search in www.iswarchandraworld.blogspot.com

Monday 16 March 2020

Odia Novel, ଘୃଣା(ଉପନ୍ୟାସ)

        
   

                                                                                              ଈଶ୍ୱରଚନ୍ଦ୍ର ନାୟକ
                                                                                                ବାଙ୍ଗୁଋଷ ପାଟଣା
                                                                                                ଭାଣପୁର, ପୁରୀ
                                                                                        ମୋ-୯୭୭୮୫୧୯୬୭୮


                             ଘୃଣା(ଉପନ୍ୟାସ)
  

ଏକ


   ମେଘା ଅସ୍ତବ୍ୟସ୍ତ ହୋଇ ଷ୍ଟେସ୍‌ନରେ ପହଞ୍ôଚଯାଇଛି । ଧଲକାଏ ଲମ୍ବା ପ୍ରଶ୍ୱାସ ନେଲାବେଳେ ସତେଯେପରି ତାର ନିଶ୍ୱାସଃ ଅଟକି ଯାଉଥାଏ । ଛାତିଭିତରଟା ଏକ ଅଜଣାଭୟରେ କମ୍ପି ଉଠୁଥାଏ । ତଥାପି ନିଜ ଜିଦ୍ ରେ ସବୁକିଛି ବରଦାସ୍ତ କରି ଟିକଟ୍ କାଉଁଟରରେ ପହଞ୍ଚିଛି । ଟିକେଟ୍ କାଉଣ୍ଟର୍‌ରୁ ଗୋଟିଏ ଜେନେରାଲ୍ କ୍ଲାସ୍ ଟିକେଟ୍ ଦିଲ୍ଲୀ ନିମନ୍ତେ କିଣିଛି । ୯ଟା୩୦ରେ ଭୂବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୂଖେ ପୁରୁଷୋତ୍ତମ ଏକ୍ସେପ୍ରେସ୍ ହିଁ ଯିବ । ବର୍ତ୍ତମାନ ସମୟ ଆସି ୯ଟା୨୦ ହେଲାଣି । ଏହି ସମୟରେ ସେ ପ୍ଲାଟଫର୍ମ ଭିତରେ ଶୁଣି ପାରିଛି ‘ଯାତ୍ରୀମାନେ ଦୟାକରି ଧ୍ୟାନଦିଅନ୍ତୁ’ ଗାଡି ସଂଖ୍ୟା ୨୬୧୨, ଭୂବନେଶ୍ୱରରୁ ନୂଆଦିଲ୍ଲୀ ପୁରୁଷତ୍ତମ ଏକ୍ସପ୍ରେସ୍ ଏକ ନମ୍ବର ପ୍ଲାଟଫର୍ମରୁ ଆଉ ଦଶ ମିନିଟ୍ ପରେ ଛାଡିବ । ଏହା ଶୁଣିବା ମାତ୍ରେ ନିଜର ଆଣିଥିବା ଗୋଟିଏ ମାତ୍ର ଲଗେଜ୍ ବ୍ୟାଗ୍‌କୁ ହାତରେ ଧରି ଷ୍ଟେସନ୍‌ର ଫାଟକ ଦେଇ ପ୍ଲାଟ୍ ଫର୍ମ ଭିତରେ ପସିଛି । ଦେଖିଲାବେଳକୁ ସେ ଚାରି ନମ୍ବର ପ୍ଲାଟଫର୍ମରେ ଅଛି । ତେଣୁ ଭୟରେ ଓ ଅତିବିକଳରେ ଲଗେଜ୍‌ଟିକୁ କାନ୍ଧରେ ପକାଇ ଓଭରବ୍ରିଜ୍‌ରେ ଚଢି ଏକ ନମ୍ବର୍ ପ୍ଲାଟଫର୍ମ୍‌କୁ ଦୈାଡିବାରେ ଲାଗିଛି ।
   ସେ ପ୍ଲାଟଫର୍ମ୍‌ରେ ପହଞ୍ôଚଲା ବେଳକୁ ଟ୍ରେନ୍ ଛାଡିବାକୁ ଆରମ୍ଭ କରିସାରିଲାଣି । ଟ୍ରେନ୍‌ଟିର ଗତି ଆସ୍ତେ ଆସ୍ତେ ବଢିବାକୁ ଆରମ୍ଭ କଲାଣି । ତେଣୁ ସେ ଅତି ବିକଳରେ ଚଳନ୍ତା ଟ୍ରେନ୍ ର ଗୋଟିଏ ସ୍ଲିପ୍ ର କୋଚ୍‌ରେ ଚଢିଯାଇ ଦୁଆର ପାଖରେ ଥିବା ଦର୍ପଣ ସାମନାରେ ଥକା ମାରି ଛିଡା ହୋଇଯାଇ ଦର୍ପଣରେ ନିଜର ମୁହଁକୁ ବାଲୁବାଲୁ କରି ଚାହିଁଛି । ସେ ନିଜର ସ୍ଥିତିକୁ ନିଜେ ବିଶ୍ୱାସ କରିପାରୁନି । ତାର ସୁଖ, ଶାନ୍ତି ଓ ବିଳାସପୂର୍ଣ ବାଲ୍ୟଜୀବନର ପରେପରେ  ଯୈବନ ଭରା ଜୀବନରେ ଏତେ ଯେ କର୍କଷତା ଥିଲା ତାହା ମଧ୍ୟ ସେ କେବେ ଚିନ୍ତା କରିନଥିଲା । ହେଲେ ସେ କର୍କଷତାର ଯନ୍ତ୍ରଣା ଭିତରୁ ନିଜକୁ ମୁକୁଳେଇବାକୁ ଅନେକ ଚେଷ୍ଟା କରିଛି । ପାରିନି ସିଏ । ଆଜି ତାକୁ ବୟସ ଆସି ବାଇଶି ବର୍ଷ ହେଲାଣି । ଯୈାବନର ଭାର ଏବେ ତାକୁ ଆଉ ସେତେ ଭାରାକ୍ରାନ୍ତ ଲାଗୁନି । ପୁରୁଷ ମାନଙ୍କୁ ଦେଖିଲେ ତାକୁ ଆଦ୍ୟୈ ଭୟନାହିଁ । ସତେ ଯେପରି ସେ ଏ ସଂସାରର ସବୁ ପୁରୁଷଙ୍କୁ ନିଜ ଆୟତରେ ରଖିପାରିବାର ଦକ୍ଷତା ତା ପାଖରେ ଆସି ସାରିଛି । ହୃଦୟର ପ୍ରତିଟି ସ୍ପନ୍ଦନରେ ଏ ପୁରୁଷଜାତି ପାଇଁ ତାର ଘୃଣା । ପ୍ରତ୍ୟେକ ପୁରୁଷ ପାଇଁ ତାର ଘୃଣା ଏତେ ଅଧିକ ଯେ ଘୃଣାକୁ ସାମନା ବ୍ୟକ୍ତିଠାରୁ ଲୁଚେଇ ରଖିବା ପାଇଁ ସେ ମୁହଁରେ ସବୁବେଳେ ଭରି ରଖିଥାଏ ଛଳନାର ହସ । ହେଲେ କଥାରେ ଅଛି ‘ବିନା ଆଶ୍ରେ ନ ବର୍ତ୍ତନ୍ତି କବିତା, ବନିତା, ଲତା’ । ଯେତେ ଯାହାହେଲେ ନା କାହିଁକି ଜାତିରେ ସେ ନାରୀ ।  ମନର କେଉଁ ଅଜଣା କୋଣରେ ଅଜଣା ଭୟ ଆସି ତାର ହୃଦୟର ସ୍ପନ୍ଦନକୁ ଆଘାତ କରିବାରେ ଲାଗିଲାଣି । କିପରି ସେ ଦିଲ୍ଲୀଯିବ । ତା ପାଖରେ ଜେନେରାଲ୍ କ୍ଲାସ୍ ଟିକେଟ୍ ଟିଏ । ହେଲେ ସେ ତରବରରେ ଆସି ଗୋଟିଏ ସ୍ଲିପର୍ କ୍ଲାସ୍ ରିଜର୍ଭେସନ୍ କୋଚ୍‌ରେ ଚଢିଯାଇଛି । 
   ଦର୍ପଣ ସାମନାରେ ଟିକେ ଦୀର୍ଘ ନିଶ୍ୱାସ ମାରି ଲଗେଜ୍ ବ୍ୟାଗ୍ ଟିକୁ କାନ୍ଧରୁ ଓହ୍ଲାଇ ହାତରେ ଧରିଛି । ଧୀରେଧୀରେ କୋଚ୍ ଭିତରକୁ ପସିଛି । ଦେଖିଛି କୋଚ୍‌ଟିପ୍ରାୟ ଖାଲି । ମାତ୍ର କୋଡିଏ ରୁ ପଚିଶି ଜଣ କୋଚର ସିଟ୍ ଗୁଡିକରେ ଏଣେତେଣେ ବସି ରହିଛନ୍ତି । ପ୍ରଥମେ ପସୁପସୁ ସେ ଦେଖିଛି ପ୍ରଥମ କେବିନ୍ ସମ୍ପୁର୍ଣ୍ଣଖାଲି । ବର୍ଥ ନମ୍ବର ପଞ୍ଚଷଠି ରୁ ବାସ୍ତରି ରେ କେହି ବସି ନାହାଁନ୍ତି । ଆଉ କିଛି ନଭାବି ଯାଇ ୬୯ ନମ୍ବର ସିଟ୍‌ରେ ଝରକା ଆଡକୁ ମୁହଁକରି ବ୍ୟାଗ୍ ଟି ତଳେ ଥୋଇ ଥକା ମାରି ବସି ପଡିଛି । ଆଖି ଦୁଇଟି ଜକେଇ ଆସିଛି । ମନେମନେ ଭଗବାନ ଓ ମା’ କୁ ଟିକେ ମନେ ପକାଇଛି । ବାର ବର୍ଷରୁ ତା ମା’ ତାକୁ ଛାଡି ଆରପାରିକୁ ଚାଲିଗଲା ପରଠାରୁ ସେ ସବୁବେଳେ ଖେଳୁଛି ଦୁଃଖର ରଙ୍ଗରେ ଜୀବନର ହୋଲି । ଯନ୍ତ୍ରଣାକୁ ବାନ୍ଧିରଖିଛି ଚୁନୁରିର କାନିରେ, ପ୍ରୀତିକୁ ବୁଝିସାରିଛି ପ୍ରତାରଣାର ବିଷ ବୋଲି ।  ତା ସଂଜ୍ଞାରେ ବିଶ୍ୱାସ ଏଠି ସବୁବେଳେ ଅବିଶ୍ୱାସର ଆଶ୍ୱାସ । 
   ଏମିତି ଅନେକ କଥା ଭାବୁଭାବୁ ଦୂରରୁ ହଠାତ୍ ଏକ କୋଳାହଳ ଶୁଣାଯାଇଛି । ଟ୍ରେନ୍ ଟିର ଗତି ଟିକେ ଶିଥିଳ ହେବାରେ ଲାଗିଛି । ଧୀରେଧୀରେ ଟ୍ରେନ୍ ଟି ଆସି କଟକ ଷ୍ଟେସନ୍‌ରେ ପହଞ୍ôଚଯାଇଛି । ପ୍ରବଳ ଭିଡରେ ଅନେକ ଲୋକ ନିଜର ଆସବା ପତ୍ର ଧରି ସେହି କୋଚ୍‌ରେ ଚଢିଛନ୍ତି । ମେଘାର ଭୟ ବଢିବାରେ ଲାଗିଛି । କେଉଁଠି ବସିକି ଯିବ? ଏହି ସିଟ୍ ରିଜର୍ଭ କରିଥିବା ଲୋକଟି ଆସିଲା ମାନେ ସେ କେଉଁଠିକି ଯିବ? କାହାକୁ ନେହୁରା ହେବ । କାହା ପାଖେ ବସିବ । ପୁରୁଷକୁ ସେତେ ଭୟ କରୁ ନଥିଲେ ମଧ୍ୟ ସେତ ଆଉ ପୁରୁଷ ସାଙ୍ଗରେ  ଯାଇ ପାରିବନିନା! ତେଣୁ ସେ ଗୋଟେ ସ୍ତ୍ରୀ ଲୋକଟିକୁ ଖୋଜି ତା ପାଖରେ ଯାଇ ବସିବ । ମନେମନେ ତା ମା’ ପ୍ରତି ବହୁତ ଅଭିମାନ ଭରା କଣ୍ଠରେ କହିଉଠିଛି ‘କାହିଁକି ଜନ୍ମେଦଇ ଏଭଳି ବାପାଙ୍କ ପାଖରେ ମୋତେ ଏକା ଛାଡି ଚାଲିଗଲୁ’ । ଆଜି ଦେଖିଲୁ ତୋ ଝିଅର ଅବସ୍ଥା । ନିଃସଙ୍ଗ, ଦିଶାଶୂନ୍ୟ ହୋଇ କେଉଁ ଅଜଣା ରାଇଜକୁ ମାଡି ଚାଲିଛି ବଞ୍ôଚରହିବା ପାଇଁ । ଏଭଳି ଜୀବନରୁ ମୃତ୍ୟୁ  ଯଥେଷ୍ଟ ଶ୍ରେୟସ୍କର, ହେଲେ ପିଲାଦିନର ତୋର ସେ କଥାଗୁଡିକ ମୋତେ ମରିବାକୁ ବି ଦଉନି । ଦେଖୁନୁ ମା’ ଏହି ବଞ୍ôଚରହିବା ଭିତରେ ମୁଁ କେତେଥର ଯେ ମଲାଣି  କେବଳ  ତୁ ବୋଧହୁଏ ସେ ପାରିରେ ରହି ଦେଖୁଥିବୁ । 
   ତତ୍‌କ୍ଷଣାତ୍ କୋଚ୍‌ଟି ଗହଳି ହୋଇ ଉଠିଲା । ଏଣେତେଣେ ନୂଆ ଚଢିଥିବା ଯାତ୍ରୀମାନେ ନିଜନିଜର ସିଟ୍ ନମ୍ବର ଖୋଜି ସେଠାରେ ବସିବାରେ ବ୍ୟସ୍ତ ଥାନ୍ତି । ସେହି ଗହଳି ଭିତରୁ ସାତଜଣ ସ୍ତ୍ରୀ ଲୋକ ଗୋଟିଏ ଗୋଟିଏ ଲଗେଜ୍ ବ୍ୟାଗ ଧରି ଓ ଗୋଟିଏ ବଡ ଦସ୍ତା ବାକ୍ସଧରି ମେଘା ବସିଥିବା କ୍ୟାବିନ୍‌ରେ ପ୍ରବେଶ କଲେ । ସେମାନେ ଜାଣିଥିଲେ  ଏସବୁଯାକ ବର୍ଥ ତାଙ୍କରି । ସେ ସାତଜଣ ଯାକ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ସେମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀଟି ଆଚାର ତିଆରି କରି ଭଲ ବ୍ୟବସାୟ କରିବାରେ ସଫଳ ହୋଇଥିବାରୁ ଓଡିଶା ସରକାରଙ୍କ ଦ୍ୱାରା ସେମାନଙ୍କ ଗୋଷ୍ଠୀକୁ ଦିଲ୍ଲୀରେ ଏକ ମାସିକ ଟ୍ରେନିଙ୍ଗ୍ ପାଇଁ ମନେନୀତ କରାଯାଇଛି । ଟ୍ରେନିଙ୍ଗ୍ ର ସମସ୍ତ ଖର୍ଚ୍ଚ ସେମାନଙ୍କର ରହିବା ସହିତ ପ୍ରତ୍ୟେକଙ୍କୁ ସେହି ମାସକପାଇଁ ଦଶହଜାର ଟଙ୍କା ଲେଖାଏଁ ଦିଆଯିବ । ହେଲେ ସେମାନଙ୍କର ଦୁର୍ଭାଗ୍ୟ ଅବା ମୋଘା ପାଇଁ ଆଶୀର୍ବାଦ ହେଉ  ସେମାନଙ୍କ ଭିତରୁ ଜଣଙ୍କର ଦେହ ଆଜି ଦ୍ୱିପ୍ରହରୁ ହଠାତ୍ ସାଙ୍ଘାତିକ ଖରାପ ହୋଇଗଲା ଯେଉଁଥିପାଇଁ ସେ ଆସିପାରିନାହିଁ । ଏବଂ ଏମାନେ ମଧ୍ୟ ତା ଟିକେଟ୍ ଟି କ୍ୟାନସଲ୍ କରିପାରିନାହାନ୍ତି । ତେଣୁ ଗୋଟିଏ ବର୍ଥ ଖାଲି ରହିବ । ଟ୍ରେନ୍‌ଟି କଟକ ଷ୍ଟେସନ୍ ଛାଡିଲା ପରେ ପରେ ସେ ସାତଜଣ ଯାକ ନିଜନିଜସିଟ୍ ରେ ବସିପଡି କଥା ବାର୍ତ୍ତା ଆରମ୍ଭ କରିସାରିଲେଣି । 
   ତାଙ୍କ ଗୋଷ୍ଠୀର ସଭାପତି ‘ମାଳିନୀ’ ମେଘାକୁ ପଚାରିଲା ମାଡାମ୍ ଆପଣଙ୍କର ସିଟ୍ ନମ୍ବର କେତେ । ସେତେବେଳକୁ ମେଘା ତାର ମା’ କୁ ମନେମନେ ଧନ୍ୟବାଦ ଦେଇ ଟିକେ ଖୁସିହୋଇ ସାରିଥାଏ ଯେ ଏଠାରେ ସମସ୍ତେ ମହିଳା । ତେଣୁ ସେ ତାର ଯାତ୍ରାଟା ମ୍ୟାନେଜ୍  କରି ନେବ । ମେଘା ମାଳିନୀକୁ ସତ କହିଦେଲା । ମାଳିନୀ ଯେହେତୁ ଗାଁରୁ ଆସିଛି ସେ ବହୁତ ସରଳ ଓ ଭଦ୍ର । ତେଣୁ ସେ ମେଘାକୁ ଆଶ୍ୱାସନା ଦେଇ କହିଲା, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି । ଆପଣ ଆମ ଏହି ଖାଲି ସିଟ୍‌ରେ ବସିକରି ଯିବେ । ମେଘା କହିଲା ମୁଁ ଆପଣଙ୍କ ଟିକେଟ୍ ପଇସା ଦେଇ ଦେଉଛି । ତା ପରେ ମେଘା ମାଳିନୀକୁ ଟିକେଟ୍ ପଇସାଟା ଦେଇ ଦେଇଛି । ଟ୍ରେନ୍ ଟି କଟକ ଷ୍ଟେସନ୍ ରୁ ଛାଡିଛି । ରାସ୍ତାରେ ମାଳିନୀ ଓ ମେଘା ଦୁଇଜଣ ଭଲ ସାଙ୍ଗ ହୋଇ ଯାଇଛନ୍ତି । ମାଳିନୀ ଜଣେ ବିବାହିତା ଓ ତାର ସ୍ୱାମୀ ଜଣେ ଦକ୍ଷ ମହାରଣା । ସେ କେବଳ +୨ ପାଠ ପଢିଛି ହେଲେ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେବା ପରଠାରୁ ସେ ଜୀବନରେ ସବୁ ପରିସ୍ଥିତି କୁ ସାମନା କରିବାର ଦକ୍ଷତା ହାସଲ କରି ସାରିଲାଣି । ମାଳିନୀର ପୁଅ ଗାଁ ଶିଶୁମନ୍ଦିରରେ ଦ୍ୱିତୀୟ ଶ୍ରେଣୀରେ ପଢୁଛି । 
   ଯଦିଓ ମାଳିନୀ ତାର ଜୀବନର ସବୁ ସତ କଥା ମେଘା କୁ କହିଦେଇଛି ମାତ୍ର ମେଘା ତା ଜୀବନର ସବୁ ସତ କଥା କହିପାରିନି । ତାର ପରିସ୍ଥିତି ହିଁ ତାକୁ ବାଧ୍ୟ କରିଛି ଏପରି କରିବାକୁ । ସେ ପ୍ରାୟ ଅନେକ ଗୁଡିଏ ମିଛ କଥା କହିଛି । ତା ବୋଉ ଆଉ ଏ ଦୁନିଆରେ ନଥିବା ଓ ତାର ବାପା ଦ୍ୱିତୀୟ ବିବାହ କରିଛନ୍ତି ସେ କଥା ମଧ୍ୟ କହିନାହିଁ । ତାର ସାବତ ମା’ ତାକୁ ଆଦ୍ୟୈ କେବେ ଭାବିନି ଯେ ମୁଁ ତାର ଝିଅ ବୋଲି ଏକଥା ମଧ୍ୟ କହିନି । ସେ ତା ଘରେ ତାର ଜୀବନ କିପରି ଅଶାନ୍ତି ଓ ଦୁଃଖପୂର୍ଣ୍ଣ ତା ମଧ୍ୟ ସେ ମାଳିନୀ କୁ କହିନାହିଁ । ସେ ମାଳିନୀକୁ ତା ଘରର ଗୋଟିଏ ଭୂଲ୍ ଠିକଣା ଟିଏ ଦେଇ ଦେଇଛି । ସେଥିରେ ତାର ଘର ଭୂବନେଶ୍ୱର ଠାରୁ ଗୋଟିଏ ଦ୍ୱର ଗାଁରେ ବୋଲି କହିଛି ହେଲେ ତାର ଫୋନ୍ ନମ୍ବର୍ ଠିକ୍ କହିଛି । 
   ଯାତ୍ରା ସମୟରେ ଅଳ୍ପ କେଇ ଘଣ୍ଟା ମଧ୍ୟରେ ମେଘା ଅନ୍ୟ ସମସ୍ତ  ସାତ ଜଣଙ୍କ  ହୃଦୟ ଜିତିନେଇଛି । ରାତି ତାର ଗଭୀରତମ ଗାମ୍ଭିର୍ଯ୍ୟରେ ପ୍ରବେଶ କଲାଣି । ତେଣୁ ସମସ୍ତେ  ଶୋଇବାକୁ ଯାଇଛନ୍ତି । ମେଘା ତାର ବ୍ୟାଗ୍‌ଟିକୁ ଧରି ଉପର ବର୍ଥକୁ ଉଠିଛି । ଉପର ବର୍ଥକୁ ଉଠିବା ପୂର୍ବରୁ ମାଳିନୀପ୍ରତି ତା ମନରେ କି ଭାବ ଆସିଛି କେଜାଣି ସେ ମାଳିନୀକୁ ଟିକେ କୁଣ୍ଢେଇ ପକେଇ କହିଛି, ତୁମକୁ ବହୁତ ବହୁତ ଧନ୍ୟବାଦ୍ । ବୋଧହୁଏ ଭଗବାନ ତମକୁ ମୋର ଅସୁବିଧା ଦେଖି ମୋ ପାଖକୁ ପଠାଇଛନ୍ତି । ମାଳିନୀ କହିଛ, ହଉ ସେଇ ଭଗବାନ ଆପଣଙ୍କ ଯାତ୍ରା ସଫଳ କରନ୍ତୁ ।
   ଏହା ପରେ ସମସ୍ତେ ନିଜନିଜ ବଥ୍‌ର୍ରେ ଶୋଇ ଯାଇଛନ୍ତି । ମେଘା ଉପର ବର୍ଥରେ ଶୋଇଯାଇଛି । ଶୋଇଗଲା ପରେ ସ୍ୱପ୍ନରେ ଭାବିଛି ଅମରକୁ ଚିଠିଟିଏ ଦେଇଦେଇଯିବ । ଆଉ ଲେଖିଛି, ତୁମକୁ ମୁଁ କଣ ଭାବିଥିଲି । ତୁମକୁ ମୋ ଜୀବନର ଅଚିନ୍ତ୍ୟ ମଣିଥିଲି । ଧରିନେଇଥିଲି ତୁମେ ଅନିନ୍ଦ୍ୟ । ତୁମ ଚରିତ୍ରରେ ଚଞ୍ଚୁକତାର ଛିଟା ବି ଲାଗିନି । ମୋ ଆଗରେ ତୁମର ସେ ନିରୋଳା ନିରଳସ ନିଷ୍କପଟ ବ୍ୟବହାର ମୋର ପରମର ପରମାର୍ଥକୁ ସ୍ପର୍ଷ କରିଥିଲା । ବହିଯାଇଥିଲି ଛଳନା ପ୍ରେମର ନିର୍ଝରିଣୀରେ ଏକ ଅଛୂଆଁ ଗଛର ପତ୍ରଟିଏ ପରି । ଆଶସାଂ ଥିଲା ବିଲ ବନ ପାହାଡ ଡେଇଁ ତୁମ ଜୀବନଯାତ୍ରାର ମୁଁ ହେବି ଚିରସଙ୍ଗିନୀ ଆଉ ମିଶିଯିବା ଦରିଆରେ ଆମ ପ୍ରେମର ପରାକାଷ୍ଠାକୁ ଚରିତାର୍ଥ କରି । ତୁମ ଉପରେ ଖସିପଡିବା ଦିନଠାରୁ ଜୀବନର ଚରାଭୂଇଁ ଥିଲା ତୁମ ସାନ୍ନିଧ୍ୟ । ତୁମର ସେ କାଚ ଆଇନା ପରି ପାଣିରେ ଯେତେବେଳେ ଖସିପଡିଥିଲି ନିଜ ରୂପକୁ ଆଗ ତନ୍ନତନ୍ନକରି ପରଖିଥିଲି । ତୁମ ଢେଉରେ କେତେବେଳେ ମୁଁ ଉପରକୁ ଉଠିଯାଉଥିଲି ତ କେତେବେଳେ ତଳକୁ ଟିକେ ନଇଁଯାଇ ନିଜକୁ ରାଜ ଉଆସର ଦୋଳିରେ ଝୁଲିବା ଭଳି ମନେ କରୁଥିଲି । ତୁମର ଗୋଟାଏ ବିନ୍ଦୁ ପାଣି ଯେତେବେଳେ ହଠାତ୍ ମୋ ଛାତି ଭିତରେ ପଡୁଥିଲା ମଣୁଥିଲି ନୈସର୍ଗିକ ଆନନ୍ଦ । ତୁମ ରାଗଋଷାକୁ ଯଜ୍ଞର ଚଳୁପରି ଗ୍ରହଣ କରିନେଇଥିଲି । ରାଗଋଷାର ଭଅଁରରେ ଯେତେବେଳେ ମୋତେ ତୁମେ ଡୁବେଇ ଆକେତା ମାକେତା କରି ପୁଣି ଉପରକୁ ନେଇଆସି ନିଜ ଶାନ୍ତ ଜଳଧାରା ଉପରେ ଆଗକୁ ବାହି ନେଉଥିଲ ଭାବୁଥିଲି ଏଇ ତ ଜୀବନ । ମୋ ଆକାକ୍ଷାଂର ଆକାଶର ହୋଇଥିଲା ଆଶାତୀତ ।
   ହେଲେ ଆଜି ତୁମେ ଏ କଣ କଲ?  ମୋର ସର୍ବସ୍ୱ ଲୁଟିନେଇ ନିଜ କୂଳରେ ଥିବା ଏକ ଟାପୁରେ ମୋତେ ଏକୁଟିଆ କରି ଛାଡି ଚାଲିଗଲ । ମୁଁ ଜାଣିନଥିଲି ମୋ ପରି ତୁମର ଆଉ ଏମିତି ଅନେକ ସାଙ୍ଗ ଅଛନ୍ତି । ତୁମେ ସବୁ ଝିଅମାନଙ୍କ ଜୀବନକୁ ଏମିତି ଦେଖ । ସମସ୍ତଙ୍କ ସହିତ କେବଳ ମଜା କରି ଉପଭୋଗକର । ତୁମର ଧାନାଢ୍ୟ ଆଳରେ ବି ଅନେକ ତୁମ ପ୍ରତି ଆକୃଷ୍ଟ ହୁଅନ୍ତି । ହେଲେ ମୁଁ ସେମାନଙ୍କ ପରି ନୁହେଁ । ତୁମ ରୂପରେ ବି ମୁଁ ଆକୃଷ୍ଟ ହୋଇନଥିଲି । ତୁମ ଛନ୍ଦହୀନ ମନଲୋଭା କଥା ସହିତ ତୁମର ସରଳପଣ ମୋତେ କିଣି ନେଇଥିଲା । 
   କେମିତି ଏଭଳି ମୁହୁର୍ତ୍ତକୁ ତୁମେ ଭୁଲିପାରୁଛ । ସତରେ ତୁମ ପୁରୁଷ ଜାତି ହିଁ ସେଇଆ । ଏ ଅନ୍ତର ଏବେ ତୁମ ପ୍ରତି ଘୃଣାରେ ଅତିଷ୍ଠ । ଟିକେ ମନେ ପକେଇଲ ସେଦିନ ସେ ସାଇରସ୍ ହୋଟେଲ୍ ରୁମ୍ ର ଅଭୁଲା କଥାକୁ । ତା ପୂର୍ବରାତିରେ ଫୋନ୍ କରି ଏତେ ମନଦୁଃଖରେ କଥା ଗୁଡାକ କହିଲ ଯେ ନିଜକୁ ସମ୍ଭାଳି ପାରିଲିନି । ତୁମର ସେ ସ୍ନେହର ଡାକ ନାମ ରୁମି ଏବେ ବି ମୋ କାନରେ ଗୁଞ୍ଜରଣ ସୃଷ୍ଟି କରୁଛି । ସତେ ଯେପରି ସେ ରୁମି ଶଦ୍ଦଟି ମୋ ଅନ୍ତର ଆତ୍ମାକୁ ସ୍ନେହରେ ସ୍ପର୍ଶକରେ । କହିବାକୁ ଲାଗିଲ ରୁମି ତୁ କଣ ବୁଝିପାରୁନୁ ମୋ ହୃଦୟର ଯନ୍ତ୍ରଣା । ସେତେବେଳକୁ ରାତି ପାଖାପାଖି ୧ଟା ବାଜିଥିଲା । ହଷ୍ଟେଲ୍ ର ସନ୍ନାଟାରେ କେବଳ ମୋ ରୁମ୍ ରେ ତୁମର ସେ ସ୍ନେହଭରା କଥା ଗୁଡିକ ଶଦ୍ଦସୃଷ୍ଟି କରୁଥିଲା । ମୁଁ ତକିଆକୁ ଜାବୁଡିଧରି ତୁମ ଫୋନ୍‌ଟି କାନରେ ଦେଇଥିଲି । ତୁମର ସେ ରୋମାଣ୍ଟିକ୍ କଥା ଗୁଡିକ ମୋତେ ଅସ୍ତବ୍ୟସ୍ତ କରିପକେଇଥିଲା । ଇଚ୍ଛା ହେଉଥିଲା ଏ ହଷ୍ଟେଲ୍ ରୁମ୍ ର କାନ୍ଥ କବାଟ ସବୁ ଭାଙ୍ଗି ତୁମ ପାଖକୁ ଚାଲିଯାଆନ୍ତି ନି । ତୁମକୁ ଜାବୁଡି ଧରନ୍ତି ନି । ତୁମ ସଙ୍ଗେ ଜୀବନର ସେ ସୁଖକୁ ପୁରାପୁରି ଅନୁଭବ କରନ୍ତି ନି । ଅସମ୍ଭାଳ ହୋଇ ପଡିଥିଲି । ହେଲେ ତୁମର ଅନୁରୋଧ ମୁଁ ମଧ୍ୟ ଭାଙ୍ଗିବାକୁ ଅସମର୍ଥ ଥିଲି । ଦୀର୍ଘ ଚାରି ବର୍ଷର ସର୍ମ୍ପକରେ ତୁମର ଏତେ ନିବିଡ ହୋଇଯାଇଥିଲି ଯେ ନା’ ବି କରିବାକୁ ମୋ ବିବେକ ମୋତେ ବାଧା ଦେଲା ପରି ମନେ ହେଉଥିଲା । ତୁମେ କହିଲ କାଲି କଲେଜ୍ ବନ୍ଦ ଅଛି । ଦୁଇଜଣ ଯାକ ବସ୍ ରେ ପୁରୀ ଯିବା । ଜଗନ୍ନାଥ ଦର୍ଶନ କରିବା । ସମୁଦ୍ର କୂଳରେ ଜୀବନର ଚିର ସତ୍ୟକୁ କିଛିକ୍ଷଣ ଅନୁଭବ କରିବା । ଆଉ ସେଦିନ ପୁରୀର ସାଇରସ୍ ହୋଟେଲ୍ ରେ ରହିବା ଓ ତା ପରଦିନ କଲେଜ୍‌କୁ ଫେରିବା ।  କାରଣ ତା ପର ଦିନ ମଧ୍ୟ ଛୁଟି । ମୁଁ  ପ୍ରଥମରୁ ଶଙ୍କି ଗଲି । ତୁମେ କହିଥିଲ କାହିଁ ମୋ ଉପରେ କଣ ବିଶ୍ୱାସ ନାହିଁ ନା କଣ । 
   ଏକଥା ଉପରେ ମୋ ଆଖିରୁ ଦୁଇଟୋପା ଲୁହ ଗଡିପଡିଥିଲା । ତୁମେ କିଛି ନକହି ଖାଲି ଏତିକି କହିଲ କାଲି ସକାଳ ୮ଟା୩୦ରେ ମୁଁ କଲେଜ୍ ମେନ୍ ଗେଟ୍ ପାଖରେ ଠିଆ ହୋଇଥିବି । ତୁ ଆସିଲେ ଆସିବୁ ନହେଲେ ନାହିଁ । କାହିଁକି କେଜାଣି ତୁମର ସେ ତୁ ଶଦ୍ଦଟା ମୋତେ ବହୁତ ଭଲଲାଗେ । ଅତି ଆପଣାର ଲାଗେ । ସେ ତୁ ଶଦ୍ଦ ଏବେ ବି କାନ ପାଖରେ ପ୍ରତିଧ୍ୱନିତ ହେଉଛି । କେତେ ସ୍ନେହ ଥିଲା ସେ ‘ତୁ’ ରେ । କେତେ ଦରଦ ଥିଲା ସେ ପ୍ରିତୀର ଡାକରାରେ । ଫୋନ୍ ଟିକୁ ହଠାତ୍ ରଖିଦେଲ । ମନେମନେ ବିରକ୍ତ ହେଲି । ହେଲେ ରାତିଯାକ ଆଉ ନିଦହେଲାନି ତା ପରଦିନର ମିଳନର ଆକାକ୍ଷାଂରେ । ସକାଳୁ ଜଲଦ୍‌ି ଉଠିପଡି ବହୁତ ସୁନ୍ଦର ଭାବରେ ନିଜକୁ ସଜେଇଲି । ମନକୁ ମନ ପ୍ରଶ୍ନ କରୁଥାଏ ମୁଁ କିଛି ଭୁଲ୍ କରିବାକୁ ଯାଉନି ତ । ହେଲେ ମୁଁ କଣ କରିପାରିଥାନ୍ତି । ଘରେ ମୋ ବାପାଙ୍କର ମୋ ପ୍ରତି ଘୃଣା ସହିତ ମୋ ମା’ ର ମୋ ଉପରେ ଅତ୍ୟାଚାର ତୁମକୁ ଆହୁରି ବିଶ୍ୱାସ ଓ ଭରସା କରିବାକୁ ବାଧ୍ୟ କରିଥିଲା । 
   ଏକୁଟିଆ ଘର ଭିତରଟାରେ ଆଇନା ସାମନାରେ ନିଜକୁ ସମ୍ପୁର୍ଣ୍ଣ ବିବସ୍ତ୍ର କରିଦେଇଥିଲି ।  ନିଜ ଶରୀରକୁ ତନ୍ନତନ୍ନ କରି ଦେଖି ନାଲିରଙ୍ଗର ଅନ୍ତ ବସ୍ତ୍ର ପିନ୍ଧି ନାଲିରଙ୍ଗର ଟି ସାର୍ଟ  ସହିତ କଳା କଲର ଜିନ୍ ଟିଏ ପିନ୍ଧିଥିଲି । ମନରେ ଅନେକ ପ୍ରଶ୍ନ ଆଉ ଦ୍ୱିଧା ଆଜି ତୁମେ ମୋ ସହିତ କଣ କରିବ । ଆଉ କଲେଜ୍ ବ୍ୟାଗରେ ଗୋଟେ ନାଇଟ୍ ଡ୍ରେସ୍ ସହିତ ଅନ୍ୟାନ୍ୟ  ଷ୍ଟେସନାରୀ ସଂରଞ୍ଜାମ ଭର୍ତ୍ତିକରି ଚାଲିଆସିଥିଲି ଗେଟ୍ ପାଖକୁ ଠିକ୍ ୮ଟା ୧୫ରେ । ତୁମେ ଦେଖିଦେଇ ଟିକେ ହସିଦେଲ । ଦୁହେଁ ଚାଲିଲେ ବସ୍‌ଷ୍ଟାଣ୍ଡ୍ । ବସ୍‌ଷ୍ଟାଣ୍ଡ୍ ରୁ ପୁରୀ । ପୁରୀରେ ସମୁଦ୍ରକୂଳର ସେ ଅସୁମାରୀ ସ୍ମୁତିର ଅମର ବାଲିଉପରେ ଦୁଇଜଣ ଥକାମାଡି ବସି ପଡିଥିଲେ । ମୋତେ କହିଥିଲ ଗୋଡ ଲମ୍ବେଇ ବସିବାକୁ । ଆଉ ଲୋଟିଗଲ ମୋରି କୋଳରେ । ମୁଁ ଧୀରେ ଧୀରେ ଆଉଁସିଥିଲି ତୁମ ମୁଣ୍ଡକୁ । ତୁମେ ହଜିଯାଇଥିଲ ସେ କ୍ଷଣିକ ଅମୃତ ଅନୁଭୁତିର ଅମ୍ଲାନ ଐଶ୍ୱର୍ଯ୍ୟରେ । କେତେ ଭବିଷ୍ୟତର ମନଗଢା ସ୍ୱପ୍ନ ଦେଖେଇଥିଲ । ମୋତେ ତାହା ଏବେ ଭାବିଲେ ବି ନିଜକୁ ବିଶ୍ୱାସ କରିପାରୁନି । କେତେ କପଟି ଥିଲ ତୁମେ ।  କିପରି ଛଳନା ପୂର୍ଣ୍ଣଥିଲା ତୁମର ସେ ହୃଦୟ ତାହା ପ୍ରକୃତିର ଚିରନ୍ତନତାର ବି ବିପରୀତ ଧର୍ମୀ । ନିଜକୁ ଭୂଲି ଗଲି । ହଜିଗଲି ସବୁ ସୀମାରେଖାକୁ ଡେଇଁ । ତୁମ ପାଖେ ସବୁ ସମର୍ପଣ କରିବାର ଅଭିଳାଷ ବି କରିନେଲି । ଦୁହେଁ ଫେରିଲେ ଶ୍ରୀମନ୍ଦିର । ଶ୍ରୀମାହାପ୍ରସାଦ ବି ଖାଇଲେ । କାଳିଆ ଆଗରେ ହାତ ଯୋଡି ଚିରଦିନ ପାଇଁ ତୁମର ହେବାର ବି ପ୍ରାର୍ଥନା କଲି । ତୁମେ ବି ମୋ କାନ୍ଧରେ ହାତ ପକେଇ ଜଗନ୍ନାଥଙ୍କ ସାମନାରେ ଛିଡା ହୋଇଥିଲ । ୟାଠାରୁ ମୋର ଆଉ ଅଧିକ ବିଶ୍ୱାସ ବା କଣ ଲୋଡା ଥିଲା । 
   ଫେରିଥିଲେ ହୋଟେଲ୍‌କୁ । ସଞ୍ଜ ନଇଁନଇଁ ଏକ ଭୟାତୁର ମୃଦୁ ଖୁସିର କମ୍ପନ ମୋ ମନରେ ବୁଣିଦେଇ ଆସୁଥାଏ । ରୁମ୍ ନଂ ୧୦୫ ରେ ପହଞ୍ôଚଲେ । ରୁମ୍ ଟି ଥିଲା ଶୀତତାପ ନିୟନ୍ତ୍ରିତ । ଡବଲ୍ ବେଡ୍ ସହିତ ଟି.ଭି. ଓ ଇଣ୍ଟରକମ୍ ର ବ୍ୟବସ୍ଥା ଅତି ସୁନ୍ଦର ଭାବରେ ଥାଏ । ଦୁଇଜଣ ଟିଭି ଦେଖିବାକୁ ଲାଗିଲେ । ତୁମେ ଅନେକ କଥା କହିଚାଲିଲ । ଅର୍ଡର ଦେଇଥିବା ଡିନର୍ ଆସି ପହଞ୍ôଚଲା । ଦୁଇଜଣ ଖାଇଦେଲେ । ତା ପରେ ବେଡ୍ ଉପରେ ଶୋଇବାକୁ ଗଲେ । ସେତେବେଳ ଯାଏ ମୋର ବିଶ୍ୱାସ ତୁମ ଉପରେ ଅତୁଟ ଥାଏ ।
   କାହିଁକି କେଜାଣି ତୁମେ ଜିଦ୍ କଲ ମୋ ଶରିରକୁ ଦେଖିବା ପାଇଁ । ମୁଁ କହିଲି ଦେଖୁନ । ମୁଁ ତ ତୁମ ସାମନାରେ । ନାଁ ନାଁ ସେମିତି ନୁହେଁ । ମୁଁ ତୁମ ଶରୀରର ସବୁ ଅଶଂକୁ ଦେଖିବାକୁ ଚାହେଁ । ମୁଁ ଚମକି ପଡି ଲାଜେଇ ଗଲି । ମୁଁ କହିଲି ଏ କ’ଣ କହୁଚ । ତୁମେ ମୁହଁ ଫଁ କରି କହିଲ ଯଦି ଇଚ୍ଛା ଅଛି ତେବେ ଦେଖାଅ ନହେଲେ ନାହିଁ । ଏହା କହି ରାଗିକରି ମୁହଁ ଘୋଡି ହୋଇ ଶୋଇପଡିଲ । ମୁଁ ସେ ରାଗକୁ ତୁମର ସମ୍ଭାଳି ପାରିଲିନି । ତୁମକୁ ଜାବୁଡି ଧରି ଗେଲ କରିବସିଲି । ମୁହଁ ତଳକୁ କରି କହିଲି ତୁମର ଯାହା କରିବାର ଅଛି କର । ସେ କଥା ମନେ ପଡିଲେ ଏବେ ବି ଛାତିଟା ଧକ୍‌ଧକ୍ ହୋଇଉଠୁଛି । ତୁମେ ପ୍ରଥମେ ମୋ ଟି ସର୍ଟର ବଟନ୍ ଖୋଲିବାକୁ ଲାଗିଲ । ମୁଁ ନିଜକୁ ଅବ୍ୟବସ୍ଥିତ ମନେକଲି । ତୁମେ ତା ପରେ ମୋର ଟିସର୍ଟ ଟିକୁ ସମ୍ପୂର୍ଣ୍ଣ କାଢିଦେଲ । ମୁଁ ଆଉ ତୁମକୁ ଚାହିଁପାରୁ ନଥାଏ । 
   ତାପରେ ମୋତେ ତୁମେ ଏକ ଅଜଣା ରାଇଜକୁ ନେଇଗଲ ଯେଉଁ ରାଇଜ କି ସମସ୍ତ ନାରୀଙ୍କ ଜୀବନର ଅନୁଚାରିତ ସ୍ୱପ୍ନ । ମୁଁ ହଜିଗଲି ତୁମ ଶରୀରର ସେ ମହାକର୍ଷଣରେ । ହେଲେ ସବୁ କିଛି ସରିଗଲା ପରେ ସମ୍ଭାଳି ପାରିଲିନି ନିଜ ଲୁହକୁ । କୋହ ଉଠିଲା । ନିଜ ନଜରରେ ପୁରାପୁରି ଖସିଗଲା ପରି ମନେ ହେଲା । ଲାଗିଥିଲା ମୋ ମନ କଢୀର ପାଖୁଡା ମେଲିବା ପୂର୍ବରୁ ମୁଁ ଆଜି ନିଜକୁ ଦଳିଦେଲି । ମୋ ସତୀତ୍ୱର ପାଶ୍ୱର୍ବନ୍ଧକୁ ତାଡି ମୁଁ ନିଜେ ଫୋପାଡି ଦେଲି । କେତେ ଯେ ବୁଝେଇଥିଲ ମୋତେ । ଲୁହ ପୋଛି ପକାଇ କୁଣ୍ଢାଇ ଧରିଥିଲ ମୋତେ । ଏମିତିକାରେ ସେଦିନ ରାତି ପାହିଯାଇଥିଲା । ହୋଟେଲ୍ ରେ ବ୍ରେକ୍‌ଫାଷ୍ଟ ସାରି ଫେରିଥିଲେ ଭୂବନେଶ୍ୱର କଲେଜ୍‌କୁ । ସେହିଦିନ ଠାରୁ ମୁଁ କିନ୍ତୁ ସେ ଅନୁଭୂତିକୁ ଜମା ପାସୋରି ପାରୁନଥାଏ । ଅହେତୁକ ଅଭୀପସା୍ ତୁମ ସଙ୍ଗେ ସଙ୍ଗେ ରହିବାପାଇଁ ସବୁବେଳେ ଏକ ବିସ୍ମରଣ ରାଇଜରେ ନିଜକୁ ଖୋଜିଖୋଜି । ରାତିପାହି ଆସିଲାଣି । ଆଉ ଯାହା ବାକିରହିଲା ଆର ଚିଠିରେ ଲେଖିଦେବି । ଚାଇଁକିନା ମେଘାର ନିଦ ଭାଙ୍ଗିଯାଇଛି । ସେ ବୁଝିପାରିନି କି ସ୍ୱପ୍ନ ସିଏ ଦେଖୁଥିଲା । ପୁଣି କରମାଡି ଶୋଇଯାଇଛି । ରାତିର ବୁକୁଚିରି ଟ୍ରେନ୍ ଟି ସକାଳ ମୁହାଁ ହୋଇ ସେମିତି ଦୈାଡିବାରେ ଲାଗିଛି । ସମୟ ବା କାହିଁକି ରାତିକୁ  ଅଧିକ ସମୟ ତାର ପୂର୍ବନିର୍ଦ୍ଧାରିତ ସମୟ ସୀମାଠାରୁ ରହିବାକୁ ଦବ? ତେଣୁ ରାତିକୁ ମଧ୍ୟ ତାର ଅନନ୍ତ ଗର୍ଭରେ ଧୀରେଧୀରେ ସମାହିତ କରି ସକାଳର ଆଗମନକୁ ଆମନ୍ତ୍ରଣ  କରିଛି ।
   ମାଳିନୀ ଗାଁର ବୋହୁ । ଏହି ପାଞ୍ଚ ବର୍ଷ ହେବ ତାର ବାହାଘର ହୋଇଛି । ତାର ପରିବାର ଗୋଟିଏ ସୁନ୍ଦର ସଂସାର । ପରିବାରରେ ତାର ସ୍ୱାମୀ ଓ ପୁଅ ଏବଂ ତାଙ୍କ ସହିତ ତା ଶ୍ୱଶୁର ।  ତା ସ୍ୱାମୀ ସତରେ ତାର ମନଲାଖି ଦେବତା ଟିଏ । ଶ୍ୱଶୁର ମଧ୍ୟ ନିଜ ବାପାଙ୍କ ଠାରୁ  ବି କମ୍ ନୁହେଁ । ପ୍ରତିଦିନ ରାତି ପାଞ୍ଚଟାରୁ ଉଠିବା ତାର ଅଭ୍ୟାସ । ଉଠୁ ଉଠୁ ମୁହଁଟି ଧୋଇ ଆଗ ତାଙ୍କ ଗାଁ ଦାଣ୍ଡର ଫୁଲ ଗଛରୁ ଫୁଲ ତୋଳି ନିଜ ଘର ଠାକୁରଙ୍କ ପାଇଁ ଆଣିବା । ତା ପରେ  ଘର ଓଳିଆ ଓଳି ଓ ଗାଧୁଆ ପାଧୁଆ । ପୁଅ ଗାଁ ପାଖ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିବାରୁ ତାର ସବୁଦିନ ସକାଳ ସାତଟାରେ କ୍ଲାସ୍ । ତେଣୁ ପ୍ରତିଦିନ ସକାଳ ଛଅଟାରେ ଆସି ଗାଡି ପହଞ୍ôଚଯାଏ ତାକୁ ନେବାକୁ । ରାତି ୫ ଟା ୩୦ରୁ ତାର ପୁଅକୁ ଖୁଆଇ ପିଆଇ ସ୍କୁଲ ଡ୍ରେସ୍ ପିନ୍ଧାଇ ନିଜେ ନେଇ ଛଅଟାରେ ଗାଡିରେ ବସେଇ ଦେଇ ଆସେ । ତାପରେ ଘରକାମ । ତା’ର ଜୀବନ ଶୈଳୀ ଦେଖିଲେ ସେ ଗୋଟିଏ କର୍ମଯୋଗୀ । ସବୁବେଳେ କର୍ମ ଚଞ୍ଚଳ । ପରିଷ୍କାର ପରିଛନ୍ନ ତାର ନିଷ୍ଠା । ଗାଁରେ ରହୁଥିଲେ ବି ତାର ଘର ସହର ଘର ଭଳି ଦେଖାଯାଏ । ସେଇଥି ପାଇଁ ଟ୍ରେନ୍‌ରେ ମଧ୍ୟ ଭୋର ପାଞ୍ଚଟାରୁ ସେ ଉଠିପଡି ନିଜ ବର୍ଥ୍‌ରେ ବସିଛି । 
   ଜୀବନ ପ୍ରତି ବିତସ୍ପୃହାରେ ଆଜିଯେଉଁ ଅପରିଣାମଦର୍ଶୀ ଦୂରଯାତ୍ରାର ଯାତ୍ରୀ ସାଜିଛି ମେଘା, ତାର ଯେ ପରିଣାମ କଣ ସେ ଆଦ୍ୟୈ ଜାଣିନି । ଏହି ଟ୍ରେନ୍‌ଯାତ୍ରା ପୂର୍ବରୁ ଜୀବନରେ ସେ ମାତ୍ର ଦୁଇଥର ଟ୍ରେନ୍ ରେ ବସିବାର ସୁଯୋଗ ପାଇଥିଲା ଯେତେବେଳେ କି ତାର ବୋଉଥିଲା । ସେ ପୁଣି ମାତ୍ର ଭୂବନେଶ୍ୱରରୁ ନନ୍ଦନକାନନ । ଆଜି ସେ ଯାତ୍ରା କରୁଛି ଏକାଥରକେ ୧୮୦୦ କି.ମି. ପୁଣି ଏକା । ପୂର୍ବଦିନର ଯନ୍ତ୍ରଣା ଓ ଯାତ୍ରାର ଅନିଶ୍ଚିତତାର କଷ୍ଟ ତା ଆଖିରେ ରାତିରେ ସ୍ୱପ୍ନ ସହିତ ଟିକେ ନିଦ ଭରିଦେଇଥାଏ । ହେଲେ ତାର ମଧ୍ୟ ସେଇ ରାତି ପାଞ୍ଚଟାରୁ ଉଠିବାଟା ତା ବୋଉ ତାକୁ ଶିଖେଇ ଦେଇ ଯାଇଛି । ବିଜିନେସ୍ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ତାର ଆଚାର ବ୍ୟବହାର ସେତେ ବ୍ୟସ୍ତ ନୁହେଁ । ଆଧୁନିକ ସଭ୍ୟତାର ସମସ୍ତ ଚାକଚକ୍ୟର ସରଞ୍ଜାମ ତା ଘରେ ଥିଲେ ମଧ୍ୟ ତାର ଜୀବନ ଶୈଳୀରେ  ସେମାନଙ୍କର ପ୍ରଭାବ ଅତି ନୂନ୍ୟ । 
   ଯୁଗପଯୋଗୀ ହେଉ ଅବା ତାର ଜନ୍ମଗତ ତାର ସବୁଠାରୁ ଗୋଟିଏ ନିଆରା ଗୁଣ ହେଉଛି ସମସ୍ତଙ୍କ ସାଙ୍ଗରେ ବହୁତ ଜଲଦି ମିଶିଯିବା । ସମସ୍ତଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିନେବ । ହେଲେ ଏହି ଗୁଣଟି ତାର ସାବତ ମା’ ପାଇଁ ଥିଲା ସବୁଠାରୁ ଖରାପ । ତା ନଜରରେ ଏହା ଏକ ଘୃଣାକାମ । ଏହି ଗୁଣ ପାଇଁ ତାର ସାବତ ମା’ ତାକୁ ଘୃଣା କରିବା ଆରମ୍ଭ କରିଥିଲା । 


*****

ଦୁଇ


   ଭୋର୍ ପାଞ୍ଚଟାରୁ ମେଘାର ନିଦ ଭାଙ୍ଗି ଯାଇଛି । ତରତରରେ ନିଜ ବର୍ଥ୍‌ରୁ ଓହ୍ଲାଇପଡି ତଳେ ଛିଡା ହୋଇ ଦେଖିଲା ବେଳକୁ ମାଳିନୀ ମଧ୍ୟ ଉଠିକରି ବସି ରହିଛି ।
   ଆରେ ମାଳିନୀ ଦିଦି । ତୁମେ ଉଠିଗଲଣି ।  ହଁ । ମାଳିନୀ ଉତ୍ତର ଦେଇଛି ।  ହଉ ଆସ ମୁହଁ ଧୋଇ ଫ୍ରେସ୍ ହୋଇ ଆସିବା । ଦୁଇଜଣ ଯାକ ଶୈାଚାଳୟ କୁ ଯାଇ ଫ୍ରେସ୍ ହୋଇ ଆସିଛନ୍ତି । ସେତେବଳକୁ ନୀଳ ଆକାଶ ଏକ ସୁନେଲି ରଙ୍ଗର ଚାଦରରେ ପ୍ରାୟ ଘୋଡି ହୋଇ ସାରିଲାଣି । ପୂର୍ବ ଆକାଶରେ ନୂଆ ବୋହୁ ମୁଣ୍ଡରେ ସୁନ୍ଦର ଟୋପାଟିଏ ପରି ସୂର୍ଯ୍ୟ ଦେଖା ଯାଉଥାନ୍ତି । ଧୀରେଧୀରେ ଟ୍ରେନ୍ ର ଝରକା ଦେଇ ନାଲି ରଶ୍ମି ଗୁଛ ଗୁଡିକ କ୍ୟାଭିନ୍ ଭିତରକୁ ପ୍ରବେଶ କଲେଣି । ବାହାର ଦୁନିଆର ହରାଭରା ପୃଥିବୀ ମା’ ର ଶୀତଳ ଶରୀରର ସେ ଅପୁର୍ବ ସୁନ୍ଦରତା କୁ କେବଳ ସେ ସମୟର ଅନୁଭବି ହିଁ ଅନୁଭବ କରିପାରିବ, ଆଉ କେହିନୁହେଁ । 
   ଅନ୍ୟ ସମସ୍ତେ ଉଠିପଡିଲେଣି । ଟ୍ରେନ୍‌ର ବଗିଟି ଚଳଚଞ୍ଚଳ ହୋଇ ଉଠିଲାଣି । ବଗି ଭିତରେ ଚା ବାଲା, ଜଳଖିଆ ବାଲା, ପଇଁତରା ମାରିଲେଣି । ମାଳିନୀର ସମସ୍ତ ସହଯାତ୍ରୀ ମାନେ ଉଠି ଫ୍ରେସ୍ ହୋଇସାରିଲେଣି । ସେତେବେଳକୁ ସମୟ ଆଠଟା । ମେଘା ବଗି ଭିତରେ ବୁଲୁଥିବା ଚା ବାଲାକୁ ଡାକି ସମସ୍ତ ଆଠଜଣଙ୍କ ପାଇଁ  ଚା ମଗେଇଲା । ସମସ୍ତେ ଚା’  ଓ ନିଜ ପାଖରେ ଘରୁ ଆଣିଥିବା ଜଳଖିଆକୁ ଖାଇବାକୁ ଆରମ୍ଭ କରିେଦେଲେ । ମେଘା ବିସ୍କୁଟ୍ ବାଲାଠାରୁ ବିସ୍କୁଟ କିଣି ଖାଇଲା । ମାଳିନୀ ତାର ଜଳଖିଆ କାଢି ମେଘାକୁ ଦେଲା । ଦୁହେଁ ସାଙ୍ଗହୋଇ ଜଳଖିଆ ଖାଇଲେ । ୟାରି ଭିତରେ ମାଳିନୀ ପଚାରିବାକୁ ଲାଗିଛି । ମେଘା ମାଡାମ୍ ,  ତୁମେ ଦିଲ୍ଲୀରେ କେଉଁଠାରେ  ରହିବ ।
ମେଘା- ଜାଣିନି ।
ମାଳିନୀ- ମାନେ?
ମେଘା– କେଉଁ ଲଜ୍ କିମ୍ବା ହୋଟେଲ୍‌ରେ ଭଡା ନେଇ ରହିବି । ମୋର ଇଣ୍ଟରଭିଉ ଆସନ୍ତା ବୁଧବାର ଦିନ । ତେଣୁ ସେହିଅନୁସାରରେ ଦେଖି ସୁବିଧା କରିବି । 
ମାଳିନୀ- ଯଦିି ତୁମେ  କିଛି ଖରାପ ନଭାବିବ ମୁଁ ଗୋଟେ କଥା କହିବି ।
ମେଘା- କହୁନ ଏଥିରେ ଖରାପ ଭାବିବାର କଣ ଅଛି ।
ମାଳିନୀ- ତୁମେ ଆମ ପାଖରେ ଆମ ସାଥୀରେ ରହିଗଲେ କେମିତି ହୁଅନ୍ତା । ଅନ୍ୟ ସମସ୍ତ ସାତଜଣ ମଧ୍ୟ ମାଳିନୀ କଥାରେ ପାଳି ଧରିଲେ । କହିବାକୁ ଲାଗିଲେ, ହଁ, ମେଘା ମାଡାମ, ତୁମେ ଆମ ସାଥିରେ ରହୁନ । ଅସୁବିଧା କଣ । ମେଘା ମନେମନେ ଭଗବାନଙ୍କୁ କିପରି ଧନ୍ୟବାଦ ଦେବ ଭାବି ପାରୁନଥାଏ । ତାଙ୍କୁ ସମସ୍ତଙ୍କୁ ଅନେଇ ଭାବୁଥାଏ  ସତରେ ଏ ଗାଁର ଲୋକମାନେ କେତେ ସରଳ । ଏମାନଙ୍କର ହୃଦୟ କେତେପରିଷ୍କାର । କେତେ ଯେ ଏମାନେ ସ୍ନେହୀ । ସେ ଆତ୍ମହରା ହୋଇ କହିଲା ନିଶ୍ଚୟ ରହିବ । ଏହାଠାରୁ ଆଉ କଣ ଭଲ କଥା ହୋଇପାରେ ।
   ସେ ପଟେ ମାଳିନୀ ଓ ତାର ସହଯାତ୍ରୀ ମାନେ ଗାଁରୁ ଆସିଥିବାରୁ ଦିଲ୍ଲୀ ଭଳି ସହରରେ ନିଜକୁ ଟିକେ ଦୁର୍ବଳ ମନେ କରିବେ । ତେଣୁ ମେଘା ଭଳି ଜଣେ ଶିକ୍ଷିତ ଝିଅ ତାଙ୍କ ସାଙ୍ଗରେ ରହିଲେ ସେମାନେ ନିଶ୍ଚୟ ଖୁସି ଅନୁଭବ କରିବେ । ସକାଳର ଜଳଖିଆ ଖାଇସାରି ସମସ୍ତେ  ବସି କଥାବାର୍ତ୍ତା ହେଉଥାନ୍ତି । ମେଘାର କାହିଁ ଇଛା ହେଲା ଟିକେ ଝରକା ପାଖରେ ବସି ବାହାର ଦୃଶ୍ୟକୁ ଦେଖିବ । ତେଣୁ ସେ ଝରକା ପାଖରେ ବସିଥିବା ମହିଳାଙ୍କୁ ଅନୁରୋଧ କରିଛି । ସେ ମହିଳା ଜଣକ ତାକୁ ସେ ଯାଗା ଛାଡିଦେଇଛି । ମେଘା ଝରକା ରେ ମୁହଁ ଲଗେଇ ବାହାରର ସବୁଜ ବନାନୀ, ବିଲ ପ୍ରାନ୍ତରକୁ ଦେଖି ସେ ମନେମନେ ତାର ସବୁ ଦୁଃଖ କଷ୍ଟକୁ ଭୂଲିବାକୁ ଚେଷ୍ଟା କରୁଥାଏ । 
   ଟ୍ରେନ୍ ର ବେଗ ଟିକେ ଧିମେଇ ଯାଇଛି । ହଠାତ୍ ଦେଖିଲା ଗୋଟିଏ ଖେଳପଡିଆରେ ଛୋଟଛୋଟ ଗୋଟିଏ ପୁଅ ଓ ଝିଅ ସାଙ୍ଗ ହୋଇ ଖୁଣ୍ଟେଇ ଖେଳୁଛନ୍ତି । ତାର ପିଲାଦିନ କଥା ମନେ ପଡିଯାଇଛି । ବାପା, ମା’ ଓ ସେ ପ୍ରତି ବର୍ଷ ଗ୍ରୀଷ୍ମ ଛୁଟିରେ ତାଙ୍କର ଗାଁ  ଘରକୁ ଏକମାସ ପାଇଁ ଭୂବନେଶ୍ୱରରୁ ଛୁଟି କଟେଇବା ପାଇଁ ଯାଆନ୍ତି । ତାଙ୍କ ଗାଁ ଜଗତସିଂହଁପୁର ତହସିଲରେ ଆନନ୍ଦପୁର ଅଟେ । ଗାଁ ଟି ବହୁତ ସୁନ୍ଦର । ଗାଁ ମୁଣ୍ଡରେ କିଛି ଦୂରରେ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ବଡ ସ୍କୁଲ ଅଛି ଓ ତା ପାଖରେ କଲେଜ୍‌ଟିଏ ମଧ୍ୟଅଛି । ସ୍କୁଲ୍ ଓ କଲେଜ୍‌ର ଦୁଇଟି ବଡବଡ ଖେଳପଡିଆ ମଧ୍ୟ ଅଛି । ପିଲା ଦିନେ ଗାଁକୁ ଗଲେ ତା’ ଦାଦା ପୁଅ ଆଦିତ୍ୟ ସହିତ ସେ ସେହି ଖେଳପଡିଆରେ ଏମିତି ଖୁଣ୍ଟେଇ ଖେଳ ଖେଳେ । ତା’ ବାପା ତାକୁ କେତେ ଭଲ ପାଉଥିଲେ ତା’ର ହିସାବ ମଧ୍ୟ ସେ ଚାହିଁଲେ ଏବେ କଷି ପାରିବନି ।
   ତାର ମନେପଡୁଛି ସେ ନଖାଇଲା ପର୍ଯ୍ୟନ୍ତ ତା ବାପା ମଧ୍ୟ ଖାଆନ୍ତିିନି । ସେ ଯାହା ଅଳି କରିଛି ତାର ବାପା ତାକୁ ଯେମିତି ହେଲେ ସେ ଜିନିଷ ଆଣିକରି ଦେଇଛନ୍ତି । ଏମିତି ଦିନେ ଆଦିତ୍ୟ ଭାଇ ସହିତ ଖୁଣ୍ଟେଇ ଖେଳୁଖେଳୁ ତାର ଗୋଡ ହଠାତ୍ ମୋଡି ହୋଇଗଲା । ସେ ଯୋରରେ କାନ୍ଦିବାକୁ ଲାଗିଲା । ଆଦିତ୍ୟ ଭାଇ ଭୟରେ କାହାକୁ କିଛି ନକହି ସ୍କୁଲ୍ ଭିତରେ ଥିବା ରୋଷଘର ପଛପଟେ ଲୁଚିଗଲା । ମୋ କାନ୍ଦଣା ଶୁଣି ବାହାର ଲୋକ ଚାଲି ଆସିଲେ ।  ମୋ ବାପା ଖବର ପାଇ ସାଙ୍ଗେ ସାଙ୍ଗେ ଗାଡି ଧରି ପଳେଇ ଆସିଲେ । ମୋତେ ଦେଖି ବାପା ଭୟରେ ଅଧିର ହୋଇପଡି ମୋତେ ଜାକିଜୁକି ଧରି କାନ୍ଦି ପକେଇଲେ । ତା ପରେ ମୋତେ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖେଇ ଔଷଧ ଆଣି ଆସିଲେ । ସେ ଦିନ ଏତେ ମନଦୁଃଖ ତାଙ୍କର ହେଲା ଯେ ସେ ଆଉ କିଛି ଖାଇଲେ ନାହିଁ । ହେଲେ ଆଜି ସେ ସ୍ନେହ କୁଆଡେ ଚାଲିଗଲା । ତାର ମା’ ମରିଗଲା ବୋଲି କଣ ସେ ମୋ ପ୍ରତି ଥିବା ତାଙ୍କର ସବୁ ସ୍ନେହ ମମତାକୁ ମା’ର ଯୁଇରେ ପୋଡି ଦେଲେ ନା କଣ । ମୁଁ ତ ତାଙ୍କୁ ଦୁଃଖଦେଲା ଭଳି କିଛି କାମ କରିନି । ହେଲେ ମୋତେ ସ୍ନେହ ଦେବେ କଣ ମୋ ମୁହଁ  ବି ଦେଖିବାକୁ ସେ ଆଉ ଆଦୈା ଚାହୁଁ ନାହାନ୍ତି । ଏ ନୂଆ ମା’ ଟା କଣ ତାଙ୍କର ମନକୁ ଏମିତି ପରିବର୍ତ୍ତନ  କରିଦେଲା ଯେ ସେ ସମ୍ପୁର୍ଣ୍ଣରୁପେ ମୋତେ ଘୃଣା କରିବାକୁ ଲାଗିଲେ । ନା ଏ ପୁରୁଷ ଯାତିଟା ହେଉଛି ସେଇଆ । ଏମାନେ ସମସ୍ତେ ସ୍ୱାର୍ଥପର ।  ଦୟା, ମାୟା, ମମତା, ସ୍ନେହ, ପ୍ରୀତି ଏମାନଙ୍କ ପାଇଁ କ୍ଷଣୀକ ଓ କିଣାବିକାର ଦୃଶ୍ୟ । ସେ ଏ ପୁରୁଷ ଜାତିକୁ ଏତେ ଘୃଣା କରେ ଯେ ସଂସାରରେ ପୁରୁଷ ଭଳି ଆଉ ଅସୂୟା ବସ୍ତୁ ତା ଜୀବନରେ ନାହିଁ ।
   ଯେବେଠାରୁ ତା ମା’ ତାକୁ ଛାଡି ଆରପାରିକୁ ଚାଲିଯାଇଛି ଆଉ ତା ବାପାର ତା ପାଇଁ ତା ପ୍ରତି ଘୃଣା ମନୋଭାବ ତାକୁ ଜୀବନର ଏକ ଭିନ୍ନ ଛକରେ ନେଇ ଛିଡା କରି ଦେଇଛି । ସେ ସବୁଠି କେବଳ ପୁରୁଷର କଦର୍ଯ୍ୟ ରୂପ ଓ ବ୍ୟବହାରକୁ ହିଁ ଦେଖିଛି ଓ ତାକୁ ନିରୀକ୍ଷଣ କରିଛି । ପୁରୁଷ ଜାତିର ଏ ନାରୀ ପ୍ରତି ଥିବା ଦୃଷ୍ଟିଭଙ୍ଗୀ, ଦୃଷ୍ଟିକୋଣ ଓ ବ୍ୟବହାରକୁ ସେ ମନେମନେ ତର୍ଜମା କରିଛି । ଆଉ ପ୍ରତ୍ୟେକ ଅନୁଶୀଳନରୁ ସେ ପାଇଛି ଏ ପୁରୁଷ ଜାତିର ନାରୀଜାତି ପ୍ରତି ଅମାନବୀୟ ବ୍ୟବହାର । ତା ଜୀବନରେ ପୁରୁଷ ମାନଙ୍କର ଏପରି ଆଚରଣ ତାର ଜୀବନ ସପନକୁ ଛିନ୍‌ଛତର କରିଦେଇଛି । ପ୍ରତ୍ୟେକଦିନ ଖବର କାଗଜରେ ହେଉ ଅବା କୈାଣସି ପତ୍ରପତ୍ରିକାରେ ସେ କେବଳ ପୁରୁଷମାନଙ୍କର ଅମାନବୀୟ କାର୍ଯ୍ୟକଳାପକୁ ନିରିକ୍ଷେଇ ଦେଖିଛି । ଆଉ ଏ ପୁରୁଷ ଜାତିପ୍ରତି ତାର ଆତ୍ମାରୁ ଏକ ଘୃଣା ସ୍ୱଭାବ ଜନ୍ମନେଇଛି । ଜୀବନର ଅମୂଲ୍ୟ କ୍ଷଣରେ ପୁରୁଷଙ୍କଠାରୁ ସେ ପାଇଛି ଧୋକା ଆଉ ଦୁଃଖ । ତେଣୁ ସେ ନିଜର ଭାବାବେଗକୁ ଆୟତ୍ତରେ ରଖିପାରିନି ।
   କେଉଁଠି ଦେଖିଛି ରକ୍ତଦେଇ ଲାଳନପାଳନ କରିଥିବା ବୃଦ୍ଧବାପାମାଆଙ୍କର ଏକୁଟିଆ ଜୀବନର ଦୁର୍ଦ୍ଦଶା ଓ ତେଣେ ଜନ୍ମିତ ସନ୍ତାନ ବଡହୋଇ ନିଜ ଗୋଡରେ ଛିଡା ହେଲା ପରେ ନିଜ ସ୍ତ୍ରୀ ସାଙ୍ଗରେ ଅନ୍ୟତ୍ର ସୁଖ ସଂସାର । ବିବାହର ପୂର୍ବରୁ ପ୍ରାୟ ସବୁ ପୁରୁଷ ନିଜ ବାପାମାଅଙ୍କର ଅନୁଗତ୍ୟ ଥାନ୍ତି ଓ ସେମାନଙ୍କର ସେବା ଯତ୍ନ କରନ୍ତି ହେଲେ ଯେମିତି କୈାଣସି ନାରୀ ସହିତ ଛନ୍ଦି ହୋଇଗଲେ ସେ ନାରୀର ଶରୀର ନା ତା ମନର କି ଆକର୍ଷଣ କେଜାଣି ଏମାନେ ସମସ୍ତେ ହରେଇ ବସନ୍ତି ନିଜର ପୁରୁଷ ପଣିଆ । ଗୋଟାପଣେ ନିଜ ସ୍ତ୍ରୀର ହୋଇଯାଆନ୍ତି । ପିତାମାତାଙ୍କୁ ଆଡ ଆଖିରେ ବି ଚାହାଁନ୍ତିନି । ଯେଉଁମାନେ ଜୀବନର ପ୍ରାୟ ଅମୂଲ୍ୟ ଅର୍ଦ୍ଧେକ ଦିନ ସେମାନଙ୍କର ସବୁକିଛି ଦେଇ ତାକୁ ଆଜି ଏତେବାଟ ଆଣିଛନ୍ତି ଭୂଲିଯାଏ ସେ ନାରୀର ଶରୀରର ଆକର୍ଷଣରେ । ଭୂଲିଯାଏ ତାକୁ ଯିଏ ତା ଜୀବନର ପ୍ରତିଟି ଯନ୍ତ୍ରଣା ରେ ତା ପାଖରେ ଥିଲା ତା’ର ମା’ କୁ । ଭୂଲିଯାଏ ତାକୁ ଯେଉଁ ବାପା ଦିନେ ଦୁନିଆରେ ତାକୁ ଜିତେଇବା ପାଇଁ ନିଜର ସବୁକିଛି ହରେଇ ବସିଥିଲା । କି ଘୃଣ୍ୟ ଏମାନଙ୍କର ଚରିତ୍ର । ଏ ନାରୀ ଦେହର ଆକର୍ଷଣର ଦହନରେ ଭୂଲିଯାଆନ୍ତି ସେ ମା’କୋଳର ଶୀତଳତା, ମା’ କଥାର ମଧୁରତା, ମା’ ପ୍ରୀତିର ପବିତ୍ରତା, ମା’ ର ସେ ପ୍ରତିଦିନ ପୂଜା ଆଉ ପ୍ରାର୍ଥନାକୁ ଯାହାଥିଲା କେବଳ ତାଙ୍କରି ମଙ୍ଗଳ ପାଇଁ । ଆଜି ବାର୍ଦ୍ଧକ୍ୟରେ ସେମାନେ ନିସଙ୍ଗଃ ଓ ନିଆଶୀ । ଧିକ୍ ଏଭଳି ପୁରୁଷ ମାନଙ୍କର ଜୀବନକୁ । ଏମିତି ଅନେକ କଥା ତା ମନକୁ ଆନ୍ଦୋଳିତ କରି ଚାଲିଛି । 
   ଏ ପୁରୁଷ ମାନଙ୍କର ଅସଲି ରୂପ ଚିହ୍ନିବାଟା ଜମା ସହଜ ନୁହେଁ । ସମାଜରେ ପଇସା ବାଲା ବୋଲାଉଥିବା ଅନେକ ଲୋକ ଉପରକୁ ଭାରି ଧୋବ ଫରଫର ଦେଖାଯାଆନ୍ତି । ଭିତରେ ସେମାନଙ୍କର କେତେ ଯେ କଳା କାରନାମା ତାହାର ହିସାବ କିଏ ବା କରିପାରିବ । ନିଜର ଶାରିରୀକ ବାସନାକୁ ମେଣ୍ଟାଇବା ପାଇଂ ଏମାନେ ଏତେ ତଳକୁ ଖସି ଯାଆନ୍ତି ଯାହା କଳ୍ପନା କରିବା ପୁରାପୂରି ଅସମ୍ଭବ । ସେ ନିଜେ ଦେଖିଛି ତାରି ସହରର ଗାନ୍ଧି ଛକରେ ଗୋଟିଏ ଭିନ୍ନକ୍ଷମ ଝିଅଟିଏ ଭିକ୍ଷାକରି ସେହି ଛକରେ ହିଁ ସେ ନିଜ ଜୀବନ ବିତଉଥାଏ । ସମସ୍ତେ ତାକୁ ପାଗେଳି ବୋଲି କୁହନ୍ତି କାହିଁକିନା ସେ କିଛି ଜାଣିପାରେନି ଓ ସେ ଘୁଙ୍ଗି । ଜନ୍ମରୁ କୋଉ ମା’ ତାକୁ କୋଉଠି ଛାଡି ଦେଇଥିଲା କେଜାଣି? ଅବୈଧ ସନ୍ତାନର ସାର୍ଟିଫିକେଟ୍ ଧରି ସମାଜରେ ଆଜି ବୁଲୁଛି ସିଏ । ଭାଷା ନାହିଁ ସେ ପୁରୁଷ ପାଇଁ ଯାହାପାଇଁ ଆଜି ଏ ପାଗେଲି ଦୁନିଆ ଆଖିରେ ଏକ ଅସ୍ପଷ୍ଟା ଚରିତ୍ର । ଜନ୍ମରୁ ଭିନ୍ନକ୍ଷମର ଆଖ୍ୟା । ଗୋଟିଏ ଗୋଡ ବାଙ୍କ ଥିବାରୁ ଚାଲି ମଧ୍ୟ ତାର ସିଧାନୁହେଁ ଆଉ ପୁଣି ଘୁଙ୍ଗି । 
   ହେଲେ ଯେତେବେଳେ ତାକୁ ପାଖାପାଖି ୧୪ ବର୍ଷ ହୋଇଥିଲା ସେତିକି ବେଳେ କେଜାଣି କୋଉ ଅଜଣା ଇଲାକାରୁ ଏ ଗାନ୍ଧିଛକରେ ଆସି ବୁଲିବାରେ ଲାଗିଥିଲା । ଗାନ୍ଧିଛକର ସବୁ ପୁରୁଷଙ୍କ ନଜର ତାରି ଉପରେ । ଯେଉଁ ଦୋକାନୀ କୁ ସେ ପଇସା ମାଗିବାକୁ ଯାଏ ପଇସା ତ ଦିଅନ୍ତି ହେଲେ କଥାରେ କଥାରେ କେତେ ଅକୁହା କଥା ତାକୁ କହିଯାଆନ୍ତି । ହେଲେ କେତେବେଳେ କୋଉଠି ଏମିତି କାମ ତା ସାଙ୍ଗରେ ଘଟିଚାଲେ ପ୍ରତିବର୍ଷ ସେ ଥରେ ହୁଏ ଅନ୍ତସତ୍ତ୍ୱା । ପିଲାକୁ ଧରି ସେ ତିନି ଚାରି ମାସର ହେବା ଆଗରୁ ସେହି ଧୋବ ଫରଫର ମଣିଷଙ୍କ ଭିତରୁ ତାକୁ ନିଜ ସାଙ୍ଗରେ ନେଇ କୋଉ ନର୍ସିଙ୍ଗ୍ ହୋମ୍ ରେ ତାର ଗର୍ଭପାତ କରେଇ ଆସନ୍ତି । ବିଚାରିର ବାକ୍ ଶକ୍ତି ନଥିବାରୁ ସେ କିଛି ବୋଧହୁଏ ପ୍ରକାଶ କରିପାରେନି କିମ୍ବା ତାର ବଞ୍ôଚରହିବା ପାଇଁ ଏ ସବୁ ଅଭ୍ୟାସରେ ପରିଣତ ହୋଇଗଲାଣି, ଏ କଥା ମୁଁ ବି ଆଜି ପର୍ଯ୍ୟନ୍ତ ଜାଣିପାରିଲିନି । ଥରେ ମୋର ଗାନ୍ଧିଛକରେ ରହିଥିବା ଜଣେ ସାଙ୍ଗର ବଡଭଉଣୀକୁ କାହିଁକି ତାରି ବିଷୟରେ ପଚାରି ବସିଲି ଜାଣିନି । ହେଲେ ପଚାରିଲି ଏମିତି ଅବସ୍ଥା ସେ ପାଗେଳିର କରୁଛି କିଏ । 
   ସେତ ବିବାହିତା । ସେ କହିଲେ ତାଙ୍କ ସ୍ୱାମୀ ତାକୁ ସବୁ କଥା କୁଆଡେ ଥରେ କହୁଥିଲେ । କହୁଥିଲେ ପ୍ରାୟ ପ୍ରତିଦିନ ରାତିର ନିର୍ଜନତାରେ ତିନି ଚାରି ଜଣ ନାମିଦାମୀ ଲୋକ ମଦପିଇ ଆସନ୍ତି । ପାଗେଳିକୁ ସେହି ପାଖରେ ଥିବା ଶୈଚାଳୟରେ ଭଲଭାବରେ ସାବୁନ ଲଗେଇ ଗାଧୋଇବାକୁ କୁହନ୍ତି ଅବା ଏମାନେ ମଦ ନିଶାରେ ତାକୁ ଗାଧୋଇ ଦେଇ ଯାହା କରିବାର କଥା କରନ୍ତି । ପାଗେଳିକୁ ପଇସାପତ୍ର କିଛି ଦିଅନ୍ତି । ବେଳେବେଳେ ଦିଅନ୍ତିନି । କିନ୍ତୁ ପାଗେଳି ସେମାନଙ୍କ କବଳରୁ ରକ୍ଷା ପାଇପାରେନି । ଏମିତି ଅବସ୍ଥାରେ ସେ ବୋଧହୁଏ ଜାଣିଗଲାଣି ଯେ ସଂସାରର ଯେଉଠିକି ଯିବ ତାକୁ ଏହିପରି ଦଶାର ହିଁ ସମ୍ମୁଖୀନ ହେବାକୁ ପଡିବ । ତେଣୁ ସେ ନିଜକୁ ଏଥି ସହିତ ବୋଧହୁଏ ଢାଳିସାରିଲାଣି । ଛି, ଛି, ଏଭଳି ପୁରୁଷ ମାନେ ପୁଣି ଏ ସମାଜରେ ମାନ୍ୟଗନ୍ୟ । ଏମାନଙ୍କର ଚରିତ୍ର ବୋଲି କିଛି ନଥାଏ । ଏମାନେ ସାମାଜିକ ଜୀବନରେ ବ୍ୟାଘାତ ସୃଷ୍ଟିକାରୀ ମଣିଷ । ଏମାନଙ୍କୁ ଦେଖିଲେ ମେଘାର ଲୋମ ଟାଙ୍କି ଉଠେ । ଜଳିଯାଏ ନିଜ ଭିତରେ । ତାକୁ ଏମିତି ଭଗବାନ କୌଣସି ଅଲୈାକିକଶକ୍ତି ଦିଅନ୍ତେ ଯାହା ଫଳରେ ସେ ଏପରି ପୁରୁଷ ମାନଙ୍କୁ ଦଣ୍ଡ ଦେଇପାରନ୍ତା । ଏମାନେ ସବୁ ନରରୂପୀ ରାକ୍ଷସ । ନାରୀର ଶରୀର ଏମାନଙ୍କ ପାଇଁ କେବଳ ଉପଭୋଗର ବସ୍ତୁ ।
   ହେଲେ ଏବେ ଯେ କୈାଣସି ପୁରୁଷକୁ ଦେଖିଲେ ତା ରକ୍ତର ପ୍ରତିଟି କଣିକା ଉତ୍ତେଜିତ ହୋଇପଡୁଚି । ତାର ଆତ୍ମା କ୍ରୋଧାନ୍ୱିତ ହୋଇଉଠୁଛି । ତାର ମନ ଉଦ୍‌ବେଳିତ ହୋଇ ଉଠୁଛି । ତାର ଅଙ୍ଗ ପ୍ରତ୍ୟେଙ୍ଗ ଏକ ଅକୁହା ପ୍ରତିଶୋଧର ବହ୍ନିରେ ଜଳିବାକୁ ଆରମ୍ଭ କରୁଛନ୍ତି । ଏମିତି ଭାବୁଭାବୁ କେଇଟୋପା ଲୁହ ତାର ଆଖିକୁ ଓଦା କରିସାରିଲେଣି । 
ମାଳିନୀ–ମେଘା ମାଡାମ୍ ! କଣ ହଜିଗଲାନା କଣ । ଟିକେ ୟାଡିକି ଶୁଣ । 
ମେଘା–ଓହଃ ସରି, ତରତରରେ ମୁହଁରୁ ଲୁହକୁ ନିଜ ରୁମାଲ୍‌ରେ ପୋଛି ମୁହଁ ବୁଲାଇ ମାଳିନୀକୁ  ଅନେଇଛି । 
ମାଳିନୀ-ଏତେ କଣ ଭାବୁଛ ମ ।  ମୁଁ ତ ତୁମଠାରୁ ବହୁତ କମ୍ ପାଠୋଇ ।  ତୁମେ ତ ବହୁତ ପାଠ ପଡିଛି ଏମ୍‌.ସି.ଏ. କରିଛ । ମୁଁ ତୁମକୁ କି ଉପଦେଶ ଦେବି । ହେଲେ ମୁଁ ଗୋଟିଏ କଥା କହିବି । ଜୀବନରେ ବର୍ତ୍ତମାନକୁ ନେଇ ବଞ୍ôଚ ଶିଖିବା ଦରକାର । ବର୍ତ୍ତମାନକୁ ଉପଭୋଗ କହିବା ଦରକାର । କାରଣ, ଆସନ୍ତା କାଲିକୁ କେହି ଦେଖିନାହାନ୍ତି କିମ୍ବା ଅତୀତ କୁ ପୁଣି ଥରେ ଆଣିପାରିବାର ଆମର ଶକ୍ତି ନାହିଁ ।
ମେଘା-ତୁମେ ସିନା ଅଳପ ପାଠ ପଢିଛ ବୋଲି କହୁଛ ମାଳିନୀ ଅପା ହେଲେ ତୁମେ ମୋଠାରୁ ବହୁତ ଜ୍ଞାନୀ । ତୁମ ଜୀବନଦର୍ଶନ ଯେତିକି ସୁନ୍ଦର ତାର କଳନା କରିହେବନି । ତୁମ ଶରୀରର ସୁନ୍ଦରତାକୁ ଏ ମନର ସୁନ୍ଦରତା, ତୁମକୁ ଅମୁଲ୍ୟତା ପ୍ରଦାନ କରୁଛି । ସତରେ ଭଗବାନ ମୋତେ ଏ ଅବସ୍ଥାରେ ତୁମ ସହିତ ସାଙ୍ଗ କରାଇ ମୋତେ ଭାଗ୍ୟବାନ କରିଦେଇଛନ୍ତି ।
ମାଳିନୀ- ହଉ ଥାଉ, ଆଉ ଏତେ ଟେକନି । 
ମେଘା - ନାହିଁ  ଅପା । ମୁଁ ଯାହା କହୁଛି ସତ କହୁଛି । 
    ଏହି ସମୟରେ ଦ୍ୱିପ୍ରହର ହୋଇଯାଇଛି । ସେମାନେ ଟ୍ରେନ୍ ରେ ଦେଇଥିବା ଲଞ୍ଚ୍ ଅର୍ଡର ମୁତାବକ ତାଙ୍କ ପାଖରେ ଲଞ୍ଚ୍ ଆସି ପହଞ୍ôଚଯାଇଛି । ସମସ୍ତେ ହାତ ମୁହଁ ଧୋଇ ଏକାଠି ମନ ଆନନ୍ଦରେ ଖାଇଛନ୍ତି । ତା ପରେ କଥାବାର୍ତ୍ତା, ପେପର୍ ଓ ବହି ପଢୁପଢୁ ରାତି ଆସିଛି । ରାତିରେ ସମସ୍ତେ ଖାଇ ଶୋଇ ପଡିଛନ୍ତି । 
   ଟ୍ରେନ୍‌ଟି ତାର ଦୈାଡିବାର କସରତକୁ କେତେବେଳେ ପ୍ରଖର କରିଦଉଥାଏ ତ କେତେବେଳେ ଟିକେ ଧୀମେଇ ଯାଉଥାଏ । ହେଲେ ମେଘାର ଆଖିରେ ନିଦ ଆସିବା ପୂର୍ବରୁ ଅମର କଥା ମନେ ପଡିବାକୁ ନଦେବା ପାଇଁ ସେ ଭାବି ଚାଲିଛି ପଡୋଶୀ କିର୍ତ୍ତୀ ଅପା କଥା । ସେ କଥା ଭାବିଲାବେଳକୁ ତାର କଲିଜାଟି ଏ ପୁରୁଷ ଜାତିକୁ ଆହୁରି ଘୃଣା କରିବସେ । କେତେ ନିଷ୍ଠୁର ଏ ପୁରୁଷ । କ୍ଷଣକରେ ଠୁକୁରେଇ ବସେ ଅନାବିଳ ମମତାକୁ ।  ଚୁର୍‌ମାର୍ କରିଦିଏ ଅନେକ ପବିତ୍ର ଆତ୍ମାର ତା ପ୍ରତି ଥିବା ବିଶ୍ୱାସକୁ ।  ସବୁ ଭୁଲିଯାଏ କେଉଁ ଅଜଣା ଅପରଚିତ ନାରୀର ଦେହର ଲାଳସା ଅବା ପ୍ରେମର ଫାଶରେ ।
   ୟାକୁ ଯେତେବେଳେ ଦଶ ବର୍ଷ ହୋଇଥିଲା ବହୁତ ଖୁସିରେ ଜୀବନ ବିତଉଥିଲା ନିଜ ସ୍ୱର୍ଗଭଳି ଘରେ । ଠିକ୍ ସେହି ବର୍ଷ କିର୍ତ୍ତୀ ଅପାର ବାପା ବୋଉ ଗୋଟିଏ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଲେ । କିର୍ତ୍ତୀ ଅପାର ବୟସ ସେତେବେଳକୁ ମାତ୍ର ଷୋହଳ ବର୍ଷ । ଆଉ ତାର ଭାଇର ବୟସ ଚଉଦ । ଷୋହଳ ବର୍ଷ ବୟସରୁ ନିଜ ଜୀବନର ସବୁ ସ୍ୱପ୍ନ କୁ ପୋଡି ପାଉଁଶ କରି ସଂକଳ୍ପ ନେଲା ଭାଇକୁ ମଣିଷ କରିବ ।  ନିଜ ପାଠ ବହି ବସ୍ତାନିରେ ଡୋରି ବାନ୍ଧିଦେଲା । ଚାଲିଲା ଅନ୍ୟ ଝିଅମାନଙ୍କ ସାଙ୍ଗରେ ରୋଜଗାର କରିବା ପାଇଁ ।  ଯେଉଁ ମାନେ କି ଏକ ମଦ ବୋତଲ ସଫା କାରଖାନାରେ ବୋତଲ ସଫା କରିବା କାମ କରୁଥିଲେ । ଜୀବନର ସବୁ ସୁଖକୁ ଜଳାଞଳି ଦେଇ ନିଜ ଭାଇ ଅନିତ୍ୟକୁ ମଣିଷ କରିବାରେ ଲାଗି ପଡିଲା । ତାର ପାଠପଢା ଠାରୁ ଆରମ୍ଭ କରି ଖାଇବା ପିଇବା, ପିନ୍ଧିବା ରେ ସବୁଥିରେ ତାର ବାପା ବୋଉ ଥିବା ବେଳର ଆଭିଜାତ୍ୟ ପରି ସବୁ କିଛି ଆଗକୁ ନେଇ ଚାଲିଲା । ଦିନେ ହେଲେ ଗୋଟିଏ ମୁହୁର୍ତ୍ତରେ ସେ ଅନିତ୍ୟକୁ ଅଭାବର ଅନୁଭବ କରିବାକୁ ଦେଇନି । କି ସ୍ନେହ ସେମାନଙ୍କ ଭିତରେ? କିର୍ତ୍ତୀ ଅପା ତ ଅନିତ୍ୟର ବାପା, ମାଆ, ବଡଭାଇ ସବୁକିଛି ଥିଲା । ଅନିତ୍ୟ ନଖାଇଲେ ୟାକୁ ଭୋକ ହେଉନଥିଲା । 
    ନିଜ ଜୀବନର ଯୁବାବସ୍ଥାର ସବୁ ପ୍ରକାର ଆବଶ୍ୟକତାକୁ ସତେ ଯେପରି ସେ ଭୂଲିବସିଥିଲା । ଅନିତ୍ୟକୁ ବେଳେବେଳେ ଏତେ ଶ୍ରଦ୍ଧାରେ ଗାଧୋଇ ଦେଉଥିଲା ଯେ ସେ ଗାଧୋଇବା ଦୃଶ୍ୟରୁ ହିଁ ଅନାବିଳ ମମତା କଣ ସେହିଠାରୁ ହିଁ ଶିଖିବା କଥା । ଅନିତ୍ୟ ବଡ ହୋଇଯାଇଥିଲେ ବି କିର୍ତ୍ତୀ ଅପା ଆଗରେ ସତେକି ସେ ତାର ପୁଅ । କିର୍ତ୍ତୀ ଅପାର ଛଅବର୍ଷ ତପସ୍ୟାର ରଙ୍ଗ ଭଗବାନ ସତେକି ବହୁତ କମ୍ ସମୟ ପାଇଁ ଆଣିଥିଲେ । ଅନିତ୍ୟ ବି.ଏସ୍‌.ସି. ପଢି ସାରିଲା ପରେ ପରେ ଆଷିସ୍ଟାଣ୍ଟ ଷ୍ଟେସନ୍ ମାଷ୍ଟର ଚାକିରୀ ରେଲୱେ୍ ରେ ପାଇଗଲା । ତା ପରେ ଅନିତ୍ୟ ଚାଲିଲା ନିଜର ପୋଷ୍ଟିଙ୍ଗ୍ ସହର କଲିକତାକୁ । କିର୍ତ୍ତୀ ଅପା ଏଣେ ଘରେ ଏକୁଟିଆ । ବାସ୍ ଛଅ ମାସ ଖଣ୍ଡେ ଅନିତ୍ୟ ଅପା ପାଖକୁ ପଇସା ପଠେଇଲା । ଦୁଇଜଣ ଯାକ ଖୁସିରେ ଦିନ କାଟିଲେ । କିର୍ତ୍ତୀ ଅପାର ମନ ତ କୁଣ୍ଢେ ମୋଟ । ହେଲେ ସେ ଖୁସି ଦିନ ଆଉ ବେଶୀଦିନ ରହିଲାନି । ସମସ୍ତେ ଭାବୁଥିଲେ ଏଥର କିର୍ତ୍ତୀ ଅପାର ବାହାଘର ଅନିତ୍ୟ ଭଲ ଯାଗାରେ ନିଶ୍ଚୟ କରିବ । ହେଲେ ସବୁ ଓଲଟା ହୋଇଗଲା ।
   ଠିକ୍ ଛଅ ମାସ ପରେପରେ ଅନିତ୍ୟ ପଡିଲା ଗୋଟିଏ ଉତ୍ତର ପ୍ରଦେଶ ଝିଅ ପ୍ରେମଫାଶରେ ଯେକି ତାରି ସହିତ ସେହି ରେଲେଓ୍‌୍ୱ ରେ ଚାକିରୀ କରୁଥିଲା । କିର୍ତ୍ତୀ ଅପା ର ଇଚ୍ଛା ଅନିତ୍ୟର ବାହାଘର ବଡ ଧୂମ୍‌ଧାମ୍‌ରେ ସେ କରିବ । ବହୁତ ଖୁସିର ସଂସାର ସେମାନେ କରିବେ ।  ହେଲେ ସେ ଝିଅ ପ୍ରେମର ଆକର୍ଷଣରେ କଣ ଥିଲା କେଜାଣି, ଅନିତ୍ୟ ତାର ଅପାକୁ ଧୀରେଧୀରେ ପୁରାପୁରି ଭୂଲିବସିଲା । ସତ କହିବାକୁ ଗଲେ ସେ ଆଉ କିର୍ତ୍ତୀ ଅପାକୁ ସେତେ ପଚରା ଉଚରା କଲାନି । ଏମିତି ବେଳ ଆସିଲା ଅନିତ୍ୟ ସେ ଝିଅ ସାଙ୍ଗରେ ସେହି କଲିକତାରେ ବିବାହ କରି ସେଇଠି ଘର କିଣି ରହିଲା ହେଲେ ଆଉ ତା କିର୍ତ୍ତୀ ଅପା ପାଖକୁ ଆଦ୍ୟୈ ଆସିଲାନି । ଏମିତି କଣ ସେ କିର୍ତ୍ତୀ ଅପାର ଦୋଷ ଦେଖିଲା କେଜାଣି କିର୍ତ୍ତୀ ଅପାକୁ ଘୃଣା କରି ବସିଲା । ୟା ମୁହଁ ବି ଦେଖିବାକୁ ପସନ୍ଦ କଲାନି ।
  ଏକ ପବିତ୍ର ନିଷ୍କପଟ, ଉତ୍ସର୍ଗୀକୃତ ଜୀବନର ସ୍ୱାଦ କିର୍ତ୍ତୀ ଅପା ପାଇଁ ଯନ୍ତ୍ରଣା ପାଲଟି ଗଲା । ସେ ନିଜକୁ ବୁଝିପାରିଲାନି କି ବୁଝେଇପାରିଲାନି । ସେ ଆଘାତରୁ ସେ ଆଉ ମୁକ୍ତି ପାଇ ପାରିଲାନି । କଣ ନକରିଛି ସେ ତା ଭାଇପାଇଁ । ଜୀବବନର ସବୁକିଛି ଅର୍ପଣ କରିଦେଇଛି ତାରି ଭାଇର ସୁଖପାଇଁ । ହେଲେ ଆଜି ତାକୁ ଭଗବାନ ଏଇଆ ଦେଲେ । ଏମିତି ଭାବିଭାବି ଆଉ ନିଜକୁ ସମ୍ଭାଳି ପାରିନି । ଦିନେ ଏ ଯନ୍ତ୍ରଣାରୁ ମୁକ୍ତି ପାଇଁ ଆତ୍ମହତ୍ୟାକୁ ଆଦରି ନେଇଛି । ଯେଉଁଦିନ କିର୍ତ୍ତୀ ଅପାର ମଲା ଦେହକୁ ତା ଘରେ ଦେଖିବା ପାଇଁ ପାଖ ପଡୋଶୀ ରୁଣ୍ଡ ହୋଇଥାନ୍ତି ମେଘା ବି ଯାଇଥିଲା । କାରଣ ମେଘା କିର୍ତ୍ତୀ ଅପାକୁ ବେଶ୍ ଭଲଭାବେ ଜାଣିଛି । ତାର ସବୁ କାମ ଓ ସବୁ କଥା ଏ ତନ୍ନତନ୍ନ କରି ବିଶ୍ଲେଷଣ କରିଛି ହେଲେ ଆଜି କିର୍ତ୍ତୀ ଅପାର ଏ ଅବସ୍ଥାଦେଖି ସେ ଏ ପୁରୁଷ ଜାତିକୁ ଆହୁରି ଛି କରିବସିଛି । 
   ତା ମା’ ଚାଲିଗାଲା ପରଠାରୁ ତା ବାପା ଯେମିତି ତାକୁ ଘୃଣା କରିବା ଆରମ୍ଭ କରିଦେଇଛନ୍ତି ମେଘା ସେମିତି ମନେମନେ ଏ ପୁରୁଷ ଜାତି ପ୍ରତି ନିଜ ମନେମନେ ହିଂସ୍ର ହୋଇ ଉଠିଛି । ଏମାନେ କେବଳ ଅନ୍ୟକୁ ଦୁଃଖ ଦେଇଜାଣନ୍ତି । ଯନ୍ତ୍ରଣା ଓ ଯାତନା ଦେଇ ଜାଣନ୍ତି । ଏ ନାରୀର ଚମର ଲୋଭରେ ଏମାନେ ନିଜର ଆତ୍ମପ୍ରବୃତ୍ତିକୁ ବି ଦୂରେଇ ବସନ୍ତି । ଏମାନଙ୍କୁ ଉଚିତ୍ ଶିକ୍ଷା ଦେବି ।  
   ମନମେନେ ପ୍ରତିଶୋଧ ପରାୟଣା ହୋଇ ଉଠିଛି । ସେ ତାର ଜୀବନରେ ସମଗ୍ର ପୁରୁଷ ଜାତିଠାରୁ ବଦଲା ନନେଇ ପାରିଲେ ନାହିଁ ମାତ୍ର କେତେଜଣ ପୁରୁଷଙ୍କଠାରୁ ବଦଲା ନିଶ୍ଚୟ ନେବ । ସେମାନଙ୍କୁ ବରବାଦ୍ କରିଦେବ । ସ୍ନେହ ନପାଇବାର ଯନ୍ତ୍ରଣା ସେମାନଙ୍କୁ ସେ ଶିଖେଇବ । ଭଲପାଇ ଭୂଲିଯିବାର ପ୍ରବଞ୍ଚନାରେ ହୃଦୟକୁ ମିଳୁଥିବା ଆଘାତକୁ ସେମାନଙ୍କୁ ତିଳତିଳ କରି ଅନୁଭବ କରାଇବ । ମିଛ ପୀରତିରେ ଅତି କମରେ କେତେଜଣ ପୁରୁଷଲୋକଙ୍କୁ ସେ ଫସେଇବ । ସେମାନଙ୍କର ସର୍ବସ୍ୱ ଲୁଟିବ । ଏହି କଥା ମନେମନେ ପ୍ରତିଜ୍ଞା କରିବାରେ ଲାଗିଛି ।  
   ସେଦିନ ରାତିରେ ନିଜ ବର୍ଥକୁ ଶୋଇବାକୁ ଯିବା ପୂର୍ବରୁ ମନେମନେ ସଙ୍କଳ୍ପ କରିଥିଲା ନା ଆଉ ସ୍ୱପ୍ନରେ କେବେ ବି ସେ ଅମର କଥା ଭାବିବନି । ହେଲେ ନିଦ ମା’ କୋଳରେ ମୁଣ୍ଡ ଦଉ ଦଉ ସ୍ୱପ୍ନରେ ବିଚଳିତ । ଭୂଲିପ।।ରିନି ସେ ମୃତ୍ୟବତ୍ ଯନ୍ତ୍ରଣା । ସେ ଦିନ ସକାଳ ୮ଟାରେ ହଠାତ୍ ତା’ ମୋବାଇଲ୍ ଟି ବାଜି ଉଠିଥିଲା । ଗତ ଦୁଇ ତାରିଖରେ ସେ ତାର ସର୍ବସ୍ୱ ସମର୍ପଣ କରି ଅମରକୁ ନିଜ ଜୀବନସାଥୀର ମାନ୍ୟତା ଦେଇ ବସିଥିଲା । ହେଲେ ଆଜି ଫୋନ୍ ରେ ହଠାତ୍ ଅମର ଜିଦ୍ କରିଛି । ତୁ ଆଜି ଆସେ ସାଙ୍ଗହୋଇ ବୁଲିବାକୁ ଯିବା ଜୟେଦବ ବାଟିକା । ବାଟରେ ଗୋଟେ ସାଙ୍ଗ ଘରେ ଟିକେ ବୁଲିବା ଓ ତା ପରେ ଯିବା । ମେଘା କହିଥିଲା ପ୍ଲିଜ୍ ଆଜି ଯିବାନି । କିନ୍ତୁ ଏକା ଜିଦ୍ ନାହିଁ ଯିବା । ମେଘା ଆଉ କିଛି ଯବାବ ଦେଇପାରିନି । ଦୁହେଁ ବାହାରିଛନ୍ତି ଗୋଟିଏ ବାଇକ୍ ରେ । ମେଘା ପଚାରିଛି ଏ ବାଇକ୍‌ଟି କାହାର । 
   ଅମର କହିଛି ଏଇଟା ସେଇ ସାଙ୍ଗର, ଯାହାଘର ଦେଇ ଆମେ ଯିବା । ଦୁଇଜଣ କଲେଜ୍ ରୁ ବାହାରି ଭୂବନେଶ୍ୱରର ପୂର୍ବରେ ନିର୍ମିତ ୨୦୩ ନଂ ଜାତୀୟ ରାଜପଥ ବାଇପାସ୍ ର ଅଳ୍ପ ଦୂରରେ ଗୋଟିଏ ଦୁଇମହଲା କୋଠା ବିଶିଷ୍ଟ ନିକାଞ୍ଚନିଆ ଘର ପାଖରେ ପହଞ୍ôଚଛନ୍ତି । ସେଇଠି ଗାଡିଟି ରୋକି ଦେଇଛି ଅମର । ମେଘା ପଚାରିଛି ଏଠି କାହିଁକି ରୋକିଲ । ଏଇ ପରା ସାଙ୍ଗ ଘର । ଘର ଭିତରେ ନିରୋଳା । ଜନଶୂନ୍ୟ । କେବଳ ଜଣିଏ ପିଲା ଯାହାର ନାମ ଥିଲା ଶିପୁ । ଶିପୁ ଏମାନଙ୍କୁ ଦେଖି ସ୍ୱାଗତ କରିଛି । ଦୁଇଜଣଯାକ ଯାଇ ବସିଛନ୍ତି ଗୋଟିଏ ବେଡ୍ ରୁମର ଖଟ ଉପରେ । ଶିପୁ କହିଛି ତୁମେ ବସିଥାଅ । ମୁଁ ଟିକେ ରେଲୱେ୍ ଷ୍ଟେସନ୍‌ରୁ ଆସୁଛି । କାରଣ ମୋର ଜଣେ ସାଙ୍ଗକୁ ମୁଁ ଟ୍ରେନ୍‌ରେ ଛାଡି କରି ଆସିବି । 
   ସେ ଚାଲିଗଲା ପରେ ଏ ଦୁଇଜଣ ଏକା । ସେ ଦିନ କଥା ସସମ୍ପୂର୍ଣ୍ଣ ବଦଳିଗଲା । ମେଘା ଜିଦ୍ ରେ ଅଟଳ । ସେ କାମ ଆଉ କେବେନୁହେଁ । ବିବାହର ପରେ, ନଚେତ୍ ନାହିଁ । ହେଲେ ସେତେବେଳକୁ ଅମର ହୋଇପଡିଥିଲା କାମାନ୍ଧ । ଚେଷ୍ଟା କରିଛି ତାର ମନ କିଣିନେଇ ପୁଣିଥରେ ଉପଭୋଗ କରିବ ତାକୁ । ମେଘାର ବାରଣର ତିବ୍ରତା ବଢି ଯିବାରୁ ଅମର କାଢିଛି ନିଜ ମୋବାଇଲ୍ ଓ ମୋବାଇଲ୍ ରେ ରଖିଥିଭା ସାଇରସ ହୋଟେଲ୍ ର ସେ ଅପ୍ରକାଶ୍ୟ ମୁହୁର୍ତ୍ତଗୁଡିକୁ ମେଘାକୁ ଦେଖାଇବାକୁ ଆରମ୍ଭ କରିଛି । ଧମକ୍ ଦେଇଛି ଯଦି ମୋ ସହିତ ଆଜି ଶାରୀରିକ ସର୍ମ୍ପକ ନରଖୁ ତେବେ ଏ ଭିଡିଓ କ୍ଲିପ୍ କୁ ସାର୍ବଜନୀନ କରିଦେବି । ମେଘାର ପାଦ ତଳୁ ଧରିତ୍ରୀ ମାତା ସତେ ଯେପରି ଖସି ଯାଇଛନ୍ତି । ସେ ନିଜକୁ ବିଶ୍ୱାସ କରିପାରିନି । କେତେ ନୃଶଂସ ଏ ଅମର । ମୋର ଭଲପାଇବାକୁ ଏ ବଜାର ହାଟରେ ବିକ୍ରି କରିବାକୁ ବସିଲାଣି । ମୋ ପ୍ରେମକୁ ଏତେ ଛୋଟ ଏତେ ହୀନ କରିଦେଲା । ଏ ଦୁନିଆ ରେ କଣ ସତ୍ ବୋଲି କିଛି ନାହିଁ । ତାର ମୁଣ୍ଡ କାମ କରିନି । କେଜାଣି ତା ମନର କେଉଁ କୋଣରୁ ବୁଦ୍ଧିଟିଏ ଆସିଛି ସେ ବି ବୁଝି ପାରିନି । ବଦଳେଇଛି ନିଜର ପରିଭାଷା । ବହୁତ ସୁନ୍ଦର ରେକର୍ଡିଂ । ମୁଁ ତୁମର ତ ଜୀବନସାଥୀ । ତେଣୁ ଏ ଭିଡିଓ କୁ ଯେତେଜଲଦି ସର୍ବସାଧାରଣ କରିବ ଆମେ ସେତେ ଜଲଦି୍ ବିବାହ କରିନେବା । ଅମର ଠୋକିନା  ହସି ଦେଇଛି । ବିବାହ । ଏବେ କଣ ବିବାହ । ଆରେ ଏତ ଉପଭୋଗ କରିବାର ସମୟ । ତୁ ବିବାହର କଥା ସ୍ୱପ୍ନରେ ଭାବୁଛୁ କାହିଁକି । ମେଘା ଜାଣିଶୁଣି ଟିକିଏ ଅମର ଗାଲରେ ହାତ ସାଉଁଟି ଆଣି ଗେଲ କରିଦେଇ କହିଲା ଅମର ଦେଖ ଏ ଶରୀର ତୁମର ହୋଇ ସାରିଛି । 
   ମୁଁ ତୁମକୁ ଦେଇ ସାରିଛି ମୋର ସର୍ବସ୍ୱ । ହଉ ଯଦି ତୁମର ଆଜି ବି ଇଚ୍ଛା ମୋତେ ଉପଭୋଗକରିବାକୁ ଏଥିରେ ମୁଁ ବାରଣ ବା କାହିଁକି କରିବି । ହଉ ମୁଁ ବାଥରୁମ୍ ରୁ ଟିକେ ଆସେ । ଅମର ଶୋଇରହିଥାଏ । ମେଘା ବାଥ୍‌ରୁମ୍ ନାଁ ରେ ଆସି ଦାଣ୍ଡ କବାଟଟି ଖୋଲି ପ୍ରାଣ ବିକଳରେ ମେନ୍ ରୋଡକୁ ଦୈାଡିବାକୁ ଲାଗିଛି । ଅମର ଏହା ଦେଖି ତା ପଛେ ପଛେ ତା ମୋଟର ସାଇକେଲ୍‌ରେ ଗୋଡେଇ ବା ବେଳକୁ ମେଘା ଗୋଟିଏ ଅଟୋକୁ ହାତ ଦେଖେଇ ଚଢି ଯାଇଛି । ହେଲେ ଅମର ଯେତେବେଳେ ତାର ବାଇକଟିକୁ ମେନ୍ ରୋଡକୁ ଖୁବ୍ ଜୋରରେ ଉଠେଇଛି ଏହି ସମୟରେ ବାମପଟୁ କ୍ଷିପ୍ର ଗତିରେ ଆସୁଥିବା ଗୋଟିଏ ଟାଟା ସୁମୋରେ ଧକ୍କା ଖାଇ ଆର ପାରିକୁ ଚାଲିଯାଇଛି । ହେଲେ ମେଘା ସେ ଦୃଶ୍ୟକୁ ଦେଖିନି । ମେଘା ଧଇଁସଇଁ ହୋଇ ଆଉ ହଷ୍ଟେଲ୍ ନଯାଇ ନିଜ ଘରକୁ ପଳାଇ ନିଜ ରୁମ୍ ରେ ବସିପଡି ଦୁଆରଟି ଦେଇ ଦେଇ ମୁହଁରେ ଚୁନୁରିର କାନି ଦେଇ କାନ୍ଦିବାରେ ଲାଗିଛି । 
   ହେଲେ ସନ୍ଧ୍ୟା ବେଳକୁ ପୁନଶ୍ଚ ହଷ୍ଟେଲ୍ ଗଲା ବେଳକୁ ହଷ୍ଟେଲ୍ ରେ ଶୁଣିଛି ଅମର ଆଉ ନାହିଁ । ମନରେ ଯେତିକି ଆଶ୍ୱସ୍ତି, ସେତିକି ଦୁଃଖ ଓ ସେତିକି ଗ୍ଲାନି । ଆଉ ସବୁଠୁ ଅଧିକ ଆସିଥିଲା ଏ ପୁରୁଷଜାତି ପ୍ରତି ‘ଘୃଣା’ । ପ୍ରତିଶୋଧର ବହ୍ନି ତା ଅନ୍ତର ଆତ୍ମାରେ ଜଳି ଉଠିଥିଲା । ସ୍ୱପ୍ନରେ ଏମିତି ଭାବିଭାବି ମନେମନେ ବାଉଳାତାଉଳା ହୋଇ କହିଉଠିଛି ଧୋକାବାଜ୍ । କେତେ ନୃଶଂସ ଏ ପୁରୁଷ । କେତେ ଅବିଶ୍ୱାସୀ ଏ ପୁରୁଷ । କାମାନ୍ଧାରେ ହୁଏ କାପୁରୁଷ । କଳୁଷିତ କରେ ସଂସାରକୁ । ମୁଁ ଛାଡିବିନି । ପ୍ରତିଶୋଧ ନେବି । ନିଶ୍ଚୟ ନେବି । ବିବାହ କରିସାରିଲା ପରେ ଏ ପୁରୁଷ ଜାତିଟା ଏପରି ବଦଳି ଯାଏ କାହିଁକି । ନୂଆ ସ୍ତ୍ରୀ ର ମୋହୀନି ମନ୍ତ୍ରରେ ବସିଭୁତ ହୋଇଯାଏ ନା ନିଜ ପୁରୁଷ ପଣିଆକୁ କାମର ଲାଳସାରେ ହଜେଇଦିଏ । ଏମିତି ଅନେକ କଥା କହିି ଚାଲିଛି । ତା ହୃଦୟରେ ଥିବା ଏ ପୁରୁଷ ଜାତି ପ୍ରତି ଘୃଣାକୁ ସେ ଚରିତାର୍ଥ କରିବ । 
   ସର୍ବ ପ୍ରଥମେ ତା ବାପା ଭଳି ଜଣେ ବିଜିନେସ୍ ମ୍ୟାନ୍ କୁ ନିଜ ମିଛ ପୀରତିରେ ତଳିତଳାନ୍ତ କରିବ । ଏମିତି ସମାଜର ଅନ୍ୟ ତିନି ବର୍ଗର ଯଥା ଜଣେ ଉଚ୍ଚପଦସ୍ଥ ଅଧିକାରୀ, ଜଣେ ରାଜନୀତିର ମଣିଷ ଓ ଶେଷରେ ବିଚାର କରି ଆଉ କାହାକୁ ବରବାଦ କରାଯାଇ ପାରେ । ଏମିତି ବାଉଳାତାଉଳା ହେଇ ହଠାତ୍ ଚମକି ପଡି ନିଦ ଭାଙ୍ଗି ଯାଇ ଦେଖିଲା ବେଳେକୁ ଟ୍ରେନ୍ ର ବଗି ଭିତରଟା ନିର୍ଜନ, ଆଉ ଟ୍ରେନ୍ ଏକ ଭୟଙ୍କର ତାଳରେ ତୀବ୍ରଗତିରେ ଆଗକୁ ମାଡି ଚାଲିଥାଏ । ମେଘା ନିଜ ମା’ କଥା ମନେ ପକାଇ ଜାକିଯୁକି ହୋଇ ଶୋଇଯାଏ ।  


*****


ତିନି


    ବାର ବର୍ଷରୁ ପ୍ରତିଦିନ ତା ମା’ ମଲା ପରଠାରୁ ସାବତ ମା’ ର ଅକଥନୀୟ ଅତ୍ୟାଚାର ତା ଦେହସୁହା ହୋଇ ଯାଇଥିଲା । ତା ବାପାଙ୍କର ତା ପ୍ରତି ବ୍ୟବହାର ତାର ଜୀବନ ସୁତାକୁ ଖିନ୍‌ଭିନ୍ କରି ପକାଉଥିଲା । ଆଜିକୁ ଆଠଦିନ ହେଲା ଅମରର ପ୍ରତାରଣା ଓ ତା ମୃତ୍ୟୁ ତାକୁ ଏବେବି ପ୍ରତି ମୁହୂର୍ତ୍ତରେ ଭିତରେ ଜଳେଇ ଚାଲିଥିଲା । ତଥାପି ସମୟର ପ୍ରହାର ତାପାଇଁ ବୋଧ୍‌ହୁଏ ଶେଷ ହୋଇନଥିଲା । କେମିତିକେଜାଣି ତା’ ସାବତ ମା’ ତା ପାଖକୁ ଅମର ପଠାଇଥିବା ସବୁଯାକ ହାତଲେଖା ଚିଠି ପାଇଯାଇଛି । ତା ମା’ ତାକୁ ଫୋନ୍ କରି ତୁରନ୍ତ ତାକୁ ଘରକୁ ଡକେଇଛି । ସେ ଘରକୁ ସନ୍ଧ୍ୟା ସାତଟାରେ ଫେରିଲାବେଳକୁ ଘରେ ପ୍ରଳୟ । ସାବତ ମା’ର ଗାଳିଗୁଲଜ ସାଙ୍ଗକୁ ସବୁଦିନ ପାଇଁ ଏ ଘର ଛାଡିଚାଲିଯିବାକୁ ଆଦେଶ । ବାପା ମଧ୍ୟ ଆସି କହିଛନ୍ତି ତୁ ଏ ଘରୁ ଚାଲିଯା । ତୋର ଏ ଘରେ ଆଉ ରହିବାର ଯୋଗ୍ୟତା ମଧ୍ୟ ନାହିଁ । ଅନେକ ଅସଭ୍ୟ କଟୁ କଥା ମଧ୍ୟ ତା ବାପା ତାକୁ କହିବାକୁ ପଛେଇ ନାହାନ୍ତି ।
   ଆଉ ସେ ଏ ଭୂବନେଶ୍ୱର ସହରରେ ହିଁ ରହିବ ନାହିଁ । ଚାଲିଯିବ ଦୂରକୁ । ଅନେକ ଦୂରକୁ । ଯେଉଁଠାରେ ତା ବାପା ଆଉ ସାବତ ମା’ ର ଛାଇ ମଧ୍ୟ ପଡିବନି । ବ୍ୟାଗ୍‌ରେ ସବୁ ତରତରରେ ସଜାଡି ଦଉଡିଦଉଡି ଆସି ଆଜି ଏ ପୁରୁଷୋତ୍ତମ ଏକସ୍‌ପ୍ରେସ୍ ରେ ଦିଲ୍ଲୀ ଯାଉଛି । ହେଲେ ଜାଣିନି କେମିତି ରହିବ । କେଉଁଠି ରହିବ । କି ଚାକିରୀ କରି ଚଳିବ । 
   ତା’ ପାଖରେ ଥିବା ସୁନା ଚେନ୍‌, ସୁନାର ଲକେଟ୍ ଓ ପାଖରେ ଥିବା ଆଗରୁ ତିରିଶ ହଜାର ଟଙ୍କା ନେଇ କରି ପଳେଇ ଆସିଛି । ତା’ ସାବତ ମା’ କୁ କହିଦେଇ ଆସିଛି । ମୋତେ ଆଉ ଖୋଜିବନି । ମୁଁ ଯେଉଁଦିନ ଏ ଘରେ ରହିଲା ଭଳି ହୋଇପାରିବି ସେଇଦିନ ଏ ଘରକୁ ଫେରିବି । ଏଥିରେ ସାବତ ମା’ ମନେମନେ ଖୁସି ହୋଇଯାଇଛି । ଯା ହେଉ ଏତେ ଦିନରେ ଏ ଘରୁ ତାର କଣ୍ଟା ପଳାଉଛି । ସେ ମଧ୍ୟ ଅନୁରୂପ ତାର ସ୍ୱାମୀ ବା ମେଘାର ବାପାକୁ ବୁଝେଇ ଦେଇଛି ।
  ନିଜ ମନକୁ ବ୍ୟଥିତ ଆଉ ନକରିବା ପାଇଁ ମାଳିନୀ କିଣିକରି ଆଣିଥିବା ଏକ ଓଡିଆ ପତ୍ରିକାକୁ ଉପର ବର୍ଥରେ ପେଟମାଡି ଶୋଇରହି ପଢିବା ଆରମ୍ଭ କରିଛି । ନଜର ପଡିଛି ଏକ ପ୍ରବନ୍ଧ ଉପରେ ଯାହାର ନାମ ଥିଲା ‘ପ୍ରେମ ରଙ୍ଗ’ ।
ଲେଖାଟି ଏହିପରି ଥିଲା ।
“ଏ ସଂସାର ପ୍ରେମମୟ । ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରତିଟି ଜୀବନ୍ତ ଉପାଦାନରେ ଏହା ଆମକୁ ପ୍ରତିୟମାନ ହୋଇଥାଏ । ମାତ୍ର ଜଡମାନଙ୍କରେ ଏହାର ଅସ୍ତିତ୍ୱକୁ ନପାଇବା ଆମର ଅକ୍ଷମତା ହୋଇପାରେ । ହେଲେ କବିର କଲମରେ ଆଉ ଲେଖକର ଲେଖନୀରେ  ଝରଣା ସାଗରକୁ, ପାହାଡ ଆକାଶକୁ ଓ ଲହଡି କୂଳକୁ ପରି, ଜଡବି ପ୍ରେମକରେ । ଏ ଦୁନିଆରେ କେତେ ଯେ ରଙ୍ଗ ତାହା ଅକଳନୀୟ । ଅନେକ ରଙ୍ଗ ଖାଲି ଆଖିକୁ ଦେଖାଯାଏ ମାତ୍ର ଅନ୍ୟ କେତେକ ରଙ୍ଗ ଖାଲି ଆଖିକୁ ଦେଖାଯାଉନଥିଲେ ମଧ୍ୟ  ସେମାନଙ୍କର  ପ୍ରଭାବ କଳ୍ପନାତୀତ । ସେମାନଙ୍କ ମଧ୍ୟରୁ ପ୍ରେମରଙ୍ଗ ଅନ୍ୟତମ । ମନୁଷ୍ୟ ଜୀବନକୁ ଏ ପ୍ରେମରଙ୍ଗ ଅତୀବ ପ୍ରଭାବିତ କରେ । ପ୍ରେମ ଅଟେ ଚିରନ୍ତନ ଓ ଶାଶ୍ୱତ । ସର୍ଜନାରୁ ରହିଛି ଧ୍ୱଂସରେ ବି ଥିବ । କାଳଚକ୍ରର ଅନ୍ତରାଳରେ ପ୍ରତ୍ୟେକ ଜୀବନରେ ଏହାର ରଙ୍ଗ ପରିବର୍ତ୍ତିତ । ରଙ୍ଗ ପରିବର୍ତ୍ତନରେ ଜୀବନର ସର୍ବସ୍ୱ ପ୍ରଭାବିତ । କେବେ ଜୀବନକୁ ଅମଡା ରାଇଜକୁ ଟାଣିନେଇ ନୟାନ୍ତ, ସର୍ବସାନ୍ତ କରେତ କେବେ ପୁଣି ଅପନ୍ତରା ଦୁନିଆରୁ ଶୃଙ୍ଖଳିତ ଓ ସ୍ୱଂୟଶାସିତ ଦୁନିଆକୁ ଓଟାରି ଆଣି ବଳବନ୍ତ, ଋଦ୍ଧିମନ୍ତ କରି ଘର ବସେଇଦିଏ । କେବେ ସମୟ, ପରିସ୍ଥିତି ଓ ପାତ୍ରର ସମବୟବତାରେ  ଭୟ, ଭକ୍ତି, ଜ୍ଞାନ, ପ୍ରେରଣା ଓ ଘୃଣାର ବୀଜ ବୁଣେ । ପ୍ରେମ ଅଟେ ଅନନ୍ତ । ପ୍ରେମରଙ୍ଗ ସତ୍ ହେଲେ ଶାନ୍ତିମିଳେ । ପ୍ରେମରେ ହିଁ ସମାଜ ନିଜ ଭିତରେ ସମସ୍ତଙ୍କୁ ବାନ୍ଧିରଖେ । ସମାଜ ଶାନ୍ତିରେ ଉନ୍ନତି ପଥରେ ଆଗେଇଚାଲେ । ମାନବ ସମାଜର ମଙ୍ଗଳ ହୁଏ ।
   ସତ୍ ପ୍ରେମରେ ଭୟର ସ୍ଥାନ ନାହିଁ । ପ୍ରେମ କରେ ନିର୍ଭୀକ । ହେଲେ କାହିଁକି କେଜାଣି ଏ ସମାଜ ପ୍ରେମକୁ ପ୍ରଶୟ ଦିଏନି । ପ୍ରେମରଙ୍ଗ ଲାଗୁଲାଗୁ  ଭୟଭୀତ କରେ । ଯନ୍ତ୍ରଣା, ନିନ୍ଦା ଓ ଅପବାଦ ରେ ସମାଜ ସେମାନଙ୍କୁ ନିସ୍ୱଃ କରେ । ହେଲେ ପ୍ରେମ ରଙ୍ଗରେ ଭିଜିଥିବା ହୃଦୟ ଆହୁରି ଟାଣ ହୋଇଚାଲେ । ବିଷକୁ ଅମୃତମଣି ପିଇଚାଲେ । କଷ୍ଟକୁ କୃଷ୍ଣ ବୋଲି ଗ୍ରହଣ କରିନିଏ । ମୀରାକୃଷ୍ଣ, ଲୈଲାମଜ୍‌ନୁ, ଶିର୍‌ଫରହାଦ୍ ଅବା ହୀର୍‌ରାଞ୍ଝା୍‌ଙ୍କ ଭଳି ଅମର ପ୍ରେମ ଗାଥାରେ ମଧ୍ୟ ଏ ସମାଜ ଥିଲା ଖଳନାୟକ । ବେଳେବେଳେ ଏ ସମାଜର ତାଡନାରେ ସେମାନେ ସିନା ହାରିଯାଆନ୍ତି ହେଲେ ସେମାନଙ୍କ ପ୍ରେମ କିନ୍ତୁ ହାରେନା । ପ୍ରେମ କରେ ସେମାନଙ୍କୁ ଅମର । ସଂସାର ଭୂଲିପାରେନା ସେମାନଙ୍କର ଅମର ପ୍ରେମ ଗାଥାକୁ । ସେମାନଙ୍କ ତିରୋଧାନ ସୃଷ୍ଟିକରେ ଅମର ପ୍ରେମର ଅଭିଧାନ ।
   ପ୍ରେମର ରଙ୍ଗ ଯଦି ଭକ୍ତିପୂତ ହୁଏ ତେବେ ଜୀବନ ଚରିତାର୍ଥ । ବିଭୂ ପ୍ରେମରେ ଏ ମନ ଆତ୍ମହରା ହୋଇ ଚାଲେ । ଦୁଃଖ ସୁଖକୁ ସମଜ୍ଞାନ କରେ । ବସ୍ତୁବାଦର ମୋହ ଅପସରିଯିବାରେ ଲାଗେ । ଜୀବନ ଲୋଭ ଓ କାମ ଶୂନ୍ୟ ହୋଇପଠେ । ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ଉପାଦାନରେ ପ୍ରଭୂସତ୍ତା ପ୍ରତୀୟମାନ ହୁଏ । “ସର୍ବେ ଭବନ୍ତୁଃ ସୁଖୀନଃ” ପରି ମହତ୍ତ ଚିନ୍ତାଧାରାରେ ଶରୀର, ମନ ଓ ପ୍ରାଣ ଆହ୍ଲାଦୀତ ହୁଏ । ଶାନ୍ତି ସାଉଁଟିଚାଲେ  ସକାଳରୁ ସଞ୍ଜ, ସଞ୍ଜରୁ ସକାଳ । ବେଳେବେଳେ ପ୍ରେମର ରଙ୍ଗ ହୁଏ ପ୍ରେରଣା । ପ୍ରେମିକା ଅବା ପ୍ରେମିକର ପ୍ରେରଣାରେ ହୀନ ହୁଏ ମହାନ୍‌, ମୂର୍ଖ ହୁଏ ଜ୍ଞାନୀ, ଦସ୍ୟୁ ପାଲଟେ ସାଧୁ । ପ୍ରେମ, ଜ୍ଞାନଗଙ୍ଗାର ଉତ୍ସପରି କାମ କରେ । ସାଧାସିଧା ମଣିଷ ଭାବୁକ ହୋଇ ଉଠେ । କେତେବେଳେ କବି ତ କେତେବେଳେ ଲେଖକ ପାଲଟି ଯାଏ । ସୃଷ୍ଟିକରେ କାବ୍ୟ, କବିତା ଅବା କଥାର ଭଣ୍ଡାର । କବିବର ପଡିଥିଲେ ଚିଲିକା ପ୍ରେମରେ, ସ୍ୱଭାବକବି ପଡିଥିଲେ ପ୍ରକୃତିପ୍ରେମରେ ଆଉ ଉତ୍କଳମଣି ପଡିଥିଲେ ମାତୃଭୂମୀ ପ୍ରେମରେ । କି ପ୍ରେରଣା ଥିଲା ସେ । ସୃଷ୍ଟିକଲେ ଅମ୍ଲାନ କାବ୍ୟ ଚିଲିକା, ତପସ୍ୱୀନ ତଥା ବନ୍ଦୀଶାଳାର ଅନୂଭୁତୀରେ କାଳଜୟୀ କାରାକବିତା । କେଉଁଠି ପ୍ରେମରେ ତାଜମହଲ ପରି ପ୍ରେମର ପ୍ରତୀକ ମଧ୍ୟ ଗଢିଉଠେ । ଖାଲି ସେତିକି ନୁହେଁ, ପ୍ରେମରେ ପ୍ରତାରଣାର ରଙ୍ଗ ଲାଗିଲେ ବେଳେବେଳେ ପ୍ରେମ, ପ୍ରେରଣାର ଉତ୍ସମଧ୍ୟ ପାଲଟେ । ହୃଦୟଭଙ୍ଗା ପ୍ରେମିକ ଅବା ପ୍ରେମିକା ଜୀବନକୁ ତର୍ଜମା ଓ ଅନୁଶୀଳନ କରିଚାଲେ । ହାରିଯିବାରେ ଜିତିଯିବାର ସ୍ନୀଗଧତା ବେଳେବେଳେ ତା ମନକୁ ସୁବାସିତ କରେ । ଜୀବନରେ ଅନନ୍ୟତା ଭରିଯାଏ । ଭାଷା, ଭାଷ, ଭାବ, ଭଙ୍ଗୀ ଓ ଜ୍ଞାନର ସ୍ୱତଃ ପରିବର୍ତ୍ତନରେ ସମାଜରେ ହୁଏ ଗନ୍ୟ । ହେଲେ ବେଳେବେଳେ ଏ ପ୍ରତାରଣା, ଘୃଣାସୃଷ୍ଟି କରେ । ଧ୍ୱଂସାଭିମୂଖୀ ହୁଏ । ନିଜେ ଜଳିବା ସହ ପ୍ରେମିକ ଅବା ପ୍ରେମିକାକୁ ଜାଳିବାକୁ ଚେଷ୍ଟା କରେ । ବଦଲ୍‌ା ନେବାକୁ ପ୍ରୟାସ କରେ । ସଫଳ ଅବା ବିଫଳହୁଏ । ସାମାଜିକ ସନ୍ତୁଳନ ଚହଲିବସେ । ଧର୍ଷଣ ଅବା ହତ୍ୟାର ଚାଞ୍ଚଲ୍ୟ ରଚେ । ପରିପାଶ୍ୱର୍ ବ୍ୟଥିତ ହୋଇଉଠେ ।
   ବାସ୍ତବରେ ପ୍ରେମ ବିନା ଜୀବନ ରଙ୍ଗହୀନ । ଆସନ୍ତୁ ପରସ୍ପରକୁ ପ୍ରେମ କରିବା । ଯେଉଁ ପ୍ରେମର ରଙ୍ଗ କେବଳ ଭକ୍ତି, ଜ୍ଞାନ ପ୍ରେରଣା ଓ ଶାନ୍ତି ସର୍ବସ୍ୱ ହେଉ । ଏ ସଂସାର ଆହୁରି  ପ୍ରେମମୟ, ଜ୍ଞାନମୟ ଓ ଶାନ୍ତିମୟ ହୋଇଉଠୁ । ସମାଜ ଶାନ୍ତିରେ ଉନ୍ନତିପଥରେ ଆଗେଇଚାଲୁ ।” 
ଲେଖାଟିର ମାର୍ମିକତା ତାର ହୃଦୟକୁ ଛୁଇଁ ଯାଇଛି । ପଣକରିଛି ସେ ଆଜି ଯେଉଁ ପ୍ରତାରଣାର ବିଷରେ ଜଳୁଛି ତା ଘୃଣାର ବିଷରେ ତା ଠାରୁ ଅଧିକ ଜାଳିବ ଏ ପୁରୁଷ ସମାଜକୁ ।
   ରାତିର ନିର୍ଜନତା ଓ ଟ୍ରେନ୍‌ଟିର ଗୁରୁଗର୍ଜନ ଶଦ୍ଦରେ ତା ଭାରାକ୍ରାନ୍ତ ମନଟି କେତେବେଳେ ଥକିପଡି ନିଦ ମା’ ର କୋଳକୁ ଚାଲିଯାଇଛି ସେ ଜାଣିପାରିନି । ଅଭ୍ୟାସ ବଶତଃ ମାଳିନୀ ରାତି ପାଞ୍ଚଟାରୁ ଉଠି ପଡିଲାଣି । ମେଘାର ନିଦ ମଧ୍ୟ ଭାଙ୍ଗିଯାଇଛି । ତଳକୁ ଓହ୍ଲାଇପଡି ମାଳିନୀ ସହିତ ଫ୍ରେସ୍ ହୋଇଯାଇଛି । ଟ୍ରେନ୍ ଟି ରାଇଟ୍ ଟାଇମ୍‌ରେ ଚାଲିଛି ତେଣୁ ଆଉ ଦୁଇ ଘଣ୍ଟାପରେ ଦିଲ୍ଲୀ ଷ୍ଟେସନ୍‌ରେ ପହଞ୍ôଚଯିବ । ମାଳିନୀ ଓ ସେ ଦୁଇଜଣ ଯାକ ଫ୍ରେସ୍ ହୋଇ ଯାଇଛନ୍ତି । ସେମାନଙ୍କର ନିତ୍ୟକର୍ମ ସରିଲା ବେଳକୁ ସକାଳ ଛଅଟା ପାଖାପଖି ହେଲାଣି । ଭାରତର ରାଜଧାନୀ ଓ ମେଟ୍ରୋ ସହରର ଆକାଶ ଧୂସରିଆ ସାଙ୍ଗକୁ ବାୟୁମଣ୍ଡଳ ଆର୍ଦ ଧୂଆଁର ଏକ ଅପରିଚିତ ଚଦରରେ ଆଚ୍ଛାଦିତ ପରି ମନେହଉଥାଏ । 
   ମଝିରେ ମଝିରେ ସହର ତଳି ଅଞ୍ଚଳର ବସ୍ତି ଓ ମଝିରେ ମଝିରେ ଗୋଟିଏ ଗୋଟିଏ ବଡ କୋଠାଘର ଦେଖା ଗଲାଣି । ଗୋଟିଏ ଗୋଟିଏ ନଭସ୍ତୁମ୍ଭି କୋଠାକୁ ଦେଖି ଗାଁରୁ ଆସିଥିବା ମାଳିନୀ ଟିକେ ବିସ୍ମିତ ହୋଇ କୋଠାକୁ ଅନେଇବା ସହିତ ମେଘା ମୁହଁ କୁ ମଧ୍ୟ ଅନାଉ ଥାଏ । ଚାହୁଁ ଚାହୁଁ ଅନ୍ୟ ସମସ୍ତ ସହଯାତ୍ରୀ ଉଠିପଡି ଫ୍ରେସ୍‌ହୋଇ ଗଲେ । ମେଘା କହିଲା ବର୍ତ୍ତମାନ ଦିଲ୍ଲୀ ଷ୍ଟେସନ୍ ଆଉ ଅଳ୍ପସମୟ ପରେ ଆସିବ । ତେଣୁ ଆମେ ସମସ୍ତେ ନିଜେନିଜର ଲଗେଜ୍ ପ୍ରସ୍ତୁତ କରିଦେବା । ସମସ୍ତେ ନିଜନିଜର ବ୍ୟାଗ୍ ସଜାଡିଛନ୍ତି । କଥାବାର୍ତ୍ତା ଆଳରେ ସମସ୍ତଙ୍କର ଦିଲ୍ଲୀ ସହରର ବଡବଡ କୋଠାବାଡିକୁ ଦେଖି ମନରେ ଏକ ଅଜଣା ଡର ମଧ୍ୟ ଟିକେଟିକେ ଉଙ୍କି ମାରୁଥାଏ । ହେଲେ ମେଘା ପାଇଁ ଏ ସବୁ ସେତେ ନୂଆକଥା ନୁହେଁ ।
   ସହରି ଜୀବନ ସହିତ ସେ ଓତଃପ୍ରତଃ ଭାବେ ଜଡିତ । ଜୀବନର ଏକୋଇଶି ବର୍ଷ ହେଲାଣି ଏହି ଭଳି ବ୍ୟସ୍ତ ସହରର ଗଳିକନ୍ଦିରେ ତାର ଜୀବନ ଅତିବାହିତ ହୋଇଛି । ନୂଆଦିଲ୍ଲୀ ଷ୍ଟେସନ୍ ଆସିଯାଇଛି । ଟ୍ରେନ୍ ଟି ଦଶ ନମ୍ବର ପ୍ଲାଟ୍ ଫର୍ମରେ ଆସି ଅଟକିଛି । ପୂର୍ବ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ପାହାଡଗଞ୍ଜ୍ ପଟକୁ ଯିବାକୁ ହେବ । ସେହିଠାରେ ମିଷ୍ଟର ପ୍ରକାଶ ଗୋସ୍ୱାମୀ ଯେକି ତାଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଥିବା ଗେଷ୍ଟ୍‌ହାଉସ୍‌ର କର୍ମଚାରୀ ଗାଡିଧରି ଅପେକ୍ଷା କରିଥିବେ । ଟ୍ରେନ୍‌ରୁ ସମସ୍ତେ ଓହ୍ଲାଇପଡିବା ପରେ ମାଳିନୀ, ପ୍ରକାଶ ଗୋସ୍ୱାମୀ ଙ୍କୁ ଫୋନ୍ କରିଛି । 
ପ୍ରକାଶ ଗୋସ୍ୱାମୀ- ଆପଣ କେଉଁଠାରେ ଅଛନ୍ତି ।
ମାଳିନୀ - ଅମ୍ଭେମାନେ ଏକ ନମ୍ବର ପ୍ଲାଟଫର୍ମ୍ ରେ ଛିଡା ହୋଇଛୁ ।
ପ୍ରକାଶ ଗୋସ୍ୱାମୀ- ଆପଣମାନେ ପାହାଡଗଞ୍ଜ୍ ଗେଟ୍ ପାଖକୁ ପଳେଇ ଆସନ୍ତୁ । ମୁଁ ଗେଟ୍ ପାଖରେ ଛିଡା ହୋଇଛି ।
ମାଳିନୀ–ଆମେ ଆପଣଙ୍କୁ ଚିହ୍ନିବୁ କିପରି ।
ପ୍ରକାଶ ଗୋସ୍ୱାମୀ–ମୁଁ ହାତରେ ଗୋଟେ ୫ ଲେଖା ହୋଇଥିବା କାର୍ଡବୋର୍ଡ ଧରି ଛିଡା ହୋଇଛି ।
ମାଳିନୀ–ଠିକ୍ ଅଛି, ଆମେ ଆସୁଛୁ ।
ସମସ୍ତେ ପାହାଡଗଞ୍ଜ୍ ପଟକୁ ଚାଲିଚାଲି  ଆସିଛନ୍ତି । 
   ପାହାଡଗଞ୍ଜ୍ ଗେଟ୍ ପାଖରେ ପହଞ୍ôଚଲା ବେଳକୁ ପ୍ରକାଶ ଗୋସ୍ୱାମୀ ଛିଡା ହୋଇଛନ୍ତି । ତାଙ୍କର ପରିଚୟ ହେଲା ଓ ସମସ୍ତେ ଗୋଟିଏ ବୋଲେରୋ ଗାଡିରେ ତାଙ୍କ ଗେଷ୍ଟ ହାଉସ୍‌କୁ ଚାଲିଲେ । ଗେଷ୍ଟ୍ ହାଉସ୍‌ଟି ପାହାଡଗଞ୍ଜ୍ ଷ୍ଟେସନ୍ ଠାରୁ ମାତ୍ର ଚାରି କି.ମି. । ସେମାନେ ସେଠାରେ ପଡଞ୍ôଚ ଗେଷ୍ଟହାଉସ୍ ରେ ପ୍ରବେଶ କଲେ । ପ୍ରକାଶ ଗୋସ୍ୱାମୀ ଏମାନଙ୍କୁ ଚାରିଟି ରୁମ୍ ଦେଖାଇ କହିଲେ ଏହି ରୁମ୍‌ଗୁଡିକ ଆପଣଙ୍କର । ତଳେ ବ୍ରେକଫାଷ୍ଟ୍ ସକାଳ ୭ଟା୩୦ରୁ ୮ଟା ଭିତରେ, ଲଞ୍ଚ୍ ଦିନ ୧ଟାରୁ ୨ଟା ରେ, ୪ଟାରୁ ୫ଟାରେ ଟି’ ଟାଇମ୍ ଓ ରାତିରେ ୮ଟାରୁ ୯ଟାରେ ଡିନର୍ । ତେଣୁ ଆପଣ ମାନେ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବାର ବ୍ୟବସ୍ଥା କରିବେ । ତାଙ୍କ ଟ୍ରେନିଙ୍ଗ୍ ସ୍ଥାନଟି ସେହି ଗେଷ୍ଟହାଉସ୍‌ର ଗ୍ରାଉଣ୍ଡ ଫ୍ଲୋରରେ ଥିବା କନ୍‌ଫରେନସ୍ ହଲ୍‌ରେ । ଟ୍ରେନିଙ୍ଗ୍ ଟାଇମ୍ ତାଙ୍କର ଦିନ ୯ଟାରୁ ୧ଟା ଓ ୨ଟା୩୦ରୁ ସନ୍ଧ୍ୟା ୪ଟା୩୦ । ରବିବାର ଛୁଟି । ଏସବୁ ବ୍ୟବସ୍ଥା ଦେଖି ମାଳିନୀ ଖୁସି ହୋଇଗଲା । ମେଘା ମଧ୍ୟ ସବୁ ବ୍ୟବସ୍ଥା ଦେଖି ମାଳିନୀକୁ କହିଛି ଅପା ଆଦ୍ୟୈ ବ୍ୟସ୍ତ ହୁଅନି । ସବୁ ଠିକ୍ ଠାକ୍ ଅଛି । 
   ମାଳିନୀ ମେଘା କୁ କହିଛି ମେଘା ମ୍ୟାଡାମ୍ ତୁମେ ଆମ ସାଙ୍ଗରେ ଏହି ଟ୍ରେନିଙ୍ଗ୍ ରେ ଭାଗ ନିଅନା । ତୁମ ଇଣ୍ଟରଭିଉ ଦିନ ଆମେ ଟ୍ରେନ୍‌ରଙ୍କୁ ଅନୁରୋଧ କରିବା ଓ ତୁମେ  ଇଣ୍ଟରଭିୟୁ ଦେବାକୁ ଯିବ । ଇଣ୍ଟରଭିୟୁ ପରେ ତୁମେ ଆମ ସାଙ୍ଗେ ଏହି ଟ୍ରେନିଙ୍ଗ୍ ନେବ ଓ ସାଙ୍ଗ ହୋଇ ଓଡିଶା ଫେରିବା । ଆଉ ଯଦି ତୁମର ଚାକିରୀ ହୋଇଗଲା ତେବେ ତୁମେ ଦିଲ୍ଲୀରେ ରହିଯିବ । ମେଘା ମନେମନେ ଭାବିଲା ମାଳିନୀ ମୋ ବିଷୟରେ ସବୁ ସତକଥା ଯାଣିନି ବୋଲି ଏମିତି କହୁଛି । ମେଘା କହିଲା, ଅପା ଦେଖ ମୁଁ ଖାଲି ଗୋଟିଏ ଇଣ୍ଟରଭିୟୁ ଦେବିନି । ମୁଁ ତୁମ ପାଖରେ ରହିବା ଭିତରେ ଅନେକ ଇଣ୍ଟରଭିୟୁ ଦେବି ଓ ତୁମ ଟ୍ରେନିଙ୍ଗ୍ ରେ ମଧ୍ୟ ଭାଗ ନେବି । ହେଲେ ମୋତେ ଯେମିତି ହେଲେ ଚାକିରୀଟିଏ ଏହି ଦିଲ୍ଲୀରେ କରିବାକୁ ପଡିବ । ମୁଁ ଆଉ ଏବେ ଓଡିଶା ଫେରିବି ନାହିଁ । ମାଳିନୀ କହିଛି ହଉ ଭଗବାନ ତୁମ ଆଶା ପୂରଣ କରନ୍ତୁ । 

*****


ଚାରି


   ମାଳିନୀ ଓ ମେଘା ଗୋଟିଏ ରୁମ୍ ରେ ରହିଛନ୍ତି । ଅନ୍ୟ ଛଅ ଜଣ ଦୁଇଦୁଇଜଣ କରି ଅନ୍ୟ ତିନୋଟି ରୁମ୍ ରେ ରହିଛନ୍ତି । ତାଙ୍କ ଟ୍ରେନିଙ୍ଗ୍ ଆଉ ଦୁଇଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୧, ୨୦୧୪ ତାରିଖ ସୋମବାର ରୁ ଆରମ୍ଭ ହେବ । ମାଳିନୀ ଓ ମେଘା ଦୁଇଜଣ ମନସ୍ଥ କରିଛନ୍ତି ଆଜି ଲଞ୍ଚ୍ ପରେ ସମସ୍ତେ ବାହାର ବଜାରକୁ ଟିକେ ବୁଲିବାକୁ ଯିବେ । ସେଇଆ ହୋଇଛି । ଲଞ୍ଚ୍ ପରେ ପରେ ଆଠଜଣ ଯାକ ସାଙ୍ଗ ହୋଇ ବାହାରକୁ ବୁଲିବାକୁ ଯାଇଛନ୍ତି । ବାହାରକୁ ବୁଲିବାକୁ ଯିବା ପୂର୍ବରୁ ସମସ୍ତଙ୍କର ଫୋନ୍ ନମ୍ବର ସମସ୍ତ ନିଜ ପାଖରେ ଲେଖି ରଖିବା ସହିତ ମୋବାଇଲ୍ ରେ ମଧ୍ୟ ସେଭ୍ କରିଛନ୍ତି ।
   ଗେଷ୍ଟହାଉସ୍ ର ପ୍ରକାଶ ଗୋସ୍ୱାମୀଙ୍କ ଫୋନ୍ ନମ୍ବର ମଧ୍ୟ ସମସ୍ତେ ମନେରଖିବା ସହିତ ମୋବାଇଲ୍ ରେ ସେଭ୍ କରିଛନ୍ତି । ଗେଷ୍ଟ ହାଉସ୍ ଟିର ଲୋକେସନ ବିଷୟରେ ପ୍ରକାଶ ଗୋସ୍ୱାମୀ ସମସ୍ତଙ୍କୁ ଟିକେ ବୁଝାଇଛନ୍ତି । କହିଛନ୍ତି ଗେଷ୍ଟହାଉସ୍‌ର ନିକଟରେ ସଚଦେବା ନାମକ ପାକ୍‌ର୍ ଟିଏ ଅଛି । ଏହି ପାର୍କକୁ ସମସ୍ତେ ଜାଣନ୍ତି । ଗେଷ୍ଟ ହାଉସ୍‌ର ନାଁ ହେଉଛି ପରମ୍ ଗେଷ୍ଟ ହାଉସ୍ । ଏହି ଗେଷ୍ଟ ହାଉସ୍ ସାମନା ଗଳିର ଆରପଟ ଗଳିରେ ଗୋଟିଏ ହନୁମାନ ମନ୍ଦିର ଅଛି । ସେ ମନ୍ଦିରକୁ ସମସ୍ତେ ସଚ୍‌ଦେବା ପାର୍କ  ହନୁମାନ ମନ୍ଦିର ବୋଲି ଜାଣନ୍ତି । ତେଣୁ ବାକି ବାଉଳା ହେବାର ପ୍ରଶ୍ନ ନାହିଁ । ହଜିଗଲେ ଆପଣ ଏହି ସଚ୍‌ଦେବା ପାର୍କ କିମ୍ବା ହନୁମାନ ମନ୍ଦିର କୁ ଆସିଲେ ଆମ ଗେଷ୍ଟହାଉସ୍ ଟି ଆରାମରେ ପାଇଯିବ । ସମସ୍ତେ ବାହାରିଛନ୍ତି ବୁଲିବାପାଇଁ । ମେଘାକୁ ଛାଡିଦେଲେ ଅନ୍ୟ ସମସ୍ତେ ସାତଜଣ ଦିଲ୍ଲୀର ବ୍ୟସ୍ତ ବହୁଳ ଜୀବନ, ଗାଡି ମାନଙ୍କର ଭିଡ ଓ ନଭତ୍ସୁମ୍ବୀ ଅଟ୍ଟାଳିକା ମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡୁଥାନ୍ତି । ସାଙ୍ଗରେ ନେଇଥିବା କ୍ୟାମେରାରେ ମାଳିନୀ ସମସ୍ତ ଆଠଜଣଙ୍କର ଏକାଠି ଫଟୋକୁ ବାନ୍ଧିରଖି ଦିଏ । ୪ଟା୨୦ ପର୍ଯ୍ୟନ୍ତ ବୁଲନ୍ତି ତାପରେ ଗେଷ୍ଟହାଉସ୍ ଟି’ ଟାଇମ୍ ରେ ଆସି ପହଞ୍ôଚ ଯାଆନ୍ତି ।
   ସେ ଦିନ ଗେଷ୍ଟହାଉସ୍ ରେ ଅତି ଆରାମରେ ଦିନ କାଟନ୍ତି । ଡିନର୍ ଖାଇ ସାରିଲା ପରେ ସମସ୍ତେ ଯେଝା ରୁମ୍ ରେ ଶୋଇବାକୁ ଯାଆନ୍ତି । ସେତେବେଳକୁ ମେଘା, ମାଳିନୀ ସହିତ ଏତେ ମିଶିଗଲାଣି ଯେ ତାକୁ ଲାଗିଲାଣି ସେ ଆଉ ତାର ସତ କଥା ଗୁଡିକ ନକହି ରହି ପାରିବ ନାହିଁ । ସତନକହିଲେ ପାପ ହେବ । ମାଳିନୀ ଓ ମେଘା ଶୋଇବା ପୂର୍ବରୁ ମାଳିନୀ କହିଛି ମେଘା ମାଡାମ୍ ତୁମ ଘର ବିଷୟରେ ଟିକେ କହୁନ । ମେଘା ଆରମ୍ଭ କରିଛି ।
   ମାଳିନୀ ଅପା ତୁମକୁ କିପରି ଧନ୍ୟବାଦ ଦେବି ମୁଁ ଜାଣିପାରୁନି । ବୋଧହୁଏ ମୋ ପାଇଁ ତୁମେ ଭଗବାନ ହୋଇ ଠିକ୍ ସମୟରେ ଆସିଲ । 
ମାଳିନୀ-କାହିଁ? ଏମିତି ମୁଁ କଣ କଲି କି?
ମେଘା-ମୁଁ ଅନେକ କଥା ଏପର୍ଯ୍ୟନ୍ତ ତୁମ ଆଗରେ ମିଛ କହିଛି । 
ମାଳିନୀ-ମିଛ କଥା । କେଉଁ ମିଛ କଥା ।
ମେଘା-ମୁଁ ଆଉ ସେ ମିଛକୁ ଲୁଚେଇକି ରଖି ପାରୁନି ।
   ତୁମର ଏ ସ୍ନେହ ଓ ମମତା ମୋ ଉପରେ ଏତେ ଭାରି ପଡିଲାଣି ଯେ ତୁମେ ମୋର ମା’ ଭଳି କାହିଁକି ନିଜର ଲାଗିଲଣି । ତେଣୁ ସବୁ ସତ କଥା କହିଦଉଛି । 
ମାଳିନୀ-ମେଘା ମୁଣ୍ଡରେ ହାତ ବୁଲାଇ ଆଣି  ସେମିତି କାହିଁକି କହୁଛ । ଯାହା କହିବା କଥା କହୁନ ।
ମେଘା-ତା ପରେ ଘଟିଯାଇଥିବା ତା ଜୀବନର ସବୁକଥା ମାଳିନୀ ଆଗରେ କହି ପକେଇ କଇଁକଇଁ ହୋଇ କାନ୍ଦିବାରେ ଲାଗିଛି । 
ମାଳିନୀ-ଏମିତି ପିଲାଙ୍କ ଭଳିଆ କାନ୍ଦୁଛ କାହିଁକି । ଭଗବାନ ଯାହା କରନ୍ତି ପ୍ରଣୀର ମଙ୍ଗଳ ପାଇଁ । ତୁମ ମା’ ଙ୍କର ଆଶୀର୍ବାଦ ତୁମ ଉପରେ ନିଶ୍ଚୟ ଅଛି । ତୁମେ ବହୁତ ଭଲରେ ରହିବ । ପ୍ଲିଜ୍ କାନ୍ଦ ବନ୍ଦ କର ।
ମେଘା-ହେଲେ ଅପା ମୁଁ ଜାଣିନି କାହିଁକି କେଜାଣି ଏ ପୁରୁଷ ଜାତିଟାକୁ ମୋର ବହୁତ ଅସୂୟା । ମୋର ଆତ୍ମା ଏମାନଙ୍କୁ ଘୃଣା କରେ । ମୋ ବାପାଙ୍କର ବ୍ୟବହାରର ପରିବର୍ତ୍ତନ ଠାରୁ ମୁଁ କାହିଁକି ପୁରୁଷଜାତି ବିଷୟରେ ଭାବିଲେ ଇତସ୍ତତ୍ ହୋଇଯାଉଛି । ମୋ ମନ ଭିତରଟା ପ୍ରତିଶୋଧମୂଖୀ ହୋଇ ଉଠୁଛି । ଇଛା ହେଉଛି ନିଶ୍ଚୟ ବଦଲ୍‌ା ନେବି । ପ୍ରୀତିରେ ପ୍ରତାରଣାର ଯନ୍ତ୍ରଣା ଏମାନଙ୍କୁ ନିଶ୍ଚୟ ଶିଖାଇବି ।
ମାଳିନୀ-ଶିଖାଇବା ବି ଦରକାର । ହେଲେ ମେଘା ମ୍ୟାଡାମ୍ ସମସ୍ତେ କୁହନ୍ତି ନାରୀ ହେଉଛି ଅବଳା । ବିନା ଆଶ୍ରାରେ ସେ ଜୀବନକୁ ବିତେଇ ପାରେନା ।
ମେଘା-ତୁମେ ଭୂଲ୍ ବୁଝିଛ । ତୁମେ ଏପର୍ଯ୍ୟନ୍ତ ଧର୍ମର ଅନ୍ଧବିଶ୍ୱାସର ମୈାଳିକତାରେ ବୁଡିରହିଛ । ଟିକେ ବାହାରକୁ ଝାଙ୍କି ଦେଖ । ଆମରି ଭଳି ନାରୀ ଏହି ଦେଶର ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ଚଳାଇଛି । ମହାକାଶରେ ଉଡିଛି । ତେଣୁ ତୁମର ଭାବନା ସମ୍ପୁର୍ଣ୍ଣ ଭୂଲ୍ ।
ମାଳିନୀ-ଠିକ୍ ଅଛି । ତୁମେ ହିଁ ଠିକ୍ କହୁଛ । ପ୍ରତିଶୋଧ ଯଦି ନେଇପାରିବ ତେବେ ନିଅ ।
ମେଘା-ତେବେ ତୁମେ ମୋ କଥାରେ ରାଜିନା । ମୋତେ ସମର୍ଥନ କରୁଛନା ।
ମାଳିନୀ-ହେଲେ ମେଘା ମ୍ୟାଡାମ୍‌, ତୁମେ ଏତେ ସୁନ୍ଦର ଏତେ ସରଳ, ଏତେ କୋମଳ ଯେ ତୁମେ ଏ କାମ କରିପାରିବ ବୋଲି ମୋର ବିଶ୍ୱାସ ହେଉନାହିଁ । ହେଲେ ତୁମେ ଗୋଟେ କଥା ବୋଧହୁଏ ଜାଣିନ । ସେଇଟା ହେଉଛି ପ୍ରତ୍ୟକ ମନୁଷ୍ୟର ଆତ୍ମା ପ୍ରତି ମୁହୁର୍ତ୍ତରେ ଖୋଜୁଥାଏ ଟିକେ ଶାନ୍ତି ଆଉ ତାର ପାର୍ଥୀବ ଶରୀର ଖୋଜେ ସୁଖ । ହେଲେ କଥାରେ ଅଛି “ସପନେ ସୁଖ, ଶ୍ମଶାନେ ଶାନ୍ତି” । କିନ୍ତୁ ସଂସାରରେ ଏ କଥାର ସତ୍ୟତାକୁ କେହି ବି କାଟି ପାରିବେ ନାହିଁ । ତୁମେ ପୁରୁଷକୁ  ନିଜ ଘୃଣାରେ ଯେଉଁ ଦୁଃଖଦେଇ ସୁଖ ପାଇବ ବୋଲି ଭାବିଛ ମୁଁ ଭାବୁଛି ତାହା କେବଳ ସ୍ୱପ୍ନରେ ସତ୍ୟ ହୋଇପାରେ ଆଉ ଯେଉଁ ଶାନ୍ତିର ଅନ୍ୱେଷଣ ରେ ତୁମେ ଏ କାମ କରିବ ବୋଲି ଭାବିଛ ତାହା କେବଳ ତୁମ ଶରୀରର ଶ୍ମଶାନ ଯାତ୍ରା ପରେ ହିଁ ତୁମେ ହିଁ ପାଇପାରିବ ।  
ମେଘା- ନିଶ୍ଚୟ ପାରିବି ।
ମାଳୀନୀ- ହଉ ବାବା ତୁମେ ପାରିବ । ହେଲେ ପ୍ରଥମେ ଦିଲ୍ଲୀରେ ତୁମ ଦାନାପାଣି ପାଇଁ ଆଗ ଗୋଟେ ଭଲ ଚାକିରୀ ଟିଏ ଯୋଗାଡ କର । ଚାକିରୀଟିଏ ପାଇଲା ପରେ ରହିବା ପାଇଁ ବସାଟିଏ ଠିକ୍ କର । ଆଗ ଥଇଥାନ୍ ହୋଇସାର । ତାପରେ ସେ ପ୍ରତିଶୋଧ କଥା ଚିନ୍ତା କରିବ । 
ହଉ ଚାଲ ଶୋଇପଡିବା । ରାତି ଅନେକ ହେଲାଣି ।
   ମାଳିନୀ, ମେଘାର ଏଭଳି ଚାଲିଚଳନ ଦେଖି ଆଶ୍ଚର୍ଯ୍ୟ ହେଉଥାଏ । ମନେମନେ ମେଘାର  ସାବତ ମା’ ପ୍ରତି ତାର ଘୃଣା ଜାତ ହେଉଥାଏ । ଭାବୁଥାଏ ଏଭଳି ନାରୀ ଏ ସମାଜ ପ୍ରତି କଳଙ୍କ । ଏତେ ପଢାଲିଖା । ଏଭଳି ଚାଲିଚଳନ । କେତେ ସୁନ୍ଦର ବ୍ୟବହାର । ଏଭଳି ଝିଅକୁ ଟିକେ ସ୍ନେହ ଦେଇପାରିଲାନି । ଧିକ୍ ସେ ନାରୀ ।
    ଉଭୟେ ଶୋଇ ପଡିଛନ୍ତି । ରାତି ପାଞ୍ଚ ଟାରୁ ଦୁଇଜଣଙ୍କର ନିଦ ଭାଙ୍ଗି ଯାଇଛି । ଉଭୟେ ଉଠି ଜଲଦ୍‌ି ଫ୍ରେସ୍ ହେବାରେ ଲାଗିଛନ୍ତି । ଆଗ ମାଳିନୀ ଟଏଲେଟ୍ ସାରି ବାଥ୍ ରୁମ୍‌ରେ ଗାଧୋଇବାରେ ଲାଗେ । ତା ପରେ ମେଘା ଟଏଲେଟ୍ କୁ ଯାଏ । ହେଲେ ମାଳିନୀ ଗାଧୋଇସାରି ଆସି ନିଜର ଶାଢୀ ବଦଳି ସାରିବା ପରେ ମଧ୍ୟ ମେଘା ଟଏଲେଟ୍ ରୁ ବାହାରି ନଥାଏ । 
ମାଳିନୀ – ମେଘା ମାଡାମ୍ କଣ ପଇସା ଗଣୁଛନା କଣ ।
 ମେଘା – ହଠାତ୍ ଚମକିପଡି । ନାହିଁ ଯାଉଛି ଅପା । ସରିଲାଣି ।  
   ମେଘା ଟଏଲେଟ୍ ରୁ ବାହାରକୁ ଆସି ଦେଖେତ ମାଳିନୀ ନିଜର ସମ୍ବଲପୁରୀ ଶାଢୀଟାକୁ ସୁନ୍ଦର ଭାବରେ ପିନ୍ଧି ଓଡିଆଘରର ପତି ଧର୍ମର ପ୍ରତୀକରୂପେ ମଥାରେ ନାଲି ସିନ୍ଦୁର ଟୋପାକୁ ସୀନ୍ଥିରେ ସିନ୍ଦୁର ଗାରଟିଏ ମାରିସାରିଲାଣି । ମାଳିନୀ ବହୁତ ସୁନ୍ଦର ଦିଶୁଥାଏ । ପ୍ରକୃତରେ ଓଡିଆଘରର ବୋହୁମାନଙ୍କର ରୂପସଜ୍ଜା କେତେସୁନ୍ଦର ତାହା ମେଘା ତାକୁ ଦେଖି ଖାଲି ମନେମନେ ଭାବୁଥାଏ । ଅପା ତୁମେ ବହୁତ ସୁନ୍ଦର ଦିଶୁଛ । ଭଗବାନ ତୁମକୁ ତୁମ ମନଲାଖି ପତିଟିଏ ନିଶ୍ଚୟ ଦେଇଥିବେ । ତୁମର ପୁଅ ତୁମଭଳି ସୁନ୍ଦର ହୋଇଥିବ । ମାଳିନୀ ଦର୍ପଣ ଆଗରେ ଠିଆ ହୋଇ କହିଛି ସତରେ ମେଘା ମାଡାମ୍ ମୋ ସ୍ୱାମୀ ବହୁତ ଭଲ । ମୋ ପୁଅ ବି  ମୋ ଠାରୁ ବହୁତ ସୁନ୍ଦର ।
   ଭଗବାନ ଆମ ସୁଖୀ ସଂସାରରେ ଅନେକ ସୁଖ ଦେଇଛନ୍ତି । ହେଲେ ଗୋଟେ କଥା କହିବି । ତୁମେ ଏତେ ସମୟ ହେଲା ଟଏଲେଟ୍ ରେ କରୁଥିଲ କଣ । ଅପା ପ୍ରଥମ କଥା ହେଲା ତୁମେ ଆଉ ମୋତେ ମେଘା ମାଡାମ୍ ବୋଲି ଡାକନି ଆଉ କେବଳ ଡାକ ମେଘା । ତାପରେ ମୁଁ ଟଏଲେଟ୍ ଭିତରେ ଏତେବେଳ ଯାଏ ବସି କେବଳ ଜୀବନର ସବୁ ସୁଃଖଦୁଃଖ କଥାଭାବେ କାରଣ ଟଏଲେଟ୍ ଠାରୁ ଆମ ଘରେ ମୋ ମା’ ମଲାପରଠାରୁ ଏକୁଟିଆ ନିରୋଳାରେ ବସି ଭାବିବାର ସୁଯୋଗ ହିଁ ନଥିଲା । ଯେଉଁ ଘରେ ବସେ ସେ ଦୁଆର ମେଲାକରି ବସିବା କୁ ଭୟ । ଆଉ ମୋ ନୂଆ ମା’ ମୋର ସମସ୍ତ କାର୍ଯ୍ୟକଳାପ କୁ ଦେଖୁଥିବ । ଭାବିବସିଲେ ରାଗୁଥିବ, ଗାଳିଦଉଥିବ । ତେଣୁ  ଭାବିବା ପାଇଁ ନିବୁଜ ଘର ହେଲା ମୋର ଟଏଲେଟ୍ । ସେହି ଅଭ୍ୟାସ ଯୋଗୁଁ ଏଠି ବି ଭାବିବସିଥିଲି । 
   ମାଳିନୀ ପୁଣି ଟିକେ ବାଉଳା ହେଲା ପରି ହୋଇଗଲା ପୁଣି ପରେପରେ ମେଘାକୁ କହିଲା ହଉ ତୁମେ ବାଥରୁମ୍ କୁ ଯାଇ ଗାଧାଅ । ମେଘା ବାଥରୁମ୍ ରେ ପଶି ଗାଧେଇବା ଆରମ୍ଭ କରିବା ମାତ୍ରେ ତା କଣ୍ଠରୁ ଝରିଆସିଲା “ଏ ଦୁନିଆ ବୁକୁରେ ବଞ୍ôଚବାକୁ ହେଲେ କେତେ ଦୁଃଖ କେତେ ଝଡ ସହି ଯାଆରେ” । କାବେରୀ ଫିଲ୍ମର ଏହି କୋହଭରା ଗୀତଟି । ତା କଣ୍ଠ ଏତେ ସୁଲଳିତ ଥିଲା ଯେ ମାଳିନୀ କିଛିକ୍ଷଣ ହତବାକ୍ ହୋଇ କାନଟିକୁ ବାଥରୁମ୍ ଠାରୁ ଆଉ ଅନ୍ୟ କେଉଁ ଆଡକୁ ହଟେଇ ପାରିଲାନାହିଁ । ମେଘା ଗାଧେଇବା ଭିତରେ ଗୀତଟିର ପ୍ରାୟ ଅଧେ ଗାଇସାରିଲାଣି । ମାଳିନୀ ସେମିତି ଖୁଣ୍ଟଭଳି ଛିଡାହୋଇ ସେ ଗୀତ ଟିରେ ମଜି ଯାଇଥାଏ । ଏତେ ସୁନ୍ଦର କଣ୍ଠବି ଭଗବାନ ଏ ଝିଅକୁ ଦେଇଛନ୍ତି ।
   ଏଭଳି ଗୀତ ଶୁଣିଲେ ତ ଜୀବନର କ୍ଲାନ୍ତି ମେଣ୍ଟିଯିବ । କେଉଁ ବାପା କେଉଁ ମା’ ଏ ଭଳି ଝିଅକୁ ହତାଦର କରିପାରିବେ । ଧିକ୍ ସେ ମାଆ ବାପା । ଧୀକ୍ ତାଙ୍କର ଜୀବନ ଏଭଳି ହୀରାକୁ ଆଜି କୁଆଡେ ଠେଲି ଦେଇଛନ୍ତି । ମେଘା ନିଜର ଖୋଲାବାଳକୁ ଝାଡିଝାଡି ବାଥରୁମ୍ ରୁ ବାହାରିଲା ବେଳକୁ ତା ଦେହର ଗୋରା ଚମଡାରେ ଲାଗିଥିବା ପାଣିଛିଟା ଗୁଡିକ ତାକୁ ଅପୂର୍ବ ସୁନ୍ଦରତା ପ୍ରଦାନ କରୁଥାଏ । ମାଳିନୀ ତାକୁ ଦେଖି କହିଲା, ମେଘା ତୁମେ ଏମିତି ଗୀତ ଗାଇବା କେଉଁଠୁ ଶିଖିଲ । ତୁମ କଣ୍ଠ କେତେ ସୁରିଲା । ତୁମ ଗୀତ ଶୁଣି ମୁଁ ଏଠି ମୋର ଚଳଚଞ୍ଚଳତା ହରେଇ ବସିଲାଣି । ତୁମ କଣ୍ଠର ଯାଦୁ ମୋତେ ପୁରାପୁରି ବାନ୍ଧିସାରିଲାଣି । ତୁମେ କଣ ଘରେ କେବେ ଗୀତ ଗାଉନଥିଲ । ମେଘା କହିଛି ଅପା, ମୋ ବାପା ମୋତେ ପିଲାଦିନେ ନାଚ ଆଉ ଗୀତଶିଖେଇବା ପାଇଁ ପ୍ରତିଦିନ ସେଣ୍ଟର୍‌କୁ ନେଇକରି ଯାଉଥିଲେ ।
   ନାଚ ଓ ଗୀତ ବହୁତ ଶିଖିଛି । ମୋ ବାପାଙ୍କର ଓ ମୋ ମା’ ର ଭାରିଇଚ୍ଛା ଥିଲା ମୁଁ ବଡହେଲେ ଗୋଟିଏ ଫିଲ୍ମ ହିରୋଇନ୍ ହେବି । ହେଲେ ପ୍ରକୃତିର ବିଡମ୍ବନା ସେ ଛାଡିକରି ମୋତେ ଚାଲିଗଲା । ମୋ ବାପା ନୂଆ ବାହାହେଲେ । ଜୀବନର ସେ ଅମୃତ ବେଳାର ଅନ୍ତ ଘଟିଗଲା । ଜୀବନ ଆସି ମୋର ନର୍କରେ ପଡି ଘାଣ୍ଟି ହେବା ଆରମ୍ଭ କଲା । ବାର ବର୍ଷ ପରଠାରୁ ଜୀବନରେ ସୁଖ, ଖୁସି, ଶାନ୍ତି କଣ ଆଉ କିଛି ଜାଣି ପାରିଲି ନାହିଁ । ଏମିତି କଥା କହିବା ଭିତରେ ମେଘା ନିଜର ଡ୍ରେସ୍ ବଦଳି ପକେଇଛି । ସେତେବେଳକୁ ୬ ଟା ୩୦ ହେଲାଣି । ମେଘା କହିଛି ଅପା ଚାଲ ତଳକୁ ରେସେପ୍ସନ୍‌କୁ ଯିବା ଓ ସବୁ ନିଉଜ ପେପର ପଢି ମୋ ପାଇଁ ଚାକିରୀ ଖୋଜିବା । କାଲିତ ଟ୍ରେନିଙ୍ଗ୍  ଆରମ୍ଭ । ତେଣୁ ଦୁଇଜଣଯାକ ତଳକୁ ଯାଇ ରେସେପସନ୍‌ରେ ନିଉଜ୍ ପେପର ପଢିବା ଆରମ୍ଭ କରିଛନ୍ତି । ନିୟୁଜ୍ ପେପରରୁ ଚାରୋଟି ଆଡଭ୍‌ଟାଇଜ୍‌ମେଣ୍ଟ୍ ପଡିଛନ୍ତି ଯେଉଁଥିରେ ଦୁଇଟିରେ ରେସେପସନିଷ୍ଟ୍ ର ଆବଶ୍ୟକତା ଓ ଅନ୍ୟ ଦୁଇଟିରେ ବି.ପି.ଓ ରେ । ବି.ପି.ଓ ରେ ଚାକିରୀ କରିବା ପାଇଁ ମନ ବଳାଇଛି । ନିଜର ବାୟୋଡାଟା କୁ ଦୁଇଟିଯାକ ବି.ପି.ଓ ସେଣ୍ଟର୍ କୁ ପଠାଇଛି । 
   ତା ପରଦିନ ଠାରୁ ଟ୍ରେନିଂଙ୍ଗ୍ ଆରମ୍ଭ ହେବ । ସେଥିରେ ସେ ମଧ୍ୟ ଭାଗ ନେବ । ଯେଉଁଦିନ ଇଣ୍ଟରଭିୟୁ ର କଲ୍ ଆସିବ ସେ ଆଟେଣ୍ଡ୍ କରିବ । ଆଉ ତା ଭିତରେ ବି ସେ ମଧ୍ୟ ଗୋଟିଏ ଲେଡିଜ୍ ହଷ୍ଟେଲ୍ ରେ ରହିବାପାଇଁ ଖୋଜା ଖୋଜି କରିବାକୁ ଆରମ୍ଭ କରିବ । ସେଦିନ ଭଳି ସବୁଦିନ ସକାଳୁ ସବୁ ନିୟୁଜ୍ ପେପର ପଢି ବାହାରିଥିବା ଆଡଭାଟାଇଜ୍ ଅନୁସାରେ ସବୁଯାଗାକୁ ନିଜ ବାୟୋଡାଟା ପଠେଇବ । ସେଦିନ ସମସ୍ତଙ୍କ ସାଙ୍ଗରେ ହସଖୁସିରେ ଗେଷ୍ଟହାଉସ୍ ରେ କଟିଯାଇଛି । ତା ପରଦିନ ସକାଳୁ ସବୁ କାମ ସରିଲା ପରେ ଠିକ୍ ଦଶ ଟାରେ ଟ୍ରେନିଙ୍ଗ୍ ଆରମ୍ଭ ହୋଇଛି ।
   ଟ୍ରେନିଙ୍ଗ୍ ରେ ମାଳିନୀ ଟ୍ରେନିଙ୍ଗ୍ ଟିଚର୍‌ଙ୍କୁ ମାଳିନୀ ଅନୁରୋଧ କରି କହିଛି ଯେ ସାର୍ ମେଘା ମାଡାମ୍ ଆମ ସାଙ୍ଗରେ ଟ୍ରେନିଙ୍ଗ୍ ନେବେ ହେଲେ ତାଙ୍କର ବାହାରକୁ ଯିବା ସମୟରେ ସେ ଯାଇ ପାରିବେ । ଟ୍ରେନିଙ୍ଗ୍ ଟିଚର୍ ମଧ୍ୟ ଏଥିରେ ରାଜି ହୋଇଛନ୍ତି । ସବୁଦିନ ସକାଳୁ ନିୟୁଜ୍ ପେପର୍ ପଢି ବିଭିନ୍ନ ଯାଗାକୁ ଚାକିରୀ ପାଇଁ ମେଘା ଆବେଦନ କରିଚାଲିଲା । ମଝିରେମଝିରେ ଯାଇ ତାର ରହିବା ପାଇଁ ଲେଡିଜ୍ ହଷ୍ଟେଲ୍‌ର ମଧ୍ୟ ପତା ଲଗେଇଲା । ଭଗବାନଙ୍କ ଆଶୀର୍ବାଦରୁ ଆସନ୍ତା ସୋମବାର ଦିନ ତାର ଓଗ୍ କନେକ୍ସନ୍ ନାମକ  ଏକ  କଲ୍ ସେଣ୍ଟରରେ ଇଣ୍ଟରଭିୟୁର କଲ୍ ଲେଟର୍ ଆସି ପହଞ୍ôଚଛି । ମେଘା ଯେତିକି ଖୁସି ନୁହେଁ ମାଳିନୀ କାହିଁକି କେଜାଣି ବହୁତ ଖୁସି ହୋଇଯାଇଛି । ସତେଯେମିତି ମାଳିନୀର ନିଜ ସାନଭଉଣୀର ଚାକିରିର କଲ୍ ଲେଟର୍ ଆସିଛି । ମାଳିନୀ ତରତର ହୋଇ ଚିଠିଟିନେଇ ମେଘା ପାଖକୁ ଯାଇଛି । କହିଛି ମେଘା ତୁମର ଇଣ୍ଟରଭିୟୁ ପାଇଁ ଚିଠି ଆସିଛି । ମେଘା, ମାଳିନୀର ଖୁସି ଦେଖି ତାର ମା’ କଥା ମନେ ପଡିଛି । ସତରେ କଣ ଏ ମାଳିନୀ ମୋ ମା’  ରୂପରେ ଆସିଛି ନା କଣ ।
   ଆଜି ରବିବାର । ଟ୍ରେନିଙ୍ଗ୍ ହେବାର ଛଅ ଦିନ ହୋଇଗଲାଣି । କାଲି ମେଘା ଇଣ୍ଟରଭିୟୁ ଦେବାକୁ ଯିବ । ଇଣ୍ଟରଭିୟୁଟି କରୋଲ ବାଗର ଗଲିନଂ ଚବିଶି ରେ ଦିନ ୧୦ଟାରେ ଅଛି । ତେଣୁ ଦୁଇଜଣ ଯାଇ ପ୍ରକାଶ ଗୋସ୍ୱାମୀଙ୍କ ସହିତ କଥା ହୋଇଛନ୍ତି । ପ୍ରକାଶ ଗୋସ୍ୱାମୀ ଜଣେ ଅତି ଭଦ୍ର ଲୋକ । ସେ କହିଛନ୍ତି ଠିକ୍ ଆଠଟାରେ ଏକ୍ ଟ୍ୟାକ୍ସି ଆସି ପହଁଚିବ । ଆପଣ ସେଇଥିରେ ପଳେଇବେ ଆଉ ଠିକ୍ ୯ ଟା ୨୦ ରେ ପହଞ୍ଚି ଯିବେ । ମେଘା ଓ ମାଳିନୀ ଦୁଇଜଣ ପ୍ରକାଶ ଗୋସ୍ୱାମୀଙ୍କୁ ଧନ୍ୟବାଦ ନେଇ ଫେରିଛନ୍ତି ନିଜ ରୁମ୍ କୁ ।
ମାଳିନୀ- ଆଚ୍ଛା ମେଘା, ଯେହେତୁ ତୁମେ ପ୍ରକୃତରେ ବଙ୍ଗାଳୀ ତୁମ ଘରେ ତ ତୁମ ବାପା କେବେ କେବେ ବଙ୍ଗାଳୀରେ ତୁମ ସହିତ କଥା ହେଉଥିବେ । ଆଉ ତୁମକୁ ବଙ୍ଗାଳୀ କହିଆସୁଥିବ ।
ମେଘା- ହଁ ଅପା, ବହୁତ ଭଲ ଭାବରେ । ମୋ ସାଙ୍ଗରେ ମୋ ବାପା ପ୍ରାୟ ଅନେକ ସମୟରେ ବଙ୍ଗଳାରେ ହିଁ କଥା ହେଇଥାନ୍ତି । ମୋ ମା’ ସିନା ଓଡିଆ ଥିଲା ହେଲେ ସିଏ ସବୁବେଳେ ବଙ୍ଗଳାରେ ଆମ ଘରେ କଥାହୁଏ । ହେଲେ ଅପା ମୋତେ ଓଡିଆ ବହୁତ ଭଲ ଲାଗେ । ଓଡିଆ ମୋର ସବୁକିଛିି । ମୋ ରକ୍ତରେ ଦେଖୁନ ଓଡିଆର ସବୁ ଲକ୍ଷଣ ତୁମକୁ ସ୍ପଷ୍ଟ ଦେଖାଯିବ । 
ମାଳିନୀ – ତାହା ତୁ ମୁଁ ଅନୁଭବ କରୁଛି । ଆଚ୍ଛା ମେଘା ତାହାହେଲେ ତୁମକୁ ତ ବଙ୍ଗାଳୀ ଘରର ସବୁ ପ୍ରକାର ତରକାରୀ ତିଆରି କରିଆସୁଥିବ । 
ମେଘା- ମୋ ମା’ ଥିଲାବେଳେ କୁହେ ଝିଅ ଜନମ ପର ଘରକୁ । ସେ କେବଳ ଗୋଟିଏ କୂଳର ମାନ ମର୍ଯ୍ୟାଦା ରକ୍ଷା ପାଇଁ ଜନ୍ମ ନେଇନି । ତାର ଜୀବନରେ ଅକସ୍ମାତ ଏକ ନୂଆ ପରିବାର ଆସେ ଆଉ ଯାହାକୁ ନେଇ ସେ ତାର ଜୀବନର ସର୍ବସ୍ୱ ଗଢି ତୋଳେ । ସମାଜରେ ପ୍ରତିଷ୍ଠା ଓ ପରିଚିତି ଲାଭ କରେ । ଗୋଟିଏ ନାରୀ ଦୁଇଟି କୂଳକୁ ଉଦ୍ଧାର କରେ । ସେଇଥିପାଇଁ ନାରୀକୁ ଦୁହିତା ବୋଲି କହନ୍ତି । ତେଣୁ ସେ ମୋତେ ଅନେକ ସମୟରେ ରୋଷେଇଘରେ ସେ କିପରି ରୋଷେଇ କରେ ମୋତେ ଶିଖାଏ । ମୁଁ ଅନେକ ପ୍ରକାର ବ୍ୟଞ୍ଜନ ଶିଖିଛି । ହେଲେ ମା’ ଚାଲିଗଲା ପରଠାରୁ ଏ ନୂଆ ମା’ ମୋତେ ରୋଷେଇ ଘରେ ପସିବାକୁ ହିଁ ବାରଣ କରିଦିଏ ।  
    ହେଲେ ଅପା ମୁଁ ଆଜି ପର୍ଯ୍ୟନ୍ତ ଗୋଟେ କଥା ବୁଝିପାରିଲିନି ଯେ ଏ ନୂଆ ମା’ ମୋତେ କାହିଁକି ଘୃଣା କରେ । ମୁଁ ତ ତାକୁ ଅସମ୍ମାନ କରିନି । ସେ କୋଉଥିପାଇଁ ଏତେ ଘୃଣା କରେ । ସିଏ ଆମର ସବୁ ସମ୍ପତ୍ତି ନଉନି । ସେଥିରେ ମୋର ଟିକେ ହେଲେ ଲୋଭ ନାହିଁ । ମୋର ବିଶ୍ୱାସ ଅଛି ମୋ ନିଜ ଗୋଡରେ ଆରାମରେ ଛିଡା ହୋଇ ପାରିବି । କାହା ଉପରେ ନିର୍ଭର କରିବିନି । ହେଲେ ସେ ଆସିଲା ପରେ ମୋ ବାପାଙ୍କୁ କି ମନ୍ତ୍ର କଲା ଯେ ଯେଉଁ ବାପା ମୋତେ ଦଣ୍ଡେ ନ ଦେଖିଲେ ବିଚଳିତ ହୋଇଯାଉଥିଲେ ସେ ମୋତେ ଘୃଣା କରିବାକୁ ଆରମ୍ଭ କଲେ । ଅସୂୟାର ପରିମାଣ ଏତେ ହୁଏ ଯେ ମୁଁ ନିଜକୁ ସମ୍ଭାଳି ପାରେନି । ବହୁତ ଯନ୍ତ୍ରଣା ଅନୁଭବ କରେ ।
ମାଳିନୀ – ହଉ ମନ ଦୁଃଖ କରନି । ସବୁ ଠିକ୍ ଠାକ୍ ହୋଇଯିବ ।
   ସେ ଦିନ ରବିବାର ଥିବାରୁ ଆଠଜଣ ଯାକ ପାଖ ହନୁମାନ ମନ୍ଦିର ଓ ବଜାର ବୁଲିବାକୁ ଟିକେ ଯାଇଛନ୍ତି । ବଜାରରେ ମାଳିନୀ ଗୋଟିଏ ଡ୍ରେସ୍ ଦୋକାନରେ ପସିଛି । ମେଘାକୁ  ଗୋଟିଏ ଡ୍ରେସ୍ ପସନ୍ଦ କରିବାକୁ କହିଛି । ମେଘା କହିଛି କାହାପାଇଁ ମାଳିନୀ କହିଛି ମୋର ମାଉସୀଙ୍କ ଝିଅ ପାଇଁ । ସେ ତମ ବୟସର । ତେଣୁ ମେଘା ଓ ମାଳିନୀ ଦୁହେଁ ହଳେ ଡ୍ରେସ୍ ସିଲେକ୍ସନ୍ କରିଛନ୍ତି ଓ କିଣି କରି ସେ ଦିନ ମନ୍ଦିର ଯାଇଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା ସାରି ଗେଷ୍ଟହାଉସ୍ କୁ ଫେରିଛନ୍ତି । 
    ତା ପରଦିନ ସେ ଇଣ୍ଟରଭିୟୁ ଦେବାକୁ ଯିବ । ଅମର କଥା ସେ ସମ୍ପୂର୍ଣ୍ଣ ଭୁଲିବାକୁ ବସିଲାଣି । ରାତିରେ ତା ମନ ବହୁତ ବ୍ୟାକୁଳ । ରାତିରେ ଖଟଉପରେ ଶୋଇବାମାତ୍ରେ ତା ଅତୀତର ସେ ଅଭୁଲା କଥା ଗୁଡିକ ତାର ମନେ ପଡିଛି । ତା ମା’ ଯେତେବେଳେ ତାକୁ ଛାଡି ଚାଲିଯାଇଥିଲା ତାକୁ ଲାଗିଥିଲା ସେ ଏ ସଂସାରରେ ନିସ୍ୱଃ । ହେଲେ ତା’ର ବାପା ତାକୁ ପୂର୍ବ ଅପେକ୍ଷା ଏତେ ଭଲପାଇ ବସିଲେ ଯେ ସେ ନିଜର ମା’ ହରେଇଥିବାର ଯନ୍ତ୍ରଣା କୁ ପ୍ରାୟ ଅନୁଭବ କରିପାରୁନଥିଲା । ପ୍ରାୟ ମା’ ଚାଲିଯିବାର ଏକ ବର୍ଷ ପର୍ଯ୍ୟନ୍ତ ତା ବାପା ତା ପାଇଁ ବାପା ଓ ମା’ ଉଭୟେ । ମା’ ଛେଉଣ୍ଡର ଅନୁଭବ ତାକୁ ତା ବାପା କେବେ ବି କରେଇ ଦେଇନାହାନ୍ତି । ମା’ ଭଳି ତାର ସବୁ ଅଳି ଅଝଟ କୁ ଅତି ସ୍ନେହରେ ସମାଧାନ କରି ଦିଅନ୍ତି । 
   ତା’ ମରିବାର ଠିକ୍ ୪୫ ଦିନ ପରେ ସେ ଦିନେ ସ୍କୁଲରୁ ଫେରୁଥାଏ । ସେଦିନ ମାର୍କେଟ୍ କମ୍ପେ୍ଲକ୍ସଟି ବନ୍ଦ ଥିବାରୁ ତାଙ୍କ ଶାଢୀ ଦୋକାନଟି ମଧ୍ୟ ବନ୍ଦଥାଏ । ତେଣୁ ବାପା ଘରେ ଥାନ୍ତି । ସେ ସ୍କୁଲରୁ ଘରେ ପହଞ୍ଚୁ ପହଞ୍ଚୁ ବାପା ଦିପହରରେ ରାନ୍ଧିଥିବା ଭାତ, ଡାଲମା, ଭଜା ଓ ପାମ୍ପଡକୁ ତରତରରେ ଆଣି ତା ପାଇଁ ପରସି ଦେଲେ । ସେ ହାତଗୋଡ ଧୋଇ ଖାଇବାକୁ ବସିଥିଲା । ସେ ବାପାଙ୍କୁ କହିଥିଲା ବାପା ତୁମେ ମଧ୍ୟ ଆସ ସାଙ୍ଗ ହୋଇ ଦୁଇଜଣ ଯାକ ଖାଇବା । ବାପାଙ୍କୁ ମୋ ସାଙ୍ଗରେ ଖାଇବାକୁ ଭାରିଭଲ ଲାଗେ । ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । ବୋଉ ଚାଲିଗଲା ପର ଠାରୁ ବାପା ସବୁବେଳେ ଘରେ କେବଳ ଭାତ, ଡାଲମା ଓ ଭଜା କରୁଥିଲେ । ଆଉ ଅଲଗା ସବୁ ଖାଇବା ଜିନିଷ ହୋଟେଲ୍‌ରୁ ତା ପାଇଁ କିଣି କରି ନେଇ ଆସୁଥିଲେ । 
   ତାଙ୍କ ହାତର ଡାଲମା, ବହୁତ ଟେଷ୍ଟି । ସେଦିନ ଦୁଇଜଣ ଯାକ ସାଙ୍ଗ ହୋଇ ଖାଉଥାନ୍ତି । ବାପା ତାକୁ କହିବା ଆରମ୍ଭ କଲେ । ମା’ ଜାଣିଛୁ ମୁଁ ପଶ୍ଚିମବଙ୍ଗଳାରୁ ଆମ ଗାଁ ମେଦିନପୁରରୁ ୧୯୮୨ ମସିହାରେ ଭୂବନେଶ୍ୱର ଚାଲିଆସିଥାଏ । ସେତେବେଳେ ଆମ ମେଦିନପୁରରେ ବହୁତ ଅଭାବ । ଦରିଦ୍ରତା ସମସ୍ତଙ୍କୁ ଲାଗି ରହିଥାଏ । ହଠାତ୍ ଡାଇରିଆରେ ତୋର ଜେଜେ ଆଉ ଜେଜେ ମା ଚାଲିଗଲେ । ଆମର ଘର ବୋଲି ଛୋଟିଆ କୁଡିଆଟେ । ମୁଁ  ଆଉ ନିଜକୁ ସେଠି ସୁରକ୍ଷିତ ମନେ ନକରି ଜୀବନକୁ ଏକ ଚ୍ୟାଲେଞ୍ଜ୍ ଭଳି ଗ୍ରହଣ କରି ସିଧା ଭୂବନେଶ୍ୱର ଚାଲିଆସିଲି । ସେ ମାଟିଘରଟିକୁ ଗାଁର ତାପସ ବନ୍ଦୋପଧ୍ୟାୟକୁ ମାତ୍ର ଦଶହଜାରରେ ବିକି ଦେଇଥିଲି । ଭୂବନେଶ୍ୱରରେ ଆସି ପହଞ୍ôଚଲା ବେଳକୁ  ଓଡିଶାରେ ସେ ବେଳ କରାଳ ବନ୍ୟା । ବନ୍ୟାରେ ଚାରିଆଡେ ହା ହା କାର । ଓଡିଶାରେ ଯେତେ ବନ୍ୟା ହେଉ ଭୂବନେଶ୍ୱରକୁ ବନ୍ୟା କିଛି କରିପାରେନି କାରଣ ଏହା ପାହାଡିଆ ଯାଗା । ସେହି ଦଶହଜାର ଟଙ୍କାରେ ଭୂବନେଶ୍ୱରରେ ଗୋଟିଏ ଘରଭଡା ଖୋଜିଲି । ସେତେବେଳେ ଭୂବନେଶ୍ୱର ବହୁତ ଛୋଟ । ଚାରିପଟେ ଖାଲି ଘଞ୍ଚ ଜଙ୍ଗଲ । ଚନ୍ଦକା ଜଙ୍ଗଲ ହାତୀ ପାଇଁ ପ୍ରସିଦ୍ଧ ଥାଏ । ଘର ଖୋଜିଖୋଜି ବରଗଡ ଗାଁରେ ଜଣକ ଘର ଭଡା ନେଇ ରହିଲି । ସେତେବଳେ ଭଡା ଥାଏ ପଞ୍ଚତିରିଶ ଟଙ୍କା ମାସକୁ ମାତ୍ର । 
   ଭଡା ରହିବା ପରେ ଯେମିତିହେଲେ କିଛି ରୋଜଗାର କରି ଚଳିବାକୁ ହେବ ନହେଲେ ଅଳ୍ପ ଦିନରେ ପାଖରେ ଥିବା ସବୁଧନ ସରିଯିବ । ତେଣୁ ଏକ ନମ୍ବର ମାକେର୍ଟରେ ଗୋଟିଏ ଲୁଗା ଦୋକାନରେ ସେଲ୍ସମ୍ୟାନ୍ ହୋଇ କାମ କଲି । ଏହିପରି ତିନିବର୍ଷ କାମ କରିବା ପରେ ସେହି ଏକ ନମ୍ବର ହାଟରେ ଗୋଟିଏ ଯାଗାରେ ନିଜେ କିଛି ଲୁଗାପଟା ଧରି ବିକିବା ଆରମ୍ଭ କଲି । ତାପରେ ମୋ ନାଁରେ ଗୋଟିଏ ଯାଗା ହେଲା । ସେହିଠାରୁ ବେପାର ଧୀରେଧୀରେ ବଢେଇ ହୋଲସେଲିଙ୍ଗ୍ ଆରମ୍ଭ କଲି । ପରେ ଚାରି ବର୍ଷ ଭିତରେ ଏହି ଯାଗାଟି କିଣି ଗୋଟିଏ ଛୋଟିଆ ଆଜବେଷ୍ଟସ୍‌ର ଘରଟିଏ କଲି ଓ ୧୯୮୮ ମସିହାରେ ତୋର ମା’ କୁ ବାହାହେଲି । ତୁ ଜାଣିଛୁ ନା ନାହିଁ ତୋ ମା’ ର ବାପା ବୋଉ କେହି ନଥିଲେ । ସେ ଗୋଟିଏ ଅନାଥ ଝିଅ ଟିଏ । ସେ ଯେଉଁ ଅନାଥ ଆଶ୍ରମରେ ବଡ ହୋଇଥିଲା ସେହି ଅନାଥ ଆଶ୍ରମରେ ସେ ଛୋଟ ଛୋଟପିଲାମାନଙ୍କର ଯତ୍ନନେଇ ପାଠ ପଢାଉଥିଲା । ମୁଁ ଥରେ ସେହି ଅନାଥ ଆଶ୍ରମକୁ ବୁଲିବାକୁ ଯାଇଥିଲି । ତୋ ମା’ କୁ ଦେଖିଲି ଆଉ ତୋ ମା ସାଙ୍ଗେ କଥା ହେଲି । 
    ତାପରେ ତୋ ମା’ ସଙ୍ଗେମୋର ୧୯୮୮ ମସିହାରେ ବାହାଘର ହେଲା । ଆଉ ତୁ ଜନ୍ମହେଲୁ ୧୯୮୯ ମସିହାରେ । ତୋ ଜନ୍ମପରେ ଆମ ବିଜିନେସ୍ ବହୁତ ବଢିଗଲା । ଆମ ବିଜିନେସ୍ ର ବାର୍ଷିକ ପରିମାଣ ପ୍ରାୟ ପାଞ୍ଚ କୋଟି ଟଙ୍କାରେ ପହଞ୍ôଚ ଗଲା । ଆଜି ଏ ଯେଉଁ ବିଶାଳ ଘର ଓ ବିଶାଳ ବ୍ୟବସାୟ ଧୀରେ ଧୀରେ ମୋତେ ବହୁତ ବ୍ୟସ୍ତ ଭିତରେ ରଖୁଥିଲା । ହଠାତ୍ ତୋ ମା’ ଆମକୁ ଏ ପରି ଛାଡି ଚାଲିଯିବ ମୁଁ ସ୍ୱପ୍ନରେ ମଧ୍ୟ ଭାବିନଥିଲି । 
   ମୋତେ ଏକାକରି ଓ ତୋତେ ମା’ ଛେଉଣ୍ଡ କରି ଆମ ଦୁହିଁଙ୍କୁ ଛାଡି ଚାଲିଗଲା । 
   ଏମିତି କହୁଥିବା ସମୟରେ ତା’ ବାପାଙ୍କର ମନ କାନ୍ଦୁଥାଏ । ତାଙ୍କ ମନକଥା ସତେ ଯେମିତି ସେ ବୁଝିପାରୁଥାଏ । ବାପା ସଙ୍ଗେ ସଙ୍ଗେ କହିବାକୁ ଲାଗିଲେ ଆଗ ଖାଇନେବା ତା ପରେ ବସି କଥା ହେବା । ଆଜି ତୋ ବାପା ମୁକେଷ୍‌୍ ରାୟ ପାଖରେ ସବୁ ଅଛି ହେଲେ ତା ଘର ଆଜି ଏକା । ତାକୁ ସମ୍ଭାଳି ବାକୁ କେହି ନାହାଁନ୍ତି । 
   ସେଦିନ ର ଏଭଳି ସ୍ନେହ ଆଜି କୁଆଡେ ହଜିଗଲା । ଏ ସାବତ ମା’ର ଆକର୍ଷଣ କଣ ତା’ ବାପାଙ୍କୁ ସମ୍ପୁର୍ଣ୍ଣ ବଦଳାଇ ଦେଲା, ନା କଣ? ଟିକେ ହେଲେ ତା ମନକଥା ତାଙ୍କୁ ଦେଖାଗଲାନି । ତେରବର୍ଷ ରେ ଯେତେବେଳେ ବାପା ବାହା ହୋଇ ନୂଆ ମା’ ଙ୍କୁ ଘରକୁ ଆଣିଲେ, ତା ଜୀବନର ଦୁଃଖର ପସରା ସେଇଦିନଠାରୁ ଖୋଲିଗଲା ।
   ତା’ର ପ୍ରକୃତି ତା ସାବତ ମା’ କୁ ଆଦୈା ଭଲ ଲାଗିଲାନି । ତା’ର ପରକୁ ସାହାଯ୍ୟ କରିବା ଗୁଣଟା ତା ପାଇଁ ଏକ କଣ୍ଟା ଭଳି ଛିଡାହେଲା । ସମସ୍ତଙ୍କ ସାଙ୍ଗରେ ମିଶି କଥା ହେବାଟା ମଧ୍ୟ ତା ଦେହରେ ଆଦୈା ଗଲା ନାହିଁ । ସେ ମଧ୍ୟ ମନେମନେ ନିଜକୁ ବୁଝାଇ ତାର ନିକଟତର ହେବାକୁ ଅନେକ ଥର ଚେଷ୍ଟା କରିଛି । ଯେତେଥର ଚେଷ୍ଟା କରିଛି ସେତେ ସିଏ ତା ଠାରୁ ତାକୁ ଦୂରକୁ ଦୂରକୁ ଚାଲି ଯାଇଛି । ତାର ମୋ ପ୍ରତି ସେତିକି ଅନାଦର ବଢିବଢି ଚାଲିଛି । ଆଉ ତାର ପ୍ରତିଟି କଥାରେ ତା ବାପାଙ୍କର ବ୍ୟବହାର ମଧ୍ୟ ତା ପ୍ରତି ଆଣିଦେଇଛି ବିତୃଷ୍ଣା ।
    ସ୍ନେହ ପରିବର୍ତ୍ତେ ପ୍ରତି ମୁହୁର୍ତ୍ତରେ ତା ବାପାଙ୍କ ଠାରୁ ପାଇଛି ଘୃଣା ଓ ଗାଳି । କୈାଣସି ଥିରେ ଖୁସି ନଥିଲେ ତା ବାପା । ବେଳେବେଳେ ଏମିତି ଲାଗୁଥିଲା ସତେ ଯେପରି ସେ ତାଙ୍କ ଜୀବନରେ ଅଶାନ୍ତିର ମୂଳ କାରଣ । କେମିତି ମୁକୁଳିବ ସେଥିରୁ ତାର ମୁଣ୍ଡରେ କିଛି ବାଟ ପସୁନଥିଲା । ଜନ୍ମରୁ ବାର ବର୍ଷ ପର୍ଯ୍ୟନ୍ତ ଯେତିକି ଗେଲବସର ଅଲିଅଳି  ହୋଇକି ଜୀବନକୁ ଉପଭୋଗ କରିଥିଲ ଠିକ୍ ତେର ବର୍ଷରୁ ଆଜି ପଚିଶ ବର୍ଷ ପର୍ଯ୍ୟନ୍ତ ତାର କେତେ ଗୁଣ ଯେ ଯନ୍ତ୍ରଣା ସହିଛି ତାର ହିସାବ ମଧ୍ୟ କହିହେବନି । କୁହନ୍ତି ସୁଃଖ ଦିନ ଗୁଡିକ ବହୁତ ଯଲଦି ଚାଲିଯାଏ ମାତ୍ର ଦୁଃଖ ଦିନ ଗୁଡିକ ବହୁତକଷ୍ଟରେ ଯାଏ । 
   ସତରେ ଏ ବାରବର୍ଷ ତା ଜୀବନର ତାକୁ ବାର ଯୁଗ ଭଳି ଲମ୍ବା ଜଣା ପଡୁଥାଏ । ଏ ଜୀବନ ନର୍କରୁ ମୁକ୍ତି କେବେ ମିଲିବ କେବଳ ଦିନ ଗଣିବା ଛଡା ତା ପାଖରେ ଆଉ କିଛି ନଥାଏ । ନୁଆ ମା’ ଆସିବାର ତିନିବର୍ଷରେ ତା ନୂଆ ମା’ର ଗୋଟିଏ ପୁଅଟିଏ ହୁଏ । ସେହି ପୁଅ ହେବା ପରଠାରୁ ସବୁ ଓଲଟ ପାଲଟ । ସେ ଘର ପାଇଁ ସେ ଅଳିଆ, ଆବର୍ଜନା ସଦୃଶ । ତା ବାପାଙ୍କ ପାଇଁ ସେ ମୁଣ୍ଡବିନ୍ଧା । ସେ ସବୁ ଅଶାନ୍ତିର ମୂଳ ମଞି । ତା ଛାଇ ପଡିଲେ ତା ନୂଆ ମା’ ନାହି ଡେଉଁଥାଏ । ସବୁବେଳେ ସେ ତାକୁ  ସନ୍ଦେହ ଚକ୍ଷୁରେ ଦେଖୁଥାଏ ।  କେବେ  ହେଲେ ତା ଜୀବନରେ ତାଙ୍କ ଘରକୁ ଆସିଲା ପରଠାରୁ ତା ସହିତ ସ୍ନେହରେ ଟିକେ କଥା ହୋଇନି ।
   ଏମିତି ମଧ୍ୟ ତାରଦେହ ଖରାପ ବେଳେ, ସେ ତାର ସେବା କରିବାକୁ ଇଚ୍ଛା ପ୍ରକାଶ କଲେ ତାର ମା’ ତାକୁ ପ୍ରଶୟ ଦିଏନି । ସେବା କରିବାର ଅବକାଶ ମଧ୍ୟ ସେ ତାକୁ ଦିଏନାହିଁ । ସେ ଘର ଭିତରେ ତାକୁ ଲାଗେ, ସେ ଏକୁଟିଆ । ଟି.ଭି. ଓ ତା ପାଠପଢା ଛଡା ତାର ଆଉ ନିଜର କେହି ନଥାନ୍ତି । ଶେଷରେ ସବୁ ଜିନିଷର ଅନ୍ତ ଭଳି ବୋଧହୁଏ ଆଜି ସେ ଯନ୍ତ୍ରଣାରୁ ମୁକ୍ତି ପାଇଯାଇଛି । ହେଲେ ପୁରୁଷ ମାନଙ୍କ ପ୍ରତି ଘୃଣାର ଏକ ଅଲିଭା ନିଆଁରେ ଏ ହୃଦୟ ସବୁବେଳେ ଜଳୁଛି । ପୁରୁଷ ଜାତି ପ୍ରତି ପ୍ରତିଶୋଧ । ତା ପ୍ରିତୀର ମରିଚୀକାରେ କେତେକ ପୁରୁଷଙ୍କୁ ନିଶ୍ଚୟ ଆଘାତ୍ ଦେବ । ତା ମନରେ ଥିବା ଏ ପୁରୁଷମାନଙ୍କ ପ୍ରତି ଥିବା ଅସୂୟାର ପରିପ୍ରକାଶ ନହେଲା ପର୍ଯ୍ୟନ୍ତ ତା ଜୀବନ ଏମିତି ଦଶିଂତ ହେଉଥିବ । ଏମିତି ଭାବୁ ଭାବୁ ସେ ନିଦରେ ଶୋଇଯାଇଛି । 
   ସକାଳୁ ଉଠି ସବୁ ନିତ୍ୟକର୍ମ ପରେ ତଳେ ବ୍ରେକ୍‌ଫାଷ୍ଟ୍ ସାରିଦେଇ ମେଘା ବାହାରିଛି ଇଣ୍ଟରଭିୟୁ ଦେବାକୁ ଯିବା ପାଇଁ । ସିଏ ଡ୍ରେସ୍ ପିନ୍ଧି ବାହାରିଲା ବେଳକୁ ମାଳିନୀ ଗତକାଲି କିଣିଥିବା ଡ୍ରେସ୍ ଟି ମେଘାକୁ ଦେଇଛି ଇଣ୍ଟରଭିୟୁକୁ ପିନ୍ଧିକରି ଯିବାକୁ ।  ଆଉ କହିଛି ମେଘା ତୁମେ ଡ୍ରେସ୍ ପିନ୍ଧିକରି ଗଲେ ତୁମର ନିଶ୍ଚୟ ଚାକିରୀ ହେବ ମୋ ମନ କହୁଛି । ମେଘା ଆଶ୍ଚର୍ଯ୍ୟ ହୋଇ ମାଳିନୀ କୁ ଅନେଇଛି । ହେଲେ ମାଳିନୀର କଥାକୁ ନଟାଳି ପାରି ସେହି ନୂଆ ଡ୍ରେସ୍ ଟିକୁ ପିନ୍ଧିଛି । କାର୍ ଟି ଠିକ୍ ସମୟରେ ଆସି ଗେଷ୍ଟ ହାଉସ୍ ସାମନାରେ ହର୍ଣ୍ଣ ମାରିଛି । ମେଘା ଯିବା ସମୟରେ ମାଳିନୀର ପାଦ ଛୁଇଁ ଅନ୍ୟ ସମସ୍ତଙ୍କ ଆଶିର୍ବାଦ ନେଇଛି । 
   ଏଣେ ମାଳିନୀ ଓ ଅନ୍ୟ ୬ ଜଣ ଟ୍ରେନିଙ୍ଗ୍ ରେ ବ୍ୟସ୍ତ ରହିଛନ୍ତି । ତେଣେ ମେଘା କରୋଲ୍‌ବାଗରେ ଠିକ୍ ସମୟରେ ପହଞ୍ôଚ ଯାଇଛି । ପ୍ରକାଶ ଗୈାତମଙ୍କ କଥାନୁସାରେ ଟ୍ୟାକ୍ସି୍ ବାଲାର ଫୋନ୍ ନମ୍ବର ରଖିଛି କହିଛି ମୋର କାମ ସରିଲା ବେଳକୁ ଫୋନ୍ କରିବ । ଟ୍ୟାକ୍ସି୍‌ବାଲା ଆସି ତାକୁ ନେଇଯିବ ।
   ସେ ଦିନ ଇଣ୍ଟରଭିୟୁ ରେ ମୋଟ ଏକୋଇଶି ଜଣ କ୍ୟାଣ୍ଡିଡେ୍‌ଟ ଆସିଥାନ୍ତି । ସେଥିରୁ ମାତ୍ର ଦୁଇଜଣ ସିଲେକ୍ସନ୍ ହେବ । ମେଘାର ଚାରି ଛଅ ଜଣଙ୍କ ପରେ ପଡିଛି । ମେଘାର ଇଣ୍ଟରଭିୟୁ ବହୁତ ଭଲ ହୋଇଛି । ଆଉ ମେଘା ଜାଣି ପାରିଛି ଯେ ତାର ଏହି ଓଗ୍ କନେକ୍ସନ୍ କଲ୍ ସେଣ୍ଟର୍‌ରେ ଟିମ୍ ଲିଡର ଭାବରେ ଚାକିରି ସୁନିଶ୍ଚିତ । ତାର ଚାକିରୀ  ପାଇଁ ଦରମା ମାସକୁ ପଞ୍ଚତିରିଶି ହଜାର । ଯାହାକି ତା ପାଇଁ ଯଥେଷ୍ଟ । ସେ ମନେ ମନେ ଇଣ୍ଟରଭିଉ ହଲ୍‌କୁ ପସିବା ପୂର୍ବରୁ ତାର ମା’ କୁ ପ୍ରଣାମ କରିଯାଇଥିଲା ଓ ଇଣ୍ଟରଭିଉ ପରେ ବିଜୟୀନିର ସ୍ୱାଦ ପାଇଲା ପରେ ମଧ୍ୟ ସେହି ମା’ କୁ ମନେମନେ ପୁଣି ପ୍ରଣାମ କରିଛି । ଠିକ୍ ଚାରିଟାରେ ଟ୍ୟାକ୍ସି୍‌ରେ ଫେରିଛି ଗେଷ୍ଟହାଉସ୍ । ଗେଷ୍ଟହାଉସ୍‌ରେ ପହଞ୍ଚୁ ପହଞ୍ଚୁ ମାଳିନୀକୁ ଦେଖି କୁଣ୍ଢେଇ ପକେଇଛି । କୁଣ୍ଢେଇ ପକେଇ ତା କାନ୍ଧରେ ୟାର ମୁଣ୍ଡଟି ରଖି କାନ୍ଦିପକେଇଛି । କହି ଚାଲିଛି ସତରେ ଅପା ତୁମେ ମୋ ମା’ । ମୋ ମା’, ତୁମକୁ ମୋ ପାଇଁ ଏଠି ପଠେଇଛି । ମୋର ଚାକିରୀ ହୋଇଯିବ । ତେଣୁ ଆଉ ବିଶେଷ କିଛି ଦୁଃଖ ନାହିଁ । ମୁଁ ବର୍ତ୍ତମାନ ଗୋଟିଏ ସେହି କରୋଲବାଗ୍‌ରେ ଥିବା ଲେଡିଜ୍ ହଷ୍ଟେଲ୍‌ଟିଏ ଖୋଜିବି । ମାଳିନୀ ମଧ୍ୟ ବହୁତ ଖୁସି ହୋଇଯାଇଛି । 
   ସତକୁ ସତ ପାଞ୍ଚ ଦିନ ପରେ ମେଘା ପାଖରେ ଜୟନିଙ୍ଗ୍ ଲେଟର୍ ଆସି ପହଞ୍ôଚ ଯାଇଛି । ତାକୁ ସେପ୍ଟେମ୍ବର ୩୦ ତାରିଖ ଭିତରେ ଯୋଗ ଦେବାକୁ କୁହାଯାଇଛି । ମାଳିନୀ ଓ ତାର କଥା ହୋଇଛନ୍ତି ଆମେ ପ୍ରକାଶ ଗୋସ୍ୱାମୀଙ୍କ ସହ କଥା ହେବା । ସେ ଆମକୁ କରୋଲ୍‌ବାଗ୍ ଏରିଆରେ କେଉଁଠି ୱାର୍କିଙ୍ଗ୍ ଓମେନ୍ ହଷ୍ଟେଲ ଅଛି କହିବେ । ସତକୁ ସତ ଦୁହେଁ ତା ପରଦିନ ସକାଳୁ ପ୍ରକାଶ ଗୋସ୍ୱାମୀଙ୍କୁ ଦେଖାକରି ସବୁ କଥା ଜଣେଇଛନ୍ତି ।
ପ୍ରକାଶ ଗୋସ୍ୱାମୀ- ଆପଣ ମୋତେ ଦୁଇଦିନ ଦିଅନ୍ତୁ । ମୁଁ ଆପଣଙ୍କୁ ଜଣାଇବି ।
ମେଘା- ଠିକ୍ ଅଛି ।
   ଦୁଇଜଣ ଫେରିଛନ୍ତି । ମେଘା ମଧ୍ୟ ଏମାନଙ୍କ ସାଙ୍ଗରେ ବାକିଥିବା ଦିନରେ ଟ୍ରେନିଙ୍ଗ୍ ଆଟେଣ୍ଡ୍ କରିଛି । ତାକୁ ସେ ଟ୍ରେନିଙ୍ଗ୍ ଟି ମଧ୍ୟ ବହୁତ ଆନନ୍ଦ ଦେଇଛି । 
   ହେଲେ ମେଘା ମନରେ ବର୍ତ୍ତମାନ ବିଦ୍ରୋହ ଉଗ୍ର ହେବାରେ ଲାଗିଲାଣି । ତାର ଲକ୍ଷ ସେ ନିଶ୍ଚୟ ସାଧନ କରିବ । ଭଗବାନ ତାକୁ ଆଜି ନିଜ ଗୋଡରେ ଛିଡା କରେଇ ସାରିଲେଣି । ସେ ନିଶ୍ଚିତ ରୂପେ କିଛି ପୁରୁଷଙ୍କୁ ବରବାଦ କରିବ । ମିଛ ସ୍ନେହ ର ଅଡୁଆସୁତାରେ ଫସେଇ  ସେମାନଙ୍କୁ ତଳି ତଳାନ୍ତ କରିବ । ମିଛ ପ୍ରେମ ଦେଇ ସତ ପ୍ରେମ ଛଡେଇ ନେବାର ଅଭିନୟ କରିବ । ବିଛେଦ ଯନ୍ତ୍ରଣା ସେମାନଙ୍କୁ ନିଶ୍ଚୟ ଜଣେଇବ । ନିଜର ଚୋରା ଚାହାଣୀର ଆଢୁଆଳରେ ତାର ମନର ଆବେଗକୁ ଏମିତି ବଢେଇବ ଯେ ସତେ ଯେମିତି ସେ ମୋତେ ଦଣ୍ଡେ ନ ଦେଖିଲେ ବାଉଳା ହେବ । ନିଜ ମିଛ ପୀରତିର ଓଦା ପଣତକାନୀରେ ତାକୁ ଏମିତି ପ୍ରିତୀ ଦେବି ଯେ ସେ ସଂସାର ଭୂଲିଯିବ ।
 ଏମିତି ମନେମନେ ଅନେକ କଥା  ଭାବୁଥାଏ । 
   ଦୁଇଦିନ ପରେ ପ୍ରକାଶ ଗୌତମ ମାଳିନୀକୁ ଡାକି ଗୋଟିଏ ଓା୍ୱର୍କିଙ୍ଗ୍ ଓମେନ୍‌ସ୍ ହଷ୍ଟେଲ୍ ର ଠିକଣା ଓ ଫୋନ୍ ନମ୍ବର ଦେଇଛନ୍ତି । ସେହି ଓା୍ୱର୍କିଙ୍ଗ ଓମେନ୍ ହଷ୍ଟେଲ ର ମାଲିକ ସହିତ ମେଘା ଫୋନ୍‌ରେ କଥା ହୋଇଛି । ତାକୁ ହଷ୍ଟେଲରେ ରହିବାକୁ ହେଲେ ପ୍ରଥମେ ପନ୍ଦର ହଜାର ଟଙ୍କା ଆଡଭାନ୍ସ ଡିପଜିଟ୍ କରିବାକୁ ପଡିବ ଓ ନିଜର ବାୟୋଡାଟା ସହିତ ଚାକିରୀ କରିଥିବା ଜାଗାର ଠିକଣା କୁ ଡିପଜିଟ୍ କରିବାକୁ ପଡିବ । ତେଣୁ ମେଘା ଓ ମାଳିନୀ ଆସନ୍ତା ରବିବାର ଦିନ ସେହି ଓା୍ୱର୍କିଙ୍ଗ୍ ହଷ୍ଟେଲ୍ ଯିବେ ଓ ସବୁ ଡିପଜିଟ୍ କରିବେ । ସେହିଦିନ ଠାରୁ ମେଘା ତାର ଜିନିଷ ପତ୍ର ସେଇଠି ରଖିବ ଓ ଏକୋଇଶି ତାରିଖ ସୋମବାରଠାରୁ ତାର ଚାକିରୀରେ ଯୋଗଦେବ । ଏକଥା ଶୁଣି ମେଘା ମନ ଦୁଃଖ ହୋଇଗଲା । ସେ ମାଳିନୀକୁ କହିଲା ଅପା, ମୁଁ ତୁମକୁ ଛାଡି ଅଲଗା ରହିବାକୁ ଚାହୁଁନି । ତେଣୁ ସେଠି ଜିନିଷ ରହିବ ହେଲେ ଏ ମାସକ ପାଇଁ ମୁଁ ତୁମ ପାଖରେ ରହି ଅଫିସ୍ ଯିବି । ମାଳିନୀ କହିଛି ଠିକ୍ ଅଛି । ମାଳିନୀ ଓ ତାଙ୍କ ଗ୍ରୁପ୍‌ର ଅକ୍ଟୋବର ଦୁଇ ତାରିଖ  ଦିନ ଭୂବନେଶ୍ୱର ଫେରିବା ପାଇଁ ଟିକେଟ୍ ହୋଇଥାଏ । ଟ୍ରେନିଙ୍ଗ୍ ତିରିଶି ତାରିଖରେ ସରିବ । ମଝିରେ ଗୋଟେ ଦିନ ସେମାନେ ବୁଲା ବୁଲି କରିବେ ଓ ତା ପରଦିନ ସକାଳୁ  ଟ୍ରେନ୍‌ରେ ଭୂବନେଶ୍ୱର ଫେରିବେ ।
   ଟ୍ରେନିଙ୍ଗ୍ ରେ ଦିନ ଗୁଡିକ ଭଲରେ କଟିଚାଲିଥାଏ । ରବିବାର ଆସେ ।  ମାଳିନୀ ଓ ମେଘା ଦୁଇଜଣ ଯାକ ରବିବାର ଦିନ ଯାଇ ହଷ୍ଟେଲରେ ଆଡଭାନସ୍  ଓ ଅନ୍ୟ  ସମସ୍ତ ଡକୁମେଣ୍ଟ ଡିପଜିଟ୍ କରିଦେଇ ଫେରନ୍ତି । ହେଲେ ମେଘା ହଷ୍ଟେଲ୍ ମାଲିକକୁ କହିଦେଇ ଆସେ ସେ ଅକ୍ଟୋବର ଦୁଇ ତାରିଖରୁ ରହିବ । ମାଳିନୀ ଓ ମେଘା ଗେଷ୍ଟହାଉସ୍‌କୁ ଫେରନ୍ତି । ଟ୍ରେନିଙ୍ଗ୍ କୁ ମେଘା ମଧ୍ୟ ସବୁଦିନ ଆଟେଣ୍ଡ କରେ । ମେଘା ଘରକଥା ସମ୍ପୁର୍ଣ୍ଣ ଭୂଲିଯାଇଥାଏ । ଚାକିରୀରେ ଯୋଗଦେବାର ଦିନକୁ ଅପେକ୍ଷା କରିଥାଏ ।
   ସେଦିନ ସେପ୍ଟେମ୍ବର ଏକୋଇଶି, ସୋମବାର ଆଜି ମେଘା ତାର ଜୀବନର ପ୍ରଥମ ଚାକିରୀରେ ଯୋଗଦେବ । ପୁଣି ପାଖରେ ନାହିଁ ତାର ବାପାଙ୍କର ଆଶୀର୍ବାଦ ନାହିଁ ମାଆର ସ୍ନେହ ।  ଘରଠାରୁ ସମ୍ପୁର୍ଣ୍ଣ ଅଲଗା । ଜଣେ ଭଗବାନଙ୍କର ଦୂତ ଭଳି ମା’ ରୂପରେ ମାଳିନୀ ଅପା ଆଜି ତାର ସବୁକିଛି ।  ଦିଲ୍ଲୀ  ଭଳି ସହରରେ ସେ ଏକୁଟିଆ ରହିବ । ମାଳିନୀ ଅପା ଆଉ ଆଠଦିନ ପରେ ତାକୁ ଛାଡି ଚାଲିଯିବ । ଯାହା ହେଉନା କାହିଁଙ୍କି ତା ପାଇଁ ଆଜି ଏଇ ହିଁ ଜୀବନ । ପୂର୍ବଦିନ ରାତିରୁ ମାଳିନୀ ତାର ଅଫିସକୁ ପ୍ରଥମ ଦିନ ପିନ୍ଧିକିଯିବା ପାଇଁ ସାର୍ଟ୍ ପ୍ୟାଣ୍ଟ୍ ସବୁ ସଜାଡି ଦେଇଥାଏ । ତାର ସାଙ୍ଗରେ ନେବା ପାଇଁ ବ୍ୟାଗ୍ ଟି ମଧ୍ୟ ସଜାଡି ଦେଇଥାଏ । ବ୍ୟାଗ୍ ରେ ଗୋଟିଏ ପାଣି ବୋତଲ ଗୋଟିଏ ଟିଫିନ୍ ବାକ୍ସ ସହିତ ଛୋଟିଆ ମନି ପର୍ସଟିଏ ମଧ୍ୟ ରଖି ଦେଇଥାଏ । ଗୋଟିଏ ରୁମାଲ୍ ସହିତ ଛୋଟ ପାଉଡର ଡବା, ୨ଟି ଚକୋଲେଟ୍ ରଖିଦେଇଥାଏ, ଯେମିତି ଗୋଟିଏ ମା’ ତାର ଛୁଆ ପାଇଁ ବ୍ୟାଗ୍‌ରେ ସବୁ ସଜାଡି ଥାଏ । 
   ସବୁଦିନ ଭଳି ମାଳିନୀ ଓ ମେଘା ଉଭୟେ ଭୋର ୫ଟାରୁ ଉଠିଯାଆନ୍ତି । ନିତ୍ୟକର୍ମ ସାରି ସାତ ଟାରେ ଗେଷ୍ଟହାଉସ୍ ରେ ବ୍ରେକ୍ ଫାଷ୍ଟ କରିଦିଅନ୍ତି । ମେଘା ଟିଫିନ୍ ବାକ୍ସରେ ମାଳିନୀ ଚାରି ପଟ ବ୍ରେଡ୍ ଟୋଷ୍ଟ ସେହି ଗେଷ୍ଟ୍ ହାଉସ୍‌ରୁ କିଣି ରଖିଦିଏ । ମେଘା ଠିକ୍ ୭ଟା୪୫ରେ ଗେଷ୍ଟ୍ ହାଉସ୍ରୁ ନିଜ କର୍ମକ୍ଷେତ୍ର ଓଗ୍ କନେକସନ୍ ଅଭୀମୁଖେ  ଯାତ୍ରା ଆରମ୍ଭ କଲା ଗେଷ୍ଟ  ହାଉସ ଛାଡିବା ପୂର୍ବରୁ ମେଘା ମାଳିନୀ ର ପାଦଧୂଳି ନେଇଛି ଓ ମାଳିନୀ ତାକୁ କୁଣ୍ଡେଇ ପକେଇଛି । ମେଘା ଆଖିରେ ଲୁହର ଆସର ପରିବେଶଟିକୁ କିଛି ହତେଇ ସାରି ଅନ୍ୟ କିଛି ପାଇବାର ଆନନ୍ଦରେ ମୃଦୁ ଗମ୍ଭୀର ହୋଇଯାଇଥାଏ । ଅନ୍ୟ ସମସ୍ତଙ୍କଠାରୁ ଆଶୀର୍ବାଦ ନେଇ ମେଘା ଚାଲେ ଓଗ୍ କନେକ୍ସନ୍ । ସେ ଦିନ ଅଫିସ୍ ରେ ୯ଟା ପୂର୍ବରୁ ପହଞ୍ôଚ୍‌ଯାଇ କଲ୍ ସେଣ୍ଟର୍ ମ୍ୟାନେଜର ଶ୍ରୀଯୁକ୍ତ ପରବିନ୍ ଚଢାଙ୍କୁ ଦେଖା କରିଛି । ପ୍ରଥମ ଦିନ ମେଘାର ଓରିଏଣ୍ଟସନ୍ ପ୍ରୋଗ୍ରାମ ଥାଏ । ତେଣୁ ଯେହେତୁ ସେ ଟିମ୍ ଲିଡର୍ ରୂପେ ଯୋଗ ଦଉଛି ତାର ସମସ୍ତ ଟିମ୍ ମେମ୍ବରଙ୍କ ସହିତ ଶ୍ରୀଯୁକ୍ତ ଚଢା ପରିଚିତ କରାଇଛନ୍ତି । ଦିନ ୧୧ଟା ବେଳେ ଓରିଏଣ୍ଟସନ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି ।
   ସେହି ଓରିଏଣ୍ଟସନ୍ ପ୍ରୋଗ୍ରାମ୍‌ରେ ମେଘାର ଜବଚାର୍ଟ ମେଘାକୁ ମିଷ୍ଟର ଚଢା ଦେଇଛନ୍ତି । ମେଘାର ଟିମ୍ ରେ ଥିବା ସମସ୍ତ ମେମ୍ବରଙ୍କୁ ମଧ୍ୟ ତା ସହିତ ଇଣ୍ଟରଡ୍ୟୁସ୍ କରାଇଛନ୍ତି । ତା ଗୃପରେ ମେଘା ସମସ୍ତଙ୍କଠାରୁ ଉଚ୍ଚ ଶିଖିତା । ଅନ୍ୟ ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ବିବାହିତ ଆଉ ଅନ୍ୟ ତିନିଜଣ ଜଷ୍ଟ ଗ୍ରାଜୁୟେଟ୍‌ସ । ସମସ୍ତଙ୍କ ସାଙ୍ଗରେ ମେଘା ମିଶିଛି । କଥା ହୋଇଛି । ସେମାନଙ୍କର ବିଜିନେସ୍ ଡିଲ୍ ହେଉଛି ହୋମ୍ ଆପ୍ଲିୟାନସ୍ ପ୍ରଡକ୍ଟସ୍ । ସେହି ପ୍ରଡକ୍ଟ ମାନଙ୍କ ଭିତରେ ଭ୍ୟାକୁମ୍ କ୍ଲିନର । ଫ୍ରିଜ୍‌, ଏ.ସି  ଓ  ଓା୍ୱସିଙ୍ଗ୍ ମେସିନ୍ । ଏହିଭଳି ଅନ୍ୟ କେତୋଟି ପ୍ରଡକ୍ଟସ୍ । ପ୍ରଡକ୍ଟ ବିଷୟରେ ବିଜିନେସ୍ କଲ୍ ରିସିଭ୍ କରିବା ପୂର୍ବରୁ ତା ଗ୍ରୁପ ସେହି ପ୍ରଡକ୍ଟମାନଙ୍କ ବିଷୟରେ ନିଶ୍ଚିତ ସମ୍ୟକ ଧାରଣା ପାଇବା ଉଚିତ । ଯାହାକି ତାକୁ ଏହି ସପ୍ତାହକ ପର୍ଯ୍ୟନ୍ତ ଦିଆଯିବ । ତା ପରେ ଏହି ପ୍ରଡକ୍ଟ ଗୁଡିକ ବିଷୟରେ ସମ୍ଭାବ୍ୟ କମ୍ପେ୍ଲନ୍ସ ଓ ସେମାନଙ୍କର ସଲ୍ୟୁସନ ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାଯିବ । ତା ପରେ ଠିକ୍ ଅକ୍ଟୋବର ୧୦ ତାରିଖରୁ ମେଘା ଟିମ୍ ତାଙ୍କ କାମକୁ ଠିକ୍ ଭାବରେ ସମ୍ଭାଳିବେ । ମେଘାର ଦାୟୀତ୍ୱ ଅଧିକ କାରଣ ତାର ଟିମ୍ ର ସକ୍ସେସ୍ ଓ ଫେଲିୱର ତାରି ଉପରେ ନିର୍ଭର କରୁଛି । 
ଯାହା ହେଉ ଜୀବନରେ ଏହା ପ୍ରଥମ ଚ୍ୟାଲେଞ୍ଜ୍ ଭାବେ ଗ୍ରହଣ କରି ସେ ଆଗକୁ ଆଗକୁ ମାଡି ଚାଲିବ । ତା ଟିମି୍ ରେ ଥିବା ମହିଳା ସଦସ୍ୟଙ୍କ ମଧ୍ୟରେ ଜଣଙ୍କର ନାମ ଏଲିନା ଗର୍ଗ, ଅନ୍ୟଜଣେ ଲିସା ଭାଟିଆ ଓ ଆଉଜଣେ ହେଲେ ସିମା ପୂଜାରୀ । ଯେଉଁ ଦୁଇଜଣ ଯୁବକ ଗ୍ରାଜୁୟଟ୍ ଅଛନ୍ତି ସେମାନଙ୍କର ଜଣଙ୍କ ନାମ ରାଜେସ୍ ପାଣ୍ଡେ ଓ ଅନ୍ୟର ନାମ ବିଶାଳ ଭରଦ୍ୱାଜ । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସେମାନେ ଜେନେରାଲ୍ ସିଫ୍ଟ ଅର୍ଥାତ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଅଫିସ୍ ରେ ରହି ଓରିଏଣ୍ଟସନ୍ ପ୍ରୋଗ୍ରାମରେ ଭାଗ ନେବେ । ତା ପରେ ଅକ୍ଟୋବର ୧୧ ତାରଖରୁ ତାଙ୍କର ସିଫ୍ଟ ରେ ଡ୍ୟୁଟି କରିବାକୁ ପଡିବ । ସେଦିନ ୫ଟାରେ ଅଫିସ୍ ରୁ ବାହାରି ଗେଷ୍ଟହାଉସ୍ ରେ ପହଞ୍ôଚଲା ବେଳକୁ ୬ଟା ୩୦ ହୋଇ ଯାଇଥାଏ । ମାଳିନୀ ବ୍ୟାକୁଳତାର ସହିତ ମେଘାକୁ ଅପେକ୍ଷା କରିଥାଏ । ମେଘା ଆସି ପହଞ୍ôଚ ଗଲା ପରେ ଦୁଇଜଣ ଯାକ ଆନନ୍ଦରେ ଆଗ ଏକାଠି ବସି ପଡନ୍ତି । 
ମାଳିନୀ- ଆଜି ଅଫିସ୍‌ରେ କେମିତି କଟିଲା 
ମେଘା- ବହୁତ ଭଲରେ କଟିଲା ।
 ମାଳିନୀ- ହଉ, ଭଗବାନ ତୁମ ମନ କଥା ଶୁଣି ଦେଲେ । ଏଥରିକ ଜୀବନରେ ଶାନ୍ତି ଅଜସ୍ର ମିଳୁ । ଭବବାନ ମୋ ମେଘା ପାଇଁ ଗୋଟିଏ ବହୁତ ଭଲ ହଜବ୍ୟାଣ୍ଡ ଟିଏ ରଖିଥାନ୍ତୁ । ମେଘା ହସିଦେଇ କହିଲା, ଅପା ଏବେ ସେ ବିବାହର କଥାର ନା ନିଅନି । ଆଉ ୫ବର୍ଷ ପରେ ମୁଁ ନିଶ୍ଚୟ ସେ ବିଷୟରେ ଚିନ୍ତା କରିବି । ଆଗ କେଉଁଠାରେ  ଘରଟିଏ କିଣିବି । ତା ପରେ ବିବାହ କଥା  ଭାବିବି ।
   ଏମିତି ହସଖୁସିରେ ମାଳିନୀର ଟ୍ରେନିଙ୍ଗ୍ ଚାଲିଥାଏ । ତେଣେ ମେଘାର କଲ୍ ସେଣ୍ଟର୍‌ରେ ଓରିଏଣ୍ଟସନ୍ ପୋଗ୍ରାମ ଚାଲିଥାଏ । ଦିନ ପରେ ଦିନ ଗଡିଚାଲି ସେପ୍ଟେମ୍ବର ୩୦, ମଙ୍ଗଳବାର ଆସିଥାଏ ଓ ମାଳିନୀର ଟ୍ରେନିଙ୍ଗ୍ ଶେଷ ହୋଇଯାଏ । ମେଘା ପାଇଁ ସତେ ଯେପରି  ସମୟର କ୍ରୁରତା ଟିକେ  ମୁହଁ ମୋଡି ଦେଇ ପଲେଇଥାଏ । ନୂଆ ନୂଆ ଚାକିରୀରେ ନୂଆ ଲୋକଙ୍କ ମାନଙ୍କ ସହିତ ମିଶି ମନରେ ଏକ ଚ୍ୟାଲେଞ୍ଚ୍ ର ଭାବ ସହିତ ମାଳିନୀର ସେହ୍ନ ତାର ବିରାମ ଦୁନିଆକୁ ଟିକେ ହାଲୁକା ଫୁଲକା କରିଦେଇଥାଏ ।


*****


ପାଞ୍ଚ


   କାଲି ମାଳିନୀର ଦିଲ୍ଲୀରେ ଶେଷ ଦିନ । ଦୁଇ ତାରିଖ ସକାଳୁ ସେ ଓ ତାର ଗ୍ରୁପ୍ ର ସମସ୍ତେ ଟ୍ରେନ୍ ରେ ବସି ଦିଲ୍ଲୀରୁ ଭୂବନେଶ୍ୱର ଫେରିବେ । ମାଳିନୀର ଦିଲ୍ଲୀ ବୁଲିବାରେ ଟିକେ ଭାରି ଇଛା । ମେଘା ଏହା ଜାଣିପାରି କଲ୍ ସେଣ୍ଟର୍‌ର ମ୍ୟାନେଜର ପରବିନ ଚଢାଙ୍କୁ ସବୁ ସତ କଥା କହି ବୁଧବାର ପାଇଁ ଛୁଟି ନେଇ ଆସିଛି । ଟ୍ରେନିଙ୍ଗ୍ ଶେଷ ଦିନ ଟ୍ରେନିଙ୍ଗ୍ ଟିଚର ମଧ୍ୟ ମାଳିନୀ ଓ ତାର ଗ୍ରୁପର ଶିଖିବାର ଆଗ୍ରହ ଓ ହାସଲ କରିଦେଇଥିବା ନୂତନ କୈାଶଳରେ ବହୁତ ଖୁସି ଜାହିର କରିଛନ୍ତି । ସେଦିନ ଉପରବୋଳା ଗୋଟିଏ ଭ୍ୟାଲେଡିକ୍ଟୋରି ଫଙ୍କସନ୍ ହୋଇଛି । ସେଥିରେ ପ୍ରକାଶ ଗୈାତମ ଟ୍ରେନିଙ୍ଗ୍ ଟିଚର୍‌, ଟ୍ରେନିଙ୍ଗ୍ ଅର୍ଗାନାଇଜ୍ କରୁଥିବା ଏନ.ଜି.ଓ. ର ଜତୀୟ ସଂଯୋଜକ ଉପସ୍ଥିତ ଥାନ୍ତି । ଫଙ୍କସନ୍ ରେ ମାଳିନୀ ନିଜର ଅନୁଭୁତି କଥା କୁହେ । ସମସ୍ତଙ୍କୁ ଧନ୍ୟବାଦ୍ ଦିଏ । ଉପସ୍ଥିତ ବ୍ୟକ୍ତିମାନେ ମଧ୍ୟ ଟ୍ରେନିଙ୍ଗ୍ ସକ୍କେସ୍ ହୋଇଥିବାରୁ ବହୁତ ପ୍ରଶଂସା କରିଥାନ୍ତି । ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠିରୁ ଆସିଥିବା ମହିଳା ମାନେ ମଧ୍ୟ କିଛିକିଛି ନିଜର ଅନୁଭୂତି ପ୍ରକାଶ କରନ୍ତି । ସଭା ସାଙ୍ଗ ହୁଏ । ସଭା ସାଙ୍ଗ ହେବା ବେଳକୁ ସନ୍ଧ୍ୟା ୫ଟା ହୋଇଯାଇଥାଏ ଓ ଠିକ୍ ସେହି ସମୟରେ ମେଘା ଅଫିସ୍ ରୁ ଖୂସି ମନରେ ଆସି ପହଞ୍ôଚଥାଏ । ଅନ୍ୟ ସମସ୍ତ ସଦସ୍ୟା ବହୁତ ଖୁସି ମନରେ ଥାନ୍ତି । ତାପରେ ମେଘା ମାଳିନୀକୁ ଡାକି ଆଣି ପ୍ରକାଶ ଗୈାତମଙ୍କ ପାଖକୁ ଯାଏ । 
ମେଘା-ପ୍ରକାଶବାବୁ, କାଲି ଆମ ପାଇଁ ଗୋଟିଏ ବୋଲେରୋ ଠିକ୍ କରିଦିଅନ୍ତୁ । କାଲି ଆମେ ସମସ୍ତେ ଦିଲ୍ଲୀ ବୁଲିବୁ କାରଣ ଏମାନେ ସମସ୍ତେ ପହରିଦିନ ଓଡିଶା ଫେରିଯିବେ ।
ପ୍ରକାଶ ଗୈାତମ-ଠିକ୍ ଅଛି । ହେଲେ କୁଆଡେ କୁଆଡେ ବୁଲିବେ ।
ମେଘା-ଲାଲକୀଲା, ଇଣ୍ଡିଆ ଗେଟ୍‌, କୁତବ୍ ମିନାର୍‌, ପଦ୍ମ ମନ୍ଦିର, ରାଷ୍ଟ୍ରପତି ଭବନ, ପାର୍ଲ୍ୟାମେଣ୍ଟ୍ ।
ପ୍ରକାଶଗୈାତମ-ଠିକ୍ ଅଛି । କାଲି କେତେବେେଳେ ବାହାରିବେ ।
ମେଘା-ଠିକ୍ ସାଢେ ସାତଟାରେ ।
ମାଳିନୀ- ମେଘା, ତୁମେ କାଲି କଣ ଅଫିସ୍ ଯିବନି ନା କଣ ।
ମେଘା - ନାହିଁ ଅପା, କାଲି ମୁଁ ଛୁଟି  ଆଣିଛି ।
ମାଳିନୀ- ବାଃ, ବହୁତ ଭଲ କରିଛ । କାଲି ଆମେ ଟିକେ ଦିଲ୍ଲୀରେ ମନଖୋଲି ବୁଲିଯିବା ।
   ସେଦିନ ରାତିରେ ଡିନର୍ କରି ସମସ୍ତେ ଶୋଇପଡିଛନ୍ତି । ତା ପର ଦିନ ସକାଳୁ ନିତ୍ୟକର୍ମ ସାରି ସମସ୍ତେ ଗେଷ୍ଟହାଉସ୍‌ର ଗ୍ରଉଣ୍ଡ୍ ଫ୍ଲୋର୍‌ରେ ଅପେକ୍ଷା କରିଛନ୍ତି । ଠିକ୍ ୭ଟା୨୫ରେ ବୋଲେରୋ ଗାଡିଟି ଆସି ପହଞ୍ôଚଯାଇଛି । ସମସ୍ତ ୮ଜଣଯାକ ବୋଲେରୋ ଗାଡିରେ ଯାଇ ବସି ପଡିଛନ୍ତି । ପ୍ରଥମେ ଡ୍ରଇଭର୍ ସେମାନଙ୍କୁ ଲାଲକିଲ୍ଲା ନେଇଯାଇଛି । ମେଘା, ମାଳିନୀ ଓ ଅନ୍ୟ ସମସ୍ତେ ଲାଲକିଲ୍ଲା କୁ ବୁଲିଛନ୍ତି । 
   ମେଘା, ମାଳିନୀକୁ ଲାଲକୀଲାର ସବୁ କଥାକୁ ଏକ ଗାଇଡ୍ ଭଳି ବୁଝାଉଥାଏ । କେଉଁଠି ମୋଗଲ୍ ସମ୍ରାଟ୍ ମାନେ ବସିକରି ଦେଶକୁ ଶାସନ କରୁଥିଲେ, କେଉଁଠି ରାଜଦରବାର ବସୁଥିଲା, କେଉଁଠି ନର୍ତ୍ତକୀ ମାନେ ନାଚ କରୁଥିଲେ ଏସବୁ କଥା ଟିକିନିକି କରି ମାଳିନୀକୁ ମେଘା କହି ଚାଲିଥାଏ । ସମସ୍ତଙ୍କର ଫଟୋ ମଧ୍ୟ ଉଠେଇ ଚାଲିଥାଏ ।
ମାଳିନୀ- ଆଚ୍ଛା ମେଘା, ତୁମେ ତ ଦିଲ୍ଲୀ ଆଗରୁ କେବେ ଆସିନ ଏତେ ଟିକ୍ ନିକ୍ କଥା ଜାଣିଲ କେମିତି । 
ମେଘା- ଅପା, ବିବାହ ହୋଇନି ବୋଲି, ବରଯାତ୍ରୀ ଯାଇନି ନା କଣ । ଏ ସବୁ କଥା ଇତିହାସରେ ପଢିଛି । ଆଉ ଯାହା ସବୁ ସନ୍ଦେହ, ଏଠାରେ ଥିବା ଲେଖା ଗୁଡିକରୁ ପଢି ତୁମକୁ ବୁଝେଇ ଦଉଛି ।
ମାଳିନୀ- ସତରେ ମେଘା, ଏ ଜୀବନ ଟା ଏମିତି ସବୁବେଳେ କଟନ୍ତାନି? 
   ମେଘା, ମାଳିନୀ ପୁଅ ପାଇଁ ଚାନ୍ଦିନୀଚ୍ୟୈକିଠାରୁ ଗୋଟିଏ ଭଲ ଡ୍ରେସ୍ କିଣିଛି । ତା ହଜବ୍ୟାଣ୍ଡ୍ ପାଇଁ ଗ୍ୱାଲିୟର୍ ସୁଟିଙ୍ଗ୍‌ର ଭଲ ସାର୍ଟ୍‌୍‌ପ୍ୟାଣ୍ଟ୍ କପଡା ଓ ମାଳିନୀ ପାଇଁ ଗୋଟିଏ ଶାଢୀ ମାଳିନୀକୁ କିଛି ନକହି  କିଣିଛି । ତାପରେ ସେମାନେ ରାଷ୍ଟ୍ରପତି ଭବନ, ଇଣ୍ଡିଆଗେଟ୍ ଆଦି ଦେଖିସାରି ଶେଷକୁ ଲୋଟସ୍ ଟେମ୍ପଲ୍ ବୁଲିବାକୁ ଯାଇଛନ୍ତି । ଲୋଟସ୍ ଟେମ୍ପଲ୍ ଦେଖି ସମସ୍ତେ ବିସ୍ମିତ ହୋଇଛନ୍ତି । କିପରି ପୋଖରୀ ଭିତରେ ପଦ୍ମଫୁଲପରି ମନ୍ଦିର ଟି ହୋଇଛି ସମସ୍ତଙ୍କୁ ମୁଗ୍ଧ କରିଦେଇଛି । ମନ୍ଦିର ଭିତରେ ଯେତେବେଳେ ଯାଇ ସମସ୍ତେ ବସିଛନ୍ତି ମନ୍ଦିର ଭିତର ଶାନ୍ତ ସୁରମ୍ୟ ପରିବେଶ ମାଳିନୀ କୁ ବେଶେ ପ୍ରଭାବିତ କରିଛି ।
   ମନ୍ଦିର ବୁଲିସାରିଲାବେଳକୁ ଦିନ ଆସି ୩ଟା୩୦ ମିନିଟ୍ ହେଲାଣି । ସେମାନେ ସେହିଠାରୁ ଗେଷ୍ଟହାଉସ୍ କୁ ଫେରିବାକୁ ବାହାରିଛନ୍ତି । ବାଟରେ ଦିଲ୍ଲୀସହରର ଭିଡ ଦେଖି ମାଳିନୀ ଓ ଅନ୍ୟ ସମସ୍ତେ ନିଜକୁ ଅସନ୍ତୁଳନ ମନେ କରିଛନ୍ତି ।
ମାଳିନୀ- ମେଘା, ଏ ଦିଲ୍ଲୀ ବହୁତ ବ୍ୟସ୍ତ । ଏଠି କେହି କାହାରିକୁ ଅନଉ ନାହାନ୍ତି କି ଦେଖୁ ନାହାନ୍ତି ମଧ୍ୟ । ସକାଳ ଅଫିସ୍ ଟାଇମ୍ ସମୟରେ ରାସ୍ତା ଗୁଡିକ ଉପରେ ଶ୍ରମିକମାନେ ଘରେ ଅସରପା ମାତିଲା ପରି ତଳମୁହାଁ ହୋଇ ଦୌଡୁଛନ୍ତି । ସମସ୍ତେ ନିଜନିଜ କାମରେ ଅସ୍ତବ୍ୟସ୍ତ । ଏଠି ପୁଅ ଝିଅ ଭିତରେ ଦୂରତା ବହୁତ କମ୍ । ଆମେ ଦେଖୂଥିବା ପାର୍କ ମାନଙ୍କରେ ପୁଅଝିଅ ମାନେ କୋଳାକୋଳି ହୋଇ ବସିଛନ୍ତି ତ କିଏ କେଉଁଠି ଅନ୍ୟ କିଛି କରି ମଜା ନେଉଛି । ନାରୀ ଓ ପୁରୁଷ ମଧ୍ୟରେ ଏଠି ବ୍ୟବହାରରେ ସେମିତି କିଛି ଫରକ୍ ନଜର ଆସୁନି । ଏଠି ଜଣା ଯାଉଛି ସମସ୍ତେ ନିଜସ୍ୱବାଦୀ । ଅନ୍ୟକଥା ଚିନ୍ତା  କରିବାରେ କାହାର ସମୟ ହିଁ ନାହିଁ ।
 ମେଘା- ଅପା ତୁମେ ଗାଁରେ ଏକ ଶାନ୍ତ ପବିତ୍ର ଜୀବନ ବିତେଇଛ ।
   ତୁମେ ଏ ସହରୀବାଲାଙ୍କର ଧଳା ଚେହେରା ପଛରେ କଳା କାରନାମାକୁ ଦେଖିନ କିମ୍ବା ଅନୁଭବ କରିନ । ସମସ୍ତେ ଅବଶ୍ୟ ଏକାପରି ନୁହନ୍ତି । କାଁ ଭାଁ  ଟିକେ କେଉଁଠାରେ ଭଲର ଗନ୍ଧ ଆସେ । ହେଲେ ଆମ ଭୂବନେଶ୍ୱର ସହରରେ ମଧ୍ୟ ସବୁ ଏମିତିକା ଚାଲେ ହେଲେ ସେଠାରେ ଗହଳି ଟିକେ କମ୍ ।
   ସମସ୍ତେ ଗେଷ୍ଟହାଉସ୍‌ରେ ପହଞ୍ôଚଛନ୍ତିି । ଗାଡିରୁ ଓହ୍ଲାଇବା ସମୟରେ ଡ୍ରାଇଭରକୁ ମେଘା କୁହେ କାଲି ସକାଳ ଛଅଟାରେ ଆସି ଆମମାନଙ୍କୁ ନେଇ ନୂଆଦିଲ୍ଲୀ ରେଲୱେ ଷ୍ଟେସନ୍‌ରେ ଛାଡିଦେବ । ଡ୍ରାଇଭର୍ ରାଜିହୁଏ । ସମସ୍ତେ ଗେଷ୍ଟହାଉସ୍‌କୁ ଯାଆନ୍ତି । ରାତିରେ ଡିନର୍ କରିସାରିଲା ପରେ ସମସ୍ତେ ଯେଝା ରୁମ୍‌ରେ ନିଜର ବ୍ୟାଗ ପତ୍ର ସଜାଡିବାରେ ଲାଗିପଡନ୍ତି । ମେଘା ମଧ୍ୟ ନିଜର ଛୋଟ ବ୍ୟାଗ ଟିକୁ ସଜାଡି ନିଏ । କାଲି ଷ୍ଟେସନ୍ ରେ ସେମାନଙ୍କୁ ଛାଡିସେହିଠାରୁ ମେଘା ତା ହଷ୍ଟେଲ୍‌କୁ ଯିବ । ତାପରେ ସେଠାରୁ ଅଫିସ୍ ବାହାରିବ । 
   ମେଘା, ମାଳିନୀର ବ୍ୟାଗ୍‌କୁ ସଜାଡିବାରେ ଲାଗେ । ମାଳିନୀ ବ୍ୟାଗ୍‌ରେ ସେ ଆଣିଥିବା ତା ପୁଅ ପାଇଁ ସାର୍ଟପ୍ୟାଣ୍ଟ ତା ସ୍ୱାମୀ ପାଇଁ ପ୍ୟାଣ୍ଟ୍‌ସାର୍ଟ କପଡା ଓ ଶେଷରେ ମାଳିନୀ ପାଇଁ  ଆଣିଥିବା ଶାଢୀ ଟି ଭର୍ତ୍ତି କରେ । ମାଳିନୀ ଏହା ଦେଖି ତାକୁ ବାରଣ କରେ ହେଲେ ମେଘା ତା କଥା ନଶୁଣି ସବୁ ବ୍ୟାଗ୍‌ରେ ଭର୍ତ୍ତି କରିଦିଏ । ବ୍ୟାଗ୍ ସଜାଡୁ ସଜାଡୁ ଆସି ରାତି ୧୦ଟା ହୋଇଯାଏ । ମେଘା ଓ ମାଳିନୀ ଦୁହେଁ ବେଡ୍ ଉପରେ ଶୋଇବାକୁ ଯାଆନ୍ତି । ମେଘା, ମାଳିନୀକୁ କହେ ଅପା ମୁଁ ବର୍ତ୍ତମାନ ଆଉ ବର୍ଷେ ପର୍ଯ୍ୟନ୍ତ ଓଡିଶା ଯିବିନି । କାରଣ ପ୍ରଥମ କଥା ଓଡିଶାରେ ମୋ ବାପା କି ମା’ ମୋତେ ଆଉ ମନେ ପକାଉ ନାହାନ୍ତି । ହେଲେ ମୁଁ ବର୍ଷକ ପରେ ଗଲେ ତୁମରି ଘରେ ରହିବି । 
   ମାଳିନୀ କହିଛି ମୋ ଘର ହେଉଛି ମୋ ସାନଭଉଣୀ ମେଘାର ଘର । ତୁମେ ନିଶ୍ଚୟ ଆସିବ । ମୋ ହଜବ୍ୟାଣ୍ଡ୍ ବହୁତ ଭଲ ଲୋକ । ସେ ତୁମକୁ ହୃଦୟରୁ ସ୍ୱାଗତ କରିବେ । ତାଙ୍କର ଏଥିରେ ବହୁତ ଆନନ୍ଦ ଅନୁଭବ ହେବ । ତେଣୁ ତୁମେ ଭାବିବ ଯେ ଓଡିଶାରେ ତୁମର ନିଜ ଘର ଆଉ ଗୋଟେ ଆଜିଠାରୁ ହେଲା । ଏହି ମାସକର ଅଭୁଲା ସ୍ମୁତି ବିଷୟରେ ଦୁଇଜଣଯାକ ଟିକେ କଥା ହୋଇଛନ୍ତି । ଏ ଭଳି ପରିସ୍ଥିତିରେ ମୋ ମା’ ସାଜି ଅପା ତୁମେ ଆସିଲ ଆଉ ଦିଲ୍ଲୀ ଭଳି ସହରରେ ମୋ ପାଇଁ ସବୁଜାଣ ବ୍ୟବସ୍ଥା କରିଦେଇ ଗଲ । ମେଘା, ମାଳିନୀର ବିଚ୍ଛେଦକୁ ସତେ ଯେପରି ସହ୍ୟ କରିପାରିବନି ତାକୁ ଏହିଭଳି କାହିଁ ଅନୁଭବ ହେଉଥାଏ । 
   ତା ମନରେ ଅଜସ୍ର କୋହ । ମନର କୋହ ଗୁଡିକ ଆଖି ଲୁହରେ ରୂପାନ୍ତରିତ ହୋଇ କାନ୍ଦଣାର କଇଁକଇଁ ଶଦ୍ଦରେ ପରିଣତ ହୁଏ । ମାଳିନୀ ତାକୁ କୋଳେଇନେଇ ତା ମୁଣ୍ଡକୁ ଆଉଁସି ଦିଏ । ତାକୁ କୁହେ ଦେଖ ମେଘା, ଏ ସଂସାର ଭଗବାନଙ୍କର ଏପରି ସୃଷ୍ଟି, ଯେଉଁଠି ଗୋଟିଏ ଆଶ୍ରୟ ହାତରୁ ଛାଡି ହୋଇଗଲେ ଅନ୍ୟ ଏକ ଆଶ୍ରୟ ଆପେ ଆପେ ଆସି ନିଜର କରିନିଏ । ଯେତେବେଳେ ଭଗବାନଙ୍କ ସୃଷ୍ଟିରେ ଆମେମାନେ ଜନ୍ମନେଇଛେ ଆମ ବଞ୍ôଚରହିବା ପାଇଁ ବିଶ୍ୱନିୟନ୍ତା ସବୁ ପ୍ରକାର ବ୍ୟବସ୍ଥା କରି ଛାଡିଛନ୍ତି । 
   ତୁମେ ତ ବହୁତ ଭାଗବତ ବିଶ୍ୱାସୀ । ତା ପରେ ତୁମ ମାଙ୍କର ଆଶୀର୍ବାଦ ତୁମ ଉପରେ ସଦା ସର୍ବଦା ଥିବ । ତୁମେ ଯାହାକି କାମକର ସେ ତୁମ ପଛରେ ନିଶ୍ଚୟ ସହାୟକ ହେବେ । ଏଥିରେ ସନ୍ଦେହ ନାହିଁ । ଏମିତି ଆଶ୍ୱାସନାରେ ମେଘାର ଗରୁଆ ହୃଦୟ ଟିକେ ହାଲୁକା ହୋଇଛି । ପରେପରେ ଦୁଇଜଣ ଯାକ ଶୋଇ ଯାଇଛନ୍ତି । 
   ରାତି ୪ ଟାରୁ ପ୍ରଥମେ ମେଘା ଉଠିପଡି ମାଳିନୀକୁ ଉଠେଇ ଦେଇଛି । ଦୁଇଜଣଯାକ ସବୁ ନିତ୍ୟକର୍ମ ସାରି ଠିକ୍ ୫ଟା ୩୦ ବେଳକୁ ଅନ୍ୟ ସମସ୍ତଙ୍କ ସହିତ ନିଜନିଜର ଲଗେଜ୍ ଧରି ଗେଷ୍ଟ ହାଉସ୍‌ର ଗ୍ରାଉଣ୍ଡ ଫ୍ଲୋର୍‌କୁ ଚାଲି ଆସିଛନ୍ତି । ପ୍ରକାଶ ଗୈାତମ ମଧ୍ୟ ସେଠାକୁ ଆସିଛନ୍ତି ।
ମାଳିନୀ-ଗୌତମବାବୁ, ଆପଣ ଆମକୁ ଆଣିବାକୁ ଯାଇଥିଲେ ଆଉ ଆଜି ଛାଡିବାକୁ ଚାଲନ୍ତୁ ।          
ପ୍ରକାଶଗୈାତମ- ନିଶ୍ଚୟ ।
   ତା ପରେ ସମସ୍ତେ ସେହି ବୋଲେରୋ ଗାଡିରେ ନୁଆଦିଲ୍ଲୀ ରେଲେଓ୍‌୍ୱ ଷ୍ଟେସନ୍‌ରେ ଠିକ୍ ୬ଟା ୧୦ ମିନିଟ୍ ରେ ପହଞ୍ôଚ ଯାଇଛନ୍ତି । ପ୍ଲାଟ୍‌ଫର୍ମ ନଂ ଚାରି ରେ ଓଡିଶା ସମ୍ପର୍କ କ୍ରାନ୍ତି ଏକସ୍‌ପ୍ରେସ୍ ଛିଡା ହୋଇଥାଏ । ତାଙ୍କ ସୁରକ୍ଷିତ ବର୍ଥ ସବୁ ଯାଇ କୋଚ୍ ନଂ ପାଞ୍ଚ ରେ ଥାଏ । ସମସ୍ତେ ଯାଇ ସେହି ବର୍ଥରେ ବସିପଡିଛନ୍ତି । ସେତବେଳକୁ ସମୟ ୬ଟା୩୦ ହେଲାଣି । ଟ୍ରେନ୍‌ଟି ୬ଟା୫୫ରେ ଛାଡିବ । ମାଳିନୀ ଓ ମେଘା ଦୁଇଜଣ ପ୍ଲାଟ୍‌ଫର୍ମ ରେ ଛିଡା ହୋଇ କଥା ହେଉଥାନ୍ତି । 
   ସମୟ ତାର ପ୍ରତିଟି ମୁହୁର୍ତ୍ତକୁ ଏକ ଅଭୂଲା ସ୍ମୃତିରେ ପରିଣତ କରି ଟ୍ରେନ୍‌ଟି ଛାଡିବାବେଳ ନିକଟ ହୋଇ ଆସିଲା । ମାଳିନୀ ଓ ମେଘା ଦୁହେଁ ଟ୍ରେନ୍ ଭିତରେ ସିଟ୍ ପାଖକୁ ଉଠିଲେ । ବାହାରେ ପ୍ରକାଶ ଗୈାତମ ସମସ୍ତଙ୍କୁ ବିଦାୟ ଦେଇ ପ୍ଲାଟ୍‌ଫର୍ମ ଉପରେ ଛିଡା ହୋଇଥାନ୍ତି । କୋଚ୍ ଭିତରେ ମାଳିନୀକୁ କୁଣ୍ଢେଇ ଧରି ମେଘା ବହୁତ କାନ୍ଦିଛି । ଅନ୍ୟ ସମସ୍ତେ ମଧ୍ୟ ବହୁତ କାନ୍ଦିଛନ୍ତି । ଟ୍ରେନ୍ ତାର ଗତି ଆରମ୍ଭ କରିଛି । ମେଘା ତଳକୁ ଓହ୍ଲାଇ ପଡିଛି । 
    ମାଳିନୀ ଓ ଅନ୍ୟସମସ୍ତେ ଟ୍ରେନ୍ ଭିତରୁ ହାତ ହଲାଉଥାନ୍ତି । ସତେ ଯେମିତି ଏ ଦିଲ୍ଲୀ ଏଣିକି ମେଘା ପାଇଁ ଏକୁଟିଆ ମନେ ହେବାକୁ ଲାଗୁଥାଏ । ଆଖି ପିଛୁଳାକେ ଟ୍ରେନ୍ ଟି ମେଘା ନଜରରୁ ଲୁଚିବାକୁ ଲାଗିଲା ।
ମେଘା- ଗୌତମଜୀ, ଯଦି ଆପଣ ମୋତେ ମୋ ହଷ୍ଟେଲ୍ ରେ ଛାଡିଦିଅନ୍ତେ ମୁଁ ବହୁତ ଖୁସି ହୁଅନ୍ତି । 
ଗୈାତମଜୀ- ଠିକ୍ ଅଛି । ମୁଁ ଡ୍ରାଇଭର୍ ସଙ୍ଗେ କଥାହେବି ।
   ଡ୍ରାଇଭର୍ ରାଜି ହୋଇଛି ଓ ଗୈାତମଜୀ ମେଘାକୁ ନେଇ କରୋଲବାଗ୍‌ରେ ଥିବା ତା ଓା୍ୱର୍କିଙ୍ଗ ଓମେନ୍‌୍ସ ଲେଡିଜ୍ ହଷ୍ଟେଲ୍‌ରେ ଛାଡି ଆସିଛନ୍ତି । ମେଘା ସେଦିନ ତରବର ହୋଇ ନିଜର କାମସାରି ନିଜ ଅଫିସ୍ କୁ ବାହାରି ପଡେ ଓ ଅଫିସ୍‌ରେ ଠିକ୍ ସମୟରେ ପହଞ୍ôଚ ଯାଏ । ଏମିତିକା ଅଫିସ୍‌ରେ ଓରିଏଣ୍ଟସନ ପ୍ରୋଗ୍ରାମ ସରିଯାଏ । ମେଘା ତା ଟିମ୍ ଲିଡର୍ ହିସାବରେ ତା ଟିମ୍‌ର କାମକୁ ସମ୍ଭାଳିବାକୁ ଆରମ୍ଭ କରେ । ପ୍ରଥମେ ପ୍ରଥମେ ତାକୁ ଏ ଦାୟୀତ୍ୱ ତୁଲେଇବାକୁ ଟିକେ କଷ୍ଟ ଲାଗୁଥିଲେ ମଧ୍ୟ ଧୀରେଧୀରେ ତାର ଦେହସୁହା ଅଭ୍ୟାସରେ ପରିଣତ ହୋଇଯାଏ । ହେଲେ ମେଘା ତାର ଲକ୍ଷରେ ଜିତିବା ପାଇଁ ସମସ୍ତ ପରିଜନ ଙ୍କଠାରୁ ଏମିତି ବି ମାଳିନୀ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିଜର ମୋବାଇଲ୍ ନମ୍ବର୍ ବଦଳେଇ ଦେଇଛି । ଆଉ ଓଡିଶାର କାହା ସାଙ୍ଗରେ ସେ ସମ୍ପର୍କ ରଖିନି । ହଜିଯାଇଛି ନିଜ ଅନ୍ଧ 
ଜିଦ୍‌ରେ ।


*****


ଛଅ


   ‘ମେଘା’ । ପୁରା ନାଁ ମେଘା ରାୟ । ଜୀବନ ସଂସର୍ଗରେ ଆସିଥିବା ସମାଜର କିୟଦଂଶ ରେ ମେଘା ପ୍ରପନ୍ନର ପାରିଜାତ । ଭୋଦୁଅ ଆକାଶର ଅସ୍ତମିତ ରବିର ପଶ୍ଚାତରେ ଆକାଶର ଦୂର ଦିଗ୍‌ବଳୟର କେଉଁ କୋଣରେ ସତେ ଯେପରି ଦଣ୍ଡାୟମାନ ହୋଇଥିବା ଏକ ଅଳ୍ପ ଆର୍ଦ, ଅଳ୍ପ ଘନ, ଅଳ୍ପାକାର ଅଳସୀ ମେଘ ଖଣ୍ଡଟିଏ । ଧରିତ୍ରୀ ମା’ର ମାଟିରେ ଛିଡାହୋଇ ଯଦି ତାକୁ ସୂକ୍ଷ୍ମାତିସୂକ୍ଷ୍ମରେ ନୀରକ୍ଷିଣ କରାଯାଏ, କେତେବେଳେ ତାର କାୟା ମା’ ଟିଏ ତାର ପୁଅକୁ ସ୍ତନ୍ୟପାନ କରାଉଥିବା ଭଳି ଦେଖାଯାଏ ତ କେତେବେଳେ ପୋଖରୀ ତୁଠରେ ରମଣୀଟିଏ ତାର ଶାଢୀର ପଣତକାନୀକୁ ତୁଠପଥର ଉପରେ ତା ପାଦକୁ ଘଷିଲା ପରି କାୟାରେ ପରିବର୍ତ୍ତନ କରେ । ପୁଣି କେତେବେଳେ ଏକ କ୍ଷୁଦ୍ର ରାକ୍ଷସୀର ହାତ ଗୋଡ ସହିତ ବଡବଡ ଦାନ୍ତର ମଡେଲ ପରି ନିଜର ଅସ୍ତିତ୍ୱରେ ପରିବର୍ତ୍ତନ କରେ । 
   ଏସବୁ ପରିବର୍ତ୍ତନ ତାର ବାୟୁସହିତ ସ୍ୱାଭାବିକ ପରିବର୍ତ୍ତନ ହେଲେ ମଧ୍ୟ ଆମ ଖିଆଲୀ ମନର ମତୁଆଲା ଚିନ୍ତାରେ ଘଡିଘଡିକି ତା ରୂପର ଅତୁଳନୀୟ ପରିବର୍ତ୍ତନ ଘଟିଚାଲେ ହେଲେ ଏ ସବୁକିଛି ସତ୍ତ୍ୱେ ସେ ମେଘଖଣ୍ଡରେ ଯେଉଁ ଅବ୍ୟକ୍ତ ସୁନ୍ଦରତା ବୋଧହୁଏ ସେ ହିଁ ‘ମେଘା’ । ସେମିତିକା ମେଘଖଣ୍ଡ କେବେ କେଉଁଠି ବନ୍ୟାର ବିଭିଷିକା ସୃଷ୍ଟିକରି ଧନଜୀବନ ନଷ୍ଟ କରିପାରେନି ବରଂ ପାହାଡ ଖଣ୍ଡରେ ଧକ୍କା ଖାଇ ବାଦଲ ଫଟା ବର୍ଷାର କରାଳ ରୂପ ମଧ୍ୟ ନେଇପାରେନି ହେଲେ ଯଦି ଥଣ୍ଡାପବନର ଝଙ୍କାରେ ସେ ମେଘ ପାଲଟି କେଉଁ ଜନବସତିର ମୁଣ୍ଡ ଉପର ଦେଇ ଉଡିଯାଏ ତେବେ ଫିସ୍‌ଫିସ୍ କରି କୁଣ୍ଡାଝଡା ପାଣିବିନ୍ଦୁର ଆସର ଛିଞ୍ôଚ ଦେଇଯାଏ । ଯାହାର ସାନିଧ୍ୟରେ ଏହି ଜଳବିନ୍ଦୁ ଆସେ ତାକୁ ବହୁତ ଆନନ୍ଦ ଲାଗିଥାଏ ।
   ମେଘାର ଚରିତ୍ର ମଧ୍ୟ ଠିକ୍ ଏହି ଚଲା ମେଘ ଖଣ୍ଡପରି । ତା ସୁନ୍ଦରତା ରେ ବାତ୍ସଲ୍ୟତା ସର୍ବଦା ପରିସ୍ଫଟ । ତା ଚାହାଣୀର ଅନନ୍ୟତା ଯେ କୌଣସି ପୁରୁଷର କ୍ରୋଧରେ ଅର୍ଚ୍ଚିଃକୁ କ୍ଷଣିକ ମଧ୍ୟରେ ପ୍ରସମିତ କରିପାରେ । ତାର ତନୁଟି ଗୋଟିଏ ଚାଉଳରେ ଗଢା । ଆଖି ଦୁଇଟିର ଅନନ୍ୟତା ନଦେଖିଲା ଲୋକକୁ ବୁଝେଇ ହେବନାହିଁ । ପୁନେଇଜହ୍ନପରି ଗୋଲ ମୁହଁରେ ପାଟିରୁ ବାହାରୁଥିବା କଥା ଗୁଡିକ ଅନ୍ୟକୁ ଭାବବିହ୍ୱଳ କରିପକାଏ । ମୁହଁରେ ଚେନାଏ ହସ ଯଦି ସେ ଭରିଦିଏ ତେବେ ସାମନା ଲୋକର ହୋସ୍ ତ ନିଶ୍ଚିତରୂପେ କକ୍ଷଚ୍ୟୁତ ଏଥିରେ ସନ୍ଦେହ ନାହିଁ । ଭାଷାର ମଧୁରତା, ବେଶ ପୋଷାକର ସରଳତା, ତା ପାଖ ପଡୋଶୀରେ ତାର ପରିଚୟର ଚିହ୍ନ । କୁଞ୍ଚିତ କେଶର ଲମ୍ବ ସେତେ ଅଧିକ ନୁହେଁ ହେଲେ ଯଦି ସେ କେଶ ଖୋଲି ପିଠି ପଛପଟକୁ ଛାଡିଦିଏ ସେଥିରୁ ଦୁଇ କେରା ଖଣ୍ଡେ ଚୁଟି ତା ଡାହାଣ ଆଖି ଆଗରେ ଝୁଲି ରହିଥାଏ ଯାହାକୁ ପ୍ରାୟ ସବୁସମୟରେ ସେ ପଛକୁ ଟାଣିନେଇ ସବାରୁଥାଏ । ଆଖିରେ ଯଦି କଜ୍ୱଳର ଗାର ଲାଗଛି ତେବେ ଚାହାଣୀର ଭାବ ଚାହିଁବା ବାଲାପାଇଁ ବିଡମ୍ବନା । ଚେହେରା ଯେତିକି ସୁନ୍ଦର ତାର ହୃଦୟ, ସେତିକି ସରଳ, ନିସ୍କପଟ ଓ ସାଧାସିଧା ।
   ବଙ୍ଗାଳି ଔରସରୁ ଜନ୍ମ ନେଇଥିଲେ ମଧ୍ୟ ଓଡିଆର ପ୍ରତିଟି ଗୁଣ ତା ରକ୍ତରେ ପ୍ରବାହିତ । ଓଡିଶାର ପାଣି ପବନ, ସଂସ୍କୃତି, ପରମ୍ପରାରେ ତା ଶରୀର ଗଢା । ଆଉ ଜଗନ୍ନାଥ ପ୍ରେମ ଓ ଜଗନ୍ନାଥ ସଂସ୍କୃତି ତାର ଜୀବନ । ମା’ ଓଡିଆଣୀ ବୋଲିକି କଣ ତାର ଚାଲିଚଳନ, ହାବଭାବ, ଆଚାର ବ୍ୟବହାର ସବୁଥିରେ ଓଡିଆ ଘରର ଝିଅର ସ୍ୱଭାବ ଭରି ହୋଇ ରହିଛି । ସବୁଠାରୁ ବଡ ଗୁଣ ହେଲା ପରକୁ ସାହାଯ୍ୟ କରିବାରେ ତାର ଅପୂର୍ବ ଆନନ୍ଦ । କାହାର ଦୁଃଖ ସେ ସହି ପାରେନା । ତାର ପାରିପାଶ୍ୱିର୍କ ପାରିପାଟ୍ୟ, ତା ଜୀବନ ଶୈଳିର ନିଆରା ସନ୍ଦର୍ଭ ଯେଉଁଥିପାଇଁ ସେ ଅନ୍ୟମାନଙ୍କ ମଧ୍ୟରେ ଅଲଗା ପରି ମନେ ହୁଏ । ରାଗି ପାରେନା ମାତ୍ର ମୁହଁ ଫୁଲାଇ ପାରେ । କଳି ଝଗଡା ତା ଜୀବନ ଡାଏରୀର ପୃଷ୍ଠାରେ ନାହିଁ । 
   ହେଲେ ପିଲାଦିନୁ ଘୃଣା କରୁଥିଲା ଅବିଶ୍ୱାସକୁ, ହେଲେ ବର୍ତ୍ତମାନ ତା ଜୀବନ ରେଖାଟି ଏମିତି ବକ୍ର ଓ ଆବଡଖାବଡ ହୋଇଯାଇଛି ଯେ ସେ ଘୃଣା କରୁଛି ସମ୍ପର୍ଣ୍ଣ ପୁରୁଷ ଜାତିକୁ । ଏହି ଘୃଣା ତା’ଜୀବନରେ ଜୀବନର ସାହାରା ଭାବେ ଥିବା ବାପା ଆଉ ଜୀବନସାଥୀ କରିବାକୁ ସ୍ୱପ୍ନ ଦେଖିଥିବା ଅମର ଠାରୁ ନେଇଛି ଜନ୍ମ । ସେ ଯେତେବେଳେ ଷଷ୍ଠ ସ୍ଟାଣ୍ଡାର୍ଡରେ ପଢୁଥିଲା ସେତେବେଳେ ତା’ ବାପା କହୁଥିଲେ କେଉଁ ମଣିଷ କେବେ ଖରାପ ହୋଇପାରେନା କାରଣ ସମସ୍ତେ ଭଗବାନଙ୍କ ସୃଷ୍ଟି  ମାତ୍ର ମଣିଷର ପ୍ରକୃତି କିମ୍ବା ଗୁଣ ଖରାପ ହୋଇପାରେ । ତେଣୁ ମଣିଷର ଖରାପ ଗୁଣ ବା ତାର ଖରାପ ପ୍ରକୃତିକୁ ଘୃଣା କର ହେଲେ ମଣିଷକୁ ନୁହେଁ । ମାତ୍ର ଆଜି ସେକଥା ମଧ୍ୟ ସେ ଗ୍ରହଣ  କରିପାରୁନାହିଁ । ତା ବାପା ଆଉ ଅମରର ଗୁଣ ପ୍ରତି କେବଳ ତା’ର ଘୃଣା ନୁହେଁ ତା’ ବାପା ଆଉ ଅମର ପ୍ରତି ମଧ୍ୟ ତା’ର ଚରମ  ଘୃଣା । 
   ଓଗ୍ କନେକସନ୍ କଲସେଣ୍ଟର୍‌ରେ ଚାକିରୀ କଲା ଦିନଠାରୁ ମେଘା ତାର ପୋଷାକ ପରିଚ୍ଛେଦରେ ଏକ ସ୍ୱତନ୍ତ୍ରତା ବଜାୟ ରଖିଛି । ତାର ସୁନ୍ଦରତା, ମୁହଁରେ ପିଲାଳିଆମିର ଚାତୁରୀ, କଥାରେ ବାନ୍ଧି ନେବାର କୈାଶଳ ପ୍ରତିମୂହୁର୍ତ୍ତରେ ତା ସାଙ୍ଗରେ ରହିଛି । ପ୍ରତି ଦିନର ତା ଡ୍ରେସ୍‌ରେ ସେ ପିନ୍ଧୁଛି ଚୁଡିଦାର ପଞାବି । ଡ୍ରେସ୍ ର କଲର ସବୁବେଳେ ଲାଇଟ୍ କଲରର ହୋଇଥାଏ । ସାଧାରଣତଃ ସେ ସମ୍ବଲପୁରୀ ବାନ୍ଧର ପଞ୍ଜାବି କିମ୍ବା ଆଦିବାସୀ ଡିଜାଇନ୍‌ର ପଞ୍ଜାବି ତାକୁ ବହୁତ ଭଲଲାଗେ । ସେ ଏସବୁ ଡ୍ରେସ୍ କୁ କିଣିବା ପାଇଁ ଦିଲ୍ଲୀରେ ଥିବା ବୟନିକା ସୋରୁମ୍ କୁ ଯାଏ । ତାର ମନ ପସନ୍ଦ ରଙ୍ଗ ଭିତରେ ଲାଇଟ୍‌ପିଙ୍କ୍‌, ଲାଇଟ୍ ମାରୁନ୍‌, ଲାଇଟ୍ ଗ୍ରୀନ୍ କଲର ଅନ୍ୟତମ । ପଞ୍ଜାବିର ଡିଜାଇନ୍ ଅତି ସରଳ ଓ ସହଜ । 
   ମୁଣ୍ଡର ବାଳକୁ ଏକାଠି କରି ପଛପଟେ ଗୋଟିଏ ରାଉଣ୍ଡ ହେୟାର କ୍ଲିପ୍ ରେ ବାନ୍ଧିରଖେ । କପାଳର ମଝିରେ ଅତି ଛୋଟ କଳା ଟିକିଲିଟିଏ ତା ମୁହଁର ମନଲୋଭା ଆକର୍ଷଣକୁ ବହୁଗୁଣିତକରେ । ଆଖିରେ ପ୍ରାୟ ପ୍ରତି ଦୁଇ ଦିନରେ ସେ କଜ୍ୱଳର ଧାର ଲଗେଇବାକୁ ଭୁଲେନାହିଁ । କାନରେ ଦୁଇଟି ମଧ୍ୟମ ସାଇଜର ଆଧୁନିକ ରିଙ୍ଗ୍ ପିନ୍ଧିଥାଏ । ଦୁଇହାତରେ ଦୁଇଦୁଇପଟ ଶଙ୍ଖା ସହିତ ତା ଗୋଡରେ ରୂପାର ପାଉଜିକୁ ପିନ୍ଧିବାକୁ ସେ ବହୁତ ଭଲ ପାଏ ।
   କାନ୍ଧରେ ଗୋଟିଏ ଛୋଟିଆ ଭ୍ୟାନିଟ୍ ଟେ । ଆଧୁନିକ କଲ୍ ସେଣ୍ଟର୍‌ରେ ଚାକିରୀ କରୁଥିଲେ ମଧ୍ୟ ତାର ଚାଲିଚଳନରେ ଓଡିଆ ଘରର ସରଳତା, ଶାନ୍ତ ଭାବ ପୁରା ବାରି ହୋଇ ପଡେ । ମୁହଁଟି ବିରଷ ନୁହେଁ କି ଅଧିକ ହସୁଆଳି ନୁହେଁ ହେଲେ ସ୍ମିତ ହସର ପ୍ଲାବନ ତା ମୁହଁକୁ ସମସ୍ତଙ୍କ ଆଡକୁ ଆକର୍ଷିତ କରିବାରେ ଯଥେଷ୍ଟ । କଥା କହିବାର ଶୈଳୀ ଅତ୍ୟନ୍ତ ନମ୍ର ଓ ମଧୁର । କଥାରେ ଅନ୍ୟକୁ ବଶିଭୁତ କରିବାରେ ମୌଳିକତା ତା ପାଖରେ ଥାଏ । ଚାଲିଟି ତାର ସତେ ଯେପରି ମାଟି ମାଆ ଉପରେ ଆଘାତ ରହିତ । ତା ମୁହଁର ଭାବ ଦୁଃଖ ରେ ଯେମିତି ସୁଖରେ ମଧ୍ୟ ଠିକ୍ ସେମିତି । 
   ମିଳିମିଶି କାମ କରିବାରେ ତାର ଆନନ୍ଦ । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଆଗେଇବାରେ ତାର ଧୂରୀଣ ଅଭ୍ୟାସ । ଅନ୍ୟର ଭୂଲ୍‌କୁ ଭୂଲ୍‌ବୋଲି କହିବା ଅପେକ୍ଷା ତାର ଭୂଲ୍‌କୁ ସୁଧାରିବାରେ ସେ ସଦା ପ୍ରୟାସ ରତ । କଲ୍ ସେଣ୍ଟର୍‌ରେ ଟିମ୍ ଲିଡର ହେବାପାଇଁ ପ୍ରକୃତ ସେ ଯୋଗ୍ୟ । ତା ଟିମେ୍ ରେ ସେ ସମସ୍ତଙ୍କ ପ୍ରିୟ । ତା ଟିମ୍ ରେ କେବେ କାହା ଉପରେ ରାଗେନି । ବିଗିଡିବା କିମ୍ବା କାହାକୁ ବାଧିଲା ଭଳି କଥା କହେନି । ହେଲେ ତାର ସମସ୍ତଙ୍କ ଉପରେ ଥିବା ବିଶ୍ୱାସ ଓ ଭରଷା ସମସ୍ତଙ୍କୁ ନିଜ ନିଜର କାମ ଠିକ୍ ରୂପେ ତୁଲେଇବାକୁ ପ୍ରେରଣା ଦିଏ । 
   ସେ ଯେଉଁ କାମ କରେ ତାକୁ ସମ୍ପୁର୍ଣ୍ଣ ସୁଚାରୁ ରୂପେ ସମ୍ପାଦନା କରେ । ସେ ଅଧାରୁ କାମ ଛାଡିବାକୁ ଭଲପାଏନି । ତାର ବିଶ୍ୱାସ ଯେଉଁ କାମକର ମନ ଓ ହୃଦୟ ଦେଇ କର । କାମଟି ନିଶ୍ଚୟ ଭଲ ହେବ । ଏଇ କେଇମାସ ଭିତରେ ସେ କଲ୍ ସେଣ୍ଟରଟିରେ ସେ ସମସ୍ତଙ୍କର ପ୍ରିୟ ହୋଇଗଲାଣି । ତାର ଦକ୍ଷତାରେ ସମସ୍ତେ ବହୁତ ଖୁସି ।
   ତାର ଚାଲିଚଳନ ଓ ବ୍ୟବହାରରେ ସମସ୍ତେ ମୁଗ୍ଧ । ହେଲେ ଯେତେବେଳେ ମେଘା କଲ୍ ସେଣ୍ଟର୍‌ରୁ ହଷ୍ଟେଲ୍‌କୁ ଫେରେ ତା ମୁଣ୍ଡରେ ସେଇ ଅସୂୟା ର ଚାଦର ତା ମୁଣ୍ଡଉପରେ କଳବାଦଲ ପରି ଢାଙ୍କି ହୋଇଯାଏ । ତାକୁ ବ୍ୟତିବ୍ୟସ୍ତ କରିପକାଏ । ସେ ମନେମନେ ଖୋଜି ଚାଲିଥାଏ ସେ ପ୍ରଥମ ବ୍ୟକ୍ତି ଯାହାକୁ ସେ ମିଛ ପିରତୀରେ ଫସେଇବ । କଥାରେ ଅଛି ମନଥିଲେ ସୁଯୋଗ ଆପେଆପେ ଆସେ । ଏମିତି ଦିନେ ସେ ଅଫିସ୍‌ରେ ତା କ୍ୟାବିନ୍ ଭିତରେ ଥିବା ଅବସ୍ଥାରେ ମିଷ୍ଟର ଚଢାଙ୍କ ସହ ଜଣେ ଭଦ୍ରବ୍ୟକ୍ତି ଆସନ୍ତି । ତାଙ୍କର ନାମ ସନ୍ଦିପ୍ ଏବଂ ସେ ବାହାଲଗଡରୁ ଆସିଥାନ୍ତି । 
   ସେ ମିଷ୍ଟର ଚଢାଙ୍କର ସାଙ୍ଗ, ହେଲେ ସେତେ ନିବିଡ ସାଙ୍ଗ ନୁହେଁ । ସେ ଦେଖିବାକୁ ଯେତିକି ହ୍ୟାଣ୍ଡସମ୍ ଲାଗୁଥାନ୍ତି ସେତିକି ଖୋଲାହୃଦୟର ବ୍ୟକ୍ତି ପରି ଜଣା ପଡୁଥାନ୍ତି । ବୟସ ପାଖାପାଖି ଚାଳିଶି ହେବ । ମିଷ୍ଟର ଚଢା କାହିଁଙ୍କି କେଜାଣି ତାଙ୍କୁ ମେଘା ସହିତ ଇଣ୍ଟରଡ୍ୟୁସ୍ କରାନ୍ତି । ମିଷ୍ଟର ଚଢା ଓ ଆଗନ୍ତୁକ ଜଣକ ମେଘା ଟେବୁଲ୍ ପାଖରେ ଥିବା ଦୁଇଟି ଚୈାକିରେ ବସନ୍ତି । ଏହି ସମୟରେ ହଠାତ୍ ମିଷ୍ଟର ଚଢାଙ୍କର ଫୋନ୍ ଆସେ ସେ ଫୋନ୍ ଟି ଧରି କେବିନ୍ ବାହାରକୁ ଚାଲିଯାଆନ୍ତି । କେବିନ୍ ଭିତରେ ମେଘା ଓ ସେ ଭଦ୍ରବ୍ୟକ୍ତି । ମେଘା ଟେବୁଲ୍ ଉପରେ ଥିବା ଫାଇଲ୍ ରେ ତଳକୁ ମୁହଁ କରି କିଛି କାମ କରୁଥାଏ । ଆଗନ୍ତୁକ ଜଣକ ମେଘା କୁ ଗୋଟିଏ ଦୃଷ୍ଟିରେ ନିରିଖେଇ କରି ଚାହିଁ ରହିଥାଏ । ମେଘା ଜାଣିପାରେ ଯେ ବୋଧହୁଏ ଏହି ସେ ପ୍ରଥମ ବ୍ୟକ୍ତି ଆଜି ଭଗବାନ ମୋ ପାଖକୁ ପଠାଇଛନ୍ତି । ମେଘା ମୁହଁ ଉପରକୁ କରି କହେ ।
ମେଘା-ହାୟ 
ସନ୍ଦିପ-ହାଲୋ
ମେଘା- ହ୍ୟାଣ୍ଡସେକ୍ କରି, I am Megha (ମୁଁ ହେଉଛି ମେଘା) ।
ସନ୍ଦିପ-I am Sandeep Sharma, I am from Bahalgarh and an exporter of Hand loom and Textiles. My factory is at Bahalgarh and my showroom is at Shakti Nagar, Delhi. (ମୁଁ ହେଉଛି ସନ୍ଦିପ ଶର୍ମା ଆଉ ମୁଁ ବାହାଲଗଡ୍ ରୁ ଆସିଅଛି । ମୋର ହସ୍ତତନ୍ତ ଆଉ ବୟନଶିଳ୍ପର ରପ୍ତାନୀ ଅଛି । ମୋ ଫ୍ୟାକ୍ଟୋରି ବାହାଲଗଡ୍ ରେ ଆଉ ଶୋରୁମ୍ ଶକ୍ତିନଗରରେ ଅଛି)
ସନ୍ଦିପ-Where do you belong to? (ଆପଣଙ୍କ ଘର କେଉଁଠି?)
ମେଘା-I am from Odisha. (ଖୁସିର କଥା, ମୁଁ ଓଡିଶାରୁ)  
ସନ୍ଦିପ-Then you can speak in Odia. (ତାହାହେଲେ ତ ଆପଣ ଓଡିଆ କହୁଥିବେ)  
ମେଘା-Of course, that is my mother tongue.. (ହଁ ମୋ ମାତୃଭାଷା) 
ତାହେଲେ ଆମେ ଓଡିଆରେ କଥା ହେବା ଭଲ ଲାଗିବ ।  
ମିଷ୍ଟର ଚଢା-ଓହଃ! ସରି, ସରି । ମୈ ଫୋନ୍ ପେ ବିଜି ହୋଗେୟା । ମେଘାଜୀ, ମୈ ଥୋଡା ବାହାର ଇନକେ ସାଥ୍ ଯା ରାହା ହୁଁ । ମେରା ଥୋଡା କାମ୍ ହେ । ଆପକୋ ଏ କଲ୍ ସେଣ୍ଟର ଲଗା ।  
ମେଘା- ଠିକ୍ ହେ ।
ମେଘା- Mr Sandeep, May I have a visit to your showroom and production center. (ମିଷ୍ଟର୍ ସନ୍ଦିପ୍‌, ମୁଁ ଆପଣଙ୍କ ଶୋରୁମ୍ ଆଉ ପ୍ରଡ୍‌କସନ ଇଉନିଟ୍‌କୁ ଥରେ ଦେଖିବାକୁ ଚାହେଁ)
ସନ୍ଦିପ୍ - Oh sure. You are welcome. (ନିଶ୍ଚୟ, ଆପଣଙ୍କୁ ସ୍ୱାଗତ)
ମେଘା- Please give me your phone number. (ଦୟାକରି ଆପଣଙ୍କ ଫୋନ୍ ନମ୍ବର୍ ଟି ଦିଅନ୍ତୁ)
ସନ୍ଦିପ୍ - After calling his number, he has insisted to give a missed call. (ନମ୍ବରଟି ଡାକିଦେଇ ଗୋଟିଏ ମିସ୍ କଲ୍ ଦେବାକୁ କହିଛି)
ମେଘା - Ok. (ଠିକ୍ ଅଛି)
ମିଷ୍ଟର ଚଢା -Bye  (ବାୟ ମେଘା)
ସନ୍ଦିପ୍ - Bye (ବାୟ)
ମେଘାଜୀ -Nice to meet you. (ଆପଣଙ୍କୁ ଭେଟି ବହୁତ ଭଲ ଲାଗିଲା)
ମେଘା- ଧନ୍ୟବାଦ୍ ।  Its very nice to meet you.(ଆପଣଙ୍କୁ ଭେଟି ମୋତେ ମଧ୍ୟ ବହୁତ ଭଲ ଲାଗିଲା)
ସନ୍ଦିପ୍‌- ନିଶ୍ଚୟ । ଆମେ ପୁଣି ଦେଖାହେବା ।
   ଏହା ପରେ ମିଷ୍ଟର ଚଢା ଓ ମିଷ୍ଟର ସନ୍ଦିପ ଅଫିସରୁ ଚାଲିଯାଇଛନ୍ତି । ମେଘା ଚିନ୍ତା କରିଛି ତା ଛଳନାର ମଣିଷ ଆସି ତା ପାଖରେ ପହଞ୍ôଚ ଯାଇଛି । ତା ହୃଦୟରେ ଘର କରିବ ।
   ସେ ଦିନ ଶୁକ୍ରବାର । ମେଘା ଅଫିସ୍‌ରେ ଠିକ୍ ସମୟରେ ପହଞ୍ôଚ ଯାଇଛି । କଲ୍ ସେଣ୍ଟରର ବାକି ପଡିଥିବା ସମସ୍ତ କାମ ଗୁଡିକ ଟିକେ ତଦାରଖ କରି ତା ଟିମ୍ ର ଅନ୍ୟ ସମସ୍ତଙ୍କୁ ତାଙ୍କ କାମ ଗୁଡିକ ମଧ୍ୟ ଦେଇଦେଇଛି । ତା ପରେ ନିଜେ ଆସି ନିଜ କେବିନ୍ ରେ ବସିଛି ଓ ଗୋଟିଏ ଫାଇଲ୍ ରେ କିଛି କାମ କରିବାରେ ଲାଗିପଡିଛି । ଠିକ୍ ଦିନ ୧୧ ଟା ସମୟରେ  ତା ମୋବାଇଲ୍ କୁ ଫୋନ୍ କଲ୍‌ଟିଏ ଆସିଛି । ମେଘା ଫୋନ୍ ଉଠାଇ ଦେଖିଲା ବେଳକୁ ସେ କଲ୍‌ଟି ସନ୍ଦିପଠାରୁ । ମେଘା ଯେତିକି ଆଶ୍ଚର୍ଯ୍ୟ ସେତିକି ମନେମନେ ଖୁସି ଯେ ସୁଯୋଗ ଆପେ ଆପେ ଆସିଲାଣି । 
ସନ୍ଦିପ-ଗୁଡ ମର୍ଣ୍ଣିଙ୍ଗ୍  ମେଘା ।
ମେଘା-ମର୍ଣ୍ଣିଙ୍ଗ୍‌, ଆପଣ କେମିତି ଅଛନ୍ତି ।
ସନ୍ଦିପ-ବହୁତ ଭଲ ଅଛି । ଧନ୍ୟବାଦ । ଆପଣ କେମିତି ଅଛନ୍ତି 
ମେଘା-ଭଲ । ମୁଁ ଜଷ୍ଟ୍ ଆପଣଙ୍କ ସୋରୁମ୍ ଓ ବିଜିନେସ୍ ବିଷୟରେ ଭାବୁଥିଲି ।
ସନ୍ଦିପ-କଣ ଭାବୁଥିଲେ ।
ମେଘା–ଏତେ କମ୍ ବୟସରେ ଆପଣ ଏତେ ବଡ ବିଜିନେସ୍‌ରେ କିପରି ସକସେସ୍ ହେଲେ । ଏହାର କାରଣ କେଉଁଠି । ମୋର ମଧ୍ୟ ଆପଣଙ୍କ ଫ୍ୟାକ୍ଟେରୀ ଓ ସୋରୁମ୍ ଦେଖିବାକୁ ଇଛାହେଉଛି ।
ସନ୍ଦିପ-ନିଶ୍ଚୟ, କେବେ ଆସିବେ କହୁନାହାନ୍ତି ।
ମେଘା-କେବଳ ସେହି ସଣ୍ଡେରେ ହିଁ ଯାଇପାରିବି । ଅନ୍ୟ କେଉଁ ଦିନ ନୁହେଁ ।
ସନ୍ଦିପ-ତାହାହେଲେ ଆସନ୍ତା ସଣ୍ଡେ ରେ ଆସନ୍ତୁ ।
ମେଘା-କେମିତି ଯିବି । ମୁଁ ତ ଆପଣଙ୍କ ସୋରୁମ୍ ଦେଖିନି ନା ।
ସନ୍ଦିପ-ଆପଣ କେଉଁଠି ରହୁଛନ୍ତି ।
ମେଘା-କରୋଲବାଗ୍ ରେ ଥିବା ଓମ୍ନି ଓା୍ୱର୍କିଙ୍ଗ୍ ଓମେନସ୍ ହଷ୍ଟେଲ୍‌ରେ ।
ସନ୍ଦିପ-ଓହଃ! ତାହା ହେଲେ ଆପଣ ରବିବାର ଦିନ ସକାଳ ୯ଟାବେଳକୁ ପ୍ରସ୍ତୁତ ହୋଇଥିବେ । ମୁଁ ଯାଇ ମୋ ଗାଡିରେ ଆପଣଙ୍କୁ ପିକ୍‌ଅପ କରିନେବି ।
ମେଘା-ଠିକ୍ ଅଛି । ହେଲେ ଆସନ୍ତା କାଲି ସନ୍ଧ୍ୟାବେଳକୁ ମୁଁ ଆପଣଙ୍କୁ କନଫମ୍‌ର୍ କରି କହିବି । ବାଏ ।
ସନ୍ଦିପ-ଓକେ, ବାଏ ।
  ମେଘା ବୁଝିଗଲାଣି ଯେ ସନ୍ଦିପ ବର୍ତ୍ତମାନ ତା ପଛରେ ପଡିଗଲାଣି । ସନ୍ଦିପକୁ ଆଉ ନିଜ ଆୟତରେ ରଖିବାକୁ ବେଶୀ କିଛି କଷ୍ଟ ହେବନି । ଏଣେ ସନ୍ଦିପ ମଧ୍ୟ ମେଘାକୁ ପ୍ରଥମ ଦେଖାରେ ଅଲଗା କିଛି ଭାବିନେଇଛି । ସନ୍ଦିପକୁ ଓଡିଆ ଝିଅଙ୍କର ଚାଲିଚଳନ ଓ ତାଙ୍କ ସୁନ୍ଦରତା ବହୁତ ଭଲଲାଗେ ।
   ସେ ଯେତେବେଳେ ଭୂବନେଶ୍ୱରରେ ବି.ଟେକ୍ କରୁଥିଲା ସେ ଭଲ ଭାବରେ ଓଡିଆ ଝିଅ ମାନଙ୍କ ସାଙ୍ଗରେ ମିଶିଛି । ସେ ଜାଣିଛି ଓଡିଆ ଝିଅ ଗୁଡିକ ସାଧାରଣତଃ ବହୁତ ସ୍ୱାଭିମାନୀ ଓ ସେମାନେ ଏତେ ଯଲଦି ନିଜର ଚରିତ୍ରକୁ ହରାଇବାକୁ ଦିଅନ୍ତିନି । ମେଘା ଅବଶ୍ୟ ବଙ୍ଗାଳି ବଂଶୋଭବ ହେଲେ ଓଡିଶାରେ ଜନ୍ମ ଓ ଲାଳିତପାଳିତ ତେଣୁ ତାର ଚରିତ୍ର ମଧ୍ୟ ପୁରା ଓଡିଆ ଝିଅ । ହେଲେ ତାର ବୟସ ଆସି ୩୭ବର୍ଷ ହୋଇଗଲାଣି । ସେ ପୁଣି ବିବାହିତ । ତାର ଗୋଟିଏ ଝିଅଟିଏ । ତଥାପି ଏ ମେଘା ବହୁତ ସୁନ୍ଦର । ତା କଥାବାର୍ତ୍ତା କାହିଁକି ତାଙ୍କୁ ଅଥୟ କରିପକାଉଛି । ତାକୁ ଲାଗିଲାଣି ଯେ ସେ ମେଘା କୁ ଭଲପାଇ ବସିଲାଣି ।
   ତା ପର ଦିନ ମେଘା ଜାଣିଶୁଣି ରାତି୯ଟା ପର୍ଯ୍ୟନ୍ତ ସନ୍ଦିପକୁ ଫୋନ୍ କରି ଜଣେଇନି । ରାତି ୯ଟା୧୦ ମିନିଟ୍ ରେ ସନ୍ଦିପର ଫୋନ୍ କଲ୍ ଆସିଛି ।
ମେଘା- ହାୟ, ସନ୍ଦିପ ।
ସନ୍ଦିପ- ହାୟ, କଣ କରୁଛନ୍ତି । କାହିଁକି କନଫର୍ମ ତ କଲେନି ।
ମେଘା – ମୁଁ ଟିକେ ବ୍ୟସ୍ତ ଥିଲି ତ ।
ସନ୍ଦିପ- ତେବେ ମୁଁ କାଲି ୯ଟାରେ ପହଞ୍ଚୁଛି ।
ମେଘା- ଠିକ୍ ଅଛି । ଆସନ୍ତୁ । ବାଏ ।
ସନ୍ଦିପ- ବାଏ,
   ସନ୍ଦିପର ମନ ଖୁସି କହିଲେ ନସରେ । ରାତିରେ ସେ ଅଧୀର ହୋଇପଡିଛି । ତା ସ୍ତ୍ରୀ ପାଖରେ ଶୋଇଥିଲେ ମଧ୍ୟ ତା ସ୍ତ୍ରୀର ଉପସ୍ଥିତିକୁ ସେ ଆଦ୍ୟୈ ଅନୁଭବ କରିପାରିନି । ରାତିଯାକ କେବଳ ମେଘା କଥା ମନେପଡିଛି । ସେ ଏତେ ଓଡିଆ ଝିଅଙ୍କ ସାଥିରେ ମିଶିଛି ହେଲେ ଏତେ ସୁନ୍ଦର ଝିଅ ସେ କେବେ କାହିଁ ଦେଖିନି । ହେଲେ ଏଣେ ମେଘାର ସ୍ନେହ ମମତା କିଛି ନାହିଁ । ହୃଦୟରେ ଭରପୁର ଘୃଣା । ଯାହା ସେ ସନ୍ଦିପ ଆଗରେ କହିବ ବା କରିବ ସବୁ ଅଭିନୟ । ସବୁ ଛଳନା । ଏ ପୁରୁଷଜାତିଟା ପ୍ରକୃତରେ ପ୍ରିତୀର ବିରହରେ କିପରି ସମ୍ବେଦନା ପ୍ରକାଶ କରୁଛି, ତାହା ସେ ଦେଖିବାକୁ ଚାହୁଁଛି । ସେ ସନ୍ଦିପକୁ ମିସ୍‌ଇଉଜ କରିବ । ତାକୁ କିଛି ପରିମାଣରେ ବରବାଦ କରିବ । ତାକୁ ପ୍ରେମରେ ପ୍ରତାରଣାର, ଭଲପାଇବାରେ ଭୂଲିଯିବାର ସ୍ୱାଦ ଚଖେଇବ । ଏହି ଲକ୍ଷରେ ସେ ମସ୍‌ଗୁଲ ।
   ସକାଳ ହୋଇଛି । ମେଘା ସବୁକିଛି କାମ ସାରି ନିଜକୁ ସଜେଇଛି । ବାଳତକ ସୁନ୍ଦର ଭାବରେ ଗୋଟିଏ ରାଉଣ୍ଡ ହେୟାର କ୍ଲିପ୍ ରେ ବାନ୍ଧି ଦେଇଛି । ଆଖିରେ ସରୁ କଜ୍ୱଳର ଗାର । ଓଠରେ ସମ୍ପୁର୍ଣ୍ଣ ଲାଇଟ୍ କଲର ଲିପଷ୍ଟିକ୍ । କାନରେ ଇମିଟେସନ୍ ର ଗୋଟିଏ ବହୁତ ସୁନ୍ଦର ରାଉଣ୍ଡ କାନରିଙ୍ଗ୍‌ଟେ ଲଗେଇଛି । ଶେଷରେ ଖୁବ୍ ଛୋଟ କଳା ଟିକିଲିଟିଏ ଠିକ୍ କପାଳର ମଝିରେ ଲଗେଇଛି । ସେ ଦିନ ପୁରା ଲାଇଟ୍ ଭାୟୋଲେଟ୍ କଲର୍‌ର ଚୁଡିଦାର ପଞ୍ଜାବି । ଓନିଟା ମଧ୍ୟ ଲାଇଟ୍ ଭାୟୋଲେଟ୍ କଲର୍ । ହାତରେ ଭ୍ୟାନିଟ୍ ପରିବର୍ତ୍ତେ ଗୋଟିଏ ବଡ ପର୍ସଟିଏ । ପର୍ସ ଭିତରେ ମୁହଁ ମେକ୍‌ଅପ୍‌ର କିଛି ଜିନିଷ । ଏ. ଟି. ଏମ କାର୍ଡ କିଛି ଟଙ୍କା ଓ ରୁମାଲ୍ ଟିଏ । ପାଦରେ ରୁପାର ପାଉଁଜି । ଦର୍ପଣ ଆଗରେ ଛିଡାହେଲେ ଗୋଟିଏ ଗୋରା ଗୋରା ଚେହେରା ଉପରେ ସବୁ ରଙ୍ଗ ଗୁଡିକ ପରସ୍ପର ମ୍ୟାଚ୍ ଓ ଶରୀର ଠାରୁ ବିପରୀତ ଧର୍ମୀ ତାକୁ ଅପରୂପା କରିଥାଏ । ସେ ନିଜକୁ ଦେଖି ତା ମନରେ ସେତେ ତା ସୁନ୍ଦରତା ପ୍ରତି ଅହଁଙ୍କାର ମଧ୍ୟ ନାହିଁ । ଜୀବନର ଏ ସୁନ୍ଦରତା ତା ପାଇଁ କିଛି ନୁହେଁ । 
   ସେ ବୁଝିସାରିଛି ପ୍ରକୃତ ସ୍ନେହ, ପ୍ରକୃତ ପ୍ରେମ ବିନା ଯେତେ ସୁନ୍ଦରତା ଥାଉନା କାହିଁଙ୍କି ସବୁ ମୂଲ୍ୟହୀନ । ଜୀବନରେ ଶାନ୍ତି ବ୍ୟତିତ ଏ ସବୁ କଦର୍ଯ୍ୟ । ୯ଟା ପୂର୍ବରୁ ସନ୍ଦିପ ନିଜକୁ ପୁରା ହ୍ୟାଣ୍ଡସମ୍ ଲୁକ୍‌ରେ ସଜେଇ ନିଜର ଅଲ୍ଟୋ କାର୍‌ଟି ଆଣି ହଷ୍ଟେଲ୍ ସାମନାରେ ଛିଡାହୋଇ ମେଘାକୁ ଫୋନ୍ କରିଛି । ମେଘା ଫୋନ୍‌ଟି ଧରି ହଷ୍ଟେଲ୍ ବାହାରକୁ ଆସି ଦେଖେତ ସନ୍ଦିପ କାର୍ ପାଖରେ ଠିଆ ହୋଇ ତାକୁ ହାତ ଠାରିଛି । ମେଘା ଧୀରେଧୀରେ କାର୍ ପାଖକୁ ଯାଇ ସନ୍ଦିପକୁ କହିଛି ହାୟଃ । ସନ୍ଦିପ ମଧ୍ୟ ହାୟଃ କରିଛି । ହେଲେ ସନ୍ଦିପ ମେଘାକୁ ଦେଖି କିଛିକ୍ଷଣ ତୋବା ହୋଇ ଚାହିଁ ରହିଛି । କହିଛି ଆପଣ ଆଜି ବହୁତ ସୁନ୍ଦର ଦେଖାଯାଉଛନ୍ତି । ମେଘା, ସନ୍ଦିପକୁ ଥ୍ୟାଙ୍କ ୟୁ କହି ଦୁଇଜଣ ଯାକ କାର୍‌ରେ ବସି ଯାଇଛନ୍ତି ।
ସନ୍ଦିପ-ରିୟଲି ମେଘା, ଆପଣ ବହୁତ ସୁନ୍ଦର । ଆପଣଙ୍କ କଥା କହିବା ଶୈଳୀ ସମ୍ପୁର୍ଣ୍ଣ ନିଆରା ।
ମେଘା-ଥ୍ୟାଙ୍କ୍ ୟୁ । ଆପଣ ତ ବହୁତ ହ୍ୟାଣ୍ଡସମ୍ । ଆପଣ ତ ଅନ୍ୟ ସବୁ ଗୁଣରେ ପରିପୂର୍ଣ୍ଣ ।
ସନ୍ଦିପ-ଥ୍ୟାଙ୍କସ୍ ।  ଆପଣ କଣ ଖାଇଛନ୍ତି ।
ମେଘା- ଦୋସା ।
ସନ୍ଦିପ- ଦୋସା, ଠିକ୍ ଅଛି ଚାଲନ୍ତୁ ଆଗ ଗୋଟେ ରେଷ୍ଟୁରାଣ୍ଟକୁ ଯିବା ସେଠୁ କିଛି ଭଲକରି ବ୍ରେକଫାଷ୍ଟ୍ କରିଯିବା ।
ମେଘା – ମୁଁ ତ କରିସାରିଛି ।
ସନ୍ଦିପ- ହେଲେ ମୁଁ ତ କିଛି ଖାଇନି ନା । ତେଣୁ ଆପଣ ବି ମୋ ସାଙ୍ଗରେ ଅଳ୍ପ କିଛି  ଖାଇଦେବେ । ନ ହେଲେ କଫିଟିଏ ପିଇ ନେବେ ।
   ଏହା ପରେ ସନ୍ଦିପ ନିଜର ଗାଡିଟି ନେଇ ପଓନ୍ ରେଷ୍ଟୁରାଣ୍ଟ ସାମନାରେ ଠିଆ କରିଦେଲା । ରେଷ୍ଟୁରାଣ୍ଟ ବି କରୋଲବାଗରେ ଓ ଅଲ୍ଟ୍ରା ମଡର୍ଣ୍ଣ ଫ୍ୟାସିଲିଟ୍ ସହିତ ସୁନ୍ଦର ସର୍ଭିସ ସେଠାରେ ମିଳେ । ଗାଡିଟି ପାର୍କିଙ୍ଗ କରିଦେଇ ଦୁଇଜଣ ଯାକ ଓହ୍ଲାଇଛନ୍ତି । ସନ୍ଦିପ ଓ ମେଘା ଖାଇ ରେଷ୍ଟୁରାଣ୍ଟରେ ଗୋଟିଏ ଟେବୁଲ୍‌ରେ ବସିଛନ୍ତି । ୱେଟର୍ ଆସି ଅଡର ପଚାରିଛି । ସନ୍ଦିପ ନିଜପାଇଁ ଦୁଇଟି ଆଳୁ ପରଟା ଓ ଛୋଲେ ତରକାରି ମଗାଇବା ସହିତ ମେଘା ପାଇଁ କେବଳ ଗୋଟିଏ ଆଳୁପରଟା ମଗେଇଛି । ଦୁଇଜଣ ଯାକ ଖାଇଛନ୍ତି । ସନ୍ଦିପ କେବଳ ମେଘା ର ମୁହଁକୁ ଚାହୁଁଥାଏ । ତା ଆଖିକୁ, ତା ଛାତିକୁ, ତା ଓଠକୁ ଏମିତି ତାର ସବୁଯାଗାକୁ ସେ ଟିକିନିକି କରି ଚାହୁଁଥାଏ । 
   ମେଘା ସତେଯେପରି ଲାଜେଇଲାପରି ଅଭିନୟ କରୁଥାଏ  ହେଲେ ଏହି ଲାଜେଇବା ଗୁଣଟା ସନ୍ଦିପକୁ ମେଘା ଆଡକୁ ଅଧିକରୁ ଅଧିକ ଆର୍କଷିତ କରୁଥାଏ । ପରଟା ଖାଇ ସାରିଲା ପରେ ଦୁଇଟି କଫି ସନ୍ଦିପ ମଗେଇଛି । ଦୁଇଜଣ ଯାକ କଫି ପିଇଛନ୍ତି । କଫି ପିଇ ସାରିବା ପରେ ଦୁଇଜଣଯାକ ଶକ୍ତିନଗର ସୋରୁମ୍ କୁ ଯାଇଛନ୍ତି । ସେଦିନ ରବିବାର ଥିବାରୁ ସୋରୁମରେ କେବଳ ଓା୍ୱଚ୍ ମ୍ୟାନ ଥାଏ । ସୋରୁମ୍‌ଟି ଅତ୍ୟନ୍ତ ସୁନ୍ଦର ଓ ସୋରୁମକୁ ଲାଗିକରି ତା ପଛପଟେ ଗୋଟିଏ ଗେଷ୍ଟେରୁମ୍ ଟିଏ ଥାଏ । ଦୁଇଜଣ ଯାକ ସୋରୁମ୍‌ରେ ଦିନ ୧୧ଟାରେ ପହଞ୍ôଚଛନ୍ତି । ପହଞ୍ôଚ ଗାଡିରୁ ଓହ୍ଲାଇବା ମାତ୍ରେ ଚ୍ୟୈକିଦାର ରମୁ ସନ୍ଦିପକୁ ସଲାମ କରିଛି । ସନ୍ଦିପ ରମୁକୁ ଗେଷ୍ଟରୁମ୍ ଟା ଖୋଲି ସେ ଘରେ ପିଇବା  ପାଣି ରଖିବାକୁ କହିଛି । ରମୁ ସାଙ୍ଗେ ସାଙ୍ଗେ ଯାଇ ଗେଷ୍ଟରୁମ୍‌ଟି ଖୋଲି ଦେଇ ସେ ଘରେ ପିଇବା ପାଣି ଥୋଇ ଦେଇଛି ।
   ମେଘା ସୋରୁମ୍‌ରେ ପସି ସାରିବା ପରେ ଅନେକ ଗୁଡିଏ ପ୍ରଡକ୍ଟରେ ହାତ ମାରି ଦେଖିଛି ।  କେତେ ଗୁଡିଏ ପ୍ରଡକ୍ଟସ୍‌କୁ ତଳକୁ ଭିଡି ପାରିବ କି ନାହିଁ ବୋଲି ସନ୍ଦିପକୁ ପଚାରିଛି । ସନ୍ଦିପ କହିଛି ଯାହା ଚାହୁଁଛନ୍ତି କରନ୍ତୁ ।  କିଛି ବାରଣ ନାହିଁ । ମେଘା ଜିନିଷ ଗୁଡିକର ଦାମ୍ ଓ ଏହା କେଉଁ ଦେଶର କଷ୍ଟମର୍ ପାଇଁ ଉଦ୍ଦିଷ୍ଟ ତାହା ପଚାରି ବୁଝିଛି । ମେଘା ସିନା ପ୍ରତିଟି ପ୍ରଡକ୍ଟର ଡିଜାଇନ୍ ଓ କଲର କମ୍ବିନେସନ୍ ଦେଖୁଥାଏ ହେଲେ ସନ୍ଦିପ ମେଘାର ଶରୀର, ମୁହଁ ଓ ତାର ଶରୀର କୁ ଭଲଭାବେ ନିରୀକ୍ଷଣ କରୁଥାଏ । ଯାହାକି ମେଘାର ଆନ୍ତରିକଇଚ୍ଛା । 
   ମେଘା ଅନେକ ଗୁଡିଏ ପ୍ରଡକ୍ଟ ଯଥା ଦରୀ, ପ୍ଲେସ୍‌ମ୍ୟାଟ, ନ୍ୟାପକିନ୍‌, ବେଡକଭର୍ ଓ ଟେବୁଲ୍ କଭର୍ କୁ ସେତେବେଳକୁ ତଳେ ଗଦେଇ ସାରିଲାଣି । ତଳେ ବସିପଡି ଗୋଟିଏ ଗୋଟିଏ ଡିଜାଇନ୍ ଦେଖୁଛ । ମେଘା ସନ୍ଦିପକୁ କହିଛି । ଆପଣ ବି ବସି ପଡନ୍ତୁନା । ସନ୍ଦିପ ଆଗ୍ରହର ସହକାରେ ତା ସାମନାରେ ବସିପଡିଛି । ମେଘା ତଳକୁ ମୁହଁ ପୋତି ପ୍ରଡକ୍ଟର ଡିଜାଇନ୍ ଓ ରଙ୍ଗକୁ ଦେଖୁଥାଏ । କଣ ହେଲା କେଜାଣି ସନ୍ଦିପ ସଙ୍ଗେସଙ୍ଗେ ମେଘା ମୁଣ୍ଡ ବାଳ ଉପରେ ଲାଗିଯାଇଥିବା ଗୋଟିଏ କଟନ ସୁତାକୁ କାଢି ଆଣିଲା ବେଳକୁ ମେଘା ତାକୁ ଚାହିଁଛି । ସନ୍ଦିପ କହିଛି ଏ ସୁତା ଖଣ୍ଡକ ଏ ମୁଣ୍ଡ ବାଳର ମନଛୁଆଁ ସାଜସଜାକୁ ଡିଷ୍ଟର୍ବ କରୁଥିଲା । ମେଘା ଟିକେ ମୁରୁକି କରି ହସିଦେଇଛି ।
    ସନ୍ଦିପ କହିଛି ହଉ ଆଜି ସେତିକି ଦେଖନ୍ତୁ ପୁଣି ଆଉ କେବେ ଆସିଲେ ମନଭରି ଦେଖେôନବେ । ଆଜି ଗୋଟେ ଦିନରେ କଣ ସବୁ ଦେଖି ନେବେ ନା କଣ । ଥକି ଯିବେ । ଉଠନ୍ତୁ ଯିବା । ଗେଷ୍ଟରୁମ୍‌ରେ ଟିକେ ବସିବା କଥା ହେବା । ମେଘା ଉଠି ପଡିଛି । ସନ୍ଦିପ ପଛରେ ରମୁକୁ ଦୁଇଟି ଭଲ ସୁନ୍ଦର ବେଡସିଟ୍‌କୁ ହାତରେ ଦେଖାଇ କହିଛି ଏ ଦୁଇଟିକୁ ଭଲ ଭାବରେ ପ୍ୟାକ୍ କରି ଗାଡିରେ ରଖିଦେ । ରମୁ ତାକୁ ସାଙ୍ଗେ ସାଙ୍ଗେ ପ୍ୟାକ୍ କରି ଗାଡିରେ ରଖି ଦେଇଛି ।     
   ସନ୍ଦିପ ଓ ମେଘା ଗେଷ୍ଟୁରୁମ୍ ଭିତରକୁ ଯାଇଛନ୍ତି । ଗେଷ୍ଟରୁମ୍‌ର ଉଦ୍ଦେଶ୍ୟ ଯେ କୌଣସି  ବିଦେଶୀ କଷ୍ଟମର ଆସିଲେ ଯଦି ସୋରୁମ୍‌ରେ ଥକି ପଡେ ତେବେ ଏହି ଗେଷ୍ଟରୁମ୍ ରେ କିଛି ସମୟ ମନ ହାଲକା କରିଥାଏ । ଗେଷ୍ଟରୁମ୍‌ଟି ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ନିର୍ମିତ । ଭିତରେ ଗୋଟିଏ ବେଡ୍‌, ଦୁଇଟି ଚ୍ୟୈକି, ଗୋଟିଏ ଟେବୁଲ୍ । ଟି. ଭି ଓ କମ୍ପୂଟର ମଧ୍ୟ ଯଥା ସ୍ଥାନରେ ଥୁଆ ହୋଇଛି । ରୁମ୍‌ଟିର ବୈଚିତ୍ୟ୍ରତା ହେଲା ରୁମ୍‌ର ଚାରି କାନ୍ଥରେ ଚାରୋଟି କାମ ଉତ୍ତେଜନା କାରୀ ଫଟୋ ଲଗାଯାଇଛି । କାନ୍ଥ ଚାରୋଟି ଯାକ ଚାରି ପ୍ରକାର ଲାଇଟ୍ କଲର୍‌ରେ ପେଣ୍ଟ କରାଯାଇଛି । କାନ୍ଥର କଲର୍ ସହିତ କଣ୍ଟ୍ରାଷ୍ଟ କଲର୍‌ର ଫଟୋ ସେ କାନ୍ଥରେ ଲଗିଆ ଯାଇଛି । 
   ଘରକୁ ପସୁପସୁ ସିଧା ବିପରୀତ କାନ୍ଥରେ ଗୋଟିଏ ସୁନ୍ଦର ଝିଅ ଅର୍ଦ୍ଧନଗ୍ନ ଅବସ୍ଥାରେ ହାତଯୋଡି ସ୍ୱାଗତଂ କରୁଛି । ତା ବାମ ପଟ କାନ୍ଥରେ ଗୋଟିଏ ଓଦା ହୋଇଥିବା ଧଳା ଶାଢୀ ପରିଧାନ କରି ଏପରି ଲାଜରେ ଛିଡା ହୋଇଛି ତାହା ଦେଖିବା ଲୋକର ଆଖିକୁ ଯୋର ଯବର୍ଦସ୍ତ ଟାଣି ରଖିବାରେ ସମର୍ଥ । ଫଟୋଟିରେ ଧଳା ଶାଢୀ ଭୀତରେ ସ୍ତ୍ରୀ ଲୋକଟିର ଛାତିର ସ୍ୟୈନ୍ଦର୍ଯ୍ୟ ସହିତ ତାର ଚାହାଣି ସବୁ ପୁରୁଷଙ୍କୁ ବସିଭୁତ କରିପାରେ । ତାର ବାମ ପଟ କାନ୍ଥରେ ଗୋଟିଏ ଅନ୍ତବସ୍ତ୍ର ପିନ୍ଧା ଯୁବତୀଟିଏ ସମୁଦ୍ର ବାଲିରେ ବାଲିଗେରେଡା ଗୋଟଉଥିବାର ଦୃଶ୍ୟ । ଶେଷ କାନ୍ଥରେ ଫଟୋରେ ଗୋଟିଏ ଯୋଗୀ ଧ୍ୟାନ ମଗ୍ନଥିବା ସମୟରେ ତାଙ୍କ ଆଗରେ କେତେଜଣ ସୁନ୍ଦରୀ ମଡେଲ କୈଣସି ଏକ ଦାମୀ କମ୍ପାନୀର ଅନ୍ତଃ ବସ୍ତ୍ରର ଆଡଭାଟାଇଜ୍‌ମେଣ୍ଟ୍ ର ପୋଜ୍‌ରେ ଛିଡା ହୋଇଛନ୍ତି ।
   ଏହି ଫଟୋଗୁଡିକ ସବୁ ଦେଖି ମେଘାର ମନଟିକେ ଚହଲି ଯାଇଛି । ହେଲେ ସେ ଫଟୋଗୁଡିକୁ ଅନେଇ ଦେଇ ମୁହଁ ଟିକେ ବୁଲେଇ ଦେଇ କହିଛି ଏମିତି ସବୁ ଫଟୋ କଣ । ସନ୍ଦିପ କହିଛି ଏ ଫଟୋଗୁଡିକ ସବୁ ବିଦେଶୀ କଷ୍ଟମ୍‌ର ମାନଙ୍କର ଆମୋଦିତ ବସ୍ତୁ ।  ଆଚ୍ଛା ଠିକ୍ ଅଛି । ଚାଲ ଆମେ ଯିବା । ସନ୍ଦିପ  ଟିକେ ମନ ଦୁଃଖରେ ପଚାରିଲା କଣ ଆପଣଙ୍କୁ ଏ ଗେଷ୍ଟରୁମ୍ ଟି ଭଲଲାଗିଲାନି । ମେଘା କହିଛି ଭଲ ଲାଗୁଛି ହେଲେ ଏ ସବୁ ଭଲଲାଗେ ଗୋଟିଏ ନିର୍ଦ୍ଧିଷ୍ଟ ପରିସ୍ଥିତିରେ । ସନ୍ଦିପ ଆଉ ମେଘାର ମନକୁ ଅଧିକ କିଛି ଭାବିବାକୁ ନଦେଇ କହିଲା ଠିକ୍ ଅଛି ଚାଲନ୍ତୁ । ସେତେବେଳକୁ ଦିନ ୨ଟା ହୋଇଗଲାଣି । 
   ସନ୍ଦିପ କହିଛି ଚାଲ ଲଞ୍ଚ୍ କରିବା । ମେଘା କହିଛି ନାହିଁ ମୁଁ ଗଲେ ମୋ ହଷ୍ଟେଲ୍‌ରେ ଖାଇବି । ସନ୍ଦିପ ଭାବିଲା ମେଘା ବୋଧେ ମୋତେ ଭୂଲ୍ ବୁଝିଲା । ସନ୍ଦିପ କହିଛି କାହିଁ ସାଙ୍ଗ ହୋଇ ଖାଇନେଲେ କଣ ଅସୁବିଧା ହୋଇଯିବ ନା କଣ । ଏ ସବୁ ରଙ୍ଗଢଙ୍ଗ ମେଘାର ଯୋଜନା । ସନ୍ଦିପକୁ ତା ଆଡକୁ ଅଧିକ ଆକର୍ଷଣ କରିବାର ଶୈଳୀ । ମେଘା ଶେଷରେ ରାଜି ହୋଇଛି ।  ଦୁଇଜଣ ଯାକ ଗାଡିରେ ଯାଇଛନ୍ତି । କରୋଲବାଗ୍‌ରେ ଗୋଟିଏ ହୋଟେଲ୍ ପାଖରେ ଗାଡି ପାର୍କିଙ୍ଗ କରି ହୋଟେଲ୍ ରେ ପ୍ରବେଶ କରିଛନ୍ତି ।
    ସନ୍ଦିପ ପଚାରିଛି କଣ ଖାଇବା । ମେଘା କହିଛି ବଙ୍ଗାଳି ଖାଦ୍ୟ ଖାଇବା । ସେ ହୋଟେଲ୍ ରେ ପଞ୍ଜାବି, ଗୁଜୁରାଟି, ବଙ୍ଗାଳି ଓ ସାଉଥ୍‌ଇଣ୍ଡିଆନ ଖାଦ୍ୟ ମିଳେ । ତେଣୁ ସନ୍ଦିପ ସେହି ବଙ୍ଗାଳି ଥାଳି ଅର୍ଡର ଦେଇଛି । ମେଘା କହିଛି ଆପଣଙ୍କୁ କଣ ବଙ୍ଗାଳି ଖାଦ୍ୟ ଭଲଲାଗିବ । ମୋତେ କାହିଁ ଲାଗିବନି । ମେଘା ହସି ଦେଇଛି । ୱେଟର୍ ଲଞ୍ଚ୍ ଥାଳି ନେଇକରି ଆସିଛି । ଦୁଇଜଣ ଯାକ ଖାଇଛନ୍ତି ।
   ସେତବେଳକୁ ମେଘା ଜାଣିଗଲାଣି ଯେ ସନ୍ଦିପ ଆଉ ତା କବଳରୁ ଖସି ପାରିବ ନାହିଁ । ସେ ବର୍ତ୍ତମାନ ତା ପ୍ରେମରେ ପଡିଗଲାଣି । ଲଞ୍ଚ୍ ସରିଲା ବେଳକୁ ଆସି ଦିନ ୩ଟା୨୦ ହେଲାଣି । ଦୁଇଜଣଯାକ ହୋଟେଲ୍ ବାହାରକୁ ଯାଇଛନ୍ତି । ମେଘା କହିଛି ହଉ ଆଜ୍ଞା । ଏଥର ମୋତେ ମୋ ହଷ୍ଟେଲ୍ ପାଖରେ ଛାଡିଦିଅନ୍ତୁ । ସନ୍ଦିପ ଟିକେ ହସି ଦେଇଛି ନିଶ୍ଚୟ ମାଡାମ୍ । ଚାଲନ୍ତୁ । ଦୁଇ ଜଣ ଗାଡିରେ ଯାଉଥିବା ସମୟରେ ସନ୍ଦିପ କହିଛି ମେଘା ମାଡାମ୍ ମୁଁ ଜାଣିନି ମୋତେ କିନ୍ତୁ ଆଜି ଆପଣଙ୍କ ସାଙ୍ଗରେ ବୁଲିବାରେ ବହୁତ ଖୁସି ଲାଗିଲା । ସତ କହିଲେ ଇଚ୍ଛା ହେଉଛି ଏ ସମୟ ଯାଆନ୍ତାନିକି । ଆମେ ଏମିତି ସାଙ୍ଗ ହୋଇ ରହୁଥାନ୍ତେ କି । ମେଘା ହସି ଦେଇଛି । ଏ ଭଳି କଥ।।କୁ ସବୁ ମନରେ ରଖନ୍ତୁ । ମେଘାର ହଷ୍ଟେଲ୍ ଆସିଛି । ସନ୍ଦିପ ତାକୁ ଛାଡି ଦେଇ ଗାଡି ବୁଲେଇଛି । ଗଲା ବେଳକୁ ଆଣିଥିବା ବେଡ୍ ସିଟ ଦୁଇଟିକୁ ମେଘାକୁ ଦେଇଛି । ଆଶ୍ଚର୍ଯ୍ୟ ହୋଇଯାଇଛି । ପଚାରିଛି ଏକଣ । ସନ୍ଦିପ କହିଛି, କିଛି ନୁହେଁ । ରୁମ୍‌ରେ ଖୋଲିବେ । ମେଘା ସନ୍ଦିପକୁ ବାୟ କହି ପଳେଇଛି ।
   ମେଘା ହଷ୍ଟେଲ୍ ରୁମ୍‌କୁ ଯାଇ ଟିକେ ଫ୍ରେସ୍ ହୋଇ ଯାଇଛି । ରୁମରେ ବେଡ୍ ଉପରେ ଗୋଡହାତ ଲମ୍ବାଇ ଘରକୁ ମୁହଁକରି ଶୋଇ ପଡିଛି । ଭାବିଛି ଏ ଦୁନିଆର ପୁରୁଷ ଜାତି କେତେ ଜଟିଳ । ନାରୀର ଟିକେ ଶରୀର ଉପଭୋଗ କରିବା ପାଇଁ ଭଲ ପାଇବା ଆରମ୍ଭ କରିଦିଏ । ଆଉ ଏଇ ନାରୀର ମାୟାଜାଲରେ ପଡି ନିଜର ଲୋକମାନଙ୍କୁ ମଧ୍ୟ ଭୂଲିଯାଏ । ପୁରାପୁରି ଭୁଲି୍‌ଯାଏ । ନିଜର ଲୋକଙ୍କୁ ପର କରିଦିଏ । ଆପଣାର ଲୋକଙ୍କୁ ଦେଖିବାକୁ ମଧ୍ୟ ସେ ଭଲପାଏନା । ଜୀବନରେ ଏହି ପ୍ରଥମ ପୁରୁଷକୁ ଏମିତି ଭାବରେ ପ୍ରିତୀ ଦେଇ ପ୍ରିତୀ ଛଡେଇ ଆଣିବ, ପ୍ରିତୀର ଅଭାବ ବୋଧ ଏମିତି କରେଇବି ସେ କେବଳ ତଡପିବ । କଷ୍ଟ ପାଇବ ।  
   ମୋ ଭଳି ମନେମନେ ଚିତ୍କାର କରୁଥିବ ହେଲେ କେହି ଶୁଣି ପାରୁନଥିବେ । ଏମିତି ଭାବୁଥିବା ସମୟରେ ରାତି ୯ଟାରେ ସନ୍ଦିପର ଫୋନ୍ କଲ୍ ଆସିଛି । ମେଘା ଫୋନ୍ କଲ୍‌ଟି ରିସିଭ୍ କରିଛି । ମେଘା  ହଠାତ୍ ପ୍ୟାକେଟ୍‌ଟି ଖୋଲି ଦେଖେ  ଦୁଇଟି ସୁନ୍ଦର ବେଡସିଟ୍ ।
ମେଘା- ହେଲୋ! ଥ୍ୟାଙ୍କସ୍ ।
ସନ୍ଦିପ- କଣ କରୁଛନ୍ତି । ଥ୍ୟାଙ୍କ କାହିଁଙ୍କି ।
ମେଘା- ଆପଣଙ୍କର  ଗିଫ୍ଟ୍‌୍ ପାଇଁ । ଆଜି ଦିନ କଥା ଗୁଡିକ ଭାବୁଥିଲି ।
ସନ୍ଦିପ- ରିୟଲି । ମୁଁ ବି ଆଜିର ମୁହୁର୍ତ୍ତ ଗୁଡିକ କାହିଁଙ୍କି ଭୂଲି ପାରୁନି ।
ମେଘା- କାହିଁଙ୍କି ଭୂଲି ପାରୁନ ।
ସନ୍ଦିପ- ମୁଁ ବି ଜାଣି ପାରୁନି । ମୁଁ ଚାହୁଁଛି ଏ ଉତ୍ତର ଆପଣ ମୋତେ ଦେବେ ।
ମେଘା- ମୁଁ କେମିତି ୟାର ଉତ୍ତର ଦେଇ ପାରିବି । ଆପଣଙ୍କ ମନ କଥା ଆପଣ କହିବେ ନା ।
   ଏମିତି ଚାରି ମିନିଟ୍ ରୋମାଣ୍ଟିକ୍ କଥାବାର୍ତ୍ତା ଚାଲିଲା ପରେ ମେଘା କହିଛି ରାତି ଡିନର୍ ବେଳ ହୋଇଗଲାଣି । ପରେ କଥା ହେବା । ସନ୍ଦିପ କହିଛି ହଉ । ମେଘା ଡିନର୍ କରି ଶୋଇଯାଇଛି । ଶୋଇ ରହି ଭାବିଚାଲିଛି ବୋଧହୁଏ ତା ଅନ୍ତର ଆତ୍ମାର ଏ ପୁରୁଷ ଜାତି ଥିବା ଘୃଣାକୁ ସେ ଉପଯୁକ୍ତ ଅଭିନୟ କରି ପ୍ରେମର ଅଡୁଆଖିଅରେ ପରିଣତ କରିପାରିଛି । ହଉ ବିଚରା ସନ୍ଦିପର ଅବସ୍ଥା ଏ ପ୍ରେମରେ କୋଉ ପର୍ଯ୍ୟନ୍ତ ଗତି କରୁଛି ଦେଖାଯାଉ । ଏହା ପରେ ଶୋଇପଡିଛି ।


*****


ସାତ


   ସେଦିନ ସୋମବାର । ମେଘା ଯାଇ କଲ୍ ସେଣ୍ଟର୍‌ରେ ଠିକ୍ ସକାଳ ୯ଟାରେ ପହଞ୍ôଚ ଯାଇଛି । ମେଘା ଗ୍ରୁପ୍‌ରେ କାମ କରୁଥିବା ସୀମା ମଧ୍ୟ ଓଡିଆ । ସେ ଏଇ ଦଶ ଦିନ ହେବ ତା ଗ୍ରୃପରେ ଯୋଗ ଦେଇଛି ।  ସେ ସକାଳ ଦଶଟାରେ ମେଘାକୁ କହିଛି ମେଘା ମାଡାମ୍ ମୋର ବ୍ୟାଙ୍କ୍‌ରେ ଗୋଟିଏ ଆକାଉଣ୍ଟ୍ ଖୋଲିବାରେ ଅଛି ତେଣୁ ମୁଁ ଟିକେ ବ୍ୟାଙ୍କ୍ ଯିବି । ମେଘା କହିଛି ଆରେ ମୋର ବି ଗୋଟେ ଖୋଲିବାରେ ଅଛି । ହେଲେ ଦୁଇଜଣ ଯାକ ତ ଏକା ସାଙ୍ଗରେ ଯାଇପାରିବାନି । ତେଣୁ ତୁମେ ଆଜି ଯାଅ । 
   ସୀମା ବ୍ୟାଙ୍କ୍ ଯାଇଛି । ବ୍ୟାଙ୍କ୍‌ଟି ହେଉଛି କର୍ପୋରେସନ୍ ବ୍ୟାଙ୍କ୍ । ବ୍ୟାଙ୍କ୍ ଟି ବହୁତ ଗହଳି ଥାଏ । ବ୍ୟାଙ୍କ୍‌ର ଗହଳି ଦେଖୁଦେଖୁ ସୀମା ମନେମନେ ଭାବିବାକୁ ଆରମ୍ଭ କରିଛି । ଯଦି ପ୍ରକୃତରେ ଇଏ କମ୍ପ୍ୟୁଟର ଟେକ୍ନୋଲୋଜି ର ପ୍ରୟୋଗ ଏ ବ୍ୟାଙ୍କ୍‌ରେ ହେଉନଥାଆନ୍ତା ତେବେ ଏ ବ୍ୟାଙ୍କ୍‌ରେ କୈାଣସି କାମ କରିବାକୁ ହେଲେ ମଣିଷ ନାକେଦମ୍ ହୋଇଯାଆନ୍ତା । ସବୁକିଛି କମ୍ପୁଟରାଇଜଡ୍ ହୋଇ ମଧ୍ୟ ଏତେ ଭିଡ । ସେ ବ୍ୟାଙ୍କ୍ ଭିତରେ ନିଜକୁ ବ୍ୟସ୍ତ ମନେ କରୁଥାଏ । 
   ହଠାତ୍ ଜଣେ ବିଧବା ବ୍ୟାଙ୍କ୍ ଭିତରେ ପ୍ରବେଶ କରିଛି । ସତେଯେପରି ତାର ମୁହଁରେ କୋହର କଳା ବାଦଲ ଛାଇଯାଇଥାଏ । ଲୁହ ଗୁଡିକ ଆଖି କଣରେ ଝରିଆସିଥିବାକୁ ପୁରା ସଜବାଜ । ଧୀରେଧୀରେ ବ୍ୟାଙ୍କ୍ ମ୍ୟାନେଜର୍‌ଙ୍କ ଚାମ୍ବର୍‌୍‌ର ଦୁଆରେ ଛିିଡା ହୋଇ ହିନ୍ଦିରେ କହିଛି ଯାହା ଏଇଆଥିଲା । ସାର୍ ମୁଁ ଭିତରକୁ ଆସିପାରେ କି? ମ୍ୟାନେଜର୍ କୁହନ୍ତି ଆସନ୍ତୁ । ସୀମା ସେତେବେଳକୁ ମ୍ୟାନେଜର୍‌ଙ୍କ ଚାମ୍ବର ପାଖରେ ହିଁ ଛିଡା ହୋଇଥାଏ । ସ୍ତ୍ରୀ ଲୋକଟି କଥା ଆରମ୍ଭ କରୁକରୁ  ଆଖି ଦୁଇଟିରୁ ଲୁହବିନ୍ଦୁ ଗୁଡିକ ଅବିରତ ଭାବେ ଝରିବାକୁ ଲାଗିଲା । ତା ପାଟିର କଥା ଗୁଡିକ ମଧ୍ୟ ନିଜର ସ୍ପଷ୍ଟତା ହରେଇ ବସିଲା । ତା କଥାରୁ ଶୁଣା ଯାଉଥିଲା ।
    ସାର୍‌! ମୋ ଆକାଉଣ୍ଟସ୍ ରୁ ସବୁ ପଇସା କିଏ ଚୋରି କରିନେଇଛି । ମୁଁ ପୂରା ବରବାଦ୍ ହୋଇଗଲି ସାର୍ । ମ୍ୟାନେଜର ସାନ୍ତ୍ୱନା ବା କଣ ଦେଇପାରିବେ । ସେ କହିଛନ୍ତି ମ୍ୟାଡାମ୍ ଏ.ଟି.ଏମ୍ କାଡ୍ ଟି ଦିଅନ୍ତୁ । ବ୍ୟାଙ୍କ୍ ମ୍ୟାନେଜର ଜଣଙ୍କ ତାଙ୍କଠାରୁ ଏ.ଟି.ଏମ୍ କାଡ୍ ଟି ନେଇ ପଚାରିଲେ । ଆକାଉଣ୍ଟ୍ ନମ୍ବର କେତେ କୁହନ୍ତୁ । ମହିଳା ଜଣଙ୍କ ଆକାଉଣ୍ଟ୍  ନମ୍ବର ଦେଇଛନ୍ତି । ମ୍ୟାନେଜର ନିଜେ ଆସିଷ୍ଟାଣ୍ଢ ମ୍ୟାନେଜରଙ୍କୁ ପାଖକୁ ଡାକି ଏହି ଆକାଉଣ୍ଟର ଡିଟେଲ୍ ଷ୍ଟେଟ୍‌ମେଣ୍ଟ୍ ବାହାର କରିବାକୁ କହିଛନ୍ତି । ତାପରେ ସେ ବିନମ୍ରତାର ସହିତ ମହିଳାଜଣଙ୍କୁ କହିଛନ୍ତି ଆପଣ ଖୁବଶୀଘ୍ର ଯାଇ ପାଖ ପୋଲିସ୍ ଷ୍ଟେସନ୍‌ରେ ଯାଇ ଏଫ୍ .ଆଇ.ଆର୍  ଦିଅନ୍ତୁ ।
   ମହିଳା ଜଣକର ଆଖିରୁ ଲୁହର ପ୍ରବାହ ସତେ ଯେମିତି ଆଉ ବନ୍ଦ ହେବାର ନାଁ ନେଉନଥାଏ । କଇଁକଇଁ ହୋଇଗଲା ପରି ସେ ବ୍ୟାଙ୍କ୍ ବାହାରକୁ ଗଲା । ଏହି ସମୟରେ ବ୍ୟାଙ୍କ୍ ମ୍ୟାନେଜର ଜଣଙ୍କ ମୁଣ୍ଡରେ ହାତ ଦେଇ ମନକୁମନ କହିବାକୁ ଲାଗିଲେ ହେ ଜଗନ୍ନାଥ ତୁ ଏ ଦୁନିଆରେ ବର୍ତ୍ତମାନ କଣ କରୁଛୁ । ସୀମା ଏକଥା ଶୁଣି ଜାଣିଦେଲା ଯେ ଏ ବ୍ୟାଙ୍କ୍ ମ୍ୟାନେଜର୍ ଜଣଙ୍କ ନିଶ୍ଚିତ ଓଡିଆ । ହେଲେ ସେ ନିଜକୁ ମଧ୍ୟ ମ୍ୟାନେଜର୍‌ଙ୍କ ସାଙ୍ଗରେ ପରିଚିତ କରାଇଲା ନାହିଁ । ହେଲେ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲି ଦିନ ୧୨ଟାରେ ନିଜ ବି.ପି.ଓ କୁ ଫେରିଲା । ସୀମା ଏ ଘଟଣାକୁ ମେଘାକୁ କହିଛି । ଶେଷରେ କହିଛି ମେଘା ମାଡ୍ୟାମ ସେ ବ୍ୟାଙ୍କ୍ ମ୍ୟାନେଜର୍ କ୍କ ଓଡିଆ । ମେଘା ଭାବିବାକୁ ଲାଗିଲା ବୋଧହୁଏ ଆଉଗୋଟେ ସୁଯୋଗ ହାତ ପାହାନ୍ତରେ ।
   ହେଲେ ମେଘାର ମନ ସେ ବିଧବା କଥା ଶୁଣି ଘାଣ୍ଟି ହେଉଥାଏ । ଏ ମନୁଷ୍ୟ ଜାତିଟାର ହୃଦୟ ହିଁ ନାହିଁ । ଯେତେ ଚୋରି ତସ୍କରୀ ସବୁ ଏଇମାନେ ହିଁ କରିଥାନ୍ତି । ଜଣଙ୍କର ଟଙ୍କା ଅବା ଜିନିଷ ଚୋରିକରି ନେଲେ ସେ ପରିବାର ଯେ କିପରି ହନ୍ତସନ୍ତ ହୁଏ ଏମାନେ କିଛି ବୁଝନ୍ତିନି । ନିଜ ଆଚରଣରେ ଦରିଦ୍ର ଗରୀବମାନଙ୍କୁ ମଧ୍ୟ ଆହୁରି କାଙ୍ଗାଳ କରିବାକୁ ପଛାଏନି ଏ ପୁରୁଷ ଜାତି । ହଁ ସମସ୍ତେ କୁହନ୍ତି ସବୁ ଅନର୍ଥର ମୂଳ ହେଉଛି ଟଙ୍କା, ନାରୀ ଆଉ କ୍ଷମତା । ହେଲେ ଏ ତିନୋଟି ଜିନିଷ ପାଇଁ ଅହରହ ସଂଗ୍ରାମକରେ ଏ ପୁରୁଷ । ନାରୀ ବି କରେ, ହେଲେ ଖୁବ୍ କୋଚିତ୍ । ମାତ୍ର ପୁରୁଷର ଶୈଳୀ ଉଗ୍ର ଓ ଉତ୍‌ପ୍ରେରିତ । ନାରୀର ଶରୀରର ଆକାକ୍ଷାଂରେ ହେଉ ଅବା ତା ପଣତର ଛାଇ ପାଇଁ ହେଉ ପଥହୁଡେ ଏଇ ମଣିଷ । ଏମିତି ଅନେକ କିଛି ଭାବିଛି । ଆଉ ମନେମନେ ନିଷ୍ପତ୍ତି ନେଇଛି ଆସନ୍ତା କାଲି ସେ ବ୍ୟାଙ୍କ୍ ଯିବ ଓ ଆକାଉଣ୍ଟ୍ ଖୋଲିବା ଆଳରେ ତା ଲକ୍ଷର ଦ୍ୱିତୀୟ ଭିତ୍ତିଭୂମି ସଜାଡିବ । 
     ସେଦିନ ଅଫିସ୍ ଠିକ୍ ୯ଟାରେ ପହଞ୍ôଚଯାଇଛି ମେଘା । ସବୁ ଠିକ୍‌ଠାକ୍ କରି ଦେଇ ୯ଟା୩୦ରେ ମିଷ୍ଟର ଚଢାକୁ ଦାୟିତ୍ୱ ଦେଇ ବାହାରିଛି ବ୍ୟାଙ୍କ୍‌ସ ଅଭିମୂଖେ । ବ୍ୟାଙ୍କ୍ ବାହାରେ ଡ୍ରାଇଭର ଗାଡି ସହିତ ରହିଛି ଓ ମେଘା ବ୍ୟାଙ୍କ୍‌ରେ ପ୍ରବେଶକରିଛି । ମ୍ୟାନେଜର୍‌ଙ୍କ ପ୍ରକୋଷ୍ଠର ଦ୍ୱାରଦେଶରେ ଛିଡାହୋଇ ଇଂରାଜୀରେ କହିଛି ଯାହାର ଅର୍ଥ ଏମିତି ଥିଲା ।
 ମେଘା- ସାର୍ ମୁଁ ଭିତରକୁ ଆସିପାରେକି ?
 ମ୍ୟାନେଜର୍‌-  ହଁ, ଆସନ୍ତୁ ।
ମେଘା - ସାର୍ ମୁଁ ଗୋଟେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାକୁ ଚାହେଁ ।
ମ୍ୟାନେଜର୍‌-  ନିଶ୍ଚୟ ,ଆପଣ ଦରଖାସ୍ତ ନେଇ ପୂରଣ କରନ୍ତୁ ।
ମେଘା- ସାର୍ ଆପଣଙ୍କୁ ଧନ୍ୟବାଦ ।
   ଗୋପୀନାଥ ହଂସ ମେଘାର ସୁନ୍ଦରତାକୁ ମନେମନେ ଟିକେ ନିରୀଖିକରି ଦେଖିବାକୁ ଚେଷ୍ଟା କରିଛି । ମେଘା ଯେତେବେଳେ ଗୋପୀନାଥର ଚାମ୍ୱର୍‌ରୁ ବାହାରି ଆସିବାକୁ ଉଦ୍ୟତ ଠିକ୍ ଏତିକିବେଳେ ଗୋପୀନାଥ ନିଜ ମୁଣ୍ଡରେ ନିଜର ହାତ ଦୁଇଟି ରଖି କହିବାକୁ ଲାଗିଛି ହେ ଜଗନ୍ନାଥ । ମେଘାକୁ ସୁଯୋଗ ମିଳିଯାଇଛି ଗୋପୀନାଥ ସହିତ ମିଶିବାକୁ ସେ ହଠାତ୍ ବୁଲିପଡି ପଚାରିଛି ।
ସାର୍ – ସାର୍ ଆପଣ ଓଡିଆ କି?
ଗୋପୀନାଥ -  ହଁ, ମୁଁ ଓଡିଆ ହେଲେ ଆପଣ କେମିତି ଜାଣିଲେ ।
ମେଘା - ଆପଣ ଜଗନ୍ନାଥଙ୍କ ନା ଧରିଲେ ତ ସେଇଥିପାଇଁ ।
ଗୋପୀନାଥ- ଆପଣ କଣ ଓଡିଶାର କି?
ମେଘା – ଆଜ୍ଞା ।
ଗୋପୀନାଥ -ବହୁତ ଭଲ । ତେବେ ଆସନ୍ତୁ ବସନ୍ତୁ ନା ।
ମେଘା ଯାଇ ଗୋପୀନାଥ ଟେବୁଲ୍ ସାମନାରେ ଥିବା ଚୈାକିରେ ବସିଲା । ଗୋପୀନାଥ  ବ୍ୟାଙ୍କ୍ ପିଅନକୁ ଡାକି ଗୋଟେ ଆକାଉଣ୍ଟ୍ ଖୋଲିବା ପାଇଁ ନୂଆ ଫର୍ମଟେ ଆଣିଦେବା ପାଇଁ କହିଲା । ପିଅନ ତୁରନ୍ତ ଫର୍ମଟିଏ ଆଣି ଗୋପୀନାଥର ଟେବୁଲ୍‌ରେ ମେଘାକୁ ଦେଇଦେଲା ।
ଗୋପୀନାଥ- ମାଡାମ୍ ଆପଣ ଏଥର ଏଇଠି ବସି ଫର୍ମଟି ଭରିଦିଅନ୍ତୁ ।
ମେଘା- ଧନ୍ୟବାଦ ସାର୍ ।
   ମେଘା ଫର୍ମ ଭରୁଥିବା ସମୟରେ ଗୋପୀନାଥ ତାକୁ ଟିକେ ତନ୍ନତନ୍ନକରି ଦେଖିଛି । ସତେଯେମିତି ନିମିଷକେ ତାରି ଶରୀର ଓ ମନ ଭିତରେ ଏକ ଅଭୁତ ଉନ୍ମାଦନାର ଉନ୍ମେଷ ହୋଇଛି । ସେ ନିଜକୁ ବୋଧ କରିପାରିନି । ମେଘା ବାହାରୁ ଚାଲିଚାଲି ଆସିଥିବାରୁ ଶୀତତାପ ନିୟନ୍ତ୍ରୀତ କୋଠରୀ ଭିତରେ ପଶି ବସିବା କ୍ଷଣି ତାର ମୁହଁରୁ ଉଙ୍କିମାରୁଥିବା ଝାଳରୂପୀ କ୍ଷୁଦ୍ର ଶିକର ଗୁଡିକ ନିଜର ସତ୍ତା ହରେଇବାକୁ ଲାଗିଥାନ୍ତି । ମୁହଁଟିର ସୁନ୍ଦରତା ଏକ ଅଭୁତ ଅପରୂପାର ପରିସର ଭିତରେ କର ଲେଉଟାଉଥାଏ । 
   ଗୋପୀନାଥର ଆକୀର୍ଣ୍ଣମନ ଓ ସେପଟେ ମେଘାର ସ୍ୟୈନ୍ଦର୍ଯ୍ୟ ପ୍ରତି ଏକ ଆକୁଳିତ ତନ୍ମୟ ତାକୁ ଆକୁଞ୍ଚନ କରିବାରେ ଲାଗିପଡିଲାଣି । ସେ ଅନ୍ତରରୁ ନିସ୍ତବ୍ଧ । ସତେଯେପରି ଜୀବନର ଏକ ତରୁଣୀ ପ୍ରତି ପ୍ରଥମ ଆକର୍ଷଣ । ତା ମନଭିତରେ ଏକ ଆକସ୍ମିକ ଆବର୍ତ୍ତର ଆଗମନ । ଯାହାଭିତରେ ସିଏ ନିଜ ହୃଦଦୟର ଏକ ଆବେଗିକ ଆବର୍ତ୍ତନରେ ବିହଳ ହୋଇ ପଡିଛି । ଭୂଲି ବସିଛି ନିଜକୁ । ନିଜ ସ୍ଥିତିର ଗାରିମାକୁ । କିଛି କ୍ଷଣପରେ ମେଘା ଜାଣିଶୁଣି ଡିଷ୍ଟର୍ବ କରିଛି ଗେପୀନାଥକୁ । ସାର୍ ଏ ଜାଗାରେ କଣ ଭରାଯିବ । ଗେପୀନାଥ ମନଭିତରେ ଚମକି ପଡି ନିଜ ଅବସ୍ଥାକୁ ଫେରି ଆସି ଶାନ୍ତ ଭାବରେ ମେଘା ପ୍ରଶ୍ନର ଉତ୍ତର ଦେଇଛି । କଥା କଥାରେ ଗୋପୀନାଥ  ପଚାରିଛି ।
ଆପଣ କେଉଁଠି ଜବ୍ କରନ୍ତି ।
ମେଘା-ଏହି କରୋଲବାଗ୍ ଗଳି ନଂ ୨୪ରେ ଥିବା ଓଗ୍ କନେକସନ୍ କଲ୍ ସେଣ୍ଟର୍‌ରେ  ଟିମ୍ ଲିଡର୍ ଭାବରେ ।
ଗୋପୀନାଥ- ତେବେ ଆଜି କଣ ଛୁଟିରେ ଅଛନ୍ତି ନା କଣ ।
ମେଘା- ନାହିଁ ନାହିଁ ଅଫିସ୍ ରୁ ଆସିଛି । ଆକାଉଣ୍ଟ୍ ଖୋଲି ସାରିଲା ପରେ ଅଫିସ୍ ଫେରିବି ।
   ବୟସର ବସନ୍ତରେ ପ୍ରାୟ ସମସ୍ତଙ୍କୁ ପ୍ରେମ ଉଦ୍‌ବେଳିତ କରେ । ମନରେ ଉମଙ୍ଗ ଓ ହିଆରେ ଶିହରଣ ମୁହଁ କାଢେ । ମନେମନେ ସ୍ୱପ୍ନର ସାଥୀକୁ ଏଣେ ତେଣେ ଖୋଜି ବୁଲେ । କେତେବେଳେ ଭାବୁକ ହୋଇ ଭାବନାର ଅର୍ନ୍ତଗର୍ତ୍ତଃରେ ବୁଡିବସେ । ଖିଆଲି ମନକୁ କେତେବେଳେ କାଳ୍ପନିକ ଚଳଚିତ୍ରର ସୁନ୍ଦରୀ ନାୟିକା ଅବା ନାୟକ ପାଖକୁ ନେଇଯାଇ ଖୋଜିବସେ ସାଥୀଟିଏ ତାରିପରି । ପୁଣି କେବେକେବେ ପଢିଥିବା ଉପନ୍ୟାସର ଆଦର୍ଶ ନାୟିକା ଅବା ନାୟକର ବାସ୍ନାଭରା ଚେହେରାଟିଏ ପାଇଁ ମନ ହୁଏ ବ୍ୟଗ୍ର । ଆଉ କେବେ ପରୀରାଇଜର ଜୀବନକୁ ନିଜ ସାଥୀର ଜୀବନ ସହ ଖୋଜିବସେ । ହେଲେ ସବୁ କିଛି ପରେ ବି ଗୋଟିଏ ସତ୍ୟ ପ୍ରେମ ସମସ୍ତଙ୍କୁ ଦେଖିଲେ ହୁଏନା । ପ୍ରେମ ଆସେ ଅକସ୍ମାତ ସତେ ଯେମିତି ଅନ୍ଧତ୍ୱର ଅର୍ଦ୍ଦଳୀରେ । ସାନିଧ୍ୟରେ ସବୁ ଭଲଲାଗେ ସବୁ ସୁନ୍ଦର ଲାଗେ ।
   ସ୍ୱପ୍ନ ବୁଣେ ସାଥିର ସାନ୍ନିଧ୍ୟ । ମନେମନେ ପ୍ରେମ କରିବସେ । ସାଥୀର ହଁ ଅବା ନାଁ ର ପରିଧିର ବାହାରେ ଥାଇ ବେଳେବେଳେ ପାଇବା ପରିବର୍ତ୍ତେ ସବୁକିଛି ସମର୍ପଣ କରିବାର ପଣ କରିବସେ । ସାଥୀ ପାଇଁ ସବୁକିଛି ସେ କରିପାରିବ । ସ୍ୱର୍ଗରୁ ପାରିଜାତ ଆକାଶରୁ ଜହ୍ନ, ମହାକାଶର ମହାର୍ଘ ସବୁ ଯୋଗାଡ କରିପାରେ ସେ ନିଜ ପ୍ରିୟତମା ପାଇଁ ହେଲେ ଅପରିଣାମଦର୍ଶୀ ହଁ, ନାହିଁର ଫାଶ ଭିତରେ କେତେବେଳେ ଏହା ହୁଏ ଏକତରଫା ପ୍ରେମ । କେତେବେଳେ ସମାଜର ଚଉଫାଶର ଅଗ୍ନୀଶିଖାରେ ଅର୍ଦ୍ଧଦଗ୍ଧ ହୋଇ ରହିଯାଏ । କିନ୍ତୁ ବର୍ତ୍ତମାନ ଗୋପୀନାଥକୁ ଏ ପ୍ରେମ ଫାଶ ବାନ୍ଧିବାକୁ ଉଦ୍ୟତ । ଯାହା ମେଘାର ଇଚ୍ଛା ତାହା ହିଁ ଘଟିଚାଲିଛି ।
   କଥାରେ ଅଛି ମନୁଷ୍ୟ ଯାହା ତାର, କାୟା, ମନ ଆଉ ବଚନରେ ଭାବେ ଓ ତାହା କରିବାକୁ ଉଦ୍ୟମ କରେ ତେବେ ପଞ୍ଚମହାଭୂତ ତାର ଏ ଉଦ୍ୟମକୁ ସଫଳ କରିବାରେ ମଧ୍ୟ ଲାଗି ପଡନ୍ତି । ପୁରୁଷ ଜାତି ପ୍ରତି ଯେଉଁ ଘୃଣା, ମେଘାର ଆଉ ତାର କାୟା, ମନ, ବଚନ ଭିତରେ ସୀମିତ ନାହିଁ ତାହା ଆଜି ତାର ଆତ୍ମାର ସହଚର ହୋଇଗଲାଣି । ତେଣୁ ବୋଧହୁଏସେ ଯାହା ଚାହୁଁଛି ତାହାହିଁ ହେଉଛି । 


