search in www.iswarchandraworld.blogspot.com

Wednesday 25 March 2020

Odia Article ଶିକ୍ଷା ଓ ମାନବୀୟ ମୂଲ୍ୟବୋଧ

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ଶିକ୍ଷା ଓ ମାନବୀୟ ମୂଲ୍ୟବୋଧ

    ମନୁଷ୍ୟର ଶାରିରୀକ ଆବଶ୍ୟକତାରୁ ହେଉ ଅଥବା ଜୀବଜନ୍ତୁଙ୍କ ଭୟ କିମ୍ବା ପ୍ରକୃତିର ତାଣ୍ଡବରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସହାବସ୍ଥାନର ଆରମ୍ଭ । ସହାବସ୍ଥାନରୁ ସମ୍ପର୍କ ଓ ସମ୍ପର୍କରୁ ପରିବାରର ସୃଷ୍ଟି । ପରିବାର ପରିବ୍ୟାପ୍ତରୁ ଏକାଧିକ ପରିବାର ଓ ପରିବାରରୁ ସମାଜର ସୃଷ୍ଟି । 
   ସାମାଜିକ ଜୀବନରେ ନିଜର ଭାବପ୍ରବଣତା, ମାନସିକ ରୁଗ୍‌ଣତା ଅବା ନିଜ ପ୍ରକୃତିବସତଃ ନିଜନିଜ ମଧ୍ୟରେ ମାନମନାନ୍ତରର ସୁତ୍ରପାତ ଯୋଗୁଁ କଳହ ମୁଣ୍ଡ ଟେକେ । ନିଜକୁ ସମାଜ ଭିତରେ ଶାନ୍ତି ଶୃଙ୍ଖଳାର ସହିତ ଜୀବନ ବିତେଇବା ପାଇଁ ସର୍ବସମ୍ମତି ଓ ସାମାଜିକ ସ୍ତରରେ ନିଜକୁ କେତେକ ନିର୍ଦ୍ଧିର୍ଷ୍ଟ ନୀତିନିୟମ ରେ ବାନ୍ଧିରଖିବାକୁ ପ୍ରୟାସ କରେ ପ୍ରକାରାନ୍ତେ ଯାହା ଧର୍ମ ନାମରେ ସର୍ବବିଦିତ ହୁଏ । ଏହି ନୀତିନିୟମ ଭିତରେ ଖଞ୍ଜେ ମାନବୀୟ ମୂଲ୍ୟବୋଧ । ସତ୍ୟକୁ ପୂଣ୍ୟ ବୋଲି ଅଭିହିତ କରିବା ସ୍ଥଳେ ମିଥ୍ୟାକୁ ମହାପାପ ବୋଲି ଘୋଷିତ କରେ । ନିଜର କର୍ମ ସହିତ ପରସେବା ହିଁ ଜୀବନ ଜିଇଁବାର ଶୈଳୀ ବୋଲି ଧାର୍ମୀକ ଆଚାର ସଂହିତାରେ ବିବେଚନା କରେ । ସାମାଜିକ ସ୍ତରରେ ଏହି ନୀତି ନିୟମକୁ ପ୍ରତ୍ୟେକକୁ ଶିଖେଇବାକୁ ଚେଷ୍ଟା କରେ । ଶିଖେଇପାରିବାର ଦକ୍ଷତା ରଖିଥିବା ବ୍ୟକ୍ତିଙ୍କୁ ଗୁରୁର ପଦମର୍ଯ୍ୟାଦା ରେ ଭୁଷିତ କରେ । ଏହିଠାରୁ ହୁଏ ବିଦ୍ୟା ବା ଶିକ୍ଷାର ଅୟମାରମ୍ଭ ।
   ନିଜର ଅଭିସନ୍ଧିଛୁ ମନୋଭାବ ତାକୁ ଥୟ କରି ବସେଇ ଦିଏ ନାହିଁ । ଚିନ୍ତାଶକ୍ତିର ପ୍ରୟୋଗରେ ନିଜର ଶରିରୀକ, ମାନସିକ ସୁଖ ଓ ଶାନ୍ତି ପାଇଁ ନାନାପ୍ରକାରର ନୂତନ ଜିନିଷର କରେ ଉଭାବନ ଓ ଆବିଷ୍କାର । ଧୀରେ ଧୀରେ ଶିକ୍ଷାର ପରିସର ପରିବ୍ୟାପ୍ତ ହେବା ସହିତ ବିବିଧତା ପୂର୍ଣ୍ଣ ମଧ୍ୟ ହେବାରେ ଲାଗେ । ଜୀବନକୁ ପରିପୂର୍ଣ୍ଣତା ଦେବାର କ୍ଷମତା କେବଳ ଯେ ଏହି ବିଦ୍ୟା ବା ଶିକ୍ଷାରେ ହିଁ ଅଛି ତାହା ସେ ତିଳେତିଳେ ଅନୁଭବ କରେ । ଦିନେ ନିଜେ ସୃଷ୍ଟି କରିଥିବା ଶିକ୍ଷାର ଅବୟବ, ପରେପରେ ନିଜର ଜ୍ଞାନାତ୍ମକ ଅବୟବ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିବାରେ ଲାଗେ । କିଛି ଶିଖି କିଛି ଶିଖେଇବାର କଳାରେ ନିଜକୁ ସାମିଲ୍ କଲାପରେ ଖୋଜି ଚାଲେ ଶିକ୍ଷାର ସଂଜ୍ଞା । 
   ସମାଜର କାୟା ବିସ୍ତାର ସହିତ ସ୍ୱଅନୁଶୀଳନ ଚିନ୍ତାଧାରା ଓ କାର୍ଯ୍ୟ କଳାପରକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରେ । ଜୀବନର ଚିରନ୍ତନ ସତ୍ୟ ଓ ପ୍ରକୃତ ଲକ୍ଷକୁ ଯୋଡିବାର ପ୍ରୟାସରେ ସୃଷ୍ଟିକରେ ଅଧ୍ୟାତ୍ମବିଦ୍ୟା । ଆଧ୍ୟାତ୍ମିକ ଚେତନାରେ ଉଦ୍‌ବୁଦ୍ଧ ହୋଇ ହେଉ ଅବା ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ଓ ପ୍ରବହମାନ ପରିବର୍ତ୍ତନର ରହସ୍ୟ ଉନ୍ମୋଚନ କରିପାରିବାରେ ଅକ୍ଷମତା, ତାକୁ ଏକ ଶାସ୍ୱତ ଓ ଚିର ବିଦ୍ୟମାନ ସତ୍ତାକୁ ସର୍ବଶକ୍ତିମାନ, ସର୍ବବିଦ୍ୟମା ଓ ସର୍ବଜ୍ଞ ବୋଲି ଗ୍ରହଣ କରିବାକୁ ବାଧ୍ୟ କରେ । ଚତୁର୍ବେଦ କୁ ସେହି ସର୍ବଶକ୍ତିମାନଙ୍କର ଦାନ ବୋଲି ଗ୍ରହଣ କରେ ଯେଉଁଥିରେ ଶିକ୍ଷାର ସଂଜ୍ଞା ‘ସା ବିଦ୍ୟା ଯା ବିମୁକ୍ତ ୟେ’ ଅଭିହିତ ହୁଏ । ଅର୍ଥାତ ଯିଏ ମୁକ୍ତି ପ୍ରଦାନକରେ ସେହିଁ ବିଦ୍ୟା । ମୁକ୍ତିର ଅର୍ଥ ଏଠାରେ ବ୍ୟାପକ ଓ ସମ୍ପର୍କିର୍ତ ରୂପେ ଗ୍ରହଣ କରାଯାଏ । ଜୀବନ ଅନ୍ଧକାରରୁ ମୁକ୍ତି, ଏ ଭବସଂସାର ମାୟାରୁ ମୁକ୍ତି ପରିଶେଷରେ ଜୀବନରୁ ମୁକ୍ତି ଏମିତି ଅନେକ । 
   ମାତ୍ର ଶିକ୍ଷାର ସଂଜ୍ଞା ଏହି ଅଧ୍ୟାତ୍ମ ବିଦ୍ୟାର ସଂଜ୍ଞାରେ ସିମୀତ ହୋଇ ରହେ ନାହିଁ । ସମୟକ୍ରମେ ଅନେକ କାଳଜୟୀ ମାନବ ମଧ୍ୟ ସଂଜ୍ଞା ନିରୁପଣ କରିବାରେ ଲାଗିପଡନ୍ତି । ପଶ୍ଚିମ ବିଶ୍ୱର ଜ୍ଞାନିଗୁଣୀ ମାନେ ଯଥା ଆରିଷ୍ଟୋଟଲ, ପ୍ଲାଟୋ, ସକ୍ରେଟିସ୍‌, ଥୋଣ୍ଡକେ୍‌, ବ୍ଲୁମ୍ ଏମିତି ଅନେକ ନିଜ ନିଜର ସୁଚିନ୍ତିତ ସୁନ୍ଦର ସଂଜ୍ଞା ଲେଖି ଚାଲନ୍ତି । ପୂର୍ବ ଭୂଖଣ୍ଡର ମହାମାନବ ମାନେ ଯଥା ମହାତ୍ମାଗାନ୍ଧୀ, ବିବେକାନନ୍ଦ, ଅରୋବିନ୍ଦ, ରବିନ୍ଦ୍ରନାଥ ଟାଗୋର ମଧ୍ୟ ଶିକ୍ଷାର ସଂଜ୍ଞା ନିରୁପଣରୁ ବାଦ ପଡନ୍ତିନି । ଜଣାଯାଏ ବିଶ୍ଲେଷଣାତ୍ମକ ଚିନ୍ତାଧାରାରେ ଦେଖିଲେ ସବୁ ମନିଷୀଙ୍କ ସଂଜ୍ଞା ଜୀବନର ସତ୍ୟ ଓ ଅନୁଭୁତି ଉପରେ ପର୍ଯ୍ୟବେଷିତ ଏବଂ କେଉଁ ଗୋଟିଏ ହେଲେ ସଂଜ୍ଞାକୁ ସାମଗ୍ରିକଭାବେ ନାକାରାତ୍ମକ ଦୃଷ୍ଟିଭଙ୍ଗୀରେ କେହି ବି ଦେଖିପାରିବେ ନାହିଁ । ମାତ୍ର ବୈଦିକ ଯୁଗର ଅନ୍ୟ ଏକ ଅନନ୍ୟ ସୃଷ୍ଟି ଯାହାକୁ ମଧ୍ୟ ଭାରତୀୟ ହିନ୍ଦୁ ସଂସ୍କୃତି ଭଗବାନଙ୍କର ମୂଖ ନିସୃତ ବୋଲି ବିବେଚନା କରେ ତାହା ହେଉଛି ଶ୍ରୀମଦ୍ ଭଗବଦ୍ ଗୀତା । ଶ୍ରୀମଦ୍ ଭବବଦ୍ ଗୀତାରେ ଅର୍ଜ୍ଜୁନଙ୍କର ଜ୍ଞାନ ପିପାସାକୁ ମେଣ୍ଟାଇବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେଇଛନ୍ତି ସେଗୁଡିକୁ ମହର୍ଷୀ ବ୍ୟାସଦେବ ମୋଟ ଅଠରଟି ଅଧ୍ୟାୟରେ ପ୍ରକାଶ କରିଛନ୍ତି । ସେହି ଅଠରଟି ଅଧ୍ୟାୟ ମଧ୍ୟରୁ ତିନୋଟି ଅଧ୍ୟାୟ ଯଥା କର୍ମଯୋଗ, ଜ୍ଞାନ ଯୋଗ ଓ ଭକ୍ତି ଯୋଗ ଅନ୍ୟତମ । ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଗ୍ରହଣ କରାଯାଇଥିବା ପ୍ରସିଦ୍ଧ ଦାର୍ଶନୀକ ତଥା ଶିକ୍ଷାବିତ୍ ବ୍ଲୁମ୍‌ଙ୍କର ପ୍ରଣିତ ଶିକ୍ଷାର ସଂଜ୍ଞା ଅନୁସାରେ ମନୁଷ୍ୟର ଜ୍ଞାନାତ୍ମକ ପରିସର (ଉକ୍ଟଶଦ୍ଭସଗ୍ଧସଙ୍ଖର ୟକ୍ଟଜ୍ଞବସଦ୍ଭ), କ୍ରିୟାତ୍ମକ ପରିସର (ଚଗ୍ଦଚ୍ଚମଷକ୍ଟଜ୍ଞରଗ୍ଧରକ୍ସ ୟକ୍ଟଜ୍ଞବସଦ୍ଭ) ଓ ଭାବଗତ (ଇଲଲରମଗ୍ଧସଙ୍ଖର ୟକ୍ଟଜ୍ଞବସଦ୍ଭ) ପରିସରରେ ଘଟୁଥିବା ସାମଗ୍ରୀକ ପରିବର୍ତ୍ତନକୁ ଶିକ୍ଷା କୁହାଯାଏ । ଏହାକୁ ଭିନ୍ନାର୍ଥରେ କୁହାଯାଏ ଜ୍ଞାନାତ୍ମକ ପରିସର ମନୁଷ୍ୟର ମସ୍ତିଷ୍କ ସହିତ ସମ୍ପର୍କିର୍ତ, କ୍ରିୟାତ୍ମକ ପରିସର ହାତ ସହିତ ଓ ଭାବଗତ ପରିସର ତାର ହୃଦୟ ସହିତ ସଂସ୍ଳିଷ୍ଟ । ଯଦି ଏଠାରେ ସୂକ୍ଷ୍ମଭାବରେ ଅନୁଶୀଳନ କରାଯାଏ ତେବେ ଦେଖାଯିବ ଯେ ଆଜକୁ ହଜାରହଜାର ବର୍ଷ ପୂର୍ବେ ଭାରତୀୟ ହିନ୍ଦୁସଂସ୍କୃତିର ଧାର୍ମୀକ ଗ୍ରନ୍ଥ ଶ୍ରୀମଦ୍ ଭଗବଦ୍ ଗୀତାରେ ବର୍ଣ୍ଣିତ ଜ୍ଞାନଯୋଗ ଆଧୁନୀକ ସଂଜ୍ଞାର ଜ୍ଞାନାତ୍ମକ ପରିସର ସମ୍ପୂର୍ଣ୍ଣ ମେଳ ଖାଉଥିବା ବେଳେ, କର୍ମଯୋଗ କ୍ରିୟାତ୍ମକ ପରିସର ଓ ଭକ୍ତିଯୋଗ ଭାବଗତ ପରିସର ପୁରାପୁରି ଭାବରେ ସମାନ । ସତେଯେମିତି ଶିକ୍ଷାବିତ୍ ବ୍ଲୁମ୍‌ଙ୍କର ସଂଜ୍ଞା ଶ୍ରୀମଦ୍ ଭାଗବତର ଏହି ତିନୋଟି ଯୋଗର ସାରକଥା ଉପରେ ପର୍ଯବେସିତ ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଖାଲି ସେତିକି ନୁହେଁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ପ୍ରଦତ୍ତ ଶିକ୍ଷାର ସଂଜ୍ଞା ମଧ୍ୟ ଏହି ତିନୋଟି ଯୋଗ ଉପରେ ପର୍ଯବେସିତ ଯଥା ମନୁଷ୍ୟର ଶାରିରୀକ, ମାନସିକ ଓ ଆତ୍ମୀକ ବିକାଶ ହିଁ ଶିକ୍ଷା । 
   କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ଯଦିଓ ପ୍ରତ୍ୟକ ସଂଜ୍ଞା ଭିତରେ ମନୁଷ୍ୟ ଜୀବନରେ ମାନବୀୟ ମୂଲ୍ୟବୋଧର ଗୁରୁତ୍ୱ ଅଳ୍ପେବହୁତେ ଛନ୍ଦିହୋଇ ରହିଛି, ଆଜି କିନ୍ତୁ ବସ୍ତୁବାଦ ମୁହାଁ ଶିକ୍ଷାରେ ମାନବୀୟ ମୂଲ୍ୟବୋଧର ଗୁରୁତ୍ୱ ଦିନକୁଦିନ କମିବାରେ ଲାଗିଛି । ହଁ, ଏହା ମଧ୍ୟ ସ୍ୱୀକାର ଯୋଗ୍ୟ ଯେ ପ୍ରତ୍ୟେକ ବିଷୟ ଭିତ୍ତିକ ଶିକ୍ଷାରେ ଜୀବନର ସାଧାରଣ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିବାର ସୁଯୋଗ ଆମ ଭାରତୀୟ ସମାଜରେ କୌଣସିମତେ ଦିଆଯାଇନଥାଏ । ମାତ୍ର ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଛାଡିଦେଲାପରେ ଧୀରେଧୀରେ ଧନ୍ଦାମୂଳକ ଅବା ବୃତ୍ତିଗତ ଶିକ୍ଷାରେ ଥିବା ବିଷୟ ମାନଙ୍କରେ ଆମେ ଜୀବନର ମୂଲ୍ୟବୋଧକୁ ଗୁନ୍ଥିବାର ଗୁରୁତ୍ୱକୁ ଅନୁଭବକରୁନାହେଁ ।  ପ୍ରାଥମିକ ସ୍ତରରେ ପିଲାକୁ ଭଲକାର୍ଯ୍ୟ ଓ ମନ୍ଦକାର୍ଯ୍ୟ ମଧ୍ୟରେ ଥିବା ପ୍ରଭେଦକୁ ତ ବୁଝାଇବାକୁ ଚେଷ୍ଟା କରୁଛେ ମାତ୍ର ଶିଶୁ ଧୀରେଧୀରେ ବଡହୋଇ ଯେତେବେଳେ ତାର ଯୁବାବସ୍ଥାରେ ପହଞ୍ଚି କୌଣସି ଧନ୍ଦାମୂଳକ ଅବା ବୃତ୍ତିଗତ ଶିକ୍ଷାରେ ଉପନୀତ ହେଉଛି ସେତେବେଳେକୁ ସେ ଶିକ୍ଷାଲାଭ କରିଥିବା ଜୀବନର ସେ ମୁଲ୍ୟବୋଧକୁ ସମ୍ପୂର୍ଣ୍ଣରୂପେ ପାଶୋରି ପକଉଛି ଏଥିରେ ସନ୍ଦେହ ନାହିଁ । ଉଦାହରଣ ସ୍ୱରୁପ ପିଲାଟି ଯାନ୍ତ୍ରିକ ଶିକ୍ଷା ଅବା ଡାକ୍ତରୀ ଶିକ୍ଷାରେ ଦାଖିଲା ପାଇଁ କିମ୍ବା କୌଣସି କ୍ଷେତ୍ରରେ ଚାକିରୀ ପାଇଁ ପରୀକ୍ଷାରେ ଆସୁଥିବା ପ୍ରଶ୍ନ ମାନଙ୍କରେ ତାର ମୂଲ୍ୟବୋଧଭିତ୍ତିକ ଶିକ୍ଷାର କୌଣସି ଆବଶ୍ୟକ ପଡୁନାହିଁ, ତେଣୁ ସେ ଏହାକୁ ଜୀବନରେ ଗୁରୁତ୍ୱ ଦେବ ବା କାହିଁକି? ଏମିତି ମଧ୍ୟ ଡାକ୍ତରୀ ପଢିବା ବେଳେ ପ୍ରତ୍ୟେକ ରୋଗପାଇଁ ସେ ନାନାଦି ଓøଷଧର ନାଁ ମନେରଖିବାକୁ ଯଥାସାଧ୍ୟ ପରିଶ୍ରମ କରେ ହେଲେ ଡାକ୍ତର ଜୀବନର ମୂଳମନ୍ତ୍ର ହେଲା ‘ସେବା’ ସେ ତାର େକୈାଣସି ହେଲେ ଶିକ୍ଷା ବହିରେ ପଢେ ନାହିଁ । ଯଦିଓ ବା ଉପକ୍ରମ ସ୍ତରରେ ଏଭଳି ଭାବନା ଟିକେ ସେ ଶୁଣେ ମାତ୍ର ତାର ଚାକିରୀ ପାଇଁ ଏ ମୂଲ୍ୟବୋଧ ଶିକ୍ଷାର ଆବଶ୍ୟକତା ପଡେ ନାହିଁ । ଧୀରେଧୀରେ ମାନବିକ ମୂଲ୍ୟବୋଧରୁ ତାର ମନ ଓ ହୃଦୟ କରଛଡା ଦେଇ କେତେଜଣଙ୍କ କ୍ଷେତ୍ରରେ ଏପରି ପରିସ୍ଥିତିରେ ପହଞ୍ଚେ ଯେ ସେମାନେ ଟଙ୍କା ପାଇଁ ଅନ୍ୟ ସୁସ୍ଥ ବ୍ୟକ୍ତି ଠାରୁ ବୃକକ୍ ଚୋରି କରିବାକୁ ପଛାନ୍ତି ନାହିଁ । ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନୁରୂପ ଦେଖିବାକୁ ମିଳେ । ଜଣେ ଯନ୍ତ୍ରୀ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରୀ ହୋଇ ସାରିବା ପରେ ସମାଜ ପ୍ରତି ଯେଉଁ ଉତ୍ତରଦାୟୀତ୍ୱ ତାକୁ ସେ ଭୁଲିଯାଏ । କୌଣସି ଅଟ୍ଟାଳିକା, ପୋଲ ହେଉ ଅବା ପାଣିଟାଙ୍କି  ନିର୍ମାଣ ପୂର୍ବରୁ  ବରାଦ ଅର୍ଥରୁ  ସେ ନିଜର କମିସନ୍ ଆଗ ଲୋଡେ ଚାହେ ପ୍ରସ୍ତାବିତ ପ୍ରକଳ୍ପର ଗୁଣବତ୍ତା ନିମ୍ନ ଧରଣର ହୋଇ ଭବିଷ୍ୟତରେ ଅନେକ ଧନ ଜୀବନ ନଷ୍ଟ ହୋଇ ଯାଉନା କାହିଁକି ସେଥିରେ ତାର କ୍ଷୋଭ ବା ଅନୁଶୋଚନା ଆଦ୍ୟୈ ଦେଖାଯାଏ ନାହିଁ । ଖାଲି ସେତିକି ନୁହେଁ, ଏମିତି ମଧ୍ୟ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଅବା ସାକ୍ଷାତକାରରେ ଉତ୍ତୀର୍ଣ୍ଣହେବାକୁ ହେଲେ ଯୁବକମାନଙ୍କୁତ ସାମଗ୍ରୀକ ଭାବେ ସମଗ୍ର ବିଶ୍ୱର ଇତିହାସ, ଭୂଗୋଳ, ବିଜ୍ଞାନ ଓ ତତ୍‌ସହିତ ଅସାଧାରଣ ସାଧାରଣ ଜ୍ଞାନ ମନେରଖିବାକୁ ପଡିଥାଏ ମାତ୍ର ସେମାନଙ୍କର ଜୀବନରେ ସେମାନେ ସମାଜରେ କେତେ ସେବା କରିଛନ୍ତି ଓ ସେମାନେ କେତେ ସଚ୍ଚୋଟ୍ ଭଳି ମାନବୀୟ ମୂଲ୍ୟବୋଧର ଆବଶ୍ୟକତା ସେମାନଙ୍କ ପାଇଁ ଆଦୌ ପଡିନଥାଏ । ତେଣୁ ଥରେ ପ୍ରଶାସନିକ ସେବାରେ ଯୋଗ ଦେଲା ପରେ ଅନେକ ଅଧିକାରୀ ଭୁଲିବସନ୍ତି ଜୀବନରେ ମାନବୀୟ ମୂଲ୍ୟବୋଧ । କିଏ ଲାଞ୍ଚନେଇ କଳାଧନ ଠୁଳ କରିବାରେ ଲାଗେତ କିଏ ସାଧାରଣ ଗରୀବମାନଙ୍କ ଧନ ଲୁଟିବାକୁ ମଧ୍ୟ ପଛାନ୍ତି ନାହିଁ ।
    ଦେଖିବାକୁ ଗଲେ ଆଜିର ଶିକ୍ଷା ନୂତନ ପିଢୀକୁ କେବଳ ଗୋଟିଏ ଗୋଟିଏ ହୃଦୟ ବିହୀନ ଯନ୍ତ୍ର ମାନବରେ ପରିଣତ କରିଚାଲିଛି । ସମସ୍ତଙ୍କର ଶେଷ ଉଦେଶ୍ୟ ବଡମଣିଷ ହେବୁ ମାତ୍ର ଭଲ ମଣିଷ ନୁହେଁ । ବଡ ମଣିଷ ହେବା ପାଇଁ ସର୍ବାଦୌ ଆବଶ୍ୟକ ଟଙ୍କା ପଛରେ ଅଣନିଶ୍ୱାସୀ ହୋଇ ଦୌଡିବାରେ ଲାଗିଛନ୍ତି । ଆଜିର ଶିକ୍ଷା ଏଦିଗରେ ଉତ୍‌ପ୍ରେରକ ରୂପେ କାମ କରୁଛି ଏଥିରେ ମଧ୍ୟ ସନ୍ଦେହ ନାହିଁ । ଆଜିର ସାମାଜିକ ବିଧି ବ୍ୟବସ୍ଥାରେ ଅର୍ଥ ହେଉଛି ସର୍ବଶକ୍ତିମାନ ଏବଂ ଅର୍ଥ ବଳରେ ମନୁଷ୍ୟ ତାର ମନ ମୁତାବକ ଯାହାଚାହିଁବ ତାହା ତାର ହାତ ପାଆଁତାରେ ଆସି ପହଞ୍ଚିଯିବ, ଏକଥା ଆଜିର ଶିକ୍ଷା ସମସ୍ତଙ୍କୁ ଶିକ୍ଷା ଦେବାରେ ଲାଗିଛି । ଜୀବନର ଚରମ ସତ୍ୟ କଣ ଏବଂ ଜୀବନରେ ଶାନ୍ତି କେଉଁଥିରେ ମିଳିଥାଏ ତାହା ଆଜିର ଶିକ୍ଷା ବ୍ୟବସ୍ଥାରେ ହଜିଯାଇଛି କହିଲେ ଚଳେ । ତେଣୁ ବ୍ୟତିବ୍ୟସ୍ତ ଜୀବନରେ ଶାନ୍ତିର ଅନେଷ୍ୱଣରେ କତେବେଳେ ମନ୍ତ୍ର ତ କେତେବେଳେ ତନ୍ତ୍ର ର ସହାୟତା ନେବାରେ ଲାଗୁଛି । ମାତ୍ର ମୃଗ ଭଳି ନିଜ ହୃଦୟରେଥିବା ମୃଗନାଭୀକସ୍ତୁରୀକୁ ଜଙ୍ଗଲସାରା ପାଗଳଙ୍କ ଭଳି ଖୋଜିବୁଲିବା ପରି ନିଜ ଆତ୍ମାରେ ଲୁଚିରହିଥିବା ଶାନ୍ତିକୁ ଆବିଷ୍କାର ନକରିପାରି ଶାନ୍ତିପାଇଁ କେତକେତେ ନୂଆପନ୍ଥା ଖୋଜିଚାଲିଛି ତାର ହିସାବ ନାହିଁ ।
    ତେଣୁ ଆଜିର ପରିସ୍ଥିତିରେ ଆଗାମୀ ପିଢୀକୁ ଏକ ଶାନ୍ତିପୂର୍ଣ୍ଣ ଜୀବନ ଅର୍ପଣ କରିବାକୁ ହେଲେ ଆଜିର ଶିକ୍ଷାର ପ୍ରତ୍ୟେକ ସ୍ତରରେ ଓ ପ୍ରତ୍ୟେକ ବିଷୟରେ ମାନବୀୟ ମୂଲ୍ୟବୋଧକୁ ଗୁନ୍ଥିବା ଅତ୍ୟନ୍ତ ଆବଶ୍ୟକ । ଖାଲି ସେତିକି ନୁହେଁ, ଜୀବନରେ ଜୀବନ ବିତେଇବାର କର୍ମପନ୍ଥା ବାଛିବା ପାଇଁ ଉତ୍ତୀର୍ଣ୍ଣ ହେବାକୁ ଥିବା ପରୀକ୍ଷା ସମୟରେ ମଧ୍ୟ ବ୍ୟକ୍ତି ଚରିତ୍ରରେ ଥିବା ମାନବୀୟ ମୂଲ୍ୟବୋଧର ରଙ୍ଗର ଗାଢତା ନିର୍ଣ୍ଣୟ କରିବା ନିହାତି ଆବଶ୍ୟକ ହେଉ ଯାହାଫଳରେ ଶିକ୍ଷାର୍ଥୀମାନେ ଜୀବନସାରା ମାନବୀୟ ମୂଲ୍ୟ ବୋଧ ଉପରେ ଗୁରୁତ୍ୱ ଦେବେ ଓ ଏକ ଶାନ୍ତ, ସୁନ୍ଦର ସମାଜରେ ସେ ବଞ୍ଚିବାର ସୁଯୋଗ ପାଇପାରିବ ।  

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS