମାନେ ସମସ୍ତେ ମୋର ନିଜର ଲୋକ ତେଣୁ ସେମାନଙ୍କୁ କେମିତି ମାରିବି?
         ତାକୁ ବୁଝେଇଛନ୍ତି ରେ ଅର୍ଜ୍ଜୁନ ତୁ ଯାହା ଦେଖୁଛୁ ତାହା ମିଛ । ତୁ ଏମାନଙ୍କୁ ମାରିବୁ ଏକଥା ଆଦୈା ସତ୍ୟ ନୁହେଁ । ଏମାନଙ୍କୁ ମୁଁ ଅନେକଥର ମାରିଛି ଓ ଜନ୍ମଦେଇଛି । ତୁ ନିମିତ ମାତ୍ର । ତୁ ମାରିଲେ ଯେ ତୋର ପାପ ହେବ ଏକଥା ସର୍ମ୍ପୁର୍ଣ୍ଣ  ମିଥ୍ୟା । ଯାହା ଏ ସଂସାରରେ ଘଟୁଛି ସବୁ ମୋର ଲୀଳା । ବାସ୍ ତୁ ଯାହା କର୍ମ କରୁଛୁ ମନରୁ ‘ମୁଁ’ କରୁଛି ବୋଲି ଭାବନା ସମ୍ପୁର୍ଣ ଛାଡିଦେଇ ସେ କର୍ମ କର ଓ କର୍ମର ଫଳକୁ ମୋତେ ସମର୍ପଣ କରିଦେ । ତୁ ଅଚିରେ ମୋ ଶରୀରରେ ଲୀନ ହୋଇଯିବୁ । ମୋକ୍ଷ ପ୍ରାପ୍ତି ହେବୁ । ତୋର ଆତ୍ମା ପରମାôରେ ମିଳିଯିବ ଆଉ ତୋର ପୂନର୍ଜନ୍ମ ହେବନାହିଁ କି ସଂସାରର ଦୁଃଖ ଆଉ ଭୋଗିବୁ ନାହିଁ । ଭଗବାନଙ୍କର ଜ୍ଞାନବାଣୀରେ ଅର୍ଜ୍ଜୁନର ମୋହ ଦୂର ହୋଇଛି ଓ ସେଇଠି ଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖିଛନ୍ତି ।
        ତାହେଲେ ଭାଉଜ ଭଗବାନ କହିଲେଯେ ଯଦି କୌଣସି କାମ କରିବା ସମୟରେ ଯଥା ଯୁଦ୍ଧରେ ମଣିଷ ମାରିବା ସମୟରେ ନିଜେ ମାରୁଛୁ ବୋଲି ଭାବନାଟା ଛାଡିଦେବ ଆଉ ଜୀବନର ସମସ୍ତ କର୍ମ ଫଳକୁ ଭଗବାନଙ୍କୁ ଅର୍ପଣ କରିଦେବ ତେବେ ‘ପାପ’ ମଧ୍ୟ ହେବ ନାହିଁ । ତାପରେ ରଘୁ ପଣ୍ଡିତେ କହି ଚାଲିଲେ । ‘ପାପପୂଣ୍ୟ’ ଦୁଇଟି ପରସ୍ପର ପରିପୂରକ ଅବସ୍ଥା । ଗୋଟିଏ ଟଙ୍କାର ଦୁଇଟି ପାଶ୍ୱର୍ । ଯେଉଁଠି ପାପ ନାହିଁ ସେଠି ପୂଣ୍ୟ ନାହିଁ । ‘ପୂଣ୍ୟ’ର ଜନ୍ମ ‘ପାପ’ରୁ ଏବଂ ‘ପାପ’ର ରୂପାନ୍ତର ମାତ୍ର ‘ପୂଣ୍ୟ’ । ଏମିତି ଆଲୋଚନା ହେଉଥାଏ । ରଘୁ ପଣ୍ଡିତେ ଓ ସୁର ପଣ୍ଡିତଙ୍କ ମଧ୍ୟରେ କଥା କଟାକଟି ଚାଲିଥାଏ । ସମୟ ସେଦିନ ସରି ଆସିଥାଏ । କଥାପୁଣି ତା ପରଦିନକୁ ରହିଲା । ସମସ୍ତେ ମନ୍ଦିରରୁ ବିଦାୟ ନେଲେ । ଏତିକି କଥା କହିଲା ବେଳକୁ ରାତି ଆସି ୧୦ଟା୨୦ ହେଲାଣି । ମୁଁ କହିଲି କାଶୀ ତୁ ଖାଇଦେଇ ଯାଆ । ସିଏ ମନା କରି କହିଲା ଯେ ତା ବୋଉ ଅପେକ୍ଷା କରିଥିବ ।
         ମୁଁ ଆସୁଛି । ଆଖି ପିଛୁଳାକେ ସେ ସ୍ଥାନ ପରିତ୍ୟାଗ କଲା । ମନଭାରି କଷ୍ଟ ଲାଗୁଥିଲେ ମଧ୍ୟ କିଛି କରିପାରେନି । ବେଡ୍‌ରେ ଯାଇ ଶୋଇଲାପରେ କେବଳ କାଶୀ କଥା ମନେ ପଡେ । ମନେ ମନେ ଭାବେ ଭଗବାନ କାହିଁକି ତାକୁ ମୋ ସ୍ୱାମୀ କଲେନି । ତାର ମୋ ପାଖରେ ବେଡ୍ ଉପରେ ଉପସ୍ଥିତକୁ ବହୁତ ଆବଶ୍ୟକତା ସବୁଦିନ ମନେ କରୁଥିଲେ ମଧ୍ୟ ମୁଁ କିଛି କରିବାର ପରିସୀମା ଭିତରେ ନଥାଏ । ତା ପର ଦିନ କାଶୀ ତାର ସବୁ କାମ ସାରିଦେଇ ଗାଈ ନେଇ ପଳେଇଥାଏ ଆଉ ମୋତେ ଦେଖାଦେଇ ନଥାଏ । ମୁଁ ସକାଳର ଜଳଖିଆ ଖାଇବାକୁ ଡାକିଲା ବେଳକୁ ସିଏ ଘରେ ନଥାଏ ।
        ମୁଁ ଶ୍ୱଶୁରଙ୍କୁ ଯାଇ ପଚାରିଲି ବାପା, କାଶୀ କଣ ଆସିନି ନା କଣ ?
       ସେ କହିଲେ ସେ କଣ ଆଜି ଜଲଦି୍ ଗାଈ ନେଇତ ପଳାଇଲାଣି । ମୁଁ ଯାଇ ଦେଖିଲା ବେଳକୁ ଘରେ ଆଉ ଗାଈଗୋରୁ ନାହାନ୍ତି । ମନଟା ଭାରି ଦୁଃଖ ହେଲା । କେମିତି ପିଲାଟେ ସେ । ଟିକେ ସକାଳୁ ଦେଖା ହେଲାନି । କାହିଁକି କେଜାଣି ଏମିତି ମନେମନେ ଗୋଳେଇ ଘାଣ୍ଟି ହୋଇ ତାର ସନ୍ଧ୍ୟା ଫେରନ୍ତା ବାଟକୁ ଚାହିଁ ବସିଥାଏ । ସନ୍ଧ୍ୟା ୫ଟା ବେଳକୁ ଗାଈଗୋରୁ ଆଣି ଗୁହାଳରେ ବାନ୍ଧିସାରିଲା ପରେ ଆସି ଡାକ ପକେଇଲା ଭାଉଜ ଭାଉଜ । ମୁଁ ରାଗରେ ଥାଏ । ସେ ଦୁଇ ତିନି ଥର ଡାକିଲା ପରେ ମଧ୍ୟ ଶୁଣୁ ନଥାଏ । ମୋତେ  କହିଲା  ଭାଉଜ, ଦେହ ଭଲ ନାହିଁନା କଣ । ଏହା କହି ତା ହାତଟା ଆଣି ମୋ ବେକ ପାଖରେ ଲଗେଇ ଦେଇ  ଦେହ ତାତିଛି କି କଣ ଦେଖିବାକୁ ଲାଗିଲା ।
         ମୁଁ ଚିଡିଗଲି ଏବଂ ସ୍ନେହ ବୋଳା ବରକ୍ତିରେ ତାର ହାତଟିକୁ  ଛଡେଇଦେଇ କହିଲି ମୋର କିଛି ହୋଇନି । ତେବେ କଣ ହୋଇଛି କହୁନ । ରାଗିଛ ନା କଣ । ମୁଁ ରାଗ ତମତମରେ କହିଲି ସକାଳ ପହରୁ ତୋର ଦେଖାନାହିଁ । କେତେବେଳେ ଆସି ତୁ ଗାଈ ନେଇ ପଳେଇଲାଣୁ ଟିକେ ହେଲେ ବି ମୁଁ ଯାଣିନି । ସେ କହିଲା ଭାଉଜ ବଡ ଭୋକ ଲାଗିଲାଣି । ମୁଁ ଜଳଖିଆ ଖାଇବି । ଭାତ ଖାଇବିନି । ମୋର ରାଗ ସବୁ କୁଆଡେ ମିଳେଇଗଲା । ତାକୁ ସଜପଖାଳ ଓ ଅନ୍ୟ ସବୁ ଯାହା ରାନ୍ଧିଥିଲି ବହୁତ ତରତର ହୋଇ ପିଣ୍ଢାରେ ଆଣି ଦେଇଦେଲି । ବହୁତ ଆଗ୍ରହରେ ସେ ଖାଉଥାଏ । ମୁଁ ତା ଆଗରେ ବସି ତାକୁ ଖାଲି ପେଟପୂରା ଦେଖୁଥାଏ । ଖାଇସାରି କହିଲା ଭାଉଜ ବହୁତଭଲ  ରୋଷେଇ ହୋଇଛି । ଏତିକି କହିଦେଇ ଚାଲିଗଲା । ତା ଫେରିଲା ବାଟକୁ ଚାହିଁ ବସିଥାଏ ।
        ମନ୍ଦିରରୁ ଫେରୁଫେରୁ ରାତି ୯ଟା ହୋଇଥିଲା । ସେ ଫେରିଲା ବେଳକୁ ମୁଁ ବେଡ୍ ଉପରେ ବସି ଶାଢୀର ପ୍ରେସ୍ କରୁଥାଏ । ଆସି ବାରଣ୍ଡାରେ ବସି ପଡି ଆରମ୍ଭ କରି ପକେଇଲା ତାର ଜ୍ଞାନର ଗୁମର ପେଡି । ସତେ ଯେପରି ସଂସାରରେ ମୂର୍ଖ ବୋଲି ପରିଚିତ ଏକ ଜ୍ଞାନଯୋଗୀ । ଆଉ ମୁଁ ୟାରି ଭିତରେ ତାର ଯୋଗିନୀ ହୋଇଗଲାଣି । ତାଠୁ ସବୁ ଆଧ୍ୟାତ୍ମ ଜ୍ଞାନର କଥା ଶୁଣି ଶୁଣି ଏବେ ମୋର ଶାରିରୀକ ସମ୍ଭୋଗ ସହିତ ଜ୍ଞାନର ପିପାସା ମଧ୍ୟ ବହୁତ ବଢିଗଲାଣି । ମୁଁ ପଚାରି ବସିଲି କାଶୀ ଆଜି କଣ କଥା ପଡିଲା ।
        କାଶୀ କହିଲା ଭାଉଜ ଆଜି ଭାଗବତ ପଢା ହେଲାନି କାରଣ ପଣ୍ଡିତେ ଆସିନଥିଲେ । ମନ୍ଦିର ରାଧାକୃଷ୍ଣଙ୍କର ସବୁ ଆସବାପତ୍ର ବହୁଦିନ ହେଲା କୋଠ ଘର ଭିତରେ ଅବେଇଛତର ହୋଇ ପଡିଥିଲା ତେଣୁ ଗୋଷେଇଁ କହିଲେ କାଶୀ ଆସୁନୁ ଟିକେ ଏଗୁଡାକ ସବୁ ସଜାଡି କରି ରଖିଦେବା । ତେଣୁ ଗୋଷେଇଁଙ୍କର ମୋର ସେହି କାମରେ ଲାଗିପଡିଲୁ । ରାଧାକୃଷ୍ଣଙ୍କର କୀରିଟି,ପାଟବସ୍ତ୍ର, ନୁପୁର, ନୋଥ, ଝୁମ୍ପା, ମୟୁରଚନ୍ଦ୍ରିକା ସବୁ ଅନେକ ଗହଣା, ମଧ୍ୟ ଅବେଇଛତ୍ର ହୋଇ ପଡିଥିଲା । ତେଣୁ ତାକୁ ସଜାଡି କରି ରଖୁଥିଲୁ । ଏତିକି ପରେ କାଶୀ କହିଲା ଆଚ୍ଛା ଭାଉଜ ତୁମେ ଜଣିଛ ଗତ ଶ୍ରାବଣ ମାସରେ ମନ୍ଦିରରେ ବ୍ରହ୍ମପୁରାଣ ପଢାଚାଲିଥାଏ ।
        ସେଦିନ ରଘୁ ପଣ୍ଡିତେ ପୁରାଣ ପଢି ବୁଝାଉଥାନ୍ତି । ସେକହୁଥାନ୍ତି ଏ ବ୍ରହ୍ମାଣ୍ଡ ଆତ୍ମାମୟ । ଏ ଆତ୍ମା ପାପପୁଣ୍ୟ ର ପରେ । ପ୍ରତିଟି ଆତ୍ମାର ଅହରହ ଇଚ୍ଛା ଓ ପ୍ରଚେଷ୍ଟା ଯେ ସେ ପରାମାତ୍ମାଙ୍କ ସାଙ୍ଗରେ ବିଲୀନ ହୋଇଯିବା ପାଇଁ ଯେଉଁଠାରେ ନାହିଁ ପାପପୂଣ୍ୟ,ଦୁଃଖସୁଖ,ଶୋକସନ୍ତପ୍ତ,ଜନ୍ମମରଣ । ଆତ୍ମା ଯଦି ପରମାତ୍ମାଙ୍କ ସହ ମିଶିଯାଏ ତେବେ ଆତ୍ମାର ଆଉ ପୁନଃ କଳେବର ଧାରଣ ହୁଏ ନାହିଁ । ସେ ଚିର ଶାସ୍ୱତ ଆନନ୍ଦରେ ସଦା ସର୍ବଦା ବିହାର କରେ । ଆମାô ପରମାତ୍ମା ସହିତ ମିଶିଯିବା ପାଇଁ ଗୋଟିଏ ମାଧ୍ୟମ ନିଶ୍ଚିତ ଦରକାର । ମାଧ୍ୟମ ବିନା ଆତ୍ମା କେବେବି ପରମାତ୍ମାଙ୍କର ସଂସର୍ଗ ଲାଭ କରିପାରେନି ।
        ସଂସାରରେ ଯେତେ ମାଧ୍ୟମ ସେମାନଙ୍କ ମଧ୍ୟରୁ ମନୁଷ୍ୟ ହିଁ ସବୁଠାରୁ ସର୍ବୋତ୍ତମ ମାଧ୍ୟମ । ଏହା ପୂର୍ବଜନ୍ମମାନଙ୍କର ଅମ୍ଳାନ ପୂଣ୍ୟ କର୍ମର ଫଳ ସ୍ୱରୂପ ।  ଆତ୍ମାଟିଏ ସଂସାରରେ ଅବିରତ ବୁଲୁଥିବା ସମୟରେ କେଉଁପୁରୁଷ ଓ ନାରୀର ସଂମ୍ଭୋଗ ସମୟରେ ନାରୀର ଗର୍ଭାଶୟକୁ ପ୍ରବେଶ କରେ ଏବଂ ଏକ ଜୀବନର ସତ୍ତା ଧାରଣ କରେ । ଧୀରେ ଧୀରେ ନାରୀର ଗର୍ଭାଶୟରେ ତାହା ବଢିବାରେ ଲାଗେ । ଏକ ମାଂସ ପେଣ୍ଡୁଳାର ରୂପ ଧାରଣ କରି ଧୀରେ ଧୀରେ ତାହା ମନୁଷ୍ୟର କଳେବର ଧାରଣ କରେ । ସଂଭୋଗର ୬ ମାସ ବେଳକୁ  ସେ ପିଣ୍ଡଟି ସମ୍ପୂର୍ଣ ଶରୀର ଧାରଣ କରେ ଏବଂ ଗର୍ଭସ୍ଥ ଆତ୍ମାର ଆତ୍ମିକ ଇଚ୍ଛା ପରମାତ୍ମାଙ୍କର ସାନ୍ନିଧ୍ୟ ତାକୁ ଅହରହ ବ୍ୟଗ୍ର କରିବାରେ ଲାଗିଥାଏ ।
          କେଉଁଠି ମୋର ସେହି ପରମାତ୍ମା ମା ଗର୍ଭରେ ଖାଲି ଛଟପଟ ହୋଇ ଡହଳ ବିକଳ ହୋଇ ପରମାତ୍ମାକୁ ଖୋଜିଚାଲେ । ମା ଗର୍ଭରେ ସେ ଥିବା ବେଳେ ଅନେକ ଯନ୍ତ୍ରଣାରେ ଛଟ୍‌ପଟ୍ ହୁଏ । ଗର୍ଭରେ ଥିବା ବିଷ୍ଟା, ଲାଳ, ବଡବଡ କୃମି ପୋକ, ଓ ଦୁର୍ଗନ୍ଧ ପାଣି ତାକୁ ଅସ୍ତବ୍ୟସ୍ତ କରି ପକାନ୍ତି । ବହୁତ ବିକଳରେ ସେ ଚିତ୍କାର କରିଚାଲେ, ହେ ପ୍ରଭୁ! ହେ ପରମାତ୍ମା ! ତୁମେ ଏ ଯନ୍ତ୍ରଣାରୁ ମୋତେ ମୁକ୍ତିଦିଅ । ତୁମ ଚରଣରେ ମୋତେ ଆଶ୍ରୟ ଦିଅ ।
       ଗର୍ଭରେ କାଳ ବିତାଉଥିବା ଆତ୍ମାର କଷଣ ମା କିନ୍ତୁ ବୁଝି ପାରେନି । ଆତ୍ମାର ଗର୍ଭଭିତରେ ଯେତିକି କଷ୍ଟ, ମାର ମନରେ ସେତିକି ଆନନ୍ଦ । ଗର୍ଭରେ ଯେତେବେଳେ ଅସ୍ତବ୍ୟସ୍ତ ଜୀବନଟି ଛଟ୍‌ପଟ୍ ହେଉଥାଏ ମା ର ମନ ଅତ୍ୟନ୍ତ ଆନନ୍ଦ କାରଣ ସେ ବୋଧ କରେ ଯେ ତା ପିଲା ପେଟରେ ସୁରକ୍ଷିତ । ତାର ଗର୍ଭରେ ଅତି ଆକୁଳରେ ଘୂରିବୁଲିବା, ହାତଯୋଡି ପରମାତ୍ମାଙ୍କ ଧ୍ୟାନ କରିବା ଯନ୍ତ୍ରଣାରେ ଛଟ୍‌ପଟ୍ ହୋଇ ମାର ଗର୍ଭାଶୟରେ ହାତଗୋଡ ହଲେଇବା ବେଳେ ମା ମନରେ ଏକ ଅବ୍ୟକ୍ତ ମିଠା ଯନ୍ତ୍ରଣା ଯାହାକି  କେବଳ ଜଣେ ମା ହିଁ ବ୍ୟକ୍ତ କରିପାରିବ ।
       ଏମିତି ଅତି ଆକୁଳ ନିବେଦନ ଯେତେବେଳେ ପରମାତ୍ମାଙ୍କୁ  ଅସ୍ଥିର କରେ ସେତେବେଳେ ୧୦ମାସ ୧୦ଦିନ ହେଉ କିମ୍ବା ମୁକ୍ତିର ଶୁଭମୂହୁର୍ତ୍ତରେ ହେଉ ମା ଗର୍ଭରୁ  ମୁକ୍ତ ହୁଏ ଗର୍ଭସ୍ଥ ଜୀବନରୂପୀ ଆତ୍ମା । ଯେତେବେଳେ ଗର୍ଭରରୁ ସେ ମୁକ୍ତି ପାଇବାର ବାଟ ଫିଟିଯାଏ । ସେତେବେଳେ ତାର ମନରେ ଅଦ୍ଭୁତ ଆନନ୍ଦ । ଭକ୍ତିରେ ଭାବବିହ୍ୱଳ ହୋଇ ଦୁଇ ହାତକୁ ମୁଣ୍ଡ ଉପରକୁ କରି ଯୋଡି ପକାଏ । ବୋଧହୁଏ ଭାବିବସେ ମୋ ପରମାତ୍ମାର ସାନ୍ନିଧ୍ୟ ଆଉ ଅଳ୍ପ ସମୟ । ପ୍ରଭୁ ମୋର ପରୀକ୍ଷାର ଶେଷ ପାହାଚରେ ପହଞ୍ଚେଇ ସାରିଲେଣି । ଗର୍ଭସ୍ଥ ଜୀବନରେ ଆତ୍ମାର ଯେତେ ଆନନ୍ଦ ବଢେ ମା ର ଜନ୍ମ ଦେବା ବେଳରେ ସେତିକି କଷ୍ଟ । ମାର ସେ ଜନ୍ମଦେବା ବେଳର ଯନ୍ତ୍ରଣାକୁ ସଂସାରରେ ବୋଧହୁଏ ବର୍ଣ୍ଣନା କରିବାକୁ କେଉଁ କଲମର ସାମର୍ଥ୍ୟ ନାହିଁ । ଶେଷରେ ମା ଗର୍ଭରୁ ସବୁ କବାଟକୁ ଖୋଲି ଯେତେବେଳେ ଜୀବନଟି ଭୂମିଷ୍ଠ ହୁଏ, ସେତେବେଳେ ଜୀବନରୂପି ଆତ୍ମାଟି ନିଜର ଶରୀରର ମଥାଉପରେ ହାତ ଦୁଇଟି ଯୋଡିଥିବା ଅବସ୍ଥାରେ ହିଁ ହୋଇଥାଏ ।
        ବାସ୍ତବରେ ଏହା ପ୍ରାୟ ସମସ୍ତ ଉନ୍ନତ ପ୍ରାଣୀ ମାନଙ୍କର ଜନ୍ମ ସମୟରେ ଦେଖାଯାଇଥାଏ । ଭୂମିଷ୍ଠ ହେବାମାତ୍ରେ ଆତ୍ମାଟି ଭାବିନିଏ ଯେ ମୁଁ ମୋର ପରମାତ୍ମାଙ୍କ ପାଖକୁ ବୋଧହୁଏ ଆସିଗଲି । ତେଣୁ ବିକଳରେ କାନ୍ଦିଉଠେ ଓ ନିଜର ହାତଗୋଡ ବାଡେଇ ପକାଇ ପରମାତ୍ମାଙ୍କୁ ଖୋଜିଚାଲେ । ସତେ ଯେପରି ତାର ଉଦ୍ଦେଶ୍ୟ ପାଇଁ ସେ ବହୁତ ବ୍ୟାକୁଳ । ଆର୍ତ୍ତଚିତ୍କାର କରି ସେ ଡାକୁଥାଏ ହେ ପ୍ରଭୁ ! ଆପଣ କୁଆଡେ ଗଲେ । ତୁମ ପାଖକୁ  ମୋତେ ନେଇଯାଅ । ତାର ରାହା ଧରି ଗୋଡହାତ ଛାଟି କାନ୍ଦିବା ସମୟରେ ମା କିନ୍ତୁ  ଭାବେ ମୋ ପିଲାଟିକୁ ଭୋକ ହେଲାଣି । ତଳୁ ଉଠେଇ ଆଣି ନିଜ ସ୍ତନରୁ ଝରି ଆସୁଥିବା ପ୍ରଥମ ଖିରକୁ ତା ପାଟିରେ ଦେଇଦିଏ । ଯେତେବେଳେ ଜୀବନରୂପି ଆତ୍ମାଟି ଏଭଳି ମିଠା ଖିରର ଆସ୍ୱାଦନ କରିଦିଏ ସେ ପୁଣି ସଂସାରର ମାୟାରେ ଛନ୍ଦି ହୋଇଯାଏ ।
        ଯେଉଁ ପରମାତ୍ମାଙ୍କ ପାଇଁ ଆଜି ଏତେ କଷ୍ଟ ଏତେ ଯନ୍ତ୍ରଣା ପାଇ ଏତେ ବାଟ ଆସିଥିଲା ତାକୁ ହଠାତ୍ ଭୂଲିଯାଏ । ସଂସାରର ମାୟାରେ ପୁଣି ଛନ୍ଦିଛାନ୍ଦି ହୋଇଯାଏ । ପୁଣି ଶିଶୁ କିଶୋର ଅବସ୍ଥାକୁ ଆସି ଯଦି ପୂର୍ବ ଉଦ୍ଦେଶ୍ୟକୁ ଭୁଲେ ନାହିଁ ଏ ଜନ୍ମର କର୍ମ ତାକୁ ସେହି ପରମାମାôରେ ମିଶେଇ ଦେବାରେ ସାହାଯ୍ୟ କରେ । ଏତେ ସୁନ୍ଦର ଓ ଆଶ୍ଚର୍ଯ୍ୟ କଥା ଶୁଣି ସାରିଲା ବେଳକୁ ମୁଁ ଭାବ ବିହ୍ୱଳ ହୋଇପଡିଥାଏ । ଇଚ୍ଛା ହେଉଥାଏ କାଶୀର ପାଦତଳେ ମୁଣ୍ଡ ନଇଁ ଦେବାକୁ । କେତେଯେ ଜ୍ଞାନ କେତେଯେ କଥା ଜାଣିଛି ସେ ।
       ଏହା କହି କାଶୀ କହିବାକୁ ଲାଗିଲା ଯାଇଁଲ ଭାଉଜ ସେଦିନ ରଘୁ ପଣ୍ଡିତଙ୍କର ସେ ପୁରାଣ ପଢି ଏତିକି କଥା କହିଲାବେଳକୁ ମୋ ଆଖିରୁ କାହିଁକି କେଜାଣି ଦୁଇଟୋପା ଲୁହ ଝରିପଡିଥିଲା । ମୁଁ ଭାବିଲି ଏ ସଂସାର କେଡେ ବିଚିତ୍ର । ମୁଁ ମଧ୍ୟ ଗୋଟିଏ ଆତ୍ମା । ମୁଁ ସତରେ କଣ ପରମାତ୍ମାଙ୍କର ସାନ୍ନିଧ୍ୟ ଲାଭକରି ପାରିବି? ରଘୁ ପଣ୍ଡିତେ କହୁଥିଲେ ସଂସାରରେ ଯେତେବିଦ୍ୟା ଅଛି ସବୁଠାରୁ ଅଧ୍ୟାତ୍ମ ବିଦ୍ୟା ହେଉଛି ଶ୍ରେଷ୍ଠ ଏବଂ ଏହି ଗୁପ୍ତ ଅଧ୍ୟାତ୍ମ ବିଦ୍ୟାଠାରୁ ଆଉ ଶ୍ରେଷ୍ଠ କେହି ହୋଇପାରିବେ ନାହିଁ ।       
       ସମୟ ସେତେବେଳକୁ ରାତି ୯ଟା୩୦ ହୋଇଗଲାଣି । କାଶୀ ମୋତେ କହିବାକୁ ଲାଗିଲା ଆଛା ଭାଉଜ ନାରୀ ଆଉ ପୁରୁଷର ସମ୍ଭୋଗ ସମୟରେ ତ ସଂସାରରେ ଘୁରିବୁଲୁଥିବା ଆମାô ନାରୀ ଗର୍ଭକୁ ପ୍ରବେଶ କରିଥାଏ  ତେବେ ମୋତେ ଲାଗୁଛି  ତୁମର ଯେତେବେଳେ ମୋ ସହିତ ସଂଯୋଗ ହେଉଛି  ସେ କଣ ସମ୍ଭୋଗ ନୁହେଁ । କାହିଁ ଆଜିପର୍ଯ୍ୟନ୍ତ କେଉଁ ଆତ୍ମା ତୁମ ଗର୍ଭରେ ପ୍ରବେଶ କରିପାରିନି ତ । ଏଭଳି ପ୍ରଶ୍ନର ଉତ୍ତର ମୁଁ କଣ ଦେବି ନିଜେ ମଧ୍ୟ ବୁଝିପାରିଲିନି । କାଶୀର ଏ ଗଭୀର ଜ୍ଞାନ ଆଗରେ ମୋର ବୁଦ୍ଧି ଯେ ଏତେ ନଗନ୍ୟ ତାହା ମୁଁ ଭଲଭାବରେ ଜାଣିଗଲାଣି । ତା କଥାର ଉତ୍ତର ଦେବାକୁ ଯାଇ ମୁଁ କହିଲି କାଶୀ ଏହାର କରଣ ତୁ ମୋତେ କେତେବେଳେ ହେଲେ ତୋର ମନ ପ୍ରାଣ ଦେଇ ସମ୍ଭୋଗ କରିନୁ । ସେଇଥିପାଇଁ ବୋଧହୁଏ ବ୍ରହ୍ମାଣ୍ଡର କେଉଁ ଆତ୍ମା ମୋ ଗର୍ଭକୁ ଆସିନି ।
       କାଶୀର ଏ ସମସ୍ତ ଜ୍ଞାନ କଥା ଶୁଣିଶୁଣି ମୋର ଆତ୍ମାର ଇଚ୍ଛା କାଶୀଠାରୁ ମୋର ସନ୍ତାନ ଟିଏ ଦରକାର ।  ହେଲେ ଏ ସମାଜ କଣ ଗ୍ରହଣ କରିବ । ଏମିତି ଅନେକ କଥା ଭାବୁଥାଏ । କଥା ହେଉ ହେଉ ରାତି ୧୦ଟା ହୋଇଗଲାଣି । ବିଜୁଳି ଭଳି କାଶୀ କହିଲା ଭାଉଜ ମୁଁ ଆସୁଛି । ମୁଁ କହିବାକୁ ଲାଗିଲି କାଶୀ ରହ  ଗଣ୍ଡେ ଖାଇଦେଇ ଯା । କାଶୀ ଆଉ କିଛି ନଶୁଣି ଚାଲିଗଲା । ସେଦିନ ରାତିରେ ମୋ ଆଖିକୁ ପଲକ ପଡିନି । ରାତିଯାକ କାଶୀର ଆଧ୍ୟାତ୍ମ ଜ୍ଞାନ କଥା ଭାବିଭାବି ରାତି ପାହି ଯାଇଛି ।
     ସେଦିନ ଶନିବାର ରାକେଶ ଆସିବା କଥା । ଗତ ଶନିବାର ଦିନ ଆସିନଥିଲେ । ତାଙ୍କ ଆସିବା ନଆସିବାଟା ଆଜିକାଲି ମୋପଇଁ ଆଉ କିଛି ଅର୍ଥ ରଖୁନି ।ପ୍ରଥମ ପ୍ରଥମରୁ ମୁୁଁ ବହୁତ କାନ୍ଦୁଥିଲି, ଭଗବାନ କେଭଳି ପତିଟିଏ ଦେଲେଯେ, ଯିଏକି ନା ମୋର ଶାରୀରିକ ଓ ମାନସିକ ଆବଶ୍ୟକତାକୁ ବୁଝିପାରୁଛି । ହେଲେ ଭଗବାନ ବୋଧହୁଏ ମୋ ଜୀବନକୁ କାଶୀ ରୂପରେ ରଙ୍ଗେଇଦେଲେ ।  ରାକେଶଙ୍କ ଆସିବା ବାଟକୁ ଆଦୌ ନିଘା ନାହିଁ ହେଲେ ଯେହେତୁ ଅଗ୍ନୀକୁ ସାଖୀ ରଖି ହାତ ଧରିଛି ସାମାଜିକ ସଂମ୍ପର୍କ ତ ନିହାତି ରଖିବାକୁ ହିଁ ପଡିବ । ରାତି ଆସି ୮ଟା୩୦ ହେଲାଣି । କାଶୀ ମନ୍ଦିର ଯାଇଥାଏ । ରାକେଶ ଆସି ଘରେ ପହଞ୍ଚିଲେ । ସେମିତି ପୂର୍ବ ଭଳି ହସନାହିଁ କି ପ୍ରୀତି ଭରା ଟିକେ କଥା ମଧ୍ୟନାହିଁ । ହଉ ମୋ ତରଫରୁ ତାକୁ ବଦଳିବା ପାଇଁ ଲୁଙ୍ଗି ଓ ଗାମୁଛା ଆଣି ଦେଲି ।
       ଗୋଡ ହାତ ଧୋଇ ଲୁଙ୍ଗି ବଦଳିଲେ । ତାଙ୍କୁ ଖାଇବାକୁ ବାଢିଲି । ଖାଇବେ କଣ । କହିଲେ ମୁଁ ଟ୍ରେନ୍‌ରେ ଖ।।ଇଦେଇଛି । ଅଳ୍ପ ଗଣ୍ଡେ ଖାଇ ବେଡ୍‌ରୁମ୍ କୁ ଚାଲିଯାଇ ବେଡ୍ ଉପରେ ଶୋଇ ପଡିଲେ । ୯ଟା୧୦ରେ କାଶୀ ମନ୍ଦିରରୁ ଆସି ପହଞ୍ଚିଗଲା ଓ ସଙ୍ଗେ ସଙ୍ଗେ ପଚାରିଲା ସାନବାବୁ ଆସିଲେନି । ମୁଁ କହିଲି ହଁ । ଖଟ ଉପରେ ଶୋଇଛନ୍ତି । କାଶୀ ବେଡ୍‌ରୁମ୍ ଦୁଆରକୁ ଯାଇ ସେଇଠି ବାହାରେ ଠିଆ ହୋଇ କହିଲା ବାବୁ ନମସ୍କାର । ରାକେଶ କହିଲେ କାଶୀ ମୋତେ ନିଦ ଲାଗିଲାଣି ମୁଁ ଶୋଉଚି ତୁ ଯା ।
       କାଶୀ ସଙ୍ଗେ ସଙ୍ଗେ କହିଲା ଭାଉଜ ବୋଉ ଅପେକ୍ଷା କରିଥିବ ମୁଁ ଯାଉଛି । ଏହା କହି ସେ ଚାଲିଗଲା । ଅସହିଷ୍ଣୁ ଉଜୁଡା ପ୍ରେମର ଭାବକୁ ନେଇ ସବୁ ଘରର କାମ ସାରିଦେଇ ଶୋଇବାକୁ ଗଲି । ବେଡ୍‌ରେ ପହଞ୍ଚିଲା ବେଳକୁ ରାକେଶ ଘୁଙ୍ଗୁଡି ମାରିବା ଆରମ୍ଭ କରିସାରିଲେଣି । ଯନ୍ତ୍ରଣାରେ ଛଟ୍‌ପଟ୍ ହେଉଥାଏ ତଥାପି ନିଜର ଅବସ୍ଥାକୁ ସମ୍ଭାଳି ନପାରି ତାଙ୍କୁ ଯାବୁଡିଧରି ଶୋଇ ପଡିଲି । ରାତି ପାହିଗଲା । ରାକେଶ ଉଠି ବାହାରକୁ ଟିକେ ବୁଲିବାକୁ ଚାଲିଗଲେ । କାଶୀ ଆସି ପହଞ୍ଚିଗଲାଣି । କାଶୀ କହିଲା ଭାଉଜ ମନ ତ ନିଶ୍ଚୟ ଖୁସିଥିବ । ସାନବାବୁ ଆସିଛନ୍ତି । ମୁଁ କହିଲି କେତେ ଖୁସି ମୁଁ ତୋତେ ପରେ କହିବି । କାଶୀ କଣ ଭାବିଲା କେଜାଣି ସେ ସ୍ଥାନ ଛାଡି ଚାଲିଗଲା ।
       ନିଜ କାମରେ ସକାଳ ବୁଲା ସାରି ଆସି ଜଳଖିଆ ସାରିଦେଇ ଚାଲିଲେ ନିଜ ସାଙ୍ଗ ମାନଙ୍କ ସାଙ୍ଗରେ ମିଶିବାକୁ । ଯେମିତି ଦିନ ୨ଟା ହେଲା ପୁଣି ଗଣ୍ଡେ ଖାଇଦେଇ ଶୋଇଲେ । ୪ଟା ବେଳକୁ ଦାଣ୍ଡ ପିଣ୍ଢାରେ ବସି ତାସ୍ ଖେଳ ଚାଲିଲା  ଏବଂ ତାସ ଖେଳ ସାରିଦେଇ କୁଆଡେ ଯାଇ ରାତି ୮ଟା ବେଳକୁ ଘରକୁ ଫେରିଲେ । ଫେରିଲା ବେଳକୁ ଢୋଲେ ମଦ ପିଇ ଘରକୁ ଆସିଥାନ୍ତି । ମୋ କଥା ଆଉ ବୁଝୁଛି କିଏ । ସେମିତି ଗଣ୍ଡେ ଖାଇସାରି ଶୋଇପଡିଲେ କହିଲେ ମୋତେ ରାତି୪ଟା ରେ ଉଠାଇବାକୁ । ହେଲେ ସେଦିନ ମଦ ନିଶାରେ କି କଣ ଭଗବାନଙ୍କୁ ଜଣା ସ୍ନେହ ରହିତ ସଂଭୋଗ । ତାକୁ ଧର୍ଷଣର ଆଖ୍ୟା ମଧ୍ୟ ଦିଆଯାଇ ପାରିବ । ମୋତେ ବହୁତ ଦୁଃଖ ଲାଗିଲା । ପରିତାପର ଅବକାଶ ମଧ୍ୟ ନାହିଁ । ରାତି ୪ଟା ହେଲା, ମୁଁ ତାଙ୍କୁ ଡାକିଲି ସେ ଗାଧୋଇ ପାଧୋଇ ବାହାରି ପଡିଲେ ପୁଣି ଝାରସୁଗୁଡା ।
       ସକାଳ ହେଲା । କାଶୀ ଆସିକହିଲା ଭାଉଜ କାଲି ରାତିରେ ମୁଁ ଗାଈକାମ ସାରିଦେଇ ସିଧା ଘରକୁ ପଳେଇଲି ଆଉ ତୁମକୁ ଦେଖାକରିବାକୁ ଆସିପାରିଲିନି । ମୁଁ କହିଲି ହଉ ହେଲା କିଛି ନାହିଁ ଯେ ତୁ ମୋର ଗୋଟେ କାମ କରିବୁ । କାଶୀ କହିଲା କି କାମ ? ମୋର ଭାରି ଇଚ୍ଛାଥାଏ କାଶୀ ବୋଉ ଟିକେ ଆମ ଘରକୁ ଆସନ୍ତା ତା ସାଙ୍ଗରେ ଟିକେ କଥା ହୁଅନ୍ତି । ତେଣୁ କହିଲି ତୁ ଟିକେ ଯାଇ ତୋ ବୋଉକୁ ଆଣି ଆମଘରେ ଛାଡି ଦେଇ ଯା । ସିଏ ଆଜି ମୋତେ ଟିକେ ସାହାଯ୍ୟ କରିବେ । ଏହା କହି ଶ୍ୱଶୁରଙ୍କ ପାଖକୁ ଯାଇ କହିଲି ବାପା କାଶୀକୁ କୁହନ୍ତୁ ଟିକେ ତା ବୋଉକୁ ଆଣି ଏଇନେ ଆମଘରେ ଟିକେ ଛାଡିଦେଇ ଯିବ । କାରଣ ଘରଟିକେ ସଫା ସଫି କରିବାର ଅଛି । ମୋତେ ଟିକେ ତା ବୋଉ  ସାହାଯ୍ୟ କରିବ । ଶ୍ୱଶୁର କାଶୀକୁ ମଧ୍ୟ ସଙ୍ଗେ ସଙ୍ଗେ କହିଲେ । କାଶୀ ତା ବୋଉକୁ ଆଣି ଛାଡିଦେଇଗଲା ।
       କାଶୀ ବୋଉର ମୋର ଘର ସଫା କରିବାରେ ଲାଗିଥାଉ । ତା ସାଙ୍ଗରେ କଥା ଆରମ୍ଭ ନକରୁଣୁ ସେ ପଚାରିଲା ବୋହୁ ମା ସାନ ବାବୁ ତ କାଲି ଆସିଥେôବ । ମୁଁ କହିଲି ହଁ । ମୋର ମନର ଇଚ୍ଛା ତାକୁ ତମେ କହି ଓ ସମ୍ବୋଧନ କରିବାକୁ ହେଲେ ଜମିଦାରଘରର ଏଇଟା ଗୋଟେ ପରମ୍ପରା ବିରୋଧି କାମ । ତେଣୁ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟରେ ତାକୁ ତୁ ତା କରି କଥା କହୁଥାଏ । ମୋତେ ପଚାରିଲା ବୋହୁ ମା, ମୋ କାଶୀ ତାର କାମ ସବୁ ଠିକ୍‌ଠାକ୍ କରୁଛି ଟି, ମୂର୍ଖ ଟିଏ । ଆଜି ପଯ୍ୟନ୍ତ ଏ ସଂସାର ବିଷୟରେ କିଛି ଜାଣିନି । ସମସ୍ତେ ତାକୁ ବୋକାଟିଏ ବେଲି ଭାବନ୍ତି । ହେଲେ ବେଳେବେଳେ ସେ ମୋ ଆଗରେ ଆସି ଏମିତି ଗୋଟିଏ ଗୋଟିଏ କଥା କହିଦିଏ ମୁଁ ବୋକା ହୋଇ ଚାହିଁରହିଥାଏ । ମୁଁ ଭାବେ ମୋ ପୁଅ ତ ଗୋଟେ ବହୁତ ବଡ ଜ୍ଞାନୀ ହେଲେ ଏ ଦୁନିଆ ତାକୁ କାହିଁକି ବୋକା ଓ ମୂର୍ଖ ବୋଲି ଭାବୁଛି । ସମ୍ମାନ ବୋଲି ତାର କିଛି ଲୋଡାନାହିଁ । ତା ପାଖରେ ମାନ ଅପମାନଦୁଇଟି ଯାକ ସମାନ । ନିନ୍ଦା ପ୍ରଶଂସା ମଧ୍ୟରେ ଫରକ ଜାଣେନି କିମ୍ବା ଜାଣିଶୁଣି ଦୁଇଟିଯାକ ଏକା ବୋଲି ମନକରେ ମୁଁ ବି ଆଜିପର୍ଯ୍ୟନ୍ତ ବୁଝିପାରେନି । ତେଣୁଯଦି ଯେତେବେଳେ କଣ ଭୂଲ୍‌ଭଟକା କରୁଥିବ ତାକୁ କ୍ଷମା କରିଦେବ ।
        ମୁଁ କହିବାକୁ ଲାଗିଲି ତୁ ଜାଣିନୁ, ବୋଧହୁଏ କାଶୀ ଭଳି ପୁଅ ଯୋଉ ମା ସେମିତି ପୂର୍ବ ଜନ୍ମରେ ପୂଣ୍ୟ କାମ କରିଥିବ ତାକୁ ମିଳେ । ଏତେ ବଡ ଘରେ ସେ ତ ମୋପାଇଁ ସବୁକିଛି । ତାର କଥାବାର୍ତ୍ତା, ହାବଭାବ  ଓ ଚାଲିଚଳନ ମୋତେ ଏ ଘରେ ବଞ୍ଚିରହିବାର ଆକାକ୍ଷାଂ ବଢେଇ ଦେଇଛି । ମୁଁ ଚାହୁଁ ନଥାଏ କାଶୀ ବୋଉ କିଛି କାମ କରୁ ବୋଲି । ଏମିତି କଥା ହେବା ଭିତରେ ତାକୁ ମଧ୍ୟ ମୁଁ ଖାଇବାକୁ ଦେଇଛି । ଦ୍ୱିପହର ଖାଇବା ସରିଲାପରେ ସେ କହୁଥାଏ ଜାଣିଲ ସାନବୋହୁ ତୁମେ ବହୁତ ଭଲ । ଆଜି ପର୍ଯ୍ୟନ୍ତ ଏ ଘରେ ମୁଁ କେବେ ଏତେ ସ୍ନେହ କାହାଠାରୁ ପାଇନଥିଲି କିମ୍ବା ଆଶା ମଧ୍ୟ କରିନଥିଲି । ଯାହା ହେଉ ଆଜି ମୋର ମନ ବହୁତ ଖୁସି ହୋଇଗଲା ଯେ ତମେ ମୋ ପୁଅର ଜୀବନରେ ନିଶ୍ଚୟ କିଛି ପରିବର୍ତ୍ତ ଆଣିଦେବ । ମୁଁ ସଙ୍ଗେ ସଙ୍ଗେ କହିବାକୁ ଲାଗିଲି କାଶୀ ବହୁତ ଭଲ ପିଲା, ବହୁତବୁଦ୍ଧିଆ, ବହୁତ ଜ୍ଞାନୀ । ତାକୁ କେହି ଆଜିପର୍ଯ୍ୟନ୍ତ ପାଖରୁ ଚିହ୍ନି ନାହାନ୍ତି ।  ମୁଁ ତା ଜୀବନରେ କି ପରିବର୍ତ୍ତନ ଆଣିବି । ସେ ସମ୍ପୂର୍ଣ୍ଣ ମୋଜୀବନକୁ ବଦଳାଇ ସରିଲାଣି । ଏହା ଶୁଣି ସେ ଟିକେ ସେଦିନ ନୀରବ ହୋଇଯାଇଥିଲା ।
       ଏମିତି ଗପୁଗପୁ ଖିଆ ସରିଯାଏ । ଶ୍ୱଶୁର ଅଗଣା ଆଡେ ଆସି ପଚାରନ୍ତି ଘର ସଫାସଫି ସରିଗଲା । ମୁଁ ଉତ୍ତର ଦିଏ ହଁ ବାପା । ସବୁସରିଗଲା । ତାପରେ ସନ୍ଧ୍ୟା୫ଟା ହୁଏ । କାଶୀ ବୋଉ ତା ଘରକୁ ଚାଲିଯାଏ । ସେ ଗଲାବେଳେ ମୁଁ ତାକୁ ୫୦୦ଟଙ୍କା ଦିଏ ଆଉ କହେ କାହାକୁ କହିବା ଦରକାର ନାହିଁ । ତମେ ଏ ପଇସା ନେଇ ତମ ପାଇଁ ଗୋଟେ ଭଲ ଲୁଗା କିଣିବ । ସେ ମୋଟେ ରାଜି ନଥିଲା । ମୁଁ ଯେତେବେଳେ ମୋ ରାଣ ଦେଲି ସେତବେଳକୁ ସେ ନେଇଥିଲା ।
      କାଶୀ ଘରକୁ ଫେରିଆସି ଗାଈ ଗୋରୁଙ୍କୁ ଗୁହାଳେ ବାନ୍ଧି ଖାଇବାକୁ ଦେଇସାରି ମୋ ପାଖକୁ ପଳେଇ ଆସିଛି । ମୋ ବେଡ୍‌ରୁମ୍‌ର ବାରଣ୍ଡାରେ ଥକାମାରି ବସିପଡିଛି । ସେ ଯେତେବେଳେ ବାରଣ୍ଡରେ ବସେ ମୋ ମନ ବହୁତ ଦୁଃଖ ହୁଏ । ଭାରି ଇଚ୍ଛା ସବୁବେଳେ ସେ ଯାଇ ସେ ଖଟ ଉପରେ ବସି ପଡନ୍ତା ହେଲେ ଏ ଜମୀଦାର ପରମ୍ପରା ତାକୁ ସେ ଇଚ୍ଛାକୁ ଖିନ୍‌ଭିନ୍ କରିପକାଏ । ବସି ସାରି କଥା ଆରମ୍ଭକରି କହିଲା ଯାଇଁଲ ଭାଉଜ ଆଜି ମନଟା ମୋଟେ ଭଲ ଲାଗୁନି ।
       ମୁଁ ପଚାରିଲି କାହିଁକି କଣ ହେଲା କି ?
       ଆଜି ଗାଈ ଚରୁଥିବା ସମୟରେ ଆମର ଯୋଉ ଛୁଆ ବାଛୁରିଟା ଦ୍ୱିପହରେ କାହିଁକି ଗୋଠ ଛାଡି ସେ ପାଖ ମୁସଲମାନ୍ ବସ୍ତି ଭିତରେ ପସିଗଲା । ମୁୁଁ ତାକୁ ଆଣିବାକୁ ଗଲାବେଳକୁୁ ଦେଖିଲି ଦୁଇଜଣ ମୁସଲମାନ ଭାଇ ଗୋଟିଏ ବଡ ଛଡା ବାଛୁରିକୁ ଗୋଟିଏ ଗଛରେ ବାନ୍ଧି ତାର ବେକକୁ ଏକ ବଡ ଧାରୁଆ ଖଣ୍ଡାରେ ହାଣିଦେଲେ । ଛଡାଟି ଚିତ୍କାର କରି ତାର ମୁଣ୍ଡଠାଏ ଏବଂ ଗଣ୍ଡିଠାଏ । ରକ୍ତରେ ସେ ଯାଗା ବୁଡିଗଲା ଭଳି ଲାଗିଲା । ମୁଁ ଭୟରେ ଥରିବାକୁ ଲାଗିଲି । ବିକଳରେ ଆମ ଛୋଟବାଛୁରିକୁ କୁଣ୍ଢେଇ କରି ଦୌଡିଲି ଗୋଠଆଡେ । ସେତେବେଳଠୁ ଆଉ ଗୋଠରେ ଶାନ୍ତିରେ ବସିପାରିନି । ଖାଲି ମନରେ ଗୋଟିଏ ପ୍ରଶ୍ନ  ସୁର ପଣ୍ଡିତେ କହୁଥିଲେ  ଜୀବ ମାରିଲେ ପାପ । ତେବେ ଏମାନେ କେତେ ବଡ ଜଘନ୍ୟ ପାପ କରୁଛନ୍ତି । ଆମ ଧର୍ମରେ ଗୋରୁ ଗାଈ ହେଉଛନ୍ତି ଦେବତା । ଗୋମାତା କୁ ଆମେ ସେଇଥି ପାଇଁ ପୂଜାକରୁ ହେଲେ ତାଙ୍କ ଧର୍ମରେ ଗୋରୁଗାଈ ମାନେ  ସେମାନଙ୍କର ଖାଦ୍ୟ ।
        ଏ କି ବିଚିତ୍ର ଦୁନିଆ କହିଲ ଭାଉଜ?
       ମୋର ମନେ ଅଛି ବର୍ଷକ ତଳେ ଆମ ଗାଁ ର ଫକିରା ଦାଦାର ଗୋଟେ ବଳଦ ଖୁଣ୍ଟରେ ମରିଯାଇଥିଲା । ମରିବା ପୂର୍ବରୁ ବଳଦଟିକୁ ଫକିରା ଦାଦା ହିଁ ବାନ୍ଧିଥିଲା । ତେଣୁ ସେ କୁଆଡେ ଗୋଟେ ବହୁତ ବଡ ପାପ କରିଦେଲେ । ତେଣୁ ସେ ପାପରୁ ମୁକ୍ତି ପାଇବା ପାଇଁ ସେ ଦାନ୍ତରେ ଖଣ୍ଡେ କୁଟା କାମୁଡି ହାତରେ ଗୋଟେ ଅଖାମୁଣି ଧରି ଗାଁ ରେ ଦୁଆର ଦୁଆର ବୁଲି ଭିକ ମାଗିଲେ । ସେତିକିରେ ପାପ ରୁ ମୁକ୍ତି ମିଳିଲାନି । ଫକିରା ଭାଇ ଗୋବର ପାଣି ପିଇଲା । ଗଙ୍ଗାପାଣି ଛିଞ୍ଚି ହେଲା । ପୁରୀ ଗଲା, ଜଗନ୍ନାଥ ମନ୍ଦିରରେ ମୁକ୍ତି ମଣ୍ଡପରେ ମୁକ୍ତି ହୋଇ ଆସିଲା । ତେବେ ଭାଉଜ, ମୁଁ ଗୋଟେ କଥା ବୁଝିପାରୁନି, ଯଦି ଏ ଗଙ୍ଗା ପାଣି ଛିଞ୍ଚି ହୋଇ, ଗୋବର ପାଣି ପିଇ ମୁକ୍ତି ମଣ୍ଡପ ବୁଲିଆସିଲେ ପାପ ଯଦି ସବୁ ପଳଉଛି ତାହେଲେ ‘ପାପ’ କଲେ ଅସୁବିଧା କେଉଁଠି । ଏହାର ଅର୍ଥ ଏଇଆହେଲା ଯେ ଯେପର୍ଯ୍ୟନ୍ତ ଗାଈ ଗୋବର, ଗଙ୍ଗା ପାଣି ଓ ମୁକ୍ତି ମଣ୍ଡପ ଅଛି ସେତେଦିନ ଯାଏ ‘ପାପ’ ର ଅର୍ଥ କିଛିନାହିଁ ।
       ତାହେଲେ ‘ପାପ’ ପୁଣି କଣ ?
       ନବରାତ୍ରି ସମୟରେ ଠାକୁରାଣୀଙ୍କ ପାଖରେ କଣ ଯନ୍ତାଳ ହେବ ବୋଲି ଆମ ଗାଁ ପାଣ୍ଡେରା ପ୍ରଧାନ ଏକା ଦିନକେ ଦୁଇଟି ଖାସିକୁ ଗୋଟେ ବଡ ଧାରୁଆ କଟୁରିରେ ହାଣିଥିଲା । ହାଣିଲା ବେଳେ କି ଛଟ୍‌ପଟ୍‌, କି କଲ୍‌ବଲ୍ ସେମାନେ ହେଉଥାନ୍ତି । ମୁଁ ତାକୁ ଦେଖି ଧୈର୍ଯ୍ୟ ଧରି ପାରି ନଥିଲି । ମୁଁ ସେଇଠି ଭାବିଥିଲି ଏ କଣ ଏକ ‘ପାପ’ ନୁହେଁ । ଯଦି ଆମ ଧର୍ମରେ ଗାଈଗୋରୁ ମାରିବା ‘ପାପ’ ଲେଖାହେଲା ତେବେ ମେଣ୍ଢା, ଛେଳି, ଖାସୀ, କୁକୁଡା ମାନଙ୍କୁ ମାରିବା କାହିଁକି ପାପ ବୋଲି ଲେଖା ନହେଲା । ତେବେ ଭାଉଜ କୁହ ଏଥିରେ କିଏ ‘ପାପ’ ଆଉ କିଏ ‘ପାପ’ ନୁହେଁ । ମୁଁ ବୁଝିପାରିଲିନି କଣ ଉତ୍ତର ଦେବି । ମୁଁ ପୁଣି ନୀରବ ଥିବା ଅବସ୍ଥାରେ କାଶୀ କହିଲା ଆଚ୍ଛା ଭାଉଜ କୁକୁଡା ମାନଙ୍କର ତ ଜୀବନ ଅଛି, ମାଛ ମନଙ୍କର ତ ଜୀବନଅଛି, ସେମାନଙ୍କୁ ତ ଆମେ ମାରିହାଣି ଭୋଜନ କରୁଛେ  ତେବେ ଏ କଣ ‘ପାପ’ ନୁହେଁ ।
        ଯଦି ଗୋଟିଏ ପଶୁକୁ ବଧ କରି ଠାକୁରାଣିଙ୍କ ପାଖରେ ଭୋଗଦେଲେ ପୂଣ୍ୟ ଅର୍ଜନ କରାଯାଏ ତେବେ ‘ପାପ’ ଆଉ ‘ପୂଣ୍ୟ’ ଦୁଇଟି ଭିନ୍ନ କେମିତି ହେଲେ ମୁଁ କାହିଁ ବୁଝି ପାରୁନି । ଗୋଟିଏ ଧର୍ମରେ ଗୋଟିଏ ପଶୁକୁ ପୂଜା କରୁଥିବା ଅବସ୍ଥାରେ ଅନ୍ୟ ଧର୍ମରେ ତାହା ମନୁଷ୍ୟର ଆହାର । ତେବେ ଏ ବିଶାଳ ସମାଜରେ ‘ପାପ’ ଆଉ ‘ପଣ୍ୟ’ ଭିତରେ  ତଫାତ୍  କଣ । ଏକଥା ମୋତେ ବୁଝେଇ ପାରିବ ଭାଉଜ । ଏକଥା ସବୁ ଶୁଣି ମୋ ମୁଣ୍ଡ ବି କଣ ହୋଇଯାଇ ଥାଏ । ମୁଁ କିଛି ଉତ୍ତର ନ ଦେଇ କହିଲି ହଉ ତୁ ଆଗ ଗଣ୍ଡେ ଖାଇଦେ ତା ପରେ ଭାବିବୁ । ତା ପାଇଁ  ଭାରି ଆଦରରେ ଖାଇବାକୁ ରଖିଥାଏ । ଖାଇ ବସିଥାଏ । ମୁଁ ଖାଲି ତା ମୁହଁକୁ ବାଲୁବାଲୁ କରି ଚାହିଁ ରହିଥାଏ । ଶେଷରେ କହିଲି ତୁ ବ୍ୟସ୍ତ ହୁଅନି । ଧୀରେ ଧୀରେ ତୁ ଏ ଜଟିଳ ପ୍ରଶ୍ନର ଉତ୍ତର ନିଜେ ଖୋଜି ପାଇଯିବୁ ।
       ସେଦିନ ଚିତାଲାଗି ଅମାବାସ୍ୟା ହୋଇଥାଏ । ଦୁଇଦିନ ପୂର୍ବରୁ ଶ୍ୱଶୁରଙ୍କର ଦେହ ଟିକେ  ଯୋରରେ ଖରାପ ହୋଇଯାଇଥାଏ । ହାଇ ବ୍ଲଡ୍‌ପ୍ରେସର୍‌କୁ ଡାଇବେଟିସ୍ ତେଣୁ ବାଧ୍ୟହୋଇ ତାଙ୍କର ବ୍ରହ୍ମପୁରରେ ଏକ ପ୍ରାଇଭେଟ୍ ନର୍ସିଂହୋମରେ ଆଡ୍‌ମିସନ୍ ହୋଇଥାଏ । ତାଙ୍କ ପାଖରେ ରହୁଥାନ୍ତି ଆମ ଗୁମାସ୍ତା ଆଉ କାଶୀ । ପ୍ରଥମ ଦିନ ରାକେଶ ସିଆଡୁ ସିଆଡୁ ମେଡିକାଲକୁ ଆସି ସବୁ ବନ୍ଦୋବସ୍ତ କରିଦେଇ ସେଇଠୁ ଫେରିଯାଇଥିଲେ ଝାରସୁଗୁଡା । ଆଜି ଶ୍ୱଶୁର ଫେରିଛନ୍ତି । ଘରେ କେହି ନଥିବା ଅବସ୍ଥାରେ କାଶୀ ବୋଉ କୁ ମୁଁ ଡକେଇ ସେ ମୋ ପାଖରେ ରାତିଦିନ ରହିଥାଏ । ଶ୍ୱଶୁର ଦାଣ୍ଡଘର ଖଟ ଉପରେ, ଗୁମାସ୍ତା ବି ତାଙ୍କରି ପାଖରେ ।
       କାଶୀ ଆସି ବ୍ୟସ୍ତ ହୋଇ ପଡି କହିଲା ଭାଉଜ ଦୁଇଦିନ ହେବ ଗାଈଗୋରୁ ବାହାରକୁ ଯାଇନାହାନ୍ତି । ବୋଉ ତାଙ୍କୁ ଠିକ୍ ଭାବରେ ଖାଇବାକୁ ଦେଇଛି ନା ନାହିଁ ତା ବି ମୁଁ ଜାଣିନି । ସେତେବେଳକୁ ସନ୍ଧ୍ୟା ହୋଇ ଆସିଲାଣି । କାଶୀ ଗୁହାଳ କୁ ଯାଇ ସବୁ ଗାଈଗୋରୁ ଙ୍କୁ ଖାଇବାକୁ ଦେଇଦେଇ ଆସିଲା । ତା ବୋଉକୁ କହିଲା ବୋଉ ମୁଁ ତ ଆସିଲାଣି ତେଣୁ ତୁ ଏଥରକ ଘରକୁ ପଳା । ତା ବୋଉ ମୋତେ କହିଲା ମା ମୁଁ ଯାଉଛି । ସେତେବେଳକୁ ସମୟ ରାତି ପ୍ରାୟ ସାଢେ ସାତଟା ହେଲାଣି । କାଶୀ କହିଲା ଭାଉଜ ମୋତେ ଭୋକ ହେଲାଣି କଣ ଖାଇବାକୁ ଦିଅ । ମୋତେ ଭାରି ଖୁସି ଲାଗିଲା । ସାଙ୍ଗେ ସାଙ୍ଗେ ମୁଁ ତା ପାଇଁ ସଜପଖାଳ, ଆଳୁପୋଟଳ ଭଜା ଆଉ ବଡିଚୁରା ଆଣି ଦେଇଦେଲି । ସେ ବସି ଖାଉଥାଏ । କିଛି କଥା କହିବାକୁ ଆରମ୍ଭ କରିବା ପୂର୍ବରୁ ମୁଁ ତାକୁ କହିଲି ତୁ ଆଗ ଖାଇ ସାରେ ତାପରେ ବହୁତ କଥାହେବା । ସିଏ ଖାଉଥିବା ସମୟରେ ମୁଁ ତା ପାଖରେ ବସି ତାକୁ ପେଟପୁରା ଦେଖୁଥାଏ ।
        ହାତଧୋଇସାରିବା ପରେ ହଠାତ୍ ମୋତେ କାଶୀ ପଚାରିଲା ଆଚ୍ଛା ଭାଉଜ କହିଲ ମୋତେ, ଏ ବେଶ୍ୟା ବାଡି କଣ ?
        ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏ ଶଦ୍ଦ କେଉଁଠୁ ଶୁଣିଲା । ତାକୁ ପଚାରିଲି କାହିଁକି ତୋତେ କିଏ କହିଲା କି । ମୁଁ କହିଲି ଆମ ଗାଁ ଧଡିଆଭାଇର ଆଜି ମୋର ବ୍ରହ୍ମପୁର ନର୍ସିଂହୋମ ପାଖରେ ଭେଟ ହୋଇଗଲା । ସେ ମୋ ପାଖରେ କିଛି ସମୟ ଛିଡା ହେଲା ଓ ଆମେ ଦୁହେଁ କଥା ହେଉଥିଲୁ । ଆଉ ସେ କହୁଥିଲା ତାର ମାଉସି ପୁଅ ଭୂବନେଶ୍ୱର ରେ କେଉଁ ପ୍ରାଇଭେଟ୍ କମ୍ପାନୀରେ ଚାକୀରି କରିଛି । ଭଲ ଦରମା ମଧ୍ୟ ପାଉଛି ହେଲେ ସବୁ ପଇସାକୁ ସେ ବେଶ୍ୟା ବାଡି ଯାଇ ଖର୍ଚ୍ଚ କରିଦଉଛି । ଘରେ ତାର ବୁଢା ବାପା ବୋଉ ପଇସା ଅଭାବରେ ବହୁତ ହଇରାଣ ହେଉଛନ୍ତି ।
         ମୁଁ ସେଇଠୁ ତାକୁ ପଚାରିଲି, ଧଡିଆଭାଇ ଏ ବେଶ୍ୟାବାଡି କଣ ?
        ସେ ମୋତେ କହିଲା ତୁ ତ ଗୋଟେ ଏଡେ ବଡ ବୋକା ଯେ ତୋତେ ଏକଥା ବୁଝେଇ ହବନି । ଏହା କହି ମୋ ପାଖରୁ ସେ ପଳେଇଲା । ସେଇଥି ପାଇଁ ତୁମକୁ ପଚାରୁଛି । ତୁମେ ତ ମୋତେ ଆଉ ସେଇଆ କହିବନି ନା । ମୁଁ କହିଲି ନାହିଁ ନାହିଁ ତୁ ଖାଇଦେଇ ମନ୍ଦିର ଯା । ମନ୍ଦିରରୁ  ଆସିଲେ ମୁଁ ତୋତେ ରାତିରେ ସବୁକଥା କହିବି । 
       ମନ୍ଦିରରୁ ଫେରିଆସିବା ମାତ୍ରେ ବସିପଡି ସେହି ପ୍ରଶ୍ନ । ବେଶ୍ୟା ବାଡି କଣ । ମୁଁ ଉତ୍ତର ଦେଲି ଯେଉଁଠାରେ  ବେଶ୍ୟାମାନେ  ରୁହନ୍ତି । ସେ ପଚାରିଲା ଏ ବେଶ୍ୟା କଣ । ଏଇଠି ମନେ ହେଲା ସତରେ ଗୋଟେ ବୋକା । ପୁଣି ତାକୁ ଆଦରରେ କହିଲି ଯେଉଁ ନାରୀ ପଇସା ରୋଜଗାର ପାଇଁ ଯେ କୈାଣସି ପୁରୁଷର ଶରୀରର ଆବଶ୍ୟକତା ମେଣ୍ଟେଇ ଥାଏ ତାକୁ ବେଶ୍ୟା କହନ୍ତି । ତେବେ ଭାଉଜ ଏଇଆ ହେଲା ଯେ, ଯେ କୈାଣସି ପରପୁରୁଷ ସେ ବାହା ହୋଇଥାଉ ବା ନହୋଇଥାଉ ସେ ଯେକୌଣସି ନାରୀ ସହିତ ଯୌନ ସମ୍ପର୍କ ରଖିିପାରିବ । ତେବେ ସୁର ପଣ୍ଡିତଙ୍କ ହିସାବରେ ଏ ତ ଘୋର ‘ପାପ’ ।  ହେଲେ ଭାଉଜ ନାରୀମାନେ କାହିଁକି ବେଶ୍ୟାବୃତ୍ତି କରନ୍ତି ।
       ମୁଁ ଉତ୍ତର ଦେଲି ଅଭାବରେ ଛଟ୍‌ପଟ୍ ହେଲେ । ଆଚ୍ଛା ଭାଉଜ, ସେ ଅଭାବ ଟା କଣ । ସେ ଅଭାବ ହେଉଛି ଜୀବନରେ ଖାଇପିଇ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ଅବା ଶାରୀରିକ ଭୋକ । ତେଣୁ ଟଙ୍କା ପାଇଁ ଏହି ବାଟକୁ ଆପଣେଇ ନେଇଥାନ୍ତି । ତେବେ ଏ ତ ‘ପାପ’ ନୁହଁ ।
       ଭାଉଜ ଏ ଶାରୀରିକ ଭୋକ କଣ?
       ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ନାରୀ ଓ ପୁରୁଷର ଶାରୀରିକ ସଂଭୋଗରେ ହିଁ ପରସ୍ପର ହୁଅନ୍ତି ପରିପୂର୍ଣ୍ଣର୍ ଓ ଲାଭ କରନ୍ତି ଶାରୀରିକ ଓ ମାନସିକ ତୃପ୍ତି । ତା ହେଲେ ‘ପାପ’ କଣ । ଆଚ୍ଛା ଭାଉଜ, ଯେଉଁ  ନାରୀ ପାଖରେ ଅଭାବ ନାହିଁ, ଖାଇବାକୁ, ପିଇବାକୁ, ରହିବାକୁ ସବୁକିଛି ଥାଏ ଆଉ ସେ ଯଦି ପର ପୁରୁଷକୁ ଉପଭୋଗ କରେ ତେବେ ତାକୁ କଣ କୁହାଯିବ । ମୁଁ ହଠାତ୍ ଆବାକ୍ ହୋଇଗଲି । କିଛିକ୍ଷଣ ରହିଗଲି । କାରଣ ସେ ନାରୀ ହେଉଛି ମୁଁ । ତେଣୁ ଉତ୍ତର ଦେଲି ସେଭଳି ନାରୀକୁ କୁହନ୍ତି ‘ବିଟପି ବା ବେଶ୍ୟା’ ତାହା ହେଲେ ଭାଉଜ ତୁମେ ତ ବିଟପି । ତା ହେଲେ ତୁମେ କୁହ ତୁମେ ‘ପାପ’ କରୁଛ ନା ‘ପୂଣ୍ୟ’ କରୁଛ ।
         ମୋ କଣ୍ଠରୁଦ୍ଧ ହୋଇ ଆସିଲା ସତେ ଯେମିତି ମୁଁ ମୋ ନିଜ ନଜରରେ ତଳକୁ ଖସିଗଲି । ମୋ ଆଖିରେ ଲୁହ ଜକେଇ ଆସିଲା । ଟପ୍‌ଟପ୍ ହୋଇ କେଇଟୋପା ଲୁହ ଗଡି ପଡିଲା । ମୋ ଆଖିର ଲୁହ ଦେଖିଲା ମାତ୍ରେ ଛୋଟ ପିଲାଙ୍କ ପରି ମୋ ପାଖକୁ ଦୌଡି ଆସିଲା କାଶୀ । ମୋ ପାଖରେ ବସିପଡି ସେ କାନ୍ଦିବାକୁ ଲାଗିଲା ଓ କହିବାକୁ ଲାଗିଲା, ମୋର ଭୁଲ୍ ହୋଇଛି ଭାଉଜ । ମୁଁ ମୂର୍ଖ ଓ ବୋକାଟିଏ । ମୁଁ ଜାଣିପାରେନା କାହାକୁ କେଉଁ ପ୍ରଶ୍ନ ପଚରାଯାଏ । ନିଜର କୋହକୁ ବହୁତ କଷ୍ଟରେ ସମ୍ଭାଳିଲି ।
       ଏଥର କାଶୀକୁ କହିବାକୁ ଲାଗିଲି କାଶୀ ତୁ ଜାଣିନୁ ଏ ସଂସାରରେ ଏ ସମସ୍ତ କଥା ପରେ ଆଉ ଗୋଟିଏ କଥା ଅଛି ଯାହା ତୋତେ ମନ୍ଦିରର ସୁର ପଣ୍ଡିତେ କହୁଥିଲେ ସେଇଟା ହେଉଛି ‘ପ୍ରେମ’ ବା ‘ଭଲପାଇବା’ । ସଂସାରରେ ଏ ‘ପ୍ରେମ’ କେତେବେଳେ କାହାକୁ ହୋଇଯିବ କେହି କହିପାରିବେ ନାହିଁ । ମୁଁ ତୋତେ ଭଲପାଇ ବସିଛିରେ କାଶୀ । ତୋ ବିନା ସଂସାରରେ ଆଉକିଛି  ଭଲଲାଗୁନି । ତୋର ଖୁସି ମୋ ଜୀବନର ଆନନ୍ଦ ଆଉ ତୋ ମନର ଦୁଃଖ ମୋ ଜୀବନର ଯନ୍ତ୍ରଣା ହୋଇଗଲାଣି । ତୋତେ ଘଡିଏ ନ ଦେଖିଲେ ମୋ ମନ ଅଥୟ ହୋଇଉଠୁଛି । ତୁ ଭାବୁଥିବୁ ଏ ଗୁଡାକ ମୁଁ ସବୁ ଜାଣିଶୁଣି କରୁଛି ବୋଲି ହେଲେ ମୁଁ କିଛି ବି ମୋ ନିଜର ମନର ସୀମାରେଖା ଭିତରେ ରଖି ପାରୁନାହିଁ । ସବୁ କାହିଁକି ମନକୁ ମନ ସୁଅ ମୁଁହରେ ପତର ଭଳି ଅସଜଡା ଭାବେ ଘଟି ଯାଉଛି ।
         ମୁଁ ବିଟପି କି ମୁଁ  ଆଉ କଣ ତାହା ବି ମୁଁ  ଆଉ ଭାବିବାକୁ ମୋ ପାଖରେ ଶକ୍ତି ମଧ୍ୟ ନାହିଁ । ବର୍ତ୍ତମାନ ତୁ ମୋର  ଜୀବନର ସବୁକିଛି ହୋଇସାରିଛୁ । ଏଇ ହିଁ ପ୍ରେମ । ଏଥିରେ  ପାପ, ପୂଣ୍ୟ  ମୋ ପାଇଁ  ସବୁ ସମାନ । ମୋ ପାଇଁ ତୋ ସାଙ୍ଗରେ ପାପ ସର୍ମ୍ପକଟା ପୂଣ୍ୟଠାରୁ ବି ଆହୁରି ପୂଣ୍ୟ ପରି ମନେ ହେଉଛି । ତେଣୁ ତୁ ମୋତେ ଯାହା ବୋଲି ଭାବେ ବା ଚିନ୍ତା କର ମୁଁ ତୋ ବିନା ଆଦୌ ବଞ୍ôଚ ପାରିବି ନାହିଁ । ତୁ ମୋର ସବୁକିଛି । ମୁଁ ଏମିତି ଲୁହ ଭରା ଆଖିରେ କହିଚାଲିଥାଏ । କାଶୀ ମଧ୍ୟ ଆବାକ୍ ହୋଇ ଲୁହ ଛଳଛଳ ଆଖି ରେ ମୋ କଥାକୁ ଶୁଣୁଥାଏ । ଶେଷକୁ କହି ଉଠିଲା ଭାଉଜ ମୋର ଭୂଲ୍ ହୋଇଯାଇଛି । ମୋତେ କ୍ଷମା କରିଦିଅ । ଏହା କହି ଦୁଲ୍‌କିନା କାଶୀ ସେଠାରୁ ନିଜ ଘରକୁ ଚାଲିଗଲା । ସେଦିନ କାଶୀପାଇଁ ରଖିଥିବା ଖାଦ୍ୟ ସେମିତି ଥୁଆହୋଇ ରହିଲା । ସେମିତି ଖଟଉପରେ ପଡି ଗଡିଗଡି ରାତି ପାହିଲା ।
      ସକାଳୁ ସକାଳୁ ସେଦିନ କାଶୀ  ଘରକୁ ଆସି ଗାଈ ଗୁହାଳ କାମ କରିଦେଇଛି । ସେ ଦିନ ମୋ ଗାଧୋଇବା ସମୟରେ ଆଉ ଅଗଣାକୁ ଆସିନି । ମୁଁ ଗାଧୋଇ ସାରି ଲୁଗା ପାଲଟି ସାରି ରୋଷେଇ ଘରେଥିଲି । ସେ ଆସିଲା । ମୋତେ ଗୋଟେ ଅଲଗା ଚାହାଣିରେ ଚାହିଁଲା । ସତେ ଯେପରି ତା ମନରେ ଏକ ଅସ୍ପଷ୍ଟ ସ୍ନେହ । ସିଏ କିଛି ନକହୁଣୁ  ମୁଁ ତା ପାଇଁ  ଖାଇବାକୁ ବାଢିଦେଲି । ସେ ଖାଇସାରି ସେଦିନ ବାସନ ଧୋଇବାକୁ ନେବା ସମୟରେ ମୁଁ ତାକୁ ମନା କଲି କହିଲି ତୁ ଏଥର ଖାଇ ସାରିଲା ପରେ ବାସନ ଛାଡି ପଳେଇବୁ ।
       କାରଣ ତୋ ବାସନ ଧୁଆଟା ସେତେ ଭଲ ହେଉନି?
       ତେଣୁ ମୁଁ ଆଜିଠାରୁ ଧୋଇବି । ସେ କହିଲା ନାହିଁ ଭାଉଜ ତେବେ ଆଜିଠାରୁ ମୁଁ ଆଉ ଟିକେ ଭଲକରି ଧୋଇବି । ମୁଁ ତାକୁ ବିରକ୍ତି ଭାବରେ କହିଲି । ତୁ କାହିଁକି ମୋ କଥା ମାନିବୁନି ଯେ । ତୁ ଖାଇସାରି ବାସନ ଧୋଇବୁ ନାହିଁ । ସେ ସେଠାରୁ ଉଠି ଗାଈନେଇ ଚାଲିଗଲା । ସନ୍ଧ୍ୟା ବେଳକୁ ଆସି ସଙ୍ଗେ ସଙ୍ଗେ ଜଳଖିଆ କରିଦେଇ ମନ୍ଦିର ଚାଲିଗଲା । ତାର ମନ୍ଦିର ଫେରିଲା ବାଟକୁ ମୁଁ ଚାହିଁରହିଥାଏ । ରାତି ୯ଟାରେ ଫେରିଲା । ନଥକିନି ପିଣ୍ଢାରେ ସବୁଦିନ ଭଳି ବସିପଡିଲା । କହିବାକୁ ଆରମ୍ଭ କଲା ଭାଉଜ ଆଜି ସୁର ପଣ୍ଡିତେ ମହାଭାରତ ରେ ଦ୍ରୌପଦି ବିଷୟରେ ଆଲୋଚନା କରୁଥିଲେ । ସେ କହିଲେ ପାଣ୍ଡବ ପାଞ୍ଚଭାଇଙ୍କର ସ୍ତ୍ରୀ ହେଉଛି ଦ୍ରୌପଦି । ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ପଚାରିଲି ଜଣେ ସ୍ତ୍ରୀ ଲୋକର ପାଞ୍ଚଜଣ ସ୍ୱାମୀ । ପୁଣି ସେ ପାଞ୍ଚଭାଇ । ପଣ୍ଡିତେ କହିଲେ ହଁ ।
        ଗାଁର ରାଧୁଆଭାଇ ପଚାରିଲା ଆଚ୍ଛା ପଣ୍ଡିତେ ବର୍ତ୍ତମାନ ଯଦି ଆମ ସମାଜରେ ଜଣେ ସ୍ତ୍ରୀ ପାଞ୍ଚଟି ସ୍ୱାମୀକୁ ବରଣ କରିବ ତାହା ହେଲେ ଚଳିବ ତ?
        ତମେ ସବୁବେଳେ କାହିଁକି ପୁରାଣର କଥା ଗୁଡିକ ଆଜିକାଲିକା କଥା ସଙ୍ଗେ ସମାନ ଦେଖିବାକୁ ଚାହୁଁଛ ।
        ମୁଁ କହି ଉଠିଲି ଆଚ୍ଛା ପଣ୍ଡିତେ  ଯଦି ଆମେ ପୁରାଣରେ ପଢୁଥିବା ଘଟଣା ଗୁଡିକ ଆମ ସହିତ ଘଟୁଥିବା ଘଟଣା ସଙ୍ଗେ ତୁଳନା କରି ପାରିବା ନାହିଁ ତାହା ହେଲେ ଆମେ ସେ ପୁରାଣ ବହି ଗୁଡିକ ପଢିବା କାହିଁକି କହିଲେ?
         ସୁର ପଣ୍ଡିତେ ପ୍ରାୟ ସବୁଦିନ ମୋତେ ରାଗିକରି ମୂର୍ଖବୋଲି କହି ଦିଅନ୍ତି ହେଲେ ଆଜି କାହିଁକି ପଣ୍ଡିତେ ସେ କଥା ନକହି ହଠାତ୍ ଟିକେ ରହିଗଲେ । ଆଉ କହିବାକୁ ଲାଗିଲେ ଆରେ କାଶୀ, ଭଗବାନ ତୋତେ ଗୋଟେ ଅଭାବ ଘରେ ଜନ୍ମେଦଇଦେଲେ । ପୁଣି ତୋ ପିଲାବେଳୁ ତୋ ବାପାଙ୍କୁ ମଧ୍ୟ ଛଡାଇ ନେଇଗଲେ । କାହିଁକି କେଜାଣି । ମୁଁ ଦେଖୁଛି କେବଳ ଲେଖିବା ଓ ପଢିବାକୁ ଛାଡିଦେଲେ ଭଗବାନ ତୋ ମୁଣ୍ଡରେ ବହୁତ ବୁଦ୍ଧି ଦେଇଛନ୍ତିରେ । ତୁ ଗୋଟେ ମୂର୍ଖଜ୍ଞାନୀଟେ । ତୋର ପ୍ରତ୍ୟେକ କଥାର ଚିନ୍ତା ଓ ପ୍ରଶ୍ନ ଗୁଡିକ ଅନନ୍ୟ । ସବୁକଥାଗୁଡିକୁ ଥରକରେ ମନେରଖିଦେଉଛୁ । ସବୁ ଶଦ୍ଦର ଅର୍ଥ ମଧ୍ୟ ବୁଝିପାରୁଛୁ । ବେଳେବେଳେ ଏମିତି ପ୍ରଶ୍ନ ପଚାରୁଛୁ ଯେ ମୁଁ ମଧ୍ୟ ତାର ଉତ୍ତର ଖୋଜିଲେ ପାଇ ପାରୁନି ।
        ମୁଁ କହିଲି ନାହିଁ ପଣ୍ଡିତେ ମୂର୍ଖଟେ ବୋଲି ଏମିତି ବାଉଳାଚାଉଳା ଙ୍କ ଭଳି ୟାଡୁସାଡୁ ପ୍ରଶ୍ନ ସବୁ ମୋ ମୁଣ୍ଡରେ ପଶୁଛି । ମୋତେ କ୍ଷମା କରିଦିଅନ୍ତୁ ପଣ୍ଡିତେ । ମୁଁ କଣ କରିପାରିବି ପଣ୍ଡିତେ, ଆପଣ ମୋତେ ଯାହାକୁ ‘ପାପ’ ବୋଲି କହୁଛନ୍ତି ସେ ସବୁ ଘଟଣାକୁ ମୁଁ ଆପଣଙ୍କର ପ୍ରତିଟି ପୁରାଣ ଓ ଜ୍ଞାନ ଗ୍ରନ୍ଥରେ ପାଉଛି । ତେଣୁ ମୋ ମନରେ କାହିଁକି କେଜାଣି ବିଦ୍ରୋହ ଉଠୁଛି । ମନେମନେ ‘ପାପ’ର ସଂଜ୍ଞା ସକାଳ ରୁ ସଞ୍ଜଯାଏ ଗାଈ ଗୋଠରୁ ମନ୍ଦିର ଯାଏ ଯେଉଁଠି ଖୋଜୁଛି ମୋତେ ସବୁଠି ଲାଗୁଛି ଏହାର ଅର୍ଥ ଅସ୍ପଷ୍ଟ । ବେଳେବେଳେ ଲାଗୁଛି ‘ପାପ’ ବୋଲି କିଛି ନାହିଁ । ଆପଣ ଯାହାକୁ ‘ପାପ’ ବେଲି କହୁଛନ୍ତି କିଏ ତାକୁ ‘ପୂଣ୍ୟ’ ବୋଲି  ଗ୍ରହଣ କରୁଛି । ପାପ ପୂଣ୍ୟ ଏକା ଭଳି ମନେ ହେଉଛି । ସେଇଥି ପାଇଁ ବେଳେ ବେଳେ ଅନେକ ପ୍ରଶ୍ନ ପଚାରି ପକାଉଛି ।
       ମୋର ଭୁଲ୍ ହୋଇଯାଇଛି ପଣ୍ଡିତେ । ମୋତେ କ୍ଷମା କରିଦଅନ୍ତୁ । ମୁଁ ଆପଣଙ୍କ ପାଦତଳେ ପଡୁଛି । ଏହା କହି ମୁଁ ଲମ୍ବହୋଇ ପଣ୍ଡିତଙ୍କ ଗୋଡତଳେ ପଡିଗଲି । ପଣ୍ଡିତେ ହଠାତ୍ ମୋତେ ଗୋଡତଳୁ ଉଠେଇ ନେଇ ନିଜ ଆଡକୁ ଟାଣି ନେଲେ । ନିଜ ଗୋରାଗୋରା ଗରୁଆଗରୁଆ ହାତ ପାପୁଲିରେ ମୋ ମୁଣ୍ଡ ଉପରେ ହାତ ରଖି ସ୍ନେହରେ ତୋଳି ଆଣି କହିଲେ ଭଗବାନ ତୋର  ମଙ୍ଗଳ କରନ୍ତୁ । ଦିନ ଆସିବ ତୋରି ପ୍ରଶ୍ନ ଭିତରେ ହିଁ ତୁ ‘ପାପ’ର ସଂଜ୍ଞା ପାଇପରିବୁ । ମୁଁ କାହିଁକି କାନ୍ଦି ପକେଇଲି ମୁଁ ଜାଣିପାରିଲିନି । ତାରି କଥା ଶୁଣିଶୁଣି ମୋ ଆଖି ସେତେବେଳକୁ ମଧ୍ୟ ଜକେଇ ଆସିଥାଏ । ଆଜି ଏଇଠି ବହିପଢା ବନ୍ଦ କରିଦେଲେ ପଣ୍ଡିତେ ।
        ଆଚ୍ଛା ଭାଉଜ ତାହା ହେଲେ ତୁମେ କୁହ ତମେ କେମିତି ‘ପାପ’ କରୁଛ ।
        ଦ୍ରୌପଦିର ପାଞ୍ଚଜଣ ସ୍ୱାମୀ ଥିବାବେଳେ ସେ ତ କୁଆଡେ ମହାସତୀ?
        ତେବେ ତୁମେ କାହିଁକି ସତୀ ନୁହଁ କହିଲ । ତେଣୁ  ତୁମେ ଆଉ ନିଜକୁ ଦୋଷ ଦିଅନାହିଁ । ତୁମେ ବିଟପି ନୁହଁ । ତୁମେ ମଧ୍ୟ ସତୀ । ମୁଁ କଣ କହିବି ତାକୁ କିଛି ବୁଝି ପାରୁନଥାଏ କେବଳ ତା ମୁହଁକୁ ବଲବଲ କରି ଚାହିଁରହିଥାଏ । ରାତି ୧୦ଟା୩୦ ହୋଇଗଲାଣି । କାଶୀ ସଙ୍ଗେ ସଙ୍ଗେ ବସିବା ଜାଗାରୁ ଉଠି କହିଲା ଭାଉଜ ମୁଁ ଆସୁଛି କହି ଚାଲିଗଲା ।
       ସେ ଦିନ ରାତିଯାକ ମୁଁ ତାର ଏ କଥା ଗୁଡାକ ଭାବିଭାବି କର ଲେଉଟାଉଥାଏ । ଇଚ୍ଛା ହେଉଥାଏ କାଶୀ ସାଙ୍ଗରେ କୁଆଡେ ଏ ଘରର ବନ୍ଧନକୁ ଛାଡି ପଳାନ୍ତି କି ହେଲେ ଯିବି ତ କୁଆଡେ ଯିବି । କାଶୀର ରୋଜଗାର କଣ? ନା ଏକଥା ଭାବିବାଟା ବି ବୋକାମି । ମନ ମଧ୍ୟରେ ବେଳେବେଳେ  ଭୟ ବି ଉଙ୍କି ମାରୁଥାଏ । କାରଣ ସତ କେବେ ଲୁଚି ରହେନି । ଯେଉଁଦିନ ମୋର ଆଉ କାଶୀ ମଧ୍ୟରେ ଥିବା ସମ୍ପର୍ଖକୁ ଯଦି କେହିବି ଜାଣେ ସେଦିନ ସବୁ କିଛି ଅନର୍ଥ ହୋଇଯିବ । ହେଲେ ମନେମନେ ମୁଁ ଦୃଢ ନିଶ୍ଚୟ ଥାଏ ଯଦି ମୋ କାଶୀ ଉପରେ େକୈାଣସି ବିପଦ ଆସେ ତେବେ ମୁଁ ତ ସହି ପାରିବିନି  ଆଉ ନିଶ୍ଚୟ ଆତ୍ମହତ୍ୟା କରି ପରପାରିକୁ ଚାଲିଯିବି ହେଲେ ମୋ କାଶୀର ନିର୍ଦ୍ଦୋଶତା ପାଇଁ ମୋର ଏହି ହାତଲେଖା ଡାଏରୀଟି ଏ ସମାଜ ପାଇଁ ଛାଡିଯିବି । ଏ ଡାଏରୀଟି କାଶୀର ବୋଉକୁ ନେଇ ଦେଇଦେବି । ପରେ ଏ ସମାଜ ମୋ କାଶୀକୁ ଦୋଷ ଦେଇପାରିବନି । କାରଣ ମୋ କାଶୀ ଭଳି ପବିତ୍ର, ନିଷ୍ପାପ ଆତ୍ମା ଏ ସଂସାରରେ ପାଇବା ବହୁତ ବିରଳ ।
        ଏ ଘର ତରଫରୁ ଯଦି ତା ପ୍ରତି ମୋ ମଲାପରେ କେହି କେବେ ଅନ୍ୟାୟ କରେ ତେବେ ଏ ଘର ନିଶ୍ଚିନ୍ତ ରୂପେ ଅବକ୍ଷୟ ହୋଇଯିବ । କାରଣ ଏ ଘରର ପ୍ରତ୍ୟେକ ସଦସ୍ୟଙ୍କ ଜୀବନରେ କାଶୀର ନିସ୍ୱାର୍ଥ ସେବା ଗୁନ୍ଥି ହୋଇକରି ଅଛି । ତାର ସେବାର ପରସରେ ଏ ଘର ଏବେ ବି ଜୀବନ୍ତ ନଚେତ୍ କେବେଠାରୁ ମରିସାରନ୍ତାଣି । ଏମିତି ଅନେକ କଥା ଭାବୁ ଭାବୁ କାଶୀ ର ମୋ ପାଖରେ ଅନୁପସ୍ଥିତି ଟା ମନକୁ ପ୍ରବଳ ଯନ୍ତ୍ରଣା ଦେବାରେ ଲାଗିଛି । ମନେ ମନେ ଭାବୁଥାଏ ଯଦି କଶୀ ଏବେ ମୋ ପାଖରେ ଥାନ୍ତା ତେବେ ତାକୁ ଭରପୁର୍ ଭଲପାଉଥାନ୍ତିି । ଏମିତି ଭାବୁଭାବୁ ଆଖି ମାଡି ପଡି ସକାଳ ହୋଇ ଯାଇଛି ।
       ତା ପରଦିନ ସକାଳୁ ଆସି କାଶୀ ତାର ସବୁ କାମ ସାରିଦେଇ ଅଗଣାରେ ବସି ନଡିଆ ଛଡେଇବାରେ ଲାଗିଛି । ମୁଁ ଆସି କାଶୀକୁ କହିଲି ତୁ ଆଜି ଗଧୋଇ ପଡି ଗାଇ ନେଇ ଯିବୁ । ମୋତେ କାଶୀ ପଚରିଲା କାହିଁ କଣ କାମ ଅଛି ନା କଣ । ମୁଁ କହିଲି ନାଇଁ ମୁଁ ଆଜି ତୋ ପାଇଁ ଖେଚୁଡି ଆଉ ଡାଲମା କରିଛି ତେଣୁ ତୁ ଖାଇକି ଯିବୁ । କାଶୀର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ଖେଚୁଡି । ତେଣୁ ଆଉ ସେ କିଛି ନକହି ବାହରିଲା ଗାଧୋଇବାକୁ । ସେ ସବୁଦିନ ଯାଇ ଆମ ଘର ପଛପଟେ ଥିବା ଗାଡିଆରେ ଗାଧୋଇକରି ଆସେ । ସେଦିନ ମୁଁ ତାକୁ କହିଲି ତୁ ଆଜି ଘରେ ବାଥ୍‌ରୁମ୍ ରେ ଗାଧୋଇପଡ । ସେ ପ୍ରଥମେ ଟିକିଏ ମନରେ କୁନ୍ତୁକୁନ୍ତୁ ହେଲା ହେଲେ ମୋ ଆଜ୍ଞା ଦେଖି କିଛି ନକହି ଗାଧୁଆ ଘରେ ପସିଲା । କାଲି ରାତିର ମୋ ମନର ଲାଳସାକୁ ମୁଁ ଜେତେ ଚେଷ୍ଟାକରୁଥିଲେ ମଧ୍ୟ ପାଶୋରି ପାରୁନଥାଏ । ସେ ଯେତେବେଳେ ଗାଧୋଇବା ଆରମ୍ଭ କଲା ମୁଁ ତାର ପାଣି ଜୁଡୁବୁଡୁ ଖାଲି ଦେହକୁ ଦେଖିବାରେ ଲାଗିଥାଏ ।
       ମୁଁ ଆଉ ନିଜକୁ ସମ୍ଭାଳି ପାରିନି । ସେତେବେଳକୁ ଦାଣ୍ଡଦୂଆର ବନ୍ଦ ଥାଏ । ଶ୍ୱଶୁର ଯାଇଥାନ୍ତି ମର୍ଣ୍ଣିଙ୍ଗ୍ ୱାକ୍ ରେ । ମୁଁ ଯାଣିଶୁଣି ଗାଧୁଆଘର ଭିତରକୁ ପସିଗଲି । ମୁଁ କହିଲି କାଶୀ ମୁଁ ଆଜି ତୋତେ ଗାଧୋଇ ଦେବି । ସାବୁନ୍ ଲଗେଇ ତୋ ଦେହ ଟିକେ ଭଲକରି ସଫା କରିଦେବି । କାଶୀର ଆଉ ମୋତେ କିଛି କହିବାର ସାହାସ ହିଁ ନାହିଁ । ତା ଦେହ କୁ ସେଇ ସାୱାର୍ ତଳେ ଆଉଜି ପଡିଲି । ହଜିଗଲି ଶାରୀରିକ ଅନ୍ତର୍ଦାହ ର ପ୍ରଶମନ ପାଇଁ । ମୋ ଶରୀରର କ୍ଷୁଧା ମେଣ୍ଟିବା ସହିତ ଦୁଇଜଣଙ୍କର ଗାଧୁଆ ମଧ୍ୟ ସରିଗଲା । ସେତେବେଳକୁ କାଶୀ ବହୁତ ହାଲିଆ ହୋଇ ପଡିଥାଏ । ମୁଁ ତାକୁ ଯବର୍ଦସ୍ତି ନେଇ ମୋ ବେଡ୍ ଉପରେ ଶୋଇଦେଲି । ମୁଁ ସଙ୍ଗେ ସଙ୍ଗେ ଲୁଗା ବଦଳି ପକାଇ ତା ପାଇଁ ଗରମ ଗରମ ଖେଚୁଡି ଓ ଡାଲମା ବାଢିଦେଲି । ସେ ବେଡ୍ ରୁ ଉଠି ଖାଇସାରି କହିଲା ଭାଉଜ ମୁଁ ଗାଈନେଇ ଯାଉଛି ।
       ମୁଁ ତାର ଘର ଲେଉଟା ବାଟକୁ ଚାତକ ପରି ଅପେକ୍ଷା କରି ରହିଥାଏ । ସେଦିନ କାଶୀ ଘରେ ଗୋଠ ନେଇ ପହଞ୍ଚିଲା ପରେ ଭାଉଜ କୁ କହିଛି ଭାଉଜ ମୁଁ ଘରକୁ ଟିକେ ବୋଉକୁ ଦେଖାକରିବାକୁ ଯାଉଛି । ସିଆଡୁ ସିଆଡୁ ମନ୍ଦିର ଯିବି ଆଉ ମନ୍ଦିରରୁ ଫେରିଲେ ତୁମ ପାଖକୁ ଆସିବି । ମୁୁଁ କହିଲି କିରେ ଖାଇକି ଯାଉନୁ ହେଲେ ସେ କହିଲା ଭାଉଜ ମୁଁ ଘରେ କଣ ଖାଇଦେବି । ମୁଁ ବ୍ୟତିବ୍ୟସ୍ତ ହୋଇ ଗଲି । ତା ବାଟକୁ ଚାହିଁ ରହିଥାଏ । ରାତି ୯ ଟା ହେଲା । କାଶୀ ମନ୍ଦିରରୁ ଫେରି ଆସି ପିଣ୍ଢାରେ ବସିପଡି ଆରମ୍ଭ କରିଦେଲା ସେଦିନର ମନ୍ଦିରରୁ ଶୁଣିଆସିଥିବା କଥାକୁ ।