*****


ଆଠ

    
   ସକାଳୁ ସନ୍ଦିପର ଫୋନ୍ କଲ୍ ଆସିଛି । ମେଘା ସତେ ଯେପରି ବ୍ୟାକୁଳତାର ସହ ଫୋନ୍ ଉଠାଇଛି ।
ସନ୍ଦିପ-ଗୁଡ ମଣିଙ୍ଗ୍ ମାଡାମ୍ ।
ମେଘା-ଭେରି ଗୁଡ୍ ମର୍ଣ୍ଣିଙ୍ଗ୍ । ଏ ମାଡାମ ଶଦ୍ଦଟା ଭଲଲାଗୁନି । ଜଷ୍ଟ୍ ମେଘା । ଆଉ ଏ ଆପଣ ଶଦ୍ଦଟା ମଧ୍ୟ ବହୁତ ଲମ୍ବା ଲାଗୁଛି । ତେଣୁ କେବେଳ ମେଘା । 
 ସନ୍ଦିପ-ଓକେ, ଓକେ, ହେଲେ ତମେ  ମୋତେ ମଧ୍ୟ ତମେ କହି ଡାକିବ ।
 ମେଘା-ଓକେ ।
ସନ୍ଦିପ-ସୋଇ ରହିଛ ବୋଧେ ।
ମେଘା–ମିଷ୍ଟର, ମୋର ଗୋଟିଏ ଖରାପ ଅଭ୍ୟାସ ଯେ ପ୍ରତିଦିନ ଭୋର ୫ଟା ପରଠାରୁ ଆଉ ମୋତେ ନିଦ ଲାଗେନି କିମ୍ବା ଛଅଟା ପୂର୍ବରୁ ମୁଁ ନଗାଧୋଇ ସାରି ଟିକେ ପ୍ରାର୍ଥନା ନକଲେ ମୋତେ ଆଦ୍ୟୈ ଭଲ ଲାଗେନି ।
ସନ୍ଦିପ-ଓହଃ, ଗ୍ରେଟ୍ ଥିଙ୍ଗ୍ । ପ୍ରକୃତରେ ଭଗବାନ ତୁମକୁ ଖାଲି ବହୁତ ସୁନ୍ଦର କରି ଗଢି ନାହାନ୍ତି ତା ସହିତ ସବୁ ସୁନ୍ଦର ଗୁଣ ଗୁଡିକ ଭରପୁର ତୁମ ଭିତରେ ଦେଇଛନ୍ତି । ତମେ ମୋତେ ଟିକେ ତୁମ ଗୁଣଟା ଶିଖେଇଲ ।
ମେଘା-ହଉ, ସମୟ ଆସିପାରେ । ତୁମେ ଶିଖିଯାଇପାର । ହେଲେ ମୁଁ ବର୍ତ୍ତମାନ ଫୋନ୍ ରଖୁଛି । କାରଣ ମୋର ଟିକେ ଅଫିସ୍ କାମ ପାଇଁ ପ୍ରସ୍ତୁତ ହେବାରେ ଅଛି ।
ସନ୍ଦିପ-ଓକେ, ହେଲେ ତୁମେ ଅପିସ୍‌କୁ କେତେଟାରେ ପ୍ରତିଦିନ ବାହାର । ଠିକ୍ ଆଠଟାରେ । ଅଫିସ୍ ରେ କେତେଟାରେ ପହଞ୍ôଚବାକୁ ପଡେ ।
ମେଘା-୯ଟା ୩୦ ପୂର୍ବରୁ ।
ସନ୍ଦିପ-କେଉଁଥିରେ  ଯାଅ ।
ମେଘା-ଆଉ କୋଉଁଥିରେ । ହଷ୍ଟେଲ୍‌ରୁ ବସଷ୍ଟପ୍ ପଦବାବୁଙ୍କ କାର୍‌ରେ । ତା ପରେ ବସ୍‌ଷ୍ଟପରୁ ଅଫିସ୍ ପର୍ଯ୍ୟନ୍ତ ମଧ୍ୟ ପଦବାବୁଙ୍କ କାର୍‌୍‌ରେ ।
ସନ୍ଦିପ-ଏ ପଦବାବୁ କିଏ ।
ମେଘା-ବାଆରେ ତମେ ପଦବାବୁଙ୍କୁ ଚିହ୍ନିନ । ଓଡିଆରେ ଏ ପଦବାବୁ ହେଉଛନ୍ତି ନିଜର ପାଦ ଦୁଇଟି ।
ସନ୍ଦିପ-ଠୋ କିନା ହସି ପଡିଛି । ଓଃ ! ତାହା ହେଲେ ବସ୍ ସହିତ ସବୁଦିନ ପାଦ ଚଲାର ଏକ୍ସରସାଇଜ୍ ମଧ୍ୟ ହେଉଛି ।
ମେଘା-କରିବା କଣ । ଜୀବନରେ ଯେତେଦିନ ଏମିତି କଷ୍ଟ ଥିବ । କରିବାକୁ ତ ପଡିବ । ହଉ ମୁଁ ଫୋନ୍ ରଖୁଛି ।
   ସନ୍ଦିପ ମନେମନେ ମେଘାକୁ ବହୁତ ଭଲପାଇ ବସିଲାଣି । ସେ ଚିନ୍ତା କଲାଣି ମେଘା ପାଇଁ ଗୋଟେ କାର୍ ଟିଏ ପ୍ରତିଦିନ ବ୍ୟବସ୍ଥା କରିଦେଲେ ତାକୁ ଅଫିସ୍ ରେ ଛାଡିଦେବ ଓ ଅଫିସ୍ ରୁ ନେଇ ଆସିବ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ଦୁଇଜଣ ଏତେ ମିଶିଲା ପରେ ମଧ୍ୟ ସନ୍ଦିପ ଶିବାନୀର ଘର ପରିବାର ବିଷୟରେ ଆଦ୍ୟୈ ଜାଣିବାକୁ ଚାହିଁନି ଆଉ ମେଘା ଜାଣିଶୁଣି ସନ୍ଦିପ ଘର ବିଷୟରେ ପଚାରୁନି । ହେଲେ ମେଘା ଚିନ୍ତା କରିଛି ମିଷ୍ଟର ଚଢାଙ୍କ ଠାରୁ ସନ୍ଦିପ ବିଷୟରେ ଡିଟେଲ୍ ସଂଗ୍ରହ କରିବ । ତେଣୁ ସେଦିନ ଅଫିସ୍ ରେ କାମ ଚାଲିଥିବା ସମୟରେ ସେ କୌଣସି ଏକ ଫାଇଲ୍ ନେଇ ମିଷ୍ଟର ଚଢାଙ୍କ କେବିନ୍‌କୁ ଯାଇଛି ।
ମିଷ୍ଟର ଚଢା-ମର୍ଣ୍ଣିଙ୍ଗ ମେଘା ।
ମେଘା-ଗୁଡ୍ ମର୍ଣ୍ଣିଙ୍ଗ୍ ଚଢାଜୀ । ଆପ୍ କୈସେ ହେଁ ।
ମିଷ୍ଟର ଚଢା-ମୈ ଠିକ୍ ହୁଁ । ଆପ୍ କୈସି ହେଁ ।  
ମେଘା-ଧନ୍ୟବାଦ୍ । ମୈ ଭି ଠିକ୍ ହୁଁ । ସାର୍‌, କଲ୍ ଯୋ  ମିଷ୍ଟର ସନ୍ଦିପ ଆୟେଥେ ୱ  ହମାରା କ୍ଲାୟେଣ୍ଟ୍ ହେ କ୍ୟା । ମେଘା ଜାଣିଶୁଣି  ପଚାରିଛି ସନ୍ଦିପ ବିଷୟରେ ଜାଣିବା ପାଇଁ 
ମିଷ୍ଟର ଚଢା-ନେହିଁ । ୱ ମେରା ଛୋଟାଭାଇ କା ଦୋସ୍ତ ହେ୍ । ଉସକା୍  ସ୍ୱଶୁର ଜି ଏକ ପ୍ଲଟ୍ ଖରିଦେ ଥେ । ଉସକ୍‌ା କାଗଜ ଓଗେର୍ ଠିକ୍ କରନେ୍ କେ ଲିୟେ ୱ ମେରେ କୋ ଲେଗୟାଥା ।
ମେଘା-ଓହଃ । ସରି । ଉନକା୍ ସ୍ୱଶୁରାଲ୍ କିଧର ହେ?
ମିଷ୍ଟର ଚଢା-ସୋନେପଥ । ଲେକିନ୍ ଓ ଦିଲ୍ଲ୍‌ୀ ମେ ଅପନି ବିବି ଔର୍ ବଚେ କେ ସାଥ ରେହେତେ ହେଁ ।             
ମେଘା-ଛୋଡିଏ ଓ ବାତ୍ । ଆପ୍ ବତାଇଏ କଲ୍ ଯୋ ପ୍ରଭୂ ଏଣ୍ଟପ୍ରାଇଜେସ୍ ସେ ଆୟା ଥା ଉସକା ହମ୍ କ୍ୟା କରେଁ ।
ମିଷ୍ଟର ଚଢା- ମୈ ଉନକେ ସାଥ୍ ପହେଲେ ବାତ୍ କରୁଙ୍ଗା । ଉସକେ ବାଦ୍ କ୍ୟା କରନା୍ ଚାହିୟେ ମୈ ଆପକୋ ବତାଉଙ୍ଗା ।
ମେଘା-ଥ୍ୟାଙ୍କ ୟୁ ସାର୍ ।
   ଏହା କହି ମେଘା ନିଜ କ୍ୟାବିନ୍ କୁ ଆସିଛି । ମେଘା ଜାଣିଯାଇଛି ଯେ ସନ୍ଦିପ ର ସ୍ତ୍ରୀ ଓ ଗୋଟିଏ ଝିଅ ମଧ୍ୟ ଅଛି । ମେଘା ଭାବିଛି ସନ୍ଦିପ କିପରି ମୋ ପ୍ରେମରେ ପାଗଳ ହେବ ତାର ଅନ୍ୟାନ୍ୟ ଅଭିନୟ ମଧ୍ୟ ମୋତେ କରିବାକୁ ପଡିବ । ସେ ଦିନ ଠିକ୍ ୨ଟାରେ ମଧ୍ୟ ସନ୍ଦିପର ଫୋନ୍ ଆସିଛି ।
ସନ୍ଦିପ- କଣ କରୁଛ ।
ମେଘା- ଲଞ୍ଚ୍ କରିକି ଜଷ୍ଟ୍ ଟିକେ ରେଷ୍ଟ୍ ନେଉଛି ।
ସନ୍ଦିପ- ତୁମ କଥା କାହିଁଙ୍କି ବହୁତ ମନେ ପଡୁଛି ।
ମେଘା- ଖାଇସାରିଲଣି ।
ସନ୍ଦିପ- ହଁ, ଖାଇସାରିଲାଣି ।
ମେଘା- କଣ ଖାଇଲ ।
ସନ୍ଦିପ- ଭାତ ଡାଲି ଓ ତରକାରି ।
ମେଘା- କେଉଁଠୁ ମଗେଇଥିଲ ।
ସନ୍ଦିପ- ଏଇ ପାଖ ହୋଟେଲ୍‌ରୁ ମଗେଇଥିଲି ।
ମେଘା- ଓକେ । ଏପଟେ କେଉଁ  କ୍ଲାୟେଣ୍ଟ୍ ର ଫୋନ୍ ଆସିଲାଣି ପରେ କଥା ହେବା ।
ସନ୍ଦିପ- ଓକେ, ବାୟ ।
     ଏମିତି ଫୋନ୍‌ରେ ସନ୍ଦିପ ସହିତ ମେଘା କଥାବାର୍ତ୍ତା ଚାଲୁ ରଖିଛି । କଥାବାର୍ତ୍ତା ମାଧ୍ୟମରେ ସନ୍ଦିପର ବ୍ୟାକୁଳତାକୁ ସେ ବଢାଇବାରେ ଲାଗିଛି । ସନ୍ଦିପକୁ ଛଳନାର ପ୍ରେମରେ ପାଗଳ କରିଚାଲିଛି । ମେଘାର ଅଭିନୟ ସନ୍ଦିପକୁ ବାସ୍ତବ ଲାଗିଛି । ସନ୍ଦିପ ମନେମନେ ଭାବିବାକୁ ବସିଲାଣି ଯେ ମେଘା ମଧ୍ୟ ତାକୁ ବହୁତ ଭଲ ପାଇଲାଣି । ଶୁକ୍ରବାର ଦିନ ସନ୍ଦିପ ମେଘାକୁ ଫୋନ୍ କରି କହଛି ଆସନ୍ତା ରବିବାର ତୁମେ ଆସିବନା ?
ମେଘା-କେଉଁଠିକି?
ସନ୍ଦିପ-ତୁମେ ହଷ୍ଟେଲ୍‌ରେ ଏକୁଟିଆ ବୋର୍ ହେଉଥିବ । ତେଣୁ ଆସ ବାହାଲଗଡ ଫ୍ୟାକ୍ଟ୍ରେିକୁ ବୁଲିଯିବା ।
ମେଘା-ଦେଖିବା ।
ସନ୍ଦିପ-ଦେଖିବା, ମାନେ କନଫର୍ମ ନୁହେଁ ।
ମେଘା-ମୋର ଟିକେ କପଡା ସଫାସଫି ଥିଲା ।
ସନ୍ଦିପ-ତୁମେ କପଡା କାହିଁଙ୍କି ସଫା କରୁଛ । ମୁଁ ଏଥରକ ଗୋଟିଏ ଲଣ୍ଡ୍ରିବାଲାର ବ୍ୟବସ୍ଥା କରିଦେବି । ସିଏ ଯାଇ ତୁମଠାରୁ କପଡା ନେଇ ଆସିବ ଓ ସଫା କରି ଦେଇଦେବ ।
ମେଘା-କାହିଁଙ୍କି ଦରକାର କଣ । ମୁଁ ମୋ କାମ ସହଜରେ କରିପାରିବି ।
ସନ୍ଦିପ-ଆସନ୍ତା ରବିବାର ସକାଳୁ ଲଣ୍ଡ୍ରିବାଲା ତୁମ ରୁମ୍‌ରେ ପହଞ୍ôଚବ ଆଉ କପଡା ନେଇକରି ଆସିବ ।
ମେଘା-ମୋ ଯିବା ପାଇଁ ତୁମେ ବାଟ ପରିଷ୍କାର କରୁଛ ନା କଣ ।
ସନ୍ଦିପ-ନାଁ ନାଁ ସେମିତିକା ନୁହେଁ । କାହିଁ ମୋ ସାଙ୍ଗରେ ତୁମକୁ ଯିବାପାଇଁ ଭଲଲାଗୁନି ନା କଣ ।
ମେଘା- ନା ନା  ସେକଥା ନୁହେଁ ।
ସନ୍ଦିପ- ତାହାହେଲେ ମୁଁ ଠିକ୍ ରବିବାର ସକାଳ ୯ଟାରେ ହଷ୍ଟେଲ୍ ସାମନାରେ ପହଞ୍ôଚବି ।
ମେଘା- ଓକେ, ବାୟ ।
ସନ୍ଦିପ- ବାୟ ।
   ରବିବାର ସକାଳ ୯ଟା ପୂର୍ବରୁ ସନ୍ଦିପ ଆସି ମେଘା ହଷ୍ଟେଲ୍ ସାମନାରେ ଛିଡା ହୋଇଛି । ମେଘା ଜାଣିଶୁଣି ଟିକେ ଡେରି ଡେରି କରୁଛି । ୯ଟା ୧୫ ମିନିଟ୍ ରେ ସନ୍ଦିପ ଫୋନ୍ କରିଛି ।
   ମେଘା- ହେଲୋ । ଯାଉଛି, ଯାଉଛି ।
   ସନ୍ଦିପ- କୁହନ୍ତି ପ୍ରେମରେ ପ୍ରେମିକାକୁ ଅପେକ୍ଷା କରିବାଟା ସବୁଠାରୁ କଷ୍ଟକାମ । ୫ ମିନିଟ୍                  ଅପେକ୍ଷା ୫ଦିନପରି ଲାଗେ । ସନ୍ଦିପ ଏ କଥାକୁ ତିଳତିଳ କରି ଅନୁଭବ କରିଛି ।
   ମେଘା ଠିକ୍ ୯ଟା ୨୫ରେ ହଷ୍ଟେଲ୍‌ରୁ ବାହାରକୁ ବାହାରିଛି । ତାକୁ ଦେଖି ସନ୍ଦିପ ମନେମନେ ଯେତିକି ରାଗିଛି ହେଲେ କେଉଁ ଅଧିକାରରେ ସେ ମେଘାକୁ ରାଗିବ । ରାଗତକ ଯାକି ରଖି ମେଘାକୁ କାର୍‌୍‌ରେ ବସିବା ପାଇଁ କାର୍‌ର ଡୋର୍‌ଟି ଖୋଲିଦେଇଛି । ସନ୍ଦିପ କାର୍‌ରେ ବସି କାର୍‌କୁ ଆଗକୁ  ଗଡେଇଛି ।
ମେଘା- ଆଇ ଆମ ସରି  ଫର ଲେଟ୍ ।
ସନ୍ଦିପ- ଇଟସ୍ ଓକେ । କେଉଁଠି ବ୍ରେକ୍ ଫାଷ୍ଟ କରିବା ।
ମେଘା- ତୁମ ଇଛା ଯେଉଁଠି ।
ସନ୍ଦିପ-ପୂର୍ବ ସଣ୍ଡେରେ ଯେଉଁ ରେଷ୍ଟୁରାଣ୍ଟ୍ ଯାଇଥିଲେ ସେଇ ରେଷ୍ଟୁରାଣ୍ଟ୍‌ରେ ବସିବା । ଏହା କହି ସନ୍ଦିପ ରେଷ୍ଟୁରାଣ୍ଟ୍ ପାଖରେ ଗାଡିପାର୍କିଙ୍ଗ୍ କରିସାରି ରେଷ୍ଟୁରାଣ୍ଟ୍ ଦୁଇଜଣଯାଇ ବ୍ରେକ୍‌ଫାଷ୍ଟ୍ କଲେ । ବ୍ରେକ୍‌ଫାଷ୍ଟ୍ ପରେ ସନ୍ଦିପ କାର୍‌ଟିକୁ ଦିଲ୍ଲୀଠାରୁ ବାହାଲଗଡ ଅଭିମୁଖେ  ଜି.ଟି ରୋଡ୍‌ରେ ନେଇ ଚାଲିଲା । ବାଟରେ ସନ୍ଦିପର ଇଛା, ସେ ମେଘାକୁ ତା ହୃଦୟ କଥା କହିଦେବ । ହେଲେ କାହିଁକି କେଜାଣି ବିବାହିତ ସତ୍ୱେ ଗୋଟିଏ ସନ୍ତାନର ବାପା ହେଲା ପରେ ମଧ୍ୟ ଏ ପ୍ରେମରେ ଏମିତି ଡର କାହିଁ  ଲାଗୁଛି  ସେ ବୁଝିପାରୁନି ।
ମେଘା- କଣ ଏମିତି ଚୁପ୍‌ଚାପ୍ ହୋଇଥିବ ନା କିଛି  କଥା କହିବ ।
ସନ୍ଦିପ - ତୁମେ ପ୍ଲିଜ୍ କିଛି କୁହନା ।
ମେଘା-ଆଛା କହିଲ ତୁମକୁ ଜୀବନରେ ଆଜିପର୍ଯ୍ୟନ୍ତ ସବୁଠାରୁ କେଉଁ ମୂହର୍ତ୍ତଟି ଭଲଲାଗିଥିଲା । ସେ ମୂହୂର୍ତ୍ତ ଗୁଡିକର ଅନୁଭବକୁ ବ୍ୟକ୍ତକରିବା ଯେପରି ସମ୍ଭବ ହେଉନଥିବ ।
ସନ୍ଦିପ- ଏତେ ସୁନ୍ଦର ପ୍ରଶ୍ନ ତୁମ ମନକୁ ଆସୁଛି କେମିତି ? ହେଲେ ମୁଁ ଯେଉଁ ଉତ୍ତର ଦେବି ତାହା ତୁମେ ବିଶ୍ୱାସ କରିବନି ?
ମେଘା- କାହିଁକି ବିଶ୍ୱାସ କରିବନି ? ନିଶ୍ଚୟ କରିବ । ତୁମେ କୁହତ ଆଗ ।
ସନ୍ଦିପ-ନିଜ ବିବାହିତ ଜୀବନ କଥା ଲୁଚାଇଛି । ମୁଁ ମୋ ଜୀବନରେ ଆନେକ ଝିଅକୁ ଦେଖିଛି । ଅନେକ ଝିଅଙ୍କ ସହ ଏକାକୀ ବୁଲିଛି କଥା ହୋଇଛି ହେଲେ କାହିଁକିି କେଜାଣି ତୁମେ ଏ ଜଗତରେ ସବୁଠାରୁ ସୁନ୍ଦର ଦିଶୁଛ । ତୁମ ସାଙ୍ଗରେ ଏମିତି ସମୟ ବିତେଇବାଟା ବୋଧହୁଏ ମୋ ଜୀବନରେ ସର୍ବଶ୍ରେଷ୍ଠ ଖୁସିର ସମୟ । ଏ ମୂହୁର୍ତ୍ତ ଗୁଡିକ ଏତେ ପ୍ରିତୀଭରା ଲାଗୁଛି ତାହା ତୁମକୁ ମୁଁ କହିପାରିବିନି । ଆଉ ସବୁଠାରୁ ଯନ୍ତ୍ରଣା ଦାୟକ କଥା ହେଲା ଯେତେବେଳେ ତୁମେ ମୋଠାରୁ ଦୂରେଇ ଯାଉଛ । ଏ ସମ୍ପର୍କ ମାତ୍ର ପନ୍ଦର ଦିନର । ସୁଅ ମୁହଁରେ ପତର ଭଳି ମୁଁ ଭାସି ଯାଉଛି । ଆଦ୍ୟୈ ଥଳକୂଳ ପାଉନାହିଁ । ଦଣ୍ଡେ ନଦେଖିଲେ ପାଗଳପରି ଲାଗୁଛି । ତୁମେ ଏମିତି ସବୁବେଳେ ମୋ ପାଖେପାଖେ ରୁହନ୍ତନି ।
ମେଘା-ଥାଉଥାଉ । କିଛି କଥାକୁ ଲୁଚାଇ ରଖ । ଏତିକି କହି ମେଘା ତାର ଡାହାଣ ର ଆଙ୍ଗୁଠି ନେଇ ସନ୍ଦିପର ଗାଡି ସ୍ଟିୟରିଙ୍ଗ୍ ଉପରେ ଥିବା ବାମ ହାତର ବୁଢା ଆଙ୍ଗୁଠିରେ ଥିବା ଗୋଟିଏ ଦାଗକୁ ଦେଖେଇ ସେହି ଦାଗ ଉପରେ ନିଜର ଆଙ୍ଗୁଠି ସାଉଁଟି ଆଣି ପଚାରିଛି ଏ ଦାଗ କେମିତି ହୋଇଥିଲା ।
ମେଘା ଯେତେବେଳେ ସନ୍ଦିପ ହାତ ଆଙ୍ଗୁଠିକୁ ସ୍ନେହରେ ସ୍ପର୍ଶ କରିଛି ସେତେବେଳେ ସନ୍ଦିପ ଦେହରେ ଏକ ଅଭୂତ ମିଠା ସିହରଣ ପ୍ରବାହିତ ହୋଇଛି ।
ସନ୍ଦିପ-ମା’ କହୁଥିଲା ପିଲାଦିନେ ଆଙ୍ଗୁଠିଟି କବାଟ କଣ୍ଟାରେ ଚାପି ହୋଇଯାଇଥିଲା । 
ମେଘାର ହାତସ୍ପର୍ଶରେ ସନ୍ଦିପ ଅଧିକ ରୋମାଣ୍ଟିକ୍ ହୋଇ ପଡିଛି । ସନ୍ଦିପର ପ୍ରବଳ ଇଛା ହୋଇଛି ମେଘାର ହାତକୁ ତା ବାଁ ହାତରେ ଧରି ପକେଇବାକୁ । ହେଲେ କାହିଁକି କେଜାଣି ସାହାସ ଯୁଟେଇ ପାରୁନଥାଏ । ମନରେ ଶଙ୍କା କାଳେ ମେଘା ଖରାପ ଭାବିବ । ହେଲେ ମେଘା କିନ୍ତୁ ମନେମନେ କହୁଥାଏ ଯେ ସନ୍ଦିପ ତା ସହିତ ଲାଗୁ । ଏମିତି ଭାବୁଭାବୁ କେତେବେଳେ ବାହାଲଗଡ ଫ୍ୟାକୋ୍ଟରି ଆସିଯାଇଛି ସନ୍ଦିପ ବି ଜାଣିପାରିନି । ଗେଟ୍ ପାଖରେ ଗାଡି ଦେଖି ଗେଟ୍‌କିପର ବାବୁ ଆସିଲେଣି ବୋଲି ତରତରରେ ଯାଇ ଗେଟେ୍ ଟି ଖୋଲି ଦେଇଛି । ସନ୍ଦିପ କାର୍‌ଟିକୁ ନେଇ ଫ୍ୟାକ୍ଟୋରି ଭିତରେ ଥିବା ତା ଅଫିସ୍ ସାମନାରେ ରଖି ଦେଇଛି । ତା ପରେ ମେଘା ଓ ସନ୍ଦିପ ଦୁହେଁ ଫାଷ୍ଟଫ୍ଲୋର୍‌କୁ ଚଢିଛନ୍ତି କାରଣ ତା ଅଫିସ୍‌ଟା ଫାଷ୍ଟ ଫ୍ଲୋର୍‌ରେ । ଦୁଇଜଣ ଯାଇ ଅଫିସ୍‌ରେ ବସିଛନ୍ତି । ପିଅନ ସଙ୍ଗେସଙ୍ଗେ କାର୍‌ରୁ ସନ୍ଦିପର ବ୍ରିଫ୍‌କେଶ୍‌କୁ ନେଇ ଅଫିସ୍‌ରେ ପହଞ୍ôଚଛି । ପିଅନ ସନ୍ଦିପକୁ ନମସ୍କାର କରିଛି ଓ ସଙ୍ଗେସଙ୍ଗେ ଦୁଇଗ୍ଲାସ ଥଣ୍ଡାପାଣି ଆଣି ଦେଇଦେଇଛି ।
ମେଘା- ଅଫିସ୍ ବହୁତ ସୁନ୍ଦର ଲାଗୁଛି ।
ସନ୍ଦିପ- ଥ୍ୟାଙ୍କସ୍‌
ଏହି ସମୟରେ ପିଅନ ଦୁଇକପ କଫି ମଧ୍ୟ ନେଇ ଆସିଛି । ସନ୍ଦିପ କହିଛି କଫି ପିଇସାରି ଫ୍ୟାକ୍ଟୋରି ବୁଲି ଦେଖିବା ।
ମେଘା କହିଛି ଠିକ୍ ଅଛି । କଫି ପିଇସାରି ମେଘା ଓ ସନ୍ଦିପ ଫ୍ୟାକ୍ଟ୍ରରି ବୁଲିଛନ୍ତି । ମେଘା ଫ୍ୟାକ୍ଟୋରି ଦେଖି ବହୁତ ଖୁସି ହୋଇଯାଇଛି । ସନ୍ଦିପ ତାକୁ ସବୁ ପ୍ରଡକ୍ଟସ୍ କୁ ଦେଖାଇ ଚାଲିଛି । ଏମିତି ବୁଲୁ ବୁଲୁ ଦିନ ୨ଟା ହୋଇଗଲା । ସନ୍ଦିପ କହିଛି ଚାଲ ଲଞ୍ଚ୍ କରିବା । ଦୁଇଜଣଯାକ ସନ୍ଦିପ ଅଫିସକୁ ଫେରିଛନ୍ତି । ସେତେବେଳକୁ ଅଫିସ୍ ସଲଗ୍ନ ଗେଷ୍ଟରୁମ୍‌ରେ  ପିଅନଟି ଘର ଉପରେ ସମସ୍ତ ଖାଦ୍ୟ ପରିବେଷଣ କରି ରଖି ଦେଇଥାଏ । ମେଘା ଦେଖି  ଆଶ୍ଚର୍ଯ୍ୟ ହୁଏ । ହେଲେ ମେଘା ଗୋଟିଏ କଥା ଦେଖେ ସୋରୁମ୍‌ର ଗେଷ୍ଟରୁମ୍ କାନ୍ଥରେ ଯେଉଁଭଳି ଫଟୋ ଲାଗିଥିଲା ଏକା ଅର୍ଥ ବହନ କରୁଥିବା ଅଲଗା ସବୁ ଫଟୋ ଲାଗିଥାଏ । ଦୁହେଁ ଖାଇବାକୁ ବସନ୍ତି । ଖାଇବା ସମୟରେ ମେଘା କହିଛି । ତୁମର ସବୁ ଗେଷ୍ଟୁରୁମ୍‌ର ସାଜସଜା ଏକା ଭଳିଆ କାହିଁକି । ତୁମକୁ କଣ ଏହିଭଳି ଫଟୋ ଭଲଲାଗେ ନା କଣ ?
ସନ୍ଦିପ- ତୁମେ କଣ ଭାବୁଛ । ମୋ ସାଙ୍ଗରେ ତ ମିଶିଲଣି । ତୁମେ କହୁନ ।
ମେଘା – ତୁମେ ଏହାର ଉତ୍ତର କହିଲେ ବୋଧହୁଏ ଭଲ ହୁଅନ୍ତା ।
ସନ୍ଦିପ-ଦେଖ ମେଘା । ଗ୍ଦରଙ୍ଘ ସଗ୍ଦ ଗ୍ଧଷର କ୍ଟ୍ରଷଚ୍ଚଗ୍ଦସମବକ୍ଷ ଦ୍ଭରରୟ କ୍ଟଲ ରଙ୍ଖରକ୍ସଚ୍ଚ ବଦ୍ଭସଜ୍ଞବକ୍ଷ. (ସମ୍ଭୋଗ ସମସ୍ତ ଜୀବ ମାନଙ୍କର ଶାରିରୀକ ଆବଶ୍ୟକତା) ମନୁଷ୍ୟ ମାନଙ୍କ ମଧ୍ୟରେ ଏହାର ସ୍ଥାନକାଳ ପାତ୍ର ଅଛି ମାତ୍ର ଅନ୍ୟ ପଶୁମାନଙ୍କ ଠାରେ ନାହିଁ । ମୋର ଯେତିକି ଅଭିଜ୍ଞତା ମୋତେ ଲାଗେ ପ୍ରାୟ ସବୁ ମନୁଷ୍ୟର କାମୁକତା ଲୁଚିକରି ଥାଏ । କେତେଜଣ ଲୁଚେଇ ରଖିବାରେ ସକ୍ଷମ ହୋଇ ପାରନ୍ତି ନାହିଁ । ଅନେକ ବି ସମାଜରେ ନିଜକୁ ଲୁଚେଇ ସମାଜକୁ ଜଣା ନପଡିବା ପରି ନିଜର କାମୁକତା କୁ ପୂରଣ କରିଥାନ୍ତି ।
ମେଘା-ଏ ବିଷୟରେ ମୁଁ ଦେଖୁଛି ତୁମର ତ ଭଲ ଅଭିଜ୍ଞତା । ତାହାହେଲେ ମୁଁ ଏଥିରୁ ଜାଣିଲି ତୁମେ ଏ ଭଳି ଚିନ୍ତାଧାରାକୁ ପସନ୍ଦ କର ।
ସନ୍ଦିପ-ଏବେ ସବୁ ତମ ଉପରେ ।  ତୁମେ ଯାହା ବୁଝୁଥିବ ।
   ଖାଇସାରିବା ପରେ ପିଅନ ଆସି ଅଇଁଠା ବାସନ ସବୁ ଉଠେଇ ନେଇ ପରିଷ୍କାର କରିନେଇଛି । ତା ପରେ ଦୁହେଁ ଗୋଟିଏ ସୋଫା ଉପରେ ବସିଛନ୍ତି । ସନ୍ଦିପ ସୋଫାକୁ ଆଉଜି ପଡି ଗୋଟିଏ ଦୀର୍ଘ ନିଶ୍ୱାସ ନେଇଗଲା । ମେଘା ମଧ୍ୟ ଟିକେ ରୋମାଣ୍ଟିକ୍ ମୁଡରେ ସ୍ମିତ ହସ ମୁହଁରେ ସୋଫାକୁ ଆଉଜି ପଡିଲା । ଦୁଇ ଜଣଙ୍କ ଭିତରେ ଦୂରତା ବୋଧହୁଏ ଏକ ଚାଖଣ୍ଡରୁ ବି କମ୍ ହେବ । ସଙ୍ଗେସଙ୍ଗେ ମେଘା ତାର ବେକରେ ପିନ୍ଧିଥିବା ଗୋଲାପୀ ରଙ୍ଗର ମାଳି ଗୁନ୍ଥା ହୋଇଥିବା ସୁନାର ଚେନ୍‌ଟିକୁ ବାମହାତରେ ଟାଣିଧରି ସନ୍ଦିପକୁ ଦେଖେଇ କହିଲା । ଦେଖିଲ ଏଇଟା କେମିତି ଦେଖାଯାଉଛି । ସନ୍ଦିପ ଟିକିଏ ହାତବଢେଇ ଅତି ସଂଜତରେ ଚେନ୍‌ଟି ହାତରେ ଧରି ଦେଖିବାକୁ ଲାଗିଲା । ସନ୍ଦିପ କହିଲା ବହୁତ ସୁନ୍ଦର । ମେଘା ଜାଣିଶୁଣି ସନ୍ଦିପର ପାଖକୁ ଆଉଟିକେ ଲାଗିକରି ବସି କହିଲା ହଉ ଚାଲ ଯିବା । ସନ୍ଦିପ କହିଲା ଟିକେ ରେଷ୍ଟ୍ ନେବା ତାପରେ ଯିବା । 
  ସନ୍ଦିପ ଏଣେ ମେଘାର ତା ହଷ୍ଟେଲ୍‌ରୁ ପ୍ରତିଦିନ ଅଫିସ୍ ଯିବା ଆସିବା ପାଇଁ ଗୋଟିଏ କାର୍‌ର ବନ୍ଦୋବସ୍ତ ଆଗରୁ କରି ସାରିଛି । ଭାବିଛି ହଷ୍ଟେଲ୍‌ରେ ମେଘାକୁ ଛାଡିବା ସମୟରେ କହିବ । ମନେମନେ ଭାବିଛି ଆଜି ବାଟରେ ମେଘାକୁ ସେ କହିବ ଯେ ସେ ତାକୁ ଭଲପାଏ । ମେଘା ସୋଫା ଉପରୁ ଉଠି ପଡି ଟିକେ ଅଳସ ଭାଙ୍ଗିଛି । ସନ୍ଦିପ କହିଛି । ବସୁନ ଉଠିଗଲ କାହିଁକି । ମେଘା ପୁଣି ସନ୍ଦିପ ପାଖରେ ବସି ପଡିଛି । ସନ୍ଦିପ ଭାବିଛି ବାଟରେ କାହିଁଙ୍କି କହିବ ବର୍ତ୍ତମାନ କାହିଁଙ୍କି ନୁହେଁ । ଏମିତି ଭାବୁଭାବୁ ମେଘାକୁ ହଠାତ୍ କହିଉଠିଛି ମେଘା ମୋ ଆଡକୁ ଟିକେ ଚାହିଁଲ । ମେଘା ଅନେଇଛି । ସନ୍ଦିପ କହିଛି ମେଘା ଆଇ.ଲଭ.ୟୁ । ଆଇ.ଲଭ.ସୟୁ ଭେରି ମଚ୍ । ଏମିତି କହି କଣ ତା ମନକୁ ଆସିଲା କେଜାଣି ମେଘା ଗାଲରେ ଗୋଟେ କିସ୍ ଦେଇଦେଇଛି । ମେଘା ଲାଜେଇଯାଇ ଛିଡା ହୋଇ ଯାଇଛି । ସନ୍ଦିପ ଛିଡା ହୋଇ ମେଘାକୁ ହଗ୍ କରିଦେଇଛି । ମେଘା କିଛି ପ୍ରତିକ୍ରିୟା ନକରି ଛିଡା ହୋଇଛି ଓ ତା ଆଖିରୁ ଦୁଇଟୋପା ଲୁହ ଝରି ଆସିଛି । ସନ୍ଦିପ କିଛି ବୁଝି ପାରିନି । ଏହାର କାରଣ ମଧ୍ୟ ଯାଣିପାରିନି । ସଙ୍ଗେସଙ୍ଗେ ମେଘାକୁ ନିଜ ଶରୀରରୁ ଟିକେ ଦୂରକୁ କରିଦେଇ କହିଛି । ଆଇ,ଆମ ସରି । ଫ୍ରେଣ୍ଡସିପ୍‌ରେ କଣ ଏମିତି ମନା । ମେଘା ଆଉ କିଛି କହିନି । 
   ଗେଷ୍ଟୁରୁମ୍ ବାହାରକୁ ଆସି ଅଫିସ୍ ରୁମ୍‌ରେ ଛିଡା ହୋଇ ଡାକିଛି ସନ୍ଦିପ ପ୍ଲିଜ୍ ଚାଲ ଯିବା । ସନ୍ଦିପ ଆଉ ଆଦ୍ୟୈ ଅପେକ୍ଷା ନକରି ସାଙ୍ଗେ ସାଙ୍ଗେ ମେଘାକୁ କାର୍‌ରେ ବସାଇ ଦିଲ୍ଲୀ ଫେରିଛି । ମେଘା ସିଟ୍‌ରେ ପୁରା ଚୁପ୍‌ଚାପ୍ ବସି ରହିଛି କିଛିହେଲେ କଥା ସନ୍ଦିପକୁ କହିନାହିଁ । ମୁହଁଟି ଟିକେ ବିରସ କରିଦେଇଛି । ସନ୍ଦିପ ବାଟରେ କହିଛି, ତମେ ମନ ଦଃୁଖରେ କାହିଁକି ବସିଛ । କିଛି କହୁନ । ମେଘା କହିଛି ନାହିଁ ମନଦୁଃଖ ନାହିଁ । ହଷ୍ଟେଲ୍‌କୁ ଯିବାକୁ ଇଚ୍ଛା ହେଲାଣି । ସନ୍ଦିପ କହିଛି କାହିଁ ମୋ ସାଙ୍ଗରେ କଣ ଭଲ ଲାଗୁନି ନା କଣ ।
   ମେଘା ଉତ୍ତର ଦେଇଛି ନା ସେ କଥା ନୁହେଁ । ଆଉ ହଷ୍ଟେଲ୍ ଅଳ୍ପବାଟ ଅଛି । ସନ୍ଦିପ କହିଛି ଦେଖ ତୁମେ ମୋ ମୁହଁକୁ ଚାହିଁ ଟିକେ ହସ ନହେଲେ ମୋତେ ରାତିରେ ଆଦ୍ୟୈ ନିଦ ହେବନାହିଁ । ପ୍ଲିଜ୍ ଟିକେ ହସ ନା । ମେଘା ଟିକେ ସ୍ମିତହସ ହସି ଦେଇଛି । ସନ୍ଦିପ କହିଛି ଥ୍ୟାଙ୍କସ୍‌୍ । ହଷ୍ଟେଲ୍ ସାମନାରେ ସନ୍ଦିପ କାର୍ ଟିକୁ ରଖି ଦେଇଛି । ସନ୍ଦିପ କହିଛି ମେଘା ଆଜି ଭଳି ଦିନର ସୁଖର ଶେଷ ସମୟ ଆସିଯାଇଛି । କେଜାଣି କାହିଁଙ୍କି ତୁମଠାରୁ ଅଲଗା ହେଲା ପରେ ଆଗଭଳି ଆଉ କାମରେ ସେତେ ମନ ଲାଗୁନି । ସତରେ ମେଘା ତୁମେ ଏତେ କାହିଁକି ଭଲ ଲାଗୁଛ ତାହା ମୁଁ ଜାଣିପାରୁନି । ପ୍ରତି ମୁହୁର୍ତ୍ତରେ ତମେ ମୋ ମନର ଝରକାରେ ଉଙ୍କି ମାରୁଛ । ମୋ ମନର ଅସ୍ଥିରତାକୁ ତୁମର ସେ ଚୋରାଚାହାଣୀ ବଢେଇ ଦଉଛି । 
   ତୁମ ପାଖେପାଖେ ରହିବାର ହୃଦୟର ଜିଜ୍ଞାସା ସବୁବେଳେ ମୋତେ ଅସ୍ତବ୍ୟସ୍ତ କରି ପକଉଛି । ମେଘା କହିଛି ତୁମେ କେତେ ସୁନ୍ଦର ଓଡିଆ ଭାଷାକୁ ନିଖୁଣତାର ସହିତ କହି ପାରୁଛ ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ସତରେ ତୁମେ ଖାଣ୍ଟି ଓଡିଆ ପୁଅ ପରି ମନେ ହେଉଛ । ହେଲେ ମେଘା ତାର ଭଲ ପାଇବା କଥାକୁ ଆଦ୍ୟୈ ପ୍ରକାଶ କରୁନଥାଏ । ମେଘା କହିଛି ହଉ ଭଗବାନ କରନ୍ତୁ ତୁମର ଏ ଭଲପାଇବାଟା ଏମିତି ଥାଉ । ମେଘା ଗାଡିରୁ ଓହ୍ଲାଇଲା ବେଳକୁ ସନ୍ଦିପ କହିଛି କାଲିଠାରୁ ତୁମପାଇଁ ପ୍ରତିଦିନ ଅଫିସ୍‌କୁ ନେବା ଆଣିବାପାଇଁ ମୁଁ କାର୍‌ଟେ ବନ୍ଦୋବସ୍ତ କରିଦେଇଛି । ସେ ଆସି ଠିକ୍ ୯ଟାରେ ପହଞ୍ôଚବ । ତୁମକୁ ଆଉ ସକାଳ ୮ଟାରୁ ବସ୍‌ରେ ଯିବାରେ ନାହିଁ । ମେଘା ଟିକେ ବିରକ୍ତ ହୋଇ କହିଛି ଗୋଟିଏ ୧୫ ଦିନ ସର୍ମ୍ପକର ସାଙ୍ଗ ପାଇଁ ଏତେ ସବୁ ସୁବିଧା ଦେବାର ଅର୍ଥ କଣ ମୁଁ କାହିଁ କିଛି  ବୁଝି ପାରୁନି ।
   ମୋତେ ନ ପଚାରି ତୁମେ ଏତେ ବଡ କଥା କେମିତି ତୁମେ ମନେମନେ କରିଦେଲ । ସନ୍ଦିପ ଟିକେ ଶଙ୍କି ଗଲା । କହିଲା ଆଇ,ଆମ ସରି । ସନ୍ଦିପର ମନ ଦୁଃଖ ହୋଇଗଲା । ସେ ନିରାଶରେ କହିଲା ବୋଧହୁଏ ତୁମେ ମୋତେ ନିଜର ବୋଲି ଆଜି ପର୍ଯ୍ୟନ୍ତ ଗ୍ରହଣ କରିନ । ମେଘା କହିଲା ସେ କଥା ନୁହେଁ । ତୁମେ ବୁଝୁନ କାହିଁକିି । ହଉ ଠିକ୍ ଅଛି କାଲି ଗାଡିକୁ ଠିକ୍ ସମୟରେ ପଠାଇଦେବ । ସନ୍ଦିପ ମନେମନେ ବହୁତ ଖୁସି ହୋଇଗଲା । କହିଲା ମେଘା କେଜାଣି କାହିଁକି ଏ ବ୍ୟସ୍ତ ବହୁଳ ଅଶାନ୍ତଜୀବନରେ ଶାନ୍ତିର ସ୍ନିଗ୍ଧତା ସତେ ଯେମିତି ତୁମ ପାଖେପାଖେ ରହିଲେ ମନକୁ ମତୁଆଲା କରିଦେଉଛି । ତୁମର କଷ୍ଟକୁ ସତେ ଯେମିତି ମୋ ହୃଦୟ ଅନୁଭବ କରିବା ଆରମ୍ଭ କରିଦେଲାଣି । ତୁମ ମୁହଁରେ ଟିକେ ହସ ଓ ତୁମ ଚେହେରାରେ ଟିକେ ଖୁସି ଫୁଟେଇବାରେ ଅସୀମ ଆନନ୍ଦ ଅନୁଭବ କରୁଛି । 
   ତୁମର ପଦୁଟିଏ ହସ କଥା ମୋ ମନର ଚେନାଏ କ୍ଲାନ୍ତି, ମୁଠାଏ ଅବସାଦ, ଅଞୁଳାଏ ଦୁଃଖ କୁ ନେଇ ଆଖି ପିଛୁଳାକେ ଫିଙ୍ଗି ଦେଉଛି । ସତରେ ତୁମେ ମୋ ପାଇଁ ପ୍ରିତୀର ପରି, ମମତାର ଫରୁଆ । ପ୍ଲିଜ୍ ଟିକେ ମୋତେ ବୁଝ । ମୋର ମନକୁ ସମ୍ଭାଳ । ତୁମ ବିନା ଅଣନିଶ୍ୱାସି ଲାଗୁଛି । ମେଘା ଟିକେ ହସିଦେଇ କହିଛି ଆଚ୍ଛା ମୁଁ ହଷ୍ଟେଲ୍‌କୁ ଯାଉଛି । ସନ୍ଦିପ ହଠାତ୍ ମେଘାର ବାମ ହାତର ପାପୁଲିକୁ ତାର ଡାହାଣହାତରେ ଧରି ପକେଇଛି । ମେଘା ବୁଲିଯାଇ ଟିକେ ଛିଡା ହୋଇ କହିଛି ହଉ ଯିବାକୁ ଦିଅ । ସନ୍ଦିପ ତା ହାତକୁ ଧୀରେ ଛାଡିଦେଇଛି । ମେଘା ହଷ୍ଟେଲ୍ ଗେଟ୍‌ରେ ପସିଲା ବେଳକୁ ଟିକେ ବୁଲିକରି ସନ୍ଦିପକୁ ଅନେଇ ହସିଦେଇଛି । ତା ପରେ ସନ୍ଦିପ  ଫେରି ଆସିଛି ।
   ମେଘା ହଷ୍ଟେଲ୍‌କୁ ଯାଇ ନିଜ ବେଡ୍ ଉପରେ ଶୋଇ ଯାଇଛି । ଆଜି ବୋଧହୁଏ ତା ସଂକଳ୍ପର ପ୍ରଥମ ପାହାଚରେ ସିଏ ଗୋଡ ଦେଇସାରିଲାଣି । ମନରେ ବିଦ୍ରୋହ । ଘୃଣାର ଅରମା । ପ୍ରତିଶୋଧର ବହ୍ନି । ମନ ମଧ୍ୟରେ ପ୍ରତିକ୍ରିୟାର ବିଭିଷୀକା । ସ୍ୱାର୍ଥପର ଏ ପୁରୁଷପାଇଁ ଅନେକ ଘୃଣା । ଅଗ୍ନୀକୁ ସାକ୍ଷୀ ରଖି ଜୀବନରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଥୀ ହେବାର ବିଶ୍ୱାସରେ ବାନ୍ଧିହୋଇ ନାରୀ ଶରୀରର ଟିକିଏ ବାସନାରେ ସଙ୍ଗେସଙ୍ଗେ ବଦଳିଗଲା । କ୍ଷଣଭଙ୍ଗୁର ଜୀବନର ଅନିଶ୍ଚିତତୀକୁ ମଧ୍ୟ ଭୂଲିଗଲା । ପତ୍ନୀର ସ୍ନେହକୁ ବଳି ପକେଇ ସାରିଲାଣି । ଧୀରେ ଧୀରେ ସନ୍ଦିପ ଅନେକ କିଛି ମୋତେ ଦେଇ ଚାଲିବ । ଲୁଟିବି । ପାରୁ ପର୍ଯ୍ୟନ୍ତ ଲୁଟିବି । ଟିକେ ସ୍ନେହ ଦେଇ ଅନେକ କଷ୍ଟକୁ ତା ସହିତ ଗୁନ୍ଥି ଦେବି । ଏମିତି ଅନେକ ପ୍ରତିକ୍ରୟାରେ ପୁଣି ଦ୍ୱିତୀୟ ପୁରୁଷର ସନ୍ଧାନରେ ତା ମନ ବ୍ୟସ୍ତ ହୋଇ ପଡିଛି । ମନେମନେ ସ୍ଥିର କରିଛି ଏହି ସନ୍ଦିପ ସହିତ ଗଲେ ପୁଣି ଏକ ନୂତନ ପୁରୁଷର ସନ୍ଧାନ ନିଶ୍ଚୟ ତାକୁ ମିଳିବ । ତାକୁ ମଧ୍ୟ ନିଜର ମିଛ ପିରତୀରେ ଛନ୍ଦି ଦେବ । ସେଦିନ ଏମିତି ଭାବନାରେ ରାତି କଟି ଯାଇଛି । 
   ସକାଳୁ ଶେଯରୁ ଅଳସ ଭାଙ୍ଗି ଉଠିପଡିଛି ମେଘା । ହଷ୍ଟେଲ୍‌ରେ ଟିକେ ଏପଟ ସେପଟ ହୋଇ ଜାଣିଶୁଣି ଟିକେ ଡେରି କରିଦେଇଛି । କାରଣ ଆଗଭଳି ଆଜି ତାକୁ ଆଉ ୮ଟାରେ ହଷ୍ଟେଲ୍‌ରୁ ବାହାରିବାକୁ ପଡିବନି । ତାକୁ ୯ଟାରେ ବାହାରିଯିବାକୁ ପଡିବ ଓ ପୁଣି ଆଜି ସିଏ କାର୍‌ରେ ଯିବ । ଚାହୁଁ ଚାହୁଁ ୯ଟା ହୋଇଯାଇଛି । ସେ ଠିକ୍ ୯ଟାରେ ବାହାରି ଆସି ହଷ୍ଟେଲ୍ ଗେଟ୍ ବାହାରେ ଦେଖେତ କାର୍‌ଟିଏ ଆସିଛିଡା ହୋଇଛି । ଆଉ ସନ୍ଦିପ କହିଥିବା କାର୍ ନମ୍ବର ଡି.ଆଇ.–୫୦୨୧, ସେହି ଗାଡିର ନମ୍ବର ।  ତେଣୁ ମେଘା କନଫର୍ମ ହୋଇଯାଇଛି ଯେ ଏହି ଗାଡିଟି ତା ପାଇଁ । ସେ କାର୍ ପାଖକୁ ଯାଇଛି । ଡ୍ରାଇଭର୍ ନମସ୍କାର କରି ପଚାରିଛି, ମେଘା ମାଡାମ୍ ପ୍ଲିଜ ବୈାଠିଏ । ମେଘା କାର୍ ଭିତରେ ବସିଛି । ଡ୍ରାଇଭର୍ ନେଇ ଠିକ୍ ୯ଟା୪୫ରେ ସେ ମେଘା ଅଫିସ୍ ସାମନାରେ ପହଞ୍ଚେଇ ଦେଇଛି । ମେଘା କାର୍‌ରୁ ଓହ୍ଲେଇଲା ବେଳେ ଅଫିସ୍‌ର ଅନ୍ୟ ଜଣେ ଷ୍ଟାଫ୍ ଦେଖିଛି ।
ଅଫିସ୍‌ରେ ମେଘା ବସିବା ସଙ୍ଗେସଙ୍ଗେ ସନ୍ଦିପକୁ ଫୋନ୍ କରିଛି ।
ସନ୍ଦିପ- ହେଲୋ
ମେଘା- ଗୁଡ୍ ମର୍ଣ୍ଣିଙ୍ଗ୍ 
ସନ୍ଦିପ- ମର୍ଣ୍ଣିଙ୍ଗ୍ 
ମେଘା- ଥ୍ୟାଙ୍କସ୍ ଏ ଲଟ୍‌
   ସନ୍ଦିପ କହିଛି ଏ ଥ୍ୟାଙ୍କ୍‌ସ କୁ ଆଜିଠାରୁ ବନ୍ଦ କର । ଆରାମରେ ପହଞ୍ôଚଲତ । ମେଘା କହିଛି ହଁ । ହଉ ମୁଁ ପରେ କଥା ହେବି । ମେଘା ଅଫିସ୍ କାମରେ ବ୍ୟସ୍ତ ଥିବା ବେଳେ ସେ ପଟେ ଅଫିସ୍‌ରେ ଷ୍ଟାଫ୍ ମାନଙ୍କ ମଧ୍ୟରେ ଟୁପୁରୁ ଟାପୁରୁ ଯେ ଏ କାର୍‌ଟି ମେଘା ମାଡାମ୍ କିଣିଲେ ନା କଣ । ଯଦି କିଣିଛନ୍ତି ତାହାହେଲେ ପାର୍ଟି ଦେବା କଥା । ମେଘା ଏକଥା ଶୁଣିଲା ପରେ ମନେମନେ ଭାବିଛି ଏମାନଙ୍କୁ କଣ ଉତ୍ତର ଦେବ । ସବୁଦିନ ତ କାର୍ ରେ ଆସିବ । ମୋ ନିଜ କାର୍ ବି କହି ପାରିବନି । ଏମିତି ଅନେକ ଦ୍ୱନ୍ଦ ଭିତରେ ଠିକ୍ ୧୨ଟା ୩୦ରେ ସନ୍ଦିପକୁ ଫୋନକରି ଜାଣିଶୁଣି କହିଛି । ଏବେ ମୋର ଏକ ସମସ୍ୟା । ମୁଁ ଏଠି କେମିତି ହ୍ୟାଣ୍ଡଲ୍ କରିବି କୁହ । ସନ୍ଦିପ କହିଛି ଦେଖ ମୋତେ ମିଛ କହିବାଟା ଆଦ୍ୟୈ ଭଲଲାଗେନି । ଆଜିଠାରୁ ଏ କାର୍‌ଟି ତୁମର । ତମ ପାଖରେ ତାର ଓନରସିପ୍ କାଗଜପତ୍ର ତୁମ ନାଁରେ କାଲି ମୁଁ ଡ୍ରାଇଭର୍ ହାତରେ ପହଞ୍ଚେଇ ଦେବି । ମେଘା କହିଛି ତୁମେ ଏତେ ବଡବଡ ଉପକାର କରୁଛ ଆଉ ମୁଁ ଏ ଗୁଡିକ କେମିତି ଶୁଝିବି ମୁଁ ତ ନିଜେ ଜାଣିପାରୁନି । ସନ୍ଦିପ କହିଛି ଆଉ ଏଭଳି କଥା ଜୀବନରେ କେବେ କହିବନି । ମେଘା ମନେମନେ ଭାବିଛି ଆଜି ସେ ମୋତେ ଏତେ ଭଲପାଇବସିଲାଣି ଯେ ଗୋଟିଏ କାର୍ ଦେଇ ସାରିଲାଣି । ତେଣୁ ମୁଁ ମୋର ଲକ୍ଷ ସ୍ଥଳରେ ପାଖାପାଖି ପହଞ୍ôଚଗଲାଣି । ମେଘା କହିଛି ଆସନ୍ତା ରବିବାର ଦିନ ଦେଖାହେବ । ସନ୍ଦିପ ମନେମନେ ଭାରି ଖୁସି ହୋଇଯାଇଛି । ଏମିତି ପ୍ରତିଦିନ ମେଘା କାର୍‌ରେ ଅଫିସ୍ ଯାଏ ଅଫିସ୍‌ରେ ସମସ୍ତେ ଜାଣନ୍ତି ମେଘା ମାଡାମ କାର୍‌ଟି କିଣିଛନ୍ତି । ରବିବାର ଆସିଯାଏ । 


*****


ନଅ


   ଗୋପୀନାଥ ଏକ ଅଜବ ଚରିତ୍ର । ସହରୀ ଜୀବନର ସୂକ୍ଷ୍ମ ଉପାଦାନକୁ ତା ଜୀବନ ଶୈଳୀରେ ସେ ପୁରାପୁରି ଆବୋରି ନେଇଛି । ତା’ର ଜୀବନର ଅଭୀପ୍‌ସା ବସ୍ତୁବାଦରେ ଗଢା । ସେ ଗୋଟିଏ କଥା ଜାଣିଛି, ଏ ସଂସାରରେ ଯାହା ବି କିଛି ମଣିଷ ମାନେ କରୁଛନ୍ତି ସବୁ ଟଙ୍କା  ବା ଧନ ସମ୍ପତ୍ତି ପାଇଁ । ଧର୍ମ ହେଉ ଅଧର୍ମ ହେଉ, ହିଁସା ଅବା ଶାନ୍ତି ହେଉ ଯାହା ବି ଏ ମଣିଷ କରୁଛି ସେ କେବଳ ଟଙ୍କା ପାଇଁ କରୁଛି । ସେ ଧରିନେଇଛି ଟଙ୍କା ହିଁ ମଣିଷ ଜୀବନର ସୁଖ ସର୍ବସ୍ୱ । ଶାନ୍ତି ହୁଏତ ମିଳିନପାରେ କିନ୍ତୁ ଟଙ୍କା ଥିଲେ ସବୁ ସୁଖ ଆପେଆପେ ଆସି ତୁମ ଘରପିଣ୍ଢା ତଳେ ନିଜର ପସରା ମେଲେଇ ବସିବେ । ଟଙ୍କା ସବୁକିଛି । ଟଙ୍କା ବିନା ଏ ଜୀବନରେ ସୁଖର ଅସ୍ତିତ୍ୱ ନାହିଁ । ଆଜିର ଦୁନିଆରେ କେବଳ ଯେ ଟଙ୍କା ବଦଳରେ ସମସ୍ତ ପ୍ରକାର ପ୍ରକୃତିଦତ୍ତ ବସ୍ତୁ ବା ପଦାର୍ଥ ମିଳି ପାରେ ତାହାନୁହେଁ, ମଣିଷ ହୃଦୟର ଆବେଗ ମଧ୍ୟ ମିଳିପାରେ । ସ୍ନେହ, ପ୍ରିତୀ, ପ୍ରେମ, ମମତା ସବୁ ଟଙ୍କାର ଗୋଲାମ୍ । 
   ଟଙ୍କା ଫୋପାଡ, ତୁମ ପଛେ ପଛେ ଅସୁମାରି ସୁନ୍ଦରୀ ଆପେଆପେ ଗୋଡାଇବେ । ଖାଲି ଗୋଡେଇବେନି, ନିଜର ଶରୀରର ସର୍ବସ୍ୱ ଅକୁଣ୍ଠରେ ଦାନ କରିଦେବେ । ପଇସାଥିଲେ ସମସ୍ତେ ତୁମର ସାଙ୍ଗ ହୋଇଯିବେ । ପଇସା ଫିଙ୍ଗିଲେ ଭଲଭଲ ଝିଅ ବୋହୁଙ୍କୁ ସାଙ୍ଗ ସହଜରେ କରିହୁଏ । ତାଙ୍କ ସହିତ ମଉଜ ମଜଲିସ୍ ବି କରିହୁଏ । କେତେ ପାର୍ଟି, କେତେ ଡେଟିଙ୍ଗ୍ ବି ତାଙ୍କ ସହିତ ବହୁତ ସହଜରେ କରିହୁଏ । ତେଣୁ ଜୀବନକୁ ଉପଭୋଗ କରିବା ପାଇଁ ମୂଳ ଆବଶ୍ୟକତା ହେଲା ଟଙ୍କା । ଟଙ୍କା ମଣିଷକୁ କନ୍ଦାଇପାରେ । ମଣିଷକୁ ହସାଇପାରେ । ଟଙ୍କା ସମ୍ପର୍କ ଯୋଡିପାରେ ଆଉ ସମ୍ପର୍କ ଭାଙ୍ଗି ପାରେ । ସେଇଥିପାଇଁ ନିଜ ଘର ଭିତରେ ହିଁ ସେ ଶିଖିଛି, ଏ ଟଙ୍କା ପ୍ରତି ଅହେତୁକ ଦୃର୍ବଳତା । 
   ମନେମନେ ବଡହେଲା ପରଠାରୁ ଭାବେ ଆଗ ଭଲ ଚାକିରୀଟିଏ କରିବି । ଟଙ୍କା ରୋଜଗାର କରିବି । ଟଙ୍କା ରୋଜଗାର କଲେ ମନକୁ  ମନ ଅନେକ ଝିଅ ତା ପଛରେ ଆସିବେ । ସେଇଆ ହିଁ କରିଛି । ପାଠ ପଢିଛି ମନଧ୍ୟ୍ୟାନ ଦେଇ । ଶେଷକୁ ବ୍ୟାଙ୍କରେ ପି. ଓ. ଭାବରେ ଚାକିରୀ କରିଛି ଆସି ସୁଦୂର ରାଜଧାନୀ ଦିଲ୍ଲୀରେ । ପ୍ରଥମେ ସେ ପୋଷ୍ଟିଙ୍ଗ୍ ପାଇଥିଲା କଲିକତାରେ । ସେଠାରେ ସେ ଦୁଇବର୍ଷ କାମ କରିଛି । ନୂଆ ନୂଆ ପଇସା ରୋଜଗାର କରୁଥିବାରୁ କଲିକତାରେ ବି କେତେକ କୁ ନିଜର ଗାର୍ଲଫ୍ରେଣ୍ଡ୍ କରିଥିଲା । ଆଉ ସେମାନଙ୍କ ସହିତ ବହୁତ ମଉଜ ମସଲିସ୍ ବି କରିଛି । ପଇସା ଖର୍ଚ୍ଚ କରିଛି । 
   ନାରୀ ସଙ୍ଗର ଆସଙ୍ଗ ସେ ଅନେକ ଥର ଅନୁଭବ କରିଛି । ହେଲେ କାହାକୁ କେବେ ପ୍ରେମ କରିନି । କାହାକୁ ନିଜର ହୃଦୟକୁ ଦେଇ ବସିନି । ହେଲେ ମନେମନେ ଗୋଟିଏ ସୁନ୍ଦର ଜୀବନ ସାଥୀ ଖୋଜୁଥାଏ ଯାହା ସାଙ୍ଗରେ ସେ ଜୀବନ ବିତେଇବ । ଯେବେଠାରୁ କଲିକତାରୁ ଦିଲ୍ଲୀକୁ ଟ୍ରାନ୍ସଫର ହୋଇ ଆସିଛି ମନେମନେ ଭାବିଛି, ଗୋଟିଏ ଓଡିଆ ଝିଅକୁ ହିଁ ସେ ଜୀବନ ସାଥୀ କରିବ । କାରଣ ସେ ଯାଣେ ହୃଦୟର କଥା କେବଳ ମାତୃଭାଷାରେ ହିଁ ପରିପ୍ରକାଶ କରିହୋଇଥାଏ ।
   ଏଭଳି ଖିଆଲ ଭିତରେ ମେଘାର ଆକସ୍ମିତ ତା ଜୀବନରେ ପ୍ରବେଶ ତାର ଚିନ୍ତାଧାରାକୁ ସତ ରେ ପରିଣତ କରିଦେଇଛି । ଆଜି ବ୍ୟାଙ୍କ୍‌ରେ ପ୍ରଥମ ଦେଖାଠାରୁ ହିଁ ଗୋପୀନାଥକୁ  ମେଘା ବହୁତ ସୁନ୍ଦର ଲାଗିଛି । ସେ ମେଘାର ଚେହେରାରେ ଆତ୍ମହରା ହୋଇ ପଡିଛି । ମେଘାର ପ୍ରଥମ ଚାହାଣୀ ହିଁ ତା ହୃଦୟରେ ଏକ ଗଭୀର ଆଲୋଡନ ସୃଷ୍ଟି କରିଛି । ସେ ଅନେକ ଝିଅ ମାନଙ୍କୁ ଗାର୍ଲଫ୍ରେଣ୍ଡ କରି ସମସ୍ତଙ୍କ ସାଙ୍ଗରେ ଜୀବନକୁ ଉପଭୋଗ କରିଛି ସତ କିନ୍ତୁ ଏ ଭଳି କେଉଁ ଝିଅ ତାକୁ ଭଲ ଲାଗିନଥିଲେ । କାହିଁକି କେଜାଣି ତାକୁ ଏକ ଅଭୁତ ଆବେଗ ତା ମନରେ ତାକୁ ଆକୁଳିତ କରିବାରେ ଲାଗିଛି । 
   ମନେ ମନେ ସ୍ଥିର କରିଛି ପଇସା ଖର୍ଚ୍ଚ କଲେ ମେଘା ତାର ସହଜରେ ହୋଇଯିବ । ହେଲେ ଏଠି ତା ପାଇଁ ସେ ଯେଉଁ ଟଙ୍କା ଖର୍ଚ୍ଚ କରିବ କେବଳ ମେଘା ପାଇଁ ନୁହେଁ କିମ୍ବା ନିଜର କ୍ଷଣୀକ ଆନନ୍ଦ ପାଇଁ ନୁହେଁ ବରଂ ନିଜ ଜୀବନର ସବୁକିଛି ପାଇଁ । ତେଣୁ ଟଙ୍କା ଖର୍ଚ୍ଚ କରିବାର ସୀମା କୁ ମଧ୍ୟ ସେ ବଢେଇଦେବ ବୋଲି ମନେମନେ ସ୍ଥିର କରିଛି । 
   ପ୍ରକୃତିର ଏ କି ଅଭୁତ ଲୀଳା । ଟଙ୍କା ଖର୍ଚ୍ଚକରି ଝିଅ ମାନଙ୍କୁ ନିଜ ପ୍ରେମଜାଲରେ ଫସେଇ ଜୀବନକୁ ଉପଭୋଗ କରି ଛାଡଦେଇଛି କିନ୍ତୁ କେବେ ସେମାନଙ୍କୁ ନିଜର କରିନି । ହେଲେ ଆଜି ମେଘା ତାକୁ ବ୍ୟବହାର କରି ଯନ୍ତ୍ରଣା ଦେବ । ତାର ଅନେକ କିଛି ଲୁଟିବ । ଆଜି ସେ ବଳିର ଛେଳିପରି ମେଘା ଜାଲରେ ।
   ବ୍ୟାଙ୍କ୍‌ରେ ମେଘାର କାମ ସରିଲା ବେଳକୁ ମେଘା ଗୋପୀନାଥକୁ ତାର ଫୋନ୍ ନମ୍ବର ଟି ମାଗିଛି । ଏଥିରେ ଗେପୀନାଥର ଖୁସି କହିଲେ ନସରେ । ଉଭୟେ ଉଭୟଙ୍କର ଫୋନ୍ ନମ୍ବର ରଖିଛନ୍ତି । ମେଘା ବ୍ୟାଙ୍କରୁ କାମ ସାରି  ଗୋପୀନାଥ ଠାରୁ ବିଦାୟ ନେଇଛି । ବ୍ୟାଙ୍କ ଛାଡିଲା ବେଳେ ଗୋପୀନାଥ କୁ କହିଛି କିଛି କାମ ପଡିଲେ ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ । ଗୋପୀନାଥ ହସିଦେଇ କହିଛି ତାହାହେଲେ ତା ମୋର ଖୁସିର କଥା ହେବ । ମେଘା ମଧ୍ୟ ହସି ଦେଇଛି ଆଉ ମନେ ମନେ ବୁଝିଯାଇଛି ଯେ ଗୋପୀନାଥ ଆଜି ତାର ମାୟା ଫାନ୍ଦରେ ପଡିଗଲା ।
   ଗୋପୀନାଥ ର ମନ ଆଉ ସେଦିନ କାମରେ ସେତେଟା ଲାଗିନି । ଏକ ଅଭୂତ ଅଭିଜ୍ଞତା କୁ ସେ ସାଉଁଟି ଚାଲିଛି । ମେଘାର ମୁହଁ ତା ମନ ଭିତରେ ନାଚି ଚାଲିଛି । ତାର ଅସ୍ଥିରତା ବଢି ଯାଇଛି । ଏକ ଅପ୍ରକାଶିତ ଆଲୋଡନ ତା ମନ ମଧ୍ୟରେ ଆରମ୍ଭ ହୋଇଯାଇଛି ।
    ତାର ସ୍ମୁତିରେ ଟିକେଟିକେ ସମୟେ ସମୟେ ବିସୃୁତ ଧସେଇ ପଶିଛି । ଇଚ୍ଛା ପୁନଃ ଦେଖା କରିବାକୁ  ମେଘା ସାଙ୍ଗରେ । ହେଲେ କଣ ହୋଇଛି କେଜାଣି ସେ ସେତେଟା ସହଜ ମଣୁନି ମେଘାକୁ ଫୋନ୍ କରିବାକୁ । ଆଗରୁ ସବୁବେଳେ ଅନ୍ୟ ଗାର୍ଲଫ୍ରେଣ୍ଡ ମାନଙ୍କୁ ଅନାୟାସେ ବିନା ଦ୍ୱିଧାରେ ହାୟ, ହ୍ୟାଲୋ କିଛି ନା କିଛି ଫୋନ୍‌ରେ ଗପେ । ହେଲେ ଏଠି ସେ କେଉଁଥିପାଇଁ ଟିକେ ଶଙ୍କି ଯାଉଛି ତାହା କି ବୁଝିପାରୁନି । କିନ୍ତୁ ବାସ୍ତବତା ଏଇଆ ଯେ ସେ ସତକୁ ସତ ପ୍ରଥମଦେଖାରେ ହିଁ ମେଘା କୁ ଭଲପାଇ ବସିଛି । ମନର ଅସମ୍ଭାଳ ସ୍ଥିତିରେ ସେ ବହୁତ କଷ୍ଟରେ ଦୁଇଦିନ କଟିଲା ପରେ ଗୁରୁବାର ଦିନ ମେଘାକୁ ଫୋନ୍ କରିଛି । 
   ସେତେବେଳକୁ ମେଘା ଲଞ୍ଚ୍ କରି ନିଜ ଅଫିସ୍ ସିଟ୍ ରେ ବସିଥାଏ । ସେ ଗୋପୀନାଥର କଲ୍ ଦେଖି ଯେତିକି ଖୁସି ହୋଇଛି ସେତିକି ଗର୍ବ ଅନୁଭବ କରିଛି । ନିଜର ସୁନ୍ଦରତା ଓ ଚାତୁରୀରେ ଏ ପୁରୁଷଜାତି କୁ ଦ୍ୱୀପ ଟିଏ ଜାଳିବା ବେଳେ ପତଙ୍ଗକୁ ଆକର୍ଷଣ କରିବା ପରି ଆକର୍ଷିତ କରିବା ଦକ୍ଷତା ଉପରେ ସେ ବହୁତ ଖୁସି, ହେଲେ ପ୍ରତିଶୋଧାତ୍ମକ ଘୃଣାର ଚକ୍ରବ୍ୟୁହରେ ସେ ଆଜି ନିଜର ନିରୁତା ଚରିତ୍ରକୁ ବିକି ଚାଲିଛି ସେ କଥା ସେ ପାଶୋରି ସାରିଲାଣି । ଅନ୍ତର୍ଚକ୍ଷୁଃ ଆଜି ତାର ଅନ୍ଧତ୍ୱର ଢାଙ୍କୁଣୀରେ ଢାଙ୍କି ହୋଇଗଲାଣି ଏହି ଯୁକ୍ତିହୀନ ଆଉ ନିରର୍ଥକ ପ୍ରୟାସରେ ।
   ସେ ଆଜି ପଥଭ୍ରଷ୍ଟ ଯୁବାବସ୍ଥାରେ ଏକ ମୁହାଁ, ଜିଦ୍ ଓ ପଣରେ । ସର୍ବସ୍ୱ ଲୁଟିଯାଉ ପଛକେ ନିଜ ଉଦ୍ଦେଶ୍ୟରେ ସଫଳ ହେବ ସେ । ଫୋନ୍ ଉଠେଇ ହେଲୋ କହିଛି ।
 ହାୟ ସାର୍ ଗୁଡ୍ ମର୍ଣ୍ଣିଙ୍ଗ୍‌
 ଗୋପୀନାଥ ଉତ୍ତର ଦେଇଛି-ଭେରି ଗୁଡ ମର୍ଣ୍ଣିଙ୍ଗ୍ ।
 ମେଘା କହିଛି-ହ୍ୱାଟ୍ ଏ ସର୍ ପ୍ରାଇଜ୍ ?
   ମୁଁ ବିଶ୍ୱାସ କରିନଥିଲି, ଆପଣ ଫୋନ୍ କରିବେ । ମୋତେ ବହୁତ ଖୁସିଲାଗୁଛି । ଆପଣ କେମିତି ଅଛନ୍ତି । ଗୋପୀନାଥ ଉତ୍ତର ଦେଇଛି ହଁ ମୁଁ ଭଲଅଛି । ମେଘା କହିଛି ଆପଣ ମୋ ଅଫିସ୍ କୁ ଟିକେ ବୁଲିବାକୁ ଆସିଲେ ମୁଁ ବହୁତ ଖୁସି ହୁଅନ୍ତି । ଗୋପୀନାଥ ଆଶ୍ଚର୍ଯ୍ୟ ହୋଇଯାଇଛି । ସେ ଯାହା ଚାହୁଁଥିଲା ସେଇଆ ମେଘା କହିଛି । ଆରେ ଆପଣ ମୋ ମନ କଥା କେମିତି ଛଡେଇନେଲେ । ମୁଁ ଭାବୁଥିଲି ଆଜି ଆପଣଙ୍କ ଅଫିସ୍ କୁ ବୁଲିବାକୁ ଯିବାକୁ । ହେଲେ ଠିକଣା ଜାଣିନି । ମେଘା ତାର ଅଫିସ୍ ର ଠିକଣା କହିଛି । ପଚାରିଛି ଆପଣ କେତେବେଳେ ପହଞ୍ôଚବେ । ଗୋପୀନାଥ କହିଛି ଠିକ୍ ୪ଟା ୩୦ରେ । ଠିକ୍ ଅଛି ମୁଁ ଆପଣଙ୍କୁ ଅପେକ୍ଷା କରିଥିବି । ଗୋପୀନାଥ ର ମନରେ ଆନନ୍ଦର ସୀମା କହିଲେ ନସରେ । କହିଛି ଠିକ୍ ଅଛି । ଏହା କହି ଫୋନ୍ ରଖିଛି । ସେ ଦିନ ବ୍ୟାଙ୍କ୍ କାମକୁ ଜଲଦି ଜଲଦି ବହୁତ ଖୁସିରେ ସାରିବାକୁ ଚେଷ୍ଟା କରିଛି । କାରଣ ସେ ବ୍ୟାଙ୍କରୁ ୩ଟା ୪୫ରେ ବାହାରିବ । 
   ନିଜ ମାରୁତୀ କାର୍‌ଟି ନେଇ ଠିକ୍ ୪ଟା୩୦ରେ ଓଗ୍ କନେକ୍ସନରେ ପହଞ୍ôଚ ଯାଇଛି । ମେଘା ଅଫିସ୍ ରୁ ବାହାରି ଆସି ବହୁତ ଖୁସିରେ ଗୋପୀନାଥକୁ ସ୍ୱାଗତ ଜଣେଇଛି  ଓ ତାର ଅଫିସ୍ କୁ ନେଇଯାଇଛି । ସଙ୍ଗେସଙ୍ଗେ ଥଣ୍ଡା ମଗେଇ ତାକୁ ପିଇବାକୁ ଦେଇଛି । କିଛି ଜଳଖିଆ ମଗେଇବା ପୂର୍ବରୁ ଗୋପୀନାଥ କହିଛି ଆପଣ କେତେଟାରେ ଅଫିସ୍ ରୁ ବାହାରିବେ । ମେଘା କହିଛି ଠିକ୍ ୫ଟାରେ । କୋଉଠି ରହୁଛନ୍ତି । ମେଘା ଆଗରୁ ମନ ମଧ୍ୟରେ କାହାଣୀ ଗଢି ସାରିଥିଲା ଯେ ଗୋପୀନାଥକୁ ତାର ଶକ୍ତିନଗର ଘରକୁ କେବେ ବି ନବନି । ତାକୁ ସେ ଘରୁ ଦ୍ୱରେଇ ରଖିବ । ତେଣୁ ସେ ଉତ୍ତର ଦେଇଛି ମୋ ମଉସାଙ୍କ ପାଖରେ । ମୋ ମାଉସୀ ଜଣେ ଟିପିକଲ ଓଡିଆ । 
   ସେ କେବେ ବି ପସନ୍ଦ କରନ୍ତିନି ମୁଁ କେଉଁ ପୁଅ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲେ କିମ୍ବା ଯା ଆସ କରେ ।  ମୋ ମଉସା ରେଲିଆନ୍ସ ଏନେର୍ଜିରେ ସର୍ଭିସ କରନ୍ତି । ତେଣୁ ବହୁତ ରକ୍ଷଣଶୀଳ ପରିବାର ଭିତରେ ରହୁଛି । ମଉସାଘର ଏଇ ଶକ୍ତି ନଗରରେ । ତେବେ ଚାଲନ୍ତୁ ସାଙ୍ଗ ହୋଇ ଯିବା । ବାଟରେ କଣ ଟିକେ ସ୍ନାକ୍ସ ଖାଇନେବା । ମୁଁ ଆପଣଙ୍କୁ  ଆପଣଙ୍କ ଘରେ ଛାଡିଦେଇଯିବି । ମେଘା କହିଛି । ତେବେ ଦୁଇଜଣ କଣ ଦୁଇଟା ଗାଡିରେ ଯିବା । ଗୋପୀନାଥ କହିଛି ନାହିଁ ମୋ ଗାଡିରେ ଯିବା । ଆପଣଙ୍କ ଗାଡି ଏହି ଅଫିସ୍ ରେ ରଖି ଦିଅନ୍ତୁ ।  ମେଘା କହିଛି କାଲି ଅଫିସ୍ ଆସିଲା ବେଳକୁ କେମିତି ଆସିବି । 
   ଗୋପୀନାଥ କହିଛି ମୁଁ ଆପଣଙ୍କୁ ଆଣି ଛାଡିଦେବି । ମେଘା ବି ସେଇଆ ଚାହୁଁଥିଲା । ମେଘା ଗୋପୀନାଥ କାର୍‌ରେ ବସିଛି ଓ ଦୁହେଁ ଅଫିସ୍ ରୁ ବାହାରିଛନ୍ତି । ମେଘା ଯେତେବେଳେ ଗୋପୀନାଥର କାର୍ ଭିତରେ ପଶିଛି ସେ କାର୍‌ର ଭିତର ଦୃଶ୍ୟ ଦେଖି ଅବାକ୍ ହୋଇଯାଇଛି । କାର୍ ଭିତରେ ଥିବା ପ୍ରତିଟି ଅଂଶ ହେଉ. ସିଟ୍ ହେଉ, ଅବା ସିଟ୍ ବେଲ୍ଟ୍ ହେଉ ସେହି ଗୋଟିଏ ପ୍ରକାର ଚିତ୍ର ଯାହା କାର୍ ଭିତର ଟିକୁ ଅତୀବ ଆକର୍ଷଣ କରିଥାଏ । କାର୍‌ଟିର ଶଦ୍ଦ ଏତେ କ୍ଷୀଣ ଯେ ଭିତରକୁ କିଛି ଶୁଣାଯାଉ ନଥାଏ । କାର୍‌ରେ ଥିବା ଶୀତତାପନିୟନ୍ତିତ ଯନ୍ତ୍ରର ଶଦ୍ଦ ମଧ୍ୟ ନଥିବା ପରି । ସତେ ଯେମିତି ସ୍ୱପ୍ନର ସ୍ୱର୍ଗପୁର  ପରି କାର୍ ଭିତରର ପରିବେଷ୍ଟନି । ଦିଲ୍ଲୀର ସେ ଅସ୍ତବ୍ୟସ୍ତ ଜୀବନର କୋଳାହଳ କାର୍ ଭିତରର ଶାନ୍ତ ପରିବେଶକୁ ଚହଲେଇ ପାରୁନଥାଏ । 
   ଏତେ ଯତ୍ନ ଏତେ ସୁନ୍ଦରତାରେ ଆକୁ ସଜେଇ କେମିତି ରଖିଛି ଏ ଗୋପୀନାଥ ସେ ଆଶ୍ଚର୍ଯ୍ୟ ହୋଇଯାଇଛି । ସେ ନିଶ୍ଚିତ ହୋଇଯାଇଛି ଯେ ଏ କାର୍ ଭିତରେ ଆଜି ପର୍ଯ୍ୟନ୍ତ କେଉଁ ପିଲା ପସି ପାରିନାହାନ୍ତି । ନଚେତ୍ ଏହାର ସୁନ୍ଦରତା ଏତେ ନଥାନ୍ତା । ମେଘା ପଚାରିବାକୁ ଆରମ୍ଭ କରିଛି । ଆପଣ ଏ କାର୍‌କୁ ଏତେ ସୁନ୍ଦର ଭାବରେ ସଜେଇଛନ୍ତି ତାହା ମୁଁ ଶଦ୍ଦରେ ପରିପ୍ରକାଶ କରିପାରୁନି । ସତରେ ବହୁତ ସୁନ୍ଦର । ଗୋପୀନାଥ କହିଛି ଧନ୍ୟବାଦ । ମୋ କାର୍‌ଟି ସିନା ସୁନ୍ଦର ହେଲେ ଏ କଣ ଆପଣଙ୍କୁ ଠୁ ସୁନ୍ଦର । ଗୋପୀନାଥ କହିଛି ।
   ମେଘା ଟିକେ ଲାଜେଇ ଯିବାର ଅଭିନୟ କରିଛି । ସତରେ ଆପଣ ବହୁତ ସୁନ୍ଦର । ଆପଣଙ୍କ କଥା ଗୁଡିକ ବହୁତ ମଧୁର । ଆପଣଙ୍କ ସଙ୍ଗେ କଥା ହେଲେ ବହୁତ ଭଲ ଲାଗୁଛି । ଗୋପୀନାଥ କହିଚାଲିଛି ।
ମେଘା- ଏବେ ଆମେ କେଉଁଠି କି ଯିବା ।
ଗୋପୀନାଥ- ଆପଣ ଯେଉଁଠି କି କହିବେ ।
ମେଘା- ଚାଲନ୍ତୁ ଗୋଟିଏ କଫି ପିଇ କରି ଯିବା ।
ଗୋପୀନାଥ- ଓକେ, ସେ କାର୍‌କୁ ନେଇ ରାସ୍ତାରେ ଥିବା ଗୋଟିଏ କଫିସପ୍ ସାମନାରେ କାର୍ ଟିକୁ ରଖିଛି । ଦୁଇଜଣ କଫିସପ୍ ରେ କଫି ପିଇଛନ୍ତି । ମେଘା ପ୍ରୀତି ଭରା କଥା ଆରମ୍ଭ କରିଦେଇଛି ।
ମେଘା- ଆପଣ କଣ ଏକୁଟିଆ ରହୁଛନ୍ତି 
ଗୋପୀନାଥ- ହଁ ।
ମେଘା- ଘର ଲୋକ ସବୁ କେଉଁଠି ।
ଗୋପୀନାଥ- ସେମାନେ ରାଉରକେଲାରେ ରହୁଛନ୍ତି । 
ମେଘା –ଘରେ କିଏ କିଏ ଅଛନ୍ତି ।
ଗୋପୀନାଥ-ବାପା, ବୋଉ, ଆଉ ସାନ ଭାଇ । ଆଉ ବାପା ଅବସରପ୍ରାପ୍ତ ସରକାରୀ ଚାକିରୀଆ ।
 ମେଘା – ତେବେ ସେମାନେ ଅପଣଙ୍କୁ ବହୁତ ମିସ୍  କରୁଥିବେ । 
ଗୋପୀନାଥ- ସେମାନେ ଅଭ୍ୟାସରେ ପଡିଗଲେଣି । 
ମେଘା- କାଳେ ଗୋପୀନାଥ ତା ବିଷୟରେ କଣ ପଚାରିବ ତାକୁ ଆଭଏଡ୍ କରିବାକୁ ଯାଇ ହଠାତ୍ ସେ ଦିଲ୍ଲୀ ର ବ୍ୟସ୍ତ ବହୁଳ ଜୀବନ ବିଷୟରେ ଛୋଟିଆ ଟିପ୍‌ପଣି ଦେବା ଆରମ୍ଭ କରିଛି । ଦେଖିଲେ ଏ ସହର କେତେ ବ୍ୟସ୍ତ । ଅହରହ କ୍ଷିପ୍ରତାରେ ଚଳଚଞ୍ଚଳ । ଏଠାରେ ଆବେଗର ଆଦର ନାହିଁ । ଟଙ୍କା ସର୍ବସ୍ୱ ଏ ପାଣି ପବନ । ସମସ୍ତେ ଧାଇଁଛନ୍ତି ଏକ ମୁହାଁ ହୋଇ ଖାଲି ଧନ ପ୍ରାପ୍ତିର ଆଶାରେ । କାହା ପାଖରେ ସମୟ ନାହିଁ କାହାକୁ ଅପେକ୍ଷା କରିବାକୁ । ତଥାପି କୁହନ୍ତି ଥରେ ଏ ରାଜଧାନୀର ପାଣିପବନରେ ଯିଏ ଢଳିଗଲା ସିଏ ଫେରିବାକୁ ଆଉ ନାଁ ନିଏନି । 
   ଏଠି ବ୍ୟକ୍ତି ସ୍ୱାଧୀନତା ଗାଁ ଗଣ୍ଡାରୁ ଯଥେଷ୍ଟ ଅଧିକ । ସମସ୍ତେ କୃତ୍ରିମ ସ୍ନେହରେ ପରସ୍ପରକୁ ଆପ୍ୟୟିତ କରିବାରେ ଲାଗିଛନ୍ତି । ତଥାପି କାହିଁକି କେଜାଣି ଏ ଦିଲ୍ଲୀ ନିଜଠୁ ବି ନିଜର ହେବାକୁ ବସିଲାଣି । ନିଜ ଅଫିସ୍ ଚାମ୍ବରଟି ଏକ ଅନନ୍ୟ ପୃଥିବୀ । ନିଜ ଇଚ୍ଛାରେ ତାର ପରିବେଶକୁ ସଜେଇ ହୁଏ । ଏକୁଟିଆ ନିଜର ଐକାନ୍ତିକ ଇଲାକାରେ ମନ ବୁଲିଚାଲେ । କେତେ ଯେ ଅତୀତର ମଧୁର ସ୍ମୁତି, କେତେ ଯେ ଭବିଷ୍ୟତର ସୁନେଲି ସ୍ୱପ୍ନ ଏମନ ଭିତରେ ପୁରୁଣା କାଳିଆ ସିନେମାର ରିଲ୍ ର ଗତି ପରି ଟାଣିହୋଇ ଚାଲେ । ମଝିରେ ମଝିରେ ଅଫିସ୍‌ରେ ବାହାର ମଣିଷର ଆକଷ୍ମିକ ପ୍ରବେଶ ଖିଆଲି ମନର ଅବାସ୍ତବ ସ୍ୱପ୍ନକୁ ପଥଭ୍ରଷ୍ଟ କରିଦିଏ । ବେଳେ ବେଳେ ମନେମନେ ଚିଡଚିଡା ପଣ ବାହାରି ଆସେ । 
   ମେଘାର ଏ ଛନ୍ଦଭରା ହୃଦୟର କଥା ଗୁଡିକ ଗୋପୀନାଥ ଏକ ପଲକରେ ଶୁଣି ଚାଲିଛି । ମେଘାର ସୁନ୍ଦର ମୁହଁ ସାଙ୍ଗକୁ ତାର ସେ ମତୁଆଲା ହୃଦୟସ୍ପର୍ଶୀ କଥା ଗୁଡିକ ଗୋପୀନାଥ କୁ ଅନ୍ୟ ଏକ ନିକାଞ୍ଚନ ଦିଗ୍ ବଳୟକୁ ଟାଣି ନେଇଛି । ହଜି ଯାଇଛି ନିସ୍ତବଧ୍ ଓ ନିଷ୍କ୍ରିୟ ଭାବନାର ବେଳା ଭୂମୀରେ । ସ୍ୱପ୍ନ ମେଘାକୁ ଜୀବନସାଥି କରିବା । ମେଘାର ଆଶାନୁରୂପ ଦିଗରେ ଗୋପୀନାଥର ଗତି ମେଘାକୁ ଉତ୍କଣ୍ଠିତ କରୁଥାଏ । ଏମିତି ଭାବରେ କଫି ପିଆ ଦୁଇଜଣଙ୍କର ସରିଯାଇଛି । ଦୁଇଜଣ ଉଠିଛନ୍ତି ବାହାରକୁ ଯିବାକୁ । ନିଜ ଜାଗାକୁ ଉଠିଲା ବେଳେ ମେଘା କେଶକୁୁ ବାନ୍ଧିରଖିଥିବା ହେୟାର କ୍ଲିପ୍ ଟି ହଠାତ୍ ଗୋପୀନାଥ ହାତ ବାଜି ଖସିପଡିଛି । ମେଘାର କୁଞ୍ଚକୁଞ୍ôଚଆ ସୁନ୍ଦର କଳା କେଶତକ ନିଜର ଡେଣା ମେଲେଇଲା ପରି ଖେଳିଯାଇଛନ୍ତି । ମେଘାର ସୁନ୍ଦରତାର ଗାଢତା ଆହୁରି ବଢିଯାଇଛି । ଗୋପୀନାଥ ତରତରରେ ତଳୁ ହେୟାର କ୍ଲିପ୍‌୍‌ଟି ଗୋଟେଇ ମେଘା କେଶ ଆଡେ ଅନେଇ ରହିଛି । 
   ମେଘା ପଚାରିଛିି କଣ ଦେଖୁଛନ୍ତି । ଗୋପୀନାଥ କହିଛି ମୁଁ ଦେଖୁଛି ଭଗବାନ ଆପଣଙ୍କର ଏ କେଶ ଗୁଡିକ କେତେ ମନୋରମ କରି ଗଢିଛନ୍ତି? ଏହାର ବାସ୍ନା ବି ନିଆରା । ଇଛା ହେଉଛି ହାତରେ ଥରେ ଆଉଁସି ଦେବାକୁ । ତାହାହେଲେ ଥରେ ଆଉଁସୀ ହେଉନାହାନ୍ତି । ଆଉ ଏ କ୍ଲିପ୍‌ଟା ଲଗେଇ ଦିଅନ୍ତୁ । ଏତିକି କହି ମେଘା ଆଗକୁ ଆଗକୁ ମାଡିଚାଲିଛି । ଦୁଇଜଣ କଫିସପ୍ ର ବାହାରକୁ ଆସିଛନ୍ତି ।
     କଫିସପ୍ ର ଦୁଆରଠାରୁ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ଦୁଇଶହ ହାତ ଖଣ୍ଡେ ବଗିଚାର ରାସ୍ତା ଯାହା ଅତ୍ୟନ୍ତ ନିରୋଳା ଓ ଶାନ୍ତ । ଅନ୍ଧାର ରାତିରେ ବଗିଚାଟିରେ ଛୋଟ ଛୋଟ ବିଜୁଳି ବତୀର ସଜା ନିରୋଳାପନ କୁ ବିବିଧତା ପ୍ରଦାନ କରୁଥାଏ । ମେଘା ଆଗେ ଆଗେ ଧୀରେଧୀରେ ଚାଲିଛି ଯେମିତି ଗୋପୀନାଥର ଦେହରେ ତାର ଶରୀରର କିଛି ଅଙ୍ଗ ନିଶ୍ଚୟ ସ୍ପର୍ଶକରୁ ।
   ସେଇଆ ହୋଇଛି । ଗୋପୀନାଥ ମନେମନେ ଦମ୍ଭ ଭିଡିଛି ମେଘା ମୁଣ୍ଡରେ କ୍ଲିପ୍ ଟି ଦେଇ ଦେବ ବୋଲି । ମେଘାକୁ ଜୀବନ ସଙ୍ଗୀନି କରିବାର ସ୍ୱପ୍ନରେ ସେ ପ୍ରାୟ ବିସ୍ମରି ଗଲାଣି ବର୍ତ୍ତମାନର ମୁହୂର୍ତ୍ତକୁ । ମେଘା ହଠାତ୍ ନିଜକୁ ଲାଜରେ ଢାଙ୍କି ଦେଲାପରି କହିଛି ସତରେ ଆଜି ବହୁତ ଭଲ ଲାଗୁଛି । ମୁଁ କେବେ ବି ବିଶ୍ୱାସ କରିନଥିଲି ଏମିତି ଆପଣଙ୍କ ସାଙ୍ଗରେ ଆଜି ଆସି କଫି ପିଇ ଦୁଇଜଣ ସନ୍ଧ୍ୟା ବିତେଇବା । ମେଘା ଜାଣିଶୁଣି ଆଉ କ୍ଲିପ୍ କଥା କିଛି କହିନି । ଦୁଇଜଣ କାର୍ ଭିତରେ ବସିଛନ୍ତି । 
   ଗୋପୀନାଥ କାର୍ ଡ୍ରାଇଭିଙ୍ଗ୍ କରିଛି । ହେଲେ ସେ ମଧ୍ୟ ସେ କ୍ଲିପ୍ ବିଷୟରେ କିଛି କହୁନଥାଏ । ମେଘା କହିଛି ହଉ ଏବେ ମୋତେ ଚାଲନ୍ତୁ ଛାଡି ଆସିବେ । ଦୁଇଜଣ ଯିବା ବେଳେ ମେଘା ରହୁଥିବା ଶକ୍ତିନଗର ଘରଠାରୁ ଅନତୀ ଦୂରରେ କହିଛି ଗାଡି ରଖିବାକୁ । ଆପଣ ଏଇଠି ମୋତେ ଛାଡି ଚାଲିଯାଆନ୍ତୁ । ମୋ ମାଉସୀ ଏଇଠି ଥିବେ । ଆମେ ଦୁଇଜଣ ମାର୍କେଟିଙ୍ଗ କରିଯିବୁ । ଗୋପୀନାଥ ଆଉ କିଛି ନକହି ନିଜ ପକେଟ୍‌ରେ ମେଘାର କ୍ଲିପ୍ ଟି ରଖି ଫେରି ଆସିଛି । ଗୋପୀନାଥ ଆଉ କିଛି ନକହି ନିଜ ପକେଟ୍‌ରେ ମେଘାର କ୍ଲିପ୍ ଟି ରଖି ଫେରି ଆସିଛି । ସେ ଦିନ ରାତିରେ କିନ୍ତୁ ଆଉ ଗୋପୀନାଥ ଶୋଇ ପାରିନି । ଟଙ୍କା ସର୍ବସ୍ୱ ଜୀବନରେ ଆଜି ମେଘା ଫାନ୍ଦରେ ପଡିଯାଇଛି । ପ୍ରେମର ପ୍ରଥମ ମାଦକତା ତାକୁ ଆଜି ନିଶ୍ୱାସି କରିଦେଇଛି ।
   ଅସଜଡା ହୋଇଯାଇଛି ମନର ଅଳିନ୍ଦ । ଚହଲି ଯାଇଛି ଜୀବନର ଶିଥିଳତା । ଟଙ୍କା ପ୍ରେମ ଆଜି ତାକୁ ଆଉ ବଡ ଦେଖାଯାଇନି । ଭାବନାରେ ଏବେ ଟଙ୍କା ପରିବର୍ତ୍ତେ ଦଣ୍ଡାୟମାନ ମେଘା ପ୍ରତି ପ୍ରୀତି । ଆଖି ଦୁଇଟା କୁ ନିଦ ମା’ ସତେ ଯେମିତି ଟିକେ ଟିକେ କର ଛଡା ଦେବାକୁ ଚେଷ୍ଟା କଲାଣି । ଏକ ଅପୂର୍ବ ଅନୁଭୁତିରେ ସେ ଶାନ୍ତି ପାଇଲାଣି । ମନର ତିକ୍ତତା,  କାମର ବ୍ୟସ୍ତତା ସେ ସବୁ ଭୂଲିବାକୁ ବସିଲାଣି ମେଘାର ଉପସ୍ଥିତିରେ । ଅନେକ କଥା ଭାବି ଚାଲିଛି ରାତି ସାରା ନିଜ ବେଡ୍ ଉପରେ ।  ମନେମନେ ଭାବିଛି ମେଘା ସହିତ ମିଶିବାର ତା ପାଖରେ ତା ହେୟାର କ୍ଲିପ୍ । ସେ ଏବେ ଯେଉଁଦିନ ମେଘା ସାଙ୍ଗରେ ମିଶିବ ସେହିଦିନ ଏହି କ୍ଲିପ୍ ଜରିଆରେ ମିଶିବ ଓ ତା  ମୁଣ୍ଡରେ କ୍ଲିପ୍ ଟି ଲଗେଇବ । ତା ହୃଦୟର କଥା କହିଦେବ ।  ଏଣେ ମେଘା ତାର ଆକାକ୍ଷାଂ ପୂରଣ କରିବାରେ ସଫଳ ହେବାର ଜାଣି ରାତିରେ ଶୋଇଯାଇଛି ।


*****


ଦଶ


   ସେଦିନ ରାତିରେ ମେଘା ଭାବିଛି ସନ୍ଦିପ ସହିତ ହାଲକା ଫୁଲକା ଶାରିରୀକ ସମ୍ପର୍କ ନ ରଖିଲେ ତାର ଭଲ ପାଇବାର ନିଶା ଟା ସୀମିତ ରହିଯିବ । ତେଣୁ କିଛି ନା କିଛି ତା ସହିତ କାଲି କରିବାକୁ ପଡିବ । ରବିବାର ଦିନ ସକାଳ ନଅଟାରେ ସନ୍ଦିପ ନିଜେ କାର୍‌ଟି ଆଣି ଆସି ହଷ୍ଟେଲ୍ ସାମନାରେ ପହଞ୍ôଚ ଯାଇଛି । ସେଦିନ ସନ୍ଦିପକୁ ମେଘା କହିଛି ଆଜି ଆମେ ବ୍ରେକ୍‌ଫାଷ୍ଟ୍ ପରେ ବାହାଲଗଡ୍ ଫ୍ୟାକ୍ଟ୍ରିକୁ ବୁଲିବାକୁ ଯିବା । ସନ୍ଦିପ ପଚାରିଛି କାହିଁକିି । ମେଘା କହିଛି ଗତ ରବିବାର ଫ୍ୟାକ୍ଟ୍ରି ସମ୍ପୁର୍ଣ୍ଣ ବୁଲିପାରି ନଥିଲେ । ଆଉ ସବୁଠୁ ବଡ କଥା ହେଉଛି ତୁମ ଫ୍ୟାକ୍ଟ୍ରି ଅଫିସ୍ ଏ ଦିଲ୍ଲୀର ପ୍ରଚଣ୍ଡ ଜନ ଗହଳି ଠାରୁ କ୍ଷାନ୍ତ ।
   ସୁନ୍ଦର ପରିବେଶକୁ ଶାନ୍ତ ବାତାବରଣ ମନକୁ ପ୍ରଶାନ୍ତି ଆଡକୁ ଟାଣି ନେଇଥାଏ । ସନ୍ଦିପ କହିଛି, ବାଃ ତୁମର ଏ ମନସ୍ତତ୍ତ୍ୱ ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ନିଶ୍ଚୟ ଯିବା । ଦୁଇ ଜଣ ଯାକ ପୂର୍ବ ରେଷ୍ଟୁରାଣ୍ଟ୍‌ରେ ବ୍ରେକ୍‌ଫାଷ୍ଟ୍ କରି ଫ୍ୟାକ୍ଟ୍ରି ଅଭିମୂଖେ ବାହାରିଛନ୍ତି । ବାଟରେ ମେଘା ରୋମାଣ୍ଟିକ୍ କଥା ଆରମ୍ଭ କରିଛି । ପଚାରିଛି ସନ୍ଦିପ, ଆଚ୍ଛା ତୁମେ କହିଲ ତୁମ ଜୀବନର ଅଭୂଲା ମୁହୂର୍ତ୍ତ କଥା । ଜୀବନରେ ଜୀବନର ସ୍ମୁତିସବୁକୁ ଜୀବନ୍ୟାସ ଦେବାକୁ ହେଲେ ସେ ମୂହୁର୍ତ୍ତ ଗୁଡିକୁ ନେଇ ଜଳିପାର ଅବା ମୂହୁର୍ତ୍ତଗୁଡିକର ଜୟଗାନ କରିପାର । ତେଣୁ ମୋ ମତରେ ସ୍ମୁତିର ସାଉଁଟା ବେଳ ଆସିଛି । ଦାନ୍ତ ଗଜରୁଥିବା ଶିଶୁର ଦରୋଟି ହସ ଯେତେବେଳେ ଦାନ୍ତ ଝଡିପଡିଥିବା ବୃଦ୍ଧାବସ୍ଥାର ଭୃକୁଟି ହସରେ ପରିଣତ ହୁଏ ତାହା ହିଁ  ସ୍ମୁତି ସାଉଁଟାର ପ୍ରକୃତ ବେଳ । ମେଘା ଏଭଳି କଥା ଶୁଣି ଠୋ କିନା ହସିଦେଇ କହିଲା ତୁମ ଚିନ୍ତା ଗୁଡିକ ସବୁଠାରୁ ଭିନ୍ନ । 
   ଏମିତି କଥା ହେଉହେଉ ଫ୍ୟାକ୍ଟ୍ରି ପାଖରେ ପହଞ୍ôଚ ଯାଇଛନ୍ତି । ଦୁଇଜଣଯାକ ଓହ୍ଲାଇ ପଡିଛନ୍ତି । ପିଅନ ଆସି ଗାଡିରୁ ସନ୍ଦିପର ଆଟାଚ୍ ନେଇ ଯାଇଛି । ଦୁହେଁ ଯାଇ ସନ୍ଦିପ ଅଫିସ୍‌ରେ ବସିଛନ୍ତି । ଅଫିସ୍‌କୁ ପିଅନ ସଙ୍ଗେ ସଙ୍ଗେ ଚା ଓ ଗୋଟିଏ ଲେଖାଁଏ ପେଟିସ୍ ନେଇ ଆସିଛି । ଦୁହେଁ ଚା ପିଇବା ସହିତ ପେଟିସ୍ ମଧ୍ୟ ଖାଇଛନ୍ତି । ତା ପରେ ମେଘା କହିଛି ଚାଲ ଫ୍ୟାକ୍ଟ୍ରି ବୁଲୁବାକୁ ଯିବା । ଦୁହେଁ ଫ୍ୟାକ୍ଟ୍ରି ବୁଲିବାକୁ ଯାଇଛନ୍ତି । ଫ୍ୟାକ୍ଟ୍ରି ବୁଲୁବୁଲୁ ଦିନ ଆସି କେତେବେଳେ ଗୋଟାଏ ହୋଇଗଲାଣି ସେମାନେ ଜାଣିପାରିନାହାନ୍ତି । ମେଘା ମଧ୍ୟ ବୁଲିବୁଲି ଥକି ପଡିଲାଣି । ମେଘା କହିଛି ହଉ ଚାଲ ଫେରିଯିବା । ସନ୍ଦିପ କହିଛି ଥକି ଗଲଣି ନା କଣ । ମେଘା କହିଛି ହଁ । ଦୁହେଁ ପୁଣି ଅଫିସ୍‌କୁ ଫେରିଯାଇଛନ୍ତି । ଅଫିସ୍‌ର ରେଷ୍ଟରୁମ୍‌ରେ ପିଅନ ସୁନ୍ଦର ଭାବରେ ଲଞ୍ଚ୍‌କୁ ସଜାଡି ଦେଇଛି । ଦୁହେଁ ଯାଇ ଖାଇଛନ୍ତି । ଖାଇସାରିବା ପରେ ପୂର୍ବପରି ସେ ସନ୍ଦିପ ଓ ମେଘା ଯାଇ ଗୋଟିଏ  ସୋଫା ଉପରେ ବସି ପଡିଛନ୍ତି । ହେଲେ ଆଜି ମେଘାର ଉଦ୍ଦେଶ୍ୟ ଆଉକିଛି । 
   ଆଜି ସେ ସନ୍ଦିପ ସାଙ୍ଗରେ ଟିକେ ରୋମାଣ୍ଟିକ୍ ହେବ ଓ କିଛିଟା ମସ୍ତି କରିବ ଯାହା ଫଳରେ ସନ୍ଦିପ ର ଆକର୍ଷଣ ତା ପ୍ରତି ଆହୁରି ବଢିଯିବ । ତେଣୁ ସେ ଜାଣିଶୁଣି ସନ୍ଦିପ ପାଖରେ ବସିଥିବା ସମୟରେ ଉପରକୁ ହାତ ଦୁଇଟି ଟେକି ଭିନ୍ନ ଚାହାଣୀରେ ଚାହିଁଛି । ଏତିକି ରେ ତୁମେ ଥକି ପଡୁଛ । ହଁ ବହୁତ ଥକି ପଡିଛି । ତୁମ ଦେହ ବହୁତ କୋମଳ । ଏ ସୁନ୍ଦର କୋମଳ ଚେହେରା ବହୁତ କଷ୍ଟ ସହି ପାରିବ ବା କିପରି ? ମେଘା ଆଉ ଟିକେ ଅଳସେଇ ହୋଇ ଭିଡିମୋଡି ହୋଇଛି । ଟିକେଟିକେ ଅଳସ ଆଖିରେ ସନ୍ଦିପ ଉପରକୁ ଆଉଜିପଡିଛି । 
   ସନ୍ଦିପ ନିଜର ହାତକୁ ଆଉ ସମ୍ଭାଳି ପାରିନି । ତାର ହାତ ଚଗଲାମି କରିବା ଆରମ୍ଭ କରିଦେଇଛି । ଦୁଇହାତ ଧୀରେଧୀରେ ମେଘାର ମୁହଁର ଦୁଇ କାନଝରା ଆଡକୁ ଯାଇଛି । ଧୀରେଧୀରେ ତା ମୁହଁଟି ଟାଣି ଆଣି ତା ଓଠକୁ ନିଜ ଓଠ ସହିତ ଲଗେଇ ଦେଇଛି । ତାପରେ ତାକୁ ନିଜ ଛାତି ଆଡକୁ ଜୋରରେ ଟାଣି ଆଣିଛି । ହେଲେ ଏ ସମ୍ପର୍କ କେବଳ ଓଠକୁ ଓଠ କାମୁଡି ଧରି ନିଜନିଜ ଭିତରେ ହଜିଯିବାରେ ହିଁ ସରିଯାଇଛି । ମେଘା ଆଉ ଆଗକୁ ସୁଯୋଗ ଦେଇନି । ହଠାତ୍ ସନ୍ଦିପ ଠାରୁ ନିଜକୁ ଦୂରେଇ କରିନେଇଛି । କହିଛି ପ୍ଲିଜ୍ ଚାଲ ଯିବା । ସନ୍ଦିପ ମଧ୍ୟ ଆଉ ଜୋର୍ କରିନି । 
   ସନ୍ଦିପ ର କାମର ପୃଷ୍ଠାକୁ ବଢେଇ ଦେଇ ଏକ ନୂତନ ମିଳନର ଅନୁଚାରିତ ଆକାକ୍ଷାଂର ଭଉଁରୀ ସନ୍ଦିପ ମନରେ ସୃଷ୍ଟି କରି ମେଘା ଠିଆ ହୋଇଗଲା । ମେଘାର ଅଙ୍ଗଗୁଡିକ ବାସନା ବାଣରେ କ୍ଷତାକ୍ତ ହୋଇଥିଲେ ମଧ୍ୟ ସେ ନିଜକୁ ସମ୍ଭାଳିଛି କାରଣ ସେ ଚାହେଁ ପୁରୁଷ ପାଉ ଯନ୍ତ୍ରଣା । କେତେ ସ୍ୱାର୍ଥପର ଏ ପୁରୁଷ ଜାତିଟା? ନାରୀ ଶରୀରର ଆଘ୍ରାଣରେ ହୋଇଉଠେ କେତେ ଯେ ମତୁଆଲ । କେଜାଣି ଏ ବିଧାତା ଆମ ନାରୀ ମାନଙ୍କ ଶରୀରରେ କି ପ୍ରକାର ଅଭୂତ ଆକର୍ଷଣ ଭରିଦେଇଛି କେବଳ ସେଇ ହିଁ ଜାଣେ । ସନ୍ଦିପ ମଧ୍ୟ ଅକୁହା ଯନ୍ତ୍ରଣାରେ ଟିକେ ଛଟପଟ ହୋଇଛି ହେଲେ ପୂନର୍ବାର ମିଳନର ଆଶାରେ ନିଜକୁ ଜବତ କରିଛି ।
  ଦୁଇଜଣ ଅଫିସ୍ ରୁ ବାହାରି ଆସିଛନ୍ତି । ମେଘା କହିଛି ସନ୍ଦିପ ଚାଲଯିବା । ବହୁତ ଲେଟ୍ ହେଲାଣି । ଦୁଇଜଣ କାର୍‌ରେ ବସି ଫେରିଛନ୍ତି । ମେଘା ମନେମନେ ଭାବୁଥାଏ ଆଉ ଜଣେ ପୁରୁଷ ମୋର ଦରକାର । ହେଲେ ସୁଯୋଗ ଆସିପାରୁନି ବାଟରେ ସନ୍ଦିପର ମନର ବ୍ୟଥାକୁ ମେଘା ତିଳତିଳକରି ଅନୁଭବ କରିଚାଲିଥାଏ । ହେଲେ ତାକୁ ସମ୍ଭୋଗର ନିଶା ଆଡକୁ ଟାଣିନେବା ପାଇଁ ବନ୍ଧୁତ୍ୱର ପରିଭାଷାରେ ଶାରିରୀକ ସ୍ୱାଦର ଏରୁଣ୍ଡି ବନ୍ଧ ଏଇପଟେ ହିଁ ରୋକିଦିଏ । ଏମିତି ଭାବୁଭାବୁ ସନ୍ଦିପ କାର୍ ଆଣି ମେଘା ହଷ୍ଟେଲ୍ ସାମନାରେ ଛିଡା କରିଦିଏ ।
   କେଉଁ କଥାରେ ହଜିଗଲ । ସନ୍ଦିପ ପଚାରି ବଶେ । ମେଘା ଚମକି ପଡି କହେ, ନାହିଁ, ମୁଁ ଭାବୁଥିଲି ଏ କିପରି ଆକସ୍ମିକ ଘଟଣା ସବୁ । ମୁଁ କେଉଁ ପରିସ୍ଥତିରେ ଆସି ତୁମ ସାଙ୍ଗରେ ମିଶିଗଲାଣି ।
   ସନ୍ଦିପ କହିଲା କାହିଁ କଣ କ୍ଷତି ହେଲା ନା କଣ ! ମେଘା କହିଲା ନା ନା ସେମିତିକା ନୁହେଁ । ଏତେ ବଡ ସହରଟାରେ ହୃଦୟର ଏକଘରିକିଆଟାକୁ ଲାଗୁଛି ତୁମେ ଭାଙ୍ଗି ସାରିଲାଣି । ସନ୍ଦିପ କହି ଚାଲିଲା ହେଲେ ମୋ କଥା ସମ୍ପୁର୍ଣ୍ଣ ନିଆରା ।  ମୁଁ ଆଉ ମୋ ଘର ଭିତରେ ଥାଇ ବି ମଧ୍ୟ ଘର ସଂସାର ମୋ ଠାରୁ ସତେ ଯେପରି ସାତ ସମୁଦ୍ର ତେର ନଈ ଆରପାରେ । ତୁମେ କେବଳ ମୋ ମନ ଭିତରେ ମୋତେ ବ୍ୟତିବ୍ୟସ୍ତ କରୁଛି । ମୋ ହୃଦୟର ସୂକ୍ଷ୍ମାତୀସୂକ୍ଷ୍ମ ତନ୍ତୁକୁ ତୁମେ ଛନ୍ଦି ସାରିଲଣି । ମେଘା କହିଉଠିଛି ହଉ ସବୁକଥାକୁ କହି ପକାଅନି । କିଛି କଥା ମନରେ ଥାଉ । ମେଘା କାର୍‌ରୁ ଓହ୍ଲାଇବା ସମୟରେ ସନ୍ଦିପ ପଚାରିଛି ପୁଣି କେବେ ଦେଖାହେବ । ମେଘା କହିଛି ବହୁତ ଯଲଦ୍‌ି । ଏହା କହି ମେଘା ହଷ୍ଟେଲ୍ ଭିତରକୁ ଚାଲିଯାଇଛି । ସନ୍ଦିପ କାର୍ ନେଇ ନିଜ ଘରକୁ ଫେରିଛି ।


*****     


ଏଗାର

                                          
   ମେଘା ତାର ଶେଷ ଶିକାର ଖୋଜିଖୋଜି ଦିନେ ହଠାତ୍ ପହଞ୍ôଚଛି ପ୍ରଗତି ମୈଦାନରେ ଲାଗିଥିବା ଏକ ପୁସ୍ତକ ମେଳାରେ । ସର୍ବଭାରତୀୟ ପୁସ୍ତକ ମେଳାର ସେଦିନ ଥାଏ ପଞ୍ଚମ ଦିବସ । ଅକସ୍ମାତ ସେଦିନ ଦିଲ୍ଲୀର କେତେଜଣ ନୂଆ ଲେଖକ ଓ କବିଙ୍କର ନୂତନ ବହି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ଥାଏ । ମେଘା ଚିନ୍ତା କରିଛି କାଳେଏଠିକି ତାର ମନ ପସନ୍ଦିଆ ଲେଖକ ଅବା କବି ଆସି ପାରନ୍ତି । ତେଣୁ ସେ ପୁସ୍ତକମେଳାକୁ ବୁଲି ଦେଖିବା ପରିବର୍ତ୍ତେ ଯାଇ ବସିଛି ବହି ଉନ୍ମୋଚନ ହେବାର ସଭାସ୍ଥଳୀରେ । ସେତେବେଳକୁ କିଛି ମାର୍କେଟିଙ୍ଗ୍ କରିବା ଉଦ୍ଦେଶ୍ୟରେ ସେ ବାହାରକୁ ବାହାରିଥିଲା । ହେଲେ ଦୈନିକ ଜାଗରଣ ଖବରକାଗଜରୁ ସେ ଏହି ପୁସ୍ତକ ମେଳା ବିଷୟରେ ଜାଣି ଏଠାକୁ ପଳାଇ ଆସିଛି । 
    ଠିକ୍ ୬ଟା୧୫ ମିନିଟରେ ସଭାକୁ ଆମନ୍ତ୍ରିତ ଅତିଥିମାନେ ମଞ୍ଚ ଉପରେ ନିଜନିଜର ସ୍ଥାନ ଗ୍ରହଣ କରିଛନ୍ତି । ପ୍ରଥମରୁ ବିଭୂବନ୍ଦନା ସହିତ ପରେ ପରେ ପୁସ୍ତମେଳାର ଉଦ୍ଦେଶ୍ୟ ସର୍ମ୍ପକରେ ଆଲୋକପାତ କରିଛନ୍ତି ପୁସ୍ତକ ମେଳାର ଆୟୋଜକ ସଦସ୍ୟ । ତାପରେ ନୂତନ ବହି ମାନଙ୍କର ଲୋକର୍ପଣ ପର୍ବ ଆରମ୍ଭ ହୋଇଛି ମୂଖ୍ୟ ଅତିଥୀଙ୍କ ଦ୍ୱାରା । ଜଣକ ପରେ ଜଣେ ଲେଖକ ଓ ଲେଖିକାଙ୍କୁ ମଞ୍ଚକୁ ଡକାଯାଇ ସେମାନଙ୍କ ବିଷୟରେ ଦୁଇପଦ ସହିତ ସେମାନଙ୍କ ଦ୍ୱାରା ବହିର ଉନ୍ମୋଚନ ହୋଇଛି । ହଠାତ୍ ତାଙ୍କରି ମଝିରେ ଜଣେ ଯୁବ ଲେଖକ ମଞ୍ଚ ଉପରକୁ ଉଠିଛନ୍ତି । ତାଙ୍କର ନାମ ଅମୃତ ମିଶ୍ର ଓ ତାଙ୍କର ଜନ୍ମମାଟି ପଶ୍ଚିମ ବଙ୍ଗଳା ହେଲେ ଶିକ୍ଷା ଓଡିଶାରେ । ତାଙ୍କର ମୂଳରଚିତ ଉପନ୍ୟାସ “ମାଟିମନ” ର ଇଂରାଜୀ ଭାଷାରେ ଅନୁବାଦଟି ସେଦିନ ଲୋକର୍ପଣ ହୋଇଛି । 
   ମେଘା ଲେଖକ ଜଣଙ୍କୁ ଦେଖିଲା ମାତ୍ରେ ମେଘା ହଠାତ୍ କାହିଁକି ଏକ ଭିନ୍ନ ସିହରଣକୁ ତା ମନ ଓ ଶରୀରରେ ଅନୁଭବ କରିଛି ହଠାତ୍ ବୁଝିପାରିନି । ତାର ମନ କାହିଁକି ହଠାତ୍ ଆଚମ୍ବିତ ହୋଇଉଠିଛି । ମନରେ ଭାବିଛି ଏହି ଲେଖକକୁ ସେ ନିଜ ମାୟାରେ ଢାଙ୍କିବ । ତା ସାଙ୍ଗରେ ବନ୍ଧୁତା ସ୍ଥାପନ କରିବ । ଏ ସମାଜରେ ଯିଏ ସବୁଠାରୁ ଅଧିକ ଭାବେ ସେ ହେଉଛି ଲେଖକ । କୁହନ୍ତି ଲେଖକ କେବେ ଅନ୍ୟାୟ କରିପାରେନା କିମ୍ବା ଅନ୍ୟାୟ ସହିପାରେନା । ହେଲେ ଏକଥା କିଛିଟା ଗ୍ରହଣୀୟ ହୋଇଥିଲେ ହେଁ ସମ୍ପୁର୍ଣ୍ଣ ଠିକ୍ ନୁହେଁ । ଏହା ମେଘା ଅନୁଭବ କରିଛି । ଏମିତି କେତେଜଣଙ୍କର ଦିଗ୍‌ଜଙ୍କର ଲେଖା ପଡିଛି ଯେଉଁ ମାନେକି ଆଜିର ଗଣତନ୍ତ୍ରର ମଙ୍ଗୁଆଳ କୁହାଯାଉଥିବା ବ୍ୟକ୍ତି । ଯେଉଁଥିରେ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ ହୋଇଥାଏ । ମାତ୍ର ଗଣତନ୍ତ୍ରର ସେହି ମଙ୍ଗୁଆଳ ମାନେ ନିଜ ଜୀବନ ସୀମାରେଖା ଭିତରେ ଦରିଦ୍ର ପରିବାରରେ ଜନ୍ମ ନେଇ ବର୍ତ୍ତମାନ ଜଣେଜଣେ କୋଟିପତି । 
   ଅଚଳାଚଳ ସମ୍ପତ୍ତିର ମାଲିକ । ତେବେ ସେମାନେ ଏତେ ରୋଜଗାର କଲେ କେମିତି? ପାଞ୍ଚରୁ ଦଶ ବର୍ଷ ଗାଦି ମାଡି ବସିଲା ପରେ ତାଙ୍କ ଜୀବନରେ ଲକ୍ଷ୍ମୀଙ୍କର କରୁଣା ଏତେ ପ୍ରଖର ହୋଇଯାଏ ଯେ କେବେ କିଏ କେଉଁଠି ପଇସା ଲୁଚାଇକି ରଖିବ ତାଙ୍କ ଭିତରେ ଭାଳେଣୀ ପଡିଯାଏ । ଖାଲି ସେତିକି ନୁହେଁ ଭାଷଣରେ ସଭାସମିତିରେ ନାରୀ ମାନଙ୍କୁ ସଶକ୍ତ କରିବାର ଡେଙ୍ଗୁରା ପିଟୁଥିବା ସମୟରେ ନିଜର ଯୌନ ଲାଳସା ପାଇଁ ଟଙ୍କା ପ୍ରତି ବଦଳରେ ଉପଭୋଗ କରନ୍ତି ଅନେକ ତରୁଣୀ ମାନଙ୍କୁ । ଆଉ ସେଭଳି ଗଣତନ୍ତ୍ରର ମଙ୍ଗୁଆଳ ମାନଙ୍କର ଲେଖାରେ ମଧ୍ୟ ନାରୀ ନିର୍ଯ୍ୟାତନାର ବିରୋଧରେ ଗଭୀର କୁମ୍ଭୀର କାନ୍ଦଣା । ତେଣୁ ସବୁଲେଖକ ବା ଲେଖିକା ଯାହା ନିଜ ଲେଖାରେ ଅବା କବିତାରେ ଲେଖିପକାନ୍ତି ତାହା ତାଙ୍କ ଚରିତ୍ର ସହିତ ବାସ୍ତବରେ ଖୁବ୍ କମ୍ ସାମଞ୍ଜସ୍ୟ ଥାଏ କହିଲେ ଚଳିବ । 
   ତେଣୁ ଏ ଅମୃତ ମିଶ୍ର ଯୁବ ଲେଖକର ଜୀବନ ଧର୍ମ କିପରି ତାହା ଜାଣିବାଟା ହଠାତ୍ ଏତେ ସହଜ ନୁହେଁ । ହେଲେ ଦୁଇବର୍ଷତଳେ ଏହି ଅମୃତ ମିଶ୍ରଙ୍କର ଗୋଟିଏ ଲେଖା ‘ନାରୀଦେହ’ ଗୋଟିଏ ଦୈନିକ ଓଡିଆ ଖବର କାଗଜରେ ବାହାରିଥିଲା ସେ ପଢିଥିଲା ଯାହାକି ତା ହୃଦୟକୁ ସ୍ପର୍ଶ କରିଥିଲା । ଲେଖାଟିର ମର୍ମ ଅତୀ ଉଚ୍ଚକୋଟୀର ଥିଲା । ସତେଯେପରି ଅମୃତ ମିଶ୍ର ଏକ ଦାର୍ଶନୀକ । ନାରୀ ଦେହକୁ ସେ ନିଜ ମନ ପ୍ରାଣ ଓ ହୃଦୟରେ ତର୍ଜମା କରିଛନ୍ତି । ବାସ୍ତବ ଲଙ୍ଗଳା କଥା ଭଳି ନାରୀ ଦେହର ସୈନ୍ଦର୍ଯ୍ୟତା ଓ କଦର୍ଯ୍ୟତା କୁ ଅତି ସୁନ୍ଦର ଭାବରେ କଲମ ମୁନରେ ଛାପି ଦେଇଛନ୍ତି । 
   ସେ ନାରୀ ଦେହର ଲେଖାଟା ତା ମନକୁ ଉଦ୍‌ବେଳିତ କରିଛି । ମେଘାର ଗୋଟିଏ ଭଲଗୁଣ ଯେ କଲେଜ ପଢିଲାଟାରୁ ତାକୁ ଖବର କାଗଜରେ ଯେଉଁ ଲେଖାଗୁଡିକ ଭଲଲାଗେ ତାକୁ ସେ କାଟି ନିଜର ଗୋଟିଏ ଫାଇଲ୍ ଭିତରେ ସାଇତିକି ରଖିଦିଏ । ଭାବିଛି ଆଜି ଏଠୁ ଫେରିଲେ ରାତିରେ ସେ ଲେଖାଟି ଆଉଥରେ ପଢିବ । ଏମିତି ଅନେକ କଥା ଭାବୁଭାବୁ ତାରି ଭିତରେ ସଭାର ଶେଷ ସମୟ ଆସି ଉପନୀତ ହୋଇଗଲାଣି । ମେଘା କିପରି ଅମୃତ ମିଶ୍ରଙ୍କ ସହିତ ନିଜକୁ ପରିଚିତ କରେଇବ ଏଇ କଥା ଭାବିବସିଛି । ହଠାତ୍  ସେ ସ୍ଥିର କରିଛି ଅମୃତ ମିଶ୍ରଙ୍କ ପାଖକୁ ଯିବ । ସେତେବେଳକୁ ଅମୃତମିଶ୍ରଙ୍କର ବହିର ଲୋକାର୍ପଣ ସରି ସେ ଆସି ସଭାସ୍ଥଳୀର ସଭା ଆଗଧାଡୀର ପଛ ଧାଡିରେ ଏକୁଟିଆ ବସିଛନ୍ତି । ମେଘାର ନଜର ତାଙ୍କ ଉପରେ ପଡିଛି ଓ ସିଏ ସେଠାରୁ ଉଠି ତାଙ୍କ ପାଖକୁ ଯାଇଛି ।
ମେଘା-ଗୁଡ୍ ଇଭିନିଙ୍ଗ୍ ସାର୍‌
ଅମୃତ-ଭେରି ଗୁଡ ଇଭିନିଙ୍ଗ୍ 
ମେଘା-ଇଂରାଜୀରେ କିଛି କଥାହେଲା ଯାହାର ଅର୍ଥ ଏମିତିଥିଲା ।
ସାର୍‌- ମୁଁ ମେଘା, ମେଘା ଚାଟାର୍ଜୀ
ମୁଁ ଭୂବନେଶ୍ୱରରୁ ଆସିଛି । ମୁଁ ଆପଣଙ୍କର “ମାଟିମନ” ପଢିଥିଲି । ଏହା ବହୁତ ସୁନ୍ଦର ଥିଲା । ଆପଣଙ୍କର ସମ୍ବାଦପତ୍ରରେ ବାହରିଥିବା ନିବନ୍ଧ ‘ନାରୀଦେହ’ ଟି ଅତ୍ୟନ୍ତ ଉଚ୍ଚକୋଟିର ଏବଂ ହୃଦୟସ୍ପର୍ଷି ଥିଲା । ମୁଁ ଆପଣଙ୍କର ଜଣେ ବହୁତବଡ ପ୍ରଶଂସକ । 
ଅମୃତ କହିଲା, ବହୁତ ବହୁତ ଧନ୍ୟବାଦ୍ । 
 ମେଘା-ମୁଁ ଏଇ ଦିଲ୍ଲୀରେ ଚାକିରୀ କରୁଛି । ଦୟାକରି ମୁଁ ଆପଣଙ୍କ ଫୋନ୍ ନମ୍ବର୍ ନେଇପାରେକି?
 ଅମୃତ-ଅବଶ୍ୟ ନିଶ୍ଚୟ । ମୁଁ ଭାବୁଛି ଆମେ ଓଡିଆରେ କଥାହେଲେ ଭଲହୁଅନ୍ତା ।   
ମେଘା-ନିଶ୍ଚୟ ସାର୍ ।
ମେଘା-ଠିକ୍ ଅଛି ସାର୍ । ଆପଣଙ୍କୁ ଦେଖାହେବାର ମୁଁ ସ୍ୱପ୍ନରେ ବି ଭାବିନଥିଲି ।  ସତରେ ଆପଣଙ୍କୁ ଦେଖି ଓ ଆପଣଙ୍କ ସାଥିରେ କଥା ହୋଇ ମୁଁ ବହୁତ ଖୁସି ହୋଇଗଲି ।                                           
   ଅମୃତ ମିଶ୍ର ମଧ୍ୟ ମେଘାର ତା ପ୍ରତି ଏତେ ଭଲପାଇବା ଦେଖି ଟିକେ ମନେମନେ ଭାବବିହ୍ୱଳ ହୋଇପଡିଛି । ଅମୃତକୁ ଆଜି ଆସି ବୟାଳିଶି ବର୍ଷ ହୋଇଗଲାଣି । ଗୋଟିଏ ବୋଲି ଝିଅ ଅରୁଣୀମା । 
   ସେ ବର୍ତ୍ତମାନ ଷଷ୍ଠ ଶ୍ରେଣିରେ ଭୂବନେଶ୍ୱରରେ ଡି.ଏ.ଭି. ସ୍କୁଲରେ ପଢୁଛି । ତାର ସ୍ତ୍ରୀ ଜଣେ ଆଧୁନିକା ଗୃହିଣୀ । ବାପା ବୋଉ ଆରପାରିକୁ ଚାଲିଯାଇଥିବାରୁ ତା ସଂସାର ଏହି ତିନି ଜଣରେ ସୀମିତ । ଇଏ ବାହାରକୁ ଯେବେବି ଲମ୍ବା କାମରେ ଯାଏ ତା ଘରେ ତାର ମାଉସୀ ଆସି ରହେ । ସବୁଠୁ ଭିନ୍ନ କଥା ହେଲା ଅମୃତର ସ୍ତ୍ରୀର ସ୍ୱଭାବ । କେଜାଣି କେଉଁ କଳୁଷିତ କାଳରେ ତା ବାପାବୋଉ ଏଭଳିଆ ନାରୀଟିଏ ତା ପାଇଁ ବାଛି ଥିଲେ ତା ଜୀବନସାଥୀ ପାଇଁ ସେ ଆଜି ପର୍ଯ୍ୟନ୍ତ ବୁଝି ପାରେନି । ତା ସ୍ତ୍ରୀର ଚାଲିଚଳନ, ହାବଭାବ, ଆଚାରବ୍ୟବହାର ୟା ମନପସନ୍ଦର ସମ୍ପୁର୍ଣ୍ଣ ବିପରୀତ । ଅମୃକୁ ଯାହା ଭଲ ନଲାଗେ ତାର ସେ ଅତି ପ୍ରିୟ । ଅମୃତକୁ ବେଶୀ କଥା ହେବାକୁ ଭଲଲାଗେନି ହେଲେ ତାର ସ୍ତ୍ରୀ ଗୋଟିଏ ଭଡଭଡି । ଯେଉଁଠି ବସୁ ଯାହା ସାଙ୍ଗରେ ବସୁ ଗପିବା ଆରମ୍ଭ କରିଦିଏ । ଅମୃତକୁ ସକାଳୁ ଉଠିବାକୁ ଭଲଲାଗୁଥିବାବେଳେ ସେ ଦିନ ଆଠଟା ପର୍ଯ୍ୟନ୍ତ ଶୋଇବାକୁ ଚାହେଁ । ଅମୃତ ଭଗବାନଙ୍କୁ ବିଶ୍ୱାସ କରୁଥିବା ବେଳେ ସେ ସମ୍ପୂର୍ଣ୍ଣ ନାସ୍ତିକ ।
   ଦୁଲ୍‌ଦୁଲ୍ ଚାଲି ସାଙ୍ଗକୁ ସଂକୀର୍ଣ୍ଣ ହୃଦୟଟା ଅମୃତକୁ ଜମା ଭାଏନି । ଅମୃତ ତା ବିବାହ ଚତୁର୍ଥୀ ରାତିଠାରୁ ବୁଝିଯାଇଥିଲା ଯେ ତା ଜୀବନ ଏକାଏକା ଅଦେଖା ଅଜଣା ନର୍କ ଆଡକୁ ଠେଲି ହୋଇଗଲାଣି । ସାଧାରଣତଃ ସବୁ ନାରୀ ବା ପୁରୁଷ ନିଜନିଜର ଚତୁର୍ଥୀ ରାତିର ସେ ଅନ୍ତରଙ୍ଗ ମୁହୁର୍ତ୍ତକୁ କଣ କେହି ଭୁଲିପାରେ । ହେଲେ ଅମୃତ ତା ଚତୁର୍ଥୀ ରାତିର ଅଭୂଲାଘଟଣା ମନେ ପକେଇବାକୁ ଆଦ୍ୟୈ ଚାହେଁନି ଓ ସିଏ ତାକୁ ସବୁଦିନ ଭୂଲିଯିବାକୁ ହିଁ ଚାହେଁ ।
   ଚତୁର୍ଥୀ ରାତି ଘଟଣାଥିଲା ଏମିତିକା । ଅମୃତର ପଡିଶା ଘରର ଭାଉଜ ଅମୃତକୁନେଇ ତା ବେଡରୁମ୍ ଭିତରକୁ ଧୀରେ ଠେଲି ଦେଇ ଦୁଆରଟିକୁ ଆଉଜେଇ ଆଣେ । ଅମୃତ ଘର ଭିତରେ ପଶିଗଲା ପରେ କବାଟର ଛିଟିକିଣି ବନ୍ଦ କରିଦିଏ । ବେଡ୍ ରୁମ୍‌ର ସାଜସଜା ଦେଖି ଅମୃତ ଆତ୍ମହରା ହୋଇପଡେ । ବେଡ୍ ଉପରେ ବିଛେଇହୋଇ ପଡିଥିବା ଗୋଲାପ ଫୁଲ ଗୁଡିକ ସତେ ଯେମିତି ଅପେକ୍ଷା କରିଛନ୍ତି ତାର ଆଗମନକୁ । ସେମାନଙ୍କ ମନର ଉତ୍କଣ୍ଠା କହିଲେ ନସରେ । ଫୁଲ ରୂପରେ ଧରାରେ ଜନ୍ମନେଇ ଆଜି ମାନବ ସମାଜର ପରପୀଢିର ସର୍ଜନାରେ ସ୍ୱାମୀ ସ୍ତ୍ରୀର ଭାଗିଦାରୀକୁ ସେମାନେ ବି ଉପଭୋଗ କରିବେ । ସ୍ୱାମୀ ସ୍ତ୍ରୀଙ୍କର ସେ ପ୍ରଥମ ମିଳନର ଯାଦୁଭରା ଆକର୍ଷଣର ସେମାନେ ହେବେ ଉତ୍‌ପ୍ରେରକ । 
   ଉଭୟଙ୍କୁ ତାଙ୍କ ବାସନା ଓ ସୁନ୍ଦରତାରେ ମତୁଆଲ କରିବାକୁ ସେମାନଙ୍କର ବ୍ୟଗ୍ରତା ପ୍ରକାଶ କରିବା କଷ୍ଟକର । ବେଡ୍ ଉପରେ ବସିଥିବା ଅମୃତର ସ୍ତ୍ରୀ ଓ ତାର ଓଢଣି ଭିତରେ ଥିବା ମୁହଁ ଆଡକୁ ଫୁଲମାନେ ବେଳେବେଳେ ଯେତିକି ଉତ୍ସାହରେ ଅନଉଥାନ୍ତି ଆଉ ବେଳେବେଳେ ସତେ ଯେମିତି ଅମୃତ ଆଡକୁ ତାଠୁ ଅଧିକ ଆବେଗଭରା ଚାହାଣୀରେ ଅପେକ୍ଷା କରିଥାନ୍ତି । ଅମୃତର ସ୍ତ୍ରୀ ସାଜି ଆସିଥିବା ନୂଆ ବୋହୁ ନିରୀମାକ୍ଷି ଭଳି ଶାନ୍ତ ଓ ଲାଜ୍ଜରେ ମୁଣ୍ଢକୁ ନଇଁ ବସିଥାଏ । କୁହନ୍ତି ବାସର ରାତିରେ ସ୍ୱାମୀ ଆଗମନ ହେଲାମାତ୍ରେ ସ୍ତ୍ରୀର ହୃଦୟର ଧଡକନ୍ ବହୁତ ଯୋରରେ ବଢିବାରେ ଲାଗେ ହେଲେ ଅମୃତ ନିଶ୍ଚିତ ଯେ ତା ସ୍ତ୍ରୀର ସେମିତି କିଛି ବୋଧହୁଏ ସେ ଦିନ ହୋଇନଥିଲା । ଧୀରେଧୀରେ ଅମୃତ ବେଡ୍ ଚାରିପଟେ ଓହଳିଥିବା ମାଳକୁ ଦୁଇହାତରେ ଟେକି ବେଡ୍ ଉପରେ ନିଜର ପ୍ରିୟତମା ପାଖରେ ବସିବାକୁ ଚେଷ୍ଟା କରିଛି । ବସିବା ପରେପରେ ଦୁଇହାତରେ ଅଗ୍ନୀକୁ ସାକ୍ଷୀରକ୍ଷି ଜୀବନ ପାଇଁ ବରଣ କରିଆଣିଥିବା ଜୀବନସାଥୀର ମୁଣ୍ଡ ଉପରୁ ଓଢଣୀକୁ ଖସାଇବାକୁ ଚେଷ୍ଟାକରୁଛି । ସତରେ ହେଉ ଅବା ପ୍ରକୃତି ଗତ ସ୍ୱଭାବରେ ହେଉ ଲାଜେଇଛି ପ୍ରିୟତମା ପ୍ରଥମେ । ମଥା ଉପରେ ପିନ୍ଧିଥିବା ସିନ୍ଥିର ଗଜରା କୁ ଅମୃତ ଖୋଲି ଦେଇଛି । ନିଜ ହାତରେ ନଇଁ ରହିଥିବା ମୁହଁକୁୁୁୁ ଧୀରେଧୀରେ ଉପରକୁ ଟେକି ଦେଇଛି । ସତେ ଯେମିତି ରାଗିଣୀ ଆହୁରି ଅସଂଜତ ମନା ହୋଇଉଠିଛି ।
   ଅମୃତ କହିଛି ରାଗିଣୀ, ଏ ଜୀବନରେ ମନ ମିଳନର ପ୍ରଥମ ରାତିରେ ମୁଁ ତୁମକୁ କଣ ବା ଦେଇପାରିବି । ମୋ ପାଖରେ ଥିବା ମୋର ଏ ଛୋଟିଆ ମନ ଓ ହୃଦୟଟିକୁ ଆଜିଠାରୁ ତୁମକୁ ଦେଇ ଦେଉଛି । ତୁମର ଏ ମନ ଓ ହୃଦୟ ଉପରେ ଆଜିଠାରୁ ସମ୍ପୁର୍ଣ୍ଣ ଅଧିକାର । ଏ ପ୍ରପନ୍ନ ଜୀବନରେ ତୁମେ ପାରିଜାତର ସ୍ଥାନଟିକୁ ନେଇଯାଅ । ତୁମେ ଉଚ୍ଚ ମର୍ଯ୍ୟାଦାସମ୍ପର୍ଣ୍ଣ ପରିବାରର କନ୍ୟା ତେଣୁ ଏ ଘରକୁ ମର୍ଯ୍ୟାଦାର ମନ୍ଦିର କରି ଗଢି ଦିଅ । 
   ଏତିକି କଥା କହି ସାରିଲା ବେଳକୁ ରାଗିଣୀ କହିବାକୁ ଆରମ୍ଭ କରିଛି । ସଂସାରରେ ସମ୍ପତ୍ତିର ପ୍ରାଚୁର୍ଯ୍ୟ ହିଁ ମର୍ଯ୍ୟାଦାର ଉତ୍ସ । ତୁମ ପାଖରେ ଯେତେ ଧନରତ୍ନ ସେତେ ତୁମର ମର୍ଯ୍ୟାଦା । ଯେତେ ତୁମର ଗାଡି, ବ୍ୟାଙ୍କବାଲାନ୍ସ, ଅଳଙ୍କାର ସେତେ ତୁମର ସମ୍ମାନ । ଧନସମ୍ପତ୍ତି ବିନା ମର୍ଯ୍ୟାଦାର ମାନେ କିଛି ନାହିଁ । ଟଙ୍କା ସଂସାରରେ ସବୁକିଛି । ଆଜିର ସଂସାରରେ ଟଙ୍କା ହେଉଛି ଭଗବାନଙ୍କର ଚଳନ୍ତି ପ୍ରତିମା । ଟଙ୍କା ପାଖରେ ଥିଲେ, ଭଗବାନ ଆସି ତୁମ ଘରେ ବାସ କରନ୍ତି । ଟଙ୍କା ଥିଲେ ଭାଇ ବନ୍ଧୁ କୁଟୁମ୍ବ ସବୁ ତୁମର ଅତି ନିଜର ଓ ଆପଣାର । ସମସ୍ତେ ସ୍ନେହଶ୍ରଦ୍ଧା ଅଜାଡି ପକାନ୍ତି । 
   ସେଇଥି ପାଇଁ ମୁଁ ଟଙ୍କାକୁ ଭଲପାଏ । ଟଙ୍କା ମୋର ସବୁଠାରୁ ଅନ୍ତରଙ୍ଗ । ଏମିତି ନନ୍‌ଷ୍ଟପ୍ ଯେତେବେଳେ ମେଘା କହି ଚାଲିଛି ଅମୃତ ଆଶ୍ଚର୍ଯ୍ୟ ହୋଇଗଲାଣି । ତା ଜୀବନରେ ଅମୃତ କେବେ ବି ଟଙ୍କାକୁ ସେତେ ପ୍ରାଧାନ୍ୟ ଦେଇନି । ଆଉ ଟଙ୍କା ମଧ୍ୟ ତା ଜୀବନରେ କେବେ ସେତେ ଅମାପ ପରିମାଣର ଆସିନି କିମ୍ବା ଆସିବାର ସମ୍ଭାବନା ମଧ୍ୟ ନାହିଁ । ତା ଜୀବନ ଦର୍ଶନରେ ସେ କେବେବି ଟଙ୍କାକୁ ସେତେଟା ଗୁରୁତ୍ୱ ଦେଇନି ।  ସେ ଜାଣିଛି ଟଙ୍କା ବିନା ଆଜିର ଦୁନିଆରେ ବଞ୍ôଚବା  ଅସମ୍ଭବ ମାତ୍ର ଟଙ୍କା ଯେ ମର୍ଯ୍ୟାଦାର ମନ୍ଦିର ଗଢିପାରେ ଆଉ ଟଙ୍କା ବିନା ଅସମ୍ଭବ ଏହା ସେ ଆଦ୍ୟୈ ବିଶ୍ୱାସ କରେନି । ତେଣୁ ସେ ହଠାତ୍ ପ୍ରଶ୍ନ କରିଛି ।
ଅମୃତ- ତେବେ ତୁମେ ଏ ଧନହୀନକୁ ଜୀବନସାଥୀ ବୋଲି ବାଛିନେଲ କାହିଁଙ୍କି ? 
   ରାଗିଣୀ-ମୁଁ ଏଇଆ ଜାଣିଛି ଯେ ପ୍ରତ୍ୟେକ ଲେଖକ ସାଧାସିଧା ଜୀବନ ବିତେଇବାକୁ ଭଲ ପ।।ଅନ୍ତି ଓ ସେମାନଙ୍କ ପାଖରେ ପ୍ରଚୁର ଟଙ୍କା ଥାଏ ।  ସେମାନଙ୍କ ପାଖକୁ ସେମାନଙ୍କ ଲେଖା ପାଇଁ ପ୍ରଚୁର ରୟାଲିଟି୍ ମିଳେ । ତେଣୁ ତୁମପାଖରେ ଅଜସ୍ର ଟଙ୍କା ଥିବ ମୁଁ ଏହା ଜାଣେ ।
ଅମୃତ-ତୁମେ ବହୁତ ବଡ ଭୂଲ୍ ଧାରଣାରେ ରହିଛ ।  ମୋ ପାଖରେ ସେମିତି କିଛି ବି ନାହିଁ କିମ୍ବା ନିକଟ ଭବିଷ୍ୟତରେ ସେମିତି ଅଜସ୍ର ଟଙ୍କା ଆସିବାର ସମ୍ଭାବନା ମଧ୍ୟ ନାହିଁ ।
ରାଗିଣୀ-ମୁଁ ଭଲକରି ଜାଣେ ତୁମେ ମୋତେ ଲୁଚାଉଛ । କାରଣ ଯାହା ପାଖରେ ଟଙ୍କା ଥାଏ ସେ କେବେ ବି କୁହେନି ଯେ ମୋ ପାଖରେ ପ୍ରଚୁର ଟଙ୍କା ଅଛି । ତେଣୁ ଏଥିରୁ ଆହୁରି ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ତୁମ ପାଖରେ ପ୍ରଚୁର ଟଙ୍କା ଅଛି ।
   ଅମୃତ ଏଥର ମନେମନେ ବୁଝିଗଲା ତା ଜୀବନ ଜାତକରେ ଏକ ଅଭୂତ ଚରିତ୍ର ତାର ଜୀବନସାଥୀ ହୋଇଗଲାଣି ଯେ କି ଜୀବନରେ କେବଳ ଟଙ୍କା ହିଁ ଚିହ୍ନିଛି । ବୋଧହୁଏ ଆଗକୁ ଜୀବନ ସ୍ତବ୍ଧ ହୋଇଯାଇପାରେ । କାରଣ ଟଙ୍କା ପଛରେ ଗୋଡାଉଥିବା ଲୋକର ସୃଜନଶୀଳତା ଆଦ୍ୟୈ ନଥାଏ । ଶାନ୍ତି ଓ ଆନନ୍ଦ ତାର ପାଖ ମାଡିବା ବହୁତ କଷ୍ଟ । ତେଣୁ ବୋଧହୁଏ ତା ଜୀବନ ଆଜିଠାରୁ ଏକ ଅଜଣା ନର୍କ ଆଡକୁ ଗତି କରିପାରେ । ତଥାପି ମନର ସବୁ ବିଶ୍ଳେଷଣକୁ ଚାପିଦେଇ ଚଉଠି ରାତିର ସେ କୁସୁମିତ ମୂହୁର୍ତ୍ତରେ କିଛିକ୍ଷଣ କୁସୁମିତ ହେବାକୁ ମନ ବଳାଇଛି ।
   ରାଗିଣୀ ଦେଖିବାକୁ ସୁନ୍ଦର ହେଲେମଧ୍ୟ ତାର ନନ୍‌ଷ୍ଟପ୍ କଥା ବାର୍ତ୍ତାକୁ ଏ ଟଙ୍କାପ୍ରତି ମୋହ ସେ ଦିନ ଚତୁର୍ଥୀ ରାତିରେ ହିଁ ଅମୃତ ମନରେ ତା ପ୍ରତି ସୃଷ୍ଟି ହେବାକୁ ଥିବା ଭଲ ପାଇବାର ପରିମାଣକୁ ନିଶ୍ଚିତ ରୂପେ କମ୍ କରିଦେଇଥିଲା । ଅମୃତ ବୁଝିଗଲା ଯେ ତା ଜୀବନ ଇତିବୃତ୍ତରେ ସେ କେବେ ବି ଟଙ୍କାକୁ ସର୍ବୋତ୍ତମ ପ୍ରାଧାନ୍ୟ ଦେଇନି । ସେ ଏତିକି ଜାଣିଛି ଜୀବନରେ ଯାହାକର ମନ ପ୍ରାଣ ଆତ୍ମା ଦେଇ ସେ କାମ କର ସେଥିରେ ହଁ ସିଦ୍ଧିଲାଭ କରିବ । କୈାଣସି କାମ କରିବା ପୂର୍ବରୁ ପ୍ରଥମେ ସେ କାମଟି ତୁମକୁ ହୃଦୟରୁ ଭଲ ଲାଗୁଛି ନା ନାହିଁ ଆଗ ବିଚାର କର । ନିଜକୁ ପରଖ । ନିଜ ହୃଦୟକୁ ପରଖ । କାମଟିକୁ ନିଜର ପ୍ରକୃତି ସହିତ ପରଖ । ଯଦି ସବୁ ସମଭାବାପନ୍ନ ତେବେ କାମକୁ ଆଦରିନିଅ । କାରଣ ସେ ଶାସ୍ତ୍ର ପୁରାଣ ଯାହାବି ପଢିଛିି ଆଉ ଯେଉଁ ଜ୍ଞାନ ଅର୍ଜନ କରିଛି ସେଥିରୁ ତାର ପ୍ରଜ୍ଞା ତାକୁ ଏତିକି ସୂଚେଇଛି ଯେଉଁ କର୍ମ ମନ ପ୍ରାଣ ଦେଇ କରାଯାଏ ସେ କାମକୁ ସଫଳ କରିବା ପାଇଁ ଏ ଜଗତର ପଞ୍ଚ ମହାଭୂତ ମଧ୍ୟ ସେ କାମକୁ ସଫଳ କରିବାରେ ଲାଗିପଡନ୍ତି । ତେଣୁ ନିଜର ଆତ୍ମବିଶ୍ୱାସ, କର୍ମପ୍ରତି ଅନୁରାଗର ଗାଢତା ଓ ନିଜର ପରିଶ୍ରମ ଉପରେ ହିଁ କର୍ମଫଳ ନିର୍ଭର କରେ । କର୍ମରେ ସଚ୍ଚୋଟତା, ଆଳସ୍ୟ ବିହୀନ କର୍ମ ଓ ଆତ୍ମ ବିଶ୍ୱାସ ଆପଣା ଛାଏଁ ଧନ ପ୍ରାପ୍ତି କରାଇଥାଏ । ତେଣୁ ସେ ଦିନ ସେ ବାସର ଅୟମାରମ୍ଭରେ ନିଜ ଜୀବନ ସାଥୀ ରୂପେ ବରଣ କରିଥିବା ସିମନ୍ତିନି ଠାରୁ ଟଙ୍କା ପ୍ରତି ଏଭଳି ଦୁର୍ବଳତା ଜାଣିସାରିଲା ପରେ ତାର ମନ ସମ୍ପୂର୍ଣ୍ଣ ଭାଙ୍ଗି ଗଲା ଭଳି ତାକୁ ବୋଧ ହେଇଥିଲା ।
   ଯାହା ହେଉନା କାହିଁକିି ସେ ଆଜି ପର୍ଯ୍ୟନ୍ତ ତା ବାପା ବୋଉଙ୍କୁ ବହୁତ ଭଲ ପାଇ ଆସିଛି । ଆଧୁନିକ ଜୀବନର ଚାକଚକ୍ୟ ତାକୁ ସେତେଟା ଛୁଇଁ ପାରିନି । ପରିବାରର ସୁଖରେ ସେ ନିଜ ଜୀବନକୁ ବହୁତ ଉପଭୋଗ କରିଛି । ଘରେ ସେମିତି କିଛି ଅଭାବ ନାହିଁ କହିଲେ ଚଳେ । ଗୋଟିଏ ବୋଲି ପୁଅ ନିଜେ । ବହୁତଅଲିଅଳରେ ଜୀବନ ଗଢିଉଠିଛି । ତାର ପିଲାଦିନୁ ତା ବାପାଙ୍କର ମଧ୍ୟ ଟଙ୍କା ଧନ ସମ୍ପତ୍ତି ପ୍ରତି ସେତେ ମୋହ ଆଦ୍ୟୈ ନାହିଁ । ସେ ବି ସାଧାସିଧା,  ନିରାଡମ୍ବର ଜୀବନ ବିତେଇବାରେ ବହୁତ ଆନନ୍ଦ ଅନୁଭବ କରନ୍ତି । ବିଭୂ ପ୍ରେମରେ ତା ବାପାଙ୍କର ଯେତିକି ଆସକ୍ତି ତା ମା’ ର ତା ଠାରୁ ଦୁଇଗୁଣ କହିଲେ ଚଳେ । ଉଭୟେ ଆଧ୍ୟାତ୍ମୀକ ସ୍ରୋତରେ ନିଜ ନିଜର ଜୀବନକୁ ଭସେଇ ଦେଇଛନ୍ତି । ପରକୁ ଛୋଟଛୋଟ ସାହାଯ୍ୟ କରିବାରେ ସେମାନଙ୍କର ମଧ୍ୟ ଅପୂର୍ବ ଆନନ୍ଦ । ତେଣୁ ତାଙ୍କରି ଢାଞ୍ଚାରେ ପଡିଛି ଅମୃତ । ଧରାବନ୍ଧା ଜୀବନ ବିତେଇବା ଅପେକ୍ଷା ମୁକ୍ତ ଜୀବନ ଅତ୍ୟନ୍ତ ଶ୍ରେୟସ୍କର । ଏହି ଭାବରେ ଦିନେ ଅମୃତ ସରକାରୀ ବ୍ୟାଙ୍କ୍ ଚାକିରୀକୁ  ଛାଡି ଦେଇଥିଲା । 
   ଚାକିରୀରେ ସେ ଟେନସନ୍ ଜୀବନ ତାକୁ ଆଦ୍ୟୈ ଭଲ ଲାଗିଲାନି । ତେଣୁ ନିଜେ ଗୋଟିଏ ବଡ ଫାର୍ମ୍ ହାଉସ୍‌ଟିଏ କରିଛି । ଯେଉଁ ଫାର୍ମ୍‌ରେ କେବଳ ନାନାଜାତିର ଫୁଲର ଚାରା ସେ ନିଜେ ଓ ଲୋକ ଖଟାଇ ଉପାôଦନ କରେ । ଭଲ ରୋଜଗାର ମଧ୍ୟ ସେ ଏହି ଫାର୍ମ୍ ହାଉସ୍‌ରୁ କରିଥାଏ । ହେଲେ ସେହି ଫାମ୍‌ର୍ହାଉସ୍ ଭିତରେ ଗୋଟିଏ ଦୁଇମହଲା କୋଠା ଘରଟିଏ କରିଛି । ସେହି କୋଠାଘର ପାଖକୁ ଛୋଟ ଗାଡିଆଟେ । ଗଡିଆ ଚାରପଟେ ବୋଧହୁଏ ଅନୁନ୍ୟ ପଚାଶ ପ୍ରଜାତିର ନାନା ରଙ୍ଗର ଫୁଲ ଫୁଟିଥାଏ । ତାର ଲେଖିବା ଓ ପଢିବାରେ ବହୁତ ଦୁର୍ବଳତା । ସେହି ଉପର ମହଲା ଘରଟି ତା ସାହିତ୍ୟ ସାଧନାର ପ୍ରାଣ କେନ୍ଦ୍ର । ସେ ଘରେ ସେ ବସି ଲେଖିଚାଲେ ଅନେକ କିଛି । ସିଏ ଯେତେ ବି ଉପନ୍ୟାସ କବିତା କଥାର ଭଣ୍ଡାର ଯାହା ବି ସୃଷ୍ଟି କରିଛି ସବୁ ଏହି ଉପର ମହଲାର ନିକାଞ୍ଚନତାରେ ହିଁ ସୃଷ୍ଟି କରିଛି । ସେହି ଉପର ମହଲାର ଘରଟି ତା ପାଇଁ ଭୂସ୍ୱର୍ଗ । 
   ରାଗିଣୀର ଟଙ୍କା ଓ ଧନ ସମ୍ପତ୍ତି ପ୍ରତି ଅହେତୁକ ମୋହ ଦେଖି ଅମୃତ ବିଚଳିତ ହୋଇଯାଇଥିଲେ ମଧ୍ୟ ସେ ଦିନ ସେ ମୃହୁର୍ତ୍ତରେ ବାସନାର ବଳୟ ଭିତରକୁ ନିଜକୁ ଟାଣି ଆଣିଛି । ଧୀରେ ଧୀରେ ରାଗିଣୀର ମୁହଁକୁ  ଚୁପ କରାଇ ଦେଇଛି । ରାଗିଣୀ ପିନ୍ଧିଥିବା ସମସ୍ତ ଗହଣାକୁ ଧୀରେଧୀରେ ଖୋଲିବାକୁ ଆରମ୍ଭ କରିଛି । ରାଗିଣୀ ମଧ୍ୟ ଅସଂଜତ ଅବସ୍ଥାକୁ ଚାଲିଆସିଛି । ଆଉ ତା ପାଟିରୁ କିଛି କଥା ବାହାରି ନାହିଁ । ସେ ଧୀରେ ଧୀରେ ଅମୃତ ଛାତିଆଡକୁ ଆଉଜିବାକୁ ଲାଗିଛି । ଅମୃତ ତା କେଶରେ ଥିବା ଗଜରାକୁ ଛିଡେଇବା ସହିତ ବେଣୀର ଗଣ୍ଠିକୁ ମଧ୍ୟ ଫିଟେଇଛି । ଦୁଇହାତରେ କାନରେ ପିନ୍ଧିଥିବା କାନ ଝରାକୁ ଖୋଲେ । ତାପରେ ତାର ଦୁଇହାତ ରାଗିଣୀର ଛାତିଆଡକୁ ମାଡିଚାଲେ । ଛାତିକୁ ଧରିବାର ସ୍ୱାଦ ରାଗିଣୀକୁ କାମାତୁର କରିପକାଏ । ସେ ଅମୃତକୁ ନିଜ ଦୁଇହାତରେ ନିଜ ଛାତି ପାଖକୁ ଟାଣିଆଣେ ।  
   ଅମୃତର ମୁହଁକୁ ନିଜ ଛାତି ସହିତ ଜୋରରେ ଜାବୁଡିଧରି ଅମୃତର ଶରୀର କୁ ସାଉଁଟି ଚାଲେ । ଏଣେ ଅମୃତ ରାଗିଣୀକୁ ସମ୍ପୂର୍ଣ୍ଣ ବିବସ୍ତ୍ର କରିବାକୁ ଆରମ୍ଭ କରେ । ଜୀବନରେ ପ୍ରଥମ ସଂଭୋଗକୁ ରାଗିଣୀ ଆଉ ଅମୃତ ଉପଭୋଗ କରି ସେହି ରାତିଟିକୁ ତାଙ୍କ ପାଇଁ ଅଭୂଲା କରିଦିଅନ୍ତି । ନିଜନିଜଭିତରେ ବାସରରାତିର ଶାରିରୀକ ମିଳନରେ ଏକ ପୁରୁଷ ଓ ନାରୀ ପ୍ରତି ପ୍ରାକୃତିକ ଆକର୍ଷଣରେ ଛନ୍ଦି ହୋଇ ସେ ମୂହୃର୍ତ୍ତ ଗୁଡିକୁ ଭରପୁର ଉପଭୋଗ କରି ନିଦ ମା’ ର କୋଳରେ ନିଦେଇ ଯାଆନ୍ତି । 
   କିନ୍ତୁ ସେହି ଚତୁର୍ଥୀ ରାତିର ପରଠାରୁ ରାଗିଣୀର ସେ ଟଙ୍କା ଓ ଧନ ସମ୍ପତ୍ତି ପ୍ରତି ମୋହ ସେହିପରି ଅଟଳ ଭାବ ଅମୃତକୁ ତା ପ୍ରତି ବିତସ୍ପୃହା କରିଦେଇଛି । ସେ ତେଣୁ ରାଗିଣୀର ଭାବଧାରାକୁ ନିଜ ଜୀବନଠୁ ଦୂରେଇ ରଖିଛି । ତା ପରେ ନିଜ ଲେଖାଲେଖି ଦୁନିଆରେ ନିଜକୁ ହଜେଇ ଦେଇଛି ।


*****


ବାର


   ମେଘା ଗୋଟିଏ ଅବିବାହିତ ଝିଅ । ସେ ପୁଣି ଉଚ୍ଚ ଶିଖିତା । ଦେଖିବାକୁ ବହୁତ ସୁନ୍ଦର । ଆଜି ଯେତେବେଳେ ସେ ବୟସର ଚାଳିଶାରେ ପାଦ ଦେଲାଣି ତା ପ୍ରତି ଏତେ ଭଲପାଇବା ଅମୃତ ନିଜକୁ ବିଶ୍ୱାସ କରିପାରିନି । ସେ ବୁଝିପାରିନି ମେଘା ତାକୁ ଭଲପାଏ ନା ତାର ଲେଖା ଓ ଭାବଧାରକୁ ।
   ଅବଶ୍ୟ ଜୀବନର ଜଞ୍ଜାଳ ଓ ଭୋଗବାଦର ବିଳାସରେ ସର୍ବଦା ନିଜକୁ ଦୂରେଇ ରଖି ଶାନ୍ତିମୟ ଜୀବନ କଟେଇ ଥିବାରୁ ଆଜି ବି ସେ ଏକ ଶାନ୍ତ ସରଳ ଯୁବକ ପରି ପ୍ରତୀୟମାନ ହୁଏ । ହେଲେ ମନ ତ ଆଉ ସେ ପ୍ରେମଜାଲର ଛନ୍ଦାଛନ୍ଦିରେ ପଡିବାକୁ ଚାହେଁନି । ତଥାପି କାହିଁକି କେଜାଣି ମେଘା ପ୍ରତି ଆଜି ଏହି ପ୍ରଥମ ଦେଖାରେ ତା ପ୍ରତି ଟିକେ ଟିକେ ଦୁର୍ବଳତା ତା ମନ ଭିତରେ ଉଙ୍କି ମାରିଲା ପରି ତାକୁ ମନେ ହୋଇଛି । ସେ ଦିନ ସନ୍ଧ୍ୟାରେ ଉଭୟେ ପରସ୍ପର ଠାରୁ ବିଦାୟ ନେଇଛନ୍ତି । ଯିବା ବେଳେ ମେଘା କହିଛି ସାର୍ ମୁଁ ଆପଣଙ୍କୁ ଫୋନ୍ କରିିବି । ଅମୃତ କହିଛି ନିଶ୍ଚୟ । ଅମୃତକୁ ଏବେ ଦିଲ୍ଲୀରେ ଅତି କମରେ ପ୍ରାୟ ବର୍ଷେ ରହିବାକୁ ପଡିବ । ସେ ଓଡିଶା ସରକାରଙ୍କ ତରଫରୁ ଚାରି ଜଣ ଲେଖକ ମାନଙ୍କ ମଧ୍ୟରେ ଆସିଛି ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟକୁ ୧ବର୍ଷ ପାଇଁ ଏକ ଅନୁସନ୍ଧାନ ମୂଳକ ପ୍ରୋଜେକ୍ଟରେ । 
   ସେ ଚାରିଜଣ ‘ଭାରତୀୟସଂସ୍କୃତିକୁ ଓଡିଆଜାତିରଦାନ’ ଉପରେ ଗବେଷଣା କରୁଛନ୍ତି । ତେଣୁ ମଝିରେ ମଝିରେ ଓଡିଶା ମଧ୍ୟ ଯିବାକୁ ପଡେ । ହେଲେ ସ୍ୱର୍ଗୀୟ କଳାର ପ୍ରୟୋଗରେ ଯେ.ଏନ.ୟୁ.ର ଅମାପ ସାଂସ୍କୃତିକ ବୈଭତାର ଭଣ୍ଡାର ରୂପେ ବିବେଚିତ ପାଠାଗାରକୁ ବ୍ୟବହାର କରି ଓଡିଆ ଜାତିର ଭାରତୀୟ ସଂସ୍କୃତି ପ୍ରତି ଦାନ ର ଏକ ବିଷଦ ରିପୋର୍ଟ ସେମାନେ ପ୍ରସ୍ତୁତ କରିବେ । ଅନ୍ୟ ଦୃଷ୍ଟିରେ ବିଚାର କଲେ ଏହା ଜଣାଯାଏ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଅମୃତର ଜୀବନ ଲେଖାଲେଖିରେ ଗତିଶୀଳ ।
   ସେଇଥିପାଇଁ ଆଜି ସେ ଭାରତର ରାଜଧାନୀ ଦିଲ୍ଲୀର ପ୍ରଗତି ମୈାଦାନରେ ନିଜର ଏକ ପୁସ୍ତକ ଉନ୍ମୋଚନ କରେଇବାରେ ସକ୍ଷମ ହୋଇଛି । ତେଣୁ ମେଘା ପାଇଁ ସୁବର୍ଣ୍ଣ ସୁଯୋଗ । ସେ ଦେଖିବ, ଏକ ପ୍ରିତୀର ପ୍ରାୟୋଜିତ ଜାଲରେ ଜଣେ ପୁରୁଷକୁ ଛନ୍ଦି ଦେଇ ପ୍ରତାରଣା ର ଘୃଣା ର ବିଷ ଭଳି ଦେବା ପରେ ପୁରୁଷଟି କିପରି ଛଟପଟ ହୁଏ । ଘୃଣା କେତେ କଦର୍ଯ୍ୟ । ଘୃଣା କିପରି ଜୀବନକୁ ବିଷମୟ କରିଦିଏ । ଯେପରି ଦିନେ ତାର ସଂସାରର ସବୁଠାରୁ ପ୍ରିୟ ତା ବାପା ତା ପ୍ରତି ଘୃଣା କରିବାର ଆରମ୍ଭ କରିଥିଲେ । ପ୍ରତି ମୂହୁର୍ତ୍ତରେ ସେହି ଘୃଣାର ଘାତରେ ସେ କିପରି ଘାଣ୍ଟି ହୋଇଛି ସେ ଚାହେଁ ପୁରୁଷ ଜାତି ବି ଅନୁଭବ କରୁ? 
   ଦେଖିବାକୁ ଗଲେ ମେଘା ସତେଯେମିତି ନିଜର ମାନସିକ ଭାରସାମ୍ୟକୁ ସମ୍ଭାଳି ପାରିନି । ସେ ସଂସାରର ସବୁ ପୁରୁଷକୁ ନିଜର ବାପା ଭଳି ବୋଲି ଧରି ନେଇଛି । ଯେଉଁଠି ସେ ତା ଜୀବନରେ ଦେଖିଛି କେବଳ ପୁରୁଷ ମାନଙ୍କର ଏ ସମାଜରେ ଖରାପ କ୍ରିୟା ପ୍ରତିକ୍ରିୟାକୁ । କେବେ ପୁରୁଷର ସ୍ନେହ ମମତାକୁ ଗୁରୁତ୍ୱ ଦେଇନି । ତା ମନରେ ଗୋଟିଏ ଦୁର୍ବାର ଭ୍ରମ । ଦୁଇତିନିଜଣ ପୁରୁଷଙ୍କୁ ଘୃଣାର ବହ୍ନିରେ ଜଳେଇ ଦେଲେ ତାର ଘୃଣା ସନ୍ତପ୍ତ ଆତ୍ମାକୁ ଟିକେ ଶାନ୍ତି ମିଳିଯିବ । ହେଲେ ସେ ବୁଝିପାରୁନି କିମ୍ବା ବୁଝିବାକୁ ଚେଷ୍ଟା ମଧ୍ୟ କରିନି ଯେ ଅନ୍ୟ ପୁରୁଷ ମାନଙ୍କର ତା ପ୍ରତି ଦୋଷ କଣ । ସେମାନେ କଣ ତା ବାପାଙ୍କ ଭଳି । ହଁ ଗୋଟିଏ କଥା ସେ ପ୍ରମାଣ କରିବାକୁ ଚାହେଁ ଏ ପୁରୁଷ ଜାତି କେତେ ସ୍ୱାର୍ଥପର । 
   ସାମାନ୍ୟ ନାରୀ ଦେହର ଲାଳସାରେ ଭୂଲିଯାଆନ୍ତି ସଂସାରର ଅଭୂଲା ସମ୍ପର୍କକୁ ।  ନିଜର ଜନ୍ମ ଦାତା ଜନ୍ମଦାତ୍ରୀଙ୍କ ଠାରୁ ଦୂରେଇଯାଇ ନିଜର ସୁହାଗୀ ସ୍ତ୍ରୀ ସହିତ ଅନ୍ୟତ୍ର ସହାବସ୍ଥାନ କରନ୍ତି । ସ୍ତ୍ରୀର ରୂପ, ଯୈାବନ ଓ ବଚନରେ ଏମାନେ ଅଚିରେ ଓ ଅକସ୍ମାତେ ବଶୀଭୂତ ହୋଇ ଏମିତି ବି ନିଜର ଜନକ ଜନନୀକୁ ଘୃଣା କରିବା ଆରମ୍ଭ କରିଦିଅନ୍ତି । ସଂଯମତା ଏମାନଙ୍କ ପାଖରେ କଣ କିଛି ନାହିଁ । ସବୁ ବେଳେ ତା ମନ ଓ ଆତ୍ମା ଭିତରେ ଗୋଟିଏ ଘୃଣା ଭାବ । ଏ ପୁରୁଷ ଜାତିର ସ୍ୱଭାବ ପ୍ରତି । 
   ମନେମନେ ଭାବିଥିଲା ସେଦିନ ବହି ଉନ୍ମୋଚନ ସଭାରେ ଯେ ସେ ଆଜି ଘରକୁ ଫେରିଲେ ଅମୃତ ମିଶ୍ର ର ଅତୀତରେ ପ୍ରକାଶିତ ଏକ ମନଛୁଆଁ ଆବେଗଭରା ଲେଖା ‘ନାରୀର ଦେହ’ କୁ ସେ ପଢିବ । ହଷ୍ଟେଲ୍‌ରେ ପହଞ୍ôଚ ଯାଇଛି । ନିଜ ରୁମ୍‌ରେ ପହଞ୍ôଚବା ପରେ ହଷ୍ଟେଲ୍‌ର ଡିନର ସମୟ ହୋଇ ଯାଇଛି । ଖାଇ ଦେଇ ଆସି ନିଜର ବେଡ୍ ଉପରେ ବସିପଡି ଫାଇଲ୍ ଟିକୁ ଖୋଲିଛି ଯେଉଁଥିରେ ସେ ସବୁ ପେପର୍ କଟିଙ୍ଗ୍ ଗୁଡିକୁ ସାଇତି ରଖେ । ବାହାର କରିଛି ଅମୃତ ମିଶ୍ରଙ୍କର ସେ ଲେଖାଟିକୁ । ପଢିଛି ସେ ମନଗ୍ରାହୀ ଲେଖାଟିକୁ । ଥରେ ନୁହେଁ ଦୁଇଥର ନୁହେଁ ତିନିତିନିଥର । ପ୍ରକୃତରେ ସତେଯେପରି ଅମୃତ ମିଶ୍ର ଅନୁଭବ କରିଛନ୍ତି, ଏ ନାରୀ ଦେହ ର ବୈଶିଷ୍ଟତାକୁ ଅତି ସକ୍ଷ୍ମରୁ । ଲେଖାଟି ଏହିପରିଥିଲା ।
   ବିଜ୍ଞାନ କହେ ପ୍ରତ୍ୟେକ ମାନବ ଶରୀର ସର୍ବମୋଟ ଦୁଇଶହ ଛ ଖଣ୍ଡ ହାଡରେ ଗଢା । ପିଞ୍ଜରାକୁ  ପୂର୍ଣ୍ଣତା ଦେଇଚି ମାଂସ ପିଣ୍ଡୁଳା । ଆଉ ମାଂସ ପିଣ୍ଡୁଳାକୁ ଢାଙ୍କି ରଖିଛି ଚର୍ମ । ହାଡର ଛାଞ୍ଚ ଉପରେ ମାଂସ ଖଣ୍ଡ ଗୁଡିକର ଅନନ୍ୟ ସଜ୍ଜୀକରଣ ଶରୀରକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରୁଛି । ଶରୀରର କେଉଁଠି କେଉଁଠି ଏ ମାଂସ ପିଣ୍ଡୁଳା ଅତ୍ୟନ୍ତ ନମନୀୟ ଓ ତନ୍ୟ । ମାଂସ ଉପରେ ଚର୍ମର ଆସ୍ତରଣ ଏକ ସୁଢଳ କମନିୟ କାନ୍ତିରେ ପରିଣତ କରୁଛି । ଭିତରେ ଖଞ୍ଜାହୋଇଛି କେତେ ଗୁଡିଏ ସ୍ୱୟଂ ଚାଳିତ ଯନ୍ତ୍ର ଯାହା ଜୀବନ ଆରମ୍ଭରୁ ଶେଷ ଯାଏ  ଅହରହ ଅବିରାମ ସକ୍ରିୟ । ହେଲେ ବୁଝି ହୁଏନା ଏ ନାରୀ ଦେହରେ କଣ ଭରିଛି ସେ ବିନ୍ଧାଣି ଯାହାର କୁହୁକରେ ଏ ସଂସାର  ଯେତିକି ସୁନ୍ଦର  ବେଳେବେଳେ ସେତିକି ଅସ୍ତବ୍ୟସ୍ତ ହୋଇପଡେ ।
   କଣ ଅଛି କେଜାଣି ସେ ନାରୀର ଦେହରେ ଜୀବନ ପ।।ଇଁ ସାଥୀ କରିନିଅନ୍ତି ବିବାହ ବେଦିରେ ସମାଜ ଆଗରେ । ସତେ ଯେମିତି ନାରୀଠାରୁ ଉପଭୋଗ୍ୟ ବସ୍ତୁ ସଂସାରରେ ଆଉ କିଛି ନାହିଁ । କେତେ ଯେ ବୀରଅବିର ମାନେ ପଡନ୍ତି ନାରୀର ପ୍ରେମରେ ତାହାର ହିସାବ ନାହିଁ । କିଏ ହାରିଯାଇ ହୁଏ ସର୍ବସ୍ୱାନ୍ତ ଓ ନୟାନ୍ତ ତ ପୁଣି କିଏ ହାରିବାରେ ପାଇଯାଏ ଜିତିବାର ସ୍ନିଗ୍ଧତା । ସେ ନାରୀ ଦେହର ଆକର୍ଷଣ ହେଉ ଅବା ତା ଭିତରେ ପ୍ରକୃତି ଭରି ଦେଇଥିବା ଆକର୍ଷଣ ର କୁହୁକ ଯୋଗୁଁ ହେଉ ପ୍ରାୟ ସମସ୍ତେ ଆକର୍ଷିତ ହୁଅନ୍ତି ଏହି ନାରୀ ଆଡକୁ । ନାରୀ ଦେହର ମୋହରେ ହେଉ ଅବା ତାର ମୋହିନୀ କଥାରେ ହେଉ କେତେ ଯେ ଘର ଗଢିଉଠିଛି କେତେ ଯେ ଘର ଭାଙ୍ଗି ଯାଇଛି ତାର ନଥିପତ୍ର ମଧ୍ୟ ନାହିଁ । ଏହି ନାରୀର ଦେହ ପାଇଁ କେଉଁଠି ପ୍ରେମିକ ଆତ୍ମହତ୍ୟା କରେ ତ କେଉଁଠି ଜନ୍ମରୁ ରକ୍ତସମ୍ପର୍କ ସମସ୍ତ ପରିଜନଙ୍କୁ ପର କରିଦିଏ । 
   ପ୍ରେମରେ ପାଗଳ ହୁଏତ ହଜିଯାଇ ଜୀବନରେ ପ୍ରକୃତ ଅର୍ଥ ଅନ୍ୱେଷଣରେ ଆଗେଇଚାଲେ । ହେଲେ ପ୍ରେମ ହେଉ ଅବା ଉପଭୋଗ ପାଇଁ ହେଉ ସେ ନାରୀର ଅଙ୍ଗ ମାନେ ହିଁ ପ୍ରଥମେ ଦାୟୀ । ନାରୀ ଆଖିର ଚପଳତା, କୋଳର ଶୀତଳତା, ଛାତିର ଉଷ୍ମତା, ତା ଦେହର ବାସ୍ନା, କେଶର କୁଞନ, ପ୍ରିତୀଭରା ବଚନ, ଚାଲିର ତାନ, କଟିର କଟାକ୍ଷ, ନୁପୁରର ରୁଣୁଝୁଣୁ, ହାତର କୋମଳ ସ୍ପର୍ଶ, ହୃଦୟଗ୍ରାହି ସେବା, ଜନନୀ ରୂପରେ ସ୍ନେହ ଅବା ଜାୟା ରୂପରେ ପ୍ରଣୟ କିଛି ନା କିଛି ଏ ପୁରୁଷ ଜାତୀକୁ କରେ ଲକ୍ଷଯୁକ୍ତ ପଥିକ ଅବା ପଥହରା ବାଟୋଇ ।
   ଏହି ନାରୀର ଦେହ କେଉଁଠି ରାଜତନ୍ତ୍ରକୁ ଭୁଷୁଡେଇ ଦେଇ ରାଜାକୁ କରିଛି କାଙ୍ଗାଳ ତ କେଉଁଠି କେବଳ ପରାଭବର ଯନ୍ତ୍ରଣା । ତଥାପି ମଣିଷ ବୁଝେନି କିମ୍ବା ବୁଝି ପାରିବନି ଏ ନାରୀ ଦେହରେ ଅଛି କଣ । ଏହି ନାରୀ ଦେହ ପାଇଁ କେତେ ଯେ କାବ୍ୟ, କବିତା, ରାମାୟଣ ପୁରାଣ, ଉଦାହରଣ ଭଳି ରଖାଯାଇଛି ତଥାପି କିଂ କର୍ତ୍ତବ୍ୟ ମୁଢ ଏ ମଣିଷ । କେଉଁଠି ନାରୀ ପାଇଁ ଯୁଦ୍ଧର ବିଭିଷୀକା ତ କେଉଁଠି  ନାରୀ ପାଇଁ ନର ସଂହାର ।
   ବିଶ୍ୱାମିତ୍ର ଭଳି ଋଷିଙ୍କର ଧ୍ୟାନ ଭଙ୍ଗ କରିପାରେ ଏ ନାରୀ ପୁଣି ରାବଣ ଭଳି ରାଜାକୁ  ବିପଥଗାମି କରି ଧ୍ୱଂସ କରେ ସ୍ୱର୍ଣ୍ଣଲଙ୍କା ଓ ତାକୁ ମୃତ୍ୟ କରେ ଅର୍ପଣ । କେଉଁଠି ନାରୀ ଦେହକୁ ଆବୃତ କରି ରଖିବା ପାଇଁ  ସାମାଜିକ ତାଗିଦ୍ ତ କେଉଁଠି ଓଢଣୀ  ଅନାବରଣ ପାଇଁ ଆନ୍ଦୋଳନ । କେଉଁଠି ନାରୀ ର ଦେହ ଆମୋଦଦାୟକ ବଜାରର ବିକ୍ରି ସାମଗ୍ରୀ ତ କେଉଁଠି ନାରୀର ଦେହ ସଭାସ୍ଥଳୀ, ମେଳାମଉତ୍ସବ, ଯାନିଜାତ୍ରାର ଆକର୍ଷଣ । କୈଣସି ଜିନିଷର ଲୋକମାନଙ୍କ ଭିତରେ ପ୍ରଚାର ପ୍ରସାର ପାଇଁ ନାରୀ ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । କେଉଁଠି ନାରୀ ଦେହର ବ୍ୟବସାୟକୁ ସ୍ୱାଧୀନତା ତ କେଉଁଠି ଏହା ଏକ ଅପରାଧ । ଏହି ନାରୀର ଦେହ ହିଁ କେତେ ଯେ ପୁରୁଷଙ୍କ ଚରିତ୍ରରେ କଳଙ୍କର ଦାଗ ଲଗେଇଛି ତାହା କେହିବି କହି ପାରିବେ ନାହିଁ ।
   ହେଲେ ସବୁର ଶେଷରେ ମଧ୍ୟ ନାରୀ ବିନା ଏ ସଂସାର ସ୍ୟୈନ୍ଦର୍ଯ୍ୟ ହୀନ । ନାରୀର ଦେହ ବିନା ଏ ମଣିଷଜାତି ବୋଧହୁଏ କାମଶୂନ୍ୟ । ସଂସାରେ ପରପିଢୀର ସର୍ଜନା ପାଇଁ ନାରୀ ଅପରିହାର୍ଯ୍ୟ । ନାରୀର ଉପସ୍ଥିତ ଏ ସମାଜକୁ ଚଳଚଞ୍ଚଳ କରି ରଖେ । ମନୁଷ୍ୟର ଶାରିରୀକ ଆବେଗ ର ଉପଷମର ଅନିବାର୍ଯ୍ୟ ବସ୍ତୁ ଏହି ନାରୀ । ଲେଖାଟି ପଢିସାରିଲା ବେଳକୁ ରାତି ଆସି ୧୧ଟା ହୋଇଗଲାଣି । ନିଦରେ ଆଖି ବି ମାଡି ମାଡି ପଡିଲାଣି । ପରଦିନର ଅଫିସ୍ କାମକୁ ଟିକେ ମନେ ପକାଇ ଶୋଇ ଯାଇଛି ମେଘା । 


             *****            


ତେର


   ଗୋପୀନାଥ ମେଘା ପ୍ରେମରେ ପଡିଗଲା ପରଠାରୁ ସତେଯେମିତି ନିଜକୁ ଅବ୍ୟବସ୍ଥିତ ମନେକରେ । ବ୍ୟାଙ୍କ୍‌ରେ ଅଫିସ୍ କାମରେ ଆଉ ମନ ଲାଗେନି । ମେଘାର ମୁହଁତାକୁ ବ୍ୟତିବ୍ୟସ୍ତ କରିପକାଏ । ନିଜକୁ ସମ୍ଭାଳି ନପାରି ଠିକ୍ ଲଞ୍ଚ୍ ଟାଇମ୍ ରେ ଫୋନ୍ କରେ । ମେଘା ମଧ୍ୟ ସେଇଆକୁ ଅପେକ୍ଷା କରିଥିଲା । ମେଘା ଖୁସିରେ ଗୋପୀନାଥକୁ ମଜଗୁଲ କରେଇ ଦେଇଛି ।  ଛଳନାର ଛଳରେ ଗୋପୀନାଥରେ ଦେହ ମନ ଓ ପ୍ରାଣରେ ନିଜର ଆଡ୍ଡା ଜମେଇ ଦେଇଛି ।
   ମେଘା ଜାଣେ ଏ ବି ସେଇ ନୃଶଂସ ପୁରୁଷ । ଯେ କି ନାରୀର ଦେହର ଲାଳସା ପାଇଁ ରକ୍ତର ସ୍ନେହ ମମତା ପ୍ରଭୃତିକୁ କ୍ଷଣକରେ ପରକରିପାରେ । ମଦ ନିଷାରେ ଜଘନ୍ୟ କାଣ୍ଡ ଘଟେଇପାରେ ।  ବଳତ୍କାର ଭଳି ବିଭୀଷିକା ରଚେଇ ପାରେ । ନାରୀ ଏମାନଙ୍କ ପାଇଁ ଗୋଟେ ଗୋଟେ ଖେଳନା । ନାରୀର ସୁନ୍ଦରତା ଆଉ ତାର ଚେହେରା କୁ ଉପଭୋଗ କରିବାକୁ  ସଦାସର୍ବଦା ବ୍ୟାକୁଳ । ଏହି ନାରୀର ଦେହ ପାଇଁ ଏ ସାତ ପରକୁ ସାତଜନ୍ମ ପାଇଁ ବିଶ୍ୱାସ କରିବସେ ହେଲେ ସାତଜନ୍ମର ସମ୍ପର୍କକୁ କ୍ଷଣକେ ଭାଙ୍ଗି ଚୁରମାର୍ କରିଦିଏ । ଏ ପୁରୁଷଜାତି କାହାର ନୁହେଁ । ମନେମନେ ଉତ୍‌କ୍ଷିପ୍ତ ହୋଇଉଠେ । ନିଜ ଜୀବନର ବାପାଙ୍କଠାରୁ ପାଇଥିବା  ଯନ୍ତ୍ରଣା କୁ ସେ କେବେ ବି ସହଜରେ ହଜମ କରିପାରୁନି । 
   ତା ଆତ୍ମାର ପରିପାଟିକୁ ସେ କ୍ଷତାକ୍ତ କରିଦେଇଛି । ସେ କ୍ଷତାକ୍ତ ଆତ୍ମା ସତେଯେମିତି ସବୁବେଳେ କୋହର ନଦୀ ପରି କ୍ଷରିତ । ଘୃଣାର ପରିଧି ଭିତରେ ସେ ଆଜି ନିଜ ଚରିତ୍ରକୁ ଜଳାଞଳି ଦେଇସାରିଲାଣି ତଥାପି ତାର ଚିନ୍ତା ନାହିଁ କିମ୍ବା ଅନୁଶୋଚନା ନାହିଁ । ଏ ପୁରୁଷ ଜାତିଠାରୁ ପ୍ରତିଶୋଧ ନେବା ପ୍ରାବଲ୍ୟରେ ସେ ଆଜି ତାର ଚରିତ୍ରକୁ ଘୃଣା ରୂପକ ଚିତାରେ ଭଷ୍ମ କରିସାରିଲାଣି । ସେ ବା କଣ କରିପାରିବ । ଯୁବତୀ ଜୀବନର ସେ ଯେଉଁ ରକ୍ତର ଉନ୍ମାଦନା ସେଥିରେ ଥଳକୂଳ ହିଁ ନଥାଏ । କୁଆଡେ ଭିଡିନେଇ ମାଡିଦେବ ଯାହା କେବଳ ସେହି କାଳକୁ ହିଁ ଜଣା । ଆଜି ସେହି ପୁରୁଷକୁ ପ୍ରତାରଣାର ପ୍ରବଞ୍ଚନାରେ ଜାଳିବା ପାଇଁ ତାର ଯେଉଁ ନିଷ୍ଫଳ ପ୍ରୟାସ ତାହା କେବଳ ସେହି ବିଶ୍ୱଶ୍ରଷ୍ଟାଙ୍କୁ ଜଣା । 
   ମନ ତାର ପାହାଡପରି କଠିନ, ବିଶ୍ୱାସ ତାର ବଜ୍ର ପରି ବଳଶାଳୀ, ହିଆ ତାର ସୁନାମି ପରି କଠୋର । ତା ଜୀବନର ଉଦ୍ଦେଶ୍ୟ କେବଳ ପ୍ରତିଶୋଧ ଏ ପୁରୁଷଜାତିଠାରୁ ଯାହା ଏକ ବାଚାଳାମି ଛଡା ଆଉ କିଛି ନୁହେଁ । ତଥାପି ଆଜି ସିଏ ଅନ୍ୟ ଏକ ପୁରୁଷ ଗୋପୀନାଥ ଯାହାକୁ ସେ କବଳିତ କରିସାରିଲାଣି ନିଜର ଆତ୍ମାର ଆଘାତକୁ ପ୍ରଶମିତ କରିବା ପାଇଁ । ଜୀବନର ପ୍ରଥମ ପ୍ରେମର ସେ ଅପ୍ରକାଶ୍ୟ ପରମର ପୀଡାରେ ଆଜି ଗୋପୀନାଥ ମଧ୍ୟ ପ୍ରପିଡିତ ହୋଇ ବସିଛି । ପ୍ରେମରେ ସେ ପାଗଳାମୀ ଧୀରେଧୀରେ ତାକୁ କରାଗ୍ରତ କରିବାକୁ ବସିଲାଣି । ତା ସାଙ୍ଗକୁ ମେଘା ଛଳନାରେ ପ୍ରେମର ବିସ୍ମୟ ଯାଦୁ  ଛଡିରେ ସେ ଆଜି ଆକର୍ଷିତ । 
   ପ୍ରଥମ ପ୍ରେମର ସେ ମଧୁର ଓ ମତୁଆଲା ମାଦକତା ଆଜି ତାକୁ ଘାଣ୍ଟିବାକୁ ଆରମ୍ଭ କଲାଣି । ମନେମନେ ଗୋପୀନାଥ ମେଘା ସହିତ ପୁନଃ ମିଳନକୁ ବ୍ୟାକୁଳତାର ସହିତ ଅପେକ୍ଷା କରେ । ସୁଯୋଗକୁ ଆଣିବାକୁ ନିଜେ ମଧ୍ୟ ଚେଷ୍ଟାରେ ଲାଗିପଡେ । ଏମିତି ହଠାତ୍ ପୁଣି ଆଉଥରେ ଭେଟିବାକୁ ସେ କାହିଁକି ମେଘାକୁ କହିବାକୁ ସାହାସ ଜୁଟେଇ ପାରୁନଥାଏ । ହେଲେ ମେଘା ମନେମନେ ପୁରାପୂରି ପ୍ରସ୍ତୁତ ସେ କେଉଁଦିନ ଗୋପୀନାଥ ସହିତ ଦେଖାହେଲେ ସେ ତାକୁ ନିଜ ମାୟାରେ ଆହୁରି ଢାଙ୍କି ଦେବ । ତାକୁ ଚିତ୍‌ବିତ୍‌ି କରିଦେବ । ତା ମିଳନ ନିଶାରେ ସେ ସବୁବେଳେ ବ୍ୟାକୁଳିତ ହେବ । ତାରି ସୁଯୋଗ ନେଇ ସେ ଗୋପୀନାଥକୁ ଲୁଟିବ । ତାର ସର୍ବସ୍ୱ ଲୁଟିବ । ସତକୁ ସତ ସେଇଆ ହୋଇଛି । 
   ସବୁଦିନ ମେଘା ସହିତ ଗୋପୀନାଥ ଫୋନ୍‌ରେ ଗପୁଥାଏ ହେଲେ ଦେଖା କରିବାକୁ କହିପାରୁନଥାଏ । ମାତ୍ର ସେଦିନ ଫୋନରେ ପଚାରିନେଇଛି । ମେଘା ମ୍ୟାଡାମ୍ ପୁଣି ଆମେ କେଉଁଦିନ ଦେଖା ହେଉଛେ । ମେଘା କହିଛି ମୋର ବି ଟିକେ କାହିଁକି ଦେଖା ହେବାକୁ ଇଛା ହେଲାଣି ।  ଗୋପୀନାଥ ର ମନ କୁଣ୍ଢେ ମୋଟ ହୋଇଯାଇଛି । ମନତାର ଫୁଲି ଯାଇଛି । କହିଛି ତେବେ ଠିକ୍ ଅଛି ଆଜି ସନ୍ଧ୍ୟାରେ ମୁଁ ଆପଣଙ୍କ ଅଫିସ୍ ରେ ପହଞ୍ôଚବି । ମେଘା କହିଛି ହଉ ଠିକ୍ ଅଛି । ଗୋପୀନାଥ ଖାଲି ଘଣ୍ଟାକୁ ବାରମ୍ବାର ଦେଖୁଥାଏ । କେମିତି ସନ୍ଧ୍ୟାହେବ । କାମରେ ତାର ବିଲ୍‌କୁଲ୍ ମନ ନଥାଏ । ନିଜ ଚାମ୍ବର୍‌ରେ ବସିଥିବା ସମୟରେ କାମ ବିଷୟ ଅପେକ୍ଷା ସେ ଅଧିକ ମେଘା ବିଷୟରେ ଭାବିବାରେ ଲାଗି ପଡିଥାଏ । ସନ୍ଧ୍ୟାରେ ସେ ସୁନେଲି ସ୍ୱପ୍ନ ଗୁଡିଏ କଳନା କରିଚାଲିଥାଏ । ତାକୁ ଦେଖାହେଲେ କେଉଁଠି ସେମାନେ ବସିବେ । ଯାଗାଟି ନିରୋଳା ହୋଇଥିଲେ ବହୁତ ଭଲ । ଯେମିତି ତାଙ୍କର ମିଳନକୁ ଏ ଦିଲ୍ଲୀର ଗହଳଚହଳ ଟିକେ କମ୍ ସ୍ପର୍ଶ କରୁଥିବ । 
   ମିଳନରେ ଯେଉଁ ମିଠା ଯନ୍ତ୍ରଣା ସେ ଅନୁଭବ କରିବା ଆରମ୍ଭ କରିସାରିଳାଣି । ଆଜି ଦେଖିଲେ ସେ ମେଘାକୁ କଣ କହିବ । ତା ପାଖରେ କିପରି ବ୍ୟବହାର କରିବ । ଏମିତି ଅନେକ କଥା । ମନେମନେ ପୁଣି ଭାବିନଉଥାଏ ଆଜି ସାହାସ ଜୁଟେଇ ସେ କହିଦେବ ଆଇ. ଲଭ୍‌. ୟୁ ।  ସେ ତା କୋଳରେ ମୁଣ୍ଡଦେଇ ଟିକେ ଶୋଇ ପଡିବ । ତାର ଗାଲକୁ ଟିକେ ଗେଲ କରିବ । ତାକୁ ସେ ତାର ଜୀବନସାଥୀ କରିବାକୁ ସ୍ୱପ୍ନ ଦେଖୁଛି ବୋଲି କହିଦେବ । ଏମିତି ଖିଆଲ ରେ ତାର ଅଫିସ୍ ର କାମ ଗଡି ଚାଲିଥାଏ । ସତେ ଯେମିତି ସଞ ଆସିବାଟା ଗୋପୀନାଥକୁ ଗୋଟେ ଯୁଗପରି ମନେ ହେଉଥାଏ ।
   କାହିଁକି କେଜାଣି ଭୋଗବାଦରେ ଜୀବନ ଗଢିବାର ଢଞ୍ଚାରେ ଗୋପୀନାଥ ବଢିଥିଲେ ମଧ୍ୟ ସେ କୌଣସି ଝିଅର ଲୁଗା ପିନ୍ଧିବାଟା ତାକୁ ବହୁତ ଭଲଲାଗେ । ବେଶୀ ଭଲଲାଗେ ଶାଢୀର ପଣତକାନୀ । ତା’ର ପିଲାଦିନରୁ ହିଁ ସେ ତା ମା’ ର ପଣତକାନୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଯେବେଠାରୁ ତା’ର ବୁଝିବା ଶକ୍ତି ଆସିଥିଲା ସେ ସବୁବେଳେ ତର୍ଜ୍ଜମା କରେ ଶାଢୀର ପଣତକାନୀର ମହତ୍ତ୍ୱକୁ । କେତେଯେ ଆଦର କେତେଯେ ସ୍ନେହ ସେହି ପଣତ କାନୀ ଭିତରେ ଲୁଚେଇକରି ପ୍ରତ୍ୟକ ନାରୀ ରଖିଥାଏ ସେ ସେଇକଥାକୁ ବହୁ ସମୟରେ ଭାବେ । ସତ କହିବାକୁ ଗଲେ ଝିଅମାନେ ତାକୁ ଶାଢୀରେ ବହୁତ ସୁନ୍ଦର ଲାଗନ୍ତି । ତେଣୁ ସେ ମନେମନେ ନିଷ୍ପତି ନେଇଛି ସେ ମେଘାକୁ କେବେ ଶାଢୀପିନ୍ଧି ତାକୁ ଦେଖାକରିବାକୁ ଆସୁ । 
    ଅଫିସ୍ ବନ୍ଦ ହୁଏ । ଗୋପୀନାଥ ମନରେ ଗୋଟିଏ ବ୍ୟଗ୍ରତା ଜନ୍ମୁନିଏ । ସେ ଆଜି ମେଘା ପାଇଁ କଣ ଗୋଟେ ଭଲ ଗିପ୍ଟଟେ ନେବ । ତା ଜୀବନ କାଳରେ ସେ କାହାକୁ କେବେ ବି କିଛି ହେଲେ ନିଜଟଙ୍କା ଖର୍ଚ୍ଚ କରି ଗିପ୍ଟି୍ ଦେଇନି । ତାର ଟଙ୍କା ପ୍ରତି ଅହେତୁକ ଲୋଭ ସତେ ଯେମିତି ଆଜି ମେଘା କ୍ଷେତ୍ରରେ ସମ୍ପୁର୍ଣ୍ଣ ଓଲଟା । ତାର ମେଘା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛା ହେଲାଣି । ଭାବିଭାବି କାର୍‌ରେ ବ୍ୟାଙ୍କରୁ ବାହାରିଛି ମେଘାର ଅଫିସ୍ କୁ ଯିବା ପାଇଁ । ବାଟରେ ଗୋଟିଏ ଶାଢୀ ଶୋରୁମ୍ ରୁ ଗୋଟିଏ ଶାଢୀ ସହିତ ମ୍ୟାଚିଙ୍ଗ୍ ସାୟା ବ୍ଲାଉସ୍ ଓ ଟାଇଟନ୍ ର ସୋରୁମ୍ ରୁ ଗୋଟିଏ ଦାମୀ ଘଣ୍ଟା କିଣି ତାକୁ ପ୍ୟାକ୍ କରି ମେଘା ପାଇଁ ନେଇକରି ଯାଇଛି ।  ସେ ଦିନ ସାଙ୍ଗରେ ମଧ୍ୟ ସେ ଦିନର ସେ ହେୟାର କ୍ଲିପ୍ ଟାକୁ ନେଇ ଆସିଛି । ମେଘାର ଅଫିସ୍ ଯେତେ ପାଖଉଥାଏ କାହିଁକି କେଜାଣି ତାର ଛାତି ଭିତରଟା ଏକ ଅଜଣା ଭୟରେ ଅନ୍ଦୋଳିତ ହେବାକୁ ଲାଗୁଥାଏ । 
   କିପରି ସେ ମେଘାକୁ ସାମନା କରିବ ଏହି କଥା ଭାବିଚାଲିଥାଏ । ମେଘାର ଅଫିସ୍ ଆସିଯାଇଛି ।  ମେଘା ଜାଣିଶୁଣି ଆଗରୁ ଅଫିସ୍ ବାହାରେ ଅପେକ୍ଷା କରିଥାଏ ଗୋପୀନାଥକୁ । ଗୋପୀନାଥ କାର୍ ଟି ନେଇ ପହଞ୍ôଚବା ମାତ୍ରେ ମେଘା ମୁହଁରୁ ଏକ ସୁନ୍ଦର ହସ ଝରିପଡେ । ହସଟିକୁ ଦେଖିଦେଇ ଗୋପୀନାଥ ଖୁସିରେ ବିଭୋର ହୋଇପଡେ । ହୃଦୟ ଏକ ପ୍ରକାର ଅସ୍ଥିରତା ଅନୁଭବ କରେ । ସତେ ଯେପରି ତା ପାଟିରୁ ସ୍ପଷ୍ଟ କଥା ବାହାରି ପାରିବନି । ମେଘା ପାଇଁ କାର୍‌ର ଡୋର୍ ଟା ଖୋଲିଦିଏ । ମେଘା ଯାଇ ଗୋପୀନାଥର ବାମ ପଟେ ବସିପଡେ । ମେଘା ବୁଝିଗଲାଣି ଯେ ଗୋପୀନାଥ ବର୍ତ୍ତମାନ ନିଜର ପ୍ରକୃତ ଅବସ୍ଥାରେ ନାହିଁ । ସେ ପ୍ରେମର ପାଗଳାମି ରେ ପଡିଗଲାଣି । ତେଣୁ ମେଘା କହିଛି ଆପଣ ଧୀରେ ଡ୍ରାଇଭିଙ୍ଗ୍ କରନ୍ତୁ । ଗୋପୀନାଥ ପଚାରିଛି ଆଜି କେଉଁଠିକି ଯିବା? 
   ମେଘା କହିଛି ଚାଲନ୍ତୁି ଆଗ ଗୋଟେ ଲେଖାଏଁ ଆଇସ୍କ୍ରିମ୍ ଖାଇବା ହେଲେ କୋଉ ସପ୍ ରେ ନୁହେଁ । ଗୋପୀନାଥ କହିଛି ତେବେ କେଉଁଠି କହୁନାହାନ୍ତି । ମେଘା କହିଛି ଆପଣ ମୋତେ ଆଗ ଆପଣ କହିବା ବନ୍ଦ କରନ୍ତୁ । ମୋତେ ତୁମେ ବୋଲି ଡାକନ୍ତୁ ତାପରେ ମୁଁ କହିବି । ଗୋପୀନାଥ କହିଛି ଆପଣ ମଧ୍ୟ ମୋତେ ତମେ ବୋଲି ଡାକିବେ ।  ଦୁଇଜଣ ପରଷ୍ପର ମୁହଁକୁ ଚାହିଁ ହସିଦେଇଛନ୍ତି । ମେଘା କହିଛି ଚାଲ ଆଜମଲ ଖାନ ପାର୍କ ଭିତରେ ଆଇସ୍କ୍ରିମ୍ ଖାଇ ବସିବା ତାପରେ ଯିବା । ଗୋପୀନାଥର ମନ ବୋଧହୁଏ ଖୁସିର ଚରମ ସୀମାରେ ପହଞ୍ôଚ ଯାଇଛି । ସେ ନିଜକୁ ବିଶ୍ୱାସ କରିପାରିନି ଆଉ ନିଜକୁ ଟିକେ ବ୍ୟାକୁଳତାରେ ପାଇଛି । ପାର୍କ ଆଗରେ ପାର୍କିଙ୍ଗ୍ ସ୍ଥାନରେ ଗୋପୀନାଥ କାର୍‌ଟି ରଖେôଦଇଛି । ଦୁଇଜଣ ପାର୍କର ଏକ ନିରୋଳା ସ୍ଥାନକୁ ଚାଲି ଯାଇଛନ୍ତି । ଉଭୟେ ତଳ ଘାସର ଗାଲିଚା ଉପରେ ବସିପଡିଛନ୍ତି ।  
   ଗୋପୀନାଥ ସେହି ପାର୍କ ବାହାରେ ଠିଆ ହୋଇଥିବା ଆଇସ୍କ୍ରିମ୍ ବାଲା ଠାରୁ ଦୁଇଟି ଆଇସ୍କ୍ରିମ୍ ନେଇକରି ଆସିଛି । ଗୋଟିଏ ମେଘାକୁ ଦେଇଛି ଓ ଅନ୍ୟଟି ନିଜେ ରଖିଛି । ପାଖାପାଖି ଦୁହେଁ ଆଇସ୍କ୍ରିମ୍ ଖାଇବା ଆରମ୍ଭ କରିଛନ୍ତି । ଗୋପୀନାଥ ଖାଲି ବାଲୁବାଲୁ କରି ମେଘା ମୁହଁକୁ ଚାହିଁ ରହିଥାଏ । ମେଘା ପଚାରିଛି ଏମିତି କାହିଁକି ଚାହିଁଛ । ତୁମେ ବହୁତ ସୁନ୍ଦର । ହେଲେ ତୁମକୁ ଶାଢୀ ରେ ଦେଖିବାକୁ ବହୁତ ଇଚ୍ଛା ହେଉଛି । କାହିଁକି ମିଛ କହୁଚ କହିଲ । ମେଘା ଟିକେ ଲାଜେଇକରି କହିଛି । ଗୋପୀନାଥ ଆଣିଥିବା ଶାଢୀଟି ଓ ଘଣ୍ଟାଟି ଯେତେବେଳେ ମେଘାକୁ ଦେଇଛି ମେଘାର ପ୍ରତିକ୍ରିୟା ଗୋପୀନାଥକୁ ଆହୁରି ମେଘା ଆଡକୁ ଆକର୍ଷିତ କରିଛି ।  ମେଘା ଶାଢୀଟି ଦେଖି ହଠାତ୍ ଯେତିକି ଆଶ୍ଚର୍ଯ୍ୟ ହୋଇଛି ସେତିକି ମନେମନେ ଗୋପୀନାଥର ବରବାଦି ଆରମ୍ଭ ହେବାଟା ଦେଖି ଖୁସି ହୋଇଯାଇଛି । 
   ମୁଁ ତ ଆଜି ପର୍ଯ୍ୟନ୍ତ ଜମା ଶାଢୀ ପିନ୍ଧିନି । ପିନ୍ଧିବି କେମିତି ଯେ? ଗୋପୀନାଥ କହିଛି ଆଜିନହେଲେ କାଲି ତ ତୁମକୁ ଶାଢୀ ପିନ୍ଧିବାକୁ ପଡିବ ନା! ତେଣୁ ମୋର ଅନୁରୋଧ ତୁମେ ଆରଥରକୁ ଯେମିତିକା ହେଲେ ଶାଢୀପିନ୍ଧି ମୋ ପାଇଁ ଆସିବ । ତୁମର ଏ ଶାଢୀ ପ୍ରତି ଏତେ ଆକର୍ଷଣ କାହିଁକି ମୁ ଜାଣିପାରେ କି? ନିଶ୍ଚୟ । ସତରେ ମୋତେ ଶାଢୀର ପଣତକାନୀର ସେ ପ୍ରୀତିର ଯାଦୁ ବହୁତ ଭଲଲାଗେ । ମୋ ମା’ ର ପଣତକାନୀ କଥା ମୋର ସବୁବେଳେ ମନେପଡେ । ମୁଁ ନାରୀର ପଣତକାନୀ ବିଷୟରେ ବହୁତ ଭାବେ । ଆଉ ଏ ଭାବନାଟି ମୋର ସେହିଦିନ ଠାରୁ ବହୁତ ଅଧିକ ହୋଇଯାଇଥିଲା ଯେଉଁଦିନ ଖବରକାଗଜରେ ‘ପଣତକାନୀର ମନଭିତର କଥା’ ପଢିଥିଲି । ସେ ଲେଖାଟି କଣ ତୁମ ପାଖରେ ଅଛି । ଆରେ ସେ ଲେଖାଟିକୁ କଣ ରଖିବି ମୁଁ ତାକୁ ଗୋଟିଏ ଅଡିଓ ସି.ଡି. ରେ ପରିଣତ କରିଦେଇଥିଲି । ବର୍ତ୍ତମାନ ତୁମ ପାଖରେ କଣ ସେ ଅଡିଓ ଅଛି? କାହିଁକ, ଶୁଣିବ ନା କଣ? ତୁମର ଯେତେବେଳେ ଏତେ ଆଗ୍ରହ, ମୁଁ ଭାବୁଛି ତାକୁ ନଶୁଣି ଆଉ ରହିପାରିବିନି । ଦେଖେ କାଳେ ସି.ଡି.ଟି ସି.ଡି ବକ୍ସ୍ ଭିତରେ ଥିବ । ଗୋପୀନାଥ ସି.ଡି. ଟିକୁ ଖୋଜିଛି ଆଉ ଭାଗ୍ୟବଶଃତ ତାକୁ ସେଇଟି ମିଳିଯାଇଛି । ମେଘା କହିଛି ତେବେ ମୁଁ ବର୍ତ୍ତମାନ ଶୁଣିବି । ଠିକ୍ ଅଛି । ଗୋପୀନାଥ ବାଜୁଥିବା ଗୀତଟିକୁ ବନ୍ଦ କରି ସି.ଡି. ଟିକୁ ଚାଲୁ କରିଛି ମେଘା ମନଧ୍ୟାନ ଦେଇ ଶୁଣିବାରେ ଲାଗିଛି । ସେ ଅଡିଓଟି ଏହିପରି ଥିଲା ।
   “ମୁଁ ଯେତେବେଳେ ନୁଆବୋହୁଟିର ଓଢଣୀ ହୋଇ ଆସେ ସମସ୍ତେ ମୋରି ଭିତରେ  ହିଁ  ନୁଆ ବୋହୁୁୁୁୁୁୁୁଟିର ମୁହଁକୁ ଦେଖିବାକୁ ଚେଷ୍ଟାକରନ୍ତି । ସମସ୍ତେ କୁହନ୍ତି ମୁଁ ହେଉଛି ଶାଢ଼ୀର ପ୍ରଥମ ସ୍ୟୈନ୍ଦର୍ଯ୍ୟ । ଶାଢୀ କିଣିବା  ସମୟରେ ସମସ୍ତେ ପ୍ରଥମେ ମୋ ରୂପରଙ୍ଗକୁ ଭଲକରି ଦେଖନ୍ତି । କୁଆଁରିଝିଅ ହେଉ, ନୂଆବୋହୁ ହେଉ ଅବା ବୟସର ମଧ୍ୟାହ୍ନରେ ଉପନୀତ ନାରୀ  ସମସ୍ତେ ଯେତେବେଳେ  ଶାଢୀ ପିନ୍ଧନ୍ତି ସମାଜର  ନିଜପ୍ରତି  ଆକର୍ଷଣ ବଢ଼େଇବା ପାଇଁ ମୋତେ ଭାରି ଆଦରରେ ନିଜର ଭାବନାତ୍ମକ  ସ୍ୟୈନ୍ଦର୍ଯ୍ୟର ଅହଙ୍କାରରେ ସଜାଡ଼ି ସୁଜୁଡ଼ି  ପିନ୍ଧନ୍ତି । ମୌଳିକତାକୁ ବହନ କରି ଆଧୁନିକ ପାର୍ଟି ହେଉ, ଓଷାବାହା, ପୁନିଅପରବ, ଯାନିଯୌତୁକ ଅବା କୁଆଁରପୂନେଇରେ ଜୀବନରେ ପ୍ରଥମ କରି ଶାଢ଼ୀ ପିନ୍ଧିଥିବା ଯୁବତୀ  ହେଉ ସେମାନଙ୍କ ଶାଢୀରେ ଥିବା ମୁଁ ହିଁ ସତେ ଯେମିତି ସେ ମୂହୁର୍ତ୍ତ ଗୁଡ଼ିକରେ ସମସ୍ତଙ୍କ ମନରେ ଅବେଇଛତର କରି ରଙ୍ଗଭରି ଦେଇଥାଏ । 
   ରଜଦୋଳି ଖେଳରେ ଯୁବତୀଟିର  ଶାଢ଼ୀରେ ଯେତେବେଳେ ମୁଁ ପବନରେ ଝୁଲୁଥାଏ ପାଖପଥିକର ନଜର ମୋ ଉପରେ ନପଡ଼ି ରହିପାରେନା । ମୋ ବିନା ଶାଢ଼ୀର ଜୀବନ ନାହିଁ କିମ୍ବା ଆଭୁଷିତାର ସ୍ୟୈନ୍ଦର୍ଯ୍ୟ  ମଧ୍ୟ ନାହିଁ   ମୋ ସ୍ୟୈନ୍ଦର୍ଯ୍ୟ ପାଇଁ  ମୁଁ ସିନା  ଯୁଗେଯୁଗେ ସବୁରି ମୁହଁରେ ପ୍ରଶଂସିତ ହେଲେ ମୋ ଭିତରେ ଲୁଚିକରି ଥିବା ଅନନ୍ୟ ଶକ୍ତି ଓ ପରାକାଷ୍ଠାର ମହତ୍ତ୍ୱକୁ କେହିକେବେ ବୁଝିବାକୁ କିମ୍ବା ସମାଜକୁ ବୁଝେଇବାକୁ ଚେଷ୍ଟା କରିନାହାନ୍ତି ।      
   ମୁଁ ସିନା ମୁଁଣ୍ଡର ଓଢଣୀ, ହେଲେ ମୁଁ ହିଁ ପଣତକାନୀ । ମୋରି ଭିତରେ ସ୍ନେହ, ମମତା, ପ୍ରୀତିର ଦରିଆ ଯେ ଲୁଚିକରି ଅଛି କେହିକେବେ ଭାବନ୍ତି ନାହିଁ । ମୁଁ ଅଟେ ନିର୍ବିକାର,  ନୀରଳସ, ନିସ୍କପଟ, ନିରହଙ୍କାର ଓ ନିସ୍ୱାର୍ଥପର । ପରସେବାରେ ମୋ ଜୀବନର ଆନନ୍ଦ । ମୋ ପାଖରେ ନାହିଁ ଛୋଟବଡ଼, ଧନୀଦରିଦ୍ର, ଧର୍ମଅଧର୍ମ, ଜାତିଅଜାତି, ପାପିପୂଣ୍ୟାତ୍ମାର  ପାତରଅନ୍ତର । ସହନଶୀଳତା ଓ ଧୈର୍ଯ୍ୟ ମୋର ଚିର ସହଚର୍ଯ୍ୟ । ଏହି ସବୁ ଗୁଣ ଗୁଡ଼ିକ ମୋ ଜୀବନର ଉତ୍କର୍ଷ ଆଉ ଯାହାଙ୍କ ପାଇଁ ମୁଁ ଅତ୍ୟନ୍ତ ବଳଶାଳୀ । ଶିଶୁଟିଏ ମା’ କୋଳରେ  ମୋରି ତଳେ ହିଁ ସୁଖ ଶାନ୍ତି ଓ ନିରାପଦର ଶ୍ରେଷ୍ଠ  ଆଶ୍ରୟସ୍ଥଳି  ମନେ କରିଥାଏ । ରୋଗୀ, ଭୋଗି ଅବା ଯୋଗୀ ହେଉ ଶିଶୁ, କିଶୋର ଅବା  ବୃଦ୍ଧହେଉ  ପ୍ରିତୀରେ  ଓ  ଗୁପ୍ତରେ ଜାୟା, ଜନନୀ, ଭଗିନୀ ର ପଣତକାନୀ ହୋଇ କେତେ ଯେ ଜୀବାଣୁ, ବୀଜାଣୁ, ଡ଼ିମ୍ବାଣୁ ଓ ଭୁତାଣକୁ ନେଇଆସିଛି ସେମାନଙ୍କଠୁ ମୋ ଶରୀରକୁ ତାର ହିସାବ ମୁଁ କେବେବି ରଖିନି କିମ୍ବା ରଖିବାକୁ ଚେଷ୍ଟା ମଧ୍ୟ କରିନି  ଯେତେ ଶକ୍ତିଶାଳୀରୋଗର ବାହାକ ହୁଅନ୍ତୁ ନା କାହିଁକି ମୋ ଶରୀରକୁ ଆସିଲାମାତ୍ରେ ସେମାନେ ହୋଇଯାଆନ୍ତି କ୍ଷୀଣ ମୋ ସହନଶୀଳତା  ଆଗରେ ଆଉ ବୋଧହୁଏ ସେହିମାନେ ମୋତେ ଅଜସ୍ର ଶକ୍ତି ଦିଅନ୍ତି ଅନ୍ୟକୁ ବିପଦରୁ ରକ୍ଷାକରିବା ପାଇଁ ।
   ଲୋକକଥାରେ ପ୍ରବାଦ ଅଛି ଯଦି ମା’ ର ପଣତକାନୀ ହୋଇ  କାହାକୁ ବି ମୋ ତଳେ ଆଶ୍ରାଦିଏ ତେବେ ସଂସାରରେ କୌଣସି ବିପଦ ତାକୁ ଛୁଇଁ ପାରେନା । ନିଜର ମଙ୍ଗଳ  ପାଇଁ ଠାକୁରାଣୀକୁ ମୋତେ ଯାଚିବାଟା ନୂଆକଥାନୁହେଁ । ସବୁକଥା ହେଲାପରେ ମଧ୍ୟ ଏ ଭବସସାଂରର ମାୟା ବେଳେବେଳେ ମୋ ସ୍ଥିତପ୍ରଜ୍ଞତାକୁ କୁଠାରଘାତ କରି ମୋ ମନକୁ ଅସ୍ଥିର କରିପକାଏ । ସତେଯେପରି ମୁଁ କାହିଁକି ଅନୁଭବ କରେ ଯେ ଲୋକମାନେ ମୋ ଶକ୍ତି ଦ୍ୱାରା ହେଉଥିବା ଅଲୌକିକ ଘଟଣାଗୁଡ଼ିକୁ କେହି କେବେ ଅନୁଭବ କରନ୍ତିନାହିଁ  କିମ୍ବା ପୂରାଣ ପୃଷ୍ଠାର ସେ କିମ୍ବଦନ୍ତୀକଥାକୁ ଆଲୋଚନା କଲାବେଳେ ମୋର ନାଁ ମଧ୍ୟ କେହି ନିଅନ୍ତି ନାହିଁ । ଏଇ ଯେମିତି ମହାଭାରତର କୁରୁସଭାରେ ଯେତେବେଳେ ଦୁଃଶାସନ  ଦ୍ରୈାପଦୀର ବସ୍ତ୍ର କୁଞ୍ଚନ କରିଥିଲା ଦୈା୍ରପଦୀର ଆତୁର ନିବେଦନରେ ବିଶ୍ୱସ୍ରଷ୍ଟା ତା ପାଇଁ  ଅଜସ୍ର୍ର ବସ୍ତ୍ର ଦେଇଥିଲେ । 
   ଲୋକେ କୁହନ୍ତି ସେ ସମୟରେ ଦ୍ରୌପଦୀର ଆଖିରୁ ଝରିପଡିଥିବା  କେଇ ଟୋପା ଲୁହ କୁଆଡ଼େ କୁରୁ ବଂଶକୁ ସମ୍ପୁର୍ଣ ସମାପ୍ତ କରି ଦେଇଥିଲା ମାତ୍ର କେହିହେଲେ କେବେ ବି ମୋ କଥା ଦିନେ ଚିନ୍ତାକଲେନି । ଆରେ ସେ ଚୈତନ୍ୟଭ୍ରଷ୍ଟ ଦୁଃଶାସନ ଯେତେବେଳେ  ଦ୍ରୈପଦୀର ବସ୍ତ୍ରକୁଞ୍ଚନ ଆରମ୍ଭ କରିଥିଲା ସେ ପ୍ରଥମେ ମୋତେ ଟାଣିଥିଲା । ଗୋଟେ ମା’ର ପଣତକାନୀ କୁ ଟାଣିଥିଲା । ସେ ଆଦୈା ଜାଣିନଥିଲା ଏକ ମା’ର ପଣତକାନୀର ଶକ୍ତି କେତେ । ସର୍ବସମ୍ମୁଖରେ  ମୋର ଏଭଳି ବିଭସ୍‌ôତା ପାଇଁ ତାକୁ ମୁଁ କ୍ଷମା କରିପାରିଲିନି ତାର ସମସ୍ତ ବଂଶକୁ କନ୍ଦେଇକନ୍ଦେଇ ମୋରି ଶକ୍ତିରେ ହିଁ ସମାପ୍ତ କରିଥିଲି । ଖାଲି ସେତିକି ନୂହେଁ ସତ୍ୟବାନର ଜୀବନପାଇଁ ସାବିତ୍ରୀର ସତୀତ୍ୱକୁ ସମସ୍ତେ ଶ୍ରେୟ ଦିଅନ୍ତି ମାତ୍ର ସେତେବେଳେ ସେ ନିଜ ବସ୍ତ୍ରର ମୋରି ଉପରେ  ସତ୍ୟବାନକୁ ଶୋଇଦେଇ ତା ସତୀତ୍ୱର ପରାକାଷ୍ଠା କୁ ପ୍ରମାଣିତ କରିଥିଲା, ଏ କଥା କେହିକେବେ ଚିନ୍ତାମଧ୍ୟ କରନ୍ତିନି । 
   ସେ ଯାହାହେଉନା କାହିଁକି ସେଥିପାଇଁ ମୋ ମନ ଦୁଖଃନୁହେଁ କିନ୍ତୁ ମୋ ମନ ଦୁଖଃ ଏଇଥିପାଇଁ ଯେ ମୋ ଗୁଣ ଗୁଡିକରୁୁ ଏ ବସ୍ତୁବାଦୀ ମଣିଷ କିଛି ଶିଖୁନି କାହଁକି? ଯଦି କିଛି ଶିଖନ୍ତା ତେବେ ନିଶ୍ଚିତ ଏ ସଂସାର ରାମରାଜ୍ୟ ହୋଇଯାନ୍ତା ଯେଉଁଠି ନରୁହନ୍ତା ଇର୍ଷା, ଦ୍ୱେଷ, ବାଦବିବାଦ, ଚୋରିନାରୀ, ହିସାଂ ଓ ଦାରିଦ୍ର‌୍ୟ ।” କି ଅଦ୍ଭୁତ ଚିନ୍ତାଧାରା ଯାହା କେବେ ମୁଁ ଚିନ୍ତା ବି କରିନଥିଲି ।
  ଶୁଣି ସାରିଲାବେଳକୁ ମେଘା ମନଭିତରେ ତା’ ମା’ ର ସେ ପଣତକାନୀର ସ୍ମୃତି ର ଦୁଃଖର ଆସର ଦେଖାଦେବାରେ ଲାଗିଛି । ନିଜର ଜିଦ୍ ରେ ନିଜକୁ ସମ୍ଭାଳିନେଇ ଶାଢୀ ଆଉ ଘଣ୍ଟାଟି ଖୋଲି ଦେଇ, କହିବାକୁ ଲାଗିଛି ବହୁତ ସୁନ୍ଦର । 
   ମୋ ପାଇଁ କାହିଁକି ଆଣିଚ? ଗୋପୀନାଥ କହିଛି କାହିଁ ଜଣେ ସାଙ୍ଗକୁ କଣ କିଛି ଗିପ୍ଟ୍ଟି ଦିଆଯାଇ ପାରିବନି ନା କଣ । ମେଘା ମନେମନେ ଭାବିଚାଲିଛି ଦେଖ ଏ ପୁରୁଷକୁ । ଆଜିଠାରୁ ଆରମ୍ଭ କରିଦେଲାଣି ମୋ ଦେହ ପାଇଁ ଲାଞ୍ଚ । ମେଘା ଛଳନାର ସହିତ କହିଛି ଏବେତ ଶାଢୀଟିକୁ ପିନ୍ଧିପାରିବିନି, ତେବେ ତୁମେ ମୋ ହାତରେ ଘଣ୍ଟା ଟି ବାନ୍ଧିଦିଅ । ଗୋପୀନାଥ ଘଣ୍ଟାଟି ମେଘା ହାତରେ ବାନ୍ଧି ଦେଇଛି । ମେଘା ଏଇ ସମୟରେ ତାର ଦୁଇଟି ଯାକ ଗୋଡ ଲମ୍ବେଇ କରି ପାର୍କରେ ବସିଥାଏ । ଗୋପୀନାଥ ମେଘାର କୋଳକୁ କେବଳ ଅନେଇବାକୁ ଲାଗିଲା । ମେଘା ଜାଣିପାରି ପଚାରିଲା କଣ ଦେଖୁଛ । ଗୋପୀନାଥ କହିଛି ଏ କୋଳରେ ମୋତେ ମୁଣ୍ଡ ରଖି ଶୋଇବାକୁ ଇଚ୍ଛା ହେଉଛି । ମେଘା ଟିକେ ଜାଣିଶୁଣି ଗୋପୀନାଥକୁ କଷ୍ଟ ଦେବା ଲାଗି ଗୋଡଦୁଇଟି ଜାକି ଆଣିଛି । 
   ଗୋପୀନାଥର ମନ ଟିକେ ଫିକା ପଡିଯାଇଛି । ହେଲେ ଗୋପୀନାଥ କହିଛି ଯମା ବ୍ୟସ୍ତ ହୁଅନି ତୁମେ ମୋତେ ପରିମିଶନ୍ ନଦେଲା ପର୍ଯ୍ୟନ୍ତ ମୁଁ ମୁଣ୍ଡ ରଖି ଶୋଇବିନି । କାହିଁକି ବ୍ୟସ୍ତ ହେଉଛ । ମେଘା ପୁଣି ଗୋଡ ଲମ୍ବେଇ ଦେଇଛି । ସେହି ଦିନ ଠାରୁ  ନେଇଥିବା ମେଘାର ହେୟାର କ୍ଲିପ୍ ଟାକୁ ନିଜ ପକେଟ୍ ରୁ କାଢି ମେଘାକୁ ଦେଖେଇଛି ଓ କହିଛି ଏ ତମ ଜିନିଷ । ମୁଁ କାହିଁ ରଖିବି । ମୁଁ ଆଣିଛି ତୁମକୁ ଦେବାକୁ । ଆଉ ତୁମେ ଯଦି କୁହ ମୁଁ ତୁମ ମୁଣ୍ଡରେ ନିଜେ ଲଗେଇ ଦେବି । ଦୁଇଜଣ ପ୍ରୀତିଭରା କଥାରେ ବୁଡିଯାଇଛନ୍ତି । ମେଘା ବି ନିଜ ପ୍ରତିଶୋଧର ପରିଧି ଭିତରୁ ନାରୀ-ପୁରୁଷର ଶାରିରୀକ ଆକର୍ଷଣରେ ବେଳେବେଳେ ଇତ୍‌ସ୍ତତ ହୋଇଯାଇଥାଏ ତଥାପି ଗୋପୀନାଥ ସେଦିନ ସବୁ କଥା କହିଦେଇଛି । ସେ ତାକୁ ଜୀବନ ସାଥୀ କରିବାର କଥା ମଧ୍ୟ କହିଦେଇଛି ।
   ମେଘା ଏପରି ପ୍ରତ୍ୟୁତ୍ତର ଦେଇଛି ଯେ ତାର ଉତ୍ତର ହଁ ଆଉ ନା ବି । ଶେଷରେ ପାର୍କରେ ଅନ୍ଧାର ହୋଇଆସିଛି । ଗୋପୀନାଥ ମେଘା ମୁଣ୍ଡର କେଶରେ ନିଜେ ହେୟାର କ୍ଲିପ୍ ଟି ଲଗେଇ ଦେଇଛି । ଆଉ ମେଘାକୁ ନିଜ ଛାତି ଆଡକୁ ଭିଡି ଆଣିଛି । ହେଲେ ମେଘା ସେ ସୁଯୋଗ ଦେଇନି । ମେଘା କହିଛି ଚାଲ ଲେଟ୍ ହେଲାଣି । ମୋତେ ଛାଡିଦେଲେ ମୋ ମାଉସୀ ମୋତେ ଅପେକ୍ଷା କରିଥିବ । ଦୁଇଜଣ ପାର୍କରୁ ଚାଲିଯାଇଛନ୍ତି ଓ ଗୋପୀନାଥ ତାକୁ ପୂର୍ବ ଯାଗାରେ ଛାଡି ଫେରିଆସିଛି । 


*****

ଚଉଦ


   ଝିଅ ଯେତେବେଳେ ଷୋହଳ ବର୍ଷର ହୋଇଯାଏ ତାକୁ କୁଆଡେ ତାର ଯୈାବନ ଭାରିଭାରୀ ଲାଗେ । ଅଳସ ପଣ ମନରେ ଛାଇଯାଏ । ମନେମନେ ସାଥୀ ଖୋଜିବୁଲେ । ତାକୁ ସବୁ ନୂଆନୂଆ ଲାଗେ । ଜୀବନର ରଙ୍ଗ ବଦଳିବାରେ ଲାଗେ । ମନ ଭିତରେ ଇନ୍ଦ୍ରଧନୁର ସାତରଙ୍ଗ ବୁଣି ହୋଇଯାଏ । ନାରୀ ଏକ ନୂତନ ଜିଜ୍ଞାସାରେ ବିମୋହିତ ହୁଏ । ଗଛର ଫୁଲ ଭଲଲାଗେ । ଫୁଲ ଉପରେ ପ୍ରଜାପତି ଉଡିଉଡି ବସିପଡିବାର ଦେଖିଲେ ଆହୁରି ଭଲଲାଗେ ।  ମନେମନେ ଜିବନସାଥୀର କଳ୍ପନା କରିବସେ । ଜୀବନ ଏକୁଟିଆ ବୋଧହୁଏ । ସାଥୀ ସାଙ୍ଗରେ ଜୀବନ କିପରି ମଧୁମୟ ହେବ ତାହାର କଳ୍ପନା କରିବସେ । ଏମିତି ଅନେକ ବିନା ଅନୁଭବର କଥାକୁ ସେ ଅନେକ ଉପନ୍ୟାସ, କବିତା ଓ ଗଳ୍ପରେ ପଢିିଥିଲା । ନିଜ ବାପାଙ୍କଠାରୁ ସ୍ନେହ ପରିବର୍ତ୍ତେ ଘୃଣାର ସିକଞ୍ଜାରେ ଯେବେଠାରୁ ସେ ଛନ୍ଦି ହୋଇଯାଇଥିଲା ଅମରର ମିଛ ପ୍ରେମର ପ୍ରତ୍ୟାଶାରେ ସେହି କିଶୋରି ବୟସର ଅନ୍ତରାଳରେ ଏମିତି ଅନେକ କଥା ଅମର କୁ ନେଇ ସେ ଜୀବନରେ ଅନୁଭବ କରିଥିଲା । କିନ୍ତୁ ତା’ ବାପାଙ୍କ ଘୃଣା ଆଉ ଅମର ର ଧୋଖାରେ ତାର ଜୀବନରେଖାହିଁ ସମ୍ପୂର୍ଣ୍ଣ ବଦଳିଗଲା ।
  ଏ ପୁରୁଷ ଜାତିପ୍ରତି ତା ମନରେ ସୃଷ୍ଟିକଲା ଏପରି ଘୃଣା ଯାହା ବୋଧହୁଏ ତାକୁ ଏଭଳି ଭାବତ୍ମାକ ଅନୁଭବରୁ ସେବେଠାରୁ ଦୂରେଇ ଦେଇଛି । ବୋଧହୁଏ ଯୈାବନର ବାଡବତା ସେ ଡେଇଁବାକୁ ବସିଲାଣି । ଆଜି ତାକୁ ତେଇଶି ବର୍ଷ ହେଲାଣି । ଏହା ଭିତରେ ଷୋହଳ ବର୍ଷ ବୟସରୁ ସାତଟା ବସନ୍ତ ତାର ତନମନ ହୃଦୟ ଓ ଆତ୍ମାକୁ ସ୍ପର୍ଶ କରିସାରିଲାଣି ହେଲେ ଅମରକୁ ଛାଡିବା ପରଟାରୁ ତା ହୃଦୟ ଭିତରେ ଏ ପୁରୁଷ ଜାତି ପ୍ରତି ଭରିରହିଥିବା ଘୃଣା କିଛି ବି ତାର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରିନି । ସେ ନିଜକୁ ଅନେକଥର ପରଖିଛି । ଦର୍ପଣ ସାମନାରେ ଯେତେବେଳେ ପ୍ରତିଦିନ ଛିଡା ହୋଇ ନିଜ ମୁହଁର ସୁନ୍ଦରତାକୁ ସେ ନୀରିକ୍ଷଣ କରିଛି  କେବେ ବି କାହିଁକି ତା ମନରେ ସେ ଭାବାବେଗର ସିହରଣ ହୋଇନି । 
   ନିଜ ଆଖିର ଚପଳତାକୁ ସେ ଦେଖିଛି ଛାତିର ଉଚ୍ଚତାକୁ ସେ ମନେମନେ ମାପିଛି । ଶରୀର ବାସ୍ନାକୁ ସେ ନିଜେ ଅନୁଭବ କରିଛି ହେଲେ ଆଉ କେଉଁ ଜୀବନ ସାଥୀ ପାଇଁ ନୁହେଁ ଯାହାକୁ ନେଇ ସେ ଏ ବ୍ୟସ୍ତ ବହୁଳ ସଂସାରରେ ଘର ବସେଇବ, ବରଂ ଏ ନର ରୂପୀ ରାକ୍ଷସ ମାନଙ୍କୁ ଯନ୍ତ୍ରଣା ଦେବା ପାଇଁ, ସେମାନଙ୍କୁ ତିଳତିଳ କରି ତାର ରୂପ ଯୈାବନରେ ତଳିତଳାନ୍ତ କରିବାପାଇଁ । ହେଲେ ଆଜି କାହିଁକି ତା ଜୀବନରେ ଆସିଛି ଏକ ଆକସ୍ମିକ ପରିବର୍ତ୍ତନ । ସେ ନିଜକୁ ବିଶ୍ୱାସ କରିପାରୁନି ଏଭଳି ପରିବର୍ତ୍ତନ ହେଉଛି କାହିଁକି । ସେ ଆଉ ଅମୃତକୁ ଘୃଣା କରିବାକୁ ଯେତେ ଚେଷ୍ଟା କରୁଛି ସେ ପାରୁନି । ବରଂ ଝରଣା ପାହାଡରୁ ବାହାରିଲା ପରେ ଯେପରି ସେ ଆଉ ନିଜକୁ ଥୟ ଧରି ରଖିପାରେନି, ଠିକ୍ ସେମିତି ମେଘା ଆଉ ନିଜକୁ ଥୟ କରିପାରୁନି । 
   ଏବେ ଅମୃତକୁ ଦିନେ ଫୋନ୍ ନକଲେ ଭଲ ଲାଗୁନି । ତାକୁ ସବୁବେଳେ ଦେଖିବାକୁ ତାର ପ୍ରବଳ ଇଚ୍ଛା କାହିଁକି ତାକୁ ଗିଳିସାରିଲାଣି । ସେ ତାର ଅମୃତ ସହିତ ପ୍ରଥମଦିନର ଦେଖାକୁ ଯେତେ ଚେଷ୍ଟା କଲେ ପାଶୋରି ପାରୁନି । ପ୍ରଥମ ଦିନ ପରସ୍ପର ଭେଟିଥିଲେ  ଜେ, ଏନ, ୟୁ, କ୍ୟାମ୍ପସ୍ ଭିତରେ । ପ୍ରଥମ ସାକ୍ଷାତରେ ଅମୃତର ଚାହାଣି ତାର କଥାବାର୍ତ୍ତା ତାର ରଙ୍ଗଢଙ୍ଗ ସମ୍ପୂର୍ଣ୍ଣ ମନ କିଣି ନେଇଥିଲା । 
   ଅମୃତର ପ୍ରଥମ ଆଳାପ ଥିଲା । “ସମସ୍ତେ ସମସ୍ତଙ୍କୁ ଭଲ ଦେଖାଯାଆନ୍ତିନି କିମ୍ବା ଭଲ ଲାଗନ୍ତିନି । ହେଲେ ଇଏ ହେଉଛି ପ୍ରକୃତିର ବୈଚିତ୍ର‌୍ୟତା କାହାକୁ ନା କିଏ ଅକସ୍ମାତ ଭଲ ଲାଗେ । ଆଜି ମୁଁ ଠିକ୍ କାହିଁକି ସେଇଆ ଅନୁଭବ କରୁଛି । ଅନେକ ସୁନ୍ଦର ଝିଅ ଦେଖିଛି ହେଲେ ତୁମଭଳି ଏତେ ସୁନ୍ଦର ଝିଅ କାହିଁ କେବେ କେଉଁଠି ଦେଖିନି । ତୁମକୁ ଦେଖି ନେଲାପରେ ମନର ସବୁ ଦୁଃଖ, କଷ୍ଟ ଓ କ୍ଲାନ୍ତି ହଠାତ୍ ମିଳେଇ ଗଲା ପରିମନେ ହେଉଛି ।” 
ମେଘା- ମିଛ ପ୍ରଶଂସା କରୁନାହାନ୍ତି ତ?
ଅମୃତ- ନାହିଁ ନାହିଁ ମିଛକଥା କହିଲେ କାହାକୁ କଣ ଭଲଲାଗେ । ମିଛ କଥାର ସ୍ଥାୟୀତ୍ୱ ଖୁବ୍ କମ୍ ଦିନ ।
ମେଘା- ଚାଲନ୍ତୁ ବସିବା ।
ଅମୃତ- ଏଇ ପାର୍କରେ ବସିବା ହେଲେ କଣ ଟିକେ ଖାଇକରି ବସିବା ।
ମେଘା- ମୋତେ  ଗୋଲଗପେ ଭଲଲାଗେ । 
ଅମୃତ-ମୋତେ ତ ସିଏ ଖଟାପାଣି ଆଦ୍ୟୈ ଭଲଲାଗେନି ହେଲେ ଖଟାପାଣି ଖାଉଥିବା ଲୋକକୁ ଦେଖିବାକୁ ବହୁତ ଭଲଲାଗେ । ଆଉ ସବୁଠୁ ଭଲଲାଗେ ଯେତେବେଳେ କୈାଣସି ଝିଅ ଖାଉଥାଏ ।
ମେଘା-ଆପଣଙ୍କର ଅଜବ କଥା ।
ଅମୃତ-ତୁମକୁ ଭଲଲାଗେ ମାନେ ଚାଲ ଖାଇବା । ଆଉ ମୁଁ ତୁମକୁ ଦେଖିବି ।
ମେଘା-ସେମିତି କଣ ଭଲଲାଗିବ ।
ଅମୃତ-ତାହାହେଲେ ମୁଁ ବିନା ଖଟା ପାଣିରେ ଗୋଲଗପେ ଖାଇବି ।
ମେଘା-ଠିକ୍ ଅଛି ତେବେ ଆସନ୍ତୁ ଖାଇବା । ଦୁହେଁ ସାଙ୍ଗ ହୋଇ ଗୋଲେଗପେ ଖାଇବା  ସମୟରେ ଅମୃତ, ମେଘାର ଦୁଇଟି ଫଟୋ ତା ମୋବାଇଲ୍ ରେ ଉଠେଇଛି । ତା ପରେ ଦୁଇଜଣ ପାର୍କରେ ଗୋଟିଏ ଗଛମୂଳେ ବସିଛନ୍ତି ।
ଅମୃତ-ଆଚ୍ଛା କହିଲ ତୁମେ ମୋତେ କାହିଁକି ଆଜି ଦେଖା କରିବାକୁ ଆସିଛ ।
ମେଘା-କିଛି ଭୂଲ୍ କରିଦେଲିକି । ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟ ମୋ ପାଇଁ ହୋଇଗଲା ନା କଣ ।
ଅମୃତ-ନାହିଁ ନାହିଁ ସେମିତି କିଛି ନାହିଁ । ସେଦିନ ବହି ଉନ୍ମୋଚନ ସଭାରେ ତୁମର ମୋ ଲେଖା ପ୍ରତି ଆଦର ଦେଖି ରହିପାରିଲିନି । ବାଧ୍ୟ ହୋଇ ଆସିଲି ।
ମେଘା-ଖାଲି ସେତିକି ନୁହେଁ । ଆପଣଙ୍କ ଲେଖାତ ଯାହା ଭଲ ଲାଗିଥିଲା ହେଲେ ମୁଁ ଆପଣଙ୍କୁ ଦେଖିଲା ପରେ ମୋତେ ଆପଣ କାହିଁକି ବେଶୀ ଭଲଲାଗିଲେ । ତେଣୁ ଆପଣଙ୍କ ସାଙ୍ଗରେ ଟିକେ ଦେଖା ହୋଇ ଆପଣଙ୍କ ସାଙ୍ଗରେ ଫ୍ରେଣ୍ଡସିପ୍ କରିବାକୁ କାହିଁକି ଇଚ୍ଛା ହେଲା । ମୁଁ ଜାଣିନି ଆପଣ ମୋ ସାଙ୍ଗରେ ଫ୍ରେଣ୍ଡସିପ୍ କରିବେ କି ନାହିଁ ହେଲେ ମୁଁ ଆପଣଙ୍କ ସାଙ୍ଗରେ ଫ୍ରେଣ୍ଡସିପ୍ କରିବାକୁ ଚାହେଁ । ଯଦି ଆପଣଙ୍କର ଦୟା ଥାଏ ତ ନହେଲେ ନାହିଁ ।
ଅମୃତ-ଏ ଦୁନିଆଁ ଯେତେବେଳେ ସୃଷ୍ଟି ହୋଇଥିବ ତୁମେ ଟିକେ ସେ ବେଳର କଥା ଚିନ୍ତା କଲ । ସେତେବେଳେ ଏ ଭାଇ, ଭଉଣୀ, ବାପା, ମାଆ, ମାମୁଁ, ମାଇଁ, ଦାଦା, ଖୁଡି, ଭଳି କିଛି ବି ସମ୍ପର୍କ ନଥିବ । ସମସ୍ତେ ଏ ବିରାଟ ପୃଥିବୀର ଜଙ୍ଗଲରେ ରହୁଥିବା ହିଂସ୍ର ଜନ୍ତୁଙ୍କଠାରୁ ଆରମ୍ଭ କରି ପ୍ରକୃତିର ବିଭିଷୀକା ଠାରୁ ନିଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଅନ୍ୟର ସାହାଯ୍ୟ ଲୋଡିଥିବେ, ଏକ ସାଙ୍ଗ ଏକ ମିତ୍ର ହିସାବରେ । ମା’ ଠାରୁ ଜନ୍ମନେଇ ହୁଏତ ତାର ଶିଶୁ କିଛି ଦିନ ଖାଦ୍ୟ ପାଇଁ ତା ଉପରେ ନିର୍ଭର କରିପାରିଥାଏ ମାତ୍ର ଟିକେ ବଡ ହେଲେ ଅନ୍ୟ ସାଥୀରେ ସାଙ୍ଗହୋଇ ସେ ବିଚରଣ କରିବାକୁ ଭଲ ପାଇଥିବ । ତେଣୁ ବାପାମା’ ପରେ ଏ ସଂସାରର ପ୍ରଥମ ସମ୍ପର୍କ ହେଉଛି ବନ୍ଧୁ ବା ମିତ୍ର । ଆଉ ମୋ ମତରେ ବନ୍ଧୁ ବା ମିତ୍ର ଠାରୁ ଆଉ ବଡ ସମ୍ପର୍କ ସଂସାରରେ କିଛି ବି ନାହିଁ । ମେଘା ଅମୃତର ମୁହଁକୁ ବଲବଲ କରି ଅନେଇ ରହିଥାଏ । ମେଘା ତା ପରେ କହିବାକୁ ଲାଗେ ସତରେ ଆପଣ ଲେଖକ । ଏଭଳି ଅନନ୍ୟ ଚିନ୍ତା କେବଳ ଜଣେ ଲେଖକ ଅବା କବି ହିଁ ଭାବି ପାରେ । ଆଚ୍ଛା ମୁଁ ଗୋଟେ କଥା ବୁଝି ପାରିଲିନି । ଆପଣ ଏ ବନ୍ଧୁତ୍ୱ ବା ମିତ୍ରତାର ସମ୍ପର୍କକୁ ସବୁଠାରୁ ବଳିଷ୍ଠ ସମ୍ପର୍କ ବୋଲି କହିଲେ କାହିଁକି ।
   ଅମୃତ କହିଲା ତୁମେ ଟିକେ ଚିନ୍ତା କଲେ ଜାଣିପାରିବ ସଂସାରରେ ଜଣିଏ ବ୍ୟକ୍ତି ସିଏ ହେଉଛି ସାଙ୍ଗ ବା ବନ୍ଧୁ ଯାହାକୁ ତୁମେ ତୁମ ଜୀବନର ସମସ୍ତ କଥା କହିପାରିବ । ସବୁ ଅକୁହା କଥାକୁ ତମେ ସାଙ୍ଗ ସାଥୀରେ ହିଁ ଭାଗ ବାଣ୍ଟି ପାରିବ । ଯେଉଁ କଥା ଗୁଡିକ ନିଜ ବାପା, ବୋଉ, ଆତ୍ମୀୟ ପରିଜନ ଅବା ନିଜର ସ୍ୱାମୀ ଅବା ଅର୍ନ୍ଧାଙ୍ଗିନୀ କୁ କହି ପାରିବ ନାହିଁ ତାହା ତୁମେ ଅନାୟାସେ ନିଜ ମିତ୍ରକୁ କହି ପାରିବ । ଆଉ ଯଦି ଭାଗ୍ୟକୁ ପ୍ରକୃତବନ୍ଧୁ ଟିଏ ମିଳିଗଲା ତେବେ ଜୀବନ ଚରିତାର୍ଥ । ଅଭାବ ଅସୁବିଧାରେ ତୁମ ପାଖେପାଖେ ସେଇ ପ୍ରକୃତବନ୍ଧୁର ଦାନ ଅନେକ ହେବ । ତେଣୁ ବନ୍ଧୁ ଭଳି ପବିତ୍ର ଶଦ୍ଦ ଏ ସଂସାରରେ ଆଉ ନାହିଁ । ମେଘା ହଜିଯାଇଥିଲା ସେ ଦିନ ଅମୃତର ଏ ମର୍ମଭେଦି ତର୍କରେ । ତା  ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରିଯାଇଥିଲା ସେ ଦିନ ଅମୃତର ଏହି କଥା ଗୁଡାକ । ସେ ଦିନ ପ୍ରଥମ ଦେଖାରେ ହିଁ କାହିଁକି କେଜାଣି ମେଘା ବି ଜାଣିପାରିଲାନି ଘୃଣାର ଅଗ୍ନୀରେ ଘୃତକରି ଅମୃତ ଭଳି ଜଣେ ଲେଖକକୁ ବ୍ୟବହାର କରିବାର ଯେଉଁ ଛଳ କରିଥିଲା ତାହା କାହିଁ ଫଳପ୍ରସୁ ହେଲାନି । ବରଂ ଅମୃତ ନିଜେ ମେଘାର ହୃଦୟରେ ଏକ ଅଭୁତ ଅଗ୍ନୀଶିଖା ପରି ଆଲୋଡନ ସୃଷ୍ଟି କରିଦେଲା । 
   ଅନେକ ସମୟରେ ମେଘା ପଣ କରିଛି । ନା ମୁଁ ଅମୃତକୁ ଘୃଣା କରିବି । ମୋର ଉଦ୍ଦେଶ୍ୟରେ ମୁଁ ନିଶ୍ଚୟ ସଫଳ ହେବି । ହେଲେ ସବୁ ଚିନ୍ତା ଫସର ଫାଟି ଯାଇଛି । ସବୁ ଭାବନା ଛଳନାର ସୀମାକୁ ଡେଇଁ ପଡିଛି ବୁଝି ପାରିନି । ତା ବାପାଙ୍କର ତା ପ୍ରତି ଆଘାତର ଘୃଣାକୁ ସେ  ମନେ ପକେଇଛି ।  ନିଜ ଭିତରେ ଥିବା ଏ ପୁରୁଷ ଜାତି ପ୍ରତି ଘୃଣା କୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଛି ହେଲେ ସବୁଥିରେ ବିଫଳ । ଯେତେବେଳେ ହୃଦୟ ଓ ମନକୁ ଟାଣ କରିବାକୁ  ଚେଷ୍ଟା କରିଛି  ଅଚିରେ ଚୁର୍‌ମାର୍ ହୋଇଯାଇଛି ।
   ଏବେ ତାର ଏମିତି ଅବସ୍ଥା ଯେ ଅମୃତ ସାଙ୍ଗରେ କଥା ନହେଲେ ମନରେ ଚିଡଚିଡାପଣ ଉଙ୍କି ମାରୁଛି । ସବୁ କିଛି ଅସଜଡା ଲାଗୁଛି । ପ୍ରତି ଦିନ ତାକୁ ଏବେ ଦେଖିବାକୁ ଇଚ୍ଛା ହେଉଛି । ହେଲେ ଅମୃତ ଆଜି ପର୍ଯ୍ୟନ୍ତ ବୁଝି ପାରିଛି ନା ନାହିଁ ସେ ତ ଜାଣିନି । ଅମୃତର ଭାବୁକତା, ସାଧାସିଧାପଣ, ବକରବକର ନହୋଇ ଅଳ୍ପ କଥାରେ ଅନେକ କଥା କହିଦେବା ଗୁଣଟା ଆଜି ମେଘାର ଘୃଣାକୁ ସତେ ଯେମିତି ସ୍ନେହରେ ପରିଣତ କରିସାରିଲାଣି । ଆଗରୁ ଯେଉଁ ଦୁଇ ପୁରୁଷ ବନ୍ଧୁଙ୍କୁ ସେ ପ୍ରେମ କରିବାର ଛଳନା କରିଛି ସେଥିରେ ସେ କେବେ ଏମିତିକା ଉନ୍ମାଦନାର ସାମନା କରିନି ।  ଯେବେ ବି ସେମାନଙ୍କୁ ତା ପ୍ରତି ଆକୃଷ୍ଟ କରିବାକୁ ଚାହିଁଛି ଯାହା କି ତାଙ୍କ ପାଖରେ ନେଇକି ଥୋଇଛି ସବୁ କେବଳ କପଟିର କୁଟୀଳତା ଛଡା ଆଉ କିଛି ନୁହେଁ । ଯାହାକୁ  ବି  ପ୍ରେମ ଚିଠି ଟିଏ ଦେଇଛି ସେଥିରେ ଲେଖାଥିବା ସମସ୍ତ ଶଦ୍ଦ ପୁଞ୍ଜ କେଉଁ ଉପନ୍ୟାସର ପୃଷ୍ଠଭୂମିରୁ ଉତ୍ତାରି ଲେଖିରଖିଛି ଅବା କେଉଁ ମନିଷୀଙ୍କର ଜୀବନ କାହାଣୀର ଉର୍ଦ୍ଧୁତାଶଂ କୁ କଲମରେ ସ୍ଥାପି ଦେଇଛି । 
   ପ୍ରତିଜ୍ଞା କରିଥିଲା ଜୀବନରେ କେବେବି ଆଉ କୌଣସି ପୁରୁଷକୁ ସେ ଭଲପାଇବନି । କାହାରିକୁ ମନର ସ୍ନେହରେ ବି ସେ ଅନେଇବନି । ଆଉ ମଲା ପୁର୍ବରୁ କୌଣଷି ପୁରୁଷର ଫାସ ରେ ସେ କେବେବି ପଡିବନି । କିନ୍ତୁ ଆଜି କାହିଁକି ତା ମନ ବେଳେବେଳେ ଅସ୍ଥିର ହୋଇ ଉଠୁଛି । ତା ହୃଦୟର ସବୁ ଭାବନା ଗୁଡିକ ସେ ନିଜ ଡାଏରୀରେ ଲେଖି ଦେବ । ଚିଠିଟିଏ ଲେଖି ଅମୃତକୁ ଦେଇଦେବ ମନ ଓ ହୃଦୟର ଆବେଗକୁ ପରିପ୍ରକାଶ କରିଦେବ । ଆଜି ତା ପାଖରେ ଆଉ ସେ ପୁରୁଷ ଜାତି ପ୍ରତି ଘୃଣା କାହିଁକି ଆସିପାରୁନି ସେ ଆଦ୍ୟୈ ବୁଝି ପାରୁନି । ମା’ ମରିଗଲା ପରଠାରୁ ସେ ଭଗବାନଙ୍କ ମନ୍ଦିରକୁ ଯଦିଓ ଯାଏ ତା ଭକ୍ତିରେ ସେ ପିଲାଦିନର ପରାକାଷ୍ଠା ଓ ଗାଢତା ଆଉ ନଥିଲା । କିନ୍ତୁ ଯେବେ ଠାରୁ ସେ ଅମୃତ ସମ୍ପର୍କରେ ଆସିଲାଣି ସବୁକିଛି ବଦଳିବାକୁ ଲାଗିଲାଣି । ଅମୃତକୁ ଘୃଣା କରିବାକୁ ଯାଇ ସେ ଆଜି ଅମୃତ ପ୍ରେମରେ ପୁରାପୁରି ପଡିଗଲାଣି । ଅମୃତ ବିନା ତା ଜୀବନ ସମ୍ପୂର୍ଣ୍ଣ ଅସପୂର୍ଣ୍ଣ ପରି ମନେ ହେଲାଣି । ସତେଯେମିତି ତା ଜୀବନର ସକଳ ଆନନ୍ଦ ଓ ଖୁସିର ବିପଣୀ କେବଳ ଅମୃତ ପାଖରେ ଲୁଚି କରି ଅଛି ।
   ସବୁଠାରୁ ବଡ ବିସ୍ମୟର କଥା ହେଉଛି ସେ ଆଜିପର୍ଯ୍ୟନ୍ତ ବି ଜାଣିନି ଅମୃତ ଜଣେ ବିବାହିତ ପୁରୁଷ । ସରଳ ମନ, ଚିନ୍ତାଶୂନ୍ୟ ଓ କାମନାରହିତ ଜୀବନ ବିତାଉଥିବାରୁ ଆଜି ଅମୃତ ମଧ୍ୟ ଅନୁରୂପ ଅବିବାହିତ ଭଳି ଜଣା ପଡୁଛି । ଅମୃତ ମଧ୍ୟ ଯେଉଁ ଆଠଦଶ ଥର ମେଘା ସାଙ୍ଗରେ ସାକ୍ଷାତ କରିଛି ଅବା ଯେତେଥର ଫୋନ୍‌ରେ ତା ସାଙ୍ଗରେ କଥା ହୋଇଛି ତା ପରିବାର ସମ୍ବଦ୍ଧରେ କିଛି ବି ପ୍ରକାଶ କରିନି । ମେଘା ମଧ୍ୟ କାହିଁକି କେଜାଣି ତା ସାକ୍ଷାତରେ କିମ୍ବା ତା ସାଙ୍ଗରେ ଫୋନ୍‌ରେ କଥା ହେବା ସମୟରେ ଏତେ ମଜି ଯାଇଛି ଯେ ତା ପରିବାର ବିଷୟରେ ଆଦ୍ୟୈ ପଚାରି ବୁଝିନି । ତା ପରେ ସବୁଠାରୁ ନିଆରା କଥା ହେଲା ମେଘା ତ ନିଜର ପରିବାର ନାହିଁ ବୋଲି ଧରି ନେଇଛି ।
    ସେ ମନେ ମନେ ଭାବେ ସମସ୍ତେ ବୋଧେ ତାରି ଭଳି । ହେଲେ ସମୟେ ସମୟେ ଅନ୍ୟର ପରିବାରର ଖୁସି ଓ ଆନନ୍ଦ ଦେଖି ସେ ମନେମନେ ବହୁତ କାନ୍ଦେ । ଲୁହ ପୋଛି ସାରିଲା ପରେ ନିଜକୁ ଏକାନ୍ତ ଜୀବନର ପରିଧି ଭିତରକୁ ଓଟାରି ଆଣେ । ସେଇଠି ସିଏ ଜୀବନର ଦୁଃଖକୁ ସୁଖରେ ରୂପାନ୍ତରିତ କରେ । ହେଲେ ଆଜି ମେଘା ପ୍ରେମର ସେ ଗଭୀର ଗର୍ତ୍ତଭିତରେ ପଡିଗଲାଣି । ତାକୁ ଏ ପୃଥିବୀ ଆଉ ଆଗଭଳି ଧୂସର ଦେଖାଯାଉନି । ଜୀବନରେ ଅନୁଭବ କରିଥିବା ଘୃଣାକୁ ସେ ଆଉ ସେତେଯେପରି ବାଣ୍ଟିବାରେ ଅସମର୍ଥ ହୋଇପଡିଲାଣି । 
   ପଣ କରିଥିଲା ତା ଜୀବନରେ ଅତି କମରେ ଚାରିଚାରିଟା ପୁରୁଷକୁ ନିଜର  ମିଛ ପ୍ରେମ ଜାଲରେ ଫସାଇ କଷ୍ଟ ଦେବ । ଯନ୍ତ୍ରଣା ଦେବ । ଏ ପୁରୁଷ ଜାତିକୁ ଗୋଟିଏ ଅଧ୍ୟାୟ ଶିକ୍ଷା ଦେବ ଯେ ଏ ଦୁନିଆରେ ନାରୀ ବି ପୁରୁଷକୁ କଷ୍ଟ ଦେଇପାରେ । ଜୀବନରେ ତାର ଅତି ଆଦରର ବାପାଙ୍କଠାରୁ, ତା ସାବତ ମା’ ଠାରୁ ଓ ଅମର ଠାରୁ ଯେତିକି ଘୃଣାର ଶିକାର ହୋଇଛି ତା ଠୁ ଯଥେଷ୍ଟ ସେ ଘୃଣା କରେ ଏ ପୁରୁଷ ଜାତିକୁ । କେତେ ସ୍ୱାର୍ଥପର ଏ ପୁରୁଷ ଜାତି । ସାମାନ୍ୟ ଏ ନାରୀ ଦେହର ଲାଳସା ପାଇଁ ସେ ସବୁ ସମ୍ପର୍କକୁ ବି କାଟିଦେଇପାରେ । ସବୁ କିଛି ପର କରିପାରେ । ନିଜ ଔରଷରୁ ଉଭବ ଜୀବନକୁ ମଧ୍ୟ ସେ ଘୃଣା କରିପାରେ । ଏ ସବୁ ତା ମନରେ କ୍ଷତାକ୍ତ ବଳୟ ଭିତରେ ଗୋଟିଏ ଗୋଟିଏ କ୍ଷତ ।


*****

ପନ୍ଦର

    ଆଜିକୁ ଠିକ୍ ବର୍ଷେ ଦୁଇ ମାସ ହେଲାଣି ସନ୍ଦିପର ତାର ଆଫେୟାରସ୍ ଚାଲିଛି । ସନ୍ଦିପକୁ ଛଳନାରେ ଛନ୍ଦିଛାନ୍ଦି କରି ସନ୍ଦିପର ହୃଦୟର ଭଲପାଇବାକୁ ଏକ କ୍ରୋଧାତ୍ମକ ଆବେଗରେ ପରିଣତ କରିସାରିଲାଣି । ଠିକ୍ ସେହିପରି ଗୋପୀନାଥ ହଂସ ର ମଧ୍ୟ ଅବସ୍ଥା । ମେଘା ନିଜ ଚାକିରୀ ଭିତରେ ତିନିଜଣଙ୍କ ପାଇଁ ସମୟ ବାଣ୍ଟି ଦେଇଛି କହିଲେ ଚଳେ । ସନ୍ଦିପକୁ କହିଛି ତୁମେ ମୋତେ ଦିନ ଏଗାରଟାରୁ ବାରଟା ଭିତରେ ଫୋନ୍‌ରେ କଥା ହୋଇପାରିବ । ଆଉ ଯଦି ମୁଁ ଫୋନ୍ କାଟିଦିଏ ତେବେ ବୁଝିବ ମୁଁ ଅସୁବିଧାରେ ଅଛି ଓ ପରେ କରିବି । ଠିକ୍ ସେହିପରି ଗୋପୀନାଥ କୁ ଦିନ ତିନିଟାରୁ ଚାରିଟା ଭିତରେ ଫୋନ୍ କରିବା ପାଇଁ ସମୟ ଦେଇଛି । 
   ଗୋପୀନାଥ ମଧ୍ୟ ଆଜି ବିନଷ୍ଟ । ଅବିବାହିତ କାରଣରୁ ସେ ପ୍ରଥମେ ପ୍ରଥମେ ମେଘା କୁ ନିଜର ଜୀବନ ସାଥୀ କରିବ ବୋଲି ଭାବି ବସିଥିଲା । ମେଘାର ଚାଲିଚଳନ ହାବ ଭାବ ଏହି ବର୍ଷକ ଭିତରେ ସେ ସବୁ ଠଉରେଇ ସାରିଲାଣି । ପ୍ରେମର ଫାନ୍ଦରେ ପଡି ନିଜ ଜୀବନରେ ଅମୂଲ୍ୟ ସମୟକୁ ବରବାଦ କରିବା ସଙ୍ଗେ ସଙ୍ଗେ ସଞ୍ôଚଥିବା ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ କରି ସାରିଲାଣି । ତଥାପି କାହିଁକି କେଜାଣି ସବୁ ଜାଣିକି ମଧ୍ୟ ଗୋପୀନାଥ ମେଘାକୁ ଛାଡିପାରୁନି । ହେଲେ ଅମୃତ ପାଇଁ ମେଘାର ଫୋନ୍ ସବୁବେଳେ ଉନ୍ମୁକ୍ତ ହୋଇଯାଇଛି । ଏହି ବର୍ଷେହେଲା ତିନିଜଣ କୁ ଏକ ସଙ୍ଗେ ନିଜ ମାୟା ଭଲପାଇବାର ଆଳରେ ଫସେଇଥିଲା ହୃଦୟର ଅଳିନ୍ଦରେ ଘୃଣାର ଛିଟା ସହିତ ହେଲେ ଠିକ୍ ଯେଉଁଦିନଠାରୁ ସେ ଅମୃତର ପ୍ରେମରେ ପଡିଗଲାଣି ସେ କଣ କରିବ ଆଉ ବୁଝିପାରୁନି । 
   ତା ପକ୍ଷେ ବର୍ତ୍ତମାନ କଷ୍ଟ ହୋଇପଡିଲାଣି ତିନିଜଣଙ୍କୁ ମ୍ୟାନେଜ୍ କରିବାକୁ । ସନ୍ଦିପର ଭଲପାଇବାରେ ୟା ନାଁରେ ଗୋଟିଏ କାର୍ ଓ ଦୀଲ୍ଲୀର ଶକ୍ତିନଗରରେ ଗୋଟିଏ ଆପାର୍ଟମେଣ୍ଟରେ ଥ୍ରୀ ରୁମ୍ ବିଶିଷ୍ଟ ଗୋଟିଏ ଘର କିଣି ଦେଇଛି । ସନ୍ଦିପ ଚାହେଁ ମେଘା ଜୀବନ ଯାକ ଏମିତି ତାର ହୋଇ ରହୁ । ଘରେ ତା ନିଜ ସ୍ତ୍ରୀକୁ ମଧ୍ୟ ଅନେକ ସମୟରେ ସେ ମେଘା ଲାଗି ସମ୍ପୂର୍ଣ୍ଣ ଅଣ ଦେଖା କରି ସାରିଲାଣି । ସେ ମେଘାକୁ ହଷ୍ଟେଲ୍‌ରୁ ନେଇଆସି ତା ଶକ୍ତିନଗର ନିଜ ଆପାର୍ଟମେଣ୍ଟରେ ରଖେଇ ସାରିଲାଣି । ହେଲେ ମେଘା ଆଉ ସେ ଘରେ ରହିବାକୁ ଆରାମ ମନେ କରୁନି । 
   ଗୋପୀନାଥକୁ ଆଜି ପର୍ଯ୍ୟନ୍ତ ଏ ଘରଟି ଦେଖେଇନି । ଗୋପୀନାଥକୁ କହେ ମୁଁ ମୋ ମଉସା ମାଉସୀ ଙ୍କ ଘରେ ରହିଛି ତେଣୁ ତୁମେ ସେଠାକୁ କେବେବି ଯିବନି କାରଣ ମୋ ମାଉସୀ ଚାହେଁ ମୁଁ ତାର ଜଣେ ଘନିଷ୍ଠ ବନ୍ଧୁର ପୁଅକୁ ମୁଁ ବିବାହ କରେ । ଏମିତି ମିଛ କହିକହି ଗୋପୀନାଥକୁ ସନ୍ଦିପ ଦେଇଥିବା ଶକ୍ତିନଗର ଘର ଦେଖେଇନି କିମ୍ବା ସେଠାକୁ କେବେ ଆଣିନି । ବ୍ୟାଙ୍କ୍‌ରେ ମ୍ୟାନେଜର୍ ଥିବାରୁ ସେ ମେଘାର ମାୟାରେ ପଡିଯାଇ ତା ପାଇଁ ନୋଏଡାରେ ଘର କରିବା ପାଇଁ ତା ନାଁ ରେଗୋଟିଏ ପ୍ଲଟ୍ କିଣିଛି । ସେ ମନେମନେ ଭାବିଛି ଦୁଇଜଣ ଯାକ ବିବାହ ପରେ ସେଇ ଘରେ ଜୀବନ କାଟିବେ । ପ୍ରତିମାସରେ ସନ୍ଦିପ ସହ ଦୁଇଦିନ ସେ ଅତି ନିରୋଳାରେ କାଟିଥାଏ । ସେମିତି ଗୋପୀନାଥ ସହିତ ମଧ୍ୟ ସେଇଆ । ହେଲେ ଅମୃତ ସହିତ ସେ ସବୁବେଳେ ରହିବାକୁ ପସନ୍ଦ କରେ ଆଉ ତାର ମାୟା ସେଠି କାମ କରେନି ।
   ସନ୍ଦିପର ତାର ଯେବେ ବି ଶକ୍ତିନଗର ଘରେ ଏକାନ୍ତରେ ଏକାଠି ସମୟ କାଟିଛନ୍ତି ମେଘା ସବୁ ସମ୍ପର୍କ ତା ସହିତ ରଖେ କେବଳ ସମ୍ଭୋଗକୁ ଛାଡିକରି । ସମ୍ଭୋଗ କଥା କହିଲା ମାନେ ମେଘାର ମୁହଁରେ ଏକ ଭିନ୍ନ ପରିବର୍ତ୍ତନ । ସେ ଚାହେଁ ସନ୍ଦିପ ଭଲି ପୁରୁଷର ହୃଦୟରେ ତାର ଆବେଗକୁ କୁଠାର ଘାତ ହେଉ । ମେଘା ପ୍ରେମରେ ପଡିଲା ଠାରୁ ନିଜ ସ୍ତ୍ରୀ କୁ ଅନେକ ସମୟରେ ଅଣଦେଖା କରିବାରୁ ତାର ଓ ତା ସ୍ତ୍ରୀର ଅନେକ ସମୟରେ କଳି ଝଗଡା ମଧ୍ୟ ହୋଇଗଲାଣି । ଯେବେ ବି ସନ୍ଦିପ ଘରୁ ନିଜ ସ୍ତ୍ରୀ ସହିତ ପାଟୀତୁଣ୍ଡ କରି ମନ ଦୁଃଖରେ ଆସେ ମେଘା ମନେମନେ ବହୁତ ଖୁସି ହୁଏ କାରଣ ସେ ଜଣେ ପୁରୁଷ କୁ ଆଜି ଯନ୍ତ୍ରଣା ଦେଇ ପାରିଛି । କେବେବି ତାକୁ ଉପଭୋଗ କରିବାକୁ ସୁଯୋଗ ଦିଏନି । ଯେବେ ବି ସେ ସନ୍ଦିପ ସାଙ୍ଗରେ ବୁଲେ ସନ୍ଦିପ ମନେମନେ ଅଠିକଣା ହୋଇଯାଏ । ତା ହୃଦୟରେ ମେଘାକୁ ସମ୍ଭୋଗ କରିବାର ଜିଜ୍ଞାସା ଏବେ ତା ଆତ୍ମାର ଦିବାସ୍ୱପ୍ନରେ ପରିଣତ ହୋଇଗଲାଣି । ବେଳେବେଳେ ଜଳୁଚି ଯୈାବନର ଅସଂଯତ ଉଦ୍ଦୀପନାରେ ।


*****
    

ଷୋହଳ


   କିଶୋର ଜୀବନର ପ୍ରେମପାଗଳାମି ଆଉ ଅମୃତର ହୃଦୟସାଧ୍ୱସର ସେ ଇୟତ୍ତା ଭିତରେ ନାହିଁ । ଜୀବନର ଅମୂଲ୍ୟତାର ଅନ୍ୱେଷଣରେ ସେ ଏବେ ଚଳଚଞ୍ଚଳ । ଉର୍ଦ୍ଧରେତସର ବଳୟ ଭିତରେ ନିଜର ସାଧନାରେ ସେ ଓଜସ୍ୱୀ । କଥା କିମ୍ବା କବିତା ଲେଖିଲାବେଳେ ନିଜକୁ ହଜେଇଦିଏ ଅନୁରୂପ ପରିବେଶ ଓ ପରିବେଷ୍ଟନୀରେ ହେଲେ ଜିଇଁବାରେ ଜୀବନରେ ଚରମ ସତ୍ୟର ଆଧାରରେ ଜିଇଁଯିବାକୁ ଭଲପାଏ । ଆଉ କୈାଣସି ସୁନ୍ଦରୀ ତରୁଣି ପ୍ରତି ନାହିଁ ତା ମନରେ ସତେ ଯେମିତି ତାରୁଣ୍ୟ ର ପ୍ରଭାବ । ଲେଖକର ଉପାଧି ପାଇଗଲା ପରଠାରୁ ଲେଖାଲେଖିରେ ଯେଉଁ ଆବେଗ ତାକୁ ସେ ଭଳି ତୃପ୍ତି ଆଉ କେଉଁଥିରେ ମିଳୁନି । ନବଯୌବନା ତା ଆଗରେ ଆଜି କନ୍ୟା । ନାରୀ ଆଜି ତା ପାଇଁ ସଂସାରରେ ପରପୀଢିର ସର୍ଜନାର ଦାୟଦ । ତା ଠାରୁ ଅଧିକ ବୋଲି ନିଜ ଆତ୍ମିକ ଜୀବନରେ ଆଉ କିଛି ବି ଭାବେନି । 
   କିନ୍ତୁ ଯେତେବେଳେ ଲେଖକର ଖିଆଲରେ ହଜିଯାଏ ତାଠାରୁ ଭାଗଗ୍ରାହୀ ଅବା ଲଫଙ୍ଗା ପ୍ରେମିକ ଆଉ ଯେମିତି ଏ ଧରାଧାମରେ କେହି ନାହାନ୍ତି । ନାରୀକୁ କେଉଁଠି ସଜେଇଦିଏ ସ୍ୱର୍ଗର ରମ୍ଭା, ମେନକା ତ ଆଉ କେଉଁଠି ସଜେଇଦିଏ ଦାରୀଘରର ପଣ୍ୟାଙ୍ଗନା । ଜୀବନର ପ୍ରତିଟି ପରିବର୍ତ୍ତନକୁ ସେ ତା ଲେଖାରେ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ପ୍ରତିବିମ୍ବିତ କରିବାରେ ଅତୀବ ଚଞ୍ଚୁର । ତା କବିତାକୁ ନେଇ କେତେ ଯେ ପ୍ରେମିକ ପଢାନ୍ତି ତାଙ୍କ ପ୍ରେମିକାକୁ ତାର ଠିକଣା ନାହିଁ । ଆଉ ତାର ଲେଖାରେ ଥିବା ସାମାଜିକତାର ମହକ କାହାକୁ ଯେ ଆତ୍ମହରା ନକରିପାରେ ତାହା କହିବା ବୋକାମି । ସତେଯେମିତି ତାର ‘ନାଁ’ ର ଅର୍ଥକୁ ତାର ପ୍ରତିଟି ସୃଷ୍ଟିରେ ସେ ଭରି ଦେବାରେ ସମର୍ଥ ।
   ତା ଲେଖା ଯିଏ ଥରେ ପଢେ ଅନ୍ୟ ଲେଖା କୁ ତାର ପଢିବା ପାଇଁ ବ୍ୟାକୁଳ ହୋଇ ଉଠେ । ତାର ଲେଖାଗୁଡିକ ସବୁବେଳେ ବାସ୍ତବଧର୍ମୀ । ସମାଜରେ ଘଟୁଥିବା ଘଟଣା ଗୁଡିକୁ ଏପରି ଶଦ୍ଦ ସଂଯୋଜନାର ଶୈଳୀରେ ସଜେଇ ଦିଏ, ପଢିବା ବାଲାର ମଝିରୁ ପଢା ବନ୍ଦ କରିବାଟା ଅସମ୍ଭବ ହୋଇପଡେ । ତା ରଚିତ ପ୍ରେମ ଗଳ୍ପ, ପ୍ରେମ କବିତା ଅବା ପ୍ରେମ ଭିତ୍ତିକ ଉପନ୍ୟାସର ପ୍ରଭାବ ତରୁଣୀ ମାନଙ୍କ ହୃଦୟରେ ଗଭୀର ଭାବରେ ପଡେ । ପ୍ରେମତୁରା ହୋଇଉଠନ୍ତି ସେମାନେ ଭଲ ପାଇବାର ଶୈଳୀରେ । ହେଲେ ଦିଲ୍ଲୀ ଜେ.ଏନ.ୟୁ. ରେ ଯେବେଠୁ ଆସି ଅଛି ନିଜ ଗବେଷଣାରେ ମଜିଯାଇଛି ଆଉ ଯେବେଠାରୁ ମେଘା ତା ସଙ୍ଗେ ଦେଖା ହୋଇଛି ମେଘାର ତା ପ୍ରତି ଥିବା ଭାବ ବିହ୍ୱଳତାକୁ ସେ ସେତେ ନିଜ ଅନ୍ତରରେ ଭିତିରିଆ କରି ନେଇନି । ହଁ ମନରେ ମେଘାର ତା ଲେଖା ଗୁଡିକ ପ୍ରତି ଅତୀବ ଆକର୍ଷଣ ତାକୁ ଗୋଟେ ନିଆରା ସ୍ଥାନ ଦେଇଥାଏ । ଆଉ ସବୁଠାରୁ ବିଶେଷତ୍ୱ କଥା ହେଲା ଯେ ସେ ଦିଲ୍ଲୀରେ ଥିବାରୁ ତା’ର ଓଡିଆ ଆଗ୍ରହୀ ସମର୍ଥକ ଭିତରେ ମେଘା ନିଆରା । 
   ମେଘା ୟା ଭିତରେ ତାକୁ ନିଜର ବନ୍ଧୁରୁ ନିବିଡତାର ବନ୍ଧୁରେ ପରିଣତ କରିସାରିଲାଣି । ଦୁଇଜଣ ଏକାନ୍ତରେ ଅନେକଥର ବୁଲି ସାରିଲେଣି । ହେଲେ ମେଘା ଆଜିପର୍ଯ୍ୟନ୍ତ ଅମୃତର ଜୀବନ ବିଷୟରେ କିଛି ବି ଜାଣିନି କିମ୍ବା ଜାଣିବାକୁ ଚେଷ୍ଟା ବି କରିନି । ସେ ବି ବିଶେଷ କିଛି କୁହେନି । ବାସ୍ ସମୟକୁ ଉପଭୋଗ କରି ଗୋଟିଏ ଅବିବାହିତ ଝିଅର ମନସ୍ତତ୍ତ୍ୱ ପଢିବାରେ ସେ  ସମୟ  ଅତିବାହିତ କରିଦିଏ । ହେଲେ ଆଜି ଏ ଡାଏରୀଟି କାହିଁକି ଦେଇ ଗଲା ହଉ ପଢିବାକୁ ତ ପଡିବ । 
   ସେ ଦିନ ଏକାଡେମିକ୍ ବିଲିଡିଙ୍ଗ୍ ରୁ ଜଲଦି ପଳେଇ ଆସିଛି ହଷ୍ଟେଲ୍‌କୁ । ମେସ୍‌ରେ ଲଞ୍ଚ୍ ଖାଇ ସାରିଲା ପରେ ନିଜ ବେଡ୍‌ରେ ବସି ମେଘାର ଡାଏରୀଟି ପଢିବାକୁ ଆରମ୍ଭ କରିଛି । ଡାଏରୀ ଭିତରର ସଜବାଜ ଏକାପଣେ ଅଲଗା । ଡାଏରୀ ଗୋଟାକରେ ଲେଖା କହିଲେ ମାତ୍ର ଚାରିଟି ସ୍ଥାନରେ ସେ ପୁଣି ନଭେମ୍ବର ମାସରୁ ଆରମ୍ଭ କରି ଏପ୍ରିଲ ମାସରେ ଶେଷ ପର୍ଯ୍ୟନ୍ତ । ପ୍ରତି ଲେଖାଟି ସେହି ମାସର ଶେଷ ଶନିବାର ରାତି ଏଗାରଟା ରେ ଆରମ୍ଭ କରିଥିବାର ସୂଚିତ କରିଛି । ବାକି ଅନ୍ୟ ସବୁ ପୃଷ୍ଠା ଗୁଡିକରେ କିମ୍ବଦନ୍ତୀ ପ୍ରେମିଜୁଗଳଙ୍କ ଫଟୋ ଯଥା ଶିର-ଫରହାଦ୍‌, ଲୈଲା-ମଜନୁ, ହିର୍‌-ରାଞ୍ଝା, କେଦାର-ଗୈାରୀ, ଶିବ-ପାର୍ବତୀ,  ନଳ-ଦମୟନ୍ତୀ, ରାମସୀତା, ରାବଣ-ମନ୍ଦୋଦରୀ ଅତି ସୁନ୍ଦର ଭାବରେ ଅଳଙ୍କରଣ କରାଯାଇଛି । ଏପ୍ରିଲ ମାସରେ ଲେଖା ଆରମ୍ଭ ପୂର୍ବରୁ ରାଧାକୃଷ୍ଣଙ୍କ ଫଟୋ ଏତେ ସୁନ୍ଦର ଭାବରେ ସଜେଇ ଦେଇଛି ସେଥିରେ ଦୃଷ୍ଟି ବାନ୍ଧି ହୋଇ ରହିଯାଉଛି । 
   ଆଉ ଏପ୍ରିଲ୍ ମାସର ଶେଷ ଲେଖା ପରେପରେ ମେଘାର ନିଜ ଫଟୋ ସହିତ ଅମୃତର ଗୋଟିଏ ଫଟୋ କୁ ଯୋଡି ଦେଇ ଏତେ ଅନନ୍ୟତାରେ ଡାଏରୀ ପୃଷ୍ଠାରେ ଲଗେଇ ଦେଇଛି ଅମୃତ ଦେଖୁଦେଖୁ ତା ଆଖି ଜକେଇ ଆସିଛି । ବହଳିଆ ଲୁହ ତା ଆଖିରୁ ଧାରଧାର ହୋଇ ସେତେବେଳେ ବୋହି ଆସିଛି ଯେତେବେଳେ ତାଙ୍କ ଦୁଇଜଣଙ୍କ ଫଟୋ ତଳେ ଲେଖାଥିବା ଦୁଇଧାଡି କବିତା ଟି ସେ ଦେଖିଛି ।
“ଅଭାଗିନୀର ଆଶାଥିଲା
                  ନାଇଥାନ୍ତା ତା ସୀନ୍ଥିରେ 
ତୁମ ହାତରେ ସିନ୍ଦୁର ।
                    ଘୃଣା ପୂର୍ଣ୍ଣ ଏହି ଆତ୍ମା
ପାଇଯାଇଥାନ୍ତା ମୁକ୍ତି
                    ଆସାରରେ ତୁମ ଆସଙ୍ଗର”
  
ଡାଏରୀଟିରେ ଅନ୍ୟ ଚାରୋଟି ଲେଖା ଏହିପରିଥିଲା ।

ଶନିବାର–୨୯ ନଭେମ୍ବର-୨୦୧୪ ରାତି ୧୧ଟା
   ତୁମକୁ କେମିତି କହିବି ଅମୃତ, ମୋ ପାଖରେ ସେମିତି ଭାଷା ନାହିଁ । କେବଳ ଅନୁଭବ ଅଛି ଯାହା ମୋ ପାଇଁ ବ୍ୟକ୍ତ କରିବାଟା ଅସମ୍ଭବ ପରି ମନେ ହେଉଛି । ପ୍ରଥମ ପ୍ରଥମରୁ ତୁମ ଲେଖା ପଢି ତୁମ ଲେଖାରେ ବିମୋହିତ ଥିଲି ହେଲେ ତୁମକୁ ଦେଖା ହେଲା ପରେ ତୁମପାଇଁ ହୃଦୟରେ ଆନ୍ଦୋଳିତ ହେଲାଣି । ମନକୁ ନିଜ ଇଚ୍ଛାମତେ ଚଳେଇପାରୁନି । ଅଣଆୟତ ହେଲାଣି ସେ । ଅଭ୍ୟୂଦୟ କଲାଣି ଏକ ଅଭୂତ ପରିବର୍ତ୍ତନ ଏ ହୃଦୟରେ । ସେ ବଦଳିଯିବାଟା ହୃଦୟଠାରେ ହିଁ ସୀମିତ ନାହିଁ । ସେ ଧୀରେଧୀରେ ଆତ୍ମାକୁ ଛୁଇଁବାକୁ ଲାଗିଲାଣି । ପୁରୁଷଜାତିକି ଘୃଣା କରିବା ପରିଧି ଭିତରୁ ତୁମେ ବାହାରକୁ ଚାଲିଗଲଣି । ପୁରୁଷ ମାନଙ୍କୁ ଦେଖିଲେ ଆତ୍ମାରେ ଯେଉଁ ଅସୂୟା ଜନ୍ମେ ତାହା ତୁମଠାରେ ଆଦ୍ୟୈ ହେଉ ନାହିଁ । ତୁମେ ମୋତେ ଏମିତି କାହିଁକି ପଥହୁଡା କରୁଛ, ମୁଁ ବି ଜାଣିପାରୁନି । 
   ଲକ୍ଷସ୍ଥଳରେ ଆଉ ସତେଯେମିତି ପହଞ୍ôଚ ପାରିବିନି । ମୁଁ ତୁମକୁ ‘ଛି’ କରିବାକୁ ଯେତେ ପ୍ରୟାସ କରୁଛି ସେତେ ତୁମ ପ୍ରତି ଆକର୍ଷୀତ ହେବାରେ ଲାଗିଲାଣି । ଏ କି ପ୍ରକାର ଯାଦୁ । ତୁମ କଥା ତୁମ କାୟା ତୁମ କର୍ମ ସବୁ ମୋତେ ଅବ୍ୟବସ୍ଥିତ କରିପକଉଛି । ତୁମର ପ୍ରତିଟି ଆଳାପରେ ମୋ ବାଟବଣାର କାରଣ ମୁଁ ଜଳଜଳ କରି ଅନୁଭବ କଲିଣି । ତୁମର ପ୍ରତିଟି ଯୁକ୍ତି ମୋତେ ମୋ ଜିଦ୍‌ରେ ଭାଙ୍ଗି ପଡିବାକୁ ମଜବୁର୍ କଲାଣି । ତୁମ ସାଥୀରେ ସବୁବେଳେ ରହିଯିବାକୁ ଇଚ୍ଛା କାହିଁ ପ୍ରବଳ ହେଲାଣି । ତୁମର ସେ ଶାନ୍ତ ମୁହଁଟି ମୋ ଆଖିର ପଲକରେ ବସିଗଲାଣି । ଧୀରେଧୀରେ ମୁଁ ତୁମକୁ ପ୍ରିତୀ କରି ବସିଲାଣି । ସତରେ କଣ ତୁମେ ମୋ ଜୀବନରେ ଏ ଅଝଟ ମନକୁ ସଜାଡି ଦେବ । ପ୍ରତିବଦଳରେ ତୁମର ସେ ହୃଦୟରେ ମୋତେ ଟିକେ ଯାଗା ଦେବ ତାହାକୁ ବି ଜାଣିନି । ହେଲେ ମୋର ବିଶ୍ୱାସ ମୋ ପ୍ରିତୀର ପିୟୁଷରେ ତୁମ ହୃଦୟ ନିଶ୍ଚୟ ପ୍ଲାବିତ ହେବ । ମୋ ପ୍ରେମର ସ୍ୱରୂପ ରେ ତୁମେ ନିଶ୍ଚୟ ନିଜକୁ ହଜେଇ ଦବ ଏହା ମୋର ଦୃଢତା ।
        ତୁମର ଅନାମଧେୟ ପ୍ରେମିକା 
                                  ମେଘା,

ଶନିବାର-୩୧- ଜାନୁୟାରୀ-୨୦୧୫ ରାତି ୧୧ଟା

ଅମାୟିକ ଅମୃତ
   ବୁଝିପାରୁନି ମୋ ସାଙ୍ଗରେ ଏମିତି କାହିଁକି ସବୁ ଘଟି ଚାଲିଛି । ଆଗରୁ ମନରେ ଆଶ୍ୱାସ ଥିଲା ମୁଁ ବହୁତ ସୁନ୍ଦର । ଅନ୍ୟ ପୁରୁଷଙ୍କୁ ଆକର୍ଷଣ କରିବାର ମୋ ତନୁରେ ବିସ୍ୱବିଧାତା ଅନୁପମ ଭରି ଦେଇଛନ୍ତି । ତାହା ସତଥିଲା ମଧ୍ୟ । ଯାହାକୁ ଚାହୁଁଥିଲି ମୋ ଆଖିର ଚାହାଣୀରେ ତାକୁ ବାନ୍ଧୁଥିଲି ମୋ କାୟାର ଐନ୍ଦ୍ରିଜାଲିକ ଆକର୍ଷଣରେ । ମନରେ ଥିଲା ଅଭିମାନ, ଅହଁଙ୍କାର ଆଉ ଅମର୍ଷ । କାଚ ସାମନାରେ ଛିଡା ହେଲେ କାଞ୍ଚନ ମଣୁଥିଲି ନିଜକୁ । ସତେଯେମିତି କାଚ ବି ହର୍ଷିତହେଉଥିଲା ମୋ ଛବିର ଛନ୍ଦରେ । କାନର ଝରା ମୋର ଝାଙ୍କୁଥିଲା କୁମାର ମାନଙ୍କୁ । କେଶର କୁଞ୍ଚନରେ ଥିଲା କାମୁକ କୁଣ୍ଡିରଙ୍କ ପାଇଁ କୃଷ୍ଟି । ମାଳତୀ ଥିଲି ମୁଁ ମାଧୁର୍ଯ୍ୟର । ଚାଲିରେ ଥିଲା ମୋର ଚଞ୍ଚଳତାର ଚାତୁରୀ । 
   ଚପଳତା ଥିଲା ମୋ ଚୈତନ୍ୟରେ । କିନ୍ତୁ ସତେଯେମିତି ତୁମେ ମୋତେ ଥରେ ନ ଦେଖିଲେ ମୁଁ ଭିତରେ ଜଳିଯାଉଛି । ମୋ ମୁହଁ ମୋତେ ଅଢଙ୍ଗ ଦେଖାଯାଉଛି । ମୋତେ ଟିକେ ତୁମ ସ୍ନେହ ଭରା ଚାହାଣୀରେ ମୋତେ ନ ଅନାଇଲେ ମୋତେ ଅଣନିଶ୍ୱାସୀ ପରି ଲାଗୁଛି । ଖୋଜିବୁଲୁଛି ମନଭିତରେ ଅହରହ ତୁମ ମୁହଁରେ ମୋ ପ୍ରଶଂସାକୁ । ସଜେଇହେଲା ବେଳକୁ ତୁମ ପସନ୍ଦ ହିଁ ମୋର ପାଥେୟ ପରି ମନେ ହେଉଛି । ତୁମ ସହିତ ମୋର ପ୍ରତିଟି ମିଳନ ମୋ ପାଇଁ ଏକ ଅଭୂଲା ସ୍ମୃତିର ରୂପ ନେଉଛି । ତୁମର ପ୍ରତିଟି ସ୍ନେହଭରା କଥା ମୋତେ ପ୍ରତି ମୁହୁର୍ତ୍ତରେ ପାଗଳ କରିପକଉଛି । ତୁମ ପାଖ ଛାଡିବାକୁ ଇଚ୍ଛା ହେଉନି । ପ୍ରତି କ୍ଷଣରେ ମୁଁ ଜଳୁଛି ତୁମ ସହିତ ମିଳନର ଆସର ପାଇଁ । ହେଲେ ସାହାସ ନାହିଁ କିମ୍ବା ଏ ଜୀବନରେ ତୁମ ଆଗରେ କହିବାକୁ ସାହସ ଜୁଟାଇ ପାରିବିନି ବୋଲି ମଧ୍ୟ ଜାଣିଛି । ହେଲେ ବିଶ୍ୱାସ କର ଏ ପାଗଳାମୀ ମୋର ମୃତ୍ୟୁ ପର୍ଯ୍ୟନ୍ତ ଜମା ମୋ ସାଥୀ ଛାଡିବନି ।   

ଶନିବାର-୨୫- ମାର୍ଚ୍ଚ-  ୨୦୧୫ ରାତି ୧୧ଟା

ପ୍ରିୟର ଅମୃତ
   କାହିଁକି ଏ ଅବୋଧ ଆକର୍ଷଣ? ମହାବାତ୍ୟାରେ ଦ୍ରୁମ ଟଳି ପଡିଲା ପରି ଢଳି ଗଲିଣି ତୁମ ମନର ଇଲାକାକୁ । ଭଲଲାଗୁନି ତପସ୍ୱିନୀରେ ଏକାନ୍ତ । ଖୋଜୁଚି ତୁମ କାୟାର ସ୍ପର୍ଶ । ଅଭିପ୍‌ସା ଅସ୍ଥିର କରୁଛି ବିଲୀନ ହେବାକୁ ତୁମ ଶରୀରର ସେ ସ୍ନିଗଧାରେ । ମୁଁ ତୁମ ବୁକୁରେ ମୁହଁ ରଖି ତୁମକୁ ଆଶ୍ଲେଷ କରୁଥିବି । ତୁମେ ହଜିଯାଇଥିବ ମୋର ସେ ପ୍ରକୃତିର ଅନ୍ତରାଳରେ । ମୁଁ ହେବି କାମିନୀ ତୁମେ ହେବ ମୋ ଜୀବନର କାଞ୍ଚନ । ହଜେଇଦେବି ତୁମକୁ ମୋ ପ୍ରୀତିର ମହୋଦଧିରେ । ଦୁଃଖକୁ ତୁମକୁ ଛୁଇଁବାକୁ ଦେବିନି । କଷ୍ଟ ତୁମ ଜୀବନରୁ କାଢି ଫୋପାଡିଦେବି । ହେବ ଆମ ପ୍ରେମ ଅମର ଆମ ଚିର ବିଦାୟ ପରେ । ତୁମକୁ ଦେଖିକରି ହସ ଫୁଟିପଡୁଥିବ ମୋ ଆତ୍ମାର ପ୍ରତିଟି ସୂକ୍ଷ୍ମରୁ । ତୁମ ସାନ୍ନିଧ୍ୟରେ ମୁଁ ହେବି ଶୁଚିମନ୍ତ । ମୋ କପାଳରେ ତୁମ ହାତର ସିନ୍ଦୁର ଗାର ହେବ ମୋ ଜୀବନର ସ୍ୟୈନ୍ଦର୍ଯ୍ୟ । ମୋ ଜୀବନର ତୁମେ ହେବ ଶାସ୍ୱତ ।
   ହଜିଯିବ ଏ ଘୃଣାର ଫଟା ବାଦଲ ମୋ ହୃଦୟରୁ ତୁମ ଆସଙ୍ଗରେ । ବର୍ଷିବ ସ୍ନେହ, ପ୍ରିତୀ, ମମତାର ବାରି ପ୍ରତିମୁହୁର୍ତ୍ତରେ । ବାସ୍ ଖାଲି ତୁମର ଅନୁମତି ଲୋଡା । ଥରେ ହଁ କରିଦିଅ ନା ଏ  ପ୍ରିତୀ ରଙ୍କୁଣୀକୁ ।
 ଇତି                    
ମେଘା                            

ଶନିବାର- ଏପ୍ରିଲ୍‌-୨୫- ୨୦୧୫ ରାତି ୧୧ଟା 
ଅମୃତ
   ଆଶା ମୋର ଆଶାରେ ରହିଗଲା । ସ୍ୱପ୍ନ ଭାଙ୍ଗିଗଲା । ତୁମେ କେଉଁଠି ଥିଲ? ମୋର ଯେତେବେଳେ ଏ ଚିରାଚିରିତ ଦୁନିଆ ରାସ୍ତାରୁ ଗୋଡ ଖସୁ ଥିଲା ତୁମେ କାହିଁକି ପହଞ୍ôଚଲନି?  ଜୀବନରେ ଘୃଣା ମୋର ନିଜ ଘାତକ ସାଜିଲା । ନିଜ କର୍ମର ଉହାଡରେ ପବିତ୍ର ଆତ୍ମାରୁ ପାପାତ୍ମକୁ ଗତିକଲି । ଜଣକ ଠାରୁ ଅମାନସ୍ୟ ପାଇଲି ବୋଲି ଅନ୍ୟ କାହାକୁ ପୀଡା ଦେବା ଏ ପ୍ରକୃତିର ନିୟମ ନୁହେଁ ବୋଲି ମୁଁ ଅଜଣା ଥିଲି । ବହିଗଲି ଜିଦ୍ ର ଉର୍ମିରେ । ବୟସର ଉନ୍ମାଦ ମୋତେ ଆହୁରି ଉନ୍ମତ୍ତ କଲା ପ୍ରତିଶୋଧର ଆଳରେ । ନିଜକୁ ବ୍ୟଭିଚାରିଣୀ ସଜେଇଲି । ଛଳ, କୁଟିଳତା ଓ କପଟତା ମୋର ସଙ୍ଗୀ ହୋଇଗଲେ । ବାତ୍ସଲ୍ୟ ଜୀବନର ସେ ଶାନ୍ତ, ଶୀତଳ ଓ ସୁନ୍ଦର ଜୀବନର ସୀମା ଭିତରୁ ଆପେଆପେ ବାହାରି ଆସିଲି । ଆର୍ଜ୍ଜବରେ ଥିଲି ଆଭୁଷିତା ହେଲି ନିଛଳ ପୂର୍ଣ୍ଣ । ପ୍ରବେଶ କଲି ଅଶାନ୍ତ, ଅବ୍ୟବସ୍ଥିତ ଓ ଅଘଟଣ ଜୀବନ ଭିତରକୁ । ଭୁଲି ବସିଲି ଜୀବନର ବାସ୍ତବତା ଓ ଲକ୍ଷକୁ । ଶାନ୍ତି ଖୋଜିବାର ପ୍ରୟାସଠୁ ବି ନିଜକୁ ଦୂରେଇ ଦେଲି । ବିନା ଦୋଷରେ ପରକୁ ପୀଡା ଦେଉଦେଉ ବିଶ୍ୱାନିୟନ୍ତା ବି ମୋ ଜୀବନ କ୍ଲେଶକୁ ବଢେଇ ଚାଲିଲେ ଠିକ୍ ମୋ ଜୀବନରେ ତୁମର ଆଗମନର ଛଳରେ । 
   ତୁମର ସଙ୍ଗ ଜୀବନର ସତ୍ୟ କଣ ମୋତେ ଚେତେଇବାକୁ ଲାଗିଲା । ହେଲେ ଚେତେଇଲା ବେଳକୁ ଜଣକୁ ସନ୍ତାପିତ ରକ୍ଷିତାର ଅଭିନୟ କଲି । ଯୈା÷ବନ ଉଦ୍ଦିପନାରେ ତାକୁ ଆଘାତ ଦେଲି । ଅନେକ କିଛି ହାସଲ କଲି । ପ୍ରୀତିର ଛଳରେ ଅନ୍ୟଜଣକୁ ସ୍ୱପ୍ନଦେଖେଇଲି ଜୀବନସାଥୀ ହେବାର । ହୃଦୟରେ ଥିଲା ଦୁର୍ବାର ଘୃଣା ଏ ପୁରୁଷ ଜାତିକୁ । ହୃଦୟରେ ଘୃଣାର ଗଦା ନେଇ ଘାଣ୍ଟିଲି ତାକୁ ପ୍ରେମର ଉପାଧାରେ । ଲୁଟି ଚାଲିଲି  ଅନେକ କିଛି ଭବିଷ୍ୟତରେ ସହସାଥୀ ହୋଇ ରହିବାର ପ୍ରତିଶୃତି ଦେଇ । ସତକୁ କଣ କିଏ ଲୁଚେଇ ପାରେ । ସେ ତ ଆପେ ଆପେ ମେଲି ବସିବ ନିଜର ପସରା । ଡେଙ୍ଗୁରା ପିଟିବ ସମସ୍ତଙ୍କ ସମ୍ମୁଖରେ । ମୋର ଛଳନା ରହିପାରିାଲନି । ଜୀବନ ବୋଧହୁଏ ସରିଆସିଲାଣି । ମୋ ଅପକର୍ମ ମୋର ଆତ୍ମଘାତୀ ସାଜି ସାରିଲାଣି ।
   ଶେଷରେ ଏତିକି କହୁଛି, ମୁଁ ତୁମକୁ ବହୁତ ଭଲପାଏ । ନିଜ ଜୀବନଠାରୁ ବି ଅଧିକ । କହନ୍ତି ଜୀବନରେ ସବୁ ଭୁଲିହୁଏ ହେଲେ ପ୍ରଥମ ପ୍ରେମକୁ କେବେବି ଭୁଲି ହୁଏନି, ମାତ୍ର ମୋ ଜୀବନର ପ୍ରଥମ ପ୍ରେମ ଥିଲା ଏମିତି ଏକ ସମ୍ପର୍କ ଯେଉଁଥିରେ ଆରମ୍ଭରୁ ହିଁ ଥିଲା ଛଳନା । ସେ ସମ୍ପର୍କକୁ ଭୁଲିଜିବାଟା ତ ପରକଥା, ମୁଁ ତାକୁ ମନେ ହିଁ ରଖିଲିନି । ହେଲେ ପ୍ରେମ କଣ ତୁମେ ମୋତେ ଶିଖେଇଦେଲ । ତୁମ ବିନା ଏ ଜୀବନର ମୂଲ୍ୟ କିଛି ନୁହେଁ । ଆଶଂସା ଥିଲା ତୁମକୁ ନେଇ ବାକିଥିବା ଜୀବନ ଚଲାପଥକୁ ଉପଭୋଗ କରିିବି । ହେଲେ ତାହା ଏ ପ୍ରିତୀ କାଙ୍ଗାଳୀର ଭାଗ୍ୟରେ ହିଁ ନାହିଁ ।
                                                                          ଇତି ତୁମର
୍ଣମଘା


*****

ସତର


   ଏମିତି ଅନେକ ଥର ମିଶିଲା ପରେ ଗୋପୀନାଥ ମେଘାକୁ ନିଜର ଜୀବନସାଥୀ ବୋଲି ଭାବିନେଇଛି । ଦିନେ ଫୋନ୍‌ରେ କଥା ନହେଲେ ତାକୁ ଆଉ ଭଲ ଲାଗୁନି । ସପ୍ତାହରେ ଅତି କମ୍‌ରେ ସେ ମେଘା ସହିତ ଥରେ ମିଶିଛି । ମେଘା ମଧ୍ୟ ସେହିଭଳି ସୁଯୋଗ ଦେଇଛି । ମେଘା ନିଜର ଇଚ୍ଛାରେ ଗୋପୀନାଥ ସହିତ ମିଶେ । ମଝିରେ ମଝିରେ ଏକାନ୍ତରେ ମିଶି ତାକୁ ସମ୍ପୂର୍ଣ୍ଣ ଉନ୍ମତ୍ତ କରିସାରିଲାଣି । ଗୋପୀନାଥ ବେଳେବେଳେ କାମାନ୍ଧ ହୋଇପଡେ ମେଘା ସହିତ ସମ୍ଭୋଗ କରିବା ପାଇଁ । ତାକୁ ହୃଦୟରେ ଯନ୍ତ୍ରଣା ଦେବାକୁ ଚେଷ୍ଟା କରେ ଓ ସେଥିରେ ସବୁବେଳେ କୃତକାର୍ଯ୍ୟ ମଧ୍ୟ ହୁଏ । ଏମିତି ଭିତରେ ଗୋପୀନାଥ ମେଘା ନାଁ ରେ ଗୋଟିଏ ପ୍ଲଟ୍ ନୋଏଡାରେ କିଣି ସାରିଲାଣି । 
   ଅନେକ ଟଙ୍କା ମଧ୍ୟ ଦେଲାଣି ଖର୍ଚ୍ଚ କରିବାକୁ । ମେଘା କିନ୍ତୁ ଲୁଟି ଚାଲିଛି ନିଜର ଚରିତ୍ରକୁ  ଖିନ୍‌ଭିନ୍ କରି । ହେଲେ ତାକୁ ସେ ଚରିତ୍ରହୀନାର ଉପାଧି ଆଦ୍ୟୈ କଷ୍ଟ ଦେଇନି କିମ୍ବା ସେ କେବେ ବି ସେ କଥା ନିଜ ମନକୁ ନେଇନି । ଦୁଇଜଣଙ୍କର ସମ୍ପର୍କ ଗୋପୀନାଥ ପାଇଁ ପବିତ୍ର ହେଲେ ମଧ୍ୟ ମେଘା ପାଇଁ ଏହା ଏକ ଖେଳ । ମେଘା ସବୁବେଳେ ଗୋପୀନାଥକୁ ଯନ୍ତ୍ରଣା ଦେଇଚାଲେ ଗୋପୀନାଥ ର ଆଶା ପୂରଣ ନକରି । ଗୋପୀନାଥ ବି ମେଘା ପ୍ରେମରେ ପାଗଲ ଭଳି ହୋଇଚାଲେ ଆଉ ସର୍ବସ୍ୱ ହରେଇଚାଲେ ମେଘା ପାଇଁ । ମେଘା ସତେଯେପରି ତାର ହୋଇ ତାର ନହେଲା ପରି ଅଭିନୟ କରେ । ଫୋନ୍‌ରେ କଥା ହେଲା ବେଳେ ବେଳେବେଳେ ଏମିତି ଆଚରଣ କରେ ଯାହା ଗୋପୀନାଥକୁ ବହୁତ ଆଘାତ ଦିଏ । ଗୋପୀନାଥ ବି ମେଘା ପ୍ରେମରେ ଅଣନିଶ୍ୱାସୀ ହୋଇପଡେ । 
   ଅନେକ ଥର ସେମାନେ ଏମିତି ପାର୍କଭିତରେ ମିଶନ୍ତି । ମେଘା ଗୋପୀନାଥ ରହୁଥିବା ଭଡାଘରକୁ ଯାଏ । ଗୋପୀନାଥ ସହିତ ମିଶେ ହେଲେ ଯେଉଁଠି ଗୋପୀନାଥର ଆବେଗିକ ଯନ୍ତ୍ରଣା ପାଇବାର ମୁହୁର୍ତ୍ତ ସେଇଠୁ ସେ ଦୂରେଇ ଯାଏ । ତାରୁଣ୍ୟର କ୍ଷୁଧାରେ ସେ କ୍ଷୋଭିତ ହୋଇଉଠେ । ଧୀରେଧୀରେ ଗୋପୀନାଥକୁ ସନ୍ଦେହ ମାଡିବସେ । ମନେମନେ ଭାବେ ବୋଧହୁଏ ଏ ମେଘା ଆଉ କାହାକୁ ଭଲ ପାଉଛି । ବିଚଳିତ ହୋଇ ପଡେ । ସେ ଯେବେଠୁ ମେଘା ସହିତ ସମ୍ପର୍କ ରଖିଛି ମେଘା କେବେ ରବିବାର ଦିନ ତାକୁ ସମୟ ଦିଏନି ।  ତେଣୁ ସେ ଚିନ୍ତା କରିଛି ଏ ରବିବାର ଦିନ କଣ କରୁଛି । ଅନ୍ୟ କାହା ସାଙ୍ଗରେ ମିଶୁଛି ନା ୟାର ଆଉ କିଏ ସାଙ୍ଗ ଅଛି । ତାକୁ ସେ ଜାଣିବ । ତାକୁ ସେ ପିଛା କରିବ । ଶେଷରେ ସେ ଗୋଟିଏ ରବିବାର ମେଘା ରହୁଥିବା ଶକ୍ତିନଗର ଘରର ନିକଟରେ ଅନ୍ୟ ଗୋଟେ କାର୍ ଆଣି ସେଥିରେ ବସି ରହେ ଓ ମେଘାକୁ ନିରୀକ୍ଷଣ କରେ । 
   ଠିକ୍ ଦିନ ୯ଟା୨୦ରେ ମେଘା ଶକ୍ତିନଗର ଘରୁ ବାହାରେ ଓ ଘର ବାହାରେ ଗୋଟିଏ କାର୍ ଟିଏ ଲାଗେ । ସେଥିରୁ ସନ୍ଦିପ ବାହାରେ । ଦୁଇଜଣ ବସନ୍ତି ଓ କାର୍ ଟି ଆଗାଏ । କାର୍‌ଟିର ପଛେପଛେ ଗୋପୀନାଥ ନିଜ କାର୍‌କୁ ଚଲାଏ । ମେଘାର କାର୍ ଟି ସେଦିନ ସନ୍ଦିପର ଫ୍ୟାକ୍ଟ୍ରି ଆଡେ ଯାଏ । ଗୋପୀନାଥ ମଧ୍ୟ ସେହି କାର୍ ପଛେପଛେ ସନ୍ଦିପର ସେହି ଫ୍ୟାକ୍ଟ୍ରିର କିଛି ଦୂରରେ ରହି ନିଜର କରେ । କାର୍ ଟି ରହିଲା ପରେ ଯେତେବେଳେ ମେଘା କାର୍‌ରୁ ଓହ୍ଲାଏ ସେତେବେଳେ ସନ୍ଦିପ ଓହ୍ଲାଇ ଆସି ମେଘାର କାନ୍ଧରେ ଅତି ସ୍ନେହରେ ହାତ ପକାଇ ନିଜ ସ୍ତ୍ରୀ ଭଳି ହସିହସି ଦୁଇଜଣ ତା ଫ୍ୟାକ୍ଟ୍ରି ରାସ୍ତା ଭିତରକୁ ପ୍ରବେଶ କରିଛନ୍ତି । 
ଏହା ଦେଖିବା ମାତ୍ରେ ଗୋପୀନାଥର ହୃଦୟରୁ ଧଲକାଏ ନିଆଁ ଖସି ପଡେ । ସେ ନିଜକୁ କିମ୍ବା ମେଘାକୁ ଆଉ ବିଶ୍ୱାସ କରିପାରେନି । ସେ ବୁଝିଯାଏ ଯେ ଏ ମେଘା ଏକ ଧୋକାବାଜ୍ ।  ଏ ଲୋକଟି ମେଘାର କଣ ହେବ । ସେ ବୁଝି ସାରିଛି ଦିଲ୍ଲୀ ସହରରୁ ଏତେ ଦୂରକୁ ଏ ଦୁଇଜଣ ବୁଲିବାକୁ ଆସିଛନ୍ତି କେଉଁଥିପାଇଁ । ସେମିତି ଦୂରରେ ଅଖିଆ ଅପିଆ ଦିନ ୩ଟା ପର୍ଯ୍ୟନ୍ତ ନିଜ କାର୍ ଭିତରେ ଗୋପୀନାଥ ବସିରହେ । ଠିକ୍ ୩ଟା ବେଳକୁ ସେମିତି ମେଘା କାନ୍ଧରେ ହାତ ପକାଇ ଦୁଇଜଣ ଯାକ ହସିହସି ଆସି କାର୍‌ରେ ବସନ୍ତି ଏବଂ ଦିଲ୍ଲୀ ଅଭିମୂଖେ ଫେରନ୍ତି । ଗୋପୀନାଥ କିନ୍ତୁ ତାକୁ ଆଉ ଅନୁଧ୍ୟାନ ନକରି ସେ ସନ୍ଦିପର ଫ୍ୟାକ୍ଟ୍ରି ପାଖକୁ ଯାଏ । ଫ୍ୟାକ୍ଟ୍ରି ର କିଛି ଦୂରରେ କାର୍ ଟି ରଖି ଚାଲିଚାଲିଯାଇ ଫ୍ୟାକ୍ଟ୍ରିର ଓା୍ୱଚ୍ ମ୍ୟାନ୍ କୁ ପଚାରେ, ମୁଁ ଟିକେ ତୁମ ଫ୍ୟାକ୍ଟ୍ରିର ମାଲିକକୁ ଦେଖା କରିବାକୁ ଚାହେଁ । 
   ସେ ଆଜି ଫ୍ୟାକ୍ଟ୍ରି ଆସିବେ ନା ନାହିଁ । ଓା୍ୱଚ୍ ମ୍ୟାନ୍ ଜଣକ କହିଛି ସାର୍ ଆମ ବାବୁ ସାଙ୍ଗେ ସାଙ୍ଗେ ବାହାରିଗଲେ । ଓହଃ ଏଇ ଯେଉଁ କାର୍‌ରେ ଗଲେକି? ଆଜ୍ଞା ସାର୍ । ତେବେ ସେ ମ୍ୟାଡାମ୍ ଜଣକ କିଏ ଥିଲେ । ସାର୍ ମୁଁ ତ ଜାଣିନି ହେଲେ ମୁଁ ଏତିକି ଜାଣିଛି ସିଏ ଆମ ବାବୁଙ୍କ ସବୁଠୁ ଭଲ ସାଙ୍ଗ । ସିଏ ସବୁ ରବିବାରେ ଆମ ବାବୁଙ୍କ ସାଙ୍ଗେ ଆସନ୍ତି । ଏଠି ଖା ପିଆ କରି ଶୋଇ ବସିକରି ଯାଆନ୍ତି । ଗୋପୀନାଥର ହୃଦୟ ପୁରାପୂରି ଜଳିଯାଏ । ସେ ବୁଝିଗଲା ଏ ମେଘା ବୋଧହୁଏ ଏକ ଚରିତ୍ରହୀନା । ସେ ଓା୍ୱଚ୍‌ମ୍ୟାନ୍ ଠାରୁ ତା ବାବୁ ସନ୍ଦିପର ଫୋନ୍ ନମ୍ବରଟି ନେଇକରି ଆସେ । 
    ଗୋପୀନାଥର ଆଉ ମୁଣ୍ଡ କାମ କରିନି । ସତେ ଯେପରି ତାର ସମସ୍ତ ଶକ୍ତି ଆଜି ତା ଶରୀରରୁ ଅପସରି ଯାଇଛି । ଏତେ ବଡ ଧୋକା । ଏତେ ବଡ ପ୍ରବଞ୍ଚନା । ଏଭଳି ପ୍ରତାରଣା ସେ କେବେ ବି ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରିନଥିଲା । କଣ କରିବ ସେ । ତାର ପୂର୍ବ ବିଶ୍ୱାସ ଆଜି ପୁଣି ବଳବତ୍ତର ହୋଇ ଉଠିଛି । ଏ ଟଙ୍କା ସବୁକିଛି କରିପାରେ । ଟଙ୍କା ପାଇଁ ଏ ଆଜି ନିଜର ସର୍ବସ୍ୱ ବିକିଚାଲିଛି । ଏମିତି ଭାବୁଭାବୁ ତା ଆଖି ଛଳଛଳ ହୋଇ ଆସିଛି । ଲୁହ କେଇ ବୁନ୍ଦା ବୋହି ପଡିଛି ଆଖିରୁ । ଯାହାକୁ ଜୀବନସାଥୀ କରିବାର ସ୍ୱପ୍ନ ଦେଖି ଥିଲା ସେ ଏକ ବ୍ୟଭିଚାରିଣୀ । ଏମିତି ଭାବିଭାବି ନିଜକୁ ଅଥୟ ମନେ କରିଛି । ମନରେ ପ୍ରଶ୍ନ ଉଙ୍କି ମାରିଛି କାଳେ ସେ ବ୍ୟକ୍ତିଟି ତାରି ପରି ମେଘାକୁ ଭଲ ପାଇ ବସିଥିବ । ହେଲେ ସେ ତ ବିବାହିତ । ନା ନା ଆଜି ମୁଁ ଜାଣିଗଲି ଯେ ମେଘା ତା ସାଥୀରେ ମ୍ୟୈଜମଜଲିସ୍ କରୁଛି ।
    ସେହିଦଦିନଠାରୁ ମେଘାଠୁ ନିଜକୁ ଟିକେ ଦୂରେଇ ରଖିବାକୁ ସେଷ୍ଟା କରିଛି । ମନେ ମନେ ଭାବିଛି ଯେଉଁଦିନ ମେଘାର ତାର ପୁଣି ପାର୍କରେ ବସି ଅନ୍ତରଙ୍ଗ ମୁହୁର୍ତ୍ତ ବିତଉଥିବେ ସେହି ମୂହୁର୍ତ୍ତରେ ସେ ସନ୍ଦିପକୁ ଡକେଇ ଦେବ । ସନ୍ଦିପ ତ ୟାକୁ ଚିହ୍ନିନି ହେଲେ ସେ ମେଘା ସହିତ ମୋତେ ନିଶ୍ଚୟ ଦେଖୁ । ତାକୁ ବି ମେଘାର ଅସଲ ରୂପ ଜଣାପଡୁ । ଏମିତି ମନେମନେ ଦୃଢ ନିଶ୍ଚୟ କରି ରାତିରେ ଶୋଇବାକୁ ଯାଇଛି । ହେଲେ ପ୍ରେମରେ ପ୍ରୀତିର ଡୋର ଯେତେବେଳେ ହଠାତ୍ ଛିଡିିଯାଏ କିଛି ବି ବୁଝି ହୁଏନା । ନିଜ ହୃଦୟକୁ ନିଜ ଆୟତ୍ତକୁ ଆଣିହୁଏନା । କେବଳ ଯନ୍ତ୍ରଣାରେ କଲବଲ ହୁଏ କଲିଜା । ତାକୁ ଆଉ ଭୋକ ଲାଗିନି । ଖାଇବାକୁ ଇଚ୍ଛା ମଧ୍ୟ ହୋଇନି । ମଦ ପିଇବା ମଧ୍ୟ ସେ ଜାଣିନି । ତେଣୁ ସେମିତି ଆସି ନିଜ ଖଟ ଉପରେ ମୁହଁମାଡି ଶୋଇଯାଇଛି ।
   ମନେ ପଡିଛି ତା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ମୁତିକୁ ଯାହା ସିଏ ଜୀବନରେ କେବେ ବି ଭୂଲି ପାରିବନି । ସେଦିନ ମେଘା ଓ ସେ ସାଙ୍ଗ ହୋଇ ଅଫିସ୍ ରୁ ଫେରୁଥାନ୍ତି । ବାଟରେ କଫି ପିଇ ସାରିଲା ପରେ ସେ ଦିନ ମେଘା ଡ୍ରାଇଭିଙ୍ଗ୍ କରେ ଓ ସେ ତା ବାମ ପଟେ ବସିଥାଏ । ହଠାତ୍ କିଛି ଦୂର ଗଲା ପରେ ସେହି କାର୍ ଭିତରେ ସେ ନିଜେ ଆଗକୁ ମୁହଁମାଡି ପଡିଯାଏ ଓ ଚେତାଶୂନ୍ୟ ହୋଇଯାଏ । ଚେତା ଫେରିଲା ବେଳକୁ ସେ ସେହି କାର୍ ଭିତରେ ମେଘାର କୋଳରେ ମୁଣ୍ଡ ଦେଇ ଶୋଇରହିଥାଏ । ମେଘା ତାକୁ ନିଜ ଚୁନୁରିରେ କାନୀରେ ବିଞ୍ଚୁଥାଏ  ଓ ମୁହଁରେ ଲାଗିଥିବା ପାଣିକୁ ପୋଛି ପକାଉଥାଏ । ମେଘା ପଚାରେ ତୁମର ଏ କଣ ହେଲା । ସେ ଉତ୍ତର ଦିଏ ମୁଁ ଜାଣିନି । ମେଘା କହିଛି ବର୍ତ୍ତମାନ କେମିତି ଲାଗୁଛି । ସେ ଉତ୍ତର ଦିଏ ଭଲ ଲାଗୁଛି । ତା ପରେ ମେଘା କିଛି ନକହି ତାକୁ ବସାଇ ପାଖରେ ଥିବା ଏକ ପ୍ରାଇଭେଟ୍ ନର୍ସିଙ୍ଗ୍ ହୋମ୍ କୁ ନେଇଯାଏ । ସେ ତାକୁ ପଚାରେ ଏଠିକି କାହିଁକି ଆସିଲେ । ସେ ଉତ୍ତର ଦିଏ ମେଡିକାଲ ଚେକ୍‌ଅପ୍ ପାଇଁ । ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ନେଇ ତାକୁ ବସେଇଦିଏ । ଡାକ୍ତରଙ୍କୁ ସବୁକଥା କହି ପକାଏ । ଡାକ୍ତର ସବୁ ପରିକ୍ଷା କରନ୍ତି ଓ ଉତ୍ତର ଦିଅନ୍ତି ଆଜି ଏ ଖରା ଓ କାମର ଅଧିକ ଚାପ ଯୋଗୁଁ ଏମିତି ହୋଇଯାଇଛନ୍ତି ନଚେତ୍ ଆଉ କିଛି କାରଣ ନାହିଁ । ମେଘା ମନରେ ଖୁସିର ଲହରି ସେ ଦିନ ସେ ଦେଖିଥିଲା ଓ ମନେମନେ ଭାବିବସିଥିଲା ମେଘା ଭଳି ଜୀବନସାଥୀ ମୋ ଭାଗ୍ୟର କଥା । ସେଦିନ ତାର ଯେଉଁ ସେବା ଯତ୍ନ ୟାକୁ ତା ପ୍ରେମରେ ପାଗଳ କରିଦେଇଥିଲା । ହେଲେ ଆଜି ଏ ସବୁ କଣ ଘଟିଗଲା । ଏମିତି ଭାବିଭାବି ନିଦ ଲାଗିଯାଇଛି ।
   ଅଫିସ୍ ରେ ତାର ଆଉ ବିଶେଷ ମନ ଲାଗିନି । ଖାଲି ଉପର ଠାଉରିଆ ଭାବରେ ମେଘାକୁ ଫୋନ୍ କରେ । ଏମିତି ପନ୍ଦର ଦିନ ଗଲାପରେ ସେ ମେଘାକୁ କହିଛି ଆସନ୍ତା କାଲି ଦୁହେଁ ପ।।ର୍କ ଯିବା । ମେଘା ଜାଣିପାରିଲାଣି ଯେ ଗୋପୀନାଥ ତା ଉପରେ କିଛିଟା ନାରାଜ ହୋଇଛି । ତେଣୁ ସେ ସଙ୍ଗେ ସଙ୍ଗେ ହଁ କହିଛି । ହେଲେ ସେ ନାରାଜର ପ୍ରକୃତ କାରଣଟା ସିଏ ଜାଣିନଥାଏ । ମେଘା ଠାରୁ ପ୍ରତିଶ୍ରୁତି ନେଇସାରି ସନ୍ଦିପ ନାଁରେ ଏକ ଚିଠି ଲେଖି ସନ୍ଦିପର ଅଫିସ୍ କୁ ଯାଇ ତା ପିଅନକୁ ଦେଇଦେଇ ନିଜେ ଫେରି ଆସିଛି । ଚିଠିଟିରେ ଲେଖାଥିଲା ସାର୍ ମୁଁ ଆପଣଙ୍କର ଜଣେ ବନ୍ଧୁ । ଆପଣ ଯେଉଁ ଝିଅ ମେଘାକୁ ଏତେ ଭଲ ପାଉଛନ୍ତି ପ୍ରକୃତରେ ସେ କଣ ଆପଣ ଆସନ୍ତା କାଲି ଠିକ୍ ସନ୍ଧ୍ୟା ୫ଟାରେ ଆଜମଲଖାନ ପାର୍କର ଉତ୍ତର କୋଣର ଦୃଶ୍ୟ ଦେଖି ଜାଣିଯିବେ । 
   ସନ୍ଦିପ ଚିଠିଟି ପଢି କିଛି ବୁଝି ପାରିଲାନି । ସେ ବି ସେତେବେଳକୁ ମେଘାର ଛଳନାରେ ଆଉଟୁପାଉଟୁ ହୋଇ ସାରିଥିଲା । ତାର ମନର ବିଶ୍ୱାସ ମଧ୍ୟ ଅବିଶ୍ୱାସ ଆଡକୁ ଗତି କରି ସାରିଥିଲା । ତେଣୁ ସେ ଏ ଚିଠିର ସତ୍ୟତା ଜାଣିବା ପାଇଁ ଠିକ୍ ତା ପରଦିନ ସେହି ସମୟରେ ପାର୍କରେ ପହଞ୍ôଚ ଦୂରରୁ ଦେଖିଲା ବେଳକୁ ମେଘା କୋଳରେ ଗୋପୀନାଥ ମୁଣ୍ଡଦେଇ ଶୋଇଛି ଓ ମେଘା ତାର ମଥାରେ ହାତରଖି ତାର କେଶକୁ ସାଉଁଳୁଥାଏ । ସନ୍ଦିପର ସନ୍ଦେହ ସତ ହେଲା । ସେ ସ୍ଥାନ ପରିତ୍ୟାଗ କରି ଚାଲିଆସିଲା । ଗୋପୀନାଥ ଓ ମେଘା ମଧ୍ୟ ସେଠାରୁ ଚାଲିଗଲେ ।
   ସେ ଦିନ ରାତିରେ ଗୋପୀନାଥ ସନ୍ଦିପକୁ ଫୋନ୍ କରିଛି । କହିଛି ଆଜି ଆପଣ ନିଶ୍ଚୟ ପାର୍କ ଆସିଥିବେ ଆଉ ସତକଥା ଜାଣିଯାଇଥିବେ । ସନ୍ଦିପ କହିଛି ତେବେ ଆପଣଙ୍କ ପରିଚୟ ମୋତେ ଦେଉନାହାନ୍ତି କାହିଁକି । ଗୋପୀନାଥ କହିଛି ମୁଁ କାଲି ଆପଣଙ୍କୁ ଆପଣଙ୍କ ଅଫିସ୍‌ରେ ଦେଖାହେବି । ସତକୁ ସତ ତାପର ଦିନ ଗୋପୀନାଥ ସନ୍ଧ୍ୟାରେ ଯାଇ ସନ୍ଦିପକୁ ଦେଖା କରିଛି । ନିଜର ପରିଚୟ ଦେଇଛି । ସବୁ ସତ କଥା ପରସ୍ପର ବାଣ୍ଟିଛନ୍ତି । ସେମାନେ ଦୃଢ ନିଶ୍ଚୟ ଯେ ଏ ମେଘା ସେମାନଙ୍କୁ ଠକି ଚାଲିଛି । ସେମାନଙ୍କୁ ଲୁଟି ଚାଲିଛି । ସେମାନେ ସନ୍ଦେହ କରିଛନ୍ତି ୟାର ଆଉ କାହା ସାଙ୍ଗରେ ବି ସମ୍ପର୍କ ଥାଇପାରେ । ସନ୍ଦିପ ଏହା ପୂର୍ବରୁ ଥରେ ମେଘା ଓ ଅନ୍ୟ ଏକ ଯୁବକକୁ ବସ୍‌ଷ୍ଟପରେ ଏକାଠି ବସି କଥା ହେବାର ଦେଖିଥିଲା । କଥାବାର୍ତ୍ତାରୁ ଲକ୍ଷ କରିଥିଲା ସତେ ଯେପରି ମେଘା ସେ ଲୋକଟିର ଅତି ନିଜର । ଦୁହେଁ ଅତି ପ୍ରିୟ ବନ୍ଧୁ । ହେଲେ ଆଜି ଏ ଚିଠିଟି ପଢି ସେ ସନ୍ଦେହ ଘନ ହେବାରେ ଲାଗିଲା ।
   ମେଘା ଅଫିସ୍ ର ପିଅନକୁ ହାତକରି ପ୍ରତିଟି ମୂହୁର୍ତ୍ତରେ ମେଘାକୁ ଜଗିଛନ୍ତି । ଠିକ୍ ତାର ଚାରି ଦିନ ପରେ ମେଘା ଅଫିସ୍ ରୁ ବାହାରି ଯାଇଛି ଜେ.ଏନ.ୟୁ. ରେ ଅମୃତ କୁ ଦେଖା କରିବାକୁ । ଠିକ୍ ଦିନ ଦୁଇଟା ସମୟରେ ପିଅନଟି ସନ୍ଦିପକୁ ଫୋନ କରିକହିଦିଏ । ସନ୍ଦିପ ଗୋପୀନାଥକୁ ଫୋନ୍ କରେ ଓ ଦୁହେଁ ଜେ.ଏନ. ୟୁ. ରେ ଯାଇ ପହଞ୍ôଚ ଦେଖିଲା ବେଳକୁ ମେଘାର କାର୍ ଟି ଜେ.ଏନ.ୟୁ. କ୍ୟାମ୍ପସ୍ ଭିତରେ ଥିବା ପାର୍କରେ ରହିଛି ଓ ସେ ଗୋଟିଏ ଯୁବକର ଅତି ପାଖରେ ବସି ତାକୁ ଆଉଜି ପଡିଛି । ଏ ଦୁହେଁ ସବୁ ବୁଝିଗଲେ । ସେମାନେ ନିଶ୍ଚୟ ମେଘାକୁ ବଳତ୍କାର କରିବେ ଓ ପ୍ରତିଶୋଧ ନେବେ ବୋଲି ସେହିଠାରୁ ନିଷ୍ପତି ନେଇ ଫେରିଲେ ।    
   ତାହାର ଠିକ୍ ଆଠଦିନ ପରେ ଗୋପୀନାଥ ଓ ସନ୍ଦିପ ପରସ୍ପର କଥାହୋଇ ସନ୍ଦିପ ଆଜମଲ୍ ଖାନ୍ ପାର୍କ ପାଖରେ ଥିବା କଲ୍ୟାଣୀ ଗେଷ୍ଟ ହାଉସକୁ ମେଘାକୁ ଡାକେ । ରୁମ୍ ନଂ୨୭ ରେ ମେଘାକୁ ସନ୍ଦିପ ଓ ଗୋପୀନାଥ ତା ସହିତ ବଳତ୍କାର କରିବାକୁ ଉଦ୍ୟତ ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟରକଥା ମେଘା କୌଣସି ପ୍ରତିରୋଧ କରିନି । ସବୁକିଛି ସରିଯିବା ପରେ ବାସ୍ ତଳକୁ ମୁହଁପୋତି କାନ୍ଦିବାରେ ଲାଗେ । ଲୁହଧାରରେ ତାର ଚୁନୁରି ର କାନୀ ସମ୍ପୂର୍ଣ୍ଣ ଓଦା ହୋଇଯାଏ । ଦିନେ ଯେଉଁ ପଣତକାନୀରେ ସେ ଦୁଇଜଣଙ୍କୁ ଛଳନାର ସ୍ନେହ ବାଣ୍ଟିଥିଲା ଆଜିସେହି ପଣତକାନୀରେ ସେମାନେ ଦଳିଦେଲେ । ମନକୁ ଦମ୍ଭକରି ସେଠାରୁ ଉଠି ନିଜ ଶକ୍ତିନଗର ଘରକୁ ପଳାଏ ।


*****


ଅଠର


ଅମୃତ,
   କଣ ବା ଲେଖିବି । ସମୟ ସରି ଆସିଲାଣି । ଆତ୍ମା ଘୃଣାରେ ଘୃଣିତ ଏକ ଚରିତ୍ରହୀନା କୁଆଁରୀର ଖୋଳପା ଭିତରୁ ତୁମ ପ୍ରତି ଥିବା ମୋର ନିରୁତା ପ୍ରେମକୁ କଲମ ଓ କାଗଜରେ କେତୋଟି ଶଦ୍ଦରେ ପ୍ରକାଶ କରିବାକୁ ମୋ ଶରୀର ମନ ଓ ଆତ୍ମାରେ ଆଜି ଆଦ୍ୟୈ ଶକ୍ତି ନାହିଁ । ଏଇ କେଇ ମୂହୁର୍ତ୍ତପରେ ମୋ ପ୍ରେମ ତୁମ ପାଇଁ ଇତିବୃତ୍ତ ହୋଇଯିବ । ମା’ ଛେଉଣ୍ଡ ହେବା ପରଠାରୁ ବାପାଙ୍କର ମୋ ପ୍ରତି ଘୃଣା ଆଉ ପରେପରେ ମୋ ଜୀବନର ପ୍ରଥମପ୍ରେମ ଯେତେବେଳେ ମୋ ଚରିତ୍ରକୁ ଲୁଟିନେଇ ପ୍ରତାରଣାର ଐକାନ୍ତିକରେ ମୋତେ ଛାଡିଦେଇ ଚାଲିଗଲା ସେତେବେେଳେ ଏ ଆତ୍ମାରୁ ଘୃଣାକରିବସିଲି ଏ ପୁରୁଷଜାତିକୁ । 
   ପୁରୁଷକୁ ଘୃଣା କରୁକରୁ ସିମନ୍ତୀନି ହେବାର ସ୍ୟୈଭାଗ୍ୟକୁ ହରେଇ ବସିଲି । ହେଲେ ତୁମ ସାନ୍ନିଧ୍ୟ ମୋ ମନରେ ଥିବା ଏ ପୁରୁଷଜାତି ପ୍ରତି ଘୃଣାକୁ ‘ଛି’ କରିଦେଲା । ଆଜିର ମୋର ଏ ଅପବିତ୍ର ଶରୀର ଭିତରର ପବିତ୍ର ଆତ୍ମାରେ ସାଇତି ରଖିଥିବା ତୁମ ପ୍ରତି ପବିତ୍ର ପ୍ରେମ ତୁମକୁ ମୋ ପାଖକୁ ନିଶ୍ଚୟ ଟାଣି ଆଣିବ ଏହା ମୋର ବିଶ୍ୱାସ । ଜୀବନକୁ ଇତି କରିବା ପୂର୍ବରୁ ଦୈାଡିଯାଇଥିଲି ତୁମପାଖକୁ ଏକ ଅଭାଗିନୀ ହୋଇ ତୁମକୁ ଶେଷଥର ଦେଖିବା ପାଇଁ । ମନର ଅଭିଳାଷ ଅପୁର୍ଣ୍ଣ ହୋଇ ରହିଗଲା । 
   ଅନ୍ୟ ମାନଙ୍କୁ ଛଳନାର ଛନ୍ଦରେ ଛନ୍ଦିଥିଲି ସେମାନଙ୍କ ହୃଦୟରେ ତାଡନା ପାଇଁ । ମାୟାବିନୀ ସାଜିଥିଲି । ମିଛ ମାୟାରେ ସେମାନଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲି ଖୁସିହେବା ପାଇଁ । ହେଲେ ସମୟ ଓ ଭଗବାନ ସବୁଠୁ ଶକ୍ତିଶାଳୀ । ତାର ବିଚାରର କ୍ରୁରତା ଆଗରେ କାହାର ବି ଶକ୍ତି ନାହିଁ ମୁଣ୍ଡଟେକି ଛିଡା ହେବାପାଇଁ । ମାୟାଧରଙ୍କ ମାୟା ଆଗରେ ଏ ମାୟାବିନିର ମାୟା କେତେଦିନ ବା ଚାଲିଥାନ୍ତା? ପୁରୁଷ ଜାତିକୁ ଘୃଣା କରୁକରୁ ସେମାନଙ୍କର ଘୃଣା ମୋତେ ଝାଉଁଳେଇ ଦେଲା । ଏ ନର ସମାଜକୁ ଘୃଣାକରିକରିି ଯେତେବେଳେ ନୟାନ୍ତ ହୋଇଯାଇଥିଲି ପରପାରିକୁ ଚାଲିଯିବାକୁ ସଂକଳ୍ପ କରିଥିଲି । 
   ହେଲେ ଅକସ୍ମାତ ମୋ ଜୀବନ ଉଦ୍ଦେଶ୍ୟ ରେ ତୁମର ଆବିର୍ଭାବ ମୋତେ ଲକ୍ଷ୍ୟଚ୍ୟୁତ କରିଦେଲା । ପଥଭ୍ରଷ୍ଟ ହୋଇଗଲି । ଏ ହୃଦୟ ଓ ଆତ୍ମା ଭିତରେ ଥିବା ଘୃଣାର କରାଳ କାୟା ଅପସରିଯିବାକୁ ଆରମ୍ଭ କଲା । ପୁଣି ପ୍ରେମର ଫାନ୍ଦରେ ପଡିଗଲି । ଏ ଦୂନିଆ ମୋତେ ସମ୍ପୂର୍ଣ୍ଣ ନୂଆନୂଆ ଲାଗିଲା । ଜୀବନ ଜିଇଁ ଯିବାର ଆକାଶ ଉନ୍ମୁକ୍ତ ହୋଇଗଲା । ଧୀରେଧୀରେ ବସନ୍ତର ଅଳସପଣ ମୋତେ ଛୁଇଁବାକୁ ଲାଗିଲା । ତୁମ  ଭାବନାରେ ନିଜକୁ ହଜିଯିବାର ପ୍ରତି ମୂହୁର୍ତ୍ତରେ ପାଇଲି । ତୁମ ଚେହେରାର ମାଧୁର୍ଯ୍ୟତା, କଥାର ଚାତୁରୀ, ସରଳ ଓ ନିଷ୍କପଟ ହୃଦୟ ମୋତେ ଆତ୍ମହରା କରିଦେଲା । 
   ଜୀବନ ପାଇଁ ତୁମର ହେବାର ସ୍ୱପ୍ନ ବୁଣୁବୁଣୁ ମନେ ମନେ ସକଳ୍ପ କରିଦେଲି । ହେଲେ ଦଇବର ବିଚାର ଆଉ କିଛି । ତୁମ ଜୀବନ ବିଷୟରେ ମୁଁ ବିଶେଷ କିଛି ଜାଣିନି । କିମ୍ବା ଜାଣିବାକୁ କେବେ ଚେଷ୍ଟା ବି କରନି । ତୁମପରି ଏକ ପୂଣ୍ୟତୟା, ନିଷ୍କପଟ ଓ ସରଳ ଆତ୍ମା ସହିତ ଏ ହତଭାଗିନୀ ସ୍ନେହ କାଙ୍ଗାଳୀର ମିଳନ ବୋଧହୁଏ ଲେଖା ନଥିଲା । ତୁମେ ଆଗରୁ କାହିଁ ମୋ ଜୀବନରେ ଆସିଲନି? ମୋର କାମବାସନା ଯେତେବେଳେ ଉଛୁଳା ନଈ ପରି ହେଉଥିଲା ତୁମେ କେଉଁଠି ଥିଲ? ଅମର ପରି ଚରିତ୍ରହୀନ ଆଗରୁ ତିମେ ଆସିଥିଲେ ବୋଧହୁଏ ମୁଁ ଏ ଘୃଣା ର ସିକଞ୍ଜାରେ ମୁଁ ପଡିନଥାନ୍ତି । ହେଲେ ତୁମ ‘ସଙ୍ଗ’ ସେ ଘୃଣାର ଦୁର୍ବାର ଘାତକ ସାଜିଲା । 
   ସ୍ନେହ, ପ୍ରିତୀର ଅଭୀର ଅନ୍ତରଆତ୍ମାରେ ବିଞ୍ଚିଦେଲା । କାୟ, ମନ, ବଚନରେ ମୁଁ ପୁଣିଥରେ ପ୍ରେମ ରଙ୍ଗରେ ରଙ୍ଗିଗଲି । ଜୀବନର ବ୍ୟଗ୍ରତା ଶିଥିଳ ହୋଇଗଲା । ପଣ ମୋର ପାଣି ପରି ବୋହିଗଲା । ପ୍ରେମରେ ପ୍ରତାରଣା ନୁହେଁ ଛଳନାକୁ ପାଥେୟକରି ପୁରୁଷଜାତିର ଆବେଗକୁ ତିଳତିଳ କରି ଦଗ୍ୱ କରିବାର ଯେଉଁ ଜିଦ୍‌କୁ ହୃଦୟରେ ଗଣ୍ଠି କରି ବସିଥିଲି ତାହା ଆଜି ତୁମେ ଆସି ଛିଣ୍ଡେଇଦେଲ । ଭଗବାନଙ୍କ ଛଳନା ଆଗରେ ମୋ ପରି ପଥହୁଡା କିଶୋରୀର ଛଳନା ବା କେତେଦିନ । ମୋ ଛଳନା ଦୁଇଦୁଇଟା ହୃଦୟକୁ ଖିନି୍‌ଭିନ୍ କରିଦେଇଛି । ସେମାନେ ଭଲପାଇବସିଥିଲେ ମୋତେ ଜଣେ ସୁନ୍ଦର ଓ ପବିତ୍ର ତରୁଣି ଭାବି ହେଲେ ମୁଁ ଥିଲି ଛଳନାର ପିଆଲା । 
   ମୋ ଛଳନାର ପିଆଲା ସେମାନଙ୍କ ଜୀବନରେ ସେମାନଙ୍କୁ ଅନେକ କଷ୍ଟ ଦେଲା । ବହୁତ ଆନନ୍ଦ ଅନୁଭବ କରୁଥିଲି ସେମାନଙ୍କୁ କଷ୍ଟ ଦେଇ କାରଣ ମୋର ଅସୂୟାର ତୃଷ୍ଣା ଟିକେଟିକେ ମେଣ୍ଟୁଥିଲା । ହେଲେ ସେମାନଙ୍କର ହୃଦୟତ ନିଷ୍କପଟ ଥିଲା ନା? ମୁଁ ଜାଣେ ନିଷ୍କପଟ ହୃଦୟର ଶକ୍ତି ଅସୀମ । କେତେ ବା ଆଉ ସେମାନେ ବରଦାସ୍ତ କରିଥାନ୍ତେ? ମୋତେ ମୋର ଦଣ୍ଡ ମିଳିବାରେ ଥିଲା ଏବଂ ସେମାନେ ତାଙ୍କ ଯଥୋଚିତ ପ୍ରାପ୍ୟ ପାଇବାରେ ଥିଲା । ମୋ ଛଳନା ସେମାନଙ୍କୁ କରିଥିଲା ବର୍ବୋରଚିତ । 
   ତେଣୁ ଆଜି ଏ ପରିଣାମରେ ମୁଁ ଆଦ୍ୟୈ ଦୁଃଖୀ ନୁହେଁ । ମୁଁ ମଧ୍ୟ ତାଙ୍କ ଠାରୁ ମୋ ଛଳନାର ଅନ୍ତରାଳରେ ଯାହାସବୁ ନେଇ ଆସିଥିଲି କଡାଗଣ୍ଡା କରି ସବୁ ଫେରେଇ ଦେଇଛି । ସେମାନଙ୍କ ଆଖିରୁ ମଧ୍ୟ ନିଶ୍ଚୟ ମୋ ପାଇଁ କେଇ ଟୋପା ଲୁହ ଗଡିପଡିବ । ହେଲେ ଲୁହ ଗଡିବା ବେଳକୁ ମୁଁ ଆଉ ଏ ପାର୍ଥିବ ସଂସାରରେ ହିଁ ନଥିବି । ମୁଁ ଆଜି ଯେଉଁଥିପାଇଁ ଆରପାରିକୁ ଚାଲିଯିବାକୁ ଏ ଆତ୍ମହତ୍ୟାର ସହାରା ନେଉଛି ଏଥିପାଇଁ ଜଗତରେ କେହି ବି ଦାୟୀ ନୁହେଁ । ମୋ ନିଜ ଇଛାରେ କରୁଛି । 
   ମୋ ମୃତ୍ୟୁ ବେଳକୁ ବୋଧହୁଏ ମୋତେ ପୋଡିବାକୁ ମୋ ପାଖରେ ମୋର ବାପା ନଥିବେ ହେଲେ ତୁମେ ତିନିଜଣ ନିଶ୍ଚୟ ରହିବ ମୋର ଶେଷଇଚ୍ଛା । ଆଜି ମୋର ଏ ଆତ୍ମହତ୍ୟାରେ ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ନିଜ ଲୋକଙ୍କଠାରୁ ‘ଘୃଣା’ ର ବିଷ କୁ ପିଇଦେଇ ଭାବିଥିଲି ପରପୁରୁଷକୁ ଘୃଣାର ବିଷରେ ଭରିଦେବି । ହେଲେ ଦିନେହେଲେ ଚିନ୍ତା କରିନଥିଲି ପର ଆତ୍ମାକୁ ଘୃଣା କରିବାକୁ ମୋର ଅଧିକାର ଆସିଲା କେଉଁଠୁ? ସେମାନେ ମୋର କି କ୍ଷତି କରିଥିଲେ? ସେମାନଙ୍କୁ ଘୃଣା କରିବାକୁ ମୁଁ କିଏ? ସେମାନଙ୍କ ହୃଦୟରେ ତ ଭଗବାନ ଅଛନ୍ତି । ସେମାନଙ୍କ ହୃଦୟରେ ମୋ ପ୍ରତି ସ୍ନେହ, ମମତା, ପ୍ରିତୀ ତ ଭରିକରି ଅଛି । 
   ତେଣୁ ମୁଁ ମୋର ପ୍ରତିଶୋଧ ପରାୟଣାର ଅନ୍ଧତ୍ୱରେ ଅତି ନିଷ୍ଠୁର ହୋଇଯାଇଥିଲି । ପୁରୁଷ ଜାତିପ୍ରତି ମୋର ଯେଉଁ ଘୃଣାର ପସରା ଆଜି ମୋତେ ଏ ଦୁନିଆରୁ ତଡିଦେବାକୁ ବସିଲା । ତୁମେ ତ ଲେଖକ । ତୁମର ଅତୁଲ୍ୟ ଚିନ୍ତା ଧାରା ଆଗରେ ମୁଁ ତୁମକୁ କି କଥା କହିପାରିବି । ତଥାପି ଏ ହନ୍ତସନ୍ତ ଜୀବନରେ ‘ଘୃଣା’ ପରି ଯେଉଁ ତିନୋଟି ଅକ୍ଷର ଲାଗି ଏ ଜୀବନ ଆଜି ନିଶ୍ୱ  ତାରି ଉପରେ ଦୁଇ ତିନି ଧାଡି ଲେଖି ଦେଉଛି । ଯଦି ସମ୍ଭବ ହୁଏ ତୁମର କୋଉ ଗୋଟେ ଉପନ୍ୟାସରେ କେବେ ଏହାକୁ ସ୍ଥାନିତ କରିଦେବ ।
   ତୁମ ପ୍ରତୀର ସିକଞ୍ଜାରେ ଯେବେଠୁ ପଡିଗଲି ଏ ଘୃଣାର ସଂଜ୍ଞା ମନ ଅନେକ ଖୋଜିଲା । ମନସ୍ତତ୍ତ୍ୱବିତ୍ ହୋଇଗଲି । ଅନେକ କଥା କୁ ତର୍ଜମା କରିବାରେ ଲାଗିପଡିଲି । ଏ ଛୋଟ ମୁଣ୍ଡରେ କଣ ବା ଚିନ୍ତା କରିପାରିଥାନ୍ତି । ଜୀବନ ରେ ଜର୍ଜରିତ ମାନସିକ ସ୍ଥିତିରେ ମୁଁ କଣ ଠିକ୍ ଅବା ସଠିକ୍ କଥା ଲେଖିପାରିବି । ତଥାପି ଯାହାକିଛି ବୁଝିଛି ତୁମର ଅମାପ ଜ୍ଞାନ ସାମନାରେ ହାସ୍ୟାଷ୍ପଦ ବି ହୋଇପାରେ ତଥାପି ଟିକେ ମୋ ଯାଗାରେ ରହି ଭାବିବ । 
   ଘୃଣା ଏକ ମାନସିକ ବିକାର । ଜୀବ, ଜୀବକୁ ଘୃଣା କରିପାରେ ଅବା ଜୀବ, ନିର୍ଜ୍ଜିବକୁ ଘୃଣା କରିପାରେ ମାତ୍ର ନିର୍ଜ୍ଜିବ, ନିର୍ଜ୍ଜିବକୁ କିମ୍ବା ନିର୍ଜିବ, ଜୀବ କୁ ଘୃଣା କରିପାରେନି କାରଣ ସେମାନଙ୍କର ଜୀବନ ନାହିଁ । ବୋଧହୁଏ ଘୃଣା ଦୁଇପ୍ରକାରର ସେଥିରୁ ଗୋଟିଏ ହେଲା ଇନ୍ଦ୍ରିୟ ଜନିତ ଘୃଣା ଓ ଅନ୍ୟଟି ମନ ଅବା ଆତ୍ମାରୁ ଜାତ ଘୃଣା । ପଞ୍ଚଇନ୍ଦ୍ରିୟରୁ ଯଦି କେଉଁ ଇନ୍ଦ୍ରିୟକୁ କୈାଣସି ଜିନିଷ ଅବା ଘଟଣା ଆଦ୍ୟୈ ଭଲ ଲାଗେନି ଅବା ମଧୁର ଲାଗେନି ତେବେ ଧୀରେଧୀରେ ସେ ଇନ୍ଦ୍ରିୟ ସହିତ ଶରୀର ତାକୁ ଘୃଣା କରିବାରେ ଲାଗେ । ନାକ ଦୁର୍ଗନ୍ଧକୁ, କାନଶଦ୍ଦକୁ, ଚର୍ମ ଆଘାତ କୁ, ଆଖି ନିରାନନ୍ଦ ଦୃଶ୍ୟକୁ, ଜିଭ ଅରୁଚିକର ଖାଦ୍ୟକୁ ଘୃଣା କରିବା ବେଳେ ମନ ଓ ପରେ ପରେ ଆତ୍ମାକୁ ପ୍ରବେଶ କରିପାରେ । ସେତେବେଳେ ଏହା ଦୀର୍ଘସ୍ଥାୟୀ ଓ ଜୀବନ ଯନ୍ତ୍ରଣା ରେ ପରିଣତ ହୋଇଯାଏ । ସବୁଠାରୁ ମାରାତ୍ମକ ହେଉଛି ଆବେଗରୁ ସୃ୍‌ଷ୍ଟି ଘୃଣା । ଯାହାକୁ ଦେଖିହୁଏନି ମାତ୍ର ଅନୁଭବ କରିହୁଏ ଏବଂଏହା ଜୀବନକୁ ନୟାନ୍ତ ଓ ତଳିତଳାନ୍ତ କରିଚାଲେ ।
   ଯେତେବେଳେ ମନୁଷ୍ୟର ମନ, ହୃଦୟ ଅବା ଆତ୍ମାକୁ କଷ୍ଟ ଲାଗେ, ସେତେବେଳେ ଏହି ‘ଘୃଣା’ ର ଜନ୍ମ । ଥରେ ଏ ‘ଘୃଣା’ ଜାତ ହେଲେ ମନୁଷ୍ୟ ମାନସିକ ସନ୍ତୁଳନ କୁ ହରେଇବସେ । ପ୍ରତିଟି ଜୀବନ୍ତ ପଦାର୍ଥରେ ତାକୁ ସ୍ନେହ ପରିବର୍ତ୍ତେ ଘୃଣା ନଜର ଆସେ । ତା ପାଇଁ ଜୀବନ ଅଣନିଶ୍ୱାସୀ ହୋଇପଡେ । ସ୍ନେହ, ପ୍ରିତୀ ଓ ମମତା ତା’ଠାରୁ କରଛଡା ଦିଅନ୍ତି । ଦିଶାହୀନ ହୁଏ ଜୀବନ । ଅଶାନ୍ତିର ଚରାଭୂଇଁ ପାଲଟେ ତା ଜୀବନ ବଗିଚା । ବଗିଚାର ବାସ୍ନା ଫୁଲ ବି ତାର ମନ ମୋହି ପାରେନା । ଗଛ ଝାଉଁଳି ପଡେ । ବଗିଚାରେ ହୁଏ ଧୂସର ଦିଗନ୍ତର ଅନୁଭବ । ପ୍ରତ୍ୟେକ ମୁହୁର୍ତ୍ତ ତା ପାଇଁ ହୁଏ ଏକ ଦ୍ୱନ୍ଦ, ଏକ ଦୁର୍ଦ୍ଦଶର ହୁଙ୍କାର ଅବା ଏକ ସନ୍ତପ୍ତ ଆତ୍ମାର ଆର୍ତ୍ତଚିକାôର । ଜୀବନରେ ନିଜେ ନିଜ ଭିତରେ ଛନ୍ଦି ହୋଇଯାଏ । ପଡିଯାଏ ପାପର କନ୍ଦଳେ । ବିପଥଗାମୀ ହୁଏ । 
   ଘୃଣା ତାକୁ ଠିକ୍ କୁ ଭୂଲ ବୋଲି ବିଶ୍ୱାସ ଦିଏ ଓ ଭୂଲକୁ ଠିକ୍ ବୋଲି ବିବେଚନା କରାଏ । ଏ ‘ଘୃଣା’ ସବୁ ସମ୍ପର୍କକୁ ଛିନ୍ନ କରିପାରେ । ଘରକୁ ଭାଙ୍ଗିପାରେ । ଅନ୍ୟକୁ ପୀଡାଦିଏ । ଅଶାନ୍ତି ର ଘନଘଟା ସୃଷ୍ଟି କରେ । ଧ୍ୱସଂ କରେ ସବୁକିଛି । କେବଳ କ୍ଷତି କରେ । କେବେ ବି ଏହା କାହାର ମଙ୍ଗଳ କରିପାରେ ନାହିଁ । କେବଳ ଅମଙ୍ଗଳ କରେ । ହେଲେ ଶେଷ କଥା ଏ ‘ଘୃଣା’ ଭଲପାଇବାରୁ ହିଁ ଜନ୍ମ ନେଇଥାଏ । ସ୍ନେହ, ପ୍ରିତୀ, ମମତା ଓ ପ୍ରେମ ଯେତେବେଳେ କାହା ପ୍ରତି ବିମୂଖ ହୁଏ ସେତେବେଳେ ଘୃଣାର ରାହୁ ଉଙ୍କିମାରେ । ଅବିଶ୍ୱାସ ମଧ୍ୟ ଏ ଘୃଣାର ବୀଜ ବୁଣିବାରେ ପ୍ରମୂଖ ଭୂମିକା ଗ୍ରହଣ କରେ । ତେଣୁ ଘୃଣା ଆଉ ପ୍ରେମ ପରସ୍ପର ନଛୋଡବନ୍ଧା । କେହି କାହାକୁ ଛାଡି ପାରନ୍ତିନି । ଏଣୁ ପ୍ରେମରେ ଅବିଶ୍ୱାସ, ପ୍ରେମରେ ଉଣା  ଅବା ପ୍ରେମରେ ପ୍ରତାରଣା ସୃଷ୍ଟିକରେ ‘ଘୃଣା’ ।
   ହେଲେ ଏହା ଚିରସତ୍ୟ, ସଂସାରରେ ନାରୀ ପୁରୁଷକୁ ଘୃଣାକରି କେବେବି ଶାନ୍ତିରେ ରହିପାରିବନି କାରଣ ତାରିଠୁଁ ହିଁ ଏ ପୁରୁଷଜାତିର ସୃଷ୍ଟି । ଆଉ ଏ ଘୃଣାର ନିଦାନ ପାଇଁ ପ୍ରେମକୁ ଛାଡିଦେଲେ ଏସଂସାରରେ ଆଉ କାହାର ଶକ୍ତି ନାହିଁ । ପ୍ରେମ ହିଁ କେବଳ ଘୃଣାକୁ ପୋଡିଜାଳି ପାଉଁଶ କରିପାରେ । ଭଲ ପାଇବା ବିନା ଏ ସଂସାରରେ ଘୃଣାର ସୃଷ୍ଟି ନାହିଁ । ପ୍ରେମ ଭିତରେ ଯେପରି ପ୍ରତାରଣା, ସ୍ନେହ ଓ ଭଲପାଇବା ଭିତରେ ହିଁ ଘୃଣା ଲୁକାୟିତ ହୋଇ ରହିଥାଏ । ଦେଶ, କାଳ ଅବା ପାତ୍ରର ସମବୟାବତାରେ ଏହା ନିଜର ଅସ୍ତିତ୍ୱ ଜାହିର କରେ । ଘୃଣାରେ ଅନ୍ୟର ଯେତିକି କ୍ଷତି ହୁଏ ନିଜର ତା ଠାରୁ ଯଥେଷ୍ଟ ଅଧିକ କ୍ଷତି ହୁଏ । ଘୃଣା ନିଜର ବିକ୍ଷିପ୍ତ ମାନସିକ ଭାବଧାରା କୁ ବିଲୀନ କରିଦିଏ । 
   ଘୃଣା ନିଜକୁ ଜାଳିବା ସହିତ ଅନ୍ୟକୁ ମଧ୍ୟ ତିଳତିଳ କରି ଜାଳେ । ଆଉ କଣ ବା ଅଧିକ ଲେଖିପାରିବି । ସନ୍ଦିପ ଆଉ ଗୋପୀନାଥ ଭଳି ସାଥୀ ପୂର୍ବ ଜନ୍ମରେ ପୂଣ୍ୟ କରିଥିଲେ ହିଁ ମିଳେ । ସେମାନେ ବହୁତ ଭଲ । ସେମାନଙ୍କୁ ମୁଁ ସିନା ମୋ ଛଳନାର ପ୍ରେମ ଜାଲରେ ଫସାଇ ଦେଇଥିଲି ହେଲେ ସେମାନେ ମୋତେ ତାଙ୍କ ହୃଦୟ ଓ ଆତ୍ମାରୁ ଭଲପାଇ ବସିଥିଲେ । ତାଙ୍କ ଜୀବନର ଅନେକ କିଛି ମୋତେ ଦେଇ ବସିଥିଲେ ।
   ଏ ଭୁଲ୍ ପାଇଁ ପରମାତ୍ମା ବି ମୋତେ କ୍ଷମା କରିବେନି । ସେମାନେ ବା ମୋତେ କ୍ଷମା କରିଥାନ୍ତେ କିପରି? ସେମାନେ ତାଙ୍କର ପ୍ରାପ୍ୟ ପାଇବାରେ ଥିଲା, ସେମାନେ ପାଇଲେ ।  ମୋ ଚରିତ୍ର ସେମାନେ ଲୁଟି ନାହାଁନ୍ତି ବରଂ ମୁଁ କହିବି ମୋ ଜୀବନର ଶେଷ ଦିନରେ ମୁଁ ଦୁହିଁଙ୍କୁ ମୋ ଶରୀର ଦାନ କରିଦେଲି । ଆଉ ସେମାନେ ମୋତେ ଯେଉଁସବୁ ଉପହାର ଦେଇଥିଲେ ମୁଁ ସବୁ ଫେରେଇ ଦେଇଛି । ମୋ ଜୀବନର ସମସ୍ତ ରୋଜଗାରକୁ ତୁମ ତିନିଜଣଙ୍କ ନାଁରେ ମଧ୍ୟ କରିଦେଇଛି । ବାସ୍  ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ମୋତେ ଏ କଳୁଷରୁ ମୁକ୍ତି ଦିଅନ୍ତୁ । ଜନ୍ମଜନ୍ମାନ୍ତରେ ଆଉ ମୋତେ ଏ ‘ଘୃଣା’ ଶଦ୍ଦ ସ୍ପର୍ଶ ନକରୁ । ଭଗବାନଙ୍କ ସୃଷ୍ଟି ଅତ୍ୟନ୍ତ ମନୋହର । ଜଣେ ତମକୁ ଘୃଣା କରିବା ଆରମ୍ଭ କଲେ ଭଗବାନ ତୁମ ପାଇଁ ଆଉ ଗୋଟିଏ ଭଲପାଇବାର ମନକୁ ପ୍ରସ୍ତୁତ କରିଦିଅନ୍ତି । 
   ଯିଏ ଘୃଣା କରିବା ଆରମ୍ଭ କରେ, ଏଥରୁ  ସ୍ୱତ୍ୱଃ ପ୍ରମାଣିତ ଯେ ସେ ଦିନେ ତୁମକୁ ଭଲ ପାଉଥିଲା । ବରଂ ତାର ତୁମପ୍ରତି ଜାତ ଘୃଣାକୁ ପଛକୁ ପକାଇ ପୂର୍ବ ଭଲପାଇବାକୁ ଭାବିଲେ ଜୀବନ ଆନନ୍ଦମୟ ଓ ଶାନ୍ତିମୟ ହୋଇଉଠିବ । ଜୀବନର ଶେଷ ମୂହୁର୍ତ୍ତରେ ତୁମକୁ ଗୋଟିଏ ଅନୁରୋଧ ମୋ ଲାସ୍ କୁ ତୁମେ ତିନିଜଣ କାନ୍ଧ ଦେବ । ମୋ ମରଶରୀର ରେ ଗୋଟିଏ ଶାଢୀଟିଏ ଢାଙ୍କି ଦେଇ ସିନ୍ଥିରେ ମୋର ସିନ୍ଦୁର ଟିକେ ଦେଇ ମଲାପରେ ସିମନ୍ଥିନୀ ହେବାର ସ୍ୟୈଭାଗ୍ୟ ଥରେ ମାତ୍ର ଲୋକ ଲୋଚନରେ ଦେଇଦେବ । ମୋ ମୃତ୍ୟୁ ଖବର ମୋର ଘର ଲୋକ ଜାଣିବା କିଛି ଆବଶ୍ୟକ ନାହିଁ ।
   ପରଜନ୍ମରେ ଭଗବାନ ତୁମର ସାନ୍ନିଧ୍ୟ ମୋତେ ଜନ୍ମରୁ ହିଁ ଦିଅନ୍ତୁ ଯାହା ଫଳରେ ଅନ୍ୟକୁ ଭଲ ପାଇବା ଛଡା ଏ ‘ଘୃଣା’ ଶଦ୍ଦ ଆଉ ମୋ ଜୀବନକୁ ସ୍ପର୍ଶ କରିପାରିବ ନାହିଁ । ତୁମ ପ୍ରିତୀର ପରଶରେ ମୁଁ କେମିତି ମୋ ଘୃଣାକୁ ହରେଇ ବସିଲି ପ୍ରତି ମୁହୁର୍ତ୍ତର ଘଟଣାକୁ ମୋ ଡାଏରୀ ଭିତରେ ଲେଖି ରଖିଛି, ଯାହା ସେଦିନ ମୁଁ ତୁମକୁ ତୁମ ହଷ୍ଟେଲ୍ ରେ କାଲି ଦେଇ ଆସିଥିଲି ।
                                                                            ଋହିଲି
                                                                                 ଇତି
ମେଘା
   ତା ପରେ ମେଘା ଗୋଟିଏ ନୂଆ ବ୍ଲେଡ୍‌ରେ ନିଜ ହାତର ଶିର କାଟି ଦେଇଛି । ରକ୍ତ ବୋହି ଚାଲିଛି । ଖଟ ଉପରର ଗଦି ସବୁ ରକ୍ତ ଜୁଡୁବୁଡୁ । ମେଘା ଚାଲିଯାଇଛି ପ୍ରକୃତିର ଅନନ୍ତ କୋଳକୁ । ପ୍ରେମ ଆଉ ଘୃଣା ତା ପାଇଁ ଅର୍ଥହୀନ । ନୈସର୍ଗିକ ତୃପ୍ତିରେ ଆଜି ବୋଧହୁଏ ସେ ଚିରନିଦ୍ରାରେ ଶୋଇ ଯାଉଛି ।
   ତେଣେ ଜେ.ଏନ.ୟୁ. ହଷ୍ଟେଲ୍ ରେ ଅମୃତ ହଠାତ୍ କାହିଁକି ବିଚଳିତ ଅନୁଭବ କରିଛି । ସେଦିନ ମେଘା କାହିଁକି ସତେଯେପରି ଏକ ଭାଙ୍ଗିପଡିଥିବା ହୃଦୟ ସହିତ ଏକ ଦୁର୍ଘଟଣାରେ ପ୍ରପିଡିତ ଦେହ ନେଇ ଆସିଥିଲା । ଅତି ନମ୍ର ସ୍ୱରରେ ଜେ.ଏନ.ୟୁ ର ପରିସରରେ ତା ଛାତିକୁ ଆଉଜି ପଡିଥିଲା । ବିକଳରେ ତାକୁ ଜାବୁଡିଧରି ତାକୁ ଗେଲ କରିବାକୁ ଲାଗିଥିଲା କାହିଁକ, ଅମୃତ ଏ ପଯର‌୍ୟନ୍ତ ମଧ୍ୟ ବୁଝି ପାରୁନି । ସେଦିନ ଅମୃତ କିନ୍ତୁ କେବଳ ତାର କେଶ ପୁଞ୍ଜାକୁ ଆଉଁଶି ଦେଇଥିଲା । କହିଥିଲା ତୁମେ ମୋତେ କାହିଁକି ଏତେ ଭଲ ପାଉଛ । ମେଘା କହିବାକୁ ଲାଗିଥିଲା ତୁମେ ଏ ହତଭାଗିନୀ ଜୀବନରେ ଆଗରୁ କାହିଁକି ଆସିଲନି ।
   ଜେ.ଏନ.ୟୁ. ଛାଡିଲା ବେଳେ କାହିଁକି ବହୁତ ଅସ୍ତବ୍ୟସ୍ତ ଦେଖାଯାଉଥିଲା । ଅମୃତ ର ମନ ସମ୍ଭାଳି ହୋଇନି । ସେ ଫୋନ୍ ଲଗାଇଛି ମାତ୍ର ମେଘାର ମୋବାଇଲ୍ ସୁଇଚ୍ ଅଫ୍ ସୁଇଚ୍ ଅଫ୍ ବାରମ୍ବାର କହିଛି । ସେ ନିଜକୁ ସମ୍ଭାଳି ପାରିଲାନି । ସେତେବେଳକୁ ରାତି ଆସି ୯ଟା ହେଲାଣି । ଗୋଟିଏ ଟ୍ୟାକ୍‌୍ସି ଭଡାକରି ବାହାରିଲା ଶକ୍ତି ନଗର ମେଘାପାଖକୁ । ଭାବିଲା ବୋଧହୁଏ ମେଘାର ଦେହ ଖରାପ ତେଣୁ ସେ ଫୋନ୍ ସୁଇଚ୍ ଅଫ୍ କରିଦେଇଛି । ଆଜି ରାତିଟା ତା ପାଖରେ ରହିବ । ତାର ଟିକେ ସେବା କରିବ । ଅମୃତ କିନ୍ତୁ ମେଘାର ସନ୍ଦିପ ଆଉ ଗୋପୀନାଥ ସହିତ ଥିବା ସମ୍ପର୍କ ବିଷୟରେ ଆଦ୍ୟୈ ଜାଣିପାରି ନଥିଲା । ବାସ୍ ସେ ଏତିକି ଜାଣିଥିଲା ମେଘା ତାକୁ ବହୁତ ଭଲପାଏ । ହେଲେ ସେ ବିବାହିତ ବୋଲି ମେଘା ଆଜି ପର୍ଯ୍ୟନ୍ତ ଜାଣିନି କିମ୍ବା ଜଣେଇବାକୁ ସେ ନିଜେ ମଧ୍ୟ ଚାହିଁନି । ମେଘାର ପ୍ରେମକୁ ସେ ଯଥେଷ୍ଟ ସମ୍ମାନ ଦେଇଛି ହେଲେ ତା ପ୍ରେମର ସେ କେବେ ବି ଫାଇଦା  ଉଠେଇନି । ନିଜର ସଂଜମତାକୁ ସେ ସବୁବେଳେ ତା ପାଖରେ ବଜାୟ ରଖିଛି ।


*****

ଉଣେଇଶି


   ତେଣେ ଗୋପୀନାଥ ଓ ସନ୍ଦିପ ଆଜମଲ୍ ଖାନ୍ ପାର୍କ ପାଖରେ ଥିବା କଲ୍ୟାଣୀ ଗେଷ୍ଟ ହାଉସର ରୁମ୍ ନଂ୨୭ ରେ ମେଘାକୁ ଛାଡିଚାଲି ଗଲା ବେଳକୁ ସନ୍ଦିପ ଓ ଗୋପୀନାଥ ତାଙ୍କର ବ୍ୟାଗ୍ ସହିତ ଆଣିଥିବା ଫାଇଲ୍ ଓ ସବୁକାଗଜପତ୍ରକୁ ତରତରରେ ଉଠାଇ ନେଇ ପଳେଇଛନ୍ତି । ଦୁହିଁଙ୍କ ମନରେ ଯେତିକି ଭୟ ଥାଏ ସେତିକି ବିଶ୍ୱାସ ଥାଏ ଯେ ମେଘା ଏମାନଙ୍କ ବିରୋଧରେ କିଛି ଆକ୍ସନ୍ ନେବ ନାହିଁ ।
   ମେଘା ତାର ଭ୍ୟାନିଟ୍ ସହିତ ଆଣିଥିବା ଉଇଲ୍ ପେପର୍‌ର ଦୁଇଟାଯାକ ଫାଇଲ୍ କୁ ପ୍ରଥମରୁ ହିଁ ସନ୍ଦିପର ଅଫିସ୍ କାଗଜ ପତ୍ର ଫାଇଲ୍ ଉପରେ ଜାଣିଶୁଣି ରଖେôଦଇଥିଲା । ତେଣୁ ସନ୍ଦିପ ଓ ଗୋପୀନାଥ ସେ ରୁମ୍ ପରିତ୍ୟାଗ କରିବା ସମୟରେ ସନ୍ଦିପ ସେ ଫାଇଲ୍ ଦୁଇଟା ନିଜ ସହିତ ନେଇଯାଇଛି । ସନ୍ଦିପ ଯେତେବେଳେ ନିଜ ଘରେ ପହଞ୍ôଚ ନିଜର ବ୍ୟାଗ୍ ସହିତ ଫାଇଲ୍‌ତକ ନିଜ ବେଡ୍ ରୁମ୍‌ର ବେଡ୍ ଉପରେ ରଖେôଦଇଛି ହଠାତ୍ ତାର ନଜର ମେଘାର ସେ ଫାଇଲ୍‌ଉପରେ ପଡିଛି । ଏ ଫାଇଲ୍ ତ ତାର ନୁହେଁ ତେବେ ଏ କେଉଁଠୁ ଆସିଲା । ହଠାତ୍ ଉପର ଫାଇଲ୍‌ଟିକୁ ଆଣି ତା ଭିତରୁ କାଗଜତକ କାଢିଦେଖିଲା ବେଳକୁ ବିଧିର ଅପୂର୍ବ ସଂଯୋଗ ଭଳି ପ୍ରଥମେ ତାରି ନାମରେ ଥିବା ଉଇଲ୍ ପେପର୍‌ଟି ସେ ପାଇଛି । 
   ସେ ଉଇଲ୍ ପେପରଟି ପଢି ଚାଲିବା ସହିତ ତାର ଅମ୍ଲାନ ମୁହଁ ଅମୁଦରେ, ବିମର୍ଷୀ ମନ ଅକ୍ରୋଧରେ, ଅଭିଜନ ଚିନ୍ତାଧାରା ଅରକ୍ଷିତ ଚିନ୍ତାଧାରାରେ ଧୀରେ ଧୀରେ ପରିଣତ ହେବାରେ ଲାଗିଛି । ସେ ଇତସ୍ତତଃ । ଧାନାଢ୍ୟ ପରିବାରରେ ପିଲାଦିନ ର ଜୀବନ ତା’ର ଏତେ ସୁଖ ସ୍ୱାଛନ୍ଦ୍ୟ ରେ ଗତି କରିଛି ଯେ ଜୀବନରେ ଦୁଃଖ କଣ କେବେ ସେ ଜାଣିନି । ତା ଆଖିରୁ ଦୁଇଟୋପା ଲୁହ ମଧ୍ୟ କେବେ ଗଡିବାକୁ ତା ପରିବାର ଆଜି ପର୍ଯ୍ୟନ୍ତ ସୁଯୋଗ ଦେଇନି । ହେଲେ ଆଜି ହଠାତ୍ ତା ଆଖି ଦୁଇଟି ଓଦା ହୋଇ ଆସିଛି । ମନ ତାର ବିଷର୍ଣ୍ଣତାର ବିଷରେ ଭରିଯାଇଛି । ସେ ନିଜକୁ ବୁଝିପାରିନି । ଉଇଲ୍ ପେପର୍‌ଟି ପଢିସାରିଲା ବେଳକୁ ଉଇଲ୍ ପେପର୍ ତଳେ ମେଘାର ଗୋଟିଏ ହାତ ଲେଖା ଚିଠିଟେ ମଧ୍ୟ ସେ ପାଇଛି । ଚିଠିର ଲେଖା ଏହିପରି ଥିଲା 


ପ୍ରିୟର ସନ୍ଦିପ
   ଆସନ୍ତା କାଲି ଏ ସଂସାର ଥିବ, ତୁମେ ଥିବ, ଗୋପୀନାଥ ଥିବ ଆଉ ଅମୃତ ବି ଥିବେ ହେଲେ ମୋର ଏ ଛଳନା ଓ କପଟରେ ଭରା ହୃଦୟର ଉପସ୍ଥିତି ଏ ଧରାଧାମରେ ନଥିବ । ଏ ଅଲାଜୁକୀ ଅଭିମାନୀ ତୁମ ପାଇଁ କାଲି ତୁମର ଐତିହ ହୋଇଯିବ । ସତରେ କେତେ ଯେ ହତଭାଗିନୀ ମୁଁ । ତୁମର ସେ ପ୍ରିତୀର ଉନ୍ମାଦନା କୁ କେବେ ବି ମୁଁ ହୃଦୟରେ ବୁଝିଲିନି । ତୁମ ଇଭ୍ୟ ଇଲାକାରେ ପ୍ରବେଶ କଲି ଏକ କପଟି ଓ ମାୟାବିନୀର କଳେବର ନେଇ । ହେଲେ ମୁଁ ଜାଣେ ସବୁପୁରୁଷ ପରି ତୁମେ ବି ଏ ନାରୀ ଶରୀର ପ୍ରତି ଆକର୍ଷିତ । ହେଲେ ବୁଝି ପାରିଲିନି ସବୁ ନାରୀର ଶରୀର ପ୍ରତି ନହୋଇ କେବଳ ମୋ ପ୍ରତି କାହିଁକି? ଜୀବନ ଚଲାପଥରେ ଘୃଣାରେ ମୁଁ ନିଜର ରାହା ପାଇଲିନି । ଭାବିଥିଲି ସମସ୍ତଙ୍କୁ ଓଟାରି ନେଇ ମୋ ଘୃଣାର ଆବର୍ତ୍ତରେ ଆକଣ୍ଠ କରିଦେବି । ହେଲେ ପ୍ରକୃତିର ବୈଚିତ୍ର‌୍ୟତା ଆଗରେ ମୁଁ ବା କିଏ?  ପ୍ରକୃତିର ସମ୍ଭାରରେ ନାରୀ ପୁରୁଷ ଦୁଇଜଣ ପରସ୍ପର ସଦା ସର୍ବଦା ଆକର୍ଷିତ । ହେଲେ ଏହା ସମସ୍ତଙ୍କ ଜୀବନରେ ଦେଖାଯାଏନି । ମାତ୍ର ଏହି ଆକର୍ଷଣ ନିର୍ଦ୍ଧିଷ୍ଟ ମନ, ନିର୍ଦ୍ଧିଷ୍ଟ ଶରୀର ପ୍ରତି ହିଁ ହୋଇଥାଏ । 
   ସେ ଯାହା ହେଉନା କାହିଁକି ତୁମର ମୋ ପ୍ରତି ଥିବା ଅମାୟିକ ପ୍ରେମ ଆଜି ମୋର ସର୍ବସ୍ୱ ଲୁଟି ନେବ । ମନେମନେ ଭାବୁଥିଲି ମୋ ମିଛ ପ୍ରିତୀର ଅଡୁଆ ତନ୍ତୁ ଭିତରେ ତୁମକୁ ଛନ୍ଦିଦେଇ ଅସ୍ତବ୍ୟସ୍ତ କରିପକାଇବି । ହେଲେ ମନରେ ମୋର ଥିଲା ଅବାସ୍ତବ ଚିନ୍ତାଧାରା । ଅନ୍ୟ ଦିଗନ୍ତରୁ ମୁଁ ତୁମର ରକ୍ଷିତା ହୋଇଯାଇଥିଲି । ମୁଁ କଳଙ୍କିନୀ । ଏ ଦୁନିଆରେ ମୋପରି ଇତର ମନା ପ୍ରାଣୀ ରହିବା ବି ଏ ଧରିତ୍ରୀ ମା’ ପ୍ରତି ବୋଝ । ଆଜି ପର୍ଯ୍ୟନ୍ତ ତୁମ ଭଲପାଇବା ପ୍ରତିବଦଳରେ ମୁଁ ତୁମକୁ କିଛି ବି ଦେଇନି । ତୁମର ମହନୀୟତା ଯେ ସବୁ ତୁମେ ଦେଇଛ । ମୁଁ ଜାଣେ, ଆଜି ତୁମେ ଦେଇଥିବା ସବୁକିଛିର ହିସାବ ମୋ ଠାରୁ ନେଇଯିବ । ସେଥିପ୍ରତି ମୋର ଆଦ୍ୟୈ ଦୁଃଖ ନାହିଁ । ତୁମର ସେ ଅମାୟିକ ପ୍ରେମରେ ମୋ ନାଁରେ ଯେଉଁ ଘର ଓ ଗାଡି କରିଦେଇଥିଲ ଆଜି ଏ ଉଇଲ୍ ପେପର୍‌ରେ ସେ ସବୁକୁ ମୁଁ ତୁମ ନାଁରେ କରିଦେଇଛି । 
   ମୋ ଜୀବନର ଦୁଇବର୍ଷରେ ଯାହା ମୁଁ ରୋଜଗାର କରିଥିଲି ସେ ସବୁକୁ ମୁଁ ଗୋପୀନାଥର ବ୍ୟାଙ୍କରେ ମୋ ଆକାଉଣ୍ଟ୍‌ରେ ରଖିଛି । ସେସବକୁୁ ମେଘା ତୁମ ତିନିଜଣଙ୍କ ନାଁ ରେ ଉଇଲ୍ କରି ଦେଇଛି ।  ମୋ ପାଖରେ ଛଳନାର ଯେଉଁ ଶେଷ ପୁଞ୍ଜିି ଗଣ୍ଡାକ ଅଛି ତୁମେ ଦୁଇଜଣ ତ ଆଜି ସନ୍ଧ୍ୟାବେଳେ ଛଡେଇନେବ । ହେଲେ ବ୍ୟସ୍ତ ହୁଅନି । ମୁଁ ତୁମ ଦୁଇଜଣଙ୍କୁ ମୋଠାରୁ ଛଡେଇବାକୁ କିମ୍ବା ଜୋରଜବରଦସ୍ତି ନେଇ ଯିବାକୁ ସୁଯୋଗ ଦେବିନି । ମୁଁ ତୁମ ଦୁଇଜଣଙ୍କୁ ମୋ ତରଫରୁ ଆଜି ସବୁକିଛି ସମର୍ପଣ କରିଦେବି ।  
   ଯିବା ସମୟରେ ମୋର ଶେଷ ଅନୁରୋଧ ତୁମେ ନିଶ୍ଚୟ ରଖିବ । କାଲିର ସୂର୍ଯ୍ୟ ଦେଖିବା ପାଇଁକି ମୁଁ ଆଉ ନଥିବି । ମୋର ଅପକର୍ମ ପାଇଁ ତୁମେ କିମ୍ବା ସଂସାରରେ କେହି ବି ଦୋଷି ନୁହେଁ । କେହି ତୁମକୁ ଆଙ୍ଗୁଳି ଉଠେଇ ପାରିବେନି । କିନ୍ତୁ ମୋ ମର ଶରୀର ମୋ ମା’ କୋଳରେ ମିଶିଗଲା ପରେ ମୋ ସ୍ମୁତିରେ ତୁମେ ସମାଧି ଟିଏ ତୁମେ ଉପହାର ଦେଇଥିବା ଘରଟିର ବଗିଚା ଭିତରେ ନିଶ୍ଚୟ କରିବ ।
   ଆଉ ତୁମକୁ ମୋ ଜୀବନର ବାକି ସବୁ ସତ କଥା ଜଣେଇ ପାରିନି କିମ୍ବା ବର୍ତ୍ତମାନ ଜଣେଇବାକୁ ଆଉ ସମୟ ନାହିଁ । ସେ ସବୁ ମୋ ଡାଏରୀରେ ଅଛି  ଯାହା ଅମୃତର ଅମାନତ । କାରଣ ତାର ପବିତ୍ର ପ୍ରେମ ଆଗରେ ମୁଁ ନୀରସ୍ତ୍ର । ଆଉ ସମୟ ନାହିଁ । ମୋତେ ପୁଣି ତୁମ ପାଖକୁ ତୁମ ମାନଙ୍କର ପ୍ରାପ୍ୟ ଫେରେଇବା ପାଇଁ ଯିବାକୁ ପଡିବ । ହେଲେ ଆଜି ରାତିରେ ନିଶ୍ଚୟ ମୋ ପାଖରେ ତୁମେ ତିନିଜଣ ଥିବ ମୋ ଅନ୍ତିମ ସଂସ୍କାର ପାଇଁ । ଋହିଲି ।
 ଇତି
                                                                             ମେଘା
 ଏହା ପଢି ସାରିଲା ବେଳକୁ ସେ ଅନ୍ତରଆତ୍ମାର କୋହରେ ଅସ୍ଥିର ହୋଇ ପଡିଲାଣି । ସଙ୍ଗେସଙ୍ଗେ ଗୋପୀନାଥକୁ ଫୋନ୍ କରିଛି । ଏକ ବିଦୀର୍ଣ୍ଣ ଗଳାରେ କହିଛି ତୁମେ ଖୁବଶୀଘ୍ର ଆଜମାଲ୍‌ଖାନ୍ ପାର୍କର ଗେଟ୍ ପାଖକୁ ଆସ । ବହୁତ ଅର୍ଜେଣ୍ଟ୍ କଥା । ସବୁକିଛି ଶେଷ ହୋଇଯାଇଛି । ଗୋପୀନାଥ ଭୟଭିତ ହୋଇଯାଇଛି । ହେଲେ ସନ୍ଦିପ କହିଛି ଭୟ କରିବାର କଥା କିଛି ନାହିଁ । ତୁମେ ଆସ ଦେଖା ହେଲେ ସବୁ ବୁଝିଯିବ । ଘରୁ ତରତରରେ ସନ୍ଦିପ ନିଜର କାର୍‌ରେ ସେ ଉଇଲ୍ ପେପର୍ ଦୁଇଟି ଓ ନିଜର ବ୍ୟାଗ୍ ନେଇ ବାହାରି ପଡିଛି । ତେଣେ ଗୋପୀନାଥ ଆସି ଆଜ୍‌ମାଲ୍ ଖାନ୍ ପାର୍କରେ ପହଞ୍ôଚ ଯାଇଛି । ପହଞ୍ôଚଲା ପରେ ସନ୍ଦିପ ଗୋପୀନାଥ ନାଁ ରେ ଥିôବା ଉଇଲ୍ ପେପର୍ ଓ ତା ପାଇଁ ଲେଖାଥିବା ଚିଠିଟିକୁ ବଢାଇ ଦେଇଛି ।
   ଗୋପୀନାଥ ଉଇଲ୍ ପେପର୍‌ଟି ପଢିସାରିଲା ବେଳକୁ ତା ଆଖିଲୁହରେ ତାର ଗାଲ ଦୁଇଟା ଭିଜି ଗଲାଣି । ସନ୍ଦିପ କହିଛି ତାର ଚିଠିଟାକୁ ତୁମେ ମଧ୍ୟ ପଢିନିଅ । ଗୋପୀନାଥ ଚିଠିଟି ପଢିବା ଆରମ୍ଭ କରିଛି । 

ଗୋପୀନାଥ
   ମୁଁ ତୁମକୁ କହୁଛି ତୁମେ ସାତ ଜନ୍ମ ପାଇଁ କ୍ଷମା କରିବନି ମୋତେ । ତୁମ ମନରେ ଯେତେ ଅକରଣି ଅଛି ସବୁ ମୋ ଉପରେ ଅଜାଡିଦିଅ । ମୁଁ ମୋର ଏ ମରଦ ଜାତି ପ୍ରତି ଘୃଣାରେ ଅତ୍ୟନ୍ତ ଅନ୍ୟାୟୀ ହୋଇବସଥିିଲି । ପାସୋରିଲି ସତ୍ୟ, ପ୍ରିତୀ, ମମତା ଓ ବିଶ୍ୱାସର ଅଭିଧାନ । ତୁମ ପ୍ରୀତିର ପବିତ୍ରତାକୁ ମୁଁ ସବୁବେଳେ ଅନୁଭବ କରିଛି । ଏକାଧିକବାର ଚହଲିଛି ମୋ ମର୍ମ୍ମ ଏକାନ୍ତରେ । ହେଲେ ମୋ ଅଡି ଆଗରେ ମୁଁ ଥିଲି ନିଶ୍ଚଳ । ଅଭିଘାତ କରି ଚାଲିଥିଲିି ତୁମର ନିଷ୍କଳଙ୍କ ପ୍ରଣୟକୁ । ତୁମେ ବହୁତ ଭଲ । ଏ ସଂସାରରେ ତୁମର ଯିଏ ଜୀବନସାଥୀ ହେବ ସେ ହେବ ବହୁତ ସୈାଭାଗ୍ୟବତୀ । ତୁମ ଚଲାପଥ ନିଶ୍ଚୟ ମଧୂମୟ ହେବ । ମୁଁ ଜାଣେ ତୁମେ ମୋ ସଙ୍ଗରେ ଯାହା କରିବାକୁ ଯାଉଛ ତୁମର ସେ ପ୍ରାପ୍ୟ । ବୁଝିପାରିନଥିଲି ଜୀବନର ମରମକୁ । ଜୀବନରେ ଭଲ ପାଇବାର ଅମୂଲ୍ୟ ଅମୃତକୁ । ପ୍ରେମର ପ୍ରଜ୍ଞାକୁ । ତୁମ ପ୍ରିତୀର ବରଣିରେ ମୁଁ ହେଲି ଚପଳ । ହେଲେ ଏ ପୁରୁଷ ଜାତି ପ୍ରତି ଥିଲା ମୋ ‘ଘୃଣା’ ଅମୋଘ ଓ ଅମୁକ୍ତ । ଯେଉଁଥିରେ ପିଶାଚିଙ୍କ ଭଳି ତୁମ ସରଳ ଓ ସ୍ନେହଭରା ଜୀବନକୁ କଲି ଅସ୍ତବ୍ୟସ୍ତ ।
    ହେଲେ ତୁମ ପ୍ରତି ଯେଉଁ ଦୃର୍ବଳତା ସବୁ ଉଙ୍କି ମାରିଥିଲା ତାହାଥିଲା ବୟସର ପ୍ରଭୂତ୍ୱ । ତୁମ ପ୍ରତି ଆସିନଥିଲା କେବେ ମୋ ହିଆରେ ଉନ୍ମାଦନା ନା ଅନୁରକ୍ତ । ହେଲେ ଯେଉଁ କେତେ ମୁହୂର୍ତ୍ତ ତୁମ ସଙ୍ଗେ ବିତେଇଛି, ତାହା ଥିଲା ତୁମକୁ ମୋ ଶରୀରର ଆର୍କଷଣ ପ୍ରତି ଉତ୍ତେଜିତ କରିବାର ବାହାନା । ଲକ୍ଷଥିଲା ତୁମେ ହୁଅ ମୋ ସଙ୍ଗେ ମିଳନର ଅଭିଷଙ୍ଗରେ ଜର୍ଜରିତ । ମୋ ସ୍ନେହପାଇଁ ତୁମେ ହୁଅ ବାତୁଳ । ମୋ ସାଥେ ସଂଭୋଗ ପାଇଁ ତୁମେ ହୁଅ ବାଚାଳ । ଏ ନାରୀ ଶରୀର ର ଆକର୍ଷଣରେ ତୁମକୁ ଏ ପୁରୁଷଜାତିର କଣିକାଟିଏ ଭାବି ଦେଇଚାଲିଲି କଷ୍ଟ । ହେଲେ ମୋ ଅଜ୍ଞାନର ଅଳନ୍ଦୁରେ ଭୁଲିବସିଲି ଜଣେ ନାରୀ ଏ ସମ୍ପୂର୍ଣ୍ଣ ପୁରୁଷଜାତିକୁ ଘୃଣାକରି କେବେବି ବଞ୍ଚିରହିପ।।ରିବନି । 
   ତୁମେ ତୁମ ଜୀବନକୁ ସବୁଜିମା କରିଚାଲ । ଏ ପାପିନୀର ତୁମ ପ୍ରତି ମୃତ୍ୟୁ ପରେ ବି ଶୁଭକାମନା ଥିବ । ତୁମ ଚଲାପଥ ପୁଷ୍ପିତ ହେବ । ଜୀବନରେ ତୁମର ପ୍ରତ୍ୟେକ ଲକ୍ଷ ତୁମେ ପୂରଣ କରିଚାଲିବ । 
   ଆଉ କଣ ବା ଲେଖିବି । ମୋତେ ଜୀବନସାଥୀ କରିବାର ତୁମର ପବିତ୍ର ସ୍ୱପ୍ନକୁ ମୁଁ ସୁନ୍ଦର ମାଟି ଖେଳନା ସଙ୍ଗେ ତୁଳନା କରିଥିଲି ଯେପରି ସେ ମାଟି ଖେଳନା ଭାଙ୍ଗିବ ଆଉ ତୁମେ କ୍ଲେଶ ପାଇବ । ସତରେ ବି ସେଇଆ କଲି । ତୁମକୁ ଏକଦା ଅଭାଗା ହେବାର କଷ୍ଟକୁ ଅନୁଭବ କରିବାକୁ ମଜବୁର୍ କରିଦେଲି । ହେଲେ ସବୁ କାଳୁଷ ମୋର । ତୁମେ କିନ୍ତୁ ନିଷ୍କଳଙ୍କ । ଭଗବାନ ତୁମର ବାକିଥିବା ଜୀବନରେ ସବୁ ଯନ୍ତ୍ରଣାକୁ ମୋତେ ଦେଇ ଏ ସଂସାରରୁ ମୋତେ ବିଦା କରି ଦିଅନ୍ତୁ । ଏହା ହିଁ ମୋର କାମନା ।
   ମୋ ଠାରୁ ବହୁତ ସୁନ୍ଦର ଓ ସୁଶୀଳା ସହଧର୍ମିଣୀ ତୁମ ଜୀବନପାଇଁ ତୁମେ ପାଇବ ଏଥିରେ ଅବିଶ୍ୱାସର ଗନ୍ଧନାହିଁ । ଯିବା ପୂର୍ବରୁ ତୁମେ ଦେଇଥିବା ସବୁକିଛି ଆଜି ଏ ଉଇଲ୍ ପେପର୍ ଟିରେ ତୁମ ନାଁ ରେ କରିଦେଇଛି । ତୁମ ବ୍ୟାଙ୍କ୍‌ରେ ଥିବା ମୋ ବ୍ୟାଙ୍କ୍ ଆକାଉଣ୍ଟରେ ମୋ ଜୀବନରେ ସମସ୍ତ ରୋଜଗାର ମୁଁ ରଖିଛି । ଏ ଦୁଇ ବର୍ଷର ଜୀବନ ତୁମ ତିନିଜଣକୁ ନେଇ ଘୃଣା କରିବା ଆଳରେ ଉପଭୋଗ ବି କରିଛି । ତେଣୁ ମୋ ମୁୃତ୍ୟୁ ପରେ ତୁମେ ତିନିଜଣ ତାକୁ ସମାନ ଭାବରେ ବାଣ୍ଟିନେବ । ଯାହା ମୁଁ ଉଇଲ୍ ପେପର୍‌ରେ ଲେଖିଦେଇଛିି । 
                          ରହିଲି
                         ମେଘା
   ଚିଠିଟି ପଢିସାରିଲା ବେଳକୁ ଗୋପୀନାଥର ଆତ୍ମା ଆଦ୍ର ହୋଇ ଆସିଲାଣି । ସ୍ତମ୍ଭୀଭୂତ ହୋଇଗଲାଣି ତାର ପ୍ରତିଟି ପ୍ରଶ୍ୱାସ । ମେଘା ପ୍ରତି ଘୃଣାର କରାଳରେ ସେ ଆଜି ମେଘା ସହିତ ଯେଉଁ କୁତ୍ସିତ କର୍ମ କରିବସିଛି ତାହା ତାକୁ କରିଚି କ୍ଷୁବ୍ଧ । ସେ ନିଜକୁ ସତେଯେପରି କ୍ଷମା କରିବାର ଉପାନ୍ତରେ ଆଉ ନାହିଁ । ଲୁହ ଝରିପଡିଛି । ଓଦା ହୋଇଯାଇଛି ଚିଠି । ସନ୍ଦିପ କୁ ଚାହିଁ କଣ କହିବ ବୋଲି ଭାବିଛି ହେଲେ ତା ପାଟିରେ ଆଉ ଶଦ୍ଦ ନାହିଁ । ସେ ସନ୍ଦିପକୁ କହିଛି ଚାଲ ଯିବା । ଦୁଇଜଣ ପହଞ୍ôଚ ଯାଇଛନ୍ତି ମେଘାର ଶକ୍ତି ନଗର ଘର ସାମନାରେ । ଏମାନେ ପହଞ୍ôଚଲା ବେଳକୁ ଅମୃତ ମଧ୍ୟ ଠିକ୍ ସେଇ ସମୟରେ ଆସି ପହଞ୍ôଚ ଯାଇଛି । ଅମୃତ ଏମାନଙ୍କୁ ଦେଖି ଟିକେ ମନେମନେ ଭୟ କରି ଯାଇଛି କାରଣ ସେ କେବେ ବି ଏମାନଙ୍କୁ ଆଗରୁ ଦେଖିନି । 
   କିନ୍ତୁ ଗୋପୀନାଥ ଓ ସନ୍ଦିପର ମେଘାକୁ ଅମୃତ ସାଙ୍ଗରେ ପାର୍କରେ ବୁଲିବାର ଆଗରୁ ଅନେକ ଥର ତା ଅଜାଣତରେ ଦେଖିଛନ୍ତି । ତେଣୁ ଦୁଇଜଣ ଯାକ ବୁଝିଯାଇଛନ୍ତି ଯେ ଏ ହେଉଛି ଅମୃତ । ସନ୍ଦିପ ପଚାରିବାକୁ ଲାଗିଛି ଆପଣ ମିଷ୍ଟର ଅମୃତ । ହଁ । ମୁଁ ସନ୍ଦିପ ଆଉ ଏ ହେଉଛି ଗୋପୀନାଥ । ଆପଣ ମେଘା ପାଖକୁ ଆସିଛନ୍ତି ନା । ଅମୃତ କହିଛି କାହିଁକି?  ଆପଣ ମାନେ କିଏ ସେ ମୁଁ ଚିହ୍ନିନି । ନା ନା ବ୍ୟସ୍ତ ହୁଅନ୍ତୁନି । ଆମେ ବି ମେଘା ର ବନ୍ଧୁ । ଚାଲନ୍ତୁ ମେଘା କୁ ଦେଖିବା । ବୋଧହୁଏ କିଛି ଅଘଟଣ ଘଟି ଯାଇଛି । ତିନିଜଣ ଯାକ ମେଘାର ଦୁଆର କବାଟ ପାଖରେ ପହଞ୍ôଚ କବାଟ କୁ ଠକ୍‌ଠକ୍ କରିଛନ୍ତି । ହେଲେ ମେଘା ଉତ୍ତର ଦେଇନି । ଅମୃତ ଦୁଆରକୁ ଟିକେ ଧକ୍କା ଦେଇ ଦେଖେତ ଦୁଆରଟି କେବଳ ଆଉଜିଆ ହୋଇଥିଲା ।
   ଘର ଭିତରେ ପଶି ମେଘାର ବେଡ୍ ରୁମ୍‌କୁ ଯାଇ ଦେଖନ୍ତି ତ ଘରର ଚଟାଣରେ ରକ୍ତର ଧାର ଛୁଟିଛି । ମେଘା ପଡିଛି ଖଟ ଉପରେ । ଦେଖିଲା ବେଳକୁ ମେଘା ଆଉ ଏ ପାରିରେ ନାହିଁ । ସେ ଶୋଇଯାଇଛି ଚିର ନିଦ୍ରାରେ ।
   ସମୟବେଳାଭୂମୀରେ କେବଳ ଏପରି ଏକ ମନସ୍ୱୀ ଚରିତ୍ର ମେଘା ସହିତ ବିତେଇଥିବା ମୁହୂର୍ତ୍ତ ଗୁଡିକୁ ସାଉଁଟିବାଛଡା ସେମାନଙ୍କ ପାଖରେ ଆଉ କିଛି ବାକିନଥିଲା । ଧସେଇ ପସିଲେ ସ୍ମୃତିର ଚରାଭୂଇଁକୁ ।
       

*****

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS