search in www.iswarchandraworld.blogspot.com

Wednesday, 28 April 2021

ବିଶ୍ୱାସୀ ମଣିଷ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ବିଶ୍ୱାସୀ ମଣିଷ

  ବିଶ୍ୱାସରେ ଚାଲିଛି ବିଶ୍ୱ ହେଲେ  ଅବିଶ୍ୱାସରେ ଭରା ସଂସାର   ମୁହର୍ତ୍ତକେ ଜନ୍ମ ନିଏ ଅବିଶ୍ୱାସ   ହେଲେ କାଳପରି କାଳଜୟୀ ଥରେ  ଜନ୍ମ ନେଲେ  କେବେ ଯେ  ମରିବ ତାର ନିର୍ଦ୍ଧିଷ୍ଟତା ନାହିଁ ଜନ୍ମ ପରର ପୀଡା  ଅତ୍ୟନ୍ତ କଷ୍ଟ ଦାୟକ ପ୍ରତି ସମ୍ପର୍କରେ ଏହା ଲୁକାୟୀତ ଥରେ ମୁହଁ କାଢିଲେ ସମ୍ପର୍କରେ ଫାଟ ଅବା ପୂର୍ଣ୍ଣଚ୍ଛେଦ ପଡେ ଅବିଶ୍ୱାସର ଡେଙ୍ଗୁରା ମଧ୍ୟ ବହୁତ ଜୋରରେ ବାଜେ କାନ ଅତଡା ପକେଇଦିଏ କ୍ଷିପ୍ର ବେଗରେ ଦିଗନ୍ତ ମାଡିଚାଲେ ଏକାନରୁ ସେକାନ, ସେକାନରୁ ଏକାନ ସମସ୍ତଙ୍କୁ ଜଳଜଳ ହୋଇ ଅବିଶ୍ୱାସଟି ଦେଖାଯାଏ

  ହେଲେ ବିଶ୍ୱାସ ବହୁତ ଧୀର ସବୁ ସମ୍ପର୍କର ମୂଳଭିତ୍ତୀ ଏହାର ଜନ୍ମପାଇଁ  ଅନେକ କଷ୍ଟ ଉଠାଇବାକୁ ପଡିଥାଏ ମାତ୍ର କଷ୍ଟ ତ୍ୟାଗ ଆନନ୍ଦ ଦେଇଥାଏ ଅନେକ କିଛି ତ୍ୟାଗିବାକୁ ପଡେ ଏହାର ଜନ୍ମ ମଧ୍ୟ ବିଳମ୍ବ ହେଲେ ଜନ୍ମପରେ, ଏହା ମଧ୍ୟ ମଣିଷଜୀବନ ପରି କ୍ଷଣଭଙ୍ଗୁର କେତେବେଳେ ଯେ ଭାଙ୍ଗିଯିବ ତାହାର ନିର୍ଦ୍ଧିଷ୍ଟତା ନଥାଏ ଜୀବଜଗତ ଜୀବ ମାନଙ୍କୁ ନେଇ ପରିପୂର୍ଣ୍ଣ ସବୁ ଜୀବମାନଙ୍କ ମଧ୍ୟରେ ମନୁଷ୍ୟ ହିଁ ଶ୍ରେଷ୍ଠ ସମାଜରେ ରହି ସମାଜକୁ ନେଇ ଚଳୁଥିବାରୁ ସାମାଜିକ ପ୍ରଣୀ ସବୁ ଜୀବଙ୍କ ଭିତରେ ଅଳ୍ପେ ବହୁତେ ବିଶ୍ୱାସ ଅବିଶ୍ୱାସ ଅଛି ମାତ୍ର ଆମେ ଆମମାନଙ୍କୁ କହୁଛେ ମନୁଷ୍ୟ ଠାରୁ ଅବିଶ୍ୱାସୀ ପ୍ରାଣୀ ସଂସାରରେ ନାହିଁ ଆମର ବିଶ୍ୱାସୀ ପଣିଆକୁ ଆମେ ନଜର ଅନ୍ଦାଜ୍ କରି ଦେଉନେ କି? ଟିକେ ହେଜିଲେ, ବିଶ୍ୱାସ ବିନା ମନୁଷ୍ୟର ଅସ୍ତିତ୍ୱ ସମ୍ଭବ କି? ମନୁଷ୍ୟର ଜନ୍ମାବସ୍ଥାରୁ ଆଲୋଚନା କରାଯାଉ ଶିଶୁଟି ମା ପେଟରୁ ବାହାରୁ ବାହାରୁ କାନ୍ଦେ ଅଥୟ ମା ସ୍ତନରୁ ଝରି ଆସୁଥିବା କ୍ଷୀରକୁ ମାତା ପାଟିରେ ଦେବାକୁ ଲାଗେ ଶିଶୁଟି ତୁନିହୁଏ ମା ମନରେ ବିଶ୍ୱାସ ଜନ୍ମେ ଭୋକ ଯୋଗୁଁ ମୋ ପିଲାଟି କାନ୍ଦୁଥିଲା ।ଏମିତି ସବୁବେଳେ କ୍ଷୀର ଦେଇ ଶିଶୁର କାନ୍ଦକୁ ତୁନାଏ ଏଣେ ଶିଶୁ ମନରେ ବିଶ୍ୱାସର ଗଣ୍ଠିପଡେ  ଯେ ମୁଁ କାନ୍ଦିଲେ ମାମୋତେ ଖୁଆଉଛି ଶିଶୁଟିର ତା ମାପ୍ରତି ଏହି ବିଶ୍ୱାସ ବଢିବଢି ଚାଲେ ଶିଶୁକୁ ଭୟ, ଭୋକ ଅବା କଷ୍ଟରୁ ରକ୍ଷା ପାଇଁ ମାନିଜ କୋଳରେ ଧରି ରଖେ ଶିଶୁ ମଧ୍ୟ ମାକୋଳରେ ନିଜକୁ ସୁରକ୍ଷିତ ମଣେ ବିଶ୍ୱାସ କରେ କୋଳ ତା ପାଇଁ ନିର୍ଭୟର ସ୍ଥାନ ଧୀରେ ଧୀରେ ପିତା ମାତାଙ୍କ ସଂସ୍ପର୍ଶ ରେ ଆସି ସେମାନଙ୍କୁ ଅଗାଧ ବିଶ୍ୱାସ କରିବାକୁ ଲାଗେ ସ୍ନେହ, ମମତା, ମାଡ, ଗାଳିର ଆସର ତା ମନରେ ବିଶ୍ୱାସ ଜନ୍ମାଏ, ବାପାମାତାର ସବୁକିଛି ସେମାନେ ଯାହା କରନ୍ତି ତାରି ମଙ୍ଗଳ ପାଇଁ ଶିକ୍ଷାଦୀକ୍ଷାର ପରିସରରେ ବିଶ୍ୱାସ କରେ ଗୁରୁଙ୍କୁ ଯଦି ଗୁରୁ ହୃଦୟ ଜିଣିବାରେ ସଫଳ ହେଲେ  ତେବେ ପିତାମାତାଙ୍କ ଠାରୁ ଗୁରୁଙ୍କୁ ଅଧିକ ବିଶ୍ୱାସ କରେ ବିଶ୍ୱାସ କରେ ବହିରେ ଲେଖାଥିବା ସମସ୍ତ କଥାକୁ ସଫଳତାପାଇଁ ପିତା, ମାତା ଗୁରୁଙ୍କ ଆର୍ଶୀବାଦ ସହିତ ଭାଗ୍ୟ ଉପରେ ବିଶ୍ୱାସ କରେ ବଢୁବଢୁ ଭବିଷ୍ୟତର ସ୍ୱପ୍ନ ବୁଣେ ସ୍ୱପ୍ନକୁ ଅଭିଳାଷରେ ପରିଣତ କରେ ଅଭିଳାଷ ପୂରଣ ପାଇଁ ନିଜକୁ ବିଶ୍ୱାସ କରେ ବିଶ୍ୱାସ ହୁଏ ଆତ୍ମବିଶ୍ୱାସ ଆତ୍ମବିଶ୍ୱାସ ବଳରେ ହୁଏ ଜଗତଜିତା ଯଦି ଆତ୍ମବିଶ୍ୱାସ କେବେ ଡଗମଗାଏ ତେବେ ବିଶ୍ୱାସ କରେ ନିଜର ଧୈର୍ଯ୍ୟକୁ ବଡ ହେଲା ବେଳକୁ ସେ ନିଜର ସାଙ୍ଗ ମାନଙ୍କୁ ବିଶ୍ୱାସ କରେ ଯଦି ଅକସ୍ମାତେ ପ୍ରେମର ରଙ୍ଗ ଲାଗେ ତେବେ ନିଜର ପ୍ରେମିକ ଅବା ପ୍ରେମିକାକୁ କରିବସେ ଅତି ବିଶ୍ୱାସ ବିଶ୍ୱାସ ରଖେ ସାତ ଜନ୍ମ ପାଇଁ ବେଳେବେଳେ କପୋଳକଳ୍ପିତ କଥାକୁ ବିଶ୍ୱାସ କରି ଅନ୍ଧବିଶ୍ୱାସୀ ହୁଏ ଆଉ ହରାଏ ଅନେକ କିଛି ରୋଗରେ ପଡିଲେ ବଇଦ ଅବା ଡାକ୍ତରଙ୍କୁ ବିଶ୍ୱାସ କରେ ଯଦି ଡାକ୍ତର ପାରନ୍ତି କିମ୍ବା ଔଷଧ ଫେଲ୍ ମାରେ ତେବେ ମନ୍ତ୍ରତନ୍ତ୍ର ଅବା ଜଡିବୁଟି କୁ ବିଶ୍ୱାସ କରେ ଯଦି ସେମାନେ ବି ହାର ମାନନ୍ତି ଶେଷରେ ଭଗବାନଙ୍କୁ ବିଶ୍ୱାସ କରେ ଯେଉଁଠୁ ଜୀବନର ଆରମ୍ଭ ଶେଷ

   ସତରେ ମଣିଷ ବହୁତ ବିଶ୍ୱାସୀ ପ୍ରତି ମୁହୁର୍ତ୍ତରେ କାହାକୁ ନା କାହାକୁ ସେ ବିଶ୍ୱାସ କରିଥାଏ ଜନ୍ମରୁଜୁଇ ପର୍ଯ୍ୟନ୍ତ ଜୀବନ ପାଣିଫୋଟକା ଜାଣି ମଧ୍ୟ ପ୍ରତିରାତିରେ ଶୁଏ ଏକ ବିଶ୍ୱାସରେ ଯେ କାଲି ପୁଣି ଆସିବ ସେ ତା କାମରେ ଯିବ ତେବେ ଏତେ ବିଶ୍ୱାସୀ ମଣିଷକୁ ସହଜରେ ଆମେ ଅବିଶ୍ୱାସୀ ବୋଲି କହିବା କାହିଁକି? ଆସନ୍ତୁନା ବିଶ୍ୱାସୀ ମଣିଷକୁ ବିଶ୍ୱାସର ରଙ୍ଗରେ ରଙ୍ଗିିଦେଇ ସଂସାରକୁ ଆନନ୍ଦମୟ କରିଦେବା

 

*******

ଆମେ ଲୁଚେଇବାରେ ଧୂରନ୍ଧର

 

ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ଆମେ ଲୁଚେଇବାରେ ଧୂରନ୍ଧର

   ଆମେ ଜନ୍ମ ନେଇ ଯେତେବେଳେ  ମା କୋଳରେ ସ୍ତନ୍ୟପାନ କଲୁ ନିଜକୁ ଲୁଚେଇବାର ଶିଖିଲୁ ମା ପଣତକାନୀ ରେ ଅଭ୍ୟାସ ଛାଡିଲାନି ଶୈଶବର ଶେଷପର୍ଯ୍ୟନ୍ତ କାରଣ ସେତେବେଳେ ମା ପଣତକାନୀ ଥିଲା ନିରାପଦର ସବୁଠାରୁ ଶ୍ରେଷ୍ଠ ଆଶ୍ରୟସ୍ଥଳୀ ଠିଆଠିଆ ହେଲା ବେଳକୁ କେତେ ଯେ ପଡିଚୁ ତାର ହିସାବ ନାହିଁ ହେଲେ ବେଳେବେଳେ ଠିଆ ହୋଇନପାରିବା କଷ୍ଟକୁ ଲୁଚେଇଦେଲୁ କାନ୍ଦଣାରେ ଧୂଳିରେ ଖେଳୁଖେଳୁ ମା ଠାରୁ ମାଟିକୁ ଲୁଚେଇଲୁ ପାଟିରେ ମୁହଁରେ ହାତ ଦେଇ ମୁହଁ ଲୁଚେଇବାଟା ମା ଠାରୁ ଶିଖି  ଲୁଚେଇଲୁ ଭାଇର, ଭଉଣିର ଅବା ସାଙ୍ଗର ଖେଳନାକୁ ଘରର କେଉଁ ଅନ୍ଧିସନ୍ଧିରେ ଯେତେବେଳେ ଦାଣ୍ଡରେ ଦଉଡିବାରେ କୁଶଳୀ ହୋଇଗଲୁ ଶିଖିଲୁ ବୋହୁଚୋରି, ଛପନଛପା ଲୁଚକାଳି ଭଳି ଲୁଚିବା ଲୁଚେଇବାର ଖେଳ ଛପନଛପାରେ ନିଜକୁ ଲୁଚେଇଲୁ ନେଇ କେତେବେଳେ କବାଟ କଣରେ କେତେବେଳେ ଖଟତଳେ ଧୀରେଧୀରେ ନିଜକୁ ଲୁଚେଇବାରେ ଦକ୍ଷତା ଆମର ବଢିବାରେ ଲାଗିଲା ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ତିନୋଟି ଗୋଲ ସାରି ଧୀରେ ଧୀରେ ବହିବସ୍ତାନି ଲଦାହେଲା  କାନ୍ଧରେ ବହିବସ୍ତାନିରେ ଥିବା ପାଠକୁ, ଚାହାଳିକୁ  ଅବା  ଗୁରୁଜୀଙ୍କ ବେତ ପାହାରକୁ ଯଦି ଡର ଲାଗିଲା ଲୁଚେଇଲୁ ନେଇ ନିଜକୁ କଦଳୀଗଛ ମୂଳରେ, କବାଟ କଣରେ ଅବା ମଶିଣା ଭିତରେ ପରୀକ୍ଷାର ପ୍ରଗତୀପତ୍ର ଲୁଚେଇଲୁ ବାପା ବୋଉଙ୍କ ଡରରେ ଅଭିଭାବକ ଦସ୍ତଖତ ଲୁଚେଇ ନିଜେ ଦସ୍ତଖତ କରି ଫେରାଇଲୁ ବିଦ୍ୟାଳୟରେ ବାଳୁତ ପଣିଆଟା ଲୁଚେଇ ରଖିଥିଲା ଆମର ଲାଜକୁ ଯେମିତି ବଡହେଲୁ ଲାଜ ଆଉ ଲୁଚିଲାନି, ଲୁଚେଇଲୁ ନିଜ ଶରୀରକୁ ଯଦି ଭାଗ୍ୟରେ ଉଚ୍ଚଶିକ୍ଷା ସୁଯୋଗ ମିଳିଲା କେତେକେତେ ନୁଆ ସାଙ୍ଗ ହେଲେ କେତେଜଣ ଅତି ନିଜର ବି ହେଲେ ଯଦି ପଡୁ ପଡୁ ପଡିଲୁ ପ୍ରେମରେ ଲୁଚେଇଲୁ ନିଜର ସବୁ ଦୁର୍ବଳତାକୁ ପ୍ରେମିକ ଅବା ପ୍ରେମିକା ପାଖରେ ପ୍ରେମକୁ ଲୁଚେଇଲୁ ଘରଲୋକଙ୍କ ଆଗରେ ପ୍ରେମ ଚିଠିକୁ ଲୁଚେଇଲୁ ବହି, ଡାଏରି, ଅବା ପିନ୍ଧିଥିବା ବସ୍ତ୍ର ଭିତରେ କିମ୍ବା ଲୁଚାଇଲୁ ମୋବାଇଲ୍ ମେସେଜ୍ ବକ୍ସ ଅବା ମେମୋରି ଚିପ୍ସ୍ରେ ପୁଅ ଦରମା ଲୁଚେଇଲା ଝିଅକୁ ଝିଅ ବୟସ ଲୁଚେଇଲା ପୁଅଙ୍କୁ ଯଦି ପରିବାର ପସନ୍ଦରେ ବିବାହର ହେଲା ଲୁଚେଇଲୁ ଯୌତୁକକୁ ଦାନର ପରିଭାଷାରେ କେଉଁଠି ବୋହୁ ଲୁଚେଇଲା ଯୌତୁକ ଯନ୍ତ୍ରଣାକୁ କେଉଁଠିି ପୁଅ ଲୁଚେଇଲା ସ୍ତ୍ରୀର ବେପରୁଆ ପଣିଆକୁ ଯଦି ପ୍ରେମ ବନ୍ଧନରେ ସଂସାର ଗଢିଲୁ ବହୁ କଷ୍ଟରେ ଲୁଚେଇଲୁ ସବୁ ଅପ୍ରକାଶିତ ଦୋଷ ଦୁର୍ବଳତାକୁ, ନଲୁଚେଇ ପାରିଲାରୁ ସଂସାର ହେଲା ନର୍କ ସିଗାରେଟ୍ ଖାଇ ପାଟି ଗନ୍ଧ ଲୁଚେଇବାକୁ ବ୍ୟବହାର କଲୁ ଚକୋଲେଟ୍ ମଦ ପାଇଁ ପାନ

ଧରିନେଲୁ ଜୀବନରେ ଟଙ୍କା ହେଉଛି ସବୁକିଛି ସ୍ୱଳ୍ପ ରୋଜଗାରରେ ଟଙ୍କାକୁ ଲୁଚେଇଲୁ ବାଜେଖର୍ଚ୍ଚରୁ ଯଦି ରୋଜଗାର ବଢିଗଲା, କରଦେବାରୁ ଲୁଚେଇଲୁ ସରକାରଙ୍କୁ ଯଦି କଳାଟଙ୍କା ଭରମାର୍ ହେଲା ସମସ୍ତଙ୍କ ଆଖିରେ ଆଙ୍ଗୁଠିଗେଞ୍ଜି କେତେବେଳେ ରଖିଲୁ ସୁଇସ୍ ବ୍ୟାଙ୍କରେ କେତେବେଳେ ରଖିଲୁ କେଉଁ ଟ୍ରଷ୍ଟର ଅଂଶୀଦାର ଭାବରେ ବଡବଡ ସହରର ଗଳିକନ୍ଦିରେ ଅଫିସ୍ ଖୋଲି ବସିଲେ ଅନେକ ଟ୍ୟାକ୍ସ୍ ବିଶାରଦ ଧନୀଲୋକ ମାନଙ୍କର ଟଙ୍କାକୁ କାଗଜ ପତ୍ରରେ ଲୁଚେଇ ଫାଙ୍କିବାକୁ ଟ୍ୟାକ୍ସ୍ ଦେଶସେବା ପାଇଁ ନିର୍ବାଚନରେ ନେତା ହେବାକୁ ମନ ବଳେଇଲୁ ଯଦି ପ୍ରାର୍ଥୀପତ୍ର ଦାଖଲରେ ଅନେକ କିଛି ଲୁଚେଇଦେଲୁ ନିଜର ମର୍ଣ୍ଣିଙ୍ଗ୍ ଓା୍ୱକ୍ ଛଡା ଘରୁ ବାହାରିଲେ କେବେ ଚାଲିନଥିବୁ ପାଦରେ ସବୁବେଳେ ଗାଡିରେ ହେଲେ ପ୍ରାର୍ଥୀପତ୍ରରେ ଗାଡି ନାହିଁ ଲେଖି ଲୁଚେଇଦେଲୁ ଗାଡିକୁ ଖାଲି ସେତିକି ନୁହେଁ ଆମେ ସବୁ ବୟସକୁ ଲୁଚେଇବାରେ ମଧ୍ୟ ପ୍ରବୀଣ ବୟସକୁ ଲୁଚେଇବାକୁ ଯାଇ ମୁଣ୍ଡର ଧଳାକେଶକୁ କଲୁ କଳା ମୁହଁର ବୟସ୍କ ଚର୍ମକୁ ଲୁଚେଇବାକୁ ଯାଇ ବିଭିନ୍ନ କ୍ରିମ୍ ରେ ଲେପିଦେଇ ଫେରାଇ ଆଣିଲୁ ଯୁବାବସ୍ଥାର ସତେଜତା

ବାସ୍ତବରେ ଆମେ ସବୁ ଲୁଚେଇବାରେ ଧୂରନ୍ଧର କେବଳ ବାକି ରହିଲା ମୃତ୍ୟୁଠାରୁ ନିଜକୁ ଲୁଚେଇବାର କଳା ଏସବୁ ଲୁଚେଇବାର ପରିସ୍ଥିତିରୁ କେତେକ ଜୀବନଧର୍ମୀ ମାତ୍ର ଅନେକ ସମାଜର ଶାନ୍ତି, ଶୃଙ୍ଖଳା ପ୍ରଗତି ପ୍ରତିବନ୍ଧକ ଆସନ୍ତୁ ସମସ୍ତେ ଯେଉଁଠି ଲୁଚେଇଲେ ସମାଜର କ୍ଷତି ସେଠି ନଲୁଚେଇବାକୁ ଚେଷ୍ଟା କରିବା

 

*******

 

OLD IS PLATINUM

 DETAILS OF MY EARLIER POSTS