       କହିଲା ଭାଉଜ ଆଜି ସୁର ପଣ୍ଡିତେ ମହାଭାରତର ବୀରକର୍ଣ୍ଣ ବିଷୟରେ ମହାଭାରତ ପଢିଲାବେଳେ କହୁଥିଲେ । ସୁର ପଣ୍ଡିତେ କହିଲେ ମହାଭାରତର କର୍ଣ୍ଣକୁ ମହାଦାନୀ ବୋଲି କୁହନ୍ତି । କର୍ଣ୍ଣ ହେଉଛି ମହାଭାରତର ଏକ ଅଭୁଲା ଚରିତ୍ର । ଗାଁ ର ବଳିଆ ଭାଇ ପଚାରିଲା ତେବେ କର୍ଣ୍ଣଙ୍କର ପିତାମାତା କିଏ । ସୁର ପଣ୍ଡିତେ କହିଲେ କର୍ଣ୍ଣ ଙ୍କର ପିତା ହେଉଛନ୍ତି ସୂର୍ଯ୍ୟ ଓ ମାତା ହେଉଛନ୍ତି କୁନ୍ତୀ । ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ଜାଣିଥିଲି ଯେ କୁନ୍ତୀ ହେଉଛନ୍ତି ମହାରାଜ ପଣ୍ଡୁଙ୍କର ସ୍ତ୍ରୀ ।
        ମୁଁ ସୁର ପଣ୍ଡିତ ଙ୍କୁ ପଚାରିଲି ପଣ୍ଡିତେ ଏକଥା କେମିତି ହେଲା । କୁନ୍ତୀ ତ ମହାରାଜ ପଣ୍ଡୁଙ୍କର ପତ୍ନୀ ଆଉ ସୂର୍ଯ୍ୟଦେବ ମଝିରେ କେଉଁଠୁ ଆସିଲେ । କୁନ୍ତୀ କିପରି ସୂର୍ଯ୍ୟ ଦେବଙ୍କୁ ନିଜଦେହ ଦାନ କଲେ । ଏ ତ ଆପଣଙ୍କ ମତରେ ଘୋର ‘ପାପ’ । ପଣ୍ଡିତେ ଆଜି ମୋ କଥାର ଆଉ କିଛି ଉତ୍ତର ଦେଇ ପାରିଲେ ନାହିଁ । ଶେଷରେ କହିଲେ ଆଜି ମୁଁ ତୋ ପାଖରେ ହାରିଗଲି ରେ କାଶୀ ଆଉ ଏଭଳି ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ । ଏତିକି କହି ବହି ପଢା ବନ୍ଦ କରିଦେଲେ ।
      ସେ ଦିନ କେଜାଣି କେଉଁ ପଟୁ ସୂର୍ଯ୍ୟ ଉଇଁଥିଲେ । ବ୍ରହ୍ମପୁର ସହରରେ ମୋ ଶ୍ୱଶୁରଙ୍କର ଜଣେ  ପୁରୁଣା ସାଙ୍ଗଙ୍କ ଝିଅର ବାହାଘର ଥାଏ ? ତାଙ୍କର ନିମନ୍ତ୍ରଣ ଆଠଦିନ ହେଲାଣି ଘରକୁ ଆସିଥାଏ । ଶ୍ୱଶୁର ରାକେଶଙ୍କୁ କହିଥିଲେ ଆଜି ଆସି ସକାଳେ ପହଞ୍ଚିବାକୁ । ସାଙ୍ଗହୋଇ ବିବାହରକୁ ଯିବାକୁ ହେଲେ ସେ କାଲି ଫୋନ୍‌ରେ କହିଲେ ଯେ ମୁଁ ଆସିପାରିବି ନାହିଁ କାରଣ ଅଫିସ୍‌ରେ କାମ ଅଛି ତୁମେ ପଳେଇଥିବ । ଶ୍ୱଶୁର କାଶୀକୁ ଡାକି କହିଲେ ଯା ତୋ ବୋଉକୁ ଡାକି ଦବୁ ସେ ଆଜି ଘରେ ରହିବ ।  ଆମେ ତିନିଜଣ ବ୍ରହ୍ମପୁର ବିବାହର କୁ ଯିବା । ମୋ ମନ ଭାରିଖୁସି ହୋଇଗଲା ବିବାହର ପରଠାରୁ  ଆଜି ଏଇଟା ହେଉଛି ଘରୁ ବାହାରକୁ ଯିବାର ଦ୍ୱିତୀୟ ଥର ।
       ଆଜକୁ ୨ ବର୍ଷତଳେ ଯାଇଥିଲି ରାକେଶଙ୍କର ସାଥେôର । ସେ ଦିନର ଦୁଃଖ କହିଲେ ନସରେ । ବିବାହର ପାଟିରେ ଢୋଲେ ମଦ ପିଇ ରାକେଶ ନିଜର ଚେତା ହରାଇ ବସିଥିଲେ । ସେ ଦିନ ମୋର ଆଉ କାଶୀର ତାଙ୍କୁ କାର୍ ଭିତରକୁ ଟେକିକରି ଚଢାଇଥିଲୁ ଓ ଘରକୁ ଆଣିଥିଲୁ । ହେଲେ ଆଜି ସିଏ ନାହାନ୍ତି । ଆଉ କାଶୀର ମୋର ସମ୍ପର୍କ ଅଲଗା କିଛି ହୋଇ ଗଲାଣି । ମନେ ମନେ ଭାରି ଖୁସି । ନିଜକୁ ବହୁତ ସଜେଇଛି । କାଶୀ ଯେତେବେଳେ ଆମ ସାଙ୍ଗରେ ଯାଏ, ଗୋଟିଏ ହାପ୍ ପ୍ୟାଣ୍ଟ ଓ ଗୋଟିଏ ହାପ୍ ସାର୍ଟ ପିନ୍ଧିକରି  ଯାଇଥାଏ । ସେଦିନ ପୂର୍ବରୁ ଶ୍ୱଶୁରଙ୍କ ହାତରେ କିଣିକରି ମଗେଇଥିବା ହଳେ ନୂଆ ସାର୍ଟପ୍ୟାଣ୍ଟ ତାକୁ ଦେଲି ପିନ୍ଧିବାକୁ । ନ୍ୟାଭି ବ୍ଲୁ  କଲର୍ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ହାପ୍ ସାର୍ଟଟି ତାକୁ ବହୁତ ସୁନ୍ଦର ଲାଗୁଥାଏ । ତାହାର ଡଉଲ ଡାଉଲ ଚେହେରାଟିକୁ ଗୋଟିଏ ଫିଲ୍ମର ହିରୋ ଭଳି ମାନୁଥାଏ । ସବୁବେଳେ ମୁଣ୍ଡରେ ଛୋଟ ଚୁଟି । ମୁଣ୍ଡ କୁଣ୍ଡେଇବା ନକୁଣ୍ଡେଇବା ତା ପାଇଁ ସବୁ ସମାନ ।
       କାଶୀ ବୋଉ ଆସି ସକାଳ ୮ଟାରେ ଘରେ ପହଞ୍ôଚଗଲା ଗାଈସେଦିନ ଗୋଠକୁ ନଯାଇ ଘରେରହିବେ ଓ ତା ବୋଉ ତାଙ୍କର ଯତ୍ନନେବ । ଘରେ ଗୁମାସ୍ତା ଓ କାଶୀ ବୋଉ ରହିଲା ।ଶ୍ୱଶୁରଙ୍କର କହିବା ଅନୁଯାଇ  କାର ଆସି  ଦିନ ୯ଟା ୩୦ମିନିଟରେ ପାଞ୍ôଚଗଲା । ଆମେ ତିନିଜଣ ଯାଇ ଗାଡିରେ ବସିବାକୁ ଗଲୁ । ମୋର ଆଉ ମୋ ଶ୍ୱଶୁରଙ୍କର ପଛପଟ ସିଟିରେ ବସୁଥିବା ବେଳେ ହଠାତ୍ ଶ୍ୱଶୁର କହିଲେ ନାହିଁ କାଶୀ ତୁ ପଛସିଟ୍‌ରେ ଭାଉଜ ସାଙ୍ଗରେ ବସ ଆଉ ମୁଁ ଆଗ ସିଟ୍‌ରେ ଡ୍ରାଇଭର ପାଖରେ ବସିବି । ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲି ଓ ମନେମନେ ଆହୁରି ଅଧିକ ଖୁସି ହୋଇଗଲି ।
        ଗାଡି ଚାଲିଲା ଶ୍ୱଶୁରଙ୍କ କହିବା ଅନୁଯାୟୀ ଆମେ ତାଙ୍କ ସାଙ୍ଗଙ୍କ ଘରେ ଦେଖାକରି ଦିନ ୩ଟାରେ  ଫେରି ଆସିବା ଆଉ ରାତି ପର୍ଯ୍ୟନ୍ତ ରହିବା ନାହିଁ । କାର୍ ଟି ଚାଲିଥିବା ବେଳେ କାଶୀ ଦେହକୁ ପୁରା  ଜାଣିଶୁଣି ଲାଗିକରି ବସିଲି । ମନରେ ଅଦ୍ଭୁତ ଆନନ୍ଦ । ତାଙ୍କ ବିବାହରେ ସମସ୍ତେ ଖାଇପିଇ କାଶୀ  ସାଙ୍ଗରେ ସେଇ ମୁହୁର୍ତ୍ତଗୁଡିକ ଅତି ଖୁସିରେ ବିତାଇ କାର୍ ଯୋଗେ ଫେରୁଥାଉ । ହଠାତ୍ ଆଉ ଘର ଥାଏ ୫ କି.ମି ଏକ ଜଙ୍ଗଲିଆ ରାସ୍ତାରେ ଗାଡିଟି ଖରାପ ହୋଇଗଲା । ସେଠାରେ ଗାଡି ଠିକ୍ ହେବାର କୈାଣସି ବିକଳ୍ପ ନଥାଏ ।
        ଡ୍ରାଇଭର୍ କହିଲା ମୁଁ କଣ କରିବି?
        ମୁଁ ବ୍ରହ୍ମପୁରକୁ ଯାଇ ମେକାନିକ୍ କୁ ଡାକିକରି ଆଣିଲେ ସେଇ ହିଁ ଗାଡି ଠିକ୍ କରିବ । ନହେଲେ ହୋଇପାରିବ ନାହିଁ । ବର୍ତ୍ତମାନ ଏହି ୫ କି.ମି. କିପରି ଯିବେ ଶ୍ୱଶୁରଙ୍କର ଚିନ୍ତା ବଢିଗଲା । କାରଣ ସେ ରାସ୍ତାରେ ଅଟୋରିକ୍ସା କିମ୍ବା ଅନ୍ୟ କିଛି ଭଡାରେ ଯାଆସ ସେମିତି କରନ୍ତି ନାହିଁ । ତାଙ୍କ ଗାଁ ପାଖକୁ ଆସୁଥିବା ବସ୍‌ଟି ଯାଇ ସନ୍ଧ୍ୟା ୫ଟାରେ ଆସିବ । ତେଣୁ କଣ କରିବେ । କାଶୀ କହିଲା ବାବୁ ଆମେ ଯଦି ଏହି ଗହିର ବିଲ ବାଟ ଦେଇ ଘରକୁ ଯିବା ତେବେ ମାତ୍ର ୩କି.ମି ପଡିବ । ଯଦି ଆପଣ ଚାଲି ପାରିବେ ତେବେ ଭାଉଜ ମୁଁ ଓ ଆପଣ ଚାଲି ଯାଆନ୍ତେ । ଶ୍ୱଶୁର ଦେଖିଲେ ଆଉ ବିକଳ୍ପ କିଛି ନାହିଁ ।
          ହଉ ଚାଲ କାଶୀ । ତିନି ହେଁ ଚାଲିଲୁ । ଶ୍ୱଶୁରଙ୍କର ସେତେ ଆଉ ବଳ ନାହିଁ ଚାଲିବା ପାଇଁ ତଥାପି ଚାଲିଥାନ୍ତି । କାଶୀ ବେଳେବେଳେ ଶ୍ୱଶୁରଙ୍କର ହାତ ଧରି ନେଉଥାଏ ତ କିଛି ବାଟ ମୋ ହାତଧରି ବାଟ କଡେଇ ନଉଥାଏ । ବାଟ ପ୍ରାୟ ଅଧା ହୋଇଗଲାଣି । ସେତବେଳକୁ ସୂର୍ଯ୍ୟଙ୍କର କିରଣର ତାତି ସେତେ ଥମିନଥାଏ ଆମ ସମସ୍ତଙ୍କ ଦେହରୁ ଗମଗମ ଝାଳ ବାହାରିପଡିଲାଣି । ମୋତେ କିନ୍ତୁ ଆଦୈା କଷ୍ଟ ଲାଗୁନଥାଏ । ମୁଁ କାଶୀ ସାଙ୍ଗରେ ଥାଇ ବହୁତ ଖୁସିରେ ଥାଏ କାଶୀର ଦେହ ମୁହଁରେ ପ୍ରବଳ ଝାଳ । ଇଚ୍ଛାହେଉଥାଏ  ନିଜ ପଣତକାନୀରେ ତାର ମୁହଁ ରୁ ସବୁ ଝାଳ ଟିକେ ପୋଛି ଦିଅନ୍ତି କି ଯାହାକି ସେତେବେଳେ ସମ୍ଭବ ନଥିଲା । ଆଉ ଅଳ୍ପ ବାଟ ।
       ବାଟରେ ଗୋଟିଏ ପାଣି ନାଳଟିଏ ପଡିଲା । କାଶୀ ଭାବିଥିଲା ନାଳରେ ପାଣିନଥିବ ମାତ୍ର ପାଣି ଦେଖି କାଶୀ ଟିକେ ଶଙ୍କି ଗଲା । ଶ୍ୱଶୁର ବି ଟିକେ ଭୟ କଲେ । କାଶୀ କହିଲା ଭୟ କରନ୍ତୁନି । ମୁଁ ପରା ଅଛି । ପ୍ରଥମେ ଶ୍ୱଶୁରଙ୍କୁ ଧୀରେଧୀରେ ପାଣି ଭିତରେ ନେଇ ନାଳ ପାରିକରାଇଲା । ନାଳରେ ଶ୍ୱଶୁରଙ୍କ ଅଣ୍ଟା ପର୍ଯ୍ୟନ୍ତ ସବୁ ସାର୍ଟପ୍ୟାଣ୍ଟ ଓଦା ହୋଇ ଯାଇଥାଏ । ତା ପରେ ଆସିଲା ମୋତେ ପାରି କରିବା ପାଇଁ । ମୋ ହାତଧରି ପାଣି ଭିତରେ ନେଉଥିବା ସମୟରେ ମୁଁ ଜାଣିଶୁଣି ମୋ ଗୋଡ ଖସେଇ ଦେଇ ଟିକେ ଭୟରେ ଚିତ୍କାର କଲି । ମୋତେ କାଶୀ ମୋର ଓଦାଲୁଗା ସହ ମୋତେ ଜାବୁଡି ଧରି ସେପଟକୁ ଟେକି ନେଇ କୂଳରେ ଥୋଇଦେଲା ।  ଯାହାକି  ମୁଁ ମନେମନେ ଚାହୁଁଥିଲି । ଶ୍ୱଶୁର ଭୟରେ ମୋ ପାଖକୁ ଦୈାଡି ଆସିଲେ । କାଶୀ କହିଲା ବାବୁ ଭାଉଜଙ୍କର କିଛି ହୋଇନି ।
       ସେଇ ଓଦା ସୁଡୁବୁଡୁ ହୋଇ ସମସ୍ତେ  ଆସି ଘରେ ପହଞ୍ôଚଲୁ ଠିକ୍ ସନ୍ଧ୍ୟା ବେଳକୁ । ସେ ଦିନର କାଶୀ ସାଙ୍ଗରେ ସେ ମୂହୁର୍ତ୍ତଗୁଡିକ କେବେ ବି ଜୀବନରେ ଭୂଲିହେବନି । ମନରେ ଇଚ୍ଛା ଭଗବାନ ପ୍ରତି ମୂହୁର୍ତ୍ତରେ ଏମିତି କାଶୀ ସାଙ୍ଗେ  ରହିବାର ସୁଯୋଗ ଦିଅନ୍ତେ ।
       ହେଲେ ଭଗବାନ ଆଉ ଏ ଖୁସିକୁ ମୋର ଅଧିକା ଦିନ ରଖିଲେନି । ବୋଧହୁଏ ମୁଁ ଯାହା କରୁଥିଲି ବାସ୍ତବରେ ଏହା ‘ପାପ’ ଥିଲା । ଆଜି ଥିଲା ଶୁକ୍ରବାର । କାହିଁକି କେଜାଣି ଆଜିକେଉଁ ଉଆଁସୀ ମୂହୁର୍ତ୍ତରେ ଭଗବାନ କାମେଦବକୁ ଆଦେଶ ଦେଇଥିଲେ । ମୁଁ ଅଥୟ ହୋଇ ପଡିଥିଲି । ସକାଳ ଗାଧୁଆପରେ କାଶୀର ମୋର ମୋ ବେଡରୁମ୍‌ର ବେଡ୍ ଉପରେ ସଂଭୋଗ କରିବା ଅବସ୍ଥାରେ ହିଁ ଥାଉ । ହଠାତ୍ କାଳର କରାଳ ଭଳି ରାକେଶ ଆସି ଆମକୁ ଦେଖିଦେଲେ । ଝାରସୁଗୁଡାରେ ତାଙ୍କ କମ୍ପାନୀରେ ଲେବର୍ ସ୍ଟ୍ରାଇକ୍ ଯୋଗୁଁ କମ୍ପାନୀ ବନ୍ଦଥିବାରୁ ରାକେଶ ହଠାତ୍ ରାତି ଟ୍ରେନ୍‌ରେ ଆସି ଘରେ ପହଞ୍ôଚ ଯାଇଛନ୍ତି ।
       ସେ ଆମକୁ ଦେଖି ପାଗଳ ରାକ୍ଷସ ଭଳି ହୋଇଗଲେ । ସଙ୍ଗେ ସଙ୍ଗେ କାଶୀକୁ ସେଠାରୁ ଭିଡିନେଇ ଅଗଣାର ଗୋଟେ ଖୁଣ୍ଟରେ ବାନ୍ଧି ପକାଇଲେ । ମୋତେ ମୋରି ବେଡ୍‌ରୁମ୍‌ରେ ବନ୍ଦ କରିଦେଇ ବାହାରୁ ତାଲା  ମାରିଦେଲେ । କାଶୀକୁ ଗୋଟେ ହଳୁଆ ପାଞ୍ଚଣରେ ପିଟି ଲାଗିଥାନ୍ତି । ଦାଣ୍ଡ ଘରୁ ଶ୍ୱଶୁର ବୁଢା ଚାଲି ଆସିଲେ । ସେ କଣ ବୁଝିଲେ କେଜାଣି ସେ ମଧ୍ୟ ଜମିଦାରୀ ଢାଞ୍ଚାରେ କାଶୀକୁ ପ୍ରହାର କଲେ । ଦୁଇ ଜଣଯାକ ଦାଣ୍ଡ ଦୁଆର ଦେଇଦେଇଥାନ୍ତି । ମୁଁ ଜାଣିଗଲି ଏବେ ମୋର ଶେଷ ସମୟ ପହଞ୍ôଚ ଗଲାଣି । ସେମାନେ ମୋତେ ନିଶ୍ଚୟ ମାରିଦେବେ । ବାପପୁଅ ଦୁଇଜଣ ଯାକ କଥା ହେଉଥାନ୍ତି କିରୋସିନ ଆଣି ଆଜିରାତିରେ ମୋ ବେଡ୍ ରୁମ୍ ଭିତରକୁ ପକାଇ ନିଆଁ ଲଗାଇଦେବେ ।
        ମୁଁ ତରତର ହୋଇ ମୋରି ଏହି ଡାଏରୀ ଟିରେ ସବୁ କିଛି ଲେଖି ଦେଉଛି । ମୁଁ ଆଉ ଏ ଭଳି ପରିସ୍ଥିତିରେ ବଞ୍ଚିବାକୁ ଚାହେଁନି । ତେଣୁ ଏହି ଡାଏରୀଟିକୁ କାଶୀ ବୋଉକୁ ଦେଇ ଆସିଲେ ମୁଁ ଏହି ଘର ଭିତରେ ସେମାନେ ମୋତେ କିରୋସିନି ଢାଳି ନିଆଁ ଲଗେଇ ମାରିବା ପୂର୍ବରୁ ଆତ୍ମ ହତ୍ୟା ନିଶ୍ଚୟ କରିବି । ବାପ ପୁଅ ଦୁଇଜଣ ସେଦିନ ଗୁମାସ୍ତାକୁ ଘରକୁ ଆସିବାକୁ ମନାକରି ପଠାଇଲେ । ଭଗବାନଙ୍କ ଆଶିର୍ବାଦ ହେଉ ବା ଯାହାହେଉ ନା କାହିଁକି ମୋ ବେଡ୍ ରୁମ୍‌ରୁ ଘର ଭିତର ପଟେ ମୋ ଗାଧୁାଆଘରକୁ ଗୋଟେ କବାଟ ଥାଏ ଏବଂ ସେଇଟା ବାହାର ପଟୁ ଖୋଲାଥାଏ  ଯାହା କି ରାକେଶଙ୍କର ରାଗରେ ବୋଧହୁଏ ମନେ ନାହିଁ । ସନ୍ଧ୍ୟା ହେଲାଣି । କାଶୀ ମାଡ ଖାଇଖାଇ ତା ଦେହ ମୁଣ୍ଡ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ଅନ୍ୟ ଏକ ଘରେ ନେଇ ତାଲା ପକେଇ ସାରିଲେଣି । ମୁଁ ଏ ଡାଏରୀଟିକୁ ନେଇ ଲୁଚିକରି ସେହି କବାଟ ଦେଇ ବାଡିପଟେ କାଶୀ ଘରେ ପହଞ୍ôଚ କାଶୀ ମାଆକୁ ଏହି ଡାଏରୀଟି ଦେଇ ଫେରିଆସିବି ବୋଲି ଘରୁ ବାହାରିଲି । ତାପରେ କଣ ହେବ ସେହି ଭଗବାନଙ୍କୁ ଜଣା ।
       ଶେଷରେ ଏ ସମାଜକୁ ମୋର ଏତିକି ନିବଦେନ ଯେ ମୋ କାଶୀର କିଛି ଦୋଷ ନାହିଁ । ସେ ସମ୍ପୁର୍ଣ୍ଣ ନିସ୍କଳଙ୍କ, ନିଷ୍ପାପ ଓ ନିର୍ଦ୍ଦୋଷ । ତାର ଏ ଘର ପ୍ରତି ଯେତିକି ସଦ୍ଦିଚ୍ଛା ଏ ଘର ପାଇଁ ତାର ଯେତିକି ମଙ୍ଗଳ କାମନା ପ୍ରକୃତରେ ଭଗବାନ ତାକୁ ଏଘରର ଗୋଟିଏ ପୁଅ କରିବାର ଥିଲା । ସେ ଏଘରର ସବୁକିଛି । କେବଳ ଜମିଦାରୀର ଅହଂଙ୍କାରରେ ତାକୁ ଚାକର ର ମର୍ଯ୍ୟାଦା ସିନା ଦିଆଯାଇ ରଖା ଯାଇଛି ହେଲେ ତା ବିନା ଏ ଘର ଏକ ଶ୍ମସାନ ସଙ୍ଗେ ସମାନ ।
        ଯଦି ମୋର ଏ ‘ପାପ’ ପାଇଁ ମୋତେ ମୋ ସ୍ୱାମୀ ରାକେଶ ଓ ମୋ ଶ୍ୱଶୁର ମୋତେ ମାରିଦିଅନ୍ତି ସେଥିରେ ମୋର ଦୁଃଖ ନାହିଁ  କି ଅନୁଶୋଚନା ମଧ୍ୟ ନାହିଁ କିମ୍ବା ମୁଁ ଆତ୍ମହତ୍ୟା କଲେ ମଧ୍ୟ ସେଥିପାଇଁ ଦୁଃଖ ନାହିଁ । ଏ ସଂସାରରେ ଜନ୍ମ ନେଇ କାଶୀର ସଙ୍ଗତରେ ଆସି  ମୁଁ ଯେଉଁ ‘ପାପ’ କରି ବସିଲି ତାହା ମୋ ପାଇଁ ଏକ ପବିତ୍ର ‘ପାପ’ । ତାର ଜ୍ଞାନବାଣୀରେ ମୋର  ଅନ୍ତର ଆତ୍ମା ଶୁଦ୍ଧ ହୋଇ ସାରିଛି । କାଶୀ ମୋ ପାଇଁ ଭଗବାନ । ଏ ସମାଜ ନଜରରେ କାଶୀ ସିନା ଅଶିକ୍ଷିତ ଓ ମୂର୍ଖ ହେଲେ ତା ପରି ଆତ୍ମଜ୍ଞାନୀର ସଂସ୍ପର୍ଶରେ ଯିଏ ବି ଆସୁ ସିଏ ତା ଜୀବନର ପ୍ରକୃତ ଅର୍ଥ କଣ ବୁଝିଯିବ । ମୁଁ ତା ଆତ୍ମଜ୍ଞାନରୁ ଏତିକି ଉପଲବଧ୍ କରିଛି  ଯେ ଏ ସଂସାରରେ ‘ପାପ’ ଏକ ଆପେକ୍ଷିକ ଶଦ୍ଦ । ଏହାର ଏକ ନିର୍ଦ୍ଧିଷ୍ଟ ସଂଜ୍ଞା ନାହିଁ । ସ୍ଥାନ କାଳ ପାତ୍ର ନେଇ କେଉଁଠାରେ ‘ପୂଣ୍ୟ’ ଏକ ‘ପାପ’ ତ କେଉଁଠାରେ ‘ପାପ’ ମଧ୍ୟ ଏକ ‘ପୂଣ୍ୟ’ ।
ପ୍ରିୟର କାଶୀ
         ଏ କଥା ନିଶ୍ଚୟଯେ ମୁଁ ଏସଂସାରରୁ ତୋ ଆଗରୁ ନିଶ୍ଚୟ ଚାଲିଯିବି । ଏ ସମାଜର ରୀତିନିତିରେ ମୋର ତୋ ସହିତ ଏ ସମ୍ପର୍କ ଦଦରା ନାଆ ପରି । ଧଲକେ ପାଣି ପଶିଲେ ଡଙ୍ଗା ସହିତ ଆମେ ବୁଡିଯିବା । ବୁଡିବା ପ୍ରତି ମୋର ଆଦୌ ଭୟ ନାହିଁ ହେଲେ ତୋ ଜୀବନ ଆଗକୁ ବହୁତ ଲମ୍ବା ଅଛିରେ । ତୋଠାରୁ ମୋର ସନ୍ତାନଟିଏ ଦରକାର ଥିଲା ହେଲେ ସଂସାରବନ୍ଧନର ସାମାଜିକ ତାଡନାରେ ଶଙ୍କିଗଲି । ତଥାପି ପ୍ରେମ ଅଟେ ଅମର ଓ ଚିରନ୍ତନ ।
         ଏ ଜନ୍ମରେ ନହେଲେ ନାହିଁ ଆଉଗୋଟେ ଜନ୍ମରେ ସହି, ଆମେ ନିଶ୍ଚୟ ମିଶିବା ହେଲେ ଆଜିପର୍ଯ୍ୟନ୍ତ ତୋ ‘ପାପ’ ଶବ୍ଦର ଅର୍ଥ କଣ ମୁଁ ତୋତେ ଉତ୍ତର ଦେଇ ପାରିଲିନି । ହେଲେ ଆଜି କହୁଛି କାରଣ ମୁଁ ଜାଣିସାରିଲାଣି ମୋର ଜୀବନ ବର୍ତ୍ତମାନ ଆଉ ଖୁବ୍ କମ୍ ସମୟ । ମୁଁ ବି ଜାଣିନି ଏ ଉତ୍ତର ତୋ ପାଖରେ ପହଞ୍ଚି ପାରିବ କି ନାହିଁ । ତୋ ମୋ ସମ୍ପର୍କକୁ ସମାଜ ସାମନାରେ ପରି ପ୍ରକାଶ କରିବାକୁ ମୁଁ ସବୁଦିନ ରାତିରେ ତୋ ମୋ ଭିତରର ସବୁ କଥା ଏ ଡାଏରୀ ଟିରେ ଲେଖିପକାଏ ।
        ଏ ସଂସାରରେ ‘ପାପ’ ବୋଲି କିଛି ନାହିଁ । ସ୍ଥୂଳ ଭାବରେ ଦେଖିଲେ ‘ପାପ’ ଓ ‘ପୁଣ୍ୟ’ ସମ୍ପୂର୍ଣ୍ଣ ବିପରୀତ ହେଲେ ସୂକ୍ଷ୍ମ ଭାବରେ ଦେଖିଲେ ଉଭୟ ଗୋଟିଏ ଉତ୍ସରୁ ଜନ୍ମ ଆଉ ସେ ହେଉଛି ‘ମନ’ । ସେଇଥିପାଇଁ ଭାଗବତରେ ଲେଖା ଅଛି ‘କଳ୍ପନା ମୂଳେ କାଳ ଥାଇ । ପ୍ରାଣୀ ତା ଜାଣି ନପାରଇ ।’ ତେଣୁ ଏ ମନ ଯାହାକୁ ଥରେ ‘ପାପ’ ବୋଲି ଗ୍ରହଣ କରିନେଲା ସିଏ ହେଲା ‘ପାପ’, ଯାହାକୁ ‘ପୁଣ୍ୟ’ ବୋଲି ଭାବିଲା ସିଏ ହେଲା ‘ପୂଣ୍ୟ’ । ଅର୍ନ୍ତଦୃଷ୍ଟିରେ ଦେଖିଲେ ପ୍ରାୟ ଗୋଟିଏ ପୁଣ୍ୟ, ଗୋଟିଏ ‘ପାପ’ ବିନା ହୋଇପାରିବ ନାହିଁ ।
       ବଣିଟିଏ ପୋଷିବାକୁ ହେଲେ ଝିଣ୍ଟିକାଟିଏ ମାରିବାକୁ ପଡିବ । କାହାକୁ ଅନ୍ନଦାନ ଦେଇ ପୁଣ୍ୟ ଅର୍ଜ୍ଜନ କରିବାକୁ ହେଲେ ଧାନଗଛକୁ କାଟିବାକୁ ପଡିବ ।
        ତୁ କହ, ପ୍ରାଚୁର୍ଯ୍ୟର ଲକ୍ଷନେଇ ପୁଣ୍ୟର ବାହାନାରେ ପ୍ରଭୁ ପୂଜା ପାଇଁ ବଗିଚାରୁ ଯୌବନରେ ଭାରାକ୍ରାନ୍ତ ଫୁଲ ଗୁଡିକୁ ଛିଡେଇ ଆଣିବା କଣ ‘ପାପ’ ନୁହେଁ ।
        ମା ଙ୍କୁ ଖୁସିକରି ମାନସିକ ପୂରଣ ପାଇଁ ନୀରିହ ପଶୁଙ୍କର ମୁଣ୍ଡହାଣି ଗଡେଇବା କଣ ‘ପାପ’ ନୁହେଁ । ଏ ତ ସଂସାରର ନିୟମ । ତେଣୁ ‘ପାପ’ ‘ପାପ’ରେ, ‘ପୁଣ୍ୟ’ ‘ପୁଣ୍ୟ’ରେ କିମ୍ବା ‘ପାପ’ ‘ପୂଣ୍ୟ’ରେ, ‘ପୁଣ୍ୟ’ ‘ପାପ’ରେ ନିଜନିଜର ଅସ୍ତିତ୍ୱ ହରେଇବସନ୍ତି । ଶେଷରେ ‘ପାପ’ ଏକ ନିରର୍ଥକ ଶବ୍ଦ ଯାହା କୌଣସି ଏକ ସମାଜ ନିଜକୁ ବାନ୍ଧି ରଖିବା ପାଇଁ ମନରୁ ଗଢିଛି ।
ଇତି
ତୋର ଭାଉଜ ରେବତୀ
        ଅନୂପ ରେବତୀର ଡାଏରୀଟି ପଢି ସାରିବାପରେ ସେ ଦୃଢ ନିଶ୍ଚୟ ହୋଇଯାଇଛି ଯେ କାଶୀ ଏ ଡାଏରୀଟି ବଳରେ ଜେଲ୍ ରୁ ଆରାମ୍ ରେ ମୁକୁଳି ଯିବ । ଆଉ ମନେ ମନେ ଭଗବାନଙ୍କୁ ଧନ୍ୟବାଦ୍ ବି ଦେଇଛି ଯେ ରେବତୀ ଡାଏରୀରେ ଥିବା ‘ପାପ’ର ସଜ୍ଞା ଶିବାନୀକୁ ନିଶ୍ଚୟ ବଦଳେଇଦେବ ।
       ଠିକ୍ ସମୟରେ ଭଗବାନ ଆବଶ୍ୟକ ଗଣ୍ଠିଧନକୁ ଆଣି ତାପାଖରେ ପହଞ୍ଚେଇ ଦେଇଛନ୍ତି । ସେ ମନେ ମନେ ସ୍ଥିର କରିଛି ଅଫିସ୍ ରେ ଡାଏରୀଟିକୁ ଶିବାନୀକୁ ଦେଖେଇବ ଏବଂ ଡାଏରୀଟିର ଗୋଟିଏ ଜେରକ୍ସ କରି ଶିବାନୀକୁ ପଢିବାକୁ ଦେଇଦେବ । ସେଇଆ ମଧ୍ୟ କରିଛି । ହେଲେ ଶିବାନୀ ଡାଏରୀଟିକୁ ପଢିସାରିବା ପରେ ମଧ୍ୟ ତାର କୌଣସି ପରିବର୍ତ୍ତନ ନାହିଁ ଯାହାକି ଅନୂପ କୁ ଶିବାନୀକୁ ଏକ ଅନ୍ୟ ନଜରରେ ଦେଖିବାକୁ ବାଧ୍ୟ କରିଛି । ଅନୂପ ଭାବିଛି ଶିବାନୀ କେବଳ ତାକୁ ତାର ଜିଦ୍‌ରେ ୟା ଜୀବନରେ ୟାକୁ କଷ୍ଟ ଦେବାରେ ହିଁ ଆନନ୍ଦ ଅନୁଭବ କରୁଛି ।



*****



ଛଅ


       ଅନୂପ ରକ୍ତର ଆଜି ପ୍ରତିଟି କୋଷରେ ସତେ ଯେପରି ପ୍ରୀତିର ଅଗ୍ନି ସଂଯୋଗ ହୋଇ ତାର କାୟ ମନ ଓ ବାକ୍ୟକୁ ମିଳନର ଆବେଗରେ ଅତିଷ୍ଟ କରିପକାଇଲାଣି । ତାର ମନେ ହେଉଛି ନାହିଁ ନଥିବା ଏକ ଦ୍ୱରାରୋଗ୍ୟ ଭଳି ତାକୁ ଏ ପ୍ରେମରୋଗ ଗ୍ରାସ କରିସାରିଲାଣି । ଯେଉଁଥିରୁ ସେ ମୁକୁଳିବାକୁ ଚାହିଁଲେ ମଧ୍ୟ ଆଉ ମୁକୁଳିବାର ବାଟ ମଧ୍ୟ ନାହିଁ । ଶିବାନୀ ଆଗରେ ତାର କୌଣସି ସ୍ୱାଭିମାନକୁ ମଧ୍ୟ ବଜାଇ ରଖି ପାରିନି । ସ୍ୱାଭିମାନର ମନ୍ତ୍ରରେ ଗଢା ଜନ୍ମରୁ ତାର ଜୀବନ କାହିଁକି କେଜାଣି ଅଭିମାନ କରିବାର ଅଭିଧାନ ମଧ୍ୟ ଶିବାନୀ ଆଗରେ ହରେଇ ସାରିଲାଣି ତାହା ସେ ବୁଝିପାରୁନି । ସେ ଆଜି ଶିବାନୀ ଆଗରେ ନିଜକୁ ଅତି ନ୍ୟୁନ, ନଗନ୍ୟ କରି ପ୍ରେମର ପରିଣତି ପ୍ରଣୟର ଉତ୍କଣ୍ଠାରେ ନିଜକୁ ଆଉ ସମ୍ଭାଳି ପାରୁନି । ଶୟନେ, ସପନେ ଅବା ଜାଗରଣେ ସେ ଆଜି ଅତିଷ୍ଟ ।
      ସେ ଶିବାନୀର ମନରେ ଥିବା ପାପ ଶବ୍ଦର ଭିତ୍ତିଭୂମିକୁ ଅନେକଥର ତାଡି ଫୋପାଡି ଦେବାରୁ ପ୍ରୟାସ କଲାଣି ହେଲେ ସବୁଥିରେ ବିଫଳ । ସେ ବେଳେବେଳେ ଅର୍ନ୍ତକ୍ରୋଧରେ ମଧ୍ୟ ନିଜର ଅସ୍ମୀତା କୁ ହରେଇ ବସି ‘ପାପ’ର ସଂଜ୍ଞାକୁ ଶିବାନୀକୁ ବୁଝେଇ ବସିଛି । ହେଲେ ସତେଯେପରି ଶିବାନୀ ସବୁ ବୁଝିସାରିଲା ପରେ ମଧ୍ୟ ପ୍ରତାରଣା ଭଳି କୁହେ ସବୁଠିକ୍ ହେଲେ ପ୍ରେମରେ ସଂଭୋଗ ପୁଣି ବିବାହିତ ଅବସ୍ଥାରେ ଏ ହେଉଛି ‘ପାପ’ । ଶିବାନୀର କାମ ଅଙ୍ଗ ଗୁଡିକ ସତେ ଯେପରି ୟାଠାରୁ ଯଥେଷ୍ଟ କ୍ରିୟାହୀନ, ଶାନ୍ତ ଓ ବ୍ୟଗ୍ରତା ଶୁନ୍ୟ । ସତେଯେପରି ଅନୂପର ତା ସହିତ ଆଲିଙ୍ଗନ ଓ କିସ୍‌ର ତା ପ୍ରତି କୌଣସି ଫରକ ନାହିଁ ।
       ବେଳେବେଳେ ଅନୂପ ଅନୁଭବ କରିଚି ଯେ ତାକୁ ଜାବୁଡି ଧରିବା ବେଳେ ସେ ବ୍ୟତିବ୍ୟସ୍ତ ହୋଇପଡିଛି ସଂଭୋଗ ଲାଳସାରେ । ହେଲେ ସେ କ୍ଷଣରେ ସେ ହଠାତ୍ କକ୍ଷଚ୍ୟୁତ ତାରା ଭଳି ଛିଟିକି ଯାଇ ଦୂର ଦିଗନ୍ତକୁ କହି ପକାଏ ଏ ହେଉଛି ‘ପାପ’ । ଅନୂପର ମନେହୁଏ ଏହି ଅଲକ୍ଷଣା ଶଦ୍ଦ ‘ପାପ’ ଆଜି ତା ଜୀବନର ଘୋର ଅଶାନ୍ତିର ମୂଳକାରଣ । ଏ ଶଦ୍ଦଟି ସଂସାରର ସବୁଠାରୁ ବଳିଷ୍ଠ ଶଦ୍ଦ ମୋ ଭଲପାଇବାରେ ମଧ୍ୟ କଣ୍ଟା ଭଳି ମନେ ହେଉଛି । କେମିତି ବୁଝେଇଲେ ଶିବାନୀ ବୁଝିପାରିବ ସେ ତା ମଧ୍ୟ ଜାଣି ପାରୁନି । ଗୀତା, ଭାଗବତ, ରାମାୟଣ ପୁରାଣରୁ ଅନେକ ଚରିତ୍ରଙ୍କ ବିଷୟରେ କାଶୀର ଏ ‘ପାପ’ ଶଦ୍ଦର ଅର୍ଥ ବିଷୟରେ ଯୁକ୍ତିକୁ ସେ ଶିବାନୀକୁ ବୁଝେଇ ସାରିଲାଣି ହେଲେ ତା ମନ ମାନୁନି । ୟା ଭିତରେ ସେ କାଶୀ ଓ ରେବତୀ ର ସମ୍ପର୍କ ରେ କାଶୀ ଦେଇଥିବା ‘ପାପ’ ର ସଜ୍ଞା କୁ ଅନେକଥର ବୁଝେଇଛି ଆଉ ରେବତୀର ସେ ଡାଏରୀ ଟିକୁ ଦୁଇଦୁଇ ଥର ପଢେଇକି ଶୁଣେଇଛି ହେଲେ ଜିଦ୍ କଲାଭଳି ତାର ପରିବର୍ତ୍ତନ ଆଦୌ ନାହିଁ ।
         ଆଜି ତା ନିଜର ଏ ଅବସ୍ଥା ହୋଇଗଲାଣି ଜୀବନର ପ୍ରତି ମୁହୁର୍ତ୍ତରେ ଶିବାନୀର ମିଳନ ତାକୁ ଘାଣ୍ଟି ପକାଉଛି । ଅନେକ ଥର ସେ ଗାଡି ଚଳାଉଥିବା ସମୟରେ ସେହି ଶିବାନୀକଥା ଭାବିଭାବି ଗାଡି ଦୁର୍ଘଟଣାରୁ ମଧ୍ୟ ଅଳ୍ପକେ ବର୍ତ୍ତୀ ଗଲାଣି । ହେଲେ ତାକୁ ଲାଗୁଛି ତାର ଆଉ ଏ ସଂସାରରେ ସତେ ଯେପରି ପରମାୟୁ କମ୍ ଦିନ ରହିଗଲା । ଜୀବନରେ ଯେଉଁ ସ୍ୱପ୍ନ ଏ ଧରାରେ ମୃତ୍ୟୂ ପୂର୍ବରୁ ଗୋଟିଏ  ପାଦ ଚିହ୍ନ ଛାଡିଯିବ  ତାହା ବୋଧହୁଏ ସେହି ସ୍ୱପ୍ନରେ ହିଁ ରହିଯିବ । ଏହି ଅଶ୍ଳେଷା ଯନ୍ତ୍ରଣା ତାକୁ ସମାଧିସ୍ଥ କରିଦେବ । ତାକୁ ଯେତେବେଳେ ମାତ୍ର ୧୨ବର୍ଷ ହୋଇଥିଲା ତାର ବାପା ତାକୁ ଛାଡି ଏ ସଂସାରରୁ ଚାଲିଯାଇଥିଲେ ହେଲେ ତା ଆଖିରୁ ଟିକେ ହେଲେ ଲୁହ ବୋହିନଥିଲା । ହେଲେ ଆଜି ସେ ନିଜେ ଏତେ ହୀନ, ଦରିଦ୍ର, ତୁଚ୍ଛ ଏକ ମାୟା ମରିଚିକା ପଛରେ ହୋଇଗଲାଣି ତାର ସୀମା  ମଧ୍ୟ ନାହିଁ ।
        କାହିଁକି ଏମିତି ହେଉଛି?
        ସେ ନିଜେ ମଧ୍ୟ ବୁଝି ପାରୁନି କିମ୍ବା କେଉଁଠାରୁ ଏହାର ସୁତ୍ର ମଧ୍ୟ ଖୋଜିପାଇପରୁନାହିଁ । ତାର ଜୀବନ ବର୍ତ୍ତମାନ ଗୋଟିଏ କାମପୂର୍ଣ୍ଣ ପ୍ରେମରେ ଅଡୁଆ ସୁତା ଭଳି ଯେଉଁଥିରୁ ସୁତା ଟାଣି ଯେତେ ସଜାଡିବାକୁ ଚେଷ୍ଟା କରୁଛି ସେ ସୁତା ସେତେ ଅଡୁଆ ହୋଇଯାଉଛି । ହେଲେ ଶିବାନୀର ଅନ୍ତରର କଥା ଏ  କେବେ ବି ବୁଝି ପାରୁନି । ଏମିତି ଦିନ ପରେ ଦିନ ଦୁଇଜଣଙ୍କର ସେଇ ଅଫିସ୍ ଓ ଘର ଭୀତରେ କଟି ଚାଲିଛି । ୟାରି ଭିତରେ ୧୨ ବର୍ଷର ସର୍ମ୍ପକ ହୋଇଗଲାଣି । ଏତେ ସବୁ ସରିଲା ପରେ ମଧ୍ୟ ଅନୂପର ଆତ୍ମାର କଷ୍ଟ ଓ ଶିବାନୀ ପ୍ରତି ସେମିତି ଦୁର୍ବଳତା ଏବେ ମଧ୍ୟ ଅଛି । ତାକୁ ଉପଭୋଗ କରିବାର କାମନା ଏବେ ମଧ୍ୟ ସେମିତି ବଳବତ୍ତର ହୋଇ ବହୁଗୁଣିତ ହେବାରେ ଲାଗିଛି ।
       ୟାରି ଭିତରେ ଅନୂପ ସଂଗ୍ରହ କରିଥିବା କାଶୀର ବାସ୍ତବ ଜୀବନ କାହାଣୀକୁ ନେଇ ସମ୍ପର୍କ ପବ୍ଲିସିଙ୍ଗ୍ ହାଉସ୍ ଏକ ଛୋଟ ଉପନ୍ୟାସ ଟି ଏ ପବ୍ଲିସ୍ କରିସାରିଛି ଯାହାର ନାଁ ରଖିଛି ‘ପାପ’ । ଆଉ ଏହି ଉପନ୍ୟାସଟି ଲୋକମାନଙ୍କଦ୍ୱାରା ବହୁତ ଆଦୃତ ହୋଇଛି । ତେଣେ ସମ୍ପର୍କ ପବ୍ଲିସିଙ୍ଗ୍ ହାଉସ୍ ର ଶର୍ମାଜୀ ଓ ଅନୂପ ର ସହଯୋଗରେ କାଶୀର କେଶ୍ ଟି ଅଦାଲତରେ ରିଓପନ୍ ହୋଇଛି ଏବଂ ରେବତୀ ର ହାତ ଲେଖା ଡାଏରୀ ବଳରେ କାଶୀ ଜେଲ୍ ରୁ ମୁକ୍ତି ପାଇ ବୋଉ ପାଖରେ ଗାଁରେ ରହିଛି । କାଶୀର ମୁକୁଳିବାରେ ଗାଁ ଲୋକମାନେ ବହୁତ ଖୁସି ହୋଇ ଯାଆନ୍ତି ।
       ଅନୂପ ଗାଁଲୋକଙ୍କୁ ଦେଇଥିବା କଥା ଅନୁସାରେ ତାର ପବ୍ଲିସିଙ୍ଗ ହାଉସ୍ ତରଫରୁ ଅନେକ ଗୁଡିଏ ବହି ଆଣି କାଶିର ଗାଁ ଲାଇବ୍ରେରିକୁ ଦେଇଦେଇଛି । ସୁର ପଣ୍ଡିତେ ଓ ହରି ପଣ୍ଡିତେ ମଧ୍ୟ କାଶୀକୁ ପାଇ ବହୁତ ଖୁସି ହୋଇଯାନ୍ତି । କାଶୀର ମୁକୁଳିବା ପୁର୍ବରୁ ତେଣେ ଜମୀଦାର ରଣବୀର୍ ସାମନ୍ତରାୟ ବାର୍ଦ୍ଧକ୍ୟର କଷାଘାତରେ ଆରପାରିକୁ ଚାଲିଯାଇଥାନ୍ତି । ତାଙ୍କ ବଡପୁଅ ଓ ସାନପୁଅ ରାକେଶ୍ ମଧ୍ୟ ଗାଁରୁ ସମସ୍ତ ଜମିବାଡି ବିକିଦେଇ ବଡପୁଅ କଲିକତାରେ ଘରକିଣି ରହୁଥାନ୍ତି ଓ ସାନପୁଅ ରାକେଶ୍ ରାଉରକେଲାରେ ଘରକିଣି ରହୁଥାନ୍ତି । ଗାଁ ରେ ଆଉ ଜମୀଦାରି ପଣିଆ ନାହିଁ । କାଶୀ ଆଉ ତାର ବୋଉ ଏବେ ଏକ ନୂଆ ଜୀବନ ଆରମ୍ଭ କରି ଗାଁରେ ରହୁଛନ୍ତି । କାଶୀ ପୂର୍ବ ଭଳି ଗାଁ ମନ୍ଦିର କୁ ନିଜର କରିନେଇଛି ।
      ଅନୂପ ଓ ଶିବାନୀ ମଧ୍ୟରେ ଏ ସର୍ମ୍ପକର ସୁତାଖିଅ ଏମିତିକା ଟାଣି ଓଟାରି ହୋଇହୋଇ  ଏହା ଏତେ ମଜଭୁତ୍ ହୋଇଗଲାଣି ଯେ ଦୁଇଜଣଙ୍କ ଭିତରେ ଟିକେ ବି ମନମାଳିନ ହେଲେ ଇଏ କି ସିଏ କେହି ଶାନ୍ତିରେ ଶୋଇପାରନ୍ତିନି । ୟାରି ଭିତରେ ଅନୂପ ମଧ୍ୟ ଶିବାନୀ ତା ଘରର ଏକ ସୁପରିଚିତ ସାଙ୍ଗ ଭାବରେ ତା ସ୍ୱାମୀ ଓ ଅନ୍ୟ ସଦସ୍ୟ ମାନଙ୍କ ସାଥୀରେ ମିଶାଇ ସାରିଲାଣି । ଅନୂପ ଅନେକଥର ଶିବାନୀ ଘରକୁ ଆସି ତା ସ୍ୱାମୀ ସାଙ୍ଗରେ ବସି ଖାଇ ପିଇ ଗଲାଣି । ଅନୂପ ଆଉ ଶିବାନୀ ମଧ୍ୟରେ ସେକ୍ସ ସମ୍ବଦ୍ଧିତ କୌଣସି ହେଲେ କଥା ବୋଧହୁଏ ବାକି ନାହିଁ । ସବୁ ପ୍ରକାର କଥା ଅନୂପ ଶିବାନୀକୁ କହିପାରେ । ଅନୁପ ଓ ଶିବାନୀ ମଧ୍ୟରେ ବୋଧହୁଏ ସମ୍ଭୋଗକୁ ଛାଡିଦେଲେ ଆଉ ସମସ୍ତ ପ୍ରକାର ଶାରୀରିକ ସମ୍ପର୍କ ଏମିତି ବର୍ଷବର୍ଷ ଧରି ଚାଲି ଆସିଛି । ହେଲେ ଶିବାନୀ କେବେ ହେଲେ ତାକୁ ସମ୍ଭୋଗ କରିବାକୁ ଅନୂପକୁ ସୁଯୋଗ  ଆଜି ପର୍ଯ୍ୟନ୍ତ ଦେଇ ନାହିଁ । ସବୁ ବେଳେ ଗୋଟିଏ କଥା ଏଇଟା ହେଉଛି ‘ପାପ’ା
      ଭାରତୀୟ ଦର୍ଶନରେ ନାରୀର ପରମ୍ପରାରେ ଏହା ଏହଉଛି ସର୍ବାଦ୍ୟୈ ପାପ । ଅନୂପର ଅସ୍ଥିରତା ହୃଦୟର ବ୍ୟସ୍ତତା ତାକୁ ମଝିରେ ମଝିରେ କାମାନ୍ଧ କରି ପକେଇଲାଣି । ବେଳେବେଳେ ତା ମନରେ ଶିବାନୀ ପ୍ରତି ବିଦ୍ରୋହ ଯେ ସେ ତାକୁ ଜାଣିଶୁଣି ମିଛରେ ‘ପାପ’ ଶଦ୍ଦର ପ୍ରହେଳିକାରେ କଷ୍ଟ ଦେଇ ଚାଲିଛି । ମନେମନେ ଭାବୁଛି ଶିବାନୀ ତ ଆଧୁନିକ ସଭ୍ୟତାର ପ୍ରତିଟି ଉପାଦାନ ସହିତ ଜଡିତ । ନିତି ସମାଜରେ ଏହିଭଳି ଘଟୁଥିବା ଘଟଣାକୁ ପଢୁଛି ଶୁଣୁଛି । ମୋ ଆଗରେ ଖାଲି ଗୋଟେ ମିଛରେ ଅଭିନୟ କରି ଚାଲିଛି ।
       ଏମିତି ଅନେକ ଭାବିଭାବି ଦିନେ ମନରେ ଦୃଢନିଶ୍ଚୟ କରିଛି ଆସନ୍ତା ବୁଧବାର ଦିନ ସେ ନିଶ୍ଚୟ ଶିବାନୀକୁ ସମ୍ଭୋଗ କରିବ । ଆଗରୁ ଶିବାନୀ ଅନେକ ଥର ଅନୂପ ଘରକୁ ବୁଲିବା ପାଇଁ ଆସିଛି । ତେଣୁ ସେ ଶିବାନୀକୁ ବୁଧବାର ଦିନ ତା ଘରକୁ ବୁଲିବାକୁ କହି ତାକୁ ଆଣିବ ଏବଂସେହି ଦିନ ଏ ଦୀର୍ଘ ବାର ବର୍ଷ ଧରିଥିବା ମନ ଓ ହୃଦୟର ବ୍ୟସ୍ତତାକୁ ସମାପ୍ତ କରିଦେବ ।
      ଋବିବାର ଦିନ ଅନୂପ ଓ ତାର ସ୍ତ୍ରୀ ରାଧା ଓ ପୁଅ ଦୁହେଁ ରାଧାର ବାପଘରକୁ ବୁଲିବା ପାଇଁ ଯାଇଛନ୍ତି । ଅନୂପ ସେଦିନ ରାଧା ଓ ତା ପୁଅକୁ ତାଙ୍କ ଘରେ ୮ଦିନ ପାଇଁ ଛାଡିଦେଇ ଆସିଛି କାରଣ ତା ପୁଅର ବର୍ତ୍ତମାନ ସ୍କୁଲ ଛୁଟି ଘରେ ଆଉ କେହି ନାହାନ୍ତି । ଅନୂପ ଏକୁଟିଆ । ତାର ବେଡରୁମ୍ କୁ ବହୁତ ସୁନ୍ଦର କରି ଅନୂପ ସୋମବାର ଦିନ ସଜେଇଛି । ଅଫିସ୍‌ରେ ଶିବାନୀ ସାଙ୍ଗରେ ଯେମିତି ନିତି ଦିନର ସର୍ମ୍ପକସେସହିଭଳି ରହିଛି । ମଙ୍ଗଳବାର ଦିନ ତା ବେଡ୍ ରୁମ୍ କୁ ବହୁତ ରୋମାଣ୍ଟିକ୍ କରିବା ପାଇଁ ଦୁଇ ତିନିଟା ଫଟୋ ଆଣି କାନ୍ଥରେ ଲଗାଇଦେଇଛି । ଘରର ପରିବେଶକୁ ମନୋରମ କରିବା ପାଇଁ ଟି.ଭି. ପାଖରେ ଦୁଇଟି ରୋମାଣ୍ଟିକ୍ ଫଟୋ ମଧ୍ୟ ଥୋଇଛି ।
        ଘରେ ଅଦ୍ଭୂତ ବାସ୍ନା ପାଇଁ ଏକ ପଫ୍ୟୁମ୍ ଆଣି ଘର ଭିତରେ ସ୍ପ୍ରେ କରି ଦେଇଛି । ଖଟ ଉପରେ ମୁଣ୍ଡ ପାଖରେ ଥିବା ଥାକ ଉପରେ ଗୋଟିଏ ଦାମୀ ଛୋଟ ମଦ ବୋତଲ, ଗୋଟିଏ ପାଣି ବୋତଲ ଟିଏ ମଧ୍ୟ ଆଲାରାମ୍ ଘଣ୍ଟା ପାଖରେ ସଜାଡି ଥୋଇଛି । ଘରର ପରିବେଶ ଏମିତି ରୋମାଣ୍ଟିକ୍ କରି ଦେଇଛି ଯେ କୌଣସି ଲଳନା ସେ ଘରେ ପଶୁ  ତାର ମନ ରୋମାଣ୍ଟିକ୍ ହୋଇ ଉଠିବ । ଘରେ ଲାଗିଥିବା ଧଳା ରଙ୍ଗର ଇଲେକ୍ଟ୍ରିକ  ବଲବ୍ କୁ ବଦଳାଇ ଇଷତ୍ ନୀଳ ରଙ୍ଗର ବଲବ୍ ରେ ଘରର ପରିବେଶକୁ ଆହୁରି ରୋମାଣ୍ଟିକ୍  କରିବାକୁ ପ୍ରୟାସ କରିଛି ।
       ତେଣେ ଟି.ଭ. ସହିତ ଡି.ଭି.ଡି.ପ୍ଲେୟାର ରେ ଗୋଟିଏ ଇଂରାଜୀ ସିନେମାର ମନରୋମ ସେକ୍ସ ସିନ୍ କୁ ଲୋଡ କରି ରଖିଛି । ମନେମନେ ଭାବିଛି ଠିକ୍ ସମୟରେ ସେ ଡି.ଭି.ଡି ପ୍ଲେୟାର କୁ ଚାଲୁକରିଦେବ ଯାହା ଫଳରେ କି ଶିବାନୀ ଆଉ ନିଜକୁ ଆଦୌ ସମ୍ଭାଳି ପାରିବ ନାହିଁ । ବଜାରରେ ମିଳୁଥିବା ଯୌନଉଦ୍ଦିପକ ସେଣ୍ଟ୍ ଟିଏ ଆଣି ବେଡ ଉପରେ ପଡିଥିବା ଗଦି ଓ ତକିଆ ଉପରେ ଛିଞ୍ôଚ ଦେଇଛି । କାନ୍ଥରେ ଯେଉଁ ତିନୋଟି ଫଟୋ ଲଗାଇଛି ସେଥିରୁ ଗୋଟିକରେ ହିନ୍ଦି ସିନେମା ଜଗତର ଜଣେ ନାମି ହିରୋଙ୍କ ସହିତ ଜଣେ ନାମି ହିରୋଇନଙ୍କର ବର୍ଷାରେ ଓଦା ହୋଇ ପରସ୍ପରକୁ ଜାବୁଡି ଧରି ଆଲିଙ୍ଗନ ଓ ଚୁମ୍ବନ କରିବାର ଦୃଶ୍ୟ ଅଛି ।
       ଦ୍ୱିତୀୟ ଫଟୋଟିରେ ଅନ୍ୟ ଦୁଇଜଣ ହିରୋ ହିରୋଇନଙ୍କ ଶରୀରର ବସ୍ତ୍ର ଥାଇ ନଥିଲା ପରି ଅବସ୍ଥାରେ ହିରୋ ହିରୋଇନ ଉପରେ ଶୋଇ କରି କିସ୍ କରିବାର ଦୃଶ୍ୟ ରହିଛି । ଶେଷ ଫଟୋଟିରେ ଇଂରାଜୀ ସିନେମାର ଏକ ଦାମୀ ହିରୋହିରୋଇନ୍ ଜୋଡିଙ୍କର ସୁନ୍ଦର ଭାବରେ ରହିଚି । ବେଡ୍ ସାମନାରେ ଥିବା ଛୋଟ କାନ୍ଥ ଆଲମୀରା ଉପରେ ଦୁଇଟି ଫୁଲଦାନୀ ଭିତରେ ବହୁତ ପ୍ରକାରର ସଜ ଗୋଲାପ ଫୁଲକୁ ଆଣି ବୁଧବାର ସକାଳୁ ଖୋସିଦେଇଛି ।
      ମଙ୍ଗଳବାର ଅଫିସ୍‌ରୁ ବିଦାୟ ନେଲାବେଳେ ଟିକେ ଅଭିମାନ କରି ଶିବାନୀକୁ କିଛି ନକହି ଘରକୁ ପଳାଇଆସିଛି କାରଣ ସିଏ ଜାଣିଛି ଟିକେ ଅଭିମାନ କରି ପଳେଇ ଆସିଲେ କାଲି ଶିବାନୀ ମନକୁ ମନ ନିଶ୍ଚୟ ଆସି ୟା ପାଖରେ ଛିଡା ହେବ । ତେଣୁ ଅଫିସ୍ ରୁ ଫେରିଲା ବେଳେ  ଶିବାନୀକୁ ୟା  ଘର ଦେଇ ଯିବାକୁ କହିଲେ ଶିବାନୀ ମନା କରିବ ନାହିଁ ଓ ନିଶ୍ଚୟ ୟା ଘର ଦେଇ ଯିବ । ସେ ଦିନ ରାତିରେ ଅନୂପକୁ ଆଦୌ ନିଦ ନାହିଁ । ସେ ଜାଣିନି କାଲିର ପରଠାରୁ ଶିବାନୀ ଓ ତା ମଧ୍ୟରେ ଥିବା ସର୍ମ୍ପକ କଣ ହେବ । ହେଲେ ସିଏ ଏତିକି ଶୁଣିଛି ଜଣେ ନାରୀ ଥରେ ମାତ୍ର ଜଣେ ପୁରୁଷ ସାଙ୍ଗରେ ସମ୍ଭୋଗ କରିଦିଏ ତେବେ ସିଏ ତାକୁ ଜୀବନଯାକ ଭୂଲି ପାରେନା ।
       ସିଏ ଯାହା ହେଉନା  କାହିଁକି ଆଉ ସେ ଏ ତାର କାମାନ୍ଧ ପଣିଆକୁ ବରଦାସ୍ତ କରିପାରୁନି । ପୁଣି ଏଭ୍ରିଥିଙ୍ଗ୍ ଇଜ୍ ଫେୟାର ଇନ୍ ଲଭ ଆଣ୍ଡେ ଓା୍ୱର୍ । ତେଣୁ ଏ ସର୍ମ୍ପକର ସୁତାଖିଅ ଛିଡୁ ଅବା ଅଧିକ ଛନ୍ଦାଛନ୍ଦି ହୋଇଯାଉ ଆଉ ସେକଥା ଭାବିବାକୁ  ତା ପାଖରେ ଧୌର୍ଯ୍ୟ ମଧ୍ୟ ନାହିଁ । ଶିବାନୀର ‘ପାପ’ ଶଦ୍ଦ ତାର ମନସ୍ତତ୍ୱକୁ ସମ୍ପୂର୍ଣ୍ଣ ବିଦୀର୍ଣ୍ଣ କରିସାରିଲାଣି । ରାତିଯାକ କେବଳ ଭାବନା, ଶିବାନୀ ଘରକୁ ଆସିଲେ କେମିତି କଣ ସିଏ କରିବ । ଶିବାନୀର ଏହିଠାରୁ ସନ୍ଧ୍ୟା ୭ ଟାରେ ତା ଘରକୁ ଫେରିଲେ ମଧ୍ୟ କିଛି ଅସୁବିଧା ନାହିଁ କାରଣ ତାର ସ୍ୱାମୀ ବାଲେଶ୍ୱରରେ । ପୁଣି ଆସନ୍ତା କାଲି ଅଫିସ୍ ଛୁଟି ତେଣୁ କାଲି ଆସିବାର ମଧ୍ୟ ବ୍ୟସ୍ତତା ନାହିଁ । ତେଣୁ ସେ ଶିବାନୀକୁ ଏଠି ଆରାମସେ ଉପଭୋଗ କରିପାରିବ । ଏମିତି ଅନେକ କଥା ଭାବୁଭାବୁ ରାତି ପାହିଯାଇଛି ।
      ସକାଳୁ ଉଠି ଫ୍ରେସ୍ ହୋଇ ନିଜେ ସେଭିଙ୍ଗ୍ ହୋଇଯାଇଛି । ଭଲଭାବରେ ଗାଧୋଇ ଠାକୁର ପୂଜା ସାରିଦେଇ ବାହାରେ ଯାଇ ଇଡିଲ୍ ସମ୍ବର ଖାଇ ନେଇଛି ଓ ସେଦିନ ଆଗୁଆ ଯାଇ ଅଫିସ୍ ରେ ୯ଟା ୩୦ରେ ପହଞ୍ôଚ ଯାଇଛି । ଯେତେବେଳେ ୯ଟା୪୫ରେ ଶିବାନୀ ଆସି ଅଫିସ୍ ରେ ପହଞ୍ôଚଛି ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଛି । କହିଛି ଗୁଡ୍ ମର୍ଣ୍ଣିଙ୍ଗ୍ । ଅନୂପ କହିଛି ମର୍ଣ୍ଣିଙ୍ଗ୍ । ଆଜି କଣ ଆପଣ ଯଲଦି ପଳେଇଆସିଛନ୍ତି । ଅନୂପ ଅଭିମାନ ଗଳାରେ କହିଛି ଆସିଛି ତ ଆଉ କଣ । ଶିବାନୀ ଜାଣିଲା ଅନୂପ କାଲିଠାରୁ ରାଗିଛି ।
       ତେଣୁ ସିଏ ତା ପାଖକୁ ଗଲା ଓ ଛିଡା ହୋଇ ପଚାରିଲା କଣ ଖାଇକି ଆସିଛ ।
       ଅନୂପ କହିଲା ଇଡିଲ୍ ।
         ଓହଃ ତାହା ହେଲେ ଭଲ ହୋଇଥିବ ଆଉ । ମୋ ପାଇଁ ଆଣିଲନି । ଅନୂପ କହିଲା ଆଣିନି । ଏମିତି ଗାମ୍ଭୀର୍ଯ୍ୟରେ ଅନୂପ ଦିନ ୩ଟା ପର୍ଯ୍ୟନ୍ତ ଥାଏ । ପୁଣି ଶିବାନୀ ଅନୂପ ଟେବୁଲ୍ ପାଖକୁ ଯାଇ ପଚାରିଲା କେତେବେଳକୁ ଘରକୁ ଯିବେ । କାହିଁ ମୋ ସାଙ୍ଗରେ ଘରକୁ ଯିବ ନା କଣ । ଶିବାନୀ ତାର ରାଗ ମୁହଁ ଦେଖି କହିଲା ନେଲେ ନିଶ୍ଚୟ ଯିବି । ଅନୂପ ଆଉ ତାକୁ କହିଲାନି ଯେ ଘରେ ତା ସ୍ତ୍ରୀ ନାହିଁ ବୋଲି । ଭାବିଲା ବାଟରେ ଗଲେ କହିବି ।
      ଦିନ ୪ଟା ୨୦ ହେଲାଣି । ସେ ଦିନ ଶର୍ମାଜୀ ନଥିବାରୁ ଓ ପରଦିନ ଅଫିସ୍ ଛୁଟିଥିବାରୁ ପ୍ରାୟ ସମସ୍ତ ଅଫିସିଆଲ ସ୍ଟାଫ୍ ମାନେ ଘରକୁ ବାହାରିଲେଣି । ପିଅନ ଗଉରା ଆସି କହିଲା ସାର୍ ଯାଉନାହାନ୍ତି ଘରକୁ । ଅନୂପ ଓ ଶିବାନୀ ଦୁହେଁ ଅଫିସ୍ ରୁ ବାହାରୁ ବାହାରୁ ୫ଟା ହୋଇଗଲା । ଶିବାନୀ ଅଫିସ୍ ବାହାରେ ଛିଡା ହେଇଥାଏ ଅନୂପ ତାର ବାଇକ୍ ଟାକୁ ବାଇକ୍ ଷ୍ଟାଣ୍ଡରୁ କାଢି ଆଣି ଶିବାନୀ ପାଖରେ ଛିଡା ହେଲା । ଶିବାନୀ ଗାଡିରେ ଯାଇ ବସିଲା ।
      ସେ ଦିନ ଶିବାନୀ ମଧ୍ୟ ବହୁତ ସୁନ୍ଦର ଦିଶୁଥାଏ । କେହି କହିପାରିବେନି ଯେ ଶିବାନୀର ବର୍ତ୍ତମାନ ର ବୟସ ୩୮ହେବ ବୋଲି । ଗୋଟିଏ ଗ୍ରୀନ୍ କଲର୍ ଶାଢୀରେ ଥିବା ଡାର୍କ ଗ୍ରୀନ୍ କଲର ଧଡି ଓ ବ୍ଲାକ୍‌କଲର ଆଞ୍ଚଲ ଶିବାନୀର ସୁନ୍ଦରତାରେ ଚାରି ଚାନ୍ଦ ଭରିଦେଇଥାଏ । ତା  ସହିତ ଡାର୍କ ଗ୍ରୀନ୍ କଲର୍ ର ବ୍ଲାଉଜ୍ ଶାଢୀ ସହିତ ବହୁତ ସୁନ୍ଦର ମ୍ୟାଚିଙ୍ଗ୍ କରୁଥାଏ । କାନରେ ଦୁଇଟି ଅତ୍ୟାଧୁନିକ ଡିଜାଇନ୍‌ର ଇମିଟେସ୍‌ନ ଫୁଲ ତାର ମୁହଁକୁ ଆହୁତି ସୁନ୍ଦର କରିଥାଏ ।
       ପାଦରେ ହଳେ ସିନ୍ଥେଟିକ୍ ଚପଲ୍ ସହିତ ପାଦର ନାଲି ଅଳତା ଓ ତାପରେ ରୂପାର ପାଉଁଜି ନୂଆକରି ଆସିଥିବା ବୋହୂଟିଏର ପାଦ ଭଳି ଦେଖା ଯାଉଥାଏ । ବିବାହିତ ନାରୀର ପଦମର୍ଯ୍ୟାଦା ଭାବରେ ମଥାରେ ସିନ୍ଥିରେ ନାଲି ସିନ୍ଦୁର ଓ ଆଖି ରେ ତାର କଜ୍ଜୋଳର ଧାର ସତେ ଯେମିତି ସ୍ୱର୍ଗର ପରୀଟିଏ ପରି ମନେ ହେଉଥାଏ । ଅନୂପ ମଟର ସାଇକେଲଟି ଗଡେଇଲା  କିଛି ବାଟରେ ଅନୂପ କହିଲା ଆଜି ଘରେ ରାଧା କିମ୍ବା ପୁଅ ମଧ୍ୟ ନାହାନ୍ତି । ସେମାନଙ୍କୁ କାଲି ମୁଁ ତାଙ୍କ ଘରେ ନେଇ ଛାଡିଦେଇ ଆସିଛି ୮ଦିନ ପାଇଁ । ଏକୁଟିଆ ।  ତେଣୁ ରୋଷେଇ କରିପାରିନି । ଆଜି ବାହାରେ ସେଇଥିପାଇଁ  ଇଡଲି ଖାଇ ଆସିଥିଲି । ବର୍ତ୍ତମାନ କଣ ନେବା ଖାଇବାକୁ କୁହ ।
       ନିତିଦିନ ଯେଉଁ ପାର୍କ ବାଟ ଦେଇ ଆଗରୁ ଯାଆନ୍ତି ସେହି ପାର୍କ ପାଖରେ ପହଞ୍ôଚଲେ । ସେଠାରୁ ଦୁଇଟି ଆଇସି୍‌କ୍ରିମ୍ ନେବା ପାଇଁ ଶିବାନୀ କହିଲା ଓ ବାଟରୁ ଦୋଷା ମଧ୍ୟ ନେଲେ ଦୁହେଁ ଠିକ୍ ୫ଟା୨୫ ମିନିଟ୍ ରେ ଅନୂପର ଘରେ ପହଞ୍ôଚଲେ । ଅନୁପ ପୁରାପୁରି ଅଧୌର୍ଯ୍ୟ । ଆଜି ଆଉ ସେ ସୁଯୋଗ ଛାଡିବନି । ଦୁହେଁ ତା ଘରେ ପହଞ୍ôଚଲେ । ଅନୂପ କହିଲା ଟିକେ ମୁହଁ ଧୋଇପକାଅ । ଶିବାନୀ ମୁହଁ ଧୋଇଛି । ଅନୂପ ମଧ୍ୟ ତା ପରେ । ଦୁହେଁ ଡାଇନିଙ୍ଗ୍ ଟେବୁଲ୍ ଉପରେ ବସି ଦୋସା ଓ ପରେ ପରେ ଆଇସିକ୍ରିମ୍ ଖାଇଛନ୍ତି । ହାତ ଧୋଇ ସାରିବା ବେଳକୁ ସନ୍ଧୟା ୬ଟା । ଅନୂପ ଶିବାନୀକୁ ତା ବେଡରୁମ୍ ଭିତରକୁ ଡାକିଛି । ଶିବାନୀ ବେଡରୁମ୍ ରେ ପସୁପସୁ ଗଦ୍‌ଗଦ୍ ହୋଇଯାଇଛି ।
        ସେ ଘରର ସାଜସଜାର ଉଦ୍ଦେଶ୍ୟ ମଧ୍ୟ ସେ ବୁଝି ପାରିନିି । ସେ ଭାବୁଛି  ଅନୂପ କେତେ ରୋମାଣ୍ଟିକ୍ । ତା ସ୍ତ୍ରୀ କୁ କେମିତି ଘରେ ଶୁଆଉଛି ସେ । କାହିଁ ମୋ ହଜବ୍ୟାଣ୍ଡ୍‌ତ ଦିନେ ଏମିତି ଘରେ କାହିଁ ସଜେଇବାକୁ କହିନାହାନ୍ତି । ସୂର୍ଯ୍ୟ ସେତବେଳକୁ ମା’ କୋଳକୁ ଚାଲି ଗଲେଣି । ଅନ୍ଧାରରେ ଅନୂପ ନୀଳ ବଲବ୍‌ଟାକୁ ଜଳେଇ ବେଡ୍ ଉପରେ ବସିବାକୁ ଶିବାନୀକୁ କହିଛି । ଶିବାନୀ ଆଗରୁ ବସିଲା ଭଳି ବସି ପଡିଛି । ଖାଲି ସେ ଘରର ପରିବେଶକୁ ତନ୍ନତନ୍ନ କରି ନିରୀକ୍ଷଣ କରି ମନେମନେ ଭାବବିହ୍ୱଳ ହୋଇ ପଡିଛି ।
       ଏହି ସମୟରେ ଅନୂପ ତା ପାଖରେ ବସି ତାର କେଶକୁ ଟିକେ ହାତରେ ଧରିଛି । ପୂର୍ବପରି ତାକୁ ଜାବୁଡିଧରି ପକାଇଛି । ଆଲିଙ୍ଗନ କରିଚାଲିଛି । ଶିବାନୀ ନିର୍ବାକ । କିଛି କହୁନି । ଶିବାନୀର ଓଠକୁ ମଧ୍ୟ କାମୁଡି ଧରିଲାଣି ଅନୂପ । ତାର ଶରୀରର ସବୁ ଜାଗାକୁ ଖାଲି ଅନୂପ ନିଜର ହାତରେ ଅଣ୍ଡାଳି ପକାଉଛି । ସତେ ଯେପରି ସେ ଦିନ ଶିବାନୀ ନିଜର ସଂଜ୍ଞା ହରେଇବାକୁ ଯାଉଛି । ଅନୂପ ମନେମନେ ଭାବିସାରିଲାଣି ଯେ ଆଜି ଆଉ ଶିବାନୀ ମୋତେ ରୋକି ପାରିବନି ତାକୁ ସମ୍ଭୋଗ କରିବାକୁ ଏ ‘ପାପ’ଶଦ୍ଦର ଆଳରେ । ଆଗରୁ ପ୍ରାୟ ଏସବୁ କାମ ଅନୂପ ଶିବାନୀ ସାଙ୍ଗରେ କରି ସାରିିଛି । ତେଣୁ ଶିବାନୀ କିଛି କହୁନାହିଁ କହୁଛି ଚାଲ ଡେରି ହେଲାଣି । ଘରକୁ ଯିବି । ଏହିପରି ନୀବିଡ ମୁହୁର୍ତ୍ତରେ ଅନୂପର କାମାନ୍ଧତା ଶିବାନୀର ଶାଢୀ ଖୋଲିବାକୁ ଉଦ୍ୟତ୍ ହଲାଣି । ତଥାପି କାହିଁକି କେଜାଣି ସେଦିନ ଶିବାନୀ କିଛି କହିପାରୁ ନାହିଁ । ବୋଧହୁଏ ତାକୁ ଆଜି ସମ୍ଭୋଗର ପିଡା ଆକର୍ଷଣ କରିଛି । କାମଦେବ ତାକୁ କରାଗ୍ରାତ କରିସାରିଲେଣି । ସତେ ଯେପରି ଶିବାନୀର ଶରୀର ନିସ୍ତେଜ୍ ହୋଇ ଆସିଲାଣି । ପରେପରେ ଅନୂପ ତାଦେହରୁ ଶାଢୀର ଆସ୍ତରଣ ଖୋଲି ସାରିଲାଣି । ହେଲେ ଯେତେବେଳେ ଅନୂପ ତାର ଶରୀରର ଅନ୍ତଃବସ୍ତ୍ର ଖୋଲିବାକୁ ଉଦ୍ୟମ କରେ ଶିବାନୀ ହୋଇିଉଠିଛି ଉତ୍ୟକ୍ତ । ଗର୍ଜନ କରିଛି ରାକ୍ଷସୀ ଭଳି ହେଲେ କ୍ଷୀଣ ଶଦ୍ଦରେ ।
       ଏ କଣ ?
ତୁମେ କାହିଁକି ଏମିତି କରୁଛ । ତୁମେ କଣ ଏତେ ତଳକୁ ଖସଯାଇଛ । ଦିର୍ଘ ୧୨ବର୍ଷ ହେଲା ମୁଁ କହି ଆସୁଛି ସବୁ ଠିକ୍ । ସମ୍ପର୍କ ଥାଉ । ହେଲେ ଏ ହେଉଛି ପାପ । ଏହା କହି ଅନୂପ ଗାଲକୁ ଗୋଟେ ବହୁତ ଜୋରରେ ଜାବୁଡା ମାରିଛି । ନିଜେ ଶାଢୀ ତରତରକରି ପିନ୍ଧିଛି । ଅନୂପର ଆଖିରୁ କାହିଁକି କେଜାଣି ଠକ୍‌ଠକ୍ କରି ଲୁହ ବୋହି ଆସିଛି ହେଲେ ସେ ତାକୁ ଜଣେଇବାକୁ ନଦେଇ ପୋଛି ପକାଇଛି । ହେଲେ ଶିବାନୀ କିନ୍ତୁ ଠଉରେଇ ନେଇଛି ଯେ ଅନୂପ କାନ୍ଦି ପକେଇଛି । ଶିବାନୀ ଋଦ୍ଧ ଗଳାରେ କହିଛି ଚାଲ ମୋତେ ଛାଡିଦେଇ ଆସିବ । ଅନୂପ ସାଙ୍ଗେ ସାଙ୍ଗେ ଉଠି ଘରୁ ବାହାରିଛି । ଗାଡିରେ ଶିବାନୀକୁ ନେଇ ସେ ବସ୍‌ଷ୍ଟାଣ୍ଡରେ ଛାଡିକରି ଫେରିଛି । ଯିବା ସମୟରେ ଶିବାନୀ ତାକୁ କିଛି କହିନି କିମ୍ବା ଅନୂପ ମଧ୍ୟ ତାକୁ କିଛି କହିନି ।
       ଶିବାନୀ ବସ୍ ଷ୍ଟାଣ୍ଡରେ ଛିଡାହୋଇ ବସ୍‌କୁ ଅପେକ୍ଷା କରିଛି । ଅନୂପ ତାକୁ ଛାଡି ଫେରିଲା ପରେ ଶିବାନୀ ତାକୁ ବୁଲିକରି ଟିକେ ଅନେଇଛି ଓ ତା ଆଖିରୁ ଧାରଧାର ଲୁହ ବୋହିବାରେ ଲାଗିଛି ଯେ ସେ ଆଉ ବନ୍ଦ ହେଉନାହିଁ । ତାର ପଣତକାନୀଟି ଲୁହ ପୋଛିପୋଛି ଓଦା ହୋଇଗଲାଣି । ଲୁହରେ ତାର ମୁହଁ ବି ମଳିନ ଦେଖାଗଲାଣି । ମନରେ କୋହ ଅଜସ୍ର । ଆଜି ଅନୂପ ମୋ ସାଙ୍ଗରେ ଏପରି କାହିଁକି କଲେ ଆଉ ମୁଁ ଚଣ୍ଡାଳୁଣି ତାଙ୍କୁ କାହିଁକି ଜାବୁଡା ମାରିଲି । ଏମିତି ଭାବିଭାବି ବସ୍ ରେ ସିଟ୍‌ରେ ମୁହଁ ମାଡି ବସିବସି ଆସି କଟକରେ ଓହ୍ଲେଇଛି ରାତି ୮ଟା ୩୦ରେ ।
       ତା’ ଜୀବନରେ ଆଜି ସେ ଯେତିକି କାନ୍ଦୁଛି କେବେ ବି ସେ କାନ୍ଦି ନଥିଲା । କାହିଁକି କେଜାଣି ସେ ତାର ଲୁହକୁ ଆଉ ରୋକି ପାରୁନି । ଘର ପାଖେଇ ଆସିଲାଣି ଶାଶୁ ଶ୍ୱଶୁର ଥିବେ ପୁଅ ମଧ୍ୟ ଥିବ । ତେଣୁ ବହୁତ କଷ୍ଟରେ ଲୁହ ପୋଛି ଘରେ ପାଦ ଦେଇ ଆଗ ବାଥରୁମ୍‌ରେ ପଶିଛି । ନିଜର ମୁହଁକୁ ଭଲ ଭାବରେ ଧୋଇ ଦେଇଛି । ପୁଅକୁ ଟିକେ ଖାଇବାକୁ ଦେଇ ତା ଶାଶୁକୁ କହିଛି । ବୋଉ ମୋ ମୁଣ୍ଡ କାହିଁ ପ୍ରବଳ ବିନ୍ଧା ହେଉଛି । ମୁଁ ଆଉ ମିଛି କରିପାରିବିନି । ମୁଁ ଶୋଉଛି ତୁମେ ଯାହା କରିବା କଥା କର । ଶାଶୁ ପଚାରିଛନ୍ତି ଔଷଧ ଖାଇଲୁନି ଶିବାନୀ କହିଛି ଖାଇଛି । ଖଟ ଉପରେ ମୁହଁ ମାଡି ଶୋଇ କାନ୍ଦିଚାଲିଛି ଶିବାନୀ ।
       କଣ କରିବ?
       ଏତେ ବଡ ଭୂଲ କରିଦେଲି କାହିଁକି ?
      ଏମିତି କାନ୍ଦିକାନ୍ଦି ତାର ରାତି ପାହି ଯାଇଛି ।
      ଏଣେ ଅନୂପର ଯନ୍ତ୍ରଣା କଥା କହିଲେ ନସରେ । ଘର ଭିତରେ ଲଗାଇଥିବା ସବୁଯାକ ରୋମାଣ୍ଟିକ୍ ଫଟୋକୁ ଚିରି ଗୁଣ୍ଡକରି ଡଷ୍ଟବିନ୍ ରେ ଫୋପାଡି ଦେଇଛି । ଘର ଭିତରର ସବୁ ଜିନିଷକୁ ଖିନି୍‌ଭିନ୍ କରିଦେଇଛି । ଆଣିଥିବା ମଦବୋତଲଟିକୁ ଖୋଲି ପିଇବା ଆରମ୍ଭ କରି ଦେଇଛି । ଜୀବନ ବ୍ୟାପି କୃତକାର୍ଯ୍ୟ ତା ପାଇଁ ଆଜି ତୁଚ୍ଛ ଓ ନଗନ୍ୟ । ଜୀବନରେ କାହାର ବି ମୂଲ୍ୟନାହିଁ । କେହି ନୁହେଁ କାହାର । ମୁଁ କଣ ଭୂଲ୍ କରିଦେଲି । ଦୀର୍ଘ ୧୨ ବର୍ଷ ହେବ ପାଗଳ ଭଳି ତା ପଛରେ ପଡି ନିଜ ଜୀବନର ବହୁତ ଅମୂଲ୍ୟ ଓ ଅଫେରନ୍ତା ମୂହୁର୍ତ୍ତକୁ ମଧ୍ୟ ହରେଇଛି । ଏ ହୃଦୟ ସବୁବେଳେ କଷ୍ଟ ଓ ଯନ୍ତ୍ରଣା ରେ ମର୍ମାହତ । କଣ ହୋଇଗଲା । ଶେଷରେ ପରିଣାମ ଏଇଆ ।
       ଏମିତି ନିଜକୁ ନିଜେ ମଦନିଶାରେ ଗୁରୁଗର୍ଜନ କରିଛି ହେଲେ ତା ମନରେ ଅନୁଶୋଚନା କିମ୍ବା ଅନୁତାପ ନାହିଁ । କାରଣ ତାର ଦୃଢ ବିଶ୍ୱାସ ଯେ ସେ ଯାହା କରିଛି ତାର ପ୍ରାପ୍ୟ । ସେ ଭାବୁଛି ୧୨ବର୍ଷ ଧରି ମୁଁ ତାକୁ ଯେତିକି ହୃଦୟ ଦେଇ ଭଲ ପାଇ ଆସିଛି ଯଦି ଭଗବାନ ଶିବଙ୍କୁ ସେତିକି ଭଲ ପାଇଥାନ୍ତି ତେବେ ସେ ନିଶ୍ଚିତରୂପେ ମୋତେ ଆଶୀର୍ବାଦ କରିସାରନ୍ତେଣି ହେଲେ ଏ ମୋହିନୀ ନାରୀ ମୋ ହୃଦୟର ସର୍ବସ୍ୱ ଲୁଟିସାରି ମଧ୍ୟ ମୋ ପାଖରେ ଆଜି ମାୟାବିନୀ ପାଲଟିଛି । ଏମିତି ଅନେକ ଭାବୁଭାବୁ ମଦ ନିଶାରେ ସକାଳ ହୋଇଛି । ବେଡ୍‌ରୁ ଉଠିଲା ପରେ ସବୁ କିଛି ଓଲଟପାଲଟ ପରି ଲାଗୁଛି । ମୁଣ୍ଡ ବହୁତ ଭାରୀ । ନିଜକୁ ନିଜ ସାମନାରେ ଛିଡା କରାଇବା ପାଇଁ ସତେ ଯେମିତି ତାର ଆଉ ମନବଳ ନାହିଁ ।
      କାଲି ସନ୍ଧ୍ୟାର କଥା ତାକୁ ଖାଲି କରିଚାଲିଛି ବିଚଳିତ । ମନ ନଥାଇ ସେମିତି ଗାଧୋଇ ପାଧୋଇ ଅବେଇଛତର ହୋଇପଡିଥିବା ସାର୍ଟପ୍ୟାଣ୍ଟ୍‌କୁ ପିନ୍ଧି ଦିଅଁ ପୂଜା ନକରି ଗାଡି ନେଇ ଯାଇଛି ବଜାରରୁ ଜଳଖିଆ ଆଣିବାକୁ ।
      ଏଣେ ଶିବାନୀ ନିଜକୁ ନିଜେ କ୍ଷମା କରିପାରିନି । ପ୍ରତାରଣାର ନିଆଁରେ ନିଜେ ସତେଯେମିତି ଜଳିପୋଡି ପାଉଁଶ ହେବାରେ ଲାଗିଛି ।
       କଣ କରିଦେଲି?
       କାହିଁକି ଜାବୁଡା ମାରିଲି?
       କଣ ସେ କରୁଥିବେ?
       ସକାଳୁ ଉଠି ଗାଧୋଇସାରି ଘର ଠାକୁରଙ୍କୁ ପୁଜା କରିବା ସମୟରେ ଅନୂପ କଥା କାଲି ଭାବିବାକୁ ଲାଗିଛି । ହେ ପ୍ରଭୂ ଏ ସମ୍ପର୍କକୁ ପୁଣି ଯୋଡିଦିଅ । ଶିବାନୀ ଜାଣିଛି ଅନୂପ ଯେଉଁଭଳି ସ୍ୱାଭିମାନୀ ସେ ଆଉ ଜୀବନଯାକ ୟା ମୁହଁ ଚାହିଁବନି । ଅସ୍ତବ୍ୟସ୍ତ ମନରେ ନିଜକୁ ସମ୍ଭାଳି ପାରିନି ଶିବାନୀ । ସକାଳ ୮ଟା ୧୦ମିନିଟ୍ । ସେ ଠାକୁର ଘରୁ ଆସି ମୋବାଇଲ୍‌ଟି ଉଠାଇଛି ଓ ଫୋନ୍ କରିଛି ଅନୂପକୁ । ଅନୂପ ଏହି ସମୟରେ ଭୂବନେଶ୍ୱରର ସି.ଆର.ପି. ଛକରେ ଗାଡି ଚଲାଉଥାଏ ।
       ଦୂର୍ବଳ ମନନେଇ ଓ ଜୀବନ ପ୍ରତି ବିତସ୍ପୃହା ଅନୂପ ନିଜେ ବି ଜାଣିପାରୁନି ସେ ବର୍ତ୍ତମାନ ନ୍ୟାସନାଲ୍ ହାଇୱେ ନଂ୫ ରେ ଗାଡି ଚଳେଇ ସି.ଆର.ପି. ଛକରେ ଯାଉଛି ବୋଲି । ହଠାତ୍ ତା ମୋବାଇଲ୍ ଟି ବାଜି ଉଠିଛି । ସେ ଚମକି ପଡି ପକେଟରୁ ମୋବାଇଲ୍ ଟି କାଢିବା ସମୟରେ ତାର ଗାଡି ରାସ୍ତାର ମଝି ଆଡିକି ମୁହାଁଇ୍‌ଯାଇଛି । ପଛରୁ ବହୁତ ଜୋରରେ ଆସୁଥିବା ଏକ ମାଲବାହି ଟ୍ରକ୍ ତାର ବାଇକ୍ ର ପଛପଟୁ ଅତି ଜୋରରେ ଧକ୍‌କା ଦେଇଛି । ତାର ଗାଡିଟି ଗୁଣ୍ଡାଚୂନା ଓ ସେ ପଡିଛି ପ୍ରାୟ ୧୫ ଫୁଟ୍ ଦୂରରେ । ମୋବାଇଲ୍ ଟି ବାଜୁଛି ହେଲେ ଅନୂପର ଜୀବନ ବୀଣା ସେଇଠାରେ ହିଁ ବାଜିବା ବନ୍ଦ କରି ଦେଇଛି ।
        ଉପସ୍ଥିତ ଟ୍ରାଫିକ୍ ପୋଲିସ୍ ଦୈାଡି ଆସିଛନ୍ତି ତାକୁ ଉଦ୍ଧାର କରିବାକୁ । ହେଲେ ସବୁକିଛି ସ୍ତବ୍‌ଧ କେବଳ ମୋବାଇଲ୍ ର ରିଙ୍ଗ୍ ଟୋନ କୁ ଛାଡିଦେଲେ । ପୋଲିସ୍ ଜଣକ ମୋବାଇଲ୍ ଫୋନ୍ ଟି ଉଠାଇ, ଆସିଥିବା ମିସ୍ କଲ୍ ନମ୍ବରଟିକୁ କଲ୍ କରିଛନ୍ତି ।
       କହିଛନ୍ତି, ଆପଣ କିଏ ସେ କହୁଛନ୍ତି?
        ଆପଣ ଙ୍କ ର ଏ ବ୍ୟକ୍ତିଙ୍କର ଆକି୍ସଡେଣ୍ଟ୍ ହୋଇଛି ।
        ଶିବାନୀ ପଚାରିଛି କେଉଁଠି?
        ଉତ୍ତର ଆସିଛି ସି.ଆର୍‌.ପି. ଛକରେ । ଆପଣ ଶୀଘ୍ର ଆସନ୍ତୁ । ଶିବାନୀ ବାୟାଣି ଭଳି ହୋଇଯାଇଛି । ତା ପାଦ ତଳୁ ମାଟି ମା ସତେ ଯେପରି ଅପସରି ଯାଇଛି । ନିଜ କାନ୍ଦକୁ ଆଉ ସମ୍ଭାଳି ପାରିନି । ଶାଶୁକୁ କହି ଉଠିଛି ବୋଉ ମୁଁ ଯାଉଛି । ଆମ ଅଫିସ୍‌ର ଅନୂପର ଆକ୍ସିଡେଣ୍ଟେ୍ ହୋଇଛି । ଶିବାନୀ ଗୋଟିଏ ଅଟୋ ଭଡା କରି ଆସି ସି.ଆର.ପି ଛକରେ ପହଞ୍ôଚଲା ବେଳକୁ ତା ପାଇଁ ଆଉ କିଛି ନାହିଁ । ସେ ଅନୂପର ଲାସ୍ ପାଖରେ ବସି ସ୍ତବ୍ଧ୍ । 
       କେମିତି ହେଲା?
       ଟ୍ରାଫିକ୍ ପୋଲିସ୍ ଜଣକ କହିଛନ୍ତି ସେ ଗାଡି ଚଲେଇକରି ଆସୁଥିବା ସମୟରେ ତା ମୋବାଇଲ୍‌ର କଲ୍ ଆଟେଣ୍ଡ୍ କରିବା ପାଇଁ ପକେଟ୍ ରୁ ମୋବାଇଲ୍ ଟି କାଢିବା ସମୟରେ ଗାଡିଟି ରାସ୍ତା ମଝି ଆଡକୁ ମାଡି ଆସିଛି ଓ ସେହି ସମୟରେ ପଛପଟୁ ଆସୁଥିବା ଟ୍ରକ୍ ଟି ଜୋରରେ ଧକ୍କ୍‌ା ଦେଇଛି । ଏକଥା ଶୁଣିଲା ପରେ ଶିବାନୀ ବୁଝିଯାଇଛିଯେ ଆଜି ଅନୂପ ର ଏ ମୃତ୍ୟୁ ପାଇଁ ସେ ହିଁ ଦାୟୀ । କାନ୍ଦି କାନ୍ଦି ଅଚେତ୍ ହୋଇ ଯାଇଛି ଶବାନୀ । ପାଖରେ ରୁଣ୍ଡ ହୋଇଥିବା ଲୋକମାନେ ତା ମୁହଁରେ ପାଣି ଛିଞ୍ଚି ତାର ଚେତା ଫେରାଇଛନ୍ତି ।
        ଆଜିଠାରୁ ଜୀବନ ତାର ଦୁର୍ବିହ, ନିସଙ୍ଗଃ, ଯନ୍ତ୍ରଣାପୁର୍ଣ୍ଣ । ସେ ଏ ଜନ୍ମରେ କଣ ସାତ ଜନ୍ମ ପର୍ଯ୍ୟନ୍ତ ନିଜକୁ କ୍ଷମା କରିପାରିବନି । ତା ଆଖିର ଲୁହ ଆଜିଠାରୁ ହୃଦୟର କୋହରେ ପରିଣତ ହୋଇଯାଉଛି । ଶିବାନିୀ ଆଜି ପର୍ଯ୍ୟନ୍ତ ତା ଜୀବନରେ ‘ପାପ’ ଶଦ୍ଦର ଅର୍ଥ ଯାହା ବୁଝିଥିଲା ତାହା ଭୂଲ୍ ବୋଲି ପ୍ରମାଣିତ ହୋଇଛି । ଗତ ୧୨ବର୍ଷ ଯାଏଁ ସେ ପାପ କରିନଥିଲା ହେଲେ ଆଜି ଯାହା କଲା ତାହାହିଁ ପ୍ରକୃତ ‘ପାପ’ । ଅନ୍ୟର ଜୀବନରେ ଦୁଃଖ ଭରିଦେବା ହିଁ ପ୍ରକୃତ ‘ପାପ’ । ଆଉ ସବୁ ମିଛ । ସେ ମଧ୍ୟ ଅନୂପ ସାଙ୍ଗରେ ସେହି ସମୟରେ ମରିଯିବାକୁ ଚାହୁଁଥିଲା ହେଲେ ଅନୂପର ୧୨ବର୍ଷର ପୁଅ ଓ ତାର ବିଧବା ସ୍ତ୍ରୀ ରାଧାକୁ ଦେଖି ସେ ବଞ୍ôଚବାକୁ ବାହିଁଚି । ଅନୂପ ପୁଅକୁ କୁଣ୍ଢେଇ ଧରିଛି । ସେହି ଦିନଠାରୁ ମନେମନେ ଦୃଢ ନିଶ୍ଚୟ କରିଛି ଯେ ଅନୁପର  ପୁଅକୁ ମଣିଷ କରିବ ଓ ତା ସ୍ତ୍ରୀ ର ଯତ୍ନ ନେଇକରି କରିଥିବା ‘ପାପ’ର  ପ୍ରାୟଶ୍ଚିତ କରିବ ।
         ସେହି ଦିନଠାରୁ ଶିବାନୀ ଜୀବନରେ ‘ପାପ’ର ସଂଜ୍ଞା କେବଳ ଗୋଟିଏ । ଅନ୍ୟକୁ ଦୁଃଖ ଦେବା ବା ଅନ୍ୟର ମନରେ କଷ୍ଟ ଦେବା ହିଁ ‘ପାପ’ ତା ଛଡା ଆଉ କିଛି ନୁହେଁ । ପୋଥି, ପୁରାଣ, ଭାଗବତରେ ବର୍ଣ୍ଣିତ ‘ପାପ’ ଓ ସମାଜ ଯାହକୁ କୁହେ ‘ପାପ’ ସେ ସବୁ ନିରର୍ଥକ ଓ ସଂଜ୍ଞାହୀନ ପଦବାଚ୍ୟ ହୋଇଯାଇଛି ଶିବାନୀ ପାଖରେ । ‘ପାପ’ ସର୍ମ୍ପକରେ କାଶୀର ବଳିଷ୍ଠ ଯୁକ୍ତି ଆଜି ଶିବାନୀକୁ ଲେଉଟେଇ ଆଣିଛି ଅନ୍ୟ ଏକ ସ୍ଥାନକୁ ଯେଉଁଠାରେ ସ୍ୱାମୀ ଓ ନିଜ ସଂସାରରେ ରହି ମଧ୍ୟ ନିସଙ୍ଗଃ ଜୀବନ ବିତାଇ ଅନୂପର ପ୍ରକୃତ ପ୍ରେମକୁ ମନେମନେ ଝୁରିଚାଲିଛି । ଅନୂପର ପୁଅକୁ ଦିନେ ଆଉ ଗୋଟେ ଅନୂପ କରି ଗଢି ତୋଳିବାର ସ୍ୱପ୍ନରେ ଦିନ କାଟି ଚାଲିଛି । ଆଜି ତାର ନିସଂଃଙ୍ଗତାର ସାଥୀ ସେହି ଅନୂପ ସହିତ ବିତାଇ ଥିବା ଅଭୂଲା ମୂହୁର୍ତ୍ତଗୁଡିକ ସହିତ ଆଉ ଏକ ଜନ୍ମରେ ଅନୂପ ର ସବୁକିଛି ହେବାର ଆଶାରେ ବଞ୍ଚିଚାଲିଛି । 

*****

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS