search in www.iswarchandraworld.blogspot.com

Thursday 29 April 2021

ଆଇ.ଲଭ୍‌.ୟୁ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ଆଇ.ଲଭ୍‌.ୟୁ

  ପ୍ରେମ ଅଟେ ଚିରନ୍ତନ ଶାସ୍ୱତ୍ୱ ଜୀବଜଗତ ଆଦ୍ୟରେ ଥିଲା ବିଲୀନରେ ଥିବ ସୃଷ୍ଟିରେ ଏକ ଆରେକକୁ, ଆରେକ ଏକକୁ ଏକ ଭାବତ୍ମକ ଆବେଗରେ ବାନ୍ଧିରଖିଛି ପ୍ରେମ ପ୍ରେମଲାଗି ସଂସାର ସହାବସ୍ଥାନରେ ଗତିଶୀଳ ଜୀବଜଗତ ରେ ଜୀବ ମାନଙ୍କ ମଧ୍ୟରେ ମାନବ ହେଉଛି ଅନନ୍ୟ ସଂସାରରେ ସବୁ ବର୍ଗର ଜୀବମାନଙ୍କ ମଧ୍ୟରେ ଥିବା ପ୍ରେମର ଅଭିବ୍ୟକ୍ତି ଠାରୁ ପୁରୁଷ ନାରୀ ମାନଙ୍କ ମଧ୍ୟରେ ଏହାର ଶୈଳୀ ସବୁଠାରୁ ସ୍ୱତନ୍ତ୍ର ସୃଷ୍ଟିରେ ସର୍ବପ୍ରଥମେ କେଉଁ ପୁରୁଷ କେଉଁ ନାରୀକୁ ଅବା କେଉଁ ନାରୀ କେଉଁ ପୁରୁଷକୁ କେଉଁ ଭାଷାରେ ପ୍ରେମ ନିବେଦନ କରିଥିଲା ତାହାର ବୋଧହୁଏ କିଛି ପ୍ରମାଣ ନାହିଁ ହେଲେ ଆଜି, ଜାତି, ବର୍ଣ୍ଣ, ଧର୍ମ ଭାଷା ନିର୍ବିଶେଷରେ ଅତ୍ର ତତ୍ର ସର୍ବତ୍ର ଆମମାନଙ୍କ ଭିତରେ ଅଧିକାଶଂ ଶିକ୍ଷିତ ଅବା ଅଶିକ୍ଷିତ ନିଜର ପ୍ରେମ ନିବେଦନ ପାଇଁ ଏହି ଆଇ.ଲଭ୍‌. ୟୁ ଶଦ୍ଦ ତିନୋଟି କୁ ବ୍ୟବହାର କରୁଛନ୍ତି ହେଲେ ପରିତାପର ବିଷୟ, କାଁ ଭାଁ କେଉଁଠି କେମିତି ଛାଡିଦେଲେ ପ୍ରେମରେ ସେ ଚିରନ୍ତନତା ପବିତ୍ରତା ଆଉ ଦେଖାଯାଉନି କଳୁଷିତ ସାମାଜିକ ପରିବେଶର ଉନ୍ମାଦନାରେ ଅବା ବସ୍ତୁବାଦର ଘନଘଟା ଯନ୍ତ୍ରଣା ଭିତରୁ କ୍ଷଣିକ ଆନନ୍ଦ ଉପଭୋଗ ପାଇଁ ଆମେ ପ୍ରେମ କରିବସିଲେଣି ଅଜଣାରୁ ଜଣା, ଜଣାରୁ ବନ୍ଧୁତ୍ୱ ବନ୍ଧୁତ୍ୱର ପରେପରେ ଆଇ.ଲଭ୍‌.ୟୁ ଗୋଟିଏ ସ୍ୱତଃ ପ୍ରକିୟା ପରି ମନେ ହେଲାଣି କିଛିକ୍ଷଣ, କିଛି ସମୟ ଅବା କିଛିଦିନ ଧରି ଅଦଳବଦଳ ପ୍ରେମରେ ମଜଗୁଲ୍ ହୋଇ ଜୀବନକୁ କିଛିକ୍ଷଣ ଉପଭୋଗ କରେ ତାପରେ ଉଭୟ ବୟଫ୍ରେଣ୍ଡ୍ ଗାର୍ଲ ଫ୍ରେଣ୍ଡ୍ ନାମରେ ଜଣଶୁଣା ନୂତନ ବନ୍ଧୁତ୍ୱର ସନ୍ଧାନରେ ପୁଣି ଲାଗିପଡେ

   କିଶୋର ଅବସ୍ଥାରେ ହିଁ ସିନେମା ଅବା ଦୂରଦର୍ଶନ ସରିୟଲର ପ୍ରେମ ଆମ ମନରେ ଛାପଛାଡେ ଆଧୁନିକ ଗୀତର ନୃତ୍ୟ ଇଣ୍ଟରନେଟ୍ ନଗ୍ନତା ଆମକୁ ଉତ୍ତେଜିତ କରେ ସେ ସବୁର ପ୍ରଭାବରେ ବିଦ୍ୟାଳୟର ଶ୍ରେଣୀ ଗୃହରୁ ଆମେ ଆଇ.ଲଭ.ୟୁ କହି ବୟଫ୍ରେଣ୍ଡ୍ ଗ୍ୟାର୍ଲ୍ ଫ୍ରେଣ୍ଡ୍ କରିବସୁ ଯେତେବେଳେ କିଶୋର ଅବସ୍ଥାରୁ ଯୁବାବସ୍ଥାରେ ପାଦଦେଉ ସେ କଥା କହିଲେ ନସରେ ବିଦ୍ୟାଳୟର ସୀମାରେଖା ଡେଇଁ ଯେତେବେଳେ ମହାବିଦ୍ୟଳୟ ଅବା ବିଶ୍ୱବିଦ୍ୟାଳୟର ପରିଧି ଭିତରେ ପାଦଦେଉ ସେତେବେଳକୁ ପ୍ରେମଋତୁ ଟିକେଟିକେ ଛୁଇଁଲା ପରି ମନେ ହୁଏ ହୃଦୟରେ ପ୍ରେମର ସିହରଣ ଆସେ ଭଲସାଥୀ ଟିଏ ମନ ଖୋଜିବୁଲେ ସାଥୀ ଖୋଜୁଖୋଜୁ ପ୍ରେମର ଅର୍ଥ ଶାସ୍ୱତତା ବୁଝୁ କି ନବୁଝୁ  ସମସ୍ତେ ନହେଲେ ମଧ୍ୟ ଆମେ ଅନେକ ଆକସ୍ମିକ ଭାବେ ପ୍ରେମରେ ପଡିଯାଉ ସାଥୀକୁ ପ୍ରେମ ନିବେଦନ ପାଇଁ ଆମ ପାଖରେ ସେହି ତିନୋଟି ଶଦ୍ଦ ଆଇ.ଲଭ.ୟୁ ବିନା କିଛି ନଥାଏ   ସତେଯେପରି ଆତ୍ମା ହୃଦୟ ତିନୋଟି ଶଦ୍ଦ ବିନା ନିଜର ଭଲପାଇବାକୁ ନିଜ ପ୍ରେମିକ ଅବା ପ୍ରେମିକାକୁ ପ୍ରକାଶ କରିବାକୁ ଅସମର୍ଥ ମୁଁ ତୁମକୁ ପ୍ରେମ କରେ ଅବା ମୁଁ ତୁମକୁ ଭଲପାଏ ଆଉଟ୍ ଡେଟ୍ଡ୍ ପରି ମନେହୁଏ ସତେଯେପରି ପ୍ରେମ ନିବେଦନ ପାଇଁ ଇଂରାଜୀରେ ଆଇ.ଲଭ.ୟୁ ତିନୋଟି ଶଦ୍ଦ ବିନା ଅନ୍ୟ କିଛି ବଳିଷ୍ଠ ମାଧ୍ୟମ ହିଁ ନାହିଁ ପ୍ରେମିକ ଅବା ପ୍ରେମିକା ଚାତକ ପରି ଚାହିଁ ରହିଥାଏ କେତେବେଳେ ମୋ ସାଥୀ ମୋତେ ଆଇ.ଲଭ.ୟୁ କହିବ ସମୟ କ୍ରମେ ବିବାହ ବନ୍ଧନରେ ବାନ୍ଧିହେଉ ଭାଗ୍ୟଚକ୍ରରେ ଯଦି ପୁରୁଷକୁ ମନଲାଖୀ ଘରଣୀ ମିଳିଗଲା ତେବେ ସବୁ ସୁନ୍ଦର ସମୟେ ସମୟେ ଘରଣୀର ସେବା, ସ୍ନେହ, ଯତ୍ନ କାମରେ ଭାବବିହ୍ୱଳ ହୋଇ ଆଇ.ଲଭ୍‌.ୟୁ ଡାର୍ଲିଙ୍ଗ୍ ବର୍ଷା କରିଦେଉ ପ୍ରତିଉତ୍ତର ବି ଆଇ.ଲଭ୍‌.ୟୁ ଠୁ ହୋଇଥାଏ ଆଉ ଯଦି ନାରୀକୁ ତାର ତନ, ମନ ହୃଦୟ ବୁଝିଲା ଭଳି ପୁରୁଷ ମିଳିଗଲା ତେବେ ସମୟେ ସମୟେ ଆଇ.ଲଭ୍‌.ୟୁ ଜୋସ୍ôନା ବିଚ୍ଛୁରିତ ହୁଏ ଯଦି ଉଭୟେ ଆର୍ଥିକ ସ୍ୱାବଲମ୍ବୀ କେଉଁଠି କେମିତି ମନମାଳୀନରୁ ପରସ୍ପର ପ୍ରତି ବୀତସ୍ପୃହା ହୋଇଯାଏ ତେବେ ସବୁ ଓଲଟପାଲଟ ନିଜକୁ ବିକ୍ଷିପ୍ତ ମାନସିକତାକୁ ଓହ୍ଲାଇବସୁ ସ୍ୱାଧୀନ ଜୀବନ ବିତେଇ ନୂଆ ପୁରୁଷବନ୍ଧୁ ନାରୀବନ୍ଧୁର ଅନ୍ୱେଷଣ ରେ ଲାଗିପଡୁ ସେଠି ଆଇ.ଲଭ୍‌.ୟୁ ଶଦ୍ଦ ତିନୋଟିର ବହୁଳ ବ୍ୟବହାର ମଧ୍ୟ କରିବାକୁ ପଡିଥାଏ  ପ୍ରେମ ନିବେଦନ ପାଇଁ

   ପ୍ରେମିକ ଅବା ପ୍ରେମୀକା କୁ ପ୍ରେମ ନିବେଦନ ପାଇଁ, ମୁଁ ତୁମକୁ ଭଲପାଏ, ମୁଁ ତୁମକୁ ପ୍ରେମକରେ, ଆଇ.ଲଭ୍‌.ୟୁ ଅବା ଆମୀ ତୁମାକେ ଭାଲୋବାସେ ବାକ୍ୟ ମାନଙ୍କୁ ନେଇ ହେଉ ସେଥିରେ କିଛିଯାଏ ଆସେ ନାହିଁ କାରଣ ଭାବ ପରିପ୍ରକାଶର ମାଧ୍ୟମ ଭାଷା, ହେଲେ ପ୍ରେମରେ  ଚିରନ୍ତନତା ଶାସ୍ୱତତା ରହୁ

ପ୍ରଶଂସାପ୍ରିୟ ମଣିଷ

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ପ୍ରଶଂସାପ୍ରିୟ ମଣିଷ

    କିଏ ବା ନିଜର ପ୍ରଶଂସା ଶୁଣିବାକୁ ଭଲ ନପାଏ? ହଁ, ଥାଇ ପାରନ୍ତି ହେଲେ ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ ହୋଇପାରେ ପ୍ରତି ମୁହୁର୍ତ୍ତରେ ମଣିଷ ନିଜ କର୍ମ କର୍ମାନୁଷ୍ଠାରେ ଟିକେ ପ୍ରଶଂସା ଲୋଡେ ପ୍ରଶଂସା ମନକୁ ଶାନ୍ତିଦିଏ ନିଜ କାମରେ ଆହୁରି ଦକ୍ଷ ହେବାକୁ ପ୍ରେରଣା ଭଳି କାମକରେ ଖାଲି ସେତିକି ନୁହେଁ, ପ୍ରଶଂସାରେ ପ୍ରୀତ ହୋଇ ବଡ ଅବା ଗୁରୁଜନମାନେ ପ୍ରଶଂସକର ଅନେକ ସମସ୍ୟାର ସମାଧାନ ମଧ୍ୟ କରିଦେଇଥାନ୍ତି ପ୍ରଶଂସା କଲେ ଚାଟୁକରୀତାର ଆଖ୍ୟା ମଧ୍ୟ ବେଳେବେଳେ ମିଳେ ଆଉ ପ୍ରଶଂସା ଅତ୍ୟଧିକ ପାଇଲେ ବେଳେବେଳେ ମଣିଷ ଟିକେ ଅହଂକାରୀ ହୋଇଉଠେ

   ଟିକେ ସୁକ୍ଷ୍ମ ଦୃଷ୍ଟିରେ ବିଚାର କଲେ ଦେଖାଯିବ ଜନ୍ମପରେ ଧୀଶକ୍ତିର ଅଧିକାରୀ ହେଉହେଉ ମଣିଷ ହୁଏ ପ୍ରଶଂସାପ୍ରିୟ ସେଇଥିପାଇଁ ପିଲାଟି ଗୁରୁଣ୍ଡିଗୁରୁଣ୍ଡି ଚାଲିବାକୁ ପ୍ରୟାସ କଲାବେଳେ ଯଦି ପଡିଯାଇ କାନ୍ଦିବା ଆରମ୍ଭ କରେ ମାତା ପ୍ରଶଂସା କରିବା ଆରମ୍ଭ କରିଦିଏ ମୋ ପୁଅ ପଡିଗଲା କହିବା ପରିବର୍ତ୍ତେ କହିବସେ ଆରେ ମୋ ପୁଅ ଡେଇଁ ପଡିଲାରେ ଶିଶୁଟି କାନ୍ଦ ବନ୍ଦ କରିଦିଏ

   ଶିକ୍ଷା ଦିକ୍ଷାର ପରିସରରେ ପ୍ରଶଂସା ପ୍ରାବଲ୍ୟ ହୋଇଉଠେ ଶିଶୁ ଗୁରୁଙ୍କର ଟିକିଏ ପ୍ରଶଂସା ତା ମନରେ ଭରିଦିଏ ଉନ୍ମାଦନା ବିଦ୍ୟାଳୟରେ ତାଉତ୍ତର ଖାତାରେ ଶିକ୍ଷକଙ୍କର ନାଲିକାଳିରେ ଲେଖାଯାଇଥିବା ଉତ୍ତମ, ଅତି ଉତ୍ତମ, ସର୍ବୋତ୍ତମ ଅବା ଇରାଂଜୀରେ ଗୁଡ୍, ଭେରିଗୁଡ୍ ଅବା ଏକ୍ସେଲେଣ୍ଟ୍ ଭଳି ପ୍ରଶଂସାର ଶବ୍ଦ ତା ପଢାପ୍ରତି ଆଗ୍ରହକୁ ବହୁଗୁଣିତ ଗଭୀର ପ୍ରଭାବିତ କରେ ଶିକ୍ଷକଙ୍କର ଟିକିଏ ପ୍ରଶଂସାରେ ସେ ଶିକ୍ଷକଙ୍କୁ ଭଲପାଇବସେ ଅତି ନିଜର ମଣେ ଶିକ୍ଷକଙ୍କ ରଙ୍ଗରେ ସେ ରଙ୍ଗିଯାଏ ଅନୁପ୍ରାଣିତ ହୁଏ ଶିକ୍ଷକଙ୍କ ଆଦର୍ଶରେ ଶିଶୁ ଭିତରେ ଥିବା ସଂମ୍ଭାବନାର କୈାଣସି କଳା ଅବା େକୈାଶଳକୁ ତାତ୍ସଲ୍ୟ କରିବା ପରିବର୍ତ୍ତେ ଥରୁଟିଏ ପ୍ରଶଂସା କରିଦିଅନ୍ତୁନା, ଦେଖିବେ ଅବଶ୍ୟମ୍ଭାବି ଫଳ ପ୍ରଶଂସାରେ ଶିଶୁଟି ତାର କଳା କୈାଶଳରେ ନିପୁଣ ହେବାରେ ଲାଗିବ ତା ମନୋବଳ ବଢିବାରେ ଲାଗିବ ଧୀରେଧୀରେ ଆତ୍ମବିଶ୍ୱାସୀ ହେବାରେ ଲାଗିବ

   ଯୁବାବସ୍ଥାରେ ପାଦ ଦେଉଦେଉ ମଣିଷ ପ୍ରଶଂସା ଖୋଜେ ନିଜ ଚେହେରାର, ସୁନ୍ଦରତାର, ନିଜ ଶାରିରୀକ ସାମର୍ଥ୍ୟର ପ୍ରେମରେ ପ୍ରଶଂସାବିନା ପ୍ରିୟତମାର ମନ ମାନେନା ପ୍ରେମିକା ରୂପର ଚେନାଏ ପ୍ରଶଂସାରେ ପ୍ରେମିକାର ଚିତ୍ତ ହୁଏ ଚୋରି ଆଉଜିଯାଏ ପ୍ରେମିକକୁ ବେଳେବେଳେ ପ୍ରଶଂସାରୁ ପ୍ରଶଂସକ, ପ୍ରଶଂସକରୁ ମଣିଷ ହୁଏ ପ୍ରେମିକ

    କୁମାରୀଟିଏ ବୋହୁ ହୋଇ ଶାଶୁ ଘରକୁ ଗଲାପରେ ନିଜ କାମ, ବ୍ୟବହାର ସୁନ୍ଦରତାର ଟିକେ ପ୍ରଶଂସା ଚାହେଁ ଶାଶୁ ଅବା ଶ୍ୱଶୁର ହୋଇ ନୂଆବୋହୁଟିର କେତେକ କାମରେ ଟିକେ ପ୍ରଶଂସା କରନ୍ତୁନା, ଦେଖିବେ ବୋହୁଟି ଆପଣଙ୍କୁ ନିଜର ପିତାମାତା ଭଳି ସ୍ନେହ ଦେଇବସିବ ପିତାମାତା ହେବାର ସୌଭଗ୍ୟ ମିଳିଗଲେ ମଣିଷ ଖୋଜେ ତା ସନ୍ତାନର ପ୍ରଶଂସା ନିଜ ସନ୍ତାନର ପ୍ରଶଂସାରେ ଅଜସ୍ର ଖୁସି ଅନୁଭବ କରେ ବୟସର ଅପରାହ୍ନରେ ମଣିଷ ଲୋଡେ ତା ଜୀବନବ୍ୟାପୀ ସାଧନାର ପ୍ରଶଂସା ସାଧନାର ପ୍ରଶଂସା ମିଳିଗଲେ ସେ ପାଏ ଆତ୍ମସନ୍ତୋଷ ଜୀବନ ଧନ୍ୟବୋଲି ବିବେଚନା କରେ

   କାହାର ମନଜିଣିବାର ହେଉ ଅବା କାହାର ହୃଦୟରେ ନିଜପାଇଁ ଟିକିଏ ଜାଗା କରିବାକୁ ହେଉ, ବାସ୍ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ତା ପ୍ରଶଂସା କରନ୍ତୁ ପ୍ରଶଂସାରେ ଆପଣଙ୍କ ଶତ୍ରୁ ବି ମିତ୍ରରେ ପରିଣତ ହୋଇଯିବେ ଆପଣଙ୍କ ପ୍ରତି ଶତ୍ରୁ ମନରେ ଥିବା ହିଂସା ସେହି ପ୍ରଶଂସାରେ ପ୍ରଶମିତ ହେବାରେ ଲାଗିବ କବି, ପ୍ରାବନ୍ଧିକ ଅବା ଔପନାସିକ, ଖେଳାଳୀ, କଳାକାର ଅବା ଚିତ୍ରକର, ଗାୟକ, ଗୀତିକାର ଅବା ସଂଗୀତକାର ପ୍ରତ୍ୟେକ ଲୋଡନ୍ତି ନିଜ କଳାରେ ପ୍ରଶଂସା ପ୍ରଶଂସା ଏମାନଙ୍କ ପାଇଁ ପ୍ରେରଣା ସେହି  ପ୍ରେରଣାରେ ନିଜ ପ୍ରତିଭାରେ ଯଶସ୍ୱୀ ହେବାର ପ୍ରୟାସରେ ଏମାନେ ବଞ୍ଚିରହନ୍ତି

   ବାସ୍ତବରେ ପ୍ରଶଂସା ପ୍ରିୟ ମଣିଷ ପ୍ରଶଂସା ବିନା ତାଜୀବନ ନୀରଳସ, ଛନ୍ଦଶୂନ୍ୟ ପ୍ରେରଣାହୀନ ଖାଲି ମଣିଷ କାହିଁକି, ଆମମାନଙ୍କର ଭଗବାନ ବି ପ୍ରଶଂସାପ୍ରିୟ ଆମମାନଙ୍କ ବିଶ୍ୱାସଯେ ତାଙ୍କ ପ୍ରଶଂସାଗାନ ନକଲେ ସେ ତାଙ୍କ ଆଶୀର୍ବାଦର ଅମୃତ ଆମଉପରେ ଢାଳନ୍ତିନାହିଁ ସେଇଥିପାଇଁ ଆମେ କହୁଥାଉଁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ବଜ୍ରଙ୍ଗବାଲୀ, ଜୟ ମାତା କୀ.... ତେଣୁ ଆସନ୍ତୁନା ଭଗବାନଙ୍କ ଜୟଗାନ କରିବା ସହିତ ଅନ୍ୟମାନଙ୍କର ଭଲକାମକୁ ଟିକିଏ ପ୍ରଶଂସା କରିବା ଯାହାଫଳରେ କି ଜଗତ ଶାନ୍ତି ପ୍ରେରଣାମୟ ହୋଇଉଠିବ  

 

 

******

 

OLD IS PLATINUM

 DETAILS OF MY EARLIER POSTS