search in www.iswarchandraworld.blogspot.com

Wednesday 28 April 2021

ନିଃସର୍ତ୍ତ ଓ ନିସ୍ୱାର୍ଥପର ସେବା

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

ମୋ-୯୭୭୮୫୧୯୬୭୮

ନିଃସର୍ତ୍ତ ନିସ୍ୱାର୍ଥପର ସେବା

 ସେବାମୟ ସଂସାର ସେବା ବିନା ଜୀବଜଗତର ପୂର୍ବପିଢୀରୁ ପରପିଢୀ, ପରପିଢୀରୁ ଉତ୍ତରପିଢୀ ଗଡିଚାଲିବା ସମ୍ପୂର୍ଣ୍ଣ ଅସମ୍ଭବ ପ୍ରତିମୂହୁର୍ତ୍ତରେ ସଂସାର ଭିତରେ କିଏ କାହାରନା କାହାର ସେବା କରିଚାଲିଛି ଜଡଜୀବର, ଜୀବ ଜଡର ଜଡଜଡର ଅବା ଜୀବଜୀବର କିଏ ସେବା ସ୍ୱାର୍ଥରେ କରେ କିଏ ସର୍ତ୍ତରେ ହେଲେ କିଏ କରେ ନିସର୍ତ୍ତ ନିସ୍ୱାର୍ଥପର ଭାବରେ ହେଲେ  ସତକଥା ହେଉଛି ଜଗତର ପ୍ରତ୍ୟେକ ଉପାଦାନ ଜଡ ଅବା ଜୀବ ଉଭୟେ ତାଙ୍କ ଜୀବନକାଳ ଭିତରେ ଅନ୍ୟର କିଛି ନା କିଛି ସେବାରେ ଆସନ୍ତି ସେଥିପାଇଁ ଜୀବଜଗତରେ ସେ ଜୀବ ହେଉ ବା ନିର୍ଜୀବ ସମସ୍ତେ କାହାପାଇଁନା କାହାପାଇଁ ଉପକାରୀ

   ଗଛଟିଏ ମଞ୍ଜିରୁ ନିଜର ଆଦ୍ୟାବସ୍ଥାରେ ହିଁ ଅନ୍ୟର ସେବା ଲୋଡେ ତା ଚେର ପାଣିକୁ ଲୋଡିବା କ୍ଷଣି ବିନା ପ୍ରତିବାଦରେ ସେ ଆସି ତା ଚେରରେ ପ୍ରବେଶ କରେ ତା କିଛି କଥା କହିବା ପୂର୍ବରୁ ମାଟି ତା ଚେରକୁ ଯାବୁଡି ଧରି ତାକୁ ସଳଖ ରଖେ ବାୟୁ ମଣ୍ଡଳର ଅମ୍ଲଜାନ ବିନା ଛାଏଁ ତା ପ୍ରଶ୍ୱାସରେ ଯାଏ ଆଉ ଅଙ୍ଗାରକାମ୍ଳ ହୋଇ ତା ନିଶ୍ୱାସରେ ବାହାରି ଆସେ ଗଛଟିର ଖାଦ୍ୟ ପ୍ରସ୍ତୁତି ପାଇଁ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଅନାୟାସେ ତାପତ୍ର ଭିତରେ ପ୍ରବେଶ କରେ ସୂର୍ଯ୍ୟଙ୍କ କଥା ନକହିବା ହିଁ ଭଲ ସକଳ ଶକ୍ତିର ଆଧାର ସେବାର ସେ ହେଲେ ପରମ ପ୍ରତୀକ ନିଃସର୍ତ୍ତ ଆଉ ନିସ୍ୱାର୍ଥପର ସେବାର ସେ ହେଲେ ପ୍ରାରମ୍ଭରୁ ପ୍ରଳୟ ପର୍ଯ୍ୟନ୍ତ ଚଳନ୍ତି ପ୍ରତିମା ବିନା ଦ୍ୱିଧାରେ ଖୋଲିଦିଅନ୍ତି ନିଜ ଆଲୋକର ପସରା ଯେଉଁଥିରେ ପତ୍ର ରାନ୍ଧିଚାଲେ ନିଜ ସହିତ ସାରା ଜୀବଜଗତ ପାଇଁ ଖାଦ୍ୟ ଆକାଶ କଥା କଣ ବା କୁହାଯାଇପାରେ ମେଲି ଦେଇଛି ତା ବିଶାଳ ବକ୍ଷକୁ ସମସ୍ତଙ୍କ ପାଇଁ ବିନା ସର୍ତ୍ତ ବିନା ସ୍ୱାର୍ଥରେ

   ଜଳ ହିଁ ଜୀବନ ହେଲେ ଜଳରଜୀବନ ନାହିଁ ବାୟୁ ଜୀବନ ପାଇଁ ଅପରିହାର୍ଯ୍ୟ ହେଲେ ସେ ନିଜେ ନିର୍ଜୀବ ଉତ୍ତାପ ବିନା ଜୀବନ ଅସମ୍ଭବ ହେଲେ ଅଗ୍ନୀ ଜୀବନହୀନ ଆକାଶରେ ଜୀବ ଭରପୁର ହେଲେ ଆକାଶ ନିଜେ ଜଡ ମାଟିରେ ଜୀବନ ଅଛି ହେଲେ ମାଟି ନିଜେ ନିସ୍ତେଜ କି ବିଚିତ୍ରତା ନିର୍ଜୀବ ପଞ୍ଚମହାଭୂତର ନିଃସର୍ତ୍ତ ନିସ୍ୱାର୍ଥପର ସେବାରୁ ହିଁ ସଜୀବର ସର୍ଜନା, ବଂଶବିସ୍ତାର ବୃଦ୍ଧି କିନ୍ତୁ ବିଡମ୍ବନା, ଆମେ ସଂସାରର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ହୋଇ କେବେ ହେଜୁନୁ କିମ୍ବା ଭାବିବାକୁ ଆମ ପାଖରେ ସମୟ ହିଁ ନାହିଁ ଯେ ଆମେମାନେ କେବଳ କେତେକ ଜଡ ଆଉ ଜୀବ ମାନଙ୍କର ନିସର୍ତ୍ତ ନିସ୍ୱାର୍ଥପର ସେବାର ଶେଷ ଉତ୍ପାଦ

   ଆମେ ଆଜି ପ୍ରତ୍ୟେକ ଯେଉଁ ଅବସ୍ଥାରେ ଯେଉଁ ଭାବରେ ପହଞ୍ôଚଛେ ତା ପଛରେ ଯେଉଁମାନଙ୍କର ନିଃସର୍ତ୍ତ ନିସ୍ୱାର୍ଥପର ସେବା ଅଛି ଯଦି ତାର ଆମେ ତାଲିକା କରିବସୁ ତେବେ ତାହା ଏକ ଅତି ସୁଦୀର୍ଘ ତାଲିକା ହେବ ଏଥିରେ ଦ୍ୱିମତ ନାହିଁ ଯେମିତି ଘରର ସମସ୍ତ ନିର୍ଜୀବ ବସ୍ତୁ ଖଟ ଶୋଇବାକୁ, ଚଉକି ବସିବାକୁ, କଲମ ଲେଖିବାକୁ ବହି ପଢିବାକୁ ଏମିତି ଅନେକ...... ଏମାନଙ୍କର ନାହିଁ ଆମ ପାଖରେ କିଛି ସର୍ତ୍ତ ଆଉ ଆମଠାରୁ କିଛି ସ୍ୱାର୍ଥ ସେମାନଙ୍କ ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରେ ନିଃସର୍ତ୍ତ ନିସ୍ୱାର୍ଥପର ଭାବରେ ଆମର ସେବା କରିଚାଲିଥାନ୍ତି ମାତ୍ର ଆମ ଜୀବନକୁ ଯଦି ଜନ୍ମରୁ ଅନୁଧ୍ୟାନ କରି ଆମେ କେଉଁ ମାନଙ୍କୁ କେତେ ଜଣଙ୍କୁ ନିଃସର୍ତ୍ତ ନିସ୍ୱାର୍ଥପର ଭାବରେ ସେବା କରିଛେ ଯଦି ଏକ ତାଲିକା କରେ ତେବେ ବୋଧହୁଏ ତାହା ଏକ କ୍ଷୁଦ୍ର ତାଲିକା ହେବ ହଁ, କାଁ ଭାଁ  କେତେଜଣ ମନିଷୀଙ୍କର ଲମ୍ବା ହୋଇପାରେ ଆମେମାନେ ଜୀବଜଗତର ସର୍ବଶ୍ରେଷ୍ଠ ଚତୁର ପ୍ରାଣୀ ପ୍ରାରବ୍ଧର ପୂଣ୍ୟ ପୁଞ୍ଜିରେ, ଅନେକ ଜନ୍ମ ପରେ ଏଇଟା ଆମର କୁଆଡେ ଦୁର୍ଲ୍ଲଭ ଅବତାର ହେଲେ ଭୋଗବାଦରେ ଆମେ ଏତେ ଅତିଷ୍ଠ ଯେ ସ୍ୱାର୍ଥ ଆଉ ସର୍ତ୍ତବିନା ସେବା ଆମ ଜୀବନର ପାଖମାଡୁନି ଜୀବନରେ ଶରୀର ଯେତେବେଳେ ଧୋଖା ଦେବା ଆରମ୍ଭକରେ ମନେପଡେ ସେବା ଭଗବାନଙ୍କ ଆଶୀର୍ବାଦ ପାଇଁ ଅନ୍ୟଥା ଜୀବନର ଅନ୍ୟ ସମୟରେ କେବଳ ପୂଣ୍ୟ ଅର୍ଜନ ଲାଳସାରେ ହେଉ ଅବା ପ୍ରତିବଦଳରେ କିଛି ସ୍ୱାର୍ଥ ହାସଲ୍ ପାଇଁ ହେଉ, ଆମେ ସେବା କରେ ହେଲେ ନିଃସର୍ତ୍ତ ନିସ୍ୱାର୍ଥପର ସେବାର ଛିଟା ପ୍ରାୟ ଆମ ଜୀବନରେ ଲାଗିନଥାଏ କହିଲେ ଚଳେ ଆଉ ଯେଉଁ ମାନଙ୍କ ଜୀବନରେ ଲାଗିଥାଏ ସେଇମାନଙ୍କ ଜୀବନ ହିଁ ଧନ୍ୟ

ତେବେ ଆସନ୍ତୁ ନା ଅମୂଲ୍ୟ ମାନବ ଜୀବନର କିଛିକ୍ଷଣକୁ ନିସର୍ତ୍ତ ନିସ୍ୱାର୍ଥପର ସେବାରେ ଭୂଷିତ କରି ଜଗତର କଲ୍ୟାଣ ସହିତ ନିଜ ଜୀବନକୁ ସାର୍ଥକ କରିବା

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS