search in www.iswarchandraworld.blogspot.com

Wednesday 28 April 2021

ଆମେ ଲୁଚେଇବାରେ ଧୂରନ୍ଧର

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ଆମେ ଲୁଚେଇବାରେ ଧୂରନ୍ଧର

   ଆମେ ଜନ୍ମ ନେଇ ଯେତେବେଳେ  ମା କୋଳରେ ସ୍ତନ୍ୟପାନ କଲୁ ନିଜକୁ ଲୁଚେଇବାର ଶିଖିଲୁ ମା ପଣତକାନୀ ରେ ଅଭ୍ୟାସ ଛାଡିଲାନି ଶୈଶବର ଶେଷପର୍ଯ୍ୟନ୍ତ କାରଣ ସେତେବେଳେ ମା ପଣତକାନୀ ଥିଲା ନିରାପଦର ସବୁଠାରୁ ଶ୍ରେଷ୍ଠ ଆଶ୍ରୟସ୍ଥଳୀ ଠିଆଠିଆ ହେଲା ବେଳକୁ କେତେ ଯେ ପଡିଚୁ ତାର ହିସାବ ନାହିଁ ହେଲେ ବେଳେବେଳେ ଠିଆ ହୋଇନପାରିବା କଷ୍ଟକୁ ଲୁଚେଇଦେଲୁ କାନ୍ଦଣାରେ ଧୂଳିରେ ଖେଳୁଖେଳୁ ମା ଠାରୁ ମାଟିକୁ ଲୁଚେଇଲୁ ପାଟିରେ ମୁହଁରେ ହାତ ଦେଇ ମୁହଁ ଲୁଚେଇବାଟା ମା ଠାରୁ ଶିଖି  ଲୁଚେଇଲୁ ଭାଇର, ଭଉଣିର ଅବା ସାଙ୍ଗର ଖେଳନାକୁ ଘରର କେଉଁ ଅନ୍ଧିସନ୍ଧିରେ ଯେତେବେଳେ ଦାଣ୍ଡରେ ଦଉଡିବାରେ କୁଶଳୀ ହୋଇଗଲୁ ଶିଖିଲୁ ବୋହୁଚୋରି, ଛପନଛପା ଲୁଚକାଳି ଭଳି ଲୁଚିବା ଲୁଚେଇବାର ଖେଳ ଛପନଛପାରେ ନିଜକୁ ଲୁଚେଇଲୁ ନେଇ କେତେବେଳେ କବାଟ କଣରେ କେତେବେଳେ ଖଟତଳେ ଧୀରେଧୀରେ ନିଜକୁ ଲୁଚେଇବାରେ ଦକ୍ଷତା ଆମର ବଢିବାରେ ଲାଗିଲା ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ତିନୋଟି ଗୋଲ ସାରି ଧୀରେ ଧୀରେ ବହିବସ୍ତାନି ଲଦାହେଲା  କାନ୍ଧରେ ବହିବସ୍ତାନିରେ ଥିବା ପାଠକୁ, ଚାହାଳିକୁ  ଅବା  ଗୁରୁଜୀଙ୍କ ବେତ ପାହାରକୁ ଯଦି ଡର ଲାଗିଲା ଲୁଚେଇଲୁ ନେଇ ନିଜକୁ କଦଳୀଗଛ ମୂଳରେ, କବାଟ କଣରେ ଅବା ମଶିଣା ଭିତରେ ପରୀକ୍ଷାର ପ୍ରଗତୀପତ୍ର ଲୁଚେଇଲୁ ବାପା ବୋଉଙ୍କ ଡରରେ ଅଭିଭାବକ ଦସ୍ତଖତ ଲୁଚେଇ ନିଜେ ଦସ୍ତଖତ କରି ଫେରାଇଲୁ ବିଦ୍ୟାଳୟରେ ବାଳୁତ ପଣିଆଟା ଲୁଚେଇ ରଖିଥିଲା ଆମର ଲାଜକୁ ଯେମିତି ବଡହେଲୁ ଲାଜ ଆଉ ଲୁଚିଲାନି, ଲୁଚେଇଲୁ ନିଜ ଶରୀରକୁ ଯଦି ଭାଗ୍ୟରେ ଉଚ୍ଚଶିକ୍ଷା ସୁଯୋଗ ମିଳିଲା କେତେକେତେ ନୁଆ ସାଙ୍ଗ ହେଲେ କେତେଜଣ ଅତି ନିଜର ବି ହେଲେ ଯଦି ପଡୁ ପଡୁ ପଡିଲୁ ପ୍ରେମରେ ଲୁଚେଇଲୁ ନିଜର ସବୁ ଦୁର୍ବଳତାକୁ ପ୍ରେମିକ ଅବା ପ୍ରେମିକା ପାଖରେ ପ୍ରେମକୁ ଲୁଚେଇଲୁ ଘରଲୋକଙ୍କ ଆଗରେ ପ୍ରେମ ଚିଠିକୁ ଲୁଚେଇଲୁ ବହି, ଡାଏରି, ଅବା ପିନ୍ଧିଥିବା ବସ୍ତ୍ର ଭିତରେ କିମ୍ବା ଲୁଚାଇଲୁ ମୋବାଇଲ୍ ମେସେଜ୍ ବକ୍ସ ଅବା ମେମୋରି ଚିପ୍ସ୍ରେ ପୁଅ ଦରମା ଲୁଚେଇଲା ଝିଅକୁ ଝିଅ ବୟସ ଲୁଚେଇଲା ପୁଅଙ୍କୁ ଯଦି ପରିବାର ପସନ୍ଦରେ ବିବାହର ହେଲା ଲୁଚେଇଲୁ ଯୌତୁକକୁ ଦାନର ପରିଭାଷାରେ କେଉଁଠି ବୋହୁ ଲୁଚେଇଲା ଯୌତୁକ ଯନ୍ତ୍ରଣାକୁ କେଉଁଠିି ପୁଅ ଲୁଚେଇଲା ସ୍ତ୍ରୀର ବେପରୁଆ ପଣିଆକୁ ଯଦି ପ୍ରେମ ବନ୍ଧନରେ ସଂସାର ଗଢିଲୁ ବହୁ କଷ୍ଟରେ ଲୁଚେଇଲୁ ସବୁ ଅପ୍ରକାଶିତ ଦୋଷ ଦୁର୍ବଳତାକୁ, ନଲୁଚେଇ ପାରିଲାରୁ ସଂସାର ହେଲା ନର୍କ ସିଗାରେଟ୍ ଖାଇ ପାଟି ଗନ୍ଧ ଲୁଚେଇବାକୁ ବ୍ୟବହାର କଲୁ ଚକୋଲେଟ୍ ମଦ ପାଇଁ ପାନ

ଧରିନେଲୁ ଜୀବନରେ ଟଙ୍କା ହେଉଛି ସବୁକିଛି ସ୍ୱଳ୍ପ ରୋଜଗାରରେ ଟଙ୍କାକୁ ଲୁଚେଇଲୁ ବାଜେଖର୍ଚ୍ଚରୁ ଯଦି ରୋଜଗାର ବଢିଗଲା, କରଦେବାରୁ ଲୁଚେଇଲୁ ସରକାରଙ୍କୁ ଯଦି କଳାଟଙ୍କା ଭରମାର୍ ହେଲା ସମସ୍ତଙ୍କ ଆଖିରେ ଆଙ୍ଗୁଠିଗେଞ୍ଜି କେତେବେଳେ ରଖିଲୁ ସୁଇସ୍ ବ୍ୟାଙ୍କରେ କେତେବେଳେ ରଖିଲୁ କେଉଁ ଟ୍ରଷ୍ଟର ଅଂଶୀଦାର ଭାବରେ ବଡବଡ ସହରର ଗଳିକନ୍ଦିରେ ଅଫିସ୍ ଖୋଲି ବସିଲେ ଅନେକ ଟ୍ୟାକ୍ସ୍ ବିଶାରଦ ଧନୀଲୋକ ମାନଙ୍କର ଟଙ୍କାକୁ କାଗଜ ପତ୍ରରେ ଲୁଚେଇ ଫାଙ୍କିବାକୁ ଟ୍ୟାକ୍ସ୍ ଦେଶସେବା ପାଇଁ ନିର୍ବାଚନରେ ନେତା ହେବାକୁ ମନ ବଳେଇଲୁ ଯଦି ପ୍ରାର୍ଥୀପତ୍ର ଦାଖଲରେ ଅନେକ କିଛି ଲୁଚେଇଦେଲୁ ନିଜର ମର୍ଣ୍ଣିଙ୍ଗ୍ ଓା୍ୱକ୍ ଛଡା ଘରୁ ବାହାରିଲେ କେବେ ଚାଲିନଥିବୁ ପାଦରେ ସବୁବେଳେ ଗାଡିରେ ହେଲେ ପ୍ରାର୍ଥୀପତ୍ରରେ ଗାଡି ନାହିଁ ଲେଖି ଲୁଚେଇଦେଲୁ ଗାଡିକୁ ଖାଲି ସେତିକି ନୁହେଁ ଆମେ ସବୁ ବୟସକୁ ଲୁଚେଇବାରେ ମଧ୍ୟ ପ୍ରବୀଣ ବୟସକୁ ଲୁଚେଇବାକୁ ଯାଇ ମୁଣ୍ଡର ଧଳାକେଶକୁ କଲୁ କଳା ମୁହଁର ବୟସ୍କ ଚର୍ମକୁ ଲୁଚେଇବାକୁ ଯାଇ ବିଭିନ୍ନ କ୍ରିମ୍ ରେ ଲେପିଦେଇ ଫେରାଇ ଆଣିଲୁ ଯୁବାବସ୍ଥାର ସତେଜତା

ବାସ୍ତବରେ ଆମେ ସବୁ ଲୁଚେଇବାରେ ଧୂରନ୍ଧର କେବଳ ବାକି ରହିଲା ମୃତ୍ୟୁଠାରୁ ନିଜକୁ ଲୁଚେଇବାର କଳା ଏସବୁ ଲୁଚେଇବାର ପରିସ୍ଥିତିରୁ କେତେକ ଜୀବନଧର୍ମୀ ମାତ୍ର ଅନେକ ସମାଜର ଶାନ୍ତି, ଶୃଙ୍ଖଳା ପ୍ରଗତି ପ୍ରତିବନ୍ଧକ ଆସନ୍ତୁ ସମସ୍ତେ ଯେଉଁଠି ଲୁଚେଇଲେ ସମାଜର କ୍ଷତି ସେଠି ନଲୁଚେଇବାକୁ ଚେଷ୍ଟା କରିବା

 

*******

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS