search in www.iswarchandraworld.blogspot.com

Wednesday 25 March 2020

Odia Article ପଣତକାନୀର କଥା

ଈଶ୍ୱରଚନ୍ଦ୍ର ନାୟକ
ବାଙ୍ଗୁଋଷ ପାଟଣା
ଭାଣପୁର, ପୁରୀ
ମୋ-୯୭୭୮୫୧୯୬୭୮

ପଣତକାନୀର କଥା

ମୁଁ ଯେତେବେଳେ ନୁଆବୋହୁଟିର ଓଢଣୀ ହୋଇ ଆସେ ସମସ୍ତେ ମୋରି ଭିତରେ ହିଁ  ନୁଆ ବୋହୁୁୁୁୁୁୁୁଟିର ମୁହଁକୁ ଦେଖିବାକୁ ଚେଷ୍ଟାକରନ୍ତି । ସମସ୍ତେ  କୁହନ୍ତି ମୁଁ ହେଉଛି ଶାଢ଼ୀର ପ୍ରଥମ ସ୍ୟୈନ୍ଦର୍ଯ୍ୟ । ଶାଢୀ କିଣିବା  ସମୟରେ ସମସ୍ତେ ପ୍ରଥମେ ମୋ ରୂପରଙ୍ଗକୁ ଭଲକରି ଦେଖନ୍ତି । କୁଆଁରିଝିଅ ହେଉ, ନୂଆବୋହୁ ହେଉ ଅବା ବୟସର ମଧ୍ୟାହ୍ନରେ ଉପନୀତ ନାରୀ  ସମସ୍ତେ ଯେତେବେଳେ  ଶାଢୀ ପିନ୍ଧନ୍ତି ସମାଜର  ନିଜପ୍ରତି  ଆକର୍ଷଣ   ବଢ଼େଇବା ପାଇଁ ମୋତେ ଭାରି ଆଦରରେ ନିଜର ଭାବନାତ୍ମକ  ସ୍ୟୈନ୍ଦର୍ଯ୍ୟର ଅହଙ୍କାରରେ ସଜାଡ଼ି ସୁଜୁଡ଼ି  ପିନ୍ଧନ୍ତି ।  ମୌଳିକତାକୁ ବହନ କରି ଆଧୁନିକ ପାର୍ଟି ହେଉ, ଓଷାବାହା, ପୁନିଅପରବ, ଯାନିଯୌତୁକ ଅବା କୁଆଁରପୂନେଇରେ ଜୀବନରେ ପ୍ରଥମ କରି ଶାଢ଼ୀ ପିନ୍ଧିଥିବା  ଯୁବତୀ  ହେଉ ସେମାନଙ୍କ  ଶାଢୀରେ  ଥିବା ମୁଁ ହିଁ ସତେ ଯେମିତି ସେ ମୂହୁର୍ତ୍ତ ଗୁଡ଼ିକରେ ସମସ୍ତଙ୍କ ମନରେ ଅବେଇଛତର କରି ରଙ୍ଗଭରି ଦେଇଥାଏ ।  ରଜଦୋଳି ଖେଳରେ ଯୁବତୀଟିର  ଶାଢ଼ୀରେ ଯେତେବେଳେ  ମୁଁ ପବନରେ ଝୁଲୁଥାଏ ପାଖପଥିକର ନଜର ମୋ ଉପରେ ନପଡ଼ି ରହିପାରେନା । ମୋ ବିନା ଶାଢ଼ୀର ଜୀବନ ନାହିଁ କିମ୍ବା ଆଭୁଷିତାର ସ୍ୟୈନ୍ଦର୍ଯ୍ୟ  ମଧ୍ୟ ନାହିଁ  ।  ମୋ ସ୍ୟୈନ୍ଦର୍ଯ୍ୟ ପାଇଁ  ମୁଁ ସିନା  ଯୁଗେଯୁଗେ ସବୁରି ମୁହଁରେ  ପ୍ରଶଂସିତ ହେଲେ  ମୋ ଭିତରେ  ଲୁଚିକରି ଥିବା ଅନନ୍ୟ ଶକ୍ତି  ଓ  ପରାକାଷ୍ଠାର   ମହତ୍ତ୍ୱକୁ କେହିକେବେ ବୁଝିବାକୁ  କିମ୍ବା  ସମାଜକୁ ବୁଝେଇବାକୁ   ଚେଷ୍ଟା କରିନାହାନ୍ତି ।      
   ମୁଁ ସିନା ମୁଁଣ୍ଡର  ଓଢଣୀ, ହେଲେ ମୁଁ ହିଁ ପଣତକାନୀ ।  ମୋରି ଭିତରେ   ସ୍ନେହ, ମମତା, ପ୍ରୀତିର ଦରିଆ ଯେ  ଲୁଚିକରି ଅଛି  କେହିକେବେ ଭାବନ୍ତି ନାହିଁ । ମୁଁ ଅଟେ ନିର୍ବିକାର , ନିରଳସ, ନିସ୍କପଟ, ନିରହଙ୍କାର  ଓ ନିସ୍ୱାର୍ଥପର । ପରସେବାରେ ମୋ ଜୀବନର ଆନନ୍ଦ । ମୋ ପାଖରେ ନାହିଁ ଛୋଟବଡ଼, ଧନୀଦରିଦ୍ର, ଧର୍ମଅଧର୍ମ, ଜାତିଅଜାତି, ପାପିପୂଣ୍ୟାତ୍ମାର  ପାତରଅନ୍ତର ।  ସହନଶୀଳତା ଓ ଧୈର୍ଯ୍ୟ ମୋର ଚିର ସହଚର୍ଯ୍ୟ ।  ଏହି ସବୁ ଗୁଣ ଗୁଡ଼ିକ

ମୋ ଜୀବନର ଉତ୍କର୍ଷ ଆଉ ଯାହାଙ୍କ ପାଇଁ ମୁଁ ଅତ୍ୟନ୍ତ  ବଳଶାଳୀ । ଶିଶୁଟିଏ ମା କୋଳରେ  ମୋରି ତଳେ ହିଁ ସୁଖ ଶାନ୍ତି ଓ ନିରାପଦର ଶ୍ରେଷ୍ଠ  ଆଶ୍ରୟ୍‌ସ୍ଥଳି  ମନେ କରିଥାଏ । ରୋଗୀ, ଭୋଗି ଅବା ଯୋଗୀ ହେଉ ଶିଶୁ, କିଶୋର ଅବା  ବୃଦ୍ଧହେଉ  ପ୍ରିତୀରେ  ଓ  ଗୁପ୍ତରେ ଜାୟା, ଜନନୀ, ଭଗିନୀ ର ପଣତକାନୀ ହୋଇ   କେତେ ଯେ ଜୀବାଣୁ, ବୀଜାଣୁ, ଡ଼ିମ୍ବାଣୁ ଓ ଭୁତାଣକୁ ନେଇଆସିଛି  ସେମାନଙ୍କଠୁ  ମୋ ଶରୀରକୁ ତାର ହିସାବ ମୁଁ କେବେବି ରଖିନି କିମ୍ବା ରଖିବାକୁ ଚେଷ୍ଟା ମଧ୍ୟ କରିନି । ଯେତେ  ଶକ୍ତିଶାଳୀରୋଗର ବାହାକ ହୁଅନ୍ତୁ ନା କାହିଁକି ମୋ ଶରୀରକୁ ଆସିଲାମାତ୍ରେ ସେମାନେ ହୋଇଯାଆନ୍ତି କ୍ଷୀଣ ମୋ ସହନଶୀଳତା  ଆଗରେ ଆଉ ବୋଧହୁଏ ସେହିମାନେ  ମୋତେ ଅଜସ୍ର ଶକ୍ତି ଦିଅନ୍ତି ଅନ୍ୟକୁ ବିପଦରୁ ରକ୍ଷାକରିବାପାଇଁ ।

   ଲୋକକଥାରେ ପ୍ରବାଦ ଅଛି ଯଦି ମା ର ପଣତକାନୀ ହୋଇ  କାହାକୁ  ବି ମୋ ତଳେ ଆଶ୍ରାଦିଏ ତେବେ ସଂସାରରେ କୌଣସି ବିପଦ ତାକୁ ଛୁଇଁ ପାରେନା । ନିଜର ମଙ୍ଗଳ  ପାଇଁ ଠାକୁରାଣୀକୁ ମୋତେ ଯାଚିବାଟା ନୂଆକଥାନୁହେଁ । ସବୁକଥା ହେଲାପରେ ମଧ୍ୟ ଏ ଭବସସାଂରର ମାୟା ବେଳେବେଳେ ମୋ ସ୍ଥିତପ୍ରଜ୍ଞତାକୁ କୁଠାରଘାତ କରି ମୋ ମନକୁ ଅସ୍ଥିର  କରିପକାଏ ।  ସତେଯେପରି ମୁଁ କାହିଁକି ଅନୁଭବ କରେ ଯେ ଲୋକମାନେ ମୋ ଶକ୍ତି ଦ୍ୱାରା  ହେଉଥିବା  ଅଲୌକିକ ଘଟଣାଗୁଡ଼ିକୁ କେହି କେବେ 

ଅନୁଭବ କରନ୍ତିନାହିଁ  କିମ୍ବା ପୂରାଣ ପୃଷ୍ଠାର ସେ କିମ୍ବଦନ୍ତୀକଥାକୁ ଆଲୋଚନା କଲାବେଳେ ମୋର ନାଁ ମଧ୍ୟ କେହି ନିଅନ୍ତି ନାହିଁ । ଏଇ ଯେମିତି ମହାଭାରତର କୁରୁସଭାରେ  ଯେତେବେଳେ ଦୁଃଶାସନ  ଦ୍ରୈାପଦୀର ବସ୍‌୍ରକୁଞ୍ଚନ କରିଥିଲା ଦୈା୍ରପଦୀର ଆତୁର ନିବେଦନରେ ବିଶ୍ୱସ୍ରଷ୍ଟା ତା ପାଇଁ  ଅଜସ୍ର୍ର ବସ୍ର ଦେଇଥିଲେ ।  ଲୋକେ କହନ୍ତି ସେ ସମୟରେ  ଦ୍ରୌପଦୀର  ଆଖିରୁ ଝରିପଡିଥିବା  କେଇ ଟୋପା ଲୁହ କୁଆଡ଼େ କୁରୁ ବଂଶକୁ ସମ୍ପୁର୍ଣ ସମାପ୍ତ କରି ଦେଇଥିଲା  ମାତ୍ର କେହି ହେଲେ  କେବେ ବି ମୋ କଥା ଦିନେ ଚିନ୍ତାକଲେନି । ଆରେ ସେ ଚୈତନ୍ୟଭ୍ରଷ୍ଟ ଦୁଃଶାସନ ଯେତେବେଳେ  ଦ୍ରୈପଦୀର ବସ୍ରକୁଞ୍ଚନ ଆରମ୍ଭ କରିଥିଲା   ସେ ପ୍ରଥମେ ମୋତେ ଟାଣିଥିଲା । ଗୋଟେ ମାର ପଣତକାନୀ କୁ ଟାଣିଥିଲା । ସେ ଆଦୈା ଜାଣିନଥିଲା  ଏକ ମାର ପଣତକାନୀର କେତେ ଶକ୍ତି । ସର୍ବସମ୍ମୁଖରେ  ମୋର ଏଭଳି ବିଭସ୍‌ôତା ପାଇଁ ତାକୁ ମୁଁ କ୍ଷମା କରିପାରିଲିନି ତାର ସମସ୍ତ ବଂଶକୁ  କନ୍ଦେଇକନ୍ଦେଇ  ମୋରି ଶକ୍ତିରେ ହିଁ ସମାପ୍ତ କରିଥିଲି । ଖାଲି ସେତିକି ନୂହେଁ ସତ୍ୟବାନର ଜୀବନପାଇଁ ସାବିତ୍ରୀର ସତିତ୍ୱକୁ ସମସ୍ତେ ଶ୍ରେୟ ଦିଅନ୍ତି ମାତ୍ର ସେତେବେଳେ ସେ ନିଜ ବସ୍ରର ମୋରି ଉପରେ  ସତ୍ୟବାନକୁ ଶୋଇଦେଇ  ତା ସତୀତ୍ୱର ପରାକାଷ୍ଠା କୁ ପ୍ରମାଣିତ କରିଥିଲା, ଏ କଥା କେହିକେବେ ଚିନ୍ତାମଧ୍ୟ କରନ୍ତିନି । 
   ସେ ଯାହାହେଉନା କାହିଁକି ସେଥିପାଇଁ ମୋ ମନ ଦୁଖଃନୁହେଁ କିନ୍ତୁ ମୋ ମନ ଦୁଖଃ ଏଇଥିପାଇଁ ଯେ ମୋ ଗୁଣ ଗୁଡିକରୁୁ ଏ ବସ୍ତୁବାଦୀ ମଣିଷ କିଛି ଶିଖୁନି କାହଁକି? ଯଦି କିଛି ଶିଖନ୍ତା ତେବେ ନିଶ୍ଚିତ ଏ ସଂସାର ରାମରାଜ୍ୟ ହୋଇଯାନ୍ତା ଯେଉଁଠି ନରୁହନ୍ତା ଇର୍ଷା, ଦ୍ୱେଷ, ବାଦବିବାଦ, ଚୋରିନାରୀ,  ହିସାଂ ଓ ଦାରିଦ୍ର‌୍ୟ ।

*******

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS