search in www.iswarchandraworld.blogspot.com

Friday 27 March 2020

Odia Novel ପ୍ରହେଳିକା

            

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପ୍ରହେଳିକା




ପ୍ରହେଳିକା (ଉପନ୍ୟାସ)
  ଈଶ୍ୱରଚନ୍ଦ୍ର ନାୟକ

ଦୂର ପାହାଡ ପବ୍ଲିକେଶନ୍‌ସ
ବାଙ୍ଗୁଋଷ ପାଟଣା, ଭାଣପୁର, ରେଞ୍ଚ୍‌, ପୁରୀ-୭୫୨୧୧୪
ଫୋନ୍‌: ୭୯୭୮୯୦୩୦୫୫
ପ୍ରଚ୍ଛଦ: ଅଚିନ୍ତ୍ୟ ନାୟକ
ଦ୍ୱିତୀୟ ସଂସ୍କରଣ: ୨୦୨୦
ମୂଲ୍ୟ: ୧୩୫.୦୦




ଟିକେ ନଜର ଦିଅନ୍ତୁ ନା !

      ଭୋଗବାଦମୁହାଁ ବିଶ୍ୱରେ ଶିକ୍ଷା ଆଜି ସଉଦା । ସ୍ୟୈଦାଗରଙ୍କ ଶିକ୍ଷାନୁଷ୍ଠାନରୂପୀ  ବିପଣୀରେ ଶିଷ୍ୟ ଆଜି କ୍ରେତା । ଶିକ୍ଷକ ଆଜି ବିକ୍ରିର ମାଧ୍ୟମ । କ୍ରୟ ମୂଲ୍ୟ ଯେତେ ଅଧିକ ଶିକ୍ଷାର ଗୁଣବତ୍ତା ଓ ପରିସର ସେତେ ଅôକ । 
      ଆମ ଭାରତରେ ପ୍ରାୟ ସବୁ ବାପାମା ସ୍ୱପ୍ନ ଦେଖନ୍ତି ନିଜର ପୁଅ ଅବା ଝିଅ ବଡହେଲେ ଡାକ୍ତର ଅବା ଇଞ୍ଜିନିୟରଟେ ହେଉ । ଆବଶ୍ୟକ ଧୀଶକ୍ତି ଓ ସେ ଶିକ୍ଷାପ୍ରତି ଆଗ୍ରହ ଥାଉ ବା ନଥାଉ ବାପା ମା ଲାଗିପଡନ୍ତି ତାଙ୍କ ସ୍ୱପ୍ନ ପୂରଣ ପାଇଁ । ଇଞ୍ଜିନିୟରିଂ ଶିକ୍ଷା ପରିସରରେ ଏଭଳି ସ୍ୱପ୍ନ ଆହୁରି ସହଜ ଓ ସୁଲଭ ହୋଇଥାଏ । ସରକାରୀ ପ୍ରବେଶିକା ପରୀକ୍ଷାରେ ପିଲା ଉତ୍ତୀର୍ଣ୍ଣ ନହୋଇ ପାରିଲେ ମଧ୍ୟ ଆଜି ମାଳମାଳ ବେସରକାରୀ ଇଞ୍ଜିନିୟରିଂ ପ୍ରତିଷ୍ଠାନ ମୁଣ୍ଡ ଟେକିଛନ୍ତି ସେମାନଙ୍କୁ ଇଞ୍ଜିନିୟର କରି ଗଢିତୋଳିବା ପାଇଁ । ହେଲେ କେତେକ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ପାରିପାଶ୍ୱର୍କ ପରିବେଶର ଆକର୍ଷଣ ସହ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ପ୍ରଚାର ପ୍ରସାରର ପ୍ରହେଳିକାରେ ପଡିଯାଆନ୍ତି ଅନେକ ନିମ୍ନମଧ୍ୟବିତ୍ତ ଓ ଦରିଦ୍ର ପରିବାରର ଉଚ୍ଚାଭିଳାଷି ଯୁବକଯୁବତୀ । ପିତାମାତାଙ୍କ ଜୀବନଯାକର ସଞ୍ôଚତ ଅର୍ଥ ହେଉ ଅବା ବ୍ୟାଙ୍କ୍ ଋଣ ରେ ନିଜକୁ ଜଣେ ଇଞ୍ଜିନିୟର କରିବାର ସ୍ୱପ୍ନରେ ପ୍ରବେଶ କରନ୍ତି ଏଭଳି ଶିକ୍ଷାନୁଷ୍ଠାନ ମାନଙ୍କରେ ଯେଉଁମାନଙ୍କର ଇଞ୍ଜିନିୟରିଂ ଶିକ୍ଷା ପାଇଁ ଆବଶ୍ୟକ ଶୈଖିକ ସରଞ୍ଜାମ ନା କହିଲେ ଚଳେ । ଚାରିବର୍ଷର ପରିଶ୍ରମ ପରେ ଜଣେ ସାର୍ଟଫିକେଟ୍‌ଧାରୀ ଡିଗ୍ରୀ ଇଞ୍ଜିନିୟରର ମାନ୍ୟତା ପାଇଯାନ୍ତି ସତ ମାତ୍ର ଜୀବନରେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ସେମାନେ କେତେଯେ ସଙ୍ଘର୍ଷ କରନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ । କିଏ ବେକାର ହୋଇ ନିଜ ଗଳି ମହୋଲାରେ ବିପଥଗାମୀ ହୋଇ ବୁଲେ ତ କିଏ ପୁଣି ଇଞ୍ଜିନିୟରିଂ ପାଠକୁ ମନରୁ ସମ୍ପୂର୍ଣ୍ଣ ପୋଛି ଦେଇ ନିଜ ପରିବାରର ପ୍ରତିପୋଷଣ ପାଇଁ ନିଜକୁ କୈାଣସି ଅବାଞ୍ଛିତ କାମରେ ନିୟୋଜିତ କରିନିଏ । 
ଏମିତି କେତେଜଣ ଇଞ୍ଜିନିୟର ମାନଙ୍କର ଚରିତ୍ରକୁ ନେଇ ଏହି ଉପନ୍ୟାସ ଟି ଅଣ୍ଟାଭିଡିଛି ତାହା ବୋଧହୁଏ ଜାଣିବାର କଥା........... । 

ଈଶ୍ୱର ଚନ୍ଦ୍ର ନାୟକ
            





ଏକ


ସିଦ୍ଧାର୍ଥ ଟିକେ ଶୁଣ । କାହିଁକି ରାଗିଛ କହିଲ । କଣ ପାଇଁ ମୁହଁଟା ଏମିତି କରିଛ ଯେ । ଏମିତି କଣଗୋଟେ ଭୂଲ୍ କରିଦେଲି ଯେ ଆଜି ସକାଳୁ ଏପର୍ଯ୍ୟନ୍ତ ହେଲାଣି ମୋ ସହିତ ଟିକେ କଥା ହେଉନ । ଧରିତ୍ରୀ ସିଦ୍ଧାର୍ଥର ପଛେପଛେ ଚାଲୁଥାଏ ଆଉ କହୁଥାଏ । କଲେଜ୍‌ରେ ଅଟୋମୋବାଇଲ୍ ଇଞ୍ଜିନିୟରିଂ ବିଭାଗ ଓ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ କମୁନିକେସନ୍ ଇଞ୍ଜିନିୟରିଂ ବିଭାଗ ପରସ୍ପର ଲଗାଲଗି । ସିଦ୍ଧାର୍ଥ ଯାଇ ତାରି ଡିପାର୍ଟମେଣ୍ଟର ଦ୍ୱିତୀୟ ମହଲାର ବାଲ୍‌କୋନିରେ ପଡିଥିବା ବିଶ୍ରାମ ଚେୟାରରେ ବସିପଡିଛି । ଧରିତ୍ରୀ ବି ଯାଇ ତାରି ପାଖରେ ବସିପଡିଛି । ସିଦ୍ଧାର୍ଥ ରାଗରେ ଧରିତ୍ରୀ ମୁହଁକୁ ଆଦୌ ଚାହୁଁ ନଥାଏ । ଧରିତ୍ରୀ ଆଉ ସମ୍ଭାଳିନପାରି ନିଜ ହାତରେ ସିଦ୍ଧାର୍ଥର ମୁହଁକୁ ନିଜ ଆଡକୁ ବୁଲେଇ ଦେଇଛି । କହିଛି ଯଦି ତୁମେ ଭାବୁଛ ମୁଁ ଭୂଲ୍ କରିଛିବୋଲି ହେଇ ଦେଖ କାନ ଧରୁଛି । ସରି ସରି । ଏହା କହି ଧରିତ୍ରୀ ନିଜର କାନ ଦୁଇଟା ଧରିପକେଇଛି । ସିଦ୍ଧାର୍ଥ ଆଉ ନିଜକୁ ରୋକି ପାରିନି । ଧରିତ୍ରୀର ହାତ ଦୁଇଟା ତା କାନରୁ ଖସେଇ ଦେଇଛି । ସିଦ୍ଧାର୍ଥ ପଚାରିଛି ତମେ ଖାଇଛନା ନାହିଁ । ଧରିତ୍ରୀ କହିଛି କଣ ଖାଇବି ଯେ? ସକାଳରୁ ତମ ହାଣ୍ଡି ଭଳିଆ ମୁହଁଟା ଦେଖି ମୋ ପେଟ ପୁରା ପୁରିଯାଇଛି । ଆଉ ଖାଇବି କଣ । ସିଦ୍ଧାର୍ଥ କହିଛି ହାଣ୍ଡି କୋଉ ହାଣ୍ଡି? ଧରିତ୍ରୀ କହିଛି ମାଟି ହାଣ୍ଡି । ସିଦ୍ଧାର୍ଥ ହସି ଦେଇଛି । ଧରିତ୍ରୀ କହିଛି ଚାଲିଲ ସମସ୍ତେ ହଷ୍ଟେଲ୍ କୁ ଗଲେଣି ଲଞ୍ଚ୍ କରିବାକୁ । ଖାଲି ତମକୁ ଦେଖା ହେବାକୁ ଆସିଲି । ଚାଲ ଯିବା ଖାଇବାକୁ । ସିଦ୍ଧାର୍ଥ କହିଛି ଚାଲ । ଦୁଇଜଣଯାକ ଯେଝା ହଷ୍ଟେଲ୍‌ମେସ୍ କୁ ଯାଇଛନ୍ତି ଖାଇବାକୁ । 
     ଆଜିକୁ ଚାରିମାସ ତଳେ ଯେଉଁଦିନ ସିଦ୍ଧାର୍ଥ ଆସିଥିଲା ଏହି କଲେଜ୍ କୁ ବି.ଟେକ୍ ଇନ୍ ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ଆଡମିଶନ୍ ନେବାକୁ ଠିକ୍ ସେହିଦିନ ଧରିତ୍ରୀ ଆସିଥିଲା ବି.ଟେକ୍ ଇନ୍ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ କମୁନିକେଶନ୍ ଇଞ୍ଜିନିୟରିଂରେ ଆଡମିଶନ୍ ନେବାକୁ ।ସେଦିନ ଅଗଷ୍ଟ ମାସ ୨୭ ତାରିଖ ସୋମବାର ଥାଏ । ସିଦ୍ଧାର୍ଥ ଆଗରୁ ରେଭେନ୍ସ୍‌ା କଲେଜ୍‌ରେ +୨ ବିଜ୍ଞାନ ପଢୁଥିଲା ତେଣୁ ସେ ଆଜି ନିଜର ସବୁ ନଥିପତ୍ର ଧରି ନିଜେ ଏକୁଟିଆ ଆସିଥିଲା ଭୁବନେଶ୍ୱରର ଏହି ଇଞ୍ଜିନିୟରିଂ କଲେଜ୍ ରେ ଆଡମିଶନ୍ ନେବାକୁ । ଆଉ ଧରିତ୍ରୀ ଆସିଥିଲା ତା ବାପାଙ୍କ ସାଙ୍ଗରେ । ଆଡମିଶନ୍ ସମୟ ଥାଏ ଦିନ ଏଗାରଟା । ଦୁଇଜଣଙ୍କର ଆଡମିଶନ୍ ଗୋଟିଏ ହଲ୍ ରେ ହିଁ ହେଉଥିଲା । ହଠାତ୍ ଦିନ ଏଗାରଟା କୋଡିଏ ମିନିଟ୍‌ରେ ଧରିତ୍ରୀ ଦେଖେ ଆଡମିଶନ୍ ପାଇଁ ଆବଶ୍ୟକ ପଡୁଥିବା ମୂଳ ପ୍ରମାଣପତ୍ରର ଦୁଇସେଟ୍ ଜେରକ୍ସ୍ ରୁ ଗୋଟିଏ ମାତ୍ର ସେଟ୍ ତା ପାଖରେ ଅଛି । ସେ ସମୟରେ ସେ ବହୁତ ବ୍ୟସ୍ତ ହୋଇ ପଡୁଥାଏ । ତାର ବାପା ମଧ୍ୟ ବହୁତ ବ୍ୟସ୍ତ ହୋଇପଡନ୍ତି । ଯେହେତୁ କଲେଜ୍‌ଟି ଭୁବନେଶ୍ୱର ସହରଠାରୁ ସାତ କିଲୋମିଟର ଦୂରରେ ଅବସ୍ଥିତ ସହରକୁ ଯିବାପାଇଁ ହେଲେ ବାଇକ୍ ନଚେତ୍ ଅଟୋ ଦରକାର । ଏ ସାଧନ ତାଙ୍କ ପାଖରେ କିଛି ହେଲେ ନଥାଏ । 
      ହଠାତ୍ ସିଦ୍ଧାର୍ଥ କହିଲା ଅଙ୍କଲ୍ ଆପଣ ଏହି ଗେଟ୍ ବାହାରକୁ ଯାଆନ୍ତୁ ସେଠି ଗୋଟେ ଜେରକ୍ସ୍ ଦୋକାନ ଅଛି । ସେଇଠି ଜେରକ୍ସ୍ କରି ଆଣିବେ । ଧରିତ୍ରୀ ଏକ ଆଶ୍ୱସ୍ତି ଦୃଷ୍ଟିରେ ସିଦ୍ଧାର୍ଥକୁ ଚାହିଁଲା । ତାର ଓ ତା’ ବାପାଙ୍କର ତରତର ହୋଇ ଗଲେ ଜେରକ୍‌୍ସ ପାଇଁ । ମାତ୍ର ଦୁର୍ଭାଗ୍ୟ ଜେରକ୍‌୍ସ ମେସିନ ସେଠି ଠିକ୍ ନଥିଲା । ଧରିତ୍ରୀ  ଆହୁରି ବ୍ୟସ୍ତ ହୋଇପଡିଲା । କଣ କରିବ କିଛି ବୁଝିପାରୁ ନଥାଏ । 
      ସମୟର ସୁଯୋଗ ହେଉ ଅବା ବୈଚିତ୍ର‌୍ୟତା ସିଦ୍ଧାର୍ଥ କୁ ମଧ୍ୟ ହଠାତ୍ ସେଇଠିକୁ ଆସିବାକୁ ପଡିଲା ଗୋଟିଏ ରେଭିନିଉ ଷ୍ଟାମ୍ପ୍ ନେବା ପାଇଁ । ସେ ସେଦିନ କଟକରୁ ତାର ମଉସା ପୁଅ ଭାଇର ହିରୋହୋଣ୍ଡାଟି ନେଇକରି ଆସିଥାଏ । ସେ ଦେଖିଲା ବେଳକୁ ଧରିତ୍ରୀ ଓ ତାର ବାପା ଦୁଇଜଣ ସେହି ଦୋକାନ ସାମନାରେ ବ୍ୟତିବ୍ୟସ୍ତ ହୋଇ ଛିଡା ହୋଇଛନ୍ତି । ସିଦ୍ଧାର୍ଥ ପଚାରିଲା ଅଙ୍କଲ୍ ଜେରକ୍‌୍ସ ହୋଇଗଲା ତ । ଧରିତ୍ରୀର ବାପା କହିଲେ ନାହିଁ ରେ ବାପା, ୟାଙ୍କ ମେସିନ୍ ଖରାପ । ସିଦ୍ଧାର୍ଥର ସେତେବେଳକୁ ଆଡମିଶନ୍ ସରିଗଲାଣି । ସେ କହିଛି ଅଙ୍କଲ୍ ଯଦି ଆପଣ ଚାହାନ୍ତି ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି । ଆପଣ ଦୁଇଜଣ ମୋ ଗାଡିରେ ବସନ୍ତୁ ଆମେ ଏହିଠାରୁ ଏକ କି.ମି ଦୂରରେ ଜେରକ୍‌୍ସ ଦୋକାନ ଅଛି ସେହିଠାରୁ କରିଆଣିବା । ଧରିତ୍ରୀ  ମନରେ ଶଙ୍କା ଥାଉ ବା ନଥାଉ ଅସହାୟ ଅବସ୍ଥାରେ ଏ ଭଳି ସାହାଯ୍ୟରେ ସେ ଟିକେ ମନେମନେ ଆଶ୍ଚର୍ଯ୍ୟ ହେଲା । ଅନ୍ୟ ବିକଳ୍ପର ଆଶା ତାଙ୍କ ପାଖରେ ନଥିଲା ତେଣୁ ବାପଝିଅ ଦୁଇଜଣଯାକ ଯାଇ ବସିଲେ ସିଦ୍ଧାର୍ଥ ଗାଡିରେ । ସିଦ୍ଧାର୍ଥ ଗାଡିରେ ଯାଇ ଜେରକ୍ସ ଦୋକାନ ସାମନାରେ ଓହ୍ଲେଇ ପଡିଲେ । ସିଦ୍ଧାର୍ଥ ଧରିତ୍ରୀ କୁ କହିଲା ତୁମେ ଜଲଦି ସାର୍ଟିଫିକେଟ୍ ଗୁଡିକ କାଢ । ଧରିତ୍ରୀ ତଳକୁ ମୁହଁ ପୋତି ତାକୁ ସାର୍ଟିଫିକେଟ୍ ଗୁଡିକ ଦେଲା । ସିଦ୍ଧାର୍ଥ ବି ବହୁତ ତରତରରେ ସାର୍ଟିଫିକେଟ୍‌ଗୁଡିକର ଜେରକ୍‌୍ସ କରିସାରି ଧରିତ୍ରୀକୁ ପଚାରିଛି ଆଉ କିଛି ଛାଡିକି ଆସିନାହାନ୍ତି ତ । ସେମିତି ଲାଜେଇ ଲାଜେଇ ଟିକେ ଦରମିଶା ଭୟରେ ଧରିତ୍ରୀ ଆଗ ଅପେକ୍ଷା ଟିକେ ମୁହଁ ଉପରକୁ ଟେକି କହିଛି ନାହିଁ । ତେବେ ଅଙ୍କଲ୍ ଚାଲନ୍ତୁ ଯିବା । ତିନିଜଣ ଯାକ ଆସି କଲେଜ୍‌ରେ ପହଞ୍ôଚଥିଲେ । ଆଉ ଧରିତ୍ରୀର ଆଡମିଶନ୍ ସରିଗଲାରୁ ଧରିତ୍ରୀର ବାପା ବହୁତ ଖୁସି ଅନୁଭବ କରି ସିଦ୍ଧାର୍ଥକୁ କହିଲେ ବାପା ଧନ୍ୟବାଦ । ତମେ ଆମକୁ ଆଜି ବହୁତ ସାହାଯ୍ୟ କଲ । ତମେ କେଉଁଥିରେ ଆଡମିଶନ୍ ନେଲ । ସିଦ୍ଧାର୍ଥ କହିଛି ଅଟୋମୋବାଇଲ୍ ଇଞ୍ଜିନିୟରିଂରେ । ବହୁତ ଭଲ । ମନଦେଇ ପାଠପଢେ । ଭଲ ମଣିଷଟିଏ ହୁଅ । ଏତେ କଥା ସରିଲା ପରେ ଧରିତ୍ରୀ ଟିକେ ସିଦ୍ଧାର୍ଥ ସାଙ୍ଗରେ ଭଲଭାବରେ ମୁହଁ ମିଶେଇଛି । କହିଛି ଥ୍ୟାଙ୍କସ୍ ଏ ଲଟ୍ । ତମେ ନଥିଲେ ଆମେ ଆଜି ବହୁତ ହଇରାଣ ହେଇଥାନ୍ତୁ । 
     ତାପରେ କଲେଜ୍‌ରେ ପାଠପଢା ହେଲାଠାରୁ ଦୁଇଜଣ ସାଙ୍ଗ । ମାନେ ପରସ୍ପର ଅତି ଆପଣାର ସାଙ୍ଗ ହୋଇଯାଇଛନ୍ତି । ତାଙ୍କ ନିବିଡତା ନଦେଖିଲେ ବିଶ୍ୱାସ କରିହେବନି । 
       ସିଦ୍ଧାର୍ଥର କଲେଜ୍‌ରେ ପୁଅସାଙ୍ଗ ମାନଙ୍କ ଭିତରେ ଅତି ଆପଣା ହେଉଛି ମହମ୍ମଦ ଜମିଲ୍ । ମହମ୍ମଦ ଜମିଲ୍‌ର ଘର ଏଇ ଖୋର୍ଦ୍ଧାପାଖର ଏକ ଗାଁରେ ହୋଇଥିବାରୁ ସେ କଲେଜ୍‌ର ଜଣେ ଡେ ସ୍କଲାର୍ । ସିଦ୍ଧାର୍ଥର ବାପା ଟିପିକଲ ହିନ୍ଦୁ ହୋଇଥିଲେ ମଧ୍ୟ ସିଦ୍ଧାର୍ଥର ହୃଦୟ ଜଗତିକରଣର ବଳୟ ଭିତରେ । ଜମିଲ୍ ତାର ଅତି ଘନିଷ୍ଠ । ଜମିଲ୍ ମଧ୍ୟ ଜାଣେ ଯେ ସିଦ୍ଧାର୍ଥ ଆଉ ଧରିତ୍ରୀ ପରସ୍ପର ବହୁତ ଭଲ ସାଙ୍ଗ । ସେଇଥିପାଇଁ ତିନିଜଣଙ୍କର ପାଠପଢାରେ ପରସ୍ପର ସହଯୋଗ ବହୁତ । ଏମାନଙ୍କର ଦଳର ଅନ୍ୟଜଣେ ସାଙ୍ଗ ଯାହାର ନାମ ଆନନ୍ଦ ଶ୍ରୀବାସ୍ତବ ଯେ କି ଉତ୍ତରପ୍ରଦେଶର ଗୋରଖ୍‌ପୁରରୁ ଆସିଛି ଏଠି ପଢିବାପାଇଁ । ମହମ୍ମଦ ଜମିଲ୍ ସିଦ୍ଧାର୍ଥ ସହିତ ଅଟୋମେବାଇଲ୍ ଇଞ୍ଜିନିୟରିଂ କରୁଥିବା ସ୍ଥଳେ ଆନନ୍ଦ କିନ୍ତୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଂରେ ପଢୁଥାଏ । ଏ ଚାରିଜଣଙ୍କ ଭିତରୁ ସମସ୍ତଙ୍କର ପାରିବାରିକ ପ୍ରଚ୍ଛଦପଟ୍ଟ ଭିନ୍ନ । ସମସ୍ତଙ୍କର ଜୀବନ େଶୈଳୀ ଅଲଗା ଅଲଗା । ହେଲେ ଧରିତ୍ରୀ ଆଉ ସିଦ୍ଧାର୍ଥର କିଛିଟା ମେଳଖାଏ ଯେଉଁଥିପାଇଁ ସେମାନଙ୍କର ଆଜି ବୋଧହୁଏ ଏତେ ନିବୀଡତା । 
      ଏ ଚାରିଜଣଙ୍କ ଭିତରେ ଗୋଟିଏ ବଡ ପାର୍ଥକ୍ୟ ହେଲା ସିଦ୍ଧାର୍ଥ, ଜମିଲ୍ ଓ ଧରିତ୍ରୀଙ୍କର ପାଠପଢା ପ୍ରତି ଯଥାସାଧ୍ୟ ଗୁରୁତ୍ତ୍ୱ କାରଣ ଜୀବନରେ ଚାକିରୀ କରି ରୋଜଗାର କରିବା ସେମାନଙ୍କର ଉଦ୍ଦେଶ୍ୟ । ହେଲେ ଆନନ୍ଦ ଏହାର ସମ୍ପୂର୍ଣ୍ଣ ବିପରୀତ । ବହୁତ ଧାନ୍ୟାଢ୍ୟ ପରିବାରରୁ ଆସିଥିବାରୁ ଜୀବନ ତାର ବିଳାସବ୍ୟସନରେ ଭରା । ଆଉ ଜୀବନକୁ ଉପଭୋଗ କରିବାରେସେ ସବୁବେଳେ ମଜଗୁଲ୍ ରହେ । ପାଠପଢା ତେଣେ ଚୁଲିକି ଯାଉ ତାର ସେଥିରେ କିଛି ଯାଏ ଆସେ ନାହିଁ । 
      ଯୁକ୍ତ ଦୁଇ ବିଜ୍ଞାନ ପାଠ ସରୁସରୁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ଯଦି ଭଲ ର‌୍ୟାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଗଲ ତେବେ ତୁମ ଗଳି, ମହୋଲା ଓ ଗାଁରେ ତୁମର ମୁଣ୍ଡ ଉଚ୍ଚା ହୋଇଯାଏ । ସମସ୍ତେ ତୁମ ଆଡକୁ ଟିକେ ନଜର ଦିଅନ୍ତି । ପିତା ବି ମନ ଖୁସିରେ କିଛିକ୍ଷଣ ପାଇଁ ବିଭୋର ହୋଇପଡନ୍ତି । ଯାହାହେଉ ଆଜି ମୋ ପୁଅ ଅବା ଝିଅ ଏଥର ଇଞ୍ଜିନିୟରିଂ ପାଠ ପଢିବ । ମୁଁ ବାହାରେ ଜଣେ ଇଞ୍ଜିନିୟରର ବାପା ବୋଲାଇବି । ଆଉ ମା’କଥା ନକହିବା ଭଲ । ତାଙ୍କ ମନ ବି କୁଣ୍ଢେ ମୋଟ ହୋଇପଡେ । ଅନେକ ସ୍ୱପ୍ନ ମନରେ ଉଙ୍କିମାରେ ମୋ ପୁଅ ଇଞ୍ଜିନିୟର ହେବ । ସୁଖରେ ଚଳିବ । ଆମ ଜୀବନଧାରା ବଦଳିଯିବ । ଆମର ମଧ୍ୟ ସମାଜରେ ଟିକେ ସମ୍ମାନ ବଢିଯିବ । ଇଞ୍ଜିନିୟର ପୁଅର ବିବାହ ପାଇଁ ଝିଅ ଖୋଜିବାକୁ ଗଲାବେଳେ ଆମ ପାଖରେ ବଡବଡ ଘରର ଝିଅ ମାନଙ୍କର ଲାଇନ୍ ଲାଗିବ । ଆଉ ଯଦି ଇଞ୍ଜିନିୟର ଝିଅ ତେବେ ଜୀବନ ସାର୍ଥକ । ବିବାହରର ଚିନ୍ତା ନାହିଁ ।  ସେ ତା ଜୀବନ ଗଢିବ । ଆମର ଆଭିଯାତ୍ୟ ବହୁତ ଉଚ୍ଚା ହୋଇଯିବ । ପିତାମାତା ମନେମନେ ଅନେକ ସ୍ୱପ୍ନ ବୁଣିଚାଲନ୍ତି ମନ ଭିତରେ । ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାର ମଧ୍ୟ ଅହଂଙ୍କାର ଟିକେ ବଢିଯାଏ । ତା ପାଇଁ ସାଥୀ ମାନଙ୍କ ଭିତରୁ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନଥାନ୍ତି ସେ ସତେ ଯେପରି ସେମାନଙ୍କ ପାଇଁ ଉଦାହରଣ ପାଲଟି ଯାଏ । ମନ ଭିତରେ ସ୍ୱାଭିମାନ ଅହଁଙ୍କାରର ରୂପ ମଧ୍ୟ ନେଇଯାଏ । ସେତେବେଳେ ଏ ଚାରିଜଣ ଯାକ ସାଙ୍ଗ ମଧ୍ୟ ଠିକ୍ ସେହି ଅନୁଭୂତି କୁ ଅନୁଭବ କରିଥିଲେ ।   
      ଧରିତ୍ରୀ ବାପାଙ୍କର ସ୍ୱପ୍ନଥିଲା ଯେ ତାଙ୍କ ଝିଅ ଗୋଟେ ଇଞ୍ଜିନିୟର ହେଉ । ଧରିତ୍ରୀର ମଧ୍ୟ ତାଙ୍କ ଠାରୁ ଅଧିକ ଆଗ୍ରହ ଥିଲାଯେ ସେ ଜଣେ ଇଞ୍ଜିନିୟର ହେବ । ତେଣୁ ଭଗବାନଙ୍କ ଆଶୀର୍ବାଦରୁ ହେଉ ଅବା ସମୟର ସ୍ୱସ୍ତୀ ହେଉ ସେ ଜେ.ଇ.ଇ. ପରୀକ୍ଷାରେ ଭଲ ର‌୍ୟାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇ ପାରି ନଥିଲେ ମଧ୍ୟ ସେ ଆଜି ରାଜ୍ୟ ଜେ.ଇ.ଇ ରେ ଏମିତି ର‌୍ୟାଙ୍କ୍ ରଖିଛି ଯେ ତାକୁ ରାଜ୍ୟ ସରକାରୀ କଲେଜ୍‌ରେ ନହେଲେ ନାହିଁ ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ଆଡମିଶନ୍ ମିଳିଯିବ । ଘରେ ଖୁସି ର ଲହରି ସେଦିନ ଖେଳିଯାଇଥିଲା ଯେଉଁଦିନ ତାର ଇଂଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଥିଲା । 
      ସେ ଦିନ ଘରେ ବାପା ସ୍କୁଲ୍ ରୁ ରେଜଲ୍ଟ ଶୁଣି ଆସି ଭାରି ଭାବବିହ୍ୱୋଳ ହୋଇ ଯାଇଥିଲେ । ତରତରରେ କହିଥିଲେ ବର୍ଷା ତମେ ଆଜି ପୁରୀ, କ୍ଷୀରି ଆଉ ଭଲ ସାଧା ତରକାରୀଟିଏ କର । ଆଜି ମୋ ଝିଅ ତାର ଅଭିଳାଷ ସହିତ ଆମମାନଙ୍କର ଅଭିଳାଷ ପୂରଣ କରିବାର ପଥ ପରିଷ୍କାରକରି ଦେଇଛି । ଧରିତ୍ରୀର ଘର ଜଗତସିଂହପୁରର ଏରସମା ଠାରୁ ପ୍ରାୟ ଏକ କି.ମି. ଦୂରରେ ଅବସ୍ଥିତ ସରସମା ଗାାଁରେ । ତାର ବାପା ବିଶ୍ୱାନାଥ ସାମନ୍ତ ଗାଁ ଉଚ୍ଚ ବିଦ୍ୟାଲୟରେ ସଂସ୍କୃତ ପଣ୍ଡିତ । ତାର ବାପା ସଂସ୍କୃତରେ ସ୍ନାତ୍ତକୋତ୍ତର କଲାପରେ ୧୯୮୮ ମସିହାରେ ସିଧା ଆସି ତାଙ୍କ ଗାଁ ସ୍କୁଲରେ ବିନା ଦରମାରେ ସଂସ୍କୃତ ଶିକ୍ଷକ ରୂପେ କାମ ଆରମ୍ଭ କରିଥିଲେ । ସେତେବେଳେ ଗାଁ ସ୍କୁଲଟି ସରକାରୀ ହୋଇନଥାଏ । ଗାଁର ଲୋକମାନେ କିଛିକିଛି ଟଙ୍କା ଆଦାୟ କରି ଅନ୍ୟ ଶିକ୍ଷକମାନଙ୍କୁ ରଖି ସ୍କୁଲଟି ପରିଚାଳନା କରୁଥାନ୍ତି । ହେଲେ ସ୍କୁଲଟିର ସରକାରୀ ମାନ୍ୟତା ପାଇବାଟା ନିଶ୍ଚିତ ଥିଲା । କାରଣ ସ୍କୁଲରେ ବହୁତ ସଂଖ୍ୟକ ପିଲା ପଢୁଥିଲେ ଆଉ ସରକାରଙ୍କ ନିୟମ ଅନୁସାରେ ସେହି ପଞ୍ଚାୟତରେ ଏହା ଥିଲା ଦ୍ୱିତୀୟ ହାଇସ୍କୁଲ । ତେଣୁ ସବୁଶିକ୍ଷକ ମନଧ୍ୟାନ ଦେଇ ବିଦ୍ୟାଳୟର ଶିକ୍ଷାଦାନର ମାନ କିପରି ଠିକ୍ ରହିବ ଚେଷ୍ଟା କରୁଥିଲେ କାରଣ ସେମାନେ ଜାଣିଥିଲେ ଭବିଷ୍ୟତ ସେମାନଙ୍କର ଉଜ୍ଜ୍ୱଳ । 
      ତା ଜେଜେବାପାଙ୍କର ସେତେ ଜମିବାଡି କିମ୍ବା ଧନସମ୍ପତ୍ତି ମଧ୍ୟ ନଥିଲା । ପଣ୍ଡିତେ ୧୯୯୧ ମସିହାରେ ପାରାଦୀପର ଝିଅ ବର୍ଷାଙ୍କ ସହ ବିବାହ କଲେ । ବିଲବାଡିର ଅଳ୍ପ ଆୟ ସାଙ୍ଗକୁ ଗାଁ ସ୍କୁଲରୁ ମିଳୁଥିବା ଯେଉଁ ଅଳ୍ପ କେତେ ପାହୁଣାରେ ତାଙ୍କ ପରିବାର ସୁରୁଖୁରୁରେ ଚଳୁଥିଲା । ବିବାହରର ଦ୍ୱିତୀୟ ବର୍ଷ ଧରିତ୍ରୀ ଜନ୍ମ ନେଲା ଆଉ ସେହି ବର୍ଷ ଧରିତ୍ରୀର ଜେଜ ଓ ଜେଜେ ମା’ ଆରପାରିକୁ ଚାଲିଗଲେ । ପରିବାରଟି  ଛୋଟ ଥିଲା ବାପା, ମା, ଧରିତ୍ରୀ ଆଉ ଜଣେ ଶିକ୍ଷକର ସମ୍ମାନକୁ ନେଇ । ଧରିତ୍ରୀ ଧୀରେଧୀରେ ବଡ ହେଲା ଗେହ୍ଲି ଝିଅ ପରି । ଧରିତ୍ରୀ ଯେତେବେଳେ ଛଅ ବର୍ଷର ହେଲା ଜନ୍ମ ନେଲା ତା’ର ଆଉ ଗୋଟିଏ ସାନଭଉଣୀ । ତା’ ବାପା ମା’ଙ୍କର ଭାରି ଇଚ୍ଛାଥିଲା ପୁଅଟିଏ ହେଲେ ଭାଇ ଭଉଣୀ ର ପୂର୍ଣ୍ଣାଙ୍ଗ ସଂସାର ହୋଇଯିବ । ହେଲେ ପ୍ରକୃତି ପୁଅ ପରିବର୍ତ୍ତେ ଝିଅ ଟିଏ ଦେଲା ।     
      କିନ୍ତୁ ଏଥିରେ ବିଶ୍ୱନାଥ ଏବଂ ତାଙ୍କ ପତ୍ନି ବର୍ଷାଙ୍କର ଆଦ୍ୟୈ ମନ ଦୁଃଖ ନଥିଲା । ବିଶ୍ୱନାଥ  ବାବୁ ସଂସ୍କୃତ ପଣ୍ଡିତ । ତେଣୁ ସେ ବେଦ, ପୁରାଣ ଆଦିରେ ପାରଙ୍ଗମ । ଜୀବନ ଦର୍ଶନକୁ ସେ ଭଲଭାବରେ ବୁଝିଛନ୍ତି । ଜୀବନର ପ୍ରକୃତ ଉଦ୍ଦେଶ୍ୟ କୁ ମଧ୍ୟ ସେ ହୃଦୟଙ୍ଗମ କରିସାରିଛନ୍ତି । ତାଙ୍କ ପାଇଁ ଦୁଃଖସୁଖ ସେମିତି କିଛି ବି ମାନେ ରଖେନି । ସବୁ ବେଳେ ହସହସ ମୁହଁ । ଦୁଇ ଝିଅଙ୍କୁ ଭାରି ଗେଲବସର କରିଥାନ୍ତି । ଅଳ୍ପ ରୋଜଗାରରେ ମଧ୍ୟ ପରିବାରଟିକୁ ହରାଭରା ଓ ସଂସ୍କୃତି ସମ୍ପର୍ଣ୍ଣ କରି ଗଢି ତୋଳିଥାନ୍ତି । ଧରିତ୍ରୀର ଜୀବନଶୈଳୀ ତା’ବାପାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ । ହିନ୍ଦୁ ଘରର ପରମ୍ପରା, ରିତିନୀତି, ନିୟମନିଷ୍ଠା ସବୁତାର ମନପ୍ରାଣ ଆଉ ହୃଦୟରେ ଘର କରିଛି । ଗୋଟିଏ ଶିକ୍ଷକ ଝିଅ ପାଖରେ ଯେଉଁ ସବୁ ଗୁଣ ରହିବା କଥା ତା ପାଖରେ ଭରପୁର ।ଏଭଳି ଝିଅ ଭାଗ୍ୟରେ ଥିଲେ ମିଳେ ବୋଲି ତା’ବାପାଙ୍କର ହୃଦୟର କଥା । ବାପାଙ୍କ ଠାରୁ ଅନେକ ଗୁଡିଏ ଶ୍ଳୋକ ଆଉ ମନ୍ତ୍ର ସେ ଶିଖିଛି । ପ୍ରତିଦିନ ସକାଳୁ ଗାଧୋଇ ତା ମା’ଙ୍କ ସାଙ୍ଗରେ ତାଙ୍କ ଘରେ ରଖିଥିବା ଫଟୋ ଦିଅଁଙ୍କ ପାଖରେ ବସେ । ଶ୍ଳୋକ ପଢେ, ମନ୍ତ୍ର ପଢେ, ପୂଜା କରେ, ପ୍ରାର୍ଥନା କରେ । ତା ଜୀବନ ଅତ୍ୟନ୍ତ ସାଧାସିଧା । ଏହିପରି ଭାବରେ ତାକୁ ପାଞ୍ଚବର୍ଷ ଯେତେବେଳେ ହୋଇଯାଏ ବାପା ତା’ର ନାଁ ଗାଁ ସ୍କୁଲରେ ୧୯୯୮ ମସିହାରେ ଲେଖାନ୍ତି । ପ୍ରତିଦିନ ତା’ବାପାଙ୍କ ସାଙ୍ଗରେ ସ୍କୁଲଯାଏ ଆଉ ଦୁଇଜଣ ଯାକ ସାଙ୍ଗ ହୋଇ ଘରକୁ ଫେରନ୍ତି । ଧରିତ୍ରୀ ଶ୍ରେଣୀରେ ପ୍ରଥମ ନହେଲେ ମଧ୍ୟ ସବୁବେଳେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହେ । 
      ଧରିତ୍ରୀର ନାଁ ଲେଖିବାର ଠିକ୍ ପରବର୍ଷ ପ୍ରକୃତି ତା’ର କ୍ରୁରତା ଓଡିଶା ବାସୀଙ୍କ ଉପରେ  ନଦିଦିଏ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ମହାବାତ୍ୟାର ତାଣ୍ଡବଲୀଳା ଘଟେ ।  ସେଥିରେ ଏରସମା ଗାଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ଗାଁର ଅନେକ ଲୋକ ମୃତାହତ ହୁଅନ୍ତି । ଗାଁର ଚିହ୍ନବିହ୍ନ ରହେ ନାହିଁ । ହାହାକାର ମାଡିଆସେ । କେଜାଣି କୋଉ ପୂଣ୍ୟ ବଳରେ ହେଉ ବିଶ୍ୱନାଥ ପଣ୍ଡିତେ ସରସମା ରେ ସୁରକ୍ଷିତ ରହିଥାନ୍ତି । କାରଣ ସମୁଦ୍ରର ସେ ଉଚ୍ଚାଲୁଣା ଜୁଆର ସରସମା ପର୍ଯ୍ୟନ୍ତ ଆସିପାରେ ନାହିଁ । ହେଲେ ସବୁ ଚାଷଜମି ବାଲି ଚରିଯାଏ । ସେହି ଅକଥନୀୟ ଦୁର୍ଦ୍ଦଶା ଅନୁଭବ କରିଥିବା ମଣିଷ ତା ଜୀବନ ଥିବା ପର୍ଯ୍ୟନ୍ତ କେବେବି ଭୂଲିପାରିବ ନାହିଁ ।
     ପୁଣି ବଞ୍ôଚବା ପାଇଁ ସଙ୍ଘର୍ଷରତ ମଣିଷ ନିଜର ପ୍ରକୃତି ସହିତ ଯୁଦ୍ଧ ଆରମ୍ଭ କରିଦିଏ । ପୁଣି ପୂର୍ବ ସବୁଜିମାକୁ ଫେରାଇ ଆଣିବାକୁ ଲାଗିପଡେ । ଦେଶବିଦେଶରୁ ଆସିଥିବା ସାହାଯ୍ୟ ସହାନୁଭୂତିକୁ ନେଇ ଧୀରେଧୀରେ ପୁଣି ଜୀବନ ଚଳଚଞ୍ଚଳ ହେବାରେ ଲାଗେ । ଗାଁ ବିଦ୍ୟାଳୟ ଖୋଲିଯାଏ । ଆଖପାଖର ପିଲାମାନେ ବିଦ୍ୟାଳୟକୁ ଆସିବା ଆରମ୍ଭ କରିଦିଅନ୍ତି । ବିଶ୍ୱନାଥ ପଣ୍ଡିତେ ସେମିତି ତାଙ୍କ ଝିଅକୁ ସ୍କୁଲକୁ ସାଙ୍ଗରେ ନେବା ଆଣିବା କରନ୍ତି । 
       ଧରିତ୍ରୀ ପ୍ରାଥମିକ ବିଦ୍ୟାଳୟର ସବୁ ଶିକ୍ଷକ ମାନଙ୍କର ପ୍ରିୟ । କେବଳ ଯେ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କର ଝିଅ ବୋଲି ଯେ ତାକୁ ସ୍ନେହ କରନ୍ତି ତା ନୁହେଁ ବରଂ ତା’ର ଚାଲିଚଳନ, ହାବଭାବ ଆଉ ପାଠ ପାଇଁ ତାକୁ ସମସ୍ତେ ଆଦର କରନ୍ତି । ଏମିତିକା ସମୟ ଗଡିଚାଲେ । ତା’ସାନ ଭଉଣୀବି ତା ସହିତ ସ୍କୁଲକୁ ଆସେ । ସେ ଯେତେବେଳେ ସପ୍ତମରେ ପଢୁଥିଲା ଦିନେ ତା’ର ବାପା କହିଲେ ଚାଲ ସମସ୍ତେ ପାରାଦ୍ୱିପ ବନ୍ଦର ବୁଲିବାକୁ ଯିବା । ଏହି ଦଶହରା ଛୁଟିରେ ଆମେ ଦିନେ ଗୋଟିଏ ଅଟୋଟିଏ କରିବା । ଏଠୁତ ବେଶୀ ବାଟ ନୁହେଁ । ସକାଳୁ ଯିବା, ବନ୍ଦର ବୁଲାବୁଲି କରି ସନ୍ଧ୍ୟାକୁ ଫେରି  ଆସିବା । ଧରିତ୍ରୀ ମନରେ ଆନନ୍ଦ କହିଲେ ନସରେ । ଗାୟତ୍ରୀ ବି ଆହୁରି ଖୁସି । କାରଣ ଆର୍ଥୀକ ଅଭାବରୁ ସେମାନେ କୁଆଡେ ହେଲେ ବୁଲିବାକୁ ଯାଇପାରନ୍ତିନି । ଆଜି ସୁଯୋଗ ମିଳିଛି । ୨୦୦୫ ମସିହା ଅକ୍ଟୋବର ମାସ ପ୍ରଥମ ରବିବାର । ସେମାନେ ବାହାରିଲେ ପାରାଦ୍ୱୀପ  ବୁଲିବାକୁ । ପାରାଦ୍ୱୀପରେ ସେମାନେ ଦିନ ୧୧ଟା ପହଞ୍ôଚ ଯାଇଛନ୍ତି  ବନ୍ଦର ଭିତର ବୁଲିବାକୁ । ବନ୍ଦରରେ  ବଡବଡ ଜାହାଜକୁ ଧରିତ୍ରୀ ଓ ତାର ସାନଭଉଣୀ ଗାୟତ୍ରୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଜଣେ ଇଞ୍ଜିନିୟର ଜାହାଜର ଏକ ଯନ୍ତ୍ରାଶଂର ମରାମତି କରୁଥାନ୍ତି । ତାହାଦେଖି ଧରିତ୍ରୀ ତା’ବାପାଙ୍କୁ ସେ ଲୋକଟି ବିଷୟରେ ପଚାରେ । ବାପା ତା’ର ବୁଝାନ୍ତି ଯେ ସେ ହେଉଛନ୍ତି ଜଣେ ଇଞ୍ଜିନିୟର । କାହିଁକି କେଜାଣି ସେହି ମୁହୂର୍ତ୍ତରୁ ଧରିତ୍ରୀ ମନରେ ଗୋଟିଏ ଆଶା ଉଙ୍କି ମାରିଛି  ଯେ ସେ ବଡ ହେଲେ ଇଞ୍ଜିନିୟର ଟେ ହେବ । ତା’ର ବାପା ଓ ମା’ଙ୍କର  ମଧ୍ୟ ଭାରି ଇଚ୍ଛା ତା’ଙ୍କ ଝିଅ ଇଞ୍ଜିନିୟରଟେ ହେଉ ।
      ଧରିତ୍ରୀ ଦଶମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଜଗତସିଂହପୁର କଲେଜ୍‌ରେ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇଛି । ଯୁକ୍ତଦୁଇ ବିଜ୍ଞାନରେ ମଧ୍ୟ ଅନୁରୂପ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି ହେଲେ ସେ ଦେଇଥିବା ଜାତୀୟସ୍ତରୀୟ ଇଞିନିୟରିଙ୍ଗ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନି କିନ୍ତୁ ସୈାଭାଗ୍ୟ ବସତଃ ସେ ରାଜ୍ୟ ଇଞିନିୟରିଙ୍ଗ୍ ପ୍ରବେଶିକା ପରୀକ୍ଷାରେ ଭଲ ର‌୍ୟାଙ୍କ୍ ରଖି ଆଜି ସେ ଏହି ଲାନ୍ଥାନାଇଡ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ବି.ଟେକ୍ ଇନ୍ ଇଲେକ୍ଟ୍ରୋନିକ୍ସ୍       ଆଣ୍ଡ କମୁନିକେଶନ୍ ଇଞ୍ଜିନିୟରିଙ୍ଗ୍ ରେ ଆଡମିଶନ୍ ନେଇଛି ।
      ତା’ ବାପାଙ୍କର ଚାକିରୀ ୨୦୦୨ ମସିହାରେ ସରକାରୀ ହେଲା । ସେମାନଙ୍କର ଆର୍ଥୀକ ପରିସ୍ଥିତି ସୁଧୁରିଲା ସତ ହେଲେ ପକ୍କାଘରଟିଏ କରିବାରେ ତା’ବାପା ପ୍ରାୟ ସବୁ ପଇସା ଖର୍ଚ୍ଚ କରିଦେଇଥିଲେ । ତେଣୁ ଇଞ୍ଜିନିୟରିଙ୍ଗ୍ ପଢାଇବାକୁ ବ୍ୟାଙ୍କ୍‌ର ଦ୍ୱାରସ୍ଥ ହୋଇଥିଲେ । ବ୍ୟାଙ୍କ୍‌ରୁ ଋଣ ଆଣିବାଟା ସେତେ ସହଜ ନୁହେଁ । ବ୍ୟାଙ୍କ୍‌ରୁ ଋଣ ଆଣିଲା ବେଳକୁ ବ୍ୟାଙ୍କ୍‌ର ଅଫିସରମାନେ ଏପରି ବ୍ୟବହାର କରନ୍ତି ସତେଯେପରି ସେ ନିଜେ ଅର୍ଜନ କରି ସଂଞ୍ôଚତ ଧନକୁ ଋଣ ଦେବେ । ସରକାର ପାଠପଢା ଋଣ ଦେବାକୁ ପ୍ରୋତ୍ସାହନ ଯେତେ ଦେଉନା କାହିଁଙ୍କି ଏମାନଙ୍କ ପ୍ରକୃତିରେ ଆଦ୍ୟୈ ପରିବର୍ତ୍ତନ ଦେଖାଯାଏନି । ଯାଉଯାଉ ପଚାରିବସନ୍ତି ଋଣ କର୍ତ୍ତାର ଗ୍ୟାରେଣ୍ଟର୍ କିଏ । ଯଦି ଛାତ୍ର ଅବା ଛାତ୍ରୀଟିର ବାପା କିମ୍ବା ମା’ସରକାରୀ ଚାକିରୀଆ ତେବେ ବ୍ୟାଙ୍କ୍ ଅଫିସ୍‌ର ଆଉ ଅଧିକ କିଛି ପଚାରନ୍ତି ନାହିଁ । ପଢାପାଇଁ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ଆଡମିଶନ୍ ଖର୍ଚ୍ଚ ଓ ସେମିଷ୍ଟର ଖର୍ଚ୍ଚର ପରିମାଣ ଦେଖୁଦେଖୁ ଋଣ ଦେଇ ଦିଅନ୍ତି । ହେଲେ ଆଡମିଶନ୍ ପାଇଁ ପ୍ରଥମେ ଛାତ୍ର ଅବା ଛାତ୍ରୀକୁ ନିଜ ତରଫରୁ କେଉଁଠୁ ନା କେଉଁଠୁ ଟଙ୍କା ଯୋଗାଡ କରିବାକୁ ପଡିଥାଏ । ଆଡମିଶନ୍ ସରିଲା ପରେ ଟଙ୍କା ବ୍ୟାଙ୍କ୍ ଦିଏ ଓ ତାପରେ ସିଧା ଇଞ୍ଜିନିୟରିଙ୍ଗ୍ କଲେଜ୍‌କୁଦେଇଚାଲେ । ଏଠି ଧରିତ୍ରୀ ପାଇଁ ସେମିତି କିଛି ଅସୁବିଧା ହୋଇନଥିଲା କାରଣ ତା’ବାପା ଥିଲେ ସରକାରୀ ଚାକିରୀଆ । ତେଣୁ ଆଜି ସେ ବ୍ୟାଙ୍କ୍ ଋଣରେ ଏଠି ଇଞ୍ଜିନିୟରିଙ୍ଗ୍ କଲେଜ୍‌ର ପ୍ରଥମ ବର୍ଷର ଛାତ୍ରୀ । 
      ଧରିତ୍ରୀର ଜୀବନର ସବୁ ସମୟ ଗାଁରେ କଟିଛି । ଆଧୁନିକତାର ଆଚରଣ ତାକୁ ସ୍ପର୍ଶ କରିନି । ସାଧାସିଧା ବେଶଭୂଷା । କପଟ ବୋଲି କଣ ସେ ଯାଣେନା । ଏ ଦୁନିଆର ମଣିଷମାନଙ୍କର ଚାଲାକିପଣିଆ ଆଉ ଧୋକାକୁ ସେ କେବେ ଦେଖିନି କିମ୍ବା ଅନୁଭବ କରିନି । ସେ ତା ଜୀବନ ରେ ଆଜି ପର୍ଯ୍ୟନ୍ତ କେବଳ ପାଇଛି ସ୍ନେହ, ମମତା, ପ୍ରିତୀ ଓ ଆଉ ଗାଉଁଲି ଜୀବନର ଶାନ୍ତି ଆଉ ନୀରବତା । କେବେ କାହାଠାରୁ ହୃଦୟରୁ  ଆଘାତ ପାଇନି କିମ୍ବା କାହାକୁ ଆଘାତ ମଧ୍ୟ ଦେଇନି । ତା’ବିଶ୍ୱାସରେ ସମସ୍ତେ ଭଲ । ସମସ୍ତେ ଏହି ଗାଁର ଲୋକ ଭଳି । ଘରେ ଦୂରଦର୍ଶନରେ ସବୁଦିନ ଚଳଚିତ୍ର ଓ ଧାରାବାହିକ କାର୍ଯ୍ୟକ୍ରମ ଦେଖୁଥିଲେ ମଧ୍ୟ ସେ କେବେବି ଆଧୁନିକ ଚାକଚକ୍ୟତାରେ ପ୍ରଭାବିତ ହୋଇନି । ଜୀବନର ସୁନ୍ଦରତା ସେ ସରଳତାରେ ହିଁ ବିଶ୍ୱାସ କରେ । ଆଉ ତା ସୁନ୍ଦରତା କଥା ନିଆରା । ଗୋଲ୍ ଆଉ ଗୁଲୁଗୁଲିଆ ମୁହଁ ସାଙ୍ଗକୁ ମୁଣ୍ଡର ପଛପଟେ ଚୁଟିର ଗଣ୍ଠି ତାକୁ ବହୁତ ସୁନ୍ଦରତା ପ୍ରଦାନ କରେ । ମଥାରେ ଟିକିଲିଟିଏ ଲଗାଏ । ହାତରେ ଦୁଇଟି ଲେଖାଁଏ ପ୍ଲାଷ୍ଟିକ୍ ଶଙ୍ଖା ଲଗାଇବାକୁ କେବେବି ସେ ଭୁଲେନି । 
      ବାମ ହାତରେ ତା’ର ଛୋଟ ଘଣ୍ଟାଟିଏ ଚିର ସହଚର । ସମୟାନୁବର୍ତ୍ତୀ ତା’ଠାରୁ ଶିଖିବାର କଥା । ସବୁ କାମରେ ସେ ସମୟକୁ ସର୍ବାଧିକ ଗୁରୁତ୍ତ୍ୱ ପ୍ରଦାନ କରେ । ନାକଟି ତାର ଟିକେ ବଡ ହୋଇଥିବାରୁ ଏହା ତାର ମୁହଁର ସୌନ୍ଦର୍ଯ୍ୟକୁ ଏକ ଅନନ୍ୟତା ପ୍ରଦାନକରେ । ଆଖିଦୁଇଟି ତା’ର ବହୁତ ସୁନ୍ଦର । ଆଖିରେ ଚପଳତା ବହୁତ କମ୍ । ନିରୀହତାର ସ୍ନିଗଧା ତା ଆଖିରେ ଜଳଜଳହୋଇ ଦେଖାଯାଏ । ଆଖିରେ କଜ୍ଜ୍ୱଳଗାର ତାର ଗୋରା ମୁହଁରେ ଅନ୍ୟ ପାଇଁ ଆକର୍ଷଣ ଭରିଦିଏ । 
      ଚାଲି ବହୁତ ଶାନ୍ତ ଓ ଧୀର । ଚାଲିଗଲେ ଧରିତ୍ରୀକୁ ବି ଯନ୍ତ୍ରଣା ସତେ ଯେମିତି ହୁଏ ନାହିଁ । କାନଦୁଇଟିରେ ସୁନାର ତିଆରି ଦୁଇଟି ଛୋଟଛୋଟ ଫୁଲ ପିନ୍ଧିଥାଏ । ମୁଣ୍ଡ କୁଣ୍ଡେଇବାର ଶୈଳୀ ଟିକେ ନିଆରା । ମଥା ସାମନାରୁ ଚୁଟିର ପଛକୁ ଦୁଇଇଞ୍ଚ୍ ପର୍ଯ୍ୟନ୍ତ ସିଧା ସୁନ୍ଥାଣି ତାପରେ ଡାହାଣକୁ ଦୁଇଇଞ୍ଚ୍‌୍ ଶେଷରେ ସେଇଠାରୁ ପଛପଟକୁ ଲମ୍ବି ଯାଇଥାଏ । ପଛପଟେ ଚୁଟିକୁ ସବୁବେଳେ ଟାଇଟ୍ କରି ବାନ୍ଧିରଖିଥାଏ ଗୋଟିଏ ରବର ବ୍ୟାଣ୍ଡ୍ ଦ୍ୱାରା । କାହାସହିତ ବେଶୀ କଥା ହେବାକୁ ସେ ଆଦ୍ୟୈ ଭଲପାଏନି । ତା କଣ୍ଠଟି ବି ସୁରିଲା । ମନେମନେ ସେ ଅନେକ ପ୍ରାର୍ଥନା ଗାଏ । ଗୁରୁଜନ ମାନଙ୍କୁ ସେ ସମ୍ମାନ ଦେବାରେ କେବେବି ହେଳ’ା କରେନି । ଆଉ ତା’ଠାରୁ ସାନ  ମାନଙ୍କୁ ସ୍ନେହ, ମମତାରେ ସେ ସବୁବେଳେ ବାନ୍ଧିରଖେ । ସରସମା ଗାଁରେ ସେ ସମସ୍ତଙ୍କର ଆଦରର ଝିଅ । ସମସ୍ତେ ତାକୁ ବହୁତ ଭଲ ପାଆନ୍ତି ।ସକାରାତ୍ମକ ଶୈଳୀରେ ଆପଣ କେଉଁ କଲେଜ୍‌ରେ ଆଡ୍‌ମିଶନ୍ କରେଇବେ ସେଠାରୁ ଆଗ ଆଡମିଶନ୍ ଲେଟର୍ ଆଣନ୍ତୁ । ଆପଣଙ୍କର ସ୍ଥାୟୀବାସିନ୍ଦା ପ୍ରମାଣପତ୍ର ସହିତ ବାର୍ଷିକ ଆୟ ସାର୍ଟିଫିକେଟ୍ ଆଣନ୍ତୁ । ଇତ୍ୟାଦି ଇତ୍ୟାଦି । 
      ଆଚାର୍ଯ୍ୟେଙ୍କର ଏ ସବୁ କଥାରେ ମନ ଅସ୍ତବ୍ୟସ୍ତ ହୋଇଯାଇଛି । ସେ ମନେମନେ ଭାବିନେଇଛନ୍ତି ତାଙ୍କ ପୁଅ ଇଞ୍ଜିନିୟରିଂ ପଢିବା ସମ୍ପୂର୍ଣ୍ଣ ଅସମ୍ଭବ । ଏ ବ୍ୟାଙ୍କ୍ ଆମକୁ ଋଣ ଦେବନି । ସିଦ୍ଧାର୍ଥର ମନ ଟିକେ ମରିଯାଏ । ଭାବି ବସେ ସେ କଣ କରିବ । ଏମିତି ପନ୍ଦରଦିନ ବିତିଯାଏ । ଦିନେ ହଠାତ୍ ଆଚାର୍ଯ୍ୟଙ୍କ ପାଖକୁ ଜଣେ ବ୍ୟକ୍ତିଙ୍କଠାରୁ ଫୋନ୍ ଆସେ । ନମସ୍କାର୍ । ମୁଁ ଲାନ୍ଥାନାଇଡ୍ ଇଞ୍ଜିନିୟରିଂ କଲେଜ୍ ରୁ କହୁଥିଲ ଆଜ୍ଞା । ଆପଣ ସିଦ୍ଧାର୍ଥ ଆଚାର୍ଯ୍ୟଙ୍କ ବାପା କହୁଛନ୍ତି ତ । ଆଚାର୍ଯ୍ୟେ କୁହନ୍ତି ଆଜ୍ଞା । ବ୍ୟକ୍ତି ଜଣକ କୁହନ୍ତି ଆପଣଙ୍କ ପୁଅ ଇଞ୍ଜିନିୟରିଂ ପରୀକ୍ଷାରେ ଭଲ ର‌୍ୟାଙ୍କ୍ ରଖିଛି । ଆପଣ କେଉଁ କଲେଜ୍‌ରେ ପଢେଇବାକୁ ଚାହୂଁଛନ୍ତି । ଆଚାର୍ଯ୍ୟେ କହନ୍ତି ପାଖରେ ତ ଟଙ୍କା ନାହିଁ କିମ୍ବା ବ୍ୟାଙ୍କ୍ ରୁ ମଧ୍ୟ ଋଣ ମୁଁ ଯୋଗାଡ କରିପାରିନି । କେମିତି ତାକୁ ପଢେଇପାରିବି । ବ୍ୟକ୍ତିଜଣକ କହିଛନ୍ତି ଟଙ୍କା କଥା ଆପଣ ଆଦ୍ୟୈ ଚିନ୍ତା କରନ୍ତୁନି । ସେ ଇଞ୍ଜିନିୟରିଂ ନିଶ୍ଚୟ ପଢିବ । ଋଣ ଆମେ ଯୋଗାଡ କରିଦେବୁ । ଆଚାର୍ଯ୍ୟେ ପଚାରିଛନ୍ତି ଆପଣ କେଉଁଠୁ କହୁଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି ମୁଁ ଲାନ୍ଥାନାଇଡ୍ ଇଞ୍ଜିନିୟରିଂ କଲେଜ୍ ଭୂବନେଶ୍ୱରରୁ କହୁଛି । ଆପଣ ଗୋଟେ କାମ କରନ୍ତୁ ଆସନ୍ତା ୧୫ ତାରିଖ ଦିନ ଆପଣ ପୁଅର ସବୁ ସାର୍ଟିଫିକେଟ୍ ଧରି ଆମ କଲେଜ୍‌ରେ ପହଞ୍ଚନ୍ତୁ । ସେଇଠି ଆପଣ ସବୁ ଜାଣିପାରିବେ ଯେ ଆପଣଙ୍କ ପୁଅ କେମିତି ଇଞ୍ଜିନିୟରିଂ ପାଠପଢିବ । ଆଚାର୍ଯ୍ୟେଙ୍କ ମନକୁ ଟିକେ ବଳ ପଳେଇ ଆସିଛି । 
      ଏମିତି କଣ ସମ୍ଭବ । ଏମିିକା ବି କଲେଜ୍ ଅଛି ଯେଉଁଠି ଋଣ ବି ଯୋଗାଡ କରିଦେଇ ପିଲାଙ୍କୁ ପାଠ ପଢେଇବାର ସୁବିଧା କରିଦିଅନ୍ତି । ସେ ମନେମନେ ଟିକେ ଭାବନ୍ତି । ଜଙ୍ଗଲ ଗାଁର ସାଧାସିଧା ଜୀବନଶୈଳୀରେ ସେ ଆଜି ପର୍ଯ୍ୟନ୍ତ ଏକଥା ବି ଜାଣିନାହାନ୍ତି ଏ ପୃଥିବୀରେ ବିନା ସ୍ୱାର୍ଥରେ କେହି କାହାକୁ କେବେ ବି ସାହାଯ୍ୟ କରନ୍ତି ନାହିଁ । ଯାହାହେଉ ଖୁସିରେ ଆଚାର୍ଯ୍ୟେ ସିଦ୍ଧାର୍ଥକୁ ସବୁ କଥା କୁହନ୍ତି । ସିଦ୍ଧାର୍ଥର ବି ମନ ଫୁଲିଉଠେ । ଦୁଇଜଣ ଯାକ ଜୁଲାଇ୧୫ ତାରିଖ ଦିନ ଭୂବନେଶ୍ୱର ଯିବାକୁ ପୁରା ପ୍ରସ୍ତୁତିରେ ଲାଗିପଡନ୍ତି । ଆଚାର୍ଯ୍ୟେ ପୁନଶ୍ଚ ସେହି ବ୍ୟକ୍ତିଙ୍କଠାରୁ ଫୋନ୍‌ରେ କଲେଜ୍‌ର ଠିକଣା ପଚାରି ବୁଝିଛନ୍ତି । ଜୁଲାଇ ୧୫ ତାରିଖ ସକାଳୁସକାଳୁ ପଦମପୁରରୁ ବାପପୁଅ ବାହାରି ପଡିଛନ୍ତି ଭୂବନେଶ୍ୱର ଅଭିମୂଖେ । ଭୂବନେଶ୍ୱର ବସଷ୍ଟାଣ୍ଡ୍‌ରେ ଦିନ୯ଟା୪୫ରେ ପହଞ୍ଚନ୍ତି । ତାପରେ ସେଠାରୁ ଅଟୋରିକ୍ସ୍‌ା ଯୋଗେ ପହଞ୍ଚନ୍ତି ।  
ସିଦ୍ଧାର୍ଥ ବି ଗାଁର ପିଲା । ଦରିଦ୍ରତାରେ ତା’ର ଜୀବନ ଗଢା । ନୟାଗଡ ସହରଠାରୁ ପ୍ରାୟ ଦଶ କିଲୋମିଟର ଦୂର ଜଙ୍ଗଲିଆ ଗାଁ ପଦମପୁରରେ ତାର ଘର । ଘରେ କହିଲେ ବାପା, ବୋଉ ଆଉ ସିଏ । ଅବଧାନ ଘରର ବେଉସା ଭାବେ ତାର ବାପା ଜ୍ୟୋତିଷ କାମ କରନ୍ତି । ସେ ଅନ୍ୟପାଖ ଗାଁ ଗଣ୍ଡାରେ ପ୍ରତ୍ୟୁଷ ଆଚାର୍ଯ୍ୟ କହିଲେ ସମସ୍ତେ ଜାଣନ୍ତି । ଆଚାର୍ଯ୍ୟଙ୍କର ଜାତକ ଗଣନା କେବେ ବି ଭୂଲ୍ ହୁଏନି । ଯାହାକୁ ଯାହା କୁହନ୍ତି ତାହା ନିଶ୍ଚିନ୍ତ ହୁଏ । ଘରର ବାସ୍ତୁ ଦୃଷ୍ଟିରୁ ମାପ ଚୁପରେ ସେ ପ୍ରବୀଣ । ଅନେକଲୋକ ଆସନ୍ତି ଆଚାର୍ଯ୍ୟଙ୍କ ପାଖକୁ ତାଙ୍କ ପିଲାପିଲିଙ୍କର ଭବିଷ୍ୟତ କଥାପଚାରିବା ପାଇଁ । ଆଚାର୍ଯ୍ୟ ପିଲାଟିର ଜାତକଦେଖି ସେ ପିଲାଟି ଭବିଷ୍ୟତରେ କେଉଁ ପାଠ ପଢିଲେ ଭଲହେବ କହିଥାନ୍ତି । ଲୋକମାନେ ମଧ୍ୟ ତାଙ୍କ କହିବା ମୁତାବକ ପାଠ ପଢାଇଥାନ୍ତି । ତାଙ୍କ ପୁଅ ସିଦ୍ଧାର୍ଥର ଜାତକ ଦେଖି ସବୁବେଳେ କହୁଥିଲେ ପୁଅ ତୁ ବ୍ୟାଙ୍କ୍ ପାଠପଢ । ତୁ ଏ ଇଞ୍ଜିନିୟରିଙ୍ଗ୍ ପାଠ ପଢନି କାରଣ ତୋ ଜାତକ କହୁଛି ତୁ ଏ ପାଠ ପଢିଲେ ପ୍ରଥମ ଦୁଇ ତିନିବର୍ଷ ବହୁତ ହଇରାଣ ହେବୁ । ହେଲେ ସିଦ୍ଧାର୍ଥ ଇଞ୍ଜିନିୟରିଙ୍ଗ୍ ପାଠ ପଢିବା ପାଇଁ ଜିଦ୍ ରେ ଅଟଳ । ଆଚାର୍ଯ୍ୟେ ତାକୁ ଅବଶ୍ୟ ରୋକି ନଥିଲେ । କହିଥିଲେ ତୋ ଜୀବନ ତୁ ବିତେଇବୁ ତେଣୁ ମୋର ସେଥିରେ କିଛି ନାହିଁ । 
      ସତକଥା କହିବାକୁ ହେଲେ ସିଦ୍ଧାର୍ଥ ଓଡିଶାର ବିଶିଷ୍ଟ ମହାପୁରୁଷ ପଠାଣି ସାମନ୍ତଙ୍କଦ୍ୱାରା ବହୁତ ପ୍ରଭାବିତ ହୋଇଥିଲା । ତା’ମୁଣ୍ଡରେ ପଠାଣି ସାମନ୍ତଙ୍କର ଅଦ୍ଭୂତ ବିଚକ୍ଷଣତା ତାକୁ ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଉତ୍ସାହିତ କରିଥିଲା । ବିନା କୋଚିଙ୍ଗ୍‌ରେ ନିଜ ଚେଷ୍ଟା ଫଳରେ ସେ ସିନା ଜାତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲାନି ହେଲେ ରାଜ୍ୟ ପ୍ରବେଶିକା ପରୀକ୍ଷାରେ ଭଲ ର‌୍ୟାଙ୍କ୍ ରଖିଛି । ଆଉ ସେ ଇଞ୍ଜିନିୟରିଂ ପଢିପାରିବ । ହେଲେ ଇଞ୍ଜିନିୟରିଂ ପଢିବା ପାଇଁ ଟଙ୍କା ଦରକାର । ଏତେ ଟଙ୍କା ଆସିବ କେଉଁଠୁ । ତା ବାପାଙ୍କ ପାଖରେ ସେତେ ସମ୍ବଳ ନାହିଁ ଯେ ସେ ନିଜପାଖରୁ ଟଙ୍କାଦେଇ ପଢେଇ ପାରିବେ । ସିଦ୍ଧାର୍ଥର ଜିଦ୍ ଆଗରେ ସେ ବ୍ୟାଙ୍କ୍ ଯାଇଛନ୍ତି । ବ୍ୟାଙ୍କ୍ ମ୍ୟାନେଜର୍‌ଙ୍କୁ ସାକ୍ଷାତ କରି ତାଙ୍କପୁଅର ପଢାଋଣ ପାଇଁ ଅନୁରୋଧ କରିଛନ୍ତି । ହେଲେ ହଠାତ୍ ବ୍ୟାଙ୍କ୍ ମ୍ୟାନେଜର୍ ପଚାରିଛନ୍ତି ଆପଣ କଣ କରନ୍ତି ? ବ୍ୟାଙ୍କ୍ ମ୍ୟାନେଜର୍ ଯେତେବେଳେ ଜାଣିଛନ୍ତି ଯେ ଆଚାର୍ଯ୍ୟେ କୌଣସି ସରକାରୀ ଚାକିରୀ କରିନାହାନ୍ତି କିମ୍ବା ତାଙ୍କର ସେମିତି ଏକ ସ୍ଥିର ରୋଜଗାର ନାହିଁ ସେ ଟିକେ ଋଣ ଦେବା ପାଇଁ  ଆଗପଛ ହୋଇଛନ୍ତି । ମ୍ୟାନେଜର୍ ମହାଶୟ ଆଚାର୍ଯ୍ୟଙ୍କୁ ବୁଲେଇବାକୁ ଚେଷ୍ଟା କରିଛନ୍ତି । ଏକଲାନ୍ଥାନାଇଡ୍ କଲେଜ୍ କ୍ୟାମ୍ପସ୍‌ରେ । ଆଚାର୍ଯ୍ୟେ କଲେଜ୍‌ର ବିଶାଳ ବିଲ୍ଡିଙ୍ଗ୍ ଓ ତାର ହରାଭରା କ୍ୟାମ୍ପସ୍ ଦେଖି ବିଭୋର ହୋଇଯାଇଛନ୍ତି । ଭାବିଛନ୍ତି ଏତେ ସୁନ୍ଦର ଆଉ ଏତେବଡ ଇଞ୍‌ଜିନିୟରିଂ କଲେଜ୍‌ରେ ମୋ ପୂଅ ପାଠପଢିବ ମାନେ ଭଲ ଇଞ୍ଜିନିୟରଟିଏ ହୋଇ ଭଲ ଚାକିରୀଟିଏ କରିବ । ସିଦ୍ଧାର୍ଥର ମନ ମଧ୍ୟ ଏକ ଅଲଗା ଦୁନିଆରେ ବିଚରଣ କରିବା ଆରମ୍ଭ କରିଦେଇଛି । ଜଙ୍ଗଲି ଗାଁ ର ସେ ସବୁଜ ବନାନୀ ପରିବେଶ ସହିତ ସେ ଜନ୍ମରୁ ଓତଃପ୍ରୋତ ଭାବେ ଜଡିତ । ସେଠି କୋଉ ଗଛ ଉପରେ କୋଉ ଗଛ ନିଜର ଛାଇ ଜମେଇଥିବ ତ କିଏ ପୁଣି ମନଇଛା ଅଲଗା ଗଛ ଉପରେ ଲଟେଇ ଯାଇଥିବ । ବର୍ଷାଦିନେ ସନ୍ତସନ୍ତିଆ ଓ ମଶାବଣ । 
      ମଶାଗୁଡିକ ଜନ୍ଦାଠାରୁ ବି ବଡବଡ ଦେଖାଯାଆନ୍ତି । ଅଭାବ ଅନାଟନରେ ଗାଁର ସବୁ ପରିବାର ଚଳନ୍ତି । ହାତପାଆନ୍ତାରେ ନଥାଏ ଡାକ୍ତରୀ ସୁବିଧା । ରୋଗ ବଇରାଗ ସବୁବେଳେ ଗାଁକୁ ଲାଗିରହିଥାଏ । ଲୋକମାନଙ୍କ ଆର୍ଥିକ ଅବସ୍ଥା ଦେଖି ସିଦ୍ଧାର୍ଥ ବି ବେଳେବେଳେ ବହୁତ ମନଦୁଃଖ କରିବସେ । ଖୋଜେ ଏ ଗାଁର ଉନ୍ନତିର ବାଟକୁ । ଲୋକମାନଙ୍କ ଜୀବନଧାରାରେ ପରିବର୍ତ୍ତନ ସିଏ ଚାହେଁ ହେଲେ ସେଥିପାଇଁ ଦରକାର ଟଙ୍କା ଯାହାକି ତା ପାଖରେ ନାହିଁ । ଏଠି ତ କ୍ୟାମ୍ପସ୍ ରେ ଛୋଟଛୋଟ ଘାସ ଗୁଡିକର ଗାଲିଚା ବହୁତ ସୁନ୍ଦର ଭାବରେ ବିଛେଇ ହୋଇଛି ଆଉ ତା ଉପରେ ଏ ମଣିଷ କେତେକେତେ ନୂଆନୂଆ ଗଛ କେତେ ଯତ୍ନରେ ଲଗେଇଛି । ମଣିଷ  ଯେମିତି ଚାହିଁଛି ଏ ଗଛ ଗୁଡିକ ସେମିତି କାଟିକି ଡିଜାଇନ୍ କରିଦେଇଛି । ଏ ଗଛ ମୂଳରେ ପାଣିର ଅଭାବ ନାହିଁ । ସେ ବଗିଚାରେ ବସିଗଲେ ମନ ପୁରାପୁରି ହାଲ୍କା । ଭାବିଛି ସେ ଏଠି ଜୀବନ ଗଢିବ । ଭଲ ଇଞ୍ଜିନିୟର୍‌ଟେ ହୋଇ ଭଲ ଚାକିରୀଟିଏ କରିବ । ଚାକିରୀ କଲାପରେ ସେ ତାର ପରିବାର ସହିତ ନିଜ ଗାଁର ପରିବର୍ତ୍ତନ ନିଶ୍ଚେ କରିବ । 
      ଏମିତି ଭାବୁଭାବୁ ଦୁଇଜଣଯାକ ଯାଇ ପହଞ୍ôଚଛନ୍ତି କଲେଜ୍‌ର ରେସପ୍‌୍‌ସନ୍ ହଲ୍‌ରେ । ଯେଉଁ ହଲ୍‌ରେ ଦୁଇଟି ଛୋଟଛୋଟ କାଚ ଲାଗିଥିବା ସୁନ୍ଦର ସୁନ୍ଦର କୋଠରୀ । ସେହି ଦୁଇ କୋଠରୀ ଭିତରେ ତିନିଜଣ ଲେଖାଏଁ ଯୁବକଯୁବତୀ ବସି ଖାଲି ସମସ୍ତଙ୍କୁ ବୁଝାଇବାରେ ବ୍ୟସ୍ତ ଥାନ୍ତି । ସେଇ କୋଠରୀ ଉପରେ ଲାଗିଥାଏ ଆଡମିଶନ୍ ଓ କ୍ୟାରିୟର୍ କାଉନେସଲିଂ । ସିଦ୍ଧାର୍ଥ ଓ ତା ବାପା ସେଠାରେ ପହଞ୍ôଚବାପରେ ଜଣେ ଜଗୁଆଳୀ ଆସି ହଠାତ୍ ସିଦ୍ଧାର୍ଥକୁ କହିଛି ଆପଣଙ୍କର ଓ.ଜେ.ଇ.ଇ ର‌୍ୟାଙ୍କ୍ କାର୍ଡଟିକୁ ସେଇ କୋଠରୀରେ ଦେଇ ଦିଅନ୍ତୁ । ସେମାନେ ଆପଣଙ୍କୁ ଡାକିବେ । ସିଦ୍ଧାର୍ଥ ସେଇଆ କରିଛି । ନିଜର ଓ.ଜେ.ଇ.ଇ ର‌୍ୟାଙ୍କ୍ କାର୍ଡକୁ ଗୋଟିଏ କୋଠରୀରେ ଜଣେ ଯୁବତୀଙ୍କୁ ଦେଇଦେଇଛି । ଦୁଇଜଣଯାକ ସେଇ ହଲ୍‌ରେ ପଡିଥିବା ବସିବା ଚୈାକି ଉପରେ ବସିଛନ୍ତି । ଠିକ୍ ଅଧଘଣ୍ଟାଏ ପରେ ସେହି କୋଠରୀ ଭିତରୁ ଶଦ୍ଦ ଆସିଛି ସିଦ୍ଧାର୍ଥ ଆଚାର୍ଯ୍ୟ ଏଠିକି ଆସନ୍ତୁ । ତରତର ହୋଇ ସିଦ୍ଧାର୍ଥ ଓ ତାର ବାପା ଦୁଇଜଣ ଯାକ ସେହି କୋଠରୀରେ ପ୍ରବେଶ କରି ପଡିଥିବା ଚୈାକି ଉପରେ ବସିଛନ୍ତି । ବସିଥିବା ଯୁବକଯୁବତୀ ମାନେ ପଚାରିବାରେ  ଲାଗନ୍ତି । ସିଦ୍ଧାର୍ଥ ତୁମେ କେଉଁ ଟ୍ରେଡ୍ ରେ ପଢିତାକୁ ଚାହୁଁଛ । ସିଦ୍ଧାର୍ଥ କହିଛି ମେକାନିକାଲ୍ । ତେବେ ଠିକ୍ ଅଛି । ପଢିବା ପାଇଁ ଚାରିବର୍ଷରେ ୮ଟି ସେମିଷ୍ଟର୍ ଆଉ ସର୍ବମୋଟ ପାଖାପାଖି ୪ ଲକ୍ଷ ଟଙ୍କା ଲାଗିବ । ଆଚାର୍ଯ୍ୟେ ସଙ୍ଗେସଙ୍ଗେ କହିଛନ୍ତି ଆମେ ଏତେ ଟଙ୍କା ଯୋଗାଡ କରିପାରିବୁନି  ବୋଲି ଆସୁନଥିଲୁ । ଆପଣଙ୍କ କଲେଜ୍‌ର କେହିଜଣେ ବ୍ୟକ୍ତି ଆମକୁ ଫୋନ୍‌କରି କହିଲେ ଯେ ସେ ଆମ ଆବଶ୍ୟକ ଟଙ୍କାର ଋଣ ଯୋଗାଡ କରିଦେବେ । ତାଙ୍କ ଭିତରୁ ଜଣେ ଯୁବତୀ କହିଛନ୍ତି ଆପଣ ଆଦ୍ୟୈ ବ୍ୟସ୍ତ ହୁଅନ୍ତୁନି । ଏଇଠିି ହିଁ ଆପଣଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବ । 
      ଗୋଟିଏ ଲିଷ୍ଟ୍‌ଟେ ସିଦ୍ଧାର୍ଥ ବାପାଙ୍କୁ ଦେଇ ସେ କହିଛି ଆପଣ ଏହି ଲିଷ୍ଟ୍ ରେ ଥିବା ସମସ୍ତ ଡକ୍ୟୁମେଣ୍ଟ୍‌ସକୁ ନେଇ ଆସନ୍ତା ୨୮ ତାରିଖ ଦିନ ଆସନ୍ତୁ । ଆପଣଙ୍କର ପୁଅକୁ ବ୍ୟାଙ୍କ୍ ଏଇଠି ଋଣ ଦେବ ଆଉ ଆପଣଙ୍କ ପୁଅ ଏଇଠି ଆଡମିଶନ୍ ନେଇ ପଢିବ । ଆଚାର୍ଯ୍ୟେ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ । ବ୍ୟାଙ୍କ୍‌କୁ ତିନିତିନିଥର ଚକ୍କର୍ କାଟିଥିଲି ହେଲେ ଋଣ ମିଳିବାର ଆଶା ତ କାହିଁ ଦେଖାଯାଉ ନଥିଲା ଆଉ ଏଠି ବ୍ୟାଙ୍କ୍ ସଙ୍ଗେସଙ୍ଗେ ଋଣ ସେଇଦିନ ଦେଇଦେବ । ବହୁତ ଭଲ । ପ୍ରକୃତରେ ଏ ଇଞ୍ଜିନିୟରିଂ କଲେଜ୍‌ଗୁଡିକ ପିଲାଙ୍କୁ ତ ଭଲ ସାହାଯ୍ୟ କରୁଛନ୍ତି । 
      ମନେମନେ ଏମିତି କଥା ଭାବିଭାବି ସେମାନଙ୍କୁ ଧନ୍ୟବାଦ ଦେଇ ସେଦିନ ଭୂବନେଶ୍ୱରରୁ ନିଜ ଘରକୁ ଫେରିଗଲେ । ମଝିରେ ଥିବା ଦିନ କେଇଟାରେ ସିଦ୍ଧାର୍ଥ ଓ ତାର ବାପା ସବୁଯାକ ନଥିପତ୍ର ବହୁ ଉତ୍ସାହର ସହ ଯୋଗାଡିବାରେ ଲାଗିଥିଲେ । ମନେମନେ ଲୁକାୟିତ ଉତ୍ସାହଟି ଥିଲା ଆଚାର୍ଯ୍ୟେ ହେବେ ଜଣେ ଇଞ୍ଜିନିୟରର ବାପା ଯେକି ଭଲ ଚାକିରୀ ଟିଏ କରି ଭଲ ପଇସା ରୋଜଗାର କରିବ ଆଉ ସିଦ୍ଧାର୍ଥ ର ସାମାଜିକ ଦୃଶ୍ୟପଟ ବଦଳିଯିବ । ସେ ଦୁନିଆରେ ଜଣେ ଇଞ୍ଜିନିୟର୍ ର ମାନ୍ୟତା ପାଇବ । ଯାହାହେଉ ସବୁ ନଥିପତ୍ର ଆଣି ସିଦ୍ଧାର୍ଥର ଏହି କଲେଜ୍‌ରେ ଆଡମିଶନ୍ ହୋଇଥିଲା ଅଟୋମୋବାଇଲ ଇଞ୍ଜିନିୟରିଂରେ । 
      ମହମ୍ମଦ ଜମିଲ୍ କିନ୍ତୁ ଧରିତ୍ରୀ ଆଉ ସିଦ୍ଧାର୍ଥ ଆଡମିଶନ୍ ନେବାର ଦୁଇଦିନ ପରେ ଆସି ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ଆଡମିଶନ୍ ନେଇଥିଲା । ତା’ର ଘର ଭୂବନେଶ୍ୱର ପାଖରେ । କଲେଜ୍ ଠାରୁ ଦୂରତା ମାତ୍ର ୨୬ କି.ମି । ତେଣୁ ସେ ହଷ୍ଟେଲ୍‌ରେ ନରହି ଡେ ସ୍କଲାର୍ ଭାବରେ ପାଠ ପଢୁଛି । ତା ବାପା ଜଣେ କୁକୁଡା ଚାଷୀ । ଛୋଟିଆ କୁକୁଡା ଫାର୍ମଟିଏ ତାଙ୍କର । ମହମ୍ମଦ ଜମିଲ୍ ସାଙ୍ଗକୁ ତାଙ୍କ ଝିଅର ନାମ ମମତାଜ୍ ଯାହାର କି ବିବାହ ସରିଯାଇଛି । ଘରେ କହିଲେ ମହମ୍ମଦ ଜମିଲ୍ ତାର ବାପା ଓ ମା । ଆର୍ଥିକ ଦୃଷ୍ଟିରୁ ସମ୍ବଳ ଭଲ ତେଣୁ ବ୍ୟାଙ୍କ ଋଣ ନକରି ପୁଅକୁ ଇଞ୍ଜିନିୟରିଙ୍ଗ ପଢେଇବା ପାଇଁ ସେ ସକ୍ଷମ । ତା ବାପା ଜଣେ ସାଧାସିଧା ସଚ୍ଚୋଟବ୍ୟକ୍ତି । ସେ ରହୁଥିବା ବସ୍ତିରେ ତାଙ୍କ ଭାଇବନ୍ଧୁ ପଡୋଶୀଙ୍କ ମଧ୍ୟରେ କେବଳ ସେ ମାନ୍ୟଗନ୍ୟ ତା ନୁହେଁ ପାଖରେଥିବା ମଧ୍ୟ ଅନ୍ୟ ବସ୍ତିର ଲୋକମାନଙ୍କ ମଧ୍ୟରେ ଜଣାଶୁଣା । ତାଙ୍କର ଭାରି ଇଚ୍ଛା ପୁଅ ଜଣେ ଅଟୋମୋବାଇଲ୍ ଇଞ୍ଜିନିୟର୍ ହୋଇ ନୂଆନୂଆ ଗାଡିମଟର ତିଆରି କରୁ । ସଂଯୋଗ ବସତଃ ତାଙ୍କ ପୁଅର ମଧ୍ୟ ସେଇ ଇଚ୍ଛା । ସେଇଥିପାଇଁ ସେ କାହାକୁ କିଛି ନପଚାରି ତାଙ୍କ ପୁଅ ଇଂଞ୍ଜିନିୟରିଙ୍ଗ୍ ପ୍ରବେଶିକା ପରିକ୍ଷାରେ ଭଲ ର‌୍ୟାଙ୍କ୍ ରଖି ନଥିବାରୁ ତାକୁ ଏଇ ଲାନ୍ଥାନାଇଡ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ଅଟୋମୋବାଇଲ୍ ଇଞ୍ଜିନିୟରିଙ୍ଗ୍ ରେ ଆଡମିଶନ୍ କରେଇ ଦେଇଛନ୍ତି ।
      ମହମ୍ମଦ ଜମିଲ୍‌ର ବାପାଙ୍କର ଜଣେ ଭଲ ସାଙ୍ଗ ମହମ୍ମଦ ଇର୍‌ଫାନ୍ ଯେ କି ଅଟୋମେବାଇଲ୍ ଇଞ୍ଜିନିୟରିଙ୍ଗ୍ ରେ ଏମ୍‌-ଟେକ୍ କରି ସେ ଜଣେ ସରକାରୀ କର୍ମଚାରୀ ଯେ କି ରାଉରକେଲାରେ ଚାକିରୀ କରୁଥିଲେ । ଏମିତିବି ମହମ୍ମଦ ଜମିଲ୍‌ର ବାପା ତାଙ୍କ ଠାରୁ ବିପରାମର୍ଶ ନେଇ ପାରିନଥିଲେ । ହେଲେ ଜମିଲ୍ ର ଆଡମିଶନ୍ ହେବାର ଠିକ୍ ଦୁଇ ମାସ ପରେ ମହମ୍ମଦ ଇରଫାନ୍‌ଙ୍କର ଭୂବନେଶ୍ୱର ଟ୍ରାନସ୍‌ଫର ହୋଇଯାଏ । ସେ ରାଉରକେଲାରେ ଥିବାବେଳେ କେତୋଟି ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍ କୁ ଅତିଥି ଅଧ୍ୟ୍ୟାପକ ହିସାବରେ ପଢେଇବାକୁ ଯାଉଥିଲେ । ସେ ଦେଖିଛନ୍ତି ଏ ଇଞ୍ଜିନିୟରିଂ କଲେଜ୍‌ମାନଙ୍କର ପ୍ରକୃତ ରୂପ । ଜଣେ ସମାଜପାଇଁ ଚିନ୍ତାଶୀଳ ବ୍ୟକ୍ତି ହୋଇଥିବାରୁ ଗଭୀର ଅନୁଧ୍ୟାନ କରିଛନ୍ତି ଆଉ ମର୍ମାହତ ମଧ୍ୟ ହୋଇଛନ୍ତି ଏହି ଇଞ୍ଜିନିୟରିଂ ଶିକ୍ଷା ବାବତରେ ।
      ସେଦିନ ମହମ୍ମଦ ଇରଫାନ୍ ସକାଳୁସକାଳୁ ଆସି ପହଞ୍ôଚ ଯାଇଛନ୍ତି ମହମ୍ମଦ ଜମିଲ୍‌ଙ୍କ ଘରେ । ମହମ୍ମଦ ଜମିଲ୍‌ର ବାପା ଇରଫାନ୍‌ବାବୁ ଙ୍କୁ ଦେଖି ବହୁତ ଖୁସି । ଦୁଇ ବନ୍ଧୁ ଅନେକଦିନ ପରେ ଆଜି ଭେଟିଛନ୍ତି । ଦୁହିଁଙ୍କର ମନର ଭାବ ବହୁତ ହିଁ ମଧୁର ହୋଇଯାଏ । ମହମ୍ମଦ ଜମିଲ୍‌ର ବାପା ଦେଖୁଦେଖୁ  ଘର ଭିତରୁ ଡାକ ପକାନ୍ତି ତାଙ୍କ ସ୍ତ୍ରୀ କୁ । ସ୍ତ୍ରୀ ଆସି ଇରଫାନ୍‌ବାବୁଙ୍କୁ ଦେଖି ବହୁତ ଖୁସି ହୋଇଯାଆନ୍ତି । ଚା ହୁଏ । ନାନାଦି କଥା ଚାଲେ । ଇନଫାନ୍‌ବାବୁଙ୍କର ଦୁଇଟି ପୁଅ । ଜଣେ ଦୁବାଇରେ ଆଉ ଜଣେ ସରକାରୀ କମ୍ପାଉଣ୍ଡର । ଯେତେବେଳେ ମହମ୍ମଦ ଜମିଲ୍‌ର ବାପା ତାଙ୍କ ପୁଅର ଇଞ୍ଜିନିୟରିଙ୍ଗ୍ ପାଢପଢା କଥା ସେ ପୁଣି ଏକ ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ କହିଛନ୍ତି ଇରଫାନ୍‌ବାବୁ ଟିକେ ବ୍ୟସ୍ତ ହୋଇ ପଡିଛନ୍ତି । ସେ ହଠାତ୍ କହିଛନ୍ତି ପୁଅକୁ ଇଞ୍ଜିନିୟରିଙ୍ଗ୍ ପଢେଇଲେ ଏଇ ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ । 
     ମହମ୍ମଦ ଜମିଲ୍‌ର ବାପା କହିଲେ କାହିଁ କଣ ଅସୁବିଧା ହେଲା କି । ଇରଫାନ୍‌ବାବୁ କହିଲେ ଅସୁବିଧା ନୁହେଁ ତ ଆଉ କଣ । ସେ କି ପାଠ ପଢିବଯେ ସେ ଜଣେ ଇଞ୍ଜିନିୟର୍ ହେବ । ଖାଲି ଗୋଟିଏ ଭଲ ନମ୍ବର ରଖିଥିବା ସାର୍ଟିଫିକେଟ୍‌ଟେ ନେଇ ସେ କଲେଜ୍‌ରୁ ବାହାରିବ । ଆଉଇଞ୍ଜିନିୟରିଙ୍ଗ୍‌ର ପ୍ରକୃତ ପାଠଘର ଶୁନ୍ । ଜମିଲ୍‌ର ବାପା କହିଲେ କଲେଜ୍‌ଟିର ପ୍ଲେସମେଣ୍ଟ୍ ରେକଡ ପ୍ରତିବର୍ଷ ୯୦% ଉପରେ । ପାଠପଢାର ଶେଷବର୍ଷ ହିଁ ପିଲାମାନେ ଭଲ ନାମିଦାମୀ କମ୍ପାନୀରେ ଚାକିରୀ ପାଇ ଯାଉଛନ୍ତି । ଇରଫାନ୍‌ବାବୁ ଏକ ଅସ୍ୱସ୍ତିକର ହସ ଏହି କଥା ଉପରେ ପରିପ୍ରକାଶ କଲେ । କହିଲେ ହଉ ଆଡମିଶନ୍‌ତ ସରିଲାଣି । ଆଉ ମଲା ହଡାର ଟାଙ୍କ ମାପି କିଛି ଲାଭ ନାହିଁ । ହେଲେ ପୁଅକୁ ଆମର ଟିକେ ଅଲଗା ଢଙ୍ଗରେ ପଢିବାକୁ ପଡିବ । ଜମିଲ୍‌ର ବାପା କହିଛନ୍ତି ତୁମେ ଯେମିତି ପୁଅକୁ କହିବ ସେ ସେମିତି ପଢିବ । ଆଜିଠୁ ପୁଅର ପାଠ ଚିନ୍ତା ତମକୁ ଲାଗିଲା । ଇରଫାନ୍‌ବାବୁ କହିଛନ୍ତି ହଉ ବ୍ୟସ୍ତ ହୁଅନ୍ତୁନି । ସେତେବେଳକୁ ସମୟ ଆସି ୯ଟା ହୋଇଗଲାଣି । ଇରଫାନ୍‌ବାବୁ ପଚାରିଛନ୍ତି ପୁଅ କାହିଁ । ସେ ଉତ୍ତର ଦେଇଛନ୍ତି ପୁଅ ତ ସକାଳୁ କଲେଜ୍ ପଳେଇଛି । ଠିକ୍ ଅଛି । ସେ ଆସିଲେ କହିବେ ମୋତେ ଦେଖାକରିବ । ଏହା କହି ଇରଫାନ୍‌ବାବୁ ଜମିଲ୍‌ର ବାପାଙ୍କଠାରୁ ବିଦାୟ ନେଲେ ।
     ମହମ୍ମଦ ଜମିଲ୍ ଭାରି କର୍ମଠ । ପାଠପଢାରେ ତାର ଯେତିକି ଆଗ୍ରହ ସବୁ କାମକୁ ସୁଚାରୁରୂପେ କରିବାକୁ ମଧ୍ୟ ସେ ସେତିକି ଆଗ୍ରହୀ । କୈାଣସି କାମକରିବାକୁ ସେ ଲାଜ କରେନି କିମ୍ବା କାମକୁ ଛୋଟ ବୋଲି ମନେ କରେନି । ଆଉ ସବୁଠୁ ବଡ କଥା ସେ ପିଲାଦିନର ଇରଫାନ୍‌ବାବୁଙ୍କର ଘରେ ପ୍ରାୟ ସମୟ ବିତେଇ ଆସିଛି । ସେ ମହମ୍ମଦ ଇରଫାନ୍‌ବାବୁଙ୍କୁ ନିଜର ବାପା ଭଳି ମାନେ । ସେ ଯାହା ଉପଦେଶ ଦେଇଛନ୍ତି ଜମିଲ୍ ତାକୁ ଅକ୍ଷରେଅକ୍ଷରେ ପାଳନ କରଆସିଛି । 
      ଆଉ ତାଙ୍କ ସାଙ୍ଗଗ୍ରୁପ୍ ର ଚତୁର୍ଥ ସାଙ୍ଗ ଟି ଆନନ୍ଦ ଶ୍ରୀବାସ୍ତବ । ସେ ବହୁତ ଧନୀ ଘରର ପିଲା । ତା ବାପା ଗାଜିଆବାଦରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରରେ “ଏ” କ୍ଲାସ୍ କଣ୍ଟ୍ରାଟର । ଅମାପ ପଇସା ତାଙ୍କ ପାଖରେ । ଯଦି ଆନନ୍ଦ ବସିକି ବି ଘରେ ଖାଏ ତେବେ ପାଞ୍ଚଜନ୍ମ ପର୍ଯ୍ୟନ୍ତ ସରିବନି । ସେ ସେତେ ଭଲ ଛାତ୍ର ନୁହେଁ । ତାକୁ ରଜସ୍ଥାନ କୋଟାରେ ଜେ.ଇ.ଇ କୋଚିଙ୍ଗ୍ ଦେବା ପରେ ବି ସେ ଜେ.ଇ.ଇ. ପାଇନଥିଲା । ବର୍ଷେ ତାର ନଷ୍ଟ ହୋଇଥିଲା । ଏଥରକ ସେ ଜେ.ଇ.ଇ ପରୀକ୍ଷାରେ ବହୁତ କମ୍ ର‌୍ୟାଙ୍କ୍ ରଖିଥିଲା । ଯାହାହେଉ ସେ ଟଙ୍କାବଳରେ ଆଜି ଆସି ଏହି ଲାନ୍ଥାନାଇଡ୍ ଇଞ୍ଜିନିୟରିଂ କଲେଜ୍ ରେ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲୋକ୍ଟ୍ରନିସ୍ ଇଞ୍ଜିନିୟରିଂରେ ନାମ ଲେଖାଇଛିା ।
     ତା’ର ପାଠ ଆଦ୍ୟୈ ଦରକାର ନାହିଁ । ତା’ର ଦରକାର ଇଞ୍ଜିନିୟରିଙ୍ଗ୍ ସାର୍ଟିଫିକେଟ୍ ଟିଏ ।  ଯାହାକି ଏଠି ବହୁତ ସହଜରେ ଚାରିବର୍ଷପରେ ମିଳିଯିବ ବୋଲି ତା’ର ବାପା ଆଉ ସେ ଜାଣନ୍ତି । ଡିଗ୍ରୀ ଇଞ୍ଜିନିୟରର ସାର୍ଟିଫିକେଟ୍‌ଟେ ପାଇଗଲେ ସେ ଯାଇ ବାପାଙ୍କର କଣ୍ଟ୍ରାକଟ୍‌ର ସାମ୍ରାଜ୍ୟକୁ ସମ୍ଭାଳିବ । ସେ ଏଠାରେ କେବଳ ମସ୍ତି କରି ଜୀବନକୁ ଉପଭୋଗ କରିବାକୁ ଆସିଛି । ତା ବାପା ତା ପାଇଁ ଗୋଟିଏ ଦେଢଲକ୍ଷ ଟଙ୍କିଆ ବାଇକ୍ ମଧ୍ୟ କିଣି ଦେଇଛନ୍ତି । ସେ ଏଠାରେ ବହୁତଅୟସ ଆରାମରେ ଅଛି । ଭାଣ୍ଡାମି କରିବାରେ ଧୁରନ୍ଧର ହେଲେ ଗୁଣ୍ଡାମି କରିବାରେ ନୁହେଁ । ମଜା କରିବାରେ ଓତ୍ସାଦ ହେଲେ କଳି ଝଗଡାରୁ ନିଜକୁ ବହୁତ ଦୂରରେ ରଖେ ଯେଉଁଟା କି ତାର ଗୋଟିଏ ବହୁତ ଭଲ ଗୁଣ । ପାଠସିନା ଆଦ୍ୟୈ ପଢେନି ହେଲେ ପାଠପଢୁଆ ପିଲାଙ୍କ ପ୍ରତି ତାର ଭାରି ଆଦର । ସେଇଥି ପାଇଁ ଆଜି ସେ ଧରିତ୍ରୀ, ସିଦ୍ଧାର୍ଥ, ଜମିଲ୍‌ମାନଙ୍କ ଭଳି ପିଲାଙ୍କର ସାଙ୍ଗ । ହସେଇବା ଏବଂ ହସିବାରେ ସେ ଭାରି ଖୋଲା । ଦେଖିବାକୁ ବହୁତ ସୁନ୍ଦର ହୋଇଥିବାରୁ ଆଉ ଅଜସ୍ର ପଇସା ଥିବାରୁ ତା ଉପରେ କଲେଜ୍‌ର ପ୍ରାୟ ସବୁ ଝିଅଙ୍କର ନଜର । ସେ ବି ଭଲଭାବରେ ଜାଣିଛି ସିଦ୍ଧାର୍ଥ ଆଉ ଧରିତ୍ରୀର ସମ୍ପର୍କକୁ । ସେ ବି ଏମାନଙ୍କ ମିଳାମିଶାରେ ବହୁତ ଖୁସି ହୁଏ । ସେ ସିଦ୍ଧାର୍ଥକୁ ସାଙ୍ଗହିସାବରେ ଯେତିକି ଭଲପାଏ ଧରିତ୍ରୀକୁ ମଧ୍ୟ ସେତିକି ।  
      ଯଦି କଲେଜ୍ ଭିତରେ କେଉଁଠି କେତେବେଳେ ଧରିତ୍ରୀ ଆଉ ସିଦ୍ଧାର୍ଥ ଏକାଠି ବସିଥିବାର ସେ ଦେଖେ ସଙ୍ଗେସଙ୍ଗେ ତାଙ୍କ ପାଖକୁ ପଳାଏ । ଆଉ ପହଞ୍ଚିଯାଇ ଆଗ ଥଟ୍ଟାରେ ଦୁଇଜଣଙ୍କ ମଝିରେ ବସିପଡେ । ବସୁବସୁ କହିବାକୁ ଆରମ୍ଭ କରେ ଦେଖ ତୁମ ଦୁଇଜଣଙ୍କ ଭିତରେ ମୁଁ କେମିତି ପାଚିରି ଭଳି ବସି ପଡିଲି । ଧରିତ୍ରୀ କୁ ଅନେଇ କହେ ଆଉ ତୁ ସିଦ୍ଧାର୍ଥର ମୁହଁକୁ ଚାହିଁ ପାରିବୁନି କି ସିଦ୍ଧାର୍ଥ ତୋ ମୁହଁକୁ ମଧ୍ୟ ଦେଖିପାରିବନି । ଏତିକି କହୁକହୁ ଧରିତ୍ରୀ ଓ ସିଦ୍ଧାର୍ଥ ହସିପକାନ୍ତି । ସେଥିରେ ଆନନ୍ଦ ମଧ୍ୟ ଜୋରରେ ହସିଦେଇ ସଙ୍ଗେସଙ୍ଗେ ମଝିରୁ ଉଠିଯାଏ । ଆଉ ବାୟବାୟ ଟାଟା କହି ସେଠାରୁ ଚାଲିଯାଏ । କଲେଜ୍‌ରେ ଏହି ଚାରିଜଣ ସାଙ୍ଗଙ୍କ ସମ୍ପର୍କ ନିଆରା । ପରସ୍ପର ପ୍ରତି ଥଟ୍ଟା ମଜା କରି ଏମାନେ ଛାତ୍ର ଜୀବନର ଆନନ୍ଦକୁ ଉପଭୋଗ କରନ୍ତି । ବାସ୍ ଫରକ୍ ଏତିକି ସିଦ୍ଧାର୍ଥ ଆଉ ଧରିତ୍ରୀ ନିଜର ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି କେତେ ଗୁଡିଏ ଆଶାକୁ ମଧ୍ୟ ଅବଦମିତ କରି ରଖନ୍ତି । 
      ଜମିଲ୍ ତ ଡେ ସ୍କଲାର୍ ତେଣୁ ତାର ଥଟ୍ଟାମଜା ସେହି ଦିନରେ ହିଁ ସୀମିତ । ଆନନ୍ଦର ଜୀବନ ଶୈଳୀ ପ୍ରକାରନ୍ତେ ନିଆରା । ଉତ୍ତର ପ୍ରଦେଶରୁ ସେ ଆସିଥିବାରୁ ସେ ଓଡିଆ ମାନଙ୍କର ଏ ଉଷୁନା ଚାଉଳରୁ ପ୍ରସ୍ତୁତ ଭାତକୁ ନାପସନ୍ଦ କରେ । ଖାଦ୍ୟପେୟରେ ସେ ଶାକାହାରୀ । ହେଲେ ତା ଶରୀରର ଢାଞ୍ଚା ବହୁତ ସୁନ୍ଦର । କଥା କହିବାରେ ପାରଙ୍ଗମ । ହିନ୍ଦୀ ସହିତ ଭୋଜପୂରି ମଧ୍ୟ ସେ ବେଳେବେଳେ ସାଙ୍ଗମାନଙ୍କ ସହିତ ବ୍ୟବହାର କରିଥାଏ । ତା’ର ଫେବରାଇଟ୍ ପୋଷାକ ହେଲା କୈାଣସି ବ୍ରାଣ୍ଡେଡ୍ କମ୍ପାନୀର ଦାମୀ ଜିନ୍ ପ୍ୟାଣ୍ଟ୍ ଓ ଗୋଟିଏ ନୀଳ ରଙ୍ଗର ଟି’ ସାର୍ଟ । ଆଖିରେ ରେ-ବ୍ୟାନ୍ କମ୍ପାନୀର ଦାମୀ ଚଷମା ସାଙ୍ଗକୁ ଗୋଡରେ ଖାଦିମସ୍ କମ୍ପାନୀର ଜୋତା । ରୟାଲ୍ ଏନଫିଲ୍ଡ୍ ଗାଡିଟି ଚଲାଉଥିବା ସମୟରେ ଫିଲ୍ମ୍‌୍‌ର ହୀରୋ ଠାରୁବିସେ କମ୍ ଦେଖାଯାଏନି । ଖାଦ୍ୟଖାଇବା ପାଇଁ ଭଲ ନିରାମିଷ ହୋଟେଲ୍‌ରେ ହିଁ ସେ ପ୍ରବେଶ କରେ । ପୂର୍ବଜନ୍ମର କେଉଁ ସୁକର୍ମ ପାଇଁ ଏ ଜନ୍ମରେ ସେ ଏତେବଡ ଧନୀ ବାପର ଗୋଟିଏ ପୁଅ ଆଉ ଜୀବନକୁ ପ୍ରତିମୁହୁର୍ତ୍ତରେଉପଭୋଗ କରୁଛି । ସବୁଠାରୁ ତା’ର ବଡଗୁଣ ହେଲା ଧନୀ ହେଲେ ମଧ୍ୟ ତା’ହୃଦୟରେ ସେ ଧାନାଢ୍ୟତାର ଅହଂଙ୍କାର ଆଦୈାନାହିଁ । ଅନ୍ୟ ପିଲାଙ୍କୁ ତୁଚ୍ଛ ମନେକରିବା ବା ହେୟ ମନେକରିବା ଗୁଣ ଆଦ୍ୟୈ ନାହିଁ । କହିବାକୁ ଗଲେ ଅନ୍ୟକୁ ଖୁସି ଦେଖିଲେ ତାକୁ ଅଜସ୍ର ଆନନ୍ଦ ମିଳେ । 


*******

ଦୁଇ


କଲେଜ୍‌ରେ  ଆଡମିଶନ୍‌ର ଅବଧି ସରିଯାଇଛି । ତା ୦୩.୦୮.୨୦୧୦ ମଙ୍ଗଳବାର ଦିନ୯ଟାରେ ପ୍ରତି ବିଭାଗରେ ଓରିଏଣ୍ଟସନ୍ କ୍ଲାସ୍ ହୁଏ । ସିଦ୍ଧାର୍ଥ ଓ ଜମିଲ୍ ଦୁଇଜଣ ଅଟୋମେବାଇଲ୍ ଇଞ୍ଜିନିୟରିଙ୍ଗ୍ ବିଭାଗରେ ନିଜର ଓରିଏଣ୍ଟସନ୍ କ୍ଲାସ୍ କରିଥିବାବେଳେ ଧରିତ୍ରୀ ତାର ଇଲେକ୍ଟ୍ରୋନିକସ୍ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ଓ ଆନନ୍ଦ ତାର ଇଲୋକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକସ୍ ଇ୍ରୁମେଣ୍ଟସନ୍ ବିଭାଗରେ ନିଜ ନିଜର ଓରିଏଣ୍ଟସନ୍ କ୍ଲାସ୍ କରିଥାନ୍ତି । 
      ଓରିଏଣ୍ଟସନ୍ କ୍ଲାସ୍ ରେ ଜଣେ ଜଣେ ପ୍ରଧ୍ୟାପକ ଆସନ୍ତି । ସେମାନଙ୍କର ଓଜସ୍ୱୀନି ଭାଷଣରେ ଭରିରହିଥାଏ ପ୍ରେରଣାର ପିୟୁଷ । ସତେଯେପରି ସେ ଭାଷଣରେ ଧରିତ୍ରୀ ଆଉ ସିଦ୍ଧାର୍ଥର ରୁମ ସବୁ ଟାଙ୍କୁରି ଉଠିଥିଲା । ମନ ଭିତରେ ତାଙ୍କର ଏକ ଅଦ୍ଭୁତ ଉତ୍ସାହ ଓ ଉନ୍ମାଦନା ଖେଳିଯାଇଥିଲା । ସେମାନେ ନିଜକୁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନରେ ନେଇ ମନକୁମନ ବସେଇଦେଲେ । ପ୍ରଧ୍ୟାପକଙ୍କର ପ୍ରଥମ ବାକ୍ୟ ଥିଲା ହେ ମୋର ପ୍ରିୟ ବନ୍ଧୁଗଣ । ଆପଣ ଆଜିନିଜ ଜୀବନ ଗଢିବା ପାଇଁ ନିଜନିଜ ଇଚ୍ଛାରେ ଯେଉଁ ସବୁ ବିଭାଗ ବାଛି ନେଇଛନ୍ତି ଭଗବାନ ଆପଣମାନଙ୍କୁ ସେହି କଳାରେ ଯଥାଯଥ ଉନ୍ନତିପ୍ରଦାନ କରି ଆପଣମାନଙ୍କର ସ୍ୱପ୍ନ ଓ ଆଶାକୁ ପୂରଣ କରନ୍ତୁ । ମୁଁ ଏଠାରେ କହିରଖିବାକୁ ଚାହେଁ ଆପଣମାନେ ଆଜିଠାରୁ ନିଜର କାୟ, ମନ, ବାକ୍ୟରେ ନିଜକୁ ବିଜ୍ଞାନର ବିନ୍ଧାଣୀ ରୂପେ ଗଢି ତୋଳିବାକୁ ଚେଷ୍ଟା କରନ୍ତୁ । ବିଜ୍ଞାନ ଯେଉଁ ସତ୍ୟକୁ ଉନ୍ମୋଚନ କରେ, ବୈଜ୍ଞାନିକ ସେ ସତ୍ୟର ସୂକ୍ଷ୍ମତାକୁ ସ୍ଥୁଳତା ପ୍ରଦାନ କରେ । ଆଉ ସେ ସ୍ଥୁଳତାର ବାହକସାଜି ଆପଣମାନେ ହିଁ ତାହାକୁ ସମାଜର ମଙ୍ଗଳରେ ପ୍ରୟୋଗ କରିବେ । ତେଣୁ ଆପଣମାନଙ୍କର ଭୂମିକା ଅତୀବ ଗୁରୁତ୍ତ୍ୱପୂର୍ଣ୍ଣ । ଆପଣମାନଙ୍କ ବିନା ଏ ମଣିଷ ସମାଜ ବିଜ୍ଞାନର ବିଭବକୁ ଅନୁଭବ କରିବାରେ ଅସମର୍ଥ । ଆପଣମାନେ ହିଁ ମଙ୍ଗଳ ଗ୍ରହକୁ ଯାନ ପଠାଇ ପାରିବେ । ଆପଣମାନେ ହିଁ ମଣିଷ ଶରୀରର ଆଭ୍ୟନ୍ତରିଣ ଅବା ବାହ୍ୟ ଅଙ୍ଗର ଅପରେସନ୍ ପାଇଁ ଯନ୍ତ୍ର ନିର୍ମାଣ କରିବେ । ଜୀବନର ପ୍ରତିଟି ପାଦରେ ଯାହା ସବୁ ଯନ୍ତ୍ରପାତି ମଣିଷ ବ୍ୟବହାର କରେ ସେ ଗୁଡିକ ସବୁ ଆପଣମାନଙ୍କର ହିଁ ଦାନ । 
      ଇଞ୍ଜିନିୟରିଙ୍ଗ୍ ହେଉଛି ଉଭୟ କଳା ଆଉ ବିଜ୍ଞାନ । କଳା ଯେପରି ମନୁଷ୍ୟର ମନକୁ ପ୍ରଶାନ୍ତି ପ୍ରଦାନକରେ ଆଉ ମନୁଷ୍ୟକୁ ଭାବୁକ କରିଦିଏ ସେମିତି ଇଞ୍ଜିନିୟରିଙ୍ଗ୍ ଶିକ୍ଷା ମଧ୍ୟ ଉଭୟ ବୈଶିଷ୍ଟ୍ୟର ମିଶ୍ରଣ । ଜଣେ ଇଞ୍ଜିନିୟର କେବଳ ଯେ ଯନ୍ତ୍ର ନିର୍ମାଣ କରେ, ଯାନ୍ତ୍ରୀକ ତ୍ରୁଟିକୁ ସୁଧାରେ, ଯନ୍ତ୍ରାଂଶ ଗଢେ, ନୂତନ ଯନ୍ତ୍ର ଉଦ୍ଭାବନ କରେ ତାହା ନୁହେଁ ବରଂ ମନୁଷ୍ୟର ଜୀବନେଶୈଳୀରେ ସେ ଯନ୍ତ୍ର କି ପ୍ରକାର ପ୍ରଭାବ ପକାଏ ତାହା ମଧ୍ୟ ସେ ହୃଦୟର ସହ ବିଚାର କରେ । ତା’ର ଉତ୍ପାଦ ମନୁଷ୍ୟ ସମାଜର କି କଲ୍ୟାଣ ରେ ଲାଗିପାରିବ ଆଉ ସେ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସମସ୍ତ ଉପାଦାନ ତା’ଭିତରେ ଅଛି କି ନାହିଁ ଇଞ୍ଜିନିୟର ନିଜେ ତା ଅନ୍ତରରେ ବିବେଚନା କରେ । ମନୁଷ୍ୟ ଜୀବନକୁ ସୁଖମୟ କରିବାରେ ଇଞ୍ଜିନୟରମାନଙ୍କର ଅବଦାନ ଅତୁଳନୀୟ । ପ୍ରାକୃତିକ ବିପର୍ଯୟର ମୁକାବିଲା ହେଉ ଅବା ପ୍ରକୃତିର ରହସ୍ୟକୁ ଜାଣିବା ପାଇଁ ହେଉ ଯନ୍ତ୍ରୀ ଦ୍ୱାରା ନିର୍ମିତ ଯନ୍ତ୍ର ହିଁ ଆବଶ୍ୟକ । ବିଜ୍ଞାନପ୍ରଦତ୍ତ ସୁଖ ଗୁଡିକୁ ମଣିଷ ପାଖରେ ପହଞ୍ଚାଇବା ପାଇଁ ଆବଶ୍ୟକ ମାଧ୍ୟମର ନିର୍ମାାତା ହେଉଛି ଯନ୍ତ୍ରୀ ବା ଭବିଷ୍ୟତର ଆପଣମାନେ ।  ଅଭାବ ଅସୁବିଧାର ଦୂରୀକରଣ ପାଇଁ ଆବଶ୍ୟକ ସାଧନର ଆପଣମାନେ ହେଉଛନ୍ତି କାରିଗର । 
      ଦେଶକୁ ନୂଆ ଦିଗନ୍ତରେ ବିଭବଶାଳୀ କରି ଆଗେଇନେବାରେ ଆପଣମାନେ ହିଁ ହେଉଛନ୍ତି ଏ ମାଟିର ଦାୟଦ । ଆପଣମାନେ ହିଁ ଏ ସମାଜର ଏକ ଅନନ୍ୟ ବର୍ଗ । ଆପଣମାନଙ୍କର ସ୍ଥାନ ଆପଣମାନେ ହିଁ ନିରୂପଣ କରି ନିଜକୁ ପ୍ରତିପାଦନ କରିବେ । ଆପଣମାନେ ହିଁ ବିଭିନ୍ନ ଯାନ୍ତ୍ରିକ କଳାକ୍ୟୈଶଳକୁ ମଣିଷ ଜୀବନରେ ପ୍ରୟୋଗ କରି ଏ ଜଗତରୁ ଅଭାବଅନାଟନକୁ ହଟାଇପାରିବେ । ତେଣୁ ପ୍ରକାରାନ୍ତେ ଆପଣମାନଙ୍କ ଜୀବନ ଧନ୍ୟହେବ । ତତ୍‌ସହିତ ଆପଣମାନଙ୍କ ଜୀବନ ମଧ୍ୟ ଏକ ସ୍ୱତନ୍ତ୍ରତା ପାଇବ । ହେଲେ ଏସବୁଥିପାଇଁ ଆବଶ୍ୟକ ଆପଣଙ୍କର ପରିଶ୍ରମ ଓ ଆତ୍ମବିଶ୍ୱାସ । ତେଣୁ ଆଜିଠାର ୁ ପରିଶ୍ରମ କରିଚାଲନ୍ତୁ ଏକ ଦୃଢ ଆତ୍ମବିଶ୍ୱାସର ସହିତ ଯାହାଫଳରେ ଦିନେ ଏ ଦୁନିଆ ଆପଣମାନଙ୍କୁ ଚାହିଁବ । ଏମିତି ଅଗ୍ନିବର୍ଷୀ କଥା ଗୁଡିକ ଧରିତ୍ରୀ ଆଉ ସିଦ୍ଧାର୍ଥ ର ଆତ୍ମାକୁ ଛୁଇଁ ଯାଇଥିଲା । ଧରିତ୍ରୀର ପିଲାଦିନର ସ୍ୱପ୍ନ ସେ ଜଣେଇଞ୍ଜିନିୟର ହେବ ଆଉ ତା ଘର ଚଳେଇବ ଆଜି ସତ ହେବାକୁ ଯାଉଛି । ପଠାଣି ସାମନ୍ତଙ୍କ ଭାବ ଧାରାରେ ଅନୁପ୍ରାଣିତ ସିଦ୍ଧାନ୍ତ ଆଜି ବି ଆତ୍ମହରା ଏଭଳି ପ୍ରଥମ କ୍ଲାସ୍ ର ପ୍ରଥମ ଭାଷଣରେ । ସେ ବି ପଠାଣୀ ସାମନ୍ତଙ୍କ ଭଳି କିଛି ନୂତନର ଅନୁସନ୍ଧାନରେ ଲାଗିପଡିବ । ଜୀବନର ସ୍ୱପ୍ନକୁ ସେ ସାକାର କରିବ । ସେ ବି ଆସି ଠିକ୍ ଜାଗାରେ ପହଞ୍ôଚଗଲାଣି । ତା‘ଲକ୍ଷ ବୋଧେ ତା ଠାରୁ ଆଉ ବେଶି ଦୂରରେ ନାହିଁ । ଏହିପରି ଏକ ପ୍ରେରଣାତ୍ମକ ଅଭିଭାଷଣ ପରେପରେ ଗୋଟିଏ ଅନ୍ ଲାଇନ୍ ଟେଷ୍ଟ ହୋଇଥିଲା । 
     ଟେଷ୍ଟ୍ ପରେପରେ ସମସ୍ତଙ୍କୁ ସେ ବର୍ଷର ଗୋଟିଏ ଗୋଟିଏ ଏକାଡେମିକ୍ କ୍ୟାଲେଣ୍ଡର୍ ସହିତ ଟାଇମ୍ ଟେବୁଲ୍ ଓ ପ୍ରଥମ ସେମିଷ୍ଟର୍‌ର ପାଠ୍ୟ ଖସଡା ମଧ୍ୟ ଧରାଇ ଦିଆଗଲା । ସେଦିନ ସମସ୍ତେ ନିଜନିଜ ହଷ୍ଟେଲ୍ କୁ ଫେରିଲେ । ଡେ ସ୍କଲାର ପିଲାମାନେ ନିଜ ଘରକୁ ଫେରିଥିଲେ । ଅନ୍‌ଲାଇନ୍ ଟେଷ୍ଟ୍‌ପରେ ଧରିତ୍ରୀକୁ ଦେଖା କରିବାକୁ ସିଦ୍ଧାର୍ଥ ଆଉ ଜମିଲ୍ ଯାଇଥିଲେ । ଧରିତ୍ରୀ ସିଦ୍ଧାର୍ଥକୁ ଦେଖି ବହୁତ ଖୁସି ହୋଇଯାଇଥିଲା । ସିଦ୍ଧାର୍ଥ ଭଳି ଗୋଟିଏ ସାଙ୍ଗଟିଏ ପାଇଛି, ସେଥିପାଇଁ ତାକୁ ବହୁତ ଆଶ୍ୱସ୍ତି ଲାଗିଥିଲା । ସେହି ସମୟରେ ହିଁ ପ୍ରଥମ କରି ସିଦ୍ଧାର୍ଥ, ଜମିଲ୍‌କୁ ଧରିତ୍ରୀ ସହିତ ପରିଚୟ କରାଇଥିଲା । ଜମିଲ୍ ଜଣେ ଡେ ସ୍କଲାର୍ ଆଉ ସେ ଖୋର୍ଦ୍ଧାରୁ ଯିବା ଆସିବା କରୁଛି ବୋଲି ଧରିତ୍ରୀକୁ ଜଣାଇଥିଲା । ହଷ୍ଟେଲ୍ ରେ ପହଞ୍ôଚବା ପରେ ଧରିତ୍ରୀ ଟାଇମ୍ ଟେବୁଲ୍ ଓ ପ୍ରଥମ ସେମିଷ୍ଟରର ପାଠ୍ୟଖସଡା ଦେଖି ମନେମନେ ଯେତିକି ଦୁର୍ବଳ ହୋଇଗଲା ସେତିକି ଭୟଭିତ ହୋଇପଡିଲା । 
      ତାର ପ୍ରଥମ ସେମିଷ୍ଟରରେ ପ୍ରଥମ କ୍ଲାସ୍ ଟେଷ୍ଟ ଥାଏ ତା୧୫.୦୯.୨୦୧୦ରୁ ତା ୨୨.୦୯.୨୦୧୦ପର୍ଯ୍ୟନ୍ତ । ପ୍ରଥମ ସେମିଷ୍ଟରର ସିଲାବସ୍‌ରେ କୋର୍ସଷ୍ଟ୍ରକ୍ଟରରେ ଧରିତ୍ରୀ ଦେଖିଛି ଛଅଟି ବିଷୟ । କ୍ଲାସ୍ ଆରମ୍ଭ ହୋଇଛି ଅଗଷ୍ଟ ୧ ତାରିଖରେ । ଆଉ ପ୍ରଥମ ପରୀକ୍ଷା ଠିକ୍ ମାସେ ଏକୋଇଶ ଦିନ ପରେ । କମ୍ପ୍ୟୁଟେସନାଲ୍ ମ୍ୟାଥ୍‌ମେଟିକସ୍ ବିଷୟ ପାଇଁ ସପ୍ତାହକୁ ଲେକ୍ଟର କ୍ଲାସ ୨ଘଣ୍ଟା ଓ ୧ଘଣ୍ଟା ଟ୍ୟୁଟୋରିଆଲ କ୍ଲାସ୍ । ଏମିତି ଗାଏଁମୋଟ ପ୍ରତି ସପ୍ତାହରେ ୩ ଘଣ୍ଟା । ଆଉ ଆଜକୁ ମୋଟ ସାତ ସପ୍ତାହରେ ୨୧ ଘଣ୍ଟା ସେ ଆଟେଣ୍ଡ୍ କରିିଛି । କମ୍ପ୍ୟୁଟେସ୍‌ନାଲ ମ୍ୟାଥେମେଟିକସ୍ ବିଷୟଟିକୁ ଦେଖି ସେ ନିଜକୁ ଆଶ୍ଚର୍ଯ୍ୟ ମଣିଛି । ସେହିପରି ହିସାବ କଲେ ପାଖାପାଖି ଅନ୍ୟ ପାଞ୍ଚଟି ବିଷୟରୁ କେଉଁଟିକୁ ଆଜି ପର୍ଯ୍ୟନ୍ତ ୧୪ ଘଣ୍ଟା କିମ୍ବା ୨୧ ଘଣ୍ଟା ଲେଖାଏଁ କ୍ଲାସ କରିଛି । ଏଡେ ବଡବଡ ବହି ପୁଣି ସେଥିରେ ଅସୁମାରି ଗଣିତ ଓ ସମସ୍ୟା । ପ୍ରୋଗ୍ରାମିଙ୍ଗ୍ ରେ ତ ମନେ ରଖିବାକୁ ଯଥେଷ୍ଟ ଅଛି । ଏମିତି କେମିତି ସମ୍ଭବ । 
      କେଉଁ ବହିକୁ କେତେ ସମୟ ଲେଖାଁଏ ପଢିବ ଯେ ସେ ସବୁ ମନେରଖିପାରିବ ଆଉ ପ୍ରଥମ ସେମିଷ୍ଟର ପରୀକ୍ଷାରେ ସି.ଜି.ପି.ଏ ୯ଉପରକୁ ରଖିବ, ସେ ନିଜକୁ ବିଶ୍ୱାସ କରିପାରିନି । ଜମିଲ୍‌ଆଉ ସିଦ୍ଧାର୍ଥର ମଧ୍ୟ ସେଇ ଏକା ଚିନ୍ତା । ତଥାପି ତ ପଢିବାକୁ ପଡିବ ନା । ତିନିଜଣଯାକ ସମସ୍ତେ ଜୋରସୋରରେ ଲାଗି ପଡିଛନ୍ତି ପଢାପଢିରେ । ହେଲେ ଆନନ୍ଦ ଶ୍ରୀବାସ୍ତବ ଭଳି କେତେକ ପିଲାଙ୍କର ଆଦ୍ୟୈ ଚିନ୍ତା ନାହିଁ । ସେ ଯେମିତି କଲେଜ୍‌ରେ ମସ୍ତି କରିବା କଥା କରୁଛନ୍ତି । କ୍ଲାସ୍ ଆଟେଣ୍ଡ୍ କଲେକଲା ନହେଲେ ନାହିଁ । ବାଇକ୍‌ଟି ଧରି କେତେକ ସାଙ୍ଗମାନଙ୍କ ସହିତ ସେ ମଜାରେ ବୁଲୁଛି । ସତେଯେମିତି ସେ ସବୁ ପାଠଗୁଡାକ ମନେରଖି ଦେଇଛି । ପରୀକ୍ଷାରେ ତାର ବହୁତ ଭଲ ହେବ । ଏହିଭଳିଭାବରେ ସେ ମଉଜମଜଲିସ୍ କରିବାରେ ଲାଗିଛି ।
     ଜମିଲ୍ ଦିନେ ଇରଫାନ୍ ଅଙ୍କଲ୍‌ଙ୍କ ଘରକୁ ଯାଇଛି । ସେତେବେଳକୁ ରାତି ପ୍ରାୟ ୯ଟା ହେବ । ଇରଫାନ୍ ମଉସା ଅଫିସ୍ ରୁ ଆସି ସବୁକାମ ସାରି ଟି.ଭି. ଦେଖୁଥାନ୍ତି । ଜମିଲ୍ ଇରଫାନ୍ ଅଙ୍କଲ୍‌ଙ୍କୁ ସଲାମ୍ କରିଛି । ଅଙ୍କଲ୍ ଜମିଲ୍‌କୁ ତାର ପଢାପଢି ବିଷୟରେ ପଚାରିବାରେ ଲାଗିଛନ୍ତି । ଜମିଲ୍ କହିଛି ଅଙ୍କଲ୍ ମୁଁ ସେଇ ବିଷୟରେ କିଛି ପରାମର୍ଶ ନେବାକୁ ଆସିଥିଲି । ଇରଫାନ୍ ଅଙ୍କଲ୍ କହିଛନ୍ତି ତାହାହେଲେ ପଚାର । ଜମିଲ୍ ନିଜର ପ୍ରଥମ ସେମିଷ୍ଟରର ସବୁ ବହି ଗୁଡିକ ଦେଖେଇଛି ଆଉ ଏହି ପ୍ରଥମ ସେମିଷ୍ଟରରେ ପ୍ରତି ବିଷୟପାଇଁ ତା ପାଖରେ ଥିବା ସମୟକୁ କହିଛି । ଆଉ ପଚାରିଛି ଏ କେମିତି ସମ୍ଭବ?
      ଇରଫାନ୍ ଅଙ୍କଲ୍ ଟିକେ ହସି ଦେଇଛନ୍ତି । ଆରେ ଜମିଲ୍ ତୁ ବୁଝିପାରୁନୁ ତୁମେ ମାନେ ଯେଉଁ ଜେ.ଇ.ଇ କିମ୍ବା ଓ.ଜେ.ଇ.ଇ ପରୀକ୍ଷା ଦେଇ ଉର୍ତ୍ତୀଣ୍ଣ ହୋଇଥିଲ କଣକଣ ପଢିଥିଲ ମନେପକଉନ । ଅର୍ଥାତ ଗୋଟିଏ ପିଲା ଇଞ୍ଜିନିୟରିଂରେ ଆଡମିଶନ୍ ପୂର୍ବରୁ ସେ ଯେଉଁ ପ୍ରବେଶିକା ପରୀକ୍ଷା ଦେଇଥାଏ, ସେହି ପ୍ରବେଶିକା ପରୀକ୍ଷା ପାଇଁ ସେ ଏତେ ସବୁ ପ୍ରସ୍ତୁତି କରିଥାଏ ଓ ତାର ବୁଦ୍ଧିରେ ବିଚକ୍ଷଣତା ଏତେ ଥାଏ ଯେ ସେ ଏ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରେ । ଅନ୍ୟ ଅର୍ଥରେ କହିବାକୁ ଗଲେ ତୁମେମାନେ ସବୁ ବିଷୟରେ ଫଣ୍ଡାମେଣ୍ଟାଲସ୍ ଗୁଡିକ ଜାଣିଛି । ତେଣୁ ତୁମେ ଏ ବିଷୟ ଗୁଡିକ ପଢୁପଢୁ ସବୁ ବୁଝିଯିବ । ହେଲେ ଜମିଲ୍ ଅଭିଯୋଗ କରିଛି ଅଙ୍କଲ୍ ଯେତିକି କ୍ଲାସ୍ ଆମପାଇଁ ସ୍ଥିରୀକୃତ ହୋଇଛି ସେଥିରୁ ମଧ୍ୟ ଅନେକ କ୍ଲାସ ବାତିଲ୍ ହୋଇଯାଇଛି । ସବୁ କ୍ଲାସ୍ ରେ ଖାଲି ଗେଷ୍ଟ ଫ୍ୟାକଲ୍ଟୀ ପୁଣି ପ୍ରାୟ ସବୁ ଗେଷ୍ଟ ଫ୍ୟାକଲ୍ଟୀ ଅଭିଜ୍ଞତା ବିହିନ । ସବୁ ବିଷୟ ଭଲଭାବରେ ବୁଝି ବି ହେଉନି । 
     ଇରଫାନ୍ ଅଙ୍କଲ୍ କହିଛନ୍ତି ଯେ ପ୍ରଥମ କଥା ହେଉଛି ତୁ ଯେହେତୁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛୁ ମାନେ ତୁ ଜଣେ ମେଧାବୀ ଛାତ୍ର । ତୋର ଆଇକ୍ୟୁ ବହୁତ ଅଧିକ । କଥାରେ ଅଛି “ସମଝଦାର୍ କୋ ଇସାରା କାଫି ହୋତା ହେ୍‌”ା ତେଣୁ ଟିକେ ଆଇଡିଆ ଅଧ୍ୟାପକଙ୍କଠାରୁ ନେଇ ତୁ ନିଜେ ବୁଝିବାକୁ ଚେଷ୍ଟାକର ଦେଖିବୁ ସବୁ ସହଜ ହୋଇଯିବ । ଆଉ ତୁ ଯେଉଁ ଅଭିଯୋଗ ସବୁ କରୁଛୁ ସେଗୁଡିକତ ଏ ସବୁ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍‌ରପରମ୍ପରା । ହେଲେ ମନ ଉଣାକରନା ତୁ ପରିଶ୍ରମ କରିଚାଲେ । ମୁଁ ତୋତେ ନୂଆବାଟ କିଛି କହିବି । ଜମିଲ୍ ପଚାରିଛି ଅଙ୍କଲ୍ କେତେ ପିଲାତ କଲେଜ୍‌ରେ ଆଦ୍ୟୈ ପଢୁନାହାନ୍ତି କି କ୍ଲାସ୍ ବି କରୁ ନାହାନ୍ତି । ସେମାନେ କଣ ଏତେ ବୁଦ୍ଧିଆ ଯେ ସବୁ ଉତ୍ତର ଦେଇ ପାସ କରିଯିବେ । ଇରଫାନ୍ ଅଙ୍କଲ୍ କହିଛନ୍ତି ତୁ ବ୍ୟସ୍ତ ହଅନି, ଦେଖିବୁ ସେମାନେ ବି ବହୁତ ଭଲ ନମ୍ବର ରଖିବେ । ସେମାନଙ୍କର ସି.ଜି.ପି.ଏ. ମଧ୍ୟ ବହୁତ ଅଧିକ ରହିବ । ଜମିଲ୍ ପଚାରିଛି କେମିତି ଅଙ୍କଲ୍ । ଆପଣ ତ ବଡ ଆଶ୍ୱର୍ଯ୍ୟ କଥା କହୁଛନ୍ତି । ଇରଫାନ୍ ଅଙ୍କଲ୍ କହିଛନ୍ତି ତୁ ଧୀରେଧୀରେ ସବୁ କଥା ଜାଣିପାରିବୁ ହେଲେ ତୁ ଅନ୍ୟ କାହାକୁ ଅନୁସରଣ ନକରି ମନ ଦେଇ ପଢ ଓ ପ୍ରାକ୍ଟିକାଲ୍ କ୍ଲାସ୍ ଗୁଡିକ ଭଲ ଭାବରେ କରୁଥା । ହଉ ତୁ ଯା ମନଦେଇ ପଢାପଢି କର । ଇରଫାନ୍ ଅଙ୍କଲ୍‌ଙ୍କ ଏଭଳି କଥାରେ ଜମିଲ୍ ଯେତିକି ଆଶ୍ଚର୍ଯ୍ୟ  ହେଲା ସେତିକି ବୋକା ମଧ୍ୟ ପାଲଟି ଗଲା । ହେଲେ ତା ପରଠାରୁ ପଢାପଢି ଜୋର୍‌ସୋର୍ ରେ ଆରମ୍ଭ କରିଦେଲା । 
      ଧରିତ୍ରୀ ଓ ସିଦ୍ଧାର୍ଥ ମଧ୍ୟ ସେହି ଚିନ୍ତାରେ ଟିକେ ଭାଙ୍ଗିପଡିଥିବା ବେଳେ ତା ପରଦିନ ଜମିଲ୍‌ଯାଇ ସେ ଦୁଇଜଣଙ୍କୁ ଇରଫାନ୍ ଅଙ୍କଲ୍‌ଙ୍କର ସବୁକଥା କହିଛି । ସେମାନେ ବି ଜମିଲ୍ ଭଳି ଦ୍ୱନ୍ଦରେ ପଡିଗଲେ । ତଥାପି ଯେହତୁ ସେମାନଙ୍କ ଜୀବନର ଲକ୍ଷ ପାଠପଢି ସାରି ଭଲ ଚାକିରିଟିଏ କେଉଁଠି କରିବେ ଓ ନିଜ ଜୀବନ ଗଢିବେ ତେଣୁ ସେମାନେ ମନପ୍ରାଣ ଦେଇ ପଢାପଢିରେ ଲାଗିଗଲେ । 
      ଯେତେ ଆଇନ୍‌କାନୁନ୍ ସରକାରଙ୍କ ଦ୍ୱାରା ପ୍ରଣୟନ ହେଲେ ସୁଦ୍ଧା ଇଞ୍ଜିନିୟରିଂ ଅବା ମେଡିକାଲ୍ କଲେଜ୍ ହେଉ ସେଠାରେ ର‌୍ୟାଗିଙ୍ଗ୍ ଯେ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଏହା ବୋଧହୁଏ ଭାବିବା ଭୂଲ୍ । ନୂଆନୂଆକରି ଇଞ୍ଜିନିୟରିଂ କଲେଜ୍‌ର ହଷ୍ଟେଲ୍ ରେ ରହୁଥିବା ପିଲା ନିଶ୍ଚୟ ର‌୍ୟାଗିଙ୍ଗ୍ ର ସମ୍ମୁଖୀନ ହେବ ଏଥିରେ ସନ୍ଦେହ ନାହିଁ । କେତେକଙ୍କ ମତରେ ମାନସିକ ର‌୍ୟାଗିଙ୍ଗ୍ ପିଲାମାନଙ୍କୁ ଭବିଷ୍ୟତରେ ସବୁ ପରିସ୍ଥିତିର ମୁକାବିଲା  ପାଇଁ ଅନେକାଂଶରେ ସାହାଯ୍ୟ କେବଳ ଯେ କରେ ତାହାନୁହେଁ ବରଂ ପିଲାର ସାର୍ବଜନୀନ ବିକାଶକୁ ମଧ୍ୟ ସର୍ବାଦ୍ୟୈ ଆଗେଇନିଏ । ହେଲେ ଶାରିରୀକ ର‌୍ୟାଗିଂ ଆଦ୍ୟୈ କାହାର ମଙ୍ଗଳ କରେ ନାହିଁ ।
     ହଷ୍ଟେଲ୍‌ରେ ରହିବାର ପ୍ରଥମ ଦିନ ରାତି ୯ଟାରେ ମେସ୍‌ରୁ ଖାଇ ଫେରିବା ସମୟରେ କେତେଜଣ ସିନିୟର୍ ପିଲା ମାନଙ୍କର ହାବୁଡେ ପଡିଛି ସିଦ୍ଧାର୍ଥ । ତାଙ୍କ ଭିତରୁ ଜଣେ କେହି ପ୍ରଶ୍ନ ପଚାରିଛି ବାବୁ ମହାଶୟ କେଉଁଠୁ ଆସିଛ? ସିଦ୍ଧାର୍ଥ ନମ୍ର ଭାବରେ ଉତ୍ତର ଦିଏ ଖଣ୍ଡପଡାରୁ ।  ଓହଃ ସେଇଥିପାଇଁ ଖଣ୍ଡିଆଙ୍କ ଭଳିଆ ମୁହଁ ଉପରକୁ କରି ଚାଲିଯାଉଛ ଆଉ କଣ । 
ଅନ୍ୟଜଣେ ସିନିୟର-ଆଚ୍ଛା କହିଲ ଏ ଖଣ୍ଡପଡା ଟା କାହିଁକି ପ୍ରସିଦ୍ଧ?
ସିଦ୍ଧାର୍ଥ-ପ୍ରଥମତଃ ପଠାଣୀ ସାମନ୍ତଙ୍କ ପାଇଁ ଆଉ ଦ୍ୱିତୀୟରେ କଣ୍ଟିଲୋ ନୀଳମାଧବଙ୍କ ପାଇଁ ।
ସିନିୟର୍‌-ତମେ ତାହାହେଲେ ତ ଦୁଇ ଖଣ୍ଡି ନଳୀକୁ ନେଇ ଏ ଭୂବନେଶ୍ୱରର ଧଉଳି ପାହାଡ ଉଚ୍ଚତା ମାପି ପାରିବ ।
ସିଦ୍ଧାର୍ଥ-ନାହିଁ ।
ସିନିୟର୍‌-ତାହାହେଲେ କାହିଁ ସେ ଖଣ୍ଡପଡାରେ ଜନ୍ମ ନେଉଥିଲ?
ଅନ୍ୟଜଣେ ସିନିୟର୍‌-ଆଚ୍ଛା କହିଲ ଏଚ୍‌.ପି. ର ଫୁଲଫର୍ମ କଣ ।
ସିଦ୍ଧାର୍ଥ-ହିମାଚଳ ପ୍ରଦେଶ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ।
ସିନିୟର୍‌-ଆଉ ଯେତେ ଜାଣିଛ କହିଯାଅ ।
ସିଦ୍ଧାର୍ଥ-ସରି ଭାଇ ଆଉ କିଛି ଜାଣିନି ।
ସିନିୟର୍‌-ଆରେ ତମେ ଗୋଟେ କଥା ଜାଣିଛ ଜଣେଜଣେ ଏମିତି ପୁଅପିଲା ଥାନ୍ତି ସେ ଖାଲି ସବୁଝିଅପିଲାଙ୍କ ପଛରେ ଗୋଡାନ୍ତି । ତାଙ୍କର ସବୁବେଳେ ଖାଲି ସେକ୍ସୁଆଲ ଆଟିଚୁଡ୍ ଥାଏ । ଠିକ୍ ସେମିତି କେତେକ ଝିଅ ପିଲାଙ୍କର ମଧ୍ୟ ସେହିପରି ଲକ୍ଷଣ ମାନ ଦେଖାଯାଏ । ସେମାନଙ୍କୁ କଣ କହନ୍ତି ?
ସିଦ୍ଧାର୍ଥ-କହି ପାରିବିନି ।
ସିନିୟର୍‌-ଓହଃ ତାହାହେଲେ ତୁମେ ପୁରାପୂରି ଭଦ୍ରତାର ପରିଚୟ ଦଉଛ ନା? ଅଭଦ୍ରାମି ଆଉ କିଛି ଜାଣିନ । ଆରେ ତମେ ବୋଧେ ଜାଣିନ ଆମେ ଭାରତୀୟ ମାନେ ବହୁତ ଲଜ୍ଜାଶୀଳ । ହେଲେ ଲୁଚେଇକରି ସବୁଯାକ ଅଲଜ୍ଜ୍ୟା କାମ କରିଥାଉ । ହେଇ ଦେଖୁନ ଯଦି ଇଂଲଣ୍ଡରେ ପୁଅ ବିବାହର ପରେ ତା ସ୍ତ୍ରୀକୁ ନେଇ କୁଆଡେ ବୁଲିବାକୁ ବାହାରିବ ସେ ବିନା ଦ୍ୱିଧାରେ ତା ବାପା ମାଆଙ୍କୁ କହିବ ଆମେ ହନିମୁନ୍ କରିବାକୁ ଯାଉଛୁ । ହେଲେ ଆମେ ଭାରତୀୟମାନେ ଏତେ ଲଜ୍ଜାଶୀଳ ଯେ ବାପା ମାଙ୍କୁ ଏ ହନିମୁନ୍ ଶଦ୍ଦ କହି ପାରିବାନି । ଏମିତି ବି ସ୍ତ୍ରୀ କୁ କୁଆଡେ ସାଙ୍ଗରେ ବୁଲେଇ ନେବାକୁ ହେଲେ ଯଦି ଯୈାଥ ପରିବାରରେ ଅଛେ ତେବେ କାହାକୁ ବି କହି ପାରିବାନି । ତମେ ବି ଠିକ୍ ଏଠି ସେଇଆ କରୁଛ । ତମକୁ ଲାଜ ମାଡୁଛି ନା ।
ସିଦ୍ଧାର୍ଥ-କିଛି ନକହି ତା ମୁହଁରୁ ଟିକିଏ ମୁରୁକି ହସ ବାହାରି ପଡିଥାଏ ।
ସିନିୟର୍‌-ଦେଖିଲ ତୁମେ ଜାଣିଛ ନା, ନହେଲେ ହସିଥାନ୍ତ କେମିତି । ହଉ ଏଥରିକ କୁହ । କାରଣ ଆମେ ଏଠି ସମସ୍ତେ ସମଲିଙ୍ଗୀ ।
ସିଦ୍ଧାର୍ଥ-ହିଷ୍ଟରିଆ ପେସେଣ୍ଟ୍ । 
ସିନିୟର୍‌-ଆରେ ବାଃ । ଦେଖିଲ ମୋର ଟିକିଏ ମୋଟିଭେସନ୍ ରେ ତୁମ ଲଜ୍ଜା କେମିତି ଛାଡିଗଲା । 
ଅନ୍ୟଜଣେ ସିନିୟର୍‌-ଆରେ ତମେ ଓଡିଆଘରର ଗାଳି ସବୁ ଜାଣିଛ?ଗାଁ ମାନଙ୍କରେକେତେକଣ ସବୁ ଗାଳି ଦିଅନ୍ତି ଟିକେ କହିଲ ।
ସିଦ୍ଧାର୍ଥ-ମୁଁ ଜାଣିନି ଭାଇ ।
ସିନିୟର୍‌-ଜାଣିନ । ଆଚ୍ଛା ପିଲାଦିନୁ କଣ କାହାକୁ କେବେ ଗାଳି ଦେଇନ? ଆରେ ତମେ ଗାଁ ସ୍କୁଲ୍‌ରେ ପଢୁଥିଲ ନା ସାନଫ୍ରାନସିସକେ୍‌ାର କେଉଁ ରେଜିଡେନସିଆଲ୍ ସ୍କୁଲରେ ପଢୂଥିଲ । ଏଠି ସତ କହିଲେ ତମ ପ୍ରେଷ୍ଟିଜ୍ ପଳେଇବ ନା କଣ । ମୁଁ ପରା ଗାଁରୁ ଆସିଛି । 
ସିଦ୍ଧାର୍ଥ-ଟିକେ ନର୍ଭସ ହୋଇ ଏକୁଟିଆ ଠିଆ ହୋଇଥାଏ ।
ସିନିୟର୍‌-ଦେଖୁଛଟି, ଏକୁଟିଆ ବେଳେ ହଉ କିମ୍ବା ରାଗିଗଲେ ବୋଧହୁଏ ଯେତେ ପ୍ରକାର ଗାଳି ଅଛି ତୁମେ ଅନ୍ୟାୟାସରେ ଅନ୍ୟକୁ ଜୋରରେ ଚିଲେଇ ଚିଲେଇ କରି ଦିଅ କିନ୍ତୁ  ଆମ ଆଗରେ କହିଲା ବେଳକୁ କେତେ ଜେ ଲାଜ ତାର ସୀମା ନାହିଁ । 
ଅନ୍ୟ ଜଣେ ସିନିୟର୍‌-ଆଚ୍ଛା ତମେ ଗୋଟେ କଥା କର, ଗୋଟିଏ ଝିଅ ପିଲାର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ତା’ଶରୀରର ସମସ୍ତ ଅଙ୍ଗର ନାଁ କୁ ପୁରା ଖାଣ୍ଟି ଓଡିଆରେ କହି ଚାଲିଲ ।
ସିଦ୍ଧାର୍ଥ-ମନେମନେ ଟିକେ ଆଶ୍ୱସ୍ତି ବୋଧ କରିଛି, ଯାହାହେଉ ଆଉ ଗାଳି ଦେବାକୁ ପଡିବନି । ସିଦ୍ଧାର୍ଥ ଆରମ୍ଭ କରିଛି ଝିଅ ଶରୀରର ଅଙ୍ଗଗୁଡିକର ନାମ ସବୁକୁ । କେଶ, ମୁଣ୍ଡ, ମଥା, କାନ, ନାକ, ଆଖି, ପାଟି, ଗାଲ, ଓଠ, ବେକ, ଛାତି, ପେଟ, ....... ଅଣ୍ଟା...............
ସିନିୟର୍‌-ରହରହ । ଆରେ ଝିଅ ଛାତିଟା କଣ ପୁରା ଖାଲି ନା କଣ । ସେଠି ଆଉ କିଛି ନାହିଁ ।
ସିଦ୍ଧାର୍ଥ-ବ୍ରେଷ୍ଟ୍‌, ନିପଲ୍‌
ସିନିୟର-ଏଇଟା କେଉଁ ଓଡିଆ ଅଭିଧାନର ଭାଷା କହିଲ । ମୁଁ ତ କାହିଁ କେବେ ଏମିତିକା ଓଡିଆ ଶଦ୍ଦ ଶୁଣନି ।
ସିଦ୍ଧାର୍ଥ-ନାହିଁ ଭାଇ ଏସବୁ ମୁଁ ଓଡିଆରେ କହିନି ।
ସିନିୟର୍‌-ତୁମକୁ ତ ସବୁ ଓଡିଆରେ କହିବାକୁ କୁହାଯାଇଥିଲା ନା । କହି ପାରୁନ କାହିଁକି ।
ସିଦ୍ଧାର୍ଥ-କେଜାଣି କାହିଁକି ଲାଜ ଲାଗୁଛି ।
ସିନିୟର୍‌-କାହିଁ ତୁମ ଭିତରେ କଣ ନାରୀ ସୁଲଭ ଲକ୍ଷଣ ଅଛି ନା କଣ? ଆମକୁ ଦେଖି ଲାଜ ଲାଗୁଛି । ଆରେ ନା ସେ କଥା ନୁହଁ । ପାଶ୍ଚ୍ୟତ ଦେଶମାନଙ୍କରେ ଏଗୁଡିକ ଶରୀରର କାମାଙ୍ଗ ହେଲେ ମଧ୍ୟ ସେମାନେ ସଙ୍କୋଚରେ ଶରୀରର ଅଙ୍ଗ ବୋଲି ଭାବି କହିଥାନ୍ତି ହେଲେ ଆମ ସଂସ୍କୃତିରେ ଏଗୁଡିକ ଶରୀରର ଅଙ୍ଗ ହୋଇଥିଲେ ମଧ୍ୟ ଆଗେ ତାକୁ କାମାଙ୍ଗ ବୋଲି ଧରିନେଇ କହିବାକୁ ଲାଜ କରୁ ।
     ସେତେବେଳକୁ ରାତି ଆସି ୧୧ଟା ପାଖାପାଖି ହେଲାଣି । ସିନିୟର୍ ମାନେ କହିଲେ ହଉ ତୁମେ ଯାଅ । ସିଦ୍ଧାର୍ଥ  ଯାଇ ନିଜ ରୁମ୍ ର ବେଡ୍‌ଉପରେ ଗଡିପଡି ଟିକେ ଦୀର୍ଘ ନିଶ୍ୱାସ ମାରିଛିା ଆରେ ଏ ତ ସବୁ ଅଜବ ପ୍ରକାର ର‌୍ୟାଗିଙ୍ଗ୍ । ସେମାନେ ଯଦିଓ କିଛି ଭୂଲ୍ କଥା କହୁନାହାନ୍ତି କିନ୍ତୁ ମାନସିକ ଭାବେ ମୋର ସଂଜତତାକୁ ଅସଂଜତରେ ପରିଣତ କରିଦେଉଛନ୍ତି । ଏ କଥା ଗୁଡିକ କାହା ପାଖରେ ବାଣ୍ଟିବ ସେ ନିଜେ ବି ବୁଝି ପାରିନି । ଏମିତି ମଧ୍ୟ ଧରିତ୍ରୀ ଆଗରେ କହି ପାରେନି । ଜମିଲ୍ କଥା ନିଆରା । କାରଣ ସେ ତ ଡେ ସ୍କଲାର୍ । ତେଣୁ ତା ସହିତ ସିନିୟର୍ ମାନେ ର‌୍ୟାଗିଙ୍ଗ୍ କରି ପାରନ୍ତି ନାହିଁ । ସେ ପଟେ ଧରିତ୍ରୀ ର କଥା ବି ଏକାପରି । ସେ ବି ଏ କଥା
ଗୁଡାକ କିପରି ସିଦ୍ଧାର୍ଥ ଆଗରେ କହିବ ସେ ବି ନିଜକୁ ଆଶ୍ୱସ୍ତି ମନେ କରେନି ।  
      ଧରିତ୍ରୀ ସେଦିନ ରାତିରେ ଡିନର୍ ଖାଇ ଫେରିଲା ବେଳକୁ ଗୋଟିଏ ସିନିୟର ରୁମ୍ ରେ ଆଠ ଦଶ ଜଣ ସିନିୟର ଝିଅ ବସିଥାନ୍ତି । ତାଙ୍କ ଭିତରୁ ଜଣେ ସିନିୟର୍ ଡାକ ପକେଇଛି । ହେ ଇଞ୍ଜିନିୟର ରାଣୀ ଟିକେ ଶୁଣିବେ କି? ଧରିତ୍ରୀ ବୋକି ହୋଇଯାଇଛି । ସେ ଆଗ ବୁଝିପାରିନି ତାକୁ ଡାକୁଛନ୍ତି ନା ଆଉ କାହାକୁ । ଆଉ ଜଣେ ସିନିୟର୍ କହିଉଠିଛି । ଆହେ ତମକୁ ମୋ । ଆସୁନ ଟିକେ ତୁମର ଦେଖିବା । ଧରିତ୍ରୀ ଆହୁରି ବିବ୍ରତ ହୋଇ ପଡିଛି । ମୋର ଦେଖିବେ । କଣ ମୋର ଦେଖିବେ । ମନେମନେ ଶଙ୍କା ରେ ସେହି ରୁମ୍ ଭିତରକୁ ପ୍ରବେଶ କରିଛି । ରୁମ୍ ଭିତରେ ଚାରୋଟି ଚଉକିରେ ଚାରିଜଣ ଝିଅ ଆଉ ଖଟ ଉପରେ ଚାରିଜଣ ଝିଅ ବସିଥାନ୍ତି ।
ଜଣେ ସିନିୟର୍‌-ତମେ କେତେ ସୁନ୍ଦର? କଣ ଖାଉଛକି? ଟିକେ ଆମକୁ କହୁନ?
ଧରିତ୍ରୀ-କିଛି ନକହି ସେମିତି ଇତସ୍ତତ ହୋଇ ସେମାନଙ୍କ ଆଗରେ ଛିଡା ହୋଇଛି ।
ଅନ୍ୟ ଜଣେ ସିନିୟର୍‌-ଆଚ୍ଛା କହିଲ ତମର କିଏ ଅଛନ୍ତି ନା ନାହିଁ ।
ଧରିତ୍ରୀ-ହଁ, ବାପା, ବୋଉ, ଭଉଣୀ ।
ସିନିୟର୍‌-ମୁଁ ସେ କଥା ପଚାରୁନି ମୋ । ତମର ‘ସେ’ କେହି ନାହାନ୍ତି ।
ଧରିତ୍ରୀ-‘ସେ’ ମାନେ?
ଅନ୍ୟ ଜଣେ ସିନିୟର୍‌-ସତିକି ତମେ ମୋଟେ ଜାଣି ପାରୁନ? ତମ ଛାତିର ଉଚ୍ଚତା କହୁଛି ସେଥିରେ କାହାର ହାତ ନିଶ୍ଚୟ ବାଜିଛି । ନଚେତ୍ ଏତେ ସୁନ୍ଦର ଦେଖାଯାଆନ୍ତା କିପରି ?
ଧରିତ୍ରୀ-ମନେମନେ ଭାବିଚାଲିଛି କେତେ ଅଭଦ୍ର ଆଉ ଅଲଜ୍ଜା ଏମାନେ ।
ସିନିୟର-କଣ ପେଟପୁରା ଖାଇନକି? କାହିଁ କଥା ବାହାରୁନି । ଲାଜଉଛ କାହିଁକି ମ । କହୁନ ସେ କଣ କହୁଛି । କହୁନ କେତେଥର ସାଙ୍ଗ ହୋଇ ଏକୁଟିଆ ବୁଲିଛ । କେତେଥର ହଜିଛ ସେ ରଙ୍ଗରେ । କେତେଥର ସେ ତମକୁ କିସ୍ କରିଛି । କେତେଥର ତୁମ ଛାତିକୁ ଜାବୁଡି ଧରିଛି । 
ଧରିତ୍ରୀ-ସେ କଣ ଉତ୍ତର ଦେବ କିଛି ବୁଝିପାରୁନଥାଏ । ସନ୍ତର୍ପଣ ରେ କହିଛି ନା ମୋର ସେମିତି କେହି ନାହାନ୍ତି ।
ସିନିୟର୍‌-ଯାହା ହେଉ ଏକବିଂଶ ଶତାଦ୍ଦୀରେ ସତୀତ୍ୱକୁ ଚୁନୁରି କାନୀରେ ବାନ୍ଧିକି ରଖିଛ ।
ଅନ୍ୟ ଜଣେ ସିନିୟର୍‌-ତମେ ମିଛ କହିଲେ ଆମେ ଜାଣିପାରିବୁନି ନା କଣ? ଆମମାନଙ୍କୁ ଦେଖୁନ । ଆମର ଜଣେଜଣେ ଅଛନ୍ତି ନା ଆଉ । ନହେଲେ କହିଲ ଏ ଇଞ୍ଜିନିୟରିଂ ପାଠପଢାରେ ଯେଉଁ ଟେନ୍‌ସନ୍ ସେଗୁଡାକ କିଏ ରିଲାକ୍ସ୍ କରିବ ।
ଧରିତ୍ରୀ-ପୁରାପୁରି ଚୁପ୍ ।
ଅନ୍ୟ ଜଣେ ସିନିୟର୍‌-ଆଚ୍ଛା କହିଲ, ତୁମ ମ୍ୟାରେଜ୍ ପରେ ତୁମ ହଜବ୍ୟାଣ୍ଡ୍ ସହିତତୁମର ଏ ଇ.ସି.ଇ. ର ପ୍ରୟୋଗ କେବେ ହେବ । 
ଧରିତ୍ରୀ-ଇ.ସି.ଇ ର ପ୍ରୟୋଗ । ବୁଝି ପାରିଲିନି ? 
ସିନିୟର୍‌-ଆରେ ତୁମ ହଜବ୍ୟାଣ୍ଡ୍ ସହିତ ତୁମର ଇଲେକ୍ଟ୍ରୋନିକ୍ କମୁନିକେସନ୍ କେତେବେଳେ ହେବ? 
ଧରିତ୍ରୀ-ବୁଝି ପାରିଲିନି ।
ସିନିୟର୍‌-ଇଞ୍ଜିନିୟରିଙ୍ଗ୍ ପାଠ ପଢୁଛ ବୁଝିବାକୁ ଚେଷ୍ଟା କରୁନ । ସ୍ୱାମୀ ଆଉ ସ୍ତ୍ରୀ ଭିତରେ  କେତେବେଳେ ଇଲେକ୍ଟ୍ରୋନିକ୍ କମ୍ୟୁନିକେସନ୍ ହୋଇଥାଏ । 
ଧରିତ୍ରୀ-କହିପାରିବିନି ।
ସିନିୟର୍‌-ତମ ବୟଫ୍ରେଣ୍ଡ୍ ଯେତେବେଳେ ତୁମକୁ କିସ୍ କରେ କିମ୍ବା ହଗ୍ କରେ ସେତେବେଳେ ତୁମ ଦେହରେ ସିହରଣ ଖେଳିଯାଏନି ନା କଣ ।
ଧରିତ୍ରୀ-ପୁରାପୁରି ଲାଜେଇ ଯାଇ ମୁରୁକି ହସ ମୁହଁରୁ ଉତୁରି ପଡିଛି ।
ସିନିୟର-ଆରେ ଠିକ୍ ସେହି ସମୟ । ଆଉ ସେ ସମୟରେ ହିଁ ହଜବ୍ୟାଣ୍ଡ୍ ଓ ଓା୍ୱଇଫ୍‌ଙ୍କ ମଧ୍ୟରେ  ଇଲେକ୍ଟ୍ରୋନିକ କମ୍ୟୁନିକେସନ୍ ବହୁତ ଜୋରରେ ହୋଇଥାଏ । ଦେଖିବ ଦେଖିବ । ଏଇ ଦେଖୁନ । ସିନିୟର୍ ଜଣକ ସାଙ୍ଗେସାଙ୍ଗେ ଖଟ ଉପରୁ ଉଠି ଆସି ଚଉକିରେ ବସିଥିବା ଆଉ ଜଣେ ସିନିୟର୍‌କୁ କୁଣ୍ଢେଇକି ତା କୋଳର ଦୁଇପଟକୁ ଗୋଡ ଲମ୍ବେଇଦେଇ ଧରି ପକାଇ ଏକ ଜୀବନ୍ତ କିସ୍ ଓ ହଗ୍ ଆରମ୍ଭ କରିଛି । ଏକ ଅଦ୍ଭୂତ ଶଦ୍ଦ ଧୀରେଧୀରେ କରିବାରେ ଲାଗିଛି । ସମସ୍ତେ ଠୋ କିନା ହସିବା ଆରମ୍ଭ କରିଛନ୍ତି । ଦେଖୁଛ ଏହି ହେଉଛି ପ୍ରକୃତବେଳ ଯେତେବେଳେ ଗୋଟିଏ ପୁରୁଷ ଆଉ ନାରୀ ମଧ୍ୟରେ ଇଲେକ୍ଟ୍ରୋନିକ୍ କମୁନିକେଶନ୍ ବହୁତ କ୍ଷିପ୍ର ବେଗରେ ଘଟିଥାଏ ।
ଧରିତ୍ରୀ-ତଳକୁ ମୁହଁପୋତି କଣେଇ କଣେଇ ସେ ଦୁଇଜଣଙ୍କର ସେ ରୋମାଣ୍ଟିକ୍ ସିନ୍ କୁ ଦେଖୁଥାଏ ।
ସିନିୟର୍‌-ହଉ ଯାଅ ଯାଅ । ଆରଥରକୁ ଆସିଲା ବେଳକୁ ତମେ ଆମକୁ ଏମିତି ଗୋଟେ ସିନ୍ ଦେଖେଇବ ।
ଧରିତ୍ରୀ ସେଠାରୁ ସମସ୍ତଙ୍କୁ ଗୁଡ୍ ନାଇଟ୍ କହି ନିଜ ରୁମ୍ କୁ ଫେରିଲା ବେଳକୁ ଭାବି ଭାବି ଆସିଛିଆମ ଗାଁ ମାନଙ୍କରେ ଥିବା ଝିଅ ପିଲାମାନେ ଏମିତି ନୁହଁ । ସେମାନେ ବହୁତ ଲାଜକୁଳି । ହେଲେ ଏଠି ତ ସମ୍ପୂର୍ଣ୍ଣ ବିପରୀତ । ବୋଧେ ଏ ସହରୀ ଜୀବନର ଏ ହେଉଛି ମୂଳଛାପ । ଏଠି ସବୁ ଖୁଲମ୍‌ଖୋଲା । ହେଲେ ଏମାନଙ୍କ ହୃଦୟ ଆମ ଗାଉଁଲି ଝିଅ ମାନଙ୍କ ଭଳି ପରିଷ୍କାର ହୋଇଥିବ ମୋତେ କାହିଁ ଲାଗୁନି । ଏମିତି ଅନେକ କଥା ଭାବିଭାବି ନିଜ ରୁମ୍‌ରେ ଆସି ଶୋଇଯାଇଛି । ଏମିତି ଚାରିପାଞ୍ଚ ଦିନରେ ଥରେ ଲେଖାଏଁ ରାତିରେ ଧରିତ୍ରୀର ସିନିୟର୍‌ମାନଙ୍କ ପାଖରେ ର‌୍ୟାଗିଙ୍ଗ୍ ଚାଲେ । ତେଣୁ ଏ ସମୟତକ ବି ନଷ୍ଟ । ଧରିତ୍ରୀ ସମୟକୁ ଆଡଜଷ୍ଟ୍ କରିବା ପାଇଁ ପ୍ରତିଦିନ ରାତି ଚାରିଟାରୁ ଉଠି ପାଠପଢିବା ଆରମ୍ଭ କରିଦେଇଛି । ସିଦ୍ଧାର୍ଥ ମଧ୍ୟ ସେହିପରି ରାତିରୁ ଉଠି ପାଠପଢା ଚଳେଇଛି । ହେଲେ ଆନନ୍ଦ ଶ୍ରୀବାସ୍ତବ ର କଥା ସମ୍ପୂଣ୍ଣ ବିପରୀତ । ବହି ଖୋଲିବାରେ ନା ଗନ୍ଧ ଏମାନେ କେବେ ନେଇ ନାହାନ୍ତି । ସବୁବେଳେ ଖାଲି ମସ୍ତି, ଥଟ୍ଟା, ତାମସା, ବୁଲାବୁଲି ଇତ୍ୟାଦି । କେଉଁଦିନ କେଉଁଝିଅକୁ ନିଜ ଦାମୀ ବାଇକ୍ ପଛରେ ଫୋ କିନା ବସେଇକି ନେଇ ବୁଲୁଥିବ ତାହାର ଠିକଣା ନାହିଁ ।
     ଧରିତ୍ରୀ ଏତିକି ଜାଣିଛିଯେ କୈାଣସି  ପ୍ରଫେସନାଲ୍ ପାଠରେ ପ୍ରାକ୍ଟିକାଲ୍ ହେଉଛି ମୂଖ୍ୟ । କାରଣ ପ୍ରାକ୍ଟିକାଲ୍ ହିଁ ଭବିଷ୍ୟତ ଚାକିରୀରେ ସାହାଯ୍ୟ କରେ । ହେଲେ ସେ ପ୍ରଥମ ସେମିଷ୍ଟର ଭିତରେ ପ୍ରାକ୍ଟିକାଲ୍ କ୍ଲାସ୍‌ର ଅର୍ଥ ବି କିଛି ବୁଝିପାରିନି । ସେ ଲାବୋରେଟୋରୀ ରେ କଣ ଅଳ୍ପ କେତେକ ଜିନିଷ । ଆଉ ଓା୍ୱର୍କସପ୍ ଟି ମଧ୍ୟ ଖାଲିଖାଲି । ଲାବୋରେଟୋରୀ ଆଉ ସେ ଓା୍ୱର୍କସପ୍‌ର ଡେମୋନ୍‌ଷ୍ଟ୍ରେଟର ମାନଙ୍କୁ ଭୂଆଁ ବୁଲାଇବାରେ ଏ ସବୁ ଧନୀଘରର ପିଲାମାନେ ଅତୀବ ଧୂରନ୍ଧର । କିଏ କୋଉ ବାହାନା ନେଇ ବୁଲିବାକୁ ପଳାନ୍ତି । ପ୍ରାକ୍ଟିକାଲ୍‌ରେ କାହାର ମନ ନଥାଏ । ସିଦ୍ଧାର୍ଥ,  ଜମିଲ୍ ଓ ଧରିତ୍ରୀ ଯାହା କରିବା କଥା ଅଳ୍ପ କିଛି ପରିମାଣରେ ଶିଖନ୍ତି । 
    ଜମିଲ୍ ଘରକୁ ଫେରି ଇରଫାନ୍ ଅଙ୍କଲ୍‌ଙ୍କୁ ଏ ସବୁ କଥା କହେ । ଇରଫାନ୍ ଅଙ୍କଲ୍ କୁହନ୍ତି ଆରେ ଏ ଯେତେ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍‌ରେ ପିଲା ପଢୁଛନ୍ତି ପ୍ରାୟ ସମସ୍ତେ ହେଉଛନ୍ତି ଧାନାଢ୍ୟ ପରିବାରର ପିଲା । ସେମାନଙ୍କର ଅର୍ଥ ଚିନ୍ତା ନାହିଁ । ତେଣୁ ଏତ ଅତି ସାଧାରଣ କଥା । ସେମାନେ ଜୀବନର ଅର୍ଥ କେବଲ ଖୁସି, ମଜା ଓ ଉପଭୋଗ କରିବା ହିଁ ବୁଝିଛନ୍ତି । ହଉ ତୁ ବ୍ୟସ୍ତ ହଅନି । ମନଦେଇ ପଢ । ମୁଁ ଆସନ୍ତା ରବିବାର ଦିନ ସକାଳେ ତୁମ ଘରକୁ ଗଲେ କଣ କରିବାକୁ ହେବ କଥା ହେବା ।
      ରବିବାରଦିନ ସକାଳ ୮ଟାରେ ଇରଫାନ୍ ଅଙ୍କଲ୍ ଆସନ୍ତି ଜମିଲ୍ ଘରକୁ । ଜମିଲ୍‌ର ବାପା ଇସମାଇଲ୍ ତାକୁ ହୃଦୟର ସହିତ ସ୍ୱାଗତ କରନ୍ତି । ଚା ହୁଏ । ଜମିଲ୍‌କୁ ପାଖରେ ବସାଇ ତିନିଜଣ କଥା ହୁଅନ୍ତି । ଇରଫାନ୍‌ବାବୁ ଜମିଲ୍‌ର ବାପା ଇସମାଇଲ୍‌ଙ୍କୁ କୁହନ୍ତି ଦେଖ ବନ୍ଧୁ ଜମିଲ୍‌ର ପ୍ରଥମ ସେମିଷ୍ଟର ସରୁସରୁ ସେ ସେହି ଭୂବନେଶ୍ୱରରେ ଗୋଟିଏ ଗ୍ୟାରେଜ୍‌ରେ କାମ କରୁ । ପ୍ରତିଦିନକଲେଜ୍‌ରୁ କ୍ଲାସ୍ ସାରି ସେ ଆସି ଦିନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମାତ୍ର ଦୁଇ ଘଣ୍ଟା ଲେଖାଏଁ ଗ୍ୟାରେଜ୍‌ରେ କାମ ଶିଖୁ । ଆଉ ବାକି ସମୟ ତକ ସେ ନିଜ ପଢାରେ ଧ୍ୟାନ ଦେଉ । ଜମିଲ୍ ଓ ଇସମାଇଲ୍ ବାବୁ ଏକଥା ଶୁଣି ଆଗ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଜମିଲ୍ ପଚାରିଉଠେ ଅଙ୍କଲ୍ ଏମିତି କାହିଁକି କରିବା ଦରକାର? ଇରଫାନ୍ ବାବୁ ବୁଝାନ୍ତି ଇଞ୍ଜିନିୟରିଂ ପାଠପଢିବା ଅର୍ଥ ଖାଲି ଥିଓରିକୁ ପଢି ମନେରଖିବାଟା ନୁହଁ । ତୁମ ଟ୍ରେଡ୍‌ରେ ଥିବା ପ୍ରତ୍ୟକ ମେସିନାରିରେ କାମ କରିବା ଓ ଦକ୍ଷ ହେବା ନିତ୍ୟାନ୍ତ ଆବଶ୍ୟକ । ନଚେତ୍ ଇଞ୍ଜିନିୟରିଂ ପାଠପଢା ମୂଲ୍ୟହୀନ । ତେଣୁ ତୁ ଯେଉଁସବୁ ଥିଓରିଗୁଡାକ କଲେଜ୍‌ରେ ପଢିବୁ ତୁ ତାକୁ ସଙ୍ଗେସଙ୍ଗେ ଆସି ଗ୍ୟାରେଜ୍‌ରେ ପ୍ରାକ୍ଟିକାଲ୍ କରିବାର ସୁଯୋଗ ପାଇବୁ । କାରଣ ତୁମ ଭଳି କଲେଜ୍ ମାନଙ୍କରେ ଇଞ୍ଜିନିୟରିଂ ପିଲାମାନଙ୍କ ପାଇଁ ପ୍ରାକ୍ଟିକାଲ୍ କରିବାର ସୁଯୋଗ ନାହିଁ କିମ୍ବା ସୁଯୋଗ ମଧ୍ୟ ସେଠି ମିଳିବନି ।  ଆଉ ଯେତିକି ବା ସୁଯୋଗ ତୁମକୁ ମିଳିବ ତାହା ଭବିଷ୍ୟତର ଇଣ୍ଡଷ୍ଟ୍ରିମାନଙ୍କରେ କାମ କରିବା ପାଇଁ ଯଥେଷ୍ଟ ହେବ ନାହିଁ ।
     ଜମିଲ୍ ର ବାପା ମଧ୍ୟ ଏ କଥାରେ ଟିକେ ଆଚମ୍ବିତ ହୁଅନ୍ତି ହେଲେ ସେ ଦେଖନ୍ତି ଇରଫାନ୍ ବନ୍ଧୁ ଯାହା କହୁଛନ୍ତି ତାହା ନିଶ୍ଚୟ ଭଲ ହୋଇଥିବ । ଇରଫାନ୍ ବାବୁ ପୁଣି କୁହନ୍ତି ଖାଲି ସେତିକି ନୁହେଁ ଯେମିତି ଦୁଇବର୍ଷ ପାଠପଢା ସହିତ ଜମିଲ୍ ଗ୍ୟାରେଜ୍‌ରେ କାମ ଶିଖି ଚାଲିବ, ଆପଣଙ୍କ ସେ ଯେଉଁ ଯାଗା ଖଣ୍ଡିକ ଜାତୀୟ ରାଜପଥ ନିକଟରେ ଅଛି ସେହି ଜାଗା ଉପରେ ଗୋଟିଏ ଛୋଟ ବିୟରିଙ୍ଗ୍ ତିଆରି କାରଖାନାଟିଏ ଜମିଲ୍ ଆରମ୍ଭ କରିବ । ମୁଁ ସେଥିରେ ତାକୁ ସମ୍ପୂର୍ଣ୍ଣ ସହଯୋଗ କରିବି । ସେଥିରେ ସେ ଯେକୌଣସି ମଟର ସାଇକେଲ୍ ରେ ଲାଗୁଥିବା ବିୟରିଙ୍ଗ୍ ର ନିର୍ମାଣ ସେହିଠାରେ ହିଁ ଆରମ୍ଭ କରିବ । ଇସମାଇଲ୍‌ବାବୁ ପଚାରିଛନ୍ତି ଟଙ୍କା କେଉଁଠାରୁ ଆସିବ । ଇରଫାନ୍ ବାବୁ କହିଛନ୍ତି ଏଥିରେ ଆମର ମାତ୍ର କୋଡିଏ ଲକ୍ଷ ଖଣ୍ଡେ ଟଙ୍କା ଦରକାର । 
     ଘର ତିଆରି ବାବତରେ ପାଞ୍ଚ ଲକ୍ଷ ଓ ଅନ୍ୟାନ୍ୟ ସେମିନାରୀ ବାବତରେ ପନ୍ଦର ଲକ୍ଷ । ଆପଣକଣ ଏତିକି ଯୋଗାଡ କରିପାରିବେନି । ଆଉ ଏତିକି କଲେ ଜମିଲ୍‌ର ମାସିକ ରୋଜଗାର ବହୁତ ଭଲ ହେବା ସହିତ ଏ ଆଖପାଖରେ କେତେକ ପିଲାଙ୍କୁ ଚାକିରୀ ମଧ୍ୟ ଦେଇପାରିବ । ଦରକାର ପଡିଲେ ସେ ତାରି ଭଳି ଇଞ୍ଜିନିୟର ମାନଙ୍କୁ ମଧ୍ୟ ତା କାରଖାନାରେ ଚାକିରୀ ଦେଇ ପାରିବ । ଇସମାଇଲ୍‌ବାବୁ କହିଛନ୍ତି ତେବେ ଠିକ୍ ଅଛି । ଏହାପରେ ଇରଫାନ୍‌ବାବୁ ଜମିଲ୍‌କୁ କହିଛନ୍ତି, ଏକଥା କୈାଣସି ସାଙ୍ଗମାନଙ୍କ ଆଗରେ ପ୍ରକାଶ କରିବା ଦରକାର ନାହିଁ । ଆଉ ତା ବାପାଙ୍କୁ କହିଛନ୍ତି ଆପଣ ଏବେଠାରୁ ସେ ଯାଗା ଉପରେ ଗୋଟିଏ କାରଖାନା ପାଇଁ ସେଡ୍ ଟେ ତିଆରି କରିବା ଆରମ୍ଭ କରିଦିଅନ୍ତୁ । ସେ ସେଡ୍‌ର ନକ୍ସା ମୁଁ ଆପଣଙ୍କୁ ଦେଇଦେବି । ସବୁ କଥା ଏହିପରି ଆଲୋଚନା ପରେ ଇରଫାନ୍ ବାବୁ ବିଦାୟ ନେଇଛନ୍ତି । ଆଉ ନିଜେ ଭୂବନେଶ୍ୱରରବମିଖାଲରେ ଥିବା ଗୋଟିଏ ବଡ ଗ୍ୟାରେଜ୍‌ରେ ଜମିଲ୍ କାମ ଶିଖିବା ପାଇଁ ନିଜେ ବ୍ୟବସ୍ଥା କରିଦେଇଛନ୍ତି ।
      ଏଣେ କଲେଜ୍‌ରେ ପ୍ରଥମ ସେମିଷ୍ଟାର ପରୀକ୍ଷା ଆଉ ମାତ୍ର ପାଞ୍ଚ ଦିନ ଥାଏ । ଧରିତ୍ରୀ, ସିଦ୍ଧାର୍ଥ ଓ ଜମିଲ୍ ମନଦେଇ ଯେଝାର ଯିଏ ପରିଶ୍ରମ କରିବାରେ ଲାଗିଥାନ୍ତି । ଆଉ କେତେଜଣ ମଧ୍ୟ ମନଦେଇ ପଢୁଥାନ୍ତି । ହେଲେ ଆନନ୍ଦ ଭଳି ଅନେକ ପିଲା ଯେମିତି ମଉଜମସ୍ତି କରିବା କଥା ସେମିତି ମଉଜମସ୍ତି କରିବାରେ ବ୍ୟସ୍ତଥାନ୍ତି । ହେଲେ ଆଜି କ୍ଲାସ୍ ରେ ପ୍ରତ୍ୟେକ ଲେକ୍‌ଚର ନିଜନିଜ କ୍ଲାସ୍ ରେ କେଉଁକେଉଁ ବିଷୟରୁ କେଉଁ କେଉଁ ଧାରଣା ଉପରେ ପ୍ରଶ୍ନ ସବୁ ପର୍ଯ୍ୟବେସିତ ହୋଇ ଆସିବ ତାହା କଥାକଥାରେ କହି ଦିଅନ୍ତି । ଏମିତି ଦୁଇଦିନ ଭିତରେ ପିଲାମାନଙ୍କୁ ସବୁ ଲେକ୍‌ଚର ମାନେ କେଉଁ ଭଳି ପ୍ରଶ୍ନ ଆସିବ ଅଳ୍ପେ ବହୁତ ଜଣେଇ ଦିଅନ୍ତି । ଏମାନେ ସମସ୍ତେ ସେହିଭଳି ପଢାପଢିରେ ଲାଗି ପଡନ୍ତି । ପରିକ୍ଷା ଆସନ୍ତା କାଲି । ଧରିତ୍ରୀ, ସିଦ୍ଧାର୍ଥ ଓ ଜମିଲ୍ ମନ ଅତୀବ ଭାରାକ୍ରାନ୍ତ । ରାତିରେ ଧରିତ୍ରୀକୁ ଭଲ ନିଦ ହୋଇନି । ଯାହା ହେଉନା କାହିଁକି ସେ ଯେତିକି ପ୍ରସ୍ତୁତି କରିଛି ତାର ପରୀକ୍ଷାରେ ନିଶ୍ଚୟ ୮୦% ଉପରକୁ ନମ୍ବର ରହିବ ବୋଲି ତାର ଦୃଢ ବିଶ୍ୱାସ । ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷା ହଲ୍ ଭିତରେ ସମସ୍ତେ ପ୍ରଶ୍ନ ପତ୍ର ପାଇଲା ପରେ ଲେଖିବାରେ ଲାଗିପଡିଛନ୍ତି । ଧରିତ୍ରୀ ମଧ୍ୟ ପ୍ରଶ୍ନ ପତ୍ର ଦେଖି ଜାଣିପାରିଛି ଯେ ସେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବ । ହେଲେ ପରୀକ୍ଷା ହଲ୍‌ରେ ସେ ଗୋଟିଏ ଆଶ୍ଚର୍ଯ୍ୟ କଥା ନଜର କରିଛି । 
      ଆନନ୍ଦ ଭଳି ଯେଉଁପିଲାମାନେ ଆଦ୍ୟୈ ପଢାରେ ମନ ଦେଉନଥିଲେ ବା ଜମା ପଢୁନଥିଲେ ସେମାନେ ମଧ୍ୟ ତରତର ହୋଇ ଲେଖି ଚାଲିଛନ୍ତି । ବାସ୍ ଏତିକି ଫରକ ସେମାନଙ୍କ ହାତରେ ଛୋଟିଆ ଛୋଟିଆ ନେଇଥିବା କାଗଜକୁ ଟିକେ ଦେଖି ଦେଉଛନ୍ତି ଓ ଲେଖି ପକାଉଛନ୍ତି । ଧରିତ୍ରୀ ମନେମନେ ବୁଝିଯାଇଛି ଯେ  ସେମାନେ କପି କରୁଛନ୍ତି । ସତେଯେପରି ଅବାଧରେ ସେମାନେ ସେ କାମ କରିଚାଲିଛନ୍ତି । ପରୀକ୍ଷାର ଅବିଧି ଶେଷ ହୋଇ ଆସେ । ସମସ୍ତେ ଖାତା ନିଜନିଜର ଦେଇ ଖୁସି ମନରେ ବାହାରକୁ ଯାଆନ୍ତି । ପରୀକ୍ଷା ହଲ୍‌ରୁ ବାହାରିବା ପରେ ଧରିତ୍ରୀ ପାଖକୁ ସିଦ୍ଧାର୍ଥ, ଜମିଲ୍ ଆଉ ଆନନ୍ଦ ଆସି ପହଞ୍ôଚଯାଆନ୍ତି । 
ଧରିତ୍ରୀ-ଆନନ୍ଦ ତୁମ ପରୀକ୍ଷା ବହୁତ ଭଲ ହୋଇଛି ନା?
ଆନନ୍ଦ-ଭଲମନ୍ଦ କଣ । ଯାହା ସବୁ ମାଇକ୍ରୋଜେରକ୍ସ୍‌ରେ ନେଇଥିଲି ସେଥିରୁ ଯାହା ପଡିଥିଲା ସବୁ ଲେଖି ଦେଇଛି ।
ଧରିତ୍ରୀ-ମାଇକ୍ରୋଜେରକ୍‌୍ସ । ଇଏ କଣ ?
ଜମିଲ୍‌-ଆରେ ଯଦି ଅକ୍ଷର ଗୁଡିକ ବହୁତ ଛୋଟଛୋଟ କରି ଜେରକ୍‌୍ସ କରି ଦିଆଯାଏ ତେବେତାକୁ ମାଇକ୍ରୋଜେରକ୍‌୍ସ କୁହାଯାଏ ।
ଧରିତ୍ରୀ-ତାହାହେଲେ ଗୋଟିଏ ଏ-ଫୋର ସାଇଜ କାଗଜ୍ ଏହାର ଏକ ଅଷ୍ଟମାଂଶ ରେ ପରିଣତ ହୋଇଯିବାଭଳି ।
ଆନନ୍ଦ-ପୁରାପୁରି ଠିକ୍ । ହେଲେ ତୁମେମାନେ କଣ ମୋ ପରି ଏଭଳି ଖରାପ କାମ କରି ପାରିବ? ତୁମେମାନେ ଭଲ ପିଲା । ତୁମେମାନେ ଯାହସବୁ ଲେଖିଥିବ ମନେରଖି ଲେଖିଥିବ ।
ସିଦ୍ଧାର୍ଥ-ହଉ ଛାଡ ସେ କଥା । ଚାଲ ଯିବା ।
ଧରିତ୍ରୀ-ତୁମ ପରୀକ୍ଷା ଭଲ ହୋଇଛି ନା ।
ସିଦ୍ଧାର୍ଥ-ହଁ, ଭଲ ହୋଇଛି ।
ଏମିତି ଚାରିଦିନ ପର୍ଯ୍ୟନ୍ତ ପରୀକ୍ଷା ଚାଲେ । ତାଙ୍କ କ୍ଲାସ୍‌ର ଓ ଅନ୍ୟ ଟ୍ରେଡ୍ ର ପିଲାମାନେ ସବୁଦିନ ଏହି ମାଇକ୍ରୋଜେରକ୍‌୍ସ କପିର ସହାୟତା ନେଇ ପରୀକ୍ଷା ସାରିଦିଅନ୍ତି । ଧରିତ୍ରୀ, ଜମିଲ୍ ଓ ସିଦ୍ଧାର୍ଥ ର ପରୀକ୍ଷା ମଧ୍ୟ ଅନୂରୂପ ଭଲ ହୁଏ । ପରୀକ୍ଷା ଶେଷ ହୋଇଯାଏ । ପରୀକ୍ଷା ଶେଷଦିନ ଧରିତ୍ରୀ ରାତିରେ ଆସି ନିଜ ଖଟ ଉପରେ ଶୋଇବା ସମୟରେ ଭାବିବାକୁ ଆରମ୍ଭ କରେ । ଏ ପରୀକ୍ଷା ହୁଏ କାହିଁକି? ଏ ପରୀକ୍ଷାର ଆବଶ୍ୟକ କଣ ? 
      ପିଲାଦିନରୁ ତା ବାପାଙ୍କ ଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷକ ମାନଙ୍କଠାରୁ ଶୁଣିଥିଲା ଅନେକ କଥା ଏ ପରୀକ୍ଷା ବିଷୟରେ ହେଲେ ଆଜି କାହିଁକି ସେ ସବୁର ଅର୍ଥ ତାକୁ ଟିକେ ଭିନ୍ନଭିନ୍ନ ଲାଗିଲାଣି । ତାଙ୍କ ସ୍କୁଲ୍‌ର ଅଞ୍ଜନ ସାର୍ ବହୁତ ଭଲ ପାଠ ପଢାନ୍ତି । ସେ ଥରେ ବୁଝାଉଥିଲେ ‘ପରୀକ୍ଷା’ ତୁମର ସେ ବିଷୟରେ କେତେ ଦକ୍ଷତା ଅଛି ପ୍ରତିପାଦିତ କରେ । ତୁମେ ସେ ଦକ୍ଷତାକୁ ପରିପ୍ରକାଶ କରି ପାରୁଛ ନା ନାହିଁ, ଆଉ କଣକଣ ତୁମକୁ ସବୁ ତୁମ ମାନସପଟ ଭିତରେ ରଖିବାକୁ ପଡିବ, ଏ ସବୁକୁ ବିବେଚନା କରି ଦର୍ଶାଇଥାଏ ଏହି ପରୀକ୍ଷା । ହେଲେ ଦଶମ ପରୀକ୍ଷା ପୂର୍ବରୁ ତା ବାପା କହୁଥିଲେ ‘ପରୀକ୍ଷା’ ପ୍ରଜ୍ଞାକୁ ପରିପ୍ରକାଶ ପାଇଁ ଅବସର ପ୍ରଦାନ କରେ । ପରୀକ୍ଷା ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ କୁ ପ୍ରତିପାଦନ କରେ । ନିଜ ଅଧ୍ୟବସାୟରେ ତୁମେ କେତେ ଦକ୍ଷ, କେତେ ନିପୁଣ ତାହା ପ୍ରକାରାନ୍ତେ ଦର୍ଶାଏ ଏହି ପରୀକ୍ଷା । ପରୀକ୍ଷା ମନୁଷ୍ୟକୁ ଶୃଙ୍ଖଳିତ, ମାର୍ଜିତ ଓ ଧାରାବାହିକ କରିଥାଏ । ପରୀକ୍ଷା ମନୁଷ୍ୟକୁ ଚିନ୍ତାଶୀଳ ଓ ଯତ୍ନଶୀଳ ହେବାକୁ ବାଧ୍ୟ କରେ । ପରୀକ୍ଷା ଧୀଶକ୍ତି କୁ ମଜବୁତ୍ କରେ । ନିଜର ସଂଶ୍ଳେଷଣାତ୍ମକ ଓ ବିଶ୍ଳେଷଣାତ୍ମକ ଶକ୍ତିକୁ ପରିବର୍ଦ୍ଧିତ କରେ । ପରୀକ୍ଷାରୁ ଭୟ, ଭୟରୁ ଭକ୍ତି ଓ ଆତ୍ମବିଶ୍ୱାସ ବଢିବାରେ ଲାଗେ ।
      ପରୀକ୍ଷା ବିନା ମଣିଷ ଜୀବନର ଅସ୍ତିତ୍ୱ ନାହିଁ । ଜୀବନର ପ୍ରତିମୂହୁର୍ତ୍ତ ଗୋଟିଏ ଗୋଟିଏ ନୂତନ ପରୀକ୍ଷାର ପ୍ରଶ୍ନପତ୍ର ନେଇ ଆସିଥାଏ । ହୁଏତ ଆମେ ସେ ପ୍ରଶ୍ନପତ୍ରକୁ ନଜରଅନ୍ଦାଜ୍ କରି ଦେଇଥାଉ ଅବା ବୁଝି ବିଚାରି ନିଜ ଆତ୍ମୀକ ବିଚାରରେ ତାର ସମାଧାନ କରିଥାଉ । ପରୀକ୍ଷାପ୍ରାଣକୁ ପ୍ରଜ୍ଞାର ବୋଧରେ ପ୍ଲାବିତ କରେ । ପରୀକ୍ଷା ପ୍ରଜ୍ଞା ପ୍ରକାଶର ପ୍ରଚ୍ଛଦପଟକୁ ବହୁଧା ପ୍ରଭାବିତ କରେ । ପ୍ରାଣ, ପରୀକ୍ଷା, ଓ ପ୍ରତିକ୍ଷା ଏ ତିନୋଟି ମନୁଷ୍ୟ ଜୀବନରେ େମୈାଳିକତା ବହନ କରେ । ପ୍ରାଣ ଅଛି ମାନେ ପରୀକ୍ଷା ଦେବାକୁ  ପଡିବ ଆଉ ପ୍ରତି ପରିକ୍ଷା ପାଇଁ ପ୍ରତିକ୍ଷା କରିବାକୁ ହିଁ ପଡିବ । ହେଲେ ଏ ଇଞ୍ଜିନିୟରିଙ୍ଗ୍ ପରୀକ୍ଷାରେ କିଛିଟା ବିଲକ୍ଷଣ ଯାହା ସେ କେବେ ବି ଭାବିନଥିଲା । ଆଦ୍ୟୈ ପଢିନଥିବା ପିଲା ପରୀକ୍ଷାରେ ମାଇକ୍ରୋଜେରକ୍‌୍ସରୁ ନିର୍ବିବାଦରେ ଲେଖି ଚାଲିଛନ୍ତି ।  ସେମାନଙ୍କର ଜୀବନ ପାଇଁ ସତେ ଯେପରି ଏ ଭଳି ପରୀକ୍ଷାର ମୂଲ୍ୟ କିଛି ବହନ କରେନି । ଯାହା ହେଉ ଅଳ୍ପ କେଇଦିନ ପରେ ପ୍ରଥମ ସେମିଷ୍ଟରର ଫଳ ପ୍ରକାଶ ପାଇଛି । ଧରିତ୍ରୀ, ସିଦ୍ଧାର୍ଥ ଓ ଜମିଲ୍ ତିନି ଜଣ ଯାକ ସି.ଜି.ପି .ଏ ୧୦ ଏସ୍ ରଖି ଛନ୍ତି ଆଉ ଆନନ୍ଦ ୯ଏ ରଖିଛି । ଧରିତ୍ରୀ ଆଶ୍ଚର୍ଯ୍ୟ ଓ ଅବାକ୍ । ଆଦ୍ୟୈ ବହି ଖୋଲୁନଥିବା ପିଲା ଯେ କି ପ୍ରତି ମୁହୂର୍ତ୍ତରେ କ୍ଲାସ୍ ବାହାରେ ଥାଏ ତାହାର ସି.ଜି.ପି .ଏ ୯ଏ । ଇଏ ତ ବଡ ଆଚମ୍ବିତ କଥା ।
     ପ୍ରାୟ ସମସ୍ତଙ୍କର ରେଜଲ୍ଟ ଭଲ ହୋଇଥାଏ । ଏ କଥା ଧରିତ୍ରୀ କୁ ଅନେକ ମର୍ମାହତ କରେ । ନିଜ ଜୀବନର ବୃତ୍ତିଗତ ଶିକ୍ଷାରେ ବି ପରୀକ୍ଷାରେ କପିକରି ପିଲା ଭଲ ନମ୍ବର ରଖୁଛନ୍ତି ହେଲେ ସେମାନେ ଇଣ୍ଡଷ୍ଟ୍ରିରେ ଚାକିରୀ କଲାପରେ କରିବେ କଣ? ଏମିତି ଅନେକ କଥା ଭାବିଭାବି ନିଜ ମନକୁ ବୁଝେଇ ଦେଇ ନିଜ ପାଠପଢାରେ ଲାଗିଯାଇଛି ପୁଣି ଧରିତ୍ରୀ ।  ହେଲେ ଧରିତ୍ରୀ ମନରେ ଆଜିର ଏ ଇଞ୍ଜିନୟରିଙ୍ଗ୍ ଶିକ୍ଷା ଏକ ପ୍ରହେଳିକା ପରି ମନେ ହେଲାଣି । ଶିକ୍ଷାନୁଷ୍ଠାନ ମାନଙ୍କର ରୂପରେଖ ବାହାରୁ ଯେତିକି ସୁନ୍ଦର ଆଉ ଷ୍ପଷ୍ଟ, ଭିତରେ ସେତିକି ଅବ୍ୟବସ୍ଥିତ ଓ ଅସ୍ପଷ୍ଟ ଏମିତି ଏକ ଭାବନା ଏବେଠାରୁ ତା ମନରେ ଘର କରିବା ଆରମ୍ଭ କରିସାରିଲାଣି । ବିଜ୍ଞାପନରେ ଫଟୋ ସହିତ ପିଲାମାନଙ୍କର ପରୀକ୍ଷାରେ ରଖିଥିବା ଉଚ୍ଚ ଶତାଂଶ ନମ୍ବର ଗୁଡିକ  ଆଜି ତା ମନରେ ଅନୁଚାରିତ ପ୍ରଶ୍ନବାଚୀ । ସେ ବିଜ୍ଞାପନ ଗୁଡିକ ମଧ୍ୟ ଗୋଟିଏ ଗୋଟିଏ ପ୍ରହେଳିକା । 

*******



ତିନି


ଦ୍ୱିତୀୟ ସେମିଷ୍ଟରର ଆରମ୍ଭ ରୁ ପ୍ରଥମେ ଧରିତ୍ରୀ ନିଜର ଏକାଡେମିକ୍ କ୍ୟାଲେଣ୍ଡର୍‌ଟି ଦେଖିଛି । କ୍ୟାଲେଣ୍ଡର୍ ଟି ଏହିପରି ଥିଲା ।  
ଝଗ୍ଧବକ୍ସଗ୍ଧସଦ୍ଭଶ ୟବଗ୍ଧର କ୍ଟଲ ଓଦ୍ଭଗ୍ଦଗ୍ଧକ୍ସଙ୍କମଗ୍ଧସକ୍ଟଦ୍ଭ- ୦୧-୦୧-୨୦୧୧
ଉକ୍ଷବଗ୍ଦଗ୍ଦ ଗ୍ଧରଗ୍ଦଗ୍ଧ-୧                              ୦୫-୦୨-୨୦୧୧ ଗ୍ଧକ୍ଟ ୧୧-୦୨-୨୦୧୧
ଉକ୍ଷବଗ୍ଦଗ୍ଦ ଗ୍ଧରଗ୍ଦଗ୍ଧ-୨                              ୧୬-୦୩-୨୦୧୧ ଗ୍ଧକ୍ଟ ୨୧-୦୩-୨୦୧୧
ଋଦ୍ଭୟ ଗ୍ଦରଜ୍ଞରଗ୍ଦଗ୍ଧରକ୍ସ-ଋଙ୍ଘବଜ୍ଞ               ୧୩-୦୪-୨୦୧୧ ଗ୍ଧକ୍ଟ ୨୧-୦୪-୨୦୧୧
ଝରଜ୍ଞରଗ୍ଦଗ୍ଧରକ୍ସ ଈକ୍ସରବଳ                      ୨୨-୦୪-୨୦୧୧ ଗ୍ଧକ୍ଟ ୩୦.୦୬.୨୦୧୧
କ୍ଟ୍ରଙ୍କଭକ୍ଷସମବଗ୍ଧସକ୍ଟଦ୍ଭ କ୍ଟଲ କ୍ସରଗ୍ଦଙ୍କକ୍ଷଗ୍ଧ              ୧୦-୦୬-୨୦୧୧ 
     ପ୍ରଥମ ସେମିଷ୍ଟର ଭଳି ୬ଟି ବିଷୟ ତାକୁ ପଢିବାକୁ ପଡିବ । ଏଥରିକ ସେ ଆହୁରି ଅଧିକ ପରିଶ୍ରମ କରିବ । ସିଦ୍ଧାର୍ଥ ସହିତ କଥା ହୋଇଛି କିପରି ପଢିବାକୁ ପଡିବ । ଏବେ ମଧ୍ୟ ସବୁ ପିଲାଙ୍କ ମନରୁ ଇଞ୍ଜିନିୟର ହେବାର ସେ ଯେଉଁ  ଅହଙ୍କାର ମନ ମଧ୍ୟରେ ସେମିତି ବଳିଷ୍ଠ ଭାବରେ ଥାଏ । ନିଜର ଶାରିରୀକ ଉନ୍ମାଦନାରେ ସମସ୍ତେ ମଧ୍ୟ ଅଳ୍ପେ ବହୁତ ବ୍ୟସ୍ତ ଥାନ୍ତି । ନ ହେବେ ବା କିପରି । ଏ ବୟସ ତ ଏମିତିକା । ପ୍ରାୟ କଲେଜ୍‌ର ସବୁ ପିଲା ର‌୍ୟାଗିଙ୍ଗ୍ ସହିତ ମଉଜ୍ ମଜଲିସ୍ କରିବାକୁ ପଛଉନାହାନ୍ତି । ଜମିଲ୍‌, ସିଦ୍ଧାର୍ଥ ଓ ଧରିତ୍ରୀ ମଜା ତ କରନ୍ତି ହେଲେ ଅନ୍ୟ ପିଲାଙ୍କ ପରି ନୁହେଁ । ଧନୀ ଘରରୁ ଆସିଥିବା ପିଲାମାନେ ନିଜ ଶରୀରର ଚାକଚକ୍ୟ ରେ ଯେତିକିଟଙ୍କା ଖର୍ଚ୍ଚ କରୁଥାନ୍ତି ଏମାନେ ସେମାନଙ୍କଠାରୁ ବହୁତ ଦୂରରେ । ପ୍ରତ୍ୟେକ ପୁଅ ପିଲାଙ୍କର ସେହି କଲେଜ୍‌ରୁ ହେଉ ଅବା କଲେଜ୍ ବାହାରୁ ହଉ ଗାର୍ଲଫ୍ରେଣ୍ଡ୍  ଥାନ୍ତି । ଆଜିର ଏ ବସ୍ତୁବାଦୀ ଦୁନିଆର ଚାକଚକ୍ୟ ସେମାନଙ୍କୁ ସମସ୍ତଙ୍କୁ ଗିଳି ସାରିଛି ଏକଥା କହିବାର ଆବଶ୍ୟକତା ମଧ୍ୟ ନାହିଁ । ବାପା ମାଆଙ୍କ ଅର୍ଜିତ ପଇସାରେ ଭବିଷ୍ୟତର ଇଞ୍ଜିନିୟର ହେବାର ନିଶାରେ ଆଜି ସମସ୍ତେ ବିଭୋର । ହେଲେ ଅନେକ ପିଲା ପିତାମାତାଙ୍କ ଅର୍ଜିତ ସେ ଧନରୁ ମଧ୍ୟ କିଛି ବାତେରା ଛତରାମିରେ ଖର୍ଚ୍ଚ କରିବାକୁ ପଛଉ ନଥାନ୍ତି । ଧରିତ୍ରୀ ଦେଖେ ପ୍ରାୟ ପ୍ରତି ଛୁଟିଦିନ ହେଉ ଏମିତିବି ବେଳେବେଳେ ଛୁଟିଦିନ ନଥାଇ ମଧ୍ୟ ଅନେକ ପୂଅମାନେ ତାଙ୍କ ଗାର୍ଲଫ୍ରେଣ୍ଡ୍ ମାନଙ୍କ ସହିତ ନିଜନିଜ ବାଇକ୍‌ରେ କୋଣାର୍କ କିମ୍ବା ପୁରୀ ବୁଲିବାକୁ ପଳାନ୍ତି । 
      କଲେଜ୍‌ରେ ଆଡମିଶନ୍ ନେଇଗଲା ପରେ ସତେଯେମିତି ଏ ପୁଅଝିଅମାନେ ପରିବାରଠାରୁ ମୁକ୍ତ ଆଉ ଲାଇସେନ୍ସ କରିନେଇଛନ୍ତି ମଜା କରି ବାହାରେ ଏକାନ୍ତରେ ବୁଲିବାକୁ । ନାହିଁ ଏଠି ବାପାମାଙ୍କର ତାଗିଦ୍ । ନାହିଁ ଏଠି ନିଜ ଅଞ୍ଚଳର ଜଣାଶୁଣା ମୁହଁ ମାନଙ୍କର ସାମାଜିକ ପ୍ରତିବନ୍ଧ । ଏଠି ଏମାନେ ଉନୁ୍ମକ୍ତ । ଲାଜସରମକୁ ସତେଯେମିତି ଏମାନେ ଆଧୁନିକବାଦର ଚାଦର ତଳେ ଗୁଡେଇ ଦେଇଛନ୍ତି । ନାହିଁ କାହାରିକୁ ଭୟ ଓ ଭ୍ରାନ୍ତି । ପୁଅପିଲାଙ୍କ ସାଙ୍ଗରେ ମିଳାମିଶା ଏମାନଙ୍କ ଦିନଚର୍ଯ୍ୟାର ସତେ ଯେମିତି ଏକ ଅଂଶ ବିଶେଷ । ଝିଅମାନେ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ପଛରେ ଯେତେବେଳେ ବାଇକ୍‌ରେ ବସିକରି ଯେଉଁ ଭଙ୍ଗୀରେ ଯାଉଛନ୍ତି ଧରିତ୍ରୀ ଏଗୁଡିକୁ ଦେଖି ପ୍ରଥମରୁ ପ୍ରଥମରୁ ଟିକେ ନାପସନ୍ଦ କରୁଥିଲା ହେଲେ ସେ ବୁଝିଗଲାଣି ଯେ ଯଦି ଏ ମାନଙ୍କର ଏ ଗୁଣକୁ ମୁଁ ତାଚ୍ଛଲ୍ୟ କରେ ତେବେ ସେମାନେ ମୋତେ ଗାଉଁଲି ବା ମଫୁ ବୋଲି କହିପାରନ୍ତି । ହୁଏତ ସେ ନିଜେ ସେମିତି ବସିବାକୁ ଦ୍ୱିଧା କରିପାରେ ହେଲେ ଅନ୍ୟକୁ ଥଟ୍ଟା ପରିହାସ ବା ବାରଣ କରିବା ବହୁତ ବଡ ବୋକାମି ।          
      ଧରିତ୍ରୀ ସେଦିନ ତ ପୁରା ହତବାକ୍ ହୋଇଯାଇଥିଲା ଯେଉଁଦିନ ଆନନ୍ଦ ଓ ତା କ୍ଲାସ୍‌ର ମିନୁ ନାମକ ଝିଅଟି ଦୁଇଜଣଯାକ ସକାଳୁ ବାଇକ୍ ରେ ଗଲେ କୋଣାର୍କ ବୁଲିବାକୁ ଯେ ତା ପରଦିନ କୋଉଠି ରହି ଫେରିଥିଲେ ସତେ ଯେମିତି ମିନୁ ହେଉଛି ଆନନ୍ଦର ସ୍ତ୍ରୀ । ଧରିତ୍ରୀ ଏ ଛଅ ମାସରେ ବୁଝିଗଲାଣି ଯେ ନାରୀ ଚରିତ୍ରର ଅଭିଧାନ ବୋଧହୁଏ ଏ ଆଧୁନିକତାର ଉଗ୍ରବାଦ ବଦଳାଇ ସାରିଲାଣି । ଚରିତ୍ର କହିଲେ କଣ ବା କାହାକୁ ବୁଝନ୍ତି ସେ ନିଜେ ବି ଆଉ ଥୟ କରିପାରୁନି । ସେ ଦେଖିଛି ତା ଗାଁରେ ଯଦି କୈାଣସି ବଢିଲା ପୁଅ ବଢିଲା ଝିଅ ସାଙ୍ଗରେ ଟିକେ ଏକୁଟିଆ କଥା ହୋଇଗଲା ତେବେ ଗାଁ ସାରା କେତେ ଯେ ଟୁପୁରୁ ଟାପୁରୁ ଭୁସୁରୁ ଭାସୁରୁ ତାର ସୀମା ନାହିଁ । ଗାଁର ଅନେକ ଲୋକ ବାପାମାଆଙ୍କୁ ତ ଆଗ ଅନେକ କଥା କହିଦିଅନ୍ତି । ଯଦି ଜଣେ ପୁରୁଷ ପୁଅ କୋଉ ବଢିଲା ଝିଅ ସାଙ୍ଗେ କେଉଁଠି ରାତିଟେ ଏକାନ୍ତରେ ଓ ଏକାଠି ବିତେଇଦେଲା ତେବେ କଥା ସେଇଠି ସରିଗଲା । ସେ ଝିଅର ଚରିତ୍ର ବଜାରର ହାଟ ସଉଦା ହୋଇଯାଏ । ଭାଗ୍ୟଭଲ ଯଦି ସେ ପୁରୁଷପୁଅ ସାଙ୍ଗରେ ତାର ବିବାହ ହୋଇଯାଏ । ନଚେତ୍ ସେ ଝିଅ ପାଇଁ ବରପାତ୍ର ମିଳିବା ବହୁତ କଷ୍ଟ । ଲେକେ ଆଙ୍ଗୁଳି ଉଠେଇ ଚରିତ୍ରହୀନା ବୋଲି କହିଦିଅନ୍ତି । ହେଲେ ଏଠି ସେମିତି କିଛି ବି ନାହିଁ । ବାସ୍ ଏତିକି ଦରକାର ଯେ ପୁଅ ଆଉ ଝିଅ ଉଭୟଙ୍କର ସହମତି ଦରକାର । କଥା ସରିଗଲା ସେତିକିରେ । ସେମାନେ ନିଜ ମନଇଚ୍ଛାରେ ବୁଲିପାରିବେ ଏକାଠି ରହିପାରିବେ ପୁଣି ଅଲଗା ମଧ୍ୟ ହୋଇ ପାରିବେ । ଏପରି ଜୀବନ ଶୈଳୀକୁ ସେ ନକାରତ୍ମକ ଢଙ୍ଗରେ ଦେଖୁଥିଲେ ମଧ୍ୟ ମୁହଁ ମୋଡିପାରିବନି । ଚାକିରୀ କ୍ଷେତ୍ରରେ ତ ପୁରୁଷମାନଙ୍କ ସହିତ କାମ କରିବାକୁ ପଡିବନା ତେଣୁ ସେଠାରେ ତୁମକୁ ଗାଁ ନିର୍ଦ୍ଧାରିତ ନାରୀ ଚରିତ୍ରର ସଜ୍ଞାର ପରିସୀମାକୁ ଡେଇଁବାକୁ ପଡିବ ନଚେତ୍ ଚଳିବା ଅସମ୍ଭବ । ତେଣୁ ଏ କଥା ଗୁଡିକ ତାର ଦେହ ସୁହା ହୋଇଗଲାଣି । 
      କିଏ କାହା ସାଙ୍ଗରେ କୁଆଡେ ବୁଲିବାକୁ ଯାଉଛି ତାର ସେଥିରେ କିଛି ଯାଏଆସେ ନାହିଁ । ହେଲେ ସେବି ବର୍ତ୍ତମାନ ସିଦ୍ଧାର୍ଥର ସାଧାସିଧାପଣର ଐନ୍ଦ୍ରଜାଲିକ ଆକର୍ଷଣରେ ପଡିଗଲାଣି । ଥରେଥରେ ତାର ପ୍ରବଳ ଇଚ୍ଛା ବି ହୁଏ ସେ ଟିକେ ସିଦ୍ଧାର୍ଥ ସହିତ ଏକା ବୁଲିବାକୁ ଯାଆନ୍ତାନି । ଦୁଇଜଣଯାକ ଯାଆନ୍ତେ ଆଉ ସମୁଦ୍ର ବେଳାଭୂମି ର ବାଲି ଉପରେ ସେ ଟିକେ ସିଦ୍ଧାର୍ଥର ପାଖରେ ବସି ଦୁନିଆର ସତ୍ୟକୁ ଅନୁଭବ କରନ୍ତା । ହେଲେ ସିଦ୍ଧାର୍ଥ ସେଭଳି ପିଲା ନୁହଁ । ସାହାସ ବି ଜୁଟେଇ ପାରେନି ଏକଥା କହିବାକୁ ସିଦ୍ଧାର୍ଥକୁ । କାଳେ ସିଦ୍ଧାର୍ଥ ଏକଥାରେ ଖରାପ ଭାବିବ ।
      ପ୍ରଥମ ସେମିଷ୍ଟରର ଦୀର୍ଘ ଚାରି ମାସର ର‌୍ୟାଗିଙ୍ଗ୍ ସରିଯିବା ପରେ ଦ୍ୱିତୀୟ ସେମିଷ୍ଟାର ଆରମ୍ଭ ମାତ୍ରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ପିଲାମାନେ ମିଳିତ ଭାବରେ ନିଜ ନିଜ ହଷ୍ଟେଲ୍‌ରେ ଏକ ଫ୍ରେସର ଉତ୍ସବ ଆୟୋଜନ କରନ୍ତି । ଫ୍ରେସର୍‌ଉତ୍ସବ ନାମରେ ନାମିତ ହୋଇଥିଲେ ମଧ୍ୟ ଏହାର ପ୍ରଚ୍ଛଦପଟର ଉଦ୍ଦେଶ୍ୟ ହେଉଛି ଏହି ଉତ୍ସବ ପରଠାରୁ ଆଉ ପ୍ରଥମ ବର୍ଷର ପିଲାଙ୍କୁ ର‌୍ୟାଗିଙ୍ଗ୍ କେହି କରିପାରିବେନି । ଅର୍ଥାତ ସେହି ଦିନଠାରୁ ଜୁନିୟର ପିଲାମାନଙ୍କୁ  ସିନିୟରର ମାନ୍ୟତା ଦେଇଦିଆଯାଏ ।
      ଧରିତ୍ରୀ ହଷ୍ଟେଲ୍‌ରେ ସେହିଭଳି ଉତ୍ସବର ଆୟୋଜନ ହୋଇଥିଲା ଠିକ୍ ଦ୍ୱିତୀୟ ସେମିଷ୍ଟର ଆରମ୍ଭର ପନ୍ଦରଦିନ ପରେ । ହଷ୍ଟେଲ୍ ୱାର୍ଡନ୍ ଙ୍କଠାରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଅନୁମତି ଆଣି ଉତ୍ସବଟିର ଆୟୋଜନ ହୋଇଥିଲା । ଉତ୍ସବଟି ଥିଲା ସମ୍ପୂର୍ଣ୍ଣ ନିଆରା ଯାହାକି ଧରିତ୍ରୀକୁ କରିଥିଲା ଯେତିକି ଭାବବିହ୍ୱଳ ସେତିକି ଆଶ୍ଚର୍ଯ୍ୟ । ହଷ୍ଟେଲ୍ ଭିତରେ ଥିବା ଅଗଣାରେ ବାସ୍ ଦୁଇଟି ଟେବୁଲ୍‌, ଛଅଟି ଚୈାକି ଓ ଟେବୁଲ୍ ଉପରେ ବିଛାଯାଇଥିଲା ଟେବୁଲ୍ କଭର୍ ଓ ତା ଉପରେ ଥୁଆ ହୋଇଥିଲା କେତୋଟି ଫୁଲଦାନୀ । ଡାହାଣପଟକୁ ଥିଲା ଏକ ପୋଡିୟମ ।ଦେଲା ତେବେ କଥା ସେଇଠି ସରିଗଲା । ସେ ଝିଅର ଚରିତ୍ର ବଜାରର ହାଟ ସଉଦା ହୋଇଯାଏ । ଭାଗ୍ୟଭଲ ଯଦି ସେ ପୁରୁଷପୁଅ ସାଙ୍ଗରେ ତାର ବିବାହ ହୋଇଯାଏ । ନଚେତ୍ ସେ ଝିଅ ପାଇଁ ବରପାତ୍ର ମିଳିବା ବହୁତ କଷ୍ଟ । ଲେକେ ଆଙ୍ଗୁଳି ଉଠେଇ ଚରିତ୍ରହୀନା ବୋଲି କହିଦିଅନ୍ତି । ହେଲେ ଏଠି ସେମିତି କିଛି ବି ନାହିଁ । ବାସ୍ ଏତିକି ଦରକାର ଯେ ପୁଅ ଆଉ ଝିଅ ଉଭୟଙ୍କର ସହମତି ଦରକାର । କଥା ସରିଗଲା ସେତିକିରେ । ସେମାନେ ନିଜ ମନଇଚ୍ଛାରେ ବୁଲିପାରିବେ ଏକାଠି ରହିପାରିବେ ପୁଣି ଅଲଗା ମଧ୍ୟ ହୋଇ ପାରିବେ । ଏପରି ଜୀବନ ଶୈଳୀକୁ ସେ ନକାରତ୍ମକ ଢଙ୍ଗରେ ଦେଖୁଥିଲେ ମଧ୍ୟ ମୁହଁ ମୋଡିପାରିବନି । ଚାକିରୀ କ୍ଷେତ୍ରରେ ତ ପୁରୁଷମାନଙ୍କ ସହିତ କାମ କରିବାକୁ ପଡିବନା ତେଣୁ ସେଠାରେ ତୁମକୁ ଗାଁ ନିର୍ଦ୍ଧାରିତ ନାରୀ ଚରିତ୍ରର ସଜ୍ଞାର ପରିସୀମାକୁ ଡେଇଁବାକୁ ପଡିବ ନଚେତ୍ ଚଳିବା ଅସମ୍ଭବ । ତେଣୁ ଏ କଥା ଗୁଡିକ ତାର ଦେହ ସୁହା ହୋଇଗଲାଣି । 
      କିଏ କାହା ସାଙ୍ଗରେ କୁଆଡେ ବୁଲିବାକୁ ଯାଉଛି ତାର ସେଥିରେ କିଛି ଯାଏଆସେ ନାହିଁ । ହେଲେ ସେବି ବର୍ତ୍ତମାନ ସିଦ୍ଧାର୍ଥର ସାଧାସିଧାପଣର ଐନ୍ଦ୍ରଜାଲିକ ଆକର୍ଷଣରେ ପଡିଗଲାଣି । ଥରେଥରେ ତାର ପ୍ରବଳ ଇଚ୍ଛା ବି ହୁଏ ସେ ଟିକେ ସିଦ୍ଧାର୍ଥ ସହିତ ଏକା ବୁଲିବାକୁ ଯାଆନ୍ତାନି । ଦୁଇଜଣଯାକ ଯାଆନ୍ତେ ଆଉ ସମୁଦ୍ର ବେଳାଭୂମି ର ବାଲି ଉପରେ ସେ ଟିକେ ସିଦ୍ଧାର୍ଥର ପାଖରେ ବସି ଦୁନିଆର ସତ୍ୟକୁ ଅନୁଭବ କରନ୍ତା । ହେଲେ ସିଦ୍ଧାର୍ଥ ସେଭଳି ପିଲା ନୁହଁ । ସାହାସ ବି ଜୁଟେଇ ପାରେନି ଏକଥା କହିବାକୁ ସିଦ୍ଧାର୍ଥକୁ । କାଳେ ସିଦ୍ଧାର୍ଥ ଏକଥାରେ ଖରାପ ଭାବିବ ।
      ପ୍ରଥମ ସେମିଷ୍ଟରର ଦୀର୍ଘ ଚାରି ମାସର ର‌୍ୟାଗିଙ୍ଗ୍ ସରିଯିବା ପରେ ଦ୍ୱିତୀୟ ସେମିଷ୍ଟାର ଆରମ୍ଭ ମାତ୍ରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ପିଲାମାନେ ମିଳିତ ଭାବରେ ନିଜ ନିଜ ହଷ୍ଟେଲ୍‌ରେ ଏକ ଫ୍ରେସର ଉତ୍ସବ ଆୟୋଜନ କରନ୍ତି । ଫ୍ରେସର୍‌ଉତ୍ସବ ନାମରେ ନାମିତ ହୋଇଥିଲେ ମଧ୍ୟ ଏହାର ପ୍ରଚ୍ଛଦପଟର ଉଦ୍ଦେଶ୍ୟ ହେଉଛି ଏହି ଉତ୍ସବ ପରଠାରୁ ଆଉ ପ୍ରଥମ ବର୍ଷର ପିଲାଙ୍କୁ ର‌୍ୟାଗିଙ୍ଗ୍ କେହି କରିପାରିବେନି । ଅର୍ଥାତ ସେହି ଦିନଠାରୁ ଜୁନିୟର ପିଲାମାନଙ୍କୁ  ସିନିୟରର ମାନ୍ୟତା ଦେଇଦିଆଯାଏ ।
      ଧରିତ୍ରୀ ହଷ୍ଟେଲ୍‌ରେ ସେହିଭଳି ଉତ୍ସବର ଆୟୋଜନ ହୋଇଥିଲା ଠିକ୍ ଦ୍ୱିତୀୟ ସେମିଷ୍ଟର ଆରମ୍ଭର ପନ୍ଦରଦିନ ପରେ । ହଷ୍ଟେଲ୍ ୱାର୍ଡନ୍ ଙ୍କଠାରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଅନୁମତି ଆଣି ଉତ୍ସବଟିର ଆୟୋଜନ ହୋଇଥିଲା । ଉତ୍ସବଟି ଥିଲା ସମ୍ପୂର୍ଣ୍ଣ ନିଆରା ଯାହାକି ଧରିତ୍ରୀକୁ କରିଥିଲା ଯେତିକି ଭାବବିହ୍ୱଳ ସେତିକି ଆଶ୍ଚର୍ଯ୍ୟ । ହଷ୍ଟେଲ୍ ଭିତରେ ଥିବା ଅଗଣାରେ ବାସ୍ ଦୁଇଟି ଟେବୁଲ୍‌, ଛଅଟି ଚୈାକି ଓ ଟେବୁଲ୍ ଉପରେ ବିଛାଯାଇଥିଲା ଟେବୁଲ୍ କଭର୍ ଓ ତା ଉପରେ ଥୁଆ ହୋଇଥିଲା କେତୋଟି ଫୁଲଦାନୀ । ଡାହାଣପଟକୁ ଥିଲା ଏକ ପୋଡିୟମ ।ପୋଡିୟମରେ ଲଗାଥିଲା ମାଇକ୍ରୋଫୋନ୍ । ସାଉଣ୍ଡବକ୍ସର ଶଦ୍ଦ ଥିଲା ଧୀମା । ଚଉକିରେ ବସିଥିଲେ ଶେଷ  ବର୍ଷର ଛଅଜଣ ଝିଅ । ଆଗରେ ପଡିଥିଲା କିଛି ଚେୟାର୍ ଯେଉଁଥିରେ ବସିଥିଲେ ହଷ୍ଟେଲ୍‌ର ସମସ୍ତ ଝିଅ । ଉତ୍ସବ ଠିକ୍ ସନ୍ଧ୍ୟା ୭ଟା୩୦ ମିନିଟ୍ ରେ ଆରମ୍ଭ ହେଲା । ଚୈାକିରେ ବସିଥିଲେ ହଷ୍ଟେଲ୍ ମନିଟର ଯେ କି ଆସି ପ୍ରଥମେ ଏକ ସୁନ୍ଦର ଭାଷଣ ପରିବେଶଣ କରିଥିଲେ , ଯାହାଥିଲା ପ୍ରଫେସନାଲ ଜୀବନ ସମ୍ପର୍କିତ ।  ସେ ଭାଷଣର ସାର ମର୍ମ ଅନନ୍ୟ ଓ ଉଚ୍ଚେକାଟୀର ଥିଲା । ସର୍ବପ୍ରଥମେ ସେ କହିଥିଲେ ହେ ମୋର ପ୍ରିୟ ବନ୍ଧୁଗଣ ଆଜି ଏହି ଛୋଟିଆ ଉତ୍ସବରେ ମୁଁ ମୋର ସମସ୍ତ ନୂଆକରି ଯୋଗଦେଇଥିବା ଏ ବର୍ଷର ଭାଇ ଭଉଣୀ ମାନଙ୍କୁ ସହୃଦୟେ ସ୍ୱାଗତ କରୁଛି । ଏହି ଚାରିମାସ ଭିତରେ ଆମମାନଙ୍କ ଭିତରେ ଯେଉଁ ସମ୍ପର୍କ ଗଢି ଉଠିଛି ତାହା ଏହି କଲେଜ୍‌ରେ ଥିବା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଆଜୀବନ ଆମ ପ୍ରଫେସନାଲ୍ ଜୀବନରେ ଚିରନ୍ତନ ହୋଇ ରହିବ । ତୁମେମାନେ ଆମକୁ ବରଦାସ୍ତ କରିଥିବାରୁ ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ । 
      ମୁଁ ଖାଲି ଏତିକି କହିବି ଆମ ମାନଙ୍କ ଭଳି ପ୍ରଫେସନାଲ ଇଞ୍ଜିନିୟର ମାନଙ୍କ ପାଇଁ ଜୀବନରେ ଯେଉଁକ୍ଷେତ୍ରକୁ ଚାକିରୀ ଅବା ସେବା କରିବାକୁ ଯିବା ଆମେ ସଦାସର୍ବଦା ତିନୋଟି  ଚ ଉପରେ ଧ୍ୟାନ ଦେବା । ତିନୋଟି ଚ ମଧ୍ୟରୁ ପ୍ରଥମ ଚ ଟି ଲୋକମାନଙ୍କୁ (କ୍ଟ୍ରରକ୍ଟକ୍ଟ୍ରକ୍ଷର) ବୁଝାଏ । ଦ୍ୱିତୀୟ ଚ ଟି ହେଲା ସ୍ଥାନ (କ୍ଟ୍ରକ୍ଷବମର) ସୁଚାଏ ଆଉ ତୃତୀୟ ଚ ଟି ହେଲା ଉତ୍ପାଦ (କ୍ଟ୍ରକ୍ସକ୍ଟୟଙ୍କମଗ୍ଧ) । ପ୍ରଥମେ କୈାଣସି ସ୍ଥାନରେ ବା କୈାଣସି ସଂସ୍ଥାରେ କାମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ଆମକୁ ସେଠାକାର ଲୋକମାନଙ୍କୁ ଚିହ୍ନିବାକୁ ବା ବୁଝିବାକୁ ପଡିବ । ସେମାନଙ୍କର ଚରିତ୍ର କିପରି । ସେମାନେ ତୁମଠାରୁ କଣ ଆଶା ରଖୁଛନ୍ତି । ସେମାନଙ୍କର ଆବଶ୍ୟକତା କଣ । ଏହି ସବୁ କଥା ନିଜ ମନରେ ବିଚାର କଲା ପରେ ସେ ସ୍ଥାନ ବିଷୟରେ ଆମେ ସବିଶେଷ ଜ୍ଞାନ ଆହରଣ କରିବା । ସେ ସ୍ଥାନୀୟ ପରିବେଶ, ସଂସ୍କୃତି ଓ ସଭ୍ୟତା ବିଷୟରେ ଜ୍ଞାନ ଆହରଣ କରିବାକୁ ପଡିବ । ଶେଷରେ ଆମକୁ ଯେଉଁ ଉତ୍ପାଦ ତିଆରି କରିବାରେ ଅଛି ତା’ର ବିଶଦ ବିବରଣୀ ହାସଲ କରିବାକୁ ପଡିବ । 
      ତେବେ ଯାଇ ଆମେ ଆମ କାମରେ କୃତକାର୍ଯ୍ୟ ହୋଇପାରିବା । ଏଭଳି କଥା ଶୁଣିଲା ପରେ ଧରିତ୍ରୀ ଅତ୍ୟନ୍ତ ଖୁସି ହୋଇଯାଇଥିଲା ଓ ତା’ର ଜୀବନ ଏକ ଭିନ୍ନ ପଥରେ ଗତିଶୀଳ ହେଲାଣି ଏହା ବୁଝିପାରିଥିଲା । ତା’ପରେ ପ୍ରତ୍ୟେକ ପ୍ରଥମ ବର୍ଷର ଝିଅ ଜଣଜଣଙ୍କର ନାଁ ଡାକିିଥିଲେ । ଆଉ ଜଣେ ଡାଏସ୍‌ରେ ବସିଥିବା ଝିଅ ସେହି ପ୍ରଥମ ବର୍ଷର ଝିଅଟିର ଗୋଟିଏ ସମାଲେଚନା ମୂଳକ ନିକ୍‌ନେମ୍ ଦେଇଥିଲେ ଆଉ ସେ ଝିଅଟି ପୋଡିୟମ ପାଖକୁ ଯାଇ ନିଜର ପରିଚୟ ପ୍ରଦାନ କରୁଥିଲା । ସେ ଦୃଶ୍ୟଟି ଥିଲା ଅତ୍ୟନ୍ତ ମନୋରମ । ହାସ୍ୟାଷ୍ପଦ ନାମଟି କହିବାସମୟରେ ସମସ୍ତେ ଖୁସିରେ ହସିହସି ତାଳି ମାରୁଥିଲେ ଯାହା ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ ।  ଏହିପରି ଭାବରେ ସେଦିନ ଉତ୍ସବ ସରିଯାଇଥିଲା । ଧରିତ୍ରୀକୁ ନିକ୍‌ନେମ୍ ମିଳିଥିଲା “ଗାଉଁଲୀ ଗୋରୀ” । ଶେଷରେ ସମସ୍ତେ ସେଠାରେ ଖାଇ ଶୋଇଯାଇଥିଲେ । 
      ଦ୍ୱିତୀୟ ସେମିଷ୍ଟର୍‌ର କ୍ଲାସ୍ ଗୁଡିକରେ ମଧ୍ୟ ସେ ଅନୁଭବ କରେ ଯୁକ୍ତ ଦୁଇ ବିଜ୍ଞାନ କ୍ଲାସ୍ ଠାରୁ ଅନୁନ୍ନତ । ପିଲାମାନଙ୍କର କାଁ ଭାଁ ଗୋଟେ ଦୁଇଟି କ୍ଲାସ୍ କୁ ଛାଡିଦେଲେ ସେତେ ଆଗ୍ରହ ନଥାଏ । ପଢାର ମୂଳ ପର୍ଯ୍ୟନ୍ତ ଯିବା, କିଛି ନୂଆ କଥା ଶିଖିବା ସେମିତି ବହୁତ କମ୍ ପିଲାଙ୍କର ଆଗ୍ରହ । ହେଲେ ଆଉ ଏକ ନୂତନ ଆଣ୍ଟିବାୟଟିକ୍ ମେଡିସିନ୍ ଭଳି ସେଦିନ ଇଞ୍ଜିନୟରିଂ ମ୍ୟାଥ୍‌ମେଟିକସ୍ ଲେକ୍‌ଚର ଆସି କହିଲେ ଏ ବର୍ଷ ଇ.ସି.ଇ. ବିଭାଗ ଏକ ଆନ୍ତର୍ଜାତିକ ସେମିନାର ଆୟୋଜନ କରିବ । ସେଥିରେ ସାରା ଦେଶରୁ ବିଭିନ୍ନ ଇଞ୍ଜିନିୟରିଂ କଲେଜ୍‌ରୁ ପିଲାମାନେ ଆସି ନିଜନିଜର ଅନୁସନ୍ଧାନ ନିଷ୍କର୍ଷ ପ୍ରଦର୍ଶନ କରିବେ । ତୁମମାନଙ୍କ ମଧ୍ୟରୁ ଯେଉଁମାନେ ଆଗ୍ରହୀ ସେମାନେ ମଧ୍ୟ ଏବେଠାରୁ କୈାଣସି ଥିମ୍ ଉପରେ ଗୋଟିଏ ସନ୍ଦର୍ଭ ପ୍ରେଜେଣ୍ଟ୍‌ସନ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ । ସେଥିପାଇଁ ମୁଁ ଗୋଟିଏ ଏକ୍ସଟ୍ରାକ୍ଲାସ୍ ନେବି । 
      ଧରିତ୍ରୀ ମନକୁ ଟିକେ କଥା ଟା ଛୁଇଁଲା । ଚାଲ ଦେଖିବା କିପରି ପେପର୍ ପ୍ରେଜେଣ୍ଟେସନ୍ କରାଯାଏ । ଠିକ୍ ତାର ଦୁଇଦିନ ପରେ ସେହି କ୍ଲାସ୍‌ଟି ଆରମ୍ଭ ହେଲା । ଲେକ୍‌ଚର ଜଣକ ମାଇକ୍ରୋସଫ୍ଟ ପାଓା୍ୱରପଏଣ୍ଟ୍‌ରେ ଇଣ୍ଟିଗ୍ରେଟଡ୍ ଇଲେକ୍ଟ୍ରୋନିକ୍ ଆଣ୍ଡ ଇଲେକ୍ଟ୍ରିକାଲ ଚିପ୍ ନାମକ ସନ୍ଦର୍ଭ ଉପରେ ଏକ ରଚନାତ୍ମକ ଉନ୍ନତି ବିଷୟରେ ଉପସ୍ଥାପନ କଲେ । ପାୱାରପଏଣ୍ଟ୍‌ର ପ୍ରତିଟି ସ୍ଲାଇଡ୍‌ରେ ଗୋଟିଏ ଗୋଟିଏ ସର୍କିଟର ଚିତ୍ର ସହିତ ଏହାର ଇତିହାସ ଓ ବର୍ତ୍ତମାନର ସ୍ଥିତି ସୁନ୍ଦର ଭାବରେ ସଜେଇ ଥିଲେ, ଯାହାକି ଧରିତ୍ରୀର ମନକୁ ଛୁଇଁଥିଲା । ଧରିତ୍ରୀ ଚିନ୍ତାକଲା ହଁ ଇଏ ଏକ ପ୍ରକାର ସେଲ୍ଫଷ୍ଟଡ୍‌ି । ଏମିତି କରିବା ଦ୍ୱାରା ପିଲା ନିଶ୍ଚୟ କିଛି ଶିଖିବ । ସେହି କ୍ଲାସ୍‌ରେ ହିଁ ଲେକ୍‌ଚର ଜଣକ ଏହି ସେମିନାର ନାଁ ଘୋଷଣା କଲେ ଯାହାଥିଲା ଆଡଭାନ୍ସେମଣ୍ଟ ଇନ୍ ଇଣ୍ଟଗ୍ରେଟଡ୍ ଇଲେକ୍ଟ୍ରୋନିକ ଚିପସ୍ । 
      ଏହି ସେମିନାରର ଦାୟୀତ୍ୱ ମୋଟ୍ ଛଅ ଜଣ ପିଲାଙ୍କୁ ଦେଲେ ସେଥିରୁ ପୁଅ ତିନି ଓ ଝିଅ ଦୁଇ । ଏହି ପାଞ୍ଚ ଜଣ ତୃତୀୟ ବର୍ଷର ସେମିନାର୍ ଦାୟୀତ୍ୱରେ ଥିବା ପିଲାମାନଙ୍କୁ ଏମାନେ ସବୁଥିରେ ସାହାଯ୍ୟ କରିବେ । ଝିଅଙ୍କ ଭିତରେ କାହିଁକି କେଜାଣି ଲେକ୍‌ଚର ଜଣକ ଧରିତ୍ରୀ ନାଁ ମଧ୍ୟ ରଖିଦେଲେ ଯାହା ଧରିତ୍ରୀ କୁ ସେ ମୁହୁର୍ତ୍ତରେ ଭାବବିହ୍ୱଳିତ କରିପକେଇଥିଲା । ଲେକ୍‌ଚର ଜଣକ କହିଲେ ଯେପରି ବହୁମାତ୍ରାରେ ଅନୁସନ୍ଧାନ ସନ୍ଦର୍ଭ କଲେକ୍ସନ୍ ହୋଇପାରିବ ଆପଣମାନେ କଲେଜ୍‌ର ୱେବସାଇଟ୍‌ରେ ଏକଥା ପ୍ରଚାର କରନ୍ତୁ ଓ ସମସ୍ତ ଇଞ୍ଜିନିୟରିଂ କଲେଜ୍‌ର ଇ.ସି.ଇ ବିଭାଗ ମାନଙ୍କୁ ମଧ୍ୟ ଚିଠି ପଠାନ୍ତୁ । ଏହା ମାର୍ଚ୍ଚ ୩୦ ତାରିଖରେ ହିଁ ହେବ ।  ପାଞ୍ଚଜଣ ପିଲାଙ୍କ ଭିତରେ ଧରିତ୍ରୀ, ମୋନା ଆଉ ପୁଅ ପିଲାଙ୍କ ଭିତରେ ରୋହିତ, ରାଘବ ଆଉ ଜିତୁ ହିଁ ଏହି ଦାୟୀତ୍ୱରେ ରହିବେ । ସେମିତି ଧରିତ୍ରୀ, ସିଦ୍ଧାର୍ଥ ଓ ଜମିଲ୍ ରାତିଦିନ ପଢିପଢି ପ୍ରଥମ ଟେଷ୍ଟ୍ ଟି ଦେଲେ । ସେଥିରେ ମଧ୍ୟ ତିନିଜଣଙ୍କର ଭଲ ହେଲା । ହେଲେ ପରୀକ୍ଷା ରେ ସେମିତି ମାଇକ୍ରୋଜେରକ୍‌୍ସର ସାହାଯ୍ୟ ନେଇ କପି କରିବାଟା ସେମିତି ଚାଲିଲା । ପରୀକ୍ଷା ହେବାର ଦୁଇଦିନ ଆଗରୁ ଅଧ୍ୟାପକ ମାନେ ଆସି ସମ୍ଭାବ୍ୟ ପ୍ରଶ୍ନ ମାନଙ୍କର ଆଲୋଚନା ମଧ୍ୟ କରିଯାଇଥିଲେ । ଏଗୁଡିକ ଧରିତ୍ରୀ ପାଇଁ ଥାଏ ଇଞ୍ଜିନିୟରଂ ଶିକ୍ଷା ଭିତରେ ପ୍ରହେଳିକା । ପ୍ରଥମ ଟେଷ୍ଟ୍ ପେବୃୟାରି ୧୧ ତାରିଖରେ ସରିଗଲା ପରେ ସମସ୍ତଙ୍କର ମନ ସତେଯେମିତି ବହୁତ ହାଲୁକା ଥାଏ । କିଏ କାହା ସହିତ କୁଆଡେ ନା କୁଆଡେ ବୁଲିବାକୁ ଯାଉଥାନ୍ତି । 
    ସେଦିନ ସିଦ୍ଧାର୍ଥ ପାଖରେ ମଧ୍ୟ ତା ମଟର ସାଇକେଲ୍‌ଟି ଥାଏ  କାରଣ ତା ବାପା ମଟର ସାଇକେଲ୍‌ଟି ଗାଁରୁ ଆଣି ସିଦ୍ଧାର୍ଥକୁ ଦେଇଦେଇ ବାଲେଶ୍ୱର ଯାଇଥାନ୍ତି ଏକ ସପ୍ତାହ ପାଇଁ । ଶନିବାର ଦିନ ଜମିଲ୍ କଲେଜ୍‌କୁ ଆସି ପହଞ୍ôଚଲା ପରେ ସିଦ୍ଧାର୍ଥ ସହିତ ଦେଖା ହୋଇଛି । କହିଛିି ଆରେ ଚାଲୁନୁ ବୁଲିବାକୁ ଯିବା । ସିଦ୍ଧାର୍ଥ ପଚାରିଛି କୁଆଡେ । ଚାଲେ କୋଣାର୍କ ଯିବା । କିଏ କୁଆଡେ ତ ତାଙ୍କ ଝିଅସାଙ୍ଗକୁ ନେଇ କି ବୁଲିବାକୁ ଯାଉଛନ୍ତି ତୁ ଟିକେ ଧରିତ୍ରୀକୁ ନେଇକି ଗଲେ ହୁଅନ୍ତା ନି । ସିଦ୍ଧାର୍ଥ ମନେମନେ ଟିକେ ଖୁସି ହୋଇଯାଇଛି । ହେଲେ କହିଛି ଆରେ ଜମିଲ୍ ମୁଁ ଏକଥା ଧରିତ୍ରୀକୁ କହିପାରିବିନି । କାଳେ ସିଏ ଅମଙ୍ଗ ହେବ । ଜମିଲ୍ କହିଛି ଚାଲୁନୁ ମୁଁ କହିବି । ଦୁଇଜଣ ଯାକ ଧରିତ୍ରୀ ପାଖକୁ ଯାଇଛନ୍ତି । ଧରିତ୍ରୀ କୁ ଜମିଲ୍ ଏକଥା କହିବା ମାତ୍ରେ ଧରିତ୍ରୀ ମନରେ ଏକ ଅସ୍ଫୁରନ୍ତା ହସର ଜମାଟ ବାନ୍ଧି ହୋଇଯାଇଛି । ସେ ଧୀରେ ପଚାରିଛି କୁଆଡେ ଆଉ କେତେବେଳେ । ଜମିଲ୍ କହିଛି କାଲି ସକାଳ ୭ଟାରେ କୋଣାର୍କ ଯିବା । ଧରିତ୍ରୀ ଟିକେ ଥମିଯାଇ ସିଦ୍ଧାର୍ଥକୁ ଅନେଇ ପଚାରିଛି । ସତରେ ନା ମୋ ସାଙ୍ଗରେ ମଜା କରୁଛ ।   ସିଦ୍ଧାର୍ଥ କହିଛି ନାହିଁ ସତରେ । ଧରିତ୍ରୀ କିଛିନକହି ମୁହଁ ତଳକୁ କରି ହଁ ଭରି ସେଠାରୁ ପଳେଇଛି । ଏ କଥାରେ ସିଦ୍ଧାର୍ଥର ମନ ପୁରାପୁରି ପୁରି ଯାଇଛି । ହେଲେ ଧରିତ୍ରୀର ଆନନ୍ଦ କିଏ ବା କହିବ । ମନ ଖୋଜୁଥିଲା ଯାହା ଦଇବ ଦେଲା ସେଇଆ । କ୍ଲାସ୍ ସରିବା ପରେପରେ ସାଙ୍ଗେସାଙ୍ଗେ ଧରିତ୍ରୀ ହଷ୍ଟେଲ୍ କୁ ପଳେଇଛି । ଖଟ ଉପରେ ଆଗ ଗଡିଯାଇଛି । ମନେମନେ ବହୁତ ଖୁସି ଯେ ସେ କାଲି ସିଦ୍ଧାର୍ଥ ସହିତ ବୁଲିବାକୁ ଯିବ । ସେହିଠାରୁ ତା ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଏକ ଯୁଗ ପରି ଲାଗିଛି । 
     କଥାରେ ଅଛି ପ୍ରେମରେ ପ୍ରତୀକ୍ଷାର ପ୍ରକୋପ ପ୍ରଳାୟାତୀତ ଭାବେ ପ୍ରାଣକୁ ଆଘାତ କରେ । ଏ ପୁଣି ତା ଜୀବନ ର ନୈସର୍ଗିକ ଆଉ ପ୍ରଥମ ପ୍ରେମ । ଜୀବନସାଥୀ କରିନେବାର ଆଶା ଆଉ ଆକା„ାରେ ସେ ଆଜି ତା ମନ ଆଉ ଆତ୍ମାରେ ନିଜକୁ ସଜେଇ ସାରିଲାଣି । ତା ମନ ଆଜି ଆବୋଲକରା । ତା ହିଆ ଆଜି ହମହମ । ତା ଆତ୍ମା ଆଜି ଆହ୍ଲାଦିତ । କେମିତି କାଲି ସକାଳ ହେବ । ରାତିରେ ସେତେଭଲ ନିଦ ଆସିନି ଏକ ଅବିରାମ ଅସ୍ଥିରତାରେ । ସଂସାରରେ ସବୁ ଜିନିଷକୁ କିଛିକ୍ଷଣ ରୋକାଯାଇପାରେ ଅବା ତା ଗତିକୁ ବାଧା ଦିଆଯାଇପାରେ । ମାତ୍ର କାହା ର ବି ଶକ୍ତି ନାହିଁ ସମୟ କୁ ରୋକି ପାରିବ ଅବା ନିଜ ଇଚ୍ଛାରେ ଏହାର ଦିଗ ପରିବର୍ତ୍ତନ କରି   ପାରିବ । ସେ ଅବିନାଶୀ, ଅଚଳ, ଅସ୍ଥିର, ଅନିବାରିତ, ଅପ୍ରତିହତ ଓ ଅତୁଟ । ତେଣୁ ସେ ତାର  ସ୍ୱୀୟ ଶୈଳୀରେ ଆଗେଇଚାଲି ପ୍ରାତକାଳରେ ପ୍ରାଣ ଭରିଦେଇଛି । ଧରିତ୍ରୀ ତରତର ହୋଇ ଉଠିପଡି ସ୍ନାନ ସାରି ନିଜକୁ ସଜେଇବାରେ ଲାଗିଛି । ରମ୍ଭା ମେନକା ଭଳି                                            ନିଜର ରୂପରେ ଭରିବାକୁ ଚେଷ୍ଟା କରିଛି କାମଦେବର ଆକର୍ଷଣ । ସେ ଚାହେଁ ସିଦ୍ଧାର୍ଥର ନୀରବତାକୁ ଭାଙ୍ଗିବାକୁ । ତାର ବିଶ୍ୱାମିତ୍ର ପଣିଆକୁ ବଦଳେଇବାକୁ । ଆଖି ଓଠ ଆଉ କାନର ସାଜସଜାରେ ଭରି ଦେଇଛି ସେ ଅପୂର୍ବ ଆକର୍ଷଣ । ଗୋଟିଏ ମର୍ଯ୍ୟାଦାବନ୍ତ ଘରର ଆତ୍ମଜା ପରି ଆଭୁଷଣର ଆଢୁଆଳରେ ଭରିଦେଇଛି ଅନ୍ୟ ପ୍ରତି ଆବିଗ୍ନ । ନିଜ ମନର ମହୁଲକୁ ଆଚ୍ଛାଦିତ କରିଛି ପ୍ରିତୀର ସ୍ନିଗଧତାରେ । ଆସ୍ୟରେ ତା ଭରି ଦେଇଛି ଆକର୍ଷଣର ଆସବ । ସତେଯେମିତି ସବୁ ସ୍ୱପ୍ନକୁ ଆଜି ସେ ସାକାର କରିଦେବ । 
      ସିଦ୍ଧାର୍ଥର ହାତ ଧରି ତାକୁ ଗେଲ କରି ତାକୁ ନିଜ ଛାତି ଆଡକୁ ଟାଣିଧରିବ । ସମୟ ଆସି ୭ଟାରେ ଉପନୀତ । ସିଦ୍ଧାର୍ଥ ତେଣେ ନିଜ ମୋଟର ସାଇକେଲ୍‌ଟି ଧରି ହଷ୍ଟେଲ୍‌ର ଗେଟ୍ ପାଖରେ ଛିଡା । ମନରେ ଅଜସ୍ର ଅସ୍ଫୁରନ୍ତା ସ୍ୱପ୍ନକୁ ନେଇ ଆଗେଇ ଚାଲିଛି ଧରିତ୍ରୀ ସିଦ୍ଧାର୍ଥ ପାଖକୁ । ସିଦ୍ଧାର୍ଥ ଦେଖି ଦେଲାପରେ କିଛିକ୍ଷଣ ହତବାକ୍ ହୋଇଯାଇଛି । ସ୍ମିତହସରେ କରିଛି ସ୍ୱାଗତ । ହସି ଦେଇଛି ଧରିତ୍ରୀ । ସିଦ୍ଧାର୍ଥ କିଛି ନକହି ମଟର ସାଇକେଲ୍ ସ୍ଟାର୍ଟ କରିଛି ଓ ଧରିତ୍ରୀ ଯାଇ ବସିପଡିଛି ତା ପଛରେ । ତେଣେ  ଜମିଲ୍ ତା ମଟର ସାଇକେଲ୍ ଧରି କଲେଜ୍‌ର ମେନ୍ ଗେଟ୍ ରେ ଅପେକ୍ଷା କରି ରହିଥାଏ । ମେନ୍ ଗେଟ୍ ରେ ଦେଖା ହେଲା ପରେ ପରସ୍ପର ମିଳାମିଶା । ଜମିଲ୍ କହିଛି ମୁଁ ଆଗେ ଆଗେ ଯାଉଛି ତୁମେ ମୋ ପଛେପଛେ ଆସ । ଭୂବନେଶ୍ୱର ସହର ଡେଇଁ ଯାଇଛି । ପିପିଲି ଠାରୁ କୋଣାର୍କ ରାସ୍ତାରେ ମଟର ସାଇକେଲ୍ ପ୍ରବେଶ କରିଛି । ସେ ପର୍ଯ୍ୟନ୍ତ ସିଦ୍ଧାର୍ଥ କିମ୍ବା ଧରିତ୍ରୀ କୈାଣସି ରୋମାଣ୍ଟିକ କଥା ହୋଇ ନଥାନ୍ତି । ଧରିତ୍ରୀ ଦେଖୁଥାଏ ଅନେକ ବାଇକ୍ ରେ ତାଙ୍କରି ଭଳି ପୁଅଝିଅ ସେହି କୋଣାର୍କ ରାସ୍ତାରେ ଯାଉଥାନ୍ତି । 
     ହେଲେ ତାଙ୍କ ଭିତରେ ନୁତନତ୍ତ୍ୱ ହେଲା ପଛରେ ବସିଥିବା ଝିଅଟି ମୁହଁରେ ତାର ଚୁନୁରିକୁ ଏପରି ଘୋଡାଇ ଦେଇଥାଏ ଯେ କେବଳ ମୁହଁର ଆଖି ଦୁଇଟା ଛଡା ଆଉ କିଛି ଦେଖାଯାଉ ନଥାଏ । ଆଉ ଝିଅଟି ପୁଅକୁ ଜୋରରେ କୁଣ୍ଢେଇ ଜାବୁଡି ଧରିଥାଏ । ଏହାର ଅର୍ଥ ଧରିତ୍ରୀକୁ ଟିକେ ବ୍ୟଥିତ କରୁଥାଏ । ଏମାନେ କଣ କିଛି ଭୂଲ୍ କରିବାକୁ ଯାଉଛନ୍ତି ନା କଣ? ନା ଏମାନଙ୍କମୁହଁକୁ ଏ ଜଗତ ଦେଖିଦେଲେ ଏମାନଙ୍କ ଚରିତ୍ରରେ ଦାଗ ଲଗେଇଦେବ? ଆରେ ସମ୍ପର୍କ ଯଦି ପବିତ୍ରପୂଣ୍ୟତୟା ତେବେ କିଏ ବା କାହିଁକି  ତୁମକୁ ଖରାପ ଭାବିବ । ବୋଧହୁଏ ଏମାନଙ୍କର ସମ୍ପର୍କ ହିଁ ଅପବିତ୍ର । ଏମାନେ କେବଳ ଶାରିରୀକ ଖୁସି ମନେଇବା ପାଇଁ ଏତେ କ୍ଷିପ୍ରଗତିରେ ବୁଲିବାକୁ ଯାଉଛନ୍ତି । ହେଲେ ଏ ସେ ସମ୍ପର୍କ ଗଙ୍ଗାଜଳ ଭଳି ପବିତ୍ର ଥାଇ ମଧ୍ୟ ମୁଁ କାହିଁକି  ସିଦ୍ଧାର୍ଥକୁ ଜାବୁଡି ଧରି ପାରୁନି । ଧରିବାତ ଦୂରର କଥା ତାର ସାହାସ ମଧ୍ୟ କାହିଁ ହେଉନି ।         କାଳେ ସିଦ୍ଧାର୍ଥ ଖରାପ ଭାବିବ । 
     ତଥାପି ଏ ବୟସର ରୁଧିର ର ସେ ଯେଉଁ ବାତୁଳତା କିଏ ବା ବାଧା ଦେଇପାରିବ? ମଝିରେ ମଝିରେ କାମଦେବଙ୍କ ଯାଦୁ ମଧ୍ୟ ତା ଶରୀର କୁ ଛୁଇଁ ଯାଉଛି । ଆଉ ସମ୍ଭାଳି ପାରିନି । ଧୀରେ କିନା ସିଦ୍ଧାର୍ଥର ପିଠିରେ ନିଜର ଛାତିକୁ ଲଗେଇଦେଇ ଆଉଜି ପଡିଛି । ସତେଯେପରି ତା ଶରୀର ନିସ୍ତେଜ । ଜୀବନର ଚରମ ଶାନ୍ତି ଓ ସୁଖ ସେ ସେମିତି ଆଉଜିବାରେ ଅନୁଭବ କରିଛି । ପଚାରିଛି ତୁମେ କିଛି କହୁନ କାହିଁକି? ସିଦ୍ଧାର୍ଥ କହିଛ ଆଜି ଏ ସକାଳ ଯେତିକି ସୁନ୍ଦର ନ ଲାଗୁଛି ତୁମେ ତା’ଠାରୁ ଆହୁରି ସୁନ୍ଦର ଲାଗୁଛ । କେଉଁ ପ୍ରେମିକା ନିଜ ପ୍ରେମିକଠାରୁ ନିଜ ସୁନ୍ଦରତାର ପ୍ରଶଂସା ନଚାହେଁ ଯେ । ଏତିକି ଶୁଣିବା କ୍ଷଣି ଧରିତ୍ରୀ ନିଜକୁ ଆହୁରି ଅସଂଜତ ମନେକରି ସିଦ୍ଧାର୍ଥର ପିଠିକୁ ହାତରେ ଟିକେ ଥାପୁଡି ଦେଇଛି ।  ଏହିପରି କଥା ବାର୍ତ୍ତା ହେଉହେଉ କୋଣାର୍କ ବେଳାଭୂମିରେ ପହଞ୍ôଚଛନ୍ତି । ଜମିଲ୍ ଗାଡି ରଖିଦେଇ ସମସ୍ତଙ୍କୁ କହିଛି ଚାଲ ଆଗ ଇଟିଲି ଘୂଗୁନି ଜଳଖିଆ କରିଦେବା । ତିନିଜଣ ଯାକ  ସେଇଠି ବହୁତ ଖୁସିରେ ଜଳଖିଆ ଖାଇ ଦେଇ ସମୁଦ୍ର ବେଳାଭୂମିରେ ବସିବାକୁ ଯାଇଛନ୍ତି । 
      ଜମିଲ୍ ଜାଣିଶୁଣି ଦୂରରେ ରହି ସମୁଦ୍ରରଭୀମକାନ୍ତ ରୂପକୁ ଉପଭୋଗ କରି ବାଲିଗେରେଡା ଗୋଟେଇ ବାରେ ସମୟ ବିତଉଥାଏ । ତେଣେ ସିଦ୍ଧାର୍ଥ ଆଉ ଧରିତ୍ରୀ ଦୁଇଜଣ ବେଳାଭୂମି ଉପରେ ବସି ସମୁଦ୍ର ବିଷୟରେ କଥା ହେଉଥାନ୍ତି । ସିଦ୍ଧାର୍ଥର କଥାରେ ଆଦ୍ୟୈ ରୋମାଣ୍ଟିକ୍ ପଣ ନଥାଏ । ଧରିତ୍ରୀର ଭାରିଇଚ୍ଛା ସେ ତା କୋଳରେ ଟିକେ ମୁଣ୍ଡ ଦେଇ ଶୁଅନ୍ତା ନି । ହେଲେ ସିଦ୍ଧାର୍ଥର ସେମିତି କିଛି ବି ନାହିଁ । ବାସ୍ ସିଦ୍ଧାର୍ଥ ଧରିତ୍ରୀର ମୁଣ୍ଡର ଚୁଟିରେ ଅକସ୍ମାତ ଲାଗିଥିବା ଅଳିଆକୁ କାଢିଛି । ଧରିତ୍ରୀ  ମଧ୍ୟ ଚାହେଁ ସିଦ୍ଧାର୍ଥ ଥରେ ତ କହୁ ଆଇ.ଲଭ.ୟୁ  ବୋଲି । ହେଲେ ସ୍ଥିତପ୍ରଜ୍ଞର ଆଢୁଆଳରେ ସତେ ଯେମିତି ସିଦ୍ଧାର୍ଥ ନିଜକୁ ସ୍ଥାପିତ କରିଛି । ହେଲେ ଥଟ୍ଟା ତାମାସାରେ ସମୟ ଗଡିଯାଇଛି । ଜମିଲ୍ କହିଛି ହଉ ଚାଲ ଯିବା କୋଣାର୍କ ମନ୍ଦିର । 
     ତିନିଜଣ ଯାକ ମନ୍ଦିରରେ ବୁଲିଛନ୍ତି । ଫଟୋ ଉଠାଇଛନ୍ତି । ହେଲେ ଧରିତ୍ରୀ ରାତିରେ ଭାବିଥିବା ସମସ୍ତ ଭାବନା ସେମିତି ରହିଯାଇଛି । ନାହିଁ ତା ପ୍ରତି ସିଦ୍ଧାର୍ଥର ସେ କାମୁକତା ର ଆକର୍ଷଣ ଆଉ ସେ ଯୁବାବସ୍ଥାର ଉନ୍ମାଦନା । ଯତ୍ନଶୀଳ ସାଙ୍ଗଟିଏ ପରି ହୃଦୟରେ ଅଜସ୍ର ଭଲପାଇବାଟାକୁ ସାଇତି ରଖି ସତେଯେମିତି ସେ ଧରିତ୍ରୀର ପବିତ୍ରତାକୁ ବଜାୟ ରଖିବାକୁ ଚାହେଁ । ଧରିତ୍ରୀ, ସିଧାର୍ଥର ଏଭଳି ବ୍ୟବହାର ଦେଖି ଆହୁରି ଆଚମ୍ବିତ । ସିଦ୍ଧାର୍ଥ କୁ ଭଗବାନଙ୍କ ସଙ୍ଗେ ସେ ତୁଳନା କରିବସିଛି । ପ୍ରକୃତରେ ଏଭଳି ଜୀବନସାଥୀ ମୁଁ ଆଉ ସାତଜନ୍ମରେ ବି ପାଇପାରିବିନି । ତିନିଜଣ ଆଇସକ୍ରିମ ଖାଇଛନ୍ତି । ଠିକ୍ ଦିନ ଦୁଇଟା ବେଳେ ଧରିତ୍ରୀ ସିଦ୍ଧାର୍ଥକୁ କହିଛି ତୁମେ ମୋତେ ଗୋଟେ କିଛି ଅଭୂଲା ସ୍ମୃତି ଏଠି ଦିଅନା? ସିଦ୍ଧାର୍ଥ କହିଛି ତମେ ଦଉନ । ଧରିତ୍ରୀ କହିଛି  ମୁଁ କିଛି କରିପାରିବିନି କିମ୍ବା ମୋ ପାଖରେ ସେମିତି କିଛି ନାହିଁ । ତୁମ ପାଖରେ କଣ ନାହିଁ । ସଂସାରର ସମସ୍ତ ସୁନ୍ଦରତା ସମସ୍ତ ସ୍ନେହ ମମତାକୁ ବୋଧେ ଭଗବାନ ତମ ଭିତରେ ଭର୍ତ୍ତି କରି ଦେଇଛନ୍ତି । ନାହିଁ କଣ, ବାସ୍ ହୃଦୟର ପ୍ରଶସ୍ତତା ଓ ମନ ଆକାଶ ପରି ଦରକାର । ଧରିତ୍ରୀ ଆଉ କିଛି ନକହି ସିଦ୍ଧାର୍ଥର ମୁହଁକୁ ଟିକେ ନିଜ ହାତରେ ଆଉଁସି ଆଣିଛି । କହିଛି ତୁମେ ବହୁତ ଭଲ । ତମ ଭଳି ମୁଁ କେବେ ବି ଭଲ ହୋଇପାରିବିନି । 
     ଜମିଲ୍ ଡାକ ପକେଇଛି । ହଉ ବେଳ ହେଲା ଚାଲ ଫେରିଯିବା । ସମସ୍ତେ ପୁଣି ଆସି ଦିନ ୪ଟା ବେଳେ ନିଜ ହଷ୍ଟେଲ୍ ରେ ପହଞ୍ôଚଛନ୍ତି ଏବଂ ଜମିଲ୍ ବାଟରୁ ହିଁ ପିପିଲି ବାଟ ଦେଇ ତାଙ୍କ ଘରକୁ ପଳେଇଛି । ସିଦ୍ଧାର୍ଥ, ଧରିତ୍ରୀକୁ ନେଇ ତା ହଷ୍ଟେଲ୍ ର ଗେଟ୍ ପାଖରେ ଛାଡି ଦେଇ ଆସିଛି । ସେଦିନର ସ୍ମୃତିକୁ ଧରିତ୍ରୀ ରାତିଯାକ ସାଉଁଟିଛି ହେଲେ ସେ ସିଦ୍ଧାର୍ଥର କାମଶୂନ୍ୟ ଆଚରଣରେ ହୋଇଯାଇଛି ଆଚମ୍ବିତ । ପରେପରେ ମନରେ ପଶିଆସିଛି ପରୀକ୍ଷାର ଚିନ୍ତା ଆଉ ସେମିନାର । ପଢାପଢି ସହିତ ମୋନା, ରାଘବ, ରୋହିତ ଆଉ ଜିତୁ ସହିତ ମିଶି ମାର୍ଚ୍ଚ ୩୦ରେ ଅନୁଷ୍ଠିତ ହେବାକୁ ଥିବା ସେମିନାର କାର୍ଯ୍ୟରେ ଲାଗିପଡିଲେ । ଏହି ପାଞ୍ଚଜଣ ସେହି ଅନୁସାରେ ଲାଗିପଡିଲେ । ସେମିନାର ପନ୍ଦର ଦିନ ପୂର୍ବରୁ ଅନ୍ୟ କଲେଜ୍ ମାନଙ୍କରୁ ଏ ମାନଙ୍କୁ ମାତ୍ର ପାଞ୍ଚଟି ସନ୍ଦର୍ଭ ହସ୍ତଗତ ହେଲା ଆଉ ନିଜ କଲେଜ୍‌ରୁ ପାଞ୍ଚଟି । ଏହି ପରି ସର୍ବମୋଟ ଦଶଟି ସନ୍ଦର୍ଭରୁ ଲେକ୍‌ଚରଙ୍କ ସହିତ ଆଲୋଚନା କରି ମାତ୍ର ଆଠଟି ସନ୍ଦର୍ଭ ପ୍ରେଜେଣ୍ଟସନ୍ ପାଇଁ ସିଦ୍ଧାନ୍ତ କଲେ  ଓ ସମସ୍ତଙ୍କୁ ସେହି ଅନୁସାରେ ଚିଠି ପ୍ରେରଣ କଲେ । ଯେଉଁମାନେ ଏହି ସେମିନାରରେ ଭାଗନେଲେ ସେମାନେ ଅବଶ୍ୟ ଅନେକ କଥା ଏହି ଇଣ୍ଟିଗ୍ରେଟେଡ୍ ଚିପସ୍ ଉପରେ ଜାଣିଲେ ମାତ୍ର ସବୁ କେବଳ ଛବିରେ ହେଲେ ହାତରେ ସେଗୁଡିକ ଧରିକି ନୁହେଁ ଯାହା ଇଂଞ୍ଜିନିୟରିଂ ଶିକ୍ଷାର ପ୍ରଥମ ବୈଶିଷ୍ଟ୍ୟ । ଧରିତ୍ରୀ ଦେଖୁଥାଏ କଲେଜ୍‌ର ସବୁ ବିଭାଗରେ ଏହିପରି ସେମିନାର  ଚାଲିଲା । 
     ଏକ ଅନନ୍ୟ ପରିବେଶ ଭଳି ପିଲାମାନଙ୍କ ମଧ୍ୟରୁ ଯେଉଁମାନେ ଆଗ୍ରହୀ ବା ମନଦେଲେ ସେହିମାନେ କିଛି ଶିଖିଲେ ହେଲେ ବହୁତ ପିଲା ଏହି ସେମିନାରକୁ ଏକ ଉପଭୋଗ କରିବାର ବଡ ପ୍ଲାଟଫର୍ମ ମଧ୍ୟ ଧରି ନେଲେ । ବାସ୍ ମଜା କରିକରି ଦିନ କାଟି ବାରେ ଲାଗିଲେ । ସେମିନାରଋତୁ ସରିସରି ଆସିଲା ବେଳକୁ ପ୍ରତିବର୍ଷ ଭଳି ଏ ବର୍ଷ ବି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଯେଉଁଥିରେ ବି ତୃତୀୟ ବର୍ଷର ପିଲାମାନେ ଦ୍ୱିତୀୟ ବର୍ଷର ପିଲାମାନଙ୍କ ସହିତ ମିଶି ଆୟୋଜନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ପୁଅଝିଅ ମାନେ ନିଜ ନିଜର ଅନ୍ତର୍ନିହିତ କଳା ପ୍ରଦର୍ଶନ କରିଥିଲେ ଯେଉଁଥିରେ କି ଆମେମାନେ କେତେ ଆଧୁନିକତାର ବଳୟ ଭିତରେ ଛନ୍ଦି ହୋଇ ଗଲେଣି ତାହା ଧରିତ୍ରୀ ପୁରା ଅନୁଭବ କରିଥିଲା । 
     ଆଧୁନିକ ଗୀତନାଚର ଆସରରେ ଫାଟି ପଡିଥିଲା କଲେଜ୍‌ରେ ନିର୍ମିତ ପେଣ୍ଡାଲ୍ । ଫିଲ୍ମିରେ ଅଭିନୟ କରୁଥିବା ହିରୋଇନ୍ ଆଉ ନୃତ୍ୟାଙ୍ଗନା ମାନଙ୍କଠାରୁ ଆମ କଲେଜ୍ ଝିଅମାନଙ୍କର ନାଚ କେଉଁ ଗୁଣରେ କମ୍ ନଥିଲା । ସତେଯେପରି ଏ ପରିବେଶରେ ପୁଅଝିଅ ମଧ୍ୟରେ କୈାଣସି ପାର୍ଥକ୍ୟ ହିଁ ନାହିଁ । ତା ପରେପରେ କିଛିଦିନ ଅନ୍ତରାଳରେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଥାଏ । ତେଣୁ ଯେଉଁମାନେ ପଢାପଢି କରିବା କଥା ପଢାପଢିରେ ଲାଗିପଡିଲେ । ଆଉ ଯେଉଁମାନେ ବୁଲିବା କଥା ସେମାନେ ସେମିତି ବୁଲିକରି ମଜା ଲୁଟି ଚାଲିଲେ ।
      ତେଣେ କିନ୍ତୁ ଇରଫାନ୍ ବାବୁ ଙ୍କ କହିବା ମୁତାବକ ଜମିଲ୍ ଯାଇ ପ୍ରତିଦିନ ଦ୍ୱିପ୍ରହରରେ କଲେଜ୍‌ରେ କ୍ଲାସ୍ ଶେଷହେବା ମାତ୍ରେ ହୋଟେଲ୍ ରେ ଗଣ୍ଡେ ଖାଇଦେଇ ଗ୍ୟାରେଜ୍ ରେ କାମଦେଖି ଶିଖିବାରେ ଲାଗିଗଲା । ଗ୍ୟାରେଜ୍‌ଟି ଅବସ୍ଥିତ ବମିଖାଲରେ । କଟକ-ପୁରୀ ମୂଖ୍ୟରାସ୍ତା  ନିକଟରେ ଅବସ୍ଥିତ । ଗ୍ୟାରେଜ୍‌ଟି ବହୁତ ବଡ । ସେଥିରେ ଅନୁନ୍ୟ କୋଡିଏ ଜଣ ମେକାନିକ୍ କାମ କରୁଥାନ୍ତି । ଦୁଇ ଚକିଆଠାରୁ ଆରମ୍ଭ କରି ଦଶଚକିଆ ଗାଡି ପର୍ଯ୍ୟନ୍ତ ସମସ୍ତଙ୍କର ଇଞ୍ଜିନ୍ କାମ ଚାଲିଥାଏ । ଇରଫାନ୍ ବାବୁଙ୍କ ଉପଦେଶ କ୍ରମେ ଜମିଲ୍ ପ୍ରତ୍ୟେକ ଇଞ୍ଜିନ୍‌ରେ ଥିବା ଗିଅର୍ ପିନିଅନ୍ ଓ ହୁଇଲ୍ ଗୁଡିକୁ ଭଲ ଭାବରେ ଦେଖୁଥାଏ ଓ ତା ବିଷୟରେ ସମସ୍ତ ତଥ୍ୟ ନିଜ ଡାଏରୀରେ ଲେଖୁଥାଏ । ଆଉ ସ୍ୱତନ୍ତ୍ର ଭାବେ ବାଇକ୍ ମାନଙ୍କରେ ବ୍ୟବହୃତ ହେଉଥିବା ଗିଅର୍ ପିନିଅନ୍ ଓ ହୁଇଲ୍ ବିଷୟରେ ଭଲଭାବରେ ଜ୍ଞାନ ଆହରଣ କରୁଥାଏ । ପ୍ରତି ରବିବାର ସେ ଇରଫାନ୍ ବାବୁଙ୍କ ଘରକୁ ଯାଇ ଦୁଇଘଣ୍ଟା ପର୍ଯ୍ୟନ୍ତ ସେ ବୁଝିପାରିଥିବା ସମସ୍ତ କଥାକୁ ତାଙ୍କ ଆଗରେ ପ୍ରକାଶ କରେ । ଇରଫାନ ବାବୁ ସବୁ ମନ ଦେଇ ଶୁଣନ୍ତି ଏବଂ ତାଙ୍କ ଘରେ ନିର୍ମିତ ଛୋଟ ଓା୍ୱର୍କସପରେ ଅନେକ ନୂଆ କଥା ମଧ୍ୟ ଆଲୋଚନା କରନ୍ତି । 
     ଇରଫାନ୍ ବାବୁଙ୍କ ବୃତ୍ତ ତ୍ତେହଉଛି ଅନନ୍ୟ । ଚାରିତ୍ରିକ ଭୂଷଣରେ ସେ ହେଉଛନ୍ତି ସ୍ୱତନ୍ତ୍ର । ଅହଙ୍କାର ଶୂନ୍ୟ, ଛନ୍ଦକପଟ ରହିତ ମଣିଷ ଟିଏ । ସର୍ବଧର୍ମକୁ ଏକାପରି ମନେ କରୁଥିବାକରୁଥିବା ବିଷାଳ ହୃଦୟଧାରୀ ଅମାୟୀକ ମଣିଷଟିଏ । ମୁସଲମାନ୍ ଧର୍ମରେ ସିନା ଜନ୍ମ ହଲେ ମାନବଧର୍ମ ରେ ଦୀକ୍ଷିତ । ସେ କେଉଁ ଧର୍ମରେ କିଛି ବି ପ୍ରଭେଦ ଅନୁଭବ କରିନାହାନ୍ତି । ଦେଶ ମାତୃକା ପାଇଁ କିଛି କରିଯିବା ତାଙ୍କ ଜୀବନର ଏକ ବୈଶିଷ୍ଟ୍ୟ । ଅନ୍ୟକୁ ସାହାଯ୍ୟ କରିବା ତାଙ୍କ ରକ୍ତର ଏକ ଜନ୍ମଗତ ଗୁଣ । ଅଟୋମେବାଇଲ୍ ଇଞ୍ଜିନିୟରିଂରେ ଏମ.ଟେକ୍‌. ପୁଣି ଭଲ ସରକାରୀ ଚାକିରୀଟିଏ ହେଲେ ସେଥିପ୍ରତି ତାଙ୍କ ମନରେ ନାହିଁ ଅହମିକା । ନିଜ ଆଖପାଖର ସମସ୍ତଙ୍କ ପାଖରେ ବହୁତ ଆଦରର ମଣିଷ ଜଣେ । ଯେଉଁ ଘରେ ବି ସେ ଓଡିଶାରେ ଭଡାନେଇ ରହିଛନ୍ତି ତାର ଆଖପାଖ ଲୋକମାନଙ୍କର ଭାରି ସ୍ନେହର ମଣିଷ । ତାଙ୍କ ଚାଲିଚଳନ ହାବଭାବରୁ କୈାଣସି ଧର୍ମବାଦର େମୈାଳବାଦୀ ଚିନ୍ତାଧାରା ଆଦୈାୟ ପ୍ରତୀୟମାନ ହୁଏନି । ତାଙ୍କ ବିଚାରରେ ଭଗବାନଙ୍କ ସୃଷ୍ଟିରେ ମାନବ ଗୋଟିଏ ଆଉ ମାନବ ଧର୍ମ ହେଉଛି ଗୋଟିଏ । ଖାଲି ରାସ୍ତା ହେଉଛି ଭିନ୍ନ । ଆଉ ସବୁ ଧର୍ମର ଲକ୍ଷ ମଧ୍ୟ ଏକ । ଯେଉଁଠି ରୁହନ୍ତି ଆଉ ଯାହା ସହିତ ରୁହନ୍ତି ନିଜକୁ ତାରି ପରି ସମ୍ପୂର୍ଣ୍ଣ ନିଜକୁ ଢାଳିବାକୁ ଚେଷ୍ଟା କରନ୍ତି । ସବୁଠାରୁ ତାଙ୍କ ଚରିତ୍ରର ନିଆରା ଗୁଣ ହେଲା ସମାଜର ମଙ୍ଗଳ ପାଇଁ କିଛି କାମ କରିଯିବା । ସେଥିପାଇଁ ସେ ତାଙ୍କ ଜିବନରେ ଅନେକ କିଛି କରିଛନ୍ତି । 
      ଦରଦୀ ବନ୍ଧୁଙ୍କ ଭଳି ସେ ସମସ୍ତଙ୍କର ଜଣେ ଅତି ପ୍ରିୟ ମଣିଷ । ଇଞ୍ଜିନିୟରିଂ ଶିକ୍ଷାର ସର୍ବୋଚ ଶିଖରରେ ପହଞ୍ôଚ ମଧ୍ୟ ସେ ଆଜି ଦେଶର ଆଇ.ଆଇ.ଟି, ଏନ.ଆଇ.ଟି ଓ ଅଳ୍ପ କେତେକ ହାତଗଣତି ଇଞ୍ଜିନିୟରିଂ କଲେଜ୍‌ର ଶିକ୍ଷା ବ୍ୟବସ୍ଥାକୁ ଛାଡିଦେଲେ ଆଉ ସବୁ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନର ଲକ୍ଷ୍ୟ, ପରିପାଟି ରେ ସେ ପୁରାପୁରୀ ମର୍ମାହତ । ସବୁବେଳେ ସେହି କଲେଜ୍‌ରେ ପଢୁଥିବା ପିଲା ମାନଙ୍କ ବିଷୟରେ ଭାବନ୍ତି । ଏ ସମାଜର ପର ଇଞ୍ଜିନିୟରିଂ ପିଢୀ ବିଷୟରେ ଭାବନ୍ତି । ସେ ଦେଖୁଛନ୍ତି ପ୍ରତି ବର୍ଷ ଭାରତ ବର୍ଷରେ ଇଞ୍ଜିନିୟର୍ ମାନଙ୍କର ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି ଯେଉଁମାନଙ୍କ ଭିତରୁ ଅନେକ କେବଳ କାଗଜ ରୂପକ ସାର୍ଟିପିକେଟ୍ ରେ ଡିଗ୍ରୀ ଇଞ୍ଜିନିୟର ଛଡା ଆଉ କିଛି ନୁହେଁ । ସେମାନେ ଇଞ୍ଜିନୟରିଂ ପାଠପଢାରେ ମୂଳ ଉଦ୍ଦେଶ୍ୟ ଓ ଲକ୍ଷ କଣ ଜାଣନ୍ତି ନାହିଁ । ଆଜିର ସମାଜରେ ଧାନାଢ୍ୟ ବାପାମାଆ ମାନେ ବି ନିଜର ସାମାଜିକ ପ୍ରତିଷ୍ଠା ପାଇଁ ନିଜ ସନ୍ତାନସନ୍ତତିକୁ ମୋଟା ଅଙ୍କ ଦେଇ ଇଞ୍ଜିନିୟରିଂ କଲେଜ୍‌ରେ ଆଡମିଶନ୍ କରି ଚାରି ବର୍ଷ ପରେ ନିଜ ପୂଅ ଓ ଝିଅ ମାନଙ୍କୁ ଇଞ୍ଜିନିୟର ବୋଲି ଡେଙ୍ଗୁରା  ପିଟି ବାରେ ମଧ୍ୟ ଦ୍ୱିଧା କରୁନାହାନ୍ତି । ହେଲେ ଇଞ୍ଜିନିୟରିଂ ଶିକ୍ଷାର ସେ ମୈାଳିକତା ଆଜି ଧ୍ୱ୍ୱସ୍ତ । ନାହିଁ ତାର ଆଜି ପ୍ରାକୃତିକ ବୈଶିଷ୍ଟ୍ୟ । ନାହିଁ ତାର ନିଜସ୍ୱ ଅବୟବ । 
      ସେ ଅନେକ ଇଞ୍ଜିନିୟରିଂ କଲେଜକୁ ଗେଷ୍ଟ୍ ଲେକ୍‌ଚର ହୋଇ ଯେତେବେଳେ ପଢେଇବାକୁ ଯାଆନ୍ତି କଲେଜ୍‌ର ପିଲାମାନଙ୍କର ହାବଭାବ, ଚାଲିଚଳନ ଓ କଲେଜ୍‌ରେ ଥିବା ଇଞ୍ଜିନିୟରିଂ ଶିକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମିରେ ମଧ୍ୟ ସେ ବହୁତ ଦୁଃଖ ଅନୁଭବ କରନ୍ତି । ସାଧାରଣତଃ ସରକାରୀ ଚାକିରୀଆ ମାନେ କୈାଣସି ପାର୍ଟଟାଇମ୍ ଜବ୍ ମିଳିଗଲେ ସେଇଟାକୁ ସେମାନେ ଏକ ରୋଜଗାର ର ମାଧ୍ୟମ ବୋଲି ଧରି ନେଇଥାନ୍ତି ହେଲେ ଇରଫାନ୍ ବାବୁଙ୍କ ପାଖରେ ଏ ଚିନ୍ତାଧାରାଟି ସମ୍ପୂର୍ଣ୍ଣ ଭିନ୍ନ । ସେ କେବେ ବି ଟଙ୍କା କମେଇବା ଲକ୍ଷ ନେଇ େକୈାଣସି ଇଞ୍ଜିନିୟରିଂ କଲେଜ୍‌କୁ ପାଠ ପଢେଇବାକୁ ଯାଆନ୍ତିନି । ବାସ୍ ସେ ଏଇଥିପାଇଁ ଯାଆନ୍ତି କି ତାଙ୍କ ପାଖରେ ଥିବା ଯେଉଁ ଜ୍ଞାନଗାରିମା ଟିକକ ପର ପୀଢୀକୁ କିପରି ସ୍ଥାନାନ୍ତର ହେଉ । ତାଙ୍କ ପ୍ରଚେଷ୍ଟାରେ କିପରି ଆମ ସମାଜର ପରପିଢୀ ଉନ୍ନତି କରୁ । 
    ସେ ବହୁତ ଜ୍ଞାନୀ । ଅଟୋମେବାଇଲ୍ ଇଞ୍ଜିନିୟରିଂରେ ତାଙ୍କର ଅଗାଧ ପାଣ୍ଡିତ୍ୟ । ସେ ଯେତେବେଳେ କ୍ଲାସ୍ ରେ ପାଠ ପଢାନ୍ତି ପିଲା ମାନେ ବିଚଳିତ ହେବାର ପ୍ରଶ୍ନ ହିଁ ଉଠେନି । ତାଙ୍କ କ୍ଲାସ୍ ଟି ହସଖୁସି ଭରା ଉଦ୍ଦେଶ୍ୟ ସମ୍ବଳିତ କ୍ଲାସ୍ । ତାଙକର ଗୋଟିଏ କ୍ଲାସ୍ ରେ ଅନେକ କଥା ଲୁଚିକରିଥାଏ । ପିଲାଙ୍କ ମନ ଓ ହୃଦୟ ଜିଣିବାରେ ସେ ବି ପାରଙ୍ଗମ । ଯେତେ ଛତରା, ବାଳୁଙ୍ଗା ପିଲାଟେ ହେଉନା କାହିଁକି ଇରଫାନ୍ ବାବୁଙ୍କ ପାଖରେ ଭଗବାନ ଏପରି ଗୁଣ ଭରି ଦେଇଛନ୍ତି ସମସ୍ତଙ୍କର ମୁଣ୍ଡ ଆପେ ଆପେ ତାଙ୍କ ପାଖେ ନଇଁଯାଏ । ସମସ୍ତେ ତାଙ୍କୁ ଭାରି ମାନନ୍ତି ଆଉ ସମ୍ମାନ ମଧ୍ୟ ଦିଅନ୍ତି । ଇଞ୍ଜିନିୟରିଂ କଲେଜ୍‌ର ମ୍ୟାନେଜମେଣ୍ଟ୍ ଆଉ  ମାଲିକ ମାନେ ମଧ୍ୟ ତାଙ୍କୁ ବହୁତ ଆଦର ସହିତ ସମ୍ମାନ ଦିଅନ୍ତି । 
     ସମୟାନୁବର୍ତ୍ତୀ କଣ, ତାଙ୍କଠାରୁ ଶିଖିବା କଥା । ଦାୟୀତ୍ୱବୋଧ ଆଉ ଅତି ଛୋଟଛୋଟ କାମ ପ୍ରତି ତାଙ୍କର ଶ୍ରଦ୍ଧା ଅନ୍ୟମାନଙ୍କୁ ବହୁତ ପ୍ରଭାବିତ କରେ । ତାଙ୍କ କ୍ଲାସ୍ ରେ ସେ ଏଭଳି ମଜା କଥା କହିକହି ପାଠପଢାନ୍ତି ଯେ ଝିଅ ଠାରୁ ପୁଅମାନେ କେବେ ବି ତାଙ୍କ କ୍ଲାସ୍ କୁ ମିସ୍ କରିବାକୁ ଚାହାନ୍ତିନି । ତାଙ୍କର ଅଟେମୋବାଇଲ୍ ସେକ୍ଟରରେ ଭଲ ନାଁ ବି ଅଛି । ସେ ସେହି ଅଟୋମୋବାଇଲ୍ ଇଞ୍ଜିନିୟରିଂ ଟ୍ରେଡରେ ଚାରୋଟି ବହି ମଧ୍ୟ ଲେଖିଛନ୍ତି ଯାହାକୁ କି ଆନ୍ତର୍ଯାତିକ ସ୍ତରରେ ପିଲାମାନେ ପଢନ୍ତି । ତାଙ୍କର କର୍ତ୍ତବ୍ୟନିଷ୍ଠ ସମଦର୍ଶୀଭାବ ତାଙ୍କ ଚତୁଃପାଶ୍ୱର୍ର ସମସ୍ତ ବିଜ୍ଞ, ଅନବିଜ୍ଞ ମାନଙ୍କୁ ତାଙ୍କ ଆଡକୁ ଆକର୍ଷିତ କରେ । ହେଲେ ଆଜି ଆଧୁନିକ ଇଞ୍ଜିନିୟରିଂ ଶିକ୍ଷା ବ୍ୟବସ୍ଥାର ରସାତଳଗାମୀ  ବେଗରେ ସେ ମନେମନେ କଷ୍ଟ ବହୁତ ପାଆନ୍ତି । ମନେମନେ ଭାବନ୍ତି ଏ ସ୍ରୋତକୁ ବର୍ତ୍ତମାନ ରୋକାଯାଇ ପାରିବନି ହେଲେ ଏହାର ଯବନୀକା ଖୁବଶିଘ୍ର । ଇଞ୍ଜିନିୟରିଂ କଲେଜ୍‌ରେ ପିଲାମାନଙ୍କ ମଧ୍ୟରେ ଯେଉଁ ଡିସିପ୍ଲିନ୍‌, ନିଜର କାମ ପ୍ରତି ଯେଉଁ ଲଗନ୍ ତାହା ଆଜି କିଛି ନାହିଁ କହିଲେ ଚଳେ । 
     ଏ ଛତୁ ଫୁଟିଲା ଭଳି ଇଞ୍ଜିନିୟରିଂ କଲେଜ୍ ମାନଙ୍କରେ ମୂଖ୍ୟ ଲକ୍ଷ ହେଉଛି ଟଙ୍କା ରୋଜଗାର କରିବା । ରାତାରାତି କୋଟିପତି ହୋଇଯିବା । ବର୍ତ୍ତମାନର ଜଗତିକରଣ ଦୁନିଆରେ ଶିକ୍ଷାଠାରୁ ଆଉ ଉତ୍ତମ ବଣିଜ କିଛି ନାହିଁ କହିଲେ ଚଳେ । ଆଉ ଉଚ୍ଚ ଶିକ୍ଷାରେ ସବୁଠାରୁ ଲାଭ ଅଧିକ । ତେଣୁ ଶିଳ୍ପପତି ମାନେ ବି ଇଞ୍ଜିନିୟରିଂ କଲେଜ୍ ଖୋଲିବାରେ ବର୍ତ୍ତମାନ ବ୍ୟତିବ୍ୟସ୍ତ । ବାସ୍ ଇଞ୍ଜିନିୟରିଂ କଲେଜ୍ କରିବାକୁ ହେଲେ ଏକ ବିରାଟ ଆଧୁନିକ ଡିଜାଇନ୍‌ର ଅଟ୍ଟାଳିକା ଛିଡା କରି ତାର ଚାରିପାଖର ପରିବେଶକୁ ମନୋରମ କରି, ଇଣ୍ଟରନେଟ୍ ସହିତ ଅନ୍ୟାନ୍ୟ ସୋସିଆଲମେଡିଆରେ କଲେଜ୍‌ର ପ୍ରଚାର ପ୍ରସାର ଅତି ଉଚ୍ଚମାନର ବୋଲି କରି ଦିଅନ୍ତୁ । ବା ମିଠା ପାଖକୁ ପିମ୍ପୁଡିର ଧାର ଛୁଟିଲା ଭଳି ଜେ.ଇ.ଇ. ରେ କ୍ୱାଲିଫାୟ କରିନଥିବା ପିଲାମାନଙ୍କର ଧାର ଛୁଟିବାରେ ଲାଗିବ । 
     ଇଞ୍ଜିନିୟରିଂ କଲେଜ୍‌ର ଭିତରେ କିଛି ନଥାଉ । ନଥାଉ ଲାବ୍ରୋଟେରୀ, ନଥାନ୍ତୁ ଭଲ ପ୍ରଶିକ୍ଷକ ହେଲେ କଲେଜ୍‌ର େଓା୍ୱବସାଇଟ୍ ରେ ଆଠଦଶଜଣ ନାମୀ ପ୍ରଫେସର ଅବା ଲେକ୍‌ଚରଙ୍କ ନାମ ଛାଡିଦିଅନ୍ତି କଲେଜ୍‌ର ଫ୍ୟାକଲ୍ଟି ହିସାବରେ । ତାପରେ ଆଉ କିଛି ଚିନ୍ତା ନାହିଁ । ଗଣମାଧ୍ୟମରେ କଲେଜ୍ ବିଷୟରେ ବଡବଡ ବିଜ୍ଞାପନ ମାନ ପ୍ରକାଶ କରନ୍ତୁ ଆଉ ଯେଉଁଥିରେ ଲେଖାଥିବ ୧୦୦% ପ୍ଲେସମେଣ୍ଟ୍ । ଏହି କଥା ଆଜିର ଅର୍ଦ୍ଧ ମେଧାବୀ ପିଲାମାନଙ୍କର ବାପାମାଆ ମାନଙ୍କ ପାଇଁ ଯଥେଷ୍ଟ । ଏ ସବୁ ସମାଜରେ ଏକ ପ୍ରହେଳିକା ନୁହେଁ ଆଉ କଣ? ଧାନାଢ୍ୟ ଦମ୍ପତ୍ତି ହୁଅନ୍ତୁ  ଅବା ଧନହୀନ ହୁଅନ୍ତୁ ନିଜ ପିଲାକୁ ନେଇ ଏ ଇଞ୍ଜିନିୟରିଂ କଲେଜ୍ ମାନଙ୍କର ପ୍ରହେଳିକାରେ ଅତି ଆରାମରେ ଫସି ଯାଆନ୍ତି । ପୁଅ ଅବା ଝିଅ ତ ନିଶ୍ଚୟ ଚାକିରୀ ପାଇବ । 
      ଯେତେବେଳେ  ବ୍ୟାଙ୍କ୍ ଲୋନ୍ ଦେବାରେ କିଛି ଅସୁବିଧା ନାହିଁ ସେଠି ଏଭଳି ପ୍ରହେଳିକାରେ କିଏ ବା ଆକୃଷ୍ଟ ନ ହେବ । ଅନ୍ୟକଥା ହେଲା ପିଲାମାନଙ୍କ ପାଇଁ ଅନ୍ୟ ବିକଳ୍ପ ମଧ୍ୟ କମ୍ ତେଣୁ 
ସେମାନେ ଏହି ସହଜିଆ ବାଟକୁ ଧରି ନେଇଥାନ୍ତି । ଭାରତର ବିଭିନ୍ନ ଯାଗାରେ ଚାକିରୀ କଲାପରେ ସେ ପ୍ରାୟ ଅନେକ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍‌ରେ ପିଲାଙ୍କୁ ପଢେଇଛନ୍ତି ଆଉ ସବୁ କଲେଜ୍‌ର ଏକାଡେମିକ୍ ଭିତ୍ତିଭୂମି କୁ ସେ ଭଲଭାବରେ ଦେଖିଛନ୍ତି ଆଉ ପରଖିଛନ୍ତି । ଏ ଅନୁଷ୍ଠାନ ଗୁଡିକ କେବଳ ଯେ ଡିଗ୍ରି ଇଞ୍ଜିନିୟରର ସାର୍ଟିଫିକେଟ୍ ଟିଏ ପିଲାମାନଙ୍କୁ ଦେଇପାରିବ ତା ଛଡା ସେମାନଙ୍କୁ ଜଣେ ଲେଖାଏଁ ପ୍ରକୃତ ଇଞ୍ଜିନିୟର କରି ଗଢିପାରିବେ ନାହିଁ  ଏହା  ସୁନିଶ୍ଚିତ । ହଁ ଅଳ୍ପ କେତେଶତାଂଶ ପିଲା ଯେଉଁ ମାନଙ୍କର ସ୍ୱଧ୍ୟବସାୟ ବଳରେ ଏଠୁ ଯାହା ବିଦ୍ୟା ଗ୍ରହଣକରି ପାରିଲେ ମାତ୍ର ସେମାନଙ୍କର ପ୍ରକୃତ ଶିକ୍ଷା ଇଣ୍ଡଷ୍ଟ୍ରି ମାନଙ୍କରେ ହିଁ ହୋଇଥାଏ, ଯେଉଁଠି ସେମାନେ ପୁଣି ଦୁଇତିନିବର୍ଷ ପର୍ଯ୍ୟନ୍ତ କଠୋର ପରିଶ୍ରମ କରନ୍ତି । ନିଜକୁ  ଜଣେଜଣେ ଦକ୍ଷ ଇଞ୍ଜିନିୟର   ଭାବେ ଗଢି ପାରନ୍ତି ନଚେତ ସେ ପିଲାମାନଙ୍କ ମଧ୍ୟରୁ ଅନେକ ଇଣ୍ଡଷ୍ଟ୍ରିରେ ଟିକି ପାରନ୍ତିନିା  ଫେରିଆସନ୍ତି ଜଣେ ବେକାରୀ ଇଞ୍ଜିନିୟରର ଉପାଧି ନେଇ ଗାଁରେ ବୁଲିବାକୁ ଅବା ନିଜ ସହରର ଗଳିକନ୍ଦିରେ ମଜା କରିବାକୁ । ହେଲେ ସେମାନଙ୍କର ଭବିଷ୍ୟତ ମଧ୍ୟ ଭଲ ହୁଏନା । କେଉଁ ମାନେ ବିପଥଗାମୀ ମଧ୍ୟ ହୋଇପଡନ୍ତି ଯାହା ଏବେ ଅନେକ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । କେଉଁଠି ଚୋରି ଡକାୟତି ଗ୍ୟାଙ୍ଗ୍‌ରେ ସାମିଲ୍ ତ ପୁଣି ଆଉ କେଉଁଠି ଅନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଯାଆନ୍ତି ।
     ଇରଫାନ୍ ବାବୁଙ୍କ ତାଙ୍କ ପାଠପଢା କଥା ମନେ ପଡିଲେ ତାଙ୍କୁ ବି ଯେତିକି ଖୁସି ଲାଗେ  ସେତିକି ସେ ସମୟର ପାଠପଢାର େଶୈଳୀ ଉପରେ ସେ ଗର୍ବ କରନ୍ତି । ମନେପଡେ ଯେତେବେଳେ ସେ ଆଜକୁ ପଚିଷ ବର୍ଷ ତଳେ ଉତ୍ତର ପ୍ରଦେଶର ଏକ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଡିପ୍ଲୋମା କରୁଥିଲେ, ସେତେବେଳର ପ୍ରାକ୍ଟିକାଲ । ପ୍ରାକ୍ଟିକାଲ କ୍ଲାସ୍‌ରେ ପ୍ରାକ୍ଟିକାଲ୍ ସେଡ୍‌ରେ କୈାଣସି ଛାତ୍ରକୁ ବସି ରହିବାକୁ ସେ ବିଭାଗର ସୁପରିଟେଣ୍ଡେଟ୍ ଅନୁମତି ଦିଅନ୍ତି ନି । ସମସ୍ତେ ମେସିନ୍ ରେ କିଛି ନା କିଛି କାମ କରିବେ । ସମସ୍ତଙ୍କର ହାତଗୋଡରେ ମେସିନ୍ ର କଳା ଲାଗିବା ନିତ୍ୟାନ୍ତ ଜରୁରୀ । କଳା ନଲାଗିଥିଲେ ସୁପରିଟେଣ୍ଡେଟ୍ ସେ ଛାତ୍ର ଅବା ଛାତ୍ରୀଟିର ସେ ଦିନ ଅନୁପସ୍ଥିତ ବୋଲି ଦର୍ଶାନ୍ତି । 
      ସବୁ ଛାତ୍ରଛାତ୍ରୀଙ୍କ ମନରେ ଯେତିକି ଭୟ ସମସ୍ତେ ସେତିକି ମାତ୍ରାରେ ସ୍ୱୟଂଶାସିତ ମଧ୍ୟ । ହଁ ସେ ସମୟରେ ର‌୍ୟାଗିଙ୍ଗ୍ ବି ବହୁଳ ଭାବରେ ଚାଲିଥାଏ ହେଲେ ପାଠପଢାର ମାନ ଅତୀବ ଉନ୍ନତ । ଯେଉଁଦିନ ପ୍ରାକ୍ଟିକାଲ୍ ଥାଏ ପ୍ରାକ୍ଟିକାଲ୍ କ୍ଲାସ୍ ରେ ଠିଆ ହୋଇ କାମ କରିକରି ସନ୍ଧ୍ୟାବେଳେ ହଷ୍ଟେଲ୍‌କୁ ଫେରିଲା ବେଳକୁ ପ୍ରାୟ ସମସ୍ତଙ୍କର ନଳି ଗୋଡ ଗୁଡିକ ମୋଟା ହୋଇଯାଇଥାଏ । କାରଣ ପ୍ରାୟ ସବୁ ଛାତ୍ରଛାତ୍ରୀ ଉଚ୍ଚ ପରିବାରରୁ ଆସିଥାନ୍ତି ଯେଉଁଘରେ କି ସେମାନେ ଅତି ଗେଲବସରରେ କୈାଣସି ଶାରିରୀକ କାମ ବିନା ପିଲାଦିନୁ ହସଖୁସିରେ ଦିନ କାଟିଥାନ୍ତି । ତେଣୁ ସେମାନେ ଯେତେବେଳେ ଏ ଭଳି ପ୍ରାକ୍ଟିକାଲ୍ କ୍ଲାସ୍‌ରେ ପ୍ରବେଶ କରନ୍ତି ମନେମନେ ନିଜକୁ ଏକ ଇଞ୍ଜିନିୟରର ଅହଂଙ୍କାରରେ ସେ ସବୁକୁ ସହିଯାଆନ୍ତି । 
      ହଁ ଏକ ରୁ ଦୁଇ ପ୍ରତିଶତ ପିଲା ବି ବାଳୁଙ୍ଗାମୀ କରନ୍ତି ହେଲେ ବାସ୍ତବତା ଏଇଆ ଯେ  ସେମାନେ ସେତେବେଳେ ପରୀକ୍ଷାରେ ଫେଲ୍ ହୁଅନ୍ତି ଓ ପାଶ୍ କରିବା ପାଇଁ ଅନେକ କଷ୍ଟ ପରବର୍ତ୍ତୀ ସମୟରେ ସେମାନଙ୍କୁ ଉଠେଇବାକୁ ପଡେ । ପ୍ରାକ୍ଟିକାଲ୍ କ୍ଲାସ୍ ରେ ଏତେ ଗୁଡିଏ ରେକର୍ଡ ତିଆରି କରିବାକୁ ଦିଆଯାଏ ଛାତ୍ରଛାତ୍ରୀ ମାନେ ଛୋଟଛୋଟ ଦଳରେ ହଷ୍ଟେଲ୍ ରେ ରାତ୍ରିରେ ସେହି ରେକଡ୍ ତିଆରି କରିବାରେ ଲାଗିଥାନ୍ତି । ଏମିତିକା ପ୍ରାୟ ଅନେକ ରାତି ୨ଟା କିମ୍ବା ୩ଟା ରେ କାମ ସାରି ଶୋଇବାକୁ ଯାଆନ୍ତି । ରେକର୍ଡ ସବୁ ହାତରେ ଲେଖିବାକୁ ପଡେ । ସେତେବେଳେ କମ୍ପୁଟରର୍ ସ୍ଥାନ ଭାରତରେ ନଥିଲା । ଆଜିକାଲି ଯେତେ ସୁନ୍ଦର ଚିତ୍ର କରିବା ଦରକାର ଇଣ୍ଟରନେଟ୍ ରୁ ଡାଉନ୍‌ଲୋଡ କରି ଖାତାରେ ଲଗେଇ ଦିଅ ହେଲେ ସେତେବେଳେ ନିଜ ହାତରେ ହିଁ କରିବାକୁ ପଡୁଥିଲା । 
     ଏବେ ତ ଅଟୋକ୍ୟାଡ୍ ସିଷ୍ଟମ୍‌ରେ ମେସିନ୍‌ଡ୍ରଇଙ୍ଗ ଗୁଡିକ ସହଜରେ ହୋଇ ଯାଉଛି ହେଲେ ସେତେବେଳେ କାଗଜ ଉପରେ ପେନସିଲ୍‌ରେ କରିବାଟା ଅନେକ କଷ୍ଟସାଧ୍ୟ ଥିଲା ଯାହାକି ଛାତ୍ରଛାତ୍ରୀ ମାନଙ୍କ ନିଜ ପେଷାରେ ଦକ୍ଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲା । ହେଲେ ଆଜିର ଏ ଇଞ୍ଜିନିୟରିଂ କଲେଜ୍ ମାନଙ୍କର ଶିକ୍ଷା ବ୍ୟବସ୍ଥାରେ ସେ ମ୍ରିୟମାଣ । ସେତେବେଳେ କୈାଣସି ଇଞ୍ଜିନିୟରିଂ କଲେଜ୍‌ରୁ ପାସ୍ କରିଲାବେଳକୁ ଛାତ୍ରଛାତ୍ରୀ ମନରେ ନିଜ ପେଷା ପ୍ରତି ଏତେ ଆତ୍ମବିଶ୍ୱାସ ଓ ପେଷାରେ ନିଜ କାରିଗରୀ କୁ ସେ ଏତେ ନିପୁଣତାର ସହିତ ଶିଖି ନେଉଥିଲା ତାକୁ ଚାକିରୀ ପାଇଁ ଆଦୈା ଭୟ ନଥିଲା । ଛୋଟଛୋଟ ଓ ବଡ କମ୍ପାନୀମାନେ ସେ ଭଳି ଡିପ୍ଲୋମାଧାରୀ ମାନଙ୍କୁ ଆଦରରେ ଚାକିରୀ ଦେଉଥିଲେ ନତୁବା ପିଲାମାନେ ନିଜ ଜ୍ଞାନ ବଳରେ ନିଜେ ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ଆରାମରେ ସେ ଚଳିପାରୁଥିଲେ ଓ ଧୀରେଧୀରେ ବଡ କାରଖାନାରେ ପରିଣତ କରେଇଇବାରେ ମଧ୍ୟ ଅନେକ ନଜିର ଇରଫାନ୍ ବାବୁ ଦେଖିଛନ୍ତି ।       ହେଲେ ଆଜିର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନାହିଁ ସେ ଆତ୍ମବିଶ୍ୱାସ ଓ ସେ କୁଶଳୀ ପଣିଆ । 
     ଇରଫାନ୍‌ବାବୁ ଥରେ ଯାଇଥିଲେ ତାମିଲନାଡୁ । ଜଣେ ନିଜର ସହପାଠୀଙ୍କ ଘରେ ରହିବାକୁ ପଡିଥିଲା ଯେ କି ବର୍ତ୍ତମାନର ଏକ ଛୋଟ କାରଖାନାର ମାଲିକ । ଏମିତି ଆଉ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ତାଙ୍କୁ ଆସିବାକୁ ପଡିଲା ଯାହାଙ୍କ ପୁଅ ପଢୁଥାଏ କମ୍ପ୍ୟୁଟର ସାଇନସ୍‌ରେ ଡିଗ୍ରୀ ଇଞ୍ଜିନିୟରିଂ ଏକ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍‌ର । ଇରଫାନ୍ ବାବୁ ଦିନେ ସେହିପିଲାଟି ସହିତ କଥା ହେଉହେଉ ଜଣା ପଡିଲା ସେ ପଢୁଛି ଚତୁର୍ଥବର୍ଷ ଅର୍ଥାତ ଶେଷବର୍ଷ ରେ । ବାସ୍ ପରୀକ୍ଷା ସରିଲେ ସେ ଡିଗ୍ରୀ ସାର୍ଟିର୍ଫିକେଟ୍ ପାଇବ । ଆଉ ତାର ସି.ଜି.ପି.ଏ. ଏ ପର୍ଯ୍ୟନ୍ତ ୯ ଏସ୍  ଅଛି । ଇରଫାନ୍ ବାବୁ ଭାବିଲେ ଏ ନିଶ୍ଚୟ ଜଣେ ମେଧାବୀ ଛାତ୍ର ହୋଇଥିବ । ତେଣୁ ତାକୁ ପଚାରିଲେ ବାପା ଏ କମ୍ପୁଟର୍‌ରେ ଅପେରେଟିଙ୍ଗ୍ ସିଷ୍ଟମ୍ ମାନେ କଣ । ସେ ଉତ୍ତର ଦେଲା କମ୍ପୁଟର୍‌କୁ ଅପରେଟ୍ କରେ । ଇରଫାନ୍ ବାବୁ ତାଙ୍କୁ ପ୍ରଶ୍ନ ପଚାରିଲେ ତେବେ ତୁମେ କମ୍ପୁଟର ରେ କାମ କଲାବେଳେ ତୁମେ ସେଠି କିଏ । ସେ ଆଉ କିଛି କହି ପାରିଲାନି । ଇରଫାନ୍ ବାବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାରି ସେହି ଉତ୍ତରରେ । ଆଜିର ଇଞ୍ଜିନିୟରିଂ ଶିକ୍ଷାର ମାନ କେତେଯେ ରସାତଳଗାମୀ ସେ ନିଜକୁ ବିଶ୍ୱାସ କରିପାରିଲେନି । ଏ କେବଳ ଗୋଟିଏ ଗୋଟିଏ ଲାଭଜନକ ବାଣିଜ୍ୟ ପ୍ରତିଷ୍ଠାନ ଛଡା ଏ ଇଞ୍ଜିନିୟରିଂ କଲେଜ୍ ଗୁଡିକ ଆଉ କିଛି ନୁହେଁ ।
      ଏଣେ କଲେଜ୍‌ରେ ଏମିତି ଦିନ ପରେ ଦିନ କଟି ଚାଲେ ଓ ପ୍ରତିବର୍ଷଭଳି ବାର୍ଷିକ ଉତ୍ସବ ମଧ୍ୟ କଲେଜ୍‌ରେ ଅନୁଷ୍ଠିତ ହୁଏ । ତା ପରେ ସେକେଣ୍ଡ ସେମିଷ୍ଟର ପରୀକ୍ଷା ସରିଯାଏ । ପରୀକ୍ଷାରେ ଜମିଲ୍‌, ସିଦ୍ଧାର୍ଥ ଆଉ ଧରିତ୍ରୀ ବହୁତ ଭଲ କରନ୍ତି । ପରିକ୍ଷାର ଶେଷଦିନ ଠିକ୍ ଦିନ ୩ଟା ବେଳକୁ ଧରିତ୍ରୀ ଘରୁ ଖବର ଆସିଲା ତାର ବାପାଙ୍କ ଦେହ ବହୁତ ସିରିୟସ୍ । କଲେଜ୍‌ର ସୂଚନାକେନ୍ଦ୍ରକୁ ଧରିତ୍ରୀ ଘରୁ ଫୋନ ଆସିଥିଲା । ହେଲେ ସେ ସୂଚନାକେନ୍ଦ୍ରରେ ଥିବା ମହିଳା ଜଣକ ଧରିତ୍ରୀର ଘର ଲୋକଙ୍କ ଠାରୁ ସତ କଥା ଜାଣି ଦେଇଥିଲେ । ସେ ଦେଖିଲା ବେଳକୁ  ସାମନାରେ ଆନନ୍ଦ ଛିଡା ହୋଇଛି । ମାତ୍ର ତାର ନଜର ନଥିଲା ଅଳ୍ପଦୂରରେ ଧରିତ୍ରୀ ଅଛି ବୋଲି । ସେ ସତକଥା  ଜୋରରେ ଆନନ୍ଦ କୁ କହି ଦେଲାବେଳକୁ ଧରିତ୍ରୀ ଶୁଣି ଦେଇଛି । ସେ ଆଉ ନିଜକୁ ନିଜେ ସମ୍ଭାଳିପାରିନି । ବାୟାଣୀଙ୍କ ଭଳି ଦୈାଡିଛି ସିଦ୍ଧାର୍ଥ ପାଖକୁ । ସିଦ୍ଧାର୍ଥ ନିଜେ ଧରିତ୍ରୀକୁ ନେଇ ତା ଘରକୁ ଯାଏ ।
      ତା ପରେ କଲେଜ୍ ସମରଭ୍ୟାକେସନ୍ ପାଇଁ ବନ୍ଦ ହୋଇଥାଏ । ସମସ୍ତେ ଯେଝାଘରକୁ ଚାଲିଯାଆନ୍ତି । ଧରିତ୍ରୀ ଆଉ ସିଦ୍ଧାର୍ଥର ସମ୍ପର୍କ ସେମିତି ମଜଭୁତ୍ ହୋଇରହିଥାଏ । ଘରେ ଥାଇ ମଧ୍ୟ ଉଭୟେ ପରସ୍ପର ସହିତ ମଝିରେ ମଝିରେ ଫୋନ୍‌ରେ କଥା ହେଉଥାନ୍ତି ।

ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ








ଚାରି
ି
ଦ୍ୱିତୀୟ ବର୍ଷ ଆରମ୍ଭରେ ଧରିତ୍ରୀ କଲେଜ୍ ରେ ଯୋଗଦେଲା ପରଠାରୁ ତା’ର ମନରେ ଆଉ ସେତେ ଆଗଭଳି ସରସତା ନାହିଁ । ଜୀବନରେ ସତେ ଯେମିତି ସେ ଏକୁଟିଆ ଓ ନିସ୍ୱଃ । ନିଜ ପରିବାରର ସମସ୍ତ ବୋଝ ଏବେ ତା କାନ୍ଧରେ । ଖାଲି ସେତିକି ନୁହେଁ ସାନଭଉଣୀ କି ମଣିଷ କରି ଗଢିବା ତାର ଏବେ କର୍ତ୍ତବ୍ୟ ହୋଇଯାଇଛି । ଜୀବନ ଯୈାବନର ସେ ମତୁଆଲା ସମୟରେ ଆଜି ସେ ଏକ ବିଷର୍ଣ୍ଣ  ମାନସିକତା ନେଇ ଆଗେଇ ଚାଲିଛି । ସତେ ଯେମିତି ଏ ବିଶ୍ୱ ପ୍ରପଞ୍ଚ ଆଜି ତା ପାଇଁ ଆଶ୍ୱସ୍ତି ବୋଧ ହେଉଛି । ବୋଧହୁଏ ସିଦ୍ଧାର୍ଥ ତା ଜୀବନ ପାଇଁ ଗୋଟିଏ ଅମୂଲ୍ୟ ରତ୍ନ । ତା’ ଜୀବନର ପ୍ରତିଟି ତାଳ ଆଉ ଲୟରେ ସେ ସିଦ୍ଧାର୍ଥର ଉପସ୍ଥିତିକୁ ଏବେ ଅନୁଭବ କରିବାରେ ଲାଗିଲାଣି । ସିଦ୍ଧାର୍ଥକୁ ଦେଖିଦେଲାପରେ ତା ମନରେ ଅଗଣିତ ବଳ, ବଞ୍ôଚବାର ଇଚ୍ଛ. ଅଦୃଶ୍ୟ ଆନନ୍ଦ ଆପେ ଆପେ  ଆସିଯାଏ । ସିଦ୍ଧାର୍ଥର କଥା ଗୁଡିକ ତା’ ପାଇଁ ମା’ର ମମତା ଠାରୁ ବି ଆହୁରୀ ପ୍ରଶାନ୍ତ । ଅସ୍ଥିର ମନକୁ ଅକସ୍ମାତେ ଓ ଅତର୍କିତ ଭାବେ ନିଃସ୍ୱ ଭାବନାର ଅମୁକ୍ତ ବଳୟ ଭିତରୁ ଓଟାରି ଆଣି ପ୍ରଶମିତ କରେ ମନର ସ୍ଥାଣୁତା । ସତେ ଯେମିତି ତା ଜୀବନ ରାସ୍ତାର ପଥପ୍ରଦର୍ଶକ ହିଁ ସିଦ୍ଧାର୍ଥ । ସିଦ୍ଧାର୍ଥ ବିନା ସେ ତାର ଏ କମ ବୟସରେ ପରିବାରର ବୋଝକୁ ଆଗକୁ ନେବାରେ ଅସମର୍ଥ । ହଁ ବୋଉ ତା’ର ଅଛି ହେଲେ ସେ ଦୁନିଆର ସବୁଠୁ ସରଳ ଓ ନିଷ୍କପଟି ମା’ । ଜାଣନି ଏ ଦୁନିଆର ଛନ୍ଦ କପଟ କୁ । ସମସ୍ତେ ତାରି ଭଳି ଶାନ୍ତ, ସରଳ ଓ ନିଷ୍କପଟ ବୋଲି ସେ ଭାବେ । ଏମିତି କଣ ଏ ସ୍ୱାର୍ଥପର ସଂସାରରେ ସ୍ୱାଭିମାନର ସହ ବଞ୍ôଚବା ସମ୍ଭବ । ସମସ୍ତେ ତୁମ ନିଷ୍କପଟତାକୁ ତିଳତିଳ କରି ବ୍ୟବହାର କରିବେ । ସେ ବୁଝିସାରିଲାଣି ଦୁନିଆର ସତ୍ୟ । ହେଲେ ସିଦ୍ଧାର୍ଥକୁ ସେ ଛାଡିପାରିଲା ପରି ତାର କାହିଁ ମନେ ହେଉନି ।
     ତୃତୀୟ ସେମିଷ୍ଟରର ପାଠପଢା ଆରମ୍ଭ ହୋଇଯାଏ । ଏକାଡେମିକ୍ କ୍ୟାଲେଣ୍ଡର୍ ଅନୁସାରେ ପ୍ରଥମ କ୍ଲାସ ଟେଷ୍ଟ ହେଉଛି ୧୬.୦୮.୨୦୧୧, ଦ୍ୱିତୀୟ ଟେଷ୍ଟ ୧୩.୧୦.୨୦୧୨ ଓ ସେମିଷ୍ଟର ପରୀକ୍ଷା ୦୧.୧୧.୧୧ ରୁ ୨୦.୧୧.୧୧.ରେ ଅନିଷ୍ଠିତ ହେବ । ଫଳ ପ୍ରକାଶ ପାଇବ ୧୦.୦୧.୨୦୧୨ । ଧରିତ୍ରୀ, ସିଦ୍ଧାର୍ଥ ଓ ଜମିଲ୍ ତାଙ୍କ ଅନୁସାରେ ପାଠପଢାପଢି ଆରମ୍ଭ କରିଦେଲେ । ଧରିତ୍ରୀ ଦେଖୁଥାଏ ତାଙ୍କ ଡିପାର୍ଟମେଣ୍ଟ୍‌ର କେତେକ ପିଲାଙ୍କୁ ଛାଡିଦେଲେ ପୂର୍ବ ସେମିଷ୍ଟର ଭଲି ଅନ୍ୟ ସବୁପିଲା ବୁଲାବୁଲି କରିଥାନ୍ତି । କିଏ କାହା ସାଥୀରେ କୁଆଡେ ସପିଙ୍ଗ୍ କରିବାକୁ ଯାଉଛିତ କିଏ କାହା ସାଙ୍ଗରେ କୁଆଡେ ବୁଲିବାକୁ ଯାଉଛି । ହେଲେ ଯେଉଁମାନେ ଗତ ସେମିଷ୍ଟର୍‌ରେ ପଢୁଥିଲେ ସେମାନେ ଏ ସେମିଷ୍ଟର୍‌ରେ ମଧ୍ୟ ପଢୁଛନ୍ତି । ହେଲେ ପଢାପଢି କରୁଥିବା ପିଲାଙ୍କ ସଂଖ୍ୟା ମଉଜମଜଲିସ୍ ରେ ବୁଲାବୁଲି କରୁଥିବା ପିଲାମାନଙ୍କଠାରୁ କମ୍ ।
     ଦ୍ୱିତୀୟ ବର୍ଷରେ ସ୍ଟଡିଟୁର୍ ର ବ୍ୟବସ୍ଥା ସବୁ ଇଞ୍ଜିନିୟରିଙ୍ଗ୍ ପାଠପଢାର ଏକ ଅଂଶ ବିଶେଷ । ଏବର୍ଷ ଏମାନଙ୍କର ବି ସ୍ଟଡିଟୁର୍ ଅଛି । ସ୍ଟଡିଟୁର୍ ପାଇଁ ପ୍ରତି ଡିପାର୍ଟମେଣ୍ଟ୍ ଅଲଗା ଅଲଗା ଯେଝା ଦାୟୀତ୍ୱରେ ଯାଆନ୍ତି । ସେ ବର୍ଷ କିନ୍ତୁ ଧରିତ୍ରୀ ର ଇ.ସି.ଇ ଡିପାର୍ଟମେଣ୍ଟ୍ ତାର ସ୍ଟଡିଟୁର୍ ପ୍ରୋଗ୍ରାମ୍ କଲିକତାର ଗୋଟିଏ ମୋବାଇଲ୍ ଫୋନ୍ ଆସେମ୍ବ୍ଲ୍ଲି ୟୁନିଟ୍ ପାଇଁ ରଖିଛି । ମାତ୍ର ୩ ଦିନର ପୋଗ୍ରାମ୍ । ସେମାନେ ପ୍ରଥମ କ୍ଲାସ୍ ଟେଷ୍ଟ୍ ପରଦିନ ସନ୍ଧ୍ୟା ପାଞ୍ଚ ଟାରେ ଗୋଟିଏ ବସ୍ ରେ କଲେଜ୍‌ରୁ ବାହାରିବେ ଓ କଲିକତା ତା ପରଦିନ ସକାଳେ ପହଞ୍ôଚବେ । ସେଠାରେ ବ୍ୟବସ୍ଥା କରାଯାଇଥିବା ହୋଟେଲ୍ ରେ ସମସ୍ତେ ରହି ଗାଧୁଆ ପାଧୁଆ ଓ ଖିଆପିଆ କରି ଦିନ ୯ଟାରେ ସେହି ମୋବାଇଲ୍ ଫୋନ୍ ର ଆସେମ୍ବ୍ଲ୍ଲି ୟୁନିଟ୍ ପରିଦର୍ଶନ କରିବେ । ସେଦିନ କଲିକତାରେ ରହିବେ ତା ପରଦିନ ଆଉ ଏକ ସଫ୍ଟଓୟାର କମ୍ପାନୀ ବୁଲି ସନ୍ଧ୍ୟା ପାଞ୍ଚଟାରେ ଫେରିବେ । ତେଣୁ ସେମିଷ୍ଟରର କ୍ଲାସ୍ ଆରମ୍ଭ ହେବାର ପ୍ରଥମ ସପ୍ତାହରେ ହିଁ ନୋଟିସ୍ ବୋର୍ଡରେ ଏହି ନୋଟିସ୍ ଲାଗିଗଲା । ପାଠପଢା ତେଣିକି ଯୁଆଡିକି ଯାଉଛି ଯାଉ । ପିଲାମାନଙ୍କ ଭିତରେ ସ୍ଟଡିଟୁର୍‌ର ଆଲୋଚନା ଏଠି ସେଠି ସବୁଠି ଚାଲିଥାଏ ।
      ମଣିଷ ଜୀବନରେ କିଏ ବା ବୁଲିବାକୁ ଭଲ ନପାଏ । ହଁ ଅଳ୍ପ କେତେଜଣ ଅଛନ୍ତି ଯେଉଁମାନଙ୍କୁ ଭଲଲାଗେନି ହୁଏତ ସେମାନଙ୍କର ଶରୀର ତାଙ୍କୁ ପ୍ରୋତ୍ସାହିତ କରିବାରେ ଅକ୍ଷମତା ପ୍ରକାଶ କରୁଥିବ ଅଥବା ସେମାନଙ୍କର କୈାଣସି ବାଧବାଧକତା ଥାଇପାରେ । ହେଲେ ଛାତ୍ର ଜୀବନ ସେ ପୁଣି ଯୁବା ଅବସ୍ଥାର ଛାତ୍ରଜୀବନରେ କିଏ ବା ବୁଲିବାକୁ ଭଲନପାଏ । ଏହି ଯୁବାବସ୍ଥାରେ ମଣିଷ ବାରମ୍ବାର ନିଜଚେହେରାକୁ ନିରୀକ୍ଷଣ କରେ । ଦିନକ ଭିତରେ ଅନେକ ଥର ନିଜ ଚେହେରାକୁ ଦର୍ପଣ ସାମନାରେ ଦେଖେ । ନିଜର କେଶ ଓ ମୁହଁର ଯତ୍ନ ନେବାରେ ଅହରହ ବ୍ୟସ୍ତ ଥାଏ । ନିଜ ସାମର୍ଥ୍ୟ, ସୁନ୍ଦରତା ଓ ଚେହେରାର ପ୍ରଶଂସା ଖୋଜେ । ତରୁଣ ସଜେଇ ହୁଅନ୍ତି ତରୁଣୀ ମାନଙ୍କୁ ଆକର୍ଷୀତ କରିବା ପାଇଁ ଆଉ ତରୁଣୀମାନେ ନିଜ ସୈାନ୍ଦର୍ଯ୍ୟକୁ  ସଜେଇ ବସନ୍ତି ସଂସାରର ସବୁଠାରୁ ସୁନ୍ଦରୀ ହେବା ପାଇଁ । ତରୁଣମାନଙ୍କୁ ତାଙ୍କ ରୂପ ପ୍ରତି ଆକର୍ଷିତ କରିବା ପାଇଁ । ଏ କିପରି ପ୍ରକୃତିର ବିଚିତ୍ର ଲୀଳା ବୁଝିହୁଏନି ।  ମଣିଷର ଏପରି ଗୁଣ ଚିରାଚରିତ । ତେଣୁ ଆଜି ଏ ଯୁବାବସ୍ଥାରେ ବାହାରକୁ ବୁଲିବାକୁ ଯିବେ ପୁଣି ଯୁବକ ଯୁବତୀ ସାଙ୍ଗ ହୋଇ ସେଥିରେ ପୁଣି କିଏ କାହାର ବୟଫ୍ରେଣ୍ଡ୍ ତ କିଏ ପୁଣି କାହାର ଗାର୍ଲଫ୍ରେଣ୍ଡ । ୟା ଠାରୁ ଜୀବନକୁ ଉପଭୋଗ କରିବା ପାଇଁ ଆଉ ଭଲ ସୁ ଯୋଗ ସେମାନଙ୍କୁ କଣ ବା ମିଳିପାରିବ । ତେଣୁ ସମସ୍ତେ ଭିତରେ ଭିତରେ ନିଜ ସାଥିରେ ନେବା ପାଇଁ ଲଗେଜ୍ ବ୍ୟାଗ୍‌, ସାର୍ଟପ୍ୟାଣ୍ଟ ଓ ଅନେକ ଜିନିଷ ସାଇତି ରଖିବାରେ ଲାଗିଲେଣି । 
     କେତେ ଜଣ ତ ନିଜ ଘରୁ ଥୋଡାଏ ଲେଖାଏଁ ଟଙ୍କା ମଧ୍ୟ ନିଜ ପାଖରେ ଜମା କଲେଣି  ସେଠି ସପିଙ୍ଗ୍ କରିବେ ବୋଲି । ହେଲେ ଏ ସମସ୍ତ ଯୁବକଯୁବତୀ ଆଜି ଇଞ୍ଜିନିୟରିଙ୍ଗ୍ ଶିକ୍ଷାରେ ସ୍ଟଡିଟୁର୍‌ର ଗୁରୁତ୍ୱ କଣ ଆଦ୍ୟୈ ବୁଝି ନାହାନ୍ତି  କିମ୍ବା ବୁଝିବାକୁ ସେମାନଙ୍କର ମଧ୍ୟ ଆଗ୍ରହ ନାହିଁ । ସ୍ଟଡିଟୁର୍  କାହିଁକି ଯିବେ । ଯିବାର ଉଦ୍ଦେଶ୍ୟ କଣ । ସେ କଥା ଉପରେ କାହାର ଚିନ୍ତା ହିଁ ନାହିଁ । ପିଲାମାନଙ୍କ ସାଥୀରେ ଯେଉଁ ଅଧ୍ୟାପକ ମାନେ ଯାଆନ୍ତି ସେମାନେ ବା କଣ କରିବେ । ସେମାନଙ୍କର ଉଦ୍ଦେଶ୍ୟ ଯଦିଓ ପିଲାମାନେ କିଛି ଶିଖନ୍ତୁ ହେଲେ ଖୁବ୍ କମ ପିଲା ସେ ସ୍ଟଡିଟୁର୍‌ରେ ନିଜ ଟ୍ରେଡ୍ ସମ୍ପର୍କିତ ପାଠ ଉପରେ କମ୍ ଧ୍ୟାନ ଦିଅନ୍ତି । କାରଖାନା ବୁଲନ୍ତି ସତ ହେଲେ ଜଣେ ସାଧରଣ ବ୍ୟକ୍ତି ପରି ମେସିନ୍ ଦେଖନ୍ତି ହେଲେ ଜଣେ ଇଞ୍ଜିନିୟର ଭଳି ନୁହେଁ । ପୁଣି ଯନ୍ତ୍ରଗୁଡିକୁ ଦେଖିଲେ ଜଣେ ଇଞ୍ଜିନିୟର ଭାବରେ ମନରେ ଯେଉଁ ଜିଜ୍ଞାସା, ଅନୁସନ୍ଧିତ୍ସୁ ମନଭାବ ଜାଗ୍ରତ ହେବା କଥା ତାର ତ ଆଦ୍ୟୈ ପ୍ରଶ୍ନ ହିଁ ଉଠୁନାହିଁ । ସେମାନେ କେବଳ ଜାଣନ୍ତି ବୁଲିବା, କିଛି କାରଖାନା ଦେଖିବା, ସହର ଦେଖିବା, ବୁଲିବା ସ୍ଥାନ ଦେଖିବା, ଆଉ ହସଖୁସିରେ ବୋବାଲ୍ କରି ଫେରିବା ।
      ଏମିତିକା ବି ତା ବିଭାଗରେ ଯେଉଁ ପୁଅ ସହିତ ଯେଉଁ ଝିଅ ମାନଙ୍କର ଆଫେୟାରସ୍ ଚାଲିଛି ସେମାନଙ୍କର ମନର ଚଉଡା ମାପି ହେବନି । ମନେମନେ ଭାବି ବସନ୍ତି ସତେ ଯେମିତି ସେ ଅନୁଭୂତି ସବୁ ଅମର୍ତ୍ତ୍ୟ ଆଉ ଦୁର୍ଲଭ । ତାହା ମଧ୍ୟ ସତ୍ୟ । ଜୀବନସାଥୀ ହେବା ପୂର୍ବରୁ ଜୀବନସାଥୀ ହୋଇ ଜୀବନ ଗଢିବାର ଯେଉଁ ଆଶା ଭିତରେ ପରସ୍ପରର ମିଳନ ନିଶ୍ଚିନ୍ତ ଅମୂଲ୍ୟ । କାରଣ ଜିତିବାର ଆନନ୍ଦ ପାଇଁ ଯେଉଁ ବ୍ୟାକୁଳତା ସେ ପ୍ରାର୍ଥନା, ପ୍ରେରଣା ଆଉ ପ୍ରଚେଷ୍ଟାରେ ଥାଏ, ଜିତିଗଲା ପରେ ସେ ବ୍ୟାକୁଳତାର ପ୍ରସମନ ହଠାତ୍ ହୋଇଯାଏ । ଚୋରା ପିରତୀର ସ୍ୱାଦ ଖୋଲା ପିରତୀରେ ଆସିବ ବା କାହୁଁ । ସ୍ୱାମୀ ସ୍ତ୍ରୀର ଆଖ୍ୟା ପାଇବା ପୂର୍ବରୁ ପ୍ରେମିକ ପ୍ରେମିକା ରୂପରେ ପ୍ରେମର ଯେଉଁ ଉଚ୍ଛ୍ୱାସ ତାକୁ ସମସ୍ତେ ଅଳ୍ପେ ବହୁତ ଜାଣନ୍ତି । ବନ୍ଧୁ, ପରିଜନ ଓ ପରିବାରଠାରୁ ଲୁଚିଛପି ପ୍ରେମିକ ପ୍ରେମିକା ସର୍ବଦା ଚାହାଁନ୍ତି ଚାଲିଯିବା ପାଇଁ ଅନ୍ୟ ଏକ ସାମାଜିକ ନିର୍ଜନ ଇଲକାକୁ ଯେଉଁଠାରେ ସେମାନଙ୍କୁ ନଥିବ ସାମାଜିକ ତାଗିଦ୍ ନା ଭୟ । ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ପଢୁଥିବା ବେଳେ ଯଦି କେଉଁମାନେ ପରସ୍ପର ଭଲ ପାଇ ବସନ୍ତି ତେବେ ଏ ସ୍ଟଡିଟୁର୍ ସେମାନଙ୍କ ପାଇଁ ଅତୁଳନୀୟ ଆନନ୍ଦ । 
    ଆର ସହରରେ ସେ ପୁରାପୁରି ଅଜଣା । ତେଣୁ ସେଠି ଏକାଠି ବୁଲିବାରେ କୌଣସି ଅସୁବିଧା ହିଁ ନଥାଏ । ତେଣୁ ଧରିତ୍ରୀ କ୍ଲାସ୍ ର ସମସ୍ତେ ଯେଝାମତେ ଲାଗିପଡିଲେଣି ସ୍ଟଡିଟୁର୍ ର ମଜା ନେବା ପାଇଁ ପ୍ରସ୍ତୁତି ପର୍ବରେ । ହେଲେ ଧରିତ୍ରୀ ର ଦୁର୍ଭାଗ୍ୟ ଯେ ସିଦ୍ଧାର୍ଥ ତା ସହିତ ଯାଇ ପାରିବନି କାରଣ ସେ ଅଲଗା ଡିପାର୍ଟମେଣ୍ଟ୍‌ର ।ଏମିତି ବି ସିଦ୍ଧାର୍ଥ ଏକ ବିଚିତ୍ର ପିଲା, ଯେ ଏ ସବୁ କଥାକୁ ସେତେ ପସନ୍ଦ କରେନି କିମ୍ବା ତାର ଏଥିରେ ସେତେଟା ଅଗ୍ରହ ନଥାଏ । ଭଲ ପାଇବାର ଅର୍ଥ ତା ପାଇଁ ସମ୍ପୂର୍ଣ୍ଣ ଭିନ୍ନ । ତଥାପି ଥରେ ଧରିତ୍ରୀ ସିଦ୍ଧାର୍ଥକୁ ଯାଇ କହେ ମୁଁ ଭାବୁଛି ସ୍ଟଡିଟୁର୍ ନଯିବାଟା ଭଲ ହେବ । ସିଦ୍ଧାର୍ଥ କହିଛି କାହିଁକି ଯିବୁନି । ତୋର କଣ ପାଠ ପଢିବାରେ ଇଚ୍ଛା ନାହିଁ ନା କଣ । ଧରିତ୍ରୀ ନିଜକୁ ବିଶ୍ୱାସ କରିପାରିନି । ସେ ଏକ ଆତ୍ମହରା ଅଭିପସ୍‌ାତ୍ମକ ଛନ୍ଦରେ ଆଉ ଥରେ ସେ ‘ତୁ ‘ଡାକଟି ଶୁଣିବାକୁ ନିଜର ଜ୍ଞାତ ସାରରେ କହିଛି ମୁଁ ଯିବିନି କାରଣ ମୋତେ ଏକୁଟିଆ ସେଠି ମନ ଲାଗିବନି । ସିଦ୍ଧାର୍ଥ ଆଉ ଟିକେ କ୍ରେଧିତ ହୋଇଯାଇଛି ଆଉ ରାଗ ତମତମ୍ ହୋଇ କହିଛି ତୋ ମୁଣ୍ଡ ବୋଧେ ଆଉ କାମ କରୁନି ।
      ମଣିଷର ଧର୍ମ ହେଉଛି ଘଟିଯାଉଥିବା ଦୁଃଖକୁ ଭୂଲି ଏ ଜୀବନରେ ପୁଣି ସୁଖର ସନ୍ଧାନରେ ଲାଗିପଡିବା ଉଚିତ । ଏଇତ ଜୀବନ । ଏ ସଂସାର ସ୍ଥାୟୀ ନୁହେଁ । ଏ ଜୀବନ ବା ସ୍ଥାୟୀ ହେବ କେମିତି । ତେଣୁ କାଲି ଆମ ପରିଜନ ଗଲେ ଆଗକୁ ଆମେ ମଧ୍ୟ କାହାକୁ ସେମିତି ଛାଡି ଚାଲିଯିବା । ଏ ସମୟ କାହାରି ମନକୁ ଆସ୍ୱାସନା ଦେବା ପାଇଁ ଅପେକ୍ଷା କରେନି କି କରିବନି । ବାସ୍ ନିଜକୁ ନିଜେ ପ୍ରସ୍ତୁତ କରିବାକୁ ପଡେ । ନିଜର ଅଣ୍ଟାକୁ ନିଜେ ଭିଡିବାକୁ ପଡେ । ନିଜ ମନ ନିଜେ ଦମ୍ଭ ନକରି ଦୁନିଆ ସହିତ ତାଳ ନଦେଇ ନଚାଲିଲେ ଦୁନିଆ ତୁମକୁ ପଛକୁ ଚାହିଁ କେବେ ଅପେକ୍ଷା କରିବନି । ବରଂ ସେ ତାର ସେମିତି ଆଗକୁ ଆଗକୁ ମାଡି ଚାଲିଥିବ । ଏଭଳି କଥାରେ ଧରିତ୍ରୀର ଅନ୍ତରଆତ୍ମା ସତେଯେପରି ଏକ ନିରୋଳା ଶାନ୍ତିର ଅନ୍ତରାଳକୁ ଚାଲିଯାଇଥାଏ । ସେଦିନ ସତେ ଯେମିତି ଜଣେ ଜ୍ୟୋତିଷ ପିତାଙ୍କଠାରୁ ଛାପି ଆଣିଥିବା ଜୀବନ ଦର୍ଶନକୁ ସିଦ୍ଧାର୍ଥ, ଧରିତ୍ରୀ ଆଗରେ କହିଚାଲିଥିଲା । ହେଲେ ଧରିତ୍ରୀର ଖୁସି ଏଠାରେ କେତେ ଯେ ବଢିଯାଇଥିଲା ସେ କଥା ତା ପାଇଁ ଅବ୍ୟକ୍ତ । ଏ ଭଲ ପାଇବାଟା ବି ସେମିତି ଏକ ରୋଗ । ଯାହାକୁ ଭଲ ପାଇ ବସେ ଏତେ ନିଜର ଭାବି ନିଏ ଯେ ଆପଣ ସମ୍ବୋଧନ ଆସି ଆପେ ଆପେ ‘ତ’ୁ ରେ ପରିଣତ ହୋଇଯାଏ । ଆଜି ସେହି ସୋପାନରେ ସିଦ୍ଧାର୍ଥ ଉପନୀତ ଆଉ ଧରିତ୍ରୀକୁ ଆସି ‘ତୁ’ ସମ୍ବୋଦ୍ଧନର ପାହାଚରେ ଛିଡା ହୋଇଗଲାଣି । ହେଲେ ଏ ‘ତୁ’ ଶଦ୍ଦଟି ଧରିତ୍ରୀ ର ଆତ୍ମାକୁ ପ୍ରଦାନ କରିଛି ଆନେକ ଶାନ୍ତି । ତା’ପରେ ଧରିତ୍ରୀ ନରମିଯାଇଛି । କହିଛି ହଉହଉ ଯିବି । ଧରିତ୍ରୀ ମଧ୍ୟ ତାର ଜନିଷପତ୍ର ଗୁଡିକ ସେମିିତି ଅଳ୍ପକିଛି ସଜାଡିଛି ମାତ୍ର ଲକ୍ଷ ରଖିଛି ସ୍ଟଡିଟୁର୍‌ରୁ ବୁଲିବାକୁ ଯାଇଥିବା ଇଣ୍ଡଷ୍ଟ୍ରିରୁ ଅନେକ କିଛି ଶିଖିକରି ଆସିବ । ଆଉ ଅନେକ କଥା ନିଜ ଡାଏରୀ ରେ ଲେଖିକରି ଆଣିବ । ହେଲେ ଧରିତ୍ରୀ ଟୁର୍ କଥାକୁ ଆଉ ସେତେ ଗୁରୁତ୍ୱ ନଦେଇ ନିଜ ପାଠ ପଢାରେ ମନ ଲଗେଇଛି ପ୍ରଥମ କ୍ଲାସ୍‌ଟେଷ୍ଟ ପାଇଁ । 
     ହେଲେ ସେ ବେଳେବେଳେ ଏ କଲେଜ୍ ଉପରେ ବହୁତ  କ୍ରୋଧାନିତ୍ୱ ହୋଇଛି କାରଣ ପ୍ରତିଦିନ କୌଣସି ନା କୌଣସି କ୍ଲାସ ଆପେ ଆପେ ବାତିଲ୍  ହୋଇଯାଏ କାହିଁକିନା ଅତିଥୀ ଅଧ୍ୟାପକ ଆସିନଥାଆନ୍ତି । ଏଭଳି କ୍ଲାସ୍ ବାତିଲ୍ ହେଲେ ସାଧାରଣ ଅଧିକାଂଶ ପିଲାଙ୍କର କିଛି ପ୍ରତିକ୍ରିୟା ନଥାଏ କାରଣ ସେମାନେ ଫୁରସତ୍ ପାଇଯାଆନ୍ତି ଖେଳିବାକୁ ଆଉ ବୁଲିବାକୁ । ସେମାନେ ବି ଜାଣିଛନ୍ତି ଅଧ୍ୟାପକ ଆସନ୍ତୁ କି ନଆସନ୍ତୁ କ୍ଲାସ୍ ଟେଷ୍ଟ୍ ଦୁଇଦିନ ଆଗରୁ ସେ କେଉଁ କେଉଁ ପ୍ରଶ୍ନ ପରୀକ୍ଷାରେ ପକେଇବେ ସେଗୁଡିକ ସବୁ କହିଦେବେ । କ୍ଲାସ୍ ଟେଷ୍ଟ୍ ରେ କପି କରି ଲେଖିଲେ ବି ସେତେଟା ଧରପଗଡ ନାହିଁ । ତେଣୁ ସେମାନେ ସବୁ ବିନ୍ଦାସରେ ବୁଲନ୍ତି । ଏ ଭଳି ପରିସ୍ଥିତିରେ ସିଦ୍ଧାର୍ଥ, ଧରିତ୍ରୀ ଓ ଜମିଲ୍ ଭଳି ପିଲାମାନେ ବହୁତ ମର୍ମାହତ ହୁଅନ୍ତି । ଏ ପରୀକ୍ଷା ମାନଙ୍କରେ ଏତେ ଲେଖାଏଁ ନମ୍ବର ରଖିବାଟା କେତେଦୂର ସେମାନଙ୍କର ବାସ୍ତବ ଜ୍ଞାନଗାରିମାର ଆକଳନ ତାହା ଧରିତ୍ରୀ ବୁଝି ପାରେନି । ଏ ପରୀକ୍ଷା ଏ ପାଠପଢାର ଢଙ୍ଗ ସବୁ ତାକୁ ବେଳେ ବେଳେ ଅସଜଡା ଲାଗେ । ତାର ମନେ ପଡେ ଦଶମ ଶ୍ରେଣୀର ପାଠପଢା କଥା । ଗୋଟେ ଗଣିତ ଆମେ ନବୁଝି ପାରିଲେ ସାର୍ ତାକୁ ଦୁଇତିନିଥର ବୁଝେଇଥାନ୍ତି । ଆଉ କଲେଜ୍‌ରେ ସେ କଥା ଅପସରିଯାଇ ଟ୍ୟୁସନ୍ ସେଣ୍ଟରକୁ ଚାଲି ଆସିଲା । ଟ୍ୟୁସନ୍ ସେଣ୍ଟର୍‌ରେ ମଧ୍ୟ ଟ୍ୟୁସନ ସାର୍ ଆମେ ନ ବୁଝିଲା ପଯ୍ୟନ୍ତ ବୁଝେଇବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଆମଠାରୁ ପଇସା ନେଇଥାନ୍ତି ନା । ହେଲେ ଏଠି ଋଣ କରି ଟଙ୍କା ଦେଇ ବି ପ୍ରକୃତ ପାଠପଢାର ନାଁ ଗନ୍ଧ ନାହିଁ । ଜଣେ ହେଲେ ମନପ୍ରାଣ ଦେଇ ପଢଉଥିବା ଅଧ୍ୟାପକ କି ପ୍ରଧ୍ୟାପକ ବି ନାହାନ୍ତି । ଅତିଥୀ ଅଧ୍ୟାପକ ମାନେ ଆସନ୍ତି ବାସ କେମିତି ତାଙ୍କ କ୍ଲାସ୍ ଟି ସାରି ଦେଇ ସେମାନେ ତରତରରେ କଲେଜ୍‌ରୁ ବିଦାୟ ନେବେ । ଏଠି ସତେ ଯେମିତି କାହାର କୌଣସି ପାଠରେ ସନ୍ଦେହ ରହେ ନାହିଁ । ସନ୍ଦେହ ମୋଚନ କରିବାକୁ କାହାକୁ ପାଠ ପଚାରିବାକୁ ହେବ ସେଠି ସେ ପ୍ରାବଧାନ ର ମଧ୍ୟ ବ୍ୟବସ୍ଥା ନାହିଁ । ଗୋଟିଏ ବାକ୍ୟରେ କହିଲେ ଏଠି ସବୁ କିଛି ସେଲ୍ଫସ୍ଟଡ୍‌ି ବା ନିଜେପଢ ତତ୍ତ୍ୱ ଉପରେ ପର୍ଯ୍ୟବେସିତ । ନିଜେ ପଢ ନିଜେ ବୁଝ । ସମୟର ଅଭାବ ଏତେ ଯେ ନିଜେ ପଢିକି ବୁଝିବା ଟା ଏତେ ସହଜ ନୁହେଁ । ଆଉ ପ୍ରାକ୍ଟିକାଲ୍ କଥା ନକହିବା ଭଲ । କେତେଜଣ କାଁ ଭାଁ ଜାଆନ୍ତି ପ୍ରାକ୍ଟିକାଲ୍ ପ୍ରକୋଷ୍ଠକୁ । ପ୍ରାକ୍ଟିକାଲ୍ କରିବା ପାଇଁ ଗଲା ବେଳେ ଏକଥା ଦେଖିଲେ ବେଲେବେଳେ ଧରିତ୍ରୀର ମନ ମରିଯାଏ ।  ପ୍ରାକ୍ଟିକାଲ୍ ରେ କିଛି ଶଖିପାରୁନଥିବାରୁ ଦୁଃଖ ଲାଗେ । ପ୍ରାକ୍ଟିକାଲ୍ ସେଡ୍ ରେ କାହିଁ କେତେଟା ପୁରୁଣା ଅବା ନୂଆ ଯନ୍ତ୍ରପାତି ସେଥିରୁ କେତେକ ଚାଲୁଥାଏ ଆଉ କେତେକ ଅକାମୀ ତାହାର ମଧ୍ୟ ହିସାବ ନାହିଁ । ପ୍ରାକ୍ଟିକାଲ୍ ଶିଖେଇବାକୁ କେତେବେଳେ କେମିତି କେଉଁ ଅଧ୍ୟାପକ ଆସନ୍ତି ନଚେତ୍ ପ୍ରାକ୍ଟିକାଲ୍ ସହାୟକଙ୍କର ସେତେ କାହାପ୍ରତି ତାଗିଦ୍ ମଧ୍ୟ ନାହିଁ । ସେ ବି କାହାକୁ ବାଧ୍ୟ କରନ୍ତିନି କିଛି ଶିଖିବାକୁ । 
     ଯାହାର ଇଚ୍ଛା ହେଉଛି ସିଏ ସିଖୁ ନଚେତ୍ ବାହାରେ ବୁଲୁ ସେଥିରେ କିଛି ଯାଏଆସେ ନାହିଁ । କେତେ ପିଲା ପ୍ରାକ୍ଟିକାଲ୍ ଆରମ୍ଭରୁ ଆସି ନିଜ ହାଜିରା ପକେଇ ଦେଇ ଖସି କରି ବାହାରକୁ ପଳାନ୍ତି ତ ଆଉ କେତେ ଜଣ କ୍ଲାସ୍ ଶେଷ ସମୟକୁ ଆସି ହାଜିରା ପକାନ୍ତି । ସାତଆଠ ଜଣ ପିଲା ପ୍ରାକ୍ଟିକାଲ୍ ଏକାଠି କରନ୍ତି ଅବା କେତେବେଳେ ଯନ୍ତ୍ରାଂଶ ଅଚଳ ହୋଇପଡିଥିବା ଦେଖି ନିଜର ଥିଓରି ବହି ପଢି ସମୟ କାଟନ୍ତି ନଚେତ୍ ସାଙ୍ଗ ମାନଙ୍କ ସହିତ କଥାବାର୍ତ୍ତାରେ ସମୟ କଟିଯାଏ । ଧରିତ୍ରୀ ବୁଝିଗଲାଣି ଏଠି ପାଠ ପଢିବାର ସୁତ୍ର ହେଉଛି ନିଜେ ପଢ ନିଜେ ବଢ । ଏଠି ତୁମେ ନ ପଢିଲେ କାହାର କିଛି ଯାଏ ଆସେ ନାହିଁ । ନ ପଢିଲେ ବି ସେତେଖରାପ ନମ୍ବର ରହିବନି ଆଉ ଯଦି ଟିକେ ମନେଦଇ ପଢିଲ ତେବେ ବହୁତ ଭଲ ନମ୍ବର ରଖି ପାସ୍ କରିବ । କେବଳ କମ୍ପ୍ୟୁଟର୍ ଉପରେ ପର୍ଯ୍ୟବେସିତ ପ୍ରାକ୍ଟିକାଲ୍ କ୍ଲାସ୍ ଗୁଡିକ  ଯେପରି (ଅବଜେକ୍ଟ୍ କମ୍ପ୍ୟୁଟିଙ୍ଗ୍ ଲାବ୍‌) ହିଁ ଯଥାକଥା ଠିକ୍‌ଠାକ୍ ଚାଲିଥାଏ । 
      ବାକି ସବୁ ପ୍ରାକ୍ଟିକାଲ୍ କ୍ଲାସ୍ ଗୁଡିକ ନିଜର ମର୍ଯ୍ୟାଦା ବହନ କରିପାରନ୍ତି ନାହିଁ । ଏମିତି ଅସ୍ୱସ୍ତିକର ଅନ୍ତର୍ଦ୍ୱନ୍ଦ ଭିତରେ ଧରିତ୍ରୀ ଭାବି ବସେ ଏ ଇଞ୍ଜିନିୟରିଙ୍ଗ୍ କଲେଜ୍ ଗୁଡିକର ବାହ୍ୟ ଚାକଚକ୍ୟ ଏକ  ପ୍ରହେଳିକା ସଦୃଶ । ଏମାନଙ୍କର ସମ୍ବାଦ ପତ୍ରରେ ବାହରୁଥିବା ବିଜ୍ଞାପନ ଗୁଡିକ ମଧ୍ୟ ପ୍ରହେଳିକା । କିଏ ବା ଏମାନଙ୍କର ଏପରି ଶିକ୍ଷାର ଢାଞ୍ଚାକୁ ଲଗାମ୍ ଦେବ । ଏମିତି ଇଞ୍ଜିନିୟର ହେବା ଲକ୍ଷରେ ପିଲା ଆସୁଥିବେ । ପଢାସାରିଲା ବେଳକୁ ପିଲାମାନେ ବୁଝିନଥିବେ ବା ତାଙ୍କର ମନେନଥିବ ସେ କଣ ସବୁ ପଢିଥିଲେ ଆଉ ତାର ପ୍ରୟୋଗ କଣ । ଆଉ ସେ ଗୁଡିକ ସେ ଚାକିରୀ କ୍ଷେତ୍ରରେ ଆଦ୍ୟୈ ପ୍ରୟୋଗ କରିବାର ଦକ୍ଷତା କୁ ଗ୍ରହଣ କରିପାରିନଥିବେ । ପଢାସରିଗଲେ ନିଜ କ୍ୟାରିୟର୍ କୁ ନେଇ ଯନ୍ତ୍ରଣା ସହିବା ଛଡା ଆଉ କିଛି ପାଇବେନି । ଏମିତି କା ଭିତରେ ପ୍ରଥମ ଟେଷ୍ଟ୍ ସରିଯାଏ । ସମସ୍ତଙ୍କର ପ୍ରାୟ ଭଲ ନମ୍ବର ରୁହେ । ଆଉ ଧରିତ୍ରୀ ଯାଏ କଲିକତା ସ୍ଟଡିଟୁର୍ । ସିଦ୍ଧାର୍ଥ ତାଙ୍କ ସହିତ ନଯାଇ ପାରୁଥିବାରୁ ତା ମନ ଦୁଃଖ ଥାଏ । ହେଲେ ସେ ନିଶ୍ଚୟ କିଛି ଶିଖିକରି ଆସିବ ଏହି ଆଶାରେ ଯାଏ । କଲିକତାରେ ପହଞ୍ôଚବା ପରେ ପୂର୍ବ ନିଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ସେମାନେ ପହଞ୍ôଚଯାଆନ୍ତି ମୋବାଇଲ୍ ଆସେମ୍ବିଲ୍ ୟୁନିଟ୍ କାରଖାନାର । ଧରିତ୍ରୀ ସେ କାରଖାନାର ଭିତରର ଦୃଶ୍ୟ ଦେଖି ପୁରାପୂରୀ ଆଶ୍ଚର୍ଯ୍ୟ ହୋଇଯାଏ । ପ୍ରତ୍ୟେକ ଇଞ୍ଜିନିୟର୍ ପାଇଁ ଗୋଟିଏ ଗୋଟିଏ ଖୋଲା ଚାମ୍ବର୍ । ଚାମ୍ବର୍ ଆଗରେ ଏତେ ସୁନ୍ଦର ଭାବରେ ଯଥାସ୍ଥାନରେ ଯିଏ ରହିବାକଥା ମୋବାଇଲ୍ ମାନଙ୍କର ଯନ୍ତ୍ରାଂସ ସବୁ ସେମିତି ରହିଛି । ଇଣ୍ଟେଗ୍ରଟେଡ୍ ଚିପସ୍‌, ବ୍ୟାଟେରୀ, ଇଣ୍ଟଗ୍ରେଟେଡ୍ ସର୍କିଟ ସବୁକିଛି । ସେହି ସବୁ ଜିନିଷ ସାମନାରେ ଗୋଟିଏ ଘୂର୍ଣ୍ଣାୟମାନ ଚଉକି ଉପରେ ବସିଛନ୍ତି ଇଞ୍ଜିନିୟର । ହାତରେ ଗ୍ଲୋବ୍ । ମୁଣ୍ଡରେ ଟୋପି । ସମସ୍ତଙ୍କର ବେଶଭୂଷା ଏକାପରି । ପ୍ରତି ଚାମ୍ବର୍‌ରେ ସୋଲ୍ଡିଙ୍ଗ୍ କରିବା ପାଇଁ ବ୍ୟୈଦୁତିକ ବ୍ୟବସ୍ଥା ସହିତ ଗୋଟିଏ ଜରୁରୀକାଳୀନ ସୁଇଜ୍ ମଧ୍ୟ ଅଛି । ସମସ୍ତେ ଯେଝା କାମରେ ବ୍ୟସ୍ତ । ପିଲା ମାନଙ୍କ ମଧ୍ୟରୁ ମଧ୍ୟ ଦଳଦଳ ହୋଇ ବାଣ୍ଟି ହୋଇ ଯାଇଛନ୍ତି ।
      ଧରିତ୍ରୀ ଯେଉଁ ଦଳରେ ଅଛି ସେମାନଙ୍କର ପ୍ରାୟ ସମସ୍ତଙ୍କର ଜାଣିବାରେ ଆଗ୍ରହ ଥାଏ । କଥାରେ ଅଛି ସମଦର୍ଶୀ ବ୍ୟକ୍ତି ମାନେ ପାଖାପାଖି ରହିବାକୁ ଟିକେ ଭଲପାଆନ୍ତି । ତେଣୁ ଯେଉଁମାନଙ୍କର ଏ ଇଞ୍ଜିନିୟରିଙ୍ଗ୍ ଶିକ୍ଷାରୁ କିଛି ଶିଖିବାର ଆଶା ଅଛି ସେମାନେ ସବୁବେଳେ ପାଖାପାଖି ରହିବାକୁ ପସନ୍ଦ କରନ୍ତି । ଧରିତ୍ରୀ ଦଳ ଯେତିକି ଯନ୍ତ୍ରାଂଶମାନଙ୍କ ବିଷୟରେ ଆଗ୍ରହ ରଖିଥାଏ ଅନ୍ୟ ଦଳ ମାନେ ମଜା ନେବାରେ ସେତିକି ବ୍ୟସ୍ତ ଥାନ୍ତି । ଅନ୍ୟଦଳ ମାନଙ୍କ ଭିତରୁ ଅନେକ ଚାହୁଁ ଥାନ୍ତି କେଉଁଠି କୋଉ ସୁନ୍ଦର ଝିଅଟେ ବସି କାମ କରୁଛି ତାରି ପାଖକୁ ଯାଇ ସବୁ ପଚାରିବେ । ପାଠ ତ ଯାହା ପଢିବେ ପଢିବେ ଆଉ ଯାହା ତଥ୍ୟ ସଂଗ୍ରହ କରିବେ, ସେତ ଅଲଗା କଥା ହେଲେ ଦେଖିବେ ସେ ଝିଅର ରୂପ ଆଉ ଯୈାବନ । ତା ସହିତ କଥା ହୋଇ ଟିକେ ମଜା କରିବେ । ଅନ୍ୟ କେତେଜଣ ଖାଲି ବୁଲିବାରେ ବ୍ୟସ୍ତ ଥାନ୍ତି । ଆମ ଟୁର୍ ଗାଇଡ୍ ଯାଇଥାନ୍ତି ନରୋତ୍ତମ ସତପଥୀ ସାର୍ । ସିଏ କାହାକୁ ବା ଯବତ କରିବେ । ସିଏ ଜବତ କରିବାକୁ ଚାହାଁନ୍ତିନି ମଧ୍ୟ । ଯିଏ ଯାହାର ଯେପରି ଇଚ୍ଛା ସେପରି କରୁ । ନିଜେ ଦେଖନ୍ତୁ ପଚାରନ୍ତୁ ଆଉ ଶିଖନ୍ତୁ । ଧରିତ୍ରୀ ଓ ତା ଦଳରଅନ୍ୟ ସବୁ ପିଲା  ଅନେକ ସର୍କିଟ ର ଡାଇଗ୍ରାମ୍ ଦେଖିଛନ୍ତି । ଅନେକ କିଛି ବୁଝିଛନ୍ତି । ଏମିତିକାରେ ଅପରାହ୍ନ ଚାରିଟା ହୋଇଯାଏ । ସତପଥୀ ସାର୍ ସମସ୍ତଙ୍କୁ ଏକାଠି କରି ହୋଟେଲ୍ ଫେରିଯିବାକୁ କୁହନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ଅବୋଲକରା ସେମାନେ କହିଛନ୍ତି ସାର୍ ଆମେ ପଛରେ ଟିକେ ବୁଲାବୁଲି କରି ରାତି ୯ଟା ସୁଧା ହୋଟେଲ୍ ରେ ଯାଇ ପହଞ୍ôଚବୁ । ପ୍ରଥମେ ପ୍ରଥମେ ସତପଥୀ ସାର୍ ରାଜି ହୋଇନଥିଲେ । ପୁଣି ପରେ ମନେମନେ ଭାବିଲେ ଏ ବୟସରେ ଯଦି ପିଲାମାନେ ଟିକେ ମନଖୁସିରେ ନବୁଲିବେ ତେବେ  ଆଉ କେବେବୁଲିବେ । ସେମାନଙ୍କୁ ପାଖକୁ ଡାକି କହିଲେ ଯେଉଁମାନେ ଯିବାକୁ ଚାହୁଁଛ ଗୋଟିଏ ଲେଖାଏଁ ଦରଖାସ୍ତ ଲେଖ । ଆଉ ମୋତେ ଦିଅ । ସେଥିରେ ଲେଖ ଯେ ମୁଁ ମୋ ନିଜ ଇଚ୍ଛାରେ ଏବଂ ନିଜ ତତ୍ତ୍ୱାବଧାରେ ଯାଉଛି ଏଥିରେ ଟୁର୍ ଗାଇଡ୍‌ଙ୍କର କୌଣସି ଭୂମିକା ନାହିଁ । ମୋ ସହିତ ଯେ କୈାଣସି କଥା ଘଟିବ ସେଥିପାଇଁ ମୁଁ ଦାୟୀ ରହିବି । ଯେଉଁମାନେ ନିଜ ଘରତରଫରୁ ସମ୍ପୂର୍ଣ୍ଣ ମୁକୁଳା ଓ ଯଉଁମାନେ ଭୟଭ୍ରାନ୍ତି ବୋଲି କିଛି ନଥିଲା ସେମାନେ ଖଣ୍ଡିଏ ଖଣ୍ଡିଏ ଦରଖାସ୍ତ ଦେଇ ବାହାରି ପଡିଲେ ବୁଲିବାକୁ । ଧରିତ୍ରୀ, ଅନ୍ୟ ସମସ୍ତେ ଓ ସତପଥୀ ସାର୍ ଆସି ହୋଟେଲ୍ ଠାରେ ପହଞ୍ôଚ ସେଠାରେ ଦୂରଦର୍ଶନ ଦେଖିବାରେ ମନ ନିବେଶକଲେ । ସେମାନେ ସମସ୍ତେ ଫେରନ୍ତି ରାତି୧୦ଟା ପାଖାପାଖି । କୁଆଡେ ଯାଇଥିଲେ କଣ କରିଥିଲେ କାହାକୁ ଜଣାନ୍ତି ନାହିଁ । 
     ସକାଳ ହୁଏ । ପୁଣି ସମସ୍ତେ ବାହାରନ୍ତି ଆଉ ଏକ ସଫ୍ଟୱୟାର କମ୍ପାନୀ ପରିଦର୍ଶନ କରିବାକୁ । ସେଠୁ ଦିନ ୧୨ଟାରେ କାଳିମନ୍ଦିର ଯିବେ ଓ ଠିକ୍ ୪ଟାରେ ଆସି ବସ୍ ରେ ବସି ଫେରିବେ ଭୂବନେଶ୍ୱର । ସେଇଆ ହୋଇଛି । ସମସ୍ତେ ଯାହିତାହି ଭାବରେ ସଫ୍ଟୱୟାର କମ୍ପାନୀ ଟି ବୁଲି ସାରିବା ପରେ ଯାଆନ୍ତି କାଳୀ ମନ୍ଦିର । କାଳୀ ମନ୍ଦିର ସମୟରେ ସମସ୍ତେ ଉନ୍ମକ୍ତ । ଯିଏ ଯାହାର ସାଙ୍ଗ ହୋଇ ପ୍ରାୟ ପୁଅଝିଅ ହେଲେ ହଳିହଳିକିଆ ଆଉ ଖାଲି ପୁଅସାଙ୍ଗତିନି ଚାରିଜଣ ଲେଖାଏଁ ବୁଲିବାରେ ଲାଗନ୍ତି । ତା କ୍ଲାସ୍ ରେ ପ୍ରାୟ ଏଗାର ଜଣ ପୁଅପିଲାଙ୍କର ତାରି କ୍ଲାସ୍ ର ଝିଅପିଲାଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥାଏ । ସେମାନେ ପରସ୍ପର ଅତୀବ ନିଜର । କଲେଜ୍‌ରେ ଥିବା ବେଳେ ଆମ ଝିଅ ମାନଙ୍କୁ ତ ଲଗାମ ନାହିଁ । ତା ପରେ କିଏ କେଉଁଠୁ ଗାଁରୁ ଅବା ଅନ୍ୟସହରରୁ ଆସି ହଷ୍ଟେଲ୍ ରେ ରହୁଛନ୍ତି । ତେଣୁ କାହାର ବି ଏ ସହରରେ ଚିହ୍ନାଜଣା କହିଲେ କେହିନାହାନ୍ତି । ତେଣୁ କ୍ଲାସ୍ ଚାଲିଥିବା ବେଳେ ଯେ େକୈାଣସି ଛୁଟିଦିନ ଅବା ରବିବାର ଦିନ ଏମାନେ ନିଜ ନିଜ ମଟର ସାଇକେଲ୍ ଅବା ବସ୍‌ରେ ମସ୍ତି କରିବାକୁ ଚାଲିଯାଇଥାନ୍ତି । ଆଉ ଏ ତ ପୁଣି କଲିକତା ସହର । ଆମ ମାନଙ୍କ ଭିତରୁ ଯାହାର ସବୁ ସମ୍ପର୍କ ଥିଲା ସମସ୍ତେ ସେମାନଙ୍କ ସାଥୀରେ ଚାଲିଗଲା ପରେ ଆମେ ମଧ୍ୟ ଚାରି ପାଞ୍ଚଜଣ ଲେଖାଏଁ ଝିଅ ଏକାଠି ହୋଇ ବୁଲିବାରେ ଲାଗିଥାଉ । ଧରିତ୍ରୀର କିନ୍ତୁ ମନ ଭାରି କଷ୍ଟରେ ଥାଏ । ପ୍ରତି ମୁହୁର୍ତ୍ତରେ ସେ ସିଦ୍ଧାର୍ଥକୁ ମିସ୍ କରୁଥାଏ । କାହିଁକି କେଜାଣି ଏ ଟୁର୍ କୁ ଆସିଲା ପରଠାରୁ ତାକୁ ଭାରି ଅଡୁଆ ଅଡୁଆ ଲାଗୁଥାଏ । 
     ସବୁବେଳେ ଖାଲି ସିଦ୍ଧାର୍ଥର ଅନୁପସ୍ଥିତ ତାକୁ ଏକ ବିରସ ବଳୟ ଭିତରକୁ ଭିଡି ଦେଉଥାଏ । ମନ ତାର ସମ୍ଭାଳି ହୋଇପାରିନି । ସିଦ୍ଧାର୍ଥକୁ ଫୋନ୍ କରିଛି । ସିଦ୍ଧାର୍ଥର ସ୍ୱର ଶୁଣି ମନରେ ଉତ୍କଣ୍ଠା କହିଲେ ନସରେ । ହେଲେ ସିଦ୍ଧାର୍ଥର ସେମିତି କିଛି ବି ନାହିଁ । ହଁ ଧରିତ୍ରୀ ଯାଇଛି ଭଲରେ ଭଲରେ ଫେରିଆସୁ ଏହି ଚିନ୍ତା । ଧରିତ୍ରୀ କହିବାରେ ଲାଗିଛି ମୋତେ ଏଠି ମୋଟେ ଭଲଲାଗୁନି ।  ସିଦ୍ଧାର୍ଥ- କାହିଁକି? କିଛି ଅସୁବିଧା ହେଲା ନା କଣ ।
ଧରିତ୍ରୀ- ନାହିଁ ନାହିଁ ସବୁ ସୁବିଧା ।
ସିଦ୍ଧାର୍ଥ- ତାହା ହେଲେ ମନ କାହିଁକି ଦୁଃଖ ।
ଧରିତ୍ରୀ-ତୁମେ ଆସିଥିଲେ ବହୁତ ଭଲ ହୋଇଥାନ୍ତା ।
ସିଦ୍ଧାର୍ଥ-ମାନେ? ଏ କଣ ସମ୍ଭବ ।
ଧରିତ୍ରୀ- ସେ କଥା ତ ମୁଁ ଜାଣିଛି ।
ସିଦ୍ଧାର୍ଥ- ହଉ ବର୍ତ୍ତମାନ କଣ କରୁଛ ।
ଧରିତ୍ରୀ-କାଳୀ ମନ୍ଦିର ବୁଲିବାକୁ ଆସିଛୁ ଆଉ ଅଧଘଣ୍ଟା ପରେ ଭୂବନେଶ୍ୱର ଫେରିବୁ ।
ସିଦ୍ଧାର୍ଥ- ହଉହଉ କାଳୀ ମା’ ଙ୍କ ପାଖରେ ପ୍ରଣାମ କର ଯେ ଜୀବନରେ କେମିତି ଭଲରେ ରୁହ । ମୁଁ ରହୁଛି । ଏତିକି କହି ସିଦ୍ଧାର୍ଥ ଫୋନ୍ ରଖିଦେଇଛି ।
ଧରିତ୍ରୀ- ବିରକ୍ତି ଭାବ ପ୍ରକାଶ କରିଛି । କେମିତିକା ଏ କେଜାଣି । ପୁଅପିଲାମାନେ ଝିଅପିଲାଙ୍କ ସହିତ କଥାହେଲେ ମୋବାଇଲ୍ ରେ ମୁହଁ ଚିପେକଇକି ରଖିଥାନ୍ତି ହେଲେ ୟାଙ୍କର ବାଗ ପୁରା ନିଆରା । ହେଲେ ସେ ବିରକ୍ତି ଭିତରେ ଲୁଚି ରହିଥାଏ ସମର୍ପିତ ପ୍ରେମର ପରାକାଷ୍ଠା ।
      ତା’ ପରେ ସମସ୍ତେ ମନ୍ଦିର ବୁଲିଛନ୍ତି ଓ ଠିକ୍ ସମୟରେ ଫେରିଛନ୍ତି ବସ୍ ରେ ଭୂବନେଶ୍ୱର । ବସ୍ ଭିତରେ ଯେଝା ସିଟ୍ ରେ ସମସ୍ତେ ବସିଛନ୍ତି । କଲିକତା ଆସିଲା ବେଳକୁ ଯେପରି ମୋନା ଆଉ ଧରିତ୍ରୀ ଏକାଠି ବସିଥିଲେ ଗଲାବେଳକୁ ବି ସେହି ଗୋଟିଏ ସିଟ୍ ରେ ଏକାଠି ବସିଛନ୍ତି । ମୋନା ତ ଆଧୁନିକତାର ଚରମସୀମାରେ ହେଲେ ହୃଦୟ ଖୋଲା । ଲଜ୍ଜା ସରମର ସେ ବହୁତ ଉର୍ଦ୍ଧ୍ୱରେ । ତା’ ପାଖରେ ନାହିଁ ପ୍ରଥା ପରମ୍ପରାର ବନ୍ଧନର ନିୟମ ବା ଭୟ । ସେ ଏ ମଣିଷ ସମାଜକୁ ସବୁବେଳେ ପାଶ୍ଚାତ୍ୟ ଦୃଷ୍ଟିରେ ଦେଖେ । ତେଣୁ ସେ ଯେଉଁଠି ଯାହା ସହିତ ଯେଉଁକାମ କରେ ତାକୁ ସବୁ ଅନ୍ୟ ଆଗରେ ଗାଳିପକାଏ । ଧରିତ୍ରୀକୁ ସେ ବହୁତ ପସନ୍ଦ କରେ ହେଲେ ଧରିତ୍ରୀ ଯଦିଓ ତା’ର ଏ ନିଷ୍କପଟ ମନକୁ ନେଇ ତାକୁ ଭଲପାଏ ତାର ଏ ଉଗ୍ର ଆଧୁନିକତା ତାକୁ ଆଦ୍ୟୈ ଭଲ ଲାଗେନି । ତଥାପି ତାକୁ ନିଜର କଲା ଭଳି ମିଶିଯାଏ । ସେ ଦିନ ଦୁଇଜଣ ଏକାଠି ବସି ବସ୍ ରେ ବାସ ଦୁଇ ତିନି କି.ମି. ଆସିଛନ୍ତି କି ନାହିଁ ଖୋଲି ଦେଇଛି ତାର ଗତକାଲି ଘଟି ଯାଇଥିବା ଟୁର୍ ରେ ପୁରାଣ ପେଡି । 
ମୋନା-ଧରିତ୍ରୀ ମୁଁ ଗୋଟେ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି?
ଧରିତ୍ରୀ-କି କଥା ।
ମୋନା-କାଲି ଯେତେବେଳେ ଆମେମାନେ ସବୁ ହୋଟେଲ୍‌କୁ ଫେରି ଆସିଲେ ଆଉ  ଯେଉଁମାନେ ନଆସି ବୁଲିବାକୁ ଗଲେ ସେମାନଙ୍କ କଥା । ସତ କହିବାକୁ ଗଲେ ଧରିତ୍ରୀ ମନରେ ସେତେଟା ଉତ୍କଣ୍ଠା ନଥାଏ ସେ କଥା ଶୁଣିବାକୁ ହେଲେ ଯେହେତୁ ମୋନା ଶୁଣେଇବାକୁ ଚାହୁଁଛି ନଶୁଣିଲେ ତା ମନ ଦୁଃଖ ହେବ ତେଣୁ ବାଧ୍ୟହୋଇ ପଚାରିଛି କଣ ସବୁ ହେଲା ।
ମୋନା-କାଲିସେଠୁତେର ଜଣ ପୁଅପିଲା ପଳେଇଥିଲେ ବୁଲିବାକୁ । ସେଥିରୁ ସୈାମ୍ୟ, ସନ୍ତେଷ, କାଳିଆ ଓ ଶିବ ଏ ଚାରିଜଣ ଯାଇଥିଲେ ମୁଜରା ନାଚ ଦେଖିବାକୁ ।
ଧରିତ୍ରୀ-ଏ ମୁଜରା କଣ ବା?
ମୋନା-ସତରେ ତୁ ଗାଁରୁ ଆସିଛୁ । ଆବେ ଏ ଫିଲ୍ମ୍ ମାନଙ୍କରେ ଦେଖିନୁ ନର୍ତ୍ତକୀ ନାଚୁଥିବ ଆଉ ପାଖରେ କେତେଜଣ ମଦ ପିଇ ବସି ତା ଉପରକୁ ଟଙ୍କା ଉଡଉଥିବେ ।
ଧରିତ୍ରୀ-ହଁ ହଁ ।
ମୋନା-ସେଇଆକୁ ମୁଜରା କହନ୍ତି ।
ଧରିତ୍ରୀ-ଛି ସେ ଭଳିଆ କଥା ଆଉ କହନି । ସେମାନଙ୍କ ପାଖରେ ପଇସା ଅଛି ଗଲେ ମସ୍ତି କରିକି ଆସିଲେ ସେଥିରେ ଅସୁବିଧା କଣ ।
ମୋନା-ଆରେ ଖାଲି ସେତିକି ନୁହଁ ଆଉ ପାଞ୍ଚଜଣ ଯାଇଥିଲେ ଲାଲବତୀ ଅଞ୍ଚଳକୁ ।
ଧରିତ୍ରୀ-ଲାଲବତୀ ମାନେ ରେଡ ଲାଇଟ୍ ଏରିଆ ।
ମୋନା-ହଁ...........ା
ଧରିତ୍ରୀ-ଗଲେ ପଇସା ଖର୍ଚ୍ଚକରି ମନଖୁସି କରିଦେଇ ଆସିଲେ ଆଉ କଣ ।
ମୋନା-ମୁଁ ଦେଖୂଛି ତୁ ଏଥରିକ ସବୁକଥାକୁ ଭାରି ହାଲୁକା ଭାବରେ ନେଲୁଣି ।
ଧରିତ୍ରୀ-ଆଉ ନେବିନି କାହିଁକି ଯେ । ଆରେ ଆମେ ଝିଅମାନେ ଏତେ କଥା ଯେତେବେଳେ ସବୁ କରି ପାରୁଛେ ସେମାନେ ବା କାହିଁକି ନକରିବେ କହୁନୁ । ସେ ତ ପୁଣି ପୁରୁଷ ପିଲା । ଯବାନି ବେଳ ନା ।
ମୋନା-ଆମେ କଣ ଏମିତି ସବୁ କରୁଛେ ।
ଧରିତ୍ରୀ-ସବୁ କଥା ଛାଡ ଆଗ ଦେଖିଲୁ ଆମ ମାନଙ୍କ କପଡା ପିନ୍ଧା ଶୈଳୀ । କିଏ ଏତେ ଟାଇଟ୍ ଜିନ୍ ସହିତ ଏତେ ଟାଇଟ୍ ଟି ସାର୍ଟ ପିନ୍ଧୁଛି ଯେ ସତେ ଯେମିତି ଛାତିଟା ପିଚିକି କି ଆଗକୁ ବାହାରି ପଡୁଛି । ଆମ ପୂର୍ବ ପିଢୀର ଝିଅମାନେ ଛାତିକୁ ଏତେ ଯତ୍ନର ସହିତ ଢାଙ୍କିକି ରଖୁଥିଲେ ତାର ଏକ ଭିନ୍ନ ଆକର୍ଷଣ ଥିଲା । ହେଲେ ଆମମାନଙ୍କର ଏ କପଡା ପିନ୍ଧା ଶୈଳୀ କୁ ଓଠରେ ଲିପ୍‌ଷ୍ଟିକ୍‌, ପାଦରେ ହିଲ୍ ଚପଲ ସବୁ ସ୍ୱର୍ଗର ରମ୍ଭା ମେନକାଙ୍କର ଆକର୍ଷଣ ଶକ୍ତିଠାରୁ କୋଉ ଗୁଣରେ କମ୍ କହୁନୁ । ପୁରାଣରେ ପଢିଥିଲେ ବିଶ୍ୱାମିତ୍ରଙ୍କ ଭଳି ତପସ୍ୱୀଙ୍କୁ ସ୍ୱର୍ଗର ରମ୍ଭା ନିଜ ରୂପର ଯାଦୁର ଆକର୍ଷଣରେ କରିଥିଲା କାମୁକ ଓ ଭଗ୍ନ ହୋଇଥିଲା ତାଙ୍କର ତପସ୍ୟା । ସେ ତ ପୁଣିଥିଲେ ଜଣେ ଯୋଗୀ ଆଉ ତପସ୍ୱୀ । ସେମାନଙ୍କ ଆଗରେ ଆଜିର ଏ ଯୁବପିଢୀ କଣ କହିଲୁ । ଆମମାନଙ୍କର ଜିବନଶୈଳୀ ର ଆକର୍ଷଣରେ ସେମାନେ କାହିଁକି ବା କାମୁକ ନହେବେ । ସେମାନେ ତ ପୁଣି ପରୁଷ ନା । ତାଙ୍କର ତ ପୁଣି କାମଶକ୍ତି ଅଛି କି ନାହିଁ । ଧରିତ୍ରୀର ଏଭଳି କଥା ଶୁଣିଲା ପରେ ମୋନା ପୁରାପୁରି ତଟସ୍ଥ । ଆଉ କିଛି କହି ପାରିନି । ନିଜ ଛାତିକି ବାରମ୍ବାର ଖାଲି ଦେଖି ଚାଲିଛି । ତୁ ମନ ଦୁଃଖ କଲୁ ନା କଣ ମୋନା । ଆରେ ମୁଁ ତ ପୁଣି ତୁମ ମାନଙ୍କ ରଙ୍ଗରେ ରଙ୍ଗି ହୋଇ ଗଲାଣି ନା । ବେଳେ ବେଳେ ଟାଇଟ୍ ଜିନ୍ ପ୍ୟାଣ୍ଟ ସହିତ ଟାଇଟ୍ ଟି ସାର୍ଟ ମୁଁ ବି ପିନ୍ଧି ପକାଇ ମୋ ରୂପର ଆକର୍ଷଣ ବଢେଇ ଦେଉଛି ନା । ତେଣୁ ଆଜିର ଏ ସମାଜ ସ୍ରୋତରେ ଆମେମାନେ ବି ଭାଷି ଚାଲିଲେଣି । ଯାହାଥିଲା ପଶ୍ଚିମ ମାନବ ମାନଙ୍କର ଜୀବନ ଶୈଳୀ ତାକୁ ଆମେ ଏପରି ଅନୁକରଣ କରିବସିଲେଣି ଯେ ଆମ ପାଖରେ ନାହିଁ ନିଜ ପ୍ରଥା ପରମ୍ପାରାର ପଦମର୍ଯ୍ୟଦା । ଆମେ ଏହାକୁ ଏବେ ବଦଳାଇ ପାରିବାନି । ହଁ ସମୟ ଆସିଲେ ଆପେ ଆପେ ବଦଳିଯିବ ହେଲେ ଏ ପିଢୀ ସରିଯାଇପାରିଥାଏ । 
      ମୋନା ଆଉ କିଛି ନକହି ସେଇ ସିଟ୍ ଉପରେ ହିଁ ଧରିତ୍ରିକୁ ସ୍ନେହରେ କୁଣ୍ଢେଇ ପକେଇ ତା ଗାଲକୁ କିସ୍ କରି କହିଛି ସତରେ ତୋର ଏ ହୃଦୟ ଭିତରେ ଗାଉଁଲି ଗୋରୀର ପବିତ୍ରତା ଆଉ ଚରିତ୍ର ଏବେ ବି ଲୁଚିକରି ଅଛି । ତା ପରେ ମୋନା ଆଣିଥିବା ବାଦାମକୁ ଦେଇଛି ଖାଇବାକୁ ଧରିତ୍ରୀକୁ । ଉଭୟେ ଆସିଛନ୍ତି ବାଟରେ ବସ୍ ରହିଛି ଡିନର୍ ପାଇଁ । ତାପରେ ଶୋଇଯାଇ ସକାଳ ଛଅଟାରେ ଆସି ନିଜ କଲେଜ୍ କ୍ୟାମ୍ପସ୍‌ରେ ଓହ୍ଲାଇ ପଡିଛନ୍ତି । ବସରୁ ଓହ୍ଲାଇଲା ବେଳକୁ ସିଦ୍ଧାର୍ଥ ଆସି ଠିଆ ହୋଇଥାଏ । ଧରିତ୍ରୀ ତାକୁ ଦେଖିଦେଲାପରେ ମନରେ ସିଏ ଯେଉଁ ଅଭୂତ ଆନନ୍ଦ ତାହା କେବଳ ଧରିତ୍ରୀ ଭଳି ଅନୁଭବୀ ଝିଅ ହିଁ ଭଲ ଭାବରେ ବ୍ୟକ୍ତ କରିପାରିବ । 
     ଦିନ ପରେ ଦିନ ଗଡିଚାଲେ । ତୃତୀୟ ସେମିଷ୍ଟର୍ ପରୀକ୍ଷା ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ ମାନଙ୍କରେ ହେଉଥିବା ଚିରାଚରିତ ଢଙ୍ଗରେ ସରିଯାଏ । ଧରିତ୍ରୀ, ସିଦ୍ଧାର୍ଥ, ଜମିଲ୍ ପୂର୍ବ ଭଳି ତାଙ୍କ ନମ୍ବରରେ ଶତକଡା ଯେତିକି ରଖିବା କଥା ତା’ଠାରୁ ଆଉ ଟିକେ ଅଧିକ ରଖନ୍ତି । ସେମିଷ୍ଟର୍ ଛୁଟି ହୁଏ ପୁଣି ପରେପରେ ଚତୁର୍ଥ ସେମିଷ୍ଟର୍ ଆରମ୍ଭ ହୋଇଯାଏ । ଚତୁର୍ଥ ସେମିଷ୍ଟର୍ ବେଳକୁ  ଧରିତ୍ରୀ ଦେଖେ କଲେଜ୍‌ରେ ପ୍ରାୟପ୍ରତି ଡିପାର୍ଟମେଣ୍ଟରେ ଅନେକ ପୁଅ ଅନେକ ଝିଅଙ୍କୁ ଭଲପାଇ ବସିଥାନ୍ତି ଅବା ନିଜର ବାନ୍ଧବୀ କରିଥାନ୍ତି । ଛୁଟି ଦିନ ମାନଙ୍କରେ ଯିଏ ଯୁଆଡେ ପାରିଲେ ନିଜ ନିଜର ପୁରୁଷବନ୍ଧୁସହିତ ଝିଅମାନେ ସେମିତି ମୁହଁରେ ଚୁନୁରିକୁ ଗୁଡେଇ  ମଟର ସାଇକେଲ୍‌ରେ ବସି  କୁଆଡେ ମନ କୁଆଡେ ବୁଲିବାକୁ ଯାଉଥାନ୍ତି । ଧରିତ୍ରୀ ପ୍ରତି ମୁହୁର୍ତ୍ତରେ ଅନୁଭବ କରେ ଏ କଲେଜ୍‌ରେ ପିଲାମାନେ ଭରପୁରୁ ଜୀବନକୁ ଉପଭୋଗ କରୁଛନ୍ତି ହେଲେ କାଁ ଭାଁ କେତେ ଜଣ କୁ ଛାଡିଦେଲେ କାହାର ବିପାଠ ପ୍ରତି ନିଘା ନାହିଁ । ଆଉ ସବୁଠାରୁ ସେହି କଥା ଗୁଡିକ ଧରିତ୍ରୀକୁ  ବହୁତ ବ୍ୟତିବ୍ୟସ୍ତ କରିପକାଏ କାହିଁକି ଧରିତ୍ରୀ ବି ବୁଝିପାରେନା । ଯେତେବେଳେ ଦୁଇଜଣ ପୁଅଝିଅ ବନ୍ଧୁଙ୍କ ଭିତରେ ମନମାଳିନ ହୋଇଯାଏ, ବେଳେବେଳେ କୌ ଣସି ପୁଅ ପିଲାରମୁହଁର ଅବସ୍ଥା ଏପରି ଦେଖାଯାଏ ଯେ ସତେ ଯେପରି ଧରିତ୍ରୀ ଅନୁଭବ  କରେ ସେ ପୁଅଟି ତା ଜୀବନରେ  ସବୁକିଛି  ହରେଇ ବସିଛି । ଏ ସଂସାରରେ ସେ ଯେଉଁ  ଝିଅକୁ ଭଲପାଉଛି ତା ଠାରୁ ଆଉ କିଛି  ବି ବଡ ଜିନିଷ ନାହିଁ ।  ସେଇଠି ଧରିତ୍ରୀ ନିଜକୁ ତୁଳନା କରିବସେ ଆଉ କହେ ସତରେ ଏ ପ୍ରେମ କେମିତିକା? କାହିଁକି ଏମିତିକା ହୁଏ? ସେ ବି ଅନୁଭବ କରିଛି ସିଦ୍ଧାର୍ଥ ଯଦି ଦିନୁଟେ ମାତ୍ର ତାକୁ ଭଲରେ ନଅନାଏ ତେବେ ତା କଲିଜା ଟା ଖାଲି ଛଟପଟ ହୁଏ । କିଭଳି ଏ ସଂଯୋଗ, କେଜାଣି ? ବିଶ୍ୱକର୍ତ୍ତାଙ୍କ ସୃଷ୍ଟି ରେ ଏ ହେଉଛି ଅଭୂତ । ଏ ଭଳି ଅନୁଭବ ସମସ୍ତଙ୍କ ପାଖରେ ମଧ୍ୟ ଆସେନାହିଁ । ଯେଉଁଠି ମନ ଆଉ ହୃଦୟ ମିଳିଗଲା ସେଇଠି ଏପରି ହୁଏ ଆଉ ଏ ହୃଦୟ ଯନ୍ତ୍ରଣାରେ ଛଟପଟ ହୁଏ । ଧରିତ୍ରୀ କିନ୍ତୁ ନିଜକୁ ଅନ୍ୟ ଝିଅମାନଙ୍କ ଭଳି ସାଙ୍ଗ ପଛରେ ମୁହଁରେ ଚୁନୁରି ବାନ୍ଧି ସାଙ୍ଗ ପଛପଟେ ବସି ଯିବାକୁ ଆଦୈା ପସନ୍ଦ କରେନି । ସେ ଜାଣେ  ପ୍ରେମରେ ପବିତ୍ରତା ଥିବା ଦରକାର । ତେବେ ଏ ସମାଜ ବି ତୁମକୁ ଆଖି ଦେଖେଇ ପାରିବନି ।
     ଏମିତିକା ଭିତରେ ଦିତ୍ୱୀୟ ବର୍ଷର ବାର୍ଷିକ ଉତ୍ସବ ଆସି ପହଞ୍ôଚ ଯାଏ ।  ବାର୍ଷିକ ଉତ୍ସବରେ ଦ୍ୱତୀୟ ବର୍ଷର ପିଲାମାନେ ଅଧିକ ଭାଗ ନେଇଥାନ୍ତି । ତେଣୁ ସେ ବର୍ଷ କଲେଜ୍‌ର କିପରି ଜୋର୍‌ସୋର୍  ପ୍ରଚାରପ୍ରସାର ହେବ କଲେଜ୍ ପରିଚାଳନା କମିଟି  ମଧ୍ୟ ଅହରହ ଉଦ୍ୟମ ଜାରି ରଖିଥାଏ । କଲେଜ୍‌ରେବି ପାଠପଢା ହେଉ କି ନହେଉ ସେଥିରେ କିଛି ବି ଫରକ୍ ନାହିଁ ହେଲେ ବାହାରକୁ ସନ୍ଦେସ୍ ଯିବା ଦରକାର ଯେ କଲେଜ୍ ରେ ଅନେକ କିଛି କାର୍ଯ୍ୟକ୍ରମ ହେଉଛି । ବହୁତ  ଭଲଭଲ କାର୍ଯ୍ୟକ୍ରମ ହେଉଛି । କଲେଜ୍‌ରେ ଉତ୍ସବ ମାନଙ୍କୁ ବଡବଡ ଅତୀଥି ମାନେ ଆସୁଛନ୍ତି । ଆଉ ସେଲିବ୍ରିଟି ମାନେ ଆସୁଛନ୍ତି । ଇଲେକ୍ଟ୍ରୋନିକ୍ ଗଣ ମାଧ୍ୟମରେ ପ୍ରଚାରପ୍ରସାର ହେବା ଆବଶ୍ୟକ । ସାମାଜିକ ଗଣମାଧ୍ୟମରେ ତା ଠାରୁ ଅଧିକ ପ୍ରଚାରପ୍ରସାର ହେବା ଆବଶ୍ୟକ ଯାହାଫଳରେ କି ଆସନ୍ତା ବର୍ଷ ବି ଏଠି ନୂତନ ପିଲାଙ୍କର ଭରମାର ସମାଗମ ହେବ ଆମ କଲେଜ୍‌ରେ ପଢିବା ପାଇଁ । ତେଣୁ ଏ ବର୍ଷ ପରିଚାଳନା କମିଟି ବାର୍ଷିକ ଉତ୍ସବ କୁ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଜଣେ ପ୍ରଫେସର କୁ ଡାକିଥାନ୍ତି ଓ ମନୋରଞ୍ଜନ ପାଇଁ ଉଡିଶାର ଜଣେ ଖ୍ୟତାନାମା କଳାକାର ଙ୍କୁ ମଧ୍ୟ ଡକରା ଯାଇଥାଏ । ସେ ବର୍ଷ ଗୋଟିଏ ଫେସନ୍ ‘ସୋ’ ର ଆୟୋଜନ ମଧ୍ୟ କରାଯାଇଥାଏ ଯେଉଁଥିରେ କଲେଜ୍‌ର ସବୁ ବିଭାଗର ଦ୍ୱିତୀୟ ବର୍ଷର ଝିଅମାନେ କେବଳ କ୍ୟାଟଓା୍ୱକ୍ କାର୍ଯକ୍ରମରେ ଭାଗ ନେବେ । ଧରିତ୍ରୀ କ୍ଲାସ୍‌ର ମୋନା, ସଙ୍ଗୀତା, ରୀତା ଭଳି ଝିଅମାନେ କ୍ୟାଟ୍ ଓା୍ୱକ୍ ରେ ଭାଗନେବେ ବୋଲି ଏବେଠାରୁ ରିହଲ୍‌ସଲ୍ କ୍ଲାସ୍  ରେ ଅଭ୍ୟାସ କରିବା ଆରମ୍ଭ କରି ସାରିଲେଣି । 
      ଏଠି ବି କହି ରଖିବା କଥା ଯେ ଧରିତ୍ରୀ ଦେଖେ ଏ ବୟସର ଅନେକ ଧନୀ ଘରର ଝିଅମାନଙ୍କ ମଧ୍ୟ ମନରେ ପ୍ରବଳ ଇଚ୍ଛା ଯେ ସେମାନେ କୈାଣସି  ଫିଲ୍ମ୍ ର ହିରୋଇନ୍ ହୁଅନ୍ତେନି । କେତେ ଜଣ ମଧ୍ୟ ମଡେଲିଙ୍ଗ୍ କରିବାକୁ  ନିଜ ମନ ମଧ୍ୟରେ ବହୁତ ଆଗ୍ରହୀ ଅଛନ୍ତି ବୋଲି ଧରିତ୍ରୀ ଜାଣିସାରିଛି । ଅନେକଙ୍କ ମନରେ ଏପରି ସ୍ୱପ୍ନ ବି ଜାଗ୍ରତ ହୁଏ ଯେ ଏହି ବାର୍ଷିକ ଉତ୍ସବରେ କାଳେ ଆସୁଥିବା ସେଲିବ୍ରିଟି ତାଙ୍କର କ୍ୟାଟ୍ ଓା୍ୱକ୍ ଓ ରୂପରେ ପ୍ରଭାବିତ ହୋଇ ତାଙ୍କୁ ଦୂରଦର୍ଶନର କେଉଁ  ଧାରାବାହିକ  ଆଲବମ୍ ଗୀତ ଅବା ସିନେମାରେ ଅଭିନୟ କରିବା ପାଇଁ ପ୍ରତିଶ୍ରୁତି ଦେଇଦେଇ ପାରନ୍ତି । ତେଣୁ  ଅନେକ ମନପ୍ରାଣ ଦେଇ ନିଜର କ୍ୟାଟ୍‌ଓା୍ୱକ୍ ଅଭ୍ୟାସ କୁ ଅତିଯତ୍ନର ସହିତ କରୁଥାନ୍ତି । ଆଉ  କେତେଜଣ ଝିଅ ନିଜର ବୟଫ୍ରେଣ୍ଡ୍ କୁ ପ୍ରଭାବିତ କରିବା ପାଇଁ ମଧ୍ୟ  ଫେସନ୍ ‘ସୋ’ ରେ ଭାଗ ନେବାକୁ ପ୍ରସ୍ତୁତ ହେଉଥାନ୍ତି । ଏମିତିକା  ବାର୍ଷିକ ଉତ୍ସବ ବି ସରିଯାଏ । ଅନେକ ଝିଅ ପିଲା ବହୁତ ସୁନ୍ଦର ନାଚ ପରିବେଷଣ କରନ୍ତି । ଏହି ଉତ୍ସବରେ ଗୋଟିଏ ବିବିଧତା ଆଉ ଅନନ୍ୟତା ଧରିତ୍ରୀ ମନକୁ ଛୁଇଁଯାଏ ଯେ ସବୁ ପିଲାଙ୍କ ଭିତରେ ଲୁଚିରହିଥିବା କଳା ପ୍ରକାଶ କରିବାର ଅଭିପିସା୍ ଏଥିରେ ଅଳ୍ପେବହୁତେ ପୂରଣ ହୋଇଯାଏ । ଧରିତ୍ରୀ ମଧ୍ୟ ମାତ୍ର ଦୁଇମିନିଟ୍ ଆଙ୍କରିଙ୍ଗ୍  କରିବାର ସୁଯୋଗ  ପାଇଥିଲା । ଏହି ଉତ୍ସବରେ ସିଦ୍ଧାର୍ଥ  ଓ ଜମିଲ୍ ଥିଲେ  ପରିଚାଳନା ଦାୟୀତ୍ୱରେ । 
      ଟେଷ୍ଟ୍ ଗୁଡିକ ଯଥା ରିତି ସରିଯାଏ ଏବଂ ସେମିଷ୍ଟର୍ ପରୀକ୍ଷା ମଧ୍ୟ ସରିଯାଏ । ଧରିତ୍ରୀ  ଦେଖେ ଯେ ବାର୍ଷିକ ଉତ୍ସବ ପାଇଁ ଅନେକ ପିଲା ନିଜର ପଢାପ୍ରତି ଆଦ୍ୟୈ ଧ୍ୟାନ ଦେଇନଥାନ୍ତି । ସେମାନେ ମଧ୍ୟ ଦୃଢ ନିଶ୍ଚୟ ଯେ ସେମାନେ ଭଲ ନମ୍ବର ରଖି ପାସ୍ ନିଶ୍ଚୟ କରିବେ । ତେଣୁ ପିଲାମାନଙ୍କର ମୂଳ ଅଧ୍ୟବସାୟ ପାଠ ପଢିବା ଅନେକ ପରିମାଣରେ ବ୍ୟାଘାତ ହୁଏ । ତା ପରେ ସେମିଷ୍ଟର୍ ଛୁଟି ହୋଇଯାଏ । ତୃତୀୟ ବର୍ଷ  ଆରମ୍ଭରୁ ଧରିତ୍ରୀକୁ ତା କ୍ଲାସ୍ ର ପିଲା ମାନଙ୍କ ଆଚରଣରେ ଟିକେ ପରିବର୍ତ୍ତନ ଦେଖାଯାଇଥିଲା । ପରିବର୍ତ୍ତନ ଟି ଶିକ୍ଷାଭିତ୍ତିକ ନୁହେଁ ବରଂ ଜୀବନ ସମ୍ପର୍କିତ । ଗତ ଦୁଇ ବର୍ଷ ଭଳି ପାଠପଢାର ଶୈଳୀ ପୁରାପୁରି ସେମିତି ଚାଲିଥାଏ । ସେଥିରେ ପରିବର୍ତ୍ତନ ନାହିଁ କିମ୍ବା ସୁଧାର ମଧ୍ୟ ନଥିଲା । ବାସ୍ ତା ଶ୍ରେଣୀର ପିଲାମାନଙ୍କର ଇଞ୍ଜିନିୟର ହୋଇଯିବାର ସାର୍ଟିଫିକେଟ୍ ଖଣ୍ଡକ ପାଇବା ପାଇଁ ଯେଉଁ ଅହମିକା ଆଉ କାହିଁ ସେତେ ପରିମାଣରେ ନଜର ଆସୁନଥିଲା । ହେଲେ ଗୋଟିଏ କଥା ଧରିତ୍ରୀ କୁ ବେଶୀ ଦୁଃଖ ଦେଉଥିଲା ତାହା ହେଲା ତା କ୍ଲାସ୍ ମାନଙ୍କରେ ଗତ ଦୁଇବର୍ଷ ଭିତରେ ଗଢିଉଠିଥିବା ଅନେକ ପ୍ରେମ ସମ୍ପର୍କର ପୂର୍ଣ୍ଣଛେଦ ଓ ପୁଣି ନୂତନ ସମ୍ପର୍କର  ଆରମ୍ଭ । ଦୀର୍ଘ ଦୁଇବର୍ଷ ଧରି ପରସ୍ପର କୁ ଚାହୁଁ ନଥାନ୍ତି । ପୁଣି ଉଭୟେ ସତେ ଯେପରି ନୂଆ ବନ୍ଧୁଙ୍କ ତଲାସରେ । 
      ଧରିତ୍ରୀ ମ୍ରିୟମାଣ ହୁଏ ଯେ ଏଠି ପ୍ରେମ ଓ ଭଲ ପାଇବା ର ଶାସ୍ୱତତା କିଛି ନାହିଁ । ଏଠି ଏହା କ୍ଷଣିକ ଶାରିରୀକ ମିଳନର ଅଭିପସା୍ ଭଳି ତାକୁ ଲାଗିଲାଣି । ଏଠି ଆଉ ତା ପାଇଁ ପ୍ରେମରେ ସେ ଚିରନ୍ତନତା ଦେଖା ଯାଉନି । ଭଲ ପାଇବାର ସେ ଯେଉଁ ପବିତ୍ରତା ତାକୁ କାହିଁ କାହା ସମ୍ପର୍କରେମଧ୍ୟ ଦେଖାଯାଉନି । ଲାଗୁଥିଲା ଏମାନେ ସମସ୍ତେ ଏପରି ସମ୍ପର୍କରେ ଅଭ୍ୟସ୍ତ ହୋଇଗଲେଣି । ତାଙ୍କ ଚାଲିଚଳନ ହାବଭାବର ଏମିତି ଜଣା ପଡୁଥାଏ ଯେମିତିକା ସେମାନଙ୍କ ଭିତରୁ କାହାକୁ ଆଜୀବନ ଭଲ ପାଇବାକୁ ଚାହୁଁନାହାନ୍ତି । ବାସ ନିଜ ଜୀବନରେ ସମୟ କାଟିବା      ପାଇଁ ଓ ଉପଭୋଗ କରିବା ପାଇଁ ଏ ସମ୍ପର୍କ ରହିବା ଦରକାର । କେବଳ ଉଦ୍ଦେଶ୍ୟ ଯେ ଜୀବନରେ ମଜା ନେବା । ଏମିତିକା  ବି ସେ ଦେଖୁଛି ଯେଉଁ ଜଣେ ଦୁଇଜଣ ମନ ପ୍ରାଣ ଓ ଆତ୍ମା ଦେଇ ଭଲ ପାଇ ବସିଥିଲେ ସେମାନଙ୍କର ସମ୍ପର୍କ ତୁଟି ଯିବା ପରେ ସେମାନେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଛନ୍ତି । ପାଠ ପଢିବାକୁ ସେମାନଙ୍କର ସ୍ପୃହା ନାହିଁ । ଜୀବନ ତାଙ୍କ ପାଇଁ ବୋଝ ହୋଇ ଯାଇଛି । ଏତ ଗଲା ଜୀବନ କଥା । ହେଲେ ସେ ବର୍ଷ ସେମିନାର ଆୟୋଜନ ଯେହେତୁ ତୃତୀୟ ବର୍ଷ ପିଲାମାନଙ୍କର ଦାୟୀତ୍ୱ ଥିଲା ତା ମଧ୍ୟ ଯଥାରିତି ଭାବରେ ହେଲା । ଧରିତ୍ରୀ ତାର ପାରୁ ପର୍ଯ୍ୟନ୍ତ ସେ ସେମିନାରରୁ ଶିଖିବାରେ ଲାଗିଥିଲା । କିନ୍ତୁ ଶେଷ କଥା ଏଇଆ ଯେ ଅନେକ ଏହି ସେମିନାରକୁ ଶିଖିବାର ମାଧ୍ୟମ ବୋଲି ଭାବି ହିଁ ନଥିଲେ । ଯେଉଁମାନେ ଭାବିଥିଲେ କିଛି ଶିଖିଲେ ନଚେତ ଏହା କେବଳ ଅଡିଟୋରିଅମର ସେ ପର୍ଦ୍ଦା ଉପରେ ଚଳଚିତ୍ର ଭଳି କେତେସମୟ କାର୍ଯ୍ୟକ୍ରମ ଚାଲିବା ପରେ ସମାପ୍ତ ହୋଇଯାଇଥିଲା ।
      ସବୁ କ୍ଲାସ ଟେଷ୍ଟ୍ ସେମିତି ହୋଇଥିଲା ଆଉ ସେମିଷ୍ଟର୍ ପରୀକ୍ଷା ମଧ୍ୟ ସରିଯାଇଥିଲା ।  ହେଲେ ଧରିତ୍ରୀ ର ସିଦ୍ଧାର୍ଥ ପ୍ରତି ସେ ପବିତ୍ର ପ୍ରେମ ସେମିତିକା ଥାଏ । ସାତଜନ୍ମକୁ ନିଜର ଜୀବନସାଥୀ କରିବାର ସ୍ୱପ୍ନରେ ସେ ସବୁବେଳେ ଡୁବି କରିଥାଏ । ସିଦ୍ଧାର୍ଥକୁ ନ ପଚାରି ସେ କୈାଣସି ହେଲେ କାର୍ଯ୍ୟ କରେ ନାହିଁ । ସେମିଷ୍ଟର୍ ଛୁଟିରେ ସମସ୍ତେ ଘରକୁ ଯାଆନ୍ତି ଆଉଗୋଟିଏ ବର୍ଷ ପରେ ସମାଜରେ ଜଣେ ଇଞ୍ଜିନିୟର ହେବାର ସ୍ୱପ୍ନକୁ ସଜାଡିରଖି ।


*******


ପାଞ୍ଚ

ସମୟର ବାଡବତା ନାହିଁ । ସମୟକୁ ବା କିଏ ରୋକି ପାରିବ । ତାକୁ କେହି ରୋକି ପାରନ୍ତିନି ମଧ୍ୟ । ସବୁଠୁ ବଳଶାଳୀ ସେ । ଆମର ଦୁଃଖ ସମୟରେ ସତେ ଯେପରି ସେ ବହୁତ ଧୀରେଧୀରେ ଗତି କରେ ଆଉ ସୁଖ ସମୟରେ ଅକୁହା ବେଗରେ ଗତିକରେ । ସୁଖ ସମୟରେ ସୁଖକୁ ସାଉଁଟୁ ସାଉଁଟୁ କେତେବେଳେ ସେ ଚାଲିଯାଏ ତାହା ଆଦ୍ୟୈ ବୁଝି ହୁଏନା । ସତେଯେପରି ଆଇନଷ୍ଟାଇନ୍‌ଙ୍କର ଆପେକ୍ଷିକ ତତ୍ତ୍ୱ ବି ନିଜର ଉପସ୍ଥିତି ଜାହିରି କରେ ।  କାହା ପାଖରେ ପରିସ୍ଥିତି ନେଇ ସତେ ଯେପରି ଏହାର ଗତି ଅତ୍ୟନ୍ତ ଶିଥୀଳ ତ କେଉଁଠି ଭୟଙ୍କର  ଓ ତୀବ୍ର । ହେଲେ ବାସ୍ତବରେ ଆମମାନଙ୍କ ପାଇଁ ଆମ ନିର୍ମିତ ସମୟ ସୂଚକ ଯନ୍ତ୍ର ଠିକ୍ ଧାରାବାହିକ ଭାବରେ ଏକ ଲୟରେ ସମାନ ତାଳରେ ଗଡି ଚାଲିଥାଏ । ପ୍ରତି ବର୍ଷ ସେମିତି ଛଅଟି ଋତୁ ଆସେ । ଗ୍ରୀଷ୍ମ ତାର ପ୍ରକୋପରେ ଆମକୁ ଅତୀଷ୍ଟ କରେ ତ ବର୍ଷାଆସି ସେ ପ୍ରକୋପକୁ ପ୍ରସମିତ କରେ । ଜଗତକୁ ଶସ୍ୟଶ୍ୟାମଳା କରି ଖାଇବା ପାଇଁ ଆମ ମାନଙ୍କର ଖାଦ୍ୟ ଭଣ୍ଡାର ପୁରା କରିଦେଇଯାଏ ।      ପରେପରେ ଶରତ ଋତୁ ଆସି ଏ ସଂସାର କୁ ଏତେ ନିର୍ମଳ କରିଦିଏ ଯେ ଆକାଶର ନିର୍ମଳତାରେ ଆମେ ବିଭୋର ହୋଇଉଠୁ । 
      ତା ପରେ ହେମନ୍ତ ଋତୁ ତାର ପଣତକାନୀରେ ଶିଶିର ବିନ୍ଦୁକୁ ନେଇଆସି ରାତିରେ ଛିଞ୍ôଚଚାଲେ ଏ ଧରା ବକ୍ଷର ପ୍ରତିଟି ଉପାଦାନ ଉପରେ । ଆମମାନଙ୍କ ଦେହରୁ ମଇଳା ରକ୍ତ ଶୁଖେଇ ଦେବା ପାଇଁ ଶୀତଋତୁ ମାଡିଆସେ ଆଉ ଆମକୁ ନିଜ ଶରୀର ଘୋଡେଇ ରଖିବାକୁ ବାଧ୍ୟ କରିଦିଏ । ଋତୁରାଜ ବସନ୍ତର ଆଗମନରେ ଏ ଜଗତ ରଙ୍ଗମୟ ହୋଇଉଠେ । ମନୋରମ ମଳୟ ପବନ କୁ ଶରୀର ଆନନ୍ଦରେ ଆସ୍ୱାଦନ କରିଚାଲେ । ହେଲେ ସବୁଠୁ ବିଶେଷ କଥା ହେଉଛି ଏହି ବର୍ଷକ ଭିତରେ ଆମେ କେତେବେଳେ ତିନିକୋଟି ପନ୍ଦର ଲକ୍ଷ ଛତିଶ ହଜାର ସେକେଣ୍ଡ ଘଣ୍ଟାର ଟିକିଟିକ୍ କୁ ଅତିକ୍ରମ କରିଚାଲୁ ଆମେ ଆଦ୍ୟୈଜାଣିପାରେ ନାହିଁ । ଏହି ହେଉଛି ସମୟର ଚାତୁରୀ । ସମୟର ଚଉଫାସରେ ଚନ୍ଦ୍ରବିନ୍ଦୁଟେ ପରି ଚକିତ ଅବସ୍ଥାରେ ଠିଆ ହୋଇ ସବୁ ଦେଖୁଥିଲେ ମଧ୍ୟ ବୁଝିପାରେନା ଏ ସମୟ କେମିତି ଓ କାହିଁକି  ଆଗକୁ ଆଗକୁ ମାଡିଚାଲିଛି । ଆଦ୍ୟୈ ଅପେକ୍ଷା କରୁନି । ଆଜି ଠିକ୍ ସେମିତି ଧରିତ୍ରୀ ମଧ୍ୟ ତିନିବର୍ଷ ଏହି ଇଞ୍ଜିନିୟରିଂ କଲେଜ ଭିତରେ କେମିତି କାଟି ଦେଇଛି ସେ ବି ବୁଝିନି କିମ୍ବା ସେ ବିଷୟରେ  ଭାବିନି । ଗୋଟିଏ ଲକ୍ଷ ଚାରିବର୍ଷ ସରିଗଲାପରେ ଇଞ୍ଜିନିୟରର ସାର୍ଟିଫିକେଟ୍‌ଟେ ହାସଲ କରିଦେଲେ ଜୀବନେହବ ତାର ସାର୍ଥକ ଆଉ ତା ବାପାଙ୍କର ସ୍ୱପ୍ନ ହେବ ପୂରଣ । ପୁଣି ଗଡିବ ନିଜର ଜୀବନ ସନ୍ଦର୍ଭ । ଅକ୍ଲାନ୍ତ ପରିଶ୍ରମ ଅଜସ୍ର କଷ୍ଟ କରିଛି ସିଏ । ତାର ଫଳ ମଧ୍ୟ ପାଇଛି । ଭଲ ସି.ଜି.ପି.ଏ ରଖି ଆଜି ପର୍ଯ୍ୟନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ।
     ଏବର୍ଷ ଇଞ୍ଜିନିୟରିଂର ଶେଷବର୍ଷ । ଏ ବର୍ଷ ପାଠପଢାର ମୂଖ୍ୟ  ବିଷୟ  କହିଲେ ପ୍ରୋଜେକ୍ଟ  ହେଉଛି ଇଞ୍ଜିନିୟରିଂ ବିଦ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଆଉ ପ୍ରୟୋଗାତ୍ମକ ବିଷୟବସ୍ତୁ ।                                                      ଏହି ପ୍ରୋଜେକ୍ଟ ଓା୍ୱର୍କରେ ହିଁ ତୁମେ ଅର୍ଜନ କରିଥିବା ଚାରିବର୍ଷର ଶିକ୍ଷାର ପ୍ରୟୋଗ କରିବାର ଶୈଳୀ, ଦକ୍ଷତା ଓ ନିପୁଣତା ଜାଣିହୋଇଯାଏ । ଇଞ୍ଜିନିୟରିଂ ପାଠପଢା ପରେ କ୍ୟାମ୍ପସ୍ ଇଣ୍ଟରଭିଉରେ ମଧ୍ୟ ଏହି ପ୍ରୋଜେକ୍ଟ ଓା୍ୱର୍କର ରିପୋର୍ଟ ଖଣ୍ଡିକ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ । ଇଣ୍ଟରଭିଉ କୁ ଗଲାବେଳେ ସମସ୍ତେ ଏହି ପ୍ରୋଜେକ୍ଟ ରିଫୋର୍ଟ କୁ ସାଙ୍ଗରେ ନେଇଥାନ୍ତି । ଆଉ ଇଣ୍ଟରଭିଉ ନେଉଥିବା ବ୍ୟକ୍ତି ମାନେ ଅନେକ ପ୍ରଶ୍ନ ଏହି ପ୍ରୋଜେକ୍ଟ ରିପୋର୍ଟରୁ ହିଁ ପଚାରନ୍ତି । ଯେଉଁ ଛାତ୍ରର ପ୍ରୋଜେକ୍ଟ ର ବିଷୟ ବସ୍ତୁ ଯେତେ ଉନ୍ନତ ଓ ଅନୁସନ୍ଧାନ ମୂଳକ ସେହି ପ୍ରୋଜେକ୍ଟ ରିପୋର୍ଟ ଟି ଅଧିକ ଆକର୍ଷଣ ଓ ଅଧିକ ମୂଲ୍ୟ ମଧ୍ୟ ବହନ କରିଥାଏ । ପ୍ରୋଜେକ୍ଟ  ରିପୋର୍ଟର ନିଷ୍କର୍ଷ ଛାତ୍ରର କ୍ୟାରିୟର୍ ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । 
     ଯଦି ଛାତ୍ରଟି ପ୍ରୋଜେକ୍ଟ ର ସମସ୍ତ ପ୍ରାକ୍ଟିକାଲ୍ ଗୁଡିକୁ ଠିକ୍ ଭାବରେ କରି ପାରିଥାଏ, ତଥ୍ୟ ଗୁଡିକର ବିଶ୍ଳେଷଣ କରି ଏକ ନଚ୍ଛକ ସତ୍ୟରେ ଉପନୀତ ହୋଇଥାଏ ତେବେ ତାର ପ୍ରେଜେକ୍ଟର ମୂଲ୍ୟ ବହୁତ ବଢି ଯାଇଥାଏ । ପ୍ରୋଜେକ୍ଟ କୁ ଯେତେ ଶୃଙ୍ଖଳାର ସହିତ ଛାତ୍ର ଅବା ଛାତ୍ରୀଟି ସମ୍ପାଦନ କରେ ତାର ଜଣେ ଇଞ୍ଜିନିୟର ହିସାବରେ ପ୍ରତିଭାଟି ସେତିକି  ଗଭୀର ବୋଲି ପ୍ରମାଣିତ ହୁଏ । ପ୍ରୋଜେକ୍ଟ ଭବିଷ୍ୟତ  ଇଞ୍ଜିନିୟରର ମୂଳ ଅନୁସନ୍ଧାନ । ଏହା ଗବେଷଣା କରିବାର କୈାଶଳ ଓ ପକ୍ରିୟା କୁ ଶିଖାଇଥାଏ । ଛାତ୍ର ଅବା ଛାତ୍ରୀଙ୍କର ପ୍ରୋଜେକ୍ଟ ସମ୍ପାଦନରେ ପ୍ରୋଜେକ୍ଟ ଗାଇଡ୍‌ଙ୍କର ଭୁମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରୋଜେକ୍ଟ ଗାଇଡ୍ ଛାତ୍ର ଅବା ଛାତ୍ରୀକୁ ପ୍ରୋଜେକ୍ଟର ପ୍ରତିଟି ସୋପାନରେ ତାକୁ ନିଜର ଅବିଜ୍ଞତାକୁ ବ୍ୟବହାର କରି ସାହାଯ୍ୟ କରିଥାନ୍ତି । ଆଜି ଧରିତ୍ରୀର ପ୍ରୋଜେକ୍ଟ ଗାଇଡ୍ ହୋଇଛନ୍ତି ଅଧ୍ୟାପକ ନରେନ୍ଦ୍ର ମିଶ୍ର । ସେ ବହୁତ ଭଲ ମଣିଷ । ଆଉ ସବୁଠୁ ବଡ କଥା ହେଲା ସେ ଚାହାନ୍ତି ପିଲାମାନେ କିଛି ଶିଖନ୍ତୁ ହେଲେ ସେ ବା କଣ କରିପାରିବେ । ସେ ମଧ୍ୟ ଏହି ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍‌ରେ ଥିବାରୁ ତାଙ୍କର ଦରମା ମଧ୍ୟ ସେତେ ଅଧିକନୁହେଁ । ଆଉ ତାଙ୍କର ମଧ୍ୟ ଇଣ୍ଡଷ୍ଟ୍ରି ଅଭିଜ୍ଞତା ସେତେ ନାହିଁ । ଯାହାହେଉନା କାହିଁକି ତାଙ୍କର ଉଦ୍ଦେଶ୍ୟ ମହତ୍ତ । ଧରିତ୍ରୀ କୁ ମଧ୍ୟ ସେ ବହୁତ ଭଲପାଆନ୍ତି । ଧରିତ୍ରୀ ନିଜ ପ୍ରୋଜେକ୍ଟ ସନ୍ଦର୍ଭର ନାମ ରଖିଛି “ଞଷର ଙ୍କଗ୍ଦବଶର କ୍ଟଲ ମକ୍ଟଦ୍ଭୟଙ୍କମଗ୍ଧସଙ୍ଖର କ୍ଟ୍ରକ୍ଟକ୍ଷଚ୍ଚଜ୍ଞରକ୍ସ ସଦ୍ଭ ରକ୍ଷରମଗ୍ଧକ୍ସକ୍ଟଦ୍ଭସମ ମସକ୍ସମଙ୍କସଗ୍ଧଗ୍ଦ” ଯାହାକି ମିଶ୍ର ସାର୍‌ଙ୍କ ସହମତିରେ । ମିଶ୍ର ସାର୍ ଧରିତ୍ରୀକୁ ପ୍ରୋଜେକ୍ଟର ଶୈଳୀ, କୈାଶଳ ଗୁଡିକ ବିଷଦ ଭାବରେ ବୁଝେଇଛନ୍ତି ଆଉ ଧରିତ୍ରୀ ଲାଇବ୍ରେରିରେ ବସି ତତ୍‌ସଙ୍ଗତ ବହିରୁ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିଛି ।
      ଚତୁର୍ଥ ବର୍ଷର ପ୍ରଥମ ସେମିଷ୍ଟର୍‌ରେ ‘ପ୍ରୋଜେକ୍ଟ’ ର ଖସଗ୍ଧରକ୍ସବଗ୍ଧବକ୍ସର ଜରଙ୍ଖସମରଙ୍ଗ  ଛାତ୍ର ଛାତ୍ରୀ ମାନେ କରିଥାନ୍ତି । ଏବଂ ଦ୍ୱିତୀୟ ସେମିଷ୍ଟରକୁ ପ୍ରୋଜେକ୍ଟ ର ପରୀକ୍ଷା ଓ ବିଶ୍ଳେଷଣାତ୍ମକ ଦିଗରେ ବିଷଦ ଭାବରେ କାମ କରି ତାହାର ରିପୋର୍ଟ ପ୍ରଦାନ କରିଥାନ୍ତି । ତେଣୁ ପ୍ରଥମ ସେମିଷ୍ଟର୍‌ରେ ଧରିତ୍ରୀ ଅନେକ ପରିଶ୍ରମ କରିଛି ଆଉ ଅନେକ ତଥ୍ୟ ସଂଗ୍ରହ କରିଛି । ହେଲେ ଧରିତ୍ରୀ ଏବେ ବି ଆ୍‌ଚର୍ଯ୍ୟ ଅନେକ ପିଲା ପ୍ରୋଜେକ୍ଟ କରିବାର ନାଁ ଗନ୍ଧ ନେଉ ନାହାନ୍ତି । ସବୁବେଳେ ବୁଲୁଛନ୍ତି ଆଉ ମଉଜମଜଲିସ୍ ରେ ଦିନ କାଟୁଛନ୍ତି । ସେମାନଙ୍କର ଚିନ୍ତା ମଧ୍ୟ ଏ ପ୍ରୋଜେକ୍ଟ ରେ ସେମାନେ ଯେମିତି ହେଲେ ୯୦% ଉପରେ ନମ୍ବର ପାଇବେ । ସେମାନଙ୍କର ଗାଇଡ୍ ଓ ପ୍ରୋଜେକ୍ଟ ଫାଇନାଲ୍ ପ୍ରେଜେଣ୍ଟସନ୍ ପ୍ୟାନେଲ ଯେମିତିକା ହେଲେ ସେମାନଙ୍କୁ ଭଲ ନମ୍ବର ଦେବେ କାରଣ ସେମାନେ ଅଧିକ ନମ୍ବର ଦେବାକୁ ବାଧ୍ୟ । ଯଦି ପ୍ରୋଜେକ୍ଟ ଗାଇଡ୍ ଭଲ ନମ୍ବର ନଦିଅନ୍ତି ତେବେ ମ୍ୟାନେଜମେଣ୍ଟ୍ ତାକୁ ଓଲଟା ପ୍ରଶ୍ନ ପଚାରିବ । ଫାଇନାଲ୍ ରେଜଲ୍ଟ ଖରାପ ହେଲେ ଇଞ୍ଜିନିୟରିଂ କଲେଜ୍‌ର ବଦନାମ । 
      ଯଦି କୈାଣସି ପିଲା ପରୀକ୍ଷାରେ କୌଣସି  ବିଷୟ ରେ ଉତ୍ତୀର୍ଣ୍ଣ ନହୋଇ ରହିଯାଏ ତେବେ କେବଳ ଯେ ସେହି ସମ୍ପର୍କିତ ଫ୍ୟାକଲ୍ଟିଙ୍କର ବଦନାମ ନୁହେଁ ବରଂ ପ୍ୟାକଲ୍ଟିଙ୍କର ଚାକିରୀ ମଧ୍ୟ ଚାଲି ଯାଇପାରେ । ତତ୍ ସହିତ ଭଲ ରେଜଲ୍ଟ ନହେଲେ କଲେଜ୍ ତାର ବିଜ୍ଞାପନ ପ୍ରଚାରପ୍ରସାର କେମିତିକା କରିବ । ନୂଆ କରି ଛାତ୍ରଛାତ୍ରୀମାନେ କାହାକୁ ଦେଖି ପୁଣି କଲେଜ୍‌ରେ ଆଡମିଶନ ନେବେ । ତେଣୁ ଏ ସମସ୍ତ  ଛାତ୍ରଛାତ୍ରୀମାନେ ନିଧଡକ । ଆଉ ଯେଉଁ ଛାତ୍ରଛତ୍ରୀ ମାନଙ୍କର ଚାକିରୀର ଆବଶ୍ୟକତା ନାହିଁ ଆଉ ସେମାନଙ୍କର ଘରେ ଅଭାବ ସେତେ ନାହିଁ ସେମାନେ ତ ପୁରାପୁରି ଚିନ୍ତା ଶୂନ୍ୟ । ପ୍ରୋଜେକ୍ଟ ତାଙ୍କ ପାଇଁ ବାମ ହାତର ଖେଳ । ବାତେରାମି ଆଉ ମଉଜମଜଲିସ୍ ରେ ଦିନ କାଟୁଥିବା ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ ଧରିତ୍ରୀଠାରୁ ସେତେଟା କୈାଣସି ପରୀକ୍ଷାରେ କମ ନମ୍ବର ନାହିଁ । ଧରିତ୍ରୀ ନିଜେ ପରିଶ୍ରମ କରି ଯେତିକି ନମ୍ବର ରଖିଛି ସେମାନେ ଆଦ୍ୟୈ ପରିଶ୍ରମ ନକରି ମଧ୍ୟ ପରୀକ୍ଷାରେ ପାଖାପାଖି ସେତିକି ନମ୍ବର ରଖିଛନ୍ତି । ଏକଥା ଦେଖି ଅନେକ ସମୟରେ ଧରିତ୍ରୀ ଗଭୀର ମାନସିକ ଆଘାତ ପାଇଛି ଆଉ ଭିତରେ ଭିତରେ ଇତସ୍ତତ ମଧ୍ୟ ହୋଇଛି । ମନେମନେ ବୁଝି ପାରିନି ଏ କି ପ୍ରକାର ପ୍ରହେଳିକା? ଏଠାରେ ଶିକ୍ଷା ଏକ ପ୍ରାୟୋଜିତ କିଣା ବିକାର ବସ୍ତୁ । ଏଠାରେ ଶିକ୍ଷାର ଗୁଣାତ୍ମକ ପରିଭାଷାର ପରିପ୍ରକାଶ ଆଦ୍ୟୈ ନାହିଁ ବରଂ ଶିକ୍ଷା ଏକ ସଂଖ୍ୟାତ୍ମକ ଅଭିବ୍ୟକ୍ତିର ସରକାରୀ ସ୍ତରରେ ଅମଲାତାନ୍ତ୍ରିକ ଓ ସ୍ୱୀକୃତ ଗୋଟିଏ ଗୋଟିଏ  କାଗଜ ରୂପୀ ସାର୍ଟିଫିକେଟ୍ ।
      ଜମିଲ୍ ଆଉ ସିଦ୍ଧାର୍ଥର ପ୍ରୋଜେକ୍ଟ ଗାଇଡ୍  ହୋଇଛନ୍ତି ତାଙ୍କ ବିଭାଗର ଅଧ୍ୟାପକ ପି.କେ. ନନ୍ଦ । ସେ ମଧ୍ୟ କେବଳ ଇଞ୍ଜିଜିନିୟରିଂ କଲେଜ୍ ପରିବେଶର ମୈାଖିକ ଅଭିଜ୍ଞତାର ଅଧିକାରୀ ହେଲେ ନାହିଁ ତାଙ୍କ ପାଖରେ କେଉଁ ଇଣ୍ଡଷ୍ଟ୍ରିଆଲ୍ ଅଭିଜ୍ଞତା । ତଥାପି ମଣିଷ ହିସାବରେ ଭଲ ଆଉ ଅଧ୍ୟାପକ ଦୃଷ୍ଟିକୋଣରୁ ଛାତ୍ରବତ୍ସଳ । ସିଦ୍ଧାର୍ଥର ପାଠପଢାରେ ସମସ୍ତେ ପ୍ରାୟେ ସନ୍ତୁଷ୍ଟ ତେଣୁ ସେ ବା କିପରି ବାଦ ପଡିବେ । ତେଣୁ ସେ ସିଦ୍ଧାର୍ଥ ଆଉ ଜମିଲ୍ କୁ କହିଛନ୍ତି ଗୋଟିଏ ବିଷୟ ବାଛିବାକୁ ଏବଂ ସେଥିରେ ଅନୁସନ୍ଧାନ କରିବାକୁ । ଅନୁସନ୍ଧାନ କରିବାକୁ ଚାହୁଁଥିବା କେତେଗୁଡିଏ ସନ୍ଦର୍ଭ ର ନାଁ ସେମାନଙ୍କୁ ଲେଖିବାକୁ କହିଛନ୍ତି । ସେଥିରେ ସେ ଆଲୋଚନା କରି କେଉଁ ସନ୍ଦର୍ଭଟି ଉପଯୁକ୍ତ ହେବ ଦର୍ଶାଇବେ ଏବଂ ସେଇଥିରେ ପ୍ରଥମ ସେମିଷ୍ଟରରେ ଲିଟେରଚର ରେଭିୟୁ ସଂଗ୍ରହ କରିବେ । ସିଦ୍ଧାର୍ଥ ଓ ଜମିଲ୍ ରାଜି ହୋଇଛନ୍ତି । ସେ ଦିନ ଜମିଲ୍‌, ସିଦ୍ଧାର୍ଥକୁ କହିଛି ଚାଲେ ଆମ ଘରକୁ ଯିବା ଆଉ ଇରଫାନ୍ ଅଙ୍କଲକୁ କହିବା । ସେ ଆମକୁ ଭଲ ଭଲ ସନ୍ଦର୍ଭର ନାଁ କହିବେ । ସିଦ୍ଧାର୍ଥ ରାଜି ହୋଇଛି ।
      ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ସେହି ତିନିବର୍ଷ ଭିତରେ ଜମିଲ୍ ଗ୍ୟାରେଜ୍‌ରେ କାମ ଶିଖିଶିଖି ଜଣେ ଦକ୍ଷ ଆଉ କୁଶଳୀ ଇଞ୍ଜିନିୟର ପାଲଟି ଗଲାଣି । ସେ ଯେତେବେଳେ ପ୍ରଥମେ ଗ୍ୟାରେଜ୍ କୁ ଯାଇଥିଲା କାମ ଶିଖିବା ପାଇଁ ପ୍ରଥମରୁ ପ୍ରଥମରୁ ତାକୁ ଅନୁଭବ  ହୋଇଥିଲା ଯେ ଏ ମଟରମେକାନିକ୍ ମାନେ ଆମ ଭଳି ଇଞ୍ଜିନିୟର ମାନଙ୍କର ଗୁରୁ । ଏମାନେ ହେଉଛନ୍ତି ପ୍ରକୃତ ଇଞ୍ଜିନିୟର । ଆମେ କାହିଁକି  ଲକ୍ଷଲକ୍ଷ ଟଙ୍କା  ଦେଇ ଏ ଇଞ୍ଜିନିୟରିଂ ଫାଠ ପଢୁଛେ କେଜାଣି । ଏମାନେ ତ ଇଞ୍ଜିନ୍ କୁ ଖୋଲି ଖଣ୍ଡ ଖଣ୍ଡ କରି ନିଜେ ପୁଣି ଯୋଡାଯୋଡି କରି ଦେଉଛନ୍ତି ହେଲେ ଆମ ଭିତରୁ କୈାଣସି ପିଲା ଏ କାମ ତ ଆଦ୍ୟୈ  କରିପାରିବେ ନାହିଁ । ହଁ ମୋ ଭଳି ଶିଖିଲେ କରିପାରେ । ତେବେ ମୁଁ ଗୋଟେ କଥା ବୁଝିପାରୁନି  ଆମ ଭଳି ଇଞ୍ଜିନିୟରିଂ ଶିକ୍ଷାଧାରି ଜଣେ ଇଞ୍ଜିନିୟର ଆଉ ଅଭିଜ୍ଞତା ଧାରି ଜଣେ ଦକ୍ଷ ମେକାନିକ୍ ଭିତରେ ପାର୍ଥକ୍ୟ କଣ? ମନେମନେ ଏ କଥା ତାକୁ ଆନ୍ଦୋଳିତ କଲାପରେ ଯାଇ ପଚାରିଥିଲା ଥରେ ଇରଫାନ୍ ଅଙ୍କଲ୍‌କୁ । ଇରଫାନ୍ ଅଙ୍କଲ୍ ତାକୁ ପାଖରେ ବସାଇ ବହୁତ ସରଳ ଭାବରେ ବୁଝେଇ ଦେଇଥିଲେ । ଇରଫାନ୍ ଅଙ୍କଲ୍ ଗୋଟିଏ ଅତି ଛୋଟିଆ ଉଦାହରଣ ଦେଇ ବୁଝାଇ ଦେଇଥିଲେ । କହିଥିଲେ ମନେକର ତୁମ ମଟରସାଇକେଲ୍‌ଟି  ବର୍ତ୍ତମାନ ଲିଟର ପେଟ୍ରୋଲ ରେ ୬୦ କି.ମି. ବାଟ ଯାଉଛି । ମାତ୍ର ତୁମ ମଟର ସାଇକେଲଟିର ମାନୁଆଲରେ ଲେଖାଥିଲା ୧ଲିଟର ପ୍ରେଟ୍ରୋଲରେ ୯୦ କି.ମି. ଯିବ । ତୁମେ ବିବ୍ରତ ହୋଇ ଯେତେବେଳେ ମେକାନିକ୍ ପାଖକୁ ଗାଡି ନେଇ କରି ଯାଅ ସେତେବେଳେ  ମେକାନିକ୍ ଜଣକ ତେଲ ଯେଉଁବାଟ ଦେଇ ଯାଉଥାଏ ସେହି ବାଟରେ ଥିବା ଚାବିଟିକୁ ଟିକେ ଟାଇଟ୍ କରିଦିଏ ଏବଂ ତେଲର ଗତି କରିବାର ପରିମାଣ କମିଯାଏ । ସେ ତା’ର ଅନୁମାନ ଏବଂ ଅଭିଜ୍ଞତାକୁ ଭିତିକରି ଆଡଜଷ୍ଟ୍ କରିଦିଏ ମାତ୍ର ସେ ଜାଣେନା ସେହି ଚାବିଟିକୁ କେତେ ଘେରା ମୋଡିଲେ ସେପଟେ କେତେ କିଲୋମିଟର ଅଧିକା ଯିବ । 
      ଅର୍ଥାତ ଜଣେ ଦକ୍ଷ ଇଞ୍ଜିନିୟର ହୋଇଥିଲେ ସେ ହିସାବ କରି କହିଦେବ ବା ଜାଣିପାରିବ କେତେ ଡିଗ୍ରି ସେ ଚାବିଟିକୁ କ୍ଲକଓା୍ୱଇଜ୍ ମୋଡିଲେ କେତେ କିଲୋମିଟର ମାଇଲେଜ୍ ଅଧିକା ହେବ । ଏହାର ଅର୍ଥ ହେଲା ଜଣେ ଇଞ୍ଜିନିୟର ନିର୍ଦ୍ଧିଷ୍ଟତା ଭିତ୍ତିକ ହୋଇଥିବା ବେଳେ ମେକାନିକ୍ ଜଣକ ଅନୁମାନ ଓ ଅଭିଜ୍ଞତା ଭିତ୍ତିକ ହୋଇଥାଏ । ଆଉ ଇଞ୍ଜିନିୟର ଜଣେ ଇଞ୍ଜିନ୍ ର ପରିକଳ୍ପନା ସହଜରେ କରିପାରେ ମାତ୍ର ମେକାନିକ୍ ପକ୍ଷେ ଏହା ସମ୍ଭବ ନୁହେଁ । ଜଣେ ଇଞ୍ଜିନିୟର କୈାଣସି ଇଞ୍ଜିନ୍ ର ଗୋଟିଏ ମାତ୍ର ଅଂଶକୁ ବଦଳାଇ ଦେଇ ଇଞ୍ଜିନ୍ ର ଦକ୍ଷତା ବୃଦ୍ଧ କରିଥାଏ ମାତ୍ର ମେକାନିକ୍ ତାହା କରିବାରେ ଅସମର୍ଥ । ତେଣୁ ତୁମେ ଯେ ହେତୁ ଥିଓରି (ତତ୍ତ୍ୱ) ପଢୁଛ ତାକୁ ସଙ୍ଗେ ସଙ୍ଗେ ପ୍ରାକ୍ଟିକାଲ୍ ରେ ପ୍ରୟୋଗ କରୁଛ ନିଶ୍ଚିତ ରୂପେ ତୁମର ଅଭିଜ୍ଞତା ଆଉ ଶୃଜନଶୀଳତା ସହିତ ଜଣେ ସାଧାରଣ ମେକାନିକ୍ କୈାଣସି ଗୁଣରେ ବି ସମାନ ହୋଇପାରିବ ନାହିଁ । 
      ଏହି ଉତ୍ତର ଟିକକ ଜମିଲ୍‌ର ଇଞ୍ଜିନିୟରିଂ କ୍ୟାରିୟରକୁ ପ୍ରଭାବିତ କରିଥିଲା । ସେହି ଦିନଠାରୁ ସେ ଗ୍ୟାରେଜ୍ ରେ ନିଜ ବହିରେ ପଢୁଥିବା ସମସ୍ତ ତତ୍ତ୍ୱକୁ ତନ୍ନତନ୍ନ କରି ପ୍ରତ୍ୟେକ ଯନ୍ତ୍ରାଶଂ ରେ ଖୋଜିଥିଲା ଆଉ ପାଇଥିଲା ମଧ୍ୟ । ତାକୁ ସେ ଗ୍ୟାରେଜ୍ ରେ କାମ ଶିଖିବାରେ କଲେଜ୍ ରେ ଥିଓରି କ୍ଲାସଠାରୁ ଆହୁରି ଆନନ୍ଦ ମିଳୁଥିଲା । ବାସ୍ତବରେ ନେପଥ୍ୟ ନାୟିକା ପରି ଇରଫାନ୍‌୍ ବାବୁଙ୍କର ଉପଦେଶ ଜମିଲ୍‌କୁ ଢାଙ୍କି ସାରିଥିଲା । ଆଜି ଜମିଲ୍ ଏପରି ଏକ ଅବସ୍ଥାରେ ପହଞ୍ôଚଗଲାଣି ଯେ ସେ େକୈାଣସି ଏକ ମଟର ସାଇକେଲ୍ ଇଞ୍ଜିନ୍‌ର କାୟା ପରିବର୍ତ୍ତନ କରିପାରିବ । ସେ ଜାଣିଛି ଯେ ବି.ଟେକ୍ ଇଞ୍ଜିନିୟରିଂ ରେ ଚତୁର୍ଥ ବର୍ଷ ଆରମ୍ଭରୁ ହିଁ କ୍ୟାମ୍ପସ୍ ସିଲେକ୍ସନ୍ ହେବାର ପର୍ବ ଆରମ୍ଭ ହୋଇଯାଏ । ମାତ୍ର ଇରଫାନ୍ ଅଙ୍କଲ୍‌ଙ୍କର ଉପଦେଶ ଓ ଆଦେଶ ଅନୁସାରେ ସେ ଗୋଟିଏ ଛୋଟ କାରଖାନାଟିଏ କରିବ ଯାହା ପାଇଁ ତାର ବାପା ତାଙ୍କର ମେନ୍‌ରୋଡ ପାଖରେ ଥିବା ଜାଗାରେ ଘର ତିଆରି କରିସାରିଲେଣି । ଯେଉଁ ଘରର ଡିଜାଇନ୍ ଇରଫାନ୍ ବାବୁ  ହିଁ  ଦେଇଥିଲେ । ବାସ ଆଉ ମାସକ ପରେ କାମ ଆରମ୍ଭ ହେବ । ଚାରିମାସ ପୂର୍ବରୁ ଦିନେ ଇରଫାନ୍ ବାବୁ ଜମିଲ୍‌କୁ ଡାକି କହିଥିଲେ ଦେଖ ଜମିଲ୍ ତୁମେ ମୋଟରସାଇକେଲ୍ ଇଞ୍ଜିନ୍‌ର କୌଣସି ଏକ ଯନ୍ତ୍ରାଂଶକୁ ଭଲଭାବେ ରେ ନୀରିକ୍ଷଣ କର ଓ  ତର୍ଜମା କର । ସେହି ଗୋଟିଏ ପ୍ରକାର ଯନ୍ତ୍ରାଂଶ ଆମେ ଏଠି ତୁମ କାରଖାନାରେ ତିଆରି କରିବା । ପ୍ରଥମେ ତୁମ କାରଖାନାରେ ଥିବା ଲେଦ୍ ରେ ଏ ଅଞ୍ଚଳରୁ ଛୋଟେଛାଟ କାମ ଆରମ୍ଭ ହେବ । ତାପରେ ତୁମ ମୋଟରସାଇକେଲ୍‌ର କେଉଁ ଯନ୍ତ୍ରାଂଶ ଟି ତିଆରି କରିବାକୁ ଚାହୁଁଛ ତାର ଡିଜାଇନ୍ କରିବ ଓ ସେଥିରୁ ଆମେ ସାମ୍ପଲ ହିସାବରେ ବଡବଡ ମଟର ସାଇକେଲ ନିର୍ମାତା ମାନଙ୍କ ପାଖକୁ ପଠାଇବା । ଯଦି ସେମାନଙ୍କର ପସନ୍ଦ ହୁଏ ଏବଂ ସେମାନେ ତୁମକୁ ଅର୍ଡର ଦିଅନ୍ତି ତେବେ ଆଉ କିଛି ଅସୁବିଧା ନାହିଁ । ସେହି ଅନୁସାରେ ତିନି ମାସ ଆଗରୁ ଜମିଲ୍ ମଟରସାଇକେଲ ଇଞ୍ଜିନ୍‌ଭିତରେ ଥିବା ଗିଅର୍ ଲିଭରର ଡିଜାଇନ୍ ନିଜେ କରି ରଖିଛି । 
      ଇରଫାନ୍ ବାବୁଙ୍କର ଇଚ୍ଛା ଯେ ଜମିଲ୍ ତା ଫ୍ୟାକ୍ଟ୍ରିରେ ମଟରସାଇକେଲ୍‌ର ଅଳ୍ପ କେତେଟା ସ୍ପେୟାର ପାର୍ଟସ୍ ତିଆରି କରୁ ଯେଉଁଗୁଡିକ କି ମୋଟର ସାଇକେଲ୍ ର୍ନିମାତାଙ୍କ ଗୁଣବତା ମୁତାବକ ହେଉ, ଯାହାଫଳରେ ତା ଫ୍ୟାକ୍ଟ୍ରିରୁ ଯେଉଁ ଉତ୍ପାଦନ ଗୁଡିକ ବାହାରିବ ସେଗୁଡିକ ସହଜରେ ବଜାରରେ ବିକ୍ରି ହୋଇ ପାରୁଥିବ । ବିକ୍ରି କରିବା ଦାୟୀତ୍ୱ ସେହି ମୋଟରସାଇକେଲ୍ ନିର୍ମାତା କମ୍ପାନୀ ମାନଙ୍କର ହେବ । ବାସ କମ୍ପାନୀ ସହିତ ଅନୁବନ୍ଧିତ ହେବା ଦରକାର । ଥରେ ଅନୁବନ୍ଧିତ ହୋଇଗଲେ ଆଉ କୌଣସି ଅସୁବିଧା ନାହିଁ । ଉତ୍ପାଦ ଗୁଡିକର ଗୁଣବତା ବଜାୟ ରଖିଲେ ସବୁବେଳେ ପାଖରେ ଅର୍ଡର ରହିବ । ଏହି ଇଚ୍ଛାକୁ ମଧ୍ୟ ସେ ଜମିଲ୍ ସହିତ ଓ ତାର ବାପା ଇସ୍‌ମାଇଲ ବାବୁଙ୍କ ସହିତ ପୂର୍ବରୁ ପ୍ରକାଶ କରିସାରିଛନ୍ତି । ତେଣୁ ବର୍ତ୍ତମାନ ସୁଧା ଜମିଲ୍‌ର ଫ୍ୟାକ୍ଟ୍ରି ପୁରାପୁରି ପ୍ରସ୍ତୁତ । 
     ବାସ୍ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଫ୍ୟାକ୍ଟ୍ରିର କାର୍ଯ୍ୟ ଆରମ୍ଭ ହେବ । ଜମିଲ୍‌ର ବନ୍ଧୁବାନ୍ଧବ ମଧ୍ୟ ବହୁତ ଉତ୍ସାହିତ । ହେଲେ ସବୁଠାରୁ ଉତ୍ସାହିତ ଆଉ ଜୀବନଯାକର ତର୍ଜୁବାର ଫଳମିଳିବ ଇରଫାନ୍‌ବାବୁଙ୍କୁ । ଇରଫାନ୍‌ବାବୁଙ୍କ ଜୀବନରେ ତାଙ୍କ ନିଜ ମାଟିରେ ଜଣେ ଇଞ୍ଜିନିୟରକୁ କିପରି ପ୍ରକୃତ ଇଞ୍ଜିନିୟରର ରୂପଦେଇ ତାରି ଦ୍ୱାରା ନିଜ ଅଞ୍ଚଳର ଆର୍ôଥକ ବିକାଶ ସହିତ କିଛି ବେକାର ଯୁବକ ମାନଙ୍କୁ ନିୟୋଜିତ କରିପାରିବେ । 
      ଜମିଲ୍‌ର କୃତକାର୍ଯ୍ୟ ଇରଫାନ୍‌ବାବୁଙ୍କର ସଫଳତା । ତାଙ୍କ ପାଇଁ ଏହା ଏକ ପରୀକ୍ଷା  ଆଉ ପ୍ରତିଷ୍ଠାର କଥା । ଏହା ତାଙ୍କ ପାଇଁ  ଜୀବନର ସର୍ବୋତ୍ତମ ଚ୍ୟାଲେଞ୍ଜ୍ । ସେ ଯେଉଁଭଳି ଭାବରେ ଏ ବେସରକାରୀ ଇଞ୍ଜିନିୟରିଂ କଲେଜ୍ ମାନଙ୍କର ଶିକ୍ଷାଦାନର ଶୈଳୀକୁ ନାପସନ୍ଦ କରନ୍ତି ବାସ୍ ସେ ଚାହାନ୍ତି ତାଙ୍କର ଏଭଳି ଏକ ପ୍ରୟାସ ଏ ସମସ୍ତ ଇଞ୍ଜିନିୟରିଂ କଲେଜ୍ ମାନଙ୍କ ପାଇଁ ଗୋଟିଏ ଉଦାହରଣ ହେଉ । ଏହି ଇଞ୍ଜିନିୟରିଂ କଲେଜ୍‌ଗୁଡିକ ନିଜର ପ୍ରଚାରପ୍ରସାର ବେଳେ ଦାମୀ ବିଶ୍ୱସ୍ତରୀୟ କମ୍ପାନୀ ମାନଙ୍କରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ୍ କରାଇଦେବାର ଡେଙ୍ଗୁରା ପିଟିବା ପରିବର୍ତ୍ତେ କେତେଜଣ ଇଞ୍ଜିନିୟର ମାନଙ୍କୁ  ସେମାନେ କ୍ଷୁଦ୍ର ଶଳ୍ପପତି ରୂପେ ଗଢି ତୋଳିଛନ୍ତି ସେସବୁର ଗାଥାକୁ ପ୍ରଚାର କରିଚାଲନ୍ତୁ । ତାହାହେଲେ ବାସ୍ତବରେ ଏ ଇଞ୍ଜିନିୟରଂ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ସାକାର ହୋଇପାରିବ ।
      ଇରଫାନ୍ ବାବୁଙ୍କର ନୀତି କହେ ସିଂହର ଲାଞ୍ଜ ହେବା ପରିବର୍ତ୍ତେ ବିଲୁଆର ମୁଣ୍ଡ ହୋଇ ଯିଇଁବାଟା ସମ୍ମାନର ପରିଚୟ । ଇଞ୍ଜିନିୟରିଂରେ ପାଠପଢି ଦେଇ ବଡବଡ ବିଶ୍ୱସ୍ତରୀୟ କମ୍ପାନୀରେ ଚାକିରୀ କରିବା ଅପେକ୍ଷା ନିଜେ ଗୋଟିଏ ଛୋଟ କମ୍ପାନୀ ଗଢି ପାରିଲେ ଆଉ ସେଥିରେ ଅନ୍ୟ କେତେଜଣଙ୍କୁ ରେଜଗାର ଦେଇପାରିଲେ ତାହା ସମାଜ ପାଇଁ ପାରିଜାତ ସଦୃଶ ହେବ । ଏମିତି ଶୈଳୀରେ ପୃଥିବୀର ଶ୍ରେଷ୍ଠ ଧନୀ ବ୍ୟକ୍ତି ବିଲ୍ ଗେଟେସ୍ ହିଁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ସେ ଚାହାଁନ୍ତି ଇଞ୍ଜିନିୟରିଂ କଲେଜ୍‌ର ପାଠ ପଢାର ଶୈଳୀ ଭାରତର ଆଇ.ଆଇ. ଟି ମାନଙ୍କ ଭଳିହେଉ । ତଥାପି ଥରେ ସେ ଚକିତ ହୋଇପଡିଥିଲେ ଭାରତର ଏକ ଆଇ.ଆଇ.ଟିର ଅନେକ ପିଲାଙ୍କୁ ଆଇ.ଆଇ.ଟି ରୁ ବହିଷ୍କାର କରାଯାଉଛି ଯେହେତୁ ସେମାନେ ନିଜ ପାଠରେ ଗୁଣାତ୍ମକ କିମ୍ବା ପରିଣାତ୍ମକ ମାନ ବଜାୟ ରଖିପାରିନାହାନ୍ତି । 
      ଏହା ମଧ୍ୟ ଦେଶର ସମସ୍ତ ଆଇ.ଆଇ.ଟି ମେଧାମାନଙ୍କ ପାଇଁ ଥିଲା ଏକ ସତର୍କ ଘଣ୍ଟି । ଭାରତର ସମସ୍ତ ମାନବ ସମ୍ବଳ ମଧ୍ୟରୁ ବାଛି ବାଛି ତିକ୍ଷ୍ଣ ଆଉ ସୂକ୍ଷ୍ମ ଧୀ ଶକ୍ତି ସମ୍ପର୍ଣ୍ଣର୍, ପରିଶ୍ରମି ଓ ଚରିତ୍ରବାନ କେତେଜଣ ପିଲା ହିଁ ଆଇ.ଆଇ. ଟି ରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ହେଲେ ଏ ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ୍ ମାନଙ୍କ ମଧ୍ୟରୁ ଅଳ୍ପ କେତୋଟିଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କର ବାହ୍ୟ ଆଡମ୍ବର ଭିତର ଶୀକ୍ଷାଦାନର ଏକ ପ୍ରହେଳିକା ସଦୃଶ ।୧୦୦% ରେଜଲ୍ଟ । ୯୫% ଛାତ୍ରଛାତ୍ରୀ ୮୦% ଉପରେ ନମ୍ବର ରଖି ଉତ୍ତୀର୍ଣ୍ଣ  ଭଳି ସମ୍ବାଦ ପତ୍ରରେ ପ୍ରଚାରପ୍ରସାର ଅନ୍ଧ ଦେଶରେ ଦର୍ପଣ ବିକିଥିବା ଛଡା ଆଉ କିଛି ନୁହେଁ । ଇଞ୍ଜିନିୟରିଂ ରେ ନାମ ଲେଖାଇଲା ପରେ ପୁଣି ମୋଟା ଅଙ୍କ ଡୋନେସନ ଦେଇ କେଉଁ ପିତା ମାତା ବି ଚାହିଁବେ ମୋ ପିଲାର କମ୍ ନମ୍ବର ରହୁ । 
      ଯଦି କମ୍ ନମ୍ବର ରହିଲା ସେ ଖୁସି ହେବେ ବା କେମିତି ? ଖାଲି ସେତିକି ନୁହେଁ, ବର୍ତ୍ତମାନର ଭୋଗବାଦର ଦୁନିଆରେ ଆମେମାନେ ଏତେ ବିକାରଗସ୍ତ ହୋଇଗଲେଣି ଯେ ଶିକ୍ଷାରେ ଆମେ ଗୁଣ ଅପେକ୍ଷା ପରିମାଣକୁ ଅଧିକ ଗୁରୁତ୍ୱ ଦେଇଚାଲିଲେଣି । ପିଲାଟି ବିଷୟଗତ ଜ୍ଞାନର ଭିତ୍ତିପ୍ରସ୍ତର ରେ କେତେ ଯେ ନିପୁଣ ତାହା ଆମେ କଳିବାକୁ ଆଦ୍ୟୈ ବ୍ୟସ୍ତ ବିବ୍ରତ ନୁହେଁ ବରଂ ବ୍ୟସ୍ତ ଆଉ ଚିନ୍ତିତ ପିଲା ଆମର ପରୀକ୍ଷାରେ ୧୦୦ ନମ୍ବର ରୁ କେତେ ନମ୍ବର ରଖିଛି । ଆମେଏକଥା ବି ଭୂଲିଯାଏ ପିଲାର କୈାଣସି ବିଷୟରେ ସୃଜନଶୀଳତାର ପରିମାଣ କେତେ? ଆମ ପାଖରେ ସମୟ ନାହିଁ କିମ୍ବା ସେ କଥା ଆମେମାନେ ବାପାମା ହିସାବରେ  ବୁଝିବାକୁ  ମଧ୍ୟ ଚେଷ୍ଟା କରୁନେ । ବାସ୍ ଟ୍ୟୁସନ୍ ପଢେଇ ପଢେଇ ପିଲାକୁ ଘୋଷେଇ ଘୋଷେଇ ଅଭ୍ୟାସ କରେଇ କରେଇ ପରୀକ୍ଷାରେ କିପରି ୧୦୦ରୁ ୧୦୦ ନମ୍ବର ରଖିବ ଆମେ ସଦା ସର୍ବଦା ଯତ୍ନଶୀଳ । ଆମେ ସେଇଥିପାଇଁ ହିଁ ଅତ୍ୟନ୍ତ ଖୁସି ଓ ଆନନ୍ଦ । ପିତା ମାତାଙ୍କ ର ଏଭଳି ମନୋଭାବକୁ ଆଜିର ଏ ଇଞ୍ଜିନିୟରିଂ କଲେଜ୍ ମାନେ ମଧ୍ୟ ଭଲ ଭାବରେ ବୁଝି ସାରିଛନ୍ତି । ତେଣୁ ସେମାନେ ଜାଣନ୍ତି ଆଜିର ପିତାମାତା ମାନେ କଲେଜ୍ ରେ ସେମାନଙ୍କ ପିଲା ମାନଙ୍କୁ  ପଢେଇବାକୁ ପ୍ରସ୍ତୁତ ହେବା ସମୟରେ ସମ୍ବାଦପତ୍ରରେ ଏହି ପରୀକ୍ଷାର ଉତ୍ତୀର୍ଣ୍ଣ ଶତକଡାକୁ  ମଧ୍ୟ ଭଲଭାବରେ ପଢନ୍ତି ଏବଂ ତାହାହିଁ କିଛି ପରିମାଣରେ ସେମାନଙ୍କର ମନକୁ ଆକର୍ଷଣ କରେ । 
      ଆଉ ଶେଷ ଆକର୍ଷଣ ହେଲା କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ । ଯେଉଁ କଲେଜ୍‌ର ପ୍ଲେସ୍‌ମେଣ୍ଟ ରେକର୍ଡ ଯେତେ ଭଲ ସେଠି ମହୁଫେଣାରେ ମହୁ ମାଛି ଲାଗିଲା ଭଳି ପିଲାମାନଙ୍କର ଋଣ୍ଡ । ଆଜିର ସମସ୍ତ ବାପାମାଆଙ୍କର ହୃଦୟ ର ଇଚ୍ଛା ମୋ ପିଲା ଟି ଇଞ୍ଜିନିୟରିଂ ପଢି ସାରିବା କ୍ଷଣି  ସେହି କଲେଜ୍‌ରୁ ହିଁ ଚାକିରୀ କରିଯାଉ । ଭଲ କମ୍ପାନୀରେ ଚାକିରୀଟିଏ  ପାଇଗଲେ  ଭାଗ୍ୟ ପରିବର୍ତ୍ତନ । ପିଲାର ଜୀବନ ଗଢି ହୋଇଯିବା ସହିତ ଆମମାନଙ୍କର ଚିନ୍ତା ଯିବ । ଆଉ ସମାଜରେ ଆମମନଙ୍କର ସମ୍ମାନ ମଧ୍ୟ ବଢିବ । ହେଲେ ସେକଥା ଆମେ କେବେ ବିଚାର କରିନେ, ପ୍ରକୃତରେ ଆମ ପିଲାଟି କୈାଣସି ଇଣ୍ଡଷ୍ଟ୍ରିରେ ଚାକିରୀ କରିବା ପାଇଁ ସେ ଇଞ୍ଜିନିୟରିଂ ସମୟରେ ପ୍ରକୃତ ଇଞ୍ଜିନିୟରିଂ ପାଠର ଅଧିକାରୀ ହୋଇପାରିଛି ନା ନାହିଁ । ଇଣ୍ଡିଷ୍ଟ୍ରିରେ ସେ ତାର ପ୍ରକୃତ ଇଞ୍ଜିନିୟରିଂପାଠର ପ୍ରୟୋଗ କରିପାରିବ ନା ନାହିଁ । ବାସ ବାପା ମା ହିସାବରେ ଘରେ ଆମେ ଚାହିଁ ବସିଥାଏ କେଉଁଦିନ ମୋ ପିଲାର ଇଞ୍ଜିନିୟରିଂ ସରିବ ଓ ସେ ଚାକିରୀ କରିବ । 
      ପିଲାକୁ କଲେଜ୍‌ରେ ଆଡମିଶନ୍ କରିସାରିଲା ପରେ ଆମ କାମ ଶେଷ ଆଉ ଖାଲି ପାଖପଡୋଶୀ ଚିହ୍ନା ପରିଚିତିରେ ପଚାରିବା କ୍ଷଣି ଛାତିଫୁଲେଇ କହିବସୁ ପୁଅ ମୋର ବି.ଟେକ୍ କରୁଛି । ପ୍ରଶ୍ନ ଆସେ କେଉଁ ଟ୍ରେଡ୍‌ରେ । ସ୍ୱତଃପୃତ ଭାବରେ ଉତ୍ତର ଆମ ଅଗ ଜିଭରୁ ବାହାରିପଡେ । ଏ କଥା ଅନ୍ୟର ସାମନାରେ ପ୍ରକାଶ କରିବା ସମୟରେ ମନରେ ଥାଏ ଅସରନ୍ତି ଅହଙ୍କାର । ଜୀବନରେ କଷ୍ଟ ଉପାର୍ଜିତ ଧନକୁ ସାଇତି ରଖିଥାଉଁ ପୁଅ ଅବା ଝିଅର  ପାଠପଢା ପାଇଁ । 
     ପୁଅ ଅବା ଝିଅର ଜ୍ଞାନର ପରିସର ସେତେଟା ଅଧିକ ନଥାଉ ଅବା ଥାଇ ମଧ୍ୟ ଦୁର୍ଭାଗ୍ୟରେ ଆଇ.ଆଇ.ଟି କିମ୍ବା ଏନ.ଆଇ.ଟି ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହୋଇପାରୁ ଆମ ପିଲାକୁ ଇଞ୍ଜିନିୟର କରେଇଦେବାର ଆଶା ବିଞ୍ôଚଦିଅନ୍ତି ଏହି ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍ ମାନେ । ରାଜପ୍ରାସାଦ ଭଳି ଅଟ୍ଟାଳିକା ସହିତ ସୁନ୍ଦର ପରିବେଷ୍ଟନି ଏହି କଲେଜ୍ ମାନଙ୍କରେ ଚାରିଚାନ୍ଦ ଲଗେଇଦିଏ । ଆମ ଆଶା ଆଉ ଆକା„ାକୁ ପୁରଣ କରିଦେଲା ପରି ବଖୁବି ବାହ୍ୟ ଆଡମ୍ବର ମାନ ଆମ ମାନଙ୍କ ପାଇଁ ସଜେଇ ହୋଇଥାଏ । ଶିଖିତ ହୋଇ ମଧ୍ୟ ବୁଝିପାରେନା  ଯେଉଁ ଭାରତରେ ବର୍ଷକୁ ପ୍ରାୟ ୧୫ ଲକ୍ଷ ଇଞ୍ଜିନିୟର ବର୍ତ୍ତମାନ ବାହାରୁଛନ୍ତି ସେମାନେ କେଉଁଠି ଚାକିରୀ କରିବେ । ବିଗତ ୨୦୦୬-୦୭ ରେ ଭାରତରେ ଇଞ୍‌ିନୟରିଂ କଲେଜ୍ ସଂଖ୍ୟା ୧୫୧୧ ଥିବା ବେଳେ ୨୦୧୪-୧୫ ବେଳକୁଏମାନଙ୍କ ସଂଖ୍ୟା ଆସି ୩୩୪୫ ରେ ପହଞ୍ôଚଗଲାଣି ।  ଆମେମାନେ କେବେ ବୁଝିପାରିନେ କିମ୍ବା ବୁଝିବାକୁ ମନ ବି ଦେଇନେ ଏଇ ଆଠ ବର୍ଷ ଭିତରେ ଭାରତରେ କଣ ଏପରି ପରିବର୍ତ୍ତନ ଘଟିଗଲା ଯେ ଇଞ୍ଜିନିୟର ମାନଙ୍କର ଏତେ ଆବଶ୍ୟକତା ପଡିଗଲା । 
      ଇଞ୍ଜିନିୟରିଂ କଲେଜ୍ ମାନଙ୍କ ସଂଖ୍ୟା ସିଧା ଦୁଇଗୁଣରୁ ବି ଅଧିକ ହୋଇଗଲା । ବୁଝିପାରୁନେ ଆମେ, ବର୍ତ୍ତମାନ ‘ଶିକ୍ଷା’ ଭଳି ଲାଭପ୍ରଦ ବ୍ୟବସାୟ ବୋଧହୁଏ ଆଉ ଭାରତରେ ନାହିଁ । କଲେଜ୍ ଭିତରେ ଇଞ୍ଜିନିୟରିଂ ଶିକ୍ଷାପାଇଁ ଆବଶ୍ୟକ ମୂଳ ଭିତ୍ତିଭୂମି ନଥାଇ ମଧ୍ୟ ଆମମାନଙ୍କର ପିଲାମେନେ ଇଞ୍ଜିନିୟର ହେବାକୁ ଆମେମାନେ ସେହି କଲେଜ୍ ମାନଙ୍କୁ ଛାଡିଦେଲେ । 
      ରବିବାର ଦିନ ସକାଳୁ ସକାଳୁ ଜମିଲ୍ ଆଉ ସିଦ୍ଧାର୍ଥ ଦୁଇଜଣ ଯାଇ ପହଞ୍ôଚଛନ୍ତି ଇରଫାନ୍ ବାବୁଙ୍କ ଘରେ । ଇରଫାନ୍ ବାବୁଙ୍କୁ ଦେଖି ଦୁଇଜଣ ଯାକ ପ୍ରଣାମ କରିଛନ୍ତି । ବାସ ଜମିଲ୍ କରିଛି ତାଙ୍କ ଧର୍ମର ବିଧି ଅନୁସାରେ ଆଉ ସିଦ୍ଧାର୍ଥ ନିଜ ଧର୍ମର ବିଧି ଅନୁସାରେ । ଇରଫାନ୍‌ବାବୁ ଦୁଇଜଣଙ୍କୁ ବସାଇଛନ୍ତି । ତାଙ୍କ ପତ୍ନୀ ତେଣେ ଚା ଆଉ ଜଳଖିଆ ଯୋଗାଡ କରିବାରେ ଲାଗିପଡିଛନ୍ତି । ଜମିଲ୍ ଆଉ ସିଦ୍ଧାର୍ଥ ଆସିବାର କାରଣ ପଚାରିବା ଆରମ୍ଭ କରିଛନ୍ତି । ଇରଫାନ୍‌ବାବୁ କହିଛନ୍ତି ଦେଖ ଏ ପ୍ରୋଜେକ୍ଟ ବା ଡିସର୍ସନ ହେଉଛି ତୁମମାନଙ୍କର ତିନିବର୍ଷ ଇଞ୍ଜିନିୟରିଂ ଶିକ୍ଷାର ଏକ ପ୍ରକାର ପ୍ରୟୋଗ । ତୁମେ ଇଞ୍ଜିନିୟରିଂ ଶିକ୍ଷାକୁ କେତେ ଦୂର ଗ୍ରହଣ କରିପାରିଛ ଆଉ କେତେଦୂର ନିଜକୁ କୁଶଳୀ ଓ ସକ୍ଷମ କରିପାରିଛ ଏହି ପ୍ରୋଜେକ୍ଟ ହିଁ ତାର ପ୍ରଣାମ ଦେବ । ହେଲେ ଦୁଃଖର କଥା ଆଜିକାଲି ଏ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ୍‌ମାନଙ୍କର ପ୍ରୋଜେକ୍ଟ ର କିଛି ହିଁ ଗୁରୁତ୍ୱ ନାହିଁ । 
      ମୁଁ ଯେତେ ଇଞ୍ଜିନିୟରିଂ କଲେଜ୍‌କୁ ଅତିଥି ଅଧ୍ୟାପକ ଭାବେ ଯାଇଛି ପଢାଇବାକୁ ସେମାନଙ୍କର ପ୍ରାକ୍ଟିକାଲ୍ ଇନଫ୍ରାଷ୍ଟ୍ରକ୍‌ଚର ଦେଖି ମୋତେ ବହୁତ ବ୍ୟସ୍ତ ଲାଗେ । ଲାବୋରେଟୋରିରେ କିଛି ନଥାଏ । ପ୍ରାକ୍ଟିକାଲ୍ ସେଡ୍ ରେ ମଧ୍ୟ ସବୁ ପ୍ରକାର ଆବଶ୍ୟକ ଯନ୍ତ୍ରଂଶ ନଥାଏ । ଯେଉଁ କେତେକ ଥାନ୍ତି  ସେମାନଙ୍କ ମଧ୍ୟରୁ ଅନେକ ଅକାମୀ ହୋଇ ପଡିଥାନ୍ତି । ଦ୍ୱିତୀୟ କଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ କେବଳ ମଉଜମଜିଲିସ୍‌ରେ ଦିନ କାଟନ୍ତି ହେଲେ ପ୍ରାକ୍ଟିକାଲ୍‌ର ଗୁରୁତ୍ୱକୁ ଆଦ୍ୟୈ ଧ୍ୟାନ ମଧ୍ୟ ଦିଅନ୍ତି ନାହିଁ । ବାସ୍ ସେମାନଙ୍କ ପାଇଁ ପ୍ରୋଜେକ୍ଟ ଏକ ଧାରାବାହିକ ପକ୍ରିୟା ଆଉ ସେମାନଙ୍କୁ ଏ କଲେଜ୍ ପ୍ରୋଜେକ୍ଟରେ ନିଶ୍ଚୟ ଭଲ ନମ୍ବର ଦେବାକୁ ବାଧ୍ୟ । ଯେଉଁ କେତେଜଣ ଛାତ୍ରଛାତ୍ରୀ ନିଜର କ୍ୟାରିୟର୍ ପ୍ରତି ଯତ୍ନଶୀଳ ସେମାନଙ୍କ ପାଇଁ ସେତେ ସ୍କୋପ୍ ମଧ୍ୟ ନାହିଁ । ବାସ୍ କମ୍ପ୍ୟୁଟର୍ ପାଖରେ ବସି ଇଣ୍ଟରେନଟ୍‌ରୁ ନାନାଦି ତଥ୍ୟ ସଂଗ୍ରହ କରି କିମ୍ବା ପୁରୁଣା କେଉଁ ଡିଗ୍ରୀ ଓ ଥେସିସ୍ କୁ ସୁନ୍ଦର ପ୍ରୋଜେକ୍ଟ ରିପୋର୍ଟଟିଏ କରି ଜମା କରିଦିଅନ୍ତି । ସେମାନଙ୍କର ନିଜସ୍ୱ ଜ୍ଞାନର ଚେନାଏ ବି ସେଥିରେ ପ୍ରୟୋଗ ନଥାଏ । ଖାଲି ଏହି ପ୍ରୋଜେକ୍ଟ କାମରେ ସେମାନେ ଇଣ୍ଟରେନଟ୍ ବ୍ରୋଜିଙ୍ଗ୍‌କରିବା ସହିତ ଫାଇଲ୍ ଡାଉନ୍‌ଲୋଡିଙ୍ଗ୍ ଓ କଟ୍ ଆଣ୍ଡ ପେଷ୍ଟରେ ଦକ୍ଷତା ହାସଲ୍ କରିପକାନ୍ତି । ଯଦି  ସେମାନଙ୍କର ପ୍ରୋଜେକ୍ଟ ରିପୋର୍ଟକୁ ଭଲଭାବରେ ଦେଖାଯାଏ ଦେଖାଯିବ ଯେ ସେ ପ୍ରୋଜେକ୍ଟ ରିପୋର୍ଟ ଗୁଡିକ କେବଳ ଅନ୍ୟର ସନ୍ଦର୍ଭରୁ କପି ଓ ପେଷ୍ଟ ଛଡା ଆଉ କିଛି ନୁହେଁ । ସେମାନେ କରିପାରିବେବା କଣ? 
      ସେମାନଙ୍କୁ ନୂତନ ପ୍ରୋଜେକ୍ଟ ପାଇଁ ଆବଶ୍ୟକ ଭିତ୍ତିଭୂମି ହିଁ ମିଳିନଥାଏ । ଆଉ ଦଳେ ଛାତ୍ରଛାତ୍ରୀ ପ୍ରୋଜେକ୍ଟ ରିପୋର୍ଟରେ ହାତ ମାରନ୍ତିନି । ଶିକ୍ଷା ତ ବର୍ତ୍ତମାନ ବ୍ୟବସାୟର ବଡମାଧ୍ୟମ । ତେଣୁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ସହର ମାନଙ୍କରେ ପ୍ରୋଜେକ୍ଟ ଯୋଗାଣକାରୀ ଅନୁଷ୍ଠାନ ଖୋଲି ସେଥିରେ ଡିଗ୍ରୀ ଆଉ ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରୋଜେକ୍ଟ ରିପୋର୍ଟ ତିଆରି କରି ବିକିବାର ବ୍ୟବସ୍ଥା ମଧ୍ୟ ଉପଲବଧ୍ କରାଇଛନ୍ତି । ସେ ଭଳି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ଏ ଇଞ୍ଜିନିୟରିଙ୍ଗ୍ କଲେଜ୍‌ର ବିଧିବ୍ୟବସ୍ଥା ସହିତ ଛାତ୍ରଛାତ୍ରୀ ମାନଙ୍କର ଆବଶ୍ୟକତାକୁ ଭଲ ଭାବରେ ପରଖି ନେଇଛନ୍ତି । ତେଣୁ ତାଙ୍କ ଆବଶ୍ୟକତା ମୁତାବକ ସେବା ଯୋଗାଇବାରେ ସେମାନେ ବ୍ୟସ୍ତ । ଧନୀ ଘରର ପିଲାମାନଙ୍କ ପାଖରେ ଟଙ୍କାରତ ଅଭାବ ନାହିଁ । ବାସ ଘରୁ ୫୦୦୦ ଟଙ୍କା ଦେଇ ଗୋଟିଏ ସୁନ୍ଦର ପ୍ରୋଜେକ୍ଟ ରିପୋର୍ଟଟେ ନେଇ କଲେଜ୍‌ରେ ଦାଖଲ କରିଦେଲେ କାମ ସରିଲା । ଏଥିରେ ଦୁଇଟି ସୁବିଧା ଉପଲବ୍‌ଧ ହୁଏ । ପ୍ରଥମତଃ ପ୍ରୋଜେକ୍ଟ ରିପୋର୍ଟ ନିଜେ ପ୍ରସ୍ତୁତ କରିବାର ସେ ଦୁର୍ବାର ଚିନ୍ତାରୁ ଛାତ୍ର ଅବା ଛାତ୍ରୀ  ମୁକ୍ତ ହୋଇଯାଏ । ଦ୍ୱିତୀୟତଃ ସମ୍ପର୍କିତ ଅଧ୍ୟାପକଙ୍କର ମଧ୍ୟ ଦାୟୀତ୍ୱ ସମ୍ପୂର୍ଣ୍ଣ ହାଲୁକା ହୋଇଯିବା ସହିତ ବଜାରରେ ମିଳୁଥିବା ପ୍ରୋଜେକ୍ଟ ରିପୋର୍ଟ ବା ଡିସର୍ସନରେ ସେମିତି କିଛି ଭୂଲ୍ ବାହାର କରିହୁଏ ନାହିଁ । ସେହି  ଡିସର୍ସନ ଗୁଡିକ ଏପରି ପ୍ରସ୍ତୁତ ହୋଇଯାଏ ଯେ ସେଥିରୁ କିଛି ଶିଖିବାକୁ ତ ମିଳେ ହେଲେ ଯାହା ମିଳେ ତାହା ଆଗରୁ ଉପଲବ୍‌ଧ ତଥ୍ୟର ଟିକିଏ ଛନ୍ଦ ପୂର୍ଣ୍ଣ ପ୍ରସ୍ତୁତି । ସେ ଡିସର୍ସନର ମୂଳଲକ୍ଷ୍ୟ କଣ ସେ ଛାତ୍ର ଅବା ଛାତ୍ରୀକୁ ପଚାରିଲେ ସେ କହିପାରିବେନି । ବାସ୍ କିଛି ପ୍ରଶ୍ନ ର ଉତ୍ତର ଘୋଷି କରି ଫାଇନାଲ୍ ପ୍ରେଜେଣ୍ଟସନ୍ ପାଇଁ ପ୍ରସ୍ତୁତ ହୋଇଥାନ୍ତି ।  ସେମାନେ ମଧ୍ୟ ନିଶ୍ଚିତଥାନ୍ତି ଯେ ଡିସର୍ସନ(ସନ୍ଦର୍ଭ) ଯାହାହେଉନା କାହିଁକି ନମ୍ବର ନିଶ୍ଚୟ ଭଲ ମିଳିବ କାରଣ ଏହା ସମ୍ପର୍କିତ ଗାଇଡ୍‌ଙ୍କର ଚାକିରୀର କ୍ୟାରିଅର୍ ଆସେସ୍‌ମେଣ୍ଟର ଏକ ଅଙ୍ଗ ହୋଇଥିବା ବେଳେ କଲେଜ୍‌ର ବାହ୍ୟ ଇମେଜ୍‌ର ଏକ ଅଂଶବିଶେଷ । ଆହୁରି ମଧ୍ୟ ତୁମେମାନେ ଆଶ୍ଚର୍ଯ୍ୟ ହେବ ଶୁଣିଲେ ଯେ ସେଭଳି ଡିସର୍ସନ ରିପୋର୍ଟ ବା ପ୍ରୋଜେକ୍ଟ ରିପୋର୍ଟମାନଙ୍କର ଗୁଣବତା ତାର ମୂଲ୍ୟଉପରେ ନିର୍ଭର କରେ । ସେଠାରେ ମଧ୍ୟ ମୂଲଚାଲର ସ୍କୋପ୍ ଥାଏ । ଯଦି ଜଣେ ଛାତ୍ର ୩୦୦୦ଟଙ୍କା ର ଏକ ଡିସର୍ସନ ରିପୋର୍ଟ ନେବାକୁ ଚାହେଁ ତା ପାଇଁ ମଧ୍ୟ ଅନୁରୂପ ପ୍ରୋଜେକ୍ଟ ରିପୋର୍ଟ ସେମାନଙ୍କ ପାଖରେ ସହଜରେ ମିଳେ । ଏକଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗେ ହେଲେ ନିରୁପାୟ । ସମାଜର ଏ ଭଳି ସ୍ରୋତକୁ ସଙ୍ଗେସଙ୍ଗେ ରୋକିହେବନି ମାତ୍ର ଏହା ଖୁବ୍‌ଶିଘ୍ର ଆପେଆପେ ବନ୍ଦ ହୋଇ ଯିବ ଏଥିରେ ସନ୍ଦେହ ନାହିଁ ।
     ସିଦ୍ଧାର୍ଥ ପଚାରିଛି ସାର୍ ଆପଣଙ୍କ ସମୟରେ କଣ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ଅଲଗା ରକମର ଥିଲା ନା କଣ । ଇରଫାନ୍‌ବାବୁ ଟିକିଏ ହସି ଦେଇଛନ୍ତି । କହିଛନ୍ତି ଆରେ ବାବୁ ସେକଥା ଶୁଣିଲେ ତୁମେ ଯେତିକି ଆଶ୍ଚର୍ଯ୍ୟ ନ ହେବ ମୁଁ ସେତିକି ସେ ଛମାସର ଅଭିଜ୍ଞତା କଥା ମନେ ପକାଇ ଖୁସି ହେବି । ଜମିଲ୍ କହିଛି ଅଙ୍କଲ୍ ତାହେଲେ ଆମେ ଆପଣଙ୍କର ଶୈଳୀରେ ଡିସର୍ସନ ରିପୋର୍ଟ ଦାଖଲ କରିବୁ । ହେଲେ ଆପଣଙ୍କର ସେ ଶୈଳୀ ବିଷୟରେ ଟିକେ କୁହନ୍ତୁ ନା । ଇରଫାନ୍ ବାବୁ ଆରମ୍ଭ କରିଛନ୍ତି । ଆରେ ତୁମେମାନେ ତ ବର୍ତ୍ତମାନ ଇଞ୍ଜିନିୟରିଙ୍ଗ୍ ରେ ଡିଗ୍ରୀ କରୁଛ । ମୁଁ ଯେତେବେଳେ ୧୯୯୦ ମସିହାର ଉତ୍ତର ପ୍ରଦେଶର ଗୋଟିଏ କେନ୍ଦ୍ରୀୟ ସରକାରୀ ଅନୁଷ୍ଠାନରେ ଅଟୋମୋବାଇଲ୍ ଇଞ୍ଜିନିୟରିଙ୍ଗ୍ ରେ ଡିପ୍ଲୋମା କହୁଥିଲି ସେତେବେଳେର ଅବସ୍ଥା ଥିଲା ସମ୍ପୂର୍ଣ୍ଣ ନିଆରା । ସେତେବେଳେ କମ୍ପ୍ୟୁଟର୍ ନଥିଲା କିମ୍ବା ଇଣ୍ଟରେନଟ୍ ନଥିଲା କିମ୍ବା ନଥିଲା ସେ ଗୁଗୁଲ୍ ଯାହାକୁ ତୁମେମାନେ ଜ୍ଞାନର ଭଣ୍ଡାର ବୋଲି କହୁଛ । ତଥ୍ୟ ଯୋଗାଡ କରିବାରେ ଅଛିତ ଯାଅ ବିଭିନ୍ନ ଲାଇବ୍ରେରୀକୁ । ନିଜେ ପ୍ରାକ୍ଟିକାଲ୍ କରି ନିଜେ ପରୀକ୍ଷା ନିରୀକ୍ଷା କର । ତା ପରେ ଯାହା ତଥ୍ୟ ପାଇଲ ନିଜେ କାଗଜ ଉପରେ କଲମରେ ଲେଖ ଓ ଚିତ୍ର ହାତରେ ଆଙ୍କ । ତା ପରେ ସେଗୁଡିକୁ ଟାଇପ୍ ରାଇଟ୍‌ରରେ ଲେଖି ରିପୋର୍ଟଟେ ପ୍ରଦାନ କର । ସ୍ନାତ୍ତକରେ ସିନା ପ୍ରତି ଛାତ୍ରଛାତ୍ରୀ ଗୋଟିଏ ଡିସର୍ସନ କରିବାକୁ ପଡୁଛି ହେଲେ ଡିପ୍ଲୋମାରେ ଆମ ପ୍ରତି ୫ ଜଣଙ୍କୁ ଗୋଟିଏ ଲେଖାଏଁ ପ୍ରୋଜେକ୍ଟ ରିପୋର୍ଟ ଦେବାକୁ ପଡୁଥିଲା । ଆମ ଗ୍ରୁପର୍ ପ୍ରୋଜେକ୍ଟ ଗାଇଡ୍ ଥିଲେ ଆମ ପ୍ରତିଷ୍ଠାନର ନିର୍ଦ୍ଦେଶକ । ସେ ବଙ୍ଗାଳି ଆଉ ପୁରାପୁରି ନୀତି ନିୟମରେ ପର୍ଯ୍ୟବେଶିତ ତାଙ୍କ ଜୀବନଶୈଳୀ । ତାଙ୍କ ପ୍ରତି ଆମମାନଙ୍କ ମନରେ ଭୟ ଥାଏ । ହେଲେ ଛାତ୍ରବତ୍ସଳ । ଯେତେବେଳେ ଆମେ ପ୍ରଥମ ଥର ପାଇଁ ଆମ ମାନଙ୍କର ପ୍ରୋଜେକ୍ଟ ବିଷୟରେ ପଚାରିବାକୁ ଗଲୁ ସେ ସିଧାସଳଖ ଗୋଟିଏ ବାକ୍ୟ କହିଲେ । ତାହାଥିଲା, ତୁମ ମାନଙ୍କର ସନ୍ଦର୍ଭର ନାମ ହେଲା ‘ଇ ଗ୍ଦଗ୍ଧଙ୍କୟଚ୍ଚ କ୍ଟଦ୍ଭ ଗ୍ଦଗ୍ଧକ୍ସରଗ୍ଦଗ୍ଦ ଭରବକ୍ସସଦ୍ଭଶ ମବକ୍ଟ୍ରବମସଗ୍ଧସରଗ୍ଦ କ୍ଟଲ ଶରବକ୍ସ ମଷବଦ୍ଭଶସଦ୍ଭଶ କ୍ଷରଙ୍ଖରକ୍ସଗ୍ଦ କ୍ଟଲ ୟସଲଲରକ୍ସରଦ୍ଭଗ୍ଧ ଜ୍ଞକ୍ଟଗ୍ଧକ୍ଟକ୍ସ ମଚ୍ଚମକ୍ଷରଗ୍ଦ ବଙ୍ଖବସକ୍ଷବଭକ୍ଷର ସଦ୍ଭ ଜ୍ଞବକ୍ସଳରଗ୍ଧ’
      ଆମେ ପ୍ରଥମେ କିଛି ବୁଝିପାରିଲୁନି । ତାପରେ ସେ କହିଲେ ତୁମେ କେବଳ ସର୍ବପ୍ରଥମେ ମାର୍କେଟରେ ଯେତେପ୍ରକାର ମୋଟର ସାଇକେଲ, ସ୍କୁଟର ଅଛି ସମସ୍ତଙ୍କର ଏକ ତାଲିକା କର । ତୁମେମାନେ ଗ୍ୟାରେଜ୍‌ମାନଙ୍କୁ ଯାଇ ମେକାନିକ୍ ମାନଙ୍କୁ ସେହି ଗିଅର ଲିବର ମାନଙ୍କ ବିଷୟରେ ପଚାର । ତା ପରେ ମୁଁ ତୁମ ମାନଙ୍କ ପାଇଁ ଗୋଟିଏ ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରିରୁ ପରିମିଶନ୍ ଆଣି ତୁମମାନଙ୍କୁ ଦେବି । ତୁମେମାନେ ସେ ଇଣ୍ଡଷ୍ଟ୍ରିକୁ ଯିବ । ପାଞ୍ଚ ଦିନଧରି ଇଣ୍ଡଷ୍ଟ୍ରିରେ ତିଆରି ହେଉଥିବା ସମସ୍ତ ଗିଅର୍ ଚେଞ୍ଜ୍ ଲିବର୍ ଦେଖିବା ସଙ୍ଗେ ସଙ୍ଗେ ଅନ୍ୟ ସବୁ ଯନ୍ତ୍ରାଶଂ ମଧ୍ୟ ଦେଖିବ । ହେଲେ ତୁମେମାନେ ସମସ୍ତଧ୍ୟାନ ଦେବ ତୁମର ମୂଖ୍ୟ ଆବଶ୍ୟକ ଯନ୍ତ୍ରାଁଶ ଉପରେ । ସେହି ଗିଅର୍ ଚେଞ୍ଜ୍ ଲିବର୍ ସମ୍ପର୍କିତ ସମସ୍ତ ତଥ୍ୟ ସମସ୍ତେ ମିଶି ସେଠାରୁ ସଂଗ୍ରହ କରିବ । ତା ପରେ ତୁମେ ଆସି ଆମ ଓା୍ୱର୍କସପରେ ନିଜେ ଗୋଟିଏ ଲିବର ତିଆରି କରିବ । ସମସ୍ତ ଲିବର୍ ମାନଙ୍କର ଷ୍ଟ୍ରେସ୍ ଫ୍ୟାକ୍ଟର୍ ଗୁଡିକୁ ପରୀକ୍ଷା କରିବ ଓ ତାର ତଥ୍ୟ ଲିପିବଧ କରିବ ।
      ହେଲେ ସର୍ବପ୍ରଥମେ ତୁମେମାନେ ପାଠାଗାରକୁ ଯାଇ ଦେଖ କୈାଣସି ବହି, ପତ୍ରିକା କିମ୍ବା ଅନୁସନ୍ଧାନମୂଳକ ପତ୍ରିକା ମାନଙ୍କରେ ଏହି ଗିଅର୍ ଚେଞ୍ଜ୍ ଲିବର୍ ସମ୍ପର୍କିତ କି କି ଗବେଷଣାଜନିତ ତଥ୍ୟ ମିଳି ପାରୁଛି । ପାଞ୍ଚଜଣଯାକ ମିଶି ଏହି ଗିଅର୍ ଚେଞ୍ଜ୍ ଲିବର୍ ସମ୍ପର୍କରେ ଏକ ଲିଟେରଚର ରେଭିଉ ଲେଖିବ । ସେ ଆମପାଞ୍ଚ ଜଣଙ୍କ ଭିତରୁ ଜଣକୁ ରିପୋର୍ଟରେ ସ୍ଥାନ ପାଇବାକୁ ଥିବା ସମସ୍ତ ଚିତ୍ରର ଦାୟୀତ୍ୱ ଦେଲେ । ଆଉ ଜଣକୁ ଟାଇପ୍ ରାଇଟ୍ କରେଇବା ପାଇଁ ଓ ଅନ୍ୟଜଣକୁ ରିପୋର୍ଟର ବାଇଣ୍ଡିଙ୍ଗ୍ ଓ ମଲାଟର ଦାୟୀତ୍ୱ ଦେଲେ । ଶେଷ ଜଣକୁ ରିପୋର୍ଟ ଲେଖିବାର ଦାୟୀତ୍ୱ ଦେଲେ । ଆମ ପାଞ୍ଚ ଜଣକ ଭିତରୁ ଆଉ କେହି ହଲିବାର ନାହିଁ । ମିଳିତ ଉଦ୍ୟମ ବିନା କିଛି ସମ୍ଭବ ନୁହେଁ । ଲୁଧିଆନା ଯାଇଥିଲୁ ଏକ ଅଟୋମେବାଇଲ୍ ସ୍ପେୟାର ପାର୍ଟସ ନିର୍ମିତ କାରାଖାନାକୁ ନିର୍ଦ୍ଦେଶକଙ୍କ ଠାରୁ ପରିମିଶନ ଚିଠି ନେଇ । ବାସ୍ତବରେ ସେଠି ଯେଉଁ ପାଞ୍ଚ ଦିନ ଆମେ ସେ କାରାଖାନାରେ ବୁଲି ତଥ୍ୟ ସଂଗ୍ରହ କରିବାର ସୁଯୋଗ ପାଇଥିଲୁ ତାହାଥିଲା ଆମ ଇଞ୍ଜିନିୟରିଙ୍ଗ୍ ପାଠପଢିବାର ଏକ ଭିନ୍ନ ଓ ଅନନ୍ୟ ଦିଗନ୍ତ । 
      ଆମ ଜୀବନଶୈଳୀ ଓ ପାଠପ୍ରତି ଆମର ଭାବଧାରାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା ସେ ପାଞ୍ଚ ଦିନ । ଅନେକ କିଛି ଶିଖିଥିଲୁ ସେ ପାଞ୍ଚ ଦିନରେ । କେବଳଯେ ଯନ୍ତ୍ରାଂଶ ବିଷୟରେ ଶିକ୍ଷାଲାଭ କରିଥିଲୁ ତାହା ନୁହେଁ । ଜଣେ ଇଞ୍ଜିନିୟରର ସମାଜପ୍ରତି ଥିବା କର୍ତ୍ତବ୍ୟ ଓ ଦାୟୀତ୍ୱବୋଧତା ବିଷୟରେ ସେ କମ୍ପାନୀର ପ୍ରବନ୍ଧକ ଆମକୁ ଅତି ସୁନ୍ଦର ଭାବରେ ବୁଝାଇଥିଲେ । ତାଙ୍କ କଥାଥିଲା ମନୁଷ୍ୟ ଜୀବନକୁ ସୁଖ ସ୍ୟୈହାଦ୍ର୍ଧ୍ୟ ପ୍ରଦାନ କରିବାରେ ସକ୍ଷମ ଜଣେ ଇଞ୍ଜିନିୟର । ମଣିଷ ବଞ୍ôଚବା ପାଇଁ ତାର ଆବଶ୍ୟକ ଉପଭୋଗ୍ୟ ସରଞ୍ଜାମମାନଙ୍କୁ ଇଞ୍ଜିନିୟର ହିଁ ଗଢେ । ଜଣେ ଇଞ୍ଜିନିୟର ପ୍ରତିମୂହୁର୍ତ୍ତରେ ସମାଜର ମଙ୍ଗଳ ପାଇଁ ଚିନ୍ତା କରେ । ମନୁଷ୍ୟ ଜୀବନର ସବୁ ପ୍ରକାର ଅଭାବ ଅସୁବିଧା କୁ ଦୂର କରିବାରେ ସଦାସର୍ବଦା ଯତ୍ନଶୀଳ । ସମଗ୍ର ପୃଥିବୀକୁ ଆଜି ଗୋଟିଏ ଗାଁ ରେ ପରିଣତ କରିପାରିଛି ଏହି ଇଞ୍ଜିନିୟର । ଘରେ ବସି ସମଗ୍ର ବିଶ୍ୱର ପ୍ରତିମୁହୂର୍ତ୍ତର ଖବର ଦେଖିପାରିବାଟା ଆଜି ଏହି ଇଞ୍ଜିନିୟର ଜାତିର ଦାନ । ସମସ୍ତ ଶାରିରୀକ ସୁଖ ପ୍ରଦାନ ପାଇଁ ପ୍ରସ୍ତୁତ ଯନ୍ତ୍ରାଂଶ ଇଞ୍ଜିନିୟର ମାନଙ୍କର ଅହରହ ପରିଶ୍ରମ ଓ ଗବେଷଣାର ଫଳ । ଆଜି ମନୁଷ୍ୟର ଶରୀରରେ ରୋଗ ଚିହ୍ନଟ ପାଇଁ ଯେତେ ବି ଯନ୍ତ୍ରାଂଶ ଆବଶ୍ୟକ ପଡୁଛି ତାହା ଏହି ଇଞ୍ଜିନିୟର ଜାତିର ଦାନ ।
      ଡାକ୍ତର ରୋଗ ଭଲ କରିବାପାଇଁ ଔଷଧ ଲେଖିପାରେ ସତ ମାତ୍ର ରୋଗ ନିରୂପଣ କରିବାପାଇଁ ସିରିଞ୍ଜ୍ ଠାରୁ ଆରମ୍ଭ କରି ଏକସ୍‌ରେ ଯନ୍ତ୍ର ପର୍ଯ୍ୟନ୍ତ ସବୁ ଏହି ଇଞ୍ଜିନିୟର ଜାତି ହିଁ ଗଢିଛି । ତେଣୁ ତୁମେମାନେ ଯେହେତୁ ଆଜି ଇଞ୍ଜିନିୟରର ମାନ୍ୟତା ପାଇବାକୁ ଯାଉଛ ତେଣୁ ମନ ଆଉ ଆତ୍ମରେ ସମାଜ କଲ୍ୟାଣର ଅଭିଳାଷ ଜାଗରଣ କର । ମନୁଷ୍ୟ ର ପ୍ରତ୍ୟେକ ଅଭାବ ଅସୁବିଧାକୁ ତୁମ କୁଶଳୀ ବୁଦ୍ଧିରେ ଚିନ୍ତାକର ଆଉ ତାକୁ ଦୂର କରିବାକୁ ଚେଷ୍ଟା କର ତାହାହେଲେ ତୁମ ଜୀବନ ସାର୍ଥକ ହେବ । ସେ କାରଖାନାର ପରିବେଶରେ ଏଭଳି ମନ୍ତବ୍ୟ ଗୁଡିକ ଆମ ଯୁବାବସ୍ଥାର ସେ ଉଷ୍ମ ରକ୍ତର ସତେ ଯେପରି କୋଷ ମଧ୍ୟରେ ପ୍ରବେଶ କରିଥିଲା । ହଜିଯାଇଥିଲୁ ମଣିଷଜାତି ପାଇଁ କିଛି କରିଯିବାର ଉଚ୍ଛ୍ୱାସରେ । ସତକୁ ସତ ସେଇଆହିଁ ହୋଇଥିଲା । ଆମେ ଆଜି ଯେଉଁ ପାଞ୍ଚଜଣ ସେଦିନ ସେ ଆତ୍ମାପ୍ରଭାବୀ ଭାଷଣ ଶୁଣିଥିଲୁ ସମସ୍ତେ ସମାଜ ପାଇଁ କିଛି କିଛି କରିପାରିଛୁ । ଇରଫାନ୍ ବାବୁଙ୍କର ତାଙ୍କ ଜୀବନର ଇତିବୃତ୍ତକୁ ଶୁଣିଲା ପରେ ସିଦ୍ଧାର୍ଥ ଓ ଜମିଲ୍ ମଧ୍ୟ ଭାବପ୍ରବଣ ହୋଇପଡିଥିଲେ । ସମାଜ କଳ୍ୟାଣ ର ଉଦ୍ଦେଶ୍ୟ ଆଉ ଜଣେ ସାର୍ଥକଇଞ୍ଜିନିୟର ଭାବରେ ମାନବର ମଙ୍ଗଳପାଇଁ ସେମାନେ ନିଜ ଜୀବନକୁ ଯେ ଉତ୍ସର୍ଗ କରିବେ ସତେଯେମିତି ସେହି ମୁହୂର୍ତ୍ତରେ ତାଙ୍କ ଡି.ଏନ୍‌.ଏ ରେ ସେ କମ୍ପାନୀ ଛାପ ଛାଡିଦେଇଥିଲା । ଇରଫାନ୍‌ବାବୁଙ୍କ ଠାରୁ ସେଦିନ ବିଦାୟ ନେବା ପୂର୍ବରୁ ଇରଫାନ୍ ବାବୁ ତାଙ୍କ ଦୁଇଜଣ ଙ୍କ ପାଇଁ ଦୁଇଟି ସନ୍ଦର୍ଭ ର ନାମ କହିଥିଲେ । ଆଉ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ସେ ଦୁଇଟି ଯାକ ପ୍ରୋଜେକ୍ଟ ର ସମସ୍ତ ପ୍ରାକ୍ଟିକାଲ୍ ଜମିଲ୍‌ର ଫାକ୍ଟ୍ରିରେ ହିଁ ହେବ ।  
      ଜମିଲ୍‌ର ଫାକ୍ଟ୍ରିରେ ଲେଦ୍ ମେସିନ ଠାରୁ ଆରମ୍ଭ କରି ପାଟର୍ଣ୍ଣ ତିଆରି ପର୍ଯ୍ୟନ୍ତ ସବୁ ପ୍ରକାର ମେସିନ ଥାଏ । ତେଣୁ ଇରଫାନ୍ ବାବୁଙ୍କର ବିଚାର ଅନୁସାରେ ଫାକ୍ଟ୍ରି ଆରମ୍ଭ ହେବା ମାତ୍ରେ ପ୍ରଥମେ ସେହି ଅଞ୍ଚଳରେ ଯେଉଁ ସବୁ ଗାଡି ମଟରଙ୍କର ଲେଦ୍ କାମ ଆବଶ୍ୟକ ପଡିବ ସେଇଠି ହିଁ ହେବ । ସେମିଷ୍ଟରରେ ଥିବା ଅନ୍ୟ ବିଷୟଗୁଡିକ ପ୍ରସ୍ତୁତିରେ ସେମାନେ ଲାଗିପଡିଲେ ।        ସେପ୍ଟେମ୍ବର ୫ ତାରିଖ ପାଖେଇ ଆସିଲା ଯେଉଁଦିନ ଜମିଲ୍ ର ଫ୍ୟାକ୍ଟ୍ରିରେ କାମ ଆରମ୍ଭ ହେବ । ଇରଫାନ୍ ବାବୁଙ୍କର ମତ ଅନୁଯାଇ ଏହି ଆରମ୍ଭ ପର୍ବ କୁ ବେଶୀ ଆଡମ୍ବର ସହିତ ନକରି ଅତି ସରଳ ଭାବରେ କରାଯିବ । ଜମିଲ୍ କୁ ବାରମ୍ବାର ତାଗିଦ୍ କରିଥିଲେ ଇରଫାନ୍ ବାବୁ ଯେ ତୁ ଗ୍ୟାରେଜ୍‌ରେ କାମ ଶିଖୁଛୁ ବୋଲି କେହି ଯେପରି ନ ଜାଣନ୍ତି । ସତକୁ ସତ ଜମିଲ୍ ମଧ୍ୟ ସେ ଗ୍ୟାରେଜ୍‌ରେ କାମ କରୁଛି ବୋଲି ସିଦ୍ଧାର୍ଥ କିମ୍ବା ଧରିତ୍ରୀକୁ ମଧ୍ୟ କହିନଥିଲା । ହେଲେ ଦିନେ ଇରଫାନ୍ ଅଙ୍କଲ୍‌ଙ୍କୁ କହିଥିଲା ଅଙ୍କଲ୍ ମୁଁ ଚାକିରୀ ନକରି ଗୋଟିଏ ଛୋଟ ଫ୍ୟାକ୍ଟ୍ରୀ କରୁଛି ବୋଲି ମାତ୍ର ଦୁଇଜଣ ଅତି ନିଜର ସାଙ୍ଗକୁ କହିବ,ି ଆଉ ଯେଉଁମାନେ କି ଏ କଥା କାହାରିକୁ କହିବେ ନାହିଁ । ଇରଫାନ୍ ଅଙ୍କଲ୍ ଜମିଲ୍ କୁ ପରିମିଶନ୍ ଦେବା ପରେ ଜମିଲ୍ କହିଛି ଫ୍ୟାକ୍ଟ୍ରି ଆରମ୍ଭ ଦିନ ଧରିତ୍ରୀ ଓ ସିଦ୍ଧାର୍ଥ ଆସିବେ । 
     ଫ୍ୟାକ୍ଟ୍ରିର ଫିତାକଟା ପର୍ବ ଜମିଲ୍ ଯେଉଁ ଉଚ୍ଚ ବିଦ୍ୟାଳୟରେ ପଢୁଥିଲା ସେହି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ କରିବେ ବୋଲି ସ୍ଥିର କରାଗଲା । ସେପ୍ଟେମ୍ବର ୫ ତାରିଖ ଦିନ ସକାଳୁ ଧରିତ୍ରୀ, ସିଦ୍ଧାର୍ଥ ସହିତ ଇରଫାନ୍‌ବାବୁ ଓ ଜମିଲ୍ ର ବାପାଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ରିବନ୍ ଫିତା କାଟି ଫ୍ୟାକ୍ଟ୍ରି ଉନ୍ମୋଚନ କଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଗାଁର ଅନ୍ୟ ହିନ୍ଦୁଭାଇ, ସିଦ୍ଧାର୍ଥ, ଧରିତ୍ରୀ ହିନ୍ଦୁ ଧର୍ମ ଅନୁସାରେ ପ୍ରଣାମ କରି ପୂଜାର୍ଚ୍ଚନା କଲେ । ତାହା ଥିଲା ଏକ ଅତ୍ୟନ୍ତ ଭାଇଚାରା ଓ ସର୍ବଧର୍ମ ସମନ୍ୱୟର ସ୍ୟୈହାର୍ଦ୍ଧ ପୂର୍ଣ୍ଣ ବାତାବରଣ । ସେଦିନର ସେ ଫ୍ୟାକ୍ଟ୍ରୀ ଉନ୍ମୋଚନର ବାତାବରଣ ଏତେ ଶାନ୍ତ ସରଳ ଓ ଭାବଗମ୍ଭୀର ଥିଲା । ସତେଯେପରି ସମୟ କହୁଥିଲା ଏ ଫ୍ୟାକ୍ଟ୍ରୀ ର ଭବିଷ୍ୟତ ବହୁତ ଭଲ ଆଉ ଫ୍ୟାକ୍ଟ୍ରୀ ରୁ ହିଁ ଅନେକ ନିଜ ନିଜର ଜୀବିକା ନିର୍ବାହ କରିବେ ନିଶ୍ଚୟ । ସେ ସବୁର ବିଚିତ୍ରତାରେ ଥିଲା ଇରଫାନ୍‌ବାବୁଙ୍କର ପବିତ୍ରତା, ମହନୀୟତା, ବିଶାଳ ହୃଦୟ ଓ ସମାଜେସବାର ଲୁକାୟିତ ରହସ୍ୟ । ତାଙ୍କ କଥା ଆଉ କାମ ଭିତରେ ନଥିବା ତାରତମ୍ୟ  ହିଁ ନିଶ୍ଚିତ ଏ କର୍ମସଂସ୍ଥାନକୁ ଆଗକୁ ନେଇଯିବ ଏଥିରେ ତିଳେମାତ୍ର  ଦ୍ୱିଧା କାହାରି ମନରେ ବି ନଥିଲା । ଫ୍ୟାକ୍ଟ୍ରିରେ କାମ ଆରମ୍ଭ ହୋଇଯାଏ । ଜମିଲ୍ ସବୁଦିନ ଅଳ୍ପସମୟ ଫ୍ୟାକ୍ଟ୍ରିରେ ଦିଏ ଓ ଅଳ୍ପଅଳ୍ପ କାମ ଆସେ ତାକୁ ସେ ରଖିଥିବା ମିସ୍ତ୍ରୀ ମାନେ ନିଖୁଣ ଭାବରେ ଜମିଲ୍ ର ନିର୍ଦ୍ଦେଶନାରେ କରନ୍ତି । ସିଦ୍ଧାର୍ଥ ମଧ୍ୟ ଆସି ସେମାନଙ୍କର ପ୍ରୋଜେକ୍ଟ କାମରେ ଜମିଲ୍ ସହିତ ଫ୍ୟାକ୍ଟ୍ରିରେ ବ୍ୟସ୍ତ ରହେ । 
      ସପ୍ତମ ସେମିଷ୍ଟର୍ ପରୀକ୍ଷା ପାଖେଇ ଆସେ । ଜମିଲ୍‌, ସିଦ୍ଧାର୍ଥ ଓ ଧରିତ୍ରୀର ପରୀକ୍ଷା ମଧ୍ୟ ଅନୁରୂପ ଭଲ ହୁଏ । ଆଉ ତିନିଜଣ ଯାକ ନିଜନିଜର ଗାଇଡ୍ ମାନଙ୍କ ପାଖରେ ଜମା କରନ୍ତି । ଅନେକ ପିଲା ପ୍ରୋଜେକ୍ଟ ପାଇଁ କିଛି ପରିଶ୍ରମ ନକରି ମଧ୍ୟ ବାହାରୁ କେଉଁଠୁ ଲିଟେରେଚର ରେଭିୟୁମାନ ଆଣି ସେମାନଙ୍କ ଗାଇଡ୍ ପାଖରେ ଜମା କରନ୍ତି । ଏହା ସିଦ୍ଧାର୍ଥ, ଜମିଲ୍ କୁଇରଫାନ୍‌ବାବୁଙ୍କର କଥା ସମ୍ପୂର୍ଣ୍ଣ ସତ ବୋଲି ପ୍ରମାଣ କରିଚାଲେ । ଧରିତ୍ରୀ ତା ବିଭାଗର ଅନ୍ୟ ପିଲାମାନଙ୍କର ଏଭଳି କାମକୁ ଦେଖି ମନେମନେ ଇର୍ଷା ବି ହୁଏ । ମୁଁ କାହିଁକି ଏତେ ପରିଶ୍ରମ କରୁଛି । ସେମାନେ କିଛି ନକରି ମୋ ଠାରୁ ଭଲଭଲ ରିପୋର୍ଟ ଆଣି ଦାଖଲ କରିପାରୁଛନ୍ତି । ବେଳେ ବେଳେ ସିଦ୍ଧାର୍ଥ ଆଗରେ ଅଭିଯୋଗ କରିବସେ । ହେଲେ ସିଦ୍ଧାର୍ଥ ସତେଯେମିତି ବୁଝିବାର ପିଲାଭଳି ତାକୁ ବୁଝେଇଦିଏ । କାହାର କର୍ମ ଆଉ ପରିଶ୍ରମ କୁ କେହି ନେଇପାରିବେ ନାହିଁ ତାର ପ୍ରାପ୍ୟ ଭଗବାନ ନିଶ୍ଚୟ ଦେବେ ଏଥିରେ ସନ୍ଦେହ ନାହିଁ ।

*******

ଛଅ

       କଲେଜ୍‌ରେ ଶେଷ ସେମିଷ୍ଟର୍ ଆରମ୍ଭ ହୋଇଯାଏ । ଶେଷ ସେମିଷ୍ଟର୍ କହିଲେ ଡିସର୍ସନ ବା ପ୍ରୋଜେକ୍ଟ ରିପୋର୍ଟ ବା ସନ୍ଦର୍ଭ ପ୍ରସ୍ତୁତି ଆଉ କ୍ୟାମ୍ପସ୍ ଇଣ୍ଟରଭିଉ ରେ ଭାଗ ନେବା । ପିଲାମାନଙ୍କ ଭିତରେ ହୋ ହାଲା ଏତେ ଭରିଯାଏ ଯେ ସତେଯେମିତି କ୍ୟାମ୍ପସ୍ ଇଣ୍ଟରଭିଉରେ ସବୁପିଲା ଚାକିରୀ ପାଇ, ତାଙ୍କ ଜୀବନ ଖୁସିରେ ଖୁସିରେ ଏଇଠୁ ଗଢିବା ଆରମ୍ଭ କରିଦେବେ । କିଏ କହେ ଟି.ସି.ଏସ୍ ଆସୁଛି କିଏ କହେ କ୍ରମ୍ପଟନ୍ କମ୍ପାନୀ ତ ପୁଣି କିଏ ଇନ୍‌ଫୋସିସ୍ ଓ ଆଉ କିଏ କହେ କିର୍ଲୋଷ୍କାର କମ୍ପାନୀ ଆସୁଛି । ସେଦିନ ଅଫିସ୍ ରୁ ଫେରିଲା ବାଟରେ ଇରଫାନ୍‌ବାବୁ ଜମିଲ୍ ଫ୍ୟାକ୍ଟ୍ରୀ ରେ ପହଞ୍ôଚ ଯାଆନ୍ତି । ସେଠାରେ ସେଦିନ ଜମିଲ୍ ଓ ସିଦ୍ଧାର୍ଥ ଉଭୟ ଥାନ୍ତି । ଉଭୟେ ଇରଫାନ୍‌ବାବୁଙ୍କୁ ନମସ୍କାର କରନ୍ତି । ଜମିଲ୍ କହିଉଠେ ଅଙ୍କଲ୍ ଆସନ୍ତା ଫେବୃୟାରୀ ୧୫ ତାରିଖରେ କଲେଜ୍ ରେ ପ୍ରଥମ କ୍ୟାମ୍ପସ୍ ଇଣ୍ଟରଭିଉ ଅନୁଷ୍ଠିତ ହେବ । ସେଥିରେ କ୍ରମ୍ପଟନ୍ ଗ୍ରୀଭସ୍ କମ୍ପାନୀ ଆସୁଛି । ଇରଫାନ୍ ବାବୁ କହିଛନ୍ତି ହଉ ଜମିଲ୍ ତୁମେ ତ ତୁମ କାମରେ ଧ୍ୟାନ ଦିଅ । ସିଦ୍ଧାର୍ଥ ଚେଷ୍ଟାକରି ଇଣ୍ଟରଭିଉରେ ଭଲ କରିବା ପାଇଁ ଚେଷ୍ଟାକର ଯେମିତିକା କି କେଉଁଠି ଯାଇ କାମରେ ଲାଗିଯାଅ । ସବୁ ପାଠ ବିଷୟ ଟିକେ ଭଲ କରି ନଜର କରିବା ସହିତ ସାଧାରଣ କେତେ ଗୁଡିଏ ପ୍ରଶ୍ନର ଉତ୍ତର ଅଭ୍ୟାସ କର । ସିଦ୍ଧାର୍ଥ କହିଛି ସାର୍ ସାଧାରଣ ପ୍ରଶ୍ନ ମାନେ ବୁଝି ପାରିଲିନି ।
     ଇରଫାନ୍‌ବାବୁ ଉତ୍ତରଦେଲେ ଯେ କୈାଣସି କମ୍ପାନୀର ଇଣ୍ଟରଭିଉରେ ଗୋଟିଏ ସାଧାରଣ ପ୍ରଶ୍ନ ଥାଏ ତୁମେ କାହିଁକି ଆମ କମ୍ପାନୀରେ ଚାକିରୀ କରିବା ପାଇଁ ଇଚ୍ଛୁକ? ତୁମେ ଆମ କମ୍ପାନୀରେ ଚାକିରୀ କରିବାର ସୁଯୋଗ ପାଇଲେ ତୁମେ କଣ କରିବ? ଏହିଭଳି ପ୍ରଶ୍ନ? ଆଉ ସବୁଠାରୁ ବିଶେଷ କଥା ହେଲା ତୁମ ପ୍ରୋଜେକ୍ଟ ରିପୋର୍ଟ ର ପ୍ରସ୍ତୁତି ସମ୍ପର୍କରେ ଏବଂ ଯାହା ସବୁ ପ୍ରସ୍ତୁତ କରିଛୁ ତାକୁ ପୁରା ଭଲଭାବରେ ପଢ କାରଣ ସେଥିରୁ ସେମାନେ ଯେମିତି ହେଲେ ପ୍ରଶ୍ନ ପଚାରିବେ । ଏତିକି କହିସାରିଲା ପରେ ଇରଫାନ୍ ବାବୁ ସେ ସ୍ଥାନ ପରିତ୍ୟାଗ କଲେ । ନିଜ କାର୍‌ଭିତରେ ବସି ଡ୍ରାଇଭିଙ୍ଗ୍ କରିବା ଆରମ୍ଭ କରି ଭାବିବାରେ ଲାଗିଛନ୍ତି ଆରମ୍ଭ ହୋଇଗଲା ଇଞ୍ଜିନିୟରିଂ ଶିକ୍ଷାର ଶେଷ ପ୍ରହେଳିକା । ପିଲାମାନଙ୍କ ସହିତ ସେମାନଙ୍କର ବାପାମାଙ୍କର ମନମୋହିବାକୁ ଏ କ୍ୟାମ୍ପସ୍ ଇଣ୍ଟରଭିଉ ହେବ ଏକ ପ୍ରାୟେଜିତ ପ୍ରହେଳିକା । ଖୁବ୍ କମ୍ ଆଭିଭାବକ ତାହା ଜାଣିଥିବେ ନା ନାହିଁ ତାହା ବି ସନ୍ଦେହ । ଭାତରରୁ ପ୍ରତିବର୍ଷ ଆଜିର ପରିସ୍ଥିତିରେ ପ୍ରତିବର୍ଷ ୧.୫ ମିଲିୟନ ଇଞ୍ଜିନିୟର ବାହାରୁଛନ୍ତି । ସେମାନେ କରିବେ କଣ? ସେମାନଙ୍କ ପାଇଁ ସେତିକି ପରିମାଣର ଚାକିରୀ ତ ଥିବା ଦରକାର । ହେଲେ ପ୍ରତିବର୍ଷ ଏତିକି ପରିମାଣର ଚାକିରୀ ସୃଷ୍ଟି ହେବା ତ ସମ୍ପୂର୍ଣ୍ଣ ଅସମ୍ଭବ । ଏ ଅଭିଭାବକ ଆଉ ପିଲାମାନେ ବି ବୁଝିପାରୁନାହାନ୍ତି ଭାରତ ବର୍ଷରେ ଏତେ ଆଇ.ଆଇ.ଟି ଆଉ ଏନ୍‌. ଆଇ.ଟି ସହିତ ବଡବଡ ଖ୍ୟାତନାମା ପୁରୁଣା ଇଞ୍ଜିନିୟରିଙ୍ଗ୍ କଲେଜ୍‌କୁ ଛାଡିକରି ଏତେ ବଡବଡ  କମ୍ପାନୀ ମାନଙ୍କର ନିଜ କମ୍ପାନୀ ପାଇଁ ଇଞ୍ଜିନିୟର ଯୋଗାଡ କରିବା ପାଇଁ ଏ ଛତୁଫୁଟିଲା ପରି ଏହି ସାତ ଆଠ ବର୍ଷରେ ନୂଆ କରି ଦଣ୍ଡାୟମାନ ହୋଇଥିବା ଇଞ୍ଜିନିୟରିଙ୍ଗ୍ କଲେଜ୍ ଉପରେ ନଜର ପଡୁଛି କେମିତି? ଏ କଥାର ପଛରେ କାରଣ କଣ । 
      ପ୍ରତିବର୍ଷ ସବୁ ଇଞ୍ଜିନିୟରିଙ୍ଗ୍ କଲେଜ୍ ଗୁଡିକ ନିଜ ନିଜ ବିଜ୍ଞାପନରେ କଲେଜ୍‌ର ରାଜପ୍ରାସାଦ ଭଳି ଅଟ୍ଟାଳିକା ସହିତ ବଡବଡ କମ୍ପାନୀ ମାନଙ୍କର ଲୋଗୋ ଓ ପ୍ଲେସ୍‌ମେଣ୍ଟ ଶତକଡାକୁ ପ୍ରଦର୍ଶୀତ କରି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିପଡନ୍ତି । କେମିତି ଏ କଲେଜ୍ ମାନେ କମ୍ପାନୀର ମାଲିକ ମାନଙ୍କୁ ବୁଝାନ୍ତି ବା ନିଜର ଅସ୍ତିତ୍ୱ ସମ୍ପର୍କରେ ଅବଗତ କରାନ୍ତି ଯାହାଫଳରେ କି ସେମାନେ ବି ପ୍ରତିଶୃତି ଦିଅନ୍ତି ଆଉ ବିଜ୍ଞାପନରେ ନିଜର ଲୋଗୋ ଛାପିବାକୁ ଅନୁମତି ମଧ୍ୟ ଦେଇଦିଅନ୍ତି । ସ୍ୱାର୍ଥ ସର୍ବସ୍ୱ ଦୁନିଆ । ସେଥିରେ ପୁଣି ବେପାରି । ପ୍ରତ୍ୟେକ ଶିଳ୍ପପତି ନିଜ ଶିଳ୍ପରେ ସମସ୍ତ ଖର୍ଚ୍ଚ କୁ ହିସାବ କରି ସାରିଲା ପରେ କିଛି ଲାଭ ହେଉଛି ନା ନାହିଁ ଆଗ ସେଇଟା ଦେଖନ୍ତି ।  ଯଦି ଲାଭ ହେଉଛି ତେବେ କେତେ ଶତକଡା ହେଉଛି ତାହା ସର୍ବ ପ୍ରଥମେ ଦେଖନ୍ତି । ଲାଭ ନଥାଇ  ଆଜି ପର୍ଯ୍ୟନ୍ତ କୈାଣସି ଶିଳ୍ପପତି ଶିଳ୍ପ ପ୍ରତିଷ୍ଠା କରିବାର ଇତିହାସରେ  ନଜିର ନାହିଁ । 
     ତେବେ ଏଭଳି  ଶିଳ୍ପପତିମାନେ ଏଭଳି ଇଞ୍ଜିନିୟରିଙ୍ଗ୍ କଲେଜ୍‌ରୁ ପିଲାମାନଙ୍କୁ ନିଜ କମ୍ପାନୀରେ ଚାକିରୀ ଦେଲେ କି ଲାଭ ହଠାତ୍ ମିଳିଯିବ? ହଁ ଏଠି ଯୁକ୍ତି ଆସିପାରେ କମ୍ପାନୀ ଆଇ.ଆଇ.ଟି ଓ ଏନ୍ .ଆଇ.ଟି ଭଳି ସଂସ୍ଥାରୁ ପିଲା ମାନଙ୍କୁ ନେଲେ ତୁଳନାତ୍ମକ ଭବରେ ତାଙ୍କୁ ଅଧିକ ଦରମା ଦେବାକୁ ପଡିବ ଯାହା ଏ ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ ପିଲାଙ୍କ କ୍ଷେତ୍ରରେ ବହୁତ କମ୍ । ହେଲେ ଏହା ସତ୍ୟ ଯେ ସେମାନେ ଭଲଭାବରେ ଜାଣିଛନ୍ତ, ସେ ପିଲାଙ୍କର ବୁଦ୍ଧି, କୌଶଳ ଆଉ କର୍ମତତ୍ପରତା ଆଗରେ ଏ ପିଲାମାନେ ତୁଚ୍ଛ । ତେବେ ଯଦି ଏ କଥା ଠିକ୍ ତେବେ ପ୍ରଶ୍ନ ଉଠେ ଏ କମ୍ପାନୀ ମାନଙ୍କର କେତେଗୁଡିଏ ନିର୍ଦ୍ଧିଷ୍ଟ କଲେଜ୍ ଉପରେ ନଜର ପଡେ କେମିତି? କୁହନ୍ତି ଆମ କଲେଜ୍‌ର ପ୍ଲେସ୍‌ମେଣ୍ଟ  ସେଲ୍ ବହୁତ ଷ୍ଟ୍ରଙ୍ଗ୍ । ସବୁ କମ୍ପାନୀ ସହିତ ଆମର ସର୍ମ୍ପକ ଅଛି । ଏ ସର୍ମ୍ପକ କିପରି  ସୃଷ୍ଟି ହୁଏ ତାହା ବି ଏକ ପ୍ରହେଳିକା । ମନେ ପଡିଯାଏ ଇରଫାନ୍‌ବାବୁଙ୍କର ଗତ ବର୍ଷ ଡିସେମ୍ବର ମାସ କଥା । ସେଦିନ ସେ ଭୂବନେଶ୍ୱରର ଏକ ଇଣ୍ଟରନେଟ୍ କାଫେରେ ବ୍ରୋଜିଙ୍ଗ୍ କରୁଥାନ୍ତି । ତାଙ୍କ ପାଖ କମ୍ପ୍ୟୁଟର ସିଷ୍ଟମ୍‌ରେ ଜଣେ ଉଚ୍ଚା ଓ ହଟାକଟା ଯୁବକ ଯାହାଙ୍କର ବୟସ ପାଖାପଖି ଚାଳିଶ ଭଳି ହୋଇଥିବ କାମ କରୁଥାନ୍ତି । ସେ ହଠାତ୍ ଫୋନ୍ କଲେ । ଆରମ୍ଭ ହେଲା ବାର୍ତ୍ତାଳାପ । ସେ ବାର୍ତ୍ତାଳପ ଏଇଆ ଥିଲା । ଆପଣ ମାତ୍ର ୨୦ଜଣ ପିଲାଙ୍କୁ ନିଅନ୍ତୁ ନା । ଅଟୋମେବାଇଲ୍ ର ୧୦ ଜଣ ଓ କମ୍ପ୍ୟୁଟର ସାଇନ୍ସ ର ୧୦ଜଣ । ନାହିଁ ନାହିଁ ସେମିତି କୁହନ୍ତୁ ନି । ଆପଣଙ୍କର ମୋର ଯାହା କଥା ହୋଇଥିଲା ସେହି ଅନୁସାରେ ସବୁ ହେବ । ପ୍ରଥମ ମାସର ତ ଦରମା ପିଲାମାନେ ନେବେ ନାହିଁ । ପିଲାମାନଙ୍କଠାରୁ ୨୦୦୦ ଟଙ୍କା ଲେଖାଏଂ ଆମେମାନେ ଇଣ୍ଟରଭିଉ ପାଇଁ ଆଦାୟ କରୁଛୁ । ସେ ଖର୍ଚ୍ଚ ବି ଆପଣଙ୍କର । ଆଗ ଆପଣଙ୍କ କମ୍ପାନୀର ନିଯୁକ୍ତି ପତ୍ର ଦେଇ ଦିଅନ୍ତୁନା । ତା ପରେ ଆପଣ କଣ କରିବେ କଣ ନାହିଁ ତାହା ଅଲଗା କଥା । ଇରଫାନ୍‌ବାବୁ ବୁଝିଗଲେ ଆରେ ଏ ବୋଧହୁଏ େକୈାଣସି  ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ର ପ୍ଲେସ୍‌ମେଣ୍ଟ ସେଲର ଏଜେଣ୍ଟ ୍ । 
      କଥାବାର୍ତ୍ତାରୁ ଏ ଜଣେ ଏମ.ବି.ଏ ଡିଗ୍ରୀ ଧାରି ବ୍ୟକ୍ତି ଏଥିରେ ସନ୍ଦେହ ନାହିଁ । କି ପ୍ରକାର ବ୍ୟବସ୍ଥା । ପିଲାମାନଙ୍କଠାରୁ ପଇସା ଆଦାୟ ହୋଇ କୈାଣସି କମ୍ପାନୀର ମାନବ ସମ୍ବଳ ପ୍ରବନ୍ଧକକୁ ଲାଞ୍ଚ ଦିଆଯାଇ ଇଣ୍ଟରଭିଉ ଆୟୋଜନ କରାଯାଉଛି । ଯଦି ସେ କମ୍ପାନୀର ମାତ୍ର ୨ଜଣ ପିଲା ଦରକାର ସେ କରିବ ଇଣ୍ଟରଭିଉ ସମସ୍ତଙ୍କର ଆଉ ନେବେ ୨୦ ଜଣ । ସମସ୍ତଙ୍କୁ ମିଳିଯିବ ନିଯୁକ୍ତି ପତ୍ର । କେତେଜଣ ଯୋଗ ଦେବେ କେତେ ଯୋଗ ଦେବେନି । ଯେଉଁମାନେ ଯୋଗେଦବେ ସେମାନଙ୍କ ଭିତରୁ ମାସେ ମାଗଣାରେ ଖଟି କମ୍ପାନୀର ପରିବେଶକୁ ଦେଖି ଚାକିରୀ ଛାଡିଛୁଡି ପଳେଇ ଆସିବେ । ଆଉ ଯଦି ବା ୨୦ ଜଣରୁ ୧୦ ଜଣ ଖଣ୍ଡେ ଟିକେ କଷ୍ଟ ସହି ପଡିରହିଲେ ଠିକ୍ ତିନିମାସ ଭିତରେ କମ୍ପାନୀରେ ଗୋଟିଏ ଫିଲ୍‌ଟ୍ରେସନ୍ ଟେଷ୍ଟ କରି ସମସ୍ତଙ୍କୁ କାଢି ଦେବେ ମାତ୍ର ରଖିବେ  ଦୁଇଜଣ । ଆଉ ଯେଉଁ ୧୮ ଜଣ ସାର୍ଟିଫିକେଟଧାରୀ ଇଞ୍ଜିନିୟର ବେକାର ହୋଇ ଆସି ବୁଲିବେ ସେମାନଙ୍କର କଥା କହିଲେ ନସରେ । 
     କେତେଜଣ ତ ନିଜର ପ୍ରତିଷ୍ଠାକୁ ତଳେ ପକେଇ ନଦେବା ପାଇଁ ତାଙ୍କ ବାପା ମାଙ୍କ ସହିତ ଗଳି ମହୋଲାରେ କହି ବୁଲିବେ ପୁଅର କ୍ୟାମ୍ପସ ରେ ହୋଇଥିଲା ଯେ ତାକୁ ସେ ଚାକିରୀ ଭଲ ଲାଗିଲାନି ସେ ଆସି ଘରେ ଗେଟ୍ ପାଇଁ ପ୍ରସ୍ତୁତି କରିବ ଅବା ଅନ୍ୟ ଚାକିରୀ ପାଇଁ ପ୍ରସ୍ତୁତ ହେବ । ଅନ୍ୟ କେତେ ଜଣ ତ କହିବୁଲନ୍ତି ସେ ବାପାଙ୍କ ସହିତ ବିଜିନେସ୍ ସମ୍ଭାଳିବ । ହେଲେ  ସାର୍ଟିଫିକେଟ୍‌ଧାରି ଇଞ୍ଜିନିୟରରର ମାନ୍ୟତା ପାଇଥିବା ଯୁବକର ମାନସିକ ଅବସ୍ଥା ଯେ କଣ ହେଉଥିବ ସେ ହିଁ ଜାଣେ । କୁସଙ୍ଗ ସହିତ ଅବାଟରେ ଚାଲିଯିବାଟା ଏଇଟା ଗୋଟେ ସେ ଭଳି ପିଲାମାନଙ୍କ ପାଇଁ ଘଡିସନ୍ଧି ମୁହୁର୍ତ୍ତ । ତଥାପି ଚାକିରୀ ପାଇବା ଅନ୍ୱେଷଣରେ କେତେଜଣ ପୁଣି ଫାଟି ବୁଲିବେ ଅନ୍ୟ ସହରକୁ କେଉଁ ସାଙ୍ଗ ସାଥୀ ଅବା ବନ୍ଧୁଙ୍କ ପାଖକୁ । ଚାକିରୀ ପାଇଁ ଅନ୍ୟ କମ୍ପାନୀ ମାନଙ୍କରେ ଆବେଦନ କଲାବେଳକୁ ଦରକାର ଅଭିଜ୍ଞତା ଅତିକମରେ ୧ ବର୍ଷ କିମ୍ବା ୨ ବର୍ଷର । ବିଚରା ଆଣିବ କେଉଁଠୁ । ଏଭଳି ଏକ ପ୍ରାୟୋଜିତ ପ୍ରହେଳିକାରେ ଇରଫାନ୍ ବାବୁ ଆଜି ହୃଦୟ ଓ ଆତ୍ମାରେ ମର୍ମାହତ । ଏ ସବୁର ବିକଳ୍ପ କଣ ଏ ସମାଜରେ ବୁଦ୍ଧିଜୀବିମାନେ ଖୋଜି ପାଇପାରିବେ ନି?
      ଏମିତି ଭାବିଭାବି ଘରେ ପହଞ୍ଚନ୍ତି । ଘରେ ଗାଡି ଥୋଇ ଦେଇ ଖାଇପିଇ ଶୋଇଯାଆନ୍ତି । ଆଉ ମନେମନେ ନିଶ୍ଚୟ କରନ୍ତି ଯେ ତାଙ୍କ ଜୀବନର ପରୀକ୍ଷା ଯେ ଜଣେ ଇଞ୍ଜିନିୟରିଙ୍ଗ୍ ପଢିଥିବା ପିଲା ପଢୁଥିବା ସମୟରେ ଯଦି ପ୍ରକୃତରେ ପ୍ରାକ୍ଟିକାଲ୍ ଠିକ୍ ଭାବରେ କରି ଅଭିଜ୍ଞତା ହାସଲ୍ କରେ ତେବେ ତାର ପଢାସରିଲା ବେଳକୁ ସେ ନିଜ ଗୋଡରେ ନିଜେ ଛିଡା ହୋଇପାରିବ । ସ୍ୱାବଲମ୍ବୀ ହେବାର ବିଶ୍ୱାସ ତା ମନରେ ଜାଗିଉଠିବ । ସମାଜର ପ୍ରକାରାନ୍ତେ ସେବା ସହିତ ନିଜ ଭବିଷ୍ୟତକୁ ମଧ୍ୟ ଉଜ୍ଜ୍ୱଳ କରିପାରିବ । ଏହି କଥାକୁ ସେ ଆଜି ଜମିଲ୍ ମାଧ୍ୟମ ଦେଇ ପ୍ରମାଣ କରିଦେବାକୁ ଚାହୁଛନ୍ତି । ଯେଉଁ ସ୍ୱପ୍ନ କି ଆଜି ତାଙ୍କର ସଫଳ ହେବାର ଅତି ନିକଟ ହୋଇଗଲାଣି ।
      ତେଣେ ମଝିରେ ମଝିରେ ସିଦ୍ଧାର୍ଥ ଜମିଲ୍ ସହିତ ତା ପ୍ୟାକ୍ଟ୍ରିକୁ ପଳାଇ ନିଜ ପ୍ରୋଜେକ୍ଟ କାମରେ ମନ ପ୍ରାଣ ଦେଇ ଲାଗିପଡେ । ଧରିତ୍ରୀ ମଧ୍ୟ ନିଜ କାମରେ ଲାଗିପଡେ । ଦିନେ ସିଦ୍ଧାର୍ଥ ଧରିତ୍ରୀକୁ ନ ଜଣାଇ ଜମିଲ୍ ଫ୍ୟାକ୍ଟ୍ରିକୁ ପଳେଇଛି । ହୁଏତ ତାର ମନ ନାହିଁ କିମ୍ବା ଧରିତ୍ରୀ କୁ କହିକରି ଯିବାଟା ଅତ୍ୟନ୍ତ ଜରୁରୀ ବୋଲି ସେ ମନେ କରିନି । ଧରିତ୍ରୀ ସକାଳ ପ୍ରହରୁ ଖାଲି ସିଦ୍ଧାର୍ଥକୁ ଖୋଜୁଛି । ତା ଡିପାର୍ଟମେଣ୍ଟ ଆଡେ ଦୁଇଥର ଖଣ୍ଡେ ଯାଇ ବୁଲି ଆସିଲାଣି । ଦୁର୍ଭାଗ୍ୟ କୁ ତାର ମୋବାଇଲ୍ ରୁ ସେଦିନ କଣ ହୋଇଛି ଆଦ୍ୟୈ କୁଆଡିକି କଲ୍‌ଯାଉନି । ମନେମନେ ବହୁତ ବିରକ୍ତି ଭାବ ପ୍ରକାଶ କରି ସାରିଲାଣି ସିଦ୍ଧାର୍ଥ ଉପରେ । ବିଚିତ୍ର ପିଲା । କୁଆଡେ ଚାଲିଗଲେ ଟିକେ ଦେଖାକରି ଯାଇଥିଲେ ହୋଇନଥାନ୍ତା । ସତେଯେମିତି ସେ କିଛି ହଜେଇ ଦେଇଛି । ତାକୁ ଆଉ କିଛି ଭଲ ଲାଗୁନଥାଏ । ରାଗରେ ଆଉ କାହାଠୁ ମୋବଇଲ୍ ଆଣି ମଧ୍ୟ ଫୋନ୍ ନକରିବା ପାଇଁ ମନେମନେ ନିଷ୍ପତି ନେଲା । ପୁଣି ଅବୁଝାମନ ସତେଯେପରି ତାକୁ ଏକ ଆସନ୍ନ ବିପଦର ଆଭାଷ ଦେଉଥାଏ । ଏ ମନକୁ ବିଧାତା ଗଢିଛି କିପରି କେହି ଜାଣି ପାରନ୍ତିନି । ଏହାର ସୀମା ହେଉଛି ଦିଗରୁ ଦିଗନ୍ତ, ଦୃଶ୍ୟମାନରୁ ଅଦୃଶ୍ୟମାନ । ଅହରହ ଚଳଚଞ୍ଚଳ, ଜୀବନକୁ ଆରମ୍ଭରୁ  ମୃତ୍ୟୁ ପର୍ଯ୍ୟନ୍ତ କେବେ ବି ସ୍ଥିର ନୁହେଁ । ଏହାର ପ୍ରକୃତି ହେଉଛି କ୍ଷଣଭଙ୍ଗୁର । ପୁଣି ପରିସ୍ଥିତିରେ କ୍ଷଣୀକ ପ୍ରତିଷ୍ଠିତ । ରାଗ, ଋଷା, ମାନ, ଅଭିମାନ କେତେବେଳେ ୟା ପାଇଁ ଚିରସ୍ଥାୟୀ ତ କେତେବେଳେ କ୍ଷଣୀକ । ମଣିଷକୁ ଶତ୍ରୁ ବୋଲି ବିବେଚନା ସର୍ବପ୍ରଥମେ ମନ ହିଁ କରିଥାଏ । ଆଉ ମିତ୍ରର ପ୍ରମାଣପତ୍ର ମଧ୍ୟ ଏହି ମନ ସର୍ବପ୍ରଥମେ ଯୋଗାଡକରେ । ଗୀତାତତ୍ତ୍ୱ କହେ ଇନ୍ଦ୍ରିୟଠାରୁ ମନ ଶ୍ରେଷ୍ଠ, ମନଠାରୁ ବୁଦ୍ଧି ଆଉ ବୁଦ୍ଧିଠାରୁ ଆତ୍ମା ଶ୍ରେଷ୍ଠ ଅର୍ଥାତ ସର୍ବଶ୍ରେଷ୍ଠ । ହେଲେ ମନ ପ୍ରଳୟ ପବନ ପରି ଅବାଧରେ ଅହରହ ଗତି କରିଚାଲେ । ମନ ନଲାଗିଲେ ଇନ୍ଦ୍ରିୟ ମଧ୍ୟ ବେଳେ ବେଳେ କାମ କରନ୍ତିନି । ମନ ଭଲଥିଲେ ସବୁ ଭଲ । ମନ ଭାଙ୍ଗିଗଲେ ଜୀବନର ସବୁ ଭାଙ୍ଗିଗଲା ପରି ବୋଧ ହୁଏ । ମନ ମନକୁ ବୁଝେଇପାରେ, ସାନ୍ତ୍ୱନା ବି ଦେଇପାରେ । ମନ ମନକୁ ପଚାରିପାରେ । 
      ମନ ତା ଭିତରେ ଆତ୍ମ ସମୀକ୍ଷା କରିପାରେ । ଅନ୍ୟର ମନ ଜିଣିବା ଏତେ ସହଜ ନୁହେଁ । ଆଉ ମନ ଜିଣିଗଲେ ମନ ହିଁ ତାର ଖୁସି ଜାହିର କରେ । ମନର ସ୍ଥାଣୁତା ନଥିବାରୁ ଭଙ୍ଗାମନ ତତ୍‌କ୍ଷଣାତ୍ ଯୋଡି ହୋଇ ପୁଣି ଏକ ନୁତନ ଆଶା ନେଇ ଆଗେଇଚାଲେ । ଶତୃକୁ ମିତ୍ର କରିନେବାର ପଣ ପୁଣି ମନ ଭିତରୁ ହିଁ ଉଙ୍କିମାରେ । ରାଗ ଋଷା କୁ ଏହି ମନ ହିଁ ହଠାତ୍ ତାରି ଗର୍ଭରେ ସମାହିତ କରି ସ୍ନେହ ଆଉ ପ୍ରୀତିର ମଞ୍ଜି ବୁଣି ଚାଲେ । ଆଜି ଧରିତ୍ରୀର ମଧ୍ୟ ସେଇ ଦଶା ହୋଇଛି । ନିଜକୁ ସମ୍ଭାଳି ସମ୍ଭାଳି ଆଉ ସମ୍ଭାଳି ପାରିନି ରାତି ୭ଟା ବେଳକୁ । ହଷ୍ଟେଲ୍ ରେ ରଶ୍ମୀତା କୁ ଫୋନ୍ ମାଗି ଲଗେଇଲା ବେଳକୁ ସିଦ୍ଧାର୍ଥର ମଧ୍ୟ ଫୋନ୍ ସୁଇଚ୍ ଅଫ । ତାର ମନରେ ଥିବା ସମସ୍ତ ରାଗ ଋଷା କ୍ଷଣିକର ଏକ ଶଙ୍କାଗ୍ରସ୍ତ ଆବେଗରେ ପରିଣତ ହୋଇଯାଇଛି । ଧୈର୍ଯ୍ୟ ହରା ହେବାରେ ଲାଗିଛି । ପଚାରିଛି ରଶ୍ମୀତାକୁ ତୁ ଜମିଲ୍ କୁ ଆଜି ଦେଖିଥିଲୁ । 
      ରଶ୍ମୀତା କହିଛି ନାଁ ମୁଁ ତ କାହିଁ ଆଜି ଦେଖିନି । ତେଣୁ ସେ ସଙ୍ଗେ ସଙ୍ଗେ ଜମିଲ୍ ର ମୋବାଇଲ୍ ମଧ୍ୟ ଅପହଁଚ ଦୂରତାରେ ଅଛି ବୋଲି ବାରମ୍ବାର କହିବା ପରେ ଧରିତ୍ରୀର ମନ ଆହୁରି ଅସ୍ଥିର ହୋଇଉଠିଛି । କୁଆଡେ ଗଲେ । କୁଆଡେକିଛି ଅସୁବିଧା ହୋଇନି ତ । ଏମିତି ଅନେକ ପ୍ରଶ୍ନ ତା ମନରେ ଉଙ୍କି ମାରିଚାଲେ । ନିସ୍ତବ୍ଧରେ କାହାକୁ କିଛି ନକହି ଖଟ ଉପରେ ମୁହଁ ମାଡି ଶୋଇ ପଡେ । ମେସ୍‌ର ରାତ୍ରି ଖାଇବା ଘଣ୍ଟି ବାଜିଛି ହେଲେ ସେ ଉଠିନି । ରଶ୍ମୀତା ତାକୁ ଡାକିଛି ହେଲେ ସେ କାହିଁକି କେଜାଣି ଖାଇବାକୁ ଆଦ୍ୟୈ ଇଚ୍ଛା ପ୍ରକାଶ କରିନି । ମନେମନେ ସିଦ୍ଧାର୍ଥର ଅବସ୍ଥିତି ସେ ଖୋଜୁଛି ।  କେଉଁଠି ରହିଲେ । କେମିତି ରହିଲେ । ଏଇ ବୋଧେ ସଂସାରର ସତ୍‌ପ୍ରେମ । ଅନ୍ୟର ଦୁଃଖ ଦେଖିଲେ ଯେତେବେଳେ ତାର ଦୁଃଖ ପାଇଁ ତୁମ ଛାତି ଫାଟିପଡେ ବା ଛାତି ଆନ୍ଦୋଳିତ ହୁଏ ସେଇ ହେଉଛି ପ୍ରେମ । ଆଜି ଧରିତ୍ରୀ ସେ ପ୍ରେମରେ ପୁରାପୁରି ଡୁବିଗଲାଣି । ତା ପାଇଁ ସିଦ୍ଧାର୍ଥ ବିନା ସତେଯେପରି ଏ ସଂସାରରେ ଥଳକୂଳ ନାହିଁ । ରାତି ୁ୯ଟାରେ ଇରଫାନ୍ ଅଙ୍କଲ୍‌ଙ୍କୁ ଫୋନ୍ କରିଛି । କହିଛି ସାର୍ ନମସ୍କାର । ମୁଁ ଧରିତ୍ରୀ କହୁଥିଲି । ମୁଁ ଜମିଲ୍‌, ଆଉ ସିଦ୍ଧାର୍ଥ ମୋବାଇଲ୍ କୁ ଯେତେ ଚେଷ୍ଟା କରୁଛି କଲ୍ ଯାଉନି । ସେମାନେ ଏକାଠି ଫ୍ୟାକ୍ଟ୍ରି ରେ ଅଛନ୍ତିତ । ଇରଫାନ୍ ଅଙ୍କଲ୍ କହିଛନ୍ତି ହଁ ସେମାନେ ଆଜି ସେଠାରେ ସନ୍ଧ୍ୟାବେଳେ ଥିଲେ । ବୋଧହୁଏ ସେମାନେ ଆଜି ସେହିଠାରେ ରାତିରେ ରହିବେ । ଏତିକି ଶୁଣି ଦେଲା ପରେ  ଧରିତ୍ରୀର ଆତ୍ମା ଖୁସିରେ ବିଭୋର ହୋଇଯାଇଛି । ମନ ଦମ୍ଭ ପଡିଯାଇଛି । ଅଜଣା ଭୟର ସିକଞ୍ଜାରୁ ହୃଦୟ ମୁକ୍ତ ହୋଇଯାଇଛି । ହେଲେ ଖାଲିପେଟରେ ଭୋକ ଉପାସରେ ସେମିତି ଶୋଇଯାଇଛି ରାତିସାରା । ସିଦ୍ଧାର୍ଥ ପାଇଁ ଯେ ସେ ରାତିସାରା ଅଖିଆ ରେ ଶୋଇଛି ସେ କଥା ତାକୁ ଜଣେଇବାକୁ ସେ କେବେ ବି ଇଚ୍ଛା କରିନି । 
      ସକାଳେ କଲେଜ୍‌ରେ ଦେଖୁଦେଖୁ ସିଦ୍ଧାର୍ଥ ପାଖକୁ ଖୁବ୍ ଯୋରରେ ଯାଇଛି । କାଲି କେଉଁଠି ଥିଲ ଟିକେ ଫୋନ୍ କରି କହିଦେଇଥିଲେ କଣ ତୁମକୁ କଷ୍ଟ ହୋଇଥାନ୍ତା । ଆରେ ନାହିଁ ବାସ୍ତବରେ କଣ ହୋଇଥିଲା ନା ଜମିଲ୍ ପ୍ୟାକ୍ଟ୍ରି ପାଖରେ ଥିବା ମୋବାଇଲ୍ ଟାୱାର ଟି ଖରାପ ହୋଇ ଯାଇଥିଲା । ଯେଉଁଥିପାଇଁ ଫୋନ୍ କରିପାରିଲିନି । ସିଦ୍ଧାର୍ଥକୁ ଦେଖିଦେଲା ପରେ ସତେଯେମିତି ସାତ ସପନର ସେ ଆକା„ିତ ପାରିଜାତକୁ ପାଇଗଲା । ମନର ସବୁ ମାନଅଭିମାନ, ରାଗଋଷାକୁ 
ହଜେଇ ଦେଇ ଚାଲିଗଲା ସେଠାରୁ ନିଜ ବିଭାଗ ଆଡେ । କ୍ୟାମ୍ପସ୍ ଇଣ୍ଟରଭିଉ ର ପର୍ବ ଆରମ୍ଭ ହୋଇଯାଏ । ପ୍ରତି ଦୁଇଦିନରେ ଗୋଟିଏ ଲେଖାଏଁ ଇଣ୍ଟରଭିଉ ହୁଏ । କେଉଁକେଉଁ ଡିପାର୍ଟମେଣ୍ଟ୍‌ରେ ହୁଏ ତାର ନୋଟିସ୍ ସେହିି ଡିପାର୍ଟମେଣ୍ଟର ବିଜ୍ଞାପନ ବୋର୍ଡରେ ଲିପିବଦ୍ଧ ହୋଇଯାଏ । ଅଟୋମୋବାଇଲ୍ ଇଞ୍ଜିନିୟରିଙ୍ଗ୍ ବିଭାଗରେ ସର୍ବମୋଟ ପାଞ୍ଚଟି ଇଣ୍ଟରଭିଉ ହୁଏ । ସବୁ ପିଲା ଇଣ୍ଟରଭିଉ ଆଟେଣ୍ଡ୍ କରନ୍ତି । ଯାହା ହେଉନା କାହିଁକି କ୍ୟାମ୍ପସ୍ ଇଣ୍ଟରଭିଉ ଆସିବ ବୋଲି ସମସ୍ତେ ଟଙ୍କା ୨୦୦୦ଲେଖାଏଁ କଲେଜ୍‌ରେ ଦାଖଲ କରିଛନ୍ତି । ତେଣୁ ସମସ୍ତେ ଇଣ୍ଟରଭିଉରେ ବସନ୍ତି । ପ୍ରଶ୍ନୋତ୍ତର ଓ ପରୀକ୍ଷାର ବାତାବରଣ ଭଳି ସବୁ କାମ ଚାଲେ । 
      ଯେଉଁ ପିଲା ଇଣ୍ଟରଭିଉରେ ସିଲେକ୍ସନ ହୋଇଯାଏ ତାର ଆନନ୍ଦର ସୀମା କହିଲେ ନସରେ । ଅଜଣା ଭବିଷ୍ୟତର ହାତପାଆନ୍ତାରେ ଖଣ୍ଡିଏ ଲେଖାଏଁ ନିଯୁକ୍ତି ପତ୍ର ପାଇଲା ପରେ ମନରେ ସେ ଯେଉଁ ଆନନ୍ଦର ଲହରୀ କେବଳ ଅନୁଭବୀ ହିଁ ତାହା ବ୍ୟକ୍ତ କରିପାରିବ । ଏମିତି ଅଟୋମୋବାଇଲ୍ ବିଭାଗର ପ୍ରଥମ ଇଣ୍ଟରଭିଉ ଟି ସରିଯାଏ । ସେଥିରେ ଚାରିଜଣ ପିଲାଙ୍କର ସିଲେକ୍ସନ୍ ହୁଏ ଆଉ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ମିଳିଯାଏ । ସିଦ୍ଧାର୍ଥ ସେଥିରେ କୃତକାର୍ଯ୍ୟ ହୋଇପାରେନି । ମନ ତାର ଭାଙ୍ଗି ପଡେ । ସିଦ୍ଧାର୍ଥ ପାଇଁ ଚାକିରୀଟି ଯେତିକି ଆବଶ୍ୟକ ଧରିତ୍ରୀକୁ ମଧ୍ୟ ତା ଘର ପାଇଁ ସେତିକି ଆବଶ୍ୟକ । ସେପଟେ ଧରିତ୍ରୀ ର ପ୍ରଥମ ଇଣ୍ଟରଭିଉରେ ସିଲେକ୍ସନ୍ ହୋଇପାରେନି । ଧରିତ୍ରୀ ନିଜ ମନର ସମସ୍ତ  ଦୁଃଖକୁ ଚାପି ରଖି ସିଦ୍ଧାର୍ଥକୁ ସାହାସ ଦିଏ । ତୁମେଆଦ୍ୟୈ ବ୍ୟସ୍ତ ହୁଅନି । ତୁମର ଆର ଇଣ୍ଟର୍‌ଭିଉରେ ନିଶ୍ଚୟ ସିଲେକ୍ସନ୍ ହେବ । ସିଦ୍ଧାର୍ଥ ଏଭଳି କଥାରେ  ଧରିତ୍ରୀର ମୁହଁକୁ କେବଳ ଚାହେଁ ହେଲେ ଧରିତ୍ରୀକୁ ସାନ୍ତ୍ୱନା ଦେବ କଣ ସେ ଯାଗାରୁ ଚାଲିଆସେ । ସତକୁ ସତ ଦ୍ୱିତୀୟ ଇଣ୍ଟରଭିଉରେ ସିଦ୍ଧାର୍ଥର ହାଇଦ୍ରାବାଦର ଏକ ଭଲ କମ୍ପାନୀରେ ସିଲେକ୍ସନ୍ ହୋଇଯାଏ କାରଣ  ସେଦିନ ଇଣ୍ଟରଭିଉ ରେ ସିଦ୍ଧାର୍ଥକୁ ଯେଉଁ ସବୁ ପ୍ରଶ୍ନ କରାଯାଏ ସେ ସବୁର ଉତ୍ତର ସେ ନିର୍ଭୂଲ ଭାବରେ ଦେଇଥାଏ ଓ ପରୀକ୍ଷାର ନମ୍ବର ମଧ୍ୟ ଭଲଥାଏ । ସିଦ୍ଧାର୍ଥର ଖୁସି କିଏ ବା କଳିପାରେ । ସିଦ୍ଧାର୍ଥଠୁ ବୋଧହୁଏ ବେଶୀ ଖୁସି ଧରିତ୍ରୀ । ସିଦ୍ଧାର୍ଥ ଜାଣିନି ଯେ ଧରିତ୍ରୀ ନିଜ ଚାକିରୀ ପାଇଁ ତାଙ୍କ ଗାଁ ମହାଦେବଙ୍କ ପାଖରେ ନଡିଆ ବାଡେଇବା ଯାଚିବା ପରିବର୍ତ୍ତେ ସିଦ୍ଧାର୍ଥର ଚାକିରୀ ହେଲେ ନଡିଆ ବାଡେଇବ ବୋଲି ଯାଚିଥାଏ । ହୃଦୟ ଆଉ ଆତ୍ମାରେ ପ୍ରେମ କରି ବସିଲେ ଏହିଭଳି ଘଟଣା ହିଁ ଘଟିପାରେ ଅନ୍ୟ କୈାଣସି ପରିସ୍ଥିତିରେ ନୁହଁ ଏହା ସମସ୍ତେ ଜାଣନ୍ତି । 
     ସିଦ୍ଧାର୍ଥର ସିଲେକ୍ସନ୍ କଥା ଯେତେବେଳେ ସିଦ୍ଧାର୍ଥ ଯାଇ ଧରିତ୍ରୀ କୁ କହିଦିଏ ଧରିତ୍ରୀ ସାଙ୍ଗେସାଙ୍ଗେ ନିଜର ହାତ ଦୁଇଟା ଯୋଡି ଉପରକୁ  ପ୍ରଣାମ କରି କଣ ଟିକିଏ କହିଦେଇ ପୁଣି ସିଦ୍ଧାର୍ଥକୁ କହେ ଭଗବାନ ଯାହାକରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଆଉ ମନ ଦୁଃଖ ନକରି ବାପାଙ୍କୁ ଆଗ ଏ ଖବରଟା ଦେଇଦିଅ । ଘରେ ସମସ୍ତେ ଖୁସି ହୋଇ ଯାଆନ୍ତୁ । ଏହି ଖୁସିରେ କାଲି ସାଙ୍ଗ ହୋଇ ଟିକେ ଜମିଲ୍ ଫ୍ୟାକ୍ଟ୍ରିକୁ ଯିବା ଓ ଯଦି ସମ୍ଭବ ହୁଏ ତେବେ ଇରଫାନ୍ ସାରଙ୍କୁ ଦେଖାକରି ଆସିବା ।  ସିଦ୍ଧାର୍ଥ ରାଜି ହୁଏ ନାହିଁ । କହେ ନା ତୋର ଇଣ୍ଟରଭିଉରେ ସିଲେକ୍ସନ୍ ହେଲା ପରେ ଯିବା । ଧରିତ୍ରୀ କହିଛି କାହିଁକି? ସିଦ୍ଧାର୍ଥ କହିଛି କାହିଁକି ର ଉତ୍ତର କିଛି ନାହିଁ । ତୁ ବ୍ୟସ୍ତ ହଅନି । ତୋର ଆର ଇଣ୍ଟରଭିଉରେ ସିଲେକ୍ସନ୍ ସରିଲା ପରେ ଯିବା । ଧରିତ୍ରୀ ସିଦ୍ଧାର୍ଥକୁ ଆଉ କିଛି ନକହି ମୁଣ୍ଡ ତଳକୁ କରି ଚାଲିଯାଇଛି । 
      ବାଟଯାକ ଭାବୁଛି ସବୁ ପୁଅପିଲା ଝିଅପିଲାଙ୍କ ସାଙ୍ଗରେ ବାହାରକୁ ବୁଲିବାକୁ ଯିବାକୁ ଭାରି ଆଗ୍ରହୀ । ଆଉ ପୁଣି ଅତି ନିଜର ସାଙ୍ଗସାଥୀରେ କିଏ ବା ଯିବାକୁ ନଚାହେଁ । ହେଲେ ଏ ଭଳି ମଣିଷ ଏକ ବିସ୍ମୟ । କିନ୍ତୁ ଏଇ ଗୁଣ ପ୍ରତି ଧରିତ୍ରୀ ଆହୁରି ସିଦ୍ଧାର୍ଥ ଆଡକୁ ଅଧିକ ଆକର୍ଷିତ ହୋଇଯାଏ । ଯେଉଁମାନେ କ୍ୟାମ୍ପସ୍ ଇଣ୍ଟରଭିଉରେ ସିଲେକ୍ସନ୍ ହୋଇ ଖଣ୍ଡିଏ ଖଣ୍ଡିଏ ନିଯୁକ୍ତି ପତ୍ର ହାତରେ ଧରି ପକାନ୍ତି ଭବିଷ୍ୟତର ସେ ଅଣଦେଖା ସତ୍ୟକୁ ଅନୁଭବ ନ କରିପାରି ହସଖୁସିରେ ମଜିଯାଆନ୍ତି । ଭବିଷ୍ୟତର ଅଣଦେଖା ସତ୍ୟକୁ କିଏ ବା ଅନୁଭବ କରିପାରିବ । ଯଦିଓ ଏଭଳି ଚାକିରୀ ସେମାନଙ୍କ ପାଇଁ ପାଣିର ଗାର କହିଲେ ଅତ୍ୟୁକ୍ତି ହେବ ନାହିଁ ସେମାନଙ୍କୁ କିଏ ବା ବୁଝେଇବ । ଏ ସବୁ ଇଣ୍ଟରଭିଉ ମଧ୍ୟରେ କିଛି ସତ୍ୟଥାଇ ଅନ୍ୟସବୁ ପ୍ରହେଳିକା ବୋଲି ସେମାନେ ଜାଣିବେ ବା କିପରି? ଯଦିଓ କେତେଜଣ ଯାଣିପାରୁଥିବେ ତଥାପି ସେମାନେପ୍ରତିକ୍ରିୟା ଶୂୂନ୍ୟ ଆଉ ସେଇ ସୁଅରେ ଭାଷି ଚାଲିବାକୁ ବାଧ୍ୟ । ସତ ଅବା ମିଛ ଚାକିରୀଖଣ୍ଡିଏ ହେଉ । ଦୀର୍ଘସ୍ଥାୟୀ ହେଉ ବା କ୍ଷଣସ୍ଥାୟୀ ହେଉ କୈାଣସି କମ୍ପାନୀରେ ଚାକିରୀ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ଏହା କଣ ସେ ମୁହୁର୍ତ୍ତରେ ସେମାନଙ୍କପାଇଁ ଓ ତା ପରିବାର ବନ୍ଧୁପରିଜନ ପାଖ ପଡେଶୀ ଙ୍କ ପାଇଁ ଗର୍ବ ଆଉ ଉଲ୍ଲାସର ବିଷୟ ନୁହେଁ । ପିତାମାତା ତ ବହୁତ ଖୁସି ହୋଇ ଯାଆନ୍ତି । ମନ କୁଣ୍ଢେମୋଟ ହୋଇଯାଏ ଆଉ ଗୋଡ ତଳେ ଲାଗେନି ।  ଆଜି ସେମାନଙ୍କ ସନ୍ତାନ ରୋଜଗାର କ୍ଷମ ହୋଇ ନିଜେ ନିଜ ଜୀବନ ଗଢିବ ।  ସେମାନେ ମଧ୍ୟ ସେ କରାଳ ଭବିଷ୍ୟତର  ଅଦୃଶ୍ୟ ପରିସ୍ଥିତିକୁ ଦେଖିନାହାନ୍ତି କିମ୍ବା ଅନୁଭବ କରିବାକୁ ସେମାନଙ୍କ ପାଖରେ ସେ ଅଭିଜ୍ଞତା ବା ଦକ୍ଷତା ନାହିଁ । ତେଣୁ ଏଭଳି ଖୁସି ତ ନିଶ୍ଚିତ । ପରେପରେ ସତକୁ ସତ ଧରିତ୍ରୀ ର ମଧ୍ୟ ଗୁଡଗାଓଁ୍ୱ ସ୍ଥିତ ଟି.ସି. ଇଣ୍ଟରନ୍ୟାସନାଲ୍ ନାମକ କମ୍ପାନୀରେ ଚାକିରୀ ହୋଇଯାଇଛି । ତାକୁ ମଧ୍ୟ ନିଯୁକ୍ତି ପତ୍ର ମିଳିଯାଇଛି । 
      ସେ ବି ଆନନ୍ଦରେ ଅଧିର ହେବା ସଙ୍ଗେସଙ୍ଗେ ଘରକୁ ଫୋନ୍ କରି ମା’ ଓ ତାର ଛୋଟଭଉଣୀ କୁ ଜଣେଇ ଦେଇଛି । ଘରେ ମା’ ର ଅପୂର୍ବ ଆନନ୍ଦ । ଆଜି ତାଙ୍କର ଆତ୍ମା ବହୁତ ଆନନ୍ଦିତ । ତାଙ୍କ ଝିଅ ଆଜି ତାଙ୍କ ଜୀବନର ସ୍ୱପ୍ନକୁ ପୁରା କରି ପାରିଛି । ପାଖ ପଡୋଶୀରେ ମଧ୍ୟ ଧରିତ୍ରୀର ଚାକିରୀ ଶୁଣି ସମସ୍ତେ ଖୁସି । ସର୍ତ୍ତ ମୁତାବକ ସିଦ୍ଧାର୍ଥ ଓ ଧରିତ୍ରୀ ବାହାରନ୍ତି ଜମିଲ୍ ଫ୍ୟାକ୍ଟ୍ରି କୁ । କଲେଜ୍‌ଠାରୁ ଦୁଇଜଣ ଚାଲିଚାଲି ଆସି ମେନରୋଡରୁ ବସ୍ ରେ ଖୋର୍ଦ୍ଧାଯିବେ ଓ ସେଠାରୁ ଗୋଟିଏ ଅଟୋରିକ୍‌୍ସା ଭଡାକରି ଜମିଲ୍ ଫ୍ୟାକ୍ଟ୍ରିରେ ପହଞ୍ôଚବେ ବୋଲି ଦୁଇଜଣ ମନସ୍ଥ କରି ବାହାରିଲେ । ଚାଲିଚାଲି ଯିବା ସମୟରେ ଧରିତ୍ରୀର ମନ ଦୁଃଖ ଥାଏ । ସିଦ୍ଧାର୍ଥ କହିଲା ମନଟା କାହିଁକି ଦୁଃଖ କରିଛ । କଣ ହୋଇଛି ନା କଣ । ନା ନା ସେମିତି କିଛି ନୁହେଁ । ତମେ ହାଇଦ୍ରାବାଦରେ ଚାକିରୀ କରିବ ଆଉ ଭଗବାନ ମୋତେ ଦିଲ୍ଲୀ ଗୁଡ୍‌ଗାଓଁ୍ୱ ରେ ଦେଲେ । ତମ ପାଖାପାଖି ମୋତେ ଚାକିରୀ ମିଳିଥିଲେ ଭଲ ହୋଇଥାନ୍ତା । ସିଦ୍ଧାର୍ଥ ହସିଦେଇ କହିଲା ତୁ କଣ ଯାହା ଚାହିଁବୁ ଭଗବାନ ସେହି ଅନୁସାରେ ତୋତେ ଫଳ ଦେବେ ନା କଣ । 
     ଭଗବାନ ଯାହା କରିଛନ୍ତି ସେତିକିରେ ଖୁସିହଅ । ଧରିତ୍ରୀ ଆଉ ସେ ବିଷୟରେ କିଛି ନକହି କହିଛି ମୋତେ ଭୋକ ଲାଗିଲାଣି । ଚାଲ କଣ ଜଳଖିଆ ଟିକେ ଖାଇକରି ଯିବା । ଦୁଇଜଣ ଗୋଟିଏ ଲେଖାଏଁ ପିଜା ଓ ଆଇସ୍‌କ୍ରିମ ଖାଇ ନିଷ୍ପତ୍ତି ମୁତାବକ ଜମିଲ ଫ୍ୟାକ୍ଟ୍ରିରେ ପହଞ୍ôଚଲେ । ସେମାନେ ଆସିବା ଜାଣି ଜମିଲ୍ ସେମାନଙ୍କ ପାଇଁ ଦ୍ୱିପ୍ରହର ପାଇଁ ହୋଟେଲ୍‌ର ଖାଦ୍ୟ ମଗେଇ ଦେଇଥିଲା । ଜମିଲ୍ ଓ ସିଦ୍ଧାର୍ଥ ନିଜ ନିଜ ପ୍ରୋଜେକ୍ଟ କାମରେ ଟିକେ ବ୍ୟସ୍ତ ରହିଲେ ଆଉ ଧରିତ୍ରୀ ସେମାନଙ୍କର କାମକୁ ଖାଲି ଦେଖିଲା ।  ସିଦ୍ଧାର୍ଥ କାମ କରିବା ସମୟରେ ଧରିତ୍ରୀ ର ଭାରି ଇଚ୍ଛା ସବୁବେଳେ ସିଏ ସିଦ୍ଧାର୍ଥକୁ ଏମିତି ଦେଖିକରି ରହନ୍ତାନି ଯାହା ସମ୍ଭବ ନୁହେଁ । ହେଲେ ତଥାପି ଏକ ଅକୁହା ଓ ଅଜଣା ଅନୁଭୂତିରେ ସେ ଅନୁଢା ଜୀବନର ଅତୁଲ୍ୟ ଅନୁକ୍ଷଣକୁ ଅତିବାହିତ କରିବାରେ ଲାଗିଥିଲା । ସେ ଦିନ ଆଉ ଇରଫାନ୍ ବାବୁଙ୍କୁ ଦେଖା ହୋଇପାରିଲାନି । ସନ୍ଧ୍ୟା ପୂର୍ବରୁ ଦୁହେଁ କଲେଜ୍‌କୁ ଫେରି ଆସିଥିଲେ । ଏମିତି ଇଣ୍ଟରଭିଉର ତାରିଖରେ ପ୍ରତି ଡିପାର୍ଟମେଣ୍ଟର ଇଣ୍ଟରଭିଉ ହୋଇଚାଲିଲା । କୁହାଗଲା କଲେଜରୁ ମୋଟ ୮୦% ପିଲାଙ୍କର କ୍ୟାମ୍ପସ୍‌ରେ ଚାକିରୀ ହୋଇଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିଯୁକ୍ତି ପତ୍ର ମିଳି ନଥାଏ ମାତ୍ର ଆସ୍ୱାସନା ଦିଆଯାଇଥାଏ ଯେ ପରୀକ୍ଷା ସରିଗଲେ ତୁମମାନଙ୍କ ଘରକୁ ନିଯୁକ୍ତିପତ୍ର ପଠେଇଦିଆଯିବ । ସିଦ୍ଧାର୍ଥର ଅଟୋମୋବାଇଲ୍ ବିଭାଗରୁ ୪୮ ପିଲାଙ୍କ ମଧ୍ୟରୁ ୩୪ ଜଣ କ୍ୟାମ୍ପସ୍ ପାଇଥିଲେ । 
     ସମାନଙ୍କ ଭିତରୁ ସିଦ୍ଧାର୍ଥକୁ ମିଶାଇ ମାତ୍ର ୪ଜଣ ନାମୀ କମ୍ପାନୀରେ ଚାକିରୀ ପାଇଥିଲେ ବାକି ସମସ୍ତେ ଛୋଟ ଛୋଟ କମ୍ପାନୀରେ । ସେମାନଙ୍କ ଭିତରୁ ତିନିଜଣ ବମ୍ବେରେ ପାଇଥିବା ବେଳେ ଅନ୍ୟମାନେ ଚେନାଇ, ହାଇଦ୍ରାବାଦ, ବାଙ୍ଗାଲୋର ଓ ଲୁଧିଆନାରେ ପାଇଥିଲେ । ୩୪ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ନିଯୁକ୍ତି ପତ୍ର ମିଳିନଥାଏ । ସେମାନଙ୍କୁ ସେମିଷ୍ଟର ପରୀକ୍ଷା ପରେ ମିଳିବ ବୋଲି କଲେଜ୍ ପକ୍ଷରୁ ସେମାନଙ୍କୁ କୁହାଯାଇଥାଏ । ଧରିତ୍ରୀର ଇ.ସି.ଇ ବିଭାଗରୁ ମୋଟ ୫୪ ପିଲାଙ୍କ ଭିତରୁ ୪୦ ଜଣଙ୍କୁ କ୍ୟାମ୍ପସ୍  ଇଣ୍ଟରଭିଉରେ ଚାକିରୀର ସୁଯୋଗ ମିଳିଥାଏ । ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପରୀକ୍ଷା ସରିଲେ ମିଳିବ ବୋଲି କୁହାଯାଇଥାଏ । ଆଉ ଚାକିରୀ ପାଇଥିବା ପିଲାଙ୍କ ମଧ୍ୟରୁ ଅନେକ ବାଙ୍ଗାଲୋର, ଚେନାଇ, ହାଇଦ୍ରାବାଦ ଓ ଦିଲ୍ଲୀରେ ପାଇଥାନ୍ତି ।
      ଲାଗୁଥାଏ ଚାକିରୀ ପାଇଯାଇଥିବା ପିଲାମାନେ ଉନ୍ମୁକ୍ତ ଆକାଶର ଉଡନ୍ତା ଉତ୍ପତ । ଚାଲି ଚଳଣୀରେ ତାଙ୍କର ଏକ ଦୃଶ୍ୟମାନ ଅହଙ୍କାରୀ ପରିବର୍ତ୍ତନ । ସାଙ୍ଗମାନଙ୍କ ସାଥୀରେ ମଉଜମଜଲିସ ଓ ଖୁସି ମନେଇବାର ଆସର ବଢିଯାଇଥାଏ । ସେମିଷ୍ଟର ପରୀକ୍ଷା ପାଇଁ ପ୍ରସ୍ତୁତି ସେମିତି ତାଳ ଦେଇ ଚାଲିଥାଏ । ତାରି ଭିତରେ ଏହି ଚତୁର୍ଥ ବର୍ଷର ପିଲାମାନଙ୍କୁ କଲେଜ୍‌ରେ ବିଦାୟକାଳୀନ ସମ୍ବର୍ଦ୍ଧନାର ଆୟୋଜନ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନାର ଦାୟୀତ୍ୱ ନିଅନ୍ତି ତୃତୀୟ ବର୍ଷର ପିଲାମାନେ । ପ୍ରତି ବିଭାଗରେ ଅଲଗାଅଲଗା ନିଜ ବ୍ଲକରେ ତୃତୀୟ ବର୍ଷର ପିଲାଙ୍କ ତତ୍ତ୍ୱାବଧାନରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଆୟୋଜନ କରାଯାଏ । ଏଥିରେ ପ୍ରଥମ,  ଦ୍ୱିତୀୟ ଓ ତୃତୀୟ ବର୍ଷର ପିଲାମାନେ ଟଙ୍କା ଆଦାୟ କରନ୍ତି ଏବଂ ଏକ ଆଡମ୍ବରପୂର୍ଣ୍ଣ ଫକ୍ସଂନ୍ ର ଆୟାଜନ କରନ୍ତି । ନିଜ ଡିପାର୍ଟମେଣ୍ଟରେ ଶେଷ ବର୍ଷର ପିଲାମାନଙ୍କୁ ସମ୍ବର୍ଦ୍ଧନା ଦେଇଥାନ୍ତି । ଦୀର୍ଘ ତିନିବର୍ଷର ସେମାନଙ୍କ ସହିତ ବିତେଇଥିବା ଅଭିଜ୍ଞତା ଓ ସେମାନଙ୍କ ଠାର ୁ ଯାହା ଭଲମନ୍ଦ କଥା ଶିଖିଥାନ୍ତି ସେଗୁଡିକ ଏହି ସଭାରେ ବାଣ୍ଟିଥାନ୍ତି । ଏହି ସମ୍ବର୍ଦ୍ଧନାର ଅନନ୍ୟତା ହେଲା ପ୍ରଥମ ବର୍ଷ ଫ୍ରେସର ଫଙ୍କସ୍‌ନରେ ପ୍ରଥମ ବର୍ଷ ପ୍ରତ୍ୟେକ ପିଲାଙ୍କୁ ଦ୍ୱିତୀୟ ବର୍ଷର ପିଲାମାନେ ଯେଉଁ ସବୁ ତାତ୍ସଲ୍ୟପୂର୍ଣ୍ଣ ଉପାଧି ଦେଇଥାନ୍ତି ସେହିବର୍ଷ ଶେଷବର୍ଷର ପିଲାମାନେ ଦୀର୍ଘ ତିନିବର୍ଷ ପିଲାଙ୍କ ସହିତ ମିଶିଲା ପରେ ତୃତୀୟ ବର୍ଷର ପ୍ରତ୍ୟେକ ପିଲାମାନଙ୍କୁ ଏକ ଅନନ୍ୟଢଙ୍ଗର ଉପାଧିରେ ଭୂଷିତ କରି ସେମାନଙ୍କ ଉଦ୍ଦେଶ୍ୟରେ କିଛି ମିଠାମିଠା ସୃ୍ମତି ଆଉ ଉପେଦଶ ମାନ ଛାଡି ଯାଆନ୍ତି । ତୃତୀୟ ବର୍ଷର ପ୍ରତ୍ୟେକପିଲା ତାଙ୍କ ଅଭୁଲା ଅନୁଭୁତିକୁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ବିଦାୟୀ ବ୍ୟାଚ୍‌ର ପିଲାମାନଙ୍କ ବିଷୟରେ କହିଥାନ୍ତି ।
     ସେ ବର୍ଷ ବି ସେମିତି ହୋଇଥିଲା । ବିଦାୟକାଳୀନ ସଭାରେ ଏମିତି କେହି ପିଲା ନଥିଲେ ଯାହାଆଖି ଲୁହରେ ଓଦା ହୋଇ ନଥିଲା । ଝିଅପିଲାଙ୍କ କଥା କହିଲେ ନସରେ । ସେମାନେ କେବଳ ଯେ କଲେଜ୍‌ରେ ତାଙ୍କ ଡିପାର୍ଟମେଣ୍ଟର ପିଲାମାନଙ୍କୁ ସବୁଦିନ ପାଇଁ ଛାଡିକି ଚାଲିଯିବେ ସେଥିପାଇଁ ଭୋଭୋ ହୋଇ କାନ୍ଦୁନଥିଲେ, ଯନ୍ତ୍ରଣା ଥିଲା ନିଜ ବ୍ୟାଚ୍‌ର ସବୁପିଲା କଲେଜ୍ ପରଠାରୁ ପରସ୍ପର ଅଲଗା ହୋଇଯିବେ ଓ ବୋଧହୁଏ ଛାତ୍ର ଜୀବନର ଏ ପବିତ୍ର ଆନନ୍ଦ ଆଉ କେବେ ଜୀବନରେ ମୀଳିବନି । ସେ ମୁହୁର୍ତ୍ତର ଦୃଶ୍ୟକୁ ଧରିତ୍ରୀ ତା ଜୀବନର ଅନ୍ତିମକ୍ଷଣ ପର୍ଯ୍ୟନ୍ତ କେବେ ଭୂଲିପାରିବ ବୋଲି ବିଶ୍ୱାସ କରିପାରିନଥିଲା । ସେ ମଧ୍ୟ ସିଦ୍ଧାର୍ଥ ପାଖେପାଖେ ଆଉ  ରହିବାର ସୁଯୋଗ ପାଇବନି । ଜମିଲ୍ ଓ ଆନନ୍ଦ ମାନଙ୍କ ଭଳି ସାଙ୍ଗ ମାନଙ୍କର ଦେଖା ମଧ୍ୟ ହେବନି । ଏମିତି ସବୁ କଥା ତାର ହୃଦୟକୁ ବିଦାରି ପକଉଥିଲା । ଏ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ଅନେକ ପ୍ରହେଳିକା ଭିତରେ ଏଭଳି ଛାତ୍ର ଜୀବନର ଆନନ୍ଦ ଭିତରେ ଜୀବନସାଥୀ ଭଳି ସମ୍ପର୍କ ପ୍ରକୃତବନ୍ଧୁର ସମ୍ପର୍କ ଥିଲା ସତ୍ୟ ଆଉ ସତେଜ । 
     ଏହି ସମ୍ପର୍କର ସେତୁ ଆଉ ଏହି କଲେଜ୍ ଭିତରେ ବିତେଇଥିବା ପ୍ରତି ମୁହୁର୍ତ୍ତ ସେମାନଙ୍କ ଜୀବନରେ ଅକୁହା ସ୍ମୃତି ହୋଇ ରହିଯିବ । ଜୀବନରେ ଆଗକୁ ଦୁଃଖ ଆସିପାରେ ସତ କିନ୍ତୁ ଏଭଳି ଜୀବନର ସ୍ୱାଦ ଆଉ କେବେ ବି ମିଳିପାରିବ ନାହିଁ  ସେ ଭଲ ଭାବରେ ବୁଝିସାରିଥିଲା ।
ସେଦିନ ସମସ୍ତେ ସମସ୍ତଙ୍କୁ କୁଣ୍ଢେଇ ପକେଇଥିଲେ । କିଏ ଅନ୍ୟକୁ ଟାଣିନେଇ ନିଜ ଛାତିରେ ଜାବୁଡି ଧରିଥିଲା । ସମସ୍ତଙ୍କର ଗଳା ଥିଲା ଋଦ୍ଧ ଆଉ ଅସ୍ଫୁରନ୍ତ । ସବୁ ରାଗଋଷା, ମାନଅଭିମାନ,  କଳିଝଗଡା ସତେଯେମିତି ଆପେଆପେ ଭୟରେ କୁଆଡେ ମୁଣ୍ଡଗୁଞ୍ଜି ଦେଇଥିଲେ । ସମସ୍ତଙ୍କର ଆତ୍ମା ଥିଲା କ୍ଷଣଭଙ୍ଗୁର ଜୀବନର ଚିର ସତ୍ୟରେ ଆଦ୍ର । ଋଦ୍ଧ ଗଳାରେ କିଏ କାହାକୁ କ୍ଷମା ମାଗି ପକାଉଥାଏ ତ କିଏ ପୁଣି କହିପକଉଥିଲା ତୁ କେବେ ବି ଭୂଲିବୁନି । ପରିବେଶ ଥିଲା ଅତୀବ ଗମ୍ଭିର । ସେଦିନ ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ, ପ୍ରଧ୍ୟାପକ ଓ ଡିପାର୍ଟମେଣ୍ଟର ମୂକ୍ଷଙ୍କ ଆଖିରୁ ମଧ୍ୟ ଲୁହ ବୋହି ଆସିଥିଲା । ପ୍ରତି ଶେଷ ବର୍ଷର ପିଲାମାନଙ୍କୁ ଗୋଟିଏ ଲେଖାଏଁ ଛୋଟ ଉପହାର ଦେବା ସହିତ ପରେପରେ ସମସ୍ତେ ସାଙ୍ଗ ହୋଇ ଖାଇଥିଲେ । ତା ପରେ ସମ୍ବର୍ଦ୍ଧନା ଶେଷ ହୋଇଥିଲା ।
     ସେମିଷ୍ଟର ପରୀକ୍ଷା ସରିଯାଏ । ସମସ୍ତେ ନିଜନିଜର ଗାଇଡ୍‌ଙ୍କ ପାଖରେ ମାସକ ଆଗରୁ ସେମାନଙ୍କର ପ୍ରୋଜେକ୍ଟ ରିପୋର୍ଟ ଜମା କରିସାରିଥାନ୍ତି । ପରୀକ୍ଷା ପରେପରେ ପ୍ରୋଜେକ୍ଟ ର 
ଇଣ୍ଟରଭିଉ ମଧ୍ୟ ହୋଇଥାଏ ଆଉ ଡିଗ୍ରି ଇଞ୍ଜିନିୟରିଙ୍ଗ ପଢାର କଲେଜ୍‌ରେ ଇତି ସେହିଦିନ ହିଁ ହୋଇଥାଏ । ତାପରେ ସମସ୍ତେ ପ୍ରସ୍ତୁତ ହୁଅନ୍ତି ନିଜ ନିଜର ଘରକୁ ଫେରି ନିଜ ଚାକିରୀରେ ଯୋଗ ଦେବା ପାଇଁ । 

*******

ସାତ

ଚାହୁଁ ଚାହୁଁ ଚାରିବର୍ଷ କେମିତି କଟିଯାଏ ଧରିତ୍ରୀ ବୁଝି ପାରେନି । ଇଞ୍ଜିନିୟରିଂର ପ୍ରଥମ ବର୍ଷ ଶେଷରେ ତା’ର ବାପା ତାକୁ ଛାଡି ଆରପାରିକୁ ଚାଲିଗଲେ । ଜୀବନରେ ଗୋଟିଏ ବଢିଲା ପୁଣି ବାପାଙ୍କର ବଡ ଝିଅପାଇଁ  ୟା ଠାରୁ ବଡ ଦୁଃଖ କଣ ବା ହୋଇପାରେ । ତଥାପି  ଭଗବାନଙ୍କ ଅପାର ଆଶୀର୍ବାଦରୁ ବୋଧହୁଏ ସିଦ୍ଧାର୍ଥ ଭଳି ସାଙ୍ଗଟିଏ ମିଳିଥିଲା । ଯେ କି ତା’ର ଏଇ  ଚାରିବର୍ଷର ସମସ୍ତ ଦୁଃଖ ସୁଖକୁ ନିଜର କରିନେଇଥିଲା । ଭଗବାନଙ୍କ ଦୂତ ଭଳି ସବୁବେଳେ  ତା’ର ଦୁଃଖ ଆଉ କଷ୍ଟ ସମୟରେ ତା’ ପାଖେପାଖେ ଥିଲା । ସିଦ୍ଧାର୍ଥ ର ତା ପ୍ରତି ଯେଉଁ ଜତ୍ନ ବେଳେବେଳେ ଭାବିଲେ ସେ ନିଜକୁ ବିଶ୍ୱାସ କରିପାରେନି । ବେଳେବେଳେ ମନେମନେ ବିରକ୍ତ ହୁଏ ତା ଉପରେ । ଚାରିବର୍ଷ ବିତିଗଲା । କେତେ ଯେ ଅଭୂଲା ମୁହୁର୍ତ୍ତ ତା ସହିତ ବିତେଇଛି । ତା ଜୀବନର ସେଗୁଡିକ ଜୀବନ୍ତ ପୁଞ୍ଜି । ଦିନେ ହେଲେ ସିଦ୍ଧାର୍ଥ କେବେ ତାକୁ ଖରାପ ନଜରରେ ଦେଖିନି କିମ୍ବା ତାର ଫାଇଦା ଉଠାଇବାକୁ ଚେଷ୍ଟା ବି କରିନି । ପୁଣି ସବୁଠୁ ତା ପାଇଁ ବିସ୍ମୟ ଯେ ସିଦ୍ଧାର୍ଥ କଣ ତାକୁ ଭଲପାଏ? ଯଦି ଭଲପାଏ ଏ ଚାରିବର୍ଷ ଭିତରେ ଥରେ ବି ଆଇ.ଲଭ୍‌.ୟୁ କହିପାରିଥାନ୍ତା । କେମିତି ମଣିଷ ଟେ କେଜାଣି? ସେ ଅନୁଭବ କରିଛି ତାକୁ ଟିକେ ଯନ୍ତ୍ରଣା ହେଲେ କିମ୍ବା ତା ମନ ଦୁଃଖ ଦେଖିଲେ ସିଦ୍ଧାର୍ଥ ଯମାହେଲେ ସହିପାରେନି ।
      କଳେବଳେ କୈାଶଳେ ହସେଇବାକୁ ଚେଷ୍ଟା କରିଛି । ଆଉ ହସେଇ ଦେଇଛି ମଧ୍ୟ । କେତେଥର ତା ପାଇଁ କେତେ କଣ ଗିଫ୍ଟ ଆଣିଦେଇଛି । ଯେଉଁଦିନ ତା ବାପା ଚାଲିଯିବା ର ସେ ଖବର ପାଇଲା ସେ ନିଜକୁ ସମ୍ଭାଳି ପାରିନଥିଲା । ନିଜର ଏ ଅବସ୍ଥାକୁ କାହାକୁ କହିବ ଭାବିଭାବି ଦୈାଡିଯାଇଥିଲା ସିଦ୍ଧାର୍ଥ ପାଖକୁ । ସିଦ୍ଧାର୍ଥ ଛାତିରେ ମୁଣ୍ଡଦେଇ ବାଇଆଣିଙ୍କ ଭଳି  କାନ୍ଦିଥିଲା । ସତେଯେମିତି ସିଦ୍ଧାର୍ଥ ତାର ସବୁ କିଛି । ସିଦ୍ଧାର୍ଥ ବି ନିଜକୁ ହଜେଇ ଦେଇଥିଲା ଏକ ସାମୟିକ ପବିତ୍ର ବନ୍ଧନରେ । ସିଦ୍ଧାର୍ଥ ହିଁ ତାକୁ ନେଇକରି ଯାଇଥିଲା ସରସମା ତା ଗାଁକୁ । ଘରେ ସମସ୍ତେ ଆଗରୁ ସିଦ୍ଧାର୍ଥ ବିଷୟରେ ଜାଣିଥିଲେ । କାରଣ ଧରିତ୍ରୀ ର ବାପା ସିଦ୍ଧାର୍ଥ ବିଷୟରେ ଘରେ ସମସ୍ତଙ୍କୁ ଆଗରୁ କହିଥିଲେ । ସିଦ୍ଧାର୍ଥ ସହିତ ଧରିତ୍ରୀର ବାପା ଅନେକଥର ଫୋନ୍ ରେ ମଧ୍ୟ କଥା ହୋଇଥିଲେ । ଘରେ ପହଞ୍ôଚଲା ପରେ ବାପାଙ୍କ ଲାଶ ପାଖରେ ସମସ୍ତେ ସ୍ତବଧ୍ । ବୋଉ ତାର କାନ୍ଦିକାନ୍ଦି ଚେତା ବୁଡିଯାଉଥାଏ । ଭଉଣୀ ଗାୟତ୍ରୀ ଆଖି ଅମାନିଆ ଲୁହରେ ଅଷ୍ପଷ୍ଟ । ସେଦିନ ସିଦ୍ଧାର୍ଥ ଗୋଟିଏ ପୁଅଭଳି ତା ବାପାଙ୍କର ସବୁ କାମ କରିଥିଲା ।ଗାଁ ଲୋକଙ୍କ ସହିତ ମିଶି ବାପାଙ୍କର ସବୁ କ୍ରିୟାକର୍ମ କରିଥିଲା । 
      ହେଲେ ଆଜି ପର୍ଯ୍ୟନ୍ତ ଧରିତ୍ରୀ ବୁଝି ପାରିନି ଆଉ ଜାଣିନି ମଧ୍ୟ ସିଦ୍ଧାର୍ଥ ତାକୁ ଭଲପାଏ ନା ନାହିଁ । କିନ୍ତୁ ବୁଝି ସାରିଛି ସିଦ୍ଧାର୍ଥ ଭଳି ଜୀବନସାଥୀ ଏ ସଂସାରରେ ଆଉ ତାକୁ ମିଳିବନି । ସେ ନିଜକୁ ସିଦ୍ଧାର୍ଥ ରଙ୍ଗରେ ସମ୍ପୂର୍ଣ୍ଣ ରଙ୍ଗେଇ ସାରିଲାଣି । ହେଲେ ଝିଅ ପିଲାଟା ଆଗ କହିଦେବ  କେମିତି । କାଳେ ସିଦ୍ଧାର୍ଥ ଖରାପ ଭାବି ଦେବ । ଏଇ  ଭୟରେ ସେ ଆଜି ପର୍ଯ୍ୟନ୍ତ ସିଦ୍ଦାର୍ଥକୁ କିଛି କହିନି । ଆଜି କିନ୍ତୁ କଲେଜ୍‌ରେ ଶେଷଦିନ । କାଲି ରାତି ସାରା ସୋଇ ପାରିନି । କାଲି ଠାରୁ ସବୁ ସାଙ୍ଗ ମାନେ ଯେଝା ଘରକୁ ପଳେଇବେ । ଯେଉଁମାନେ ଯେଉଁ କମ୍ପାନୀର ଜୟନିଙ୍ଗ୍ ଲେଟର୍ ପାଇଛନ୍ତି ସେମାନେ ସେଠି ଯାଇ ଯୋଗ ଦେବେ । କିଏ ବମ୍ବେ ତ କିଏ, ଦିଲ୍ଲୀ, କିଏ ହାଇଦ୍ରାବାଦ ପୁଣି କିଏ ଚେନାଇ ଓ ବାଙ୍ଗାଲୋର ରେ ଯାଇ ରହିବେ । ଧରିତ୍ରୀ  ପାଇଛି ଟି.ସି. ଇଣ୍ଟରନ୍ୟାସନାଲ୍‌, ଗୁଡଗାଓଁ ରେ ଚାକିରୀ । ଆଉ ସିଦ୍ଧାର୍ଥ ପାଇଛି ହାଇଦ୍ରାବାଦରେ । ମହମ୍ମଦ ଜମିଲ୍ ତ ନିଜ ଛୋଟ କାରଖାନାରେ ପୁରାପୁରି ଚଳଚଞ୍ଚଳ । ସେ କେଉଁ  କମ୍ପ୍ୟାସ୍ ଇଣ୍ଟରଭିଉ ରେ ବସିନଥିଲା ଆଉ ସେ ଆଜି ଭାରି ଖୁସି ଯେ ସେ ତା ଛୋଟ କାରଖାନାରେ ୨୦ଲୋକଙ୍କୁ ଚାକିରୀ ଦେଇଛି ।
      ଶେଷଦିନ ହୋଇଥିବାରୁ କଲେଜ୍ କ୍ୟାଣ୍ଟିନ୍ ଓ ହଷ୍ଟେଲ୍ ମେସ୍ ମଧ୍ୟ ଆଜି ବନ୍ଦ । ଧରିତ୍ରୀ ରାତିଯାକ ଭଲଭାବରେ ଶୋଇପାରିନି । ତାକୁ କଲେଜ୍ ଛାଡିବାଟା ଯେତିକି  କଷ୍ଟ ନ ଲାଗିଛି  ତା’ଠାରୁ ଅଧିକ ଦୁଃଖ ଲାଗିଛି ସେ ଆଜିଠାରୁ ସିଦ୍ଧାର୍ଥଠାରୁ ଦୂରେଇଯିବ । ସିଦ୍ଧାର୍ଥ ଯାଇ ହାଇଦ୍ରାବାଦରେ ରହିବ ଆଉ ସେ ରହିବ ଦିଲ୍ଲୀରେ । ଖାଲି ଯାହା ଫୋନ୍ ରେ କଥା ହୋଇପାରିବ । ତାର ମନ ଜମାରୁ ବୁଝୁନି । ସବୁବେଳେ ସିଦ୍ଧାର୍ଥର ପାଖେପାଖେ ରହିବାକୁ ତାର ହୃଦୟର ଆବେଗ ତାକୁ କଷ୍ଟ ଦେବା ଆରମ୍ଭ କରିସାରିଲାଣି । ରାତିଯାକ ଆଉଟୁପାଉଟ! ମନେମନେ ସ୍ଥିର କରିଛି କାଲି ସେ ଯେମିତିହେଲେ ସିଦ୍ଧାର୍ଥକୁ ତାର ମନକଥା ଖୋଲି କହିଦେବ । ସେ ନକହିଲା ନାହିଁ । ଝିଅ ପିଲାଟାର ଲାଜକୁଳି ପଣିଆକୁ ଭୂଲିଯାଇ କାଲି ପ୍ରେମିକାର ଭୂମିକାରେ ନିଜକୁ ସଜେଇଦେବ । କାଲି ମନଖୋଲି ସିଦ୍ଧାର୍ଥ ସାଙ୍ଗରେ ତିନିଘଣ୍ଟା କଥା ହେବ । ସବୁ ଅକୁହା କଥାକୁ କହିଦେବ । ତା ଛାତିକୁ ଆଉଜିଯିବ । ଜୀବନର ସବୁ ଲକ୍ଷ ଆଉ ଉଦ୍ଦେଶ୍ୟକୁ ଗୋଟି ଗୋଟି କରି ସିଦ୍ଧାର୍ଥକୁ କହିଦେବ । ସେ ଆଜି ସିଦ୍ଧାର୍ଥର ଯୋଗିନୀ ହୋଇଗଲାଣି ତାହା କହିଦେବ । ସିଦ୍ଧାର୍ଥ ବୀନା ତା ଜୀବନରେ ସୁଖ, ଶାନ୍ତି ନାହିଁ କିମ୍ବା ବଞ୍ôଛବାର ମାନେ କିଛି ନାହିଁ । ଆଜି ପର୍ଯ୍ୟନ୍ତ ଲୁଚେଇରଖିଥିବା ସବୁଯାକ ଭଲପାଇବାର ଲୁହରେ କାଲି ସେ ସିଦ୍ଧାର୍ଥକୁ ଭିଜେଇଦେବ । ତା ହୃଦୟରେ ଥିବା ତାପାଇଁ ପ୍ରିତୀର ପ୍ରାବଲ୍ୟକୁ ପ୍ରକାଶ କରିଦେବ । ହେଲେ ଗୋଟେ ଅନନ୍ୟ କଥା ହେଲା ପିଲାଦିନରୁ ଜଣେ ଯନ୍ତ୍ରୀ ହେବାର ଯେଉଁ ସ୍ୱପ୍ନ ଆଜି ସଫଳ ହୋଇଯାଇଛି ହେଲେ କାହିଁକି କେଜାଣି ତାକୁ ଆଦ୍ୟୈ ସେଥିପାଇଁ ଖୁସି ଲାଗୁନି ସେ ବୁଝି ପାରୁନି । କୁହନ୍ତି ପାହାଡ ଚଢାଳି ପାହାଡର ଶିଖରରେ ପହଞ୍ôଛଗଲା ପରେ ସେ ମାତ୍ର କ୍ଷଣିକ ପାଇଁ ଭାବ ବିହ୍ୱଳ ହୋଇଯାଏ । ନିଜର ଉନ୍ମାଦନାକୁ କ୍ଷଣିକ ପାଇଁ  ଉପଭୋଗ କରେ ମାତ୍ର ସଙ୍ଗେସଙ୍ଗେ ପର୍ବତର ପାଦ ଦେଶକୁ ଦେଖି ସେ ଉନ୍ମାଦନାକୁ ବିସ୍ମରି ଯାଏ । 
       ହେଲେ ଆଜି ଧରିତ୍ରୀ କ୍ଷେତ୍ରରେ ତା ଜୀବନ ଲକ୍ଷର ଶିଖରରେ ଚଢିସାରିଥିଲେ ମଧ୍ୟ ସେ ଉନ୍ମାଦନାକୁ ସେ କ୍ଷଣିକ ପାଇଁ ମଧ୍ୟ ଅନୁଭବ କରିପାରିନି । ତାର ବୋଧହୁଏ ମୂଳ କାରଣ ସିଦ୍ଧାର୍ଥ । ସତେଯେମିତି ଇଞ୍ଜିନିୟରିଂ ସାଟିଫିକେଟ୍ ଟିର ମୂଲ୍ୟ ସିଦ୍ଧାର୍ଥ ଭଳି ସାଙ୍ଗ ବା ଭାବି ଜୀବନସାଥୀ ଆଗରେ କିଛି ନୁହେଁ । ମନ ଭିତରେ ଅଜସ୍ର ଦୁଃଖ ଆଉ ଯନ୍ତ୍ରଣା ଯେ ସେ ଖାଲି ସିଦ୍ଧାର୍ଥଠାରୁ ଦୂରକୁ ଚାଲିଯିବ । ଏମିତି ଅନେକ କୋହକୁ ନିଜର ଛାତିତଳେ ଚପେଇଥିବା ବେଳେ ନିଦ୍ରାର ଆକସ୍ମିକ ଆଗମନରେ ସେ ଶୋଇଯାଇଛି ।
      ହଠାତ୍ ଭୋର୍ ପାଞ୍ଚଟାରୁ ତାର ନିଦ ଭାଙ୍ଗି ଯାଇଛି । ତରତର ହୋଇ ଉଠିପଡି ଖଟ ଉପରେ ବସିପଡିଛି । ନିଦ ଭାଙ୍ଗିବା ପରର ଅଳସୀ ଆଖି ଆଉ ମନ ଭିତରେ ସିଦ୍ଧାର୍ଥ ଆସି ନିଜର ଉପସ୍ଥିତକୁ ଜାହିର୍ କରିଛି । ସେ ନିଶ୍ଚିତ ଯେ ସିଦ୍ଧାର୍ଥ ଆସି ତା ହଷ୍ଟେଲ୍ ସାନାରେ ସାତଟା ବେଳେ ପହଞ୍ଛଯିବ । ବାହାର ସ୍ଟେଟ୍ ର ପିଲା ସବୁ କାଲିଠାରୁ ପଳେଇଲେଣି କାରଣ ସେମାନଙ୍କର ଟ୍ରେନ୍‌ର ସୁବିଧାକୁ ଚାହିଁ ସେମାନେ ନିଜର ଟିକେଟ୍ କରିଥିଲେ । କାଲି ତାଙ୍କ ଚାରି ସାଙ୍ଗଙ୍କ ଭିତରୁ ଆନନ୍ଦ ହଷ୍ଟେଲ୍ ଛାଡିଥିଲା । ଆନନ୍ଦ ଯିବାବେଳେ ସିଦ୍ଧାର୍ଥ, ଧରିତ୍ରୀ, ଜମିଲ୍ ତାକୁ ବିଦାୟ ଦେବା ପାଇଁ ଷ୍ଟେସନ୍ ଯାଇଥିଲେ । ଷ୍ଟେସନ୍ ରେ ପ୍ରାୟ ସମସ୍ତଙ୍କ ଆଖିରୁ ଲୁହ ବୋହି ଥିଲା । ଧରିତ୍ରୀ କହିଥିଲା ଆନନ୍ଦ ତୁମ ଜରୁର୍ ଫିର କଭି ହମସେ୍ ମିଲନେକେଲିଏ ଓଡିଶା ଆନା । ହମ ତୁମକୋ ବହୁତ ହି ମିସ୍ କରେଙ୍ଗେ । ଆନନ୍ଦର ମଧ୍ୟ ସେହି ଏକା ପ୍ରତ୍ୟୁତର ଥିଲା । ଉପଭୋଗ ଭରା ଜୀବନରେ ଆନନ୍ଦ ର ଆଖିରେ ଲୁହ ଏ ମାନେ କେହି କେବେ ଦେଖିନଥିଲେ । ହେଲେ ସେ ବି ଶେଷ ସମୟରେ ଟ୍ରେନ୍ ରେ ଚଢିଲା ବେଳକୁ ନିଜ ଆଖିରୁ ଲୁହ ଝରିଆସିବାକୁ ରୋକି ପାରିନଥିଲା । ସମସ୍ତଙ୍କୁ ଗେଲ କରି ପକେଇଥିଲା । ସମସ୍ତଙ୍କୁ କୁଣ୍ଢେଇ ପକେଇଥିଲା । ଜମିଲ୍ ବି ଆଉ ଆଜି କଲେଜ୍ କୁ ଆସିବନି ବୋଲି କହି ସିଦ୍ଧାର୍ଥ ଆଉ ଧରିତ୍ରୀଠାରୁ ବିଦାୟ ନେଇଯାଇଥିଲା । ହେଲେ ଯିବା ପୂର୍ବରୁ ଜମିଲ୍ କହିଥିଲା ଆମେ ସମସ୍ତେ ଏକାଠି ହେବାର ମୋ ଫ୍ୟାକ୍ଟି ତୁମମାନଙ୍କ ପାଇଁ ସବୁ ବେଳେ ଖୋଲା । ତୁମେ ମାନେ ଚାହିଁଲେ ମୋ ସାଥୀରେ କାମ କରିପାରିବ ଆଉ ଆମେ ଆମ କମ୍ପାନୀ କୁ ବହୁତ ବଡ କରି ଗଢି ପାରିବା । ସେ ମଧ୍ୟ ଗଲାବେଳକୁ ସିଦ୍ଧାର୍ଥକୁ ଧରି କଣ୍ଠଋଦ୍ଧ ହୋଇ ଉଠିଥିଲା । ସିଦ୍ଧାର୍ଥର ବାପା ଗତ ସପ୍ତାହରେ କଲେଜ୍‌କୁ ଆସିଥିଲେ । ତେଣୁ ସେଦିନ ସିଦ୍ଧାର୍ଥ ତାର ସବୁ ବହି ପତ୍ର ବ୍ୟାଗ୍‌ବସ୍ତାନି କୁ ବାପାଙ୍କ ହାତରେ ବସ୍‌ରେ ଘରକୁ ପଠେଇଦେଇଛି । ବାସ୍ ତା ପାଖରେ ଗୋଟିଏ ଛୋଟ ବ୍ୟାଗ୍‌ଟିଏ ରଖିଛି । 
      ଧରିତ୍ରୀ ଜାଣିଛି ସିଦ୍ଧାର୍ଥ ତାକୁ ନେଇ ତା ଗାଁ ବସରେ ବସେଇ କି ଆସିବ । ହେଲେ ଧରିତ୍ରୀ ର ମନେମନେ ଭାରିଇଚ୍ଛା ଯଦି ସିଦ୍ଧାର୍ଥ ତାକୁ ତା ଘରକୁ ଛାଡିବାକୁ  ଯାଆନ୍ତା ସେ ବହୁତ ଖୁସି ହୋଇ ଯାଆନ୍ତା । କିନ୍ତୁ ସେ ଏକଥା ମଧ୍ୟ ଭରଷି କରି କହି ପାରିବନି । ହେଲେ ସେ ମନେମନେ ଭାବିଛି ସିଦ୍ଧାର୍ଥ ଆସିଲେ ଦୁଇଜଣଯାକ ସାଙ୍ଗ ହୋଇ ବାହାରକୁ ବ୍ରେକ୍‌ଫାଷ୍ଟ କରିବାକୁ ଯିବେ । ସେ ବ୍ରେକ୍‌ଫାଷ୍ଟରୁ ଫେରିଲା ପରେ କଲେଜ୍‌ର ବଗିଚାରେ ଶେଷଥର କ ପାଇଁ ଦିନ ଏଗାରଟା ପର୍ଯ୍ୟନ୍ତ ବସିବେ । ସେଇଠି ସେ ତା ହୃଦୟ ଭିତରେ ଲୁଚେଇ ରଖିଥିବା ସବୁ କଥା ଆଜ କହିଦେବ । ଏଇଆ ମନେମନେ ଗଣ୍ଠି କରି ରଖିଛି । 
      ତରତର ହୋଇ ଫ୍ରେସ୍ ହୋଇଗଲା ପରେ ଗାଧୋଇବାକୁ ପଶିଛି ଗାଧୁଆଘର ଭିତରେ । କେଜାଣି କାହିଁକି କେଉଁ ଆବାହମାନ କାଳରୁ ମନୁଷ୍ୟ ଯେତେବେଳେ ନିଜକୁ ସାମାଜିକ ପ୍ରାଣୀ ର ଆଖ୍ୟା ଦେବାରେ ଲାଗିଲା  ଘୋଡେଇ ଚାଲିଲା ନିଜର କାମାଙ୍ଗ ଗୁଡିକୁ । ଲାଜ ପ୍ରବେଶ କଲା ତା ମନ ଭିତରେ । ଲାଜେଇଲା ପରକୁ ଓ ନିଜର ଲୋକମାନଙ୍କୁ ଉନୁ୍ମକ୍ତ ଆକାଶ ତଳେ । ଉନ୍ମୁକ୍ତ ଶରୀରରେ ବୁଲିବାଟା ତା ପାଇଁ ହେଲା ସାମାଜିକ ବାରଣ । ହେଲେ ବେସି ଲାଜେଇଲା ନାରୀ । ତା ପାଇଁ ହେଲା ସାମାଜିକ ତାଗିଦ୍ । ସଭ୍ୟ ମାନବର ସ୍ୱାଧୀନ ଓ ଆରାମଦାୟକ ଜୀବନ ବିତେଇବାକୁ  ଯାଇ ନିର୍ମାଣ କଲା ସ୍ନାନାଗାର । ଏ ପୃôôବୀରେ ବାସ୍ ଅଳ୍ପ କେତେଜଣଙ୍କ ଭାଗ୍ୟରେ ଥାଏ ନିଜ ଘରେ ଗାଧୁଆ ଘର କରି ତା ଭିତରେ ଗାଧୋଇବା ପାଇଁ ।
      ଏହା ବି ସତ୍ୟ, ସ୍ନାନାଗାର ଭିତରେ ସ୍ନାନ ପାଇଁ ପ୍ରବେଶ କଲାପରେ  ମାନବ ନିଜକୁ ସମ୍ପୁର୍ଣ୍ଣ  ନିରୋଳା ମନେ କରେ । ତା ପାଇଁ ଗାଧୁଆ ଘରଟି ଏକ ନିଆରା ପୃଥିବୀ ଯାହା ଭିତରେ ସେ ନିଜେ ହିଁ ସର୍ବସ୍ୱ । ତା ଭିତରେ ସ୍ୱାଧୀନତା ଓ ସ୍ୱେଚ୍ଛାଚାରିତାରେ ପରିଣତ ହେଉ ଅବା ଜୀବନକୁ ନିରୋଳା ଅନୁଭବ କରିବାର ଲକ୍ଷଣମାନ ହେଉ ସବୁ ଆପେଆପେ ପ୍ରକାଶିତ ହେବାକୁ ଲାଗେ । ବେସୁରା କଣ୍ଠରୁ ଝରିଆସେ ତା ପାଇଁ ତାଳ, ଲୟ, ଭାବ ଓ ଛନ୍ଦରେ ଭରା ଗୀତ ପୁଞ୍ଜ । ସେ ଗୀତ କିଛିବି ହୋଇ ପାରେ । ନିଜକୁ ପ୍ରେମିକ ଅବା ପ୍ରେମିକାର ତାଳରେ ହଜେଇଦେଇ ଗଳାରୁ ଝରିଆସେ ରୋମାଣ୍ଟିକ୍ ଗୀତ ଅବା ଭକ୍ତିର ଆବେଗରେ ହଜିଯାଇ କଣ୍ଠରୁ ଝରିପଡେ ମଧୁର ଭଜନ । ଲାଜ, ସରମ, ଭୟ ଭ୍ରାନ୍ତିରୁ ମୁକ୍ତ ମନରୁ ଝରି ଆସେ ସଙ୍ଗୀତର ମୁର୍ଚ୍ଛନା । ଖାଲି ସେତିକି ନୁହେଁ ନିରୋଳା ଓ ନୀରବରେ ନିଜକୁ ଓ ନିଜ ଶରୀରକୁ ପରଖିବାର ଉପଯୁକ୍ତ ସ୍ଥାନ ଓ ସମୟ ହେଉଛି ଏଇ ସ୍ନାନାଗାର ଓ ଏଥିରେ ସ୍ନାହାନ ।
      ଧରିତ୍ରୀ ଗତ ଚାରିବର୍ଷ ଧରି ବୟସର ଉଦ୍ଦାମତାରେ ଗତି କରିଛି । କୁଆଁରୀ ଜୀବନରେ ଷୋହଳ ବରର୍ଷକୁ ବି ସେ ଅତିକ୍ରମ କରିସାରିଛି । ବାପାଙ୍କର ଶିକ୍ଷା ଦିକ୍ଷାରେ ଭୁଷିତା ଚରିତ୍ର ଚାତୁରିକୁ ସେ ସବୁବେଳେ ମର୍ଯ୍ୟାଦାରେ ଢାଙ୍କି ରଖିଛି । ସିଦ୍ଧର୍ଥକୁ ମନେମନେ ଭଲପାଇ ବସିଥିଲେ ମଧ୍ୟ ତା ସହିତ ଭୂଲ୍ କାମ କେବେ ବି କରିନି । କଥାରେ ଅଛି ମହମ କେଭେ ନିଆଁ ପାଖରେ ସେମିତି ରହିପାରେନା କିମ୍ବା ଦୀପ ଜଳିଲେ ଦୀପଶିଖାର ଚାରି ପଟେ ଉଡିବୁଲୁଥିବା ପତଙ୍ଗମାନେ ଆସି ଆପେଆପେ ପୋଡି ମରିଯାଆନ୍ତି । ଠିକ୍ ସେମିତି ଶରୀର ଯେତେବେଳେ  ଯୈାବନର ସଙ୍ଗ ଲାଭ କରେ ଖୋଜେ ନାରୀ ଶରୀରର ସ୍ପର୍ଶ ଆଉ ନାରୀ ଚାହେଁ ପୁରୁଷର ।
      ଯଦି ମନ ଟିକିଏ ଚଗଲା ହେଲା ଅବା ନିଜ ସଂଜତରେ ରହିପାରିଲାନି ତେବେ ପତଙ୍ଗ ପରି ଚାରିତ୍ରିକ ମୃତ୍ୟୁ ନିଶ୍ଚିତ । ଗାଁ ଗହଳିରେ କୁହନ୍ତି ସେଇଥିପାଇଁ ଝିଅ ବଡହୋଇଗଲେ ତା ଖଟ ଅଲଗା କରିଦେବା ପାଇଁ । ଏମିତି ବି ବାପା ଭାଇଙ୍କ ଠାରୁ । କାମ ଯେତେବେଳେ ମଣିଷକୁ କରାଗ୍ରତ କରିବା ଆରମ୍ଭ କରେ ମନୁଷ୍ୟତ୍ୱ ଲୋପ ପାଇ ପଶୁତ୍ୱ ତା ଦେହରେ ପ୍ରବେଶ କରେ ।  ଭୁଲିଯାଏ ବାଛବିଚାର । ଚରିତ୍ରର ସଂଜ୍ଞା ମଧ୍ୟ ମନେ ପଡେନି ।  ନିଜ ଚାରିତ୍ରିକ ଇୟତା ଭିତରୁ ଦୁରେଇ ଯିବାରେ ଲାଗେ । ସେ ମୁହୁର୍ତ୍ତ ପାଇଁ ସେ ହୋଇଉଠେ ଉନ୍ମତ । ଏ ଉନ୍ମତତା ପୁରୁଷ ଓ ନାରୀ ଉଭୟଙ୍କ ପାଖରେ ଦେଖାଯାଏ । ହେଲେ ଯେଉଁ ମାନଙ୍କର ଜୀବନ ସଂଞ୍ଜତରେ ଗଢା ମନର କୁଭାବନାକୁ ଅବଦମିତ କରିବାର ଶକ୍ତି ଯାହା ପାଖରେ ଭରି ରହିଥାଏ ସେମାନେ ସେ ମୁହୁର୍ତ୍ତ ଠାରୁ ନିଜକୁ ଦୂରେଇ ରଖିବାରେ ସମର୍ଥ ହୁଅନ୍ତି ।
     ଧରିତ୍ରୀ ମଧ୍ୟ ସେହି ଉପାଦାନରେ ନିଜ ଜୀବନକୁ ଗଢିଛି । କାମନାରେ ସେ ଆକସ୍ମିକ ଆକର୍ଷଣ ତାକୁ କେବେ ବି ଆକଣ୍ଠ କରିନି । ହଁ ଆକଣ୍ଠ କରିଛି ତାକୁ ନିରୋଳାରେ । ନିଜ ଶଯ୍ୟାରେ ଯେତେବେଳେ ସେ ଏକୁଟିଆ । ସିଦ୍ଧାର୍ଥ ସହିତ ଏହି ଚାରିବର୍ଷ ଭିତରେ ଯେଉଁସବୁ ମତୁଆଲା ମୁହୁର୍ତ୍ତ ସେ ବିତେଇଛି ଆଉ କିଏ ହୋଇଥିଲେ ବୋଧହୁଏ ସେ ସବୁକିଛି ଦେଇ ସାରିଥାନ୍ତା । ହେଲେ ତା’ ଜୀବନରେ ଆଦର୍ଶ ଆଉ ସିଦ୍ଧାର୍ଥ ଭଳି ନିଷ୍ପାପ ଓ ଉଚ୍ଚମନା ସାଥୀ ଲାଗି ସେ ଆଜି ଗଙ୍ଗାଭଳି ନିଜକୁ ପବିତ୍ର ରଖିବାରେ ସମର୍ଥ ହୋଇଛି । ହେଲେ ଆଜି ଗାଧୁଆଘରେ ପଶିଯାଇ ସାଓା୍ୱରଟି ଖୋଲି ଦେଇ ମୁହଁକୁ ତଳକୁ କରି ଭିଜିବାକୁ ଲାଗିଛି । ସାଓା୍ୱର୍‌ର ପାଣିର ଗତିକୁ ଟିକେ ଧିମା କରିଦେଇଛି ।  ଜୀବନରେ ସେ ଅଭୁଲା ସିହରଣକୁ ସେ ଅନୁଭବ କରିବାରେ ଲାଗିଛି । ଏ କି ଆଶ୍ଚର୍ଯ୍ୟ? ଦର୍ପଣରେ ଚାହିଁଲା ବେଳକୁ ତା ପଛପଟେ ଠିଆ ହୋଇଛି ସିଦ୍ଧାର୍ଥ । ସେ ଆବାକ୍ । ତା ପାଟିରୁ କଥା ଫୁଟୁନି । ସିଦ୍ଧାର୍ଥ ତାକୁ ଜଳଜଳ କରି ତାର ଶରୀରକୁ ଦେଖି ଚାଲିଛି । ସେଥିରେ ସେ ଅପୂର୍ବ ଆନନ୍ଦ ଉପଭୋଗ କରିବାରେ ଲାଗିଛି । ହେଲେ ସେ ଠିଆ ହୋଇଛି କାହିଁକି? ପାଖକୁ ଆସୁନି କେଉଁଥିପାଇଁ । ଏଭଳି ମଣିଷ ଏ ଜୀବଜଗତରେ  ଅଛନ୍ତି ସେ କାହିଁ ନିଜକୁ ବିଶ୍ୱାସ କରିପାରୁନି । ହେଲେ ସବୁଠାରୁ ସେ ବିସ୍ମୟ ହୋଇଛି ଗାଧୁଆ ଘର ଭିତରେ ସାଓା୍ୱର୍ ଖୋଲା ଥାଇ ପାଣିବୁନ୍ଦାର ଆସାରରେ ସେ କିପରି ଠିଆ ହୋଇଛି ସମ୍ପୂର୍ଣ୍ଣ ଶୁଷ୍କ ଭଳି । 
ଏ କି ବିଚିତ୍ର କଥା । ସିଦ୍ଧାର୍ଥ କୁ ଦେଖି ଧରିତ୍ରୀ ଲାଜେଇ ଯାଇଛି । ତଳକୁ ମୁହଁ ନଇଁ ଦେଇଛି । ହେଲେ ସେ ଆଉ ନିଜର ଚରିତ୍ରର ସଞ୍ଜମତା ଭିତରେ ନିଜକୁ ରଖିପାରିନି । 
      ଧୀରେଧୀରେ ପାଦକୁ ସେ ସାଓା୍ୱର୍‌ର ପାଣି ଧାର ତଳେ ଆଗକୁ ଆଗକୁ ବଢେଇଛି । ସିଦ୍ଧାର୍ଥ ର ପାଖରେ ପହଞ୍ôଚ ତାକୁ ଜାବୁଡି ଧରିଲା ବେଳକୁ ତାର ମୁହଁ ସ୍ପର୍ଶ କରିଛି ଆଇନାକୁ । ସେ ଇତସ୍ତତ ହୋଇ ଯାଇଛି । କାମାଗ୍ନି ରେ କ୍ରୋଧିତ ହୋଇଉଠିଛି । ନିଜ ଅସ୍ତିତ୍ୱ ଭିତରକୁ ଫେରିଆସି ବୁଝିଛିଯେ ଏତାର ଦିବାସ୍ୱପ୍ନ । ବହୁତ ବ୍ୟତିବ୍ୟସ୍ତ ହୋଇପଡିଛି । ନିଜ ଭିତରେ ଦୀର୍ଘ ଚାରିବର୍ଷ ହେଲା ଏମିତିକା ଅନୁଭବ ତ ସେ କେବେ ବି କରିନଥିଲା । ଆଜି କାହିଁକି? ତା ମନ ସାଧସ୍ୱର ଇୟତ୍ତା ଭିତରେ ସେ ଦୀର୍ଘ ଚାରିବର୍ଷ ହେବ ଯେଉଁ ସ୍ୱପ୍ନକୁ ଧରି ରଖିଛି ସତରେ କଣ ବିଶ୍ୱନିୟନ୍ତା ସାକାର କରିବେ । ସିଦ୍ଧାର୍ଥ ତାର କଣ ଜୀବନ ସାଥୀ ହୋଇ ପାରିବ? ସାରା ଜୀବନଧରି ସେ ସିଦ୍ଧାର୍ଥ ଭିତରେ ହିଁ ହଜିଯିବାକୁ ଚାହେଁ । ଏମିତି ଅନେକ କିଛି ଭାବିଭାବି ତାରି ଭିତରେ ତାର ଗାଧୁଆ ସରିଯାଇଛି । 
      ନିଜ ରୁମ୍ ଭିତରକୁ ଆସି ଆଇନା ସାମନାରେ ଛିଡା ହୋଇ ଭାବିଛି ସେ ଯେତେଥର ସିଦ୍ଧାର୍ଥ ସହିତ ବୁଲିବାକୁ ଯାଇଛି ବହୁତ ସାଧାସିଧା ଭାବରେ ସରଳତା ଓ ସଞ୍ଜତତାକୁ ମନ ଭିତରେ ପ୍ରାଧାନ୍ୟ ଦେଇ ବେଶଭୂଷା ହୋଇଥାଏ । ଆଉ ସେ ବି ଜାଣିଛି ତାର ସାଧାସିଧା ପଣ ହିଁ ସିଦ୍ଧାର୍ଥ ମନର ଆକର୍ଷଣ । ହେଲେ ଆଜି ଭାବିଛି ସିଦ୍ଧାର୍ଥ ସାମନାକୁ ଯିବ ଏକ ନିଆରା ରୂପରେ । ନିଜକୁ ସଜେଇବ ଯୈାବନର ଉଶୃଙ୍ଖଳରେ । ଉଦ୍ଦୀପନା ଭରିଦେବ ତାର ଶରୀର ଆଉ ଚାହାଣୀରେ । ଯେମିତି ସିଦ୍ଧାର୍ଥ ଦେଖିଲା ମାତ୍ରେ ନିଜକୁ ସମ୍ଭାଳି ପାରିବନି । ଦୋହଲିଯିବ ତାର ସନ୍ଥପଣିଆର ମୂଳଦୁଆ । ସେ ନିଶ୍ଚୟ ମୋ ଦେହକୁ ଲାଗିଆସିବ । ଏମିତି ମନେମନେ ଭାବି ସଜେଇଛି ନିଜକୁ । ସବୁଥର ପରି ତାର ମୁଣ୍ଡବାଳକୁ ଆଉ ବେଣୀ ପକେଇନି । ମୁକୁଳା କରି କେଶର ଆରମ୍ଭରେ ଗୋଟିଏ ରବର ସାଧା ବ୍ୟାଣ୍ଡ୍‌ଟିଏ ଟାଇଟ୍ କରିି ବାନ୍ଧିଦେଇଛି । ମୁକୁଳିତ କେଶ ପଛପଟେ ଏପରି ବିଞ୍ôଚହୋଇପଡିଛି, ଚାହିଁଲା ବାଲାର ଆଖି କିଛିକ୍ଷଣ ପାଇଁ ଲାଖିଯିବ । ଚୁଡିଦାର ପଞ୍ଜାବି ପରିବର୍ତ୍ତେ ଟୁ ପିସ୍ ଟେ ସେଦିନ ପିନ୍ଧିଛି । ଟୁ ପିସ୍ ଟି ଗାଢ କଳାରଙ୍ଗର । ଅଣ୍ଟାର ଘେରରେ ସୁନ୍ଦର ଭାବରେ ଗୋଟିଏ ପଟି ସଦୃଶ ଗୁନ୍ଥା ହୋଇଛି ଚୁମୁକି୍ ଓ ଷ୍ଟୋନ୍ । ଆଉ ଘେରର ତଳ ଧାଡିରେ ମଧ୍ୟ ସେହି ଏକା ଚୁମୁକି ଓ ଷ୍ଟୋନ୍ ର ପଟିଟିଏ ଅଛି । ଉପର ପିସ୍‌ଟିରେ ବେକଟିର ଡିଜାଇନ୍ ସ୍କୋୟାର୍ ସେପ୍ ହୋଇଥିବାରୁ ଛାତିର ଅଧିକା ଅଂଶ ଅନାବରଣ ହୋଇ ରହିଛି । ଖୁବ୍ କମ୍ ଚଉଡାର ଧଡିଟିଏ କେବଳ ଚିକ୍‌ମିକ୍ କରୁଥିବା ଷ୍ଟୋନ୍‌ରେ ତିଆରି ହୋଇ ସେହି ସ୍କୋୟାର ନେକ୍ ର ଆକର୍ଷଣକୁ ଆହୁରି ବଢେଇ ଦେଇଛି । ଏହି ଉପର ପିସ୍‌ଟିର ଲମ୍ବ ଏପରି ଭାବରେ ହୋଇଛି ଯେ ଯଦି ହାତ ଦୁଇଟି କୁ ଟିକେ ଉପରକୁ ଟେକି ଦିଆଯାଏ ତେବେ ଶରୀରର କଟିଠାରୁ ନାଭିଦେଶର  ଉପରିଭାଗ ପର୍ଯ୍ୟନ୍ତ ଦେଖାଯିବ । ତାର ଗୋରା ଦକ୍‌ଦକ୍ ଦେହରେ ସେ କଳା ଟୁପିସ୍ ଟି ଏତେ ସୁନ୍ଦର ଲାଗିଛି ତାହା ନ ଦେଖିଲା ଲୋକକୁ ବୁଝେଇହବନି । 
      ଡ୍ରେସ୍‌ଟିର ଛାତିର ମାପ ଏପରିହୋଇଛି ଯେ ଡ୍ରେସ୍‌ଟି ପିନ୍ଧି ସାରିଲା ପରେ ଶରୀରଟି ସତେ ଯେମିତି ଯୈାବନରେ ଭରାଭରା ଦେଖାଯିବ । ଇଞ୍ଜିନିୟରିଂଙ୍ଗ୍ ପିଲା କୋଉଠିବା ହାତରେ ଚୁଡି ନାଆନ୍ତି ଯେ ସେ ନାଇବ । ଦୀର୍ଘ ଚାରିବର୍ଷ ଧରି କେବଳ ପରମ୍ପରାର ବାଧ୍ୟବାଧକତା ରେ ଦୁଇଟି ପ୍ଲାଷ୍ଟିକ ଚୁଡି ହାତରେ ସେ ପିନ୍ଧିଛି । ଆଉ ବାମ ହାତରେ ସବୁବେଳେ ଘଣ୍ଟାଟିଏ ପିନ୍ଧିଥାଏ । ହେଲେ ସେଦିନ କିନ୍ତୁ ଡ୍ରେସ୍ ସହିତ ସାମଞ୍ଜସ୍ୟ ରଖୂଥିବା ଷ୍ଟୋନ୍‌ର ଚୁଡି ସେଟ୍ ଦୁଇହାତରେ ପିନ୍ଧିଛି । ଚୁଡିସେଟ୍ ସହିତ ତାର ହାତର ଗଢଣ ଆହୁରି ଅନୁପମ ଦେଖାଯାଇଛି । ମଥାରେ ଗୋଟିଏ ଛୋଟ କଳା ଟୋପାଟିଏ । ଶରୀରର ସମସ୍ତ ଆବରଣ ଅଂଶ କଳା ରଙ୍ଗ ହୋଇଥିବା ସ୍ଥଳେ ଦୃଶ୍ୟମାନ ଅନ୍ୟ ଅଙ୍ଗ ଗୁଡିକ ଏତେ ଗୋରା ଯେ କଳା ସହିତ ଅତ୍ୟନ୍ତ ମନଲାଖି ଆକର୍ଷଣ ଦେଖାଯାଉ ଥାଏ । ଏତେ ସୁନ୍ଦର ଭାବରେ ସେ ନିଜକୁ ସଜେଇଛି ଯେ େକୈାଣସି ଯୁବକ ହେଉନା କାହିଁକି ତା ଆଡକୁ ନିଶ୍ଚିତ ରୂପେ ଆକର୍ଷିତ ହେବ । 
      ପାଦ ଦୁଇଟିରେ କଳା ରଙ୍ଗର ସ୍ୟାଣ୍ଢାଲ୍ ଶରୀରକୁ ଆହୁରି ସୁନ୍ଦରତା ପ୍ରଦାନ କରୁଥାଏ । ହାତରେ କଳା ରଙ୍ଗର ଛୋଟିଆ ମନିପର୍ସଟିଏ ଧରି ନିଜକୁ ଆଇନା ସାମନାରେ ଛିଡା ହୋଇ ପରଖିବାରେ ଲାଗିଛି । ସେତେବେଳକୁ ସମୟ ଆସି ୬ଟା୫୦ ହୋଇଗଲାଣି । ଆଉ ୧୦ ମିନିଟ୍ ପରେ ସିଦ୍ଧାର୍ଥ ହଷ୍ଟେଲ୍ ସାମନାକୁ ଆସିବ । ସବୁଥରକ ସିଦ୍ଧାର୍ଥ ଆସି ହଷ୍ଟେଲ୍ ସାମନାରେ କିଛି ସମୟ ଠିଆ ହେଲା ପରେ ଇଏ ତା ସମନାକୁ ଯାଇଛି  କିନ୍ତୁ ଆଜି ସ୍ଥିର କରିଛି ସେ ଯାଇ ହଷ୍ଟେଲ୍ ଗେଟ୍ ପାଖରେ ସିଦ୍ଧାର୍ଥ ଆସିବା ପୂର୍ବରୁ ଠିଆ ହୋଇ ରହିବ । ତେଣୁ ଆଇନାରେ ମୁହଁକୁ ଦେଖି ବହୁତ ସାହାସର ସହିତ ଏକ ପବିତ୍ର ହୃଦୟ ନେଇ ତା ରୁମ୍ ର ଦୁଆର ବନ୍ଦ କରି ପଳେଇ ଆସିଛି ହଷ୍ଟେଲ ଗେଟ୍ ସାମନାକୁ । ସେ ଠିକ୍ ଗେଟ୍ ପାଖରେ ପହଞ୍ôଚ ଦେଖେ ତ ସିଦ୍ଧାର୍ଥ ଆଗରୁ ଆସୁଛି । ସିଦ୍ଧାର୍ଥକୁ ଦେଖି ପ୍ରିତୀଭରା ହସଟିଏ ହସିଦେଇଛି । ସିଦ୍ଧାର୍ଥ ମଧ୍ୟ ହସିଦେଇଛି । ସିଦ୍ଧାର୍ଥ ିଠିଆ ହୋଇ ରହିଯାଇଛି । ଧୀରେଧୀରେ ତା ପାଖକୁ ଯାଇଛି ଆଉ ପୁରାପୁରି ଅପ୍ରତ୍ୟାଶିତ ଭାବେ ତାର ଡାହାଣ ହାତରେ ସିଦ୍ଧାର୍ଥର ବାମ ହାତକୁ ଧରି ପକେଇ କହିଛି ଚାଲ ଯିବା । ମନରେ ଅସ୍ଫୁରନ୍ତା ଆନନ୍ଦ । ଆକାଶ ପରି ପ୍ରଶାନ୍ତ ମନ । ଛନ୍ଦଶୂନ୍ୟ ଚାହାଣୀ । ପ୍ରେମାତୁର ହୃଦୟ । ସବୁ ସମର୍ପଣ କରିଦେବାର ଆତ୍ମିକ ଜିଜ୍ଞାସା । ବେଳେବେଳେ ଚାଲୁଥିବା ବେଳେ ସିଦ୍ଧାର୍ଥ ର ହାତକୁ  ନିଜ ଶରୀର ସହ ଆଉଜି ପଡୁଥାଏ ।
ଧରିତ୍ରୀ-କେତେଟାରୁ ଉଠିଲଣି ।
ସିଦ୍ଧାର୍ଥ-୫ଟାରୁ ।
ଧରିତ୍ରୀ-କାଲି କେତେ ରାତିରେ ଶୋଇଥିଲ ।
ସିଦ୍ଧାର୍ଥ-ଏଇ ପାଖାପାଖି ୨ଟା ।
ଧରିତ୍ରୀ-୨ଟା, ଏତେ ବେଳଯାଏ କଣ କରୁଥିଲ କି ?
ସିଦ୍ଧାର୍ଥ-ନିଦ ଆସୁନଥିଲା । ସମସ୍ତଙ୍କ କଥା ଖାଲି ମନେ ପଡୁଥିଲା ।
ଧରିତ୍ରୀ-କାହା କାହା କଥା ।
ସିଦ୍ଧାର୍ଥ-ସବୁ ସାଙ୍ଗମାନଙ୍କ କଥା ।
ଧରିତ୍ରୀ-ମୋ କଥା ମନେ ପଡିଲାନି ।
ସିଦ୍ଧାର୍ଥ-ହଁ ମନେ ପଡିବନି କେମିତି ଯେ । କେମିତି ସକାଳ ହେବ ବୋଲି ଭାବୁଥିଲି ।
ଧରିତ୍ରୀ-ଆମେ ଆଉ ଘରକୁ ନ ଯାଇ ଏଇଠି ରହିଗଲେ ହୁଅନ୍ତା ନି ।
ସିଦ୍ଧାର୍ଥ-କାହିଁ ଏ ହଷ୍ଟେଲ୍ ଟା ମୋ ବାପା କେତେବେଳେ ତିଆରି କରିଥିଲେ ମୁଁ ତ ଜାଣିନି? 
ଧରିତ୍ରୀ-ତମର କଥା ଗୁଡାକ ସେମିତିକା । ମନେମନେ ଟିକେ ରାଗ ମିଶା ହସରେ କହିଛି  ମୋ ମୁହଁକୁ ଟିକେ ଚାହିଁଲ ।
ସିଦ୍ଧାର୍ଥ-ଧରିତ୍ରୀର ମୁହଁକୁ ଅନେଇ ହସିଦେଇ କହିଲା ତମେ ଏମିତି କହୁଛ  ସତେଯେମିତି ଏ ସମୟ ଆଉ ଆଗକୁ ନଯାଇ ସେମିତି ଗୋଟିଏ ଜାଗାରେ ରହିଯାଆନ୍ତା ।
ଧରିତ୍ରୀ-ତାହାହେଲେ କେତେ ଭଲ ହୁଅନ୍ତା ? 
      ଦୁଇଜଣ ଯାକ ଚାଲିଚାଲି ମେନ୍‌ରୋଡରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ୍‌ରେ ବସିଛନ୍ତି । ଟିଫିନ୍ ମଗେଇଲା ବେଳକୁ ହଠାତ୍ ଧରିତ୍ରୀ କହି ଉଠିଛି ଦେଖ ଟିଫିନ୍‌ପ୍ୟାକ୍ କରି ନେଇଯିବା । କ୍ୟାମ୍ପସ୍ ପାର୍କରେ ବସି ଖାଇବା । କଲେଜ୍ ରେ ତ ପ୍ରାୟ ଆଉ କେହି ନାହାନ୍ତି । ସିଦ୍ଧାର୍ଥ କହିଛି ହଉ । ୧୨ଟି ଇଡଲ୍‌ି, ତା ସହିତ ତରକାରୀ ଓ ଦୁଇଟି ମିଠା ପ୍ୟାକ୍ କରି ଦୁଇଜଣ ଫେରିଲେ କଲେଜ୍ କ୍ୟାମ୍ପସ୍ କୁ । କଲେଜ୍ କ୍ୟାମ୍ପସ୍‌ର ବଗିଚାର ଗୋଟିଏ କଣକୁ ଚାଲିଗଲେ । କଣରେ ଥିବା ଗୋଟିଏ ଛୋଟ ବଉଳକୋଳି ଗଛର ଛାଇତଳେ ତିଆରି ହୋଇଥିବା ସିଟିଙ୍ଗ୍ ଚେୟାରରେ ଦୁହେଁ ବସି ପଡିଲେ ବଗିଚା ଭିତେର । ଏଣେତେଣେ ଆଉ ପାଞ୍ଚ ଛଅ ଜଣଙ୍କ ଛଡା କେହି ନଥିଲେ । ସମସ୍ତେ ଯେଝା ଘରକୁ ଚାଲି ଗଲେଣି ।
  ଧରିତ୍ରୀ ଜରି ଖୋଲି ଇଡିଲ୍ କାଢି ତରକାରୀରେ ମିଶାଇ ପ୍ରଥମେ ସିଦ୍ଧାର୍ଥ ପାଟିରେ ଖୁଆଇ ଦେଇଛି । ସିଦ୍ଧାର୍ଥ କହିଛି ତୁ ଖାଉନୁ । ଏହା କହି ସିଦ୍ଧାର୍ଥ ମଧ୍ୟ ଧରିତ୍ରୀ ପାଟି ରେ ଇଡିଲି ଟିଏ ଖୋଇଦେଇଛି । ଏମିତି ଖିଆ ଚାଲିଥିବା ଭିତରେ ଧରିତ୍ରୀ ମଝିରେ ମଝିରେ ସିଦ୍ଧାର୍ଥକୁ ଖୋଇ ଦଉଥାଏ । ଖିଆ ସରିଯାଏ ପାଖରେ ଥିବା ପାଣି ଟ୍ୟାପ୍ ରେ ଦୁହେଁ ହାତ ଧୋଇ ସେହି ସିଟିଙ୍ଗ୍ ଚେୟାରରେ ବସିରହନ୍ତି । କଣ ହେଲା କେଜାଣି ଧରିତ୍ରୀ ର ଆଖି ଲୁହରେ ଛଳଛଳ ହୋଇଆସିଲା । ସିଦ୍ଧାର୍ଥ ପଚାରିଲା କଣ ହେଲା କାହିଁ କାନ୍ଦିଲୁ । ଧରିତ୍ରୀ ଆଉ କିଛି କହି ପାରୁ ନଥାଏ । ସିଦ୍ଧାର୍ଥ କାନ୍ଧକୁ ଆଉଜି ପଡି କହିବାକୁ ଲାଗିଲା ପ୍ଲିଜ୍ ତୁମେ ମୋତେ ଆମ ଘରେ ଚାଲ ଟିକେ ଛାଡି ଆସିବ । ସତ କହିବି ମୁଁ ବହୁତ କଷ୍ଟ ପାଉଛି । ତୁମେ ସବୁବେଳେ ମୋ ମନ ହୃଦୟ ଓ ଆତ୍ମାରେ ମୋତେ ଅସ୍ତବ୍ୟସ୍ତ କରିପକଉଛ । ତୁମ ସାଙ୍ଗରେ ଘଡିଏ କଥା ନହେଲେ ମୋତେ ସବୁ ଅସଜଡା ଲାଗୁଛି । ମନ ଅଶାନ୍ତି ହୋଇ ପଡୁଛି । ମୁଁ ତୁମକୁ ଭଲପାଇ ବସିଲାଣି ସିଦ୍ଧାର୍ଥ । ମୁଁ ସମ୍ପୂର୍ଣ୍ଣ ତୁମର ହୋଇଗଲାଣି । ମୁଁ ତୁମ ସହିତ ଏ ଜୀବନ ବିତେଇବାକୁ ଚାହେଁ । ମୋତେ ଛାଡି ଦେବନି, ସିଦ୍ଧାର୍ଥ । ତୁମେ ଛାଡିଦେଲେ ମୁଁ ଆଉ ବଞ୍ôଚପାରିବିନି । ତୁମ ବିନା ଜୀବନ ବେସୁରା, ଦିଶାହୀନ ଆଉ ରଙ୍ଗହୀନ । ଏମିତି କହି ସିଦ୍ଧାର୍ଥ କାନ୍ଧକୁ ଜାବୁଡି ଧରିଛି । 
      ଆଖିରୁ ଲୁହ ଝରଝର ହୋଇ ବୋହିଚାଲିଛି । ସିଦ୍ଧାର୍ଥ କିଛି ବୁଝି ପାରିନି । ତା ହାତରେ ଧରିତ୍ରୀ ର ଆଖି ଦୁଇଟିରୁ ଲୁହ ପୋଛିଦେଇ କହିଛି ହଁ ମୁଁ ତୋତେ ଘରେ ନେଇ ଛାଡି ଦେଇ ଆସିବି । କାନ୍ଦ ବନ୍ଦ କର । ଆଉ ମନକୁ ଦୃଢ କର । କିପରି ଦିଲ୍ଲୀରେ ଯାଇ ଏକୁଟିଆ ଚାକିରୀ କରିବୁ ସେ ବିଷୟରେ ଭାବେ । ମୁଁ ତ ଏଇ ପାଞ୍ଚ ତାରିଖରେ ହାଇଦ୍ରାବାଦ ପଳେଇବି । ତେଣୁ ତୋତେ ଟ୍ରେନ୍ ରେ ବସେଇବାକୁ ମୋ ପାଖରେ ସୁଯୋଗ ନାହିଁ । ମୋତେ ଚାକିରୀରେ ଯୋଗ ଦେବାର ଅଛି ଆଠ ତାରିଖରେ । ତେଣୁ ଯିବାଟାକୁବିକ୍ୟାନସଲ୍ କରିହେବନି । ତମେ, ରଶ୍ମିତା, ମୋନା ତିନିଜଣଯାକ ମୋ ମଉସା ବୁଝି ଦେଇଥିବା ଭଡାଘରେ  ହିଁ ଏକାଠି ରହିବ । 
      ମଉସାଙ୍କ ପରିବାର ସେହି ଗୁଡ୍ଗାଗାଓଁ  ରେ ତୁମ ଭଡାଘର ଠାରୁ ବାସ ଏକ କି.ମି ଦୂରରେ ରହୁଛନ୍ତି । ତେଣୁ ମନରେ କିଛି ଭୟ କରିବାର ନାହିଁ । ରଶ୍ମିତା ଏବଂ ମୋନାର ବାପା ସେମାନଙ୍କୁ ଟ୍ରେନ୍‌ରେ ବସେଇବାକୁ ଆସିବେ । ଆଉ ତୁ ଆସିଲା ବେଳକୁ ଗାୟତ୍ରୀକୁ ଆଣିବୁନି କାରଣ ଟ୍ରେନ୍ ଟି ତୁମର ସନ୍ଧ୍ୟା ସାତଟାରେ । ସେ ଘରକୁ ଫେରିପାରିବନି । ତେଣୁ ତୁ ଆସି ୧ନମ୍ବର ପ୍ଲାଟଫର୍ମରେ ରଶ୍ମିତା ଓ ମୋନା ସହିତ ଏକାଠି ହୋଇଯିବୁ । ମୁଁ ତୋତେ ଫୋନ୍ କରୁଥିବି ।ଏମିତି ସ୍ନେହ ବୋଳା କଥାରେ ଧରିତ୍ରୀର ମନଟିକେ ହାଲକା ହୋଇଯାଇଛି । ସେ ଟିକେ ଡେରିହୋଇ ବସିଛି । ସିଦ୍ଧାର୍ଥ କହିଛି ହଉ ଚାଲେ ଯିବା । ଦୁଇଜଣ ନିଜେ ନିଜ ହଷ୍ଟେଲ୍ କୁ ଆସିଛନ୍ତି । ସିଦ୍ଧାର୍ଥ ଧରିତ୍ରୀର ସବୁଯାକ ଲଗେଜ୍ ଧରି ମେନ୍ ରୋଡ୍‌ରୁ ଗୋଟିଏ ଅଟୋରିକ୍ସାରେ ବରମୁଣ୍ଢା ବସ୍‌ଷ୍ଟାଣ୍ଡକୁ ଆସିଛନ୍ତି । ବରମୁଣ୍ଡାରେ ଲାଗିଥିବା ଏରସମା ବସ୍ ରେ ଦୁଇଜଣ ବସିଛନ୍ତି । ଧରିତ୍ରୀର ମନ ଭାରି ଖୁସି ଯେ ସିଦ୍ଧାର୍ଥ ତାକୁ ଛାଡିବାକୁ ଯିବ । ସିଦ୍ଧାର୍ଥର ତାର ଗୋଟିଏ ସିଟ୍ ରେ ବସିଛନ୍ତି ।
      ବସଷ୍ଟାଣ୍ଡ୍‌ରୁ ସିଦ୍ଧାର୍ଥ ଗୋଟିଏ ଉଇଜ୍‌ଡମ୍ ମ୍ୟାଗାଜିନ୍ ଟେ କିଣି ଧରିତ୍ରୀକୁ ଦେଇଛି ପଢିବାକୁ । ବସ୍ ରେ ଭୋକ ମେଣ୍ଟାଇବା ପାଇଁ କିଛି ଫଳ ଓ ବିସ୍କୁଟ ସିଦ୍ଧାର୍ଥ  କିଣି ପାଖରେ ରଖିଛି । ଧରିତ୍ରୀ ହଜିଯାଇଥାଏ ଭବିଷ୍ୟତର ଜୀବନସାଥୀର ସଙ୍ଗର ଆସଙ୍ଗରେ । ମନ ପ୍ରସନ୍ନ । ଖାଲି ୟାଡୁସାଡୁ ଧୀରେଧୀରେ ଗପି ଚାଲିଥାଏ ସିଦ୍ଧାର୍ଥ ସହିତ । ହେଲେ ସିଦ୍ଧାର୍ଥକୁ ବହୁତ ଗପିବାଟା ଜମା ଭଲ ଲାଗେନାହିଁ  ବୋଲି ସେ ଭଲଭାବରେ ଜାଣିଛି । ତଥାପି ପ୍ରିତୀର ସେ ଉଜାଣିରେ ତା ପାଟି କୁଆଡେ ଚୁପ୍ ବା ରହିପାରୁଛି । ଠିକ୍ ସନ୍ଧ୍ୟା ପାଞ୍ଚଟାରେ ବସ୍ ପହଞ୍ôଚଛି ସରସମାରେ । ଦୁହେଁ ଯାଇ ସରସମାରେ ପହଞ୍ôଚଲା ବେଳକୁ ଧରିତ୍ରୀର ବୋଉ ଆଉ ଗାୟତ୍ରୀ ଚାତକ ଭଳି ଚାହିଁ ରହିଥାନ୍ତି  ଧରିତ୍ରୀର ବାଟକୁ । ସେମାନେ ଏ ଉଭୟଙ୍କୁଦେଖି ବହୁତ ଖୁସି ହୋଇଯାଇଛନ୍ତି । ସିଦ୍ଧାର୍ଥ ସେ ଦିନ ରାତିରେ ତାଙ୍କ ଘରେ ପୁଅ ପରି ରହେ । ଧରିତ୍ରୀ ବୋଉର ମନ ବି ସିଦ୍ଧାର୍ଥକୁ ପାଇ ଭାରି ଖୁସି । ରାତିରେ ସିଦ୍ଧାର୍ଥ ଧରିତ୍ରୀର ବୋଉକୁ ଓ ଗାୟତ୍ରୀକୁ ଧରିତ୍ରୀର ଦିଲ୍ଲୀ ଯିବା ବିଷୟରେ ସବୁ ବୁଝେଇଛି । ସମସ୍ତେ ସାଙ୍ଗ ହୋଇ ଖାଇଛନ୍ତି ରାତିରେ । 
      ଧରିତ୍ରୀ, ଗାୟତ୍ରୀ ଓ ତାର ବୋଉ ଗୋଟିଏ ଘରେ ଶୋଇଛନ୍ତି ଓ ସିଦ୍ଧାର୍ଥ ଆଉ ଗୋଟିଏ ଘରେ ଏକୁଟିଆ ଶୋଇଛି । ସକାଳୁ ସମସ୍ତେ ଉଠି ପଡିଲେଣି । ସେତେବେଳକୁ ସକାଳ ସାତଟା ହେଲାଣି  ହେଲେ ସିଦ୍ଧାର୍ଥ ଉଠିନି । ଧରିତ୍ରୀ ଯାଇଛି ଡାକିବାକୁ । ଗଲା ବେଳକୁ ଶୋଇରହିଛି ସିଦ୍ଧାର୍ଥ । ସେତେବେଳକୁ ଧରିତ୍ରିର ବୋଉ ଗାଧଉଥାଏ ଓ ଗାୟତ୍ରୀ ବାହାରକୁ ଖିର ଆଣିବାପାଇଁ ଯାଇଥାଏ । ଚୁପ୍ କିନା ଧରିତ୍ରୀ ଯାଇ ସିଦ୍ଧାର୍ଥକୁ ହଲେଇ କରି ଡାକିଛି ସାର୍ ଉଠନ୍ତୁ । ଏତେ ଡେରିକଣ । ସିଦ୍ଧାର୍ଥ ହଠାତ୍ ଉଠି ପଡିଛି । ଯାଅ ମୁହଁ ଧୁଅ । 
      ଏତିକି କହି ଆଖି ପିଛୁଳାକେ ସିଦ୍ଧାର୍ଥର ଗାଲରେ ଗୋଟିଏ କିସ୍ କରି ଦେଇ ସେଠାରୁ ପଳାଇଛି । ସିଦ୍ଧାର୍ଥ ନିଜକୁ ବୁଝି ପାରିନି । ସିଦ୍ଧାର୍ଥ ଜାଣିଶୁଣି ପୁଣି ଶୋଇପଡିଛି । ପୁଣି ଦୁଇ ମିନିଟ୍ ପରେ ଧରିତ୍ରୀ ଆସି ଦେଖିଲା ବେଳକୁ ବାବୁ ଶୋଇଛନ୍ତି । ପୁଣି କଣ ଶୋଇଲ ଯେ । ଉଠୁନ । ସିଦ୍ଧାର୍ଥ କହିଛି ଏମିତି କଣ କିସ୍ କରନ୍ତି । ଟିକେ ଧରିକି ଲଗାଲଗି ଛିଡା ହୋଇ କିସ୍ କରନ୍ତି ନା । ହଉ ହଉ ତୁମେ ଉଠିଲ । ସିଦ୍ଧାର୍ଥର ହାତ ଧରି ବେଡ୍ ଉପରୁ ଭିଡିଆଣି ଛିଡା କରି ଦେଇଛି । ଛିଡା କରିସାରିଲା ପରେ ଧରିତ୍ରୀ ସିଦ୍ଧାର୍ଥକୁ କୁଣ୍ଢେଇ ପକେଇ ତା ଛାତିକୁ କିସ୍ କରି କହିଛି ତୁମେ କେଉଁଦିନ ମୋତେ ସବୁଦିନ ପାଇଁ ନେଇଯିବ ଯେ । ସିଦ୍ଧାର୍ଥ କିଛି ନକହି ଚୁପ୍ ରହିଛି । ଧରିତ୍ରୀ ସେଠୁ ଚାଲିଯାଇଛି । ସିଦ୍ଧାର୍ଥର ଗାଧୁଆ ସରିଗଲା ପରେ ସମସ୍ତେ ସାଙ୍ଗ ହୋଇ ସକାଳର ଜଳଖିଆ କରିଛନ୍ତି । ଠିକ୍ ଦିନ ଦଶଟାରେ ସିଦ୍ଧାର୍ଥ ବାହାରିଛି ନିଜ ଘରକୁ ଯିବାକୁ । ଗଲାବେଳେ ଧରିତ୍ରୀ ଓ ତାର ବୋଉକୁ ବୁଝେଇଛି ଦିଲ୍ଲୀଗଲାବେଳେ ସାଙ୍ଗ ରେ କଣକଣ ନେବ ।  ଧରିତ୍ରୀ କହିଛି ତୁମେ ହାଇଦ୍ରବାଦ ଗଲାଦିନ ମୁଁ ଷ୍ଟେସନ୍ ଯିବି । ସିଦ୍ଧାର୍ଥ ମନା କରିଛି । ନାହିଁ ଏକୁଟିଆ ଯିବା ଆଦ୍ୟୈ ଦରକାର ନାହିଁ । ସିଦ୍ଧାର୍ଥ ଘରୁ ଗଲାବେଳେ ଧରିତ୍ରୀ ର ମା’ କାନ୍ଦି ପକେଇଛି । କହିଛି ପୁଅ ଗତ ଚାରିବର୍ଷ ହେଲା ତୁମେ ମୋର ପୁଅ ଭଳି ସବୁ ସୁବିଧା ଅସୁବିଧାରେ ଠିଆ ହୋଇଛ । ଏବେ ଧରିତ୍ରୀ ଏକୁଟିଆ ଦିଲ୍ଲୀରେ କି ଚାକିରୀ କରିବ କଣ କରିବ ମନ ଭୟରେ ଭଲ ଲାଗୁନି । 
      ସିଦ୍ଧାର୍ଥ କହିଛି  ଆଦ୍ୟୈ ବ୍ୟସ୍ତ ହୁଅନ୍ତୁନି ମାଉସୀ । ଭଗବାନଙ୍କ ଦୟାରୁ ସବୁ ଠିକ୍ ହୋଇଯିବ । କିନ୍ତୁ ଆଖି କୋଣରୁ ଉତୁରି ଆସୁଥିବା ଲୁହକୁ ବହୁତ ସନ୍ତର୍ପଣରେ ଚାପି ଦେଇଛି ଧରିତ୍ରୀ । ସିଦ୍ଧାର୍ଥ ହାତହଲାଇ ଟାଟା କରିବା ସହିତ ଦୂରକୁ ଦୂରକୁ ଆଗେଇ ଚାଲିଛି । ହଠାତ୍ ଗାୟତ୍ରୀ କହିଛି ସିଦ୍ଧାର୍ଥ ଭାଇ ତୁମେ ଏକୁଟିଆ ଯିବନି । ଆମେ ଅପାର ମୋର ତୁମକୁ ବସଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଛାଡିବାକୁ ଯିବୁ । ଧରିତ୍ରୀ ର ବୋଉ ରାଜି ହୋଇ ଯାଇଛି । ତିନିଜଣ ଯାକ ଚାଲିଛନ୍ତି ମେନ୍ ରୋଡ୍‌ରେ ବସଷ୍ଟପ୍‌କୁ । ଆଗେ ଆଗେ ଗାୟତ୍ରୀ ତା ପଛରେ ସିଦ୍ଧାର୍ଥ ଓ ତା ପଛରେ ପାଖକୁ ପାଖ ଧରିତ୍ରୀ । ଧରିତ୍ରୀ ଆଉ କିଛି କହୁନଥାଏ । ଖାଲି ଏତିକି କହୁଥାଏ ଫୋନ୍ କରିବ । ମନ ଜମା ଭଲଲାଗିବନି । ସିଦ୍ଧାର୍ଥ କହିଛି ହଉ । ପହଞ୍ôଚଛନ୍ତି ବସ୍‌ଷ୍ଟପ୍ ରେ । ବସ୍ ଆସି ପହଞ୍ôଚଛି । ସିଦ୍ଧାର୍ଥ ବସ୍ ରେ ଚଢିଛି । ବସ୍ ଟି ଆଗକୁ ଆଗକୁ ଚାଲିଛି । ସିଦ୍ଧାର୍ଥ ର ହାତ ହଲାଇବାଟା ଧୀରେଧୀରେ ଅଦୃଶ୍ୟ ହେବାରେ ଲାଗିଛି । ଏଣେ ଧରିତ୍ରୀ ତାର ମନର କୋହକୁ ନିଜ ହୃଦୟ ଭିତରେ ଚାପି ରଖି ଗାୟତ୍ରୀ ସଙ୍ଗେ ଘରକୁ ଫେରିଛି ।


*******

ଆଠ

ସେମାନଙ୍କ ପାଇଁ  ଜୀବନ ଜିଇଁବାଟା ଏତେ ସହଜ ନୁହେଁ । ଯେଉଁମାନେ ବଞ୍ôଚ ରହିବା ପାଇଁ ଅହରହ ସଂଘର୍ଷ କରି ଚାଲିଥାନ୍ତି । ସଭ୍ୟ ସମାଜର ଶିକ୍ଷିତ ଦାୟଦ ଭାବେ ନିଜକୁ ପରିଗଣିତ କରି ସାରିଲା ପରେ ସାମାଜିକ ଚାଲିଚଳନ ପାଇଁ ଆବଶ୍ୟକ ଜିନିଷ ପାଇବା ପାଇଁ ପ୍ରତିମୂହୁର୍ତ୍ତରେ  ଲଢିବାକୁ ପଡେ । ଯେଉଁମାନଙ୍କ ପାଖରେ ପିତୃ ଅର୍ଜିତ ଧନର ଭାର ସମ୍ଭାର ଅଧିକ, ସେମାନେ ହୁଏତ ଜୀବନକୁ ଉପଭୋଗ କରିପାରନ୍ତି ଅବା ଉପଭୋଗର ପରିସରକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆଗକୁ ଆଗକୁ ନିଜ ପ୍ରାଚୁର୍ଯ୍ୟର ଭଣ୍ଡାରକୁ ଭାରି କରିବାରେ ଲାଗିପଡନ୍ତି । କିନ୍ତୁ ଧରିତ୍ରୀ ପରି ଚରିତ୍ରକୁ ଜୀବନକୁ ଆଗକୁ ଗଡେଇନେବା ପାଇଁ ସବୁବେଳେ ସଘଂର୍ଷ କରିବାକୁ ହିଁ ପଡିବ । ଇଞ୍ଜିନିୟରିଂ କଲେଜ୍‌ରେ ଆଡମିଶନ୍ କରିବା ପୂର୍ବରୁ ସେ ବିଜ୍ଞାପନଟିରେ ପଢିଥିଲା କଲେଜଟିର ୧୦୦% ପ୍ଲେସ୍‌ମେଣ୍ଟ ରେକର୍ଡ ଏଥର କିନ୍ତୁ ବହୁତ କଷ୍ଟରେ ମାତ୍ର ତାଙ୍କ ବ୍ୟାଚ୍‌ରୁ ୪୦ ପିଲା ଚାକିରୀ ପାଇଛନ୍ତି । ହଁ ସେମାନଙ୍କ ଭିତରୁ ଦୁଇ ଚାରିଜଣ ନାମୀଦାମୀ କମ୍ପାନୀରେ  ପାଇଛନ୍ତି ହେଲେ ଅନ୍ୟ ସମସ୍ତେ ପ୍ରାୟ ଛୋଟ ମୋଟ କମ୍ପାନୀରେ ପାଇଛନ୍ତି । ଆଉ ଧରିତ୍ରୀ ପାଇଛି ଗୁଡଗାଓଁ ସ୍ଥିତ ଟି.ସି. ଇଣ୍ଟରନ୍ୟାସନାହରେ ଚାକିରୀ । ଯାହାହେଉ କମ୍ପାନୀ ଟି ସର୍ତ୍ତ ରଖିଛି ପ୍ରଥମ ଚାରିମାସ ପନ୍ଦର ହଜାର ଟଙ୍କା ଲେଖାଏଁ ଦେବ ଆଉ ତା ପରେ କାର୍ଯ୍ୟ ଶୈଳୀ ଦେଖି ଦରମା ଦୁଇଗୁଣରୁ ଅଧିକ କରିପାରେ । ତେଣୁ ସେ ମନେମନେ ପଣ କରିଛି ମନେଦଇ କାମ କରିବ ଓ ନିଜର ସମସ୍ତ କଳା କୌଶଳକୁ ଏମିତି ଢଙ୍ଗରେ ଉପସ୍ଥାପିତ କରିବ ଯେ ଚାରିମାସ ପରେ କମ୍ପାନୀ ୟାର ଦରମା ନିଶ୍ଚୟ ଦୁଇଗୁଣରୁ ଅଧିକ କରିବାକୁ ବାଧ୍ୟେହବ ।
      ରଶ୍ମିତା, ମୋନା ଓ ସେ ତିନିଜଣ ଯାକ ସାଙ୍ଗ ହୋଇ ଏକାଠି ଦିଲ୍ଲୀ ଯିବେ । କାରଣ ରଶ୍ମୀତା ଓ ମୋନାର ମଧ୍ୟ ସେହି ନୂଆ ଦିଲ୍ଲୀରେ ଚାକିରୀ ହୋଇଛି । ମୋନାର ନିଜ ଘର ଆଠଗଡ ଆଉ ସେ ତା ମଉସା ଘରେ ଆସି ଭୂବନେଶ୍ୱରରେ ରହି ପାଠ ପଢୁଥିଲା । ମୋନାର ଚରିତ୍ର ଧରିତ୍ରୀ ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବା ବିପରୀତ କହିଲେ ଅତ୍ୟୁକ୍ତି ହେବନାହିଁ । ସେ ନିଜକୁ ଆଧୁନିକ ଚାଲିଚଳନୀରେ ନିଜକୁ ସମ୍ପୂର୍ଣ୍ଣ ଢାଳି ଦେଇଛି । ତାର ବେଶଭୂଷା, କଥାବାର୍ତ୍ତା, ଆଚାର ବ୍ୟବହାର ସବୁଥିରେ ଦେଖେଇହେବା ପଣଟା ପୁରା ସ୍ପଷ୍ଟ ବାରି ହୋଇ ପଡେ । ଆଉ ତା ଚରିତ୍ରର ସବୁଠୁ ନିଆରା ପଣ ହେଲା ସମସ୍ତଙ୍କ ସହ ମିଶେ ହେଲେ କାହାରିକୁ ବିଶ୍ୱାସ କରେନି । ପୁଅ ପିଲାଙ୍କ ସହିତ ମିଶିବାଟା ତାର ପିଲାଖେଳଠୁ ବି ଆହୁରି ହୀନ । ଯେତେବେଳେ ଚାହିଁଲା ଯେଉଁ ପୁରୁଷ  ପିଲା ସାଙ୍ଗରେ ହେଉ ସେ ଅତି ସହଜରେ କୁଆଡେ ବି ଯାଇପାରେ । 
     ଆଧୁନିକ ନାଚରେ ଧୂରନ୍ଧର ଜୀବନରେ ଗୋଟିଏ ମଡେଲ୍ ହେବାର ସ୍ୱପ୍ନ ଏବେ ମଧ୍ୟ ତା’ର ଅଛି । ପ୍ରତି ମାସରେ  ସେ ଅତି କମ୍ ରେ ଥରେ କୌଣସି ବିୟୁଟି ପାର୍ଲରକୁ ଯାଇଥାଏ ନିଜକୁ ସଜେଇବା ପାଇଁ । ଟି.ଭି. ରେ ଯେଉଁ ଚ୍ୟାନେଲ୍ ରେ ଯେଉଁ ନୃତ୍ୟ ରିୟଲ ସୋ ହୋଇଥାଏ ସେ ସବୁଥିରେ ଭାଗନିଏ । ତା’ର ନାଚ ପ୍ରତି ବହୁତ ଦୁର୍ବଳତା । ଆଉ ଫେସନ୍ ଦୁନିଆ ପ୍ରତି ତାର ଅହେତୁକ ମୋହ । ତା ପାଇଁ କୈାଣସି ଯୁବକ ସହିତ ହଗ୍ କରିବାଟା ଏକ ମାମୁଲି କାମ । ସବୁବେଳେ ନିଜକୁ ଫିଲ୍ମ୍‌ର ହିରୋଇନ୍ ଭଳି ସଜବାଜ ହୋଇଥାଏ । ସେ ସବୁବେଳେ ଟାଇଟ୍ ଜିନପ୍ୟାଣ୍ଟ୍ ସହିତ ଢିଲା ସୁତାର ଟି ସାର୍ଟ ପିନ୍ଧିବାକୁ ବହୁତ ପସନ୍ଦ କରେ ଆଉ ସେଇଆ ପିନ୍ଧେ ମଧ୍ୟ । ତା’ର କଥା କହିବାର ଚାତୁରୀ ଓ ମିଳାମିଶା ପ୍ରକୃତି ଏମିତିଯେ ସେ ସବୁ ପରୁଷ ବନ୍ଧୁଙ୍କୁ ନିଜ ଜାଲରେ ବାନ୍ଧି ରଖିବାରେ ସମର୍ଥ । 
      ତା’ର ଆଖିର ଯତ୍ନ ଏକ ଭିନ୍ନତା ବହନ କରେ । କଜ୍ଜଳର ଗାର ସହିତ ଆଖି ପତା ଉପରେ ଆଧୁନିକ ସୈାନ୍ଦର୍ଯ୍ୟ  ପ୍ରସାଧନ ରଙ୍ଗ ଏକ ଅପ୍ରାକୃତିକ ସୈାନ୍ଦର୍ଯ୍ୟ ସୃଷ୍ଟି କରେ । କାନରେ ଝୁଲୁଥିବା ଲମ୍ବା ଇମିଟେସ୍‌ନର ଝରା ନିଜର ଟି ସର୍ଟ ସହିତ ମ୍ୟାଚିଙ୍ଗ୍ କରି ପ୍ରତିଦିନ ନିଜର ରଙ୍ଗ ବଦଳଉଥାଏ । ବେକରେ ପ୍ରତିଦିନ ରଙ୍ଗ ପରିବର୍ତ୍ତିତ ମ୍ୟାଚିଙ୍ଗ୍ ସରୁ ମୋତିମାଳି ବେକ ସହିତ ତାର ଛାତିକୁ ମଧ୍ୟ ଏକ ମାଧୁର୍ଯ୍ୟତା ପ୍ରଦାନ କରେ । ହାତ ଦୁଇଟି ଶଙ୍ଖା ଶୂନ୍ୟ । ଡାହାଣ ହାତରେ  ଓସାରିଆ ସୁନାରଙ୍ଗ ବ୍ରେସ୍‌ଲେଟ୍  ଏବଂ ବାମ ହାତରେ ଗୋଟିଏ ଘଣ୍ଟା ତାର ଦୈନିକ ଆଭୁଷଣ ଭିତରୁ ଅନ୍ୟତମ । ଓଠରେ ଲିପ୍‌ଷ୍ଟିକ୍ ବିନା ସେ ବୋଧହୁଏ କେବେ ବାହାରକୁ ବାହାରେନି । ପାଦରେ ସବୁବେଳେ ଆଧୁନିକ ଉଚ୍ଚ ହିଲ୍ ସମ୍ପୂର୍ଣ୍ଣ ଚପଲ । ତାର ଚାଲିକୁ କାହାର ଉପମା ଦେଲେ ଠିକ୍ ହେବ ଭାବନା ବାହାରର କଥା । ଜଣେ ମନସ୍ତତ୍ତ୍ୱବିତ ଯଦି ତାର ରୂପ ରଙ୍ଗ ଓ ଚାଲିଚଳନ କୁ ଦେଖି କେଉଁ ନାରୀର ପ୍ରକାର ଭେଦରେ ତାକୁ ଅନ୍ତର୍ଭୁକ୍ତ କରିବାଟା ସମୀଚିନ ବେ ସେ ମଧ୍ୟ ଦ୍ୱନ୍ଦରେ ପଡିଯିବ । ତଥାପି ଜୀବନ ତା’ର ।  ଜୀବନ ଶୈଳୀ ମଧ୍ୟ ତା’ର । ସେ କାହାକୁ ଅନୁସରଣ କରେନି କିମ୍ବା କାହାର ତା’ ପ୍ରତି ମନ୍ତବ୍ୟକୁ ସେ କେବେ ବି ପ୍ରାଧାନ୍ୟ ଦିଏନି । ସ୍ୱକୀୟ ଢଙ୍ଗରେ ସେ ବଞ୍ôଚବାକୁ ଭଲପାଏ ଆଉ ବଞ୍ôଚଛି ମଧ୍ୟ । ତା ପୃଥିବୀର ଯେ କୈାଣସି ଦେଶ, ସହର, ବ୍ୟକ୍ତି ହୁଅନ୍ତୁ ନା କାହିଁକି ସେ ସମସ୍ତଙ୍କ ସହିତ ସହଜରେ ଜୀବନ ବିତେଇ ପାରିବ । 
      ତେଣୁ ତା’ପଇଁ ଦିଲ୍ଲୀରେ ଚାକିରୀ କରିବାଟା ଆଦ୍ୟୈ କଷ୍ଟକର ପାଠ ନୁହେଁ । ଏ ପୁରୁଷ ମାନଙ୍କୁ କିପରି ନିଜ ଆୟତ୍ତରେ ରଖାଯାଇ ପାରେ ସେ ସେ କଳାରେ ଭରପୁର ନିପୂଣ । ପୁରୁଷ ମାନଙ୍କ ଛୋଟମୋଟ ଅବା ଶେଷ ଶାରିରୀକ ସମ୍ପର୍କ ହେଉ ତା’ ପାଇଁ ଅତି ଛୋଟକାମ । ସେଥିରେ ତା’ର ଯାଏ ଆସେ କିଛି ନାହିଁ । ସେ ଜୀବନକୁ ଭରପୁର ଉପଭୋଗ କରେ । ଆଉ ଅନ୍ୟମାନଙ୍କୁ ଉପଭୋଗ କରିବାକୁ ସୁଯୋଗ ମଧ୍ୟ ଦିଏ ।
      ରଶ୍ମୀତାର ଜୀବନଶୈଳୀ ଟିକେ ସ୍ୱାଭିମାନରେ ଭରା । ତା’ର ସବୁଠୁ ତା’ ପାଇଁ ବଡ ଦୁର୍ବଳତା ଯେ ସେ ସେତେ ସୁନ୍ଦର ନୁହେଁ । ସେ ଜୀବନରେ ଅନୁଭବ କରିଛି  ସାଧାରଣତଃ େକୈାଣସି ପୁରୁଷ ପିଲା ତା’ ଆଡକୁ ଆକର୍ଷିତ ହୁଅନ୍ତି ନାହିଁ । ମନେମନେ ୟାକୁ କଷ୍ଟଲାଗିଲେ ମଧ୍ୟ ତାକୁ ବରଦାସ୍ତ କରିକରି ତା’ର ଦେହସୁହା ହୋଇଗଲାଣି । ତେଣୁ ଦିଲ୍ଲୀ ଅବା ବମ୍ବେ ଯେ କୈାଣସି ସହର ହେଉ ସେ ଅନାୟାସରେ କାମ କରିପାରିବ । ତା’ର ଏ ପୁରୁଷମାନଙ୍କର ପୈଶାଚିକ ପଣକୁ ସେତେ ଡର ନଥାଏ । ହଁ ମଦୁଆ ମାନଙ୍କୁ ସେ ଟିକେ ଭୟକରେ କାରଣ ସେ ଜାଣିଛି ମଦପିଇଦେଲା ପରେ ତା’ ଭଳି ଅସୁନ୍ଦରୀ ତରୁଣୀ ମଧ୍ୟ ସେମାନଙ୍କୁ ସ୍ୱର୍ଗର ଅପସରି ଭଳି ଦେଖାଯାଆନ୍ତି । ସେ କିନ୍ତୁ ସହରି ଝିଅ । ସହରରେ ତା’ରଜୀବନର ଉପାଦାନ ସବୁ ଗଢା । 
       ସେ ବି ଅନୁଭବ କରିଛି ଇଣ୍ଟରଭିଉରେ ସିଲେକ୍ସନ୍ ବେଳେ ପ୍ରଥମେ ଝିଅମାନଙ୍କର ସୁନ୍ଦରତାକୁ ବି ଗୁରୁତ୍ୱ ଦିଆଯାଇଥିଲା । ଯାହାହେଉ ୟାର ଟିକେ ଭଲ ଉତ୍ତର ସହିତ ଉପସ୍ଥତି ବୁଦ୍ଧି ପାଇଁ  ୟାକୁ କମ୍ପାନୀ ସିଲେକ୍ସନ୍ କରିଛି । ତଥାପି ନିଜକୁ ଟିକେ ସୁନ୍ଦର ଦେଖିବା ପାଇଁ ସେ ଅନେକ କୃତ୍ରିମ ଉପାୟର ମଧ୍ୟ ସାହାରା ନେଇଥାଏ । ଏକ ତାରିଖଦିନ ସିଦ୍ଧାର୍ଥ ହାଇଦ୍ରାବାଦ ପଳେଇଲା କାରଣ ତାକୁ ୫ ତାରିଖ ଦିନ ତା ଚାକିରୀରେ ଯୋଗ ଦେବାରେ ଥିଲା । ସେ ଗଲାଦିନ ଠାରୁ ଏବେ ଚାକିରୀରେ ଯୋଗ ଦେବା ପରେ ମଧ୍ୟ ପ୍ରତିଦିନ ଧରିତ୍ରୀକୁ ଫୋନ୍ କରେ ।ଆଜି ପାଞ୍ଚ ତାରିଖ । ଧରିତ୍ରୀ, ମୋନା ଓ ରଶ୍ମିତା ଆଜି ସନ୍ଧ୍ୟା ସାତଟାରେ ଟ୍ରେନ୍‌ରେ ବସିବେ ।  ସିଦ୍ଧାର୍ଥ ମଧ୍ୟ ମୋନା, ରଶ୍ମୀତାକୁ ଫୋନ୍ କରି କହିଦେଇଛି ତୁମେ ସମସ୍ତେ ଷ୍ଟେସନ୍‌ରେ ପ୍ଲାଟଫର୍ମ ନଂ୧ ରେ ସନ୍ଧ୍ୟା ଛଅ ଟାରେ ଏକାଠି ହେବ । ଧରିତ୍ରୀ ଆସି ୫ଟା୩୦ମିନିଟ୍ ରେ ଷ୍ଟେସନ୍‌ରେ ପହଞ୍ôଚ ଯାଇଛି । ସାଙ୍ଗରେ ଗୋଟିଏ ଏୟାର ବ୍ୟାଗ୍‌, ପାଣି ବୋତଲ ଓ ଅନ୍ୟ ଗୋଟିଏ ଛୋଟ ଜରିରେ ତା ବୋଉ ଦେଇଥିବା ଖାଦ୍ୟ । ମୋନା ଓ ରଶ୍ମିତା ଦୁଇଜଣଯାକ ତାଙ୍କ ବାପାଙ୍କ ସହିତ ଆସି ୫ଟା୪୫ରେ ପହଞ୍ôଚ୍ ଯାଇଛନ୍ତି । ଧରିତ୍ରୀ ସେମାନଙ୍କୁ ଦେଖିଦେଲା ପରେ ଟିକେ ଖୁସି ହୋଇଯାଏ । ମନରେ ବଳ ସଞ୍ଚରି ଆସେ । ସମୟ ଗଡିଚାଲିବା ସହିତ ଟ୍ରେନ୍ ଟି ଆସି ୭ଟାରେ ପ୍ଲାଟ୍‌ଫର୍ମରେ ପ୍ରବେଶ କରି ଠିଆ ହୋଇଯାଏ ।  ତିନିହେଁ ବଗି ଭିତରେ ଚଢି ନିଜ ସିଟ୍ ଉପରେ ବସି ପଡନ୍ତି । ଟ୍ରେନ୍‌ଟି ଷ୍ଟେସନ୍ ଛାଡେ ଓ ନିଜର ଗନ୍ତବ୍ୟ ପଥରେ ଆଗେଇ ଚାଲେ । 
      ଟ୍ରେନ୍ ଯାତ୍ରାର ଆନନ୍ଦ ସେମାନେ ସେତେଟା ନେଇପାରନ୍ତି ନାହିଁ  କାରଣ ମନରେ ଏକ ଅଜଣା ଭୟ ତିନିଜଣଙ୍କ ମନରେ ହିଁ ଲୁଚି ରହିଥାଏ । ତାହା ହେଲା କିପରି ଚାକିିରୀରେ ଯୋଗଦେବେ । କମ୍ପାନୀ କିପରି ହୋଇଥିବ । ସେଠାକାର ଲୋକମାନେ କିପରି ହୋଇଥିବେ । କମ୍ପାନୀରେ କଣ ସବୁ କାମ କରିବାକୁ ପଡିବ । ତିନିଜଣଙ୍କ ମନଭିତରେ ଏଇକଥା ସବୁ ପ୍ରାୟ ପ୍ରତି ମୁହୁର୍ତ୍ତରେ ଆନ୍ଦୋଳିତ ହେଉଥାଏ । ତଥାପି ତିନିଜଣଯାକ ଅଳ୍ପ କଥାବାର୍ତ୍ତା ଆଉ ସମ୍ବାଦ ପତ୍ର ଓ ମାଗାଜିନ୍ ପଢାପଢିରେ ବିତେଇ ଦିଅନ୍ତି । ୭ ତାରିଖ ସକାଳୁ ସକାଳୁ ଟ୍ରେନ୍ ଯାଇ ନୂଆଦିଲ୍ଲୀ ଷ୍ଟେସନ୍‌ରେ ପହଞ୍ôଚଯାଏ । ତିନିଜଣ ଟ୍ରେନ୍‌ରୁ ଓହ୍ଲାନ୍ତି ଓ ଗୋଟିଏ ପ୍ରିପେଡ୍ ଟ୍ୟାକ୍‌୍ସି ନେଇ ଗୁଡଗାୱଁ ଯାଆନ୍ତି । ସିଦ୍ଧାର୍ଥର ମଉସା ଯେଉଁ ଭଡାଘର ବୁଝିଥାନ୍ତି ସେହି ଠିକଣାରେ ଟ୍ୟାକ୍‌୍ସି ବାଲା ନେଇ ତିନିଜଣଙ୍କୁ ଓହ୍ଲାଇଦିଏ । ସିଦ୍ଧାର୍ଥ ମଉସା ଆସି ସେଠି ପହଞ୍ଚନ୍ତି ଓ ତିନିଜଣଙ୍କୁ ସ୍ୱାଗତ କରି ସେହି ଭଡାଘରେ ଛାଡିଦିଅନ୍ତି । 
      ସେ ଭଡାଘର ଟିରେ ସବୁ ପ୍ରକାର ସୁବିଧା କିଚେନ୍ ରେ ଆବଶ୍ୟକ ସରଞ୍ଜାମ ଥାଏ । କେବଳ ସଉଦା କିଣିକି ଆଣି ରୋଷେଇ କରି ଖାଇବା କଥା । ସେ ଘରର ଭଡା ମାସକୁ ୧୨୦୦୦ଟଙ୍କା ତେଣୁ ପ୍ରତ୍ୟେକ ୪୦୦୦ଟଙ୍କା ଲେଖାଏଁ ଦେବେ । ସିଦ୍ଧାର୍ଥ ର ମଉସା କହିଛନ୍ତି ତୁମେ ତିନିଜଣ ଗାଧୁଆ ପାଧୁଆ କରିପକାଅ । ମୁଁ ତୁମକୁ ଦିନ ଏଗାରଟା ପର୍ଯ୍ୟନ୍ତ ସମୟ ଦେଇପାରିବି । କାରଣ ମୁଁ କହିବା ମୁତାବକ ମୋ ଅଫିସରେ ବାରଟାରେ ଯାଇ ପହଞ୍ôଚବି । ତେଣୁ ସେ ତିନିଜଣ ତରତରରେ ଗାଧୁଆପାଧୁଆ ସାରି ବାହାରିଛନ୍ତି ସିଦ୍ଧାର୍ଥ ମଉସାଙ୍କ ସାଥିରେ ପାଖରେ କଣ ଜଳଖିଆ ଖାଇବେ ଓ ସଉଦା ପତ୍ର ରୋଷେଇ ପାଇଁ ନେଇ ଆସିବେ । ଘରଠାରୁ ମାତ୍ର ୩୦୦ମିଟର ଦୂରରେ ଛୋଟ ଜଳଖିଆ ଦୋକାନରେ ସେମାନେ ଜଳଖିଆ ଖାଇଛନ୍ତି ଓ ତାରି ପାଖରେ ଥିବା ଗୋଟିଏ ଡାଲି ଚାଉଳ ଦୋକାନୀ ସହିତ ପରିଚିତ କରାଇ ଦେଇଛନ୍ତି । ପରିବା ଦୋକାନ ମଧ୍ୟ ତାରି ପାଖରେ ଥାଏ । ସେମାନେ ସବୁ ସଉଦାପତ୍ର ଧରି ଫେରନ୍ତି ନିଜ ବସାଘରକୁ ଦିନ ୧୦ଟା ୪୫ରେ । ସିଦ୍ଧାର୍ଥର ମଉସା ବିଦାୟ ନେବା ପୂର୍ବରୁ କୁହନ୍ତି ମୁଁ ସନ୍ଧ୍ୟାରେ ଆସିଲେ ତିନିଜଣଙ୍କର ଅଫିସ୍ କୁ ଯିବାର ବାଟ ଓ ସାଧନ ବିଷୟରେ କହିବି । ସମସ୍ତେ ଟିକେ ଆସ୍ୱସ୍ତି ଲାଭ କରନ୍ତି ।
      ଏହି ସମୟରେ ଧରିତ୍ରୀର ମୋବାଇଲ୍ ଟି ବାଜିଉଠେ । ସେ ଭାରି ଖୁସି ହୋଇଯାଏ । ମନେମନେ ଭାବିଛି ସିଦ୍ଧାର୍ଥ ହିଁ ଫୋନ୍ କରିଥିବେ । ସତକୁ ସତ ସିଦ୍ଧାର୍ଥ ହିଁ ଫୋନ୍ କରିଥାଏ । ସିଦ୍ଧାର୍ଥ ସବୁକଥା ତା ମଉସାଙ୍କ ଠାରୁ ବୁଝି ସାରିଥିଲା । ତେଣୁ ଧରିତ୍ରୀକୁ ଆଉ  ସବୁ କଥା ନ ପଚାରି କହିଲା ଧୈଯ୍ୟର ସହ କାଲି ଅଫିସ୍‌ରେ ଯୋଗଦେବ । ଆଦ୍ୟୈବ୍ୟସ୍ତ ହେବା ଦରକାର ନାହିଁ । ଆଜି ତିନିଜଣ ଟିକେ ବିଶ୍ରାମ ନିଅ । ମୋନା ଓ ରଶ୍ମୀତା ସହିତ ମଧ୍ୟ ଫୋନ୍ ରେ ଟିକେ କଥା ହୋଇ ଯାଏ । ତିନିଜଣ ଯାକ ଟିକେ ବିଶ୍ରାମ କରିଛନ୍ତି । ସନ୍ଧ୍ୟା ବେଳକୁ ସିଦ୍ଧାର୍ଥ ମଉସା ତାଙ୍କ ଅଫିସ୍‌ରୁ ସେହି ବାଟା ଦେଇ ଫେରିଛନ୍ତି । ମଉସା ତିନିଜଣଙ୍କୁ ଅଫିସ୍ ର ବାଟା ଓ ଜିବାର  ଉପାୟ ମଧ୍ୟ କହିଦେଇଛନ୍ତି । ଧରିତ୍ରୀ ଅଫିସ୍ ର ଦୂରତା ତା ବସାଘରଠାରୁ ମାତ୍ର ଦୁଇ କି.ମି. । ତେଣୁ ସେ ପ୍ରତିଦିନ ଅଟୋରେ ଅଫିସ୍ ଯିବ ଓ ଫେରିବ । ରଶ୍ମୀତାର ଅଫିସ ୧୩କି.ମି ଓ ମୋନାର ଅଫିସ୍ ୧୫କି.ମି. । 
      ଯାହାହେଉ ତିନିଜଣଙ୍କୁ ଅଫିସ ଯିବାକୁ ବେଶି କିଛି ଅସୁବିଧା ନାହିଁ । ରାତିରେ ତିନିଜଣଙ୍କୁ ସେତେ ଭଲ ନିଦ ହୋଇନି । ସମସ୍ତେଆସନ୍ତା କାଲିର ଜୀବନଯାତ୍ରାର ଆରମ୍ଭର ନୂଆ ଆଉ ପ୍ରଥମ ପାହାଚରେ ଗୋଡ ରଖିବେ ତେଣୁ ତାର କଳେବର ଯେ କିପରି ହୋଇଥିବ ସେଇକଥା ଭାବି ଭାବି ନିଦ ସେତେ ଭଲ ହୋଇନି । ତଥାପି ସମସ୍ତେ ସକାଳୁ ସକାଳୁ ପ୍ରସ୍ତୁତ ହୋଇ ନିଜ ନିଜର ଅଫିସ୍ କୁ ବାହାରିଛନ୍ତି । ଧରିତ୍ରୀ ଯାଇ ପହଞ୍ôଚଛି ତାର ଅଫିସ୍‌ରେ । ଅଫିସ୍ ସାମନାରେ ଗୋଟିଏ ବଡ ସାଇନ୍ ବୋର୍ଡରେ ଲେଖାହୋଇଥାଏ ଟି.ସି.ଇଣ୍ଟରନ୍ୟାସନାଲ୍ । ଅଫିସ୍ କହିଲେ ବଡ ଘରଟିଏ ଯାହାର ସାଇଜ ପ୍ରାୟ ପଚିଶ ଫୁଟ୍ ରେ ପନ୍ଦର ଫୁଟ୍ ହେବ । ଘରଟି ସେତେ ସାଜସଜା ନୁହେଁ । ଗୋଟିଏ କଣରେ ଗୋଟିଏ ରାଉଣ୍ଡ ଚେୟାର୍‌, ଟେବୁଲ୍ ଓ ଟେବୁଲ୍ ସମ୍ମୁଖରେ ଚାରୋଟି ଚୈାକି ପଡିଛି । ଘରଟିର ଦୁଆର ମୁହଁରେ ଗୋଟିଏ ମୋଟା ନିଶବାଲା ଜଗୁଆଳି ବସିଛି । ଧରିତ୍ରୀ ଅଫିସ୍ ସାମନାରେ ପହଞ୍ଚୁ ପହଞ୍ଚୁ ସେ ଲୋକଟି ହଠାତ୍ ହିନ୍ଦିରେ କଥା ହୋଇଛି  ଯାହାସବୁ ଓଡିଆରେ ଏଇଆଥିଲା ।
ମ୍ୟାଡାମ୍ ନମସ୍ତେ, ଆପଣ ମିସ ଧରିତ୍ରୀ ।
ଆଜ୍ଞା ହଁ ।
ମ୍ୟାଡାମ୍‌-ମୁଁ ହେଉଛି ନରସିଂହ କୃଷ୍ଣ । ଏ ଅଫିସ୍ ର ଜଗୁଆଳି ।
ଧରିତ୍ରୀ-ଠିକ୍ ଅଛି ।
ନରସିଂହ-ମ୍ୟାଡାମ୍ ଇଏ ଆପଣଙ୍କ ଅଫିସ୍ । ଆପଣ ଆପଣଙ୍କ ଚେୟାର୍‌ରେ ବସନ୍ତୁ ।
ଧରିତ୍ରୀ-ଆଉ ଏ ଅଫିସ୍ ରେ କିଏ କିଏ ଅଛନ୍ତି ।
ନରସିଂହ-ନାହିଁ ମ୍ୟାଡାମ୍ ଆଉ କେହି ନାହାନ୍ତି । ଆଉ ସମସ୍ତେ ହେଡ୍ ଅଫିସ୍ ରେ ।         
ଧରିତ୍ରୀ-ହେଡ୍ ଅଫିସ୍ ଟି କେଉଁଠି ।
ନରସିଂହ-ନୂଆଦିଲ୍ଲୀରେ । ଆପଣଙ୍କୁ ତ ସେଠିକି ଯିବାକୁ ପଡିବ । ଆପଣ ଧୀରେଧୀରେ ସବୁ ଦେଖି ନେବେନି । 
ଧରିତ୍ରୀ- ଠିକ୍ ଅଛି । ଆପଣ ବସନ୍ତୁ ।
ନରସିଂହ-ଗୋଟିଏ ପାଣି ବୋତଲ୍ ଟିଏ ଆଣି ଧରିତ୍ରୀ ଟେବୁଲ୍ ଉପରେ ଥୋଇ ଦେଇ ପଚାରିଛି ମ୍ୟାଡାମ୍ ଚା, ନା କଫି ଆଣିବି ।
ଧରିତ୍ରୀ-ବର୍ତ୍ତମାନ କିଛି ନୁହେଁ । ଆପଣ ବସନ୍ତୁ ।
ନରସିଂହ-ମ୍ୟାଡାମ୍ ସେ ଟେବୁଲ୍ ଉପରେ ସେ ଫାଇଲ୍ ଗୁଡିକ ଅଛି । ତାକୁ ପଢନ୍ତୁ । ଉପର ଅଫିସ୍ ରୁ ଯାହା ସନ୍ଦେସ ଆସିବ ସେଇଆ କରିବେ ।
ଧରିତ୍ରୀ-ଠିକ୍ ଅଛି ।
      ଜୀବନର ଚାକିରୀର ପ୍ରଥମ ଦିନର ଅନୁଭୁତି ନିଆରା । ମନରେ ଯେତିକି ଉତ୍ସାହ ଉଦ୍ଦୀପନା ଥାଏ ସେତିକି ଆତ୍ମ ସନ୍ତୁଷ୍ଟି ମଧ୍ୟ ବେଳେବେଳେ ଜଣଜଣକୁ ମିଳିଯାଏ । ଯେଉଁମାନଙ୍କ ପାଇଁ ଏହାର ଆବଶ୍ୟକତା ଅତ୍ୟଧିକ ଥାଏ, ଆଉ ଯେଉଁମାନଙ୍କୁ ମନଲାଖି ଚାକିରୀଟିଏ ମିଳିଗଲା ସେମାନଙ୍କର ଖୁସିର କଳ୍ପନା କରାଯାଇପାରେନା । ମନରେ କେଉଁ କୋଣରେ ଏକ ଦୃଢ ଆତ୍ମବିଶ୍ୱାସ ଉଙ୍କି ମାରିବା ଆରମ୍ଭ କରେ । ମୁଁ ଜିତିଯିବି । ଜୀବନରେ ସେ ମୈାଳିକ ଅଭାବବୋଧ ମୋ ପାଖରେ ରହିବ ନାହିଁ । ଅନେକ ମଧ୍ୟ ନିଜ ପିତାମାତାଙ୍କୁ ନିଜ ଖର୍ଚ୍ଚପାଇଁ ଟଙ୍କା ମାଗିବା ଠାରୁ ମୁକ୍ତି ପାଇଯାଆନ୍ତି । 
      ସ୍ୱାଧୀନ ଜୀବନ ବିତେଇବାର ସୁଯୋଗ ହାତକୁ ଆସିଯାଏ । ନିଜ ସମ୍ବଳ ମୁତାବକ ନିଜର ଶରୀର, ମନର ଇଚ୍ଛାକୁ ପୂରଣ କରିବା ପାଇଁ ଅଣ୍ଟା ଭିଡି ବସନ୍ତି । ବେଳେବେଳେ ଯଦି ଚାକିରୀଟି ଖୁବ୍ ଶଘ୍ର ଅର୍ଥାତ କିଶୋର ଅବା କିଶୋରୀ ଅବସ୍ଥାର ଠିକ ପରେପରେ ମିଳିଗଲା ତେବେ ଜୀବନ ସେମାନଙ୍କୁ ରଙ୍ଗିନ୍ ଲାଗେ । ଯଦି ପରିବାର ସେମାନଙ୍କ ରୋଜଗାର ଉପରେ ନିର୍ଭର କରୁନଥାଏ  ତେବେ ସ୍ୱପ୍ନ ଦେଖନ୍ତି ଏକ ନିଜ ସ୍ୱପ୍ନ ଭିତ୍ତିକ ଜଗତର । ନିଜ ପାର୍ଥିବ ସୁଖରେ ବିମୋହିତ ହୋଇ ପଡନ୍ତି । ନିଜକୁ ସମାଜରେ ଏକ ଅଲଗା ଅନ୍ଦାଜରେ ହେଉ ଅବା ସ୍ୱକୀୟ ଅହଂକାରରେ ହେଉ ଦେଖାଇ ବୁଲନ୍ତି । ହଁ ଏମାନଙ୍କ ମଧ୍ୟରୁ ଅନେକ ବ୍ୟତିକ୍ରମ ନିଶ୍ଚିତ ବାହାରନ୍ତି ଯେଉଁମାନଙ୍କୁ ନେଇ ପରବର୍ତ୍ତୀ ପୀଢି ଗର୍ବ କରେ । ଯେଉଁମାନଙ୍କ ଜୀବନରେ ଚାକିରୀ ଆବଶ୍ୟକତା ମୈାଳିକ ଆବଶ୍ୟକତାକୁ ପୁରଣ ପାଇଁ ଥାଏ ସେମାନଙ୍କର କଥା ଭିନ୍ନ । ସେମାନଙ୍କ ଜୀବନ ସତେଯେମିତି ନିଜ ପରିଜନ ମାନଙ୍କୁ ପ୍ରତି ପୋଷଣ କରିବା ପାଇଁ ହିଁ ସେମାନେ ଗଢିଛନ୍ତି । ନିଜ ସୁଖ ସ୍ୱାଚ୍ଛନ୍ଦ୍ୟରେ ସେମାନଙ୍କ ମନ ନଥାଏ ।  ନିଜ ପରିବାରକୁ କିପରି ଅଜସ୍ର ସୁଖ ଦେଇପାରିବେ ସେ ବିଷୟରେ ଚିନ୍ତା କରନ୍ତି । ସେଥିରେ ତାଙ୍କର ଅଜସ୍ର ଆନନ୍ଦ । ନିଜ ଶରୀର ପଛେ ନିଜ ଶାରିରୀକ ଚାକଚକ୍ୟ ହରେଇ ବସୁ ସେଥିରେ ତାଙ୍କର ଚିନ୍ତା ନଥାଏ । ବାସ୍ ଚିନ୍ତା ଥାଏ ତା ପରିବାରର ପ୍ରତ୍ୟେକ ସଦସ୍ୟ ସୁଖରେ ରୁହନ୍ତୁ । 
       ଆଜି ଏଠି ଧରିତ୍ରୀ ଏହିପରି ଏକ ଚରିତ୍ର । ନିଜ ସୁଖ ସ୍ୱଚ୍ଛନ୍ଦ୍ୟରେ ତା’ର ସେତେ ଉତ୍କଣ୍ଠା ନାହିଁ । ବାସ୍ ସାନ ଭଉଣିକୁ କେମିତି ପାଠ ପଢେଇବ, ବୋଉର ଯତ୍ନ ନେବ । ତା ବିଧବା ମା ମନରେ ଅସରନ୍ତି ଖୁସି ଅଜାଡି ଦେବ । ଏହି ସ୍ୱପ୍ନରେ ମଜଗୁଲ୍ । ତେଣୁ ନିଜ ଅଫିସ୍ ରେ ବସି ନିଜକୁ ଏକ କୁଶଳୀ ଇଞ୍ଜିନିୟର ରୂପେ ପ୍ରତିପାଦନ କରିବାକୁ ଚାହେଁ । ହେଲେ ସେ ବୁଝି ପାରୁନି ଏଠି ସେମିତି କାହିଁ କିଛି ଦେଖା ଯାଉନିତ । ଅଫିସ୍ ର ଷ୍ଟାଫ୍ କହିଲେ ମାତ୍ର ସେ ଆଉ ନରସିଂହ । ଆଉ ଏ ଦୁଇତିନିଟା ଖରାପ ଥିବା ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର, ରେଫ୍ରିଜେଟର ଓ ଅନ୍ୟ ଇଲେକ୍ଟ୍ରୋନିକ ଆପ୍ଲିଆନେସସ୍ କିଛି । କାହିଁ ଏଠି ଇଞ୍ଜିନିୟରିଂର ପ୍ରୟୋଗତ କିଛି ନାହିଁ । ଏମିତି ଭାବୁଭାବୁ ହଠାତ୍ ଦିନ ୧୨ଟା ବେଳେ ଫୋନ୍ ଆସିଛି । ବାର୍ତ୍ତାଳାପ ହିନ୍ଦୀ ଓ ଇଂରାଜୀରେ ଥିଲା  ଯାହାର ଅର୍ଥ ଏମିତି ।
ହେଲୋ ମିସ୍ ଧରିତ୍ରୀ
ଧରିତ୍ରୀ-ଜି ମ୍ୟାଡାମ୍ ।
ମୁଁ ସ୍ୱାତ୍ୱକୀ ଗୁପ୍ତା ହେଡ ଅପିସ୍ ରୁ କହୁଛି ।
ଧରିତ୍ରୀ-ଗୁଡ୍ ମର୍ଣ୍ଣିଙ୍ଗ୍ ମ୍ୟାମ୍ ।
ସାତ୍ୱକୀ-ମର୍ଣ୍ଣିଙ୍ଗ୍ । ଆଚ୍ଛା ଆପଣ ବର୍ତ୍ତମାନ ଆପଣଙ୍କ ସିଷ୍ଟମରେ ଗୋଟିଏ ଇ-ମେଲ ଆଇଡି ଚେକ୍ କରନ୍ତୁ ଯାହାର ୟୁଜରନେମ୍ ହେଉଛି ଗ୍ଧମରଦ୍ଭଗ୍ଧରକ୍ସ-ରକ୍ଷରମଗ୍ଧକ୍ସକ୍ଟଦ୍ଭସମଅ କ୍ସରୟସଲଜ୍ଞବସକ୍ଷ.ମକ୍ଟଜ୍ଞ.ଆଉ ପାଶଓା୍ୱଡଲ ହେଉଛି ବକ୍ଟ୍ରକ୍ଟ୍ରକ୍ଷସବଦ୍ଭମର୧୨୩ । ମେଲ୍‌କ୍କ୍‌୍ ଟିକୁ ଆପଣ ସବୁବେଳେ ଖୋଲା ରଖିବେ ଏବଂ ଯେତେଗୁଡିଏ ଆପଣଙ୍କ ପାଖକୁ ଅନୁସନ୍ଧାନ ଆସିବ ତାର ଉତ୍ତର ଆପଣ ଦେବେ । ଆଜିଠାରୁ ଆପଣ ମୋ ସହିତ କାମ କରିବେ । ଆପଣ କଣ ଉତ୍ତର ଦେବେ ମୋଠାରୁ ଟିକେ ବୁଝିବେ ଏବଂ ଉତ୍ତର ଦେବେ । ଏହି ସପ୍ତାହଟି ଆପଣ ଆଗ ଆପଣଙ୍କ କାମକୁ ଭଲ ଭାବେରେ ବୁଝନ୍ତୁ । କେମିତି ମାମ୍ । ମୁଁ ଆଜି ଆପଣଙ୍କ ପାଖକୁ ବର୍ତ୍ତମାନ ଗୋଟିଏ ଫାଇଲ୍ ପଠେଇବି । ତାକୁ ଆପଣ ଡାଉନ୍‌ଲୋଡ କରି ସେ ସବୁର ପ୍ରଣ୍ଟିଆଉଟ୍ କାଢି ଗୋଟିଏଫାଇଲ୍‌ରେ ରଖିବେ ଓ ଭଲ ଭାବରେ ପଢିବେ ।
ଠିକ୍ ଅଛି ମ୍ୟାଡାମ୍ । ହଁ ଆସନ୍ତା ସୋମବାର ଦିନ ଆମ ଦୁଇଜଣଙ୍କର ଆପଣଙ୍କ ଅପିସ୍ ରେ ଦେଖାହେବ । ଆଉ ଯଦି କିଛି ଅସୁବିଧା ହୁଏ ତେବେ ନରସିଂହା କୁ ପଚାରିବେ । 
ଠିକ୍ ଅଛି ମ୍ୟାଡାମ୍ । ଧନ୍ୟବାଦ୍ । ତାପରେ ଧରିତ୍ରୀ ମେଲ୍ ଟି ଖୋଲିକରି ଦେଖିଛି । ପ୍ରଥମ ମେଲ୍ ଟି ଥିଲା ଜଣେ କଷ୍ଟମର୍‌ର । ସେ ତାଙ୍କର ଘରେ ଲାଗିଥିବା ଶିତତାପ ନିୟନ୍ତ୍ରିତ ଯନ୍ତ୍ର ଖରାପ ହୋଇଥିବା ଦର୍ଶାଇଥିଲେ । ଏବଂ ଖୁବ୍ ଶିଘ୍ର ଏହାର ମରାମତୀ ପାଇଁ ଅନୁରୋଧ କରିଥିଲେ । ଧରିତ୍ରୀ ମେଲ୍ ଟି ପଢିସାରି ସାତ୍ୱକୀକୁ ଫୋନ୍ ଲଗାଇ ପଚାରିଛି । ସାତ୍ୱକୀ କହିଛି ତାଙ୍କର ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍ ନମ୍ବର ମାଗନ୍ତୁ ଓ ତାଙ୍କୁ କୁହନ୍ତୁ ଦୁଇଦିନ ଭିତରେ ଆମେ ଆପଣଙ୍କ  ପାଖରେ ପହଞ୍ଚୂଛୁ । ଧରିତ୍ରୀ ସେଇଆ କରିଛି ।
     ଏହି କାମଟି ସେ କରିବା ସମୟରେ ସେ ଯେତିକି ଉତ୍କଣ୍ଠା ଅନୁଭବ କରୁଥାଏ ସେତକି ଅବସାଦ ମଧ୍ୟ ତା ମନରେ ଉଙ୍କିମାରୁଥାଏ । ଏ କି ଚାକିରୀ । ତେଣେ ନଜର ବୁଲେଇଲା ବେଳକୁ ନରସିଂହାର ମୋଟା ନିଶ ଉପରେ ବଡବଡ ଦିଟା ଯାକ ଆଖିର ପତା ମାଡି ପଡୁଥାଏ । ଚଉକିକୁ ଆଉଜିକି ବସିପଡି ସତେଯେମିତି ସେ ତାର ନିଜକୁ ଆଉ ଆୟତ୍ତ କରିପାରୁନି । ଅବା ତା’ରଏହି ଭଳି ଅଭ୍ୟାସ ପଡିଗଲାଣି ତା ବି ବୁଝିହଉନି । ଧରିତ୍ରୀ ବି ଟିକେ ମନେମନେ ହସିଦିଏ । କଣ କରିବ ବିଚରା । କାମ ଥିଲେ ସିନା କଣ କରନ୍ତା । ଏହି ଭଙ୍ଗା ଯନ୍ତ୍ରପାତିକୁ ଜଗିଜଗି ସେ ବି ବୋର୍ ହୋଇଗଲାଣି । ତେଣୁ ମୋର ଉପସ୍ଥିତି ବୋଧେ ତାକୁ ଅନେକ ଶାନ୍ତି ପ୍ରଦାନ କରୁଛି । ଏମିତି କାମ ସରୁସରୁ ସନ୍ଧ୍ୟା ପାଞ୍ଚଟା ହୋଇଯାଏ । ଧରିତ୍ରୀ ଅଫିସ୍ ରୁ ନିଜ ବସା ଘରକୁ ବିଦାୟ ନିଏ । 

*******

ନଅ

ସେଦିନ ସନ୍ଧ୍ୟା ୫ଟା ବାଜିବାକୁ ଆଉ ୨୦ ମିନିଟ୍ ବାକିଥାଏ । ନରସିଂସା ସପରି ଘୁମେଇ ଘୁମେଇ ଚୈାକିଟି ଉପରେ ବସିଥାଏ । ନରସିଂହାର ଘୁମେଇବାଟା ଅନେକ ସମୟରେ ଧରିତ୍ରୀକୁ ଖୁସି ବି ଦେଇଛି । ନରସିଂହାର ନିଶ ଟି ଠିକ୍ ରାମାୟଣ ସିରିୟଲ୍‌ରେ ଆସୁଥିବା ରାବଣର ନିଶ ପରି ହୋଇଥାଏ । ବୟସର ଅପରାହ୍ନରେ ବି ତା ମୁହଁର ସତେଜତା ସେତେ କମିଲା ପରି ମଧ୍ୟ ମନେ ହେଉନଥାଏ । ତାହାର କାରଣ  ନରସିଂହା କୁ ଏ ଚାକିରୀ ପୁରାପୁରି ପସନ୍ଦ । ସେ ଏ ଚାକିରୀରେ ବହୁତ ଆନନ୍ଦରେ ଅଛି । ଚିନ୍ତା ବୋଲି ଶଦ୍ଦ ତାକୁ ଆଦ୍ୟୈ ସ୍ପର୍ଶ କରିନି । 
     ମୁହଁର ପ୍ରାୟ ଏକ ପଞ୍ଚମାଶଂ ନିଶ ଦ୍ୱାରା କବଳିତ । ହେଲେ ମୁହଁଟିର ପ୍ରତି ଯାଗାକୁ ସେ ସୁନ୍ଦର ଭାବରେ ପରିଷ୍କାର ରଖିଥାଏ । ଦାଢୀକୁ ସତେ ଯେମିତି ସେ ପ୍ରତିଦିନ ସେଭ୍ କରୁଥାଏ । ଗାଲ ଦୁଇଟି ଫୁଲକା ଆଉ ସେ ନିଶର ଅବସ୍ଥାନ ସେ ଗାଲକୁ ପୁରାପୁରି ଏକ ଭୟପ୍ରଦାନକାରୀ ରୂପରେ ପରିଣତ କରୁଥାଏ । ସକାଳୁ ଅଫିସ୍ ଆସିଲାବେଳକୁ  କପାଳରେ ଗୋଟିଏ ନାଲି ସିନ୍ଦୁର ଗାର ମାରିଥାଏ ଯାହା ସେ ମୁହଁଟିକୁ  ଆହୁରି ଭୟାନକରେ ପରିଣତ କରୁଥାଏ ।
      ଚାକିରୀ ସିନା ଦରଓା୍ୱନ୍ ହେଲେ କଥା ଯେତେବେଳେ ପାଟିରୁ ବାହାରେ ସତେଯେମିତି ସାରା ସଂସାରର ସେ ମାଲିକ । ସେହି ଗାମ୍ଭିର୍ଯ୍ୟରେ ସେ ନିଜର କଥା କହିଥାଏ । ଆଖି ଦୁଇଟାର ଚାହାଣୀ ମଧ୍ୟ ଭଗବାନ ସେହିପରି ଭୟାନକ କରିଦେଇଛନ୍ତି । ଯଦି ସେ କାହାକୁ କିଛି ନକହି ସେମିତି ଖାଲି ତରାଟି କରି ସାମନା ବାଲାକୁ ଚାହିଁଦିଏ ତେବେ ସେ ଭୟରେ ଛାନିଆ ହେବାର ବି ସମ୍ଭାବନା ଅଛି । ତା’ର ରୂପରଙ୍ଗ, ଚାଲିଚଳନ ଆଉ ହାବଭାବ ସବୁ ସତେଯେମିତି ଦରଓା୍ୱନ୍‌ପାଇଁ ବୋଧହୁଏ ବିଧି ତାକୁ ଗଢିଛି । ହେଲେ ତାର ଉପର ଅଫିସ ମାନଙ୍କ ପ୍ରତି ବ୍ୟବହାର  ବହୁତ ସୁନ୍ଦର, ନମ୍ର ଓ ଭଦ୍ର । ଏକଥା ଧରିତ୍ରୀ ପ୍ରଥମ ଦିନରୁ ହିଁ ଅନୁଭବ କରି ସାରିଲାଣି । ମଝିରେ ମଝିରେ ଘୁମେଇବା ସମୟରେ ତା ପାଟି ଭିତରୁ ଏକ ମୃଦୁ ଘୁଙ୍ଗୁଡିର ଆଭାସ ବି ମାତ୍ର ଥରେ କିମ୍ବା ଦୁଇଥର ଜଣାପଡେ । ହେଲେ ଅଦ୍ଭୁତ କଥା ପରି ପ୍ରତି ୩ ମିନିଟରେ ବନ୍ଦ ହୋଇ ଯାଇଥିବା ଆଖି ଦୁଇଟି ପୁଣି ମେଲି ହୋଇଯାଏ ଓ ଚାରି ଆଡକୁ ଜୋରରେ ତୀକ୍ଷ୍ଣ ଦୃଷ୍ଟିରେ ବୁଲିଆସେ । ନରସିଂହାର ଏପରି ବିସ୍ମିତ ଗୁଣକୁ ଦେଖି ଧରିତ୍ରୀ ମନେମନେ ଯେତିକି ଖୁସି ହୁଏ ସେତିକି ଆଶ୍ଚର୍ଯ୍ୟ ବି ସେହି ପ୍ରଥମ ଦିନରୁ ହୋଇଯାଇଛି ।
      ହଠାତ୍ ନରସିଂହ ଆସି କହିଛି ମ୍ୟାଡାମ୍ ସମୟ ହୋଇ ଗଲାଣି ପରା । ହଁ ହଁ ଠିକ୍ ଅଛି । ଧରିତ୍ରୀ ତାର ବ୍ୟାଗ୍‌ପତ୍ର ଧରି ନିଜ ବସାକୁ ବାହାରିଛି । ସନ୍ଧ୍ୟା ୬ଟାରେ ବସାରେ ପହଞ୍ôଚ ଆଗ ସିଦ୍ଧାର୍ଥ କୁ ଫୋନ୍ କରିଛି । ନିଜ ମନର ଗ୍ଳାନିକୁ ମେଣ୍ଟାଇବା ପାଇଁ ସିଦ୍ଧାର୍ଥ ବିନା ତା’ର ଆଉ କିଏ ଭଲ ବନ୍ଧୁ ନାହାନ୍ତି । ସିଦ୍ଧାର୍ଥ ସାଙ୍ଗରେ କଥା ହୋଇ ନିଜର ଦୁଃଖକୁ ଟିକେ ହାଲୁକା କରିଦେଇଛି । ଦିନ ପରେ ଦିନ ଗଡିଚାଲେ । ଅଫିସ୍ ରେ ତା’ର କାମ ପ୍ରତି ଆଦ୍ୟୈ ଆଗ୍ରହ ଆସେନି । ବାସ୍ ଖାଲି ଇ-ମେଲ୍‌ରେ ତାର କାମ । ପ୍ରତି ୧୫ ମିନିଟ୍ ରେ ଥରେ ଇ-ମେଲ୍‌କୁ ଚେକ୍ କରିବାକୁ ପଡେ । ଆଉ ସେ ମେଲ୍ ଗୁଡିକର ଉତ୍ତର ଦେବାକୁ ପଡେ । 
      ତା ମନେମନେ ତାକୁ ଆଭାସ ମିଳିଗଲାଣି ଯେ ତା ଚାରି ବର୍ଷର ଅକ୍ଳାନ୍ତ ପରିଶ୍ରମ କରି ପଢିଥିବା ଇଞ୍ଜିନିୟରିଂରେ ପୋଗ୍ରାମିଙ୍ଗ୍ ଆଉ ଅନ୍ୟ ପାଠର ସବୁ ଆବଶ୍ୟକତା ଏଠାରେ ଆଦ୍ୟୈ ନାହିଁ । ଏ ତ ଗୋଟିଏ ବି.ପି.ଓ ର ଚାକିରୀ । ଖାଲି ମେଲ୍ ଆଟେଣ୍ଡ କର ଆଉ ମେଲ୍ ର ଉତ୍ତର ଦିଅ । ହେଲେ ସେ ଶୁଣିଛି ହେଡ ଅଫିସ୍ ରେ କୁଆଡେ ତାଙ୍କର ପୋଗ୍ରାମିଙ୍ଗ୍ କାମ କରାଯାଏ । ଇଲେକ୍ଟ୍ରୋନିକ୍ ଚିପର ଡାୟାଗ୍ରାମ୍ ସହିତ ସେଠାରେ ପୋଗ୍ରାମିଙ୍ଗ୍ ର ଆବଶ୍ୟକତା ପଡେ । ଧରିତ୍ରୀ ବି ଜାଣିଛି ଯେ ସର୍ତ୍ତମୁତାବକ ପ୍ରଥମ ମାସର ଦରମା ତାକୁ ମିଳିବନି ଯାହାକି କ୍ୟାମ୍ପସ୍ ସାକ୍ଷାତକାର ସମୟରେ ଧାର୍ଯ୍ୟ ହୋଇଥିଲା । ସେଥିରେ ଯଦିଓ ସେ ସେତେ ବିଚଳିତ ନୁହେଁ ତାର ଚିନ୍ତା ନିଜ କ୍ୟାରିୟର୍‌କୁ ନେଇ । 
      କଲେଜ୍‌ରେ ସେ ଯେଉଁ ପରିଶ୍ରମ କରି ଚାରିବର୍ଷ ଭିତରେ ଶିଖିଛି ନିଜ ପ୍ରଚେଷ୍ଟାରେ ଏଠି ତ ତାର ପ୍ରୟୋଗ ଆଦ୍ୟୈ ନାହିଁ । ସେ ମଧ୍ୟ ଅଫିସ୍‌ର ଅଭିଜ୍ଞତା କୁ ରାତିରେ ମୋନା ଆଉ ରଶ୍ମିତା ସହିତ ଅଳ୍ପକିଛି ବାଣ୍ଟେ ବାକି ନିଜ ମନ ଭିତରେ ଲୁଚେଇ ରଖେ । ମୋନା ବିନ୍ଦାସ । ତା’ର ଚାକିରୀରେ ଭାରି ସ୍ପୃହା । ସେ ନିଶ୍ଚିତ ରୂପେ ତା ଚାକିରୀ କୁ କମ୍ପାନୀରେ ପକ୍କା କରିନେବ ତାର ସେ ବିଶ୍ୱାସ ଅଛି । ଉପରିସ୍ଥ ବସ୍ କୁ କିପରି ଖୁସି ରଖିବାକୁ ହେବ ସେ କଳାରେ ସେ ନିପୁଣ । ସେ ଦୁନିଆର ପୁରୁଷଜାତିମାନଙ୍କର ଏ ନାରୀ ଜାତିଙ୍କଠାରୁ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାଅଛି ସେ ସବୁ ଭଲ ଭାବରେ ଜାଣିଯାଇଛି ।  ଥରେ  ସେ କମ୍ପାନିରେ ଯୋଗ ଦେଇଦେଇଛି ମାନେ ସେ ନିଶ୍ଚିତ ରୂପେ ଯେଉଁ ବ୍ୟକ୍ତିର ସହାୟିକା ଭାବରେ କାମ କରିବ ତାକୁ ସେ ନିଶ୍ଚିତ ଖୁସି ରଖିପାରିବ ଆଉ ତାର ଚାକିରୀରେ ମଧ୍ୟ ଭଲ ପ୍ରମୋସନ୍ ହୋଇପାରିବ । ରାତିରେ ତିନିହେଁ କଥା ହେବା ସମୟରେ ରଶ୍ମିତା କହିଛି ତମେ ଜାଣିଛ ଆମ କମ୍ପାନୀରେ ଛଅ ମାସ ପରେ ଗୋଟିଏ “ଫିଲ୍ଟ୍ରେସନ୍ ଟେଷ୍ଟ” ହେବ ସେଥିରେ ଯେଉଁ ପିଲା ୮୦% ନମ୍ବର ରଖିବ ସେଇମାନେ ହିଁ ରହିବେ ନଚେତ୍ ସେମାନଙ୍କୁ କମ୍ପାନୀ କାଢିଦେବ । ଧରିତ୍ରୀ ଏକଥା ଶୁଣି ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଛି । ସେ ତା କମ୍ପାନୀ ରେ ଏ ପରୀକ୍ଷା ହୁଏ ନା କଣ ତା ମଧ୍ୟ ଜାଣିନି । ମନସ୍ଥ କରିଛି ଏକଥା ନରସିଂହାକୁ ପଚାରିବ ।
      ଏମିତିକା ଦେଢମାସ ଅଫିସରେ ବସିଲାଣି । ମଝିରେ ଥରେ ଧରିତ୍ରୀ ଅଫିସ୍ କାମରେ ସାତ୍ୱକୀ ଗୁପ୍ତାଙ୍କ ସହିତ ଯେ କି ଟି.ସି.ଏସ୍ ର ଏଚ.ଆର୍ ମ୍ୟାନେଜର୍ ହେଡ୍ ଅଫିସ୍ ଯାଇଥିଲା । ସେଠାରେ ଦେଖିଥିଲା ମୋଟ ୪୫ଜଣ ଖଣ୍ଡେ କର୍ମଚାରୀ ଆଉ ସମସ୍ତେ ପ୍ରାୟ ପୋଗ୍ରାମିଙ୍ଗ୍ ଓ ସର୍କିଟ୍ ଡିଜାଇନିଙ୍ଗ୍‌ରେ ବ୍ୟସ୍ତଥିଲେ । ଧରିତ୍ରୀର ଇଚ୍ଛା ସେଇଠିକି ଯଦି ସେ ଯାଆନ୍ତା ଭଲ ହୁଅନ୍ତା । କାମ ପାଇବା ସହିତ କାମ କରିବାର ସୁ ଯୋଗ ତାକୁ ମିଳନ୍ତା । ସେ ଦିନ ସେ ଦେଖିଥିଲା ୪୫ ଜଣଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ବୟସ୍କ ଭଳି ଜଣା ପଡୁଥାନ୍ତି  ଆଉ ୧୫ ଜଣଙ୍କମଧ୍ୟରୁ ୧୦ ଜଣ ଖଣ୍ଡେ ପୁରା ଫ୍ରେସ୍ ଝିଅ କାମ କରୁଥାନ୍ତି । ଠିକ୍ ଯେଉଁଦିନ ଦେଢମାସ ପୁରିଲା ସେହିଦିନ ହେଡ୍ ଅଫିସ୍ ରୁ ସାତ୍ୱକୀ ଗୁପ୍ତା ଧରିତ୍ରୀ ପାଖକୁ ଆସନ୍ତି ଆଉ ତାକୁ ୨୦ ଟି ଫାଇଲ୍ ଦିଅନ୍ତି । ପ୍ରତି ଫାଇଲ୍‌ରେ ଜଣେ ଜଣେ ବିଜିନେସ୍ କ୍ଲାଇଏଣ୍ଟ୍ । ସେମାନଙ୍କ ସହିତ ସମ୍ପର୍କ ଓ ସେମାନଙ୍କୁ ଉଚିତ ସେବା ଦେବା । ସେମାନଙ୍କର ପ୍ରତ୍ୟେକ ମେଲ୍‌ର ଜବାବ ସହିତ ଫାଇଲ୍ ରେ ଥିବା ନୂତନ ପ୍ରପୋଜାଲ ମଧ୍ୟ ସେମାନଙ୍କୁ ଦେବ ଆଉ ସେମାନଙ୍କୁ ଏମିତି ଖୁସି କରି ରଖିବ ଯେ ଯେପରି ସେମାନେ ୟାଙ୍କ କମ୍ପାନୀ ସହିତ କାମ କରିବେ । 
ସାତ୍ୱକୀ-କଣ ଧରିତ୍ରୀ କାମରେ ମନ ଲାଗିଗଲାଣି ନା ନାହିଁ ।
ଧରିତ୍ରୀ-ଆଜ୍ଞା, ମ୍ୟାଡାମ୍ ।
ସାତ୍ୱକୀ-ସବୁବେଳେ ଚେଷ୍ଟା କର ଟିକେ ସ୍ମାର୍ଟ ହେବାକୁ ଆଉ ତୁମର ଉପର ବସ୍‌କୁ  ଖୁସି ରଖିବାକୁ । ତୁମେ ଜାଣିଛନା ଏଠି ଫିଲ୍ଟ୍ରେସନ ଟେଷ୍ଟ୍ ହେବ । ଏ ବର୍ଷ ଆମ କମ୍ପାନୀରେ ୨୦ ଜଣ ପିଲା ନୂଆ ଯୋଗ ଦେଇଛନ୍ତି । ସେମାନଙ୍କ ଭିତରୁ ମାତ୍ର ୬ ଜଣ ରହିବେ ଓ ୧୪ ଜଣ ବାହାରିବେ ।
ଧରିତ୍ରୀ- କେମିତି ବାହାର କରିବେ ।
ସାତ୍ୱକୀ- ନାହିଁ ନାହିଁ । ସେମିତିକା ନୁହେଁ । କମ୍ପାନୀର ସମସ୍ତ କାର୍ଯ୍ୟ କଳାପ ଉପରେ ଆଧାରିତ  ପରୀକ୍ଷା ହେବ । ସେଥିରେ ଉତ୍ତୀର୍ଣ୍ଣ ହେଲେ ରହିବେ ନଚେତ୍ ସେମାନେ ଯିବେ ।
ଧରିତ୍ରୀ-କାହିଁ ଇଣ୍ଟରଭିଉ ସମୟରେ ତ ସେମିତି ଆମକୁ କେହି କିଛି କହିନଥିଲେ ।
ସାତ୍ୱକୀ-ନିଶ୍ଚୟ କହିଥିବେ । କହିଥିବେ ତୁମ କାମ ପ୍ରଥମେ କମ୍ପାନୀ ତିନିମାସ ଦେଖିବ । ଯଦି ତୁମ କାମରେ ସାଟିସ୍‌ଫାୟଡ୍ ହେଲେ ତେବେ ତୁମର ପ୍ରମୋସନ୍ ହେବ ।
ଧରିତ୍ରୀ-ହଁ ଏଇଆ ତ କହିଥିଲେ ।
ସାତ୍ୱକୀ-ତାହାହେଲେ ତୁମେ ବୁଝ ତୁମର ବର୍ତ୍ତମାନ ଏ ଆପ୍ରେଣ୍ଟିସିପ୍ ପିରିୟଡ । ତେଣୁ କାମ କରିବା ସହିତ ଉପର ବସ୍ ମାନଙ୍କୁ ମନେଇକି ରଖିବାକୁ ପଡିବ ।
ସାତ୍ୱକୀଗୁପ୍ତା ତ ଆଧୁନିକା ନାରୀ ଆଉ କମ୍ପାନୀର ପୁରୁଣା କର୍ମଚାରୀ ସେ ଜାଣିଛି ଏ କମ୍ପାନୀର ପ୍ରତିଟି ଶିରାପ୍ରଶିରାର କଥା । ମାତ୍ର ତାକୁ ଧରିତ୍ରୀର ଆଚାର ବ୍ୟବହାର କାହିଁକି ବହୁତ ଭଲ ଲାଗିଛି । ସେ ବୁଝିଯାଇଛି ଯେ ଧରିତ୍ରୀ ଗୋଟିଏ ସାଧାସିଧା ଓ ରକ୍ଷଣଶୀଳ ପିଲା । ସିଏ ଇଏ ବସ୍ ମାନଙ୍କୁ ଖୁସିକରାଇ ପାରିବନି । କାରଣ ରକ୍ଷଣଶୀଳ ର ଏଠି କିଛି ମାନେ ନାହିଁ । ଚାକିରୀ କରିବାକୁ ହେଲେ ପୁରାପୂରି ଆଡଭାନ୍‌୍ସ ହେବାକୁ ପଡିବ । ନିଜକୁ ଝିଅ କିମ୍ବା ନାରୀ ବୋଲି ଭୂଲିବାକୁ ପଡିବ । ପୁରୁଷମାନଙ୍କ କାନ୍ଧରେ ହାତ ପକେଇ କାମ କରିବାକୁ ପଡିବ । ଆବଶ୍ୟକ ପଡିଲେ ଅଫିସ୍ ର କେଉଁ କାମରେ ବାହାରକୁ ଗଲେ ଜଣେ ପୁରୁଷ ସାଙ୍ଗରେ ହିଁ ରହିବାକୁ ପଡିବ । ଏଠି ଗାଁ ଗହଳିର ସେ ନାରୀ ପୁରୁଷ ଅବା ପୁଅଝିଅ ଭିତରେ ସେ ଚାରିତ୍ରିକ ଔପଚାରିକତା ର କିଛି ମାନେ ନାହିଁ । ରକ୍ଷଣଶୀଳ ର ଏଠି ସ୍ଥାନ ନାହିଁ ।
ହଠାତ୍ ସାତ୍ୱକୀ ପଚାରିଛି ଆଚ୍ଛା ଧରିତ୍ରୀ ତୁମେ କେଉଁଠି ରହୁଛ ।
ଧରିତ୍ରୀ-ମୋର ଦୁଇଜଣ ସାଙ୍ଗଙ୍କ ସାଥୀରେ 
ସାତ୍ୱକୀ-ପୁଅ ସାଙ୍ଗ ନା ଝିଅ ସାଙ୍ଗ ।
ଧରିତ୍ରୀ-ଏକ ଅବ୍ୟକ୍ତ ଚାହାଣୀରେ କିଛିକ୍ଷଣ ହତବାକ୍ ହୋଇ ସାତ୍ୱକୀ ମୁହଁକୁ ଚାହିଁ ରହି ତା ପରେ କହିଛି ନାହିଁ ଦୁଇଜଣ ଝିଅଙ୍କ ସାଙ୍ଗରେ ।
ସାତ୍ୱକୀ-ଏଠୁ କେତେ ଦୂର?
ଧରିତ୍ରୀ-ଦୁଇ କି.ମି.
ସାତ୍ୱକୀ-ତୁମେ ଭାଗ୍ୟବତୀ, ଯେ ତୁମେ ଦୁଇ କି.ମି ଭିତରେ ରହିବାକୁ ଘର ପାଇଯାଇଛି । ଏଠିତ ଦୀର୍ଘ ୩୦କି.ମି. ଦୂରରୁ ପ୍ରାୟ ପିଲାମାନେ ଅଫିସ୍ କୁ ଆସୁଛନ୍ତି । ଆଛା ତାହାହେଲେ ତୁମ ସହିତ ଆମ ଅଫିସ୍‌ର ସେ ରମନ୍ କୁ ତୁମ ସହିତ ରଖିପାରନ୍ତନି । ସେ ବିଚରା ୪୦ କି.ମି ଦୂରରୁ ଆସୁଛି । ବ୍ୟାଚେଲର୍ ବୋଲି ତାକୁ ଘର ଏ ପାଖାପାଖି ମିଳିପାରୁନି । ତୁମ ମାନଙ୍କ ସହିତ ରହିଗଲେ ତାକୁ ସୁବିଧା ହୁଅନ୍ତା । ଧରିତ୍ରୀ ମନେମନେ ବିରକ୍ତିଭାବ ପ୍ରକାଶ କରିଛି । କହିଛି ମ୍ୟାଡାମ୍ ସରି । ଆମେମାନେ ତିନିଝିଅ ଅଛୁ ସେଠି ଆଉ ଜଣେ ପୁରୁଷ ପିଲାଙ୍କୁ କେମିତି ରଖିବୁ । ସାତ୍ୱକୀ ଟିକେ ହସି ଦେଇଛି । ତୁମେ ବୋଧହୁଏ ଆଜିବି ସେ ବୈଦିକ ଯୁଗର ପରମ୍ପରାରେ ବୁଡିକି ରହିଛ । ଆରେ ଏ ଦିଲ୍ଲୀ ରେ କେତେ ଯେ ଯୁବକ ଯୁବତୀ ଲିଭ୍‌-ଇନ୍ ରିଲେସନସିପ୍ ରେ ରହୁଛନ୍ତି ତାହାର ହିସାବ ନାହିଁ । ତମେ ଏମିତି କଣ କହୁଛ ।
ଧରିତ୍ରୀ-ମୁଁ ଜାଣେ ମ୍ୟାଡାମ୍ । ହେଲେ ମୋ ସାଙ୍ଗରେ ଅନ୍ୟ ଦୁଇଜଣ ବି ଅଛନ୍ତି ନା । ସେମାନେ ଯଦି ନ ଚାହିଁବେ ତାହା କଣ ସମ୍ଭବ ।
ସାତ୍ୱକୀ-ଓକେ ଓକେ ।
ତୁମର ଆଜିଠୁ ପ୍ରକୃତ କାମ ଆରମ୍ଭ । ତେଣୁ ତୁମେ ପୁରାପୁରି ମନ ପ୍ରାଣ ଦେଇ କାମ ଆରମ୍ଭ କରିଦିଅ । ଏହା କହି ସାତ୍ୱକୀ ଧରିତ୍ରୀ ଅଫିସ୍ ରୁ ବିଦାୟ ନେଇଯାଇଛି । ସାତ୍ୱକୀ ଗଲାପରେ ଧରିତ୍ରୀ ମନେମନେ ଚୁପ୍ ବସି ଏ ସଭ୍ୟତା ବିଷୟରେ ଟିକେ ଭାବିବା ଆରମ୍ଭ କରିଛି । ତା ଭିତରେ ଭାବିଛି ଲିଭ-ଇନ୍‌-ରିଲେସନସିପ୍ ବିଷୟରେ । 
      ସହାବସ୍ଥାନରୁ ସମାଜର ସୃଷ୍ଟି । ବନ୍ୟଜନ୍ତୁ ଦୈବଦୁର୍ବିପାକ ଅବା ନିଜ ଦେହପା ଭଲମନ୍ଦରେ ଅନ୍ୟଠାରୁ ସହଜରେ ସାହାଯ୍ୟ ପାଇବା ପାଇଁ ସହବସତିର ଅଭ୍ୟୂଦୟ । ବୋଧହୁଏ ଯେତେବେଳେ ଗିରିଗୃହା ବଣଜଙ୍ଗଲରେ ବିବସ୍ତ୍ର ଅବସ୍ଥାରେ ଏହି ମଣିଷ ବୁଲୁଥିବ ସେତେବେଳେ ସମ୍ପର୍କର ସୁତାଖିଅ ତାର ମା, ବାପା ଅବା ତାର ଭାଇ ଭଉଣୀ ସହିତ ସମ୍ପର୍କିତ ଥାଇପାରେ ହେଲେ ଯ୍ୟୈବନର ଉନ୍ମାଦନାକୁ ଶିଥିଳ କରିବା ପାଇଁ ନାରୀ ଅବା ପୁରୁଷ ପାଇଁ ନଥିବ କିଛି ସମ୍ପର୍କର ବାଡବତା । 
      ବନ୍ୟଜନ୍ତୁଙ୍କ ପରି ନିଜକୁ ବ୍ୟବହାର କରୁଥିବ କାମବେଗର ବଶବର୍ତ୍ତୀ ମୁହୁର୍ତ୍ତରେ । ଲଜ୍ଜା, ଶାଳୀନତା, ଶିଷ୍ଟାଚାର ଭଳି ଶଦ୍ଦ ସେ ସମୟରେ ନିଜର ସଜ୍ଞା ଅବା ଅର୍ଥ ଖୋଜୁଥିବେ ।  ପଶୁପକ୍ଷୀଙ୍କ ଭଳି ମେଣ୍ଟାଉଥିବ ସର୍ବସମ୍ମୁଖରେ ନିଜର କାମବାସନା । ବୋଧହୁଏ ସହବସତିରେ  ଚିନ୍ତାଶୀଳ ମଣିଷ ସର୍ବପ୍ରଥମେ ନିଜର ଏହି ଶାରିରୀକ ଲାଳସାର ପରିପୂର୍ଣ୍ଣ ତା ପାଇଁ ସର୍ବ ସମ୍ମୁଖରେ ଘଟାଉଥିବା ଆଚରଣକୁ ଶୃଙ୍ଖଳିତ କରବାକୁ ଚେଷ୍ଟାକରି ଆଣିଥିବ ଏକ ସାମାଜିକ ଚାଲିଚଳଣୀର ନିୟମ । ପାର୍ଥକ୍ୟ କରିଥିବ ନିଜକୁ ପଶୁପକ୍ଷୀମାନଙ୍କଠାରୁ । ସର୍ବ ସମ୍ମୁଖରେ କାମାତୁର ହୋଇ ଝିଅ ବୋହୁମାନଙ୍କ ସହିତ ରମଣ କରିବାକୁ ଲଗାଇଥିବ ଅଙ୍କୁଶ । ତିଆରୀ କରିଥିବ ସ୍ୱକୀୟ ଢଙ୍ଗରେ ନିଜକୁ ଅନୁଶାସନ କରିବା ପାଇଁ କେତେକ ସର୍ବସମ୍ମତି ଚାଲିଚଳନ ଓ ଆଚାର ବ୍ୟବହାରର ସାରଣୀ । ନିଜକୁ ଶୃଙ୍ଖଳା ରଜୁରେ ବାନ୍ଧିରଖି ସାମାଜିକ ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବ । ହୋଇଥିବ ସମାଜ ଗତିଶୀଳ । ମଣିଷ ନିଜେ ସମାଜ କୁ ନିଜର ପସନ୍ଦ, ନାପସନ୍ଦ, ସୁବିଧା, ଅସୁବିଧା ପାଇଁ ସମାଜକୁ ପରିବର୍ତ୍ତନ କରିଚାଲେ ।ହେଲେ ଆଜି ସମାଜ ସେ ସମୟରୁ କାହିଁ କେତେ ଯୋଜନ ଦୂରରେ ତାହା କହିହେବ ନାହିଁ । ଗିରିଗୁହା ବଣ୍ୟଜଙ୍ଗଲର ସେ ବାରବୁଲା ଜୀବନକୁ ଅନେକ ପଛରେ ପକାଇ ଏବେ ସୁନ୍ଦରଭବ୍ୟ ରାଜଉଆସ ଭଳି ମହଲ ମଧ୍ୟ ତିଆରି କରି ସମାଜରେ ଏକ ସ୍ୟୈଖୀନଜୀବନ ବିତେଇଲାଣି । ନୂତନ ସଭ୍ୟତାର ନୂତନ ଦିଗନ୍ତକୁ ଆଜି ଏ ମଣିଷ କ୍ଷିପ୍ର ଗତିରେ ଧାବମାନ । ଅସରନ୍ତି ସୁଖ ସମୃଦ୍ଧି ଆଜି ତାର ହାତ ପାଆନ୍ତାରେ । ସାମାଜିକ ଶୃଙ୍ଖଳା ଆଜି ଆଇନ କାନୁନରେ ପରିଣତ । ତଥାପି ଏହା ସ୍ୱୀକାର୍ଯ୍ୟ ଯେ ମଣିଷ ତାର ଆବଶ୍ୟକତା ଅନୁସାରେ ସମାଜର ନିତୀନିୟମରେ ମଧ୍ୟ ଅହରହ ପରିବର୍ତ୍ତନ ଆଣିଛି ଆଉ ଆଣୁଥିବ ମଧ୍ୟ ।
      ଏହା ମଧ୍ୟ ମିଛ ନୁହେଁ ଯେ ଏହି ସାମାଜିକ ଚାଲିଚଳଣି, ଆଚାରବ୍ୟବହାର ଦେଶଦେଶ, ରାଜ୍ୟରାଜ୍ୟ, ଅବା ଭ୍ୟୈଗୋଳିକ ସ୍ଥିିତ ଅନୁସାରେ  ଭିନ୍ନଭିନ୍ନ । ଭାରତୀୟ ବିବିଧତାରେ ଆକୁମାରୀ ହିମାଚଳ ଏହି ସାମାଜିକ ଚାଲିଚଳନ ରେ ବହୁଧା ଭିନ୍ନ । ତଥାପି ଭିନ୍ନତା ମଧ୍ୟରେ ଏହାର ଏକତା ପ୍ରତି କେହି ପ୍ରଶ୍ନ କରିପାରିବେନି । ହେଲେ ବଡବଡ ସହର ଗୁଡିକ ଆଜି ବିଶ୍ୱସ୍ତରୀୟ ସଂସ୍କୃତୀର ଅଙ୍କରୀକରଣ ପକ୍ରିୟାରେ ଧାବମାନ । ଜନସଂଖ୍ୟାର ସାନ୍ଦ୍ରତାର ଉତ୍କଟତା ଆଜି ଏହି ଶଙ୍କରୀକରଣ ପକ୍ରିୟାକୁ ବହୁଗୁଣିତ କରିସାରିଲାଣି । ସେଭଳି ସହର ମାନଙ୍କରେ ପରିବର୍ତ୍ତନକୁ ଏ ମଣିଷ ସମାଜ ପ୍ରତିସ୍ତରରେ ଅନୁଭବ କରିଛି । ସେଥି ମଧ୍ୟରୁ ଏବେ ଲିଭ୍‌-ଇନ୍‌-ରିଲେସନସିପ୍ ଏକ ଅଭୀନ୍ନ ଓ ନିଆରା ଉଦାହରଣ । ଏହାକୁ କେବଳ ଯେ ସାମାଜିକ ସ୍ୱୀକୃତି ଦେବାକୁ ସମାଜ ବାଧ୍ୟ ହୋଇନି ବରଂ ଦେଶର ଆଇନ୍ ମଧ୍ୟ ଏହାକୁ ଆଇନସମ୍ମତ ବୋଲି ବିବେଚନା କରିଛି ।
      ଧରିତ୍ରୀ ଏଇଠି ଭାବେ ଦିନଥିଲା ଘରେ କୁହନ୍ତି ଝିଅ ବଡ ହୋଇଗଲେ ତାର ଶେଯକୁ ଭାଇଠାରୁ ବି ଅଲଗା କରିଦିଆଯାଏ । କାରଣ ଏ କାମୁକତା ଉପରେ କାହାର ବି ଶକ୍ତି ନାହିଁ ସେ କ୍ଷଣିକ ଦମନ ପାଇଁ । କୁହନ୍ତି ନିଆଁ ପାଖରେ ମହମ ଯେପରି ନତରଳି ରହିପାରେ ନାହିଁ ଠିକ୍ ସେମିତି ଭରା ଯୈାବନରେ ନାରୀ ବି ପୁରୁଷ ପାଖରେ ସେମିତି ନିଜକୁ ସମ୍ଭାଳି ପାରେନି । ବିବାହର ପୂର୍ବରୁ ଯଦି କୈାଣସି ଘରେ କିମ୍ବା ସ୍ଥାନରେ ଗୋଟିଏ ମାତ୍ର ରାତି ବିତେଇଦିଅନ୍ତି ତେବେ କଥା ଶେଷ । ସେ ଯୁବତୀ ତାର ଚରିତ୍ରକୁ ହରେଇସାରିଛି ବୋଲି ସେ ସମାଜ ବିବେଚନା କରେ । ପାଖ ପଢୋଶୀ ତାକୁ ଏକ ଚରିତ୍ରହୀନାର ଉପାଧି ଦେଇ ବସନ୍ତି । କେତେ ଯେ ଟୁପୁରୁ ଟାପୁରୁ ଭୁଷୁରୁ ଭାଷରୁ ତାକୁ ନେଇ ଚଳି ହେବନି । ଗାଧୁଆ ତୁଠରେ ହେଉ, ଦାନ୍ତ ଘଷିବା ସମୟରେ ହେଉ ଅବା ମାଇପିମାଇପି ଭିତରେ କଥା ଦିଆନିଆ ହେଉ ଚୁପ୍‌ଚାପ୍ କରି ଇଙ୍ଗିତ କରନ୍ତି ସେହି ଚରିତ୍ରହୀନା ପ୍ରତି । ଟାହି ଟାପରା ରେ ସେ ଯୁବତୀ ନିଜକୁ ଆଉ ନିଜ ଜୀବନକୁ ନର୍କ ବୋଲି ମନେକରେ । ଯଦି ଭାଗ୍ୟବଶତଃ ସେହି ଯୁବକକୁ ବିବାହ କରିବାର ସୈାଭାଗ୍ୟ ମିଳିଗଲା ତେବେ ତାର ଜୀବନରେ ଟିକେ ଶାନ୍ତି ନତୁବା ତା ଜୀବନଟା ତା ପାଇଁ ପାଲଟି ଯାଏ  ଯମ ଯନ୍ତ୍ରଣା । ହେଲେ ଆଜିର ଏ ଆଧୁନିକ ସମାଜରେ ଏଠି ଏକ ବିରାଟ ପରିବର୍ତ୍ତନ । ବିବାହ ପୂର୍ବରୁ ଯୁବକଯୁବତୀ ଏକାଠି ରହିପାରିବେ ଏକ ନୂତନ ସମ୍ପର୍କ ନେଇ ତାହା ହେଲା ଲିଭ୍‌-ଇନ୍‌-ରିଲେସନସିପ୍ । ଏହା କେତେ ଦୂର ସମ୍ଭବ ଯେ ଯୈାବନାବସ୍ଥାରେ ସେ ତରୁଣ ଓ ତରୁଣୀ ଗୋଟିଏ ଛାତତଳେ ପୁଣି ନିରୋଳାରେ ଆଉ ଐକାନ୍ତିକରେ କେତେଦୂର ନିଜର ସେ କାମବାସନାର ଉନ୍ମତ୍ତତାକୁ ନିଜ କାବୁରେ ରଖି ପାରିବେ? । ହଁ ଯଦି ସ୍ଥିତପ୍ରଜ୍ଞର ଅବସ୍ଥା ଅଛି ହୋଇପାରେ ନଚେତ୍ ଏହା ଏକ ଜୀବନଚର୍ଯ୍ୟାରେ ପ୍ରଶ୍ନବାଚୀ । ତେଣୁ ଚରିତ୍ରର ଆଜି ସଜ୍ଞା ପରିବର୍ତ୍ତନ ହୋଇଗଲାଣି ଏଥିରେ ଆଉ ସନ୍ଦେହ ନାହିଁ । ବିବାହ ପୂର୍ବରୁ ନାରୀର ଯେକୈାଣସି ପୁରୁଷ ସହିତ ସଂସର୍ଗକୁ ସାମାଜିକ ସ୍ୱୀକୃତି ସହିତ ଆଇନ୍‌ର ମଧ୍ୟ ସହମତି ମିଳିଗଲାଣି । 
      ବାସ ଲୋଡା ଉଭୟଙ୍କର ମନ ମିଳିଥିବା ଦରକାର । ଏ ବଡବଡ ସହରରେ ନାରୀ ଚରିତ୍ରର ସୀମାରେଖା ଭିତରେ ବିବାହ ପୂର୍ବରୁ ଯେକୈାଣସି ପୁରୁଷ ସହିତ ଶାରିରୀକ ସମ୍ପର୍କ ସହିତ ଚରିତ୍ରର କୈାଣସି ସମ୍ପର୍କ ହିଁ ନାହିଁ । ହେଲେ ମୁଁ ଏ କାମ କରି ପାରେନା କିମ୍ବା କରିପାରିବିନି ମଧ୍ୟ । ନିଜ ମନକୁ ବଜ୍ର କଲା ପରି ମନ ଭିତରେ ଶପଥ ନେଇଛି । ତା’ର ଜୀବନ ସିଦ୍ଧାର୍ଥର । ତାର ଶରୀର ପ୍ରତ୍ୟେକ ଅଶଂ ସିଦ୍ଧାର୍ଥ ପାଇଁ ସମର୍ପିତ । ଆଉ ଅନ୍ୟ ସବୁ ପୁରୁଷ ମୋ ପାଇଁ ଅଯଥାର୍ଥ ଏମିତି ଭାବି ଭାବି ସାତ୍ତ୍ୱକୀର ସେ ପ୍ରସ୍ତାବକୁ ମନେମନେ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଦେଇଛି । କାମର ବୋଝ କିନ୍ତୁ ଅସୁମାରି ବଢିଯାଇଛି ଧରିତ୍ରୀ ପାଇଁ । ଏତେ କ୍ଲାଏଣ୍ଟ୍ ମାନଙ୍କର ମେଲ୍ ଆଟେଣ୍ଡ କରିକରି ସେ ନୟାନ୍ତ ହୋଇଯାଉଥାଏ । ସକାଳରୁ ସଞ୍ଜ ଯାଏ ମେସେଜ୍ କରି କରି ସେ ବେଳେବେଳେ ଥକି ପଡୁଥାଏ । କଥାରେ ଅଛି ଆଗ୍ରହ ଥିଲେ ଯେ େକୈାଣସି କାମ କଲେ ଅବସ ଲାଗେନି । ହେଲେ ଧରିତ୍ରୀ ଏକ ନୀରଳସ ଓ ଅନାଗ୍ରହ କାମରେ ଆଜି ଦିନକାଟିବାକୁ ଲାଗିଛି । ପ୍ରତ୍ୟେକ କ୍ଲାଏଣ୍ଟ୍ ମାନଙ୍କୁ ଉପଯୁକ୍ତ ମେସେଜ୍  କରି ସେମାନଙ୍କୁ ଏମାନଙ୍କ ସହିତ ବିଜିନେସ୍ ରେ ରହିବା ପାଇଁ ପ୍ରୟାସ କରିବା ହେଉଛି ଧରିତ୍ରୀର ମୂଖ୍ୟ କାମ । ତେଣେ ରଶ୍ମିତାର ପରିସ୍ଥିତି ଟିକିଏ ଅଲଗା । ସାଧାସିଧା ଜୀବନରେ ଗଢା ସେତେ ସୁନ୍ଦର ଦେଖାଯାଉନଥାବା ଚେହେରାକୁ ନେଇ ତିନିମାସ ହେଲାଣି ତାର ଅଫିସ୍ ରେ ତା କାମକୁ ନିଖୁଣତାର ସହ କରୁଛି । 
      ହେଲେ ତା ମନରେ ଭୟ ଫିଲ୍ଟ୍ରେସନ୍ ଟେଷ୍ଟରେ ସେ ଉତ୍ତୀର୍ଣ୍ଣ ହୋଇପାରିବ ନା ନିଜ ଚାକିରୀରୁ ହାତ ଧୋଇବସିବ । ହେଲେ ତା ପାଇଁ ନିତିଦିନର କଷ୍ଟ କାମହେଲା ଦିଲ୍ଲୀର ସେ ସିଟି ବସର ଭିଡକୁ ବରଦାସ୍ତ କରିବ । ତା ଷ୍ଟପେଜ୍‌ରୁ ବସ୍ ର ଆଗପଟେ ଚଢି ତା ଅଫିସ୍ ଛକ ବେଳକୁ ବସ୍ ପଛ ପଟେ ଯାଇ ଓହ୍ଲାଇବ କେତେ ଯେ କଷ୍ଟ ସେ ଗୁଡିକ ତା ପାଇଁ ଅପରିପ୍ରକାଶ୍ୟ । ଚେହେରା ସିନା ସେତେ ଟା ସୁନ୍ଦର ନୁହେଁ ହେଲେ ଯୈାବନରେ ସେ ତ ଉପସ୍ଥିତ ନା । କିପରି ନିଜର ଯୈାବନକୁ ସେ ଗହଳିରେ ସଞ୍ଜତରେ ରଖିପାରିବ ତାପାଇଁ ସବୁଦିନ ଗୋଟିଏ ଛୋଟଯୁଦ୍ଧ କହିଲେ ଅତ୍ୟୁକ୍ତି ହେବନାହିଁ । କଣ୍ଡକ୍ଟରକୁ ପଇସା ଦେବାଟା ମଧ୍ୟ ଏକ କଷ୍ଟ କାମ । ପାଖରେ ଯଦି ନିର୍ଦ୍ଧାରିତ ଖୁଚୁରା ପାଇସା ଅଛି ତାହେଲେ ଭଲ ନଚେତ୍ ଆହୁରି ହଇରାଣ । ନିଜକୁ ସଞ୍ଜତ କରିକରି ଭିଡକୁ ସମୁଦ୍ର ଲହଡି ଭାଙ୍ଗିଲା ପରି ନିଜକୁ ଯାକିଯୁକି ବସ୍ ର ଆଗପଟୁ ପଛ ଦୁଆର ପର୍ଯ୍ୟନ୍ତ ଗଲାବେଳକୁ ପ୍ରତିଦିନ ନାକେଦମ୍ । ବସ୍ ଭିତରେ ନିଜ ଛାତିକୁ କାହା ପିଠି ପଛପଟେ ନଲାଗିବାଭଳି ଛିଡା ହେବାଟା ସମ୍ପୂର୍ଣ୍ଣ ଅସମ୍ଭବ ଆଉ ବସ୍ ଭିତରେ ଆଗରୁ ପଛକୁ ଗତି କଲାବେଳେ ଛାତି ସହିତ ନିଜେ ମଧ୍ୟ ଆଗ ଆଉ ପଛପଟୁ ପୁରୁଷ ଅବା ନାରୀମାନଙ୍କର ଯେଉଂ ଚାପ ତାହା ଅତ୍ୟନ୍ତ କଷ୍ଟ ଦାୟକ । ହଁ କାାଁ ଭାଁ ବସ୍ ଫାଙ୍କା ଥାଏ  ନଚେତ୍ ସେଠି ନିଜର ଅନ୍ୟ ସହିତ ଶାରିରୀକ ସଂସ୍ପର୍ଶ ସେ ଭିଡରେ ଅନିବାର୍ଯ୍ୟ । 
     କେତେ ବାଳୁଙ୍ଗା ମଧ୍ୟ ତା ଭିତରେ ମଜା ନିଅନ୍ତି ସେ ସେଗୁଡିକ ନିଜର ଚରିତ୍ରକୁ ଲୁଚେଇବା ପାଇଁ ସହିଯାଏ । ଆଉ ସନ୍ଧ୍ୟା ସମୟରେ ଅଫିସ୍ ରୁ ଫେରିବା ସମୟଟା ସବୁଠାରୁ କଷ୍ଟଦାୟକ । ବସ୍ ଭିତରେ ଅଫିସ୍ ଫେରନ୍ତା ସମସ୍ତେ କ୍ଳାନ୍ତ ଓ ଅବଶ । କାହା ଶରୀରରୁ କେଉଁଭଳି ଝାଳର ବାସ୍ନା ଆସୁଥିବ ତାହା ମଧ୍ୟ ବରଦାସ୍ତ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ କରିବାକୁ ତାକୁ ପଡିଛି । ତଥାପି ହାର୍‌ମାନିନି । ନିଜକୁ ଦିଲୀ୍ଲର ସେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ମିଶେଇବାକୁ ଚେଷ୍ଟା କରିଛି । ହେଲେ ଏକ ଝଟକା ତାକୁ ଲାଗିଛି । ସେହିଦିନ ଯେଉଁ ଦିନ ସେ କମ୍ପାନୀର ଫିଲ୍ଟ୍ରେସନ ଟେଷ୍ଟରେ ଅକୃତକାର୍ଯ୍ୟ ହୋଇଯାଇଛି । ତାର କିନ୍ତୁ ବିଶ୍ୱାସ ଥିଲା ସେ ନିଶ୍ଚୟ ଉତ୍ତୀର୍ଣ୍ଣ ହେବ ଆଉ ତାର ଚାକିରୀକୁ ବଜାୟ ରଖିପାରିବ ।  ହେଲେ ସେମିତି କିଛି ବି ହୋଇନି । ସେ ଆଗରୁ ଶୁଣିଥିଲା ଏପରି ଟେଷ୍ଟ ଏକ ବାହାନା କେବଳ ଉଦ୍ଦେଶ୍ୟ କମ୍ପାନୀରୁ ପିଲା କାଢିନେବା କଥା ଆଉ ପୁଣି ଆରବର୍ଷ ନୂଆ ପିଲା ଆଣିବାଟା ହେଲା ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ । ସେ ତ ଆଉ ସରକାରୀ ସଂସ୍ଥାନୁହେଁ ଯେ ପରୀକ୍ଷାର ଖାତା ରିଚେକିଙ୍ଗ୍ କରିପାରିବ । ମୁଣ୍ଡରେ ପଡିଛି ବଜ୍ର । ସେତେବେଳକୁ ତାର ଚାକିରୀ ଚାରିମାସ ହୋଇଯାଇଥିଲା । ଚାକିରୀରୁ ଅନ୍ତର ହୋଇ ବସାଘରେ ଆସି ନିର୍ବାକରେ ବସି ପଡିଛି । କଣ କରିବ ସେ । ଧରିତ୍ରୀ ଆସି ରାତିରେ ଶୁଣିଲା ବେଳକୁ ଧରିତ୍ରୀ  ବି ଆହୁରି  ନିଜ କଥା ଭାବି ଭୟଭିତ ହୋଇପଡିଛି । ତଥାପି ଧରିତ୍ରୀ ନିଜର ଭୟକୁ ଛାତି ତଳେ ଲୁଚାଇ ରଖି ରଶ୍ମୀତା ମନକୁ ବଳ ଦେବାରେ ଲାଗିଛି । ତୁ ଏଇଠି ରହି ପ୍ରତିଦିନ  ସମ୍ବାଦ ପତ୍ରରେ ବାହାରୁଥିବା ଚାକିରୀ ମାନଙ୍କୁ ଆବେଦନ କର ଓ ଇଣ୍ଟରଭିଉ ଦେ ନିଶ୍ଚୟ ଚାକିରୀ ମିଳିଯିବ ।
      ରଶ୍ମୀତା ଆଜି ବି ବୁଝିପାରିଲାଣି ତା କଲେଜ୍‌ରେ ହେଉଥିବା କ୍ୟାମ୍ପସ୍ ପ୍ଲେସେମଣ୍ଟ୍‌ର ବାସ୍ତବତା କଣ । ଏହା କେବଳ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଯାହା ସେମାନଙ୍କର ବାଣିଜ୍ୟର ଉନ୍ନତି ପାଇଁ ଆବଶ୍ୟକ । ଉଚ୍ଚାଭିଳାଷି ପିଲା ମାନଙ୍କ ପାଇଁ ଏ କଲେଜ୍ ମାନଙ୍କର ପ୍ରଚାରପ୍ରସାରଓ ପକ୍ରିୟା ସବୁ ପ୍ରହେଳିକା ତଥାପି ସେ ସଙ୍ଘର୍ଷ କରିବ । ତେଣେ ଧରିତ୍ରୀ ଅନ୍ୟ ସାଙ୍ଗମାନଙ୍କଠାରୁ ଖବର ପାଇସାରିଲାଣି ଯେ ତା ସହିତ ଯେତେ ପିଲା କ୍ୟାମ୍ପସ୍ ରେ ସିଲେକ୍ସନ୍ ହୋଇ ଚାକିରୀ କରିଥିଲେ ମାତ୍ର ସିଦ୍ଧାର୍ଥ, ରିଙ୍କି ଓ ଅସିତ୍ କୁ ଛାଡିଦେଲେ ସମସ୍ତେ ନିଜ ନିଜ କମ୍ପାନୀରୁ ଚାକିରୀ ହରେଇ ବସିଲେଣି । ଯେଉଁମାନଙ୍କର ଘରେ ଚଳିବା ପାଇଁ ଅସୁବିଧା ନାହିଁ ଅବା ଘରେ ତାଙ୍କର ନିଜସ୍ୱ ବିଜିନେସ୍ ଅଛି ସେମାନେ ନିଜ ନିଜ ଘରକୁ ଫେରି ଗଲେଣି । ଅନ୍ୟ କେତେଜଣ ପିଲା ଯେଉଁ ମାନଙ୍କର ପିତାମାତା ଉଚ୍ଚାଭିଳାଷି ଆଉ ସେମାନଙ୍କ ପାଖରେ ଆର୍ଥିକ ସମସ୍ୟା ଆଦୌ ନାହିଁ ସେମାନେ ଅନ୍ୟ ସବୁ ପ୍ରଫେସନାଲ୍ କୋର୍ସରେ ଆଡମିଶନ କରି ପାଠପଢା ଆରମ୍ଭ କରିସାରିଲାଣି । 
      ବି.ଟେକ୍ କଲାବେଳେ ପଢାଖର୍ଚ୍ଚର ଏକ ଚତୁର୍ଥାଂଶ ଭଳି ଅର୍ଥ ହେଲେ ସେ ଭଳି ପ୍ରଫେସନାଲ୍ କୋର୍ସ  କରିପାରିବ । ହେଲେ ଏତେ ପଇସା ପୁଣି କିଏ କେଉଁଠୁ ଯୋଗାଡ କରିବ । ଯେଉଁମାନେ ସବୁ ବ୍ୟାଙ୍କ୍‌ରୁ ଋଣ କରି ପାଠ ପଢୁଥିଲେ ସେମାନଙ୍କର ଚିନ୍ତା ଆଜି ବହୁଗୁଣିତ । ସେମାନେ ବି ନିଜ ଭବିଷ୍ୟତ ପାଇଁ ନିଜ କର୍ମ ଆଉ ଭାଗ୍ୟକୁ ଦୋଷ ଦେବା ଆରମ୍ଭ କଲେଣି । ଚାରିମାସ  ଭିତରେ ପ୍ରଥମ ମାସର ଦରମା ସର୍ତ୍ତ ମୁତାବକ ଧରିତ୍ରୀକୁ ମିଳିନଥିଲା । ଆଉ ତିନି ମାସର ଦରମା ସେ ପାଇଛି ଯେଉଁଥିରୁ ଦିଲ୍ଲୀ ଭଳିଆ ସହରରେ ଖର୍ଚ୍ଚର ପରିମାଣ ଏତେ ଅଧିକ ଯେ ଅଧିକ ସଞ୍ଚୟ କରିବାଟା ଏକ କାଠିକର ପାଠ । ଯାହାହେଉ ଏ ସଘଂର୍ଷ ଭିତରେ ସେ ମନେମନେ ଭାବିଛି ଯେଉଁଦିନ ତା’ ଚାକିରୀ ଏଠାରେ ପକ୍କା ବୋଲି ଯାଣିବ ତା’ପରେ ସେ ଘର ପାଇଁ ୧୫ ଦିନ ଛୁଟି ନେଇକି ଯିବ । 
      ଆଉ ସିଦ୍ଧାର୍ଥକୁ ବି କହିଥିବ ସେତିକି ବେଳେ ଓଡିଆ ଆସିବାକୁ । ସେ ମନେମନେ ଏକ ଚିଠା କରିଛି ଘରେ କାହାପାଇଁ କଣ ଉପହାର ଦେବ । ବୋଉ ପାଇଁ ଭଲ ଧଳାଶାଢୀଟିଏ, ଭଉଣୀ ପାଇଁ ଡ୍ରେସ୍ ଓ ସିଦ୍ଧାର୍ଥ ପାଇଁ ଭଲ ଦାମୀ ଘଣ୍ଟାଟିଏ ନେବ । ସେ ବି ଜାଣିନି ଭଗବାନ ତା ପାଇଁ ଏ ସୁଖ ରଖିଛନ୍ତି ନା ନାହିଁ । ଏହି ଚାରିମାସ ଚାରିଦିନ ଭିତରେ ଧରିତ୍ରୀ କମ୍ପାନୀର ମୂଖ୍ୟ କାର୍ଯ୍ୟାଳୟ ଓ ଓା୍ୱର୍କ ଇଉନିଟ୍ ୧୭ ଥର ବୁଲି ଆସିଲାଣି । ସେ ବି ଜାଣିସାରିଲାଣି ଏହି ଯେଉଁ ଛଣା ପରୀକ୍ଷା (ଫିଲ୍ଟ୍ରେସନ୍ ଟେଷ୍ଟ୍‌) ହେବ ସେଥିରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କ ଚାକିରୀ ପକ୍କା ଆଉ ସେମାନେ ପ୍ରମୋସନ୍ ପାଇଁ ଓା୍ୱର୍କ ଇଉନିଟ୍ ରେ ଯୋଗ ଦେବେ । ଧରିତ୍ରୀ ୟା ଭିତରେ ଯେଉଁ ୧୭ ଦିନ ମୂଖ୍ୟାଳୟ କୁ ଯାଇଛି ସେଥିରୁ ସେ ଲଗାତାର ଭାବେ ଥରେ ସାତ ଦିନ ପାଇଁ ଯାଇଥିଲା । ଯେଉଁ ସିନିୟର୍‌ଙ୍କୁ ସେ ଇଲେକ୍ଟ୍ରିକ ସର୍କିଟ ଡିଜାଇନ୍ କରିବାରେ ସାହାଯ୍ୟ କରିଥିଲା  ସେ ୟା ଉପରେ କେତେ ଖୁସିଥିଲେ ଯେ ବି ଜାଣିନି । କାରଣ ଅନ୍ୟ ଝିଅ ପିଲାମାନେ ବି ଅଲଗା ଅଲଗା ଇଞ୍ଜିନିୟରିଙ୍ଗ୍ କଲେଜ୍‌ରୁ ଆସିଥିଲେ ଆଉ ସମସ୍ତେ ସେଥିରେ ମଧ୍ୟ ଭାଗ ନେଇଥିଲେ ।ଏମାନେ ଯେତେବେଳେ କମ୍ପାନୀରେ ଯୋଗ ଦେଇଥିଲେ ମୋଟ୨୦ଜଣ ପିଲା ଯୋଗେଦଇଥିଲେ । ସତ କଥା ହେଉଛି କମ୍ପାନୀ ଯେତେ ଅଧିକ ପରିମାଣର ଅର୍ଡର ପାଇବ ତାର କାମ ସେତେ ବଢିଯିବ ଆଉ ସେତେ କୁଶଳୀ ଲୋକମାନଙ୍କର ବି ଆବଶ୍ୟକତା ପଡିବ । ତେଣୁ ମୂଖ୍ୟ କଥା ହେଉଛି ଅର୍ଡରର ପରିମାଣ ବଢିବା ଦରକାର । କମ୍ପାନୀର ନିୟମ ମୁତାବକ ଯେଉଁମାନେ କମ୍ପାନୀର ଉତ୍ପାଦ ସମ୍ବଦ୍ଧରେ ବୁଝି ଅର୍ଡର ଦେବାକୁ ଆସନ୍ତି ସେମାନଙ୍କ ଦାୟୀତ୍ୱ ଗୋଟିଏ ଟିମ୍ ନେଇଥାଏ । ପ୍ରତି ଟିମ୍ ରେ ତିନିଜଣ ଲେଖାଏଁ ଥାନ୍ତି । ପ୍ରତି ଟିମ୍ କୁ ଦେଶ ଅନୁସାରେ ଇମ୍ପୋଟ୍‌ର୍ର ମାନଙ୍କୁ ଦିଆଯାଇଥାଏ । କେଉଁଟିମ୍ ଦାୟୀତ୍ୱରେ ବାଙ୍ଗାଲାଦେଶ ର କଷ୍ଟମର ତ ଅନ୍ୟ କେଉଁ ଟିମ୍ ହାତରେ ଇଣ୍ଡୋନେସିଆ । ହେଲେ ସେ ସବୁ କଷ୍ଟମର ମାନଙ୍କୁ ବିଭିନ୍ନ କମ୍ପାନୀକୁ ନେଇକି ଆସିଥାନ୍ତି ଏଜେଣ୍ଟମାନେ । ଏଜେଣ୍ଟ୍ ମାନେ ଖୁସି ହେବା ନିହାତି ଦରକାର । 
     ଏଜେଣ୍ଟ୍ ମାନେ ମଧ୍ୟ ପୁରାପୁରି ଭାବରେ ସାଟିସ୍‌ଫାୟ ହେବା ଦରକାର ଯେ ହଁ ଏ କମ୍ପାନୀ ଅର୍ଡର ମୁତାବକ ଠିକ୍ ଟାଇମ୍ ରେ ମାଲ୍ ଚୁକ୍ତିଭିତ୍ତିକ ଓ ଗୁଣବତ୍ତାଭିତ୍ତିକ ଦେଇପାରିବ । ତାହାହେଲେ ସେମାନେ ଅନ୍ୟଦେଶରୁ କଷ୍ଟମର ମାନଙ୍କୁ ନେଇକି ଆସିଥାନ୍ତି । ମଝିରେ ଧରିତ୍ରୀ ଆସି ଯେଉଁସାତଦିନ ଲଗାତାର ଭାବେ କାମ କରିଥିଲା ସେହି ସମୟରେ ସେ ଗୋଟିଏ ଟିମ୍ ରେ ହିଁ ସାମିଲ ହୋଇଥିଲା ଆଜି ହଠାତ ସାତ୍ୱକୀ ଗୁପ୍ତା ଧରିତ୍ରୀ କୁ କହିଛି ଦେଖ ତୁମକୁ ଆସନ୍ତା ୨୦ ତାରିଖ ରବିବାର ଦିନ ଜଣେ ଏଜେଣ୍ଟ୍‌ଙ୍କୁ ଆଟେଣ୍ଡ୍ କରିବାକୁ ପଡିବ । ସେଦିନ ତୁମ ସହିତ କେହି ଯାଇପାରିବେ ନାହିଁ । ସେ ଏଜେଣ୍ଟ୍‌ଙ୍କର ଆମ କମ୍ପାନୀରେ ଚାଲୁଥିବା ସମସ୍ତ ଅର୍ଡର ବିଷୟରେ ବୁଝ ଆଉ ତୁମକୁ ସେ ଏଜେଣ୍ଟ୍‌ଙ୍କୁ ତାଙ୍କ ଅର୍ଡର ବାବଦରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ପଡିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କୁ ଯେମିତି ହେଲେ ତୁମେ ଖୁସି କରି ଛାଡିବ । କାରଣ ସେ ଖୁସିହେଲେ ହିଁ ଆମ କମ୍ପାନୀକୁ ନୂଆ ଅର୍ଡର ଦେବେ । ଧରିତ୍ରୀ ବୁଝିପାରୁନଥାଏ ତାଙ୍କୁ କଣ ଖୁସି କରେଇବ । 
     ସାତ୍ୱକୀ କହୁଥାଏ ଯେକୈାଣସି ତଥ୍ୟରେ ଯେପରି ଭୂଲ୍ ନହୁଏ । ଆଉ ଆମେ ତାଙ୍କ ଅର୍ଡରସବୁ ଠିକ୍ ସମୟରେ ପୁରା କରିଦେବୁ ବୋଲି ତାଙ୍କୁ ବିଶ୍ୱାସ କରେଇବାରେ ଅଛି । ତେଣୁ ତୁମେ ସେ ଏଜେଣ୍ଟଙ୍କର ଆମ କମ୍ପାନୀରେ ଚାଲୁଥିବା ସବୁ ଅର୍ଡର ବିଷୟରେ ବୁଝ ଓ ମନେରଖ ।ଧରିତ୍ରୀ ସେହିଦିନଠାରୁ ସେ ଏଜେଣ୍ଟ୍‌ଙ୍କର ସମସ୍ତ ଅର୍ଡର ବାବତରେ ତନ୍ନତନ୍ନ କରି ପଢୁଛି,ବୁଝୁଛି ଆଉ ମନେ ବି ରଖିବାରେ ଲାଗିଛି ।

*******

ଦଶ


ସିଦ୍ଧାର୍ଥ ଖୁବ୍ ପରିଶ୍ରମୀ ପିଲା ହୋଇଥିବାରୁ ଏବଂ ନିଜ ବାପାଙ୍କର ଦୁଃଖକୁ ନିଜ ହୃଦୟକୁ ନେଇ ପାରିଥିବାରୁ ପାଠପଢା ସମୟରେ ମନ ପ୍ରାଣ ଦେଇ ଯଥା ସମ୍ଭବ ସେ ଶିଖିଥିଲା । ଆଜି ସେ ମଧ୍ୟ ହାଇଦ୍ରାବାଦ କମ୍ପାନୀରେ ସଂଘର୍ଷରତ ନିଜ ଚାକିରୀରୁ ଛଟେଇନହେବା ପାଇଁ । ସେ  କମ୍ପାନୀରେ ତାରି ଭଳି ଅନ୍ୟ କେତେ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରୁ ପିଲା ମଧ୍ୟ ଆସି ତାରି ସହିତ ଏକା ବେଳକେ ଯୋଗ ଦେଇଛନ୍ତି । ସମସ୍ତଙ୍କର ଏକା ଦଶା । ସମସ୍ତେ ଆସିଥିଲେ ସେହି ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍ ମାନଙ୍କରୁ । ଯେଉଁମାନଙ୍କର ଅନ୍ତର୍ନିହିତ ବୁଦ୍ଧି ଅବା ବୁଝିବା ଶକ୍ତି ଯୋର୍ ସେମାନେ ଏହି ଇଣ୍ଡଷ୍ଟ୍ରିରେ ହିଁ  ନୂତନ କାମରେ ନିଜକୁ ଆଡଜଷ୍ଟ୍ କରିବାକୁ ଚେଷ୍ଟା କରୁଥାନ୍ତି । ପଢିବା ସମୟରେ ଆଦ୍ୟୈ ପ୍ରାକ୍ଟିକାଲ୍ କରିନଥିବା ଆଉ ଇଣ୍ଡଷ୍ଟ୍ରି ଜୀବନ ବିଷୟରେ ଆଦ୍ୟୈ ଜାଣିନଥିବା ପିଲା ମାନଙ୍କ ପାଇଁ ଆଜି ସେଠି କାମ କରିବା ଥିଲା ବହୁତ କଷ୍ଟକର ପାଠ ।     ଯେଉଁମାନେ ନିଜ ଘରେ ଗେଲବସରରେ ବଢିଥିଲେ ଆଉ ଜୀବନରେ ପରିଶ୍ରମ କେବେ କରିନଥିଲେ ସେମାନଙ୍କୁ ତ ସେ ଚାକିରୀ ରେ ରହିବାଟା ହିଁ କଷ୍ଟ ହୋଇଯାଇଥିଲା । 
      ସିଦ୍ଧାର୍ଥ ବି ଜାଣିଗଲାଣି ଯେଉଁ ଉପରିସ୍ଥ ଅଧିକାରୀ ବା ବସ୍ ଙ୍କ ତଳେ ତମକୁ କାମ କରିବାକୁ ପଡିବ ପ୍ରଥମେ ତ ତାର ସମ୍ପୂର୍ଣ୍ଣ ଚେଲା ହେବାକୁ ପଡିବ । ତାର ପ୍ରତି କଥାକୁ ଭଗବାନଙ୍କର ଅମୃତବାଣୀ ଭଳି ଶୁଣିବାକୁ ପଡିବ ।  ସେ ଯଦି କହେ ନଡିଆ ଗଛରେ ଦୁଇଟା ଆଳୁ ଫଳିଥିଲା ବୋଲି ତେବେ ତୁମକୁ ଖାଲି ସେଥିରେ ହଁ ଭରିଲେ ହେବନି ବରଂ କହିବ ସାର୍ ମୁଁ ପରା କାଲି ଆସିଲା ବେଲକୁ ଗୋଟିଏ ନଡିଆ ଗଛରେ ଆଳୁମାନଙ୍କର ପେନ୍ଥା ସବୁ ଗଜରୁଥିବାର ଦେଖିକରି ଆସିଲି । ବସ୍ ବହୁତ ଖୁସି ହୋଇଯିବ । ବସ୍ ର ହଁ ରେ ହଁ ଆଉ ନାଁ ରେ ନାଁ  କହିବାକୁ ପଡିବ । ସବୁଠାରୁ ବଡ କଥା ହେଲା ବସ୍ ଆଗରେ ତୁମେ ନିଜେ ବସ୍ ଠାରୁ ବହୁତ ଅଧିକ ଜାଣିଛ ବୋଲି କେବେ ଦେଖେଇହେବନି । ନିଜେ ବହୁତ ଚାଲାକ୍ ଓ ବୁଦ୍ଧିଆ ବୋଲି କେବେ ବି ପ୍ରକାଶ କରିବନି । ବସ୍ ଯାହା ସବୁ ଜାଣିନି ତୁମେ ତାହା ଜାଣିଛ ବା ତା ଠାରୁ ଆହୁରି ଅଧିକ ଜାଣିଛ ବୋଲି ସ୍ୱପ୍ନରେ ବି ଦେଖାଇବାକୁ ଚେଷ୍ଟା କରିବନି । ସବୁବେଳେ ଗାୟତ୍ରୀ ମନ୍ତ୍ର ମୁଖସ୍ତ କଲା ଭଳି ମନରେ ଗୋଟିଏ କଥା ରଖିବାକୁ ବସ୍ ଇଜ ଅଲୱେଜ୍ ରାଇଟ୍ (ବସ୍ ସବୁବେଳେ ଠିକ୍‌) ଚାମଚାଗିରି ବା ଚାପଲୁସି କଣ ଏହାକୁ ଭଲଭାବରେ ଏ ପ୍ରାଇଭେଟ୍ କମ୍ପାନୀ ମାନଙ୍କରେ ଚାକିରୀ କଲା ପୂର୍ବରୁ ଶିଖିକରି  ଆସିବା ନିହାତି ଦରକାର । ନଚେତ୍ ଚାକିରୀ ର ସ୍ଥାୟୀତ୍ୱର ସମ୍ଭାବନା ହିଁ ନାହିଁ । 
      ବସ୍ କୁ ଟପି କରି ତା ଉପର ଅଫିସର୍ କିମ୍ବା ମାଲିକ ପାଖକୁ ପ୍ରଥମେ ପ୍ରଥମେ ଯମା ଯିବାକୁ ଚେଷ୍ଟା କରିବନି । ଧରିନେବ ଯେ ବର୍ତ୍ତମାନ ମୋ ପାଇଁ ବସ୍ ହିଁ ଭଗବାନ । ସେ ସବୁ ଜାଣିଛନ୍ତି । ସେ ମୋର ହର୍ତ୍ତାକର୍ତ୍ତା ଦୈବ ବିଧାତା । ମୁଁ ଏ କମ୍ପାନୀରେ ଜଣେ ବଡ ଇଞ୍ଜିନିୟର ଭାବେ ଚାକିରୀ କରୁନି ବରଂ ନିଜ ବସ୍ ର ଜଣେ ବଡ ବିଶ୍ୱସ୍ତ ଆସିଷ୍ଟାଣ୍ଟ୍ ଭାବେ କାମ କରୁଛି । ଯଦି ପାରିବ ତେବେ ନିଜେ ଜାଣିଥିବା କିଛି ନୂଆ କଥାକୁ ତୁମ ବସ୍ କୁ କହି ତାକୁ କୁହ ଯେ ସାର୍ ଆପଣ ଏହି କଥାକୁ କାମରେ ପ୍ରୟୋଗ କରନ୍ତୁ ଆପଣ ଏଥିରେ ପ୍ରଶଂସା ପାଇବେ । ଆଉ ତାକୁ ଏ କାମରେ ସହାଯ୍ୟ କର । ଥରେ ଦୁଇଥର ତମ ବୁଦ୍ଧି ଆଉ ସାହାଯ୍ୟ ରେ ତୁମ ବସ୍ କମ୍ପାନୀ ଭିତରେ ତାର ବଳିଷ୍ଠ ଉପସ୍ଥିତି ଜାହିର କରୁ । ଧୀରେ ଧୀରେ ବସ୍ ର ତୁମ ଉପରେ ବିଶ୍ୱାସ ଆସିବ । ବସ୍ ର ତୁମ ଉପରେ ବିଶ୍ୱାସ ଥିବା ପର୍ଯ୍ୟନ୍ତ କୈାଣସି ପ୍ରାଇଭେଟ୍ କମ୍ପାନୀରେ ତୁମ ଚାକିରୀ କେହି ନେଇପାରିବେନି । 
      ଏହା ମଧ୍ୟ ସତ ଯେ ପ୍ରାଇଭେଟ୍ କମ୍ପାନୀ ରେ ତୁମେ ଚାକିରୀ କରିବାକୁ ଯାଉଯାଉ ଯେହେତୁ ତୁମର ଅଭିଜ୍ଞତା ନାହିଁ ତୁମକୁ ନିଶ୍ଚିତ କାହା ତଳେ ରହି କାମହିଁ କରିବାକୁ ପଡିବ । ସେହି କାହା ତତ୍ତ୍ୱାବଧାନରେ କାମ କରିବାର ଶୈଳୀ ହେଉଛି ପ୍ରକୃତ ଦକ୍ଷତା । ଯଦି ତୁମେ ପାଠ ସେତେ ଭଲ ପଢିନ କିନ୍ତୁ ପଢିବାର ଦକ୍ଷତା ଅଛି । କାମ କରିପାରୁନ କିନ୍ତୁ କାମ କରେଇବାର ଦକ୍ଷତା ଅଛି ତେବେ ବହୁତ ଭଲ । ବାସ ଦରକାର ନିଜର ବସ୍ କୁ ତୁମେ ନିଜ ହାତ ମୁଠାରେ ରଖିବାକୁ ହିଁ ପଡିବ । ତୁମ ଚାକିରୀ ଛଡେଇନେବା ଦାୟୀତ୍ୱ ହିଁ ସେହି ବସ୍ ହାତରେ ଥାଏ । କାରଣ ଉପରିସ୍ଥ ଅଫିସର ଅବା ମାଲିକ ପାଖରେ  ତୁମ ବିଷୟରେ ଟିକିନିକି ବିବରଣୀ ସେହି ବସ୍ ହିଁ ଦେଇଥାଏ । ତୁମ ଚାକିରୀରେ ସ୍ଥାୟୀତ୍ୱ ଓ ତୁମର ପଦୋନ୍ନତି ପାଇଁ ସେହି ବସ୍ ହିଁ ସୁପାରିସ୍ କରିଥାଏ । ଅନ୍ୟ ଏକ ସହଜାତ ପ୍ରକୃତି ଆମ ସମସ୍ତଙ୍କର ଯେ  ଆମେ କେବେ ଚାହୁଁନା କିଏ ଆମ ଆଗକୁ ମାଡିଯାଉ । ପୁଣି ଆମକୁ ପଛରେ ପକାଇ ଜମା ନୁହେଁ । କମ୍ପାନୀରେ ଯିଏ ତୁମର ବସ୍ ହୋଇଥିବ ସେ ବି ନିଜ ଚାକିରୀ ଖଣ୍ଡିକ ବଞ୍ଚେଇ ରଖିବା ସହିତ ପଦୋନ୍ନତି ଆସାରେ ଅଥବା ଦରମା ବଢେଇବା ଆଶାରେ ସର୍ବଦା ଥିବ । ତେଣୁ ସେ କେବେ ବି ଚାହିଁବନି ତୁମେ ଚାକିରୀରେ ଯୋଗ ଦେଉଦେଉ ଅଳ୍ପଦିନ ଭିତରେ ତୁମେ ତାକୁ ଡେଇଁ ମାଲିକ ପାଖରେ ବସ । ଆଉ ମାଲିକର ଖାସ୍ ଲୋକ ହୋଇଯାଅ । ଅଥବା ଉପରିସ୍ଥ ପ୍ରବନ୍ଧଙ୍କର ଖାସ ଲୋକ ହୋଇଯାଅ ।
      ଇଏ ଗୋଡ ଭିଡା ଦୁନିଆରେ କହି ଅନ୍ୟର ଉପରକୁ ଉଠିବା ଦେଖିବାକୁ ଆଦ୍ୟୈ ପସନ୍ଦ କରନ୍ତିନି କିମ୍ବା ଅନ୍ୟକୁ ଉଠିବାକୁ ସୁଯୋଗ ଦିଅନ୍ତିନି । ଖାଲି ସେତିକି ନୁହେଁ ବରଂ ଗୋଡ ଉଡିବା ଲାଗି ଚେଷ୍ଟା କରନ୍ତି । ତେଣୁ ଏଠି ଇଣ୍ଡଷ୍ଟ୍ରି ଜୀବନରେ କିଏ ବା କାହିଁକି କାହାକୁ ସୁଯୋଗ ଦେବ ଆଗକୁ ଯିବାକୁ । ତା ପରେ ସବୁଠାରୁ ବୁଦ୍ଧିମାନ କଥା ହେଉଛି ପ୍ରଥମେ ବସ୍ ର କାମକୁ ବହୁତ ହାଲକା କରିବାକୁ ଚେଷ୍ଟାକର । ଟେନସନ୍ ବି ନିଜେ ନେବାକୁ ଚେଷ୍ଟାକର । ହେଲେ ସବୁ କାମର ଶ୍ରେୟ ବସ୍ ନେବା ଦରକାର କିମ୍ବା ତୁମେ ବସ୍ କୁ ଦେବା ଦରକାର । ସବୁଠାରୁ ପ୍ରାଇଭେଟ୍ ଚାକିରୀର ଗୋଟିଏ ସ୍ୱତନ୍ତ୍ର ଲକ୍ଷଣ ହେଉଛି ସେଠି ପ୍ରାଇଭେଟ୍ ଚାକିରୀରେ କେହି ଚାକିରୀରୁ ସିଧାସଳଖ କାଢି ଦିଅନ୍ତିନି । ବରଂ କମ୍ପାନୀ ତୁମକୁ ଏପରି ମାନସିକ ସ୍ତରରେ ଯନ୍ତ୍ରଣା ଦେବା ଆରମ୍ଭ କରିଦେବ ଯେ ତୁମେ ସବୁକିଛି ଛାଡିଛୁଡି ଦ୍ୟୈଡି ପଳେଇ ଆସିବ । ସେମାନଙ୍କର ତୁମମାନଙ୍କୁ କାମରୁ ଅନ୍ତର କରିବା ତରିକା ହେଉଛି ଗୋବର ଗୋଟେଇବାକୁ କହିବେନି ବରଂ ତୁମ ଆଗରେ ଗାଣ୍ଡୁଆ ଫୋପାଡି ଦେବେ । ତେଣୁ ତୁମେ ଯଦି ଗାଣ୍ଡୁଆରେ ଗୋବର ଉଠେଇ ପାରିଲ ତେବେ ମଜବୁର୍ ମଣିଷ ଭଳି ସମସ୍ତଙ୍କର ଗଞ୍ଜଣା ଶୁଣି ଅଳ୍ପ କିଛିଦିନ ରହିପାର ମାତ୍ର ବହୁତ ଦିନ ନୁହେଁ । 
     ପୁଣି ଶିକ୍ଷିତ ମଣିଷ ଆଉ ଜଣେ ଡିଗ୍ରୀ ଇଞ୍ଜିନିୟର ପାଖରେ ଏକଥା ତ ସମ୍ପୂର୍ଣ୍ଣ ଅସମ୍ଭବ । କମ୍ପାନୀ ପାଖରେ ଚାକିରୀ କରୁଥିବା ପ୍ରତି ବିଭାଗର ମଣିଷ ମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ରାଜନୀତି ଚାଲିଥାଏ । ଆଉ ସର୍ବଶେଷରେ କମ୍ପାନୀର ଶିଖରରେ ଥିବା ପ୍ରବନ୍ଧକ, ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ଅନ୍ୟ ଏକ ପ୍ରକାର ରାଜନୀତି ଚାଲେ । ପ୍ରତ୍ୟେକ ବିଭାଗରେ ବିଭାଗ ମୂଖ୍ୟ ଚାହେଁ ତା ତଳ କର୍ମଚାରୀର ଜଣେ ବିକଳ୍ପ ସବୁବେଳେ ତା ସହିତ ଥାଉ କାରଣ ଯଦି ତା ତଳ କର୍ମଚାରୀ କେତେବେଳେ ଚାକିରୀ ଛାଡିଦିଏ କିମ୍ବା ଚାକିରୀ ଛାଡିବା ପାଇଁ ଧମକ ଦିଏ ତେବେ ସେ ବିକଳ୍ପ ବ୍ୟକ୍ତିକୁ ସହଜରେ ବ୍ୟବହାର କରିପାରିବ । ସେମିତି ପ୍ରତି ସ୍ତରରେ ଜଣେ ବିକଳ୍ପ ରଖିବାକୁ ଭାରପ୍ରପ୍ତ ଅଧିକାରୀ ମାନଙ୍କର ରାଜନୀତିର ଏକ ଅଂଶ ବିଶେଷ । ଏ ତ ଗଲା ବଡବଡ କମ୍ପାନୀ କଥା ଯେଉଁଠି କମ୍ପାନୀ ଭିତରେ ଅନେକ ଅଲଗା ଅଲଗା ଡିପାର୍ଟମେଣ୍ଟର ଦାୟୀତ୍ୱ ସେମାନଙ୍କର ମୂଖ୍ୟ ମାନଙ୍କ ଉପରେ ନ୍ୟସ୍ତ ଥାଏ । ଆଉ ସବୁ ବିଭାଗର ମୂଖ୍ୟ କମ୍ପାନୀର ନିର୍ଦ୍ଦେଶକଙ୍କ ପାଖରେ ଦାୟୀ ରୁହନ୍ତି । ଯଦି କମ୍ପାନୀ ଜଣିକିଆ ମାଲିକାନା ସ୍ତରରେ ତେବେ ସେ କମ୍ପାନୀର ରାଜନୀତି ସମ୍ପୂର୍ଣ୍ଣ ଅଲଗା । ପ୍ରତି ବାଭାଗର ମୂଖ୍ୟ ଚାହାଁନ୍ତି ମାଲିକଙ୍କର ପାଖ ଲୋକ ହେବା ପାଇଁ । ସେଥିସକାସେ ସମସ୍ତେ ମାଲିକକୁ ଖୁସି ରଖିବାକୁ ସଦା ସର୍ବଦା ତତ୍ପର ଥାନ୍ତି । ଏଠି ଗୋଟିଏ କଥା ମନେରଖିବାକୁ ହେବ ଯେ ଏଭଳି କମ୍ପାନୀ ମାଲିକମାନେ କେବଳ ଗୋଟିଏ କଥାରେ ଖୁସି ହୁଅନ୍ତି ତାହା ହେଉଛି ତୁମେ ତା କମ୍ପନୀକୁ କେତେ ଟଙ୍କାର ଲାଭ ଦେଇଛ କିମ୍ବା କମ୍ପାନୀର କୈାଣସି ସ୍ଥାନରେ ଟଙ୍କା କିଛି ବଞ୍ଚେଇ ପାରିଛ । ଏମିତି ଜଣେଜଣେ ଉପରିସ୍ଥ ଅଧିକାରୀ ଥାଆନ୍ତି ମାଲିକକୁ ଖୁସି ରଖିବାପାଇଁ ନିରୀହ ଶ୍ରମିକ ମାନଙ୍କର ବି ପାରିଶ୍ରାମିକ କମେଇବାକୁ ଚେଷ୍ଟା କରନ୍ତି । ଝିଣ୍ଟିକା ମାରି ବଣି ପୋଷିବା କଥା ସେମାନଙ୍କ ରକ୍ତରେ ସତେ ଯେମିତି ପ୍ରବାହିତ । ଦୁଃଖୀକୁ ଆହୁରି ଦରଦ୍ରତାରେ ଛାଡିବାକୁ ସେମାନେ ପଛାନ୍ତିନି । 
     ବାସ୍ ସେମାନେ ସବୁବେଳେ ଚାହାନ୍ତି ମାଲିକର ପାଖଲୋକ ହେଉ ଆଉ ନିଜର ମଧ୍ୟ ରୋଜଗାର ବଢୁ । ସେ ଭଳି ସିଷ୍ଟମ୍‌ରେ ମାଲିକମାନେ ବି ତାଙ୍କ ରାଜନୀତି ଏକ ଭିନ୍ନ ଢଙ୍ଗରେ ଚଳାନ୍ତି । ପ୍ରତ୍ୟେକ ପ୍ରବନ୍ଧକ ଓ ଉପପ୍ରବନ୍ଧକ ର ବିକଳ୍ପ ଭାବେ ନିଜ ନଜରରେ ସେହି କମ୍ପାନୀରେ ଅନ୍ୟ କାହାକୁ ତିଆରି କରିଥାନ୍ତି । ଗୋଟିଏ କଥା ମନେରଖିବାକୁ ହେବ ଯେ ଏ କମ୍ପାନୀ ମାନଙ୍କରେ ଚାକିରୀ କରୁଥିବା ଅଧିକାରୀ ହୁଅନ୍ତୁ ଅବା ମାଲିକନିଜେ ସେମାନଙ୍କ ମଧ୍ୟରୁ କାହା ପାଖରେ ଦୟାମାୟା ବୋଲି ଶଦ୍ଦ ନଥାଏ । ଏମାନେ ସବୁବେଳେ ବ୍ୟଗ୍ର କିପରି କମ୍ପାନୀର ବାର୍ଷିକ ବାଣିଜ୍ୟର ପରିମାଣ ବଢିବ ଓ ଲାଭ ବଢିବ । ହଁ କାଁ ଭାଁ କେିଁଠି କୋଉ ମାଲିକ ପାଖରେ ଟିକେ ଭିନ୍ନତା ଦେଖା ଦେଇପାରେ । ହେଲେ ଏସବୁ ଗୁଡିକ ଇଣ୍ଡଷ୍ଟ୍ରିଆଲ୍ ଜୀବନର ଅଭିନ୍ନ ପରିବେଶ ।
      ସିଦ୍ଧାର୍ଥକୁ ଚାକିରୀ କରିବାରେ ଯେ କୈାଣସି ପରିସ୍ଥିତିରେ ହିଁ ଅଛି । କାରଣ ବ୍ୟାଙ୍କରୁ ଯେଉଁ  ୫ଲକ୍ଷ ଟଙ୍କା ଋଣକରି ସେ ପାଠ ପାଢିଛି ତାକୁ ସୁଝିବାରେ ଅଛି । ତା ଘରେ ସେମିତି କିଛି ବି ସମ୍ବଳ ନାହିଁ  ଯେ ସେ ଚାକିରୀ ନକରି ମଧ୍ୟ ଶୁଝିପାରିବ କିମ୍ବା ତା ବାପା ଶୁଝିପାରିବେ । ସିଦ୍ଧାର୍ଥ ଚାଲାକ, ଚତୁର ସାଙ୍ଗକୁ ଜମିଲ୍ ସହିତ ମିଶି ଇରଫାନ୍ ବାବୁଙ୍କଠାରୁ ଉପଦେଶ ତାକୁ ଅନେକ ସାହାସ, ଧୈର୍ଯ୍ୟ  ଓ ବଳ ଦେଇସାରିଛି । ଏ ପ୍ରାଇଭେଟ୍ କମ୍ପାନୀରେ ଚାଲିରୀ କରିବାକୁ ସେ ବୁଝିଛି ତାର ଉପରିସ୍ଥ ବସ୍ ର ପ୍ରକୃତି, ବ୍ୟବହାର ଓ ଉଦ୍ଦେଶକୁ ବୁଝିବାକୁ ପଡିବ । ଯାହାହେଉନା ବି ସବୁପ୍ରକାର କାମ ସେ କରିବାକୁ ପ୍ରସ୍ତୁତ । ଲାଜ ସରମ ଆଜି ତା ପାଖରେ ତୁଚ୍ଛ ତା ମଜବୁରୀ ପାଇଁ । ସେ ଇରଫାନ୍ ବାବୁଙ୍କ ଠାରୁ ଶୁଣିଥିଲା ଇଣ୍ଡଷ୍ଟ୍ରିରେ ପ୍ରଥମେ ଯୋଗ ଦେବା ପରେପରେ ତୁମକୁ ର‌୍ୟାଗିଙ୍ଗ୍ କଲାଭଳି କାମ କରିବାକୁ କହିବେ ।  ତୁମ ପୂର୍ବରୁ ଯେଉଁମାନେ ସେହି କମ୍ପାନୀରେ କାମ କରୁଥିବେ ସେମାନେ ତୁମର ବୁଦ୍ଧି କଷିବେ, ତୁମକୁ ପରଖିବେ ତୁମ ହାତରେ ଜାଣିଶୁଣି ଭୂଲ୍ କରେଇବାକୁ ଚେଷ୍ଟା କରିବେ । ହେଲେ ତୁମେ ସଜାଗ ରହିଲେ  ନିଜ ବୁଦ୍ଧି ବଳରେ ସେ ସବୁକୁ ସହ୍ୟ କରିପାରିବ । ଏମିତି ବି ସମୟ ଆସିପାରେ ତୁମକୁ ଲେବର କାମ କରିବାକୁ କହିପାରନ୍ତି । ହେଲେ ତୁମେ ସେଥିରେ ପଛେଇବନି । କଥାରେ ଅଛି ଝାଡୁମାରୁମାରୁ ମହନ୍ତ । ତେଣୁ ଲେବର୍ ଭଳି ଆମେ କିଛି ସମୟ ପାଇଁ କାମ କରିଦେଲେ ସେଠାରେ ଆମର ମାନସମ୍ମାନ ତଳେ ପଡିବାର ସମ୍ଭାବନା ନାହିଁ ବରଂ ସେମାନେ ଜାଣିଯିବେ ଯେ ଏ ପିଲାଟି ସବୁ କାମରେ ଧୂରନ୍ଧର । ସବୁବେଳେ ତୁମ ବୁଦ୍ଧିକୁ ଏପରି ପ୍ରୟୋଗ କରିବ ସତେ ଯେମିତି ତୁମେ ବହୁତ କିଛି ଜାଣିନ । 
     ଆଉ କାହା କଥାରେ ଯୁକ୍ତି ନ କରି ସମସ୍ତଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବ । ତୁମ କାମ ଠିକ୍ ହେଲେ ସେମାନେ ଧୀରେଧୀରେ ମନକୁ ମନ ସମ୍ମାନ ଦେବା ଆରମ୍ଭ କରିବେ ।  ଇଣ୍ଡଷ୍ଟ୍ରିରେ ଉପରିସ୍ଥ ବସ୍ ମାନଙ୍କ ପାଖରେ ନମ୍ର ଓ ସ୍ମାର୍ଟ ବୋଲି ସବୁବେଳେ ପ୍ରମାଣ ଦେଉଥିବ । ଏମିତି ବି ସମୟ ଆସେ ତୁମ ବସ୍ ତୁମ ସହିତ ଏମିତି ମିଶି ଯିବାର ବାହାନା କରେ ଯେ ସେ ସାଙ୍ଗ ଭଳି ଭାବି କହେ ଆରେ ଟିକେ ପାଣି ଆଣିବୁ ପିଇବା । ସେଠି ପାଣି ତାକୁ ଆଣିକିଦେଇ  ଦେବାରେ କିଛି ଖରାପ ନାହିଁ ହେଲେ ନଜର କରିଥିବ ଯେ ସେ ତୁମକୁ ସମସ୍ତଙ୍କ ଆଗରେ ନିଚା ଦେଖେଇବାକୁ କରୁନିତ । ତେଣୁ ଏସବୁ କଥାକୁ ବରଦାସ୍ତ କରି ବର୍ଷେ ଦେଢବର୍ଷ କମ୍ପାନୀରେ ରହିଗଲେ ତୁମେହେବ କୃତକାର୍ଯ୍ୟ । ତୁମେ ହୋଇପାରିବ ଦକ୍ଷ ଆଉ ଚାକିରୀରେ ମଧ୍ୟ ଉନ୍ନତି କରିବ ।
     ସେ ସବୁ ଉପଦେଶ ଗୁଡିକ ଆଜି ସିଦ୍ଧାର୍ଥ ପାଇଁ ଯଥେଷ୍ଟ କାମରେ ଆସିଛି । ସେ ତାକୁ ପ୍ରତିମୁହୁର୍ତ୍ତରେ ମାନିଛି ଆଉ ଜିତିଯିବାର ସ୍ପର୍ଦ୍ଧାରେ ଆଗେଇ ଚାଲିଛି । ସବୁ କଥାକୁ ମଥାପାତି ସହି ଚାଲିଛି । ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ପାଠପଢିବା ସମୟରେ ସେ ଯେଉଁ ସବୁ ପ୍ରାକ୍ଟିକାଲ୍ କ୍ଲାସ୍ ସେମାନଙ୍କୁ ନିହାତି କରିବାକୁ ଥିଲା ସେଗୁଡିକ ସେ କଲେଜ୍‌ରେ ହିଁ ନଥିଲା । ସେହି ସବୁ ପ୍ରାକ୍ଟିକାଲ୍ ଜ୍ଞାନ ଅଭାବରୁ ଆଜି ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି । ସତ କହିବାକୁ ଗଲେ ଛାତ୍ର ଜୀବନପରି ଆଜି ତାକୁ ଏହି ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ୍ କରିବାକୁ ପଡୁଛି । ସେଠି ଯାହା ସବୁ ସେ ଜାଣି ନଥିଲା କି  ମୋଟେ ଦେଖି ନଥିଲା  ଏଠି ସେ ଦେଖୁଛି ଆଉ ନିଜ ବୁଦ୍ଧି ବଳରେ ସେଥିରେ କାମ କରିବାରେ ପ୍ରୟାସ କରୁଛି । ଆଜି ସେ ବେଳେବେଳେ ଏହି ମନସ୍ତାପ ଭିତରେ ଗତି କରୁଛି ଯେ ସେ କାହିଁକି ଜିଦ୍ କରି ବାପାଙ୍କୁ କହି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ନାଁ ଲେଖାଇଥିଲା ଜଣେ କୁଶଳୀ ଇଞ୍ଜିନିୟର ହେବ ବୋଲି । ହେଲେ ସେ କଲେଜ୍‌ରେ ତାକୁ କୁଶଳୀ କରି ଗଢିତୋଳିବାରେ ସାଧନା ହିଁ ନଥିଲା । କଲେଜ୍‌ର ବାହ୍ୟ ଆଡମ୍ବର ପୂର୍ଣ୍ଣ ପ୍ରଚାରପ୍ରସାର ଏକ ପ୍ରହେଳିକା ସଦୃଶ ତାକୁ ଆକର୍ଷୀତ କରିଥିଲା । ସେ ବି ଜାଣିପାରିଲାଣି ଯେ ତାରି କଲେଜ୍ କେବଳ ଏହି ପରି ନୁହେଁ । ସାରା ଭାରତ ବର୍ଷର ବିଭିନ୍ନ ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରୁ ଯେଉଁମାନେ ବି ଏଠିକି ସିଲେକ୍ସନ୍ ହୋଇ ଆସିଛନ୍ତି ସମସ୍ତଙ୍କର ଏକାଦଶା ଏଥିରେ ସନ୍ଦେହ ନାହିଁ । ଆଜି ଇଞ୍ଜିନିୟରିଙ୍ଗ୍ ଶିକ୍ଷା ଭିତରେ ଗୁଣାତ୍ମକମାନ ଏତେ ତଳକୁ ଖସିଯାଇଛି ଯେ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ ପାଠ ପଢିସାରି ସି.ଜି.ପି.ଏ.୯ ରଖି ମଧ୍ୟ ଏ ଇଣ୍ଡଷ୍ଟ୍ରି ଜୀବନରେ ସେ ଯେତେବେଳେ ପ୍ରୟୋଗାତ୍ମକ ଦିଗ ଦେଖୁଛି ସେଠି ନିଜକୁ ଜଣେ ଇଞ୍ଜିନିୟର କହିବାକୁ ତାକୁ ସଂକୋଚ ଲାଗୁଛି । ଚାକିରୀରେ ଟିକେ ରହିବା ପାଇଁ ଯେଉଁ ପାଠ ସବୁ କଲେଜ୍‌ରେ ପଢିନଥିଲା ପ୍ରତିଦିନ ଅଫିସ୍ ରୁ ଫେରିଲା ପରେ ରାତିରେ ସେ ବହି ଗୁଡାକ ପଢୁଛି । ତଥାପି ଥିଓରି (ତତ୍ତ୍ୱ) ଓ ପ୍ରାକ୍ଟିକାଲ୍ (ପରୀକ୍ଷଣ) ମଧ୍ୟରେ ଆକାଶ ପାତାଳ ଅନୁଭବ କରୁଛି । 
      ତଥାପି ତା ପାଖରେ କିଛି  ବିକଳ୍ପ ନଥିବାରୁ ସେ ଆଜି ପରିସ୍ଥିତି ଅନୁଯାୟୀ ନିଜକୁ ପାଠରେ ଓ ସାଠରେ ଶାଣିତ କରିବାରେ ଲାଗିଛି । ମଝିରେ ମଝିରେ ଧରିତ୍ରୀର ର ବ୍ୟସ୍ତବିବ୍ରତ ଫୋନ୍ ମଧ୍ୟ ତାକୁ ଆହୁରି କଷ୍ଟ ଦିଏ । ହେଲେ ପୁରୁଷ ପୁଅ । ତେଣୁ ତାକୁ ପ୍ରତିଥର କହୁଥାଏ ଧୈର୍ଯ୍ୟ ରଖ । ଧୈର୍ଯ୍ୟ ହେଉଛି ସଫଳତାର ଚାବି କାଠି । ଧୈର୍ଯ୍ୟର ଆଳ ଦେଖାଇ ଧରିତ୍ରୀର ମନକୁ ମଧ୍ୟ ତା କାମରେ ବାନ୍ଧିରଖିବାରେ ସେଇଠୁ ସେ ପ୍ରଚେଷ୍ଟା କରିଚାଲିଛି । ଏହି ତିନି ମାସ ଭିତରେ ସିଦ୍ଧାର୍ଥ ସାଙ୍ଗରେ ଯେଉଁ ଅନ୍ୟ ୧୫ ଜଣ ଚାକିରୀରେ ସେହି କମ୍ପାନୀରେ ଯୋଗ ଦେଇଥିଲେ ସେମାନଙ୍କ ଭିତରୁ ଆଠଜଣ ଚାକିରୀ ଛାଡିଛୁଡି ପଳେଇଲଣି । ଚୁକ୍ତି ଅନୁସାରେ ତ ପ୍ରଥମ ମାସର ଦରମା ନଥିଲା । ତେଣୁ ବିନା ଦରମାରେ ବାସ୍ ଇଣ୍ଡଷ୍ଟ୍ରିରେ କିଛି ଦିନ କାମ କରି ଇଣ୍ଡଷ୍ଟ୍ରିରେ ସେ ନିଜ କାମ ଭିତର ର‌୍ୟାଗିଙ୍ଗ୍ କୁ ସହ୍ୟ କରିପାରି ନାହାନ୍ତି । ପୁଣି ସେମାନଙ୍କର ବିକଳ୍ପ ବି  ଥିଲା । ସେମାନେ କେମିତି ଯେ ପାରିଥାନ୍ତେ, କଲେଜ୍ ରେ କିଛି ତ ଶିଖିନଥିଲେ କିମ୍ବା ମନଦେଇ କେବେ ପଢିନଥିଲେ ଯାହା ଆଜି ତାଙ୍କୁ ବାଧ୍ୟ କରିଛି ଛାଡି ପଳେଇବାକୁ । 
      ସିଦ୍ଧାର୍ଥ ଏକଥା ବି ଜାଣିଛି ଆଉ ଦୁଇ ମାସ ପରେ ତା କମ୍ପାନୀରେ ବି ଫିଲ୍‌ଟ୍ରେସନ୍‌(ଛଣା) ଟେଷ୍ଟ (ପରୀକ୍ଷା) ହେବ । ସେଥିରେ ସେ ଯଦି କୃତକାର୍ଯ୍ୟ ହେବ ତାହାହେଲେ ଚାକିରୀରେ ରହିବ ନଚେତ୍ ସେ ବି ଚାକିରୀରୁ ବିଦା ହେବ । ହେଲେ ତାର ନିଜ ଉପରେ ବିଶ୍ୱାସ ଆସିଗଲାଣି ଯେ ସେ ସେପ୍ରକାର ଟେଷ୍ଟରେ ନିଶ୍ଚିତ ଉତ୍ତୀର୍ଣ୍ଣ ହୋଇଯିବ । ଆଉ ସବୁଠାରୁ ନିଆରା କଥା ହେଲା ସିଦ୍ଧାର୍ଥର କାମ ଉପରେ ତା ବସ୍ ବହୁତ ଖୁସି । ତା ବସ୍ ଜାଣିଗଲାଣି ଯେ ସିଦ୍ଧାର୍ଥ ଗୋଟିଏ କାମିକା ପିଲା ଆଉ ଭଲ ପିଲା । ସେ ମୋ ପାଇଁ ଓ କମ୍ପାନୀ ପାଇଁ ଆବଶ୍ୟକ ।
      ସେଦିନ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଅଫିସ୍ ବାହାରିାଲ ବେଳକୁ ରହୁଥିବା ଭଡାଘର ମାଲିକ ଚିଠିଟିଏ ଆଣି ଦେଇଛି । ସିଦ୍ଧାର୍ଥ  ଦେଖିଲା ବେଳକୁ ଚିଠିଟି ତାର ଗାଁ ପାଖର ଗୋଟିଏ ଗାଁର ଚିଠି । ସିଦ୍ଧାର୍ଥ ଯେଉଁ କଲେଜ୍ ରେ ପଢୁଥିଲା ସେହି ଗାଁରୁ ସୁରେଶ ନାଚୁଣୀ ବୋଲି ଗୋଟିଏ ପିଲା କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ କରୁôଥିଲା । ସେ ମଧ୍ୟ କ୍ୟାମ୍ପସ୍ ସିଲେକ୍ସନ୍ ହୋଇ ବମ୍ବେରେ ଚାକିରୀ କରୁଥିଲା । ହେଲେ ସିଦ୍ଧାର୍ଥ ସେ ପିଲା ସହିତ ସେତେ ମିଶିନି କିମ୍ବା ତାକୁ ଭଲଭାବରେ ଜାଣିନି । ହେଲେ ସୁରେଶର ବାପା ସିଦ୍ଧାର୍ଥର ବାପା ଙ୍କୁ ବହୁତ ସମ୍ମାନ ଦିଅନ୍ତି । ସେ ଜାଣନ୍ତି ଯେ ଆଚାର୍ଯ୍ୟେଙ୍କ ପୁଅ ଜଣେ ଭଲ ପିଲା ନିଶ୍ଚୟ ହୋଇଥିବ । ସୁରେଶର ବାପାଙ୍କର ସମ୍ବଳ ସେତେ ଭଲ ନୁହେଁ ।  ଗାଁରେ ତାଙ୍କର ମାତ୍ର ଏକରେ ଖଣ୍ଡେ ଜମି ଛଡା ଆଉ କିଛି ନାହିଁ । ପୁଅକୁ ଇଞ୍ଜିନିୟରିଙ୍ଗ୍ ପାଠ ପଢେଇବେ ବୋଲି ବହୁତ କଷ୍ଟରେ ବ୍ୟାଙ୍କ୍ ମ୍ୟାନେଜର୍‌ଙ୍କୁ ଅନୁନୟ ବିନୟକରି ପୁଅ ପାଇଁ ଋଣ ଯୋଗାଡ କରିଥିଲେ । ସୁରେଶର ଗାଁରେ ବି ମୋବାଇଲ୍ ନେଟଓା୍ୱର୍କ ସେତେ ନଥାଏ । ତେଣୁ ଗାଁ ରେ ଘର ସହିତ ମୋବାଇଲ୍ ରେ କଥା ହୋଇପାରେନି । ସୁରେଶ ବାପା ବି ପୁରୁଣା କାଳିଆ ଲୋକ ହୋଇଥିବାରୁ ସେ ମୋବାଇଲ୍ ରେ ସେତେ କଥା ହୋଇ ପାରନ୍ତିନି । 
      ଏଣେ ସୁରେଶ ଚାକିରୀ କରିବାକୁ ବମ୍ବେ ଗଲା ପରଠାରୁ ମାତ୍ର ଥରୁଟିଏ ଫୋନ୍ କରିଥିଲା । ତା ବାପା ମା ଏଣେ  ବହୁତ ବ୍ୟସ୍ତ ଯେ ସୁରେଶ ସେଠାରେ କେମିତି ଅଛି । ଚାକିରୀ କେମିତି ଚାଲିଛି । ଆଜକୁ ପାଞ୍ଚ ମାସ ହୋଇଗଲାଣି ସେ ବମ୍ବେ ପଳେଇଛି । ୟାରି ଭିତରେ ଯେଉଁ ବ୍ୟାଙ୍କ୍‌ରୁ ସୁରେଶ ବାପା ଋଣ ଆଣିଥିଲେ ସେ ବ୍ୟାଙ୍କ୍ ପ୍ରବନ୍ଧକ ସୁରେଶ ସହିତ ଯୋଗାଯୋଗ କରିବାକୁ ଚେଷ୍ଟାକରି ବିଫଳ ହୋଇଥିବାରୁ ଥରେ ହଠାତ୍ ସୁରେଶର ଦାଣ୍ଡଦୁଆରେ ଗାଡିନେଇ ହାଜର । ସୁରେଶର ବାପା ଓ ମା ପୁରାପୁରି ଶଙ୍କିଗଲେ । ସାଧାସିଧା ଅମାୟିକ ପୁଣି ଶିକ୍ଷାଗତ ଯୋଗ୍ୟତା ସେତେ ନଥିବାରୁ ଦୁଆରେ ବ୍ୟାଙ୍କ୍ ଗାଡି ପହଞ୍ôଚଯିବାରୁ ସେମାନେ ଦେଖି ପୁରାପୁରି ଇତସ୍ତତ ହୋଇଗଲେ । ବ୍ୟାଙ୍କ୍ ମ୍ୟାନେଜର୍ ପଚାରିଛନ୍ତି ସୁରେଶ ବାପାଙ୍କୁ । ସୁରେଶ କାହିଁ । ସେ ବ୍ୟାଙ୍କରେ ଦେଖା କରୁନି ମଧ୍ୟ । କୋଉଠି ଚାକିରୀ କରିଛି । ସୁରେଶର ବାପା ବିନମ୍ରତାର କହିଛନ୍ତି ସାର୍ ସେ ବମ୍ବେରେ ଚାକିରୀ କରୁଛି ।  
ମ୍ୟାନେଜର୍ -ସେ ଘରକୁ ଫୋନ୍‌ଫାନ୍ କରୁଛି ନା ନାହିଁ ।
ସୁରେଶ ବାପା-ନାହିଁ ଆଜ୍ଞା ।  
ମ୍ୟାନେଜର୍ -ସେ ଯେଉଁ ଫୋନ୍ ନମ୍ବର ବ୍ୟାଙ୍କ୍‌ରେ ଲେଖେଇଥିଲା ସେ ନମ୍ବରରେ ଫୋନ୍ କଲେ ଫୋନ୍ ସୁଇଚ୍ ଅଫ ବୋଲି କହୁଛି । ଦେଖନ୍ତୁ ତାକୁ ଚିଠି ଲେଖନ୍ତୁ । ବ୍ୟାଙ୍କ୍‌ରେ ସୁଧ ତେଣେ ବଢିବଢି ଚାଲିଛି । ଅଳ୍ପ ଅଳ୍ପ କରି କିସ୍ତି ଶୁଝୁ । 
      ସୁରେଶ ବାପା ମନେ ମନେ ବହୁତ ଭୟଭୀତ ହୋଇ ପଡିଛନ୍ତି । ପୁଅକୁ କି ଇଞ୍ଜିନିୟର ପାଠ ପଢାଇଲି ଯେ କୁଆଡେ ଯାଇ କୋଉଠିି ଚାକିରୀ କଲା ତାର ଟିକେ ଖବର ଅନ୍ତର ବି ନାହିଁ । ବ୍ୟାଙ୍କ ମ୍ୟାନେଜର ଚାଲିଯାଆନ୍ତି । ଏନେ ସୁରାଶ ବାପାଙ୍କର ଆଖି ଲୁହରେ ଓଦା ହୋଇଆସେ । ମନେ ମନେ ଭାବନ୍ତି ଏଇଟା ମୋର ଭୂଲ୍ । ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବାରେ ନଥିଲା । ମୋର ତ ସେତେ ସମ୍ବଳ ନାହିଁ । ଘରକୁ ସରୁଖୁରୁରେ ଚଳେଇବାକୁ । ପୁଅତ ସରକାରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ପାଠ ପଢିବାପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଲାନି କାରନ ତାର ବୋଧହୁଏ ସ ଦକ୍ଷତା ନଥିଲା । କାହିଁକି ଋଣ କରି ମୁଁ ତାକୁ ଏ ଶିକ୍ଷା ଦେଉଥିଲି । କେମିତି ସେ ଏ ଋଣକୁ ଶୁଝିବ ତାଙ୍କ ମୁଣ୍ଡରେ ବି ଚିନ୍ତା ପଶିଗଲା । ଗରୀବର ପୁଅ କଣ ଏତେ ସହଜରେ ଇଞ୍ଜିନିୟର୍ ହୋଇପାରେ । ହଁ କଥାରେ ଅଛି ଜିସକା ବାପ୍ ଚଢେ ଘୋଡା ଉସକା୍ ବେଟା ଥୋଡାଥୋଡା ।  ତେଣୁ ଇଞ୍ଜିନିୟର ବାପର ପୁଅହିଁ ସହଜରେ ଇଞ୍ଜିନିୟର ହୋଇପାରିବ । ଏମିତି ଭାବି ଭାବି ନିଜ କପାଳରେ ହାତ ବୁଲଉଥାନ୍ତି । ସେଦିନ ରାତିରେ ତାଙ୍କୁ ଆଉ ଭଲ ନିଦ ହୋଇନି । ରାତିରେ ମନସ୍ଥ କରିଛନ୍ତି ସିଦ୍ଧାର୍ଥର ବାପା ଆଚାର୍ଯ୍ୟେଙ୍କ ପାଖକୁ ଯିବେ । ସିଦ୍ଧାର୍ଥ ର ଫୋନ୍ ନମ୍ବର ଓ ଠିକଣା ଆଣିବେ । ତାରି ପାଖକୁ ଗୋଟେ ଚିଠି ଲେଖିଲେ ସେ ସବୁ କଥା କହି ପାରିବ । ତା ପର ଦିନ ସୁରେଶ ବାପା ସକାଳୁ ସକାଳୁ ନିଜ ଘରୁ ବାହାରି ଯାଇ ପହଞ୍ôଚଛନ୍ତି ସିଦ୍ଧାର୍ଥ ଘରେ । ଆଚାର୍ଯ୍ୟେ ଙ୍କୁ ଓଳକି ହୋଇ ନିଜର ଦୁଃଖ କଥା ଶୁଣାଇଛନ୍ତି ।
      ଆଚାର୍ଯ୍ୟେ କହିଛନ୍ତି ବ୍ୟସ୍ତ ହୁଅନି । ବର୍ତ୍ତମାନ ମୁଁ ସିଦ୍ଧାର୍ଥକୁ ଫୋନ୍ କରୁଛି ସେ କହିବ ତୁମ ପୁଅ ଏବେ କେଉଁଠି । ସିଦ୍ଧାର୍ଥକୁ ଫୋନ୍ ଲଗେଇଛନ୍ତି ଆଚାର୍ଯ୍ୟେ । ସିଦ୍ଧାର୍ଥ ଫୋନ୍ ଉଠାଇଛି ହେଲେ କହିଛି ବାପା ମୁଁ ବର୍ତ୍ତମାନ କମ୍ପାନୀ ଭିତରେ ଅଛି ଆଉ କାମରେ ବ୍ୟସ୍ତ ଅଛି । ରାତିରେ ତୁମ ସହିତ କଥା ହେବି । ଏହା  କହି ଫୋନ୍ କାଟି ଦେଇଛି । ଆଚାର୍ଯ୍ୟେ କହିଛନ୍ତି ତୁମେ ବ୍ୟସ୍ତ ହୁଅନି । ମୁଁ ଆଜି ରାତିରେ କଥା ହୋଇ ସବୁ ଜଣେଇବି । ହେଲେ ବାପମନ କୋଉଠି ସମ୍ଭାଳି ହେବ । ସେ କହିଛନ୍ତି ଆଚାର୍ଯ୍ୟେ ଆପଣ ଟିକେ ଦୟାକରି ମୋତେ ସିଦ୍ଧାର୍ଥ ଠିକଣା ଦିଅନ୍ତେ ନି  ମୁଁ ତାକୁ ଗୋଟେ ଚିଠି ଲେଖନ୍ତି । ଆଚାର୍ଯ୍ୟେ ସିଦ୍ଧାର୍ଥର ଠିକଣାଟିକୁ ସୁରେଶର ବାପାଙ୍କୁ ଦିଅନ୍ତି । ସୁରେଶର ବାପା ସେହି ଦିନ ଚିଠିଟିଏ ଲେଖନ୍ତି ସିଦ୍ଧାର୍ଥ ପାଖକୁ ଯେଉଁଥିରେ ସବୁ କଥା ଓ ନିଜର ଦୁଃଖ ଲେଖିଥାନ୍ତି । ସେଇ ଚିଠଟଠି ଆଜି ପାଇଛି ସିଦ୍ଧାର୍ଥ ।
      ସିଦ୍ଧାର୍ଥ ବୁଝି ପାରୁନି ଏ ସବୁ ହେଉଛି କଣ । କି ପ୍ରକାର ଏ ଇଞ୍ଜିନିୟରିଙ୍ଗ୍ ଶିକ୍ଷା । ସମସ୍ତେ କଣ ଦୁଃଖରେ ଆଉ କଷ୍ଟରେ । ତାର ମନେ ପଡେ ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ଯୋଗ ଦେବାପରର ସେ ପ୍ରଥମ ଓରିଏଣ୍ଟସନ୍ କ୍ଲାସ୍ ର ପ୍ରଧ୍ୟାପକଙ୍କର ସେ ଅଗ୍ନୀବର୍ଷୀ ଭାଷଣ କଥା । କିଛି ତ କାହିଁ ମେଳ ଖାଉନି ସେ ଭାଷଣ । ଆଉ ଆମେମାନେ ଏଠି ସମ୍ମୁଖୀନ ହେଉଥିବା ପରିସ୍ଥିତିର ସତ୍ୟ ଉପରେ । ସିଦ୍ଧାର୍ଥ ଦେଖିଛି ଯେ ଏ ଦୁଃଖ ବର୍ତ୍ତମାନ କେବଳ ତାରି ନୁହେଁ ସମସ୍ତ ଡିଗ୍ରୀ ଇଞ୍ଜିନିୟର ମାନଙ୍କର ଯେଉଁମାନେ କି କେବଳ ଖଣ୍ଡିଏ ଖଣ୍ଡିଏ କାଗଜ ରୂପୀ ସାର୍ଟିଫିକେଟ୍ ଧାରୀ ଇଞ୍ଜିନିୟର । ସିଦ୍ଧାର୍ଥ ଟିକେ ଦ୍ୱିଧାରେ ପଡିଯାଇଛି । ହଉ ଆଜି ଅଫିସ୍ ରୁ ସୁରେଶପାଖକୁ ଇ-ମେଲ୍‌ରେ ସମସ୍ତ କଥା ସେ ଜଣାଇବ । ଆଉ ତାର ସମସ୍ତ କଥା ଜାଣିବାକୁ ଚେଷ୍ଟା କରିବ । ସିଦ୍ଧାର୍ଥ ସେଇଆ କରିଛି । ପ୍ରଥମେ ତା ପାଖରେ ଥିବା ସୁରେଶର ଫୋନ୍ ନମ୍ବରରେ ଚେଷ୍ଟା କରିଛି ହେଲେ ସେ ଫୋନ୍ ନମ୍ବର ସେବା ଉପଲବ୍‌ଧି ନାହିଁ ବୋଲି କହିଛି । ତେଣୁ ସେ ସବୁ କଥା ମେଲ୍‌ରେ ଲେଖି ସୁରେଶ ପାଖକୁ ପଠାଇଦେଇଛି । ସୁରେଶ ମେଲ୍ ଟି ପଢିବା ପରେ କାନ୍ଦି ପକେଇଛି । ନିରୁପାୟ ସେ । କଣ କରିବ । ତା ପାଖରେ କିଛି ବିକଳ୍ପ ହିଁ ନାହିଁ । ଦୁଇ ଦିନ ପର୍ଯ୍ୟନ୍ତ ସିଦ୍ଧାର୍ଥ ମେଲ୍‌ର ସିଏ ଉତ୍ତର ଦେଲା ନାହିଁ । ଦୁଇଦିନ ପରେ ସିଦ୍ଧାର୍ଥ ପାଖକୁ ଗୋଟିଏ ମେଲ୍ ପଠାଇଲା ଯେଉଁଥିରେ ଗୋଟିଏ ଡାଏରୀ ପୃଷ୍ଠା ମାନଙ୍କରେ ସ୍କାନ୍ ହୋଇଥିବା ଏଗାର ପୃଷ୍ଠାକୁ କମ୍ପ୍ରେସଡ୍ ଫାଇଲ୍ କରି ପଠାଇଛି । ସିଦ୍ଧାର୍ଥ ଆଗ ଗୋଟିଏ କମ୍ପ୍ରେସଡ ଫାଇଲ୍ ଦେଖି ଟିକେ ମନେମନେ ଭାବିଲା କଣ ଗୁଡିଏ ଲେଖିଛି ଯେ ଗୋଟିଏ କମ୍ପ୍ରେସଡ୍ ଫାଇଲ ଭିତରେ ପଠାଇଛି । ମେଲ୍ ଟି ଖୋଲିସାରି ସିଦ୍ଧାର୍ଥ ପଢିବାକୁ ଆରମ୍ଭ କରିଛି । ମେଲ୍‌ରେ ଯାହା ଲେଖାଥିଲା ତାର ଓଡିଆ ହେଲା 
ପ୍ରିୟ ସିଦ୍ଧାର୍ଥ ,
        ସୁପ୍ରଭାତ । ତୁମ ମେଲ୍ ପାଇ ବହୁତ ମନଦୁଃଖ କଲି । ସତରେ ମୋ ଭଳି ଗୋଟିଏ ପୁଅକୁ ମୋ ବାପା ଆଜି ଜନ୍ମଦେଇ ଅନେକ କଷ୍ଟ ପାଉଛନ୍ତି । ବାପାଙ୍କୁ ୟାଡୁସାଡୁ ପୁଳେ ମିଛକଥା ଲେଖି ଗୋଟିଏ ଚିଠିରେ ଜଣାଇବା ବା ଫୋନ୍ ରେ କହିବାଟା ମୋ ପକ୍ଷରେ ସମ୍ଭବ ନୁହେଁ । ଆଉ ସବୁ ସତକଥା କହି ସେମାନଙ୍କୁ ଆହୁରି ମୁଁ ଆଘାତ ଦେବାକୁ ଚାହୁଁନି । ସେଇଥିପାଇଁ ଚିଠି ଦଉନି । ଭାବୁଛି ଏ ଥରିକ ଚିଠି ଲେଖିବି । କାରଣ ମୋ ସହିତ ଯାହାସବୁ ଏହି ଚାରିମାସ ହେଲା ଘଟିଚାଲିଛି ମୁଁ ସବୁ ସତ କଥା ତକ ମଝିରେ ମଝିରେ ମୋ ଡାଏରୀରେ ଲେଖେ ଯାହାର ସ୍କାନଡ୍ କପି ତୁମକୁ ପଠାଉଛି । ଆଉ ଖୁସି ହେବ ବାଟରେ ଗଲାବେଳେ ଗୋଟିଏ ଗୋଟିଏ ଟ୍ରକ ପଛରେ ଲେଖା ଯାଇଥାଏ “ଅପନି ଔକାତ୍ କୋ କଭି ମତ ଭୂଲନା”ର ଅର୍ଥ ମୁଁ ହୃଦୟଙ୍ଗମ କରିସାରିଲାଣି । ବାପାଙ୍କୁ ବାଧ୍ୟ କରି ବ୍ୟାଙ୍କ୍‌ରୁ ଯେଉଁ ଋଣ କରେଇଥିଲି ଜଣେ ଇଞ୍ଜିନିୟର ହୋଇ ଭଲ ଚାକିରୀଟେ ପାଇବି ଆଉ ବହୁତ ପଇସା ରୋଜଗାର କରି ବାପାମାଆଙ୍କ ବାକି ଜୀବନରେ ଖୁସି ଭରିଦେବି ତାହା ସବୁ ଭୂଲ ପ୍ରମାଣିତ ହୋଇଗଲାଣି । 
     ବାହ୍ୟ ଦୁନିଆର ଚାକଚକ୍ୟ ସାଙ୍ଗ୍‌କୁ ସେ ଇଞ୍ଜିନିୟରିଂ କଲେଜ୍ ମାନଙ୍କର ପ୍ରଚାରପ୍ରସାର ସତେଯେମିତି ମୋ ପାଇଁ ଜୀବନର ଏକ ପ୍ରହେଳିକା ଥିଲା । ଫସିଯାଇଥିଲି ସେ ମିଛ ଆକର୍ଷଣରେ । ସେ ଅସତ୍ୟ ଦୁନିଆରେ । ଦେଖିପାରିନଥିଲି ଇଞ୍ଜିନିୟର ହେବାର ଉଚ୍ଚ ଅଭିଳାଷ ଭିତରେ ଲୁଚିରହିଥିବା ସତ୍ୟକୁ । ଆଜି ମୁଁ ବମ୍ବେ ଛାଡିଦେଇଛି । ଇଞ୍ଜିନିୟର ହୋଇପାରିଲିନି । ହଁ କାଗଜସାର୍ଟିଫିକେଟ୍ ରେ ହୋଇପାରେ । ହେଲେ ମୋ ପାଖରେ ଇଞ୍ଜିନିୟରର ଚାକିରୀ ନାହିଁ । କିନ୍ତୁ ମୁଁ ଆଜି ରାଉରେକଲାର ଗୋଟିଏ ବଡ ଦୋକନରେ ମାର୍କେଟିଙ୍ଗ୍ ମ୍ୟାନେଜର୍ ଭଳି କାମ କରୁଛି । ଏଠି ବି ଚାକିରୀ ମିଳିନଥାନ୍ତା । ଜଣେ ସାଙ୍ଗର ବାପା ସେ ଦେକାନରେ କାମ କରନ୍ତି । ତେଣୁ ତାଙ୍କ ସୁପାରିଶ୍‌ରେ ମୁଁ ଚାକିରୀ ପାଇଛି । ଏଠି ଆଉ ଇଞ୍ଜିନିୟର୍ ମାନଙ୍କର ଦରମା ପ୍ୟାକେଜ୍ ଭଳି ନାହିଁ । ଯେଉଁ ପ୍ରହେଳିକାରେ ଥିଲି ସେମିତି ନୁହେଁ ହେଲେ ବଞ୍ôଚବା ଭଳି । ବାପାମାଆଙ୍କୁ ଖୁସି କରିପାରି ବ୍ୟାଙ୍କ ଋଣକୁ ଧୀରେ ଧୀରେ ସୁଝିପାରିବି । ତମେ ବ୍ୟସ୍ତ ହେବନି । ମୁଁ ଏହି ଆସନ୍ତା ଶନିବାର ଦିନ ରାଉରକେଲାରୁ ଘରକୁ ଯିବି ଆଉ ବ୍ୟାଙ୍କ୍‌ରେ ମଧ୍ୟ ଦେଖା ହୋଇ ଆସିବି ।
                                                                                          ଇତି 
                                                                                         ସୁରେଶ
      ହେଲେ ଅନୁରୋଧ ଏ ଡାଏରୀର ପୃଷ୍ଠାତକ ନିଶ୍ଚୟ ପଢିବ କାରଣ ତୁମ ଭଳି ପିଲା ଏସବୁ କଥାକୁ ଜାଣିବା ନିହାତି ଦରକାର । ସିଦ୍ଧାର୍ଥର ଉତ୍କଣ୍ଠା ଟିକେ ଆହୁରି ବଢିଯାଇଛି ସେ ଫାଇଲ୍ ଟି ପଢିବାକୁ । ହେଲେ ଏ ଅଫିସ୍ ରେ ସମ୍ଭବ ନୁହଁ । ସେ ଅଫିସ୍ ରୁ ସନ୍ଧ୍ୟାବେଳକୁ ଫେରିଲେ ନିଜ ଲ୍ୟାପଟପ୍ ରେ ପଢିବ । ଅଫିସ୍ ରୁ ଫେରି ନିଜ ରୁମ୍ ର ବେଡ୍ ଉପରେ ବସି ସୁରେଶର ସେ ଫାଇଲ୍ ଟିକୁ ଡାଉନ୍‌ଲୋଡ କରିଛି ।  ଦେଖିଛି ଏକ ଡାଏରୀର ୧୧ ପୃଷ୍ଠା । ଗୋଟିଗୋଟି କରି ପୃଷ୍ଠା ପଢିବା ଆରମ୍ଭ କରିଛି । 
      ଆଜି ଆମେ ତିନିଜଣ ମୁଁ, ରଘୁବୀର୍ ଓ କାର୍ତ୍ତୀକ କୋଣାର୍କ ଏକ୍ସପ୍ରେସ୍ ରେ ଆସି ସକାଳ ଛଅଟାରେ ମୁମ୍ବାଇ ସି.ଏସ୍‌.ଟି ରେ ପହଞ୍ôଚଲୁ । ଟ୍ରେନ୍ ଟିର ରାଇଟ୍ ଟାଇମ୍ ରାତି ୩ଟା୫୫ ଥିଲା ମାତ୍ର ଏହା ୨ଘଣ୍ଟା ବିଳମ୍ବ ଥିଲା । ଷ୍ଟେସନ୍ ରେ ଓହ୍ଲାଇପଡିଲା ପରେ ମୁମ୍ବାଇ ସହରର ସେ ବ୍ୟସ୍ତ ବିବ୍ରତାକୁ ଦେଖି ମୁଁ କ୍ଷଣିକ ପାଇଁ ସ୍ଥିର ହୋଇଗଲି । ମୋ ଗାଁର ସେ ନିଶଦ୍ଦ, ଶାନ୍ତ ଓ  ହରାଭରା ପରିବେଶରୁ ଯେତେବେଳେ ଭୂବନେଶ୍ୱର ଇଞ୍ଜିନିୟରିଙ୍ଗ୍ କଲେଜ୍‌କୁ ଆସିଥିଲି ପଢିବାକୁ ଭୂବନେଶ୍ୱରର ବ୍ୟସ୍ତତା ମୋତେ ଯେତିକି ବିବ୍ରତ କରିନଥିଲା ଏ ମୁମ୍ବାଇ ସହର ତାଠାରୁ କାହିଁ କେତେ ଗୁଣା ବିବ୍ରତ କରିଦେଲା ତାହା ଅପ୍ରକାଶ୍ୟ । ଷ୍ଟେସନ୍ ରୁ ଆରମ୍ଭ କରି ରାସ୍ତାଘାଟ ସବୁଆଡେ କେବଳ ମଣିଷ ମୁଣ୍ଡ । ଉତ୍ତମ୍ବ ଅଟ୍ଟାଳୀକା ଆଉ ମାଳମାଳ ଗାଡି ମଟର । ସତେ ଯେମିତି ଏ ଅଟ୍ଟାଳିକା ଗୁଡିକର ବି ଧୈର୍ଯ୍ୟ  ବହୁଗୁଣିତ ହୋଇଗଲାଣି ।
      ଏ ଗାଡିମାନଙ୍କର ଶଦ୍ଦ ଆଉ ମାନବ ମାନଙ୍କର କୋଳାହଳରେ ପ୍ରତି ମୁହୁର୍ତ୍ତରେ ସେମାନେ ହେଉଛନ୍ତି କମ୍ପିତ ଓ ଆଘାତପ୍ରାତ । ତତାପି ନାହିଁ ସେମାନଙ୍କ ମନରେ ବିକାର, ନୈରାଶ୍ୟ,  ଚିଡିଚିଡାପଣ ଅବା ଦୁର୍ବଳତା । ସର୍ବସଂହା ପରି ସହିଯାଉଛନ୍ତି ଏ ମାନବକୃତ କ୍ରୁରତା । ଏମାନେ ଯେଉଁମାନଙ୍କର ଏନ୍ତୁଡିଶାଳ ସେମାନଙ୍କୁ ତ ସେମାନେ ଶୀତ, ବର୍ଷା, କାକର ଓ ଖରାରୁ ରକ୍ଷାଆଜୀବନ କରୁଛନ୍ତି ତା ସହିତ ସ୍ଥିତିପ୍ରଜ୍ଞ ପରି ରାସ୍ତା ଉପରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ ଟଙ୍କା ରୋଜଗାର କରିବା ନେଇ ମାନବମାନେ ଯେଉଁ ଇତସ୍ତତ, ବ୍ୟସ୍ତବିବ୍ରତ ଭାବନାରେ ଧାଁଧପଡ କରୁଛନ୍ତି ତାଙ୍କୁ ମଧ୍ୟ ଖରାରେ ଶୀତଳ ଛାଇ ପ୍ରଦାନ କରୁଛନ୍ତି । ରାସ୍ତା ସିନା ପ୍ରତି ମୁହୁର୍ତ୍ତରେ ମଣିଷ, ପଶୁ  ଅବା ଯାନବାହାନଙ୍କର ପାଦ ଚିହ୍ନକୁ ନିଜ ଛାତି ଉପରେ ରଖି ନଉଛି ହେଲେ ଏମାନେ କିନ୍ତୁ ତାଙ୍କ ଦୃଷ୍ଟିଗୋଚର ରେ ପଡୁଥିବା ସମସ୍ତ ଜୀବ ଅବା ନିର୍ଜୀବଙ୍କର ମୁହଁଠାରୁ ପାଦ ପର୍ଯ୍ୟନ୍ତ ସବୁ କିଛି ତନ୍ନତନ୍ନ କରି ନିରୀକ୍ଷଣ କରୁଛନ୍ତି । ଯଦି େକୈାଣସି ନୂଆ ପଥିକ ସେ ରାସ୍ତାକୁ ମନେରଖିବାକୁ ଚାହେଁ ସେ ଏହି ଅଟ୍ଟାଳିକା ମାନଙ୍କ ମଧ୍ୟରୁ କାହାକୁ ଏକ ଚିହ୍ନ ବୋଲି ଧରିନେଉଛି । ଯଦି କେତେବେଳେ ନୈରାଶ୍ୟରେ ଘେରା କୈାଣସି ମଣିଷ ଦଣ୍ଡେ ଛିଡା ହୋଇ ସେମାନଙ୍କ ଭିତରୁ କାହା ଉପରେ ନଜର ପକାଉଛି ସତେଯେମିତି ସେମାନେ କହୁଛନ୍ତି ଆରେ ନିରାଶ କାହିଁକି ହେଉଛୁ । 
     ମୋତେ ଦେଖୁନୁ । ମୁଁ ପରା ଏତେ ଯନ୍ତ୍ରଣା ସହି ଏବେ ବି ଛାତି ଫୁଲେଇ ମଥାକୁ ଉଚ୍ଚାକରି ଛିଡା ହୋଇଛି । ମୋ ଧୈର୍ଯ୍ୟ ଆଗରେ ଏ ମଣିଷ ବି ପରାଜୟ ମନେକରି ସାରିଛି । ମୋର ଯେଉଁଦିନ ବୟସ ହୋଇଯିବ ମୁଁ ଆପେଆପେ ଭାଙ୍ଗି ପଡିବି । ହଁ ତାଙ୍କ ସ୍ୱାର୍ଥ ପାଇଁ ସେମାନେ ମୋତେ ବେଳେବେଳେ ନୂଆ ରଙ୍ଗରେ ରଙ୍ଗୀ ଦେଉଛନ୍ତି । ମୋର କେଉଁ ଯାଗାକୁ ଭାଙ୍ଗି ଆଉ ନୂଆକରି ତାଙ୍କ ମନ ପସନ୍ଦ ଡିଜାଇନ୍ ରେ ଗଢି ଦେଉଛନ୍ତି ହେଲେ ମୁଁ ସେମିତିକା ଛିଡା ହୋଇଛି । ତେଣୁ ତୁ ବି ଧୈର୍ଯ୍ୟ ଧର । ଏହି ମୁମ୍ବାଇ ମାୟା ନଗରୀ । ତୋତେ ଦିନେ ମୋତେ ଗଢିଲା ଭଳି ବିଶାଳ କରି ଗଢିଦେବ । ଏମିତି ଭାବନାରେ ହଜିଯାଇ ଟ୍ୟାକ୍ସି୍‌ଭିତରୁ ଝରକାର କାଚଦେଇ ବଡବଡ କୋଠାଘରକୁ ଉଣ୍ଡୁଉଣ୍ଡୁ କେତେବେଳେ କିଙ୍ଗ୍‌ସର୍କଲ ଆସି ପହଞ୍ôଚଗଲା ମୁଁ ଜାଣିପାରିଲିନି । ସାଙ୍ଗରେ ଥାନ୍ତି ନରେଶ ଭାଇ  ଯେ କି ଆମକୁ ଷ୍ଟେସନ୍ କୁ ଆଣିବାକୁ ଯାଇଥିଲେ । ନରେଶ ଭାଇ ହେଉଛନ୍ତି ରଘୁବୀରର ମଉସା ପୁଅ ଯେ କି ଏଠି ଏକ ସରକାରୀ ବ୍ୟାଙ୍କ୍‌ରେ ଚାକିରୀ କରୁଛନ୍ତି । 
      ରଘୁବୀରର ଆଗରୁ ଯୋଜନା ମୁତାବକ ଆମେ ତିନି ଜଣ ପ୍ରଥମ ଦିନ ତାଙ୍କ ଘରେ ରହିବୁ ଏବଂ ସେ ବୁଝିଥିବା ଭଡାଘରକୁ ତା ପରଦିନ ଆମେ ତିନିଜଣ ପଳେଇବୁ ।  ଆମ ତିନିଜଣଙ୍କର ଗୋଟେ ସଫ୍ଟୱୟାର କମ୍ପାନୀରେ କ୍ୟାମ୍ପସ୍ ସିଲେକ୍ସନ୍ ହୋଇଥିଲା । ଆଉ ସେ କମ୍ପାନୀଟି ହେଉଛି ବାନ୍ଦ୍ରା ୱେଷ୍ଟ୍‌ରେ । କିଙ୍ଗ୍‌ସର୍କଲ ଠାରୁ ବାନ୍ଦ୍ରାୱେଷ୍ଟ୍‌କୁ  ବସ୍ ରେ ଗଲେ ୩୦ରୁ ୪୦ ମିନିଟ୍ ସମୟ ଲାଗିବ । କିଙ୍ଗ୍‌ସର୍କଲ ଅଞ୍ଚଳଟି ଯଦିଓ ବ୍ୟୟବହୁୁଳ ସ୍ଥାନ ହେଲେ ବାନ୍ଦ୍ରାୱେଷ୍ଟ୍ ତା ଠାରୁ ଆହୁରି ଅଧିକ ଓ ସେଠି ଆମପାଇଁ ନରେଶଭାଇ ଭଡାଘର ଯୋଗାଡ କରିପାରି ନଥିଲେ । ତାଙ୍କ ଭଡାଘରେ ପହଞ୍ôଚଲା ପରେ ମୋତେ ବହୁତ ଅଡୁଆ ଅଡୁଆ ଲାଗିଲା । ମୁଁ ତ ଏମିତି ପିଲାଦିନୁଅନ୍ୟ କାହାଘରେ ରହିବାକୁ ଭଲପାଏନି । ତାର କାରଣ ମୋର ନିଜ ଆଚରଣ । ନିଜ ପରିଷ୍କାର ପରିଚ୍ଛନ୍ନ ପାଇଁ ମୁଁ ସବୁବେଳେ କାହିଁକି କେଜାଣି ନିଜକୁ ହୀନ ମନେ କରେ । ମୁଁ ଜାଣିଛି ଯେ ଅନ୍ୟମାନେ କିନ୍ତୁ ମୋତେ ବହୁତ ଆଦର କରନ୍ତି । କିନ୍ତୁ ମୁଁ ମୋର ଗୁଣକୁ ନିଜ ଆୟତ୍ତଭିତରେ ରଖି ପାରେନି ଯାହା ମୋର ଗୋଟିଏ ଦୁର୍ବଳତା । ତାଙ୍କ ବସାଘରରେ ଅତିଥୀ ତିନିଜଣ ଯଦିଓ ରହିପାରିବେ ହେଲେ ସେତେ ଆରାମରେ ନୁହେଁ । ନରେଶଭାଇ ର ପରିବାର କହିଲେ ସେ, ତା ସ୍ତ୍ରୀ ଓ ଛୋଟ ଝିଅଟେ । ଝିଅର ଯତ୍ନନେଲା ବେଳକୁ ତାଙ୍କ ସ୍ତ୍ରୀକୁ ନାକେଦମ୍ । ସେ ଆମମାନଙ୍କ ପାଇଁ କେମିତି ସବୁକାମ କରିପାରିବେ । ମୁଁ ଖାଲି ମନେମନେ ବ୍ୟାକୁଳ ହେଉଥାଏ ଆମେ କେତେ ଯଲଦି ଆମ ଭଡାଘରକୁ ପଳେଇବୁ । ଯାହାହେଉ ନରେଶଭାଇଙ୍କ ଘରେ ଗାଧୋଇ ସାରି ଖାଇଦେଲୁ । ନରେଶ ଭାଇଙ୍କୁ ୯ଟାରେ ତାଙ୍କ ଅଫିସ୍ ଯିବାରେ ଥିଲା । ସେତେବେଳକୁ ସମୟ ଆସି ୮ଟା ହୋଇଗଲାଣି । 
     ମୁଁ ରଘୁବୀରକୁ କହିଲି ତୁ ନରେଶଭାଇଙ୍କୁ କହ ସେ ଆମକୁ ଟିକେ ଭଡାଘରଟି ଦେଖେଇ ଦିଅନ୍ତୁ । ରଘୁବୀର କହିଲା ମାତ୍ରେ ନରେଶଭାଇ ରାଜି ହୋଇଗଲେ । ଆମ ଭଡାଘରଠାରୁ ନରେଶ      ଭାଇଙ୍କ ବସାଘର ମାତ୍ର ଅଧ କିଲୋମିଟର ହେବ । ତେଣୁ ସେ ପ୍ରଥମେ କାର୍ତ୍ତୀକ ଓ ରଘୁବୀର କୁ ନେଇ ତାଙ୍କ ମଟରସାଇକେଲ୍‌ରେ ଛାଡିଦେଇ ଆସିଲେ । ତାପରେ ମୋତେ ନେଇ ସେଠାରେ ଛାଡିଦେଲେ । ଘର ଚାବିଟି ଆମକୁ ଦେଇ ନରେଶଭାଇ ଆମକୁ କହିଲେ  ତୁମେ ଏ ଘର ସଫାସଫି କରୁଥାଅ । ଆଜି ମୁଁ ଜଲଦି ବ୍ୟାଙ୍କ୍‌ରୁ ପଳେଇ ଆସିଲେ ସବୁ ଠିକ୍ କରିଦେବା । ମୋତେ ବହୁତ ଆଶ୍ୱସ୍ତୀ ଲାଗିଲା । ଆମ ଘରଟି ଗୋଟିଏ ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିଲା । ସେଥିରେ ଗୋଟିଏ ଶୋଇବାଘର ଗୋଟିଏ ବସିବା ଘର, ରୋଷେଇଘର ଓ ଲ୍ୟାଟିନ୍ ବାଥରୁମ୍ । ଶୋଇବା ଘରକୁ ବସିବାଘର ଭଳି ବ୍ୟବହାର କରିବାକୁ ଚିନ୍ତା କଲୁ । ସେ ଘରର ମାଲିକ ଗୈାହାଟିର ରିଜର୍ଭ ବ୍ୟାଙ୍କ୍‌ରେ ଚାକିରୀ କରନ୍ତି ଓ ସେଠି ତାଙ୍କ ଘରେ ପରିବାର ସହିତ ରୁହନ୍ତି । ଏଠି ଘର ଭଡା ଆପାର୍ଟମେଣ୍ଟ ସୋସାଇଟ୍ କୁ ଦେବାକୁ ପଡିବ । 
      ସେ ଘରର ଭଡାଥିଲା ପନ୍ଦର ହଜାର ଟଙ୍କା ଆଉ ବିଜୁଳି ଓ ପାଣି ବିଲ୍ ଅଲଗା । ନରେଶଭାଇ ଆମକୁ ଘର ଖୋଲି ଛାଡି ଆସିବା ପରେ ମୋର ମନ ବହୁତ ହାଲୁକା ହୋଇଗଲା । ଘରଟିକୁ ଦେଖି ମଧ୍ୟ ଖୁସି ହୋଇଗଲି କାରଣ ମୋ ଗାଁ ଘର ଠାରୁ କାହିଁ କେତେ ଗୁଣରେ ଭଲଥିଲା ।  ଆମେ ତିନିଜଣ ଚିନ୍ତାକଲୁ ଯେହେତୁ ଆମକୁ ହାତରେ ରୋଷେଇ କରି  ଖାଇବାରେ ଅଛି ରୋଷେଇ ସରଞ୍ଜାମ ସହିତ ଅତ୍ୟାବଶ୍ୟକ ଘରକରଣା ଜିନିଷ ବଜାରରୁ ଯାଇ ସବୁ କିଣିଆଣିବା । ହେଲେ ଆମ ଭିତରୁ ପାଖରେ କେଉଁ ବଜାର ଅଛି ତାହା ତ ଜାଣିନୁ ହଉ ଆପାର୍ଟମେଣ୍ଟ୍ ସେକ୍ୟୁରିଟିକୁ ପଚାରିବୁଝିବା । ତିନିଜଣ ବସି ପଡି ଜିନିଷ ମାନଙ୍କର ଏକ ତାଲିକା ପ୍ରସ୍ତୁତ କଲୁ । ସେକ୍ୟୁରିଟି ଠାରୁ ବୁଝି ପାଖରେ ଥିବା ଗୋଟିଏ ମାର୍କେଟକୁ ଯାଇ ଦିନ ଦୁଇଟା ସୁଧା ସବୁ ଜିନିଷ ପତ୍ର କିଣି ଆଣି ଥୋଇଦେଲୁ । ବାସ୍ ବାକି ରହିଥିଲା ରାସନ୍ ଦେକାନରୁ ରାସନ୍ ଓ ଷ୍ଟୋଭ୍ ପାଇଁ କିରୋସିନି । ଚିନ୍ତା କଲୁ ନରେଶଭାଇ ଆସିଲେ ସେ ସବୁ କିଣା ହେବ । ନରେଶଭାଇ  ହଠାତ୍ ରଘୁବୀରକୁ ଫୋନ୍ କରି କହିଲେ ତୁମେ ଯାଅ ଘରେ ଖାଇଦେଇ ଆସ । ଭାଉଜ ଅପେକ୍ଷା କରିଛି । ଆମେ ତିନିଜଣ ସେଇଆ କଲୁ । ଭାଉଜ ଆମକୁ ଖାଇବାକୁ ଦେଇ ସାରିବା ପରେ ଭାଉଜଙ୍କୁ କିରୋସିନ ଓ ରାସନ ବିଷୟରେ ପଚାରିଲୁ । ସେ ମଧ୍ୟ ସେଇ ନରେଶଭାଇଙ୍କ କଥା କହିଲେ । ଯାହା ହେଉ ସନ୍ଧ୍ୟା ବେଳକୁ ନରେଶଭାଇ ଆସି ସବୁ ଦୋକାନ ଆମକୁ ଦେଖେଇ ଦେଲେ । ରାସନସହିତ କିରୋସିନ ଓ ପରିବାପତ୍ର ଆମେ କିଣିଆଣି ବସା ଘରେ ପହଞ୍ôଚଲୁ । ଦ୍ୱିପ୍ରହରେ ଖାଇ ସାରିଲା ପରେ ଆମେମାନେ ଆମମାନଙ୍କର ଲଗେଜ୍ ସବୁ ଆମ ଭଡାଘରକୁ ନେଇ ଆସିଥିଲୁ । 
     ରାତିରେ ତିନିଜଣ ମିଶି ରୋଷେଇ ଆରମ୍ଭ କଲୁ । ନରେଶଭାଇ ବିଦାୟ ନେବା ପୂର୍ବରୁ କହିଦେଇଗଲେ ଯଦି କିଛି ଅସୁବିଧା ପଡେ ମୋତେ ଫୋନ୍ କରିବ ।  ଆଉ ବାନ୍ଦ୍ରାୱେଷ୍ଟ୍ ଯିବା ପାଇଁ ବସ ନମ୍ବର ଗୁଡିକ ଆମକୁ କହିଦେଲେ । ସେ ଗୁଡିକ ଥିଲା ସକାଳ ୯ଟାରେ ଗଲେ ବସ୍ ନଂ ୯୨ଏଲ.ଟି.ଡି ଓ ୫୧ ନଂ ଓ ତାହା ବାନ୍ଦ୍ରାରେ ପହଞ୍ôଚବ ୯ଟା୩୯ରେ ଏବଂ ୯.୦୪ରେ ଗଲେ ବସ୍ ନଂ ୯ ଏଲ.ଟି.ଡି ଏକଷ୍ଟ୍ରା, ୩୫୬ ଏଲ.ଟି.ଡି ଓ ୬୩ । ସେମାନେ ବାନ୍ଦ୍ରାରେ ପହଞ୍ôଚବେ ୯ଟା୪୦ରେ । ଏ ସବୁ ବସ୍ ନଂ ଗୁଡିକ ଖାତାରେ ଲେଖିବା ସହିତ ଆମକୁ ମନେ ରଖିବାକୁ ପଡିଲା । ନରେଶଭାଇ କହିଲେ କିଙ୍ଗ୍‌ସର୍କଲ ବସ୍‌ଷ୍ଟପ୍ ରେ ହିଁ ବସ୍ ଗୁଡିକ ସେହି ନିର୍ଦ୍ଧାରିତ ସମୟରେ ମିଳିବ ।
     ରାତିରେ ତିନିଜଣ ଯାକ ଗୋଟିଏ ଘରେ ଏକାଠି ଶୋଇବାର ବନ୍ଦୋବସ୍ତ କଲୁ । ଦୁଇଟି ମସିଣା କୁ ତଳେ ବିଛେଇ ଦେଇ ତା ଉପରେ ବେଡସିଟ୍ ପାରିଦେଇ ଆମମାନଙ୍କର ଶଯ୍ୟା ପ୍ରସ୍ତୁତ କରିଥିଲୁ । ଆମମାନଙ୍କ ଭିତରେ ରଘୁବୀର ହେଉଛି ଜଣେ ବହୁତ ଶିଖିତ ଓ ଧନୀଘରର ପିଲା । ତା’ର ବାପା ଓଡିଶା ରାଜ୍ୟ ସରକାରଙ୍କର କୃଷି ନିର୍ଦ୍ଦେଶାଳୟ, ଭୂବନେଶ୍ୱରରେ କିରାଣୀ ଓ ତା’ର ମା’ ଜଣେ ହାଇସ୍କୁଲ ଶିକ୍ଷୟତ୍ରୀ ।  ଭୂବନେଶ୍ୱରରେ ତାଙ୍କର ଘର । ତା ସାନଭାଇ ବର୍ତ୍ତମାନ ସମ୍ବଲପୁରରେ ଏମ.ବି.ବି.ଏସ୍‌. କରୁଛି । ପଇସା ଚିନ୍ତା ତା’ର ଆଦ୍ୟୈ ନାହିଁ । ତା ଉପରେ ଘରଚିନ୍ତା ଆଦ୍ୟୈନାହିଁ । ଆବଶ୍ୟକ ସ୍ଥଳେ ସେ ବର୍ତ୍ତମାନ ଆହୁରି ପାଞ୍ଚବର୍ଷ ଏହି ମୁମ୍ବାଇରେ ରହିବ । ବାପାବୋଉଙ୍କ ପଇସାରେ ଚଳିପାରିବ । ଅବା ଆହୁରି ଉଚ୍ଚଶିକ୍ଷା କରିବାକୁ ଚାହିଁଲେ କରିପାରିବ । ରଘୁବୀର ଜୀବନକୁ ଉପଭୋଗ କରିବାର ପିଲା । ଇଞ୍ଜିନିୟରିଂ ସମୟରେ ସେ ଆଦ୍ୟୈ ପାଠପଢାରେ ମନ ଦେଇନଥିଲା । ଆଧୁନିକ ଚରିତ୍ରର ପିଲା ସେ ଏବଂ ବୁଦ୍ଧିଆ ମଧ୍ୟ । ଆଉ ଚାହିଁଥିଲେ କମ୍ପ୍ୟୁଟର୍ ସାଇନ୍ସରେ ସେ ବହୁତ ଭଲ ପଢିପାରିଥାନ୍ତା । ହେଲେ ସେ ସେମିତିକା କିଛି ବି କରିନି । ତେଣୁ କମ୍ପାନୀରେ କାମକୁ ସେ କେତେଦୂର କରିବାରେ ସକ୍ଷମ ହେବ ସେ ମୋଠାରୁ ବେଶୀ ଜାଣେ । ଆଉ ରହିଲା କାର୍ତ୍ତୀକ କଥା । ମୋ ବ୍ୟକ୍ତିଗତ ହିସାବରେ ସେ ଗୋଟିଏ ଡହରା ଓ ଫୁଟାଣିଆଟିଏ । ତା ଘରର ଷ୍ଟାଟସ୍ ଯେତିକି ନୁହେଁ ସେ ତାକୁ ବଢେଇଚଢେଇ ଦଶଗୁଣା କରି କହେ । ଯେତିକି ପାଠ ଜାଣିନଥିବ ଏପରି କହିବ ସତେ ଯେମିତି ସେ ବିଷୟରେ ତାର ଅଗାଧ ପାଣ୍ଡିତ୍ୟ । ତାର ଆଚରଣ ମୋର ଆଚରଣର ପରିପନ୍ଥି ହେଲେ ମଧ୍ୟ ଚଳିବାକୁ ତ ପଡିବ । କାରଣ ସମୟ ଓ ପରିସ୍ଥିତି ସହିତ ଯେଉଁମାନେ ଖାପ ଖୁଆଇ ଚଳିପାରନ୍ତି ନାହିଁ ସେମାନଙ୍କ ପାଇଁ ଏ ଦୁନିଆରେ ବଞ୍ôଚବା ବହୁତ କଷ୍ଟ । ତେଣୁ ସବୁକୁ ଗ୍ରହଣ କରିନେଇ ଥାଏ ।   ତିନିଜଣଯାକ ଏକାଠି ତା ପରଦିନ ସାଙ୍ଗ ହୋଇ ଯିବୁ ଆଉ ଆମ କମ୍ପାନୀରେ ଯୋଗଦେବୁ । ମନରେ ତିନିଜଣଙ୍କର ଅସ୍ଫୁରନ୍ତା ଆନନ୍ଦ । 
     ପାଠ ପଢିଲୁ ଇଞ୍ଜିନିୟରିଙ୍ଗ୍ ଆଉ ପାଠ ସରୁ ସରୁ ମୁମ୍ବାଇରେ ଇଞ୍ଜିନୟର ଭାବେ ଚାକିରୀ ।  କିଏ ବା ଖୁସି ନ ହେବ । ଅଣଦେଖା ଭବିଷ୍ୟତ ସତେ ଯେପରି ହାତ ମୁଠାରେ । ରକ୍ତର ତାତି ମନ ଭିତର ଅହଂଙ୍କାରରେ ଆହୁରି ବଢିଯାଇଥାଏ । କାଲିଠୁ ଏ ସମାଜରେ ସଫ୍ଟୱେର ଇଞ୍ଜିନିୟର ଭାବରେ ଆମେ ସବୁ ପରିଗଣିତ । ଘରର ପରିସ୍ଥିତି କଥା ମୋର ଟିକେ ମନେପଡିଲା ଆଉ ବେଶୀ ମନେ ପଡିଲା ମୋ ସାନଭଉଣୀ କଥା ଯେ କି ଦଶମରେ ପଢୁଛି । ତା’ପରେ ଶୋଇ ଗଲୁ । ଜୀବନରେ  ନିଜ ଗୋଡରେ ଛିଡା ହେବାର ପ୍ରଥମ ଦିନ । ମନରେ ଯେତିକି ଉତ୍କଣ୍ଠା ସେତିକି ଅଭିମାନ ଆଉ ସେତିକି ଅହଙ୍କାର ସହିତ ଦରମିଶା ଭୟ । କାର୍ତ୍ତୀକ ତ ବହକାଲିଆ ଓ କଥା କୁହାଳିଆ । ରଘୁବୀର ତ ବିନ୍ଦାସ ଜୀବନ ବାଲା । ମୁଁ ପ୍ରଥମରୁ ହିଁ ଧରିନେଇଥିଲି ରୋଷେଇରେ ମୋତେ ପ୍ରାୟ ସବୁ କାମ କରିବାକୁ ପଡିବ । ଯାହାହେଉ ସକାଳୁ ତିନିଜଣ ଉଠି ରୋଷେଇ ସାରି  କେବଳ ଭାତ ଆଉ ଡାଲମା ଖାଇ ସାର୍ଟପ୍ୟାଣ୍ଟ୍ ପିନ୍ଧି ଠିକ ୮ଟା ୩୦ରେ  ଘରୁ ବାହାରିଲୁ ଅଫିସ୍ ଅଭିମୂଖେ । ଘରଠାରୁ କିଙ୍ଗ୍‌ସର୍କଲ ପାଦଚଲା ବାଟ ପନ୍ଦର ମିନିଟ୍ ଲାଗିବ । ତିନିଜଣ ଯାକ ଯାଇ ପହଞ୍ôଚଲୁ ୮ଟା ୫୦ରେ କିଙ୍ଗ୍‌ସର୍କଲ ବସଷ୍ଟପ୍ ରେ । ସେଠାରୁ ଠିକ୍ ୯ଟାରେ ବସ୍ ନଂ ୫୧ ରେ ଚଢିଗଲୁ ବାନ୍ଦ୍ରା ଅଭିମୂଖେ । ବମ୍ବେ ବସ୍ ରେ ଚଢିବା ଆଉ ଓହ୍ଲେଇବା  ନିପଟ ମଫସଲରୁ ଯାଇଥିବା କୈାଣସି ପିଲାପାଇଁ ପ୍ରଥମପ୍ରଥମରୁ ଏକ ଚ୍ୟାଲେ୍‌ଞ୍ଜ । କାରଣ ପ୍ରତି ଷ୍ଟପେଜ୍ ରେ ୨୦ ସେକେଣ୍ଡ୍  ରହିବ ପୁଣି ଚାଲିବ । ତେଣୁ ୨୦ ସେକେଣ୍ଡ୍ ଭିତରେ ଚଢିବା ଓହ୍ଲେଇବା ଶୈଳୀଟା  ଶିଖିବା ନିହାତି ଦରକାର । ବୟସରେ ଯୁବକ । ଚାହିଁଲେ ସବୁକିଛି କରିହେବ । ପଛପଟେ ଚଢି ଆଗପଟେ ଓହ୍ଲାଇବାକୁ ପଡିବ । ଯାହାହେଉ ସେ ପ୍ରଥମ ଦିନର ଅଭିଜ୍ଞତା ଏକ ଭୟମିଶା ଆତୁରତାରେ ଜୀବନ ଡାଏରୀରେ ଗୁନ୍ଥିହୋଇ ଯାଇଥିଲା । ବାନ୍ଦ୍ରା (ୱେଷ୍ଟ୍‌) ରେ ପହଞ୍ôଚଯାଇଅଫିସ୍ ର ଠିକଣା ପୋଲିସ୍ କୁ ପଚାରି ପାଇଗଲୁ । ଅଫିସ୍‌ରେ ଠିକ୍ ୯ଟା୫୦ ରେ ପହଞ୍ôଚଲୁ । ଅଫିସ୍‌ର ଗେଟ୍‌ରେ ପହଞ୍ôଚଲା ପରେ ଦରଓା୍ୱନ୍ ଦୁଇଜଣ ଥାନ୍ତି । ଦରଓା୍ୱନକୁ ଆମ ପରିଚୟ ଦେଇ ଆପଏଣ୍ଟେମଣ୍ଟ ଚିଠି ଦେଖେଇଲା ପରେ ସେମାନଙ୍କ ଭିତରୁ ଜଣେ ଆମ ତିନିଜଣକୁ ନେଇ ଅପେକ୍ଷା ଗୃହରେ ବସିବାକୁ କହିଲେ । ଆମେ ପହଞ୍ôଚଥିଲା ବେଳକୁ ସେ ଘରେ ଆମରି ଭଳି ପିଲା ଆଗରୁ ଆହୁରି ୧୮ଜଣ ପହଞ୍ôଚଲେ । ଆମେ ତିନିଜଣ ଫୁସୁରୁଫାସର ହେଲୁ ଏମାନେ କିଏ କିରେ । ଯାହା ହେଉନା କାହିଁକି ଇଞ୍ଜିନିୟରିଂ କଲେଜ୍‌ରେ ପଢିଥିବାର ଅଭିଜ୍ଞତା ଆମକୁ ଚୁପ୍ ଆଉ ରଖିପାରିଲାନି । ଆମେ ଧୀରେଧୀରେ ସେମାନଙ୍କ ସହିତ ମିଶିବାକୁ ଚେଷ୍ଟା କଲୁ । ଜାଣିଲା ବେଳକୁ ସେମାନେ ମଧ୍ୟ ଆମରି ଭଳି ଫ୍ରେସର୍ ଏବଂ ଆସିଛନ୍ତି ଦେଶର ବିଭିନ୍ନ ସହରରେ ଥିବା ଇଞ୍ଜିନିୟରି କଲେଜ୍‌ରୁ । କେତେ ଜଣ ନାଗପୁରରୁ । କେତେଜଣ ବିଜୟୱାଡାରୁ ଓ ଅନ୍ୟ ସହରରୁ ମଧ୍ୟ । ଆମେ ସମସ୍ତେ ବସିରହିଲୁ । 
      ୟାରି ମଧ୍ୟରେ ଆମ ପରେ ମଧ୍ୟ ଆମ ପରି ଆଉ ୭ଜଣ ପିଲା ଆସିଲେ । ଆମେ ମୋଟ ଅଠେଇଶ ପିଲା ହୋଇଗଲୁ । ଠିକ୍ ଦିନ ୧୧ ଟା ବେଳକୁ କମ୍ପାନୀର ଏଚ.ଆର୍‌.ମୂଖ୍ୟ ଆସି ଆମମାନଙ୍କ ସହିତ କଥା ହେଲେ । ଆମମାନଙ୍କଠାରୁ ଆପଏଣ୍ଟମେଣ୍ଟ୍ ଚିଠିତକ ନେଲେ । ଆମମାନଙ୍କୁ ଚା’ ଦେଇସାରିଲା ପରେ  କମ୍ପାନୀର କାର୍ଯ୍ୟରତ ସିନିୟର କର୍ମଚାରୀ ମାନଙ୍କୁ ପାଖକୁ ତାଙ୍କ ମୁତାବକ ପଠେଇଲେ । ପ୍ରତି ଉପରିସ୍ଥ କର୍ମଚାରୀଙ୍କ ପାଖରେ ତିନିଜଣ ଲେଖାଏଁ ପିଲା ରହିଲେ ଆଉ ସେ ତିନିଜଣ ସେ ସିନିୟର୍‌ଙ୍କର ଆସିଷ୍ଟାଣ୍ଟ ଭଳି କାମ କରିବେ ବୋଲି ନିର୍ଦ୍ଦେଶ ଦିଆଗଲା । ଜଣେ ସିନିୟରଙ୍କ ତଳେ ଚାରିଜଣ ପିଲାଙ୍କ୍‌ୁ ଛାଡିଦେଲେ ଆଉ ସବୁ ସିନିୟରଙ୍କ ତଳେ ତିନିଜଣ ଲେଖାଏଁ ଆମେ ରହିଲୁ । ଆଉ ସେ ତିନିଜଣ ପିଲାଙ୍କ ମଧ୍ୟରୁ ସମସ୍ତେ ଅଲଗା ଅଲଗା କଲେଜ୍‌ର ଥିଲେ । ଆମକୁ ଅପେକ୍ଷା ଗୃହରୁ ବିଦାୟ ନେଇ ପୂର୍ବରୁ ଏଚ.ଆର.ମୂଖ୍ୟ କହି ରଖିଥିଲେ ଆପଣମାନଙ୍କର ଟ୍ରେନଂ ପିରିୟଡ ଆରମ୍ଭ ହୋଇଗଲା । ମନ ଦେଇ କାମ କରନ୍ତୁ ।
     ମୁଁ ଯେଉଁ ସିନିୟରଙ୍କ ସହିତ ରହିଲି ତାଙ୍କର ନାମ ହେଲା ନିତିଶୀ ଗ୍ରୋଭର । ସେ ହରିୟାନାର ବ୍ୟକ୍ତି ଥିଲେ । ଦେଖିବାକୁ ଗୋରା, ଡେଙ୍ଗା ଓ ଚଉଡା ଲୋକ । ମୋ ସାଙ୍ଗରେ ଆଉ ଯେଉଁ ଦୁଇଜଣ ରହିଲେ ଜଣେ ହେଲା ପପୁ ତିଓା୍ୱରୀ ଓ ସେ ଉତ୍ତର ପ୍ରଦେଶର ଥିଲା । ଅନ୍ୟ ଜଣକ ମୋହିତ କୁଲକର୍ଣ୍ଣୀ ସେ ମହାରଷ୍ଟ୍ରର ଥିଲା । ଆମ ତିନିଜଣଙ୍କ ଭିତରେ ଦେଖାଗଲେ ମୁଁ ଥିଲି ନିପଟ ମଫସଲି ଗାଁର । ମୋର ଆଚରଣରେ ମଧ୍ୟ ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା । ସେ ଦିନ ଆମେ ତିନିଜଣ ପରସ୍ପର ସହିତ ପରିଚିତ ହୋଇ ସିନିୟର୍‌ଙ୍କ ପାଖରେ କେବଳ ବସି ରହିଲୁ । ସିନିୟରଙ୍କ କେବିନ୍‌ରେ ତିନୋଟି କମ୍ପ୍ୟୁଟର ସିଷ୍ଟମ୍ ଥାଏ । ଚୈାକି ଚାରୋଟି ପଡିଥାଏ । ସେଇଠି ପ୍ରୋଗ୍ରାମ୍ ଲେଖିବ ଓ ସିନିୟରଙ୍କ ନିର୍ଦ୍ଦେଶ କ୍ରମେ କମ୍ପୁଟରରେ କରିବ । ତେଣେ ରଘୁବୀର ଆଉ କାର୍ତ୍ତୀକ ସେମିତି ଅଲଗା ଅଲଗା ଗ୍ରୁପ୍ ମାନଙ୍କରେ ରହିଲେ । ସେଦିନ ସେମିତି କିଛି କାମ ନକରି ଆମେ ଫେରିଲୁ ଠିକ୍ ସନ୍ଧ୍ୟା ୫ଟାରେ ଅଫିସ୍ ରୁ । ସେମିତି ବାନ୍ଦ୍ରାରୁ ବସ୍ ରେ ବସି ଆସି ଓହ୍ଲାଇଲୁ କିଙ୍ଗ୍‌ସର୍କଲରେ । ଚାଲିଚାଲି ଆସି ପହଞ୍ôଚଲୁ ବସାଘରେ । ସେଦିନ ଆମେ ଭାରି ଖୁସିଥାଉ । ଚାକିରୀର ପ୍ରଥମ ଦିନ । ନିଜ ଗୋଡରେ ନିଜେ ଛିଡା ହେବାର ସ୍ୱାଦ ଆମମନଙ୍କୁ ଟିକେ ଟିକେ ନିଆରା ଲାଗୁଥିଲା । ହସଖୁସି ଥଟ୍ଟା ତାମସାରେ ରୋଷେଇ ଆରମ୍ଭ କରିଦେଉ । 
      ଜୀବନର ଦାରିଦ୍ର‌୍ୟତାର ସେ କଷାଘାତରୁ ସତେଯେମିତି  ଆଜିଠାରୁ ଏ ଜୀବନ ମୁିକୁଳିଯିବ  ଭିତରେ ଭିତରେ ମୁଁ ଅନୁଭବ କରୁଥିଲି । କମ୍ପାନୀର ଜଣେ ଇଞ୍ଜିନିୟର ଭାବରେ ଚାକିରୀ ପାଇ ପରିବାର ଓ ଗାଁର ସମ୍ମାନ ସତେଯେମିତି ମୁଁ ଆଜି ବହୁଗୁଣିତ କରିଦେଇଛି ବୋଲି ମୋର ମନେ ହେଉଥିଲା ସେଦିନ । ମୁଁତେଣେ ଛୁରୀ ଧରି ପରିବା କାଟୁଥିବା ସମୟରେ ରଘୁବୀର ଭୂବନେଶ୍ୱରରେ ରହୁଥିବା ତା ପ୍ରେମିକା ସହିତ କଥାବାର୍ତ୍ତା ଆରମ୍ଭ କରି ଦେଲା ।  ମୁଁ ଆଗରୁ ଏହି ଦୁଇଦିନ ହେବ ଦେଖିସାରିଲାଣି ସିଏ ଯେତେବେଳେ ତାର ପ୍ରେମିକା ସହିତ କଥା ଆରମ୍ଭ କରିବ ଅତି କମ୍ ରେ ଅଧଘଣ୍ଟାରୁ କମ୍ କଥା ହୁଏ ନାହିଁ । ଏତେବେଳଯାଏ କଣ ସବୁ କଥା ହୁଏ  ମୋର ବି ଟିକେ ଟିକେ ଜିଜ୍ଞାସା ହୁଏ ଶୁଣିବାକୁ । ହେଲେ କାହା କଥା ଶୁଣିବାଟା ଭଲନୁହେଁ ତେଣୁ ମୁଁ ଦୂରେଇ ଯାଏ । ତଥାପି ଚାରିବର୍ଷ ଇଞ୍ଜିନିୟରିଂ ପାଠପଢାରେ ମୋ ଜୀବନର ଅଭିଜ୍ଞତା ଏତିକି ହୋଇଛି ଯେ ଏ ଭଳି ପ୍ରେମକୁ ଚିରନ୍ତନ ପ୍ରେମ କୁହାଯାଇ ପାରେନା । ଏ ହେଉଛି ପାସବିକ ପ୍ରେମ । 
      ଏ ପ୍ରେମ ତୁମର ପଇସା ଓ ପ୍ରତିଷ୍ଠା ଉପରେ  ପର୍ଯ୍ୟବେସିତ । ତୁମ ପାଖରେ ଟଙ୍କାଅଛି, ଗାଡିଅଛ, ଭଲଘର ଅଛି ତେବେ ତୁମକୁ ଆଜିକାଲିର ଝିଅମାନେ ପ୍ରେମ କରିବାଟା ଅତି ସହଜ । ପ୍ରେମ ଅଜାଡି ପକେଇବେ । କେହି ଆଉ ଭଲପାଉନାହାନ୍ତି କାହାର ଜୀବନର ମ୍ୟୈଳିକତାକୁ ଅବା ଅନନ୍ୟତାକୁ ଦେଖି । ଏଠି ସବୁ କିଣା ବିକାର ବେପାର । ଆଜିର ସମାଜରେ ସତ କହିବାକୁ ଗଲେ କାହା ପାଖରେ ସେପରି ହୃଦୟ ନାହିଁ କାହାକୁ ଭଲ ପାଇବାକୁ । ଏ  ଭୋଗବାଦ ଦୁନିଆର ମୋହରେ ସମସ୍ତେ ଅତୀଷ୍ଟ । ମାନସିକ ଶାନ୍ତିର ଚିରନ୍ତନତା ଅପେକ୍ଷା ଏଠି ଶାରିରୀକ ସୁଖର ଆବଶ୍ୟକତା ସର୍ବାଧିକ । ତେଣୁ ଆଜିକାଲି ପ୍ରେମରେ କାମବାସନା ବିନା ପ୍ରେମର ଚିହ୍ନବିହ୍ନ ନାହିଁ । ମୁଁ ନିଜେ ନିଶ୍ଚୟ ଯେ ମୋତେ କେହି ଭଲ ପାଇବା କଥା ନୁହଁ କାରଣ ଜୀବନକୁ ବଞ୍ଚେଇ ରଖିବା ପାଇଁ ମୁଁ ଯେତେବେଳେ ଅହରହ ଜୀବନର ମୈାଳିକ ଆବଶ୍ୟକତା ଯୋଗାଡ ପାଇଁ ବ୍ୟତିବ୍ୟସ୍ତ ସେତେବେଳେ ଏ ପ୍ରେମର ପଛରେ ନିଜକୁ ପାଗଳ କରିବାକୁ ମୋ ପାଖେ ସମୟ କାହିଁ ?  ପରିବା କାଟିସାରିଲା ବେଳକୁ କାର୍ତ୍ତୀକ ଷ୍ଟୋଭ୍ ଲଗାଇ ରୁଟି କରିସାରିଥିଲା । ଡାଲମା ଅଧା ହେଲା ବେଳକୁ ରଣବୀର ର ପ୍ରେମାଳାପ ସରିଲା । ତା ପରେ ତିନିହେଁ ମିଶି ଖାଇ ଶୋଇବାକୁ ଗଲୁ । ଏହି ପରି ଦିନ ପରେ ଦିନ ଗଡିଚାଲିଯାଏ । ତେଣେ କମ୍ପାନୀରେ ମୋତେ କାହିଁକି ନିଜକୁ ଟିକେଟିକେ ଅଣ ନିଶ୍ୱାସୀ ହେବାରେ ଲାଗିଲାଣି । ଆମ ଗ୍ରୁପ୍‌ର ସିନିୟର୍ ଯେଉଁ କାମ ଦିଅନ୍ତି ମ,ୁଁ ତାକୁ ଭଲ ଭାବରେ ଓ ନିଖୁଣ ଭାବରେ କରେ । ମୋହିତ ଓ ପପୁ ମଧ୍ୟ ଅନୁରୂପ କରୁଥିଲେ ହେଲେ ଜୀବନରେ ଉନ୍ନତି କରିବା ପାଇଁ ଯେଉଁ ଅନନ୍ୟ କଳାର ଆବଶ୍ୟକ ସେମାନଙ୍କ ପାଖରେ ଥିଲା ଯାହାକି ମୁଁ ମୋ ଗାଉଁଲି ଜୀବନରେ ଶିଖି ପାରିନଥିଲି । ନିଜର ବସ୍ କୁ  ପ୍ରତି କଥାରେ ପ୍ରଶଂସା କରିବା ଆଉ ତାଙ୍କର ଚାମଚାଗିରି କରିବା ଭଳି କଳା ମୋତେ ଜଣା ନଥିଲା । ଅଳ୍ପ କାମ କରି ଅନେ କାମ କରିସାରିଥିବାର ଅଭିନୟ କରିବା ଭଳି କଳା ମୁଁ ଆଦ୍ୟୈ ଜାଣି ନଥିଲି । ନିଜ ବସ୍ ର ମନଖୁସି କରିବା ପାଇଁ କଣ ସବୁ କରିବାକୁ ହୁଏ ଆଉ ତାକୁ ସନ୍ତୁଷ୍ଟି କରିବା ପାଇଁ ଯାହାଯାହା ବୃତ୍ତିଗତକଳା ଆବଶ୍ୟକ ତାହା ମୋତେ ଜଣା ନଥିଲା । 
      ମୋହିତ ଆଉ ପପୁ ଦୁଇଜଣ ସିନିୟର୍‌ଙ୍କର ଘନିଷ୍ଠ ହେବାରେ ଲାଗିଥିଲେ । ମୁଁ ଏହା ମଧ୍ୟ ଭଲଭାବରେ ଜାଣି ସାରିଥିଲି ଯେ ପପୁ ଆଉ ମୋହିତ ମୋରି ଭଳି ବେସରକାରୀ ଇଞ୍ଜିନିୟରିଂ କଲେଜ୍‌ରୁ ଯେଉଁ ପାଠ ପଢିକି ଆସିଛନ୍ତି ତାହା ଆଦ୍ୟୈ ଯଥୋଚିତ ନୁହେଁ । ସେମାନେ ମଧ୍ୟ ମୋରି ପରି ସେ ବେସରକାରୀ ଇଞ୍ଜିନିୟରିଂ କଲେଜ୍ ମାନଙ୍କର ପ୍ରଚାରପ୍ରସାର ପ୍ରହେଳିକାରେ ହେଉ ଅବା ଜୀବନ ଗଢେଇଦେବାର ମନ୍ତ୍ରଣାର ପ୍ରହେଳିକାରେ ହେଉ ପାଠ ପଢିଥିଲେ । ହେଲେ ସେମାନଙ୍କର ଜ୍ଞାନଗାରିମା ମୋ ଠାରୁ  କେଉଁ ଗୁଣରେ ଉନ୍ନତ ନଥିଲା । କଲେଜ୍‌ରେ ପ୍ରାକ୍ଟିକାଲ୍ ପାଠ ଭଲକରି କରିନଥିବାରୁ ପ୍ରକୃତ ପକ୍ଷେ ଏହି କମ୍ପାନୀରେ ହିଁ ଆମର ପ୍ରକୃତ ପାଠପଢା ଆରମ୍ଭ ହୋଇଥିଲା । ନିଜର ବୁଦ୍ଧି ବଳ ପ୍ରୟୋଗ କରି କମ୍ପାନୀରେ ଦିଆଯାଉଥିବା କାମକୁ ଆମେ କରୁଥିଲୁ । ସେଥିରେ ଅନେକ ଯାଗାରେ ଅସଫଳ ହେଉଥିଲୁ ଆଉ ସେଠି ସିନିୟର୍ ଜଣକ ଆମକୁ ସାହାଯ୍ୟ କରୁଥିଲେ । ହେଲେ ମୋର ଅସଫଳତା ଆଉ ମୋହିତ ଓ ପପୁର ଅସଫଳତା ପ୍ରାୟ ପାଖାପାଖି ସମାନ ଥିଲା । ହେଲେ  ସେମାନେ ଚାମଚାଗିରି କରିବାରେ ଓସ୍ତାଦ ଥିଲେ । 
      ସେମାନଙ୍କୁ ନିଜର ବସ୍ କୁ ପଟାଇବାକୁ କଳା ବେସ୍ ଭଲଭାବରେ ଜଣା ଥିଲା । ତେଣୁ ମୁଁ ଅନୁଭବ କରୁଥିଲି ସତେଯେମିତି ନିତିଶୀ ଗ୍ରୋଭରଙ୍କ ଠାରୁ ମୁଁ ଦୂରେଇ ଦୂରେଇ ଯାଉଛି । ମୁଁ ବି ଦୁଇମାସ ବେଳକୁ ଯାଣିବାକୁ ପାଇଲିଯେ ପପୁ ଓ ମୋହିତ ନିତିଶୀ ଗ୍ରୋଭରଙ୍କ ସହିତ ସନ୍ଧ୍ୟାବେଳେ କେଉଁ ବିୟରବାରରେ ବସି ଏକାଠି ବିୟର ପିଉଛନ୍ତି ଓ ମଉଜମସ୍ତି କରୁଛନ୍ତି । ସେ ଛନ୍ଦରେ ମୋ ଜୀବନ ଗଢା ନଥିଲା । ସେମିତିତ ମଦ ପିଇବା ପାଇଁ ମୋ ପାଖରେ ପଇସା ନଥିଲା କିମ୍ବା ମୋର ଅଭିଜ୍ଞତା ମଧ୍ୟ ନଥିଲା । ସେତେବେଳକୁ ଯେଉଁ ସବୁ ଟଙ୍କା ମୁଁ ନେଇକରି ଯାଇଥିଲି ସେଥିରୁ ମୋ ପାଖରେ ତାର ପରିମାଣ କମିକମି ଆସିଲାଣି । ଦୁଇମାସ ପୁରିଲାବେଳକୁ ଦରମା ମିଳିଲା । ଜୀବନର ପ୍ରଥମ ଦରମା ପାଇ ଖୁସି ମଧ୍ୟ ଅନୁଭବ କରି ପାରି ନଥିଲି କାରଣ ଥିଲା ମୋତେ ସେ ଚାକିରୀର ସ୍ଥାୟୀତ୍ୱ ପ୍ରତି ଆଉ ବିଶ୍ୱାସ ନଥିଲା । ଅଫିସ୍ ରେ ମୁଁ କାହିଁକି ମୋ ଗ୍ରୁପ୍ ରେ ନିଜକୁ ଏକୁଟିଆ ମଣିବା ଆରମ୍ଭ କରିଦେଇଥିଲି । ମୁଁ ଏକୁଟିଆ ନୁହଁ ରଘୁବୀର ଆଉ କାର୍ତ୍ତୀକଙ୍କ କଥା ମଧ୍ୟ ମୋରି ପରି ପ୍ରାୟ ଥିଲା । ହେଲେ ସେମାନେ ଏଥିପ୍ରତି ଉଦାସ ନଥିଲେ କାରଣ ରଘୁବୀରର ଘରୁ ବାପା ଆଉ ମା ଫୋନ୍ କରନ୍ତି ପ୍ରତିଦିନ ଆଉ ଆଶ୍ୱାସନା ଦିଅନ୍ତି । ଚିନ୍ତା କରିବାର ନାହିଁ ଯଦି ଚାକିରୀ ଚାଲିଯିବ ତେବେ ତୁ ଆଉ ଅଧିକା କେଉଁ କୋର୍ସ କରିବାକୁ ଚାହୁଁଛୁ  କରିପାରୁ । ଯଦି କମ୍ପାନୀରୁ ତୋର ଚାକିରୀ ଚାଲିଯାଏ । ତେବେ ତୁ ସେଇଠି ଅନ୍ୟ ଏକ ପ୍ରଫେସନାଲ୍ କୋର୍ସରେ ଆଡମିଶନ୍ କରିନେ ଓ ପଢ । କାର୍ତ୍ତୀକର ପ୍ରକୃତି ଯାହା ତାପାଇଁ କଥା ସେତେ ଗୁରୁତ୍ୱ ବହନ କରୁନଥିଲା । ବେଳେବେଳେ କହେ ଚାକିରୀ ଚାଲିଗଲେ ଚାଲିଯିବ ଆଉ କଣ । ଘରକୁ ଯିବି କଣକାମ ଧନ୍ଦା କରିବି । ନିଜ ବାପାଙ୍କର ଯେଉଁ ଗହଣା ବିଜିନେସ୍ ଅଛି ସେଥିରେ ମିଶିକରି କାମ କରିବି । 
      ମୁଁ ଥିଲି ନିର୍ବୋଧ, ଲାଚାର ଆଉ ବିଚରା । ମୋ ପାଖରେ କୈାଣସି ବିକଳ୍ପ ନଥିଲା ଚାକିରୀ କରି ଟଙ୍କା ରୋଜଗାର କରିବା ଛଡା । ଯେଉଁଠି ହେଉ ଯାହାହେଉ ମୋତେ ଚାକିରୀ କରିବାକୁ ହିଁ ପଡିବ । ଖାଲି ଘର ଯେ ଚଳାଇବାକୁ ପଡିବ ତା ନୁହେଁ  ପୁଣି ବ୍ୟାଙ୍କ୍‌ରୁ ଟଙ୍କା ଋଣ କରି ପାଠ ପଢିଥିବା ଟଙ୍କା କୁ ମଧ୍ୟ ସୁଝିବାକୁ ପଡିବ । ମୋର ମନର ଦୁଃଖ ଦିନକୁ ଦିନ ବଢିବାରେ ଲାଗିଥାଏ । ସେ ଦିନ ଚାକିରୀକୁ ଦୁଇ ମାସ ଅଠେଇଶ ଦିନ ହୋଇଥିଲା । ଆଉ ଥିଲା ଶୁକ୍ରବାର । ମୁଁ ନିଜକୁ ନିଜେ ଅନୁଭବ କରିସାରିଥିଲି ଯେ ଏଠି ଆଉ ମୋ ଚାକିରୀ କମ୍ ଦିନ । ସେଦିନ ଠିକ୍ ଦିନ ତିନିଟା ସମୟରେ ମୋର ଆଉ ପପୁ ତିୱାରୀର କାମ ଭିତରେ ବଚସା ହୋଇଗଲା । ମୁଁ କରିଥିବା କାମର ଶ୍ରେୟ ସେ ମୋ ସିନିୟର୍ ଆଗରେ ନେବାକୁ ଚେଷ୍ଟା କରିଥିଲା । ହେଲେ ଏ ବଚସାରେ ନିତିଶୀ ଗ୍ରୋଭର ପପୁର ପକ୍ଷ ନେଲେ । ମୋତେ ତାଗିଦ୍ କଲେ । 
      ମୁଁ ସେଠି ଆଉ କିଛି କହିପାରିଲିନି । ମୁଁ ଜାଣିପାରିଲି ଯେ ଆଜି ବୋଧେ ଏ କମ୍ପାନୀରେ ଚାକିରୀର ମୋର ଶେଷଦିନ । ମୁଁ ଆଜି ଯେଉଁ କଥା ଅନୁଭବ କଲି ସେମାନେ ସେଥିପାଇଁ ବୋଧହୁଏ ମାନସିକ ପ୍ରସ୍ତୁତି ହୋଇ ସାରିଥିଲେ । ମୁଁ ଦେଖୁଥିଲି ଗତ ଆଠଦିନ ଭିତରେ ରଘୁବୀର ଆଉ କାର୍ତ୍ତୀକ ଅଫିସ୍ ରୁ ଫେରିବା ସମୟରେ ବାଟରୁ ଗୋଟିଏ ମଦ ଦୋକାନରୁ ଦୁଇଟି ବିଅର ଆଣନ୍ତି । କିଛି ମିକ୍ସଚର ଆଉ ଦୁଇଜଣ ସାଙ୍ଗ ହୋଇ ରୋଷେଇ ଆରମ୍ଭ କରିଦେଇ ପିଇବାକୁ ବସିପଡନ୍ତି । ସେମାନେ ମୋତେ ଯଦିଓ ବାଧ୍ୟ କରନ୍ତି ମୁଁ କିନ୍ତୁ ମୋର ପରିସ୍ଥିତିର ଦାସ ଭଳି ତାଙ୍କ ସାଥୀରେ ସାମିଲ୍ ହୁଏନି । ହେଲେ ବିଅର୍ ଦୁଇଟି ପିଇସାରିଲା ପରେ ସେ ଦୁଇଜଣଙ୍କର ଯେଉଁ କଥା ବାର୍ତ୍ତାର ଢଙ୍ଗ ତାକୁ ବହୁତ ଉପଭୋଗ କରେ । କେତେବେଳେ ବହୁତ ଖରାପ କଥାତ ବେଳେବେଳେ ଜୀବନ ଦର୍ଶନରେ ସେମାନେ ହଜି ଯାଆନ୍ତି । ହେଲେ ମୁଁ ଗୋଟିଏ କଥା ଜାଣି ପାରିଥିଲି ମଦ ପିଇସାରିଲା ପରେ ସେମାନେ ଯାହା କଥା ହୁଅନ୍ତି ସେ ଗୁଡିକ ସବୁ ସତକଥା । ମିଛ ବୋଲି ସେଥିରେ ଟିକେ ବି ନଥାଏ । କାର୍ତ୍ତୀକ ସିନା ଏତେ ବହକାଲିଆ ଭଳି ଡହରା କଥା ଗୁଡିଏ ସବୁବେଳେ କହେ ହେଲେ ମଦ ପିଇ ଟିକେ ନିଶା ହୋଇଗଲା ପରେ ସେ ନିଜକୁ ନିଜ ଜୀବନର ବାସ୍ତବତାକୁ ଟାଣିଆଣି କଥା କୁହେ । 
      ଗତକାଲି ଦୁଇଜଣ ମଦ ପିଇ ନିଶାରେ କଥା ହେଉଥାନ୍ତି । ମୁଁ ସେପଟେ ରୁଟି ସେକୁଥାଏ । ହଠାତ୍ ମୋ କାନରେ ଦୁଇଜଣଙ୍କ କଥା ଟିକେ ମୋତେ ବିବ୍ରତ କରିବାରେ ଲାଗିଲା । ମୁଁ କାର୍ତ୍ତୀକର କଥା ଶୁଣି ଜମା ବିଶ୍ୱାସ ବି କରିପାରିଲିନି ଯେ ଇଏ କାର୍ତ୍ତୀକ କହୁଛି ନା ଆଉକିଏ ଡାହାଣୀ ଚିରଗୁଣୀ, ଭୂତ ଅବା ପ୍ରେତ ଆଦି ତା ଦେହରେ ପ୍ରବେଶ କରି ଏ କଥା କହୁଛି । କାର୍ତ୍ତୀକ କହିଚାଲିଥାଏ । ଆରରେ ------- ରଘୁବୀର । ତୁ ଏ ଦୁନିଆକୁ ଚିହ୍ନିନୁ । ଏ ଦୁନିଆ ବହୁତ ବଡ ଧୋକାବାଜ୍ । ଏ ଦୁନିଆକୁ ଯଦି ନିଜର ଭାବି ନିଜର ଦୋଷ ଦୁର୍ବଳତା ଦେଖେଇ ଦେଲୁ ଅବା କହିଦେଲୁ ତୋତେ ସମସ୍ତେ ଅତି ହୀନ ଦୃଷ୍ଟିରେ ଦେଖିବେ । ତୋତେ କେହିହେଲେ ଗୁରୁତ୍ୱ ଦେବେନି । ଘରେ ହାଣ୍ଡିରେ ଭାତ ନଥାଇ ତୁ ଯଦି ଖାଲି ତୋରାଣି ମୁନ୍ଦେ ପିଇ ବାହାରକୁ ଯାଉ କେବେହେଲେ କାହାକୁ ଭୂଲ୍‌ରେ ବି ସତକଥା କହିବୁନି । ଯଦି ସତ କହିଦବୁ ତୋତେ ଏ ସମାଜ ଦରିଦ୍ର କାଙ୍ଗାଳ କହି ତୋ ପାଖରୁ ଦୂରେଇ ଯିବ । ତୋତେ କେହି ଆଡ ଆଖିରେ ବି ଚାହିଁବେନି ବରଂ ତୋରାଣି ଖିଆ ପେଟରେ ଥାଇ କହିବୁ ଯେ ଖିରିପୁରୀ ଖାଇକି ଆସିଛୁ । ତେବେ ଏ ସମାଜ ତୋର ଖିରିପୁରୀର ଶରୀରକୁ ଟିକେ ଅନେଇବ । ଏଠି ଦୁର୍ବଳତା କୁ ସମସ୍ତେ ତୋତେ ହରେଇବାର ଅସ୍ତ୍ର ରୂପେ ବ୍ୟବହାର କରିବାର ସୁଯୋଗ ରେ ଲାଗିପଡନ୍ତି । 
      ଯଦି ନିଜ ମନ ଭିତରେ ନିଜର ଦୁର୍ବଳତା ଗୁଡିକ ନିଜ ଜୀବନର ଉତ୍କର୍ଷତା ବୋଲି ବିବେଚନା କଲୁ ତେବେ ତୁ ନିଶ୍ଚିତ ରୂପେ ସଫଳ ହେବୁ । ଏ ପ୍ରକୃତି ମଧ୍ୟ ତୋତେ ସାହାଯ୍ୟ କରିବ । ଦୁର୍ବଳତା ପ୍ରକାଶ କଲେ କ୍ଷଣିକ ସମବେଦନା ତ ମିଳିଥାଏ । ହେଲେ ପରିବ୍ୟାପ୍ତ ସହଜାତନାକୁ ହାତ ଧରି ଟାଣି ଆଣେ । ସ୍ୱାର୍ଥସର୍ବସ୍ୱ ଦୁନିଆରେ ତୁମ ବେଦନା ଶୁଣିବାକୁ ସମୟ କାହା ପାଖରେବି ନାହିଁ । ତୁମେ ନିଜକୁ ଯେତିକି ଦୁଃଖୀ ଆଉ ଯନ୍ତ୍ରଣାରେ ଛଟପଟ ହେଉଥିବା ବ୍ୟକ୍ତି ବୋଲି ଭାବୁଛ ଏ ଦୁନିଆରେ ସମସ୍ତଙ୍କ ପାଖରେ ଅଜସ୍ର ଦୁଃଖ ଆଉ ଯନ୍ତ୍ରଣାବି ଲୁଚି କରି ଅଛି । କିଏ ସେ ଦୁଃଖ ଆଉ ଯନ୍ତ୍ରଣା କୁ ଅନ୍ୟ ଆଗରେ ସହଜରେ ପ୍ରକାଶ କରିପାରେ ତ ଅନ୍ୟ କିଏ କରିପାରନ୍ତିନି । କେତେଜଣ ମଧ୍ୟ ପ୍ରକାଶ କରି ନିଜର ଲାଭ ଉଠାଇବାରେ ଧୁରନ୍ଧର ହେଲେ ସମସ୍ତେ ପାରନ୍ତିନି । ସବୁଠୁ ବଡ କଥା ହେଲା ନିଜର ଦୁଃଖ କୁ ପ୍ରକାଶ କରି ଅନ୍ୟକୁ ଆହୁରି ଭାରାକ୍ରାନ୍ତ କରିବା ଆବଶ୍ୟକ କଣ ଯେ? ଏ ସଂସାର ଯେ ଗଢିଛି ତୁମକୁ ମଧ୍ୟ ସେ ଗଢିଛି ।  ତୁମକୁ ଦୁଃଖ ଆଉ ଯନ୍ତ୍ରଣା ରେ ରଖିଛି ମାନେ ତା ପଛରେ ବି  କିଛି ପୂର୍ବ ନିଶ୍ଚିତ କାରଣ ନିଶ୍ଚୟ ଅଛି । ତେଣୁ ସମୟ ଅନୁସାରେ ତୁମକୁ ସେ ସବୁକୁ ବରଦାସ୍ତ କରିବାକୁ ହିଁ ପଡିବ । ସେତେବେଳକୁ ମୋର ହାତ ବେଲଣା ପଟା ଉପରେ ବେଲେଣା କାଠିଟିକୁ ଧରି ସ୍ଥାଣୁ ହୋଇଯାଇଥାଏ । ମୁଁ କାର୍ତ୍ତୀକର ଉପର ବ୍ୟବହାରରେ ଯାହାସବୁ ଦେଖେ ତାହା କେତେ ଯେ ଦେଖାଣିଆ ମୁଁ ଧୀରେଧୀରେ ଅନୁଭବ କରିବାରେ ଲାଗିଥାଏ । ତାର ଏତେବଡ ମହାନ୍ ଗୁଣ ଅଛି ମୁଁ ଆଜି ପର୍ଯ୍ୟନ୍ତ ବି ଜାଣିପାରିଲିନି ।
      ରଘୁବୀର  କହିଛି ଆରରେ--- ତୁତ ଜଣେ ଦାର୍ଶନୀକ । ଏତେ ଗଭୀର ଭାବନା ମୋ ମନରେ କେବେ ବି ଆସିନି କି ଆସିବନି । କାର୍ତ୍ତୀକ କହିବାରେ ଲାଗିଛି । ଆରେ ସେ କଥା ଛାଡ । ଏକଥା ଦେଖେ ତୋତେ ଯଦି ବର୍ତ୍ତମାନ କୈାଣସି ଝିଅ ଭଲପାଉଥାଏ ତେବେ ତୋର ସେ ଏହି ଇଞ୍ଜିନିୟରର ସାର୍ଟିଫିକେଟ୍ ପାଇଁ କାରଣ ସେ ଜାଣେ ତୁ ତାକୁ ଭବିଷ୍ୟତରେ ଭଲରେ ରଖିପାରିବୁ । ଯଦି ତୁ ବର୍ତ୍ତମାନ ଚାକିରୀ ନକରି ବାତେରାଛତରା ହୋଇ ତୋ ସହରରେ ବୁଲୁ ଦେଖିବୁ ତୋ ପ୍ରେମିକ ତୋ ଠାରୁ ନିଶ୍ଚୟ ମୁହଁ ମୋଡି ନେବ । ସୁରେଶ କୁ ଏକଥା ଆହୁରି ବ୍ୟଥିତ କରି ପକେଇଛି ।  କି ସୁନ୍ଦର ମନସ୍ତତ୍ତ୍ୱ କଥା ଏ କାର୍ତ୍ତୀକ ନିଜ ପେଟଭତରେ ରଖିଛି । ମୁଁ ଆଉ ସମ୍ଭାଳି ନପାରି ରୁଟିବେଲା ବନ୍ଦ କରିଦେଇ ଏମାନଙ୍କ ପାଖରେ ଆସି ବସି ପଡିଛି । କହିବାରେ ଲାଗିଛି ଆରେ ମୋତେ ଟିକେ ଆଜି ପିଇବାକୁ ଦିଅ । ରଘୁବୀର ଆଶ୍ଚର୍ଯ୍ୟ ହୋଇ କହିଛି ଦେଖିଲୁ ତୋତେ କେତେଥର ମୁଁ ଡାକିଛି । ପଚାରିଲେ ତୁ ମନା କରିଛୁ । ହେଲେ ଆମ ଆକର୍ଷଣ ତୋତେ ରୋକି ପାରିଲାନି ଆଉ ତୁ ଆଜି ନିଜେ ଆସିଗଲୁ । କାର୍ତ୍ତୀକ ଆହୁରି ଆଶ୍ଚର୍ଯ୍ୟ ହୋଇ ଗୋଟିଏ ପେଗ୍ ବିଅର୍ ତାକୁ ଦେଇଛି । ଏଠି ପେଗ୍ ମାନେ ଆମ ପାଖରେ ଥିବା ଷ୍ଟିଲ୍ ଗ୍ଲାସ୍‌ରେ ଫୁଲ୍ । ଯେମିତି ସୁରେଶ ପାଟିରେ ଜୀବନରେ ପ୍ରଥମ ଥରକ ମଦକୁ ଲଗେଇଛି ତାକୁ ଏକ ଉତ୍କଟ ଅନୁଭବ ଆସିଛି ତଥାପି ପିଇ ଦେଇଛି । ତା ପରେ ଆଉ ଗୋଟେ ଗ୍ଲାସ୍ । ଆଉ ନିଶା ଧୀରେଧୀରେ ମୋତେ ଏକ ଅନୁପମ ଦୁନିଆକୁ ନେଇଯାଇଛି । 
      ମୁଁ କହିବାକୁ ଲାଗିଛି ଆରେ ରଘୁବୀର ମଦ ପିଇଲେ ମଣିଷର ଚିନ୍ତା କୁଆଡେ ଉଭାନ ହୋଇ ଯାଉଛି ମୁଁ ତ ଆଜି ଅନୁଭବ କଲି । କାର୍ତ୍ତୀକ ହସିଦେଇଛି । କହିଛି ଦେଖିଲତ ଏ ହେଉଛି କଳି ଯୁଗର ଅମୃତ । ସେତେବେଳକୁ ଆମ ତିନିଜଣକୁ ଏତେ ନିଶା ହୋଇଗଲାଣି ଯେ ଆଉ ରୋଷେଇ କରିବା ଆମ ପାଖରେ ସମ୍ଭବ ହିଁ ନଥିଲା । ସେମିତି ନିଶାରେ ସେହି ମସିଣା ଉପରେ ତିନିଜଣ ଯାକ ଶୋଇପଡିଛୁ । ରାତି ଚାରିଟାରେ ମୋ ନିଦ ଭାଙ୍ଗିଲା ବେଳକୁ ଆଉ ନିଶା ନାହିଁ । ପୁଣି ପେଟ ଭୋକରେ ଜଳୁଥାଏ । ମୁଁ ସେ ମଦନିଶାର ଦାରୁଣତାକୁ ଆହୁରି ଅନୁଭବ କରି ସଙ୍ଗେସଙ୍ଗେ ଗାଧୋଇପାଧୋଇ ରୋଷେଇ କରିଦେଲି । ତିନିଜଣ ଖାଇକରି ଅଫିସ୍ ଗଲୁ ।ହେଲେ ଆମେମାନେ ବୁଝି ସାରିଥିଲୁ ଆମମାନଙ୍କର ଚାକିରୀର ପରମାୟୁ ଆଉ ବହୁତ କମ୍‌ଦିନ । ସମୟ ଆଗେଇ ଚାଲେ । ଆମ ବେକାରୀ ଜୀବନ ନିକଟତର ହୋଇଆସେ । ଏମିତି ହଠାତ୍ ଫିଲ୍ଟ୍ରେସନ୍ ଟେଷ୍ଟ ହୁଏ ଆଉ ଆମେ ତିନିଜଣ ଚାକିରୀ ହରେଇ ବସୁ । ସିଦ୍ଧାର୍ଥ, ଲେଖିଲେତ ପ୍ରତି ମୁହୁର୍ତ୍ତର ଘଟଣା ବହୁତ ଲମ୍ବା ହେବ । ହେଲେ ମୋର ଏ ଲାଚାର ମୁହୁର୍ତ୍ତରେ ଭଗବାନ ଯାହା ହେଉ ସାହାଯ୍ୟ କଲେ । ଆଜି ମୁଁ ଆସି ଏ ମ୍ୟାନେଜର୍ ଚାକିରୀରେ ଭଲରେ ଅଛି । ସେ ଇଞ୍ଜିନିୟର ହେବାର ନିଶା ମୋ ମନରୁ ଓହ୍ଲାଇଗଲାଣି । ସେଠି ରଘୁବୀର ପାଠ ପଢୁଛି । କାର୍ତ୍ତୀକ ତା ଘରକୁ ପଳେଇ ଆସି ତା ବାପାଙ୍କ ସହିତ କଣ ବିଜିନେସ୍ କରୁଛି ।
      ତେଣୁ ଏ ଇଞ୍ଜିନିୟରିଂ ପାଠପଢାର ପ୍ରହେଳିକା ରେ ମୋ ଭଳି ଗରୀବ ପିଲାମାନେ ଆଉ କେମିତି ନ ପଡନ୍ତୁ ତାହା ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ଛଡା ଆଉ କଣ ବା କରିପାରିବି? ଇଞ୍ଜିନିୟରିଂ ଶିକ୍ଷାର ବଣିଜରେ ମୋ ଭଳି ଗରୀବ ପିଲାମାନେ ପଣ୍ୟଦ୍ରବ୍ୟ ଭଳି ପ୍ରାୟୋଜିତ ଗରାଖ ଓ ବିକ୍ରେତାଙ୍କ ଭିତରେ କେବଳ ଯେ ମରିଚିକା ପଛରେ ପଡିଯିବା ଥୟ ଏଥିରେ ସନ୍ଦେହ ନାହିଁ । ଏ ଭଳି ଶିକ୍ଷାର ପ୍ରହେଳିକାକୁ ବୁଝିବା ଅତ୍ୟନ୍ତ କଷ୍ଟ ।
                                                                                    ଇତି
                                                                                  ସୁରେଶ 
       ସିଦ୍ଧାର୍ଥ ଏ ସବୁ କଥା ପଢି ସାରିଲା ବେଳକୁ ତା ଆଖିରୁ ଲୁହ ଧାରଧାର ହୋଇ ବୋହିପଡିଛି ।  ଏ କି ପ୍ରକାର ଶିକ୍ଷା ବ୍ୟବସ୍ଥା ଯାହା ଆମଭଳି ଯୁବକ ଯେକି ଏ ଦେଶର ଶକ୍ତି ଓ ସାମର୍ଥ୍ୟ ସେମାନଙ୍କୁ ତିଳତିଳ କରି ଶୋଷିବାରେ ଲାଗିଛି । ଶିକ୍ଷାକୁ ଆଜି ଏ ସମାଜ ଏପରି ପଣ୍ୟଦ୍ରବ୍ୟରେ  ପରିଣତ କରିସାରିଲାଣି ଯେ କିଣିଲା ବାଲା ବିକ୍ରେତାର ପ୍ରହେଳିାକରେ ଅନାୟାସେ ଫସି  ଯାଉଛି ।

*******

ଏଗାର

ସେପଟେ ଧରିତ୍ରୀ ତାର ସରଳ ଚରିତ୍ରରେ ସେ ଯେତିକି ସାତ୍ୱକୀର କଥାକୁ ବୁଝିଲା ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡିଥିଲା । ପ୍ରତିଦିନ ସେହିଦିନଠାରୁ କମ୍ପାନୀର ମୂଖ୍ୟ କାର୍ଯ୍ୟାଳୟ ଲଗାତାର ଆସିଛି । ଆଉ ମାତ୍ର ଛଅଦିନପରେ ସେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ରେ ଗୋଟିଏ ରୁମ୍ ରେ ଭେଟିବ । ସେଇଠି ଆଲୋଚନା ହେବ । ତାଙ୍କ ଅର୍ଡରର ସ୍ଥିତି ସମ୍ପର୍କରେ ମଧ୍ୟ ସେ ତାଙ୍କୁ ଅବଗତ କରାଇବ । ଧରିତ୍ରୀ ମନେମନେ ଭାବିଛି ଏଜେଣ୍ଟ୍ ବୋଧେ ଦୁଇତିନିଜଣ ଆସିଥିବେ ଓ ସେ ତାଙ୍କୁ ସବୁ କଥା ବୁଝାଇବ । ତେଣୁ ନିଜ ବସାଘରଠାରୁ ପ୍ରତିଦିନ ୨୫ କି.ମି ବସ୍ ରେ ଯିବା ଆସିବା କରି ବହୁତ କଷ୍ଟରେ ସବୁ ତଥ୍ୟକୁ ସଂଗ୍ରହ କରି ଏକ ଫାଇଲ୍ ପ୍ରସ୍ତୁତ କରିଛି ଓ ନିଜକୁ ପୁରାପୁରି ପ୍ରସ୍ତୁତ କରିଛି । ସେ ଏ ଅତ୍ୟାଧୁନିକ ସମାଜର ଆଧୁନିକ ଚାଲିଚଳନ ସହିତ ଆଧୁନିକ ବ୍ୟବହାର ସମ୍ବଦ୍ଧରେ ସମ୍ପୂର୍ଣ୍ଣ ଅନବିଜ୍ଞ ।
      ଏଣେ ତାଙ୍କ ତିନିଜଣଙ୍କ ଭିତରୁ ରଶ୍ମୀତା ଆଉ ଧୈର୍ଯ୍ୟ ଧରି ଏକୁଟିଆ ବସାଘର ଭିତରଟାରେ ବସିପାରିନି । ତାକୁ ବହୁତ ବ୍ୟତିବ୍ୟସ୍ତ ଲାଗିଛି । ତା ପାଖରେ ବି ରୋଜଗାରର ପନ୍ଥା ବନ୍ଦ ହୋଇଯାଇ ଥିବାରୁ ସେ ବହୁତ ମାନସିକ ଅଶାନ୍ତିରେ ରହିଛି । ଧରିତ୍ରୀର ସାନ୍ତ୍ୱନା ତାକୁ ରୋକି ପାରିବାରେ ସମର୍ଥ ହୋଇପାରିନି । ସେ ଦିଲ୍ଲୀ ଛାଡି ନିଜ ଗାଁ କୁ ଫେରି ଆସିଛି । ହେଲେ ମୋନା ସେଠି ବିନ୍ଦାସ । ସେ ନିଜକୁ ନିଜ କମ୍ପାନୀରେ କେବଳ ତାର ସ୍ଥିତିକୁ ବଜାୟ ରଖିବାରେ ନିଜ ଆଧୁନିକ ଚାଲିଚଳନର ଆଢୁଆଳରେ ସମର୍ଥ ହୋଇଛି । ଏଣେ ଧରିତ୍ରୀ ମୋନା କୁ ସବୁ କଥାକହିଛି । ତାକୁ ୨୦ ତାରିଖରେ ଏଜେଣ୍ଟକୁ ଖୁସି କରିବାକୁ ପଡିବ । ମୋନା କିଛିକ୍ଷଣ ନୀରବ ରହି ଅନ୍ୟକିଛି ଘଟଣାର ଆଭାସ ସେ ଅନୁମାନ କରିବାରେ ଲାଗିଛି । ଖୁସି କରିବାକୁ ପଡିବ, ହେଲେ ସେ ଧରିତ୍ରୀକୁ ସେ ବିଷୟରେ ଆଉ ବିଶେଷ କିଛି ଖୋଳେଇ ତାଡି ପଚାରିନି । ହେଲେ ଗୋଟିଏ କଥା କହିଛି ଧରିତ୍ରୀ ଏ  ହେଉଛି ଭାରତର ରାଜଧାନୀ । ଏଠି ସବୁ କିଛି ଚାଲେ ବାସ ରୋଜଗାର ପାଇଁ । ତେଣୁ ଆମେ ବି ଏଠିକି ଆସିଛେ ରୋଜଗାର କରିବା ପାଇଁ । ସାର୍ଟିଫିକେଟ୍‌ଟେ ସିନା ପାଇଚେ ଇଞ୍ଜିନିୟରର ହେଲେ ଏ କର୍ପୋରେଟ୍ ଜଗତରେ ଏ ସାର୍ଟିଫିକେଟ୍ ମାନଙ୍କର କିଛି ବି ଗୁରୁତ୍ୱ ନାହିଁ । ବାସ୍ ମୁଁ ଗୋଟିଏ କଥା ବୁଝିଛି ଯଦି ତୁ ମାଲିକର ଟଙ୍କାଟାକୁ କଳେବଳେ କୈାଶଳେ ଦୁଇଟଙ୍କା କରିପାରିଲୁ ଅବା କରିବାର ବାଟ କହିପାରିଲୁ ତେବେ ତୁ ହେବୁ ସେ ମାଲିକ ଅବା କମ୍ପାନୀର ଗେହ୍ଲିଝିଅ । ଆଉ ବହୁତ ପାଠ ମନେରଖି ଯଦି ସେ ଗୁଡିକ ଠିକ୍ ଭାବରେ ଠିକ୍ ସମୟରେ ବ୍ୟବହାର କରିପାରିଲୁନି ତେବେ ସେ କମ୍ପାନୀ ପାଇଁ ତୋର ପ୍ରୟୋଜନ ନାହିଁ । ତୋର ବସ୍ ସବୁବେଳେବେତା ଠାରୁ ତା ଫାଇଦା ସହିତ କମ୍ପାନୀ ଫାଇଦା ମଧ୍ୟ ଚାହୁଁଥିବ । ତେଣୁ ତୋତେ ଦୁଇଟା ଯାକ ପୁରା କରିବାରେ ଅଛି । 
      ଯଦି ତୋର ବସ୍ କୁ ଖୁସି କରିବାରେ ଅସମର୍ଥ ହୋଇ କମ୍ପାନୀର ଲାଭ କଲୁ ତାହାହେଲେ ମଧ୍ୟ ତୁ ଚାକିରୀ ହରେଇବୁ । ତେଣୁ ପ୍ରଥମରୁ ତୁ ନିଜେ ବସ୍ ହେବା ପର୍ଯ୍ୟନ୍ତ ମନେ ରଖିଥିବୁ “ବସ୍ ଇଜ୍ ଅଲୱେଜ ରାଇଟ୍ ” । ବସ୍ ସବୁବେଳେ ଠିକ୍ । ତେଣୁ ତାକୁ ଟପି ଗଲା ଭଳି କୈାଣସି କଥା କହିବୁନି କିମ୍ବା କୈାଣସି କାମ କରିବୁନି । କଲେ ଚାକିରୀର ସ୍ଥାୟୀତ୍ୱ ନାହିଁ । ଏ ସବୁ କଥା ଗୁଡିକ ଧରିତ୍ରୀକୁ ଆହୁରି ଦ୍ୱନ୍ଦରେ ପକାଇ ଦେଇଛି । ସେ ନିଜେ ବୁିଝିପାରୁନି ଏ ସବୁ ସିଏ କରିପାରିବ । ଗାଁ ଜୀବନର ସେ ନୀରବ ଓ ଶାନ୍ତ ପରିବେଶରେ ନିଷ୍କପଟ ମନ ଓ ହୃଦୟ ଥିବା ମାନବମାନଙ୍କ ମଧ୍ୟରେ ଜନ୍ମରୁ ଜୀବନ ଗଢିଛି ସେ । ଛନ୍ଦକପଟ କଣ ସେ ଜାଣିନି କିମ୍ବା ଶିଖିନି । ତା ବାପା ଥିଲାବେଳେ ପଣ୍ଡିତେ କହି ଆଖପାଖର ଲୋକମାନେ ଯେତିକି ଆଦର କରିଥାନ୍ତି ତାକୁ ମଧ୍ୟ ସେତିକି ସ୍ନେହ କରିଥାନ୍ତି । ବିଧି ସିନା ଛଡେଇନେଲା ତା ବାପାଙ୍କୁ ହେଲେ ଛଡେଇ ନେଇନି ତା ଘରର ସେ ମାନ ମର୍ଯ୍ୟାଦାକୁ ।  
      ପୁଣି ଭଗବାନ ତାସହିତ ସିଦ୍ଧାର୍ଥ ଭଳି ଗୋଟିଏ ସାଙ୍ଗ ଖଞ୍ଜିଦେଇଛନ୍ତି ଯାହାପାଇଁ ପିତୃହରା ହେବାର ଦୁଃଖ ଆଜି ତାକୁ ସେତେ ଆକଣ୍ଠ କରିପାରୁନି । ଏ ନର ମାନଙ୍କର ସେ ନରରାକ୍ଷାସ ରୂପ ଦେଖିନି । ପଢେଶୁଣେ ସବୁ କରେ ହେଲେ ବିଶ୍ୱାସ କରେ ନିଜେ ଠିକ୍ ତ ଦୁନିଆ ଠିକ୍ । ନିଜେ ସଜାଡି ହୋଇ ରହିଲେ ଅନ୍ୟମାନେ ତୁମକୁ ଅସଜଡା କରିବାକୁ ଭୟ କରିବେ । ଏମିତି ଅନେକ କଥା ଭାବିଭାବି ମୋନା କଥାକୁ ଟିକେ କାହିଁକି କେଜାଣି ମନ ଭିତରକୁ ନେଇଛି । ତଥାପି ବେଳେବେଳେ ତାକୁ ଅଣନିଶ୍ୱାସି ହେଲା ଭଳିଆ କାହିଁକି ବୋଧ ହୋଇଛି । ସିଦ୍ଧାର୍ଥକୁଫୋନ୍ କରି ସବୁ କଥା କୁହେ, ଦେଖ ତା ଅଫିସ୍ ରେ କହିଛନ୍ତି ଯେ ଏଜେଣ୍ଟ୍‌କୁ ଖୁସି କରିବାକୁ ପଡିବ । ବାସ କହେ ଦେଖ ମୋତେ ଏଠି ଚାକିରୀ ଭଲଲାଗୁନି । ମୋତେ ହାଇଦ୍ରାବାଦ ନେଇଯାଅ । ମୁଁ ସେଇଠି ଚାକିରୀକରିବି । ସିଦ୍ଧାର୍ଥ କହେ ଧୈର୍ଯ୍ୟ ଧର । ମୁଁ ଏଠି ଟିକେ ଭଲଭାବରେ ଥଇଥାନ ହୋଇଯାଏ । ତା ପରେ ଚେଷ୍ଟା କରିବି । ଧରିତ୍ରୀ ବି ଜାଣିଗଲାଣି ଯେ ସେମାନେ ଯେଉଁ ଚଉଦ ଜଣ ଏକାବେଳକେ ଚାକିରୀରେ ଯୋଗ ଦେଇଛନ୍ତି ସେଥିରୁ ମାତ୍ର ଚାରି ଜଣ ପିଲା ଏଠି ରହିବେ ଆଉ ବାକି ସମସ୍ତେ ଏହି ଫିଲଟ୍ରେସନ୍ ଟେଷ୍ଟ ପରେ କମ୍ପାନୀରୁ ଚାକିରୀ ହରେଇବେ । ଏଭଳିନୀତି ଏ କମ୍ପାନୀ ମାନଙ୍କର ଏକ ବ୍ୟବସାୟ । ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍‌ମାନଙ୍କରୁ ଆବଶ୍ୟକ ଠାରୁ ତିନିଚାରି ଗୁଣା ପିଲା ଆଣି ଏଠି ଗଧଭଳିଆ ଖଟେଇବେ । ପ୍ରଥମ ମାସର ଦରମା ଦେବେନି । ଟ୍ରେନିଂ ନାରେ ଆମ ମାନଙ୍କୁ ବ୍ୟବହାର କରିବେ । ଚାରି କିମ୍ବା ପାଞ୍ଚ ମାସ ପରେ ପରୀକ୍ଷା କରେଇ ଯେତିକିରଖିବା କଥା ରଖିବେ ଓ ବାକିତକ ସବୁ କାଢିଦେବେ । 
      ଏ ପ୍ରାଇଭେଟ୍ ଇଞ୍ଜିନିୟରିଙ୍ଗ୍ କଲେଜ୍ ମାନଙ୍କରେ ଏ କ୍ୟାମ୍ପସ୍ ସିଲେକ୍ସନ୍ କେବଳ ପ୍ରହେଳିକା । ଆମ ଭଳି ଉଚ୍ଚକାକ୍ଷିଂ ଯୁବତୀ ଓ ଯୁବକ ମାନଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିବା ପାଇଁ । ହେଲେ ଏ ସବୁ ଭିତରେ ଲୁକାୟିତ ଅର୍ଥ ରୋଜଗାର । ବେପାର ବା ଶିକ୍ଷାର ବେପାର । ଆମ ଭଳି ପିଲାମାନଙ୍କୁ ବ୍ୟାଙ୍କରୁ ଋଣ ଯୋଗାଡ କରେଇ ଦେଇ ବିରାଟ ଅଟ୍ଟାଳିକା ମାନ ଠିଆ କରେଇ ଦେଇ ଇଞ୍ଜିନିୟରିଙ୍ଗ୍ କଲେଜ୍ ଖୋଲି ଚାଲିଛନ୍ତି ଆଉ ତା ଭିତରେ ଚାଲିଛି ଯୁବମାନବ ସମ୍ବଳକୁ ଶିକ୍ଷିତ ବେକାରରେ ପରିଣତ କରିବାର ଏକ ଅଭିନବ ଯୋଜନା ।  ହଁ କା ଭାଁ କେଉଁଠି ୫% କିମ୍ବା ୧୦% ନିଜେ ପଢୁଥିବା ପାଠକୁ ପ୍ରୟୋଗ କରିବାର ଜୀବନରେ ସୁଯୋଗ ପାଉଛନ୍ତି ନଚେତ୍ ଡିଗ୍ରୀ ଇଞ୍ଜିନିୟରର ସାଟିଫିକେଟ୍ ଖଣ୍ଡେ ଧରିସାରିଲା ପରେ ନିଜର ଜୀବନ କୁ ଜିଇଁଯିବା ପାଇଁ ଜୀବିକା ଭାବେ କିଏ ସେଲ୍ସ ରିପ୍ରେଜେଣ୍ଟେଟିଭ୍ ତ କିଏ ବଡବଡ ସୋରୁମ୍ ମାନଙ୍କରେ ସେଲ୍ସମ୍ୟାନ୍‌ର ବି କାମ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଏଭଳି ଇଞ୍ଜିନିୟରିଙ୍ଗ୍ ଶିକ୍ଷାର ଏ ଚାକଚକ୍ୟ, ଯୁବପିଢୀ ଓ ତାଙ୍କର ଅଭିଭାବକମାନଙ୍କ ପାଇଁ  ପ୍ରହେଳିକା ନୁହେଁ କି ? 
      ତଥାପି ସଘଂର୍ଷରତ ମଣିଷ ତାର ପ୍ରକୃତି କଣ ବଦଳେଇ ପାରେ । ସୁନାମିର କରାଳ କାଣ୍ଡରେ ସମସ୍ତ ପରିଜନ ମାନଙ୍କୁ ଯଦି ସମୁଦ୍ର ତା ନିଜ ଅନନ୍ତ ଗର୍ଭରେ ନେଇ ସମାହିତ କରିଦିଏ ତଥାପି କଣ ମଣିଷ ଛାଡିପାରେ ସେ ସମୁଦ୍ରକୂଳ । ପୁଣି ଏକ ବିଶ୍ୱାସ ନେଇ ଘରକରେ ଯେ ଆଉ ଏମିତିକା ଘଟିବନି । ଆଉ ଯଦି ବା ଘଟିବ ତେବେ ତ ସେହି ଅଦୃଶ୍ୟ ଶକ୍ତିଙ୍କର ଇଚ୍ଛା ବୋଲି ଧରିନେଇ ପୁଣି ଜୀବନକୁ ପ୍ରସ୍ଫୁଟିତ କରିଚାଲେ । ଆଜି ଧରିତ୍ରୀ ବା ସେଥିରୁ ବାଦ ଯିବ କିପରି । ମନକୁ ଟାଣ କରେ । ନିଜ ମନରେ ବିଶ୍ୱାସ ଜନ୍ମାଏ ନାଁ ମୋତେ ଏ ଚାକିରୀ କରିବାରେ ଅଛି । ଆଉ ମୁଁ ନିଶ୍ଚୟ ଜିତିବି । ମୋର ଉପସ୍ଥାପନା ଶୈଳୀ ଓ ପାରଦର୍ଶୀତାରେ ସେଦିନ ମିଟିଙ୍ଗ୍ ଟିବବହୁତ ଭଲ ହେବ । ମୁଁ ନିଶ୍ଚିତ ରୂପେ ବାଇଙ୍ଗ୍ ଏଜେଣ୍ଟ୍‌କୁ ଖୁସି କରେଇ ପାରିବି  ଓ ଆମ କମ୍ପାନୀକୁ ଅର୍ଡର ମଧ୍ୟ ମିଳିବ । ଏମିତି ଦିନ ପାଖେଇପାଖେଇ ଆସେ । କମ୍ପାନୀରେ ଧରିତ୍ରୀକୁ ବହୁତ ଭଲ ପାଆନ୍ତି । ହେଲେ ଫରକ ଏତିକି ସବୁ ଝିଅମାନେ ପୁରାପୁରି ଆଧୁନିକ ଶୈଳୀରେ ଆସୁଥିବା ବେଳେ ଧରିତ୍ରୀ ତାର ସାଧାସିଧା ପଣକୁ  ଛାଡି ପାରେନା । ତାର ଏ ଗାଉଁଲୀ ଗୁଣ ଉପରେ ପଛରେ କେତେ ଧୀରେଧୀରେ ଟୁପୁରୁ ଟାପୁରୁ ଚାଲେ ଆଉ ସେ ଶୁଣେ । ହେଲେ ତାର ସେଥିରେ କିଛି ଯାଏ ଆଶେ ନାହିଁ । ସେ ନିଜକୁ ତା ଚିନ୍ତା, ସ୍ୱପ୍ନ ଓ ବିଶ୍ୱାସର ପରିଧିଭିତରେ ରଖିବାକୁ ପସନ୍ଦ କରେ । ଚାହୁଁ ଚାହୁଁ ଶୁକ୍ରବାର ହୋଇଯାଏ । ସେଦିନ ରାତିରେ ଭଡାଘରେ ପହଞ୍ôଚଲା ବେଳକୁ ମୋନା ଆସି ପହଞ୍ôଚସାରିଥାଏ । ଦୁଇଜଣ ରୋଷେଇରେ ଲାଗିପଡନ୍ତି । ମୋନା କହେ ପହରିଦିନ ତୋର ମିଟିଙ୍ଗ୍ ନା । ଧରିତ୍ରୀ କହେ ହଁ । ନା ଦେଖେ ମୁଁ ଜାଣିନି ତୁ ମୋ କଥା ମାନିବୁ ନା ନାହିଁ ହେଲେ ମୁଁ ତୋତେ ଅନୁରୋଧ କରୁଛି ତୁ ପହରିଦିନ ଗଲାବେଳକୁ ପୁରାପୁରି ନିଜକୁ ଆଧୁନିକତାର ରଙ୍ଗରେ ରଙ୍ଗେଇ ହୋଇକି ଯିବୁ । 
ଧରିତ୍ରୀ- ମାନେ, ମୋତେ କଣ କରିବାକୁ ପଡିବ ।
ମୋନା-ଟାଇଟ୍ ଜିନ୍ ପ୍ୟାଣ୍ଟ୍ ସହିତ ଗୋଟିଏ ଫୁଲସାର୍ଟ ଓ ତା ଉପରେ ବ୍ଲେଜର୍ । ଚୁଟିକୁ ଖୋଲା ରଖିବୁ । ଓଠରେ ଲିପ୍‌ଷ୍ଟିକ୍ । ବାମ ହାତରେ ଛୋଟ ଘଣ୍ଟାଟିଏ ଓ ଡାହାଣ ହାତରେ ନୂତନ ଡିଜାଇନ୍ ର ଶଙ୍ଖା ପିନ୍ଧିବୁ । ପାଦରେ ଉଚ୍ଚା ହିଲ୍ ଚପଲ ପିନ୍ଧିବୁ ଓ କାନ୍ଧରେ ଗୋଟିଏ ମଡର୍ଣ୍ଣ ଭ୍ୟାନିଟ୍ ସହିତ ବାମ୍ ହାତରେ ଫାଇଲ୍ ଓ ଡାହାଣ ହାତରେ ଲ୍ୟାପଟପ୍ ଧରିବୁ ।
ଧରିତ୍ରୀ-ବାପରେ ବାପ । କଣ ନନ୍‌ଷ୍ଟପ୍ ଭାବରେ କହିଚାଲିଛୁ । ହେଲେ ମୋତେ ନିଜକୁ ଅସଂଜତ ପରି ମନେହେବ ।
ମୋନା-କାହିଁକି ସେ ବେକାରିଆ କଥା ଗୁଡାକ କହୁଛ କହିଲୁ । ଇଞ୍ଜିନିୟରିଙ୍ଗ୍ କଲେଜ୍‌ରେ ଚାରିବର୍ଷ ପଢିଲୁ । ର‌୍ୟାଗିଙ୍ଗ୍ କଲୁ ଓ ସହିଲୁ ପୁଣି ଦିଲ୍ଲୀରେ ଆସି ଚାରି ମାସ ହୋଇଗଲାଣି । ପୁଣି କହୁଛି ଅସଂଜତ ଲାଗିବ । ଆରେ ଦେଖୁଛୁ ପରା ଆମ ଭଳିଆ କେତେଝିଅ ଏମିତିକା ଟି’ ସାର୍ଟ ପିନ୍ଧି ଅଫିସ୍ ଆସୁଛନ୍ତି । ଯଦି ସେମାନେଟିକେ ନଇଁ ପଡିକାମ କରନ୍ତି ତେବେ ତାଙ୍କ ଛାତି ସମ୍ପୂର୍ଣ୍ଣ ଦେଖାଯିବ । ତାଙ୍କୁ ଆଉ ଅସଂଜତ ଲାଗୁନି ।
ଧରିତ୍ରୀ-ତୁ ଯାହା କହୁଛୁ ଦିଲ୍ଲୀ ପାଇଁ ତ ଠିକ୍ ହେଲେ ......
ମୋନା-ପୁଣି ହେଲେ କଣ । ଦେଖେ, କାଲି ତୁ ଅଫିସ୍ ରୁ ଫେରିଲେ ଦୁଇଜଣ ସପିଙ୍ଗ୍ କରିବାକୁ ଯିବା ଆଉ ମୁଁ ତୋ ପାଇଁ ସବୁ କିଣି କରି ଆଣିବି ।
ଧରିତ୍ରୀ- ହଉ ଦେଖିବା ।
ଦୁହେଁ ତା ପରେ ଖାଇ ଶୋଇ ଯାଇଛନ୍ତି । ଶୋଇଲା ପରେ ଧରିତ୍ରୀ ଭାବିବାରେ ଲାଗିଛି । ମୋନାଯାହା କହୁଛି ସତକଥା କହୁଛି । କାରଣ ପରିବର୍ତ୍ତନଶୀଳ ଦୁନିଆରେ ଯିଏ ନିଜକୁ ବଦଳେଇ ପାରେନି ସେ ନିଶ୍ଚିହ୍ନ ହୋଇଯାଏ । ତେଣୁ ତାଙ୍କୁ ବଦଳିବାକୁ ହିଁ ପଡିବ । ତେଣୁ ମନେମନେ ଭାବିଛି କାଲି ଅଫିସ୍ ରୁ ଫେରିଲା ପରେ ମୋନାର ତାର ମର୍କେଟିଙ୍ଗ୍ ରେ ଯିବେ । ତା ପରଦିନ ଅଫିସ୍ ଗଲାବେଳକୁ ମୋନାକୁ କହିଛି ହଉ ତୁ ଯାହା କହୁଥିଲୁ ଆଜି ସନ୍ଧ୍ୟାରେ ଆସିଲେ ଯିବା । ମୋନା ଖୁସି ହୋଇ ଟିକେ ଧରିତ୍ରୀର ମୁଣ୍ଡକୁ ଆଉଁସି ଦେଇଛି । ଆଉ କହିଛି ଦ୍ୟାଟସ୍ ଲାଇକ୍ ଏ ଗୁଡ ଗାର୍ଲ । ଦୁଇଜଣ ଅଫିସ ଯାଇଛନ୍ତି । ଅଫିସ୍ ରେ ସେଦିନ ଧରିତ୍ରୀ ବ୍ୟସ୍ତ ରହେ । ସାତ୍ତ୍ୱକୀ ଗୁପ୍ତା ତାକୁ ସବୁ କାଗଜପତ୍ର ଗୋଟିଏ ଫାଇଲ୍‌ରେ ଦିଅନ୍ତି । ଅନ୍ୟ ସମସ୍ତ ତଥ୍ୟକୁ ଗୋଟିଏ  ସି.ଡି.ରେ ଲୋଡ୍ କରି ଧରିତ୍ରୀକୁ ଦିଅନ୍ତି । ଆଉ କୁହନ୍ତି ମୋ କଥା ତୁମର ମନେଥିବ । 
      କାଲି ତୁମ ବସାଘର ପାଖରେ କାର୍ ଠିକ୍ ଦିନ ୩ଟା ୧୫ମିନିଟ୍ ରେ ପହଞ୍ôଛବ । ତୁମେ ଆସି ହୋଟେଲ୍ ର ୨୦୯ ନଂ ରୁମ୍ ରେ ଠିକ୍ ଦିନ ୪ଟା ୩୦ରେ ପହଞ୍ôଛବ । ମିଟିଙ୍ଗ୍ ସାରି ତୁମେ ୬ଟାରେ ଗାଡିରେ ବସି ତୁମ ବସାଘରକୁ ଚାଲିଯିବ । ଅଫିସ୍ ଛୁଟି ହେଲାବେଳକୁ ସାତ୍ତ୍ୱକୀ ଗୁପ୍ତା ପୁଣି ଥରେ କହିଛି, ଏ ହେଉଛି ତୁମ କ୍ୟାରିୟରର ମୋଡଯାଗା । ଏଇଠି ତୁମେ ଜିତିଗଲେ ଜିତିଯିବ ନଚେତ୍ ହାରିଯିବ । ନିଜକୁ ଟିକେ ବିସ୍ତୃତ ମନା ଓ ଆଧୁନିକା କରି ଯାଇଥିବ । ଏତିକି କହି, କହିଛି ଅଲ୍ ଦ ବେଷ୍ଟ । ଧରିତ୍ରୀ  ଫେରିଛି ହେଲେ ବାଟ ଯାକ ଭାବିଭାବି ଆସିଛି । 
      ପହଞ୍ôଚଲା ବେଳକୁ ମୋନା ପୁରାପୁରି ପ୍ରସ୍ତୁତ ବଜାର ଯିବାକୁ । ଦୁଇଜଣ ଯାଆନ୍ତି । ମୋନାର ଇଚ୍ଛା ମୁତାବକ ସବୁ କିଣା ହୁଏ ଓ ଫେରନ୍ତି ରାତି୯ଟାକୁ । ସେଦିନ ବଜାରରେ ଖାଇଦେଇ ଆସନ୍ତି ଆଉ ରୋଷେଇ କରନ୍ତିନି । ରାତିରେ ପହଞ୍ôଚଲା ପରେ ମୋନା କହେ ବର୍ତ୍ତମାନ ତୁ ସବୁ ପିନ୍ଧି । ଆଗ ଟିକେ ରିହଲସଲ୍ କର । ମୋନା ସବୁ ଜିନିଷକୁ ଖୋଲାଖୋଲି କରିଦେଇଛି । ଧରିତ୍ରୀ ଗୋଟିଗୋଟିକରି ପିନ୍ଧିଛି । ଟାଇଟ୍ ଜିନ୍ ପ୍ୟାଣ୍ଟ କୁ ଏକ ଫିଟିଙ୍ଗ୍ ଟି ସାର୍ଟ । ତାପରେ କଳା ରଙ୍ଗର ବ୍ଲେଜର୍ । ପାଦରେ ଉଚ୍ଚା ହିଲ୍ ବିଶିଷ୍ଟ ନୀଳ ରଙ୍ଗର ସ୍ୟାଣ୍ଡାଲ । ମୋନା ତା ପରେ ତାକୁ ସଜେଇବାରେ ଲାଗିପଡିଛି । ପ୍ରଥମେ ଧରିତ୍ରୀକୁ ଦର୍ପଣ ସାମନାରେ ଠିଆ କରେଇ ତା ମୁଣ୍ଡର ଚୁଟିକୁ ଖୋଲିଦେଇ ପାନିଆରେ କୁଣ୍ଡେଇ ପଛପଟେ ଏକ ନିର୍ଦ୍ଧିଷ୍ଟ ଚଉଡାରେ ଖେଳେଇ କରି ରଖିଛି । ଆଖିରେ ସରୁ କଜ୍ଜ୍ୱଳର ଗାର କୁ ଆଇବ୍ରୋ ଉପରେ କୃତ୍ରିମ ରଙ୍ଗ ଲଗେଇଛି । 
      ଓଠରେ ଗୋଲାପୀ ରଙ୍ଗର ଲିପଷ୍ଟିକ୍ । ବାମ ହାତରେ ଘଣ୍ଟା । ଡାହାଣ ହାତରେ ଚୁଡି । ବାମ ହାତରେ ଫାଇଲ୍ । କାନ୍ଧରେ ଭ୍ୟାନିଟ୍ ଓ ଡାହାଣ ହାତରେ ଲ୍ୟାପଟପ୍ ଟି ଧରେଇ ଦେଇଛି । ମୋନା କହିବାରେ ଲାଗିଛି ଧରିତ୍ରୀ ତୁ କି ସୁନ୍ଦର? ତୁ କାଲି ଏମିତି ଯିବୁ । ଦେଖିବୁ ତୁ କେତେ ଇମ୍ପ୍ରେସିଭ୍ ଲାଗିବୁ । ତୁ ନିଶ୍ଚୟ ଜିତିବୁ । ହେଲେ ଦର୍ପଣକୁ ଦେଖି ଧରିତ୍ରୀ ସିଦ୍ଧାର୍ଥ କଥା ମନେ ପକେଇବାରେ ଲାଗିଛି । ତାପରେ ସବୁ ବଦଳା ବଦଳି କରି ଶୋଇ ଯାଇଛନ୍ତି ।

*******

ବାର

ଆଜି ରବିବାର । ଦୁଇଜଣ ଯାକ ସକାଳୁ ଉଠିଛନ୍ତି । ନିଜ ନିଜର ନିତ୍ୟକର୍ମ ସାରିଛନ୍ତି । ପ୍ରତି ରବିବାର ଦିନ ସବୁ ଚାକିରୀଆଙ୍କ ଭଳି ନିଜର କପଡା ଗୁଡିକ ସଫା କରିବାକୁ ବାହାରନ୍ତି ।  ହେଲେ ମୋନା ମନା କରେ ଧରିତ୍ରୀକୁ ସଫାକରିବା ପାଇଁ । ତୁ ଆଉ ଟିକେ ନିଜ ଫାଇଲ୍‌କୁ ପଢିନେ । ମୋନା ତାକୁ କହେ । ଧରିତ୍ରି କିନ୍ତୁ ସେଦିନ ଗାଧୋଇ ସାରିବାପରେ ମୁହଁରେ ଫ୍ରେସୱାସ୍  ତାପରେ ହାତରେ ନେଲପଲିସ୍ ଆଦି ଲଗାଇ ନିଜକୁ ଭଲ ଭାବରେ ସଜେଇଛି । ଧରିତ୍ରୀ ମନ ଭିତରେ ଟିକେ ଭୟ ଗୁଡୁରୁ ପୁଡୁରୁ ହେଉଥାଏ । ସତେ ଯେମିତି ଆଉଥରେ ଆଜି ଜୀବନରେ ସେ ପୁଣିଥରେ ଇଣ୍ଟରଭିୟୁ ଦେବାକୁ ଯାଉଛି । ତଥାପି ମନକୁ ଦୃଢ କରିଛି । ମୋନା ଖାଇବା ପାଇଁ ସକାଳ ଜଳଖିଆ ଓ ଦ୍ୱିପ୍ରହର ପାଇଁ ଲଞ୍ଚ୍ ତିଆରି କରିଦେଇଛି । 
      ଦୁଇଜଣ ବସି ଟି.ଭି ଦେଖିଛନ୍ତି । ଧରିତ୍ରୀ ର ମନ ଅଥୟ ହେଉଥିଲେ ମଧ୍ୟ ଟିକେ ସିଦ୍ଧାର୍ଥ ସହିତ କଥା ହେବା ପାଇଁ ସେ ଜାଣିଶୁଣି ନିଜକୁ ସେଥିରୁ ଦୂରେଇ ରଖିଛି । ସମୟ ଆସି ୨ଟା ହୋଇଛି । ସେତବେଳକୁ ସେ ଦୁଇଜଣ ଲଞ୍ଚ୍ କରିସାରିଥାନ୍ତି । କାର୍ ଆସି ପହଞ୍ôଚବ ୩ଟା୧୫ ରେ । ତେଣୁ  ମୋନା କହିଛି ହଉ ଧରିତ୍ରୀ ତୁ ବର୍ତ୍ତମାନ ପ୍ରସ୍ତୁତ ହୋଇ ଯା । ଯେହେତୁ ସେ ଦୁଇଜଣ କେବଳ ଅବିବାହିତା ରହୁଛନ୍ତି ଆଉ କୌଣସି ପୁରୁଷର ଉପସ୍ଥିତି ହିଁ ସେଠାରେ ନାହିଁ ସତେ ଯେମିତି ସେମାନେ ଖୋଲା ଆକାଶର ପକ୍ଷୀ । ଦେହରେ କପଡା ଥାଉ କି ନଥାଉ ସେଥିରେ ସେମାନଙ୍କର ନିଘା ନଥାଏ । ଗାଧୋଇ କରି ବାଥରୁମ୍‌ରୁ ଫେରିଲାପରେ ନିଜ ଯୈାବନକୁ ଘୋଡେଇ ଅତି ସନ୍ତର୍ପଣରେ ବାହାରକୁ ଆସିବା ବି ସେଠି ଆବଶ୍ୟକ ପଡେନି । ବେଳେବେଳେତ ୁମୋନା ଗାଧୋଇ ସାରିଲା ପରେ ଅନେକଥର କେବଳଖଣ୍ଡିଏ ଛୋଟ ଟାଉଲ୍ ଟେ ଗୁଡେଇ ହୋଇ ଶୋଇବା ଘରକୁ ଚାଲି ଆସି ବସ୍ତ୍ର ପରିଧାନ କରେ । ଧରିତ୍ରୀ ଟିକେ ଲାଜେଇ ହୋଇଥିବାରୁ ଆଉ ମଫସଲରୁ ଆସି ଥିବାରୁ ନିଜକୁ ଟିକେ ଅଧିକ ଘୋଡେଇ ଘାଡେଇ କରି ଆସେ । ହେଲେ ତାର ମଧ୍ୟ ଆଜି ଧୀରେଧୀରେ ମୋନା ଭଳି ଅଭ୍ୟାସ ପଡିଗଲାଣି । ଦୁଇଜଣ ଯାକ ଥରେଥରେ ଆଇନା ସାମନାରେ ଏକାଠି ଛିଡା ହୋଇ ନିଜର ରୂପ ରଙ୍ଗକୁ ଦେଖନ୍ତି । ପ୍ରଥମ ପ୍ରଥମରୁ ଧରିତ୍ରୀକୁ ଲାଜ ଲାଗୁଥିଲା ଟିକେ ଅଧିକ ଅଲାଜୁକ ଭଳି ହେବାକୁ । ଥରେ ମୋନା ଶୋଇଲା ଘରେ ଖଟ ଉପରେ ବସି ପେପର ଟିଏ ପଢୁଥାଏ । ଧରିତ୍ରୀ ଏହି ସମୟରେ ଗାଧୋଇ ଆସି କେବଳ ଗୋଟିଏ ଛୋଟ ଟାଉଲ୍‌ଟେରେ ନିଜକୁ ଆବରଣ କରି ଆସି ଆଇନା ସାମନାରେ ଛିଡା ହୋଇ ନିଜ କେଶକୁ ଚୁପୁଡୁଥାଏ । 
      ହଠାତ୍ ମୋନା ଖଟ ଉପରୁ ଧୀରେଧୀରେ ଉଠି ଆସି ଧରିତ୍ରୀ ଶରୀରରୁ ସେ ଟାଉଲ୍ ଟା ଖୋଲି ଦେଇ ଛଡେଇନେଇ ଖତେଇ ହେବାରେ ଲାଗିଛି । ଓହ କି ବିୟୁଟିଫୁଲ୍ । ପ୍ରକୃତରେ ତୁ ଯାହାକୁ ମ୍ୟାରେଜ୍ କରିବୁ ସେ ତୋର ଶରୀରକୁ ପାଇ ବହୁତ ଖୁସି ହୋଇଯିବ । ତୋ ଶରୀରରେ କୋଉଠି ହେଲେ ଟିକେ ଦାଗ ନାହିଁ । ସାବନା ରଙ୍ଗରେ ତୋ ଶରୀର ବହୁତ ସୁନ୍ଦର । ତୋ ଶରୀରର ଗଠନରେ ବିଧାତା ଭରିଦେଇଛି ଅପରୂପ ସୁନ୍ଦରତା । ଧରିତ୍ରୀ କିଛି ନକହି ମନେ ମନେ ଟିକେ ରାଗିକରି କହେ ତୁ କେଡେ ବିଚିତ୍ର ପିଲାଟେମ । ଆଣେ ସେ ଟାଉଲଟା । ମୋନା କହେ ତୋତେ କାହିଁ ଏତେ ଲାଜ ଲାଗୁଛି ଯେ । ମୁଁ କଣ ପୁଅ ପିଲାଟା ନା କଣ । ମୁଁ ଟିକେ ତୋର ଶରୀରକୁ ଭଲ ଭାବରେ ଦେଖିନିଏ । ଧରିତ୍ରୀ କହିଛି ହଉ ଦେଖେ ଭଲ କରି ଦେଖେ । 
      କିଛି ସମୟପରେ ତାକୁ ତା ଟାଉଲ୍ ନେଇ ତା ଦେହରେ ଗୁଡେଇଦେଇ ତାକୁ ଟିକେ ଗେଲ କରି ଦେଇଥିଲା । ଏମିତି ବି ଦିନେ ଦୁଇଜଣ ଯାକ ଏକାଠି ଦର୍ପଣ ଆଗରେ ପରସ୍ପରର ସୁନ୍ଦରତାକୁ ନିରିଖେଇ କରି ଦେଖନ୍ତି । ହେଲେ ମୋନା ଜାଣିଛି ଧରିତ୍ରୀ ତା ଠାରୁ ବହୁତ ସୁନ୍ଦର । ମୁଁ ସିନା ଏ କୃତ୍ରିମ ପ୍ରସାଧନସବୁ ଦେହମୁହଁରେ ବୋଳି ନିଜକୁ ସ୍ୱୀକୃତ ସୁନ୍ଦରତା ପ୍ରଦାନ କରୁଛି ହେଲେ ଭଗବାନ ହିଁ ଧରିତ୍ରୀ ଶରୀରରେ ଅକଳନୀୟ ସୁନ୍ଦରତା ଭରି ଦେଇଛନ୍ତି ।
      ସେ ଦିନ ମୋନା, ଧରିତ୍ରୀକୁ ଆଇନା ସାମନାରେ ଛିଡା କରେଇ ଦେଇ ନିଜେ ତାକୁ ସଜେଇବାରେ ଲାଗିଯାଇଛି ସତେ ଯେମିତି ବିୟୁଟି ପାର୍ଲର ଅବା ଫିଲ୍ମ ସେଟ୍ ରେ ସଜେଇବାରେ ଲାଗିଥାନ୍ତି । ଧରିତ୍ରୀକୁ ସର୍ବପ୍ରଥମେ ଅନ୍ତବସ୍ତ୍ର ପିନ୍ଧିବାକୁ କହିଛି । ଅନ୍ତବସ୍ତ୍ର ବି ଏତେ ଦାମିକାର ମିଳେ ଧରିତ୍ରୀ ଆଗରୁ କେବେ ଜାଣିନଥିଲା । ଗତକାଲି ମୋନା ସାଙ୍ଗରେ ଯାଇ କିଣିବା ପରେ ହିଁ ସେ ଜାଣିବାକୁ ପାଇଲା । ମୋନା କହିଥିଲା ଏ ଦାମୀ ଅନ୍ତବସ୍ତ୍ର ଛାତିର ସୁନ୍ଦରତା ବହୁତ ବଢେଇଦେଇଥାଏ । ଧରିତ୍ରୀ ରାଜି ହୋଇ କିଣିଥିଲା ଆଜି ସେଇଆକୁ ପିନ୍ଧିଛି । ତା ପରେ ରାତିରେ       ବୟସ ପଚାଶ ହୋଇଥିଲେ ମଧ୍ୟ ନିଜକୁ ସତେଜ କରି ରଖିôଥାନ୍ତି । ବୟସ୍କ ବ୍ୟକ୍ତି ଜଣକ କୁହନ୍ତି ମିସ୍ ଧରିତ୍ରୀ । ଧରିତ୍ରୀ କୁହେ ୟେସ୍ ସାର୍ । ଦୁଇଜଣଙ୍କ ଭିତରେ ସମସ୍ତ କଥୋପକଥନ ଇଂରାଜୀ ଆଉ ହିନ୍ଦିରେ ହୁଏ । 
ବୟସ ବ୍ୟାକ୍ତି-ମୁଁ ଅଭିନବ ଆହୁଜା ।
ଧରିତ୍ରୀ-ଗୁଡ ଆପ୍ଟର ନୁନ୍ ସାର୍ ।
ଅଭିନବ-ଆପ୍ଟରନୁନ୍ । ଆପଣ ବସନ୍ତୁ ।
ଧରିତ୍ରୀ-ଧନ୍ୟବାଦ ସାର୍ ।
ସେ କୋଠରୀଟି ଏକ ବଡ କୋଠରୀ ଥାଏ ଯେଉଁଥିରେ ଆଧୁନିକ ସମ୍ଭ୍ରାନ୍ତବଂଶୀୟ ବ୍ୟକ୍ତିଙ୍କର ଶରୀର ଆଉ ମନ ପାଇଁ ଯାହାଯାହା ଆବଶ୍ୟକ ସବୁ ଖଞ୍ଜା ହୋଇଥାଏ । କୋଠରୀଟିର ଗୋଟିଏ ିକଣରେ ଗୋଟିଏ ଟି’ ଟେବୁଲ୍ ପାଖରେ ଗୋଟିଏ ଲମ୍ବା ସୋଫାଟିଏ ପଡିଥାଏ, ଯାହା ଉପରେ କତିନିଜଣ ବ୍ୟକ୍ତି ବସିପାରିବେ । ସେହି ସୋଫା ଉପରେ ଧରିତ୍ରୀ ଗୋଟିଏ ପାଖକୁ ବସେ । ଏବଂ ମିଷ୍ଟର ଅଭିନବ ବସନ୍ତି ଧରିତ୍ରୀ ଠାରୁ  ଟିକେ ଛାଡି ସେହି ସୋଫା ଉପରେ । ଚା’ ଟେବୁଲ୍ ଉପରେ ରଖାଯାଇଥାଏ ଦୁଇଟି ପ୍ଲେଟ୍ ଓ ପ୍ଲେଟରେ ଥାଏ କେତେକ ଶୁଖିଲା ଫଳ (ଡ୍ରାଏ ଫ୍ରୂଟ୍ ) ଯଥା କାଜୁବାଦାମ୍ ଓ ପିସ୍ତାବାଦାମ୍ । ଅଭିନବ କୁହନ୍ତି ଏହା ଆପଣଙ୍କ ପାଇଁ । ଖାଆନ୍ତୁ । ଏହା କହି ନିଜେ ମଧ୍ୟ ପାଟିରେ ଗାଟିଏ ଗୋଟିଏ ପକଉଥାନ୍ତି । ଧରିତ୍ରୀ ବହୁତ ସଂଜତ, ସନ୍ତର୍ପଣ ଓ ସମ୍ଭ୍ରମ ସହିତ ଗୋଟିଏ କାଜୁ ପାଟିରେ ପକେଇବା ଆରମ୍ଭ କରେ । 
     ତାପରେ ମିଷ୍ଟର ଅଭିନବ ପଚାରନ୍ତି ଆପଣ ଏବେ ସବୁ  ପ୍ରଡକ୍ଟ ଅର୍ଡର ବିଷୟରେ କୁହନ୍ତୁ । ଧରିତ୍ରୀ ନିଜ ଲ୍ୟାପଟପ୍ ଟି ଖୋଲି ଫାଇଲ୍‌ଟିକୁ କାଢେ । ମିଷ୍ଟର ଅଭିନବ ମଧ୍ୟ ତାଙ୍କ ଲ୍ୟାପଟପ୍ ଟି ଖୋଲନ୍ତି । ଧରିତ୍ରୀ ଗୋଟିଏ ଆଡୁ ତାଙ୍କ କମ୍ପାନୀର ସମସ୍ତ ନୂଆ ପ୍ରଡକ୍ଟ ଓ ତାର ସ୍ପେସିଫିକେସନ୍  ସହିତ ଡାଇଆଗ୍ରାମ ମଧ୍ୟ ଫାଇଲ୍ ରୁ କାଢି ଗୋଟିଏ ଗୋଟିଏ ଦେଖାଏ ଓ ବୁଝେଇବାରେ ଲାଗେ । ହେଲେ ଧରିତ୍ରୀ ନଜରକରେ ମିଷ୍ଟର ଅଭିନବ କାଗଜରେ ଅଙ୍କାଯାଇଥିବା ଡାଇଗ୍ରାମ ଓ ତାର ସବିଶେଷ  ତଥ୍ୟ ଦେଖିବାଠାରୁ ଧରିତ୍ରୀର ମୁହଁ ଓ ଶରୀର କୁ ଅଧିକ ଦେଖିବାରେ ଲାଗିଥାନ୍ତି । ଧରିତ୍ରୀ ମନରେ ଧୀରେଧୀରେ ଟିକେ ତ୍ରାସ ଉଙ୍କିମାରେ । ହଠାତ୍ ଦଶମିନିଟ୍ ପରେ ମିଷ୍ଟର ଅଭିନବ ସୋଫାରୁ ଉଠି ଘରର ଅନ୍ୟ କଣକୁ ଯାଆନ୍ତି ଏବଂ କଣ ଗୋଟେ କହି ନିଜ ବ୍ଲେଜର୍ ଟି ଓହ୍ଲାଇ ଯଥାସ୍ଥାନରେ ରଖି ଫେରି ଆସି କୁହନ୍ତି ବହୁତ ଗରମ ଲାଗୁଛି । ପୁଣି ଆସି ବସନ୍ତି ଧରିତ୍ରୀ ପାଖରେ । ଧରିତ୍ରୀର ମନ ଭିତରର ଶଙ୍କା ଆହୁରି ଘନୀଭୁତ ହେବାରେ ଲାଗିଛି । 
     ଜୀବନରେ ଏପରି ନିର୍ଜନ କୋଠରୀ ଆଉ ତା ଘରଠାରୁ କାହିଁ କେତେ ଦୂରରେ ଜଣେ ଅଜଣା ଅଚିହ୍ନା ପୁରୁଷ ସହିତ ଭେଟିବା ଟା ଜୀବନର ପ୍ରଥମ । ସେ ବି ଆଧୁନିକ ଜୀବନ ଶୈଳୀରେ ପୁରୁଷ ଆଉ ନାରୀ ମାନଙ୍କର ମିଳାମିଶାର ସୀମାରେଖା କେବେ ଦେଖିନି ଅବା ସେ ସୀମାରେଖାର ପାଖ ବି ମାଡିନି । ସେ ତାର ରତ୍ନତ୍ରିତୟାକୁ ରତ୍ନ ପରି ଆଜିପର୍ଯ୍ୟନ୍ତ ଅଦାଗ, ଅକ୍ଷତ ଆଉ ଶୁଭ୍ର ପରି ରଖିଛି । ସେ ନିଜକୁ ଏବେ ବି ପଲ୍ଲୀର ପଲ୍ଲବୀ ମଣେ । ପରପୁରୁଷ ସହିତ ହାତ ମିଳେଇବା , ଆଧୁନିକ ଶୈଳୀରେ ପରସ୍ପର ହଗ କରିବା ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କରି ସାରିବା ପରେ ମଧ୍ୟ ସେଭଳି କାମକୁ ସେ ସହଜରେ ଗ୍ରହଣ କରିପାରେନି । ସେ ବିଶ୍ୱାସ କରେ ନାରୀର ଏ ଶରୀର କେବଳ ଜଣଙ୍କ ପାଇଁ ଉଦ୍ଦିଷ୍ଟ ସେ ଯାହାକୁ ଭଲପାଏ ଅବା ବିବାହ କରେ । ଆଜିବି ତା ଜୀବନ ଗଛର ପର୍ଣ୍ଣ ଅଟେ ପୁତ୍ତ । ପୁଷ୍ପ ଅଟେ ପବିତ୍ର । ପ୍ରାଣ ପ୍ରିୟର ପ୍ରଜ୍ଞାକୁ ପ୍ରଭାବିତ କରିବାର ପ୍ରତ୍ୟାଶାରେ ସେ ପ୍ରସ୍ଫୁଟିତ ହେବ, ଏହା ତାର ପ୍ରାଣର ପ୍ରଚେଷ୍ଟା । ପ୍ରତାରଣାର ପ୍ରବଞ୍ଚନାରେ ପ୍ରଶାନ୍ତ ମନକୁ ତାର ସେ ପ୍ରଭାବିତ କରିବାକୁ ଚାହେଁନି ତାର ପ୍ରିୟା ପାଖରେ । ହେଲେ ଏ ଆଧୁନିକ ସମାଜରେ ସମସ୍ତେ ପବିତ୍ର । ଆମ ସେଲିବ୍ରିଟ୍ ମାନେ କୁହନ୍ତି ସେକ୍‌୍ସ ହେଉଛି  ଶରୀରର ଏକ ଆବଶ୍ୟକତା 
ସେଥିରେ ସେମିତି ପାପପୂଣ୍ୟ କିଛି ନାହିଁ । ଅନେକ ଭଲ ସିନେମାର କାହାଣୀରେ ମଧ୍ୟ ନାୟୀକା ମାନଙ୍କର ନଗ୍ନତା ଏଭଳି ବିଚାରଧାରାକୁ ପ୍ରମାଣିତ କରେ । ଆଉ ସେ ଭଳି ଚଳଚିତ୍ର ଦେଖିବା ପାଇଁ ଆମ ସମାଜର ଯୁବବର୍ଗ ଅବା ଅନ୍ୟବର୍ଗ ହୁଅନ୍ତୁ ନା କାହିଁକି ପ୍ରାୟ ସମସ୍ତେ ଆକର୍ଷିତ । ଦୂରଦର୍ଶନରେ ଆସୁଥିବା ଏକ ଏପରି ବିଜ୍ଞପ୍ତି ଯାହାକୁ ଧରିତ୍ରୀ ଭଳି ପିଲା ତା ବାପାଥିଲେ ସେ ବୋଧେ ତାଙ୍କ ପାଖରେ ବସି ଏକାଠି ଦେଖି ପାରିବାକୁ ସାହାସ ଜୁଟେଇ ପାରିନଥାନ୍ତା । ସାହାସ ମାନେ ତା ବାପାଙ୍କୁ ଭୟ ନୁହଁ ବରଂ ନିଜର ଲଜ୍ଜା ପାଇଁ । ହେଲେ ଆଜି ଏ ସମାଜ ଅନେକାଂଶରେ ସେ ଦୁଆରବନ୍ଧକୁ ଡେଇଁ ସାରିଲାଣି ସିନେମାରେ ନଗ୍ନତା ପରିବାରର ସମସ୍ତେ ଏକାଠି ବସି ଉପଭୋଗ କଲେଣି । ହେଲେ ଏ ଧରିତ୍ରୀ ବି ବହୁତ ବଡ ବୋକିଟା ଯେକି ଏ ଭଳି କଥାକୁ ସହଜରେ ଗ୍ରହଣ କରିପାରୁନି । ତେବେ ଏ ଆଧୁନିକ ସମାଜରେ ସେ ଚଳିବ କିପରି ତାହା ମଧ୍ୟ ସେ କେବେ ଭାବିନି ।
      ଆଜି ସେ ଅଠାକାଠିରେ । ବୁଝେଇ ଚାଲିଛି ଅଭିନବକୁ ସବୁ ପ୍ରଡକ୍ଟ ବିଷୟରେ । ତା ବୁଝେଇବାରେ ଅଭିନବ ଖୁସି ହେଲାଣି କି ନାହିଁ ସେ ସେକଥାବି ଏ ପର୍ଯ୍ୟନ୍ତ ଜାଣି ପାରିନି । ହେଲେ ଅଭିନବ ହଠାତ୍ କହିଛି ହଉ ବାସ୍‌ବାସ୍ । ମୁଁ ଦେଖିସାରିଲାଣି ସବୁ ପ୍ରଡକ୍‌୍‌୍ଟ । ପୁରାପୁରି ଠିକ୍ ଅଛି । ଏତିକି କହି ହଠାତ୍ ତାର ଡାହାଣ ହାତକୁ ଧରିତ୍ରୀ କାନ୍ଧ ଉପରେ ପକାଇ ଦେଇ            କହିଛି ଏ ବର୍ଷ ଆପଣଙ୍କ କମ୍ପାନୀକୁ ମୁଁ ପାଞ୍ଚ କୋଟି ଟଙ୍କାର ଅର୍ଡର ଦେବି । ଧରିତ୍ରୀ ମନେମନେ ଯେତିକି ଭୟ କରିଛି ତା ଠାରୁ ମଧ୍ୟ ଅଧିକ ରାଗିଯାଇଛି । ଧରିତ୍ରୀ ବୁଝିପାରୁନି ଏ କଣ ତା ସହିତ ହେଉଛି । ଅଭିନବ କାନ୍ଧରେ ହାତଟି ପକାଇ ଦେଇ ଯେତେବେଳେ ତା ଉପରକୁ ଆଉଜି ପଡିଛି ସେ ନିଜକୁ ସମ୍ଭାଳି ନପାରି ସେଠୁ ହଠାତ୍ ଉଠି ଆସିଛି । ନିଜ ଭ୍ୟାନିଟ୍ ଟି କାନ୍ଧରେ ପକାଇ ଓ ଫାଇଲ୍‌ଟି ଧରି ସେ ରୁମ୍ ବାହାରକୁ ପଳେଇ ଆସି ଠକ୍‌ଠକ୍ କରି କାନ୍ଦିବା ବେଳକୁ ନିଜକୁ ସମ୍ଭାଳି ନେଇଛି । ଲୁହ ତରତରରେ ପୋଛି ଦେଇ ହୋଟେଲ୍ ରୁ ଚାଲି ଆସିଛି । 
      ନିଜ କାର୍ ଭିତରେ ପଶୁପଶୁ ହଠାତ୍ ସାତ୍ତ୍ୱକୀ ର ଫୋନ୍ ଆସିଛି । ଆରେ ଧରିତ୍ରୀ ତୁମେ କାହିଁକି ଚାଲିଆସିଲ । ତୁମ ଉପରେ ତ ଅଭିନବ ବହୁତ ଖୁସି ଥିଲେ । ଆମକୁ ପାଞ୍ଚକୋଟି ଟଙ୍କାର ଅର୍ଡର ମିଳିଗଲା । ତୁମେ ଆଦ୍ୟୈ ବ୍ୟସ୍ତ ହୁଅନି । ଧରିତ୍ରୀ ବୁଝି ପାରୁନି । ହେଲେ ମନେମନେ ଚିନ୍ତା କରିସାରିଲାଣି ଯେ ଅଭିନବ କୁ ଏହି ପ୍ରକାର ଖୁସି କରେଇବାର ଥିଲା । ସେ ଆଉ ନିଜ ଆତ୍ମାର କୋହକୁ ବରଦାସ୍ତ କରିପାରୁନି । ସତେଯେପରି ତା ପବିତ୍ରତା ଆଜି କ୍ଷୁର୍ଣ୍ଣ । ସେ ଚାହେଁନି ଏଭଳି ଚାକିରୀ । ବରଂ ଗାଁ ସ୍କୁଲରେ ଯାଇ ପିଲାମାନଙ୍କୁ ବାପାଙ୍କ ଭଳି ପାଠ ପଢେଇବ ଏ ିକଦର୍ଯ୍ୟତାରେ ସେ ଆଉ ରହିବାକୁ ଚାହୁଁନି । ଏଭଳି ଆଧୁନିକ ଜୀବନ ମୋର ଦରକାର ନାହିଁ । କମ୍ପାନୀ ନାଁରେ ଅଭିଯୋଗ ଆଣି ବାପା ଛେଉଣ୍ଡର କଳଙ୍କ ଭିତରେ ଚରିତ୍ରହୀନାର କଳଙ୍କ ସେ ନିଜ ମୁଣ୍ଡକୁ ଆଉ ନେବାକୁ ଚାହୁଁନି । ଘରେ ଆସି ପହଞ୍ôଚଲା ବେଳକୁ ମୋନା ପଚାରିଛି ସବୁ ଠିକ୍‌ଠାକ୍ ହେଲାତ । ନିଜର କୋହକୁ ଚାପିରଖି କଥାର ରଙ୍ଗ ବଦଳେଇ ଦେଇ କହିଛି ହଁ ବହୁତ ଭଲ ହେଲା । ଆମକୁ ପାଞ୍ଚକୋଟି ଟଙ୍କାର ଅର୍ଡର ମିଳିଲା । ହେଲେ ମୋନା ମୁଁ ଆଉ ଏଠି ରହିବିନି ।
ମୋନା-କାହିଁକି ।
ଧରିତ୍ରୀ-ଖୁସି ଖବର ଏଇଆଯେ ଜମିଲ୍ ଯେଉଁ ଫ୍ୟାକ୍ଟ୍ରି କରିଥିଲା ବର୍ତ୍ତମାନ ତାହା ବହୁତ ଭଲ ଚାଲିଛି । ତା କମ୍ପାନୀରେ ମୁଁ  ଚାକିରୀ କରିବି ଓ ନିଜ ଘରକଥା ବୁଝି ପାରିବି ବୋଲି ସିଦ୍ଧାର୍ଥ ତାକୁ କହିସାରିଛି ।
ମୋନା-ତୁ ବି ମୋତେ ଛାଡି ପଳେଇବୁ ।
ଧରିତ୍ରୀ-ମୋତେ ଏ ଜୀବନ କାହିଁକି ବହୁତ ଅଣନିଶ୍ୱାସୀ ଭଳି ଲାଗୁଛି । ଆଉ ସିଦ୍ଧାର୍ଥ ମୋର ଟିକେଟ୍ କରିଦେଇଛନ୍ତି ମୁଁ ପହରିଦିନ ଏଠାରୁ ପଳେଇବି ।
ମୋନା-ଏକଥା କିଛି ବୁଝି ପାରୁନଥାଏ । ହେଲେ ଧରିତ୍ରୀର ଅନ୍ତର କଥା ସେ ମଧ୍ୟ ଜାଣିନଥାଏ । ଧରିତ୍ରୀ ମଧ୍ୟ ଏତେବଡ ମିଛକଥା ମୋନାକୁ କହୁଛି ସେ ବି ବିଶ୍ୱାସ କରିପାରୁନି କାହିଁକି କହୁଛି । ମୋନା କହିଛି ହଉ । ସମସ୍ତେ ଚାଲିଗଲ । ମୁଁ ପୁଣି କେଉଁଠି ରହିବାକୁ ଯାଗା ଖୋଜିବି । ଧରିତ୍ରୀ, ମୋନା କୁ କହିଛି ତୁ ଟିକେ ଏକୁଟିଆ ଯା ଆଜିର ପରିବା ନେଇ ଆସିବୁ ।  ମୁଁ ପୁରାପୁରି କ୍ଲାନ୍ତ । ମୁଁ ଟିକେ ବିଶ୍ରାମ ନେଉଛି । ମୋନା କହିଛି ହଉ । ମୋନା ବାହାରକୁ ଚାଲି ଯିବା ପରେ ଧରିତ୍ରୀ ସିଦ୍ଧାର୍ଥକୁ ଫୋନ୍ କରିଛି ଆଉ କାନ୍ଦିକାନ୍ଦି କହିଛି ଦେଖ ମୋ ଚାକିରୀବି ଏଠି ସରିଯାଉଛି । 
     ମୁଁ ଏଠି ଆଉ ରହିବିନି । ଓଡିଶା ଫେରିଯିବି । ସିଦ୍ଧାର୍ଥ କହିଛି ଏଥିରେ କାନ୍ଦିବାର କଣ ଅଛି ଯେ । ଚାକିରୀ ନାହିଁ ତ ନାହିଁ । ତୁ ଚାଲିଆ । ମୋତେ ଜମିଲ୍ ତା ଅଫିସ୍ ରେ ଅନେକ କାମ ଅଛି ବୋଲି କହୁଥିଲା । ସେ ମଧ୍ୟ ଚାହୁଁଛି ମୁଁ ଯାଇ ତା କମ୍ପାନୀରେ କାମ କରିବାକୁ ।  ଆଉ ସେ ମଧ୍ୟ କହୁଥିଲା ତୁ ବି ସେଠି ଅଫିସିଆଲ୍ ସମସ୍ତ କାଗଜପତ୍ର କାମର ଦାୟୀତ୍ୱ ନେଇପାରିବୁ ।  ତେଣୁ ମନ ଦୁଃଖନକରି ଫେରିଆ । ଧରିତ୍ରୀକୁ ସାନ୍ତ୍ୱନା ଟିକେ ଭଲ ଲାଗିଛି । ସେ ଓଡିଶା ଫେରିଆସିଛି । ଆଜିର ଏ ଇଞ୍ଜିନିୟରିଙ୍ଗ୍ ଶିକ୍ଷା ବ୍ୟବସ୍ଥାରେ ପ୍ରହେଳିକାରେ ତାରି ଭଳି ଅନେକ ଯୁବକଯୁବତୀ କିପରି ହନ୍ତସନ୍ତ ହେଉଛନ୍ତି ସେ ପ୍ରତି ମୁହୁର୍ତ୍ତରେ ଭାବିଚାଲିଛି । ଏଭଳି ଇଞ୍ଜିନିୟରିଙ୍ଗ୍ ଶିକ୍ଷା ଏକ ପ୍ରାୟୋଜିତ ଶିକ୍ଷାବେପାରର ପ୍ରହେଳିକା ଯେ ଆଉ କେତେଦିନ ସେ କେବଳ ଅବାକ୍ ହୋଇ ଚାହିଁ ରହିଛି ନିଜ ଜୀବନ ଫର୍ଦ୍ଦକୁ ।


*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS