search in www.iswarchandraworld.blogspot.com

Saturday 7 March 2020

Odia Article ସୁଖ ଓ ଦୁଃଖ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ସୁଖ ଓ ଦୁଃଖ

       ସଂସାରରେ ଏମିତି କିଏ ମନୁଷ୍ୟ ଅଛି ଯିଏ ସୁଖ ନଚାହେଁ । ଯୋଗୀ, ଋଷୀ, ମୁନି, ମହାତ୍ମାଙ୍କଠାରୁ ଆରମ୍ଭକରି ଭୋଗୀ, ଅନୁରାଗୀ ସମସ୍ତେ ସୁଖ ପାଇଁ ବ୍ୟାକୁଳ । କିଏ ଆତ୍ମୀକ ସୁଖ ପାଇଁ ବ୍ୟତିବ୍ୟସ୍ତତ ଆଉ କିଏ ମାନସିକ ଅବା ଶାରିରୀକ ସୁଖ ପାଇଁ ଅହରହ ଚଳଚଞ୍ଚଳ । ମାତ୍ର ସୁଖର ସନ୍ଧାନରେ ସୁଖର ବାସ୍ତବଉତ୍ସକୁ ଭୁଲିବସି ଆମେ ସାଉଁଟି ଚାଲେ ଅସରନ୍ତି ଦୁଃଖ । ଗୋଟିଏ ନିର୍ଦ୍ଧିଷ୍ଟ ସୁଖ ପାଇବା ପଛରେ ଜୀ-ଜାନ୍ ଲଗେଇ ଦେଇ ଯେତେବେଳ ସୁଖଟି ହାତମୁଠାକୁ ଚାଲିଆସେ ସେହି ସୁଖ ସହିତ କେତେ ନୁଆନୁଆ ଦୁଃଖ ଯେ ମୁଣ୍ଡ ଟେକେ ସେଗୁଡିକ ସେ ସୁଖ ପଛରେ ପଡିବା ପୂର୍ବରୁ ଜ୍ଞାନଗୋଚରରେ ନଥାଏ । ପ୍ରତ୍ୟେକ ସୁଖ ଭିତରେ ଅନେକ ଦୁଃଖ ଲୁକାୟିତ ଥିବା ବେଳେ ପ୍ରତ୍ୟେକ ଦୁଃଖ ଭିତରେ ବି ଅନେକ ସୁଖ ନିହିତ ଥାଏ । କେବଳ ସେ କଥାକୁ ହୃଦୟଙ୍ଗମ କରିବାର ଆବଶ୍ୟକ ଥାଏ । ମାତ୍ର ସଂସାରମାୟାର ପ୍ରହେଳିକା ଭିତରେ ଆମେ ନିଜକୁ ଅକସ୍ମାତେ ଓ ଅଚିରେ ହଜେଇ ବସେ । ଏହି ମର୍ମରେ ଛୋଟିଆ କଥାଟିଏ ।

     ଅକ୍ଷୟମଉସାଙ୍କର ଗାଏଁ ମୋଟ ପାଞ୍ଚପ୍ରାଣୀର ସଂସାର । ସ୍ୱାମୀସ୍ତ୍ରୀ, ଦୁଇଝିଅ ଓ କୋଡପୋଛା ପୁଅ । ପି.ଡବ୍ଲୁ.ଡିରେ ତାଙ୍କର ପିଅନ ଚାକିରୀ । ଯେତିକି ଦରମା ପାଆନ୍ତି ଦୁଇଝିଅ ଓ ପୁଅର ପାଠପଢାଖର୍ଚ୍ଚ ସହିତ ଘରଖର୍ଚ୍ଚ ସୁରୁଖୁରୁରେ ହୋଇଯାଏ । ମାତ୍ର ଅନେକ କିଛି ବଞ୍ଚେଇ ପାରନ୍ତିନି କିମ୍ବା ଆଧୁନିକ ଜୀବନ ବଞ୍ôଚବାକୁ ଆବଶ୍ୟକ ପଡୁଥିବା ଘରେ ଫ୍ରିଜ୍‌, ୱାସିଙ୍ଗ୍‌ମେସିନ୍ ଅବା ଗାଧୁଆଘରେ ଗିଜର୍ ଆଦି ଭଳି ଉପକରଣ ମାନ ନଥାଏ । କିନ୍ତୁ ସ୍ତ୍ରୀଙ୍କର ଭାରି ମନ ଘରକୁ ଫ୍ରୀଜଟିଏ ଆସୁ । ସବୁବେଳେ ଅକ୍ଷୟ ମଉସାଙ୍କୁ କୁହନ୍ତି ହେଇ ଦେଖୁଛ ହାଟରୁ ଯେତେ ପରିବା ଆଣୁଛ ସେଥିରୁ ଅଧେ ସଢିଯାଉଛି । ଖରାଦିନେ ଗରମପାଣି ପିଇବାରେ କେତେ ଯେ କଷ୍ଟ ହେଉଚି ତାହା ତୁମେ ଜମାବି ବୁଝୁନ । ଏମିତି ସ୍ତ୍ରୀଙ୍କର ଅନେକ ହିତଉପଦେଶ ହେଉ ଅବା କଟୁକ୍ତିରେ ଅକ୍ଷୟମଉସାଙ୍କର ମନବି କଅଁଳେ । ଦୀ
ଛଅମାସର ଘରଖର୍ଚ୍ଚ ଆଉ ନିଜଖର୍ଚ୍ଚରୁ କାଟି ବହୁ କଷ୍ଟରେ ଫ୍ରିଜ୍‌ପାଇଁ ଅର୍ଥ ଯୋଗାଡ କରି ଠିକ୍ ଖରାଦିନ ପୂର୍ବରୁ ଫ୍ରିଜ୍‌ଟେ ଘରକୁ ନେଇଆସନ୍ତି । ଘରଣୀ ଓ ପିଲାମାନଙ୍କ ଖୁସି କହିଲେ ନସରେ । ଏତେ ପରିମାଣର ଖୁସି ଦେଖି ଅକ୍ଷୟମଉସା ମନେମନେ ଖୁବ୍ ଖୁସି ଅନୁଭବ କରନ୍ତି । କିଛିଦିନ ଫ୍ରିଜ୍ ଖୁବ୍ ଭଲଭାବରେ ଚାଲେ । ଘରେ ଥଣ୍ଡାପାଣିର ଆସର ଠାରୁ ଆଇସକ୍ରିମ୍ ସବୁ ଧୁମ୍‌ଧାମ୍‌ରେ ଚାଲେ । ମାତ୍ର ହଠାତ୍ ଦିନେ ଫ୍ରିଜ୍‌ର କମ୍ପ୍ରେସର୍ ପୋଡିଯାଏ । ଫ୍ରିଜ୍ ରିପ୍ୟାରିଙ୍ଗ୍ ପାଇଁ ଅକ୍ଷୟମଉସା ମିସ୍ତ୍ରୀ ପାଖକୁ ଦୁଇତିନିଥର ଧଇଁସଇଁ ହୋଇ ଯିବା ପରେ ମିସ୍ତ୍ରୀ ପାଖରେ ସମୟ ହୁଏ ଓ ସେ ଆସେ । ମିସ୍ତ୍ରୀ ମଜୁରୀ ଓ ଫ୍ରିଜ୍‌ର ସ୍ପେୟାର ପାର୍ଟସ୍ ବାବଦକୁ ଖର୍ଚ୍ଚ ଅକ୍ଷୟମଉସାଙ୍କୁ ବାଧେ । ଖରାଦିନଯାକ ଫ୍ରିଜ୍‌ରୁ ଥଣ୍ଡାପାଣି ପିଇପିଇ ଏକାଥରେ ସ୍ତ୍ରୀପିଲା ସମସ୍ତଙ୍କୁ ଥଣ୍ଡା କାଶ ଧରେ । ଅକ୍ଷୟମଉସା ଡାକ୍ତରଙ୍କ ପାଖକୁ ଔଷଧ ପାଇଁ ଯାଇଯାଇ ନୟାନ୍ତ ହୁଅନ୍ତି । ସେଥିରେ ମଧ୍ୟ ଖର୍ଚ୍ଚ ବାଧେ । ଶେଷରେ ଡାକ୍ତର କୁହନ୍ତି ଫ୍ରିଜ୍‌ର ଥଣ୍ଡାପାଣି ସବୁବେଳେ ପିଇଲାରୁ ସମସ୍ତଙ୍କୁ ଏମିତି ଥଣ୍ଡା ହୋଇଛି । ଫ୍ରଜ୍ ଆଣିବା ପରଠାରୁ ଫ୍ରଜ୍ ଠାରୁ ଯେଉଁ ସବୁ ସୁଖ ଆଶା କରିଥିଲେ ଅକ୍ଷୟଉସା ତାହା ସହିତ ଅନ୍ୟ କେତେ ଯେ ଦୁଃଖ ସହିଲେଣି ଧାଁଧପଡରେ ତାହା ଚିନ୍ତା କରବାକୁ ତାଙ୍କ ପାଖରେ ସମୟ ହିଁ ନଥାଏ । ମାତ୍ର ସେଦିନ ଡାକ୍ତରଙ୍କ ପାଖରୁ ନିଜ ଥଣ୍ଡା ପାଇଁ ଔଷଧ ଆଣିବା ପରେ ଭାବନ୍ତି ମଣିଷ ଫ୍ରିଜ୍ ନଥିବା ସମୟରେ ବହୁତ ସୁଖରେ ଥିଲା । ମଣିଷ କେଡେ ବଡ ଭୁଲ୍ କଲା । ଛି ଛି ! ଏହା କହି ନିଜକୁ ଖୁବ୍ ଧିକାର କରନ୍ତି । 
      ବନ୍ଧୁଗଣ ବାସ୍ତବରେ ସୁଖ ଆଉ ଦୁଃଖ ଏ ଜୀବନ ରୂପକ ପାରାର ଦୁଇ ଡେଣାପରି । ଗୋଟିଏ ଡେଣାରେ ପାରାଟିର ଉଡିବା ଯେପରି ସମ୍ଭବ ନୁହେଁ ଏ ଜୀବନ ମଧ୍ୟ କେବଳ ଦୁଃଖ ଅବା ସୁଖରେ ଆଗକୁ ବଢିବା ସମ୍ପୂର୍ଣ୍ଣ ଅସମ୍ଭବ । ମାତ୍ର ଏହା ଆମମାନଙ୍କର ବୋଧହୁଏ ନିର୍ବୋଧତା ଯେ ଆମେ ବୁଝିପାରେନା ଦୁଃଖ ଭିତରେବି ସୁଖ ଅଛି । ବାସ୍ ଏ ସୁଖଦୁଃଖର ପ୍ରକୃତ ଉତ୍ସ ହେଉଛି ଆମମାନଙ୍କର ମନ । ଏହି ମନ ଯଦି ଦୁଃଖକୁ ସୁଖ ବୋଲି ଗ୍ରହଣ କରିନିଏ ତେବେ ଦୁଃଖରେ ଆମକୁ ଆନନ୍ଦ ମିଳେ । ଯଦି ଅକ୍ଷୟମଉସା ଫ୍ରିଜ୍‌ଟି କିଣିବା ପରେ ଯେଉଁ ସବୁ ଦୁଃଖ ପାଇଲେ ତାକୁ ସୁଖ ବୋଲି ବିଚାରିଥାନ୍ତେ ତାହା ମଧ୍ୟ ତାଙ୍କୁ ଦୁଃଖ ପରି ଅନୁଭବ ହୋଇନଥାନ୍ତା । ଧରିନେଇଥାନ୍ତେ ଯାହା ହେଉ ଏ ଫ୍ରିଜ୍ କିଣିବା ପରେ କେତେ କଥା ଏ ଜୀବନକୁ ଶିଖିବାକୁ ମିଳିଲା । ଅତିଶୟ ଫ୍ରିଜ୍ ପାଣି ପିଇଲେ ଥଣ୍ଡା ହୁଏ । ଫ୍ରିଜ୍‌ରେ କମ୍ପ୍ରେସର୍ ଲାଗେ । ଥରେ ଫ୍ରିଜ୍ ସହିତ ଅଭ୍ୟାସରେ ପଡିଗଲେ ଫ୍ରିଜ୍ ବିନା କେମିତି ଅସଜଡା ଲାଗେ । ଫ୍ରିଜ୍ ପାଇଁ ଫ୍ରିଜ୍ ମିସ୍ତ୍ରୀ ଭଳି ଜଣେ ନୂଆ ଲୋକ ସହିତ ଦୁନିଆରେ ମିିଶିବାର ସୁ୍‌ଯୋଗ ମଧ୍ୟ ମିଳିଲା । ଆଉ ଫ୍ରିଜ୍ ନଥିବା ସମୟରେ ସେ ଖରାଦିନେ ଗରମପାଣି ପିଇବା, ପନିପରିବାକୁ ପ୍ରାକୃିତିକ ଉପାୟରେ ସାଇତି ରଖିବା ଏମିତି ଅନେକ କଥାରେ ସେ ଯଦି ଆନନ୍ଦିତ ହୋଇଥାନ୍ତେ ତାହା ହେଲେ ସେଥିରେବି ତାଙ୍କୁ ସୁଖ ଖୁବ୍ ମିଳିଥାନ୍ତା  । 
   ତେଣୁ ଏ ସୁଖ ଓ ଦୁଃଖ  ଆମମାନଙ୍କର ମନର ଦୁଇଟି ଅବସ୍ଥା । ମୃଗନାଭି କୃୁସ୍ତୁରୀ ଭଳି ସୁଖର ପ୍ରକୃତ ଉତ୍ସ ନିଜ ମନଭିତରକୁ ନଦେଖି ମୃଗଭଳି ଜଙ୍ଗଲରେ କୃୁସ୍ତୁରୀକୁ ଖୋଜିବାରେଏଣେ ତେଣେ ଦୈାଡୁଛେ ସିନା କିଛି ଲାଭ ନାହିଁ । ତେଣୁ ଆସନ୍ତୁନା ପ୍ରତ୍ୟେକ କର୍ମରେ ମନକୁ ଆନନ୍ଦ ଅନୁଭବ କରେଇ ଜୀବନକୁ ସୁଖମୟ  କରିବା । 

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS