search in www.iswarchandraworld.blogspot.com

Thursday 29 April 2021

ପ୍ରଶଂସାପ୍ରିୟ ମଣିଷ

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ପ୍ରଶଂସାପ୍ରିୟ ମଣିଷ

    କିଏ ବା ନିଜର ପ୍ରଶଂସା ଶୁଣିବାକୁ ଭଲ ନପାଏ? ହଁ, ଥାଇ ପାରନ୍ତି ହେଲେ ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ ହୋଇପାରେ ପ୍ରତି ମୁହୁର୍ତ୍ତରେ ମଣିଷ ନିଜ କର୍ମ କର୍ମାନୁଷ୍ଠାରେ ଟିକେ ପ୍ରଶଂସା ଲୋଡେ ପ୍ରଶଂସା ମନକୁ ଶାନ୍ତିଦିଏ ନିଜ କାମରେ ଆହୁରି ଦକ୍ଷ ହେବାକୁ ପ୍ରେରଣା ଭଳି କାମକରେ ଖାଲି ସେତିକି ନୁହେଁ, ପ୍ରଶଂସାରେ ପ୍ରୀତ ହୋଇ ବଡ ଅବା ଗୁରୁଜନମାନେ ପ୍ରଶଂସକର ଅନେକ ସମସ୍ୟାର ସମାଧାନ ମଧ୍ୟ କରିଦେଇଥାନ୍ତି ପ୍ରଶଂସା କଲେ ଚାଟୁକରୀତାର ଆଖ୍ୟା ମଧ୍ୟ ବେଳେବେଳେ ମିଳେ ଆଉ ପ୍ରଶଂସା ଅତ୍ୟଧିକ ପାଇଲେ ବେଳେବେଳେ ମଣିଷ ଟିକେ ଅହଂକାରୀ ହୋଇଉଠେ

   ଟିକେ ସୁକ୍ଷ୍ମ ଦୃଷ୍ଟିରେ ବିଚାର କଲେ ଦେଖାଯିବ ଜନ୍ମପରେ ଧୀଶକ୍ତିର ଅଧିକାରୀ ହେଉହେଉ ମଣିଷ ହୁଏ ପ୍ରଶଂସାପ୍ରିୟ ସେଇଥିପାଇଁ ପିଲାଟି ଗୁରୁଣ୍ଡିଗୁରୁଣ୍ଡି ଚାଲିବାକୁ ପ୍ରୟାସ କଲାବେଳେ ଯଦି ପଡିଯାଇ କାନ୍ଦିବା ଆରମ୍ଭ କରେ ମାତା ପ୍ରଶଂସା କରିବା ଆରମ୍ଭ କରିଦିଏ ମୋ ପୁଅ ପଡିଗଲା କହିବା ପରିବର୍ତ୍ତେ କହିବସେ ଆରେ ମୋ ପୁଅ ଡେଇଁ ପଡିଲାରେ ଶିଶୁଟି କାନ୍ଦ ବନ୍ଦ କରିଦିଏ

   ଶିକ୍ଷା ଦିକ୍ଷାର ପରିସରରେ ପ୍ରଶଂସା ପ୍ରାବଲ୍ୟ ହୋଇଉଠେ ଶିଶୁ ଗୁରୁଙ୍କର ଟିକିଏ ପ୍ରଶଂସା ତା ମନରେ ଭରିଦିଏ ଉନ୍ମାଦନା ବିଦ୍ୟାଳୟରେ ତାଉତ୍ତର ଖାତାରେ ଶିକ୍ଷକଙ୍କର ନାଲିକାଳିରେ ଲେଖାଯାଇଥିବା ଉତ୍ତମ, ଅତି ଉତ୍ତମ, ସର୍ବୋତ୍ତମ ଅବା ଇରାଂଜୀରେ ଗୁଡ୍, ଭେରିଗୁଡ୍ ଅବା ଏକ୍ସେଲେଣ୍ଟ୍ ଭଳି ପ୍ରଶଂସାର ଶବ୍ଦ ତା ପଢାପ୍ରତି ଆଗ୍ରହକୁ ବହୁଗୁଣିତ ଗଭୀର ପ୍ରଭାବିତ କରେ ଶିକ୍ଷକଙ୍କର ଟିକିଏ ପ୍ରଶଂସାରେ ସେ ଶିକ୍ଷକଙ୍କୁ ଭଲପାଇବସେ ଅତି ନିଜର ମଣେ ଶିକ୍ଷକଙ୍କ ରଙ୍ଗରେ ସେ ରଙ୍ଗିଯାଏ ଅନୁପ୍ରାଣିତ ହୁଏ ଶିକ୍ଷକଙ୍କ ଆଦର୍ଶରେ ଶିଶୁ ଭିତରେ ଥିବା ସଂମ୍ଭାବନାର କୈାଣସି କଳା ଅବା େକୈାଶଳକୁ ତାତ୍ସଲ୍ୟ କରିବା ପରିବର୍ତ୍ତେ ଥରୁଟିଏ ପ୍ରଶଂସା କରିଦିଅନ୍ତୁନା, ଦେଖିବେ ଅବଶ୍ୟମ୍ଭାବି ଫଳ ପ୍ରଶଂସାରେ ଶିଶୁଟି ତାର କଳା କୈାଶଳରେ ନିପୁଣ ହେବାରେ ଲାଗିବ ତା ମନୋବଳ ବଢିବାରେ ଲାଗିବ ଧୀରେଧୀରେ ଆତ୍ମବିଶ୍ୱାସୀ ହେବାରେ ଲାଗିବ

   ଯୁବାବସ୍ଥାରେ ପାଦ ଦେଉଦେଉ ମଣିଷ ପ୍ରଶଂସା ଖୋଜେ ନିଜ ଚେହେରାର, ସୁନ୍ଦରତାର, ନିଜ ଶାରିରୀକ ସାମର୍ଥ୍ୟର ପ୍ରେମରେ ପ୍ରଶଂସାବିନା ପ୍ରିୟତମାର ମନ ମାନେନା ପ୍ରେମିକା ରୂପର ଚେନାଏ ପ୍ରଶଂସାରେ ପ୍ରେମିକାର ଚିତ୍ତ ହୁଏ ଚୋରି ଆଉଜିଯାଏ ପ୍ରେମିକକୁ ବେଳେବେଳେ ପ୍ରଶଂସାରୁ ପ୍ରଶଂସକ, ପ୍ରଶଂସକରୁ ମଣିଷ ହୁଏ ପ୍ରେମିକ

    କୁମାରୀଟିଏ ବୋହୁ ହୋଇ ଶାଶୁ ଘରକୁ ଗଲାପରେ ନିଜ କାମ, ବ୍ୟବହାର ସୁନ୍ଦରତାର ଟିକେ ପ୍ରଶଂସା ଚାହେଁ ଶାଶୁ ଅବା ଶ୍ୱଶୁର ହୋଇ ନୂଆବୋହୁଟିର କେତେକ କାମରେ ଟିକେ ପ୍ରଶଂସା କରନ୍ତୁନା, ଦେଖିବେ ବୋହୁଟି ଆପଣଙ୍କୁ ନିଜର ପିତାମାତା ଭଳି ସ୍ନେହ ଦେଇବସିବ ପିତାମାତା ହେବାର ସୌଭଗ୍ୟ ମିଳିଗଲେ ମଣିଷ ଖୋଜେ ତା ସନ୍ତାନର ପ୍ରଶଂସା ନିଜ ସନ୍ତାନର ପ୍ରଶଂସାରେ ଅଜସ୍ର ଖୁସି ଅନୁଭବ କରେ ବୟସର ଅପରାହ୍ନରେ ମଣିଷ ଲୋଡେ ତା ଜୀବନବ୍ୟାପୀ ସାଧନାର ପ୍ରଶଂସା ସାଧନାର ପ୍ରଶଂସା ମିଳିଗଲେ ସେ ପାଏ ଆତ୍ମସନ୍ତୋଷ ଜୀବନ ଧନ୍ୟବୋଲି ବିବେଚନା କରେ

   କାହାର ମନଜିଣିବାର ହେଉ ଅବା କାହାର ହୃଦୟରେ ନିଜପାଇଁ ଟିକିଏ ଜାଗା କରିବାକୁ ହେଉ, ବାସ୍ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ତା ପ୍ରଶଂସା କରନ୍ତୁ ପ୍ରଶଂସାରେ ଆପଣଙ୍କ ଶତ୍ରୁ ବି ମିତ୍ରରେ ପରିଣତ ହୋଇଯିବେ ଆପଣଙ୍କ ପ୍ରତି ଶତ୍ରୁ ମନରେ ଥିବା ହିଂସା ସେହି ପ୍ରଶଂସାରେ ପ୍ରଶମିତ ହେବାରେ ଲାଗିବ କବି, ପ୍ରାବନ୍ଧିକ ଅବା ଔପନାସିକ, ଖେଳାଳୀ, କଳାକାର ଅବା ଚିତ୍ରକର, ଗାୟକ, ଗୀତିକାର ଅବା ସଂଗୀତକାର ପ୍ରତ୍ୟେକ ଲୋଡନ୍ତି ନିଜ କଳାରେ ପ୍ରଶଂସା ପ୍ରଶଂସା ଏମାନଙ୍କ ପାଇଁ ପ୍ରେରଣା ସେହି  ପ୍ରେରଣାରେ ନିଜ ପ୍ରତିଭାରେ ଯଶସ୍ୱୀ ହେବାର ପ୍ରୟାସରେ ଏମାନେ ବଞ୍ଚିରହନ୍ତି

   ବାସ୍ତବରେ ପ୍ରଶଂସା ପ୍ରିୟ ମଣିଷ ପ୍ରଶଂସା ବିନା ତାଜୀବନ ନୀରଳସ, ଛନ୍ଦଶୂନ୍ୟ ପ୍ରେରଣାହୀନ ଖାଲି ମଣିଷ କାହିଁକି, ଆମମାନଙ୍କର ଭଗବାନ ବି ପ୍ରଶଂସାପ୍ରିୟ ଆମମାନଙ୍କ ବିଶ୍ୱାସଯେ ତାଙ୍କ ପ୍ରଶଂସାଗାନ ନକଲେ ସେ ତାଙ୍କ ଆଶୀର୍ବାଦର ଅମୃତ ଆମଉପରେ ଢାଳନ୍ତିନାହିଁ ସେଇଥିପାଇଁ ଆମେ କହୁଥାଉଁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ବଜ୍ରଙ୍ଗବାଲୀ, ଜୟ ମାତା କୀ.... ତେଣୁ ଆସନ୍ତୁନା ଭଗବାନଙ୍କ ଜୟଗାନ କରିବା ସହିତ ଅନ୍ୟମାନଙ୍କର ଭଲକାମକୁ ଟିକିଏ ପ୍ରଶଂସା କରିବା ଯାହାଫଳରେ କି ଜଗତ ଶାନ୍ତି ପ୍ରେରଣାମୟ ହୋଇଉଠିବ  

 

 

******

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS